“The Government of India is committed to the development of Lakshadweep”

ବରିଷ୍ଠ ଅଧିକାରୀଗଣ ଏବଂ ମୋର ପରିବାରବର୍ଗ !

 

ନମସ୍କାରମ୍‌!

ଲକ୍ଷ୍ୟଦ୍ୱୀପ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ । କିନ୍ତୁ ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲକ୍ଷ୍ୟଦ୍ୱୀପର ଭିତିଭୂମି ଉପରେ ସେତେଟା ଧ୍ୟାନ ଦିଆଗଲା ନାହିଁ । ଯଦିଓ ନୌପରିବହନ ଏଠାକାର ଜୀବନରେଖା ହୋଇ ରହିଆସିଛି । ଏହାସତ୍ୱେ ଏଠି ବନ୍ଦର ଭିତିଭୂମି ମଧ୍ୟ ଦୁର୍ବଳ ରହିଥିଲା । ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଏପରିକି ପେଟ୍ରୋଲ ଓ ଡିଜେଲ୍ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହିସବୁ ଆହ୍ୱାନ ଗୁଡିକର ବର୍ତମାନ ଆମ ସରାକର ସମାଧାନ କରୁଛନ୍ତି । ଲକ୍ଷ୍ୟଦ୍ୱୀପର ପ୍ରଥମ ପିଓଏଲ୍‌, ବୃହତ ଭଣ୍ଡାରଣ କେନ୍ଦ୍ର, କବରତୀ ଏବଂ ମିନିକାଁୟ ଦ୍ୱୀପରେ ନିର୍ମାଣ କରାଯାଇଛି । ବର୍ତମାନ ଏଠାରେ ଅନେକ କ୍ଷେତ୍ରରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଛି ।

ମୋ ପରିବାରଜନ,

ଗତ ଦଶନ୍ଧି ମଧ୍ୟରେ ଅଗତୀରେ ଅନେକ ବିକାଶମୂଳକ ପ୍ରକଳ୍ପ ସମ୍ପୂର୍ଣ୍ଣ  ହୋଇଛି । ବିଶେଷ ଭାବରେ ଆମର ମତ୍ସ୍ୟଜୀବୀ ବନ୍ଧୁମାନଙ୍କ ପାଇଁ ଆମେ ଏଠାରେ ଆଧୁନିକ ସୁବିଧାମାନ ସୃଷ୍ଟି କରିଛୁ । ବର୍ତମାନ ଅଗତୀରେ ବିମାନବନ୍ଦର ସହିତ ବରଫ କାରଖାନା ମଧ୍ୟ ରହିଛି । ଏହାଦ୍ୱାରା ସାମୁଦ୍ରିକ ଖାଦ୍ୟ ରପ୍ତାନି ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡିତ ଶିଳ୍ପ ଗୁଡିକ ପାଇଁ ଏଠାରେ ଅନେକ ନୂତନ ସମ୍ଭାବନା ସୃଷ୍ଟି ହେଉଛି । ଏବେ ତ ଏଠାରୁ ଟୁନା ମାଛ ରପ୍ତାନି ମଧ୍ୟ ଆରମ୍ଭ ହୋଇଛି । ଏହି କାରଣରୁ ଲକ୍ଷ୍ୟଦ୍ୱୀପର ମତ୍ସ୍ୟଜୀବୀ ବନ୍ଧୁମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇବା ପାଇଁ ପଥ ଉନ୍ମୁକ୍ତ ହୋଇଛି ।

 

ମୋ ପରିବାରଜନ,

 

ଏଠାରେ ବିଦ୍ୟୁତ୍ ଏବଂ ଉର୍ଜାର ଅନ୍ୟାନ୍ୟ ଆବଶ୍ୟକତାର ପୂରଣ ପାଇଁ ଏକ ବିଶାଳ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ ବିମାନ ଇନ୍ଧନ ଭଣ୍ଡାରଣ କେନ୍ଦ୍ର ମଧ୍ୟ ନିର୍ମାଣ ହୋଇଛି । ଏଥିରୁ ମଧ୍ୟ ଆପଣମାନଙ୍କୁ ବହୁତ ସୁବିଧା ମିଳିଛି । ମୋତେ କୁହାଯାଇଛି ଯେ ଅଗତୀ ଦ୍ୱୀପରେ ଥିବା ସମସ୍ତ ଘରେ ପାଇପ୍ ଜଳ ସୁବିଧା ମଧ୍ୟ ଉପଲବ୍ଧ ହୋଇସାରିଛି । ଗରିବଙ୍କ ଘର ହେଉ, ସେମାନଙ୍କ ପାଖରେ ଶୌଚାଳୟ ହେଉ, ବିଦ୍ୱ୍ୟତ୍‌, ଗ୍ୟାସ୍ ଭଳି ସୁବିଧା ଗୁଡିକରୁ କେହି ବି ବଂଚିତ ନରୁହନ୍ତୁ ଏହା ହିଁ ସରକାରଙ୍କ ପ୍ରୟାସ । ଅଗତୀ ସମେତ ସମଗ୍ର ଲକ୍ଷ୍ୟଦ୍ୱୀପର ବିକାଶ ପାଇଁ ଭାରତ ସରକାର ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୋର ଆସନ୍ତାକାଲି କବରତୀରେ ଏଭଳି ଅନେକ ବିକାଶମୂଳକ ପ୍ରକଳ୍ପ ଗୁଡିକୁ ଲକ୍ଷ୍ୟଦ୍ୱୀପର ଆପଣ ସମସ୍ତ ବନ୍ଧୁଙ୍କୁ ଭେଟି ଦେବାର ଅଛି । ଏହି ପ୍ରକଳ୍ପ ଗୁଡିକ ଦ୍ୱାରା ଲକ୍ଷ୍ୟଦ୍ୱୀପରେ ଇଂଟ୍‌ରନେଟ୍‌ର ସୁବିଧା ଉନ୍ନତ ହେବ । ଏଠାକାର ପର୍ଯ୍ୟଟନ କ୍ଷେତ୍ର ଅଧିକ ସମୃଦ୍ଧ ହେବ । ଆଜି ରାତିରେ ଆପଣମାନଙ୍କ ଗହଣରେ ଲକ୍ଷ୍ୟଦ୍ୱୀପରେ ହିଁ ମୋର ବିଶ୍ରାମ ନେବାର ଅଛିି । ଆସନ୍ତାକାଲି ସକାଳେ ପୁଣି ଆପଣମାନଙ୍କ ସହ ଭେଟ ହେବ, ଲକ୍ଷ୍ୟଦ୍ୱୀପର ଲୋକମାନଙ୍କ ସହ କଥାବାର୍ତା ହେବ । ମୋର ସ୍ୱାଗତ ସମ୍ମାନ କରିବାକୁ  ଆପଣମାନେ ଏତେ ଅଧିକ ସଂଖ୍ୟାରେ ଆସିଥିବାରୁ, ମୁଁ ଆପଣମାନଙ୍କୁ ଅନେକ-ଅନେକ ଧନ୍ୟବାଦ ଜଣାଉଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Standing for medical science, together with AIIMS

Media Coverage

Standing for medical science, together with AIIMS
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 8, 2026
April 08, 2026

Bold Vision, Tangible Wins: PM Modi’s India Leads in AI, EVs, Nuclear & Inclusive Entrepreneurship