“ପିଏମ ବିଶ୍ୱକର୍ମା ଯୋଜନା କାରିଗର ଓ କ୍ଷୁଦ୍ର ବ୍ୟବସାୟ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବ”
“ଚଳିତ ବର୍ଷ ବଜେଟରେ ପିଏମ ବିଶ୍ୱକର୍ମା ଯୋଜନା ଘୋଷଣା ପ୍ରତ୍ୟକଙ୍କ ଧ୍ୟାନ ଆକର୍ଷଣ କରିଛି”
“କ୍ଷୁଦ୍ର କାରିଗର ସ୍ଥାନୀୟ ହସ୍ତକଳା ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପିଏମ ବିଶ୍ୱକର୍ମା ଯୋଜନା ସେମାନଙ୍କୁ ସଶକ୍ତ କରିବା ଉପରେ ଆଲୋକପାତ କରିଥାଏ”
“ପିଏମ ବିଶ୍ୱକର୍ମା ଯୋଜନା ସମୃଦ୍ଧ ପରମ୍ପରା ବଜାୟ ରଖି ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କ ଦ୍ୱାରା କଳାକୃତି ବିକାଶର ଲକ୍ଷ୍ୟ ରଖିଛି”
“କୁଶଳୀ କାରିଗର ହେଉଛନ୍ତି ଆତ୍ମନିର୍ଭର ଭାରତର ପ୍ରତୀକ ଓ ଆମ ସରକାର ସେମାନଙ୍କୁ ନବ ଭାରତର ବିଶ୍ୱକର୍ମା ଭାବେ ବିବେଚନା କରେ”
“ଗ୍ରାମର ପ୍ରତ୍ୟକ ଶ୍ରେଣୀକୁ ସଶକ୍ତ କରି ସେମାନଙ୍କ ବିକାଶ ଭାରତର ବିକାଶ ଯାତ୍ରା ପାଇଁ ଆବଶ୍ୟକ”
“ଦେଶର ବିଶ୍ୱକର୍ମମାନଙ୍କ ଆବଶ୍ୟକତା ଅନୁସାରେ ଆମକୁ ଆମ କୁଶଳତା ଭିତ୍ତିଭୂମିକୁ ନୂତନ ପରିସ୍ଥିତି ସହ ଖାପ ଖୁଆଇବାକୁ ହେବ”
“ଆଜିର ବିଶ୍ୱକର୍ମାଗଣ ଆସନ୍ତାକାଲିର ଉଦ୍ୟୋଗୀ ହୋଇପାରିବେ”
“ଗୋଟିଏ ପଦ୍ଧତିର ଅପରିହାର୍ଯ୍ୟ ଅଙ୍ଗ ହୋଇଗଲେ କାରିଗର ଓ ଶିଳ୍ପୀମାନଙ୍କୁ ମଜବୁତ କରିହେବ”

ନମସ୍କାର!

ଗତ କିଛି ଦିନ ହେବ ବଜେଟ ପରେ ୱେବିନାରଗୁଡ଼ିକର ଏକ ସିରିଜ ଚାଲିଛି । ଗତ ତିନି ବର୍ଷ ଧରି ଆମେ ପ୍ରତ୍ୟକ ବଜେଟ ପରେ ହିତାଧିକାରୀମାନଙ୍କ ସହ ବଜେଟ ଉପରେ କଥା ହେବାର ପରମପ୍ରା ଆରମ୍ଭ ହୋଇଛି । ଏବଂ ଆମକୁ ବଜେଟକୁ ଧ୍ୟାନରେ ରଖି ଅତିଶୀଘ୍ର କିପରି ଲାଗୁ କରିବା ଉଚିତ? ହିତାଧିକାରୀମାନେ କ’ଣ ମତାମତ ଦେଉଛନ୍ତି? ଅର୍ଥାତ ଆଲୋଚନା ବହୁତ ଭଲ ଭାବରେ ଚାଲିଥାଏ । ଆହୁରି ମୋତେ ଖୁସି ଲାଗୁଛି ଯେ ସମସ୍ତ ବାଣିଜ୍ୟ ଏବଂ ଉଦ୍ୟୋଗ, ସଂଘଗୁଡ଼ିକ, ଯେଉଁମାନଙ୍କର ବଜେଟ ସହିତ ସିଧାସଳଖ ସମ୍ବନ୍ଧ ରହିଛି, ଚାଷୀ ହୁଅନ୍ତୁ, ମହିଳା ହୁଅନ୍ତୁ, ଯୁବଗୋଷ୍ଠୀ ହୁଅନ୍ତୁ, ଆଦିବାସୀ ହୁଅନ୍ତୁ, ଆମର ଦଳିତ ଭାଇ-ଭଉଣୀ ହୁଅନ୍ତୁ, ଏମିତି ଅନେକ ହଜାର ହଜାର ଲୋକ ଅଛନ୍ତି, ସେମାନଙ୍କ ସହିତ ବିଚାରବିମର୍ଶ କରି ଭଲ ମତାମତ ଆଗକୁ ଆସିଛି । ହିତାଧିକାରୀମାନେ ଏମିତି ପରାମର୍ଶ ଦେଇଛନ୍ତି ଯାହା ସରକାରଙ୍କ ପାଇଁ ମଧ୍ୟ ଉପଯୋଗୀ ଅଟେ । ଏବଂ ମୋ ପାଇଁ ଏହା ବହୁତ ଖୁସିର କଥା ଯେ ଚଳିତ ଥର,

ଏହା ଆମ ପାଇଁ ଲୋକତନ୍ତ୍ରର ଏକ ନୂତନ ଏବଂ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଅଟେ । ଯେମିତି ସଂସଦରେ ଆଲୋଚନା ହୋଇଥାଏ ଏବଂ ସାଂସଦ ଆଲୋଚନା କରିଥାନ୍ତି, ଏହି ପ୍ରକାରର ଜନତାଙ୍କ ସହିତ ଗମ୍ଭୀର ଭାବରେ ଆଲୋଚନା କରିବା ନିଜସ୍ୱ ଏକ ବହୁତ ଉପଯୋଗୀ ଅଭ୍ୟାସ ଅଟେ । ବଜେଟ ପରେ ଆଜିର ଏହି ୱେବିନାର ଭାରତର କୋଟି କୋଟି ଲୋକମାନଙ୍କର କୌଶଳ ଏବଂ ପ୍ରତିଭାକୁ ସମର୍ପିତ ଅଟେ । ବିଗତ ବର୍ଷରେ ସ୍କିଲ ଇଣ୍ଡିଆ ମିଶନ ଏବଂ କୌଶଳ ବିକାଶ କେନ୍ଦ୍ର ମାଧ୍ୟମରେ ଆମେ କୋଟି କୋଟି ଯୁବଗୋଷ୍ଠୀଙ୍କର କୌଶଳକୁ ବଢ଼ାଇବା ଏବଂ ସେମାନଙ୍କୁ ରୋଜଗାରର ନୂତନ ଅବସର ପ୍ରଦାନ କରିବାର କାମ କରିଛୁ । କୌଶଳ ବିକାଶ ଭଳି କ୍ଷେତ୍ରର ଆମେ ଯେତେ ଅଧିକ ନିର୍ଦ୍ଦିଷ୍ଟ ହେବା, ଆଭିମୁଖ୍ୟ ଯେତେ ଟାର୍ଗେଟ ହେବ, ପରିଣାମ ସେତିକି ହିଁ ଭଲ ହେବ ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା କିମ୍ବା କେବଳ ପିଏମ ବିଶ୍ୱକର୍ମା ଯୋଜନା ଏହି ଚିନ୍ତାର ପରିଣାମ ଅଟେ । ଏହି ପିଏମ ବିଶ୍ୱକର୍ମା ଯୋଜନାର ଘୋଷଣା ଦ୍ୱାରା ଏହାର ବ୍ୟାପକ ଆଲୋଚନା ହୋଇଛି; ଏବଂ ଗଣମାଧ୍ୟମ ଏବଂ ଅର୍ଥନୀତିଜ୍ଞ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି ଏବଂ ଏଥିପାଇଁ ଏହି ଯୋଜନାର ଘୋଷଣା ଆକର୍ଷଣର କେନ୍ଦ୍ର ପାଲଟିଛି । ବର୍ତ୍ତମାନ ଏହି ଯୋଜନାର ଆବଶ୍ୟକତା କ’ଣ ଥିଲା? ଏହାର ନାମ ବିଶ୍ୱକର୍ମା କାହିଁକି ରଖାଗଲା? ଏହି ଯୋଜନାର ସଫଳତା ପାଇଁ ଆପଣ ସମସ୍ତ ହିତାଧିକାରୀ କିପରି ଗୁରୁତ୍ୱପୂର୍ଣ୍ଣ? ମୁଁ ଏହି ବିଷୟଗୁଡ଼ିକ ଉପରେ କିଛି ଜିନିଷ ବିଷୟରେ ଆଲୋଚନା କରିବି ଏବଂ ଆପଣ ମଧ୍ୟ କିଛି ବିଷୟ ଉପରେ ଆଲୋଚନା କରିବେ ।

ସାଥୀମାନେ

ଆମର ସିଦ୍ଧାନ୍ତ ଅନୁସାରେ, ଭଗବାନ ବିଶ୍ୱକର୍ମାଙ୍କୁ ବ୍ରହ୍ମାଣ୍ଡର ନିୟନ୍ତ୍ରକ ଭାବରେ ମନାଯାଇଥାଏ । ତାଙ୍କୁ ସବୁଠାରୁ ବଡ଼ ଶିଳ୍ପକାର ଭାବରେ ବିବେଚନା କରାଯାଇଥାଏ ଏବଂ ବିଶ୍ୱକର୍ମାଙ୍କ ମୂର୍ତ୍ତିର ହାତରେ ସମସ୍ତ ପ୍ରକାରର ଯନ୍ତ୍ରପାତି ରହିଛି । ଆମର ସମାଜରେ ସେହି ଲୋକମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଆସିଛି ଯେଉଁମାନେ ନିଜ ହାତରେ କିଛି ନା କିଛି ସୃଷ୍ଟି କରିଥାନ୍ତି ଏବଂ ତାହା ମଧ୍ୟ ଯନ୍ତ୍ରପାତିର ସାହାଯ୍ୟରେ, ବସ୍ତ୍ର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ଧ୍ୟାନ ଦିଆଯାଇଛି, କିନ୍ତୁ ଆମର କମାର, ସୁନା କାରିଗର, କୁମ୍ଭାର, ବଢ଼େଇ, ମୂର୍ତ୍ତିକାର, କାରିଗର, ରାଜମିସ୍ତ୍ରୀମାନେ ମଧ୍ୟ ସେମାନଙ୍କର ବିଶେଷ ସେବା ହେତୁ ଶତାବ୍ଦୀ ଧରି ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହି ଆସିଛନ୍ତି ।

ପରିବର୍ତ୍ତିତ ଆର୍ଥିକ ଆବଶ୍ୟକତା ଅନୁଯାୟୀ ଏହି ଲୋକମାନେ ମଧ୍ୟ ସମୟ ସମୟରେ ନିଜକୁ ପରିବର୍ତ୍ତନ କରିଥାନ୍ତି । ଏହା ବ୍ୟତୀତ, ସେମାନେ ସ୍ଥାନୀୟ ପରମ୍ପରା ଅନୁଯାୟୀ ନୂତନ ଜିନିଷ ମଧ୍ୟ ବିକଶିତ କରିଛନ୍ତି । ଉଦାହରଣ ସ୍ୱରୂପ, ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଆମର କୃଷକ ଭାଇ-ଭଉଣୀମାନେ ଶସ୍ୟକୁ ବାଉଁଶରେ ନିର୍ମିତ ଷ୍ଟୋରେଜରେ ଗଚ୍ଛିତ କରିରଖନ୍ତି । ଏହାକୁ ପାନିଆ କୁହାଯାଇଥାଏ ଏବଂ ଏହାକୁ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ସେହିଭଳି, ଯଦି ଆମେ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯାଆନ୍ତି, ତେବେ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ତଶିଳ୍ପ ବିକଶିତ ହୋଇଛି । ଏବେ କେରଳ ବିଷୟରେ କହିବାକୁ ଗଲେ, କେରଳର ଭରୁ ଡଙ୍ଗା ସମ୍ପୂର୍ଣ୍ଣ ଭାବରେ ହାତରେ ତିଆରି ହୋଇଛି । ସେଠାରେ ଥିବା ବଢ଼େଇ, ମତ୍ସ୍ୟଜୀବୀମାନଙ୍କର ଡଙ୍ଗା ନିର୍ମାଣ କରିଥାନ୍ତି । ଏହାକୁ ପ୍ରସ୍ତୁତି କରିବା ପାଇଁ ଏକ ବିଶେଷ ପ୍ରକାରର କୌଶଳ, ଦକ୍ଷତା ଏବଂ ବିଶେଷଜ୍ଞମାନଙ୍କର ଆବଶ୍ୟକତା ହୋଇଥାଏ ।

ସାଥୀମାନେ,

କାରିଗରମାନେ ସ୍ଥାନୀୟ ହସ୍ତଶିଳ୍ପର କ୍ଷୁଦ୍ର ଉତ୍ପାଦନରେ ଏବଂ ଜନସାଧାରଣଙ୍କ ନିକଟରେ ସେମାନଙ୍କର ଆବେଦନକୁ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ । କିନ୍ତୁ ଦୁର୍ଭାଗ୍ୟବଶତଃ ଆମ ଦେଶରେ ସେମାନଙ୍କର ଭୂମିକାକୁ ସମାଜର ଦୟାରେ ରହିଗଲା ଏବଂ ସେମାନଙ୍କର ଭୂମିକା ହ୍ରାସ ପାଇଲା । ପରିସ୍ଥିତି ଏପରି ଥିଲା ଯେ ଏହି ପ୍ରକାରର କାର୍ଯ୍ୟଗୁଡ଼ିକ ଛୋଟ ଏବଂ କମ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରା ଯାଉଥିଲା । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଏହି ଜିନିଷ ହେତୁ ଆମକୁ ସମଗ୍ର ବିଶ୍ୱରେ ସ୍ୱୀକୃତି ଦିଆଗଲା । ରପ୍ତାନୀର ଏହା ଏକ ପ୍ରାଚୀନ ମଡେଲ ଥିଲା, ଯେଉଁଥିରେ ଆମର କାରିଗରମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଔପନିବେଶକ ଶାସନର ଦୀର୍ଘ ସମୟ ମଧ୍ୟରେ, ଏହି ମଡେଲ ଭୁଶୁଡ଼ି ପଡ଼ିଲା ଏବଂ ତାହାକୁ ବହୁତ କ୍ଷତି ସହିବାକୁ ପଡ଼ିଲା ।

ସ୍ୱାଧୀନତା ପରେ ଆମର କାରିଗରମାନଙ୍କୁ ସରକାରଙ୍କ ଠାରୁ ଆବଶ୍ୟକୀୟ ହସ୍ତକ୍ଷେପ ଓ ସାହାଯ୍ୟ ମିଳିପାରିଲା ନାହିଁ। ଫଳସ୍ୱରୂପ, ଆଜି ଅଧିକାଂଶ ଲୋକ ଯେଉଁମାନେ ଏହି ଅସଂଗଠିତ କ୍ଷେତ୍ର ଉପରେ ନିର୍ଭର କରିଥାନ୍ତି । ସେମାନେ କେବଳ ଅସ୍ଥାୟୀ ସମାଧାନର ବ୍ୟବହାର କରି ନିଜର ରୋଜଗାର କରିଥାନ୍ତି । ଅନେକ ଲୋକ ସେମାନଙ୍କର ପିତୃପୁରୁଷ ଏବଂ ପାରମ୍ପରିକ ବୃତ୍ତି ଛାଡ଼ି ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଆଜିର ଆବଶ୍ୟକତାର ଅନୁକୂଳ ହେବାର କ୍ଷମତାର ଅଭାବ ଅଛି ।

ସାଥୀମାନେ,

ସାଧାରଣତଃ ଆମେ ଗୋଟିଏ କଥାକୁ ସବୁବେଳେ ଶୁଣିଥାଉ ଯେ, ମଣିଷ ହେଉଛି ଗୋଟିଏ ସାମାଜିକ ପ୍ରାଣୀ । ଏବଂ ସମାଜର ବିଭିନ୍ନ ଶକ୍ତି ମାଧ୍ୟମରେ ସାମାଜିକ ବ୍ୟବସ୍ଥା ବିକଶିତ ଏବଂ ସଂଚାଳିତ ହୋଇଥାଏ । କିଛି ଏମିତି ବୃତ୍ତି ରହିଛି ଯାହା ବିନା ସାମାଜିକ ଜୀବନଯାପନ କରିବା କଷ୍ଟକର ହୋଇଥାଏ, ପ୍ରଗତି କରିବା ତ ଦୂରର କଥା, କେହି ଏହାର କଳ୍ପନା ମଧ୍ୟ କରିପାରିବେ ନାହିଁ । ଆଜି ସେହି କାର୍ଯ୍ୟକୁ ହୁଏତ ଟେକ୍ନେ୍ାଲୋଜିର ସମର୍ଥନ ମିଳିଥାଇପାରେ, ଆଧୁନିକତା ଉପରେ କୌଣସି ପ୍ରଶ୍ନ କରିପାରିବେ ନାହିଁ । ଯେଉଁମାନେ ଭାରତର ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଜାଣିଛନ୍ତି, ସେମାନେ ମଧ୍ୟ ଭଲ ଭାବରେ ଜାଣିଛନ୍ତି ଯେ କେହି ପରିବାରରେ ଡାକ୍ତର ହୁଅନ୍ତୁ କିମ୍ବା ନ ହୁଅନ୍ତୁ, କିନ୍ତୁ ପରିବାରର କେହି ବଣିଆ ନିଶ୍ଚିତ ଅର୍ଥାତ ପରିବାରର ପ୍ରତ୍ୟକ ପିଢ଼ି ଏକ ନିର୍ଦ୍ଦିଷ୍ଟ ସୁନା କାରିଗର । ପରିବାରରୁ ନିର୍ମିତ ଅଳଙ୍କାର କିଣିଥାନ୍ତି ଏବଂ ମଗାଇଥାନ୍ତି । ସେହିଭଳି ଗାଁ ଏବଂ ସହରରେ ବିଭିନ୍ନ କାରିଗର ଅଛନ୍ତି ଯେଉଁମାନେ ନିଜ ହାତର କୌଶଳ ସହିତ ଉପକରଣ ବ୍ୟବହାର କରି ନିଜର ଜୀବନଯାପନ କରନ୍ତି । ଏତେ ବଡ଼ ବିଚ୍ଛିନ୍ନ ସମ୍ପ୍ରଦାୟ ପ୍ରତି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଧ୍ୟାନ ରହିଛି ।

ସାଥୀମାନେ,

ଯଦି ଆମେ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ବିଷୟକୁ ଦେଖିବା, ଚାଷ ବ୍ୟତୀତ ମଧ୍ୟ ଗ୍ରାମୀଣ ଜୀବନରେ ଅନ୍ୟାନ୍ୟ ପ୍ରଣାଳୀ ସମାନ ଭାବେ ମହତ୍ତ୍ୱପୂର୍ଣ୍ଣ । ଗାଁର ବିକାଶ ପାଇଁ ଗାଁରେ ରହୁଥିବା ପ୍ରତ୍ୟକ ବିଭାଗକୁ ସକ୍ଷମ ଏବଂ ଆଧୁନିକରଣ କରିବା ଦିଗରେ ଆମର ବିକାଶ ଯାତ୍ରା ଜରୁରୀ ଅଟେ ।

ମୁଁ କିଛିଦିନ ପୂର୍ବରୁ ଦିଲ୍ଲୀର ଆଦି ମହୋତ୍ସବକୁ ଯାଇଥିଲି । ସେଠାରେ ମୁଁ ଦେଖିଲି ଯେ ଆଦିବାସୀ କଳା ଏବଂ ହସ୍ତକଳାରେ ପାରଦର୍ଶୀ ଥିବା ଅନେକ ଲୋକ ଆଦିବାସୀ ଅଞ୍ଚଳରୁ ଆସି ସେମାନେ ସେମାନଙ୍କର ଷ୍ଟଲ ଲଗାଇଥିଲେ। କିନ୍ତୁ ମୋର ଧ୍ୟାନ ସେହି ଲୋକମାନଙ୍କ ପାଖକୁ ଗଲା ଯେଉଁମାନେ ଲାଖରୁ ଚୁଡ଼ି ତିଆରି କରୁଥିଲେ । ସେମାନେ ଆକର୍ଷଣର କେନ୍ଦ୍ର ଥିଲେ । ସେମାନେ ଲାଖରୁ କିପରି ଚୁଡ଼ି ତିଆରି କରିଥାନ୍ତି? ସେମାନେ ମୁଦ୍ରଣର କାର୍ଯ୍ୟ କିପରି କରିଥାନ୍ତି? ଏବଂ ଗାଁର ମହିଳାମାନେ ଏହି କାମ କିପରି କରୁଛନ୍ତି? ଆକାର ଦୃଷ୍ଟିରୁ ସେମାନଙ୍କ ନିକଟରେ କ’ଣ ଟେକ୍ନୋଲୋଜି ଅଛି? ଏବଂ ମୁଁ ଦେଖିଲି ଯେ ସେଠାକୁ ଯାଉଥିବା କୌଣସି ବ୍ୟକ୍ତି ଅତି କମରେ ଦଶ ମିନିଟ ବିତାଉଛନ୍ତି ।

ସେହିଭଳି ଆମର ଲୁହା କାମ କରୁଥିବା ଆମର କମାର ଭାଇ ଓ ଭଉଣୀମାନଙ୍କୁ, ମାଟିର ପାତ୍ର ତିଆରି କରୁଥିବା କୁମ୍ଭାର ଭାଇ-ଭଉଣୀମାନଙ୍କୁ, କାଠରେ କାମ କରୁଥିବା ଆମର ବଢ଼େଇ ଭାଇ-ଭଉଣୀମାନଙ୍କୁ, ସୁନାରେ କାମ କରୁଥିବା ବଣିଆମାନଙ୍କୁ ବର୍ତ୍ତମାନ ସହାୟତାର ଆବଶ୍ୟକତା ରହିଛି । ଯେପରି ଆମେ ଛୋଟ ଦୋକାନୀ ଏବଂ ରାସ୍ତା ଘାଟ ବିକ୍ରେତାମାନଙ୍କ ପାଇଁ ପିଏମ ସ୍ୱନିଧି ଯୋଜନା ପ୍ରସ୍ତୁତ କରିଥିଲୁ, ସେହିପରି ପିଏମ ବିଶ୍ୱକର୍ମା ଯୋଜନା ମାଧ୍ୟମରେ କୋଟି କୋଟି ଲୋକମାନଙ୍କୁ ଅତ୍ୟଧିକ ଲାଭ ମିଳିପାରିବ । ଅନେକ ବର୍ଷ ପୂର୍ବରୁ ମୁଁ ଥରେ ୟୁରୋପର ଗୋଟିଏ ଦେଶକୁ ଯାଇଥିଲି ଏବଂ ମୁଁ ସେଠାରେ ଅଳଙ୍କାର ବ୍ୟବସାୟରେ ଥିବା ଗୁଡ଼ରାକୀମାନଙ୍କୁ ଭେଟିଥିଲି, ତେଣୁ ମୁଁ ସେମାନଙ୍କୁ ସେହି ସମୟର ଦୃଶ୍ୟ ବିଷୟରେ ପଚାରିଥିଲି । ସେମାନେ କହିଛନ୍ତି, ଅଳଙ୍କାରରେ ଟେକ୍ନୋଲୋଜି ଏବଂ ମେସିନ ଉପଲବ୍ଧ ଥିବା ସତ୍ତ୍ୱେ ସାଧାରଣତଃ ହସ୍ତକଳା ଅଳଙ୍କାରର ଅଧିକ ଚାହିଦା ରହିଥାଏ । ଏବଂ ଏଥିପାଇଁ ଏକ ବଡ଼ ମାର୍କେଟ ଅଛି । ଏହାର ଅର୍ଥ ଏହି କ୍ଷେତ୍ରର ମଧ୍ୟ ସମ୍ଭାବନା ଅଛି

ସାଥୀମାନେ,

ଏହିପରି ଅନେକ ଅଭିଜ୍ଞତା ଅଛି ଏବଂ ସେଥିପାଇଁ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ପ୍ରତ୍ୟକ କାରିଗର ମିତ୍ରଙ୍କୁ ସମଗ୍ର ଆନୁଷ୍ଠାନିକ ସହାୟତା ପ୍ରଦାନ କରିବେ । ଆମେ ଏହା ସୁନିଶ୍ଚିତ କରିବୁ ଯେ କାରିଗର ମିତ୍ରମାନଙ୍କୁ ସୁବିଧାରେ ଋଣ ମିଳୁ; ସେମାନଙ୍କର ଦକ୍ଷତା ବୃଦ୍ଧି ହୋଇଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ବୈଷୟିକ ସହାୟତା ଗ୍ରହଣ କରନ୍ତି। ଏହା ବ୍ୟତୀତ, ଡିଜିଟାଲ ସଶକ୍ତୀକରଣ, ବ୍ରାଣ୍ଡ ପ୍ରଚାର ଏବଂ ଉତ୍ପାଦଗୁଡ଼ିକର ବଜାର ପ୍ରବେଶ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । କଞ୍ଚାମାଲ ମଧ୍ୟ ସୁନିଶ୍ଚିତ କରାଯିବ । ଏହି ଯୋଜନାର ଉଦେଶ୍ୟ କେବଳ ଏହି କାରିଗର ଏବଂ କାରିଗରମାନଙ୍କ ସମୃଦ୍ଧ ପରମ୍ପରାକୁ ବଞ୍ଚାଇ ରଖିବା ନୁହେଁ, ବରଂ ଏହାକୁ ଅଧିକ ବିକାଶ କରିବା ।

ସାଥୀମାନେ,

ବର୍ତ୍ତମାନ ଆମେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଦକ୍ଷତା ଭିତ୍ତିଭୂମି ବ୍ୟବସ୍ଥାକୁ ପୁନଃ ପରିବର୍ତ୍ତନ କରିବା ଆବଶ୍ୟକ । ଆଜି ମୁଦ୍ରା ଯୋଜନା ମାଧ୍ୟମରେ ସରକାର କୋଟି କୋଟି ଟଙ୍କାର ଋଣ କୌଣସି ଗ୍ୟାରେଣ୍ଟି ବିନା ଦେଉଛନ୍ତି । ଏହି ଯୋଜନା ଆମର କାରିଗର ବନ୍ଧୁମାନଙ୍କ ପାଇଁ ସର୍ବାଧିକ ଲାଭ ସୁନିଶ୍ଚିତ କରିବାକୁ ପଡ଼ିବ । ଆମର ଡିଜିଟାଲ ସାକ୍ଷରତା ଅଭିଯାନରେ ବର୍ତ୍ତମାନ ଆମକୁ ଆମର କାରିଗର ବନ୍ଧୁମାନଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ ।

ସାଥୀମାନେ,

ଆମର ଉଦେଶ୍ୟ ହେଉଛି ଆଜିର କାରିଗରମାନଙ୍କୁ ଆଗାମୀ କାଲିର ବଡ଼ ଉଦ୍ୟୋଗୀରେ ପରିଣତ କରିବା । ଏଥିପାଇଁ ସେମାନଙ୍କର ଉପ-ବ୍ୟବସାୟ ମଡେଲର ସ୍ଥିରତା ଜରୁରୀ ଅଟେ । ଏହାକୁ ଧ୍ୟାନରେ ରଖି ଆମେ ସେମାନଙ୍କ ଦ୍ୱାରା ଆକର୍ଷଣୀୟ ଡିଜାଇନ, ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ ସହିତ ଭଲ ତିଆରି କରିବାକୁ ମଧ୍ୟ କାମ କରୁଛୁ । ଏଥିରେ ଗ୍ରାହକମାନଙ୍କର ଆବଶ୍ୟକତା ଉପରେ ମଧ୍ୟ ଧାନ ଦେଉଛୁ । ଆମେ କେବଳ ସ୍ଥାନୀୟ ବଜାର ଉପରେ ନଜର ରଖୁନାହୁଁ, ବୈଶ୍ୱିକ ବଜାରକୁ ମଧ୍ୟ ଟାର୍ଗେଟ କରୁଛୁ । ମୁଁ ଆଜି ଏଠାରେ ଏକତ୍ରିତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରୁଛି ଯେ ଆମର କାରିଗର ବନ୍ଧୁମାନଙ୍କ ହାତ ଧଣିବା, ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା । ଏଥିପାଇଁ ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଅଧିକରୁ ଅଧିକ ଏହି କାରିଗରମାନଙ୍କ ସହିତ ଯୋଡ଼ି ହୁଅନ୍ତୁ; ଏବଂ ସେମାନଙ୍କ ନିକଟକୁ ଯାଇ ସେମାନଙ୍କ କଳ୍ପନାକୁ ଉତ୍ସାହିତ ଦେବା ।

ସାଥୀମାନେ,

ଆମେ କାରିଗର ଏବଂ ଶିଳ୍ପକାରମାନଙ୍କୁ କେବଳ ମୂଲ୍ୟ ଶୃଙ୍ଖାଳର ଏକ ଅଂଶ କରି ସଶକ୍ତ କରିପାରିବା, ସେମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ଆମର ଏମଏସଏମଇ କ୍ଷେତ୍ର ପାଇଁ ଯୋଗାଣକାରୀ ଏବଂ ଉତ୍ପାଦକ ହୋଇପାରିବ । ସେମାନଙ୍କୁ ସାଧନ ଏବଂ ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ଯୋଗାଇ ସେମାନଙ୍କୁ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରାଯାଇ ପାରିବ । ଶିଳ୍ପ ଜଗତ ଏହି ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକତା ସହିତ ଯୋଡ଼ି ଉତ୍ପାଦନ ବୃଦ୍ଧି କରିପାରିବ । ଶିଳ୍ପ ସେମାନଙ୍କୁ କୌଶଳ ଏବଂ ଗୁଣାତ୍ମକ ତାଲିମ ମଧ୍ୟ ଦେଇପାରେ ।

ସରକାର ସେମାନଙ୍କ ଯୋଜନାକୁ ଭଲ ଭାବରେ ସମନ୍ୱୟ କରିପାରିବେ ଏବଂ ବ୍ୟାଙ୍କଗୁଡ଼ିକ ଏହି ପ୍ରକଳ୍ପଗୁଡ଼ିକୁ ଅର୍ଥ ପ୍ରଦାନ କରିପାରିବେ । ଏହି ଉପାୟରେ, ପ୍ରତ୍ୟକ ହିତାଧିକାରୀଙ୍କ ପାଇଁ ଏହା ଏକ ବିଜୟ- ପରିସ୍ଥିତ ହୋଇପାରେ । କର୍ପୋରେଟ କମ୍ପାନିଗୁଡ଼ିକ ପ୍ରତିଯୋଗିତା ମୂଳକ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ପାଇପାରିବେ । ବ୍ୟାଙ୍କ ଗୁଡ଼ିକର ଟଙ୍କା ଯୋଜନାରେ ବିନିଯୋଗ ହେବ ଯାହା ଉପରେ ବିଶ୍ୱାସ କରାଯାଇ ପାରିବ । ଏବଂ ଏହା ସରକାରଙ୍କ ଯୋଜନା ବ୍ୟାପକ ପ୍ରଭାବ ପ୍ରଦର୍ଶିତ କରିବ ।

ଆମର ଷ୍ଟାର୍ଟଅପ ଇ-କମର୍ସ ମଡେଲ ମାଧ୍ୟମରେ ହସ୍ତଶିଳ୍ପ ଉତ୍ପାଦ ପାଇଁ ଏକ ବଡ଼ ବଜାର ମଧ୍ୟ ସୃଷ୍ଟି କରିପାରିବ । ଏହି ଉତ୍ପାଦଗୁଡ଼ିକ ଉନ୍ନତ ପ୍ରଯୁକ୍ତିବିଦ୍ୟା, ଡିଜାଇନ, ପ୍ୟାକେଜିଂ ଏବଂ ଆର୍ଥିକ କ୍ଷେତ୍ରରେ ଷ୍ଟାର୍ଟଅପ ଠାରୁ ସହାୟତା ମଧ୍ୟ ପାଇପାରିବେ । ମୁଁ ଆଶା କରୁଛି ଯେ ପିଏମ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଘରୋଇ କ୍ଷେତ୍ର ସହ ସହଭାଗିତା ଆହୁରି ମଜବୁତ ହେବ । ଏହା ସହିତ ଆମେ ବେସରକାରୀ କ୍ଷେତ୍ରରେ ନବସୃଜନର ଶକ୍ତି ଏବଂ ବ୍ୟବସାୟର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ସମର୍ଥ ହେବ ।

ସାଥୀମାନେ,

ମୁଁ ଏଠାରେ ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ନିଜ ମଧ୍ୟରେ ଆଲୋଚନା କରିବା ଉଚିତ ଏବଂ ଗୋଟିଏ ଦୃଢ଼ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉଚିତ । ଆମେ ସେହି ଲୋକମାନଙ୍କ ନିକଟରେ ମଧ୍ୟ ପହଂଚିବା ପାଇଁ ଚେଷ୍ଟା କରୁଛୁ, ଯେଉଁମାନେ ବହୁତ ଦୂର ଅଞ୍ଚଳରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେ ପ୍ରଥମ ଥର ପାଇଁ ସରକାରୀ ଯୋଜନାରେ ଲାଭ ପାଇବାର ସମ୍ଭାବନା ରହିଛି । ଆମର ଅଧିକାଂଶ ଭାଇ ଓ ଭଉଣୀମାନେ ଦଳିତ, ଆଦିବାସୀ, ପଛୁଆ ଅଞ୍ଚଳର କିମ୍ବା ମହିଳା ଏବଂ ଅନ୍ୟାନ୍ୟ ଦୁର୍ବଳ ବିଭାଗର ଅଟନ୍ତି । ତେଣୁ ବ୍ୟାବହାରିକ ଏବଂ ପ୍ରଭାବଶାଳୀ କୌଶଳ ବିକାଶ କରିବାର ଆବଶ୍ୟକତା ଅଛି ଯାହା ମାଧ୍ୟମରେ ଆମେ ଅଭାବୀ ଲୋକମାନଙ୍କ ନିକଟରେ ପହଂଚିପାରିବା ଏବଂ ସେମାନଙ୍କୁ ପିଏମ ବିଶ୍ୱକର୍ମା ଯୋଜନା ବିଷୟରେ କହିପାରିବା ଏବଂ ସେମାନେ ଏହି ଯୋଜନାର ଲାଭ ପାଇପାରିବେ ।

ଆମକୁ ଏକ ସମୟସୀମା ସ୍ଥିର କରି ମିଶନ ମୋଡରେ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ମୁଁ ନିଶ୍ଚିତ ଯେ ଆଜି ବିଚାରବିମର୍ଶ ସମୟରେ ଆପଣ ଲୋକମାନଙ୍କୁ ଏବଂ ସେମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖିବେ । ଆପଣ ଏହା ମଧ୍ୟ ଚିନ୍ତା କରିପାରିବେ ଯେ ପଦ୍ଧତି କ’ଣ ହୋଇପାରେ? ଯୋଜନାର ଡିଜାଇନ କ’ଣ ହେବା ଉଚିତ? ଉତ୍ପାଦଗୁଡ଼ିକ କ’ଣ ହେବା ଉଚିତ? ଏହା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରକୃତ ଅର୍ଥରେ ଲୋକମାନଙ୍କୁ ସାହାଯ୍ୟ କରୁଛୁ ।

ସାଥୀମାନେ,

ଆଜି ୱେବିନାରର ଶେଷ ଅଧିବେଶନ ଅଟେ । ଏ ପର୍ଯ୍ୟନ୍ତ ଆମେ ବଜେଟର ଭିନ୍ନ ଭିନ୍ନ ଭାଗରେ ୧୨ଟି ୱେବିନାର କରିଛୁ ଏବଂ ସେଠାରେ ଅନେକ ଆଲୋଚନା ହୋଇଛି । ଏବେ ପହରଦିନ ସଂସଦ ଆରମ୍ଭ ହେବ । ସମସ୍ତ ସାଂସଦ ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ପରାମର୍ଶ ନେଇ ସଂସଦକୁ ଆସିବେ ଏବଂ ବଜେଟ ପାରିତ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାରେ ନୂତନ ଜୀବନ୍ତତା ଦେଖିବାକୁ ମିଳିବ । ଏହି ବିଚାରବିମର୍ଶ ନିଜେ ଏକ ନିଆରା ପଦକ୍ଷେପ; ଏହା ଏକ ଲାଭଦାୟକ ପଦକ୍ଷେପ; ସମଗ୍ର ଦେଶ ଏବଂ ପ୍ରତ୍ୟକ ଜିଲ୍ଲା ଏହା ସହିତ ସଂଯୁକ୍ତ । ଯେଉଁମାନେ ସମୟ ବାହାରକରି ଏହି ୱେବିନାରକୁ ସମୃଦ୍ଧ କରିଥିଲେ, ସେମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ!

ପୁଣିଥରେ, ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ମୁଁ ମଧ୍ୟ ଅଭିନନ୍ଦନ ଜଣାଉଛି ଏବଂ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ୱେବିନାର ପରିଚାଳନା କରୁଛନ୍ତି, ଏହାକୁ ଆଗକୁ ନେଇଛନ୍ତି ଏବଂ ଉତ୍ତମ ପରାମର୍ଶ ଦେଇଛନ୍ତି ।

ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.