ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
“ଯେତେବେଳେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରେ ଭାରତର ଗତି ଏବଂ ପ୍ରଗତି ଦେଖିବାକୁ ମିଳେ”
“ଭାରତୀୟ ରେଳ ସମସ୍ତଙ୍କୁ ଏକତ୍ର କରି ଗୋଟିଏ ରଜୁରେ ବାନ୍ଧି ରଖେ”
“ ବିଶ୍ୱରେ ଅତ୍ୟଧିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଏହାର ବିକାଶର ଗତି ଜାରି ରଖିଛି”
“ନୂତନ ଭାରତ ସ୍ୱଦେଶୀ ଭାବରେ ଜ୍ଞନକୌଶଳ ସୃଷ୍ଟି କରୁଛି ଏବଂ ଏହାକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ନେଉଛି”
“ଓଡିଶା ଦେଶର ସେହି ରାଜ୍ୟମାନଙ୍କ ମଧ୍ୟରେ ସାମିଲ ହୋଇଛି ଯେଉଁଠାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହାସଲ କରାଯାଇଛି”
“ଭିତ୍ତିଭୂମି କେବଳ ଲୋକଙ୍କ ଜୀବନକୁ ସହଜ କରେ ନାହିଁ ବରଂ ସମାଜକୁ ସଶକ୍ତ କରିଥାଏ”
“ଦେଶ ‘ଜନ ସେବା ହିଁ ପ୍ରଭୁ ସେବା’ ର ଆବେଗ ସହିତ ଗତି କରୁଛି - ଲୋକଙ୍କ ସେବା ହେଉଛି ଈଶ୍ୱରଙ୍କ ସେବା”
“ଭାରତର ଦ୍ରୁତ ବିକାଶ ପାଇଁ ରାଜ୍ୟଗୁଡ଼ିକର ସନ୍ତୁଳିତ ବିକାଶ ଆବଶ୍ୟକ”
“ଓଡିଶା ଯେଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବ ସେଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ

ଜୟ ଜଗନ୍ନାଥ

ଓଡ଼ିଶାର ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଜୀ, ମୋର ମିତ୍ର ଶ୍ରୀ ନବୀନ ପଟ୍ଟନାୟକ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ବିଶ୍ୱେଶ୍ୱର ଟଡୁ ଜୀ, ଅନ୍ୟ ସମସ୍ତ ମହାନୁବ ଏବଂ ସମସ୍ତ ପଶ୍ଚିମବଙ୍ଗ ଏବଂ ମୋର ଭାଇ ଓ ଭଉଣୀମାନେ!

ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକମାନଙ୍କୁ ବଂଦେ ଭାରତ ଟ୍ରେନର ଉପହାର ମିଳିଛି । ବଂଦେ ଭାରତ ଟ୍ରେନ, ଆଧୁନିକ ଭାରତ ଏବଂ ଆକାଂକ୍ଷୀ ଭାରତୀୟ, ଉଭୟର ପ୍ରତୀକ ହୋଇପାରିଛି । ଆଜି ଯେତେବେଳେ ବଂଦେ ଭାରତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଛି, ସେତେବେଳେ ଏଥିରେ ସାମିଲ ଭାରତର ଗତି ଦେଖାଯାଉଛି ଏବଂ ଭାରତର ପ୍ରଗତି ମଧ୍ୟ ଦେଖାଯାଉଛି ।

ବର୍ତ୍ତମାନ ବଙ୍ଗ ଏବଂ ଓଡ଼ିଶାରେ ବଂଦେ ଭାରତର ଏହି ଗତି ପ୍ରଗତିକୁ ସ୍ପର୍ଶ କରିପାରୁଛି । ଏହା ଦ୍ୱାରା ରେଳଯାତ୍ରାର ଅନୁଭୂତି ମଧ୍ୟ ପରିବର୍ତ୍ତନ ହେବ ଏବଂ ବିକାଶର ଅର୍ଥ ମଧ୍ୟ ବଦଳିଯିବ, ବର୍ତ୍ତମାନ କଲିକତାରୁ ଦର୍ଶନ ପାଇଁ ପୁରୀ ଯିବାକୁ ଅଛି କିମ୍ବା ପୁରୀରୁ କଲିକତା କୌଣସି କାମ ପାଇଁ ଯିବାକୁ ଅଛି, ଏହି ଯାତ୍ରା ମାତ୍ର ସାଢ଼େ ୬ ଘଣ୍ଟାର ରହିବ । ଏହାଦ୍ୱାରା ବ୍ୟବସାୟ ମଧ୍ୟ ବଢ଼ିବ ଏବଂ ଯୁବକମାନଙ୍କ ପାଇଁ ନୂତନ ଅବସର ମଧ୍ୟ ପ୍ରସ୍ତୁତ ହେବ । ମୁଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକମାନଙ୍କୁ ଏଥିପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ,

ଯେତେବେଳେ ମଧ୍ୟ କେହି ନିଜ ପରିବାର ସହିତ କେଉଁଠିକୁ ଦୂର ଯାତ୍ରାରେ ଯିବାକୁ ହେବ ସେତେବେଳେ ରେଳ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲା, ତାହାର ପ୍ରାଥମିକତା ମଧ୍ୟ ରହିଥିଲା । ଆଜି ଓଡ଼ିଶାର ରେଳ ପରିଦୃଶ୍ୟ ପାଇଁ ଆହୁି ମଧ୍ୟ ଅନେକ ବଡ଼ କାମ ହୋଇଛି । ପୁରୀ ଏବଂ କଟକ ରେଳଯାତ୍ରୀମାନଙ୍କ ପାଇ ଆଧୁନିକୀକରଣର ଶିଳାନ୍ୟାସ ହେଉ, ରେଳ ଲାଇନର ଦୋହରୀକରଣର କାର୍ଯ୍ୟ ହେଉ, କିମ୍ବା ଓଡ଼ିଶାରେ ରେଳ ଲାଇନର ଶତ ପ୍ରତିଶତର ଲକ୍ଷ୍ୟ ପ୍ରାପ୍ତି ହେଉ, ମୁଁ ଏହି ସମସ୍ତ କାର୍ଯ୍ୟ ପାଇଁ ଓଡ଼ିଶାର ଲୋକମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଏହି ସମୟ ସ୍ୱାଧୀନତାର ଅମୃତ କାଳର ସମୟ ଅଟେ, ଭାରତର ଏକତାକୁ ମଜବୁତ କରିବାର ସମୟ ଅଟେ, ଯେତେ ଅଧିକ ଏକତା ହେବ, ଭାରତର ସାମୂହିକ ସାମର୍ଥ୍ୟ ସେତିକି ଅଧିକ ଶିଖରରେ ପହଂଚିବ । ଏହି ବଂଦେ ଭାରତ ଟ୍ରେନ ଏହି ଭାବନାର ମଧ୍ୟ ପ୍ରତିବିମ୍ବ ଅଟେ । ଅମୃତରେ ବଂଦେ ଭାରତ ଟ୍ରେନ, ବିକାଶର ଇଞ୍ଜିନ ମଧ୍ୟ ପ୍ରସ୍ତୁତ ହେଉଛି ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ମଧ୍ୟ ଆଗକୁ ବଢ଼ାଯାଉଛି ।

ଭାରତୀୟ ରେଳବାଇ ଇତିହାସରେ, ଏକ ସୂତ୍ରରେ ବାନ୍ଧି ରଖିଛି । ବଂଦେ ଭାରତ ଟ୍ରେନ ମଧ୍ୟ ନିଜେ ଏହି ଆଧାରରେ ଚାଲି ଆଗକୁ ବଢ଼ୁ । ଏହି ବଂଦେ ଭାରତ, ବଙ୍ଗ ଏବଂ ଓଡ଼ିଶା ମଧ୍ୟରେ, ହାୱଡ଼ା ଏବଂ ପୁରୀ ମଧ୍ୟରେ, ଯେଉଁ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ଅଛି, ତାହା ଆହୁରି ଶକ୍ତିଶାଳୀ ହେବ । ଆଜି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏମିତି ହିଁ ପ୍ରାୟ ୧୫ଟି ବଂଦେ ଭାରତ ଟ୍ରେନ ଚଳାଚଳ କରିଛି । ଏହି ଆଧୁନିକ ଟ୍ରେନ ଦେଶର ଉଦ୍ୟୋଗ ଜଗତକୁ ମଧ୍ୟ ଗତି ଦେବ ।

ସାଥୀମାନେ,

ଗତ ବର୍ଷରେ ଭାରତ କଠିନରୁ କଠିନ ବୈଶ୍ୱିକ ପରିସ୍ଥିତି ମଧ୍ୟରେ ମଧ୍ୟ ନିଜର ବିକାଶର ଗତିକୁ ସ୍ଥିର ରଖିଛି । ଏହା ପଛରେ ଗୋଟିଏ ବଡ଼ କାରଣ ହେଉଛି ଯେ ଏହି ବିକାଶରେ ପ୍ରତ୍ୟେକ ରାଜ୍ୟର ଭାଗିଦାରୀ ରହିଛି, ଦେଶ ପ୍ରତ୍ୟେକ ରାଜ୍ୟକୁ ନେଇ ଆଗକୁ ବଢୁଛି । ଦିନ ଥିଲା, ଯେତେବେଳେ କୌଣସି ନୂତନ ପଦ୍ଧତି ଆସିଥାଏ ସେତେବେଳେ ନୂତନ ସୁବିଧା ସୃଷ୍ଟି ହୋଇଥାଏ, ତେବେ ତାହା କେବଳ ଜିଲ୍ଲା କିମ୍ବା କିଛି ବଡ଼ ସହର ପର୍ଯ୍ୟନ୍ତ ସୀମିତ ରହୁଥିଲା । କିନ୍ତୁ ଆଜିର ଭାରତ ଏହି ପୁରାତନ ଚିନ୍ତାଧାରାକୁ ପଛରେ ପକାଇ ଦେଇ ଆଗକୁ ବଢୁଛି ।

ଆଜିର ନୂତନ ଭାରତ, ଜ୍ଞାନକୌଶଳ ମଧ୍ୟ ନିଜେ କରୁଛି ଏବଂ ନୂତନ ସୁବିଧାଗୁଡ଼ିକୁ ଦ୍ରୁତ ଗତିରେ ଦେଶର କୋଣ ଅନୁକୋଣକୁ ପଠାଉଛି । ଏହି ବଂଦେ ଭାରତ ଟ୍ରେନ, ଭାରତ ନିଜେ ନିଜ ବଳରେ ଆଜି ପ୍ରସ୍ତୁତ କରିଛି । ଆଜି ଭାରତ ନିଜେ ନିଜର କଠିନ ପରିଶ୍ରମ ଦ୍ୱାରା ୫-ଜି ଟେକ୍ନୋଲୋଜୀର ବିକାଶ କରି ତାହାକୁ ଦେଶର ଦୂରଦୂରାନ୍ତର ପର୍ଯ୍ୟନ୍ତ ନେଇ ଯାଇଛି ।

ଭାରତ କରୋନା ଭଳି ମହାମାରୀର ସ୍ୱଦେଶୀ ଭାକସିନ୍ ପ୍ରସ୍ତୁତ କରି ମଧ୍ୟ ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଏବଂ ଏହି ସମସ୍ତ ପ୍ରୟାସରେ ସମାନ କଥା ହୋଇଛି ଯେ ଏହି ସମସ୍ତ ସୁବିଧାଗୁଡ଼ିକ କେମିତି ଗୋଟିଏ ସହର କିମ୍ବା ଗୋଟିଏ ରାଜ୍ୟ ପର୍ଯ୍ୟନ୍ତ ସୀମିତ ରହୁନାହିଁ ବରଂ ପ୍ରତ୍ୟେକଙ୍କ ପାଖରେ ପହଂଚିପାରୁଛି, ଦ୍ରୁତ ଗତିରେ ପହଂଚିଛି । ଆମର ଏହି ବଂଦେ ଭାରତ ଟ୍ରେନ ମଧ୍ୟ ବର୍ତ୍ତମାନ ଉତ୍ତରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ, ପୂର୍ବରୁ ନେଇ ପଶ୍ଚିମ ପର୍ଯ୍ୟନ୍ତ, ଦେଶର ପ୍ରତ୍ୟେକ କେଣାକୁ ସ୍ପର୍ଶ କରୁଛି ।

 

ଭାଇ ଏବଂ ଭଉଣୀମାନେ,

‘ସବକା ସାଥ, ସବକା ବିକାଶ’ର ଏହି ନୀତିକୁ ସବୁଠାରୁ ବଡ଼ ଲାଭି ଆଜି ଦେଶର ସେହି ରାଜ୍ୟଗୁଡ଼ିକୁ ହେଉଛି, ଯେଉଁମାନେ ବିକାଶର ଦୌଡ଼ରେ ପଛରେ ରହିଯାଇଥିଲେ । ଗତ ୮-୯ ବର୍ଷରେ ଓଡ଼ିଶାରେ ରେଳ ପ୍ରକଳ୍ପର ବଜେଟରେ ବହୁତ ବୃଦ୍ଧି ହୋଇଛି, ୨୦୧୪ ପୂର୍ବରୁ ୧୦ ବର୍ଷରେ ପ୍ରତ୍ୟେକ ବର୍ଷ ଆପାତତଃ ୨୦ କିଲୋମିଟର ପାଖାପାଖି ରେଳ ଲାଇନ ବିଛାଯାଇଛି, ଯାହାକି ବର୍ଷ ୨୦୨୨-୨୩ରେ ଅର୍ଥାତ କେବଳ ଗୋଟିଏ ବର୍ଷରେ ଏଠାରେ ୧୨୦ କିଲୋମିଟର ପାଖାପାଖି ନୂତନ ରେଳଲାଇନ ବିଛାଯାଇଛି ।

୨୦୧୪ ପୂର୍ବରୁ ୧୦ ବର୍ଷରେ ଏଠାରେ ଓଡ଼ିଶାରେ ୨୦ କିଲୋମିଟର ଠାରୁ ମଧ୍ୟ କମ ଦୋହରୀକରଣ ହୋଇଥିଲା । ଗତ ବର୍ଷ ଏହା ପ୍ରାୟତଃ ୩୦୦ କିଲୋମିଟର ପାଖାପାଖି ପହଂଚିଯାଇଛି । ଓଡ଼ିଶାର ଲୋକମାନେ ଜାଣିଛନ୍ତି ଯେ ପାଖାପାଖି ୩୦୦ କିଲୋମିଟର ଲମ୍ବା ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଅନେକ ବର୍ଷରୁ ପଡ଼ି ରହିଥିଲା । ଆଜି ଏହି ପ୍ରକଳ୍ପ ଉପରେ ମଧ୍ୟ ବହୁତ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ ହେଉ, ଟିଟିଲାଗଡ଼-ରାୟପୁର ଲାଇନର ଦୋହରୀକରଣ  ଏବଂ ବିଜୁଳି ହେଉ, ଯେଉଁ ଟ୍ରେନର ଅପେକ୍ଷା ଲୋକମାନଙ୍କୁ ବହୁ ବର୍ଷରୁ ଥିଲା, ତାହା ବର୍ତ୍ତମାନ ପୂରଣ ହେଉଛି ।

ଆଜି ଓଡ଼ିଶା ଦେଶର ସେହି ରାଜ୍ୟମାନଙ୍କ ମଧ୍ୟରେ ରହିଛି, ଯେଉଁଠାରେ ଶତ ପ୍ରତିଶତ ରେଳ ନେଟୱାର୍କର ବିଦୁତକରଣ ହୋଇଯାଇଛି । ପଶ୍ଚିମବଙ୍ଗରେ ମଧ୍ୟ ଶତ ପ୍ରତିଶତ ବିଦୁତକରଣ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଏହି ଟ୍ରେନକୁ ଦିଆଯାଇଛି, ଏବଂ ମାଲଗାଡ଼ି ଗୁଡ଼ିକର ସମୟ ମଧ୍ୟ ସଞ୍ଚୟ ହୋଇପାରିଛି । ଓଡ଼ିଶା ଭଳି ରାଜ୍ୟ ଯାହା ଖଣିଜ ସମ୍ପଦର ଏତେ ବଡ଼ ବିକ୍ରେତା ଅଟନ୍ତି, ସେଣ୍ଟର ଅଟେ, ସେମାନଙ୍କୁ ରେଲୱେର ବିଦୁତକରଣ ଦ୍ୱାରା ଆହୁରି ଅଧିକ ଲାଭ ମିଳିବ । ଏହାଦ୍ୱାରା ଉଦ୍ୟୋଗର ବିକାଶକୁ ଗତି ସହିତ ଡିଜେଲ ଦ୍ୱାରା ହେଉଥିବା ପ୍ରଦୂଷଣରୁ ମଧ୍ୟ ମୁକ୍ତି ମିଳିବ ।

ସାଥୀମାନେ,

ଭିତ୍ତିଭୂମି ନିର୍ମାଣର ଆହୁରି ଗୋଟିଏ ଦିଗ ରହିଛି ଯାହା ଉପରେ ବେଶି ଆଲୋଚନା ହେବ ନାହିଁ । ଭିତ୍ତିଭୂମି ଦ୍ୱାରା ଲୋକମାନଙ୍କର ଜୀବନ କେବଳ ସହଜ ହେବନାହିଁ, ବରଂ ଏହା ସମାଜକୁ ମଧ୍ୟ ସଶକ୍ତ କରିବ । ଯେଉଁଠି ଭିତ୍ତିଭୂମିର ଅଭାବ ରହିଛି, ସେଠାରେ ଲୋକମାନଙ୍କର ବିକାଶ ମଧ୍ୟ ପଛରେ ରହି ଯାଇଥାଏ । ଯେଉଁଠାରେ ଭିତ୍ତିଭୂମିର ବିକାଶ ହୋଇଥାଏ, ସେଠାରେ ଲୋକଙ୍କର ବିକାଶ ମଧ୍ୟ ଦ୍ରୁତ ଗତିରେ ହୋଇଥାଏ ।

ଆପଣ ଏହା ମଧ୍ୟ ଜାଣିଛନ୍ତି ଯେ ପିଏମ ମୋଦୀ ସରକାର ଯୋଡ଼ି ହୋଇଥିବା କୋଟି କୋଟି ଲୋକଙ୍କ ଘରେ ମାଗଣାରେ ବିଜୁଳି ସଂଯୋଗ ଦେଇଛନ୍ତି । ଏଥିରେ ଓଡ଼ିଶାର ପ୍ରାୟ ୨୫ ଲକ୍ଷ ଏବଂ ପଶ୍ଚିମବଙ୍ଗର ୭.୨୫ ଲକ୍ଷ ଘର ମଧ୍ୟ ସାମିଲ ଅଛି । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ, ଯଦି ଏଭଳି ଏକ ଯୋଜନା ଆରମ୍ଭ ହେବନାହିଁ, ତେବେ କ’ଣ ହେବ? ଏକବିଂଶ ଶତାବ୍ଦୀରେ ଆଜି ମଧ୍ୟ କୋଟି କୋଟି ଘରେ ପିଲାମାନେ ଅନ୍ଧାରରେ ପଢ଼ିବା ପାଇଁ, ଅନ୍ଧାରରେ ବଂଚିବା ପାଇଁ ବାଧ୍ୟ ହୋଇଥାନ୍ତି । ସେହି ପରିବାର ଆଧୁନିକ ସଂଯୋଗୀକରଣ ଏବଂ ସମସ୍ତ ସୁବିଧାରୁ ବଂଚିତ ହେଉଥିଲା, ଯାହା ବିଜୁଳି ଆସିବା ପରେ ମିଳିଛି ।

ସାଥୀମାନେ

ଆଜି ଆମେ ବିମାନବନ୍ଦରର ସଂଖ୍ୟା ୭୫ରୁ ବୃଦ୍ଧି ଘଟି ପାଖାପାଖି ୧୫୦ ହୋଇଯିବାର କଥା କହୁଛୁ । ଏହା ଭାରତର ଏକ ବଡ଼ ଉପଲବ୍ଧି ଅଟେ, କିନ୍ତୁ ଏହା ପଛରେ ଯେଉଁ ଚିନ୍ତାଧାରା ରହିଛି ତାହା ଏହାକୁ ଆହୁରି ବଡ଼ କରି ଦେଇଥାଏ । ଆଜି ସେହି ବ୍ୟକ୍ତି ମଧ୍ୟ ବିମାନ ଦ୍ୱାରା ଯାତ୍ରା କରିପାରିବ, ଯେଉଁଥି ପାଇଁ ତାଙ୍କର କେବେ ଜୀବନର ସବୁଠାରୁ ବଡ଼ ସ୍ୱପ୍ନ ଥିଲା । ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ଚିତ୍ର ଦେଖିଥିବେ, ଯେଉଁଥିରେ ଦେଶର ସାଧାରଣ ନାଗରିକ ବିମାନବନ୍ଦରର ଅନୁଭବକୁ ବାଣ୍ଟିଛନ୍ତି । ଯେତେବେଳେ ତାଙ୍କ ପୁଅ କିମ୍ବା ଝିଅ ପ୍ରଥମ ଥର ଉଡ଼ାଜାହାଜରେ ଯାତ୍ରା କରିବାକୁ ଆସିଥାନ୍ତି, ସେମାନଙ୍କର ଖୁସିର କୌଣସି ତୁଳନା ନାହିଁ ।

 

ସାଥୀମାନେ,

ଭିତ୍ତିଭୂମି ସହିତ ଜଡ଼ିତ ଭାରତର ଏହି ଉପଲବ୍ଧିଗୁଡ଼ିକ ଆଜି ମଧ୍ୟ ଅଧ୍ୟୟନର ବିଷୟ ଅଟେ । ଯେତେବେଳେ ଆମେ ଭିତ୍ତିଭୂମି ନିର୍ମାଣ ପାଇଁ ୧୦ ଲକ୍ଷ କୋଟି ଟଙ୍କା ନର୍ଦ୍ଧାରଣ କରିଥାଉ, ସେତେବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ମାନଙ୍କର ରୋଜଗାର ମଧ୍ୟ ସୃଷ୍ଟି ହୋଇଥାଏ । ଯେତେବେଳେ ଆମେ କୌଣସି କ୍ଷେତ୍ରକୁ ରେଳ ଏବଂ ରାଜପଥ ସହିତ ଯୋଡ଼ିଥାଉ, ସେତେବେଳେ ଏାର ପ୍ରଭାବ କେବଳ ଯାତ୍ରାର ସୁବିଧା ସହିତ ହୋଇଥାଏ ଯାହାକି ସୀମିତ ରହି ନ ଥାଏ। ଏହା ଚାଷୀ ଏବଂ ଉଦ୍ୟମୀମାନଙ୍କ ପାଇଁ ନୂତନ ବଜାର ମଧ୍ୟ ସୁନିଶ୍ଚିତ କରିଥାଏ, ଏହା ପର୍ଯ୍ୟଟକମାନଙ୍କୁ ପର୍ଯ୍ୟଟନ କ୍ଷେତ୍ର ସହିତ ଯୋଡ଼ିଥାଏ । ଏହା ଛାତ୍ରମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ କଲେଜ ସହିତ ଯୋଡ଼ିଥାଏ । ଏହି ଭାବନା ସହିତ ଆଜି ଭାରତ ଆଧୁନିକ ଭିତ୍ତିଭୂମି ଉପରେ ରେକର୍ଡ ପରିମାଣରେ ନିବେଶ କରୁଛି ।

ସାଥୀମାନେ,

ଆଜି ଦେଶର ଜନସେବା ହିଁ ପ୍ରଭୁ ସେବାର ସାଂସ୍କୃତିକ ଚିନ୍ତାଧାରା ସହିତ ଆଗକୁ ବଢୁଛି । ଆମର ଆଧ୍ୟାତ୍ମିକ ବ୍ୟବସ୍ଥା ବହୁ ଯୁଗରୁ ଏହି ବିଚାରଧାରାକୁ ଉନ୍ମୁକ୍ତ କରିଦେଇଛି । ପୁରୀ ଭଳି ତୀର୍ଥ ସ୍ଥାନ, ଜଗନ୍ନାଥ ମନ୍ଦିର ଭଳି ପବିତ୍ର ସ୍ଥାନ ଏହାର କେନ୍ଦ୍ର ରହିଛି । ଭଗବାନ ଜଗନ୍ନାଥଙ୍କ ମହାପ୍ରସାଦ ବହୁ ଯୁଗରୁ ଅନେକ ଗରୀବଙ୍କୁ ଭୋଜନ ମିଳିଆସୁଛି ।

ଏହି ଭାବନା ସହିତ ଆଜି ଦେଶ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଚଳାଇଛନ୍ତି, ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେଉଛନ୍ତି । ଆଜି କୌଣସି ଗରିବଙ୍କୁ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ, ସେତେବେଳେ ଆୟୁଷ୍ମାନ କାର୍ଡ ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେମାନଙ୍କୁ ମିଳୁଛି । କୋଟି କୋଟି ଗରୀବମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ପକ୍କା ଘର ମିଳୁଛି । ଘରେ ଉଜ୍ଜ୍ୱଳାର ଗ୍ୟାସ ସିଲିଣ୍ଡର ହେଉ କିମ୍ବା ଜଳ ଜୀବନ ମିଶନ ଅଧିନରେ ଜଳ ଯୋଗାଣ ହେଉ, ଆଜି ଗରୀବଙ୍କୁ ମଧ୍ୟ ସେହି ସମସ୍ତ ମୌଳିକ ସୁବିଧାମାନ ମିଳୁଛି, ଯେଉଁଥିପାଇଁ ସେମାନଙ୍କୁ ପୂର୍ବେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା ।

ସାଥୀମାନେ,

ଭାରତର ଦ୍ରୁତ ବିକାଶ ପାଇଁ, ଭାରତର ରାଜ୍ୟଗୁଡ଼ିକର ସନ୍ତୁଳିତ ବିକାଶ ମଧ୍ୟ ସେତିକି ଆବଶ୍ୟକ ଅଟେ । ଆଜି ଦେଶର ପ୍ରୟାସ ରହିଛି ଯେ କୌଣସି ମଧ୍ୟ ରାଜ୍ୟ ସଂସାଧନର ଅଭାବ କାରଣରୁ ବିକାଶର ଦୌଡ଼ରେ ପଛରେ ରହି ନ ଯାଉ । ଏଥିପାଇଁ ୧୫ତମ ବିତ୍ତ ଆୟୋଗରେ ଓଡ଼ିଶା ଏବଂ ବଙ୍ଗ ଭଳି ରାଜ୍ୟ ପାଇଁ ପୂର୍ବ ତୁଳନାରେ ଅଧିକ ବଜେଟର ସୁପାରିସ କରାଯାଇଥିଲା । ଓଡ଼ିଶା ଭଳି ରାଜ୍ୟକୁ ଏତେ ବିଶାଳ ପ୍ରାକୃତିକ ସମ୍ପଦକୁ ମଧ୍ୟ ଆଶୀର୍ବାଦ ମିଳିଛି । କିନ୍ତୁ, ପୂର୍ବେ ଭୁଲ ନୀତିଗୁଡ଼ିକ କାରଣରୁ ରାଜ୍ୟକୁ ନିଜର ସଂସାଧନରୁ ବଂଚିତ ରହିବାକୁ ପଡୁଥିଲା ।

ଆମେ ଖଣିଜ ସମ୍ପଦକୁ ଧ୍ୟାନରେ ରଖି ଖନନ ନୀତିରେ ସୁଧାର କରିଛୁ । ଏଥିରେ ଆଜି ଖଣିଜ ସମ୍ପଦ ଥିବା ସମସ୍ତ ରାଜ୍ୟକୁ ରାଜସ୍ୱରେ ବହୁ ମାତ୍ରାରେ ବୃଦ୍ଧି ହୋଇଛି । ଜିଏସଟି ଆସିବା ପରେ କର ଦ୍ୱାରା ହେଉଥିବା ଆମଦାନୀ ମଧ୍ୟ ବହୁତ ବଢ଼ିଯାଇଛି । ଏହି ସଂସାଧନ ଆଜି ରାଜ୍ୟର ବିକାଶ ପାଇଁ କାମରେ ଆସୁଛି, ଗାଁର ଗରୀବଙ୍କ ସେବାରେ କାମରେ ଆସୁଛି । ଓଡ଼ିଶା, ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରିପାରିବ, ଏହା ଉପରେ ମଧ୍ୟ କେନ୍ଦ୍ର ସରକାରଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରହିଛି । ଆମ ସରକାର ଓଡ଼ିଶାକୁ ବିପର୍ଯ୍ୟୟ ପ୍ରଶମନ ଓ ଏନଡିଆରଏଫ ପାଇଁ ୮ ହଜାର କୋଟି ଟଙ୍କାରୁ ଅଧିକ ଅନୁଦାନ ଦେଇଛନ୍ତି । ଏହାଦ୍ୱାରା ବାତ୍ୟା ସମୟରେ ଜନ ଏବଂ ଧନ ଉଭୟଙ୍କର ସୁରକ୍ଷାରେ ସାହାଯ୍ୟ ମିଳିବ ।

ସାଥୀମାନେ,

ମୋତେ ବିଶ୍ୱାସ ଅଛି ଯେ ଆଗାମୀ ସମୟରେ ଓଡ଼ିଶା, ବଙ୍ଗ ଏବଂ ସମଗ୍ର ଦେଶର ବିକାଶର ଏହି ଗତି ଆହୁରି ବଢ଼ିବ। ଭଗବାନ ଜଗନ୍ନାଥ, ମା’ କାଳୀ ସେମାନଙ୍କ କୃପାରେ ଆମେ ନୂତନ ଏବଂ ବିକଶିତ ଭାରତର ଲକ୍ଷ୍ୟ ପର୍ଯ୍ୟନ୍ତ ଅବଶ୍ୟ ପହଂଚିବା । ଏହି କାମନା ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ! ପୁଣିଥରେ ଆପଣ ସମସ୍ତଙ୍କୁ ଜୟ ଜଗନ୍ନାଥ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch