“People of Andhra Pradesh have made a prominent name for themselves in every field”
“The path to development is multidimensional. It focuses on the needs and necessities of the common citizen and presents a roadmap for advanced infrastructure”
“Our vision is of inclusive growth and inclusive development”
“PM Gati Shakti National Master Plan has not only accelerated the pace of infrastructure construction but has also reduced the cost of projects”
“Blue economy has become such a big priority for the first time”

ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱ ଭୂଷଣ ଜୀ, ମୁଖ୍ୟମନ୍ତ୍ରୀ ଭାଇ ଜଗନ ମୋହନ ରେଡ୍ଡି ଜୀ, ମନ୍ତ୍ରିମଣ୍ଡଳରେ ମୋରସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ଆନ୍ଧ୍ର ପ୍ରଦେଶର ମୋର ଭାଇ ଏବଂ ଭଉଣୀମାନେ ।

କିଛି ମାସ ପୂର୍ବରୁ ମୋତେ ବିପ୍ଳବୀ ଭିରତୁ ସୀତାରାମ ରାଜୁ ଜୀଙ୍କର ୧୨୫ ଜନ୍ମ ଜୟନ୍ତୀର କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବାର ସୌଭାଗ୍ୟ ମିଳିଥିଲା । ଆଜି ପୁଣିଥରେ ମୁଁ ଏକ ଏମିତି ଅବସରରେ ଆନ୍ଧ୍ରର ଭୂମିକୁ ଆସିଛି, ଯାହା ଆନ୍ଧ୍ର ପ୍ରଦେଶ ଏବଂ ବିଶାଖାପଟନମ ପାଇଁ ବହୁତ ବଡ଼ ଦିନ ଅଟେ । ବିଶାଖାପଟନମ ଭାରତର ଏକ ବିଶେ ପଟନମ ଅଟେ, ଏହି ସହର ବହୁତ ଖାସ ଅଟେ । ଏଠାରେ ସବୁବେଳେ ବାଣିଜ୍ୟର ସମୃଦ୍ଧ ପମ୍ପରା ରହି ଆସିଛି । ବିଶାଖାପଟନମ ପ୍ରାଚୀନ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ବଂଦର ଥିଲା । ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ବଂଦର ମାଧ୍ୟମରେ ପଶ୍ଚିମ ଏସିଆ ଏବଂ ରୋମ ପର୍ଯ୍ୟନ୍ତ ବାଣିଜ୍ୟ ହେଉଥିଲା, ଏବଂ ଆଜି ମଧ୍ୟ ବିଶାଖାପଟନମ ଭାରତର ବାଣିଜ୍ୟର କେନ୍ଦ୍ର ବିନ୍ଦୁ ହୋଇଥିଲା ।

ଦଶ ହଜାର କୋଟି ଟଙ୍କାରୁ ଅଧିକର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ, ଆନ୍ଧ୍ର ପ୍ରଦେଶ ଏବଂ ବିଶାଖାପଟନମର ଆକାଂକ୍ଷାକୁ ପୂରଣ କରିବାର ଏକ ମାଧ୍ୟମ ହେବ । ଏହି ଯୋଜନାମାନ ଭିତ୍ତିଭୂମିରୁ ନେଇ ଜିଇଁବାରେ ସୁଗମତା ଏବଂ ଆତ୍ମନିର୍ଭର ଭାରତ ପର୍ଯ୍ୟନ୍ତ, ଅନେକ ବିସର୍ଣ୍ଣତା ଖୋଲିବ, ବିକାଶକୁ ନୂତନ ଶିଖରକୁ ନେଇଯିବ । ମୁଁ ଏଥିପାଇଁ ଆନ୍ଧ୍ର ପ୍ରଦେଶର ସମସ୍ତ ଅଧିବାସୀଙ୍କୁ ହୃଦୟରୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ମୁଁ ଏହି ଅବସରରେ ଆମର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁ ଗାରୁଙ୍କର ମଧ୍ୟ ଏବଂ ଶ୍ରୀ ହରି ବାବୁଙ୍କୁ ମଧ୍ୟ ଧନ୍ୟବାଦ କରିବାକୁ ଚାହୁଁଛି । ଯେତେବେଳେ ମଧ୍ୟ ଦେଖାହୋଇଥାନ୍ତି ସେତେବେଳେ ଆନ୍ଧ୍ରର ବିକାଶ ସମ୍ପର୍କରେ ଆମର ବହୁତ ଆଲୋଚନା ହୋଇଥାଏ । ଆନ୍ଧ୍ର ପାଇଁ ତାଙ୍କର ଭଲପାଇବା ଏବଂ ସମର୍ପଣ ଅତୁଳନୀୟ ଅଟେ ।

ସାଥୀମାନେ,

ଆନ୍ଧ୍ର ପ୍ରଦେଶର ଲୋକମାନଙ୍କର ଏକ ବହୁତ ଖାସ୍ କଥା ହୋଇଥାଏ ଯେ ସେମାନେ ସ୍ୱଭାବରେ ବହୁତ ସ୍ନେହ ଏବଂ ଉଦ୍ୟମ ହୋଇଥାନ୍ତି । ଆଜି ଦୁନିଆର ପାଖାପାଖି ପ୍ରତ୍ୟେକ କୋଣରେ, ପ୍ରତ୍ୟେକ କାମରେ ଆନ୍ଧ୍ର ପ୍ରଦେଶର ଲୋକମାନେ ନିଜର ପ୍ରତିଭାର ପ୍ରଦର୍ଶନ କରୁଛନ୍ତି । ସେ କଥା ଶିକ୍ଷାର ହେଉ କିମ୍ବା ଉଦ୍ୟମର, ପ୍ରତ୍ୟେକ କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶର ଲୋକମାନେ ନିଜର ବିଶିଷ୍ଟ ପରିଚୟ କରିଛନ୍ତି । ଏହି ପରିଚୟ କେବଳ ବୃତ୍ତିଗତ ମାନ କାରଣରୁ ହୋଇନାହିଁ ବରଂ ଏହା ତାଙ୍କର ମିଲନସାର ବ୍ୟବହାର କରିବା କାରଣରୁ ହୋଇପାରିଛି । ଆନ୍ଧ୍ର ପ୍ରଦେଶର ଲୋକମାନଙ୍କର ଖୁସିର ମନୋଭାବ ଏବଂ ହୃଦୟର ସହିତ ବ୍ୟକ୍ତିମାନେ ପ୍ରତ୍ୟେକଙ୍କୁ ତାଙ୍କର ଅନୁଗାମୀ କରି ଦେଇଥାଏ । ତେଲୁଗୁ ଭାଷୀ ଲୋକମାନେ ସବୁବେଳେ ଉତ୍ତମ ଅନ୍ୱେଷଣରେ ରହିଥାନ୍ତି ଏବଂ ସବୁବେଳେ ଭଲ କରିବାକୁ ଚେଷ୍ଟା କରିବାରେ ଲାଗିଥାନ୍ତି । ମୋତେ ଖୁସି ଯେ ଆଜି ଏଠାରେ ଯେଉଁ ବିକାଶ ପରିଯୋଜନାଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି, ତାହା ମଧ୍ୟ ଆନ୍ଧ୍ର ପ୍ରଦେଶରେ ପ୍ରଗତିର ଶକ୍ତିକୁ ଆହୁରି ଭଲ କରିବ ।

ସାଥୀମାନେ,

ସ୍ୱାଧୀନତାର ଅମୃତକାଳରେ ଦେଶ ବିକଶିତ ଭାରତର ଲକ୍ଷ୍ୟକୁ ନେଇ ବିକାଶର ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବିକାଶର ଏହି ଯାତ୍ରା ବହୁ ବିସ୍ତାର ଅଟେ । ଏଥିରେ ସାଧାରଣ ଜନତାଙ୍କର ଜୀବନ ସହିତ ଜଡ଼ିତ ଆବଶ୍ୟକତାର ଚିନ୍ତା ମଧ୍ୟ ସାମିଲ ଅଟେ । ଏଥିରେ ସବୁଠାରୁ ଉତ୍ତମ ଆଧୁନିକ ଭିତ୍ତିଭୂମିରେ ନିର୍ମାଣ ମଧ୍ୟ ସାମିଲ ଅଛି । ଆଜିର ଏହି କାର୍ଯ୍ୟକ୍ରମରେ ମଧ୍ୟ ଭିତ୍ତିଭୂମି ଉପରେ ଆମର ଦୃଷ୍ଟିକୋଣର ଝଲକ ମଧ୍ୟ ସଫା ଦେଖାଯାଉଛି । ଆମର ଦୃଷ୍ଟି ହେଉଛି ସମାବେଶୀ ବିକାଶର, ସମାବେଶୀ ବିକାଶର, ଭିତ୍ତିଭୂମିକୁ ନେଇ ଆମେ କେବେ ଏମିତି ପ୍ରଶ୍ନ ମଧ୍ୟରେ ଛନ୍ଦି ନ ହୋଇ ଆମକୁ ରେଲୱେର ବିକାଶ କରିବାକୁ ହେବ କିମ୍ବା ସଡ଼କ ପରିବହନର । ଆମେ କେବ ଏହାକୁ ନେଇ ଦ୍ୱିବିଧାରେ ଯେମିତି ନ ଫସିବା ଯେ ଆମକୁ ବଂଦର ଉପରେ ଧ୍ୟାନ ଦେବାକୁ ହେବ ରାଜପଥ ଉପରେ। ଭିତ୍ତିଭୂମିର ଏହି ଭିନ୍ନ ଦୃଶ୍ୟ ଦ୍ୱାରା ଦେଶକୁ ବହୁତ କ୍ଷତି ଉଠାଇବାକୁ ପଡ଼ିଲା । ଏହାଦ୍ୱାରା ସପ୍ଳାଇ ଚେନ ଉପରେ ପ୍ରଭାବ ପଡ଼ିଲା ଏବଂ ସମ୍ଭାର ତନ୍ତ୍ରର ଖର୍ଚ୍ଚ ବଢ଼ିଗଲା ।

ସାଥୀମାନେ,

ସପ୍ଲାଇ ଚେନ ଏବଂ ସମ୍ଭାର ତନ୍ତ୍ର ମଲ୍ଟି ମୋଡାଲ ସଂଯୋଗୀକରଣ ଉପରେ ନିର୍ଭର କରିଥାଏ । ଏଥିପାଇଁ ଆମେ ଭିତ୍ତିଭୂମିର ବିକାଶକୁ ନେଇ ନୂତନ ଆପ୍ରୋଚ ଆପଣେଇଛୁ । ଆମେ ବିକାଶର ଏକୀକୃତ ଦୃଶ୍ୟକୁ ଗୁରୁତ୍ୱ ଦେଇଛୁ, ଆଜି ଯେଉଁ ଅର୍ଥନୈତିକ କରିଡରର ମାଇଲଖୁଣ୍ଟ ରଖାଯାଇଛି, ସେଥିରେ ଛଅ ଲେନ ବିଶିଷ୍ଟ ସଡ଼କର ପ୍ରାବଧାନ ରହିଛି । ବଂଦର ପର୍ଯ୍ୟନ୍ତ ପହଂଚିବା ପାଇଁ ଏକ ଭିନ୍ନ ସଡ଼କ ମଧ୍ୟ ତିଆରି ହେବ । ଗୋଟିଏ ପଟେ ଆମେ ବିଶାଖାପଟନମ ରେଲୱେ ଷ୍ଟେସନକୁ ସୁନ୍ଦର କରୁଛି ତେବେ ଅନ୍ୟପଟେ ମାଛ ଧରିବାକୁ ବଂଦରଗାହକୁ ଅତ୍ୟାଧୁନିକ କରାଯାଉଛି ।

ସାଥୀମାନେ,

ଭିତ୍ତିଭୂମିର ଏହି ଏକୀକୃତ ଦୃଶ୍ୟ ପିଏମ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ କାରଣରୁ ସମ୍ଭବ ହେଲା । ଗତିଶକ୍ତି ପ୍ଳାନରୁ କେବଳ ଭିତ୍ତିଭୂମି ନିର୍ମାଣର ବେଗ ଦ୍ରୁତ ହୋଇନାହିଁ ବରଂ ଏହାଦ୍ୱାରା ପରିଯୋଜନା ଉପରେ ଲାଗିବାକୁ ଥିବା ଖର୍ଚ୍ଚ ମଧ୍ୟ କମ ହେଲା । ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ସିଷ୍ଟମ ହେଉଛି ପ୍ରତ୍ୟେକ ସହରର ଭବିଷ୍ୟତ ଅଟେ ଏବଂ ବିଶାଖାପଟନମ ଏହି ଦିଗରେ ପାଦ ଆଗକୁ ବଢ଼ାଇଛି । ମୋତେ ଜଣାଅଛି ଯେ ଏହି ପରିଯୋଜନାଗୁଡ଼ିକର ଆନ୍ଧ୍ରର ଲୋକମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା ଥିଲା, ତେବେ ଆନ୍ଧ୍ର ପ୍ରଦେଶ ଏବଂ ଏହାର ତଟବର୍ତ୍ତୀ ଅଞ୍ଚଳ ଏକ ନୂତନ ବେଗର ସହିତ ବିକାଶର ଏହି ଦୌଡ଼ରେ ଆଗକୁ ବଢ଼ିବ ।

ସାଥୀମାନେ,

ଆଜି ପୂରା ଦୁନିଆ ସଂଘର୍ଷର ନୂତନ ଅଧ୍ୟାୟ ସହିତ ଗତି କରୁଛି । କିଛି ଦେଶରେ ଜରୁରୀ ଜିନିଷଗୁଡ଼ିକର ଅଭାବ ରହିଛି, ତେବେ କିଛି ଦେଶ ଶକ୍ତି ସଙ୍କଟ ସହିତ ଯୁଦ୍ଧ କରୁଛି । ପ୍ରାୟତଃ ପ୍ରତ୍ୟେକ ଦେଶ ନିଜର ନିମ୍ନଗାମୀ ହେଉଥିବା ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତାରେ ଅଛି । କିନ୍ତୁ ଏହି ସମସ୍ତଙ୍କ ମଧ୍ୟରେ, ଭାରତ ଅନେକ କ୍ଷେତ୍ରରେ ଶିଖରକୁ ଛୁଇଁଛି । ଭାରତ ବିକାଶର ନୂତନ ଗାଥା ଲେଖୁଛି । ଏବଂ ଏହାକୁ କେବଳ ଆପଣହିଁ ଅନୁଭବ କରୁନାହାନ୍ତି, ବରଂ ଦୁନିଆ ମଧ୍ୟ ଅତି ନିଖୁଣ ଭାବେ ଆପଣଙ୍କ ଆଡ଼କୁ ଦେଖୁଛି ।

ଆପଣ ଦେଖିପାରୁଥିବେ ଯେ କେମିତି ବିଶେଷଜ୍ଞମାନେ ଏବଂ ବୁଦ୍ଧିଜୀବୀ ଭାରତର ପ୍ରଶଂସା କରୁଛନ୍ତି । ଆଜି ଭାରତ ସମଗ୍ର ବିଶ୍ୱର ଭରସାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ଏହା ଏଥିପାଇଁ ସମ୍ଭବ ହୋଇପାରିଛି, କାରଣ ଆଜି ଭାରତ, ନିଜର ନାଗରିକମାନଙ୍କର ଆଶା - ଆବଶ୍ୟକତାଗୁଡ଼ିକୁ ସର୍ବୋପରି ରଖିବାକୁ ଯାଇ କାର୍ଯ୍ୟ କରୁଛି । ଆମର ପ୍ରତ୍ୟେକ ପଲିସି, ପ୍ରତ୍ୟେକ ଜନସାଧାରଣଙକ୍ ଜୀବନକୁ ଉନ୍ନତ କରିବା ପାଇଁ ଅଟେ । ଆଜି ଗୋଟିଏ ପଟେ ପିଏଲଆଇ ସ୍କିମ, ଜିଏସଟି, ଆଇବିସି, ନ୍ୟାସନାଲ ଇନଫ୍ରାଷ୍ଟ୍ରକଚର ପାଇପଲାଇନ, ଗତିଶକ୍ତି ଭଳି ପଲିସି ପାଇଁ ଭାରତରେ ନିବେଶ ବଢୁଛି । ଅନ୍ୟପକ୍ଷରେ ଗରୀବମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାଗୁଡ଼ିକୁ ଲଗାତାର ବିସ୍ତାର ହେଉଛି ।

 

ବିକାଶର ଏହି ଯାତ୍ରାରେ ଆଜି ଦେଶର ସେହି ଝଲକ ମଧ୍ୟ ସାମିଲ ଅଛି, ଯାହା ପୂର୍ବରୁ ଅନ୍ତିମ ସ୍ତରରେ ହେଉଥିଲା । ସବୁଠାରୁ ପଛୁଆ ଜିଲ୍ଲାରେ ମଧ୍ୟ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ମାଧ୍ୟମରେ ବିକାଶ ସହିତ ଜଡ଼ିତ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି । ଦେଶର କୋଟି କୋଟି ଗରୀବମାନଙ୍କୁ ଗତି ଅଢ଼େଇ ବର୍ଷରୁ ମାଗଣାରେ ଶସ୍ୟ ପ୍ରଦାନ କରାଯାଉଛି । ଗତ ସାଢ଼େ ତିନି ବର୍ଷରୁ ପିଏମ କିସାନ ମାଧ୍ୟମରେ କୃଷକମାନଙ୍କ ଖାତାରେ ପ୍ରତ୍ୟେକ ବର୍ଷ ସିଧାସଳଖ ୬ ହଜାର ଟଙ୍କା ପହଂଚାଇ ଦିଆଯାଉଛି । ଏହିଭଳି ଭାବରେ ସୂର୍ଯେ୍ୟାଦୟ କ୍ଷେତ୍ର ସହିତ ଜଡ଼ିତ ଆମର ପଲିସି କାରଣରୁ ଯୁବଗୋଷ୍ଠୀମାନଙ୍କ ପାଇଁ ନୂଆ ଅବସର ସୃଷ୍ଟି ହୋଇପାରୁଛି । ଡ୍ରୋନ ଠାରୁ ନେଇ ଗେମିଂ ପର୍ଯ୍ୟନ୍ତ, ସ୍ପେସ ଠାରୁ ନେଇ ଷ୍ଟାର୍ଟଅପ୍ସ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଆମର ପଲିସି କାରଣରୁ ଆଗକୁ ବଢ଼ିବାର ସୁଯୋଗ ମିଳିପାରୁଛି ।

ସାଥୀମାନେ,

ଯେତେବେଳେ ଲକ୍ଷ୍ୟ ସ୍ପଷ୍ଟ ହୋଇଥାଏ, ସେତେବେଳେ ଆକାଶର ଉଚ୍ଚତା ହେଉ, କିମ୍ବା ସମୁଦ୍ରର ଗଭୀରତା, ଆମେ ସୁଯୋଗକୁ ଖୋଜି ମଧ୍ୟ ନେଇଥାଉ ଏବଂ ବାହାର ମଧ୍ୟ କରି ନେଇଥାଉ । ଆଜି ଆନ୍ଧ୍ରରେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଗଭୀର ଛିଦ୍ର ଶକ୍ତିକୁ ବାହାର କରିବାରେ ଶୁଭାରମ୍ଭ ଏହାର ଏକ ବଡ଼ ଉଦାହରଣ ଅଟେ । ଆଜି ଦେଶ ନୀଳ ଅର୍ଥନୀତି ସହିତ ଜଡ଼ିତ ଅନ୍ତତଃ ସମ୍ଭାବନାଗୁଡ଼ିକୁ ସାକାର କରିବା ପାଇଁ ମଧ୍ୟ ବଡ଼ ସ୍ତରରେ ପ୍ରୟାସ କରୁଛି । ନୀଳ ଅର୍ଥନୀତି ପ୍ରଥମ ଥର ଦେଶର ଏତେ ବଡ଼ ପ୍ରାଥମିକତା ହୋଇପାରିଛି ।

ମତ୍ସ୍ୟଜୀବୀମାନଙ୍କ ପାଇଁ ବର୍ତ୍ତମାନ କିସାନ କ୍ରେଡିଟ୍ କାର୍ଡ ଭଳି ସୁବିଧା ମଧ୍ୟ ଉପଲବ୍ଧ ହୋଇଛି । ଆଜି ବିଶାଖାପଟନମ ଫିସିଙ୍ଗ ହାର୍ବରକୁ ଆଧୁନିକ କରିବାରେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି, ଏହାଦ୍ୱାରା ଆମର ମତ୍ସ୍ୟଜୀବୀ ଭାଇ-ଭଉଣୀମାନଙ୍କର ଜୀବନ ସହଜ ହେବ । ଯେମିତି ଯେମିତି ଗରୀବଙ୍କର ଶକ୍ତି ବୃଦ୍ଧି ହେବ, ଏବଂ ଆଧୁନିକ ଭିତ୍ତିଭୂମି ସହିତ ଜଡ଼ିତ ସୁଯୋଗ ପର୍ଯ୍ୟନ୍ତ ପହଂଚିପାରିବ, ବିକଶିତ ଭାରତର ଆମର ସ୍ୱପ୍ନ ମଧ୍ୟ ପୂରା ହେବ ।

 

ସାଥୀମାନେ,

ସମୁଦ୍ର ଶତାବ୍ଦୀରୁ ଭାରତ ପାଇଁ ସମୃଦ୍ଧି ଏବଂ ସମ୍ପନ୍ନତାର ସ୍ରୋତ ରହିଛି ଏବଂ ଆମର ସମୁଦ୍ର ଭଳି କୂଳ ଏହି ସମୃଦ୍ଧି ପାଇଁ ଗେଟୱେର କାର୍ଯ୍ୟ କରିଛି । ଆଜି ଦେଶରେ ବଂଦର ଲେଡର ଉନ୍ନତିକରଣ ପାଇଁ ଯେଉଁ ହଜାର ହଜାର କୋଟି ଟଙ୍କା ପରିଯୋଜନା ଚାଲୁଛି, ଭବିଷ୍ୟତରେ ତାଙ୍କର ଆହୁରି ବିସ୍ତାର ହେବ । ବିକାଶର ଏହି ସମସ୍ତ ଭାବନାକୁ ଆଜି ଏକବିଂଶ ଶତାବ୍ଦୀର ଭାରତ ଭୂପୃଷ୍ଠକୁ ଆଣୁଛି । ମୋତେ ବିଶ୍ୱାସ ଅଛି, ଆନ୍ଧ୍ର ପ୍ରଦେଶ, ଦେଶର ବିକାଶ ଏହି ଅଭିଯାନରେ ଏହିଭଳି ଭାବରେ ବଡ଼ ଭୂମିକା ଗ୍ରହଣ କରିବ । ଏହି ସଂକଳ୍ପ ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ ବହୁତ ଧନ୍ୟବାଦ!

 

ମୋ ସହିତ ଦୁଇ ହାତ ଉପରକୁ କରି ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ-

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Number of Indian women with digital access doubled since 2021: Survey

Media Coverage

Number of Indian women with digital access doubled since 2021: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”