ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବା ଆରମ୍ଭ କରାଇଲେ ପ୍ରଧାନମନ୍ତ୍ରୀ
“ଭାରତ ଓ ଶ୍ରୀଲଙ୍କା’ କୂଟନୈତିକ ଓ ଆର୍ଥିକ ସମ୍ପର୍କରେ ଆରମ୍ଭ ହେଲା ଏକ ନୂତନ ଅଧ୍ୟାୟ”
“ନୌସେବା ସମସ୍ତ ଐତିହାସିକ ଓ ସାଂସ୍କୃତିକ ସଂଯୋଗକୁ ସୁଦୃଢ଼ କରିଛି”
“ସଂଯୋଗୀକରଣ କେବଳ ଦୁଇ ନଗରୀ ମଧ୍ୟରେ ସୀମାବଦ୍ଧ ନୁହେଁ, ଏହା ମଧ୍ୟ ଆମ ଦେଶ, ଜନସାଧାରଣ ଓ ହୃଦୟକୁ ଯୋଡ଼ିଥାଏ”
“ପ୍ରଗତି ଓ ବିକାଶର ଭାଗିଦାରୀ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମଜବୁତ ସ୍ତମ୍ଭ” “ଭାରତ ସହାୟତାରେ ଶ୍ରୀଲଙ୍କାରେ ତ୍ୱରାନ୍ୱିତ ହୋଇଥିବା ପ୍ରକଳ୍ପ ଜନସାଧାରଣଙ୍କ ହୃଦୟକୁ ଛୁଇଁଛି”

ମାନନୀୟଭାଇ-ଭଉଣୀମାନେନମସ୍କାରଅୟୁବୋବନୱନକ୍କମ!

ବନ୍ଧୁଗଣ,

ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କ ସହିତ ସାମିଲ ହେବା ହେଉଛି ମୋର ସୌଭାଗ୍ୟ । ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରାଜନୈତିକ ଏବଂ ଆର୍ଥିକ ସମ୍ବନ୍ଧରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରୁଛୁ । ନାଗପଟ୍ଟିନମ୍ ଏବଂ କାନକେସନଥୁରାଇ ମଧ୍ୟରେ ନୌସେବାର ଶୁଭାରମ୍ଭ ଆମର ସମ୍ବନ୍ଧକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ।

ବନ୍ଧୁଗଣ,

ଭାରତ ଓ ଶ୍ରୀଲଙ୍କା ହେଉଛନ୍ତି ସଂସ୍କୃତି, ବାଣିଜ୍ୟ ଏବଂ ସଭ୍ୟତାର ଏକ ଗଭୀର ଇତିହାସର ଭାଗିଦାର । ନାଗପଟ୍ଟିନମ୍ ଏବଂ ଏହାର ଆଖ- ପାଖର ସହର ଗୁଡିକ ଦୀର୍ଘ ସମୟ ଧରି ଶ୍ରୀଲଙ୍କା ସମେତ କେତେକ ଅନ୍ୟ ଦେଶ ସହିତ ସାମୁଦ୍ରିକ ବ୍ୟବସାୟ ପାଇଁ ବେଶ ଜଣାଶୁଣା । ପ୍ରାଚୀନ ତାମିଲ ସାହିତ୍ୟରେ ପୁମପୁହାରର ଐତିହାସିକ ବନ୍ଦରକୁ ଏକ କେନ୍ଦ୍ର ଭାବେ ଉଲ୍ଲେଖ କରାଯାଇଛି । ପଟ୍ଟିନପ୍ପଲାଇ ଏବଂ ମଣିମେକଲାଇ ଭଳି ସଙ୍ଗମ ଯୁଗର ସାହିତ୍ୟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ନୌଯାତ୍ରା ଏବଂ ସାମୁଦ୍ରିକ ଜାହାଜ ଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ମହାନ କବି ସୁବ୍ରମଣ୍ୟମ ଭାରତୀ ନିଜ ଗୀତ ‘ସିନ୍ଧୁ ନଧିୟିନୀ ମିସାଇ’ରେ ଦୁଇ ଦେଶକୁ ସଂଯୋଗ କରୁଥିବା ସେତୁ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହି ନୌସେବା ସେହି ସମସ୍ତ ଐତିହାସିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ପୁଣି ଜୀବନ୍ତ ରୂପ ଦେଇଛି ।

 

ବନ୍ଧୁଗଣ,

ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମସିଂଘେ ନିକଟରେ ଭାରତ ଗସ୍ତ ସମୟରେ ଆର୍ଥିକ ଭାଗିଦାରୀ ଉପରେ ଏକ ସଂଯୁକ୍ତ ଦୃଶ୍ୟପତ୍ରକୁ ଅଣାଯାଇଛି । ଯୋଗାଯୋଗ ହେଉଛି ଏହି ଭାଗିଦାରୀର କେନ୍ଦ୍ରୀୟ ବିଷୟ । ଏହି ଯୋଗାଯୋଗ କେବଳ ଦୁଇ ଦେଶକୁ ନିକଟତର କରାଇବା ବିଷୟରେ ହିଁ ନୁହେଁ ବରଂ ଏହା ଦୁଇ ଦେଶ ମଧ୍ୟରେ ପରସ୍ପରକୁ ନିକଟତର କରାଇବା ସହିତ ଆମର ଲୋକମାନଙ୍କୁ ଯୋଡ଼ୁଛି ଏବଂ ଆମର ହୃଦୟକୁ ମଧ୍ୟ ଯୋଡ଼ୁଛି । ଯୋଗାଯୋଗ ବ୍ୟବସ୍ଥା ବାଣିଜ୍ୟ, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରିଥାଏ । ଏହା ଦୁଇ ଦେଶର ଯୁବକମାନଙ୍କ ପାଇଁ ସୁ-ଅବସର ମଧ୍ୟ ସୃଷ୍ଟି କରିବ ।

ବନ୍ଧୁଗଣ,

2015ରେ ଶ୍ରୀଲଙ୍କାକୁ ମୋର ଯାତ୍ରା ପରେ, ଆମେ ଦିଲ୍ଲୀ ଏବଂ କଲମ୍ବୋ ମଧ୍ୟରେ ସିଧାସଳଖ ବିମାନସେବାର ଶୁଭାରମ୍ଭର ସାକ୍ଷୀ ରହିଛେ । ପରେ, ଆମେ ଶ୍ରୀଲଙ୍କାର ତୀର୍ଥ ନଗରୀ କୁଶୀନଗରରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନ ଆଗମନର ଆନନ୍ଦ ଉତ୍ସବ ମଧ୍ୟ ପାଳନ କଲୁ । ଚେନ୍ନାଇ ଏବଂ ଜାଫନା ମଧ୍ୟରେ ସିଧାସଳଖ ବିମାନସେବା 2019ରେ ଶୁଭାରମ୍ଭ କରାଯାଇଥିଲା ଆଉ ଏବେ ନାଗପଟ୍ଟିନମ୍ ଏବଂ କାନକେସନଥୁରାଇ ମଧ୍ୟରେ ନୌସେବା ଏହି ଦିଗରେ ହେଉଛି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ବନ୍ଧୁଗଣ,

ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ ଆମର ଦୃଷ୍ଟିଭଙ୍ଗୀ ପରିବହନ କ୍ଷେତ୍ରର ସୀମାଗୁଡ଼ିକ ଠାରୁ ହେଉଛି ବହୁତ ଆଗରେ । ଭାରତ ଏବଂ ଶ୍ରୀଲଙ୍କା ଫିନ-ଟେକ୍ ଏବଂ ଉର୍ଜ୍ଜା ଭଳି କ୍ଷେତ୍ରର ଏକ ବିସ୍ତୃତ ଶୃଙ୍ଖଳାରେ ପୂର୍ଣ୍ଣ ସହଯୋଗ କରିଥାଆନ୍ତି । ୟୁପିଆଇ ଯୋଗୁଁ ଡିଜିଟାଲ ନେଣଦେଣ ଭାରତରେ ଏକ ଜନ ଆନ୍ଦୋଳନ ଏବଂ ଜୀବନ ଜୀଇଁବାର ଏକ କୌଶଳ ପାଲଟି ଯାଇଛି । ଆମେ ୟୁପିଆଇ ଏବଂ ଲଙ୍କା-ପେ’କୁ ମିଶାଇ ଫିନ-ଟେକ କ୍ଷେତ୍ରରେ ସଂଯୋଗ ଉପରେ କାର୍ଯ୍ୟ କରୁଛୁ । ଆମର ବିକାଶ ଯାତ୍ରାକୁ ଶକ୍ତି ପ୍ରଦାନ କରିବା ଦିଗରେ ଉଭୟ ଦେଶ ପାଇଁ ଉର୍ଜ୍ଜା ସୁରକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । ଆମେ ଉର୍ଜ୍ଜା ସୁରକ୍ଷା ଏବଂ ବିଶ୍ୱସନୀୟତାକୁ ବୃଦ୍ଧି କରିବା ପାଇଁ ନିଜ ଉର୍ଜ୍ଜା ଗ୍ରୀଡ଼ଗୁଡ଼ିକୁ ସଂଯୋଗ କରୁଛୁ ।

 

ବନ୍ଧୁଗଣ,

ପ୍ରଗତି ଏବଂ ବିକାଶ ପାଇଁ ଭାଗିଦାରୀ ଭାରତ- ଶ୍ରୀଲଙ୍କାର ଦ୍ୱିପକ୍ଷୀୟ ସମ୍ବନ୍ଧର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୃଢ଼ ଆଧାର ସ୍ତମ୍ଭ ମଧ୍ୟରୁ ହେଉଛି ଗୋଟିଏ । ଆମର ଦୃଷ୍ଟିକୋଣ ହେଉଛି ବିକାଶକୁ ସମସ୍ତଙ୍କ ପର୍ଯ୍ୟନ୍ତ ନେଇଯିବା, କାହାକୁ ମଧ୍ୟ ଏହାଠାରୁ ବଂଚିତ ନ କରିବା । ଶ୍ରୀଲଙ୍କାରେ ଭାରତର ସହାୟତା ଯୋଗୁଁ କାର୍ଯ୍ୟାନ୍ୱିତ ପ୍ରକଳ୍ପ ଗୁଡ଼ିକ ଲୋକଙ୍କ ଜୀବନକୁ ନୂତନ ରୂପ ଦେଇଛି । ଉତର ପ୍ରାନ୍ତରେ ଆବାସ, ଜଳ, ସ୍ୱାସ୍ଥ୍ୟ ଏବଂ ଆଜୀବିକା ସହାୟତା ସମ୍ବନ୍ଧିତ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ଯାଇଛି । ମୁଁ ଖୁସି ଯେ ଆମେ କାନକେସନଥୁରାଇ ବନ୍ଦରର ଉନ୍ନୟନ ପାଇଁ ସହଯୋଗ କରିଛୁ । ସେ ଉତରରୁ ଦକ୍ଷିଣକୁ ଯୋଡ଼ୁଥିବା ରେଳ ଲାଇନର ବ୍ୟବସ୍ଥା ହେଉ; ପ୍ରତିଷ୍ଠିତ ଜାଫନା ସାଂସ୍କୃତିକ କେନ୍ଦ୍ରର ନିର୍ମାଣ; ସମ୍ପୂର୍ଣ୍ଣ ଶ୍ରୀଲଙ୍କାରେ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା, ଡିକ ଓୟାରେ ମଲ୍ଟିସ୍ପେସାଲିଟି ହସ୍ପାତାଳ ହେଉ, ଆମେ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସର ଦୃଷ୍ଟିଭଙ୍ଗୀ ସହିତ କାର୍ଯ୍ୟ କରୁଛୁ ।

ବନ୍ଧୁଗଣ,

ଆପଣ ସମସ୍ତେ ଜାଣିଛନ୍ତି ଯେ ଭାରତ ନିକଟରେ ହିଁ G-20 ଶୀଖର ସମ୍ମିଳନୀର ଆୟୋଜନ କରିଥିଲା । ଆମର ବସୁଧୈବ କୁଟୁମ୍ବକମ୍  ର ଦୃଷ୍ଟିଭଙ୍ଗୀକୁ ଅନ୍ତରାଷ୍ଟ୍ରୀୟ ସମୁଦାୟ ସ୍ୱାଗତ କରିଛନ୍ତି । ଏହି ଦୃଷ୍ଟିଭଙ୍ଗୀର ଏକ ପକ୍ଷ ହେଉଛି ଆମର ପଡୋଶୀଙ୍କୁ ପ୍ରାଥମିକତା ଦେବା, ପ୍ରଗତି ଏବଂ ସମୃଦ୍ଧିର ଭାଗିଦାର କରିବା, G-20 ଶୀଖର ସମ୍ମିଳନୀ ଅବସରରେ ଭାରତ- ମଧ୍ୟପୂର୍ବ- ୟୁରୋପ ଆର୍ଥିକ କରିଡରର ଶୁଭାରମ୍ଭ କରାଯାଇଥିଲା । ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ କରିଡର ଯାହା ସମ୍ପୂର୍ଣ୍ଣ କ୍ଷେତ୍ର ଉପରେ ବୃହତ ଆର୍ଥିକ ପ୍ରଭାବ ସୃଷ୍ଟି କରିବ । ଶ୍ରୀଲଙ୍କାର ଲୋକମାନେ ମଧ୍ୟ ଏହାଦ୍ୱାରା ଲାଭବାନ ହେବେ, କାରଣ ଆମେ ଦୁଇ ଦେଶ ମଧ୍ୟରେ ମଲ୍ଟିମଡେଲ ଯୋଗାଯୋଗକୁ ସୁଦୃଢ଼ କରୁଛୁ । ମୁଁ ଆଜି ନୌସେବାର ସଫଳ ଶୁଭାରମ୍ଭ ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି, ସରକାର ଏବଂ ଜନତାଙ୍କୁ କୃତଜ୍ଞତା ଜଣାଉଛି । ଆଜିକାର ଶୁଭାରମ୍ଭ ସହିତ, ଆମେ ରାମେଶ୍ୱରମ୍ ଏବଂ ତଲାଇମନ୍ନାର ମଧ୍ୟରେ ନୌସେବାକୁ ପୁଣିଥରେ ଆରମ୍ଭ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବା ।

ବନ୍ଧୁଗଣ,

ଭାରତ ନିଜର ଲୋକମାନଙ୍କର ପାରସ୍ପରିକ ଲାଭ ପାଇଁ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧଗୁଡ଼ିକୁ ଆହୁରି ଦୃଢ଼ କରିବା ପାଇଁ ଶ୍ରୀଲଙ୍କା ସହିତ ମିଳିମିଶି କାର୍ଯ୍ୟ କରିବା ପାଇଁ ପ୍ରତିବଦ୍ଧ । ଆପଣମାନଙ୍କୁ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Pahadpur village in Odisha with President of India, Smt. Droupadi Murmu on her birthday
June 20, 2026

The Prime Minister, Shri Narendra Modi, said that he was honoured to be in Pahadpur village in Odisha with President of India, Smt. Droupadi Murmu on her birthday.

The Prime Minister noted that Pahadpur is the President’s village and said that the work done by her is truly inspiring.

Shri Modi prayed for the President’s long and healthy life.

The Prime Minister wrote on X;

“Honoured to be in Pahadpur village, Odisha with Rashtrapati Ji and that too on her birthday. This is her village and the work that she has done is truly inspiring.

Praying for her long and healthy life.

@rashtrapatibhvn”