Participates in Grand Finale marking the culmination of the ‘Ujjwal Bharat Ujjwal Bhavishya – Power @2047’ programme
PM dedicates and lays the foundation stone of various green energy projects of NTPC worth over Rs 5200 crore
PM also launches the National Solar rooftop portal
“The strength of the energy sector is also important for Ease of Doing Business as well as for Ease of Living”
“Projects launched today will strengthen India’s renewable energy goals, commitment and aspirations of its green mobility”
“Ladakh will be the first place in the country with fuel cell electric vehicles”
“In the last 8 years, about 1,70,000 MW of electricity generation capacity has been added in the country”
“In politics, people should have the courage, to tell the truth, but we see that some states try to avoid it”
“About 2.5 lakh crore rupees of power generation and distribution companies are trapped”
“Health of the electricity sector is not a matter of politics”

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀଗଣ, ବିଭିନ୍ନ ରାଜ୍ୟଗୁଡ଼ିକର ଆଦରଣୀୟ ମୁଖ୍ୟମନ୍ତ୍ରୀ ସାଥୀ, ଶକ୍ତି ଏବଂ ଉର୍ଜ୍ଜା କ୍ଷେତ୍ର ସହିତ ଜଡ଼ିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ,

ଆଜିକାର ଏହି କାର୍ଯ୍ୟକ୍ରମ, ଏକବିଂଶ ଶତାବ୍ଦୀର ନୂତନ ଭାରତର ନୂତନ ଲକ୍ଷ୍ୟ ଏବଂ ନୂତନ ସଫଳତାର ହେଉଛି ପ୍ରତୀକ। ସ୍ୱାଧୀନତାର ଏହି ଅମୃତକାଳରେ ଭାରତ, ଆଗାମୀ 25 ବର୍ଷର ଦୃଷ୍ଟିକୋଣକୁ ନେଇ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି। ଆଗାମୀ 25 ବର୍ଷରେ ଭାରତର ପ୍ରଗତିକୁ ଗତି ପ୍ରଦାନ କରିବାରେ ଏହି ଶକ୍ତି କ୍ଷେତ୍ର, ଉର୍ଜ୍ଜା କ୍ଷେତ୍ରର ବହୁତ ବଡ଼ ଭୂମିକା ରହିଛି। ଶକ୍ତି କ୍ଷେତ୍ରର ଦୃଢ଼ତା, ବ୍ୟବସାୟ ସୁଗମତା ପାଇଁ ମଧ୍ୟ ହେଉଛି ଜରୁରୀ ଆଉ ସହଜରେ ସହାବସ୍ଥାନ ପାଇଁ ମଧ୍ୟ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଦେଖିଛୁ ଯେ ଏବେ ମୋର ଯେଉଁ ହିତାଧିକାରୀ ସାଥୀମାନଙ୍କ ସହିତ ବାର୍ତାଳାପ ହେଲା, ସେମାନଙ୍କ ଜୀବନରେ ବିଜୁଳି କେତେ ବଡ଼ ପରିବର୍ତନ ଆଣି ପାରିଛି।

ସାଥୀଗଣ,

ଆଜି ହଜାର- ହଜାର କୋଟି ଟଙ୍କାର ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଏବଂ ଲୋକାର୍ପଣ ହୋଇଛି, ତାହା ହେଉଛି ଭାରତର ଶକ୍ତି ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପ ନବୀକରଣୀୟ ଶକ୍ତିର ଆମର ଯେଉଁ ଲକ୍ଷ୍ୟ ରହିଛି, ସବୁଜ ଟେକ୍ନୋଲୋଜିର ଆମର ପ୍ରତିବଦ୍ଧତା ଏବଂ ସବୁଜ ମୋବିଲିଟିର ଆମର ଆକାଂକ୍ଷାଗୁଡ଼ିକୁ ଶକ୍ତି ପ୍ରଦାନ କରିବାକୁ ଯାଉଛି। ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ଦେଶରେ ବୃହତ ମାତ୍ରାରେ ସବୁଜ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକ ଯଦିଓ, ତେଲଙ୍ଗାନା, କେରଳ, ରାଜସ୍ଥାନ, ଗୁଜରାଟ ଏବଂ ଲଦ୍ଦାଖ ସହିତ ଜଡ଼ିତ, କିନ୍ତୁ ଏହାର ଲାଭ ସମଗ୍ର ଦେଶକୁ ହେବାକୁ ଯାଉଛି।

ସାଥୀଗଣ,

ହାଇଡ୍ରୋଜେନ ଗ୍ୟାସ ଦ୍ୱାରା ଦେଶର ଗାଡ଼ିଗୁଡ଼ିକରୁ ନେଇ ଦେଶର ରୋଷେଇ ପର୍ଯ୍ୟନ୍ତ ଚାଲୁ, ଏହାକୁ ନେଇ ବିଗତ ବର୍ଷମାନଙ୍କରେ ବହୁତ ଚର୍ଚ୍ଚା ହୋଇଛି । ଆଜି ଯେଉଁଥିପାଇଁ ଭାରତ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଲଦ୍ଦାଖ ଏବଂ ଗୁଜରାଟରେ ସବୁଜ ହାଇଡ୍ରୋଜେନ, ତାହାର ଦୁଇଟି ବଡ଼ ପ୍ରକଳ୍ପ ଉପରେ ଆଜିଠାରୁ କାର୍ଯ୍ୟ ଆରମ୍ଭ ହେଉଛି। ଲଦ୍ଦାଖରେ ନିର୍ମାଣ କରାଯାଉଥିବା ପ୍ଲାଂଟ ଦେଶରେ ଗାଡ଼ିଗୁଡ଼ିକ ପାଇଁ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରିବ। ଏହା ଦେଶର ପ୍ରଥମ ପ୍ରକଳ୍ପ ହେବ ଯାହା ସବୁଜ ଉଦଯାନ (ହାଇଡ୍ରୋଜେନ) ଆଧାରିତ ପରିବହନର ବ୍ୟବସାୟୀକରଣ ବ୍ୟବହାରକୁ ସମ୍ଭବ କରିବ। ଅର୍ଥାତ ଲଦ୍ଦାଖ ଦେଶର ପ୍ରଥମ ସ୍ଥାନ ହେବ ଯେଉଁଠାରେ ବହୁତ ହିଁ ଶୀଘ୍ର ଫୁଏଲ ସେଲ୍ ଇଲେକଟ୍ରିକ୍ ଯାନ ଚାଲିବା ଆରମ୍ଭ ହେବ। ଏହା ଲଦ୍ଦାଖକୁ କାର୍ବନ ନ୍ୟୁଟ୍ରାଲ କ୍ଷେତ୍ର କରିବାରେ ମଧ୍ୟ ସାହାଯ୍ୟ କରିବ।

ସାଥୀଗଣ,

ଦେଶରେ ପ୍ରଥମ ଥର, ଗୁଜରାଟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସରେ ସବୁଜ ହାଇଡ୍ରୋଜେନ ମିଶ୍ରଣର ମଧ୍ୟ ପ୍ରକଳ୍ପ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ଆମେ ପେଟ୍ରୋଲ ଏବଂ ବିମାନ ଇନ୍ଧନରେ ଇଥେନଲର ମିଶ୍ରଣ କରିଛୁ, ଏବେ ଆମେ ପାଇପ୍ଡ଼ ପ୍ରାକୃତିକ ଗ୍ୟାସରେ ସବୁଜ ହାଇଡ୍ରୋଜେନ ମିଶ୍ରଣ କରିବା ଦିଗକୁ ଅଗ୍ରସର ହେଉଛୁ। ଏହାଦ୍ୱାରା ପ୍ରାକୃତିକ ଗ୍ୟାସ ପାଇଁ ବିଦେଶୀ ନିର୍ଭରତା ହ୍ରାସ ପାଇବ ଆଉ ଯେଉଁ ଅର୍ଥ ବିଦେଶକୁ ଯାଏ, ତାହା ମଧ୍ୟ ଦେଶର କାର୍ଯ୍ୟରେ ହିଁ ଲାଗିବ।

ସାଥୀଗଣ,

8 ବର୍ଷ ପୂର୍ବେ ଦେଶର ଶକ୍ତି କ୍ଷେତ୍ରର ସ୍ଥିତି କ’ଣ ଥିଲା, ଏହା ଏହି କାର୍ଯ୍ୟକ୍ରମରେ ବସିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜଣାଅଛି । ଆମ ଦେଶରେ ଗ୍ରୀଡ଼କୁ ନେଇ ଅସୁବିଧା ଥିଲା, ଗ୍ରୀଡ଼ ସବୁ ଫେଲ୍ ହୋଇ ଯାଉଥିଲା, ବିଜୁଳି ଉତ୍ପାଦନ ହ୍ରାସ ହେଉଥିଲା, ବିଜୁଳି କାଟ୍ ସମୟ ବଢ଼ୁଥିଲା, ବିଜୁଳି ବିତରଣରେ ଅନିୟମିତ ହେଉଥିଲା । ଏଭଳି ସ୍ଥିତିରେ ବର୍ଷେ ପୂର୍ବରୁ ଆମେ ଦେଶର ଶକ୍ତି କ୍ଷେତ୍ରର ପ୍ରତ୍ୟେକ ଅଙ୍ଗକୁ ପରିବର୍ତନ କରିବାର ଦାୟିତ୍ୱ ବହନ କଲୁ। ବିଜୁଳି ବ୍ୟବସ୍ଥା ସୁଧାରିବା ପାଇଁ ଚାରୋଟି ଭିନ୍ନ- ଭିନ୍ନ ଦିଗରେ ଏକା ସହିତ କାର୍ଯ୍ୟ କରାଗଲା- ଉତ୍ପାଦନ, ପରିବହନ, ବିତରଣ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ବିଦ୍ୟୁତ ସଂଯୋଗ। ଆପଣମାନେ ମଧ୍ୟ ଜାଣନ୍ତି ଯେ ଏହି ସମସ୍ତ କିଭଳି ଭାବେ ଗୋଟିଏ ଅନ୍ୟଟି ସହିତ ଜଡ଼ିତ ହୋଇଛନ୍ତି । ଯଦି ଉତ୍ପାଦନ ହେବ ନାହିଁ, ପରିବହନ- ବିତରଣ ବ୍ୟବସ୍ଥା ସୁଦୃଢ଼ ହେବ ନାହିଁ, ତେବେ ସଂଯୋଗ ଦେଇ ମଧ୍ୟ କୌଣସି ଲାଭ ହେବ ନାହିଁ। ତେଣୁ ଅଧିକରୁ ଅଧିକ ବିଜୁଳି ଉତ୍ପାଦନ କରିବା ପାଇଁ, ସମଗ୍ର ଦେଶରେ ବିଜୁଳିର ପ୍ରଭାବୀ ବିତରଣ ପାଇଁ, ପରିବହନ ସହିତ ଜଡ଼ିତ ପୁରୁଣା ନେଟୱର୍କର ଆଧୁନିକୀକରଣ ପାଇଁ, ଦେଶର କୋଟି- କୋଟି ଘରଗୁଡ଼ିକୁ ବିଜୁଳି ସଂଯୋଗ ପହଚାଇବା ପାଇଁ ଆମେ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଲୁ। ଏହିସବୁ ପ୍ରୟାସର ଫଳାଫଳ ହେଉଛି ଏହା ଯେ ଆଜି କେବଳ ଦେଶର ପ୍ରତ୍ୟେକ ଘର ପର୍ଯ୍ୟନ୍ତ କେବଳ ବିଜୁଳି ସହଯୋଗ ହିଁ ପହଂଚୁ ନାହିଁ, ବରଂ ଅଧିକରୁ ଅଧିକ ଘଂଟା ମଧ୍ୟ ବିଜୁଳି ମିଳିବାକୁ ଲାଗିଛି। ବିଗତ 8 ବର୍ଷରେ ଦେଶରେ ପ୍ରାୟ 1 ଲକ୍ଷ 70 ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନର କ୍ଷମତା ସାମିଲ କରାଯାଇଛି। ଏକ ଦେଶ- ଏକ ପାୱାର ଗ୍ରୀଡ (ୱାନ ନେସନ୍ ୱାନ ପାୱାର୍ ଗ୍ରୀଡ଼) ଆଜି ଦେଶର ଶକ୍ତି ହୋଇ ଯାଇଛି। ସମଗ୍ର ଦେଶକୁ ସାମିଲ କରିବା ପାଇଁ ପ୍ରାୟ 1 ଲକ୍ଷ 70 ହଜାର ସର୍କିଟ୍ କିଲୋମିଟର ପରିବହନ ଲାଇନ ବିଛାଯାଇଛି। ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 3 କୋଟି ବିଜୁଳି ସଂଯୋଗ ଦେଇ ଆମେ ଶେଷ ଲକ୍ଷ୍ୟ ସ୍ଥଳରେ ପର୍ଯ୍ୟନ୍ତ ପହଂଚୁଛୁ।

ସାଥୀଗଣ,

ଆମର ଶକ୍ତି କ୍ଷେତ୍ର ପ୍ରଭାବଶାଳୀ ହେଉ, ସକ୍ରିୟ ହେଉ ଆଉ ବିଜୁଳି ସାଧାରଣ ଜନତାଙ୍କ ପହଂଚରେ ପହଂଚୁ, ଏଥିପାଇଁ ବିଗତ ବର୍ଷମାନଙ୍କରେ ନିରନ୍ତର ଭାବେ ଜରୁରୀ ସଂସ୍କାର କରାଯାଇଛି। ଆଜି ଯେଉଁ ନୂତନ ଶକ୍ତି ସଂସ୍କାର ଯୋଜନା ଆରମ୍ଭ ହୋଇଛି, ତାହା ମଧ୍ୟ ହେଉଛି ଏହି ଦିଗରେ ନିଆଯାଇଥିବା ଆଉ ଏକ ପଦକ୍ଷେପ। ଏହା ମାଧ୍ୟମରେ ବିଦ୍ୟୁତ କ୍ଷତିକୁ କମ୍ କରିବା ପାଇଁ ସ୍ମାର୍ଟ ମିଟରିଂ ଭଳି ବ୍ୟବସ୍ଥା ଗୁଡ଼ିକ ମଧ୍ୟ କରାଯିବ, ଯାହା ଫଳରେ ଦକ୍ଷତା ବୃଦ୍ଧି ହେବ। ବିଜୁଳିର ଯେଉଁ ଅପଚୟ ହେଉଛି, ତାହାର ଅଭିଯୋଗ ମଧ୍ୟ ଶେଷ ହୋଇଯିବ। ସାରା ଦେଶର ଡିଆଇଏସସିଓଏମଏସ (ଡିସକମ୍ସ)କୁ ଜରୁରୀ ଆର୍ଥିକ ସହାୟତା ମଧ୍ୟ ଦିଆଯିବ, ଫଳରେ ଏହା ଆଧୁନିକ ଭିତିଭୂମିର ନିର୍ମାଣ କରି ପାରିବ ଆଉ ଆର୍ଥିକ ରୂପରେ ନିଜକୁ ସଶକ୍ତ କରିବା ପାଇଁ ଆବଶ୍ୟକୀୟ ପରିବର୍ତନ ମଧ୍ୟ କରି ପାରିବ। ଏଥିରେ ଡିସକମ୍ସର ଶକ୍ତି ବୃଦ୍ଧି ହେବ ଆଉ ଜନତାଙ୍କୁ ପର୍ଯ୍ୟାପ୍ତ ବିଜୁଳି ମିଳି ପାରିବ ଆଉ ଆମର ଶକ୍ତି କ୍ଷେତ୍ର ଆହୁରି ସୁଦୃଢ଼ ହେବ।

ସାଥୀଗଣ,

ଆମର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଆଜି ଭାରତ ଯେଉଁଭଳି ଭାବେ ନବୀକରଣୀୟ ଶକ୍ତି ଉପରେ ଗୁରୁତ୍ୱ ହେଉଛି, ତାହା ହେଉଛି ଅଦ୍ଭୁତପୂର୍ବ । ଆମେ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ୧୭୫ ଗିଗାୱାଟ ନବୀକରଣୀୟ ଶକ୍ତି, ଏହି ଦକ୍ଷତା ପ୍ରସ୍ତୁତ କରିବାର ସଂକଳ୍ପ ନେଇଥିଲୁ । ଆଜି ଆମେ ଏହି ଲକ୍ଷ୍ୟ ନିକଟରେ ପହଂଚି ଯାଇଛେ । ଏ ପର୍ଯ୍ୟନ୍ତ ନନ୍ ଫସିଲ ଉତ୍ସରୁ ପ୍ରାୟ 170 ଗିଗାୱାଟ କାପାସିଟି ପ୍ରତିଷ୍ଠା ମଧ୍ୟ ହୋଇ ସାରିଛି । ଆଜି ପ୍ରତିଷ୍ଠା ହୋଇଥିବା ସୌର ଶକ୍ତ ଦକ୍ଷତା ମାମଲାରେ ଭାରତ, ବିଶ୍ୱର ସର୍ବଶ୍ରେଷ୍ଠ 4 କିମ୍ବା 5 ଦେଶ ମଧ୍ୟରେ ରହିଛି। ବିଶ୍ୱର ସବୁଠାରୁ ବଡ଼ ସୌର ଶକ୍ତି ପ୍ଲାଂଟ୍ସ ଗୁଡିକ ମଧ୍ୟରେ ଆଜି ଏଭଳି ଅନେକ ଅଛି ଯେଉଁଗୁଡ଼ିକ ହିନ୍ଦୁସ୍ତାନରେ ଅଛି, ଭାରତରେ ଅଛି। ଏହି ଶୃଙ୍ଖଳରେ ଆଜି ଆହୁରି ଦୁଇଟି ବଡ଼ ସୌର ପ୍ଲାଂଟ ଦେଶକୁ ମିଳିଛି। ତେଲଙ୍ଗାନା ଏବଂ କେରଳରେ ନିର୍ମିତ ଏହି ପ୍ଲାଂଟ ହେଉଛି ଦେଶର ପ୍ରଥମ ଏବଂ ଦ୍ୱିତୀୟ ସର୍ବବୃହତ ଭାସମାନ ସୌର ପ୍ଲାଂଟ। ଏଥିରୁ ତ ସବୁଜ ଶକ୍ତି ହିଁ ମିଳିବ, ଏହା ସହିତ ସୂର୍ଯ୍ୟଙ୍କ ଉତାପ ଯୋଗୁଁ ଯେଉଁ ପାଣି ବାସ୍ପ ହୋଇ ଉଡି ଯାଉଥିଲା, ତାହା ମଧ୍ୟ ହେବ ନାହିଁ। ରାଜସ୍ଥାନରେ ମଧ୍ୟ ଗୋଟିଏ ସ୍ଥାନରେ ଏକ ହଜାର ମେଗାୱାଟ ସୌର ପ୍ଲାଂଟର ନିର୍ମାଣ କାର୍ଯ୍ୟ ମଧ୍ୟ ଆଜିଠାରୁ ଆରମ୍ଭ ହୋଇ ସାରିଛି। ମୋର ବିଶ୍ୱାସ ଯେ, ଏହି ସବୁ ପ୍ରକଳ୍ପ ଉର୍ଜ୍ଜା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାର ପ୍ରତୀକ ପାଲଟିବ।

ସାଥୀଗଣ,

ନିଜର ଉର୍ଜ୍ଜା ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ, ବଡ଼ ବଡ଼ ସୌର ପ୍ଲାଂଟ ପ୍ରତିଷ୍ଠା କରିବା ସହିତ ଅଧିକରୁ ଅଧିକ ଘରମାନଙ୍କରେ ସୌର ପ୍ୟାନେଲ ଲଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି। ଲୋକମାନେ ସହଜରେ ଛାତ ଉପରେ ସୌର ପ୍ରକଳ୍ପ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଆଜି ଏକ ଜାତୀୟ ପୋର୍ଟାଲ ଆରମ୍ଭ କରାଯାଇଛି। ଏହା ଘରେ ବିଦ୍ୟୁତ ଉତ୍ପାଦନ ଏବଂ ବିଦ୍ୟୁତ ଉତ୍ପାଦନରୁ ଆୟ, ଉଭୟ ଦିଗରୁ ହିଁ ସହାୟତା କରିବ।

ବିଦ୍ୟୁତ ଉତ୍ପାଦନ ବୃଦ୍ଧି ସହିତ ବିଦ୍ୟୁତ ସଂଚୟ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦ୍ୟୁତ ସଂଚୟ କରିବା ଅର୍ଥାତ ଭବିଷ୍ୟତ ପାଇଁ ସଜାଇ ବା ସାଇତି ରଖିବା, ମନେ ରଖନ୍ତୁ ବିଦ୍ୟୁତ ସଂଚୟ କରିବା ଅର୍ଥାତ ଭବିଷ୍ୟତ ପାଇଁ ସଜାଇ ବା ସାଇତି ରଖିବା। ପିଏମ କୁସୁମ ଯୋଜନା ହେଉଛି ଏହାର ଏକ ଉନ୍ନତ ଉଦାହରଣ। ଆମେ କୃଷକମାନଙ୍କୁ ସୌର ପମ୍ପର ସୁବିଧା ଯୋଗାଇ ଦେଉଛୁ। ଆଉ ତାହା ଦ୍ୱାରା ଅନ୍ନଦାତା, ଉର୍ଜ୍ଜାଦାତା ମଧ୍ୟ ହୋଇ ପାରୁଛନ୍ତି, କୃଷକମାନଙ୍କର ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି ଏବଂ ତାହାଦ୍ୱାରା ରୋଜଗାରର ଏକ ଅତିରିକ୍ତ ସାଧନ ମଧ୍ୟ ମିଳିଛି। ଦେଶର ସାଧାରଣ ନାଗରିକମାନଙ୍କର ବିଜୁଳିର ବିଲ୍ କମ୍ କରିବାରେ ଉଜାଲା ଯୋଜନା ମଧ୍ୟ ବହୁତ ବଡ଼ ଭୂମିକା ତୁଲାଇଛି। ଘରମାନଙ୍କରେ ଏଲଇଡ଼ି ବଲବ୍ କାରଣରୁ ପ୍ରତି ବର୍ଷ ଗରିବ ଏବଂ ମଧ୍ୟମବର୍ଗଙ୍କ ବିଜୁଳି ବଲରେ 50 ହଜାର କୋଟିରୁ ମଧ୍ୟ ଅଧିକ ଟଙ୍କା ସଂଚୟ ହୋଇ ପାରୁଛି । ଆମ ପରିବାରମାନଙ୍କରେ 50 ହଜାର କୋଟି ଟଙ୍କା ସଂଚୟ ହେବା ଦ୍ୱାରା ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ସାହାଯ୍ୟ।

ସାଥୀଗଣ,

ଏହି କାର୍ଯ୍ୟକ୍ରମରେ ଅନେକ ରାଜ୍ୟଗୁଡ଼ିକର ସମ୍ମାନିତ ମାନନୀୟ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ପ୍ରତିନିଧି ସାମିଲ ହୋଇଛନ୍ତି। ଏହି ଅବସରରେ ଏକ ବହୁତ ହିଁ ଗମ୍ଭୀର କଥା ଆଉ ମୋର ବଡ଼ ଚିନ୍ତା ମଧ୍ୟ ମୁଁ ଆପଣମାନଙ୍କ ସହିତ ବାଂଟିବାକୁ ଚାହୁଁଛି। ଆଉ ଏହି ଚିନ୍ତା ହେଉଛି ଏତେ ବଡ଼ ଯେ ଥରେ ହିନ୍ଦୁସ୍ତାନର ଜଣେ ପ୍ରଧାନମନ୍ତ୍ରୀଙ୍କୁ 15 ଅଗଷ୍ଟ ଦିନ ଲାଲକିଲ୍ଲାର ଭାଷଣରେ ଏହି ଚିନ୍ତାକୁ ବ୍ୟକ୍ତ କରିବାକୁ ପଡ଼ିଥିଲା। ସମୟ ସହିତ ଆମ ରାଜନୀତିରେ ଏକ ଗମ୍ଭୀର ବିକାର ଆସି ଯାଇଛି। ରାଜନୀତିରେ ଜନତାଙ୍କୁ ସତ୍ୟ କହିବାର ସାହସ ରହିବା ଆବଶ୍ୟକ, କିନ୍ତୁ ଆମେ ଦେଖୁଛୁ ଯେ କିଛି ରାଜ୍ୟଗୁଡ଼ିକରେ ଏହି କଥାଠାରୁ ନିଜକୁ ବଂଚାଇବାକୁ ଚେଷ୍ଟା କରାଯାଉଛି। ଏହି ରଣନୀତି ତତ୍କାଳ ଭାବେ ଭଲ ରାଜନୀତି ଲାଗିପାରେ। କିନ୍ତୁ ଏହା ଆଜିର ସତ୍ୟକୁ, ଆଜିର ଆହ୍ୱାନକୁ, ଆସନ୍ତା କାଲି ପାଇଁ, ନିଜ ପିଲାମାନଙ୍କ ପାଇଁ, ହେଉଛି ନିଜର ଭବିଷ୍ୟତ ପିଢ଼ୀ ପାଇଁ ଏଡାଇ ଦିଆଯିବା ଭଳି ଯୋଜନା, ହେଉଛି ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିବା ଭଳି କଥା। ସମସ୍ୟାର ସମାଧାନ ଆଜି ଖୋଜିବା ବଦଳରେ ସେମାନେ ଏହା ଚିନ୍ତା କରି ଏଡାଇ ଦେଇ ଯିବା, ଅନ୍ୟ କେହି ଏହାକୁ ବୁଝିବେ, ଅନ୍ୟ କେହି ଏହାର ସମାଧାନ କରିବେ, ଭବିଷ୍ୟତରେ ଆସିଲାବାଲା କରିବେ। ମୋର କ’ଣ ଅଛି ମୁଁ ତ 5 ବର୍ଷ- 10 ବର୍ଷରେ ଚାଲିଯିବି, ଏହି ଚିନ୍ତାଧାରା ଦେଶର ଉନ୍ନତି ପାଇଁ ଉଚିତ ନୁହେଁ । ଏହି ଚିନ୍ତାଧାରାର କାରଣରୁ ଦେଶର ଅନେକ ରାଜ୍ୟର ଶକ୍ତି କ୍ଷେତ୍ର ଆଜି ବଡ଼ ସଙ୍କଟରେ ଅଛି ଆଉ ଯେତେବେଳେ କୌଣସି ରାଜ୍ୟର ଶକ୍ତି କ୍ଷେତ୍ର ଦୁର୍ବଳ ହୋଇ ଯାଇଥାଏ, ତେବେ ଏହାର ପ୍ରଭାବ ସମଗ୍ର ଦେଶର ଶକ୍ତି କ୍ଷେତ୍ର ଉପରେ ମଧ୍ୟ ପଡ଼ିଥାଏ, ଏବଂ ସେହି ରାଜ୍ୟର ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଇଥାଏ।

ଆପଣମାନେ ମଧ୍ୟ ଜାଣିଛନ୍ତି ଆମର ବିତରଣ କ୍ଷେତ୍ରରେ କ୍ଷତି ଦୁଇ ଅଙ୍କରେ ଅଛି। ଯେତେବେଳେ କି ବିଶ୍ୱର ବିକଶିତ ଦେଶରେ ଏହା ଏକ ଅଙ୍କରେ ବହୁତ ନଗଣ୍ୟ ଅଛି। ଏହାର ଅର୍ଥ ଏହା ଯେ ଆମର ଏଠାରେ ବିଦ୍ୟୁତ କ୍ଷତି ବହୁତ, ଆଉ ଏଥିପାଇଁ ବିଜୁଳି ଚାହିଦା ପୂରଣ କରିବା ପାଇଁ ଆମକୁ ନିଜ ଆବଶ୍ୟକତା ଠାରୁ କେତେ ଅଧିକ ବିଜୁଳି ଉତ୍ପାଦନ କରିବାକୁ ପଡ଼ୁଛି।

ଏବେ ପ୍ରଶ୍ନ ଏହା ହେଉଛି ଯେ ବିତରଣ ଏବଂ ପରିବହନ ସମୟରେ ଯେଉଁ କ୍ଷତି ହୋଇଥାଏ, ତାକୁ କମ୍ କରିବା ପାଇଁ ରାଜ୍ୟଗୁଡ଼ିକରେ କାହିଁକି ଜରୁରୀ ନିବେଶ ହେଉ ନାହିଁ? ଏହାର ଉତର ହେଉଛି ଯେ ଅଧିକାଂଶ ବିଦ୍ୟୁତ କମ୍ପାନୀଗୁଡ଼ିକ ପାଖରେ ବହୁତ କମ୍ ପାଣ୍ଠି ରହିଥାଏ। ସରକାରୀ କମ୍ପାନୀଗୁଡ଼ିକର ମଧ୍ୟ ସ୍ଥିତି ଏହିଭଳି ହୋଇଥାଏ । ଏଭଳି ସ୍ଥିତିରେ ଅନେକ- ଅନେକ ବର୍ଷର ପୁରୁଣା ପରିବହନ ଲାଇନ୍ ଦ୍ୱାରା କାମ ଚଳାଯାଉଛି, କ୍ଷତି ବଢ଼ି ଚାଲିଛି ଆଉ ସାଧାରଣ ଜନତାଙ୍କୁ ମହଙ୍ଗା ଦରରେ ବିଜୁଳି ମିଳୁଛି । ପରିସଂଖ୍ୟାନରୁ ଜଣା ପଡ଼ିଛି ଯେ ବିଦ୍ୟୁତ କମ୍ପାନୀ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଆଉ ପୁଣି ମଧ୍ୟ ସେମାନଙ୍କ ପାଖରେ ଜରୁରୀ ପାଣ୍ଠି ରହୁ ନାହିଁ । ଆଉ ଅଧିକାଂଶ ଏହି କମ୍ପାନୀ ହେଉଛନ୍ତି ସରକାରୀ। ଏହି କଟୁ ସତ୍ୟ ସହିତ ଆପଣ ସମସ୍ତେ ପରିଚିତ ଅଛନ୍ତି । ବୋଧହୁଏ କେବେ ଏଭଳି ହୋଇଛି ଯେ ବିତରଣ କମ୍ପାନୀମାନଙ୍କର ଅର୍ଥ ସେମାନଙ୍କୁ ଠିକ୍ ସମୟରେ ମିଳିଥାଏ, ଅନେକ ରାଜ୍ୟ ଉପରେ ମଧ୍ୟ ବହୁତ ମାତ୍ରାରେ ବାକି ରହିଥାଏ, ପଡ଼ି ରହିଥାଏ। ଦେଶକୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଯେ ଭିନ୍ନ ଭିନ୍ନ ରାଜ୍ୟର 1 ଲକ୍ଷ କୋଟି ଟଙ୍କାରୁ ଅଧିକ ବିଲ୍ ବକେୟା ପଡ଼ି ରହିଛି। ଏହି ଅର୍ଥ ସେମାନଙ୍କୁ ଶକ୍ତି ଉତ୍ପାଦନକାରୀ କମ୍ପାନୀମାନଙ୍କୁ ଦେବାର ଅଛି, ସେମାନଙ୍କ ଠାରୁ ବିଜୁଳି ନେବାର ଅଛି। କିନ୍ତୁ ଅର୍ଥ ଦେଉ ନାହାଁନ୍ତି । ଶକ୍ତି ବିତରଣକାରୀ କମ୍ପାନୀଗୁଡ଼ିକର ଅନେକ ସରକାରୀ ବିଭାଗଗୁଡ଼ିକ ଉପରେ, ସ୍ଥାନୀୟ ସଂସ୍ଥାଗୁଡ଼ିକ ଉପରେ ମଧ୍ୟ 60 ହଜାର କୋଟି ଟଙ୍କାରୁ ଅଧିକ ବକେୟା ପଡ଼ି ରହିଛି। ଆଉ ଆହ୍ୱାନ କେବଳ ଏତିକି ନୁହେଁ। ଭିନ୍ନ ଭିନ୍ନ ରାଜ୍ୟରେ ବିଜୁଳି ଉପରେ ରିହାତିର ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ସେହି ଅର୍ଥ ମଧ୍ୟ ଏହି କମ୍ପାନୀଗୁଡ଼ିକୁ ସମୟ ଅନୁସାରେ ଏବଂ ସମ୍ପୂର୍ଣ୍ଣ ଭାବେ ଦିଆଯାଉ ନାହିଁ । ଏହି ବକେୟା ମଧ୍ୟ, ଏହି ବଡ଼- ବଡ଼ ପ୍ରତିଶ୍ରୁତି ଦେଇ ଯାହା କରାଯାଇଛି ନା ସେହି ବକେୟା ମଧ୍ୟ ହେଉଛି ପାଖାପାଖି 75 ହଜାର କୋଟିରୁ ଅଧିକ । ଅର୍ଥାତ ବିଜୁଳି ଉତ୍ପାଦନଠାରୁ ନେଇ ଘର- ଘର ପର୍ଯ୍ୟନ୍ତ ପହଂଚାଇବାର ଦାୟିତ୍ୱ ଯାହାର ଅଛି, ସେମାନଙ୍କର ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କା ଫସି ରହିଛି। ଏଭଳି ସ୍ଥିତିରେ ଭିତିଭୂମିରେ ଭବିଷ୍ୟତର ଆବଶ୍ୟକତା ଉପରେ ନିବେଶ ହୋଇ ପାରିବ ନା ହୋଇ ପାରିବ ନାହିଁ? କ’ଣ ଆମେ ଦେଶକୁ ଦେଶର ଆଗାମୀ ପିଢ଼ୀକୁ ଅନ୍ଧକାର ମଧ୍ୟରେ ଜୀଇଁବା ପାଇଁ ବାଧ୍ୟ କରୁଛୁ କି? 

ସାଥୀଗଣ,

ଏ ଯେଉଁ ଅର୍ଥ ଅଛି, ସରକାରଙ୍କର ହିଁ କମ୍ପାନୀଗୁଡ଼ିକ, କିଛି ଘରୋଇ କମ୍ପାନୀ ମଧ୍ୟ ଅଛନ୍ତି, ସେମାନେ ବ୍ୟୟ କରିଥିବା ଅର୍ଥ ଯଦି ତା’ମଧ୍ୟ ମିଳିବ ନାହିଁ, ତେବେ ପୁଣି କମ୍ପାନୀଗୁଡ଼ିକ ନା ବିକାଶ କରି ପାରିବେ, ନା ବିଜୁଳିର ନୂଆ ଉତ୍ପାଦନ ହେବ ନା ଜରୁରୀ ଆବଶ୍ୟକତା ପୂରଣ ହେବ? ଏଥିପାଇଁ ଆମକୁ ସ୍ଥିତିର ଗମ୍ଭୀରତାକୁ ବୁଝିବାକୁ ହେବ ଆଉ ବିଜୁଳି ପ୍ଲାଂଟ ପ୍ରତିଷ୍ଠା କରିବାର ଅଛି, ତେବେ 5- 6 ବର୍ଷ ପରେ ବିଜୁଳି ଉତ୍ପାଦନ ହୋଇଥାଏ। କାରଖାନା ପ୍ରତିଷ୍ଠା କରିବାରେ 5- 6 ବର୍ଷ ଚାଲି ଯାଇଥାଏ। ଏଥିପାଇଁ ମୁଁ ଦେଶବାସୀଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛି, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି, ଆମ ଦେଶ ଅନ୍ଧକାର ମଧ୍ୟକୁ ନ ଯାଉ, ଏଥିପାଇଁ ସଚେତନ ହେବାର ଆବଶ୍ୟକତା ରହିଛି। ଆଉ ଏଥିପାଇଁ ମୁଁ କହୁଛି ଯେ ଏହା ରାଜନୀତିର ନୁହେଁ ରାଷ୍ଟ୍ରନୀତି ଏବଂ ରାଷ୍ଟ୍ରନିର୍ମାଣର ହେଉଛି ପ୍ରଶ୍ନ, ବିଜୁଳି ସହିତ ଜଡ଼ିତ ସମଗ୍ର ବ୍ୟବସ୍ଥାର ସୁରକ୍ଷାର ହେଉଛି ପ୍ରଶ୍ନ। ଯେଉଁ ରାଜ୍ୟର ଦେୟ ପଡ଼ିରହିଛି, ମୋର ସେମାନଙ୍କୁ ଅନୁରୋଧ କି ସେମାନେ ଯେତେ ଶୀଘ୍ର ସମ୍ଭବ ହୋଇପାରେ, ଏହି କଥାକୁ ସ୍ପଷ୍ଟ କରନ୍ତୁ। ଏହା ସହିତ ସେହି କାରଣ ଉପରେ ମଧ୍ୟ ସଚ୍ଚୋଟତାର ସହିତ ବିଚାର କରନ୍ତୁ ଯେ, ଯେତେବେଳେ ଦେଶବାସୀ ସଚ୍ଚୋଟତାର ସହିତ ନିଜର ବିଜୁଳି ବିଲ୍ ଦେଉଛନ୍ତି, ସେତେବେଳେ ମଧ୍ୟ କିଛି ରାଜ୍ୟର କାହିଁକି ବାରମ୍ବାର ବକେୟା ରହିଯାଉଛି? ଦେଶର ସମସ୍ତ ରାଜ୍ୟ ଦ୍ୱାରା ଏହି ଆହ୍ୱାନର ଉଚିତ ସମାଧାନ ବାହାର କରିବା ହେଉଛି ଆଜି ସମୟର ଆବଶ୍ୟକତା।

ସାଥୀଗଣ,

ଦେଶର ଦ୍ରୁତ ବିକାଶ ପାଇଁ ବହୁତ ଜରୁରୀ ଯେ ଶକ୍ତି ଏବଂ ଉର୍ଜ୍ଜା କ୍ଷେତ୍ରର ଭିତିଭୂମି ସଦା ସର୍ବଦା ସୁଦୃଢ଼ ରହୁ, ସଦା ସର୍ବଦା ଆଧୁନିକ ହେଉ। ଆମେ ସେହି ସ୍ଥିତିର କଳ୍ପନା ମଧ୍ୟ କରି ପାରିବା ଯଦି ବିଗତ 8 ବର୍ଷରେ ସମସ୍ତଙ୍କ ପ୍ରୟାସ ଦ୍ୱାରା ଏହି କ୍ଷେତ୍ରରେ ସଂସ୍କାର ଅଣାଯାଇ ନ ଥାଆନ୍ତା, ତେବେ ଆଜି ମଧ୍ୟ କେତେ ସମସ୍ୟା ଆସି ଠିଆ ହୋଇ ଯାଇ ଥାଆନ୍ତା। ବାରମ୍ବାର ବ୍ଲାକ୍ ଆଉଟ୍ ହେଉଥିବା ସହର ହେଉ ଅବା ଗାଁରେ କିଛି ଘଂଟାର ହିଁ ବିଜୁଳି ଆସି ଥାଆନ୍ତା। କ୍ଷେତରେ ଜଳସେଚନ ପାଇଁ କୃଷକ ଧନ୍ଦି ହେଉ ଥାଆନ୍ତା, କାରଖାନା ବନ୍ଦ ହୋଇ ପଡ଼ି ରହିଥାଆନ୍ତା। ଆଜି ଦେଶର ନାଗରିକ ସୁବିଧାମାନ ଚାହୁଁଛନ୍ତି। ମୋବାଇଲ ଫୋନର ଚାର୍ଜିଙ୍ଗ ଭଳି ଅନେକ କଥା ସେମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଏବଂ ବାସଗୃହ ଭଳି ଜରୁରୀ ଆବଶ୍ୟକତା ପାଲଟି ଯାଇଛି। ବିଜୁଳିର ସ୍ଥିତି ଯଦି ପୂର୍ବ ଭଳି ଥାଆନ୍ତା, ତେବେ ଏ ସବୁକିଛି ମଧ୍ୟ ହୋଇ ପାରି ନ ଥାଆନ୍ତା। ଏଥିପାଇଁ ବିଜୁଳି କ୍ଷେତ୍ରର ଦୃଢ଼ତା ପ୍ରତ୍ୟେକଙ୍କର ସଂକଳ୍ପ ହେବା ଆବଶ୍ୟକ, ପ୍ରତ୍ୟେକଙ୍କର ଦାୟିତ୍ୱ ହେବା ଉଚିତ, ପ୍ରତ୍ୟେକଙ୍କୁ କର୍ତବ୍ୟ ପାଳନ କରିବା ଉଚିତ। ଆମକୁ ମନେ ରଖିବାକୁ ଅଛି ଯେ ଆମେ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବା, ତେବେ ଯାଇ ଅମୃତ କାଳରେ ଆମର ସଂକଳ୍ପ ସିଦ୍ଧ ହେବ।

ଆପଣମାନେ ଭଲ ଭାବେ ଜାଣନ୍ତି, ଗାଁର ଲୋକମାନଙ୍କ ସହିତ ଯଦି ମୁଁ କଥା ହେବି, ତେବେ କହିବି ଯେ ସମସ୍ତଙ୍କ ଘରେ ଘିଅ ଅଛି, ତେଲ ଅଛି, ଅଟା ଅଛି, ଖାଦ୍ୟ ଶସ୍ୟ ଅଛି, ମସଲା ଅଛି, ପନିପରିବା ଅଛି, ସବୁକିଛି ଅଛି, କିନ୍ତୁ ଚୂଲି ଜଳିବାର ବ୍ୟବସ୍ଥା ନାହିଁ, ତେବେ ସାରା ପରିବାର ଭୋକିଲା ରହିବେ କି ରହିବେ ନାହିଁ। ଉର୍ଜ୍ଜା ବିନା ଗାଡ଼ି ଚାଲିବ କି? ଚାଲିବ ନାହିଁ। ଯେପରି ଘରେ ଚୂଲା ଜଳେ ନାହିଁ, ଭୋକିଲା ରହିଥାଆନ୍ତି, ଦେଶରେ ମଧ୍ୟ ଯଦି ବିଜୁଳି ଶକ୍ତି ଆସିବ ନାହିଁ, ତେବେ ସବୁକିଛି ଅଟକି ଯିବ।

ଆଉ ଏଥିପାଇଁ ମୁଁ ଆଜି ଦେଶବାସୀଙ୍କ ସମ୍ମୁଖରେ ବହୁତ ଗୀମ୍ଭତା ପୂର୍ବକ ଏବଂ ସମସ୍ତ ରାଜ୍ୟ ସରକାରମାନଙ୍କୁ କର ଯୋଡ଼ି ପ୍ରାର୍ଥନା କରି ମୁଁ ପ୍ରାର୍ଥନା କରି କହୁଛି ଯେ ଆସନ୍ତୁ ଆମେ ରାଜନୀତିର ରାସ୍ତାରୁ ଦୂରେଇ ଯାଇ ରାଷ୍ଟ୍ରନୀତି ପଥରେ ଅଗ୍ରସର ହେବା। ଆମେ ମିଳିମିଶି ଦେଶର ଭବିଷ୍ୟତକୁ କେବେ ମଧ୍ୟ ଅନ୍ଧକାର ମଧ୍ୟକୁ ଯିବାକୁ ନ ପଡ଼ୁ, ଏଥିପାଇଁ ଆଜିଠାରୁ ହିଁ କାର୍ଯ୍ୟ କରିବା। କାରଣ ଏହିସବୁ କାର୍ଯ୍ୟ କରିବା ପାଇଁ ବର୍ଷ ବର୍ଷ ଧରି ସମୟ ଲାଗି ଯାଇଥାଏ।

ସାଥୀଗଣ,

ମୁଁ ଉର୍ଜ୍ଜା ପରିବାରର ସମସ୍ତ ସାଥୀମାନଙ୍କୁ ଏତେ ବଡ଼ ଭବ୍ୟ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଉଛି। ଦେଶର କୋଣ ଅନୁକୋଣରେ ବିଦ୍ୟୁତକୁ ନେଇ ଏତେ ବଡ଼ ସଚେତନତା ସୃଷ୍ଟି କରିବା ପାଇଁ। ପୁଣିଥରେ ନୂତନ ପ୍ରକଳ୍ପ ପାଇଁ ମଧ୍ୟ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଶକ୍ତି କ୍ଷେତ୍ର ସହିତ ଜଡ଼ିତ ସମସ୍ତ ହିତଧାରକମାନଙ୍କୁ ଶୁଭକାମନା ଜଣାଉଛି । ମୋ ତରଫରୁ ଆପଣ ସମସ୍ତଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ଅନେକ ଅନେକ ଶୁଭକାମନା ।

ବହୁତ- ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Upgradation and Modernisation of Nagpur International Airport through long term license involving Private Partner under Public Private Partnership (PPP)
May 13, 2026

The Union Cabinet chaired by the Prime Minister Shri Narendra Modi today has approved the Extension of Lease Period of the Airports Authority of India (AAI)’s land leased to MIL (MIHAN India Limited) beyond 06.08.2039, so as to enable MIL to license Nagpur Airport to the Concessionaire, viz. GMR Nagpur International Airport Limited (GNIAL) for 30 years since Commercial Operation Date (COD).

This marks a major milestone in Nagpur airport’s journey to becoming a regional aviation hub under the Multi-modal International Cargo Hub and Airport at Nagpur (MIHAN) project.

In 2009, a Joint Venture Company (JVC)- MIL was formed by AAI and Maharashtra Airport Development Company Ltd. (MADC) with equity structure of 49:51 respectively. Though Airport assets of AAI were transferred to MIL in 2009 for airport operation, the lease deed got delayed due to land demarcation issues. Subsequently, AAI land has been leased to MIL up to 06.08.2039.

In 2016, MIL floated a global tender for identifying a Partner to operate the airport under the Public-Private Partnership (PPP) model. GMR Airports Ltd. (GAL) emerged as the highest bidder, with quoted revenue share of 5.76%. This was later revised to 14.49% of Gross Revenue. Subsequently, MIL annulled the bidding process in March, 2020. This annulment was successfully challenged by GAL before Hon'ble Bombay High Court. Thereafter, Hon’ble Supreme Court of India also ruled in favor of GAL. Pursuant to Supreme Court Judgement dated 27th September, 2024, MIL signed Concession Agreement with 2nd JVC, i.e. GMR Nagpur International Airport Ltd. (GNIAL) on 8th October, 2024.

A New Era for Nagpur Airport :

With extension of Lease Period of the AAI land leased to MIL beyond 06.08.2039, it would now become co-terminus with the 30 years Concession Period of GNIAL, paving the way for handing over of airport to 2nd JVC-GNIAL. This is expected to usher in a new era of growth and infrastructure advancement for Nagpur Airport. With private sector efficiency and government oversight, the Airport is poised to see significant investment, modernization, and improved passenger and cargo services — Government of India's vision for robust infrastructure development in the aviation sector.

GNIAL will take up the transformation of Nagpur's Dr. Babasaheb Ambedkar International Airport into a world-class facility with phased development envisaged to reach the ultimate capacity of handling 30 million passengers annually, positioning it as a key Airport in Central India. This transformation is set to not only enhance connectivity within the Vidarbha region, but also strengthen its economic infrastructure. Cargo handling capabilities would also be significantly boosted.