“ବନ୍ଦେ ଭାରତ ଏକ୍ସପ୍ରେସ୍ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମନ୍ୱିତ ସଂସ୍କୃତି ଏବଂ ଐତିହ୍ୟକୁ ଯୋଡ଼ିବ”
ବନ୍ଦେ ଭାରତ ଏକ୍ସପ୍ରେସ ଏହା ସୂଚିତ କରେ ଯେ ଭାରତ ସବୁ କ୍ଷେତ୍ରରେ ସର୍ବୋତ୍ତମ ଚାହୁଁଛି”
“ବନ୍ଦେ ଭାରତ ଟ୍ରେନ୍ ହେଉଛି ନୂତନ ଭାରତର ସାମର୍ଥ୍ୟ ଏବଂ ସଂକଳ୍ପର ପ୍ରତୀକ”
“ସଂଯୋଗ ସହିତ ଜଡ଼ିତ ଭିତ୍ତିଭୂମି କେବଳ ଦୁଇଟି ସ୍ଥାନକୁ ସଂଯୋଗ କରେ ନାହିଁ, ବରଂ ସ୍ୱପ୍ନକୁ ବାସ୍ତବତା ସହିତ ଯୋଡିଥାଏ ଏବଂ ସମସ୍ତଙ୍କର ବିକାଶକୁ ସୁନିଶ୍ଚିତ କରିଥାଏ”
“ଯେଉଁଠାରେ ଗତି ଅଛି, ସେଠାରେ ପ୍ରଗତି ମଧ୍ୟ ରହିଛି, ଯେତେବେଳେ ପ୍ରଗତି ହୁଏ ସମୃଦ୍ଧି ନିଶ୍ଚିତ ରୂପରେ ଆସିଥାଏ ”
“ଗତ ୭ - ୮ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟ ଆଗାମୀ ୭ - ୮ ବର୍ଷରେ ଭାରତୀୟ ରେଳବାଇ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବ”

ନମସ୍କାର,

ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତମିଲିସେ ସୌନ୍ଦର୍ଯ୍ୟରାଜନ ଜୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ. କିଶନ ରେଡ୍ଡି ଜୀ, ତେଲେଙ୍ଗାନାର ମନ୍ତ୍ରୀ ମହମ୍ମଦ ମହମୁଦ ଅଲୀ ଗାରୁ, କେ. ଲକ୍ଷ୍ମଣ ଗାରୁ, ଅନ୍ୟ ସମସ୍ତ ମହାନୁଭବ, ମହିଳାମାନେ ଏବଂ ଭଦ୍ରଲୋକମାନେ ।

ନମସ୍କାର ।

ଉତ୍ସବର ଏହି ପରିବେଶରେ ଆଜି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ଏକ ଭବ୍ୟ ଉପହାର ମିଳୁଛି । ବଂଦେ ଭାରତ ଏକ୍ସପ୍ରେସ, ଗୋଟିଏ ଭାବରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସହଭାଗୀ ସଂସ୍କୃତି ଏବଂ ଅଂଶୀଦାର ଐତିହ୍ୟକୁ ଯୋଡ଼ିବ । ମୁଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଲୋକମାନଙ୍କୁ ବିଶେଷ କରି ଏହି ରାଜ୍ୟର ମଧ୍ୟମ ବର୍ଗଙ୍କୁ, ନିମ୍ନ ମଧ୍ୟମ ବର୍ଗଙ୍କୁ, ଉଚ୍ଚ ମଧ୍ୟମ ବର୍ଗଙ୍କୁ ବଂଦେ ଭାରତ ଟ୍ରେନ୍ର ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ସାଥିମାନେ,

ଆଜି ସେନା ଦିବସ ମଧ୍ୟ ଅଟେ । ପ୍ରତ୍ୟେକ ଭାରତୀୟଙ୍କର ନିଜସ୍ୱ ସେନା ପର୍ବ ଉପରେ ଗର୍ବ ରହିଛି । ଦେଶର ରକ୍ଷାରେ, ଦେଶର ସୀମାର ରକ୍ଷାରେ ଭାରତୀୟ ସେନାର ଯୋଗଦାନ, ଭାରତୀୟ ସେନାର ସୌର୍ଯ୍ୟ ଅତୁଳନୀୟ ଅଟେ । ମୁଁ ସମସ୍ତ ସୈନିକମାନଙ୍କୁ, ପୂର୍ବ ସୈନିକମାନଙ୍କୁ, ତାଙ୍କର ପରିବାରଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । 

ସାଥିମାନେ, 

ଏହି ସମୟରେ ପୋଙ୍ଗଲ, ମାଘବିହୁ, ମକର ସଂକ୍ରାନ୍ତି, ଉତ୍ତରାୟଣ ପର୍ବର ମଧ୍ୟ ହର୍ସୋଲ୍ଲାସ ଚତୁଃପାଶ୍ୱର୍ରେ ଦେଖିବାକୁ ମିଳୁଛି । ଯେମିତି ଦେଶର ପ୍ରମୁଖ ଦିବସ, ପ୍ରମୁଖ ପର୍ବ ଅସେତୁ ହିମାଚଳ, କାଶ୍ମୀରଠାରୁ କନ୍ୟାକୁମାରୀ, ଅଟକରୁ କଟକ ଦେଶକୁ ଯୋଡ଼ିଥାନ୍ତି, ଆମକୁ ଯୋଡ଼ିଥାନ୍ତି । ଏକ ଭାରତ - ଶ୍ରେଷ୍ଠ ଭାରତର ସୁନ୍ଦର ଚିତ୍ର ମୋ ହୃଦୟରେ ପ୍ରସ୍ତୁତ କରୁଛି, ସେହିଭଳି ଏହି ବଂଦେ ଭାରତ ଟ୍ରେନ ମଧ୍ୟ ନିଜର ଗତି ଦ୍ୱାରା, ନିଜର ଯାତ୍ରା ସହିତ ଯୋଡ଼ିବାର, ବୁଝିବାର ଏବଂ ଜାଣିବାର ସୁଯୋଗ ଦେଇଥାଏ । ବଂଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ମଧ୍ୟ ଏକ ରାଷ୍ଟ୍ର ଭାବରେ ଆମର ସହଭାଗୀ, ସଂସ୍କୃତ, ଆମର ବିଶ୍ୱାସକୁ ଯୋଡ଼ିଥାଏ । ଏହି ଯେଉଁ ନୂଆ ଟ୍ରେନ୍ ଆରମ୍ଭ ହୋଇଛି, ଏହି ହାଇଦ୍ରାବାଦ, ବାରଂଗଲ, ବିଜୟୱାଡ଼ା ଏବଂ ବିଶାଖାପଟ୍ଟନମ ଭଳି ସହରକୁ ଯୋଡ଼ିବ । ବିଶ୍ୱାସ ଏବଂ ପର୍ଯ୍ୟଟନ ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ଏହି ମାର୍ଗରେ ପଡ଼ିଥାଏ । ଏଥିପାଇଁ ବଂଦେ ଭାରତ ଏକ୍ସପ୍ରେସ ଦ୍ୱାରା ଶ୍ରଦ୍ଧାଳୁମାନଙ୍କୁ ଏବଂ ପର୍ଯ୍ୟଟକମାନଙ୍କୁ ମଧ୍ୟ ବହୁତ ଲାଭ ହେବ । ଏହି ଟ୍ରେନ ଦ୍ୱାରା ସିକନ୍ଦରାବାଦ ଏବଂ ବିଶାଖାପଟ୍ଟନମ ମଧ୍ୟରେ ଲାଗୁଥିବା ସମୟ ମଧ୍ୟ ବର୍ତ୍ତମାନ କମ ହୋଇଯିବ ।

ଭାଇ ଓ ଭଉଣୀମାନେ,

ବଂଦେ ଭାରତ ଟ୍ରେନ ଏହାର ଆଉ ଏକ ବିଶେଷତା ମଧ୍ୟ ରହିଛି । ଏହି ଟ୍ରେନ, ନୂତନ ଭାରତର ସଂକଳ୍ପ ଏବଂ ସାମର୍ଥ୍ୟର ପ୍ରତୀକ ଅଟେ । ଏହା ସେହି ଭାରତର ପ୍ରତୀକ ଅଟେ, ଯାହା ଦ୍ରୁତ ପରିବର୍ତ୍ତନର ରାସ୍ତାରେ ଚାଲିପଡ଼ିଛି । ଏମିତି ଭାରତ, ଯାହା ନିଜର ସ୍ୱପ୍ନ, ନିଜର ଆକାଂକ୍ଷାକୁ ନେଇ ଅଧିର ଅଟେ, ପ୍ରତ୍ୟେକ ଭାରତୀୟ ଅଧିର ଅଟନ୍ତି । ଏମିତି ଭାରତ, ଯାହା ଦ୍ରୁତ ଗତିରେ ଯାଇ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛନ୍ତି । ଏହା ବଂଦେ ଭାରତ ଏକ୍ସପ୍ରେସ, ତାହା ଭାରତର ପ୍ରତୀକ ଅଟେ, ଯାହା ସବୁକିଛି ଶ୍ରେଷ୍ଠ ଚାହିଁଥାଏ, ଉତ୍ତମ ଚାହିଁଥାଏ । ଏହି ବଂଦେ ଭାରତ ଏକ୍ସପ୍ରେସ, ସେହି ଭାରତର ପ୍ରତୀକ, ଯାହା ସବୁକିଛି ଭଲ ଚାହୁଁଛି, ସର୍ବୋତ୍ତମ ଚାହୁଁଛି । ଏହି ବନେ୍ଦ ଭାରତ ଏକ୍ସପ୍ରେସ ହେଉଛି ଭାରତର ପ୍ରତୀକ ଯାହା ଏହାର ପ୍ରତ୍ୟେକ ନାଗରିକଙ୍କୁ ଉନ୍ନତ ସୁବିଧା ଯୋଗାଇବାକୁ ଚାହୁଁଛି । ଏହି ବଂଦେ ଭାରତ ଏକ୍ସପ୍ରେସ ହେଉଛି ଭାରତର ପ୍ରତୀକ, ଯାହା ଦାସତ୍ୱର ମାନସିକତାରୁ ବାହାରି ଆତ୍ମନିର୍ଭରଶୀଳତା ଆଡ଼କୁ ଗତି କରୁଛି ।

ସାଥିମାନେ, 

ଆଜି ଦେଶରେ ବଂଦେ ଭାରତକୁ ନେଇ ଯେଉଁଭଳି ଭାବରେ ଦ୍ରୁତଗତିରେ କାର୍ଯ୍ୟ ହେଉଛି, ତାହା ମଧ୍ୟ ହେବାର କଥା । ଏହା ସିକନ୍ଦରାବାଦ-ବିଶାଖାପଟ୍ଟନମ ବଂଦେ ଭାରତ ୨୦୨୩ ବର୍ଷର ଏହା ହେଉଛି ପ୍ରଥମ ଟ୍ରେନ୍ । ଏବଂ ଆପଣ ଖୁସି ହେବେ ଯେ ଏହି ଦ୍ୱିତୀୟ ବଂଦେ ଭାରତ ଟ୍ରେନ ଆମ ଦେଶରେ ୧୫ ଦିନ ମଧ୍ୟରେ ଚାଲୁଛି । ଏହା ଦର୍ଶାଉଛି ଯେ ଭାରତରେ ବଂଦେ ଭାରତ ଅଭିଯାନ ଟ୍ରାକ୍ରେ ଦ୍ରୁତବେଗରେ ଚାଲୁଥିବା ଭୂମିରେ ପରବର୍ତ୍ତନକୁ କେତେ ଶୀଘ୍ର ହୃଦୟଙ୍ଗମ କରୁଛନ୍ତି । ଭାରତରେ ଡିଜାଇନ ହୋଇଥିବା ଏବଂ ଭାରତରେ ନିର୍ମିତ ବଂଦେ ଭାରତ ଟ୍ରେନ ହେଉଛି ଦେଶର ଟ୍ରେନ । ଏହାର ଗତିର ଅସଂଖ୍ୟ ଭିଡିଓଗୁଡ଼ିକ ଲୋକଙ୍କ ହୃଦୟ ଏବଂ ମନରେ ତଥା ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ । ମୁଁ ଆଉ ଏକ ଚିତ୍ର ଦେବି ଯାହା ନିଶ୍ଚିତ ଭାବରେ ଆପଣମାନଙ୍କ ଦ୍ୱାରା ପସନ୍ଦ ହେବ, ଏହା ଆକର୍ଷଣୀୟ ହେବ । ଗତ କିଛିବର୍ଷ ମଧ୍ୟରେ ୭ଟି ବଂଦେ ଭାରତ ଟ୍ରେନ ସମୁଦାୟ ୨୩ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିଛି । ଏହା ପୃଥିବୀରେ ୫୮ ଥର ବୁଲିବା ସହିତ ସମାନ । ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଯାତ୍ରୀ ଏହି ଟ୍ରେନଗୁଡ଼ିକ ଦ୍ୱାରା ଯାତ୍ରା ଆରମ୍ଭ କରିଛନ୍ତି । ଏହି ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ଦ୍ୱାରା ସଞ୍ଚୟ ହୋଇଥିବା ସମୟ ତାହା ମଧ୍ୟ ଅମୂଲ୍ୟ ଅଟେ । 

ଭାଇ ଓ ଭଉଣୀମାନେ,

କନେକ୍ଟିଭିଟି ବେଗ ସହିତ ସିଧାସଳଖ ସମ୍ପର୍କ ଅଛି, ଏବଂ ଉଭୟଙ୍କର ବେଗ ସହିତ ସିଧାସଳଖ ସମ୍ପର୍କ ଅଛି । କନେକ୍ଟିଭିଟି ଭିତ୍ତିଭୂମି କେବଳ ଦୁଇଟି ସ୍ଥାନକୁ ସଂଯୋଗ କରେ ନାହିଁ, ବରଂ ଏହା ସ୍ୱପ୍ନକୁ ବାସ୍ତବତା ସହିତ ମଧ୍ୟ ସଂଯୋଗ କରିଥାଏ । ଏହା ଉତ୍ପାଦନକୁ ବଜାର ସହିତ ସଂଯୋଗ କରେ, ପ୍ରତିଭାକୁ ସଠିକ୍ ପ୍ଲାଟ୍ଫର୍ମ ସହିତ ସଂଯୋଗ କରେ । ସଂଯୋଗୀକରଣ ଏହାସହିତ ବିକାଶର ସମ୍ଭାବନାକୁ ବିସ୍ତାର କରେ । ତାହା ହେଉଛି, ଗତି ଅଛି, ଯେଉଁଠାରେ ଗତି ଅଛି, ସେଠାରେ ପ୍ରଗତି ଅଛି ଏବଂ ଯେତେବେଳେ ପ୍ରଗତି ଅଛି, ସେତେବେଳେ ସମୃଦ୍ଧି ନିଶ୍ଚିତ ଅଛି । ଆମେ ସେହି ସମୟ ମଧ୍ୟ ଦେଖିଛୁ, ଯେତେବେଳେ ବହୁତ କମ ଲୋକ ଏଠାରେ ବିକାଶ ଏବଂ ଆଧୁନିକ ସଂଯୋଗର ଲାଭ ପାଇବାକୁ ବ୍ୟବହାର କରୁଥିଲେ । ଏହି କାରଣରୁ, ଦେଶର ବହୁ ଲୋକମାନଙ୍କର କେବଳ ଯାତାୟାତରେ ସମୟ ବିତୁଥିଲା ଏବଂ ପରିବହନରେ ଖର୍ଚ୍ଚ ହେଉଥିଲା । ଏହି କାରଣରୁ ଦେଶର ସାଧାରଣ ନାଗରିକ, ଦେଶର ମଧ୍ୟବିତ୍ତ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଆଜି ଭାରତ ସେହି ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢ଼ୁଛି । ଆଜିର ଭାରତରେ ସମସ୍ତଙ୍କୁ ଗତି ଏବଂ ପ୍ରଗତି ସହିତ ଯୋଡ଼ିବା ପାଇଁ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏହାର ଏକ ବଡ଼ ପ୍ରମାଣ, ପ୍ରତୀକ ଅଟେ ।

ସାଥିମାନେ,

ଯେତେବେଳେ ଇଚ୍ଛାଶକ୍ତି ହୋଇଥାଏ, ସେତେବେଳେ ସବୁଠାରୁ ବଡ଼ କଷ୍ଟସାଧ୍ୟ ଲକ୍ଷ୍ୟ ମଧ୍ୟ ହାସଲ କରାଯାଇପାରେ । ଆମେ ଦେଖିଛୁ ଯେ କିପରି ୮ ବର୍ଷ ପୂର୍ବେ, କେବଳ ରେଳବାଇ ବିଷୟରେ କେବଳ ନିରାଶା ଦେଖିବାକୁ ମିଳୁଥିଲା । ସୁସ୍ଥ ଗତି, ଅଳିଆ ଗଦା, ଟିକେଟ ବୁକିଂ ସମ୍ବନ୍ଧୀୟ ଅଭିଯୋଗ, ଦୈନନ୍ଦିନ ଘଟୁଥିବା ଦୁର୍ଘଟଣା, ଏହାକୁ ଦେଖି ଦେଶର ଲୋକମାନେ ଗ୍ରହଣ କରିଛନ୍ତି ଯେ ଭାରତୀୟ ରେଳବାଇରେ ଉନ୍ନତି ସମ୍ଭବ ନୁହେଁ । ଯେତେବେଳେ ରେଳବାଇରେ ନୂତନ ଭିତ୍ତିଭୂମି ବିଷୟରେ କଥାବାର୍ତ୍ତା ହେଉଥିଲା, ବଜେଟ ଅଭାବରେ ବାହାନା କରାଯାଉଥିଲା, କ୍ଷତି ବିଷୟରେ ଆଲୋଚନା ହେଉଥିଲା ।

କିନ୍ତୁ ସାଥିମାନେ,

ସ୍ୱଚ୍ଛ ଉଦେ୍ଦଶ୍ୟ ସହିତ, ସଚ୍ଚୋଟ ଉଦେ୍ଦଶ୍ୟ ସହିତ, ଆମେ ମଧ୍ୟ ଏହି ଆହ୍ୱାନର ସମାଧାନ କରିବାକୁ ସ୍ଥିର କଲୁ । ଗତ ୮ ବର୍ଷ ମଧ୍ୟରେ ଭାରତୀୟ ରେଳବାଇର ପରିବର୍ତ୍ତନ ପଛରେ ମଧ୍ୟ ଏହା ହେଉଛି ମନ୍ତ୍ର । ଆଜି ଭାରତୀୟ ରେଳ ଯାତ୍ରା ଏକ ସୁଖଦ ଅନୁଭୂତି ପାଲଟିଛି । ଦେଶରେ ଅନେକ ରେଳଷ୍ଟେସନ ଅଛି ଯେଉଁଠାରେ ଆଧୁନିକ ଭାରତର ଚିତ୍ର ଦେଖିପାରିବେ । ଗତ ୭-୮ ବର୍ଷ ମଧ୍ୟରେ ଆମ ସରକାର ଆରମ୍ଭ କରିଥିବା କାର୍ଯ୍ୟ ଆସନ୍ତା ୭-୮ ବର୍ଷ ମଧ୍ୟରେ ଭାରତୀୟ ରେଳବାଇକୁ ନବୀକରଣ କରିବାକୁ ଯାଉଛନ୍ତି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ଭିଷ୍ଟାଡୋମ କୋଚ, ଐତିହ୍ୟ ଟ୍ରେନ ଅଛି । ଚାଷୀମାନଙ୍କ ଉତ୍ପାଦନକୁ ଦୂର-ସୁଦୂର ବଜାର କର୍ଯ୍ୟନ୍ତ ପହଞ୍ଚାଇବାକୁ କିସାନ ରେଳ ଆରମ୍ଭ ହୋଇଥିଲା । ସାମଗ୍ରୀ ଟ୍ରେନ ପାଇଁ ସ୍ୱତନ୍ତ୍ର ମାଲ ପରିବହନ କରିଡର୍ରେ କାମ ଦ୍ରୁତଗତିରେ ଚାଲିଛି । ଦେଶର ସହରଗୁଡ଼ିକରେ ଜନସାଧାରଣ ପରିବହନରେ ଉନ୍ନତି ଆଣିବା ପାଇଁ ୨ ଡ୍ରଜନରୁ ଅଧିକ ନୂତନ ସହରରେ ମେଟ୍ରୋ ନେଟୱାର୍କ ବିସ୍ତାର କରୁଛି । ଆଞ୍ଚଳିକ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ପରି ଭବିଷ୍ୟତୀୟ ପ୍ରଣାଳୀରେ ମଧ୍ୟ ଦେଶରେ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି ।

ଭାଇ ଓ ଭଉଣୀମାନେ,

ତେଲେଙ୍ଗାନାରେ ଗତ ୮ ବର୍ଷ ମଧ୍ୟରେ ରେଳବାଇ ସମ୍ବନ୍ଧରେ ଅଦୃଶ୍ୟ କାର୍ଯ୍ୟ କରାଯାଇଛି । ୨୦୧୪ ପୂର୍ବରୁ ୮ ବର୍ଷ ମଧ୍ୟରେ, ତେଲେଙ୍ଗାନାର ରେଳବାଇ ପାଇଁ ୨୫୦ କୋଟିରୁ କମ ବଜେଟ ଥିଲା । ଯେଉଁଠାରେ ଆଜି ଏହି ବଜେଟ ୩୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମେଡକ ଭଳି ତେଲେଙ୍ଗାନାର ଅନେକ ଅଞ୍ଚଳ ପ୍ରଥମ ଥର ପାଇଁ ରେଳ ସେବା ଦ୍ୱାରା ସଂଯୁକ୍ତ ହୋଇଛି । ୨୦୧୪ ପୂର୍ବରୁ ୮ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ୧୫୦ କିଲୋମିଟରରୁ କମ ନୂତନ ରେଳଲାଇନ ନିର୍ମାଣ କରାଯାଇଥିଲା । ଗତ ୮ ବର୍ଷ ମଧ୍ୟରେ, ଆମେ ତେଲେଙ୍ଗାନାରେ ପ୍ରାୟ ୧୫୦ କିଲୋମିଟର ନୂତନ ରେଳଲାଇନ କାର୍ଯ୍ୟ ଶେଷ କରିଛୁ । ଗତ ୮ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ୨୫୦ କିଲୋମିଟରରୁ ଅଧିକ ‘ଟ୍ରାକ ମଲ୍ଟି ଟ୍ରାକିଂ’ କାର୍ଯ୍ୟ ମଧ୍ୟ କରାଯାଇଛି । ଏହି ସମୟ ମଧ୍ୟରେ ତେଲେଙ୍ଗାନାରେ ରେଳଟ୍ରାକର ବିଦୁ୍ୟତିକରଣ ୩ ଗୁଣରୁ ଅଧିକ ମଧ୍ୟ ହୋଇଛି । ଖୁବ୍ଶୀଘ୍ର ଆମେ ତେଲେଙ୍ଗାନାର ସମସ୍ତ ବ୍ରଡ୍ ଗେଜ ରୁଟ୍ସରେ ବିଦୁ୍ୟତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଯାଉଛୁ । 

ସାଥିମାନେ

ଆଜି ଯେଉଁ ବଂଦେ ଭାରତ ଚାଲୁଛି, ଗୋଟିଏ ଭାବରେ ଆନ୍ଧ୍ରପ୍ରଦେଶ ସହିତ ସଂଯୁକ୍ତ । ଆନ୍ଧ୍ରପ୍ରଦେଶରେ ରେଳ ନେଟୱାର୍କକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ୨୦୧୪ ପୂର୍ବ ଅପେକ୍ଷା ଆନ୍ଧ୍ରପ୍ରଦେଶରେ ନୂତନ ରେଳଲାଇନ ଲଗାଯାଉଛି । ବିଗତ ବର୍ଷ ଗୁଡ଼ିକରେ ଆନ୍ଧ୍ରପ୍ରଦେଶରେ ୩୫୦ କିଲୋମିଟର ନୂତନ ରେଳଲାଇନ ଏବଂ ପ୍ରାୟ ୮୦୦ କିଲୋମିଟର ମଲ୍ଟି ଟ୍ରାକିଂ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପୂର୍ବ ସରକାରଙ୍କ ସମୟରେ ଆନ୍ଧ୍ରପ୍ରଦେଶରେ ବାର୍ଷିକ ୬୦ କିଲୋମିଟର ରେଳଟ୍ରାକ୍ କରାଯାଉଥିଲା । ବର୍ତ୍ତମାନ ଏହି ଗତି ବାର୍ଷିକ ୨୨୦ କିଲୋମିଟରରୁ ଅଧିକ ବୃଦ୍ଧି ପାଇଛି । ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ପ୍ରୟାସ, ଜୀବନର ସହଜତା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି ଏବଂ ବ୍ୟବସାୟରେ ସହଜତା ମଧ୍ୟ ବୃଦ୍ଧି ପାଉଛି । ଗତି ଏବଂ ପ୍ରଗତିର ଏହି ପ୍ରକ୍ରିୟା ଏହିପରି ଭାବେ ଜାରି ରହିବ । ଏହି ବିଶ୍ୱାସ ସହିତ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ବଂଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଅଭିନନ୍ଦନ ଜଣାଉଛି, ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଉଛି । ବହୁତ-ବହୁତ ଧନ୍ୟବାଦ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister’s State Visit to Uzbekistan
August 30, 2026

MoUs and Agreements

Sl. No.

Title

1.

Cultural Exchange Programme between the Government of the Republic of India and the Government of the Republic of Uzbekistan for the years 2026-30.

2.

Letter of Intent between the Ministry of External Affairs of the Republic of India and the Cultural Heritage Agency of the Republic of Uzbekistan for the conservation and restoration of ancient buddhist sites of Fayaz Tepa and KaraTepa located in Termez, Uzbekistan.

3.

Memorandum of Understanding on Cooperation in the field of archival work between the National Archives under the Ministry of Culture of India and the Agency "Uzarchive" under the Ministry of Justice of the Republic of Uzbekistan.

4.

Memorandum of Understanding between the Government of the Republic of India and the Government of the Republic of Uzbekistan on cooperation in the field of Ayurveda and other traditional systems of medicine.

5.

Memorandum of Understanding between the Ministry of Mines of the Republic of India and Ministry of Mining Industry and Geology of the Republic of Uzbekistan on Cooperation in the fields of Geology and Mineral Resources.

6.

Partnership Program on cooperation between the Ministry of Tourism of the Republic of India and the Tourism Committee of the Republic of Uzbekistan in the field of tourism for 2026-28.

7.

Memorandum of Understanding between The Sushma Swaraj Institute of Foreign Service, Ministry of External Affairs, Republic of India and the Diplomatic Academy at the University of World Economy and Diplomacy, Ministry of Foreign Affairs of the Republic of Uzbekistan.

8.

Memorandum of Understanding (MoU) between the Ministry of Finance of the Republic of India and the Ministry of Economy and Finance of the Republic of Uzbekistan for an Economic and Financial Dialogue.

9.

Agreement between the Ministry of Environment and Forest and Climate Change of the Republic of India and National Committee on Ecology and Climate Change of the Republic of Uzbekistan on cooperation in the field of environmental protection.

10.

Memorandum of Understanding between the Government of the Republic of India and the Government of the Republic of Uzbekistan on Cooperation in the Field of Higher Education and Scientific Research.

11.

Cooperation Agreement between the Gujarat state of the Republic of India and the Samarkand region of the Republic of Uzbekistan of establishment of partnership relations.

Announcements

Sl. No.

Title

1.

Elevating the India-Uzbekistan Strategic Partnership to a Comprehensive Strategic Partnership

2.

Grant of USD 1 million for afforestation in the Aral Sea region

3.

 Lal Bahadur Shastri Scholarship for Hindi Language (100 Scholarships)

4.

ICCR Sanskrit Chair at Tashkent State University of Oriental Studies

5.

Commercial Agreement between NPCI International Payments Ltd (NIPL) with National Interbank Processing Centre JSC (NIPC), Uzbekistan to enable UPI Apps of India to scan national QR - UZQR for making merchant payments in Uzbekistan.