“ସ୍ୱାମୀ ବିବେକାନନ୍ଦଙ୍କ ଘରେ ଧ୍ୟାନ କରିବା ଏକ ବିଶେଷ ଅନୁଭୂତି ଥିଲା ଏବଂ ମୁଁ ବର୍ତ୍ତମାନ ଅନୁପ୍ରାଣିତ ଏବଂ ଶକ୍ତିପ୍ରାପ୍ତ ଅନୁଭବ କରୁଛି”
“ରାମକୃଷ୍ଣ ମଠ “ଏକ ଭାରତ ଶ୍ରେଷ୍ଠ ଭାରତ” ର ସମାନ ଆବେଗ ସହିତ କାର୍ଯ୍ୟ କରିଥାଏ”
“ଆମ ସରକାର ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଦ୍ୱାରା ଅନୁପ୍ରାଣିତ”
“ମୁଁ ନିଶ୍ଚିତ ଯେ ସ୍ୱାମୀ ବିବେକାନନ୍ଦ ଗର୍ବର ସହିତ ଦେଖୁଛନ୍ତି ଭାରତ କିଭଳି ତାଙ୍କ ଦୃଷ୍ଟିକୋଣ ପୂରଣ ପାଇଁ କାର୍ଯ୍ୟ କରୁଛି”
“ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ଯେ ଏହା ଆମର ସମୟ”
“ଅମୃତ କାଳ ପାଞ୍ଚଟି ଧାରଣାକୁ ଅନୁକରଣ କରି ମହାନ ଲକ୍ଷ୍ୟ ହାସଲ ଦିଗରେ ବ୍ୟବହାର କରିପାରିବ - ପଞ୍ଚ ପ୍ରାଣ”

ଶ୍ରୀ ରାମକୃଷ୍ଣ ପରମହଂସ, ମାତା ଶ୍ରୀ ସାରଦା ଦେବୀ ଏବଂ ସ୍ୱାମୀ ବିବେକାନନ୍ଦ, ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର୍ ଏନ୍ ରବି ଜୀ, ଚେନ୍ନାଇ ରାମକୃଷ୍ଣ ମଠର ସାଧୁସନ୍ୟାସୀ ତଥା ତାମିଲନାଡୁର ମୋର ପ୍ରିୟ ଜନତାଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।

ବନ୍ଧୁଗଣ,

ମୁଁ ଆପଣ ସମସ୍ତଙ୍କ ଗହଣରେ ଏଠାରେ ଥିବାରୁ ବହୁତ ଖୁସି ଅନୁଭବ କରୁଛି । ରାମକୃଷ୍ଣ ମଠ ହେଉଛି ଏମିତି ଏକ ଅନୁଷ୍ଠାନ ଯାହାକୁ ମୁଁ ଗଭୀର ଭାବରେ ସମ୍ମାନ କରେ । ଏହା ମୋ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଅନୁଷ୍ଠାନ ଚେନ୍ନାଇ ଠାରେ ଏହାର ସେବା ପ୍ରଦାନ କରିବାର ୧୨୫ ତମ ବାର୍ଷିକୀ ପାଳନ କରୁଛି । ଏହା ମୋ ପାଇଁ ଖୁସିର ଅନ୍ୟ ଏକ କାରଣ ଆଣିଦେଇଛି । ମୁଁ ତାମିଲ ଲୋକ ମାନଙ୍କ ଗହଣରେ ଅଛି, ଯେଉଁମାନଙ୍କ ପାଇଁ ମୋର ଗଭୀର ଶ୍ରଦ୍ଧା ରହିଛି । ମୁଁ ତାମିଲ ଭାଷା, ତାମିଲ ସଂସ୍କୃତି ଏବଂ ଚେନ୍ନାଇର ଆଭିମୁଖ୍ୟକୁ ବହୁତ ଭଲ ପାଏ । ଆଜି ମୁଁ ବିବେକାନନ୍ଦ ହାଉସ୍ ପରିଦର୍ଶନ କରିବାର ସୁଯୋଗ ପାଇଲି । ପାଶ୍ଚାତ୍ୟ ଦେଶକୁ ସେ କରିଥିବା ପ୍ରସିଦ୍ଧ ଯାତ୍ରାରୁ ଫେରିବା ପରେ ସ୍ୱାମୀ ବିବେକାନନ୍ଦ ଏହି ସ୍ଥାନରେ ରହିଥିଲେ । ଏଠାରେ ଧ୍ୟାନ କରିବା ଏକ ବିଶେଷ ଅନୁଭୂତି ଥିଲା । ମୁଁ ତାଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ନିଜକୁ ଶକ୍ତିଶାଳୀ ଅନୁଭବ କରୁଛି । ମୁଁ ମଧ୍ୟ ବହୁତ ଖୁସି ଯେ ପ୍ରାଚୀନ ଚିନ୍ତାଧାରା ଏହି ସ୍ଥାନରେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଯୁବ ପିଢ଼ିଙ୍କ ନିକଟରେ ପହଞ୍ଚୁଛି ।

ବନ୍ଧୁଗଣ,

ସନ୍ଥ ଥିରୁଭାଲୁଭର୍ ତାଙ୍କର ଗୋଟିଏ ପଦରେ କହିଛନ୍ତି : पुत्तेळ् उलगत्तुम् ईण्डुम् पेरळ् पिर पिर । ଏହାର ଅର୍ଥ ହେଉଛି,  ଉଭୟ ଏହି ଦୁନିଆରେ ଏବଂ ଇଶ୍ୱରଙ୍କ ଦୁନିଆରେ ଦୟା ଭଳି ଆଉ କିଛି ନାହିଁ । ରାମକୃଷ୍ଣ ମଠ ବିଭିନ୍ନ କ୍ଷେତ୍ରରେ ତାମିଲନାଡୁକୁ ସେବା ପ୍ରଦାନ କରି ଆସୁଛି, ଯେମିତିକି ଶିକ୍ଷା, ପୁସ୍ତକାଳୟ ଏବଂ ବୁକ୍ ବ୍ୟାଙ୍କ, କୁଷ୍ଠରୋଗ ସମ୍ପର୍କରେ ସଚେତନତା ଏବଂ ପୁନର୍ବାସ, ସ୍ୱାସ୍ଥ୍ୟସେବା ଏବଂ ନର୍ସିଂ ଏବଂ ଗ୍ରାମୀଣ ବିକାଶ ଇତ୍ୟାଦି ।

ବନ୍ଧୁଗଣ,

ମୁଁ କେବଳ ତାମିଲନାଡୁ ଉପରେ ରାମକୃଷ୍ଣ ମଠର ପ୍ରଭାବ ବିଷୟରେ କହିଥିଲି । କିନ୍ତୁ ଏହା ପରେ ଆସିଥିଲା । ପ୍ରଥମେ ଆସିଥିଲା ତାମିଲନାଡୁର ସ୍ୱାମୀ ବିବେକାନନ୍ଦଙ୍କ ଉପରେ ରହିଥିବା ପ୍ରଭାବ । କନ୍ୟାକୁମାରୀ  ଠାରେ, ପ୍ରସିଦ୍ଧ ପଥରରେ ସ୍ୱାମୀ ଜୀ ତାଙ୍କ ଜୀବନର ଉଦ୍ଦେଶ୍ୟକୁ ଆବିଷ୍କାର କରିଥିଲେ । ଏହା ତାଙ୍କ ଭିତରେ ପରିବର୍ତ୍ତନ ଆଣିଲା ଏବଂ ଏହାର ପ୍ରଭାବ ଚିକାଗୋରେ ଅନୁଭୂତ ହେଲା । ପରେ,  ସ୍ୱାମୀ ଜୀ ପାଶ୍ଚାତ୍ୟ ଦେଶରୁ ଫେରିବା ପରେ ସେ ପ୍ରଥମେ ତାମିଲନାଡୁର ପବିତ୍ର ମାଟିରେ ପାଦ ଦେଇଥିଲେ । ରାମନାଦର ରାଜା ତାଙ୍କୁ ବହୁତ ସମ୍ମାନର ସହିତ ପାଛୋଟି ନେଇଥିଲେ । ଯେତେବେଳେ ସ୍ୱାମୀ ଜୀ ଚେନ୍ନାଇକୁ ଆସିଲେ, ଏହା ବହୁତ ସ୍ୱତନ୍ତ୍ର ଥିଲା । ନୋବେଲ ପୁରସ୍କାର ବିଜେତା ମହାନ ଫରାସୀ ଲେଖକ ରୋମେନ ରୋଲାଣ୍ଡ ଏ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ,  ସତର ବିଜୟ ତୋରଣ ନିର୍ମାଣ କରା ଯାଇଥିଲା । ଏକ ସପ୍ତାହରୁ ଅଧିକ ସମୟ ପାଇଁ ଚେନ୍ନାଇର ସାଧାରଣ ଜୀବନ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ଏହା ଏକ ପର୍ବ ପରି ପାଳିତ ହୋଇଥିଲା ।

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦ ପଶ୍ଚିମ ବଙ୍ଗର ବାସିନ୍ଦା ଥିଲେ । କିନ୍ତୁ ତାମିଲନାଡୁର ଜଣେ ମହାନାୟକଙ୍କ ପରି ତାଙ୍କୁ ସ୍ୱାଗତ କରା ଯାଇଥିଲା । ଭାରତ ସ୍ୱାଧୀନ ହେବା ପୂର୍ବରୁ ଏହା ଘଟିଥିଲା । ହଜାର ହଜାର ବର୍ଷ ଧରି  ସାରା ଦେଶର ଲୋକମାନଙ୍କ ମଧ୍ୟରେ ଏକ ଦେଶ ରୂପରେ ଭାରତକୁ ନେଇ ଏକ ସ୍ପଷ୍ଟ ଧାରଣା ଥିଲା । ଏହା ହେଉଛି ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନା । ଏହି ସମାନ ଭାବନାକୁ ନେଇ ରାମକୃଷ୍ଣ ମଠ କାର୍ଯ୍ୟ କରି ଆସୁଛି । ସମଗ୍ର ଭାରତରେ, ସେମାନଙ୍କର ଅନେକ ଅନୁଷ୍ଠାନ ଅଛି ଯାହା ଲୋକ ମାନଙ୍କୁ ନିଃସ୍ୱାର୍ଥପର ଭାବରେ ସେବା କରେ । ଏକ ଭାରତ ଶ୍ରେଷ୍ଠ ଭାରତ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଏହା ଉଲ୍ଲେଖ କରିଥିଲେ ଯେ, ଆମେ ସମସ୍ତେ କାଶୀ ତାମିଲ ସଙ୍ଗମର ସଫଳତା ଦେଖିଲୁ । ବର୍ତ୍ତମାନ, ମୁଁ ଶୁଣିଛି ଯେ ସୌରାଷ୍ଟ୍ର ତାମିଲ ସଙ୍ଗମ ଘଟୁଛି । ଭାରତର ଏକତାକୁ ଆଗକୁ ନେଇ ଯିବା ପାଇଁ ଏହିପରି ସମସ୍ତ ପ୍ରୟାସ ଗୁଡିକର ମୁଁ ଅଧିକରୁ ଅଧିକ ସଫଳତା କାମନା କରୁଛି ।

ବନ୍ଧୁଗଣ,

ଆମର ଶାସନର ଦର୍ଶନ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରାଣିତ । ସେ କହିଛନ୍ତି, ଯେତେବେଳେ ସୁବିଧା ଭଙ୍ଗ ହୁଏ ଏବଂ ସମାନତା ସୁନିଶ୍ଚିତ ହୁଏ, ସମାଜ ଅଗ୍ରଗତି କରେ । ଆଜି, ଆପଣ ଆମର ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକରେ ସମାନ ଦୃଷ୍ଟିକୋଣକୁ ଦେଖି ପାରିବେ । ଏହା ପୂର୍ବରୁ, ମୌଳିକ ସୁବିଧା ଗୁଡିକୁ ମଧ୍ୟ ସ୍ୱତନ୍ତ୍ର ସୁବିଧା ଭଳି ବ୍ୟବହାର କରାଯାଉଥିଲା । ଅନେକ ଲୋକଙ୍କୁ ବିକାଶର ଫଳାଫଳରୁ ବଞ୍ଚିତ କରା ଯାଇଥିଲା । କେବଳ କିଛି ବଛା ବଛା ଲୋକ କିମ୍ବା କତିପୟ ଗୋଷ୍ଠୀ ଏହାର ସୁବିଧା ପାଇବାକୁ ଅନୁମତି ପାଇଥିଲେ । କିନ୍ତୁ ବର୍ତ୍ତମାନ ବିକାଶର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ଯାଇଛି ।

ଆମର ଅନ୍ୟତମ ସଫଳ ଯୋଜନା, ମୁଦ୍ରା ଯୋଜନା ଆଜି ଏହାର ଅଷ୍ଟମ ବାର୍ଷିକୀ ପାଳନ କରୁଛି । ତାମିଲନାଡୁର କ୍ଷୁଦ୍ର ଉଦ୍ୟୋଗୀମାନେ ଏହି ମୁଦ୍ରା ଯୋଜନାରେ ରାଜ୍ୟକୁ ଅଗ୍ରଣୀ କରାଇଛନ୍ତି । କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କୁ ପ୍ରାୟ ୩୮ କୋଟି ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଛି । ଏହି ଲୋକ ମାନଙ୍କ ମଧ୍ୟରୁ ହେଉଛନ୍ତି ବହୁ ସଂଖ୍ୟାରେ ମହିଳା ଏବଂ ସମାଜର ଅବହେଳିତ ବର୍ଗର ଲୋକ । ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ପାଇବା ଏକ ବିଶେଷ ସୁବିଧା ଥିଲା, କିନ୍ତୁ ବର୍ତ୍ତମାନ ଏହା ସମସ୍ତଙ୍କ ନିକଟରେ ପହଂଚି ପାରିଛି । ସେହିଭଳି ଗୃହ, ବିଦ୍ୟୁତ୍‌, ଏଲପିଜି ସଂଯୋଗ, ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ଜିନିଷ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚୁଛି ।

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦଙ୍କର ଭାରତକୁ ନେଇ ଏକ ମହାନ ଦୃଷ୍ଟିକୋଣ ଥିଲା । ତାଙ୍କ ଦୃଷ୍ଟିକୋଣ ପୂରଣ ପାଇଁ କାର୍ଯ୍ୟ କରୁଥିବା ଭାରତକୁ ସେ ଗର୍ବର ସହିତ ଦେଖୁଛନ୍ତି ବୋଲି ଆଜି ମୁଁ ନିଶ୍ଚିତ । ତାଙ୍କର ସବୁଠାରୁ  ମୁଖ୍ୟ ବାର୍ତ୍ତା ଥିଲା ଆମ ଉପରେ ଏବଂ ଆମ ଦେଶ ଉପରେ ବିଶ୍ୱାସ । ଆଜି ଅନେକ ବିଶେଷଜ୍ଞ କହୁଛନ୍ତି ଯେ, ଏହା ଭାରତର ଶତାବ୍ଦୀ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ଯେ ଏହା ବର୍ତ୍ତମାନ ଆମର ସମୟ । ଆମେ ସମଗ୍ର ବିଶ୍ୱ ସହିତ ଆତ୍ମବିଶ୍ୱାସ ଏବଂ ପାରସ୍ପରିକ ସମ୍ମାନ ଆଭିମୁଖ୍ୟକୁ ନେଇ ଯୋଡି ହୋଇ ରହିଛୁ । ସ୍ୱାମୀ ଜୀ କହୁଥିଲେ ଯେ ଆମେ ମହିଳା ମାନଙ୍କୁ ସାହାଯ୍ୟ କରିବା ପାଇଁ କେହି ନୁହଁନ୍ତି । ଯେତେବେଳେ ସେମାନଙ୍କୁ ଉପଯୁକ୍ତ ମଂଚ ମିଳିବ, ସେମାନେ ସମାଜକୁ ଆଗେଇ ନେବେ ଏବଂ ନିଜେ ସେମାନଙ୍କ ସମସ୍ୟାର ସମାଧାନ କରିବେ । ଆଜିର ଭାରତ ମହିଳା ନେତୃତ୍ୱାଧୀନ ବିକାଶରେ ବିଶ୍ୱାସ କରେ । ଏହା ଷ୍ଟାର୍ଟଅପ୍ ହେଉ କିମ୍ବା କ୍ରୀଡା, ସଶସ୍ତ୍ର ବାହିନୀ କିମ୍ବା ଉଚ୍ଚ ଶିକ୍ଷା ହେଉ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ପ୍ରତିବନ୍ଧକ ଭାଙ୍ଗୁଛନ୍ତି ଏବଂ ରେକର୍ଡ ସୃଷ୍ଟି କରୁଛନ୍ତି!

ଚରିତ୍ର ବିକାଶ ପାଇଁ କ୍ରୀଡା ଏବଂ ଫିଟନେସ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାମୀ ଜୀ ବିଶ୍ୱାସ କରୁଥିଲେ । ଆଜି, ସମାଜ କେବଳ ଅତିରିକ୍ତ କାର୍ଯ୍ୟକଳାପ ଅପେକ୍ଷା କ୍ରୀଡ଼ାକୁ ଏକ ବୃତ୍ତିଗତ ପସନ୍ଦ ଭାବରେ ଦେଖିବା ଆରମ୍ଭ କରିଛି । ଯୋଗ ଏବଂ ଫିଟ୍ ଇଣ୍ଡିଆ ଜନ ଆନ୍ଦୋଳନରେ ପରିଣତ ହୋଇଛି । ସ୍ୱାମୀ ଜୀ ବିଶ୍ୱାସ କରୁଥିଲେ ଯେ ଶିକ୍ଷା ସଶକ୍ତ କରିଥାଏ । ସେ ବୈଷୟିକ ଏବଂ ବିଜ୍ଞାନ ଭିତ୍ତିକ ଶିକ୍ଷା ମଧ୍ୟ ଚାହୁଁଥିଲେ । ଆଜି ଜାତୀୟ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଆଣିଛି, ଯାହା ଭାରତକୁ ସର୍ବଶ୍ରେଷ୍ଠ ଅଭ୍ୟାସ ଆଣିଥାଏ । ଦକ୍ଷତା ବିକାଶ ଅଦୃଶ୍ୟ ସମର୍ଥନ ପାଇଛି । ଅମେ ନିକଟରେ ବିଶ୍ୱର ଅନ୍ୟତମ ଜୀବନ୍ତ ବୈଷୟିକ ଏବଂ ବୈଜ୍ଞାନିକ ପାରିବେଶିକ ବ୍ୟବସ୍ଥା  ମଧ୍ୟ ଅଛି ।

ବନ୍ଧୁଗଣ,

ତାମିଲନାଡୁରେ ସ୍ୱାମୀ ବିବେକାନନ୍ଦ ବର୍ତ୍ତମାନର ଭାରତ ପାଇଁ କିଛି ମହତ୍ୱପୂର୍ଣ୍ଣ କଥା କହିଥିଲେ । ସେ କହିଛନ୍ତି ଯେ ପାଞ୍ଚଟି ଚିନ୍ତାଧାରାକୁ ଅନୁକରଣ କରିବା ଏବଂ ସେଗୁଡିକୁ ସଂପୂର୍ଣ୍ଣ ବଞ୍ଚିବା ମଧ୍ୟ ବହୁତ ଶକ୍ତିଶାଳୀ ଥିଲା । ଆମେ ବର୍ତ୍ତମାନ ସ୍ୱାଧୀନତାର ୭୫ ବର୍ଷ ପାଳନ କରିଛୁ । ଆଗାମୀ ୨୫ ବର୍ଷକୁ ଦେଶ ଅମୃତ କାଳ ଭାବରେ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ଅମୃତ କାଳ ପାଞ୍ଚଟି ଧାରଣା - ପଞ୍ଚ ପ୍ରାଣକୁ ଏକତ୍ର କରି ମହାନ ଜିନିଷ ହାସଲ କରିବାକୁ ବ୍ୟବହାର କରା ଯାଇପାରିବ । ସେଗୁଡ଼ିକ ହେଉଛି: ଏକ ବିକଶିତ ଭାରତର ଲକ୍ଷ୍ୟ, ଔପନିବେଶିକ ମାନସିକତାର କୌଣସି ଚିହ୍ନବର୍ଣ୍ଣ ନରଖିବା, ଆମର ଐତିହ୍ୟକୁ ପାଳନ କରିବା, ଏକତାକୁ ମଜବୁତ କରିବା ଏବଂ ଆମର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବା । ଆମେ ସମସ୍ତେ, ସାମୂହିକ ଏବଂ ବ୍ୟକ୍ତିଗତ ଭାବରେ, ଏହି ପାଞ୍ଚଟି ନୀତି ଅନୁସରଣ କରିବାକୁ ସଂକଳ୍ପ କରିପାରିବା କି? ଯଦି ୧୪୦ କୋଟି ଲୋକ ଏପରି ସମାଧାନ କରନ୍ତି, ତେବେ ଆମେ ୨୦୪୭ ସୁଦ୍ଧା ଏକ ବିକଶିତ, ଆତ୍ମନିର୍ଭରଶୀଳ ଏବଂ ସମାବେଶୀ ଭାରତ ଗଠନ କରିପାରିବା । ମୁଁ ନିଶ୍ଚିତ ଯେ ଏହି ମିଶନରେ ଆମ ଉପରେ ସ୍ୱାମୀ ବିବେକାନନ୍ଦଙ୍କ ଆଶୀର୍ବାଦ ରହିଛି ।

ଧନ୍ୟବାଦ । ଭାନକ୍କମ୍ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen