Inaugurates Maharashtra Samriddhi Mahamarg
“Today a constellation of eleven new stars is rising for the development of Maharashtra”
“Infrastructure cannot just cover lifeless roads and flyovers, its expansion is much bigger”
“Those who were deprived earlier have now become priority for the government”
“Politics of short-cuts is a malady”
“Political parties that adopt short-cuts are the biggest enemy of the country's taxpayers”
“No country can run with short-cuts, a permanent solution with a long-term vision is very important for the progress of the country”
“The election results in Gujarat are the result of the economic policy of permanent development and permanent solution”

ମଞ୍ଚ ଉପରେ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ଭଗତ ସିଂହ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ ଜୀ, ଏହି ମାଟିର ସନ୍ତାନ ଏବଂ ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରୟାସରତ ଶ୍ରୀ ଦେବେନ୍ଦ୍ର ଜୀ, ନିତିନ ଜୀ, ରାଓ ସାହେବ ଦାନବେ, ଡା. ଭାରତୀ ତାଈ ଏବଂ ବିଶାଳ ସଂଖ୍ୟାରେ ଏଠାକୁ ଆସିଥିବା ନାଗପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ହେଉଛି ସଙ୍କଟି ଚତୁର୍ଥୀ, କୌଣସି ମଧ୍ୟ ଶୁଭ କାର୍ଯ୍ୟ କରିବାକୁ ହୋଇଥାଏ, ଆପଣ ପ୍ରଥମେ ଗଣେଜ ପୂଜା କରିଥାନ୍ତି । ଆଜି ନାଗପୁରାତ, ଗଣପତି ବାବା ତୁମ ଚରଣରେ ମୁଁ କୋଟି କୋଟି ବନ୍ଦନା କରୁଛି । ଡିସେମ୍ବର ୧୧ ତାରିଖ ଆଜିର ଦିନ ସଙ୍କଟୀ ଚତୁର୍ଥୀର ପବିତ୍ର ଦିବସ ଅଟେ । ଆଜି ମହାରାଷ୍ଟ୍ରର ବିକାଶ ପାଇଁ ୧୧ ତାରକାଙ୍କର ଏକ ମହାନକ୍ଷତ୍ରର ଉଦୟ ହେଉଛି ।

ପ୍ରଥମ ତାରକା- ‘ହିନ୍ଦୁମାନଙ୍କ ହୃଦୟର ସମ୍ରାଟ ବାଲା ସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧ ମହାମାର୍ଗ’ ଯାହା ବର୍ତ୍ତମାନ ନାଗପୁର ଏବଂ ଶିରିଡ଼ି ପାଇଁ ପ୍ରସ୍ତୁତ ହୋଇସାରିଛି । ଦ୍ୱିତୀୟ ତାରକା- ନାଗପୁର ଏମ୍ସ, ଯାହାର ଲାଭ ବିଦର୍ଭର ଏକ ବଡ଼ ଅଞ୍ଚଳର ଲୋକଙ୍କୁ ଉପକୃତ କରିବ । ତୃତୀୟ ତାରକା- ନାଗପୁର ଠାରେ ନାସନାଲ ଇନଷ୍ଟିଚୁଟ ଅଫ ୱାନ ହେଲଥର ପ୍ରତିଷ୍ଠିତ । ଚତୁର୍ଥ ତାରକା- ରକ୍ତ ସମ୍ବନ୍ଧୀୟ ରୋଗ ରୋକିବା ପାଇଁ ଚନ୍ଦ୍ରପୁରରେ ନିର୍ମିତ ଆଇସିଏମଆର ଅନୁସନ୍ଧାନ କେନ୍ଦ୍ର ଅଟେ । ପଞ୍ଚମ ତାରକା ହେଉଛି ସିପେଟ ଚନ୍ଦ୍ରପୁରର ପ୍ରତିଷ୍ଠା, ଯାହା ପେଟ୍ରୋ କେମିକାଲ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଷଷ୍ଠ ତାରକା ହେଉଛି ନାଗପୁରର ନାଗନଦୀର ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ । ସପ୍ତମ ତାରା- ନାଗପୁରରେ ମେଟ୍ରୋ ପ୍ରଥମ ପର୍ଯ୍ୟାୟର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ । ଅଷ୍ଟମ ତାରକା- ନାଗପୁରରୁ ବିଳାସପୁର ମଧ୍ୟରେ ଆଜି ଆରମ୍ଭ ହୋଇଥିବା ବଂଦେ ଭାରତ ଏକ୍ସପ୍ରେସ । ନବମ ତାରକା- ‘ନାଗପୁର’ ଏବଂ ‘ଅଜନୀ’ ରେଳ ଷ୍ଟେସନର ପୁନଃ ବିକାଶର ପ୍ରକଳ୍ପ ଅଟେ । ଦଶମ ତାରକା- ଅଦିନରେ ୧୨ ହଜାର ହର୍ସ ପାୱାରର ରେଳ ଇଞ୍ଜିନର ରକ୍ଷଣାବେକ୍ଷଣ ଡିପୋ ଉଦଘାଟିତ ହୋଇଛି । ଏକାଦଶ ତାରକା ହେଉଛି ନାଗପୁର-ଇଟାର୍ସୀ ଲାଇନର କୋହଲି-ନରଖେଡ଼ ମାର୍ଗର ଉଦଘାଟନ । ଏକାଦଶ ତାରକାର ଏହି ମହାନ ନକ୍ଷତ୍ର ମହାରାଷ୍ଟ୍ରର ବିକାଶ ପାଇଁ ଏକ ନୂତନ ଦିଗ ଦେବ, ନୂତନ ଶକ୍ତି ଦେବ । ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବରେ ୭୫ ହଜାର କୋଟି ଟଙ୍କାର ଏହି ବିକାଶ କାର୍ଯ୍ୟ ପାଇଁ ମହାରାଷ୍ଟ୍ରକୁ, ମହାରାଷ୍ଟ୍ରର ଜନତାଙ୍କୁ ବହୁତ ବହୁତ ଧନ୍ୟବାଦ ।

ସାଥୀମାନେ,

ଆଜିର ଏହି ଆୟୋଜନ ଏହି କଥାର ମଧ୍ୟ ପ୍ରମାଣ ଅଟେ ଯେ ଡବଲ ଇଞ୍ଜିନର ସରକାର, ମହାରାଷ୍ଟ୍ରରେ କେତେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ସମୃଦ୍ଧର ରାଜପଥରେ ନାଗପୁର ଏବଂ ମୁମ୍ବାଇ ମଧ୍ୟରେ ଦୂରତା ହ୍ରାସ ହେବ, ଏହା ମହାରାଷ୍ଟ୍ରର ୨୪ଟି ଜିଲ୍ଲାକୁ ଆଧୁନିକ ସଂଯୋଗୀକରଣ ସହିତ ସଂଯୋଗ କରୁଛି । ଏହାଦ୍ୱାରା କୃଷି-ଚାଷୀମାନଙ୍କୁ, ବିଶ୍ୱାସର ବିଭିନ୍ନ ସ୍ଥାନକୁ ଯିବା-ଆସିବା କରୁଥିବା ଶ୍ରଦ୍ଧାଳୁମାନଙ୍କୁ, ଶିଳ୍ପପତିମାନଙ୍କୁ ବହୁତ ବଡ଼ ଲାଭ ହେବ । ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବାକୁ ଯାଉଛି ।

ସାଥୀମାନେ,

ଆଜିର ଦିନର ଆଉ ଏକ ବିଶେଷତା ଅଛି । ଆଜି ଯେଉଁ ଯୋଜନାର ଲୋକାର୍ପଣ ହୋଇଛି, ସେଥିରେ ଭିତ୍ତିଭୂମିର ବିକାଶର ସାମଗ୍ରିକ ଦୃଷ୍ଟିକୋଣ ଦୃଶ୍ୟମାନ ହେଉଛି । ଏମ୍ସ ନିଜେ ଏକ ଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ସମୃଦ୍ଧି ମହାମାର୍ଗ ହେଉଛି ଅନ୍ୟ ଏକ ଭିତ୍ତିଭୂମି ଅଟେ । ସେହିଭଳି ଭାବରେ, ବଂଦେ ଏକ୍ସପ୍ରେସ ଏବଂ ନାଗପୁର ମେଟ୍ରୋ, ଉଭୟ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ର ବ୍ୟବହାରକାରୀ ଭିତ୍ତିଭୂମି ଥିଲା, କିନ୍ତୁ ଏହା ସବୁ ଗୋଟିଏ ପୁଷ୍ପ ଗୁଚ୍ଛ ମାଧ୍ୟମରେ, ଗୋଟିଏ ପୁଷ୍ପ ଗୁଚ୍ଛରେ ଥିବା ଅଲଗା ଅଲଗା ଫୁଲ ଭଳି ଅଟେ, ଯାହା ମଧ୍ୟରୁ ବାହାରି ବିକାଶ ମହକ, ପ୍ରତ୍ୟେକଙ୍କ ନିକଟରେ ପହଂଚିବ ।

ବିକାଶର ଏହି ପୁଷ୍ପ ଗୁଚ୍ଛରେ ଗତ ୮ ବର୍ଷରେ କଠିନ ପରିଶ୍ରମ ଦ୍ୱାରା ପ୍ରସ୍ତୁତ ବିଶାଳ ଉଦ୍ୟାନର ପ୍ରତିବିମ୍ବ ମଧ୍ୟ ଅଟେ। ସେହି କଥା ସାଧାରଣ ମଣିଷର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ହେଉ, କିମ୍ବା ଧନ ସୃଷ୍ଟି ବିଷୟ ହେଉ, ଚାଷୀଙ୍କୁ ସଶକ୍ତିକରଣର କିମ୍ବା ଜଳ ସଂରକ୍ଷଣ ବିଷୟରେ ହେଉ, ଆଜି ଦେଶରେ ପ୍ରଥମ ଥର ପାଇଁ ଏପରି ସରକାର ଅଛି, ଯିଏ ଭିତ୍ତିଭୂମିକୁ ଏକ ମାନବ ସ୍ୱରୂପ ଦେଇପାରିଛି ।

ଭିତ୍ତିଭୂମିର ଏପରି ଏକ ମାନବ ସ୍ପର୍ଶ, ଯାହା ଆଜି ସମସ୍ତଙ୍କ ଜୀବନକୁ ସ୍ପଷ୍ଟ କରୁଛି । ପ୍ରତ୍ୟେକ ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଉଥିବା ଆୟୁଷ୍ମାନ ଭାରତ ଯୋଜନା, ଆମର ସାମାଜିକ ଇନଫ୍ରାର ଉଦାହରଣ, କାଶୀ, କେଦାରନାଥ, ଉଜ୍ୱୈନ ଠାରୁ ପନ୍ଦରପୁର ପର୍ଯ୍ୟନ୍ତ ଆମର ବିଶ୍ୱାସ ସ୍ଥଳଗୁଡ଼ିକର ବିକାଶ, ଆମର ସାଂସ୍କୃତିକ ଇନଫ୍ରାର ଏକ ଉଦାହରଣ ।

୪୫ କୋଟିରୁ ଅଧିକ ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ ସହିତ ସଂଯୋଗ କରୁଥିବା ଜନଧନ ଯୋଜନା, ଆମର ଆର୍ଥିକ ଭିତ୍ତିଭୂମିର ଏକ ଉଦାହରଣ । ନାଗପୁର ଏମ୍ସ ପରି ଆଧୁନିକ ଡାକ୍ତରଖାନା ଖୋଲିବାର ଅଭିଯାନ, ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ଅଭିଯାନ, ଆମର ମେଡିକାଲ ଭିତ୍ତିଭୂମିର ଉଦାହରଣ ଅଟେ । ଏବଂ ଏହିସବୁ ସାଧାରଣ କଥା ହେଉଛି ମାନବ ସମ୍ବେଦନଶୀଳତା, ମାନବ ସ୍ପର୍ଶ, ସମ୍ବେଦନଶୀଳତାର ଉପାଦାନ । ଆମେ କେବଳ ଜୀବନ୍ତ ରାସ୍ତା ଏବଂ ଫ୍ଲାଏ ଓଭରରେ ଭିତ୍ତିଭୂମିକୁ ଆଚ୍ଛାଦନ କରିପାରିବୁ ନାହିଁ, ଏହାର ବିସ୍ତାର ବହୁତ ଅଟେ।

ସାଥୀମାନେ,

ଯେତେବେଳେ ଭିତ୍ତିଭୂମି କାର୍ଯ୍ୟରେ କୌଣସି ସମ୍ବେଦନଶୀଳତା ନଥାଏ, ସେତେବେଳେ ମାନବରୂପ ନ ଥାଏ, କେବେଳ ଇଟା, ପଥର, ସିମେଣ୍ଟ, ଚୂନ, ଲୁହା ଦୃଶ୍ୟମାନ ହୋଇଥାଏ, ସେତେବେଳେ ଦେଶର ଲୋକମାନଙ୍କୁ ଏହାର କ୍ଷତି ସହିବାକୁ ପଡ଼ିଥାଏ, ସାଧାରଣ ମନୁଷ୍ୟଙ୍କୁ ଉଠାଇବାକୁ ପଡ଼ିଥାଏ । ମୁଁ ଆପଣମାନଙ୍କୁ ଗୋସିଖୁର୍ଦ୍ଦ ଡ୍ୟାମର ଉଦାହରଣ ଦେବାକୁ ଚାହୁଁଛି । ପଚିଶ ବର୍ଷ ପୂର୍ବେ ଏହି ବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ସେହି ସମୟରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ଠଠ କୋଟି ଟଙ୍କା ଥିଲା କିନ୍ତୁ ବର୍ଷ ବର୍ଷ ଧରି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ବର୍ତ୍ତମାନ ଡ୍ୟାମର ଆନୁମାନିକ ମୂଲ୍ୟ ୪ଠଠ କୋଟିରୁ ୧୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୭ରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଏହି ଡ୍ୟାମରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି, ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଛି । ମୁଁ ସନ୍ତୁଷ୍ଟ ଯେ ଚଳିତ ବର୍ଷ ଏହି ବନ୍ଧଟି ପୂର୍ଣ୍ଣ ହୋଇଛି । ଆପଣ କଳ୍ପନା କରିପାରିବେ, ଏଥିପାଇଁ ତିନି ଦଶନ୍ଧିରୁ ଅଧିକ ସମୟ ଲାଗିଛି, କେବଳ ସେତେବେଳେ ଗାଁ ଏବଂ କୃଷକମାନେ ଏହାର ଲାଭ ପାଇବା ଆରମ୍ଭ କରି ଦେଇଛନ୍ତି ।

ଭାଇ ଓ ଭଉଣୀମାନେ,

ସ୍ୱାଧୀନତାର ଅମୃତ କାଳରେ ଦେଶ ଏବଂ ବିକଶିତ ଭାରତର ମହାନ ସଂକଳ୍ପ ସହିତ ଆଗକୁ ବଢ଼ୁଛି । ଏକ ବିକଶିତ ଭାରତ ଗଠନ କରିବାର ଉପାୟ ହେଉଛି ଭାରତର ସାମୁହିକ ଶକ୍ତି । ଏକ ବିକଶିତ ଭାରତ ଗଠନ କରିବାର ମନ୍ତ୍ର ହେଉଛି ଦେଶର ବିକାଶ ପାଇଁ ରାଜ୍ୟର ବିକାଶ । ବିଗତ ଦଶନ୍ଧିର ଏହା ଆମର ଅନୁଭୂତ ହୋଇଛି ଯେ ଯେତେବେଳେ ଆମେ ବିକାଶକୁ ସୀମିତ କରୁ, ସୁଯୋଗ ମଧ୍ୟ ସୀମିତ ହୋଇଥାଏ । ଯେତେବେଳେ ଶିକ୍ଷା କେବଳ ଅଳ୍ପ ଲୋକମାନଙ୍କ ମଧ୍ୟରେ ସୀମିତ ଥିଲା, କେବଳ ଅଳ୍ପ କିଛି ଶ୍ରେଣୀ, ଜାତିର ପ୍ରତିଭା ମଧ୍ୟ ସମ୍ପୂର୍ଣ୍ଣ ରୂପେ ସାମ୍ନାକୁ ଆସିପାରିଲା ନାହିଁ । ଯେତେବେଳେ ଅଳ୍ପ ସଂଖ୍ୟକ ଲୋକ ବ୍ୟାଙ୍କଗୁଡ଼ିକୁ ପ୍ରବେଶ କୁଥିଲେ । ବାଣିଜ୍ୟ-ବ୍ୟବସାୟ ମଧ୍ୟ ସୀମିତ ରହିଲା । ଅର୍ଥାତ ଦେଶର ବହୁତ ଜନସଂଖ୍ୟା ବିକାଶର ସମ୍ପୂର୍ଣ୍ଣ ଲାଭ ପାଇବାକୁ ସକ୍ଷମ ହୋଇ ନ ଥିଲା କିମ୍ବା ଭାରତର ପ୍ରକୃତ ଶକ୍ତି ଉତ୍ପନ୍ନ ହୋଇପାରି ନ ଥିଲା । ଗତ ୮ ବର୍ଷ ମଧ୍ୟରେ, ଆମେ ଏହି ଚିନ୍ତାଧାରା ଏବଂ ଆଭିମୁଖ୍ୟକୁ ପରିବର୍ତ୍ତନ କରିଛୁ । ଆମେ ସମସ୍ତଙ୍କ ବିଶ୍ୱାସ, ସମସ୍ତଙ୍କର ବିକାଶ ଏବଂ ସମସ୍ତଙ୍କ ପ୍ରୟାସ ଉପରେ ଗୁରୁତ୍ୱ ଦେଉଛୁ ଏବଂ ଯେତେବେଳେ ମୁଁ ସମସ୍ତଙ୍କ ପ୍ରୟାସ କରୁଛି, ଏଥିରେ ପ୍ରତ୍ୟେକ ଦେଶବାସୀ ଏବଂ ଦେଶର ପ୍ରତ୍ୟେକ ରାଜ୍ୟ ଅନ୍ତର୍ଭୁକ୍ତ । ଛୋଟ ହୁଅନ୍ତୁ କିମ୍ବା ବଡ଼ ହୁଅନ୍ତୁ, ସମସ୍ତଙ୍କର ସାମର୍ଥ୍ୟ ବୃଦ୍ଧି ପାଇବ, କେବଳ ସେତେବେଳେ ଭାରତ ବିକଶିତ ହେବ । ସେଥିପାଇଁ ଆମେ ଯେଉଁମାନେ ଉତ୍ସାହିତ, ସେମାନଙ୍କୁ ବଞ୍ଚôତ ଏବଂ ଛୋଟ ବୋଲି ବିବେଚନା କରାଯାଉଛି । ତାହା ହେଉଛି, ‘ଯାହା ପୂର୍ବରୁ ବଞ୍ଚôତ ହୋଇଥିଲା, ତାହା ବର୍ତ୍ତମାନ ଆମ ସରକାରଙ୍କ ସପକ୍ଷରେ ଅଛି ।’

ସେଥିପାଇଁ ଆଦି କ୍ଷୁଦ୍ର ଚାଷୀମାନଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରାଯାଉଛି । ବିଦର୍ଭର କୃଷକମାନେ ମଧ୍ୟ ଏଠାରେ ପିଏମ୍ କିଶାନ ସମ୍ମାନ ନିଧିର ବଡ଼ ଲାଭ ପାଇଛନ୍ତି । ଏହା ଆମର ସରକାର ଯିଏ ପଶୁପାଳକମାନଙ୍କୁ ପ୍ରାଥମିକତା ଦେଇ କିଶାନ କ୍ରେଡିଟ କାର୍ଡର ସୁବିଧାକୁ ଯୋଡ଼ିଛନ୍ତି । ଆମର ରାସ୍ତା କଡ଼ରେ ଥିବା ବିକାଳି ଭାଇ ଓ ଭଉଣୀ, ରାସ୍ତାକଡ଼ର ବିକ୍ରେତା, ଭାଇ ଓ ଭଉଣୀମାନଙ୍କୁ କେହି ପୂର୍ବରୁ ପଚାରୁ ନ ଥିଲେ, ସେମାନେ ମଧ୍ୟ ବଞ୍ଚôତ ଥିଲେ । ଆଜି ଏହିପରି ଲକ୍ଷ ଲକ୍ଷ ବନ୍ଧୁଙ୍କୁ ଅଗ୍ରାଧିକାର ଦେଇଥିବାରୁ ସେମାନେ ମଧ୍ୟ ବ୍ୟାଙ୍କରୁ ସହଜରେ ଋଣ ମିଳିପାରୁଛି ।

ସାଥୀମାନେ,

‘ବଞ୍ଚôତଙ୍କୁ ପ୍ରାଥମିକତା’ର ଆହୁରି ଏକ ଉଦାହରଣ ଆମର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ମଧ୍ୟ ଅଛି । ଦେଶରେ ୧ଠଠରୁ ଅଧିକ ଜିଲ୍ଲା ଏମିତି ଅଛି ଯାହା ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ବିକାଶର ଅନେକ ମାନଦଣ୍ଡ ବହୁ ପଛରେ ଥିଲା । ଏଥି ମଧ୍ୟରୁ ଅଧିକାଂଶ ଆଦିବାସୀ ଅଞ୍ଚଳ, ହିଂସା ଦ୍ୱାରା ପ୍ରଭାବିତ ଅଞ୍ଚଳ ଥିଲା । ଆମେ ମରାଠାୱାଡା ଏବଂ ବିଦର୍ଭର ଅନେକ ଜିଲ୍ଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଗତ ଆଠବର୍ଷ ଧରି ଆମେ ଦେଶର ଏପରି ବଞ୍ଚôତ ଅଞ୍ଚଳକୁ ଦ୍ରୁତ ବିକାଶ ପାଇଁ ଏକ ନୂତନ ଶକ୍ତି କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛୁ । ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରାଯାଇଛି ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ତାହା ମଧ୍ୟ ଏହି ଚିନ୍ତାଧାରା ଏବଂ ଆଭିମୁଖ୍ୟର ଏକ ପ୍ରଦର୍ଶନ ଅଟେ ।

ସାଥୀମାନେ,

ଆଜି ଆପଣମାନଙ୍କ ସହ କଥାବାର୍ତ୍ତା କରି, ମୁଁ ମହାରାଷ୍ଟ୍ରର ଲୋକଙ୍କୁ ଏବଂ ଦେଶର ଲୋକଙ୍କୁ ଭାରତର ରାଜନୀତିରେ ଏକ ବିକୃତିରୁ ସାବଧାନ ମଧ୍ୟ କରିବାକୁ ଚାହିଁବି । ଏହା ହେଉଛି ସ୍ୱଳ୍ପ ରାଜନୀତିର ବିକୃତତା । ରାଜନୈତିକ ସ୍ୱାର୍ଥ ପାଇଁ ଦେଶର ଟଙ୍କା ଲୁଟିବା ହେଉଛି ଏହା ଏକ ବିକୃତତା । ଟିକସଦାତାଙ୍କ କଷ୍ଟ ଉପାର୍ଜିତ ଟଙ୍କା ଲୁଟିବା ଏହା ମଧ୍ୟ ଏକ ବିକୃତ ।

ଏହି ରାଜନୈତିକ ଦଳଗୁଡ଼ିକ ସର୍ଟକଟ ଗ୍ରହଣ କରୁଛନ୍ତି, ଏହି ରାଜନୈତିକ ନେତାମାନେ ଦେଶର ପ୍ରତ୍ୟେକ ଟିକସଦାତାଙ୍କର ସବୁଠାରୁ ବଡ଼ ଶତ୍ରୁ । ଯେଉଁମାନଙ୍କର ଉଦେଶ୍ୟ କେବଳ କ୍ଷମତାକୁ ଆସିବା, ଯାହାର ଉଦେଶ୍ୟ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାରଙ୍କୁ ଅକ୍ତିଆର କରିବା, ସେମାନେ କଦାପି ଦେଶ ଗଠନ କରିପାରିବେ ନାହିଁ । ଆଜି ଯେଉଁ ସମୟରେ ଭାରତ ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି, କିଛି ରାଜନୈତିକ ଦଳ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ନେଇ ଭାରତର ଅର୍ଥନୀତିକୁ ନଷ୍ଟ କରିବାକୁ ଚାହୁଁଛନ୍ତି ।

ଆମ ସମସ୍ତଙ୍କ ମନେ ଥିବ, ଯେତେବେଳେ ପ୍ରଥମ ଶିଳ୍ପ ବିପ୍ଳବ ଆସିଥିଲା, ଭାରତ ଏହାର ଲାଭ ଉଠାଇ ପାରିଲା ନାହିଁ, ଆମେ ଦ୍ୱିତୀୟ, ତୃତୀୟ ଶିଳ୍ପ ବିପ୍ଳବରେ ମଧ୍ୟ ପଛରେ ରହଗଲୁ, କିନ୍ତୁ ଆଜି ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବର ସମୟ ଆସିଛି । ଭାରତ ଏହାକୁ ହାତଛଡ଼ା କରିପାରିବ ନାହିଁ । ମୁଁ ପୁଣି କରିବି, ଏପରି ସୁଯୋଗ ବାରମ୍ବାର କୌଣସି ଦେଶକୁ ଆସେ ନାହିଁ । କୌଣସି ଦେଶ ସର୍ଟକଟ ସହିତ ଚଲାଇପାରିବେ ନାହିଁ, ଦେଶର ପ୍ରଗତି, ସ୍ଥାୟୀ ବିକାଶ, ସ୍ଥାୟୀ ସମଧାନ ପାଇଁ କାର୍ଯ୍ୟ କରିବା, ଏକ ଦୀର୍ଘକାଳୀନ ଦୂରଦୃଷ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବଂ ଭିତ୍ତିଭୂମି ସ୍ଥାୟୀ ବିକାଶର ମୂଳରେ ରହିଥାଏ ।

ଏକ ସମୟରେ ଦକ୍ଷିଣ କୋରିଆ ମଧ୍ୟ ଏକ ଗରିବ ଦେଶ ଥିଲା କିନ୍ତୁ ସେହି ଦେଶ ଭିତ୍ତିଭୂମି ମାଧ୍ୟମରେ ନିଜର ଭାଗ୍ୟ ବଦଳାଇ ଦେଇଛି । ଆଜି, ଗଲ୍ଫ ଦେଶଗୁଡ଼ିକ ଏତେ ଆଗରେ ଅଛନ୍ତି ଏବଂ ଲକ୍ଷ ଲକ୍ଷ ଭାରତୀୟ ସେଠାରେ ନିଯୁକ୍ତ ପାଇଛନ୍ତି କାରଣ ସେମାନେ ମଧ୍ୟ ଗତ ତିନି-ଚାରି ଦଶନ୍ଧି ମଧ୍ୟରେ ସେମାନଙ୍କର ଭିତ୍ତିଭୂମିକୁ ମଜବୁତ, ଆଧୁନିକୀକରଣ କରିଛନ୍ତି ଏବଂ ଭବିଷ୍ୟତ ପ୍ରସ୍ତୁତ କରିଛନ୍ତି ।

ଆପଣ ଜାଣିଥିବେ ଯେ ଆଜି ଭାରତର ଲୋକମାନଙ୍କୁ ସିଙ୍ଗାପୁର ଯିବାକୁ ମନ ହେଉଛି । କିଛି ଦଶନ୍ଧି ପୂର୍ବରୁ, ସିଙ୍ଗାପୁର ମଧ୍ୟ ଏକ ସାଧାରଣ ଦୀପ ଦେଶ ଥିଲା, କିଛି ଲୋକ ମତ୍ସ୍ୟ ଚାଷରୁ ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ସିଙ୍ଗାପୁର ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ କଲା, ସଠିକ ଅର୍ଥନୈତିକ ନୀତି ଅନୁସରଣ କଲା ଏବଂ ଆଜି ଏହା ବିଶ୍ୱ ଅର୍ଥନୀତିରେ ଏକ ବଡ଼ କେନ୍ଦ୍ରରେ ପରିଣତ ହୋଇଛି । ଯଦି ଏହି ଦେଶଗୁଡ଼ିକରେ ସ୍ୱଳ୍ପ ରାଜନୀତି ହୋଇଥାନ୍ତା, ଟିକସଦାତାଙ୍କ ଟଙ୍କା ଲୁଟ୍ ମଧ୍ୟ ହୋଇଥାନ୍ତା, ତେବେ ଏହି ଦେଶଗୁଡ଼ିକ ଆଜି ସେହି ଉଚ୍ଚତାରେ ପହଂଚି ପାରିନଥାନ୍ତି, ଯେଉଁଠି ଆଜି ପହଂଚିଛନ୍ତି । ବିଳମ୍ବରେ ହେଉ, ଭାରତ ନିକଟରେ ବର୍ତ୍ତମାନ ଏହି ସୁଯୋଗ ଆସିଛି । ପୂର୍ବ ସରକାରଙ୍କ ସମୟରେ, ଆମ ଦେଶର ସଚ୍ଚୋଟ ଟିକସଦାତାମାନେ ଦେଇଥିବା ଟଙ୍କା ଦୁର୍ନୀତିର ହଜି ଯାଉଥିଲେ କିମ୍ବା ଭୋଟ ବ୍ୟାଙ୍କକୁ ମଜବୁତ କରିବାରେ ଖର୍ଚ୍ଚ କରୁଥିଲେ । ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ସରକାରୀ ରାଜସ୍ୱକୁ ଗୋଟି ଗୋଟି କରି ତାହାର ବିନିଯୋଗ, ଦେଶର ପୁଞ୍ଜି, ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଖର୍ଚ୍ଚ ହେବା ଉଚିତ ।

ଆଜି ମୁଁ ଭାରତର ପ୍ରତ୍ୟେକ ଯୁବକଙ୍କୁ ଅନୁରୋଧ କରିବି, ପ୍ରତ୍ୟେକ ଟିକସଦାତାଙ୍କୁ ଅନୁରୋଧ କରିବି ଯେ ଏଭଳି ସ୍ୱାର୍ଥ ରାଜନୈତିକ ଦଳମାନଙ୍କୁ, ଏପରି ସ୍ୱାର୍ଥ ରାଜନୈତିକ ନେତାମାନଙ୍କୁ ପ୍ରକାଶ କରନ୍ତୁ । ‘ଆୟ ଆଠଣା, ବ୍ୟୟ ଏକଟଙ୍କା’ ନୀତି ଅନୁସରଣ କରି ଚାଲୁଥିବା ରାଜନୈତିକ ଦଳମାନେ ଏହି ଦେଶକୁ ହିତରୁ ଫମ୍ପା କରିଥିବେ । ଦୁନିଆର ଅନେକ ଦେଶରେ ଆମେ ‘ଆୟ ଆଠଣା, ଖର୍ଚ୍ଚ ଏକଟଙ୍କା’ ଏଭଳି କୁନିତୀ ଯୋଗୁ ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥା ନଷ୍ଟ ହୋଇ ଯାଉଥିବା ଦେଖିବାକୁ ମିଳୁଛି । ଆମେ ମିଳିମିଶି ଭାରତକୁ ଏଭଳି କୁନିତି ଠାରୁ ବଞ୍ଚାଇବାକୁ ହେବ । ଆମକୁ ମନେ ରଖିବାକୁ ହେବ ଯେ, ଗୋଟିଏ ପଟେ ‘ଆୟ ପଚାଶ ପଇସା, ଖର୍ଚ୍ଚ ଏକ ଟଙ୍କା’ ଏହି ଦିଗହୀନ ରଣନୀତି କେବଳ ଏକ ସ୍ୱାର୍ଥପରତା । ଅନ୍ୟପକ୍ଷରେ, ଉତ୍ସର୍ଗୀକୃତ ଏବଂ ଜାତୀୟ ସ୍ୱାର୍ଥର ଭାବନା ଅଛି, ସ୍ଥାୟୀ ବିକାଶ ଏବଂ ଏକ ସ୍ଥାୟୀ ସମାଧାନ ପାଇଁ ଏକ ପ୍ରୟାସ ଅଛି । ଆଜି ଭାରତର ଯୁବକମାନଙ୍କ ପାଇଁ ଯେଉଁ ସୁଯୋଗ ଆସିଛି । ଆମେ ଏହାକୁ ଏହିଭଳି ଭାବରେ ଛାଡ଼ିପାରିବୁ ନାହିଁ ।

ଏବଂ ମୁଁ ଖୁସି ଯେ ଆଜି ସାଧାରଣ ଲୋକ ମଧ୍ୟ ଦେଶର ନିରନ୍ତର ବିକାଶ ଏବଂ ନିରନ୍ତର ସମାଧାନ ପାଇଁ ଅତୁଳନୀୟ ସମର୍ଥନ ପାଇଛନ୍ତି । ଗତ ସପ୍ତାହରେ ଗୁଜରାଟରେ ଆସିଥିବା ଫଳାଫଳଗୁଡ଼ିକ ହେଉଛି ସ୍ଥାୟୀ ବିକାଶ ଏବଂ ସ୍ଥାୟୀ ସମାଧାନର ଅର୍ଥନୈତିକ ନୀତି ଏବଂ ବିକାଶ ରଣନୀତିର ଫଳାଫଳ ଅଟେ ।

ମୁଁ ଏପରି ରାଜନେତାମାନଙ୍କୁ ନମ୍ର ଓ ସମ୍ମାନର ସହିତ କହିବି, ଆଦରପୂର୍ବକ କହିବି ଯେ ସ୍ଥାୟୀ ବିକାଶର ଦୃଷ୍ଟିକୁ ବୁଝନ୍ତୁ, ତାହାର ମହତ୍ତ୍ୱକୁ ବୁଝନ୍ତୁ । ଆଜି ଦେଶ ପାଇଁ ତାଙ୍କର ଆବଶ୍ୟକତା ଅଛି, ତାକୁ ବୁଝନ୍ତୁ । ସର୍ଟକଟ ପରିବର୍ତ୍ତେ, ଆପଣ ସ୍ଥାୟୀ ବିକାଶ କରି ନିର୍ବାଚନ ଜିତିପାରିବେ । ଆପଣ ମଧ୍ୟ ବାରମ୍ବାର ନିର୍ବାଚନ ଜିତିପାରିବେ, ଆପଣ ବାରମ୍ବାର ନିର୍ବାଚନ ଜିତିପାରିବେ । ମୁଁ ଏପରି ଦଳକୁ କହିବାକୁ ଚାହେଁ, ଆପଣମାନଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ । ମୁଁ ନିଶ୍ଚିତ ଯେ ଯେତେବେଳେ ଆପଣ ଦେଶର ହିତକୁ ସର୍ବାଗ୍ରେ ରଖିବେ, ସେତେବେଳେ ସର୍ଟକଟ ରାଜନୀତିର ରାସ୍ତା ମଧ୍ୟ ନିଶ୍ଚିତ ଭାବେ ତ୍ୟାଗ କରିବେ ।

ଭାଇ ଓ ଭଉଣୀମାନେ,

ମୁଁ ପୁଣିଥରେ ଏହି ପ୍ରକଳ୍ପ ପାଇଁ ମହାରାଷ୍ଟ୍ର ଏବଂ ଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି । ଏବଂ ମୁଁ ମୋର ଯୁବ ବନ୍ଧୁମାନଙ୍କୁ କହୁଛି- ଏହି ୧୧ ତାରକା ଯାହା ମୁଁ ଆଜି ଦେଖାଇଛି, ଯାହା ଯାହା ମୁଁ ଆଜି ଆପଣଙ୍କ ସମ୍ମୁଖରେ ୧୧ଟି ତାରକାକୁ ଗଣନା କରିଛି, ଏହି ୧୧ ତାରକା ଆପଣଙ୍କ ଭବିଷ୍ୟତକୁ ଆକୃଷ୍ଟ କରିବାକୁ ଯାଉଛନ୍ତି, ଏହା ଆପଣଙ୍କ ପାଇଁ ସୁଯୋଗ ସୃଷ୍ଟି କରିବେ ଏବଂ ପ୍ରକୃତ ପଥ ଅଟେ, ଏହା ଠିକ ରାସ୍ତା ଅଟେ- ଇସରା ପଂଥା, ଇସରା ପଆ, ଏହି ମନ୍ତ୍ରକୁ ନେଇ ଆସନ୍ତୁ ସମ୍ପୂର୍ଣ୍ଣ ସମର୍ପଣ ଭାବନାକୁ ନେଇ ଆମେ ସମସ୍ତେ ନିଜକୁ ଉତ୍ସର୍ଗ କରିଦେବା । ଆମେ ୨୫ ବର୍ଷର ଏହି ସୁଯୋଗକୁ ଛାଡ଼ିଦେବା ନାହିଁ ସାଥୀମାନେ ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"