୧୪୦ କୋଟି ନାଗରିକ ମାନଙ୍କୁ ପୁରସ୍କାର ଉତ୍ସର୍ଗ କରିଛନ୍ତି
“ନମାମି ଗଙ୍ଗେ ପ୍ରକଳ୍ପକୁ ନଗଦ ପୁରସ୍କାର ଦାନ କରିଛନ୍ତି”
ଲୋକମାନ୍ୟ ତିଳକ ହେଉଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମର ତିଳକ
ଲୋକମାନ୍ୟ ତିଳକ ଜଣେ ମହାନ ଅନୁଷ୍ଠାନ ନିର୍ମାଣକାରୀ ଏବଂ ପରମ୍ପରାର ପୃଷ୍ଠପୋଷକ ଥିଲେ
“ତିଳକ ଭାରତୀୟଙ୍କ ମଧ୍ୟରେ ହୀନମନ୍ୟତାର ଧାରାକୁ ଭାଙ୍ଗିଥିଲେ ଏବଂ ସେମାନଙ୍କ ସାମର୍ଥ୍ୟ ପାଇଁ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ”
“ବିଶ୍ୱାସ ନିଅଂଟରୁ ଅଧିକ ବିଶ୍ୱାସ ଆଡକୁ ଭାରତ ଚାଲିଛି”
“ଜନସାଧାରଣଙ୍କ ବୃଦ୍ଧି ପାଉଥିବା ବିଶ୍ୱାସ ଭାରତର ଲୋକ ମାନଙ୍କ ପାଇଁ ପ୍ରଗତିର ମାଧ୍ୟମ ପାଲଟିଛି ”

ଲୋକମାନ୍ୟ ଝିଠକାଞ୍ଚି, ଆଜି ୧୦୩ତମ ପୂଣ୍ୟତିଥି ଅଟେ ।

ଏହି ମହାରଷ୍ଟ୍ରର ଭୂମି ଦେଶକୁ ଅନେକ ମହାନ ବୀର ଦେଇଛି ।

ମୁଁ ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି ।

 

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆଦରଣୀୟ ଶ୍ରୀ ଶରଦ ପାୱାର ଜୀ, ରାଜ୍ୟପାଳ ଶ୍ରୀମାନ ରମେଶ ବୈସ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ସିନେ୍ଦ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡ଼ନବୀସ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଜିତ୍ ପାୱାର ଜୀ, ଟ୍ରଷ୍ଟର ସଭାପତି ଶ୍ରୀମାନେ ତିଲକ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୋର ମିତ୍ର ଶ୍ରୀମାନ ସୁଶୀଲ କୁମର ସିନେ୍ଦ ଜୀ, ତିଲକ ପରିବାରର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ଉପସ୍ଥିତ ଭାଇ ଏବଂ ଭଉଣୀମାନେ ।

ଆଜିର ଏହି ଦିନଟି ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଏଠାକୁ ଆସି ଯେତିକି ଉତ୍ସାହିତ ଅଛି, ସେତିକି ଭାବନା ମଧ୍ୟ ଅଛି । ଆଜି ସମସ୍ତଙ୍କର ଆଦର୍ଶ ଏବଂ ଭାରତର ଗୌରବ ବାଲ ଗଙ୍ଗାଧର ତିଲକ ଜୀଙ୍କର ପୂଣ୍ୟତିଥି ଅଛି । ଏହା ସହିତ, ଆଜି ଅନ୍ନାଭାଉ ସାଠେ ଜୀଙ୍କର ଜନ୍ମଜୟନ୍ତୀ ମଧ୍ୟ ଅଛି । ଲୋକମାନ୍ୟ ତିଲକ ଜୀ ଆମ ସ୍ୱତନ୍ତ୍ରତା ଇତିହାସର ମସ୍ତକର ତିଳକ ଅଟନ୍ତି । ଏହା ସହିତ, ଅନ୍ନାଭାଇ ମଧ୍ୟ ସମାଜରେ ସୁଧାର ଆଣିବା ପାଇଁ ଯେଉଁ ଅବଦାନ ଦେଇଛନ୍ତି, ତାହା ଅତୁଳନୀୟ, ଅସାଧାରଣ ଅଟେ । ମୁଁ ଏହି ଦୁଇ ମହାପୁରୁଷମାନଙ୍କ ଚରଣରେଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି ।

ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ଦିନରେ ଏହି ପୂଣ୍ୟ ପବିତ୍ର ଭୂମି ମହାରଷ୍ଟ୍ରର ଭୂମିକୁ ଆସିବାର ସୁଯୋଗ ପାଇଲି, ଏହା ମୋର ଭାଗ୍ୟ, ଏହି ପୂଣ୍ୟ ଭୂମି ଛତପ୍ରତି ଶିବାଜୀ ମହାରାଜାଙ୍କ ଦେଶ ଅଟେ । ଏହା ଚାଫେକର ମିତ୍ରମାନଙ୍କର ପବିତ୍ର ଭୂମି ଅଟେ । ଏହି ଭୂମିରୁ ଜ୍ୟୋତିବା ଫୁଲେ, ସାବିତ୍ରୀ ବାଈଫୁଲେଙ୍କ ପ୍ରେରଣା ଏବଂ ଆଦର୍ଶ ଯୋଡ଼ି ହୋଇଛି । ବର୍ତ୍ତମାନ କିଛି ସମୟ ପୂର୍ବରୁ ମୁଁ ବଗଡ଼ୁ ସେଠ ମନ୍ଦିରରେ ଗଣପତି ଜୀଙ୍କ ଆଶୀର୍ବାଦ ମଧ୍ୟ ନେଲି । ଏହା ଏହା ମଧ୍ୟ ପୁଣେ ଜିଲ୍ଲାର ଇତିହାସର ଏଖ ବଡ଼ ମଜାଦାର କଥା । ବଗଡୁ ସେଠ ପ୍ରଥମ ବ୍ୟକ୍ତି ଥିଲେ, ଯିଏ ତିଲକ ଜୀଙ୍କ ଆହ୍ୱାନରେ ଗଣେଶ ପ୍ରତିମାର ସାର୍ବଜନିକ ସ୍ଥାପନାରେ ସାମିଲ ହୋଇଥିଲେ । ମୁଁ ଏହି ଧରିତ୍ରୀଙ୍କୁ ପ୍ରଣାମ କରିବା ସମୟରେ ଏହି ସମସ୍ତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି ।

 

ସାଥୀମାନେ

ଆଜି ପୁଣେରେ ମୁଁ ଆପଣ ସମସ୍ତଙ୍କ ମଧ୍ୟରେ ମୋତେ ଯେଉଁ ସମ୍ମାନ ମିଳିଛି, ଏହା ମୋର ଜୀବନର ଏକ ଅବିସ୍ମରଣୀୟ ଅନୁଭୂତି ଅଟେ । ଯେଉଁ ସ୍ଥାନରେ, ଯେଉଁ ସଂସ୍ଥା ସିଧାସଳଖ ତିଲକ ଜୀଙ୍କ ସହିତ ଯୋଡ଼ି ହୋଇ ରହିଛି, ତାଙ୍କ ଦ୍ୱାରା ଲୋକମାନ୍ୟ ତିଲକ ନାସନାଲ ଆୱାର୍ଡ ମିଳିବା, ମୋ ପାଇଁ ସୌଭାଗ୍ୟର କଥା ଅଟେ । ମୁଁ ଏହି ସମ୍ମାନ ପାଇଁ ହିନ୍ଦ ସ୍ୱରାଜ ସଂଘର ଏବଂ ଆପଣ ସମସ୍ତଙ୍କୁ ସମ୍ପୂର୍ଣ୍ଣ ବିନମ୍ରତାର ସହିତ ହୃଦୟରୁ ଅଶେଷ କୃତଜ୍ଞତା ଜଣାଉଛି । ଏବଂ ମୁଁ ଏହା ମଧ୍ୟ କରିବାକୁ ଚାହିଁବି, ଯଦି ଉପରୁ ଉପରୁ ଟିକେ ଦେଖିବେ, ତେବେ ଆମର ଦେଶରେ କାଶୀ ଏବଂ ପୁଣେ ଉଭୟଙ୍କର ଏକ ବିଶେଷ ପରିଚୟ ଅଛି । ବିଦ୍ୱାନମାନେ ଏଠାରେ ଚିରଞ୍ଜୀବୀ ଅଟନ୍ତି, ଅମରତ୍ୱ ପ୍ରାପ୍ତ ହୋଇଛି। ଆଜି ଯେଉଁ ପୁଣେ ନଗରୀ ବିଦ୍ୱାନମାନଙ୍କର ଦ୍ୱିତୀୟ ପରିଚୟ ହୋଇଛି ସେହି ଭୂମିରେ ସମ୍ମାନିତ ହେବା ଜୀବନରେ ଏହାଠାରୁ ବଡ଼ କୌଣସି ଗର୍ବ ଏବଂ ସନ୍ତୋଷର ଅନୁଭୂତି ଦେଇଥିବା ଘଟଣା ଆଉ କିଛି ନାହିଁ । କିନ୍ତୁ ସାଥୀମାନେ, ଯେତେବେଳେ କୌଣସି ପୁରସ୍କାର ମିଳିଥାଏ, ସେତେବେଳେ ତା’ ସହିତ ଆମର ଦାୟିତ୍ୱ ମଧ୍ୟ ବଢ଼ି ଯାଇଥାଏ । ଆଜି ଯେତେବେଳେ ସେହି ପୁରସ୍କାର ତିଲକ ଜୀଙ୍କ ନାମରେ ଯୋଡ଼ି ହୋଇଛି, ସେତେବେଳେ ଦାୟିତ୍ୱବୋଧ ଆହୁରି ଅନେକ ଗୁଣ ମଧ୍ୟ ବଢ଼ି ଯାଇଥାଏ । ମୁଁ ଲୋକମାନ୍ୟ ତିଲକ ନାସନାଲ ଆୱାର୍ଡକୁ ୧୪୦ କୋଟି ଦେଶବାସୀଙ୍କ ଚରଣରେ ସମର୍ପିତ କରୁଛି । ଦେଶବାସୀଙ୍କୁ ଏହା ଆଶ୍ୱାସନା ମଧ୍ୟ ଦେଉଛି ଯେ ମୁଁ ସେମାନଙ୍କର ସେବାରେ, ସେମାନଙ୍କର ଆଶାକୁ ପୂରଣ କରିବାରେ କୌଣସି ପ୍ରକାର ଚେଷ୍ଟା ବାକି ରଖିବି ନାହିଁ । ଯାହାଙ୍କ ନାମରେ ଗଙ୍ଗାଧର ଅଛି, ତାଙ୍କ ନାମରେ ମିଳିଥିବା ଏହି ପୁରସ୍କାର ସହିତ ଯେଉଁ ଧନରାଶି ମୋତେ ଦିଆଯାଇଛି, ତାହାକୁ ମଧ୍ୟ ମୁଁ ଗଙ୍ଗାଜୀଙ୍କୁ ସମର୍ପଣ କରୁଛି, ମୁଁ ପୁରସ୍କାର ରାଶି ନମାମୀ ଗଙ୍ଗା ପ୍ରକଳ୍ପ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି ।

ସାଥୀମାନେ,

ଭାରତର ସ୍ୱାଧୀନତାରେ ଲୋକମାନ୍ୟ ତିଲକଙ୍କର ଭୂମିକାକୁ, ତାଙ୍କର ଅବଦାନର କିଛି ଘଟଣାକୁ ଏବଂ ଶବ୍ଦ ସଂକ୍ଷିପ୍ତ କରାଯାଇ ପାରିବ ନାହିଁ । ତିଲକ ଜୀଙ୍କ ସମୟ ଏବଂ ତାଙ୍କ ପରେ ମଧ୍ୟ, ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଯେକୌଣସି ଘଟଣା ଏବଂ ଆନ୍ଦୋଳନ ହୋଇଥିଲା, ସେହି ସମୟରେ ଯାହା ମଧ୍ୟ ବିପ୍ଳବୀ ଏବଂ ନେତା ହେଲେ, ତିଲକ ଜୀଙ୍କ ଛାପ ସମସ୍ତଙ୍କ ଉପରେ ଥିଲା, ପ୍ରତ୍ୟେକ ସ୍ଥାନରେ ଥିଲା, ସେଥିପାଇଁ ନିଜେ ଇଂରେଜମାନଙ୍କୁ ମଧ୍ୟ ତିଲକ ଜୀଙ୍କୁ ‘ଭାରତୀୟ ଅଶାନ୍ତିର ପିତା’ ବୋଲି କହିବାକୁ ପଡ଼ିଥିଲା । ତିଲକ ଜୀ ଭାରତର ସ୍ୱାଧୀନତା ଆନେ୍ଦାଳନର ସମ୍ପୂର୍ଣ୍ଣ ଦିଗ ପରିବର୍ତ୍ତନ କରିଥିଲେ । ଯେତେବେଳେ  ବ୍ରିଟିଶମାନେ କହୁଥିଲେ ଯେ ଭାରତୀୟମାନେ ଦେଶ ଚଳାଇବାରେସକ୍ଷମ ନୁହଁନ୍ତି, ସେତେବେଳେ ଲୋକମାନ୍ୟ ତିଲକ କହିଥିଲେ ଯେ ‘ସ୍ୱରାଜ ଆମର ଜନ୍ମଗତ ଅଧିକାର ଅଟେ’ । ବ୍ରିଟିଶମାନେ ଏକ ଧାରଣା ଦେଇଥିଲେ ଯେ ଭାରତର ବିଶ୍ୱାସ, ସଂସ୍କୃତି, ମାନ୍ୟତା ଏସବୁ ପଛୁଆବର୍ଗର ପ୍ରତୀକ ଅଟେ । କିନ୍ତୁ ତିଲକ ଜୀ ଏହା ମଧ୍ୟ ଭୁଲ୍ ପ୍ରମାଣିତ କଲେ । ସେଥିପାଇଁ ଭାରତର ଜନସାଧାରଣ କେବଳ ନିଜେ ଆଗକୁ ଆସି ତିଲକ ଜୀଙ୍କୁ ଲୋକମାନ୍ୟତା ଦେଇନାହାନ୍ତି, ବରଂ ଲୋକମାନ୍ୟର ଆଖ୍ୟା ମଧ୍ୟ ଦେଇଛନ୍ତି, ଏବଂ ଯେମିତି ବର୍ତ୍ତମାନ ଦୀପକ ଜୀ କହିଲେ ସ୍ୱୟଂ ମହାତ୍ମା ଗାନ୍ଧୀ ଦିନେ ତାଙ୍କୁ ‘ଆଧୁନିକ ଭାରତର ନିର୍ମାତା’ ମଧ୍ୟ କହିଥିଲେ । ଆମେ କଳ୍ପନା କରିପାରିବା ଯେ ତିଲକ ଜୀଙ୍କର ଚିନ୍ତାଧାରା କେତେ ବ୍ୟାପକ ରହିଥିବ, ତାଙ୍କର ଦୃଷ୍ଟିକୋଣ କେତେ ଦୂରଦୃଷ୍ଟି ସମ୍ପନ୍ନ ରହିଥିବ ।

 

ସାଥୀମାନେ,

ଜଣେ ମହାନ ନେତା ଯେ ହୋଇଥାଏ- ଯିଏ ଗୋଟିଏ ବଡ଼ ଲକ୍ଷ୍ୟ ପାଇଁ ନିିଜକୁ କେବଳ ସମର୍ପିତ କରିନଥାଏ, ବରଂ ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଅନୁଷ୍ଠାନ ଏବଂ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରିଥାଏ । ଏଥିପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ, ଆମକୁ ସମସ୍ତଙ୍କ ବିଶ୍ୱାସକୁ ଆଗକୁ ନେଇ ବଢ଼ିବାକୁ ହେବ । ଲୋକମାନ୍ୟ ତିଲକ ଜୀଙ୍କ ଜୀବନରେ ଆମକୁ ଏହି ସମସ୍ତ ଗୁଣ ଦେଖିବାକୁ ମିଳିଥାଏ । ଯେତେବେଳେ ଇଂରେଜମାନେ ତାଙ୍କୁ ଜେଲରେ ରଖିଥିଲେ, ତାଙ୍କୁ ନିର୍ଯାତନା ଦିଆଯାଇ ଥିଲା । ସେ ସ୍ୱାଧୀନତା ପାଇଁ ତ୍ୟାଗ ଏବଂ ବଳିଦାନର ପରାକାଷ୍ଠା ଥିଲେ । କିନ୍ତୁ ଏହା ସହିତ, ସେ ଟିମ୍ ସ୍ପିରିଟର ସହଭାଗୀ ଏବଂ ସହଯୋଗର ଅନୁକରଣୀୟ ଉଦାହରଣ ମଧ୍ୟ ସ୍ଥାପନ କରିଥିଲେ । ଲାଲା ଲାଜପତ ରାୟ ଏବ ବିପିନଚନ୍ଦ୍ରଅ ପାଲଙ୍କ ସହିତ ତାଙ୍କର ବିଶ୍ୱାସ, ତାଙ୍କର ଆତ୍ମୀୟତା, ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ସ୍ୱର୍ଣ୍ଣିମ ଅଧ୍ୟାୟ ଅଟେ । ଆଜି ମଧ୍ୟ ଯେତେବେଳେ ଆଲୋଚନା ହୋଇଥାଏ, ସେତେବେଳେ ଲାଲ-ବାଲ-ପାଲ ଏହି ତିନୋଟି ନାମକ ଏକ ତି୍ରିଶକ୍ତି ଭାବରେ ସ୍ମରଣ କରାଯାଇ ଥାଏ । ତିଲକ ଜୀ ସେହି ସମୟରେ ସ୍ୱାଧୀନତାର ସ୍ୱର ଉତ୍ତୋଳନ କରିବା ପାଇଁ ସାମ୍ବାଦିକତା ଏବଂ ଖବର କାଗଜର ମହତ୍ତ୍ୱକୁ ମଧ୍ୟ ବୁଝିଲେ । ଇଂରାଜୀରେ ତିଲକ ଜୀ ଶଇଦ୍ ରାଓ ଯେପରି କହିଥିଲେ ‘ଦି ମରାଠା’ ସାପ୍ତହିକ ଆରମ୍ଭ କଲେ । ମରାଠୀର ଗୋପାଳ ଗଣେଶ ଅଗରକର ଏବଂ ବିଷ୍ଣୁ ଶାସ୍ତ୍ରୀ ଚିମ୍ପୁଲକର ଜୀଙ୍କ ସହିତ ମିଶି ସେ ‘କେଶରୀ’ ଖବର କାଗଜ ଆରମ୍ଭ କରିଥିଲେ । ୧୪୦ ବର୍ଷରୁ ଅଧିକ ସମୟ ପାଇଁ କେଶରୀ ଅନବରତ ଆଜି ମଧ୍ୟ ମହାରାଷ୍ଟ୍ରରେ ପ୍ରକାଶିତ ହେଉଛି, ଲୋକମାନେ ମଧ୍ୟ ପଢୁଛନ୍ତି । ଏହା ସେହି କଥା ପ୍ରଣାମ ଯେ ତିଲକ ଜୀ କେତେ ଦୃଢ଼ ମୂଳଦୁଆ ଉପରେ ଅନୁଷ୍ଠାନଗୁଡ଼ିକର ନିର୍ମାଣ କରିଥିଲେ ।

ସାଥୀମାନେ,

ଅନୁଷ୍ଠାନ ପରି ଲୋକମାନ୍ୟ ତିଲକ ପରମ୍ପରାଗୁଡ଼ିକର ମଧ୍ୟ ପ୍ରତିପୋଷଣ କରିଥିଲେ । ସେ ସମାଜକୁ ଯୋଡ଼ିବା ପାଇଁ ସାର୍ମଜନିକ ଗଣପତି ମହୋତ୍ସବର ମୂଳଦୁଆ ପକାଇଲେ । ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସାହସ ଏବଂ ଆଦର୍ଶର ଶକ୍ତିକୁ ସମାଜକୁ ପୂର୍ଣ୍ଣ କରିବା ପାଇଁ ଶିବ ଜୟନ୍ତୀର ଆୟୋଜନ ଆରମ୍ଭ କରିଥିଲେ । ଏହି ଆୟୋଜନ ଭାରତକୁ ସାଂସ୍କୃତିକ ସ୍ମୃତିରେ ଯୋଡ଼ିବା ପାଇଁ ଗୋଟିଏ ଅଭିଯାନ ଥିଲା ଏବଂ ଏଥିରେ ସ୍ୱରାଜର ସମ୍ପୂର୍ଣ୍ଣ ଧାରଣା ମଧ୍ୟ ଥିଲା । ଏହା ହେଉଛି ଭାରତର ସାମାଜିକ ବ୍ୟବସ୍ଥାର ବିଶେଷତା । ଭାରତ ସର୍ବଦା ଏଭଳି ନେତୃତ୍ୱକୁ ଜନ୍ମ ନେଇଛି, ଯିଏ ସ୍ୱାଧୀନତା ଭଳି ବଡ଼ ଲକ୍ଷ୍ୟ ପାଇଁ ଲଢ଼ିଥିଲେ ଏବଂ ସାମାଜିକ ମନ୍ଦତା ବିରୁଦ୍ଧରେ ମଧ୍ୟ ନୂଆ ଦିଗ ଦେଖାଇଥିଲେ । ଆଜିର ଯୁବପିଢ଼ି ପାଇଁ ଏହା ଏକ ଉତ୍ତମ ଶିକ୍ଷା ।

ଭାଇ ଓ ଭଉଣୀମାନେ,

ଲୋକମାନ୍ୟ ତିଲକ ଏହା ମଧ୍ୟ ଜାଣିଥିଲେ ଯେ ଏହା ସ୍ୱାଧୀନତା ଆନ୍ଦୋଳନ ହେଉ କିମ୍ବା ରାଷ୍ଟ୍ର ନିର୍ମାଣର ମିଶନ, ଭବିଷ୍ୟତର ଦାୟିତ୍ୱ ସବୁବେଳେ ଯୁବକମାନଙ୍କ କାନ୍ଧରେ ରହିଥାଏ । ସେ ଭାରତର ଭବିଷ୍ୟତ ପାଇଁ ଶିକ୍ଷିତ ଏବଂ ଦକ୍ଷ ଯୁବକ ସୃଷ୍ଟି କରିବାକୁ ଚାହୁଁଥିଲେ । ଲୋକମାନ୍ୟଙ୍କ ମଧ୍ୟରେ ଯୁବକମାନଙ୍କ ପ୍ରତିଭାକୁ ଚିହ୍ନିବାରେ ଯେଉଁ ଦିବ୍ୟଦୃଷ୍ଟି ଥିଲା ତାହାର ଏକ ଉଦାହରଣ ଆମକୁ ବୀର ସବରକରଙ୍କ ସହିତ ଜଡ଼ିତ ଘଟଣା କ୍ରମରେ ଦେଖିବାକୁ ମିଳିଥାଏ । ସେତେବେଳେ ସବରକର ଜୀ ଯୁବକ ଥିଲେ । ତିଳକ ଜୀ ତାଙ୍କ କ୍ଷମତାକୁ ଚିହ୍ନି ପାରିଥିଲେ । ସେ ଚାହୁଁଥିଲେ ଯେ ସାବରକର ବାହାରକୁ ଯାଇ ଭଲ ଶିକ୍ଷା ଗ୍ରହଣ କରନ୍ତୁ, ଏବଂ ଫେରିବା ପରେ ଆସି ସ୍ୱାଧୀନତା ପାଇଁ କାମ କରନ୍ତୁ । ବି୍ରଟେନରେ ଶ୍ୟାମ ଜୀ କୃଷ୍ଣା ବର୍ମା ଏହିପରି ଯୁବକମାନଙ୍କୁ ସୁଯୋଗ ଦେବା ପାଇଁ ଦୁଇଟି ଛାତ୍ରବୃତ୍ତି ଚଳାଉଥିଲେ- ଗୋଟିଏ ଛାତ୍ରବୃତ୍ତିର ନାମ ଛତ୍ରପତି ଶିବାଜୀ ସ୍କଲାରସିପ୍ ଏବଂ ଅନ୍ୟ ଛାତ୍ରବୃତ୍ତିର ନାମ ଥିଲା- ମହାରାଣା ପ୍ରତାପ ସ୍କଲାରସିପ୍ । ତିଲକ ଜୀ ବୀର ସାବରକରଙ୍କ ପାଇଁ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ସୁପାରସି କରିଥିଲେ । ଏହାର ସୁଯୋଗ ନେଇ ସେ ଲଣ୍ଡନରେ ଜଣେ ବାରିଷ୍ଟର ହୋଇ ପାରିଥିଲେ । ତିଲକ ଜୀ ଏହିପରି ଅନେକ ଯୁବକଙ୍କୁ ପ୍ରସ୍ତୁତ କରିଥିଲେ। ପୁଣେରେ ନୂତନ ଇଂରାଜୀ ବିଦ୍ୟାଳୟ, ଡୋକାନ ଏଜୁକେସନ ସୋସାଇଟି ଏବଂ ଫର୍ଗୁସନ କଲେଜ ଭଳି ଅନୁଷ୍ଠାନଗୁଡ଼ିକର ପ୍ରତିଷ୍ଠା ତାଙ୍କର ଦୂରଦୃଷ୍ଟିର ଏକ ଅଂଶ ଅଟେ । ଏହି ସଂସ୍ଥାଗୁଡ଼ିକରୁ ଏହିପରି ଅନେକ ଯୁବକ ସୃଷ୍ଟି ହୋଇଥିଲେ, ଯେଉଁମାନେ ତିଲକ ଜୀଙ୍କ ମିଶନକୁ ଆଗେଇ ନେଇଥିଲେ, ସେମାନେ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ଗ୍ରହଣ କରିଥିଲେ । ବ୍ୟବସ୍ଥା ନିର୍ମାଣରୁ ସଂସ୍ଥା ନିର୍ମାଣ, ସଂସ୍ଥା ନିର୍ମାଣରୁ ବ୍ୟକ୍ତି ନିର୍ମାଣ ଏବଂ ବ୍ୟକ୍ତି ନିର୍ମାଣ ଠାରୁ ରାଷ୍ଟ୍ର ନିର୍ମାଣ, ଏହି ଦୃଷ୍ଟି ରାଷ୍ଟ୍ରର ଭବିଷ୍ୟତ ପାଇଁ ରୋଡମ୍ୟାପ ପରି ହୋଇଥାଏ । ଏହି ରୋଡମ୍ୟାପକୁ ଆଜି ଦେଶ ସଫଳତାର ସହ ଅନୁସରଣ କରୁଛି ।

 

ସାଥୀମାନେ,

ଯଦିଓ ତିଲକ ଜୀ ସମଗ୍ର ଭାରତର ଲୋକମାନ୍ୟ ନେତା ଅଟନ୍ତି, କିନ୍ତୁ ପୁଣେ ଏବଂ ମହାରାଷ୍ଟ୍ରର ଲୋକଙ୍କ ପାଇଁ ତାଙ୍କର ଭିନ୍ନ ସ୍ଥାନ ଥିବାରୁ ଗୁଜରାଟର ଲୋକମାନେ ମଧ୍ୟ ତାଙ୍କ ସହ ସମାନ ସମ୍ପର୍କ ରଖିଛନ୍ତି । ଆଜି, ଏହି ବିଶେଷ ଉତ୍ସବରେ, ମୁଁ ସେହି ଜିନିଷଗୁଡ଼ିକୁ ମଧ୍ୟ ମନେ ପକାଉଛି । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଅହମ୍ମଦାବାଦ ସାବରବତୀ ଜେଲରେ ପ୍ରାୟ ଦେଢ଼ ମାସ ରହିଥିଲେ । ଏହାପରେ, ତିଲକ ଜୀ ୧୯୧୬ରେ ଅହମ୍ମଦାବାଦ ଆସିଥିଲେ ଏବଂ ଆପଣ ଜାଣି ଖୁସି ହେବେ ଯେ ସେହି ସମୟରେ ଯେତେବେଳେ ଇଂରେଜମାନଙ୍କର ସମ୍ପୂର୍ଣ୍ଣ ଅତ୍ୟାଚାର ଚାଲିଥିଲା । ୪୦ ହଜାରରୁ ଅଧିକ ଲୋକ ତିଲକ ଜୀଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦକୁ ଆସିଥିଲେ । ଏବଂ ଖୁସିର କଥା ଏହା ଯେ ତାଙ୍କ କଥା ଶୁଣିବା ପାଇଁ ସେହି ସମୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ ଅର୍ଡିଏନ୍ସରେ ଉପସ୍ଥିତ ଥିଲେ । ତାଙ୍କର ଭାଷଣ ସର୍ଦ୍ଦାର ସାହେବଙ୍କ ମନରେ ଏକ ଭିନ୍ନ ଭାବନା ଛାଡ଼ିଥିଲା ।

ପରେ ପରେ ସର୍ଦ୍ଦାର ପଟେଲ ଅହମ୍ମଦାବାଦ ପୌରପାଳିକାର ସଭାପତି ହୋଇଥିଲେ, ପୌର ସଂସ୍ଥାର ସଭାପତି ହୋଇଥିଲେ । ଏବଂ ଆପଣମାନେ ଦେଖିଥିବେ ସେହି ସମୟର ବ୍ୟକ୍ତିତ୍ୱର ଚିନ୍ତାଧାରା କିପରି ଥିଲା, ସେମାନେ ଅହମ୍ମଦାବାଦରେ ତିଲକ ଜୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସ୍ଥିର କଲେ । ଏବଂ ସେ କେବଳ ମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇନାହାନ୍ତି, ସର୍ଦ୍ଦାର ସାହେବଙ୍କୁ ଲୌହ ମାନବର ପରିଚୟ ମଧ୍ୟ ତାଙ୍କ ନିଷ୍ପତ୍ତିରେ ହୋଇଥିଲା । ସର୍ଦ୍ଦାର ସାହେବ ଯେଉଁ ସ୍ଥାନ ବାଛିଥିଲେ ତାହା ହେଉଛି ଭିକ୍ଟୋରିଆ ଗାର୍ଡେନ । ବ୍ରିଟିଶମାନେ ୧୮୯୭ ମସିହାରେ ରାଣୀ ଭିକ୍ଟୋରିଆଙ୍କର ହୀରକ ଜୟନ୍ତୀ ପାଳନ କରିବା ପାଇଁ ଅହମ୍ମଦାବାଦରେ ଭିକ୍ଟୋରିଆ ଗାର୍ଡେନ ନିର୍ମାଣ କରିଥିଲେ । ଅର୍ଥାତ ସର୍ଦ୍ଦାର ପଟେଲ ବ୍ରିଟିଶ ରାଣୀଙ୍କ ନାମରେ ନାମିତ ପାର୍କରେ ତାଙ୍କ ଛାତିରେ ମହାନ ବିପ୍ଲବୀ ଲୋକମାନ୍ୟ ତିଲକଙ୍କ ପତ୍ରିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବଂ ସେହି ସମୟରେ ସର୍ଦ୍ଦାର ସାହେବଙ୍କ ଉପରେ ଯେତେ ଚାପ ପଡୁ ନା କାହିଁକି, ତାଙ୍କୁ ରୋକିବା ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ସର୍ଦ୍ଦାର, ସର୍ଦ୍ଦାର ଥିଲେ, ସର୍ଦ୍ଦାର କହିଛନ୍ତି ସେ ନିଜ ପଦ ଛାଡ଼ି ଦେବା ପସନ୍ଦ କରିବେ, କିନ୍ତୁ ସେଠାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏବଂ ସେହି ପ୍ରତିମୂର୍ତ୍ତିକୁ ତିଆରି କରାଯାଇଥିଲା ଏବଂ ଏହାକୁ ୧୯୨୯ ମସିହାରେ ମହାତ୍ମା ଗାନ୍ଧୀ ଉଦଘାଟନ କରିଥିଲେ । ଅହମ୍ମଦାବାଦରେ ରହୁଥିବା ବେଳେ, ମୁଁ ଅନେକ ଥର ସେହି ପବିତ୍ର ସ୍ଥାନ ପରିଦର୍ଶନ କରି ତିଲକ ଜୀଙ୍କ ପ୍ରତିମୂର୍ତ୍ତି ଆଗରେ ମୁଣ୍ଡ ନୁଅାଁଇବାର ସୁଯୋଗ ପାଇଛି । ଏହା ଏକ ଚମକ୍ରାର ପ୍ରତିମୂର୍ତ୍ତି, ଯେଉଥିରେ ତିଲକ ଜୀ ଏକ ବିଶ୍ରାମ ସ୍ଥିତିରେ ଅଛନ୍ତି । ଲାଗୁଛି ଯେପରି ସେ ସ୍ୱାଧୀନ ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ଅପେକ୍ଷା କରିଛନ୍ତି । ଆପଣ କଳ୍ପନା କରିପାରିବେ, ଦାସତ୍ୱ କାଳରେ ମଧ୍ୟ ସର୍ଦ୍ଦାର ସାହେବ ତାଙ୍କ ଦେଶର ପୁତ୍ରଙ୍କ ସମ୍ମାନାର୍ଥେ ସମଗ୍ର ବ୍ରିଟିଶ ଶାସନକୁ ଚାଲେଞ୍ଜ କରିଥିଲେ ଏବଂ ଆଜିର ପରିସ୍ଥିତି ଦେଖନ୍ତୁ । ଆଜି ଯଦି ଆମେ ବିଦେଶୀ ଆକ୍ରମଣକାରୀଙ୍କ ପରିବର୍ତ୍ତେ ଗୋଟିଏ ରାସ୍ତାର ନାମକୁ ଭାରତୀୟ ବିଭୂତି ଉପରେ ରଖିବା, ତେବେ କିଛି ଲୋକମାନେ ତାହା ଉପରେ ପାଟି କରିବା ଆରମ୍ଭ କରି ଦେଇଥାନ୍ତି, ସେମାନଙ୍କର ନିଦ ଖରାପ ହୋଇ ଯାଇଥାଏ ।

ସାଥୀମାନେ,

ବହୁତ କିଛି ଅଛି ଯାହାକୁ ଆମେ ଲୋକମାନ୍ୟ ତିଲକଙ୍କ ଜୀବନରୁ ଶିଖିପାରିବା । ଲୋକମାନ୍ୟ ତିଲକ ଜଣେ ବ୍ୟକ୍ତି ଯିଏ ଗୀତା ଉପରେ ବିଶ୍ୱାସ କରୁଥିଲେ । ସେ ଗୀତାର କର୍ମଯୋଗ ଉପରେ ଜୀଇଁବାର ବ୍ୟକ୍ତି ଥିଲେ । ଇଂରେଜମାନେ ତାଙ୍କୁ ରୋକିବା ପାଇଁ ଭାରତ ଠାରୁ ଦୂର, ପୂର୍ବର ମାଣ୍ଡଲେ ଜେଲରେ ରଖିଥିଲେ । କିନ୍ତୁ, ସେଠାରେ ମଧ୍ୟ ତିଲକ ଜୀ ଗୀତା ଉପରେ ନିଜର ଅଧ୍ୟୟନ ଜାରି ରଖିଥିଲେ । ସେ ଦେଶକୁ ପ୍ରତ୍ୟେକ ଆହ୍ୱାନରୁ ରକ୍ଷା କରିବା ପାଇଁ ‘ଗୀତା ରହସ୍ୟ’ ମାଧ୍ୟମରେ କର୍ମଯୋଗର ସହଜ ଶିକ୍ଷା ଦେଇଥିଲେ, କର୍ମର ଶକ୍ତି ସହିତ ପରିଚିତ କରାଇଥିଲେ ।

 

ସାଥୀମାନେ,

ବାଲ ଗଙ୍ଗାଧର ତିଲକ ଜୀଙ୍କର ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ପ୍ରତି ଆଜି ଦେଶର ଯୁବପିଢ଼ିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ତିଲକ ଜୀଙ୍କର ଏକ ବଡ଼ ବିଶେଷତା ଥିଲା ଯେ ସେ ଲୋକମାନଙ୍କୁ ନିଜ ଉପରେ ବିଶ୍ୱାସ କରିବା ପାଇଁ ବହୁତ ଆଗ୍ରହୀ ଥିଲେ ଏବଂ ସେମାନଙ୍କୁ ଏପରି କରିବାକୁ ଶିଖାଉଥିଲେ, ସେ ସେମାନଙ୍କୁ ଆତ୍ମବିଶ୍ୱାସରେ ପୂର୍ଣ୍ଣ କରି ଦେଉଥିଷଲ । ଗତ ଶତାବ୍ଦୀରେ ଯେତେବେଳେ ଲୋକମାନଙ୍କ ମନରେ ଏହି କଥା ସ୍ଥିର ହୋଇ ଯାଇଥିଲା ଯେ ଭାରତ ଦାସତ୍ୱର ବନ୍ଧନକୁ ଭାଙ୍ଗି ପାରିବ ନାହିଁ । ତିଲକ ଜୀ ଲୋକମାନଙ୍କୁ ସ୍ୱାଧୀନତାର ଆତ୍ମବିଶ୍ୱାସ ଦେଇଥିଲେ । ତାଙ୍କୁ ଅମର ଇତିହାସ ଉପରେ ବିଶ୍ୱାସ ଥିଲା । ତାଙ୍କୁ ଆମର ସଂସ୍କୃତି ଉପରେ ବିଶ୍ୱାସ ଥିଲା । ତାଙ୍କୁ ଆମର ଶ୍ରମିକ, ଉଦ୍ୟୋଗୀମାନଙ୍କ ଉପରେ ବିଶ୍ୱାସ ଥିଲା, ତାଙ୍କୁ ଭାରତର ସାମର୍ଥ୍ୟ ଉପରେ ବିଶ୍ୱାସ ଥିଲା । ଭାରତର କଥା ଆସିବା ମାତ୍ରେ କୁହାଯାଉଥିଲା ଯେ ଏଠାରେ ଥିବା ଲୋକମାନେ ଏହିଭଳି ଅଛନ୍ତି, ଆମର କିଛି ହୋଇପାରିବ ନାହିଁ । କିନ୍ତୁ ତିଲକ ଜୀ ଏହି ହୀନ ଭାବନାର ଏହି ଲୋକମାନଙ୍କର କାଳ୍ପନିକ କଥାକୁ ଭାଙ୍ଗିବାକୁ ପ୍ରୟାସ କଲେ, ଦେଶକୁ ଏହାର ସାମର୍ଥ୍ୟର ବିଶ୍ୱାସ କରାଇଲେ ।

ସାଥୀମାନେ,

ଅବିଶ୍ୱାସର ପରିବେଶରେ ଦେଶର ବିକାଶ ସମ୍ଭବ ନୁହେଁ । ଗତକାଲି ମୁଁ ଦେଖୁଥିଲି, ପୁଣେରେ ଜଣେ ଭଦ୍ରଲୋକ ଶ୍ରୀମାନ ମନୋଜ ପୋଚାଟ ଜୀ ମୋତେ ଏକ ଟ୍ୱିଟ କରିଛନ୍ତି । ସେ ମୋତେ ୧୦ ବର୍ଷ ପୂର୍ବେ ପୁଣେ ଗସ୍ତ କରିଥିବା ବିଷୟରେ ମନେ ପକେଇ ଦେଇଥିଲେ । ସେହି ସମୟରେ, ତିଲକ ଜୀ ଯେଉଁ ଫର୍ଗୁସନ କଲେଜ ସ୍ଥାପନ କରିଥିଲେ, ସେଥିରେ ମୁଁ ସେତେବେଳର ଭାରତରେ ଥିବା ଟ୍ରଷ୍ଟ ନିଅଣ୍ଟ ବିଷୟରେ କଥା କହିଥିଲି । ବର୍ତ୍ତମାନ ମନୋଜ ଜୀ ମୋତେ ଅନୁରୋଧ କରିଛନ୍ତି ଯେ ମୁଁ ଟ୍ରଷ୍ଟ ନିଅଣ୍ଟରୁ ଟ୍ରଷ୍ଟ ସରପ୍ଲସ ପର୍ଯ୍ୟନ୍ତ ଦେଶର ଯାତ୍ରା ବିରେ କହିବାକୁ ଅନୁରୋଧ କରିଛନ୍ତି । ମନୋଜ ଜୀଙ୍କୁ ମୁଁ କୃତଜ୍ଞତା ଜଣାଇବାକୁ ଚାହେଁ ଯେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ।

ଭାଇ ଏବଂ ଭଉଣୀମାନେ,

ଆଜି ଭାରତରେ ଟ୍ରଷ୍ଟ ସରପ୍ଲସ ନୀତିରେ ମଧ୍ୟ ଦୃଶ୍ୟମାନ ହେଉଛି, ଏବଂ ଦେଶବାସୀଙ୍କ କଠିନ ପରିଶ୍ରମ ମଧ୍ୟ ପ୍ରତିଫଳିତ ହୋଇଛି । ଗତ ୯ ବର୍ଷ ମଧ୍ୟରେ ଭାରତର ଲୋକମାନେ ଗୋଟିଏ ବଡ଼ ପରିବର୍ତ୍ତନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବଡ଼ ବଡ଼ ପରିବର୍ତ୍ତନ କରି ଦେଖାଇଛନ୍ତି । ସର୍ବଶେଷରେ ଭାରତ କିପରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା? ଏହାକୁ ଭାରତର ଲୋକମାନେ ହିଁ କରି ଦେଖାଇଛନ୍ତି । ଆଜି ଦେଶ ପ୍ରତ୍ୟେକ କ୍ଷେତ୍ରରେ ନିଜ ଉପରେ ନିର୍ଭର କରୁଛି । କରୋନାର ସଙ୍କଟ କାଳରେ ଭାରତ ନିଜର ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ ରଖିଥିଲା ଏବଂ ସେମାନେ ମେଡ୍ ଇନ୍ ଇଣ୍ଡିଆ ଟିକା ତିଆରି କରି ଦେଖାଇଲେ ଏବଂ ପୁଣେ ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଆମେ ଆତ୍ମନିର୍ଭର ଭାରତର କଥା କହୁଛୁ, କାରଣ ଆମର ବିଶ୍ୱାସ ଅଛି ଯେ ଭାରତ ଏହା କରିପାରିବ ।

 

ଆମେ ଦେଶର ସାଧାରଣ ଲୋକମାନଙ୍କ ଠାରୁ କୌଣସି ଗ୍ୟାରେଣ୍ଟି ବିନା ମୁଦ୍ରା ଋଣ ଦେଇଛୁ, କାରଣ ତାଙ୍କର ସଚ୍ଚୋଟତା ଏବଂ ତାଙ୍କର କର୍ତ୍ତବ୍ୟତା ଉପରେ ଆମର ବିଶ୍ୱାସ ଅଛି । ପୂର୍ବରୁ ସାଧାରଣ ଲୋକଙ୍କୁ ଛୋଟ କାମଟିଏ ପାଇଁ ଚିନ୍ତା କରିବାକୁ ପଡୁଥିଲା । ଆଜି ମୋବାଇଲରେ ଗୋଟିଏ କ୍ଲିକରେ ଅଧିକାରୀଙ୍କ କାମ କରାଯାଉଛି । କାଗଜପତ୍ର ପ୍ରମାଣ କରିବାକୁ ଆଜି ସରକାର ଆପଣଙ୍କ ନିଜ ଦସ୍ତଖତ ଉପରେ ବିଶ୍ୱାସ କରୁଛନ୍ତି । ଏହି କାରଣରୁ ଦେଶରେ ଏକ ଭିନ୍ନ ପରିବେଶ ସୃଷ୍ଟି ହେଉଛି, ଏକ ସକାରାତ୍ମକ ପରିବେଶ ସୃଷ୍ଟି ହେଉଛି । ଏବଂ ଆମେ ଦେଖୁଛୁ ଯେ ବିଶ୍ୱାସରେ ପରିପୂର୍ଣ୍ଣ ଦେଶର ଲୋକମାନେ କିପରି ଦେଶର ବିକାଶ ପାଇଁ ଆଗକୁ ବଢୁଛନ୍ତି । ଏହି ଜନ ବିଶ୍ୱାସ ହିଁ ସ୍ୱଚ୍ଛ ଭାରତ ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ କରିଛି । ଏହି ଜନବିଶ୍ୱାସ ହିଁ ବେଟି ‘ବଚାଓ-ବେଟି ପଢ଼ାଓ’ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲା । ଲାଲକିଲ୍ଲାରୁ ମୋର ଗୋଟିଏ ଆହ୍ୱାନରେ, ଯେଉଁମାନେ ସକ୍ଷମ ଅଟନ୍ତି, ସେମାନେ ଗ୍ୟାସ୍ ସବସିଡ୍ ଛାଡ଼ିବା ଉଚିତ, ଲକ୍ଷ ଲକ୍ଷ ଗ୍ୟାସ ସବସିଡ୍ ଛାଡ଼ି ଦେଇଛନ୍ତି । କିଛି ସମୟ ପୂର୍ବରୁ ଅନେକ ଦେଶ ଏକ ସର୍ଭେ କରାଯାଇଥିଲା । ଏହି ସର୍ବେକ୍ଷଣରେ ଏହା ଜଣାପଡ଼ିଛି ଯେ ଯେଉଁ ଦେଶର ନାଗରିକଙ୍କ ସରକାର ଉପରେ ଅଧିଖ ବିଶ୍ୱାସ ରହିଛି, ସେହି ସର୍ଭେ ହିଁ କହିଛି ସେହି ଦେଶର ନାମ ଭାରତ ଅଟେ । ଏହି ପରିବର୍ତ୍ତିତ ଜନସାଧାରଣଙ୍କ ମନ, ବଦଳୁଥିବା ଏହି ଜନସାଧାରଣଙ୍କ ବିଶ୍ୱାସ, ଭାରତର ପ୍ରତ୍ୟେକ ଜନସାଧାରଣଙ୍କ ପ୍ରଗତିର ମାଧ୍ୟମ ପାଲଟିଛି ।

ସାଥୀମାନେ,

ଆଜି ସ୍ୱାଧୀନତାର ୭୫ ବର୍ଷ ପରେ, ଦେଶ ନିଜର ଅମୃତ କାଳକୁ କର୍ତ୍ତବ୍ୟ କାଳ ଭାବରେ ଦେଖୁଛି । ଆମେ ଦେଶବାସୀ ନିଜ ନିଜ ସ୍ତରରେ ଦେଶରେ ସ୍ୱପ୍ନ ଏବଂ ସଂକଳ୍ପକୁ ଧ୍ୟାନରେ ରଖି କାର୍ଯ୍ୟ କରୁଛୁ । ସେଥିପାଇଁ, ଆଜି ବିଶ୍ୱ ମଧ୍ୟ ଭାରତରେ ଭବିଷ୍ୟତକୁ ଦେଖୁଛି । ଆମର ପ୍ରୟାସ ଆଜି ସମଗ୍ର ମାନବିକତା ପାଇଁ ଏକ ନିଶ୍ଚିତତା ପାଳଟିଛି । ମୁଁ ମାନୁଛି ଯେ ଲୋକମାନ୍ୟ ଆଜି ଯେଉଁଠି ମଧ୍ୟ ତାଙ୍କର ଆତ୍ମା ଥିବ ସେଠାରୁ ଆମକୁ ଦେଖିଥିବେ, ଆମ ଉପରେ ନିଜର ଆଶୀର୍ବାଦ ବରଷାଉଛନ୍ତି । ତାଙ୍କର ଆଶୀର୍ବାଦ ଦ୍ୱାରା, ତାଙ୍କର ବିଚାରଧାରାର ଶକ୍ତିକୁ ଆମକୁ ଏକ ସଶକ୍ତ ସମୃଦ୍ଧ ଭାରତର ସ୍ୱପ୍ନକୁ ସାକାର କରିବୁ । ମୋର ବିଶ୍ୱାସ ଅଛି, ହିନ୍ଦୁ ସ୍ୱରାଜ ସଂଘ ତିଲକଙ୍କର ଆଦର୍ଶ ସହିତ ପ୍ରତ୍ୟେକଙ୍କୁ ଯୋଡ଼ିବାରେ ଏହି ପ୍ରକାରରେ ଆଗକୁ ଆସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଁ ପୁଣିଥରେ ଏହି ସମ୍ମାନ ପାଇଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଏହି ଭୂମିକୁ ପ୍ରଣାମ କରିବା ସହ ମୁଁ ମୋର ଭାଷଣକୁ ବିରାମ ନେଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
India-New Zealand friendship has gained new momentum and a new direction: PM Modi during the Gala Lunch
July 11, 2026

Your Excellency, Prime Minister क्रिस्टोफर लक्सन,

दोनों देशों के delegates,

नमस्कार!

किया ओरा!

मेरे और मेरे delegation के ऊष्मा भरे स्वागत और आतिथ्य के लिए मैं मेरे मित्र प्रधानमंत्री लक्सन का हार्दिक आभार व्यक्त करता हूँ। उन्होंने स्वागत में इतनी गर्मजोशी दिखाई है, कि ऑकलैंड की सर्दी भी आज कुछ कम लग रही है। इस यात्रा के दौरान न्यूजीलैंड के लोगों से जो स्नेह और अपनापन मिला है, वह हमारे हृदय में हमेशा रहेगा।

पिछले वर्ष प्रधानमंत्री लक्सन की भारत यात्रा से हमारे संबंधों के हर क्षेत्र में नई ऊर्जा आई है। उनके नेतृत्व, स्पष्ट विजन, और मजबूत प्रतिबद्धता से, भारत और New Zealand की मित्रता को नयी गति और नयी दिशा मिली है। आज चालीस वर्षों के बाद भारतीय प्रधानमंत्री की यात्रा हो रही है। और मैं हमेशा कहता हूँ, कि बहुत सारे अच्छे काम है, जो मेरे पहले वाले लोग मेरे लिए छोड़ के गए हैं, जो मैं पूरा कर रहा हूँ। साथियों, यह हमारे संबंधों के एक नए अध्याय का शुभारंभ है।

Friends,

भारत और न्यूजीलैंड का लोकतान्त्रिक मूल्यों में दृढ़ विश्वास हमें मिलकर आगे बढ़ने के लिए natural comfort प्रदान करता है। पिछले कुछ वर्षों में हमने हमारे सबंधों को अभूतपूर्व गति प्रदान की है।

आज आज की बैठक में हमने हमारे सहयोग को नई गहराई और व्यापकता देने पर विस्तार से चर्चा की। हमने भारत-न्यूजीलैंड संबंधों को Strategic Partnership के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे।

इस वर्ष हमने रिकॉर्ड समय में Free Trade Agreement किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हम trade के साथ साथ trust, technology और talent का blue print तैयार कर रहे हैं।

पिछले तीन वर्षों में हमारे व्यापार में 50 पर्सेन्ट से अधिक की बढ़ोतरी हुई है। हमें विश्वास है कि FTA अगले पाँच वर्षों में हमारे व्यापार को दोगुना करने का मजबूत आधार बनेगा।

न्यूजीलैंड द्वारा भारत में बीस बिलियन डॉलर के investment commitment का भी हम विशेष स्वागत करते हैं। यह न्यूज़ीलैंड की companies को भारत की growth story में long-term partner बनने का अवसर देगा।

Friends,

हमारी Strategic Partnership को सार्थक बनाने के लिए हम दोनों देशों की strengths को practical cooperation में बदल रहे हैं। Fin Tech के क्षेत्र में हम भारत के UPI और न्यूजीलैंड के payment systems को जोड़ने पर आगे बढ़ रहे हैं।

Agriculture, dairy और food processing में हमने सहयोग का एक मजबूत खाका बनाया है। इसका लाभ हमारे किसानों और पशु-पालकों को मिलेगा।

Traditional medicine में न्यूज़ीलैंड और भारत दोनों की समृद्ध और जीवंत परंपराएं हैं। आज हमने हमारे स्वास्थ्य सहयोग में traditional medicines की भूमिका बढ़ाने पर सहमति व्यक्त की।

रक्षा और सुरक्षा में हमारा बढ़ता सहयोग हमारे गहरे strategic trust का प्रतीक है। पिछले वर्ष किए गए Defence Cooperation Agreement से हमारे सहयोग का मजबूत ढांचा तैयार हुआ है। आज हमने इंडो-पैसिफिक में maritime cooperation के लिए एक फ्रैम्वर्क पर सहमति बनाई है। Bilateral naval exercises, Logistics support और hydrography में सहयोग से हमारा आपसी तालमेल बढ़ेगा।

Friends,

हमारे संबंधों की सबसे मजबूत ताकत हमारे people-to-people ties हैं। भारतीय समुदाय के लोगों ने अपने परिश्रम और talent से न्यूजीलैंड में विशेष स्थान बनाया है। उनकी देखरेख के लिए मैं प्रधानमंत्री लक्सन और न्यूजीलैंड सरकार और न्यूजीलैंड के लोगों का आभार व्यक्त करता हूँ।

आज हुआ Cultural Cooperation MOU दोनों देशों के art, culture, heritage तथा creative industries में exchanges को गति देगा। न्यूजीलैंड भारतीय students के लिए एक महत्वपूर्ण destination रहा है। हम न्यूजीलैंड की universities को भारत में campus खोलने के लिए आमंत्रित करते हैं।

इस वर्ष हम दोनों देशों के बीच खेल संबंधों की सौवीं वर्षगांठ मना रहे हैं। सौ साल पहले मेजर ध्यानचंद के नेतृत्व में हॉकी टीम ने यहाँ आकर जो इतिहास रचा था, वह हमारी खेल साझेदारी को आज भी प्रेरित कर रहा है। इस उपलक्ष्य पर हम दोनों देशों में कई स्पोर्ट्स इवेंट्स आयोजित कर रहे हैं। क्रिकेट के साथ-साथ अन्य खेलों में भी सहयोग बढ़ाने के लिए हम Sports Joint Action Plan बनाया है। हाल ही में भुवनेश्वर में न्यूजीलैंड रग्बी और रग्बी इंडिया के कोचिंग प्रोग्राम से अच्छी शुरुवात हुवी है।

Friends,

वैश्विक मंच पर भी भारत और न्यूज़ीलैंड भरोसेमंद साझेदार और करीबी मित्र हैं। हमारा मानना है कि वर्तमान समय की चुनौतियों का सामना करने के लिए UN सहित अन्य वैश्विक संस्थानों में reform आवश्यक है।

आतंकवाद के विषय पर कंधे से कंधा मिलाकर आगे बढ़ाने के लिए आज हमने Joint Working Group का गठन किया है। भारत और न्यूजीलैंड के बीच सहयोग इंडो-पेसिफिक में शांति, स्थिरता और सुरक्षा के लिए अत्यंत महत्वपूर्ण है।

Friends, मैं आप सभी को माओरी नव वर्ष “मातरिकी” की हार्दिक शुभकामनाएँ देता हूँ। जिस तारा-समूह को यहाँ “मातरिकी” नाम दिया गया है, जैसे आपने भी बताया, उसे भारत में प्राचीन काल से “कृत्तिका नक्षत्र” के रूप में जाना जाता है। मुझे विश्वास है कि “मातरिकी” का यह पर्व, हमारे संबंधों को इन्हीं सितारों की तरह जगमगाने की प्रेरणा देगा।

Prime Minister लक्सन,

आपकी मित्रता, आपकी प्रतिबद्धता और मेरी न्यूज़ीलैंड यात्रा को यादगार बनाने के लिए मैं आपका आभार व्यक्त करता हूँ। जैसे रग्बी में टीमवर्क और भरोसा ज़रूरी होता है, वैसे ही हम भी आपसी विश्वास के साथ आगे बढ़ेंगे। हम एक ही टीम में है, इसलिए टैकल केवल चुनौतियों को करेंगे।

बहुत-बहुत धन्यवाद।