NCC provides a platform to strengthen the spirit of discipline, determination and devotion towards the nation: PM Modi
India has decided that it will confront the challenges ahead and deal with them: PM Modi
A young India will play key role in fourth industrial revolution: PM

ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ରାଜନାଥ ସିଂହଜୀ, ଶ୍ରୀପଦ ୟେଶୋ ନାୟକଜୀ, ଚିଫ୍‌ ଅଫ୍‌ ଡ଼ିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାୱତଜୀ, ତିନି ବାହିନୀର ଉଚ୍ଚ ପଦାଧିକାରୀଗଣ, ପ୍ରତିରକ୍ଷା ସଚିବ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମହା ନିର୍ଦ୍ଦେଶକ, ବନ୍ଧୁ ରାଷ୍ଟ୍ରମାନଙ୍କରୁ ଆସିଥିବା ଆମର ଅତିଥିଗଣ ;ଏବଂ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ଉପସ୍ଥିତ ଏନସିସିର ମୋର ଯୁବ ସାଥୀଗଣ,

ସର୍ବ ପ୍ରଥମେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଏଠାରେ ଆୟୋଜିତ କାର୍ଯ୍ୟକ୍ରମ ସକାଶେ ଅନେକ ଅନେକ ବଧେଇ ଜଣାଉଛି । ଗଣତନ୍ତ୍ର ଦିବସ ପରେଡ଼ରେ ଏବଂ ଆଜି ଏଠାରେ ଆୟୋଜିତ ଏଡ଼େ ସୁନ୍ଦର ପ୍ରଦର୍ଶନର ସହ , ଆପଣମାନେ ଦେଶ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ସାମାଜିକ ସେବା କାର୍ଯ୍ୟ ହୋଇଥାଉ ଅଥବା ଆପଣମାନେ ଯେଉଁସବୁ ଉପଲବ୍ଧି ହାସଲ କରିଛନ୍ତି ସେଥିପାଇଁ ହୋଇଥାଉ, ସବୁକିଛି କାର୍ଯ୍ୟ ଅତୀବ ପ୍ରଶଂସନୀୟ ।

ଆଜି ଏଠାରେ ଯେଉଁସବୁ ସାଥୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି, ସେମାନଙ୍କୁ ସମସ୍ତଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଶୁଭକାମନା ପ୍ରଦାନ କରୁଛି । ୟୁଥ୍‌ ଏକ୍ସଚେଞ୍ଜ୍‌ ପ୍ରୋଗ୍ରାମ୍‌ ଅର୍ଥାତ୍‌ ଯୁବା ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରୁ ବି ଅନେକ କ୍ୟାଡ଼େଟ ଏଠାରେ ଉପସ୍ଥିତ ଅଛନ୍ତି । ମୁଁ ସେମାନଙ୍କୁ ମଧ୍ୟ ଅଭିବାଦନ ଜ୍ଞାପନ କରୁଛି ।

ସାଥୀଗଣ,

ଏନସିସି ଅର୍ଥାତ୍‌, ସମର ଶିକ୍ଷାର୍ଥୀ ବାହିନୀ ଓ ଦେଶର ଯୁବଶକ୍ତି ଭିତରେ ଶୃଙ୍ଖଳା, ପ୍ରତିବଦ୍ଧତା ଏବଂ ଦେଶ ପ୍ରତି ଅନୁରକ୍ତିର ଭାବନାକୁ ମଜଭୁତ କରିବାର ଖୁବ୍‌ ସଶକ୍ତ ଏକ ମଞ୍ଚ । ଏଭଳି ଭାବନା ଦେଶର ବିକାଶ ସହିତ ସିଧା ସଳଖ ଭାବେ ସଂଶ୍ଳିଷ୍ଟ ।

ଯେଉଁ ରାଷ୍ଟ୍ରର ଯୁବଶକ୍ତି ଭିତରେ ଅନୁଶାସନର ଭାବନା ରହିଛି, ଦୃଢ଼ ଇଚ୍ଛାଶକ୍ତି ଭରି ରହିଛି, ନିଷ୍ଠା ରହିଛି, ଏକାଗ୍ରତା ରହିଛି, ସେ ଦେଶ ନିଶ୍ଚିତ ରୂପେ କ୍ଷିପ୍ର ଗତିରେ ଆଗକୁ ଅଗ୍ରସର ହୋଇପାରିବ । ଏହାକୁ କେହିହେଲେ ରୋକି ପାରିବେ ନାହିଁ ।

ସାଥୀଗଣ,

ଆଜି ବିଶ୍ୱରେ ଆମର ରାଷ୍ଟ୍ର ଭାରତର ପରିଚୟ, ଯୁବ ରାଷ୍ଟ୍ର ଭାବେ ହୋଇପାରିଛି । ଦେଶର 65 ପ୍ରତିଶତରୁ ଅଧିକ ଲୋକ 35 ବର୍ଷ ଠାରୁ କମ୍‌ ଆୟୁସୀମା ମଧ୍ୟରେ ରହିଛନ୍ତି ।

ଦେଶ ଯଦି ଯୁବକ ହେବ, ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ । କିନ୍ତୁ ଦେଶର ଚିନ୍ତାଧାରା ଯଦି ଯୁବା ହେବ, ତା’ହେଲେ ଏହା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ ଏବଂ ଏଭଳି ଯୁବ ଭାବନାର ଉଦ୍ଦେଶ୍ୟ କ’ଣ ତାହା ଆମମାନଙ୍କୁ ସ୍ଥିର କରିବାକୁ ପଡ଼ିବ । ଏହାର ଅର୍ଥ କଣ?

ଯେଉଁମାନେ ଥକି ପଡ଼ିଥିବା  ଅଥବା ହାରି ଯାଇଥିବା ଲୋକ ହୋଇଥିବେ, ସେମାନଙ୍କ ପାଖରେ ନା ଚିନ୍ତା କରିବାର ସାମର୍ଥ୍ୟ ଅଛି ନା ଦେଶ ପାଇଁ କିଛି କରିବାର ଭାବନା ସେମାନେ ମନରେ ରଖନ୍ତି । ସେମାନେ କିଭଳି ଭାବେ କଥାବାର୍ତ୍ତା କରନ୍ତି, ଆପଣମାନେ କେବେ ସେଥିପ୍ରତି ଧ୍ୟାନ ଦେଇଛନ୍ତି କି?

ଚାଲ ଭାଇ, ଯେମିତି ଅଛି, ତା’ରି ସହ ନିଜକୁ ଆଡ଼ଜଷ୍ଟ କରିନେବା !!!

ଚାଲ, ଏବେ କେମିତି ହେଲେ ସମୟ ବିତେଇ ନେଲେ ଗଲା !!!

ଚାଲ, ଆଗକୁ ଯାହା ହେବ, ଦେଖାଯିବ !!!

ଏତେ ତରତର ହେବାରେ କ’ଣ ଲାଭ ଅଛି, ଏବେ ଟାଳିଦିଅ, କାଲି ଯାହା ହେବ ଦେଖାଯିବ!!!

ସାଥୀଗଣ,

ଯେଉଁ ଲୋକ ଏଭଳି ପ୍ରବୃତ୍ତିର ହୋଇଥାନ୍ତି, ସେମାନଙ୍କ ସକାଶେ ଆଗାମୀକାଲି କେବେ ଆସେ ନାହିଁ ।

ଏଭଳି ଲୋକମାନେ କେବଳ ନିଜ ସ୍ୱାର୍ଥ ବ୍ୟତୀତ ଅନ୍ୟ କିଛି ଦେଖିପାରନ୍ତି ନାହିଁ ।

ଆପଣମାନଙ୍କୁ ଅଧିକାଂଶ ସ୍ଥାନରେ ଏଭଳି ଢ଼େର୍‌ ଲୋକ ମିଳିଯିବେ ।

ଏଭଳି ସ୍ଥିତିକୁ ଆଜିର ମୋର ଯୁବା ଭାରତ, ମୋର ଭାରତର ଯୁବଶକ୍ତି, ସ୍ୱୀକାର କରିବା ସକାଶେ ପ୍ରସ୍ତୁତ ନୁହନ୍ତି । ସେମାନେ ଛଟପଟ ହେଉଛନ୍ତି ଯେ ଦେଶ ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ବିତିସାରିଛି, ଏଭଳି କଥା ଆଉ କେତେଦିନ ପର୍ଯ୍ୟନ୍ତ ଚାଲିବ? କେତେ ଦିନ ପର୍ଯ୍ୟନ୍ତ ଆମେ ସେଇ ପୁରୁଣା ଦୁର୍ବଳତାକୁ ଜାବୁଡ଼ିଧରି ବସି ରହିବା ?

ସେମାନେ ଯେତେବେଳେ ବାହାରକୁ ଯାଉଛନ୍ତି, ସେମାନେ ସମଗ୍ର ବିଶ୍ୱକୁ ଦେଖୁଛନ୍ତି ଏବଂ ପୁଣି ଭାରତରେ ଦଶନ୍ଧି ଦଶନ୍ଧି ଧରି ଯେଉଁ ପୁରୁଣା ସମସ୍ୟା ଲାଗି ରହିଛି ତାହା ସେମାନଙ୍କ ନଜରରେ ପଡ଼ୁଛି ।

ସେମାନେ ଦେଶକୁ ବଦଳାଇବାକୁ ଚାହାନ୍ତି, ସ୍ଥିତିରେ ପରିବର୍ତ୍ତନ ଘଟାଇବାକୁ ଇଚ୍ଛା କରନ୍ତି ।

ଏବଂ ସେଥିପାଇଁ ସେମାନେ ସ୍ଥିର କରିଛନ୍ତି ଯେ ବସ୍‌,ଏବେ ଆଉ ଏଭଳି ସମସ୍ୟାକୁ ଅଣଦେଖା କରାଯାଇ ପାରିବନାହିଁ । ଏବେ ଲଢ଼େଇ ହେବ, ଏହି ସମସ୍ୟାର ସମାଧାନ କରାଯିବ । ଏହି ହେଉଛି ଯୁବ ମାନସିକତା, ଏହା ହେଉଛି ଯୁବା ବନ, ଏହି ହେଉଛି ଯୁବ ଭାରତ ।

ଏହି ଯୁବ ଭାରତ ଏବେ କହୁଛି ଯେ ଦେଶକୁ ଅତୀତର ବେମାରୀଗୁଡ଼ିକରୁ ମୁକ୍ତ କରିବା ଆମମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ ।

ଏହି ଯୁବ ଭାରତ କହୁଛି ଯେ ଦେଶର ବର୍ତ୍ତମାନକୁ ସୁଧାରିବା ସାଥେ ସାଥେ, ଏହାର ମୂଳ ଭିତ୍ତିକୁ ମଜଭୁତ କରିବା ସହ ଦ୍ରୁତ ଗତିରେ ବିକାଶ ପ୍ରକ୍ରିୟାକୁ ଆଗକୁ ଆଗେଇ ନେବାକୁ ପଡ଼ିବ । ଏବଂ ଏହି ଯୁବ ଭାରତ କହୁଛି ଯେ ଦେଶର ପ୍ରତ୍ୟେକ ନିର୍ଣ୍ଣୟ, ଆଗାମୀ ପିଢ଼ିମାନଙ୍କ ସକାଶେ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ଦେବା ଭଳି ହେବା ଆବଶ୍ୟକ ।

ଅତୀତର ସମସ୍ତ ପ୍ରକାର ସମସ୍ୟା, ଚାଲେଞ୍ଜ୍‌, ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତର ଆକାଂକ୍ଷା ଗୁଡ଼ିକ ପ୍ରତି ଧ୍ୟାନ ପ୍ରଦାନ ପୂର୍ବକ ତିନି ସ୍ତରରେ ଆମକୁ ଏକା ସାଙ୍ଗରେ କାର୍ଯ୍ୟ କରିବାକୁ ପଡ଼ିବ ।

ସାଥୀଗଣ,

ଆପଣମାନେ ଏନସିସି ସହ ସଂଶ୍ଳିଷ୍ଟ ହେବା ପରେ ଏତେ ମାତ୍ରାରେ ପରିଶ୍ରମ କରୁଛନ୍ତି, ଯେତେବେଳେ ଆବଶ୍ୟକ ପଡ଼ିଲା, ଡ଼କରା ପଡ଼ିଲା, ସେତେବେଳେ ଆସି ହାଜର ହୋଇଯାଉଛନ୍ତି । ପାଠପଢ଼ା ସହିତ ଘଣ୍ଟା ଘଣ୍ଟା ଧରି ଡ୍ରିଲ୍‌ ଅଭ୍ୟାସ କରୁଛନ୍ତି । ସବୁକାମ ଏକା ସାଙ୍ଗରେ ସଂପାଦନ କରୁଛନ୍ତି । ଆପଣମାନଙ୍କ ଭିତରେ ଏହି ଯେଉଁ ଚିନ୍ତନର ଉଚ୍ଛ୍ୱାସ ଭରି ରହିଛି ଯେ ପାଠ ପଢ଼ିବା ସହ ଦେଶ ପାଇଁ କିଛି କରି ଦେଖାଇବାର ମାନସିକତା ତାହାକୁ ମୁଁ ପ୍ରଶଂସା କରୁଛି ।

ଏବଂ ଆପଣମାନଙ୍କୁ ବାହାରେ କିଭଳି ସ୍ଥିତି ଉପଲବ୍ଧ ହେଉଛି ?

କେତେବେଳେ ଏଠାରେ ଆତଙ୍କବାଦୀ ଆକ୍ରମଣ ହେଲା, ଏତେ ସଂଖ୍ୟକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କଲେ, କେତେବେଳେ ଏଠାରେ ନକ୍ସଲ- ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଜି କେଉଁଠି କ’ଣ ଉଡ଼ାଇଲେଣି । ସେଥିରେ ଆମର କେତେ ବୀର ଯବାନ ସହିଦ ହେଲେଣି । କେଉଁଠି ବିଚ୍ଛିନ୍ନତାବାଦୀମାନେ ଉତ୍ତେଜକ ଭାଷଣ ମାରିଲେଣି, କେଉଁଠି ଭାରତ ବିରୁଦ୍ଧରେ ସେମାନେ ବିଷୋଦ୍‌ଗାର କଲେଣି, କେତେବେଳେ ସେମାନେ ଆମର ତ୍ରୀରଙ୍ଗା ପ୍ରତି ଅପମାନ ପ୍ରଦର୍ଶନ କଲେଣି ।

ସାଥୀଗଣ,

କେତେବେଳେ କେମିତି କୌଣସି ରୋଗ ଦୀର୍ଘ ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସୁନାହିଁ ତ ଏହା ଆମ ଶରୀରର ଏକ ଅଂଶବିଶେଷ ପାଲଟି ଯାଉଛି । ଆମର ରାଷ୍ଟ୍ର ଜୀବନରେ ବି ଏଭଳି ହେଉଛି । ଏମିତିରେ ଅନେକ ବେମାରୀ ତ ଦେଶକୁ ଏପରି ଦୁର୍ବଳ କରିପକାଇଛି ଯେ ଏହାର ଅଧିକତର ଶକ୍ତି ସେମାନଙ୍କ ସହ ଲଢ଼ିବାରେ, ମୁକାବିଲା କରିବାରେ ଅପଚୟ ହୋଇଯାଉଛି । ତେବେ ଏସବୁ କେତେଦିନ ପର୍ଯ୍ୟନ୍ତ ଚାଲିବ? ଏବଂ କେତେ ବର୍ଷ ପର୍ଯ୍ୟନ୍ତ ଏଭଳି ବେମାରୀର ବୋଝକୁ ମୁଣ୍ଡରେ ମୁଣ୍ଡାଇ ଆମେ ଚାଲିଥିବା ? ଆଉ କେତେ ବର୍ଷ ପର୍ଯ୍ୟନ୍ତ ଏହାକୁ ଟାଳି ଚାଲିଥିବା ?

ସେକଥା ଆପଣମାନେ ହିଁ ଚିନ୍ତା କରନ୍ତୁ ।

ଦେଶ ଯେବେଠାରୁ ସ୍ୱାଧୀନ ହେଲାଣି, ସେବେଠାରୁ କାଶ୍ମୀରରେ ସମସ୍ୟା ସେମିତି ଲାଗି ରହିଥିଲା । ସେଠାକାର ସମସ୍ୟାର ସମାଧାନ ସକାଶେ କ’ଣ କରାଯାଇଥିଲା ? ତିନି ଚାରିଟି ପରିବାର ଏବଂ ତିନି ଚାରିଟି ରାଜନୈତିକ ଦଳ ଏବଂ ସମସ୍ତଙ୍କୁ ଏଭଳି ଜଟିଳ ସମସ୍ୟା ଭିତରେ ଜଡ଼ିତ କରି ରଖିବା ଲାଗି, ସମସ୍ୟା ସମାଧାନ କରିବା ଲାଗି ନୁହେଁ, ଏହାକୁ ପାଳିପୋଷି, ବଞ୍ଚାଇ ରଖି ଆସିଥିଲେ ।

ତା’ର ପରିଣାମ କ’ଣ ହେଲା ? କାଶ୍ମୀରକୁ ଆତଙ୍କବାଦୀମାନେ ନଷ୍ଟଭ୍ରଷ୍ଟ କରିଦେଲେ, ଆତଙ୍କବାଦୀମାନଙ୍କ ହାତରେ ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କ ପ୍ରାଣନାଶ ଘଟିଲା ।

ଆପଣମାନେ ଚିନ୍ତା କରିପାରୁଛନ୍ତି ଯେ ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ଗୋଟିଏ ରାତି ଭିତରେ ଘରଦ୍ୱାର ଛାଡ଼ି ଚିରଦିନ ପାଇଁ ବେଘର ହେବାକୁ ପଡ଼ିଥିଲା । ସେମାନେ କେଉଁଠାକୁ ଯିବେ ସେଥିପାଇଁ ସରକାର କିଛି ହେଲେ କରିପାରି ନଥିଲେ ।

ଆତଙ୍କବାଦୀମାନଙ୍କ ସାହସ ବଢ଼ାଇବା ଏଭଳି ଚିନ୍ତାଧାରା ଥିଲା । ସରକାରଙ୍କୁ, ପ୍ରଶାସନକୁ ଦୁର୍ବଳ କରିବା ଭଳି କଥା ସେମାନେ ଚିନ୍ତା କରୁଥିଲେ ।

କ’ଣ କାଶ୍ମୀରକୁ ଏଇଭଳି ଭାବେ ଚାଲିବାକୁ ଆମେ ଦେଇଥାନ୍ତେ ?  ଯେମିତି ଚାଲି ଆସୁଥିଲା?

ସାଥୀଗଣ,

ଜାମ୍ମୁ କାଶ୍ମୀରରେ ଏଇଆ କହି ଧାରା 370 ଲାଗୁ କରାଯାଇଥିଲା ଯେ ଏହା ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଇଛି । ସମ୍ବିଧାନରେ ବି ସେଇକଥା ଲେଖାଗଲା ଯେ ତାହା ଅସ୍ଥାୟୀ । କିନ୍ତୁ ଦଶନ୍ଧି ଦଶନ୍ଧି ବିତିଗଲା, ସମ୍ବିଧାନରେ ଯାହା ଅସ୍ଥାୟୀ ଥିଲା, ତାହାକୁ ହଟାଇବାର ସାହସ କେହି ଦେଖାଇଲେ ନାହିଁ ।

ତାହାର କାରଣ ଏଇଆ ଥିଲା, ଚିନ୍ତାଧାରା ଏଇଆ ଥିଲା । ନିଜର ହିତ ସାଧନ, ନିଜର ରାଜନୈତିକ ଦଳର ହିତ ସାଧନ, ନିଜର ଭୋଟବ୍ୟାଙ୍କ୍‌କୁ ସୁରକ୍ଷିତ ରଖିବା ।

ଆମେ କ’ଣ ଆମର ଦେଶର ଯୁବାପିଢ଼ିକୁ ଏଭଳି ଏକ ଭାରତ ଦେବା ଉଚିତ ଯେଉଁଥିରେ କାଶ୍ମୀରରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ରହିଥିବ, ଯେଉଁଠାରେ ନିର୍ଦ୍ଦୋଷ ଲୋକମାନେ ପ୍ରାଣ ହରାଇ ଚାଲିଥିବେ, ଯେଉଁଠି ତ୍ରିରଙ୍ଗାକୁ ଅପମାନିତ କରାଯାଉଥିବ ଏବଂ ସରକାର ସେହି ତାମସା ଦେଖି ଚାଲିଥିବେ? ନା ।

କାଶ୍ମୀର ହେଉଛି ଭାରତର ମୁକୁଟମଣି । କାଶ୍ମୀର ଏବଂ ସେଠାକାର ଲୋକମାନଙ୍କୁ ଦଶକ ଦଶକ ଧରି ରହିଥିବା ପୁରୁଣା ସମସ୍ୟାଗୁଡ଼ିକ ଭିତରୁ ବାହାର କରିବା ଆମମାନଙ୍କ ଦାୟିତ୍ୱ ଥିଲା ଏବଂ ଆମେ ତାହା କରି ଦେଖାଇ ଦେଇଛୁ ।

ସାଥୀଗଣ,

ଆମେମାନେ ଜାଣୁ ଯେ ଆମର ପଡ଼ୋଶୀ ରାଷ୍ଟ୍ର ଆମଠାରୁ ତିନି ତିନିଟି ଯୁଦ୍ଧରେ ହାରି ସାରିଛି । ଆମର ସେନା ସେମାନଙ୍କୁ ପୁଣି ଥରେ ପରାଜିତ କରି ଧୂଳି ଚାଟିବା ସକାଶେ ସପ୍ତାହେ ଠାରୁ ଦଶ ଦିନରୁ ଅଧିକ ସମୟ ଲାଗିବ ନାହିଁ । ଏଭଳି ସ୍ଥିତିରେ ସେମାନେ ଦଶନ୍ଧି ଦଶନ୍ଧି ଧରି ଭାରତ ବିରୁଦ୍ଧରେ ଛାୟା ଯୁଦ୍ଧ, ଅର୍ଥାତ୍‌ ପ୍ରକ୍ସି ୱାର୍‌ ଲଢ଼ି ଚାଲିଛନ୍ତି । ଏଭଳି ଛାୟା ଯୁଦ୍ଧରେ ଭାରତର ହଜାର ହଜାର ସଂଖ୍ୟକ ନିରିହ ନାଗରିକଙ୍କ ମୃତ୍ୟୁ ଘଟିଛି ।

କିନ୍ତୁ ପୂର୍ବରୁ ଏହାକୁ ନେଇ କିପରି ଧାରଣା ରହି ଆସଥିଲା ? ସେ ଲୋକମାନେ ଚିନ୍ତା କରୁଥିଲେ ଯେ ଏ ଆତଙ୍କବାଦ, ଏଭଳି ଆତଙ୍କୀ ଆକ୍ରମଣ, ବୋମା ବିସ୍ଫୋରଣ ତ ଆଇନ ଶୃଙ୍ଖଳା ସମସ୍ୟା !!!

ଏଭଳି ଚିନ୍ତାଧାରା କାରଣରୁ ହିଁ ବୋମା ବିସ୍ଫୋରଣ ହୋଇ ଚାଲିଥିଲା, ଆତଙ୍କବାଦୀ ଆକ୍ରମଣ ଘଟି ଚାଲିଥିଲା, ଲୋକମାନଙ୍କ ପ୍ରାଣହାନି ଘଟି ଚାଲିଥିଲା, ଭାରତ ମାତା ଲହୁ ଲୁହାଣ ହୋଇ ଚାଲିଥିଲା ।

ଏହା ଉପରେ ଅନେକ ଆଲୋଚନା ଚାଲିଥିଲା, ବହୁତ ଭାଷଣବାଜି ବି ହେଉଥିଲା, କିନ୍ତୁ ଯେତେବେଳେ ଆମର ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଥା କହୁଥିଲେ, ସେମାନଙ୍କୁ ମନା କରାଯାଉଥିଲା, ସେ କଥାକୁ ଟାଳି ଦିଆଯାଉଥିଲା ।

ଆଜି ତ ଦେଶର ଯୁବ ଚିନ୍ତନ ଆସିଛି, ଯୁବା ମନର ସହ ଦେଶ ଆଗକୁ ବଢ଼ି ଚାଲିଛି । ସେଥିପାଇଁ ସେମାନେ ସର୍ଜିକାଲ ଷ୍ଟ୍ରାଇକ୍‌ କରୁଛନ୍ତି, ଏୟାର ଷ୍ଟ୍ରାଇକ୍‌ କରୁଛନ୍ତି ଏବଂ ଆତଙ୍କବାଦର ଢ଼ାଞ୍ଚାକୁ ସେମାନଙ୍କର ଘର ଭିତରେ ପଶି ଉଚିତ ଶିକ୍ଷା ଦେଉଛନ୍ତି ।

ଏହାର ପରିଣାମ କ’ଣ ହେଲା ତାହା ଆପଣମାନେ ସମସ୍ତେ ଦେଖୁଛନ୍ତି ।

ଆଜି କେବଳ ଜାମ୍ମୁ କାଶ୍ମୀରରେ ନୁହେଁ, ବରଂ ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ଶାନ୍ତି ବିରାଜମାନ କରୁଛି, ବିଚ୍ଛିନ୍ନତାବାଦ- ଆତଙ୍କବାଦକୁ ବେଶ୍‌ ସଂକୁଚିତ କରାଯାଇ ପାରିଛି ।

ସାଥୀଗଣ,

ପ୍ରଥମେ ଉତ୍ତର-ପୂର୍ବାଞ୍ଚଳ ସହିତ ଯେମିତି ନୀତି ଆପଣା ଯାଇଥିଲା, ଯେମିତି ଭାବେ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା, ସେଥିସହ ବି ଆପଣମାନେ ଭଲଭାବେ ସୁପରିଚିତ ଅଛନ୍ତି । ତାହା ଆପଣମାନଙ୍କୁ ଉତ୍ତମ ରୂପେ ଜଣା ।

ଦଶନ୍ଧି ଦଶନ୍ଧି ଧରି ସେଠାକାର ଲୋକମାନଙ୍କ ଆଶା ଆକାଂକ୍ଷା, ପ୍ରତୀକ୍ଷାକୁ ଅଣଦେଖା କରାଯାଇ ଆସୁଥିଲା ।

ସେଠାକାର ଲୋକମାନଙ୍କୁ କେବଳ ନୁହେଁ, ସେଠାକାର ସମସ୍ୟାବଳୀ ପ୍ରତି ମଧ୍ୟ ଅନୁରୂପ ଅଣଦେଖା କରାଯାଇଥିଲା । ସେଠାକାର ସମସ୍ୟାବଳୀକୁ ନିଜ ଭାଗ୍ୟ ଉପରେ ଛାଡ଼ି ଦିଆଯାଇ ଥିଲା ।

ପାଞ୍ଚ ପାଞ୍ଚ, ଛଅ ଛଅ ଦଶନ୍ଧି ଧରି ସେଠାକାର ଅନେକ କ୍ଷେତ୍ର ଉଗ୍ରବାଦ ଦ୍ୱାରା ଆକ୍ରାନ୍ତ ରହି ଆସିଥିଲା । ସେମାନେ ନିଜ ନିଜର ଦାବି କରି ଆସୁଥିଲେ  ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଅନେକ ଉଗ୍ରବାଦୀ ସଂଗଠନ ସୃଷ୍ଟି ହୋଇଥିଲେ । ସେହିସବୁ ସଂଗଠନଗୁଡ଼ିକଙ୍କର ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ ଆସ୍ଥା ନଥିଲା । ସେମାନେ ଚିନ୍ତା କରୁଥିଲେ ଯେ ହିଂସାକାଣ୍ଡ ଭିଆଇବା ଦ୍ୱାରା ସମାଧାନ ପନ୍ଥା ବାହାରି ପାରିବ ।

ଏହି ହିଂସାରେ ହଜାର ହଜାର ନିରିହ ଲୋକ, ନିର୍ଦ୍ଦୋଷ ଲୋକ, ହଜାର ହଜାର ସୁରକ୍ଷାକର୍ମୀଙ୍କର ପ୍ରାଣହାନି ଘଟିଥିଲା ।

ଆମେମାନେ କ’ଣ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରକୁ ଏହାର ଭାଗ୍ୟ ଉପରେ ଛାଡ଼ି ଦେଇଥାନ୍ତେ ? ଆମେ କ’ଣ ସେ କ୍ଷେତ୍ରର ଭାଇ ଭଉଣୀମାନଙ୍କ ସମସ୍ୟାବଳୀକୁ, ସେମାନଙ୍କ କଷ୍ଟଠାରୁ ମୁହଁ ଘୂରାଇ ନେଇ ବସିବା ଉଚିତ ହୋଇଥାନ୍ତା ?

ଏହା ଆମର ସଂସ୍କାର ନୁହେଁ ଅବା ଏହା ଆମର କାର୍ଯ୍ୟ ସଂସ୍କୃତି ମଧ୍ୟ ନୁହେଁ ।

ଉତ୍ତର-ପୂର୍ବାଞ୍ଚଳକୁ ନେଇ ଆଜିକାଲି ଆମର ସମ୍ବାଦପତ୍ରଗୁଡ଼ିକରେ ଗୋଟିଏ ବଡ଼ ଖବର ପ୍ରକାଶ ପାଇଛି । ଆପଣମାନେ ଗଣମାଧ୍ୟମରେ ବି ତାହା ଦେଖିଥିବେ ବୋଡ଼ୋ ସମସ୍ୟାକୁ ନେଇ ଏକ ବହୁତ ବଡ଼ ଏବଂ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଗତ ପାଞ୍ଚ ଛଅ ଦଶକ ଧରି ଦେଶର ଏହି କ୍ଷେତ୍ର ଏବଂ ବିଶେଷ କରି ଆସାମ ଯେଉଁ ସ୍ଥିତି ମଧ୍ୟଦେଇ ଗତି କରିଛି ତାହାକୁ ଆପଣ ଜାଣନ୍ତୁ, ସମ୍ବାଦପତ୍ର ପଢ଼ନ୍ତୁ, ତାହା ଉପରେ ଗବେଷଣା କରନ୍ତୁ । ତା’ହେଲେ ଯାଇ ଆପଣମାନେ ଜାଣିପାରିବେ ଯେ ସେଠାକାର ଲୋକମାନେ, ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ଲୋକମାନେ କିଭଳି ସ୍ଥିତିର ସାମ୍ନା କରି ଆସୁଥିଲେ । କିନ୍ତୁ ଏଭଳି ସ୍ଥିତିକୁ ବି ବଦଳାଇବା ସକାଶେ କୌଣସି ଦୃଢ଼ ପଦକ୍ଷେପ ପୂର୍ବରୁ କରାଯାଇ ନଥିଲା ।

ଆମେ କ’ଣ ଏଭଳି ସ୍ଥିତିକୁ ଏଇଭଳି ଚାଲିବା ସକାଶେ ଛାଡ଼ି ଦେଇଥାନ୍ତେ ?

ନା । କଦାପି ନୁହେଁ ।

ଆମେ ଗୋଟିଏ ପଟେ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ବିକାଶ ସକାଶେ ଅଭୂତପୂର୍ବ ଯୋଜନାମାନ ଆରମ୍ଭ କରିଛୁ ଏବଂ ଅନ୍ୟ ପଟେ ବେଶ୍‌ ମୁକ୍ତ ମନରେ ଏବଂ ଖୋଲା ହୃଦୟର ସହ ସମସ୍ତ ସହଭାଗୀମାନଙ୍କୁ ସାଙ୍ଗରେ ନେଇ କଥାବାର୍ତ୍ତା ଆରମ୍ଭ କରିଥିଲୁ । ବୋଡ଼ୋ ଶାନ୍ତି ରାଜିନାମା ଏହାର ପରିଣାମ ଭାବେ ଆଜି ଆମମାନଙ୍କ ସାମ୍ନାରେ ଉଭା ହୋଇଛି ।

କିଛି ଦିନ ପୂର୍ବେ ମିଜୋରାମ ଏବଂ ତ୍ରିପୁରା ମଧ୍ୟରେ ବ୍ରୁ ଜନଜାତିଙ୍କୁ ନେଇ ହୋଇଥିବା ରାଜିନାମା ଏହାର ପରିଣାମ ଭାବେ ସାମ୍ନାକୁ ଆସିଥିଲା । ଏହି ରାଜିନାମା ସ୍ୱାକ୍ଷରିତ ହେବା ପରେ, ବ୍ରୁ ଜନଜାତିଙ୍କ ସହିତ ଜଡ଼ିତ 23 ବର୍ଷ ପୁରୁଣା ସମସ୍ୟାର ସମାଧାନ ହୋଇପାରିଛି ।

ଏହା ହିଁ ତ ଯୁବ ଭାରତର ଚିନ୍ତାଧାରା । ସମସ୍ତଙ୍କୁ ସାଙ୍ଗରେ ନେଇ, ସମସ୍ତଙ୍କ ବିକାଶ ସାଧନ କରି, ସମସ୍ତଙ୍କ ବିଶ୍ୱାସ ହାସଲ କରି ଆମେ ଦେଶକ ପ୍ରଗତି ପଥରେ ଆଗକୁ ଆଗେଇ ନେଇଚାଲିଛୁ ।

ସାଥୀଗଣ,

ଏ ଦେଶର କେଉଁ ନାଗରିକ ଏଭଳି ହେବ ଯିଏ ଚାହିଁବ ନାହିଁ ଯେ ଆମର ସେନା ଆଧୁନିକ ହୁଅନ୍ତୁ, ସାମର୍ଥ୍ୟବାନ ହୁଅନ୍ତୁ । କିଏ ଚାହିଁବ ନାହିଁ ଯେ ଆମ ସେନାଙ୍କ ନିକଟରେ ଯୁଦ୍ଧ ପାଇଁ ଆଧୁନିକ ସକଳ ପ୍ରକାର ସାଧନ ଓ ସୁବିଧା ଉପଲବ୍ଧ ହେଉ ।

ପ୍ରତ୍ୟେକ ଦେଶପ୍ରେମୀ ଏକଥା ନିଶ୍ଚିତ ଭାବେ ଚାହିଁବ, ପ୍ରତ୍ୟେକ ରାଷ୍ଟ୍ରଭକ୍ତ ଏହା ହିଁ କାମନା କରିବ ।

କିନ୍ତୁ ଆପଣମାନେ କ’ଣ କଳ୍ପନା କରିପାରିବେ ଯେ 30 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଆମ ଦେଶର ବାୟୁସେନାରେ ଗୋଟିଏ ହେଲେ ପରବର୍ତ୍ତୀ ପିଢ଼ିର ଲଢ଼ୁଆ ବିମାନ ସାମିଲ କରାଯାଇ ନଥିଲା ?

ଆମମାନଙ୍କ ଲଢ଼ୁଆ ବିମାନ ପୁରୁଣା ହୋଇ ଚାଲିଥିଲା, ଦୁର୍ଘଟଣାର ଶିକାର ହୋଇ ଚାଲିଥିଲା । ଆମର ଫାଇଟର ପାଇଲଟ ଶହୀଦ ହୋଇ ଚାଲିଥିଲେ । କିନ୍ତୁ ଯେଉଁ ଲୋକମାନଙ୍କ ଉପରେ ନୂଆ ଲଢ଼ୁଆ ବିମାନ ଖରିଦ କରିବାର ଦାୟିତ୍ୱ ନ୍ୟସ୍ତ ଥିଲା, ସେମାନଙ୍କ ମନରେ ଯେପରି କିଛି ଚିନ୍ତା ହିଁ ନଥିଲା!

ଆମେ କ’ଣ ଏଭଳି ସ୍ଥିତିକୁ ସେମିତି ଚାଲିବାକୁ ଦେଇଥାନ୍ତେ ? ଆମେ କ’ଣ ଆମର ବାୟୁସେନାକୁ ସେମିତି କମଜୋର୍‌ ହେବାକୁ ଛାଡ଼ି ଦେଇଥାନ୍ତେ ?

ନା ।

ତିନି ଦଶନ୍ଧି ଧରି ଏହି କାମ ଅଟକି ରହିଥିଲା । ତାହାକୁ ଆମେ ପୁଣି ଥରେ ଆରମ୍ଭ କଲୁ । ଆଜି ମୋତେ ଖୁସି ଲାଗୁଛି ଯେ ଦେଶକୁ ଦୀର୍ଘ ତିନି ଦଶନ୍ଧିର ପ୍ରତୀକ୍ଷା ପରେ, ପରବର୍ତ୍ତୀ ପିଢ଼ିର ଲଢ଼ୁଆ ବିମାନ- ରାଫେଲ ମିଳି ଯାଇଛି । ଖୁବ୍‌ ଶୀଘ୍ର ତାହା ଭାରତର ଆକାଶରେ ଉଡ଼ିବାକୁ ଯାଉଛି ।

ସାଥୀଗଣ,

ଆପଣମାନେ ତ ୟୁନିଫର୍ମ ପିନ୍ଧି ଏଠାରେ ବସି ରହିଛନ୍ତି । ଆପଣମାନେ ଏହି କଥାକୁ ଅଧିକ ଭଲ ଭାବେ ବୁଝିପାରିବେ ଯେ ୟୁନିଫର୍ମ ଆପଣମାନଙ୍କ ପାଖକୁ କେତେ କର୍ତ୍ତବ୍ୟର ସହ ଆସିଥାଏ ? ଏହି କର୍ତ୍ତବ୍ୟ ସଂପାଦନ ସକାଶେ ଆମର ବୀର ଯବାନମାନେ, ସୀମାନ୍ତରେ, ଦେଶ ଭିତରେ, କେତେବେଳେ ଆତଙ୍କବାଦୀଙ୍କ ସହିତ ତ ଆଉ କେତେବେଳେ ନକ୍ସଲବାଦୀଙ୍କ ସହିତ ମୁକାବିଲା କରି ଚାଲିଛନ୍ତି ।

ଆପଣମାନେ ଚିନ୍ତା କରନ୍ତୁ, ସେମାନଙ୍କ ପାଖରେ ଯଦି ବୁଲେଟପ୍ରୁଫ୍‌ ଜାକେଟ୍‌ ନରହିବ ତେବେ ଆମର ଯବାନମାନେ ସେମାନଙ୍କ ସହ ମୁକାବିଲା କେମିତି କରିପାରିବେ ?

କିନ୍ତୁ ଆମର ଏଠାରେ ଏଭଳି ବି ସରକାର ରହିଥିଲେ, ଏଭଳି ଲୋକ କ୍ଷମତା କୁର୍ସିରେ ବସିଥିଲେ ଯେଉଁମାନେ ଆମର ଯବାନମାନଙ୍କୁ ବୁଲେଟପ୍ରୁଫ୍‌ ଜାକେଟ ଦେବାକୁ ସୁଦ୍ଧା କଷ୍ଟ ଅନୁଭବ କରୁଥିଲେ । 2009 ମସିହା ଠାରୁ ଆମର ଯବାନମାନେ ବୁଲେଟପ୍ରୁଫ୍‌ ଜାକେଟ ମାଗି ଚାଲିଥିଲେ । କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ କଥା ଉପରେ ଧ୍ୟାନ ଦିଆ ଯାଇନଥିଲା ।

କ’ଣ ଆମର ଯବାନମାନେ, ଏମିତି ଭାବେ ଆତଙ୍କବାଦୀମାନଙ୍କ ସହିତ, ନକ୍ସଲବାଦୀମାନଙ୍କ ସହିତ ମୁକାବିଲା କରି ଗୁଳି ଖାଇ ଚାଲିଥାନ୍ତେ ?

ସେମାନେ ଦେଶ ପାଇଁ ପ୍ରାଣବଳି ଦେବାକୁ ପ୍ରତିଜ୍ଞା କରିଛନ୍ତି । କିନ୍ତୁ ସେମାନଙ୍କ ଜୀବନ, ଆମମାନଙ୍କ ଜୀବନ ଠାରୁ ଢ଼େର୍‌ ଗୁଣ ଅଧିକ ମୂଲ୍ୟବାନ । ଏବଂ ସେଇଥିପାଇଁ ଆମ ସରକାର ଯବାନମାନଙ୍କ ପାଇଁ କେବଳ ପର୍ଯ୍ୟାପ୍ତ ପରିମାଣର ବୁଲେଟପ୍ରୁଫ୍‌ ଜାକେଟ କିଣିବା ଲାଗି ଆଦେଶ ଦେଇନାହିଁ, ଅପରନ୍ତୁ ଏବେ ତ ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବୁଲେଟପ୍ରୁଫ୍‌ ଜାକେଟ ରପ୍ତାନି କରିବା ଦିଗରେ ଆଗକୁ ଅଗ୍ରସର ହୋଇଚାଲିଛି ।

ସାଥୀଗଣ,

ଆପଣମାନଙ୍କ ଭିତରୁ କେହି କେହି କେଡ଼େଟ୍‌ ଏଭଳି ବି ଥିବେ ଯାହାଙ୍କ ପରିବାରରୁ କେହି ନା କେହି ସେନାରେ କାର୍ଯ୍ୟ କରୁଥିବେ । ଆପଣମାନେ କାହାକୁ ନା କାହାକୁ ଅବଶ୍ୟ ଭେଟୁଥିବେ ଏବଂ ସେତେବେଳେ ଆପଣମାନଙ୍କ ମନ ଗର୍ବରେ ଭରି ଉଠୁଥିବ ଓ ଆପଣମାନେ କହୁଥିବେ ଯେ ମୋ ବାପା ଅବା ମୋର କାକା ବା ଭାଇ ବା ଦିଦି ଆର୍ମିରେ କାମ କରୁଛନ୍ତି ।

ଦେଶର ସେନା ଯବାନଙ୍କ ପ୍ରତି ଆମମାମଙ୍କ ମନରେ ସ୍ୱାଭାବିକତଃ ଗର୍ବ ଓ ଗୌରବର ଭାବନା ରହିଥାଏ । ସେମାନେ ଦେଶ ପାଇଁ ଏତେ କିଛି କରୁଛନ୍ତି ଯେ ସେମାନଙ୍କ ଦେଖିବା ମାତ୍ରେ ଆମମାନଙ୍କ ମନରେ ସମ୍ମାନର ଭାବନା ଉଦ୍ରେକ ହେଉଛି । କିନ୍ତୁ ୱାନ୍‌ ରେଙ୍କ୍‌, ୱାନ ପେନସନ୍‌ ଭଳି ସେମାନଙ୍କ ଦାବି 40 ବର୍ଷ ପର୍ଯ୍ୟନ୍ତ, ପୁଣି ଥରେ ମୁଁ କହିବାକୁ ଚାହୁଁଛି, ଆପଣମାନେ ଧ୍ୟାନପୂର୍ବକ ଏ କଥାକୁ ଶୁଣନ୍ତୁ- ୱାନ ରେଙ୍କ୍‌ ୱାନ ପେନସନ୍‌ ଭଳି ସେମାନଙ୍କ ଦାବି , 40 ବର୍ଷର ପୁରୁଣା ଦାବିକୁ ପୂର୍ବର ସରକାର ପୂରଣ କରପାରିନଥିଲେ ।

ଏହା ଆମ ସରକାର ଯିଏ ଏହି 40 ବର୍ଷର ପୁରୁଣା ଦାବିକୁ ପୂରଣ କଲା, ୱାନ ରେଙ୍କ୍‌ ୱାନ ପେନସନ୍‌କୁ କାର୍ଯ୍ୟକାରୀ କଲା ।

ସାଥୀଗଣ,

ସୀମାନ୍ତରେ ଆମର ବୀର ଯବାନମାନେ ତ ମୁତୟନ ରହିଛନ୍ତି । ସେମାନେ କେବଳ ଦେଶର ସୀମାକୁ ନୁହେଁ, ଦେଶର ଲୋକମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଉଛନ୍ତି । ଦେଶର ସ୍ୱାଭିମାନକୁ ବି ରକ୍ଷା କରୁଛନ୍ତି । ଯେକୌଣସି ସ୍ୱାଧୀନ ରାଷ୍ଟ୍ରର ପ୍ରଥମ ପରିଚୟ ହେଉଛି- ସ୍ୱାଭିମାନ । ଦେଶର ସ୍ୱାଭିମାନକୁ ରକ୍ଷା କରିଆସୁଥିବା ଆମର ବୀର ଯବାନମାନଙ୍କ ଲାଗି ଦେଶ ସ୍ୱାଧୀନତା ଲାଭ କରିବା ପରଠାରୁ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥାପନ କରିବା ଲାଗି ଦାବି କରାଯାଇ ଆସୁଥିଲା । ସେହିଭଳି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ କାଏମ ରଖିବା ସକାଶେ ନିଜର ଜୀବନକୁ ବାଜି ଲଗାଇ ଦେଇଥିବା ପୁଲିସ ବଳଙ୍କ ପାଇଁ ପୁଲିସ ସ୍ମାରକୀର ଦାବି ଦଶନ୍ଧି ଦଶନ୍ଧି ଧରି କରାଯାଇ ଆସୁଥିଲା ।

କେହି କେବେ କଳ୍ପନା ସୁଦ୍ଧା କରିପାରିବ ଯେ ଏହି ଗୋଟିଏ କାମ ସକାଶେ 50-50 ବର୍ଷ, 60-60  ବର୍ଷର ପ୍ରତୀକ୍ଷା କରିବା କ’ଣ ଆବଶ୍ୟକ?

ଏହା କିଭଳି କାର୍ଯ୍ୟ ପଦ୍ଧତି, କିଭଳି ଚିନ୍ତାଧାରା ? କେଉଁ ମାର୍ଗରେ ଦେଶକୁ ଏ ଲୋକମାନେ ନେଇ ଯାଉଥିଲେ?

କିଛି ଲୋକଙ୍କ ଦ୍ୱାରା, ଭାରତର ଶହୀଦଙ୍କୁ ଭୁଲି ଯିବାର ପାପ କରିବାର ପ୍ରୟାସ କରାଯାଉଥିଲା ।

ଦେଶର ସଶସ୍ତ୍ର ସେନା, ସୁରକ୍ଷା ବଳଙ୍କ ସ୍ୱାଭିମାନ, ସେମାନଙ୍କର ଆତ୍ମଗୌରବକୁ ବଢ଼ାଇବା ପରିବର୍ତ୍ତେ ସେମାନଙ୍କର ସ୍ୱାଭିମାନ ଉପରେ କୁଠାରାଘାତ କରାଯାଉଥିଲା ।

କ’ଣ ଏଠାରେ ବସିଥିବା ଏନସିସି କେଡ଼େଟମାନେ ଏ କଥା ସହ ସହମତ ହୋଇପାରିବେ ?

ଆପଣମାନଙ୍କ ଯୁବ ଚିନ୍ତନ, ଆପଣମାନଙ୍କ ଯୁବା ମନ ଯାହା ଚାହୁଁଛି, ତାହା ହିଁ ଆମ ସରକାର କରିଛନ୍ତି । ଆଜି ଦିଲ୍ଳୀରେ ଜାତୀୟ ଯୁଦ୍ଧ ସ୍ମାରକୀ ଠିଆ ହୋଇଛି ଏବଂ ଜାତୀୟ ପୁଲିସ ସ୍ମାରକୀ ମଧ୍ୟ ।

ସାଥୀଗଣ,

ଆଜି ସମଗ୍ର ବିଶ୍ୱରେ ଭିନ୍ନ ଭିନ୍ନ ସ୍ତରରେ ସୈନ୍ୟ ବ୍ୟବସ୍ଥାମାନଙ୍କରେ ପରିବର୍ତ୍ତନ ଘଟାଯାଉଛି । ସେମାନେ ସଭିଏଁ ଏକଥା ଭଲଭାବେ ଜାଣିଛନ୍ତି ଯେ ଏବେ ଆଉ ହାତୀ ଘୋଡ଼ା ଉପରେ ବସି କେହି ଯୁଦ୍ଧ କରିବାକୁ ଯାଉନାହାନ୍ତି । ଆଧୁନିକ ଯୁଦ୍ଧରେ ଜଳ ସ୍ଥଳ ଓ ଆକାଶ ଅର୍ଥାତ୍‌, ଆମର ସ୍ଥଳସେନା, ଆମର ନୌସେନା ଏବଂ ଆମର ବାୟୁସେନାକୁ ସମନ୍ୱିତ ଢ଼ଙ୍ଗରେ ଆଗକୁ ଅଗ୍ରସର ହେବାକୁ ପଡ଼ିବ ।

ବର୍ଷ ବର୍ଷ ଧରି ଏହି କଥା ଉପରେ ଆଲୋଚନା କରାଯାଇ ଆସୁଛି ଯେ ତିନି ସେନା ମଧ୍ୟରେ ସିନର୍ଜି ଅର୍ଥାତ୍‌, ପୂର୍ଣ୍ଣ ସମନ୍ୱୟ ବଢ଼ାଇବା ସକାଶେ, ତାଳମେଳ ବୃଦ୍ଧି କରିବା ଲାଗି, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌- ସିଡ଼ିଏସ ନିଯୁକ୍ତ କରାଯିବା ଆବଶ୍ୟକ ।

କିନ୍ତୁ ଦୁର୍ଭାଗ୍ୟକୁ ଏହା ଉପରେ କେବଳ ଆଲୋଚନା ହିଁ କରାଯାଇ ଆସୁଥିଲା, ଫାଇଲ୍‌ ଏ ଟେବୁଲରୁ ସେ ଟେବୁଲକୁ ଘୂରି ଚାଲିଥିଲା । କିନ୍ତୁ କେହି ଏହା ଉପରେ କୌଣସି ସିଦ୍ଧାନ୍ତ ଗ୍ରହଣ କରୁନଥିଲେ ।

ଏଭଳି ଚିନ୍ତାଧାରା ଥିଲା- ଏଥିରୁ କ’ଣ ଫାଇଦା, ଚାଲି ଆସୁଥିଲା ନା!!!

ସାଥୀଗଣ,

ଡିପାର୍ଟମେଣ୍ଟ ଅପ୍‌ ମିଲିଟାରୀ ଆଫେୟାର୍ସର ଗଠନ, ସିଡ଼ିଏସ ପଦର ଗଠନ, ସିଡ଼ିଏସ ପଦରେ ନିଯୁକ୍ତି, ଏ କାମ ବି ଆମରି ସରକାର କାର୍ଯ୍ୟକାରୀ କରିଛନ୍ତି ।

ସେହି ଯୁବ ଚିନ୍ତନ ହିଁ କହୁଛି ଯେ ଆଉ ଏ ପ୍ରସଙ୍ଗକୁ ଟାଳିଦିଅ ନାହିଁ, ଏବେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କର ।

ଏବଂ ଏକଥା ପ୍ରତି ମଧ୍ୟ ଆପଣମାନେ ଧ୍ୟାନ ଦିଅନ୍ତୁ, ୱାନ୍‌ ପ୍ଲସ୍‌ ୱାନ ପ୍ଲସ୍‌ ୱାନ ଯଦି ତିନି ହେଉଥାଏ, ସିଡ଼ିଏସ ର ନିଯୁକ୍ତି ପରେ ଏବେ ୱାନ ପ୍ଲସ୍‌ ୱାନ୍‌ ପ୍ଲସ୍‌ ୱାନ, ଏକଶହ ଏଗାର ମାନ 111 ହୋଇଯାଇଛି ।

ସାଥୀଗଣ,

ଆପଣମାନେ କ’ଣ ଏକଥା କଳ୍ପନା କରିପାରୁଛନ୍ତି ଯେ କୌଣସି ଗୋଟିଏ ରାଷ୍ଟ୍ର ନିଜର ହକ୍‌ର ପାଣିକୁ ଏଇଭଳି ଭାବେ ବହିଯିବାକୁ ଦେବ ? କିନ୍ତୁ ଭାରତରେ ସେକଥା ବି ହୋଇ ଚାଲିଥିଲା । ଭାରତର କୃଷକ ପାଣିର ଅଭାବରେ ଆଉଟୁ ପାଉଟୁ ହେଉଥିଲେ ଏବଂ ଦେଶର ପାଣି ବହିଯାଇ ପାକିସ୍ତାନ ଚାଲି ଯାଉଥିଲା । କେହି ଏହି ପାଣିକୁ ଭାରତର କୃଷକମାନଙ୍କ ପାଖରେ ପହଞ୍ଚାଇବାର ସାହସ ଦେଖାଉ ନଥିଲେ । ଆମେ ପାକିସ୍ତାନକୁ ବହି ଯାଉଥିବା ପାଣିକୁ ରୋକିବାର ନିଷ୍ପତ୍ତି ଗ୍ରହଣ କଲୁ ଏବଂ ଏବେ ଏହା ଉପରେ ଜୋରସୋର ଭାବେ କାର୍ଯ୍ୟ ଜାରି ରହିଛି । ଭାରତର ହକ୍‌ର ପାଣି ଏବେ ଭାରତକୁ ହିଁ ମିଳିବ ।

ସାଥୀଗଣ,

ଯେତେବେଳେ ଦେଶ ସ୍ୱାଧୀନ ହେଲା, ତ ବିଭାଜନ କାହା ପରାମର୍ଶରେ କରାଯାଇଥିଲା, କାହା ସ୍ୱାର୍ଥ ସିଦ୍ଧି ଲାଗି ହୋଇଥିଲା ? କାହିଁକି ଯେଉଁ ଲୋକମାନେ ସ୍ୱତନ୍ତ୍ର ଭାରତର କମାଣ ସମ୍ଭାଳି ଥିଲେ ସେମାନେ ବିଭାଜନ ଲାଗି ପ୍ରସ୍ତୁତ ହେଲେ? ମୁଁ ସେକଥାକୁ ଏଠାରେ ବିସ୍ତାରିତ ଭାବେ ଆଲୋଚନା କରିବାକୁ ଚାହୁଁନାହିଁ ।

ଆପଣମାନେ ଭଲ ଭଲ ବହି ପଢ଼ନ୍ତୁ, ପୂର୍ବାଗ୍ରହ ମୁକ୍ତ ଇତିହାସକାରମାନଙ୍କ ରଚନା ପଢ଼ନ୍ତୁ । ଆପଣମାନଙ୍କୁ ସତ କଥା ମାଲୁମ୍‌ ପଡ଼ିଯିବ । କିନ୍ତୁ ଆଜି ଏବେ ନାଗରିକତା ସଂଶୋଧନ ଆଇନକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି । ଯେଉଁ ବିରୋଧ କରାଯାଉଛି, ତାହା ପଛରେ ଥିବା ସତ୍ୟକୁ ଜାଣିବା ସକାଶେ ଦେଶର ଯୁବଶକ୍ତିଙ୍କୁ ଜାଗ୍ରତ ହେବା ଏକାନ୍ତ ଆବଶ୍ୟକ ।

ସାଥୀଗଣ,

ସ୍ୱତନ୍ତ୍ରତା ଲାଭ ପରଠାରୁ ସ୍ୱାଧୀନ ଭାରତ ପାକିସ୍ତାନରେ, ବାଂଲାଦେଶରେ, ଆଫଗାନିସ୍ତାନରେ ଯେଉଁ ହିନ୍ଦୁ, ଶିଖ୍‌, ଏବଂ ଅନ୍ୟ ଅଳ୍ପସଂଖ୍ୟକ ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲା ଯେ ଯଦି ସେମାନଙ୍କର ଆବଶ୍ୟକ ପଡ଼ିବ, ତା’ହେଲେ ସେମାନେ ଭାରତ ଆସିପାରିବେ ଏବଂ ଭାରତ ସେମାନଙ୍କ ସହିତ ଠିଆହେବ ।

ଏହି ଇଚ୍ଛା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ଥିଲା । ଏହି ମାନସିକତା 1950 ମସିହାରେ ସ୍ୱାକ୍ଷରିତ ନେହରୁ- ଲିଆକତ୍‌ ରାଜିନାମାର ହିଁ ଥିଲା । ସେହିସବୁ ଦେଶରେ ଯେଉଁ ଲୋକମାନଙ୍କ ଉପରେ ଆସ୍ଥା କାରଣରୁ ଅତ୍ୟାଚାର ହେଉଛି, ଭାରତର ଦାୟିତ୍ୱ ଥିଲା ଯେ ସେମାନଙ୍କୁ ଭାରତ ଶରଣ ପ୍ରଦାନ କରିବ । ସେମାନଙ୍କୁ ଭାରତ ନାଗରିକତା ପ୍ରଦାନ କରିବ । କିନ୍ତୁ ଏହି ବିଷୟକୁ ନେଇ ଏବଂ ଏଭଳି ହଜାର ହଜାର ଲୋକମାନଙ୍କ ଆଡ଼ୁ ମୁହଁ ଫେରାଇ ନିଆଗଲା ।

ସେହିସବୁ ଲୋକମାନଙ୍କ ଉପରେ ହୋଇଥିବା ଐତିହାସିକ ଅନ୍ୟାୟକୁ ରୋକିବା ସକାଶେ, ଭାରତର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି ଆଜି ଯେତେବେଳେ ଆମ ସରକାର ନାଗରିକତା ସଂଶୋଧନ ଆଇନକୁ ନେଇ ଆଗକୁ ଆସିଲା, ସେହିସବୁ ପ୍ରତାଡ଼ିତ ଓ ଅତ୍ୟାଚାରର ଶିକାର ହୋଇଥିବା ଲୋକମାନଙ୍କୁ ନାଗରିକତା ପ୍ରଦାନ କଲା, ସେତେବେଳେ କିଛି ରାଜନୈତିକ ଦଳ ନିଜର ଭୋଟବ୍ୟାଙ୍କ୍‌ ଉପରେ କବଜା କରିବାର ସ୍ପର୍ଦ୍ଧାରେ ଲାଗିଛନ୍ତି ।

ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ ନିର୍ଦ୍ଦିଷ୍ଟ ଭାବେ ସେମାନେ କାହା ସ୍ୱାର୍ଥ ଲାଗି କାର୍ଯ୍ୟ କରୁଛନ୍ତି ?

ପାକିସ୍ତାନରେ ସଂଖ୍ୟାଲଘୁ ଲୋକମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏଭଳି ଲୋକମାନଙ୍କୁ କାହିଁକି ଦେଖାଯାଉନାହିଁ ?

କେବଳ ଆସ୍ଥା କାରଣରୁ ହିଁ ପାକିସ୍ତାନରେ ସେଭଳି ଝିଅମାନଙ୍କ ଉପରେ ଯେଉଁଭଳି ଭାବେ ଜୁଲୁମ୍‌ କରାଯାଉଛି, ସେମାନଙ୍କ ଉପରେ ବଳାତ୍କାର କରାଯାଉଛି, ସେମାନଙ୍କୁ ଅପହରଣ କରାଯାଉଛି, ସେହିସବୁ ଘଟଣାକୁ ମିଛ ବୋଲି କହିବା ସକାଶେ ଏ ଲୋକମାନେ କାହିଁକି ଏତେ ଜିଦ୍‌ ଧରି ବସିଛନ୍ତି ?

ସାଥୀଗଣ, ସେମାନଙ୍କ ଭିତରେ କିଛି ଲୋକ ଶୋଷିତଙ୍କ ସ୍ୱର ବୋଲି ନିଜକୁ ପରିଚିତ କରୁଛନ୍ତି । ସେମାନେ ସେଇ ଲୋକ ଯେଉଁମାନଙ୍କୁ ପାକିସ୍ତାନରେ ଶୋଷିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଦୃଶ୍ୟ ହେଉନାହିଁ । ଏ ଲୋକମାନେ ଭୁଲି ଯାଉଛନ୍ତି ଯେ ପାକିସ୍ତାନରୁ ଯେଉଁ ଲୋକମାନେ ଧାର୍ମିକ ଭାବେ ପ୍ରତାଡ଼ିତ ହୋଇ ଭାରତକୁ ପଳାଇ ଆସୁଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଶୋଷିତ ବର୍ଗର ।

ସାଥୀଗଣ,

କିଛି ଦିନ ପୂର୍ବରୁ ପାକିସ୍ତାନରେ ସେଠାକାର ସେନା ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ସେ ଦେଶର ସେନା ବିଭାଗରେ ସଫେଇ କର୍ମଚାରୀ ନିଯୁକ୍ତି କରାଯାଇଥିଲା । ସେ ବିଜ୍ଞାପନରେ କ’ଣ ଲେଖା ଯାଇଥିଲା, ଆପଣମାନେ ସେ କଥା ଜାଣିଛନ୍ତି ?

ସେଥିରେ ଉଲ୍ଲେଖ ଥିଲା- ସଫେଇ କର୍ମଚାରୀ ପଦ ପାଇଁ ସେଇମାନେ ଆବେଦନ କରିପାରିବ ଯେଉଁମାନେ ମୁସଲମାନ ହୋଇନଥିବେ । ଅର୍ଥାତ୍‌, ସେ ବିଜ୍ଞାପନ କାହା ଲାଗି ଉଦ୍ଦିଷ୍ଟ ଥିଲା ? ଆମର ସେଇ ଶୋଷିତ ଭାଇ ଭଉଣୀମାନଙ୍କ ଲାଗି । ସେମାନଙ୍କୁ ସେଠାରେ ସେଇ ନଜରରେ ଦେଖାଯାଉଛି । ଏହା ହେଉଛି ପାକିସ୍ତାନର ସ୍ଥିତି ।

ସାଥୀଗଣ,

ଦେଶ ବିଭାଜନ ସମୟରେ ଅନେକ ଲୋକ ଭାରତ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ । କିନ୍ତୁ ସେଠାକୁ ଯିବା ପରେ ସୁଦ୍ଧା ସେଠାକାର ଲୋକମାନେ ଏଠାରେ ଛାଡ଼ି ଯାଇଥିବା ସମ୍ପତ୍ତି ଉପରେ ନିଜର ମାଲିକାନା ଦାବି କରି ଚାଲିଥିଲେ ।

ଆମର ସହରଗୁଡ଼ିକରେ ମଝିରେ ମଝିରେ ମୁଣ୍ଡ ଟେକି ଠିଆ ହୋଇଥିବା, ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କାର ଏହି ସମ୍ପତ୍ତି ଉପରେ ଭାରତର ହକ୍‌ ହୋଇଥିବା ସତ୍ତ୍ୱେ ଏହା ଦେଶର କୌଣସି କାମରେ ଆସୁନଥିଲା । ଦଶନ୍ଧି ଦଶନ୍ଧି ଧରି ଶତ୍ରୁପକ୍ଷ ସମ୍ପତ୍ତି ବିଲକୁ ଲଟକାଇ ରଖା ଯାଇଥିଲା । ଯେତେବେଳେ ଆମେ ଏହାକୁ ଲାଗୁ କରିବା ସକାଶେ ସଂସଦକୁ ସେହି ବିଲକୁ ଆଣି ଆସିଲୁ, ସେ ବିଲକୁ ଆଇନରେ ପରିଣତ କରିବା ଲାଗି ଆମକୁ ଯଥେଷ୍ଟ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥିଲା ।

ମୁଁ ପୁଣି ଥରେ ପଚାରୁଛି- କାହାର ହିତ ସାଧନ ପାଇଁ ଏପରି କରାଯାଇଥିଲା ?

ଯେଉଁ ଲୋକମାନେ ଏବେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ସକାଶେ ଆଗକୁ ବାହାରିଛନ୍ତି, ସେହି ଲୋକମାନେ ଶତ୍ରୁପକ୍ଷ ସମ୍ପତ୍ତି ଆଇନକୁ କାହିଁକି ବିରୋଧ କରୁଥିଲେ?

ସାଥୀଗଣ,

ଦେଶ ବିଭାଜନ ପରେ ଭାରତ ଏବଂ ସେତେବେଳର ପୂର୍ବ ପାକିସ୍ତାନ, ଆଜି ଯାହା ବାଂଲାଦେଶ ଭାବେ ପରିଚିତ, ଦୁହିଙ୍କ ଭିତରେ କିଛି କ୍ଷେତ୍ରର ସୀମାକୁ ନେଇ ବିବାଦ ଚାଲିଥିଲା । ଏହି ବିବାଦକୁ ସମାଧାନ କରିବା ପାଇଁ ମଧ୍ୟ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନଥିଲା ।

ଯଦି ସୀମା ବିବାଦିତ ରହିବ ତା’ହେଲେ ଅନୁପ୍ରବେଶ କେମିତି ରୋକାଯାଇ ପାରିବ?

ନିଜର ହିତ ସାଧନ ସକାଶେ ବିବାଦକୁ ଲଟକାଇ ରଖ, ଅନୁପ୍ରବେଶକାରୀମାନଙ୍କୁ ଦେଶ ଭିତରକୁ ପ୍ରବେଶ ଲାଗି ସୀମାକୁ ଖୋଲାମେଲା ଛାଡ଼ିଦିଅ, ନିଜର ରାଜନୀତିକୁ ଜାରିରଖ, ଏଇ କଥା ଆମ ଦେଶରେ ଚାଲି ଆସିଥିଲା ।

କିନ୍ତୁ ଆମ ସରକାର ଯିଏ ବାଂଲାଦେଶ ସହ ଥିବା ସୀମା ବିବାଦକୁ ସମାଧାନ କଲା । ଆମେ ଦୁଇଟି ମିତ୍ର ରାଷ୍ଟ୍ରଙ୍କ ସହ ମୁହାଁମୁହିଁ ବସି ଖୋଲାମନରେ ଆଲୋଚନା କଲୁ । ଜଣେ ଅନ୍ୟ ଜଣକ କଥାକୁ ମନଧ୍ୟାନ ଦେଇ ଶୁଣିଲୁ । ଜଣେ ଅନ୍ୟ ଜଣକୁ ବୁଝିଲୁ ଏବଂ ଏପରି ଏକ ସମାଧାନ ସୂତ୍ର ବାହାର କଲୁ ଯେଉଁଥିରେ ଉଭୟ ରାଷ୍ଟ ସହମତ ହୋଇପାରିବେ । ମୁଁ ଖୁସି ଯେ ଆଜି କେବଳ ସୀମା ବିବାଦ ସମାଧାନ ହୋଇପାରିନାହିଁ, ଅପରନ୍ତୁ ଭାରତ ଏବଂ ବାଂଲାଦେଶ ସଂପର୍କ ଆଜି ଐତିହାସିକ ସ୍ତରରେ ପହଞ୍ଚିଛି । ଆମେ ଦୁହେଁ ପରସ୍ପର ସହ କାନ୍ଧକୁ କାନ୍ଧ ମିଳାଇ ଏବେ ଗରିବୀ ସହ ଲଢ଼ୁଛୁ ।

ସାଥୀଗଣ,

ଦେଶ ବିଭାଜନ ସମୟରେ ଭାରତର ସମୟ କାଗଜ ଉପରେ ଏକ ଖେଞ୍ଚ ଗୁଞ୍ଜି ଦିଆଯାଇଥିଲା । ଦେଶକୁ ଭାଗ ଭାଗ କରି ଦିଆଯାଇଥିଲା । କାଗଜ ଉପରେ ଟଣା ଯାଇଥିବା ଗାର ଦ୍ୱାରା ଗୁରୁଦ୍ୱାର କରତାରପୁର ସାହିବକୁ ଆମେ ଦୂର କରି ଦେଇଥିଲୁ । ତାକୁ ଆମେ ପାକିସ୍ତାନର ଅଂଶ ବିଶେଷ ବନେଇ ଦେଇଥିଲୁ ।

କରତାରପୁର, ଗୁରୁ ନାନକ ଦେବଙ୍କ ଭୂମି ଥିଲା । କୋଟି କୋଟି ଦେଶବାସୀଙ୍କ ଆସ୍ଥା ଏହି ପବିତ୍ର ସ୍ଥାନ ସହିତ ଜଡ଼ିତ ହୋଇ ରହିଆସିଥିଲା । ତାକୁ କାହିଁକି ଛାଡ଼ି ଦିଆଗଲା ? ଯେତେବେଳେ ପାକିସ୍ତାନର 90 ହଜାର ସୈନିକଙ୍କୁ ବନ୍ଦୀ କରାଯାଇଥିଲା, ସେତେବେଳେ କୁହା ଯାଇପାରିଥାନ୍ତା, ଅତି କମ୍‌ରେ କରତାରପୁର ସାହିବକୁ ତ ଆମକୁ ଫେରେଇ ଦିଅ ।

କିନ୍ତୁ ସେପରି ମଧ୍ୟ କରାଯାଇନଥିଲା । ଦଶନ୍ଧି ଦଶନ୍ଧି ଧରି ଶିଖ୍‌ ଶ୍ରଦ୍ଧାଳୁମାନେ ଏହି ପ୍ରତୀକ୍ଷାରେ ରହି ଆସିଥିଲେ ଯେ ସେମାନେ କିଭଳି ସହଜରେ କରତାରପୁର ପହଞ୍ଚିପାରିବେ । ସେମାନଙ୍କ କେମିତି ଏହି ଅବସର ପ୍ରାପ୍ତ ହେବ । ସେମାନେ ଗୁରୁଭୂମିକୁ କେମିତି ଦର୍ଶନ କରିପାରିବେ । କରତାରପୁର କରିଡ଼ୋର ବନାଇ ଏ କାର୍ଯ୍ୟ ବି ଆମରି ସରକାର ସାକାର କରିଛନ୍ତି ।

ସାଥୀଗଣ,

ଶ୍ରୀରାମ ଜନ୍ମଭୂମି ମାମଲା ଦଶନ୍ଧି ଦଶନ୍ଧି ଧରି ଅଦାଲତରେ ଲଟକି ରହିଥିଲା । ତା’ ପଛରେ ବି ଏ ଲୋକମାନଙ୍କର ଏଭଳି ଚିନ୍ତାଧାରା ନିହିତ ଥିଲା- ନିଜର ରାଜନୈତିକ ସ୍ୱାର୍ଥ ପାଇଁ ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ଲଟକାଇ ରଖିବା , ଦେଶର ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରି ଏ ଲୋକମାନେ ଅଦାଲତରେ ଚକ୍କର କାଟି ଚାଲିଥିଲେ । ସେମାନଙ୍କର ଉଦେ୍ଦଶ୍ୟ କୌଣସି ପ୍ରକାରେ ହେଉ ଶୁଣାଣି ଟଳିଯାଉ । ଅଦାଲତ ତାଙ୍କର ଫଇସଲା ଶୁଣାଇ ନପାରନ୍ତୁ । ଏଥିପାଇଁ ସେମାନେ କି କି ଉପାୟ ଯେ ଅବଲମ୍ବନ କରିନଥିଲେ । ସେକଥା ଦେଶ ଭଲଭାବେ ଲକ୍ଷ୍ୟ କରିଛି । ସେମାନଙ୍କର ସବୁ ଚାଲ୍‌ ଉପରୁ ଆମ ସରକାର ପର୍ଦ୍ଦା ଉଠାଇଛି । ଯେଉଁ ପ୍ରତିବନ୍ଧକ ସେମାନେ ଲଗାଇଥିଲେ ସେସବୁକୁ ହଟାଇଛୁ ଏବଂ ଆଜି ଏତେ ମହତ୍ତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ମାମଲାର ଫଇସଲା ବି ହୋଇପାରିଛି ।

ସାଥୀଗଣ,

ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ପୁରୁଣା ସମସ୍ୟାବଳୀକୁ ସମାଧାନ କରି ଚାଲିଥିବା ଆମ ସରକାରର ସିଦ୍ଧାନ୍ତ ଉପରେ ଯେଉଁ ଲୋକମାନେ ସାମ୍ପ୍ରଦାୟିକତାର ରଙ୍ଗ ବୋଳିବାକୁ ଚାହୁଁଛନ୍ତି, ସେମାନଙ୍କର ଅସଲ ଚେହେରା ବି ଦେଶ ଦେଖିସାରିଛି ଏବଂ ଏବେ ମଧ୍ୟ ଦେଖି ଚାଲିଛି ।

ମୁଁ ପୁଣି ଥରେ କହୁଛି- ଦେଶ ଦେଖୁଛି ସେମାନଙ୍କର ରବୟା ସେ କଥାକୁ ବି ବୁଝିଛି । ଚୁପ୍‌ ରହିଛି, କିନ୍ତୁ ସବୁ ବୁଝିପାରୁଛି । ଭୋଟବ୍ୟାଙ୍କ ପାଇଁ କେମିତି ଦଶନ୍ଧି ଦଶନ୍ଧି ଧରି ଏହି ଲୋକମାନେ ମନଗଢ଼ା ମିଛ ପ୍ରଚାର କରି ଚାଲିଥିଲେ । ସେକଥାକୁ ବି ଦେଶ ଜାଣିସାରିଛି ।

ସମାଜର ଭିନ୍ନ ଭିନ୍ନ ସ୍ତରରେ ବସି ରହିଥିବା ଏହିସବୁ ଲୋକମାନଙ୍କର ଏବେ ସଂପୂର୍ଣ୍ଣ ରୂପେ ମୁଖା ଖୋଲି ଯାଇଛି । ସେମାନଙ୍କୁ ଲୋକମାନେ ଚିହ୍ନି ପାରିଛନ୍ତି । ସେମାନଙ୍କର ଉଦ୍ଦେଶ୍ୟକୁ ବି ବୁଝି ପାରିଛନ୍ତି । ପ୍ରତି ଦିନ ଏହିସବୁ ଲୋକ ଦେଉଥିବା ବିବୃତ୍ତି, ତାକୁ ଓ ତା’ ପଛରେ ଥିବା ସେମାନଙ୍କର ଚିନ୍ତାଧାରା ବି ପଦାରେ ପଡ଼ିଯାଇଛି । ଆମେ ତାକୁ ପଦାରେ ପକାଇ ଚାଲିଛୁ ।

ଏମାନେ ସେଇ ଲୋକ ଯେଉଁମାନେ ନିଜ ହିତକୁ ସଦାବେଳେ ଦେଶ ହିତ ଉପରେ ହିଁ ସ୍ଥାପନ କରି ଆସିଥିଲେ । ଏଭଳି ଲୋକମାନେ ଭୋଟବ୍ୟାଙ୍କ୍‌ ପଲିଟିକ୍ସ କରି ସମସ୍ୟାଗୁଡ଼ିକୁ ଦଶନ୍ଧି ଦଶନ୍ଧି ଧରି ଅସମାହିତ ରଖି ଆସିଥିଲେ । ସେଗୁଡ଼ିକର ସମାଧାନ କରାଇ ଦେଉନଥିଲେ ।

ସାଥୀଗଣ,

ଆଜି ଯେଉଁ କ୍ୟାଡ଼େଟମାନେ ଏଠାରେ ଉପସ୍ଥିତ ରହିଛ, ଆପଣମାନଙ୍କ ଜନ୍ମର ଢ଼େର୍‌ ପୂର୍ବରୁ , ଏହା 1985-86 ମସିହାର କଥା, ଯେତେବେଳେ ଦେଶର ସର୍ବୋଚ୍ଚ ଅଦାଲତ, ଅର୍ଥାତ୍‌, ଆମର ସୁପ୍ରିମ କୋର୍ଟ ମୁସଲମାନ ମହିଳାମାନଙ୍କୁ, ଦେଶର ଅନ୍ୟ ଭଉଣୀ- କନ୍ୟାମାନଙ୍କ ପରି ଅଧିକାର ଦେଇ ଐତିହାସିକ ଏକ ରାୟ ଶୁଣାଇଥିଲେ । କିନ୍ତୁ ଏହି ଲୋକମାନେ ସୁପ୍ରିମ କୋର୍ଟଙ୍କ ଫଇସଲାକୁ ବି ଓଲଟାଇ ଦେଇଥିଲେ । ଏତେ ବର୍ଷ ଭିତରେ ଯେଉଁ ହଜାର ହଜାର ଲକ୍ଷ ଲକ୍ଷ ମୁସଲିମ୍‌ ଭଉଣୀ –କନ୍ୟାମାନଙ୍କ ଜୀବନ ତିନି ତଲାକ କାରଣରୁ ନର୍କ ପାଲଟିଛି, କ’ଣ ଏହାର ପ୍ରକୃତ ଦୋଷୀ ସେହିସବୁ ଲୋକମାନେ ନୁହନ୍ତି ? ହଁ, ନିଶ୍ଚିତ ରୂପେ ସେହି ଲୋକମାନେ ।

ସେହିସବୁ ଲୋକମାନଙ୍କ ଦ୍ୱାରା ଆପଣା ଯାଇଥିବା ତୁଷ୍ଟିକରଣ ରାଜନୀତି କାରଣରୁ ମୁସଲମାନ ଭଉଣୀ କନ୍ୟାମାନେ ଦଶକ ଦଶକ ଧରି ତିନି ତଲାକ ଭୟରୁ ମୁକ୍ତି ପାଇପାରୁ ନଥିଲେ । ଯଦ୍ୟପି ବିଶ୍ୱର ଅନେକ ଇସଲାମୀୟ ରାଷ୍ଟ୍ର, ସେମାନଙ୍କ ଦେଶରେ ତିନି ତଲାକକୁ ରଦ୍ଦ କରି ସାରିଥିଲେ । କିନ୍ତୁ ଭାରତରେ ଏହି ଲୋକମାନେ ଏଭଳି ହେବାକୁ ଦେଇନଥିଲେ ।

ଏହା ପଛରେ ସେହି ଚିନ୍ତାଧାରା ଥିଲା- ନା ଆମେ ନିଜେ ବଦଳିବୁ, ନା ଆମେ କାହାକୁ ବଦଳିବାର ସୁଯୋଗ ଦେବୁ ।

ସେଇଥିପାଇଁ ଦେଶ ହିଁ ସେ ଲୋକମାନଙ୍କୁ ବଦଳାଇ ଦେଇଛନ୍ତି । ଏବେ ଆମ ସରକାର ଯିଏ ତିନି ତଲାକ ବିରୁଦ୍ଧରେ ଆଇନ ପ୍ରସ୍ତୁତ କରିଛି । ମୁସଲମାନ ମହିଳାମାନଙ୍କୁ ନୂତନ ଅଧିକାର ପ୍ରଦାନ କରାଯାଇଛି ।

ସାଥୀଗଣ,

ଯେଉଁ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ସେହି ଦିଲ୍ଲୀରେ, ଦେଶର ରାଜଧାନୀରେ, ସ୍ୱାଧୀନତା କରେ ଲକ୍ଷ ଲକ୍ଷ ବିସ୍ଥାପିତ ଲୋକମାନଙ୍କୁ ଥଇଥାନ କରାଯାଇଥିଲା । ସମୟ ଗଡ଼ିବା କ୍ରମେ ଆହୁରି ଲକ୍ଷ ଲକ୍ଷ ଲୋକ ଦିଲ୍ଲୀ ଆସିଥିଲେ ଏବଂ ଏଠାରେ ବସବାସ କରିଥିଲେ । ଦିଲ୍ଲୀରେ ଏଭଳି 1700ରୁ ଅଧିକ କଲୋନୀରେ ବସମାସ କରୁଥିବା ଲୋକମାନଙ୍କୁ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ, ଅନେକ ଘରର ମାଲିକାନା ହକ୍‌ ପ୍ରଦାନ କରାଯାଇନଥିଲା । ଏମିତି ଦେଖିବାରେ ସେ ଘର ସେମାନଙ୍କର ଥିଲା, କିନ୍ତୁ ଆଇନ ଦୃଷ୍ଟିରୁ ତାହା ସେମାନଙ୍କର ନଥିଲା । ଏଭଳି 40 ଲକ୍ଷରୁ ଅଧିକ ଲୋକମାନଙ୍କ ଦାବି ଥିଲା ଯେ ସେମାନଙ୍କୁ ନିଜର ଘରର ମାଲିକାନା ସ୍ୱତ୍ତ୍ୱ ହକ୍‌ ଦିଆଯାଉ ।

କିନ୍ତୁ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କର ଏହି ଦାବି ପ୍ରତି କୌଣସି ଧ୍ୟାନ ଦିଆଯାଇ ନଥିଲା । ଯେତେବେଳେ ଆମ ସରକାର ଏଥିପାଇଁ ପ୍ରୟାସ କଲା, ସେତେବେଳେ ମଧ୍ୟ ଆମକୁ ଆଗକୁ ଅଗ୍ରସର ହେବାବେଳେ ମାର୍ଗ ରୋକ କରାଗଲା ।

ଏହା ଯୁବ ଭାରତର ଚିନ୍ତନ, ନୂତନ ଭାରତର ଚିନ୍ତନ ଯାହା ଦିଲ୍ଳୀର 40 ଲକ୍ଷ ଲୋକଙ୍କ ଜୀବନ ସହିତ ଜଡ଼ିତ ଥିଲା । ସେମାନଙ୍କର ସବୁଠାରୁ ବଡ଼ ଚିନ୍ତା ଦୂର କରାଯାଇ ପାରିଛି । ଆମ ସରକାରଙ୍କ ଫଇସଲାର ସୁଫଳ ହିନ୍ଦୁମାନଙ୍କୁ ମିଳିବ ଏବଂ ମୁସଲମାନ ଲୋକମାନଙ୍କୁ ବି । ଶିଖମାନେ ଏଥିରୁ ଉପକୃତ ହେବେ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟ ।

ସାଥୀଗଣ,

ଆମ ପାଇଁ ପ୍ରତ୍ୟେକ ଦେଶବାସୀ ମହତ୍ତ୍ୱପୂର୍ଣ୍ଣ । ଏବଂ ଏଇଭଳି ଚିନ୍ତାଧାରାର ସହ ଆମେ ଆଗକୁ ବଢ଼ି ଚାଲିଛୁ । ଆସାମରେ ଯେଉଁ ବ୍ରୁ ରିୟାଙ୍ଗ୍‌ ଜନଜାତିର କଥା ମୁଁ ପ୍ରଥମେ ବି କରିଥିଲି, ସେମାନଙ୍କୁ ନିଜ ଭାଗ୍ୟ ଉପରେ ଛାଡ଼ି ଦିଆଯାଇଥିଲା । ସେମାନଙ୍କ ଜୀବନରେ ବି ସବୁଠାରୁ ବଡ଼ ଚିନ୍ତା ଥିଲା ଯେ ସେମାନଙ୍କ ସମସ୍ୟା କିଭଳି ସମାହିତ ହୋଇପାରିବ । ଏବଂ ଆମ ସରକାର ହିଁ ସେମାନଙ୍କୁ ଏହି ଦୁଶ୍ଚିନ୍ତାରୁ ମୁକ୍ତ କରିଛନ୍ତି । ସେହିସବୁ ଲୋକମାନଙ୍କୁ ମିଜୋରାମରୁ ପଳାଇଆସି ତ୍ରିପୁରାରେ ଶରଣ ନେବାକୁ ପଡ଼ିଥିଲା । ବର୍ଷ ବର୍ଷ ଧରି ଏହିସବୁ  ଲୋକ ବିସ୍ଥାପିତ ଜୀବନ ବିତାଇ ଆସୁଥିଲେ । ନା ସେମାନଙ୍କର ରହିବାର କୌଣସି ସ୍ଥାୟୀ ଠିକଣା ଥିଲା, ନ ସେମାନଙ୍କର ସନ୍ତାନମାନଙ୍କର କୌଣସି ଭବିଷ୍ୟତ ଥିଲା ।

ପୂର୍ବବର୍ତ୍ତୀ ସରକାରମାନେ ସେମାନଙ୍କର ସମସ୍ୟାଗୁଡ଼ିକୁ ଟାଳି ଚାଲିଥିଲେ । ଆମେ ସମସ୍ତଙ୍କୁ ନିଜ ସାଥିରେ ନେଲୁ ଏବଂ ତାହାର ଏକ ସମାଧାନ ପନ୍ଥା ଖୋଜି ବାହାରକଲୁ । ଆଗାମୀ ବର୍ଷମାନଙ୍କରେ ସରକାର ବ୍ରୁ – ରାୟାଙ୍ଗ୍‌ ଜନଜାତି ଲୋକମାନଙ୍କ ଜୀବନ ସହଜସାଧ୍ୟ କରିବା ଲାଗି 600 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ସାଥୀଗଣ,

ଏଠାରେ ବସିଥିବା ସମସ୍ତ ତରୁଣ ଯୁବକ ଚାହାନ୍ତି ଯେ ଦେଶରୁ ଭ୍ରଷ୍ଟାଚାରର ମୂଳୋତ୍ପାଟନ ହେଉ ।

ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଯୁବକ ଚାହେଁ ଯେ ଦେଶରୁ ଭ୍ରଷ୍ଟାଚାରର ମୂଳୋତ୍ପାଟନ ହେଉ । ଭ୍ରଷ୍ଟାଚାର ଆମ ଦେଶର ସକଳ ପ୍ରକାର ସାଧନ ଓ ସଂସାଧନକୁ ଟିଙ୍କ ପରି ଶୋଷି ଚାଲିଛି । ଏହା ଧନୀମାନଙ୍କୁ ଆହୁରି ଧନୀ କରିଦେଲା, ଗରିବଙ୍କୁ ଆହୁରି ଗରିବରେ ପରିଣତ କରିଦେଲା । ଏପରିକି ଦେଶର ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଥରେ କହିଥିଲେ ଯେ କେନ୍ଦ୍ର ସରକାର ଗରିବମାନଙ୍କ ପାଇଁ ଯଦି ଏକ ଟଙ୍କା ପଠାଉଛି ସେଥିରୁ ମାତ୍ର 15 ପଇସା ଉଦ୍ଦିଷ୍ଟ ଲୋକଙ୍କ ନିକଟରେ ପହଞ୍ଚୁଛି । ଏଭଳି ସ୍ଥିତି ଆସି ପହଞ୍ଚିଥିଲା । କିନ୍ତୁ ଏହାକୁ ବଦଳାଇବା ସକାଶେ କ’ଣ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ? କେବଳ ଖାନାପୁରୀ- କେବଳ ଲୋକ ଦେଖାଣିଆ ସଚ୍ଚୋଟପଣିଆ ଦ୍ୱାରା ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରାଯାଇନାହିଁ ।

ଆମ ସରକାର ଜନଧନ ଆଧାର ଏବଂ ମୋବାଇଲ ଶକ୍ତି ଦ୍ୱାରା, ଆଧୁନିକ ପ୍ରଯୁକ୍ତିର ସାହାଯ୍ୟ ନେଇ ଏଭଳି ଭ୍ରଷ୍ଟାଚାରକୁ ଯଥେଷ୍ଟ ମାତ୍ରାରେ କାବୁ କରି ପାରିଛି । ଆମ ସରକାର ଏଭଳି କରିବା ଦ୍ୱାରା, 1 ଲକ୍ଷ 70 ହଜାର କୋଟି ଟଙ୍କାରୁ ଅଧିକ ଭୁଲ୍‌ ହାତକୁ ଚାଲିଯିବାରୁ ବଞ୍ଚାଯାଇ ପାରିଛି ।

ସାଥୀଗଣ,

1988 ମସିହାରେ ଦେଶରେ ଗୋଟିଏ ଆଇନ ବନିଥିଲା ଯେ ବେନାମୀ ସମ୍ପତ୍ତି ବିରୁଦ୍ଧରେ ଦେଶର ସଂସଦ ଏହାକୁ ଗୃହୀତ କରିଥିଲା । କିନ୍ତୁ 28 ବର୍ଷ ପର୍ଯ୍ୟନ୍ତ ଏହି କାନୁନକୁ ଲାଗି କରାଗଲା ନାହିଁ । ବେନାମୀ ସମ୍ପତ୍ତି ବିରୁଦ୍ଧରେ ଯେଉଁ ଆଇନକୁ ଏହି ଲୋକମାନେ ଅଳିଆ ଡ଼ବାରେ ଫିଙ୍ଗି ଦେଇଥିଲେ ।

 ଆମ ସରକାର କ୍ଷମତାକୁ ଆସିବା ପରେ ହିଁ ଏହା କେବଳ ବେନାମୀ ସମ୍ପତ୍ତି ଆଇନକୁ ଲାଗି କରିନାହିଁ ଅପରନ୍ତୁ ହଜାର ହଜାର କୋଟି ଟଙ୍କାର ଅବୈଧ ସମ୍ପତ୍ତି ଏହି ଆଇନ ବଳରେ ଜବତ ମଧ୍ୟ କରାଯାଇ ସାରିଛି ।

ମୁଁ ଆପଣମାନଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ । କାରଣ ଏହାର ଉତ୍ତର ଶୁଣି ଆପଣମାନେ ଆହୁରି ଚମକି ଉଠିବେ ।

ଆପଣମାନଙ୍କ ଘରେ ଯେତେ ବଡ଼ ରୋଷେଇ ହୁଏ, କ’ଣ ସେତେ ସ୍ଥାନକୁ 400-500 ଲୋକ ଆସି ପାରିବେ ?

ନାହିଁ ନା!!!

ଆଚ୍ଛା ମୋତେ ଆଉ ଗୋଟିଏ କଥା କହନ୍ତୁ, କ’ଣ ରୋଷେଇ ଯେତେ ଯେତେ ସ୍ଥାନରେ 2 ହଜାର, 3 ହଜାର ଲୋକ ଆସିପାରିବେ କି ?

ନାହିଁ ନା!!!

ମୋତେ ବି ସେ କଥା ମାଲୁମ ଅଛି । କିନ୍ତୁ ପୂର୍ବରୁ ଦେଶରେ କେବଳ କାଗଜ କଲମରେ ଏଇଭଳି ଘଟଣା ହିଁ ଘଟି ଚାଲିଥିଲା । ରୋଷେଇ ଯେତେ ଯେତେ ସ୍ଥାନରେ ଦେଶରେ ହେଉଥିଲା, ଚାରି ପାଞ୍ଚ ଶହ, ପାଞ୍ଚ ପାଞ୍ଚ ଶହ କମ୍ପାନୀ ଚାଲିଥିଲା । କାଗଜ କଲମରେ ବି ସେହିସବୁ କମ୍ପାନୀରେ କିଛି କିଛି କର୍ମଚାରୀ ମଧ୍ୟ ହେଉଥିଲେ ।

ସେସବୁ କମ୍ପାନୀମାନେ କେଉଁ କାର୍ଯ୍ୟରେ ଆସୁଥିଲେ ? ସେଠାକାର କଳା ଧନ ଏଠାରେ ଆଣି ରଖିବା, ଏବଂ ଏଠାକାର କଳାଧନକୁ ନେଇ ସେଠାରେ ରଖିବା ସେମାନଙ୍କର ଏକମାତ୍ର କାର୍ଯ୍ୟ ଥିଲା ।

ଆମ ସରକାର ଏହିପରି ଭାବେ ସାଢ଼େ ତିନି ଲକ୍ଷରର ଅଧିକ ସନ୍ଦିଗ୍ଧ ସେଲ୍‌ କମ୍ପାନୀଙ୍କୁ ସଂପୂର୍ଣ୍ଣ ବନ୍ଦ୍‌ କରିଦେଇଛି ।

ଏ କାମ ବି ପୂର୍ବରୁ ହୋଇ ପାରିଥାନ୍ତା କିନ୍ତୁ ମନୋଭାବ ନଥିଲା । ଯୁବା ଭାରତବାଲା ଚିନ୍ତାଧାରା ହିଁ ନଥିଲା ।

ଆମେ ସମସ୍ୟାଗୁଡ଼ିକର ସମାଧାନ ସୂତ୍ର ବାହାର କରିବାକୁ ଚାହୁଁଛୁ, ସେଗୁଡ଼ିକୁ ଲଟକାଇ ରଖିବା ଚାହୁଁନାହୁଁ ।

ଜିଏସଟି ପ୍ରସଙ୍ଗ ହୋଇଥାଉ, ଗରିବମାନଙ୍କ ସକାଶେ ଆରକ୍ଷଣ ବ୍ୟବସ୍ଥା କରାଯିବା ନିଷ୍ପତ୍ତି ହୋଇଥାଉ, ଦୁଷ୍କର୍ମ ଭଳି ଜଘଣ୍ୟ ଅପରାଧ ପାଇଁ ଫାଶିଦଣ୍ଡ ଆଇନ ହୋଇଥାଉ, ଆମ ସରକାର ଏଭଳି ଯୁବ ଭାବନାର ସହିତ ଲୋକମାନଙ୍କ ବର୍ଷ ବର୍ଷର ଦାବିକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିଆସୁଛି ।

ସାଥୀଗଣ,

ବିଂଶ ଶତାବ୍ଦୀର 50 ବର୍ଷ ଏବଂ ଏକବିଂଶ ଶତାବ୍ଦୀର 15-20 ବର୍ଷ, ଆମେ ଦଶନ୍ଧି ଦଶନ୍ଧିର ପୁରୁଣା ସମସ୍ୟାଗୁଡ଼ିକ ସହିତ ଜୀବନ ବଞ୍ଚôବାକୁ ଯେଭଳି ଆମର ଅଭ୍ୟାସରେ ପରିଣତ ହୋଇସାରିଥିଲା ।

ଯେକୌଣସି ରାଷ୍ଟ୍ର ପାଇଁ ଏଭଳି ସ୍ଥିତି କଦାପି ଉଚିତ ନୁହେଁ । ଆମେ ଭାରତବାସୀ କଦାପି ଏଭଳି ହେବାକୁ ଦେବୁନାହିଁ । ଆମର କର୍ତ୍ତବ୍ୟ ହେଉଛି ଏଇଆ ଯେ ଆମେ ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ଏଭଳି ସମସ୍ୟାଗୁଡ଼ିକ କବଳରୁ ଦେଶକୁ ମୁକ୍ତ କରିବା ଆବଶ୍ୟକ ।

ଆମେ ଆମର ଭବିଷ୍ୟତ ପିଢ଼ିମାନଙ୍କୁ, ଏଭଳି ସମସ୍ୟା ଘେରରେ ରଖିଯିବାକୁ ଚାହିଁବା କି ? ଯଦି ତାହା କରେ ତେବେ ଦେଶ ପ୍ରତି ଘୋର ଅନ୍ୟାୟ କରିବା । ଆମେ କଦାପି ଏଭଳି ହେବାକୁ ଦେଇ ପାରିବାନାହିଁ ।

ଏବଂ ସେଇଥିପାଇଁ, ମୁଁ ଆଗାମୀ ପିଢ଼ିମାନଙ୍କ ସକାଶେ, ଦେଶର ଯୁବ ସମ୍ପ୍ରଦାୟଙ୍କ ଭଲ ପାଇଁ, ସମସ୍ତ ରାଜନୈତିକ ପ୍ରପଞ୍ଚମାନଙ୍କ ସହ ମୁକାବିଲା କରିଚାଲିଛି ।

ମୁଁ ସେଭଳି ଲୋକମାନଙ୍କ ସମସ୍ତ ଚକ୍ରାନ୍ତକୁ ଭଣ୍ଡୁର କରି ଦେଉଛି, ତାହା ହେଲେ ଦେଶ ସଫଳ ହୋଇପାରିବ । ମୁଁ ସମଗ୍ର ଆଲୋଚନା, ସମସ୍ତ ଗାଳିକୁ ସାମ୍ନା କରୁଛି । ତା’ହେଲେ ଆମର ଆଗାମୀ ପିଢିଙ୍କୁ ଏଭଳି ସ୍ଥିତି ଭିତର ଦେଇ ଯିବାକୁ ପଡ଼ିବନାହିଁ ।

ମୁଁ ପ୍ରତ୍ୟେକ ଗାଳି ପାଇଁ, ପ୍ରତ୍ୟେକ ଆଲୋଚନା ପାଇଁ, ପ୍ରତ୍ୟେକ ଅତ୍ୟାଚାର ସହ୍ୟ କରିବା ସକାଶେ ପ୍ରସ୍ତୁତ ଅଛି । କିନ୍ତୁ ଦେଶକୁ ଏଭଳି ପରିସ୍ଥିତି ଭିତରେ ଅଟକାଇ ରଖିବା ଲାଗି କଦାପି ପ୍ରସ୍ତୁତ ନୁହେଁ ।

ଆଜିକାଲି ଏ ଲୋକ ପ୍ରୋପାଗଣ୍ଡା ପ୍ରସାର କରୁଛନ୍ତି । ବିଦେଶୀ ଗଣମାଧ୍ୟମର ନିଜଭଳି ଲୋକମାନଙ୍କ ଦ୍ୱାରା ଏକଥା ପ୍ରଚାର କରୁଛନ୍ତି ଯେ ଆମ ସରକାର ଯେଉଁ ଯେଉଁ ନିଷ୍ପତ୍ତି ନେଇଛି, ତାହା ଦ୍ୱାରା ମୋଦିର ପ୍ରତିଷ୍ଠାକୁ ଚୋଟ ପହଞ୍ଚାଇଛି । ମୋଦି ଏଭଳି କଥା ପାଇଁ ଜନ୍ମ ନେଇନାହିଁ । ଏ ଲୋକମାନେ ବଦଳୁଥିବା ଭାରତକୁ ଭଲଭାବେ ଚିହ୍ନି ପାରିନାହାନ୍ତି ।

ସେମାନଙ୍କର ଚାପକୁ ସାମ୍ନା କରି କରି ମୋର ବର୍ଷ ବର୍ଷ ବିତିସାରିଛି । ଏ ଲୋକମାନେ ନିଜକୁ ଯେତିକି ଜାଣି ନାହାନ୍ତି, ତା’ଠାରୁ ଅଧିକ ସେମାନଙ୍କର ରଙ୍ଗଢ଼ଙ୍ଗ ଏବଂ ପ୍ରତ୍ୟେକ ଚାଲ ସହିତ ମୁଁ ପରିଚିତ । ତେଣୁ ଏ ଲୋକମାନେ କୌଣସି ପ୍ରକାର ଭ୍ରମରେ ନରହିବା ଉଚିତ ।

ସାଥୀଗଣ,

ଦେଶ ଅନେକ ଅନେକ ସମସ୍ୟା ଘେରରେ ବାନ୍ଧିହୋଇ ରହିଛି, ଆଗକୁ କେମିତି ଅବା ବଢ଼ି ପାରିବ?

ଆମେ ସେସବୁ ସମସ୍ୟାଗୁଡ଼ିକର ସମାଧାନ କରିଚାଲିଛୁ ଏବଂ ସେଭଳି ବେଡ଼ିକୁ ଭାଙ୍ଗି ଦେଶକୁ ମୁକ୍ତ କରୁଛୁ ।

ଆମକୁ ଏ ଦେଶକୁ ମଜଭୁତ କରିବାକୁ ପଡ଼ିବ । ଆମକୁ ହିଁ ବିକାଶର ନୂତନ ଶୀର୍ଷ ଛୁଇଁବାକୁ ପଡ଼ିବ ।

2022 ମସିହାରେ, ଯେତେବେଳେ ଆମେ ଆମ ସ୍ୱାଧୀନତା ଲାଭର 75ତମ ପର୍ବ ମନାଇବା, ସେତେବେଳେ ଏଭଳି ଅନେକ ସମସ୍ୟାବଳୀରୁ ଆମକୁ ଦେଶକୁ ସବୁଦିନ ପାଇଁ ମୁକ୍ତ କରିବାକୁ ପଡ଼ିବ ।

ସ୍ୱାଧୀନତା ପ୍ରାପ୍ତି ପରଠାରୁ ଦେଶର ଲାଗି ରହିଥିବା ସମସ୍ୟାଗୁଡ଼ିକରୁ ମୁକ୍ତି ହିଁ ଏହି ଦଶକରେ ନୂତନ ଭାରତକୁ ସଶକ୍ତ କରିବ । ଯେତେବେଳେ ଦେଶ ସଂପୂର୍ଣ୍ଣ ସମସ୍ୟାଗୁଡ଼ିକୁ ସମାପ୍ତ କରି ଆଗକୁ ବଢ଼ିବ, ସେତେବେଳେ ଦେଶରେ ସାମର୍ଥ୍ୟ ସର୍ବତ୍ର ପରିଲକ୍ଷିତ ହେବ ।

ଭାରତର ଶକ୍ତି ସେଠାରେ ଲାଗିବ, ଯେଉଁଠି ତାହା ଲାଗିବା ଦରକାର ।

ଚତୁର୍ଥ ଔଦ୍ଦ୍ୟୋଗିକ ବିପ୍ଳବରେ ଭାରତକୁ , ଯୁବରା ଭାରତକୁ ବହୁତ ବଡ଼ ଭୂମିକା ସଂପାଦନ କରିବାକୁ ପଡ଼ିବ । ଆମକୁ ଆମର ଅର୍ଥ ବ୍ୟବସ୍ଥାକୁ ନୂତନ ଉଚ୍ଚତାରେ ପହଞ୍ଚାଇବାକୁ ପଡ଼ିବ ।

ଆମେ ସଭିଏଁ ମିଳିମିଶି ଏକ ଆତ୍ମନିର୍ଭର, ସଶକ୍ତ, ସମୃଦ୍ଧ ଏବଂ ସୁରକ୍ଷିତ ଭାରତ ନିର୍ମାଣ କରିବା ।

ସାଥୀଗଣ,

2022 ମସିହା ଏଭଳି ଏକ ବିରାଟ ଅବସର, ଏହି ଦଶକ ଆମମାନଙ୍କ ସମସ୍ତଙ୍କ ପାଇଁ ଏକ ବଡ଼ ଅବସର  । ଏହାର ସବୁଠାରୁ ବଡ଼ ସାମର୍ଥ୍ୟ ହେଲା ଆମର ଯୁବାଶକ୍ତି । ଏହି ଶକ୍ତିକୁ ଦେଶ ସଦାବେଳେ ଉପଯୋଗ କରି ଆସିଛି ଏବଂ ଏହି ଶକ୍ତି ଏ ଦଶନ୍ଧିକୁ ମଧ୍ୟ ଉପଯୁକ୍ତ ଭାବେ ସମ୍ଭାଳିବ ।

ଆସନ୍ତୁ, କର୍ତ୍ତବ୍ୟ ପଥରେ ଆମେ ସଭିଏଁ ଆଗକୁ ଅଗ୍ରସର ହେବା ।

ସମସ୍ୟାଗୁଡ଼ିକର ସମାଧାନ ସାମ୍ନାରେ ରହିଛି । ଏବେ ରାଷ୍ଟ୍ର ନିର୍ମାଣର ନୂତନ ଲକ୍ଷ୍ୟ ଆମକୁ ଅପେକ୍ଷା କରି ରହିଛି ।

ଏହି ଲକ୍ଷ୍ୟସ୍ଥଳରେ ଆମେ ସଭିଏଁ ମିଳିମିଶି ପହଞ୍ଚିବା । ନିଶ୍ଚୟ ପହଞ୍ଚିବା । ଏହି ବିଶ୍ୱାସର ସହ ମୁଁ ନିଜର ଭାଷଣ ସମାପ୍ତ କରୁଛି ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ଭାରତ ମାତା କୀ ଜୟ !!!

ଜୟ ହିନ୍ଦ୍‌ !!! 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Patent application filings in India rise 30.2% to 143,000 in 2025-26: Goyal

Media Coverage

Patent application filings in India rise 30.2% to 143,000 in 2025-26: Goyal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the martyrs of Jallianwala Bagh
April 13, 2026
PM shares a Sanskrit Subhashitam on nurturing benevolent forces

The Prime Minister Shri Narendra Modi, today paid his heartfelt homage to the brave martyrs of Jallianwala Bagh. Shri Modi remarked that their sacrifice stands as a powerful reminder of the indomitable spirit of our people.

The Prime Minister also shared a Sanskrit Subhashitam today highlighting the call for industrious people to nurture benevolent forces within society that make the nation prosperous, aware, and self-reliant, while firmly resisting destructive forces that create division, injustice, and discontent.

The Prime Minister wrote on X:

"On this day, we pay our heartfelt homage to the brave martyrs of Jallianwala Bagh. Their sacrifice stands as a powerful reminder of the indomitable spirit of our people. The courage and determination they displayed continue to inspire generations to uphold the values of liberty, justice and dignity.”

“ ਅੱਜ ਦੇ ਦਿਨ, ਅਸੀਂ ਜੱਲ੍ਹਿਆਂਵਾਲਾ ਬਾਗ਼ ਦੇ ਸੂਰਬੀਰ ਸ਼ਹੀਦਾਂ ਨੂੰ ਦਿਲੋਂ ਸ਼ਰਧਾਂਜਲੀ ਭੇਟ ਕਰਦੇ ਹਾਂ। ਉਨ੍ਹਾਂ ਦੀ ਕੁਰਬਾਨੀ ਸਾਡੇ ਲੋਕਾਂ ਦੇ ਕਦੇ ਨਾ ਝੁਕਣ ਵਾਲੇ ਜਜ਼ਬੇ ਦੀ ਮਜ਼ਬੂਤ ਯਾਦ ਦਿਵਾਉਂਦੀ ਹੈ। ਉਨ੍ਹਾਂ ਵੱਲੋਂ ਵਿਖਾਇਆ ਗਿਆ ਹੌਸਲਾ ਅਤੇ ਪੱਕਾ ਇਰਾਦਾ, ਆਉਣ ਵਾਲੀਆਂ ਪੀੜ੍ਹੀਆਂ ਨੂੰ ਆਜ਼ਾਦੀ, ਇਨਸਾਫ਼ ਅਤੇ ਮਾਣ-ਸਨਮਾਨ ਦੀਆਂ ਕਦਰਾਂ-ਕੀਮਤਾਂ ਉੱਤੇ ਪਹਿਰਾ ਦੇਣ ਲਈ ਲਗਾਤਾਰ ਪ੍ਰੇਰਿਤ ਕਰਦਾ ਆ ਰਿਹਾ ਹੈ।”

“जलियांवाला बाग नरसंहार के सभी अमर बलिदानियों को मेरी आदरपूर्ण श्रद्धांजलि। विदेशी हुकूमत की बर्बरता के खिलाफ उनके अदम्य साहस और स्वाभिमान की गाथा देश की हर पीढ़ी को प्रेरित करती रहेगी।

इन्द्रं वर्धन्तो अप्तुरः कृण्वन्तो विश्वमार्यम्।
अपघ्नन्तो अराव्णः॥"

O industrious people! Nurture those benevolent forces within your society that make the nation prosperous, aware and self-reliant. At the same time, firmly resist the destructive forces that create division, injustice and discontent in society.