ମହାମହିମ,

ଏହି ସ୍ୱାଗତ ପାଇଁ, ଏହି ଭବ୍ୟ ସମ୍ମାନ ପାଇଁ ମୁଁ ଆପଣଙ୍କ ପ୍ରତି ହୃଦୟର ଗଭୀରତାରୁ ବହୁତ କୃତଜ୍ଞତା ପ୍ରକାଶ କରୁଛି । ଆଜି ଆମେ ଚେକର୍ସରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛେ। ଉଭୟ ଭାରତ ଏବଂ ଯୁକ୍ତରାଜ୍ୟ ଏକାଠି ଏକ ନୂତନ ଇତିହାସର ମୂଳଦୁଆ ସ୍ଥାପନ କରୁଛନ୍ତି।

ମହାମହିମ,

ଏହି ଏକ ବର୍ଷରେ ଆମେ ତୃତୀୟ ଥର ପାଇଁ ସାକ୍ଷାତ କରିବାର ସୁଯୋଗ ପାଇଛୁ। ଏହାକୁ ମୁଁ ନିଜେ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରେ। ଉଭୟ ଯୁକ୍ତରାଜ୍ୟ ଏବଂ ଭାରତ, ଦେଖିବାକୁ ଗଲେ ଏକ ପ୍ରକାର ସ୍ଵାଭାବିକ ଅଂଶୀଦାର। ଆଜି ଆମର ସମ୍ପର୍କର ଏକ ଐତିହାସିକ ଦିନ। ଆଜି ଆମର ଉଭୟ ଦେଶ ମିଳିତ ଭାବରେ ଏକ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଏବଂ ଡବଲ୍ କଣ୍ଟ୍ରିବ୍ୟୁସନ୍ କନଭେନସନ୍ ସମ୍ପନ୍ନ କରିବାକୁ ଯାଉଛନ୍ତି। ଏହା ଭାରତ ଏବଂ ଯୁକ୍ତରାଜ୍ୟର ଭବିଷ୍ୟତ ପିଢ଼ି ପାଇଁ ଏକ ବହୁତ ଦୃଢ଼ ପଥ ପ୍ରସ୍ତୁତ କରୁଛି। ଏହା ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡୁଛି। ମୁଁ ବିଶ୍ୱାସ କରେ ଏହା ଦ୍ଵାରା ଆମର କୃଷକ, ଆମର ଏମଏସଏମଇ ଓ ଯୁବପିଢ଼ି ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ। କେବଳ ଏତିକି ନୁହେଁ, ଏକବିଂଶ ଶତାବ୍ଦୀ ହେଉଛି ପ୍ରଯୁକ୍ତିବିଦ୍ୟା ଆଧାରିତ ଶତାବ୍ଦୀ। ଏପରି ପରିସ୍ଥିତିରେ, ଭାରତ ଏବଂ ଯୁକ୍ତରାଜ୍ୟର ଯୁବପିଢ଼ି, ବିଶେଷ କରି ଦକ୍ଷ ଯୁବଗୋଷ୍ଠୀ, ଏକ ନୂତନ ବିଶ୍ୱ ନିର୍ମାଣରେ ଏକ ବିରାଟ ଯୋଗଦାନ ଦେବେ। ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ପ୍ରତିଦିନ ନୂତନ ଉଦ୍ଭାବନ ଆଶା କରେ। ଯେତେବେଳେ ଯୁକ୍ତରାଜ୍ୟ ଏବଂ ଭାରତର ଦକ୍ଷ ଯୁବପିଢ଼ିଙ୍କ ବୁଦ୍ଧି, ସେମାନଙ୍କର ଦକ୍ଷତା ଏକାଠି ହୋଇଯିବ, ଏହା ବିଶ୍ୱ ପାଇଁ ବିକାଶର ଏକ ବଡ଼ ଗ୍ୟାରେଣ୍ଟି ପ୍ରଦାନ କରିବ। ଏହା ନିଯୁକ୍ତି ବୃଦ୍ଧି କରିବ, ବିକାଶକୁ ସୁଦୃଢ଼ କରିବ। ଏବଂ ମୁଁ ବିଶ୍ୱାସ କରେ ଯେ 'ଭିଜନ 2035' ପାଇଁ ଆମର ବ୍ୟାପକ ରଣନୈତିକ ସହଭାଗୀତା ନୂତନ ଗତି, ନୂତନ ଶକ୍ତି ପାଇବ।

ମହାମହିମ,

ପୁଣି ଥରେ, ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଏହି ସୁନ୍ଦର ଆରମ୍ଭରେ ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ସହଭାଗୀତାକୁ ସୁଦୃଢ଼ କରିବାରେ ଆପଣଙ୍କର ବହୁତ ବଡ଼ ଭୂମିକା ଅଛି। ମୁଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride