ଏହି ପଦକ୍ଷେପଗୁଡ଼ିକ ସଂଯୋଗୀକରଣ ବୃଦ୍ଧି ସହ ଲୋକଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବ : ପ୍ରଧାନମନ୍ତ୍ରୀ
ସାରା ଦେଶରେ ରେଳ ଆଧୁନିକୀକରଣର ଅଭିଯାନ,
ପଶ୍ଚିମବଙ୍ଗରେ ମଧ୍ୟ ଦ୍ରୁତ ଗତିରେ ବଢୁଛି ରେଳ ଭିତ୍ତିଭୂମି : ପ୍ରଧାନମନ୍ତ୍ରୀ
ପୂର୍ବ ଭାରତର ବାଣିଜ୍ୟ କେନ୍ଦ୍ର କୋଲକାତା ଓ ହଳଦିଆ ବନ୍ଦର; ହଳଦିଆ ଡକ୍ କମ୍ପ୍ଲେକ୍ସର ଯାନ୍ତ୍ରିକୀକରଣରେ ବଢିବ କ୍ଷମତା ଓ ମାଲ ପରିବହନ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ, “ଆଜି କୋଲକାତାର ଏହି ଭୂମିରୁ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି।”

ରାଜ୍ୟପାଳ ଶ୍ରୀମାନ ଆର ଏନ୍  ରବି ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶାନ୍ତନୁ ଠାକୁର ଜୀ, ସୁକାନ୍ତ ମଜୁମଦାର ଜୀ, ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସଂସଦରେ ମୋର ସାଥୀ ଶାମିକ ଭଟ୍ଟାଚାର୍ଯ୍ୟ ଜୀ, ଅନ୍ୟ ଜନ ପ୍ରତିନିଧିଗଣ , ମହିଳା ଏବଂ ଭଦ୍ରଲୋକମାନେ ।

ଆଜି କୋଲକାତାର ମାଟିରୁ ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଲେଖାଯାଉଛି। 18 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ, ରେଳପଥ ଏବଂ ବନ୍ଦର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରାଯାଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପଗୁଡିକ ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତକୁ ନୂତନ ଗତି ଦେବ, ବାଣିଜ୍ୟ ଏବଂ ଶିଳ୍ପକୁ ପ୍ରୋତ୍ସାହିତ କରିବ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସହଜ କରିବ ଏବଂ ସେମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ | ଖଡ଼ଗପୁର - ମୋରେଗ୍ରାମ ଏକ୍ସପ୍ରେସୱେ ସମାପ୍ତ ହେବା ସହିତ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବ | ଦୁବରାଜପୁର ବାଇପାସ୍ , କଙ୍ଗଶାବତୀ ଏବଂ ଶୀଲାବତୀ ନଦୀ ଉପରେ ନିର୍ମିତ ବୃହତ ସେତୁ ସଂଯୋଗକୁ ଆହୁରି ଉନ୍ନତ ହେବ | ଏହି ପ୍ରକଳ୍ପଗୁଡିକ ପାଇଁ ମୁଁ ପଶ୍ଚିମବଙ୍ଗ  ଏବଂ ପୂର୍ବ ଭାରତର ଲୋକଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ଆଜି ଦେଶରେ ରେଳବାଇକୁ ଆଧୁନିକୀକରଣ କରିବା ପାଇଁ ଏକ ଦ୍ରୁତ ଅଭିଯାନ ଚାଲିଛି। ଆମର ସଂକଳ୍ପ ହେଉଛି ପଶ୍ଚିମବଙ୍ଗ ଏହି ଅଭିଯାନରେ ପଛରେ ରହିବା ଉଚିତ୍ ନୁହେଁ! ତେଣୁ ପଶ୍ଚିମବଙ୍ଗର ରେଳ ଭିତ୍ତିଭୂମିର ବିସ୍ତାର କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି। ଆଜି କାଲାଇକୁଣ୍ଡା ଏବଂ କାନିମହୁଲି ବିଭାଗରେ ସ୍ୱୟଂଚାଳିତ ବ୍ଲକ ସିଗନାଲ ପ୍ରଣାଳୀକୁ ମଧ୍ୟ  ଦେଶ ପାଇଁ ସମର୍ପିତ କରାଯାଇଛି | ଏହା ଦ୍ବାରା ବ୍ୟସ୍ତ ରେଳ ମାର୍ଗର କ୍ଷମତା ବୃଦ୍ଧି କରିବ, ଯାତ୍ରାକୁ ଅଧିକ ସୁରକ୍ଷିତ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ଗତି ଏବଂ ସୁବିଧା ବୃଦ୍ଧି ମଧ୍ୟ ହେବ |

ବନ୍ଧୁଗଣ,

ଆଜି କାମାଖ୍ୟା ଗୁଡ଼ି , ଅନାରା, ତମଲୁକ୍, ହାଲ୍ଦିଆ, ବାରାଭୁମ୍, ଏବଂ ସିଉଡ଼ି , ଏହି ୬ଟି ଷ୍ଟେସନ୍କୁ ଅମୃତ ଷ୍ଟେସନ ଭାବରେ ଉଦଘାଟନ କରାଯାଇଛି | ଅମେର ବଙ୍ଗଳାର ମହାନ ସଂସ୍କୃତିର ଝଲକ୍  ବର୍ତ୍ତମାନ ଏହି ଷ୍ଟେସନଗୁଡ଼ିକରେ ଆହୁରି ମଧ୍ୟ ଝଲସି ଉଠୁଛି । ଏଠାରେ ଆହୁରି ଅନେକ ଷ୍ଟେସନ୍ଘୁଡ଼ିକର  ପୁଣିଥରେ ବିକାଶ କରାଯାଉଛି | ପୁରୂଲିଆ ଏବଂ ଆନନ୍ଦ ବିହାର ଟର୍ମିନାଲ୍ ମଧ୍ୟରେ ଏକ ନୂତନ ଏକ୍ସପ୍ରେସ ଟ୍ରେନ୍ ସେବାକୁ ମଧ୍ୟ ପତକା ଦେଖାଯାଇଛି। ଏହି ଟ୍ରେନ୍ ସେବାର ଲାଭ  କେବଳ ପଶ୍ଚିମବଙ୍ଗର ଲୋକଙ୍କୁ ନୁହେଁ ବରଂ ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ଲୋକଙ୍କୁ ମଧ୍ୟ ମିଳିବ।

 

ବନ୍ଧୁଗଣ,

ସଡକ ଏବଂ ରେଳ ସଂଯୋଗିକରଣ ଯେପରି ଗୁରୁତ୍ୱପୂର୍ଣ୍ଣ, ବନ୍ଦର ଏବଂ ଜଳ ପରିବହନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଦଶନ୍ଧି ଧରି, ପୂର୍ବ ଭାରତର ଏହି ସମ୍ଭାବନାକୁ ବହୁତ୍ ଅବହେଳା କରାଯାଇଥିଲା। କିନ୍ତୁ , ଆଜି ଜଳପଥ ବାଣିଜ୍ୟ ଏବଂ ଶିଳ୍ପ ପ୍ରଗତି ପାଇଁ ନୂତନ ପଥ ଖୋଲୁଛି। ଏହି ଦିଗରେ, ଆଜି ବନ୍ଦର ଭିତ୍ତିଭୂମି ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରାଯାଇଛି ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । କୋଲକାତା ଏବଂ ହଲ୍ଦିଆ ପରି ବନ୍ଦରଗୁଡିକ ବହୁ ପୂର୍ବରୁ ପୂର୍ବ ଭାରତର ବାଣିଜ୍ୟର ପ୍ରମୁଖ କେନ୍ଦ୍ର  ରହି ଆସିଛି | ହଲ୍ଦିଆ ଡାକ୍ କମ୍ପ୍ଲେକ୍ସ, ଏହାର ଯାନ୍ତ୍ରିକକରଣ କରାଯାଉଛି | ଏହା କାର୍ଗୋ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବ, ବନ୍ଦରର କ୍ଷମତା ବୃଦ୍ଧି ପାଇବ ଏବଂ ବାଣିଜ୍ୟ ପାଇଁ ନୂତନ ସୁବିଧା ପ୍ରସ୍ତୁତ ହେବ | କୋଲକାତା ଡାକ୍ ବ୍ୟବସ୍ଥାରେ ଥିବା ବାସ୍କୁଲ ବ୍ରିଜର ନବୀକରଣ ମଧ୍ୟ କରାଯାଉଛି । ଖୀଦିରପୁର୍ ଡ଼ାକ୍ ରେ ଆମେ କାର୍ଗୋ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବା ଉପରେ ମଧ୍ୟ ଆମର ଗୁରୁତ୍ତ୍ବ ରହିଛି। ଏହି ସମସ୍ତ ପ୍ରକଳ୍ପ ଦ୍ବାରା ପୂର୍ବ ଭାରତର ଲଜିଷ୍ଟିକ୍ ସିଷ୍ଟମ ଆହୁରି  ମଜବୁତ ହେବ |

 

ବନ୍ଧୁଗଣ,

ସଡକ, ରେଳପଥ ଏବଂ ବନ୍ଦର ସହିତ ଜଡିତ ଏହି ନୂତନ ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗର ଆଧୁନିକ ଭବିଷ୍ୟତ ପାଇଁ ନୂତନ ରାସ୍ତା ଖୋଲୁଛି। ଏହାର ଲାଭ କୃଷକ, ବ୍ୟବସାୟୀ, ଉଦ୍ୟୋଗୀ, ଛାତ୍ର, ପତ୍ୟେକଙ୍କୁ ମିଳିବ। ପର୍ଯ୍ୟଟନ ପରି କ୍ଷେତ୍ରରେ ମଧ୍ୟ ନୂତନ ସୁଯୋଗ ସୃଷ୍ଟି ହେବ | ସ୍ଥାନୀୟ ଶିଳ୍ପ ଏବଂ ସେବା ଗତିଶୀଳ ହେବ | ଆମର ସଂକଳ୍ପ ହେଉଛି , ବଙ୍ଗଳା ସବୁବେଳେ ଯେମିତି ଭାରତକୁ ମାର୍ଗଦର୍ଶନ କରିଆସୁଛି, ପୁଣିଥରେ ‘ବିକଶିତ ବଙ୍ଗଳା’ହୋଇ ସେହି ଗୌରବ ହାସଲ କରିବା ଉଚିତ୍। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ଦୃଢ ସଂଯୋଗୀକରଣ ଏବଂ ଆଧୁନିକ ଭିତ୍ତିଭୂମି,  ଏହି ବିକଶିତ ବଙ୍ଗଳାର ମୂଳଦୁଆ ହେବ। ଏହି କାମନା ସହିତ, ମୁଁ ପୁଣି ଥରେ ଏହି ବିକାଶମୂଳକ ପ୍ରକଳ୍ପ ପାଇଁ ଆପଣ ସମସ୍ତଙ୍କୁ ବହୁତ୍-ବହୁତ୍ ଅଭିନନ୍ଦନ ଜଣାଉଛି | ବର୍ତ୍ତମାନ ଏହି ସରକାରୀ କାର୍ଯ୍ୟକ୍ରମ ସମାପ୍ତ ହେବା ମାତ୍ରେ ମୁଁ ଖୋଲା ପଡିଆକୁ ଯିବି, ଯେଉଁଠାରେ ସମଗ୍ର ବଙ୍ଗଳା ଏକତ୍ରିତ ହୋଇଛି, ସେଠାରେ ମୋତେ ପୁରା ବଂଗଳା ଦେଖିବାର ସୁଯୋଗ ମିଳିବ ଏବଂ ଜନତାସାଧାରଣଙ୍କ  ମଧ୍ୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସୈାଭାଗ୍ୟ ମୁଁ ପାଇବି | ଆଜିର ଏହି କାର୍ଯ୍ୟକ୍ରମ ପାଇଁ ଏତିକି ଯଥେଷ୍ଟ |

 

ବହୁତ- ବହୁତ ଧନ୍ୟବାଦ!

 

ବହୁତ-ବହୁତ ଶୁଭକାମନା !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth