With the inauguration and foundation stone laying of many development projects from Darbhanga, the life of the people of the state is going to become easier:PM
The construction of Darbhanga AIIMS will bring a huge change in the health sector of Bihar:PM
Our government is working with a holistic approach towards health in the country: PM
Under One District One Product scheme Makhana producers have benefited, Makhana Research Center has been given the status of a national institution, Makhanas have also received a GI tag:PM
We have given the status of classical language to Pali language: PM

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ରାଜ ଜନକ, ମାତା ସୀତା, କବିରାଜ ବିଦ୍ୟାପତିଙ୍କର ଏହି ପବିତ୍ର ମିଥିଲା ଭୂମିକୁ ପ୍ରଣାମ କରୁଛି । ଜ୍ଞାନ-ଧ୍ୟାନ-ପାନ୍‌-ମାଖନ...ଏହି ସମୃଦ୍ଧ ଗୌରବମୟ ଭୂମିରେ ଆପଣମାନେ ସମସ୍ତଙ୍କୁ ଅଭିନନ୍ଦନ ଦିଅନ୍ତୁ ।

ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀଗଣ, ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ଶ୍ରୀ ସମ୍ରାଟ ଚୌଧୁରୀ ଜୀ, ଦରଭଙ୍ଗାର ସାଂସଦଗଣ, ଭାଇ ଗୋପାଳ ଜୀ ଠାକୁର, ଅନ୍ୟ ସମସ୍ତ ସାଂସଦ, ବିଧାୟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମିଥିଳାର ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣ ସମସ୍ତଙ୍କୁ ପ୍ରଣାମ ।

ସାଥୀମାନେ

ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏକ ବିକଶିତ ଝାଡ଼ଖଣ୍ଡର ସ୍ୱପ୍ନ କୁ ସାକାର କରିବା ପାଇଁ ଝାଡ଼ଖଣ୍ଡବାସୀ ଭୋଟ୍ ଦେଉଛନ୍ତି। ମୁଁ ଝାଡ଼ଖଣ୍ଡର ସମସ୍ତ ଭୋଟରମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ମତଦାନରେ ଅଂଶଗ୍ରହଣ କରନ୍ତୁ।

ସାଥୀମାନେ

ମୁଁ ମିଥିଳାର ଭୂମିର ପୁତ୍ରୀ.... ମାଟିର ଝିଅ ଶାରଦା ସିହ୍ନାଙ୍କ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଶାରଦା ସିହ୍ନାଙ୍କ ଭୋଜପୁରୀ ଓ ମୈଥିଲି ସଙ୍ଗୀତ କ୍ଷେତ୍ରରେ ଯେଉଁ ସେବା, ତାହା ଅତୁଳନୀୟ । ବିଶେଷ କରି ସେ ନିଜ ଗୀତ ମାଧ୍ୟମରେ ମହାନ ପର୍ବ ଛଠର ମହିଳାକୁ ଯେପରି ଭାବରେ ସେ ନିଜ ଗୀତ ମାଧ୍ୟମରେ ସମଗ୍ର ବିଶ୍ୱ ପାଇଁ ଆଣିଥିଲେ ତାହା ଆଶ୍ଚର୍ଯ୍ୟଜନକ ।

 

ସାଥୀମାନେ

ଆଜି ବିହାର ସମେତ ସମଗ୍ର ଦେଶ ବିକାଶର ବଡ଼ - ବଡ଼ ଲକ୍ଷ୍ୟ ପୂରଣ ହେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଯେଉଁ ସୁବିଧା ଓ ପ୍ରକଳ୍ପ ବିଷୟରେ ଆଲୋଚନା ହେଉଥିଲା, ତାହା ଏବେ ବାସ୍ତବରୂପ ନେଉଛି। ଆମେ ଏକ ବିକଶିତ ଭାରତ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ । ଆମ ପିଢ଼ି ଭାଗ୍ୟବାନ ଯେ ଆମେ ଏହା ଦେଖୁଛୁ ଏବଂ ଏହାକୁ ସମ୍ପୂର୍ଣ୍ଣ କରିବାରେ ଆମେ ଯୋଗଦାନ ମଧ୍ୟ କରୁଛୁ ।

ସାଥୀମାନେ

ଆମ ସରକାର ସର୍ବଦା ଦେଶର ସେବା, ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ସେବାର ଏହି ଭାବନାକୁ ଏଠିକାର ବିକାଶ ସହ ଜଡିତ ୧୨ ହଜାର କୋଟି ଟଙ୍କାର ଗୋଟିଏ କାର୍ଯ୍ୟକ୍ରମର ୧୨ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଲୋକାର୍ପଣ କରାଯାଇଛି। ଏଥିରେ ସଡ଼କ, ରେଳ ଓ ଗ୍ୟାସ୍ ଭିତ୍ତିଭୂମି ସହ ଜଡ଼ିତ ଅନେକ ପ୍ରକଳ୍ପ ରହିଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦରଭଙ୍ଗାରେ ଏମ୍ସର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ ପଦକ୍ଷେପ ନିଆଯାଇଛି । ଦରଭଙ୍ଗା ଏମ୍ସ ନିର୍ମାଣ ବିହାରର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ । ଏହା ଦ୍ୱାରା ମିଥିଳା, କାଶୀ ଏବଂ ତିରହୁତ ଅଞ୍ଚଳରେ ଏହା ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନଙ୍କ ପାଇଁ ସୁବିଧାଜନକ ହେବ। ନେପାଳରୁ ଆସୁଥିବା ରୋଗୀମାନେ ମଧ୍ୟ ଏହି ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ। ଏମ୍ସର ଏଠାରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି କରିବ। ମୁଁ ଦରଭଙ୍ଗାକୁ, ମିଥିଳାକୁ ଏବଂ ସମଗ୍ର ବିହାରକୁ ଏହି ବିକାଶମୂଳକ କାର୍ଯ୍ୟ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

 

ସାଥୀମାନେ

ଆମ ଦେଶରେ ସବୁଠାରୁ ଅଧିକ ଜନସଂଖ୍ୟା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଅଟନ୍ତି, ଏବଂ ରୋଗ ମଧ୍ୟ ଏହି ବର୍ଗମାନଙ୍କୁ ଅଧିକ ପ୍ରଭାବିତ କରେ । ଏହି କାରଣରୁ ସେମାନଙ୍କ ଚିକିତ୍ସାରେ ଖର୍ଚ୍ଚ ମଧ୍ୟ ବହୁତ ଅଧିକ ହୋଇଥାଏ । ଆମେ ସମସ୍ତେ ସମାନ ପୃଷ୍ଠଭୂମିରୁ ଆସିଛୁ, ଗରିବ ଏବଂ ସାଧାରଣ ପରିବାରରୁ ଆସିଛୁ । ତେଣୁ ଯଦି ଘରେ କେହି ଗୁରୁତର ଅସୁସ୍ଥ ହୁଅନ୍ତି, ତେବେ ପୂରା ଘର କିପରି ସଙ୍କଟରେ ପଡିଥାଏ, ଆମେ ଏହି ଚିନ୍ତାକୁ ଭଲ ଭାବରେ ବୁଝି ପାରୁଛି। ଆଉ ପୂର୍ବ କାଳରେ ପରିସ୍ଥିତି ଅତ୍ୟନ୍ତ କଷ୍ଟକର ହେଉଥିଲା । ଡାକ୍ତରଖାନା ଗୁଡ଼ିକ ବହୁତ କମ୍ ଥିଲା, ଡାକ୍ତର ବହୁତ କମ୍ ଥିଲେ, ଔଷଧ ମହଙ୍ଗା ଥିଲା, ରୋଗ ନିର୍ଣ୍ଣୟ କରିବାକୁ ସ୍ଥାନ ନ ଥିଲା ଏବଂ ସରକାର ସବୁ ପ୍ରତିଶ୍ରୁତି ଏବଂ ଦାବିକୁ ନିଜ ସମସ୍ୟାରେ ରହୁଥିଲେ । ଏଠାରେ ବିହାରରେ ଯେତେବେଳେ ନୀତୀଶ ଜୀ କ୍ଷମତାକୁ ଆସି ନ ଥିଲେ, ସେତେବେଳେ ପର୍ଯ୍ୟନ୍ତ ଗରିବଙ୍କ ଏହି ଚିନ୍ତାକୁ ନେଇ କୌଣସି ଗମ୍ଭୀରତା ନ ଥିଲା। ଗରିବଙ୍କ ପାଖରେ ଏହି ରୋଗକୁ ଚୁପ୍ ଚାପ୍ ସହିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଏଭଳି ସ୍ଥିତିରେ ଆମ ଦେଶ କିପରି ଆଗକୁ ବଢ଼ିବ, ତେଣୁ ଉଭୟ ପୁରୁଣା ଚିନ୍ତାଧାରା ଓ ଆଭିମୁଖ୍ୟ ବଦଳିଯାଇଛି।

ସାଥୀମାନେ

ଆମ ସରକାର ଦେଶରେ ସ୍ୱାସ୍ଥ୍ୟ ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି । ଆମର ପ୍ରଥମ ପଦକ୍ଷେପ ହେଉଛି ସଠିକ୍ ଭାବରେ ରୋଗ ନିରାକରଣ, ଦ୍ୱିତୀୟ ଫୋକସ ରୋଗର ଉପଯୁକ୍ତ ଅନୁସନ୍ଧାନ ଉପରେ ରହିଛି, ତୃତୀୟ ଫୋକସ ହେଉଛି ଲୋକଙ୍କୁ ମାଗଣା ଏବଂ ସୁଲଭ ଚିକିତ୍ସା ଏବଂ ସୁଲଭ ଔଷଧ ଯୋଗାଇବା, ଆମର ଚତୁର୍ଥ ଫୋକସ ଛୋଟ ସହରରେ ମଧ୍ୟ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା । ଦେଶରେ ଡାକ୍ତରଅଭାବ କୁ ଦୂର କରିବା ପାଇଁ ଏବଂ ଆମର ପଞ୍ଚମ ଫୋକସ ହେଉଛି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରସାର ।

 

ଭାଇ ଏବଂ ଭଉଣୀମାନେ,

କୌଣସି ପରିବାର ଚାହାଁନ୍ତି ନାହିଁ ଯେ ତାଙ୍କ ଘରେ କୌଣସି ବ୍ୟକ୍ତି ଅସୁସ୍ଥ ରହୁ, ଏଥିପାଇଁ ଲୋକଙ୍କୁ ଆୟୁର୍ବେଦ, ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବିଷୟରେ କୁହାଯାଉଛି । ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଚାଲିଛି। ଅଧିକାଂଶ ସାଧାରଣ ରୋଗର କାରଣ ହେଉଛି ମଇଳା, ଦୂଷିତ ଖାଦ୍ୟପେୟ, ଖରାପ ଜୀବନଶୈଳୀ । ତେଣୁ ସ୍ୱଚ୍ଛ ଭାରତ ଅଭିଯାନ, ହର ଘର ଶୌଚାଳୟ, ନଳ ସେ ଜଳ ଭଳି ଅଭିଯାନ ଚାଲିଛି। ଏଭଳି କାର୍ଯ୍ୟକ୍ରମ କେବଳ ସହରକୁ ସ୍ୱଚ୍ଛ କରିନଥାଏ ବରଂ ରୋଗ ବ୍ୟାପିବାର ସମ୍ଭାବନାକୁ ମଧ୍ୟ ହ୍ରାସ କରିଥାଏ । ଏବଂ ମୁଁ ଜାଣିବାକୁ ପାଇଲି ଯେ ଦରଭଙ୍ଗାର ଏହି କାର୍ଯ୍ୟକ୍ରମ ପରେ ଆମର ମୁଖ୍ୟ ଶାସନ ସଚିବ ନିଜେ ଏଠାରେ ନେତୃତ୍ୱ ନେଇ ଗତ ତିନି-ଚାରି ଦିନ ଧରି ଦରଭଙ୍ଗାରେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ। ମୁଁ ତାଙ୍କୁ, ବିହାର ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ଦରଭଙ୍ଗାର ନାଗରିକମାନଙ୍କୁ ଏହି ସ୍ୱଚ୍ଛତା ଅଭିଯାନରେ ଯୋଗେ ଦେଉଥିବାରୁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ମୁଁ ଚାହୁଁଛି ଯେ ଏହି କାର୍ଯ୍ୟକ୍ରମ ଆଗାମୀ ୫-୭-୧୦ ଦିନ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଜାରି ରହୁୁ ।

ସାଥୀମାନେ

ଯଦି ଅଧିକାଂଶ ରୋଗ ଯଦି ସମୟ ପୂର୍ବରୁ ଚିକିତ୍ସା ଆରମ୍ଭ କରାଯାଏ, ତେବେ ତାହାକୁ ଗମ୍ଭୀର ହେବାରୁ ରୋକାଯାଇପାରିବ, କିନ୍ତୁ ବ୍ୟୟବହୁଳ ଚିକିତ୍ସା କାରଣରୁ ଲୋକମାନେ ଅନେକ ସମୟରେ ଏହି ରୋଗ ବିଷୟରେ ଜାଣି ପାରନ୍ତି, ତେଣୁ ଆମେ ସାରା ଦେଶରେ ଦେଢ଼ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରିଛୁ । ଏହା ଦ୍ୱାରା, କ୍ୟାନସର, ମଧୁମେହ ଭଳି ଅନେକ ରୋଗ ଚିହ୍ନଟ ହୋଇପାରିବେ ।

 

ସାଥୀମାନେ

ଆୟୁଷ୍ମାନ ଭାରତ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟିରୁ ଅଧିକ ଗରିବ ରୋଗୀଙ୍କର ଚିକିତ୍ସା କରାଯାଇଛି। ଯଦି ଆୟୁଷ୍ମାନ ଭାରତ ଯୋଜନା ନ ଥାନ୍ତା, ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇପାରି ନ ଥାନ୍ତେ। ମୁଁ ଏହି କଥା ନେଇ ସନ୍ତୁଷ୍ଟ ଯେ ଏମାନଙ୍କ ଜୀବନରେ ବହୁ ବଡ ଚିନ୍ତା ଏନଡିଏ ସରକାରଙ୍କ ଯୋଜନା ଦ୍ୱାରା ଦୂର ହୋଇଛି । ଆଉ ଏହି ଗରିବ ଲୋକମାନେ ସରକାରୀ ଚିକିତ୍ସାଳୟ ସହିତ ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଆୟୁଷ୍ମାନ ଯୋଜନାରୁ କୋଟି କୋଟି ପରିବାର ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି, ଯଦି ସରକାର ଏହି ୧.୨୫ ଲକ୍ଷ କୋଟି ଟଙ୍କା ଦେବାକୁ ଘୋଷଣା କରିଥାନ୍ତେ, ତେବେ ମାସ ସାରା ମୁଖ୍ୟ ଖବରରେ ଚର୍ଚ୍ଚା ହୋଇଥାନ୍ତି ଯେ ଯୋଜନା ଦ୍ୱାରା ଦେଶର ନାଗରିକଙ୍କ ପକେଟରେ ୧.୨୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ।

ଭାଇ ଏବଂ ଭଉଣୀମାନେ,

ନିର୍ବାଚନ ସମୟରେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଇଥିଲି ଯେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବୟସ୍କଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନା ଅଧୀନରେ ଅଣାଯିବ। ମୁଁ ମୋର ଗ୍ୟାରେଣ୍ଟି ପୂରଣ କରିଛି । ବିହାରରେ ମଧ୍ୟ ୭୦ ବର୍ଷରୁ ଅଧିକ ଯେତେ ବୟସ୍କ ଅଛନ୍ତି, ପରିବାରର ରୋଜଗାର କିଛି ହୋଇଥିଲେ ସେମାନଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ଆରମ୍ଭ ହୋଇଛି। ଖୁବଶୀଘ୍ର ସମସ୍ତ ବରିଷ୍ଠ ନାଗରିକମାନଙ୍କ ପାଖରେ ଆୟୁଷ୍ମାନ ଭାୟା ବନ୍ଦନା କାର୍ଡ ରହିବ । ଆୟୁଷ୍ମାନ ସହିତ ଜନ ଔଷଧି କେନ୍ଦ୍ରରେ ଖୁବ୍ କମ୍ ଦାମରେ ଔଷଧ ଦିଆଯାଉଛି।

 

ସାଥୀମାନେ

ଉନ୍ନତ ସ୍ୱାସ୍ଥ୍ୟ ଦିଗରେ ଆମର ଚତୁର୍ଥ ପଦକ୍ଷେପ ହେଉଛି ଛୋଟ ସହରରେ ମଧ୍ୟ ସର୍ବୋତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରିବା, ଡାକ୍ତରଙ୍କ ଅଭାବକୁ ଦୂର କରିବା । ଆପଣ ଦେଖନ୍ତୁ, ସ୍ୱାଧୀନତାର ୬୦ ବର୍ଷ ଧରି ଦେଶରେ କେବଳ ଗୋଟିଏ ଏମ୍ସ ଥିଲା ଏବଂ ତାହା ମଧ୍ୟ ଦିଲ୍ଲୀରେ । ପ୍ରତ୍ୟେକ ଗମ୍ଭୀର ରୋଗର ଲୋକ ମାନେ ଦିଲ୍ଲୀ ଏମ୍ସକୁ ଯାଉଥିଲେ । କଂଗ୍ରେସ ସରକାର ସମୟରେ ଚାରି ପାଞ୍ଚୋଟି ଏମ୍ସ ପ୍ରତିଷ୍ଠା ହେବା ଘୋଷଣା ହୋଇଥିଲା । ସେଥିରୁ କେବେ ଠିକ୍ ଭାବେ ଚିକିତ୍ସା ଆରମ୍ଭ ହୋଇପାରି ନ ଥିଲା । ଆମ ସରକାର ମଧ୍ୟ ଡାକ୍ତରଖାନାର ଏହି ରୋଗକୁ ଦୂର କରିବା ସହ ଦେଶର କୋଣ ଅନୁକୋଣରେ ନୂତନ ଏମ୍ସ ନିର୍ମାଣ କରିଛନ୍ତି । ଏବେ ସାରା ଦେଶରେ ପାଖାପାଖି ଦୁଇ ଡର୍ଜନ ଏମ୍ସ ରହିଛି। ବିଗତ ୧୦ ବର୍ଷ ମଧ୍ୟରେ ଦେଶରେ ମେଡିକାଲ କଲେଜ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି, ଏହା ଚିକିତ୍ସା ପାଇଁ ସୁବିଧା ପ୍ରଦାନ କରିଛି ଏବଂ ଆମର ବହୁ ସଂଖ୍ୟକ ଯୁବ ଡାକ୍ତର ମଧ୍ୟ ଡାକ୍ତର ହୋଇଛନ୍ତି । ପ୍ରତିବର୍ଷ ବିହାରର ଅନେକ ଯୁବକ ଦରଭଙ୍ଗା ଏମ୍ସରୁ ବାହାରି ଡାକ୍ତର ଭାବେ କାମ କରିବେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାମ ହେଲା, ଯଦି ଆପଣ ପ୍ରଥମେ ଡାକ୍ତର ହେବାକୁ ଚାହୁଁଛନ୍ତି ତେବେ ଇଂରାଜୀ ଜାଣିବା ଜରୁରୀ ଥିଲା । ଏବେ ମଧ୍ୟବିତ୍ତ ଗରିବ ପରିବାରର ପିଲାମାନେ ଇଂରାଜୀରେ ପାଠ ପଢ଼ିବେ, ଏତେ ଟଙ୍କା କେଉଁଠୁ ଆଣିବେ ଏବଂ ସେଥିପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏବେ ଡାକ୍ତର ହୁଅନ୍ତୁ କି ଇଞ୍ଜିନିୟରିଂ ପଢିବେ, ମାତୃଭାଷାରେ ଡାକ୍ତର ହୋଇପାରିବେ, ମାତୃଭାଷାରେ ପାଠ ପଢି ଇଞ୍ଜିନିୟର ହୋଇପାରିବେ । ଆଉ ମୋର ଏହି କାମ ହେଉଛି କର୍ପୁରୀ ଠାକୁରଜୀଙ୍କ ପ୍ରତି ସବୁଠାରୁ ବଡ ଶ୍ରଦ୍ଧାଞ୍ଜଳି, ସେ ସବୁବେଳେ ସ୍ୱପ୍ନ ଦେଖୁଥିଲେ । ଆମେ ସେହି କାମ କରିଛୁ। ଗତ ୧୦ ବର୍ଷ ମଧ୍ୟରେ ଆମେ ଏକ ଲକ୍ଷ ନୂଆ ମେଡିକାଲ ସିଟ୍ ଯୋଡ଼ିଛୁ। ଆଗାମୀ ୫ ବର୍ଷ ମଧ୍ୟରେ ଆମେ ଦେଶରେ ୭୫,୦୦୦ ନୂଆ ମେଡିକାଲ ସିଟ୍ ଯୋଡିବାକୁ ଯାଉଛୁ । ଆମ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ଦ୍ୱାରା ବିହାରର ଯୁବବର୍ଗ ମଧ୍ୟ ଉପକୃତ ହେବେ। ଆମେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଡାକ୍ତରୀ ଶିକ୍ଷା ଦେବାର ବିକଳ୍ପ ମଧ୍ୟ ପ୍ରଦାନ କରୁଛୁ । ଗରିବ, ଦଳିତ, ପଛୁଆ ଓ ଆଦିବାସୀ ପରିବାରର ପିଲାମାନେ ମଧ୍ୟ ଡାକ୍ତର ହୋଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି।

 

ସାଥୀମାନେ

କ୍ୟାନସର ମୁକାବିଲା ପାଇଁ ଆମ ସରକାର ଏକ ବଡ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ମୁଜାଫରପୁରରେ ନିର୍ମାଣ ହେବାକୁ ଥିବା ଏହି କ୍ୟାନସର ହସ୍ପିଟାଲ ବିହାରର କର୍କଟ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହେବ । ଏହି ଡାକ୍ତରଖାନାରେ କର୍କଟ ଚିକିତ୍ସାର ସମସ୍ତ ସୁବିଧା ଗୋଟିଏ ଛାତ ତଳେ ଉପଲବ୍ଧ ହେବ। ବର୍ତ୍ତମାନ ସୁଦ୍ଧା ଚିକିତ୍ସା ପାଇଁ ଦିଲ୍ଲୀ, ମୁମ୍ବାଇ ଯିବାକୁ ଥିବା ରୋଗୀଙ୍କୁ ଏଠାରେ ଉନ୍ନତ ଚିକିତ୍ସା ମିଳିବ। ଏବଂ ମୁଁ ଖୁସି ଯେ ଆଗାମୀ ସମୟରେ ବିହାରକୁ ଏକ ବଡ଼ ଚକ୍ଷୁ ଚିକିତ୍ସାଳୟ ମିଳିବାକୁ ଯାଉଛି । ବର୍ତ୍ତମାନ ଆମ ମଙ୍ଗଳଜୀ କହୁଥିଲେ ଯେ କିଛି ଦିନ ତଳେ ଯେତେବେଳେ ମୁଁ କାଶୀରେ ଥିଲି, କାଞ୍ଚି କାମକୋଟିର ଶଙ୍କରାଚାର୍ଯ୍ୟଜୀଙ୍କ ଆଶୀର୍ବାଦରେ ସେଠାରେ ଏକ ବହୁତ ବଡ଼ ଚକ୍ଷୁ ଚିକିତ୍ସାଳୟ ନିର୍ମାଣ କରାଯାଇଛି । କାଶୀରେ ଏକ ବହୁତ ଭଲ ଡାକ୍ତରଖାନା ନିର୍ମାଣ କରାଯାଇଛି । ଯେତେବେଳେ ମୁଁ ଗୁଜୁରାଟରେ ଥିଲି, ଏହା ପ୍ରଥମେ ମୋ ଗୁଜରାଟରେ ନିର୍ମିତ ହୋଇଥିଲା, ତେଣୁ ମୁଁ ଅନୁଭବ କଲି ଯେ ମୁଁ ମୋ ଗୁଜରାଟରେ ଯେଉଁ ଡାକ୍ତରଖାନା ଦେଖିଲି, ଯାହା ମୁଁ କାଶୀର ସାଂସଦ ହୋଇଥିଲି, ଏହାର ସେବା ମଧ୍ୟ ଉତ୍ତମ.... ତେଣୁ ମୁଁ ତାଙ୍କୁ ଅନୁରୋଧ କଲି ଯେ ମୁଁ ମୋ ବିହାରରେ ଏଭଳି ଏକ ଚକ୍ଷୁ ଚିକିତ୍ସାଳୟ ଚାହୁଁଛି । ଏବଂ ସେ ମୋ ର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋତେ କହୁଥିଲେ ଯେ ଯଦି ଏହି ପ୍ରକ୍ରିୟା ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି, ତେବେ ଭଲ ଆଖି ପାଇଁ ଏକ ଭଲ ଡାକ୍ତରଖାନା ଉପଲବ୍ଧ ହେବ । ଏହି ନୂତନ ଚକ୍ଷୁ ଚିକିତ୍ସାଳୟ ମଧ୍ୟ ଏହି ଅଞ୍ଚଳବାସୀଙ୍କ ପାଇଁ ବହୁତ ସହାୟକ ହେବ ।

ସାଥୀମାନେ

ନୀତୀଶ ବାବୁଙ୍କ ନେତୃତ୍ୱରେ ବିହାର ଯେଉଁ ସୁଶାସନ ମଡେଲ ବିକଶିତ କରିଛି ତାହା ଆଶ୍ଚର୍ଯ୍ୟଜନକ। ବିହାରକୁ ଜଙ୍ଗଲରାଜରୁ ମୁକ୍ତ କରିବାରେ ତାଙ୍କର ଭୂମିକା ଯେତିକି ପ୍ରଶଂସା, କରାଯିବ ତାହା କମ୍ ହେବ, ଏନଡିଏର ଡବଲ ଇଞ୍ଜିନ ସରକାର ବିହାରରେ ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ବିହାରର ଦ୍ରୁତ ବିକାଶ କେବଳ ଉତ୍ତମ ଭିତ୍ତିଭୂମି ଏବଂ କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦ୍ୱାରା ସମ୍ଭବ ହେବ । ଏନଡିଏ ସରକାର ଏହି ରୋଡ୍ ମ୍ୟାପ୍ ଉପରେ କାମ କରୁଛନ୍ତି। ଏଠାରେ ନିର୍ମିତ ଭିତ୍ତିଭୂମି ନିର୍ମାଣ, ବିମାନବନ୍ଦର ଓ ଏକ୍ସପ୍ରେସ୍ ୱେ ଦ୍ୱାରା ଆଜି ବିହାରର ପରିଚୟ ସୁଦୃଢ଼ ହେଉଛି। ଉଡ଼ାନ ଯୋଜନାରେ ଦରଭଙ୍ଗାରେ ବିମାନବନ୍ଦର ଆରମ୍ଭ ହୋଇଥିବାରୁ ଦିଲ୍ଲୀ-ମୁମ୍ବାଇ ଭଳି ସହରକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଏଠାରୁ ରାଞ୍ଚିକୁ ମଧ୍ୟ ବିମାନ ଉଡ଼ାଣ ସେବା ଆରମ୍ଭ ହେବ। ୫୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆମାସ ଦରଭଙ୍ଗା ଏକ୍ସପ୍ରେସ ୱେର କାମ ମଧ୍ୟ ଚାଲିଛି । ଆଜି ୩୪୦୦ କୋଟି ଟଙ୍କା ବ୍ୟୟରେ ସିଟି ଗ୍ୟାସ୍ ବିତରଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଆଉ ଯେମିତି ଘରେ ଥିବା ଟ୍ୟାପ୍ ରୁ ପାଣି ଆସିବ, ସେହିଭଳି ଟ୍ୟାପ୍ ରୁ ଗ୍ୟାସ ଆସିବା ଆରମ୍ଭ ହେବ ଏବଂ ଏହା ଶସ୍ତା ମଧ୍ୟ ହେବ । ବିକାଶର ଏହି ମହାଯଜ୍ଞ ବିହାରର ଭିତ୍ତିଭୂମିକୁ ଏକ ନୂତନ ଶିଖରକୁ କୁ ନେଇଯାଉଛି । ଏହାଦ୍ୱାରା ଏଠାରେ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।

 

ସାଥୀମାନେ

ଦରଭଙ୍ଗା ସମ୍ପର୍କରେ କୁହାଯାଏ- ପଗ-ପଗ ପୋଖରୀ ମାଛ ମାଖନ, ମଧୁର ବୋଲ ମୁସ୍କି ମୁଖ ପାନ ବିଷୟରେ କୁହାଯାଏ । ଏହି ଅଞ୍ଚଳର କୃଷକ, ମଖାନା ଚାଷୀ ଓ ମତ୍ସ୍ୟ ଚାଷୀଙ୍କ କଲ୍ୟାଣ ପାଇଁ ମଧ୍ୟ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ପିଏମ କିଷାନ ସମ୍ମାନ ନିଧି ଅଧୀନରେ ବିହାରର କୃଷକମାନଙ୍କୁ ୨୫,୦୦୦ କୋଟି ଟଙ୍କାରୁ ଅଧିକମିଳିଛି । ମିଥିଳାର ଚାଷୀମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଆମର ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ଦ୍ୱାରା ଏଠାକାର ମଖାନା ଚାଷୀମାନେ ଦେଶ ଓ ବିଶ୍ୱର ବଜାରରେ ପହଞ୍ôଚପାରୁଛନ୍ତି। ମଖାନା ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଖାନା ଗବେଷଣା କେନ୍ଦ୍ରକୁ ଜାତୀୟ ଅନୁଷ୍ଠାନର ମାନ୍ୟତା ଦିଆଯାଇଛି। ମଖାନାକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି। ସେହିଭଳି ମତ୍ସ୍ୟ ସମ୍ପଦ ଯୋଜନାରେ ଆମେ ସବୁ ସ୍ତରରେ ମତ୍ସ୍ୟ ଚାଷୀଙ୍କୁ ସାହାଯ୍ୟ କରୁଛୁ। ମତ୍ସ୍ୟ ଉତ୍ପାଦକମାନେ କିଷାନ କ୍ରେଡିଟ୍ କାର୍ଡର ଲାଭ ପାଇବା ଆରମ୍ଭ କରିଛନ୍ତି। ଏଠାରେ ମିଳୁଥିବା ମଧୁର ଜଳ ମାଛର ମଧ୍ୟ ଏକ ବିରାଟ ବଜାର ଅଛି, ସେମାନେ ପିଏମ ମତ୍ସ୍ୟ ସମ୍ପଦ ଯୋଜନାରୁ ମଧ୍ୟ ବହୁତ ସାହାଯ୍ୟ ପାଉଛନ୍ତି । ଆମେ ଭାରତକୁ ବିଶ୍ୱର ଏକ ପ୍ରମୁଖ ମାଛ ରପ୍ତାନିକାରୀ ଭାବରେ ବିକଶିତ କରୁଛୁ । ଦରଭଙ୍ଗାର ମତ୍ସ୍ୟଚାଷୀମାନେ ମଧ୍ୟ ଏଥିରୁ ଅନେକ ଲାଭ ପାଇବେ ବୋଲି ନିଶ୍ଚିତ।

ସାଥୀମାନେ

ବନ୍ୟା କାରଣରୁ କୋସି ଓ ମିଥିଳା ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଆମେ ସଚ୍ଚୋଟ ଭାବରେ କାର୍ଯ୍ୟ କରୁଛୁ । ଚଳିତ ବର୍ଷ ବଜେଟରେ ଆମେ ବିହାରର ବନ୍ୟା ସମସ୍ୟାର ମୁକାବିଲା ପାଇଁ ଏକ ବ୍ୟାପକ ଯୋଜନା ଘୋଷଣା କରିଛୁ । ମୋର ବିଶ୍ୱାସ ଯେ ନେପାଳ ସହ ମିଶି ଆମେ ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରିବୁ । ଆମ ସରକାର ଏହା ସହ ଜଡିତ ୧୧,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପ ଉପରେ ମଧ୍ୟ କାମ କରୁଛନ୍ତି ।

ସାଥୀମାନେ

ଆମ ବିହାର ଭାରତର ଐତିହ୍ୟର ଏକ ମହାନ କେନ୍ଦ୍ର । ଏହି ଐତିହ୍ୟକୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ । ସେଥିପାଇଁ ଏନଡିଏ ସରକାର ବିକାଶ ର ମନ୍ତ୍ର ଓ ଐତିହ୍ୟ ଉପରେ ମଧ୍ୟ ଚାଲୁଛି । ଆଜି ନାଳନ୍ଦା ବିଶ୍ୱବିଦ୍ୟାଳୟ ନିଜର ପୁରୁଣା ଗୌରବ ଫେରାଇ ଆଣିବା ଦିଗରେ ଆଗେଇ ଚାଲିଛି।

 

ସାଥୀମାନେ

ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ବିଭିନ୍ନ ଭାଷା ମଧ୍ୟ ଆମର ମୂଲ୍ୟବାନ ଐତିହ୍ୟ ଅଟେ। ସେମାନଙ୍କ ସହ କଥା ହେବା ଜରୁରୀ, ସେମାନଙ୍କୁ ବଞ୍ଚାଇବା ମଧ୍ୟ ଜରୁରୀ । ନିକଟରେ ଆମେ ପାଲିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛୁ। ଏହି ଭାଷାରେ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଏବଂ ବିହାରର ପ୍ରାଚୀନ ମହିମାର ବିସ୍ତୃତ ବର୍ଣ୍ଣନା ରହିଛି । ଯୁବପିଢ଼ିଙ୍କ ନିକଟରେ ଏହି ସୂଚନା ପହଞ୍ଚାଇବା ଜରୁରୀ ଏବଂ ମୁଁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ ଏନଡିଏ ସରକାର ହିଁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ମୈଥିଲି ଭାଷାକୁ ଅନ୍ତର୍ଭୁକ୍ତ କରିଥିଲେ । ଝାଡ଼ଖଣ୍ଡରେ ମଧ୍ୟ ମୈଥିଲିକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ଦିଆଯାଇଛି।

ସାଥୀମାନେ

ମିଥିଳାଞ୍ଚରେ ଦରଭଙ୍ଗାରେ ପ୍ରତି ପାଦରେ ଆମ ର ସାଂସ୍କୃତିକ ସମୃଦ୍ଧି ଦେଖିବାକୁ ମିଳୁଛି । ମାତା ସୀତାଙ୍କ ସଂସ୍କାର ଏହି ପୃଥିବୀକୁ ସମୃଦ୍ଧ କରିଥାଏ । ଏନଡିଏ ସରକାର ଆମ ଦରଭଙ୍ଗା ସମେତ ଦେଶର ଏକ ଡର୍ଜନରୁ ଅଧିକ ସହରକୁ ରାମାୟଣ ସର୍କିଟ ସହ ସଂଯୋଗ କରୁଛନ୍ତି । ଏହା ଦ୍ୱାରା ଏହି ଅଞ୍ଚଳରେ ପର୍ଯ୍ୟଟନ କୁ ପ୍ରୋତ୍ସାହନ ମିଳିବ । ଦରଭଙ୍ଗା, ସୀତାମଢି, ଅଯୋଧ୍ୟା ରୋଡ୍ ରେ ମଧ୍ୟ ଅମୃତ ଭାରତ ଟ୍ରେନ୍ ଲୋକଙ୍କୁ ବହୁତ ସାହାଯ୍ୟ କରିଛି।

ସାଥୀମାନେ

ଆଜି ଆପଣମାନଙ୍କ ସହ କଥା ବାର୍ତ୍ତା କରିବା ସମୟରେ ମୁଁ ଦରଭଙ୍ଗା ରାଜ୍ୟର ମହାରାଜା କାମେଶ୍ୱର ସିଂହଜୀଙ୍କ ଅବଦାନକୁ ମଧ୍ୟ ମନେ ପକାଉଛି । ସ୍ୱାଧୀନତା ପୂର୍ବରୁ ଓ ପରେ ଭାରତର ବିକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମୋ ନିର୍ବାଚନ ମଣ୍ଡଳୀ କାଶୀରେ ତାଙ୍କ କାମକୁ ନେଇ ଅନେକ ଚର୍ଚ୍ଚା ହେଉଛି। ମହାରାଜା କାମେଶ୍ୱର ସିଂହଙ୍କ ସାମାଜିକ କାର୍ଯ୍ୟ ଦରଭଙ୍ଗାର ଗୌରବ, ଆମ ସମସ୍ତଙ୍କ ପାଇଁ ପ୍ରେରଣା।

 

ସାଥୀମାନେ

ଦିଲ୍ଲୀରେ କେନ୍ଦ୍ରରେ ମୋ ସରକାର ଏବଂ ବିହାରରେ ନୀତୀଶଙ୍କ ସରକାର ବିହାରର ପ୍ରତ୍ୟେକ ସ୍ୱପ୍ନ କୁ ସାକାର କରିବା ପାଇଁ ଏକାଠି କାମ କରୁଛନ୍ତି । ବିହାରବାସୀଙ୍କୁ ଆମର ବିକାଶ ଓ ଜନକଲ୍ୟାଣକାରୀ ଯୋଜନାର ସର୍ବାଧିକ ଲାଭ ପ୍ରଦାନ କରିବା ଆମର ପ୍ରୟାସ । ଦରଭଙ୍ଗା ଏମ୍ସ ପାଇଁ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆଗାମୀ ନିର୍ମାଣ ପର୍ବ ପାଇଁ ଆପଣସମସ୍ତଙ୍କୁ ମୋର ଶୁଭେଚ୍ଛା । ମୋ ସହିତ କୁହନ୍ତୁ –

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"