The inauguration of the Kaynes Semicon facility strengthens India’s push towards self-reliance; It marks an landmark step in building a robust semiconductor ecosystem: PM
India is strengthening its role as a reliable semiconductor supplier in the global market: PM
In 2021, India launched the India Semiconductor Mission; This mission is not just an industrial policy but a declaration of India's confidence: PM
This period of the 21st century is not just a time for economic competition, it is the time to shape the future tech landscape: PM
The technology initiatives India is taking in this decade will strengthen its leadership in the decades to come: PM
21st century India is not merely a witness to change, but is moving forward with the resolve to lead that change: PM

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ଭାଇ ସଂଘଭି, କେନ୍ଦ୍ର କ୍ୟାବିନେଟ୍‌ରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ରାଜ୍ୟ ମନ୍ତ୍ରୀ ଭାଇ ଅର୍ଜୁନ ମୋଧୱାଡିଆ ଜୀ, କେନ୍ସ ଏବଂ ଆଲଫା ଓମେଗା ସେମିକଣ୍ଡକ୍ଟରର ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଉଣୀ ଏବଂ ସଜ୍ଜନମାନେ ।

ଗତ ମାସରେ ଶେଷ ଦିନରେ ମଧ୍ୟ ମୁଁ ସାନନ୍ଦରେ ଥିଲି ଏବଂ ଏହି ମାସର ଶେଷ ଦିନରେ ମଧ୍ୟ ମୁଁ ସାନନ୍ଦରେ ଅଛି । ଫେବୃଆରୀ ୨୮ ତାରିଖରେ ମାଇକ୍ରୋନର ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭ ହୋଇଥିଲା ଏବଂ ଆଜି ମାର୍ଚ୍ଚ ୩୧ ତାରିଖରେ କେନ୍ସ ଟେକ୍ନୋଲୋଜିର ସେମିକଣ୍ଡକ୍ଟର ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭ ହୋଇଛି । ଏହା କେବଳ ଏକ ସଂଯୋଗ ନୁହେଁ; ଏହା ପ୍ରମାଣ ହେଉଛି ଯେ, ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ କେଉଁ ବେଗରେ ବିକଶିତ ହେଉଛି । ମୁଁ କେନ୍ସ ଟେକ୍ନୋଲୋଜିର ସମଗ୍ର ନେତୃତ୍ୱକୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ରମେଶ ରଘୁ, ଅଭିନନ୍ଦନ । ମୁଁ ଗୁଜରାଟ ସରକାର ଏବଂ ଏହି ପ୍ଲାଣ୍ଟରେ କାମ କରୁଥିବା ସମସ୍ତ ସହକର୍ମୀଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆଜି ସକାଳେ ମୁଁ ‘ଡିଭାଇନ୍‌’ ସହିତ ଜଡିତ ଏକ କାର୍ଯ୍ୟକ୍ରମରେ ଥିଲି ଏବଂ ବର୍ତ୍ତମାନ ମୁଁ ‘ଡିଜିଟାଲ’ ସହିତ ଜଡିତ ଏକ କାର୍ଯ୍ୟକ୍ରମରେ ଅଛି ।

ବନ୍ଧୁଗଣ,

ମୁଁ ମଧ୍ୟ ଅତ୍ୟନ୍ତ ଖୁସି ଯେ ଏକ ଭାରତୀୟ କମ୍ପାନୀ ସେମିକଣ୍ଡକ୍ଟର ଚିପ୍ସ ତିଆରି କରିବାରେ ଆଗ୍ରହ ଦେଖାଇଲା ଏବଂ ଏହାର ଫଳାଫଳ ଆମ ସମସ୍ତଙ୍କ ସମ୍ମୁଖରେ ଅଛି । ଆମ ଭାରତର ନିଜସ୍ୱ କମ୍ପାନୀ କେନ୍ସ ଏବେ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳର ଏକ ପ୍ରମୁଖ ଅଂଶ ପାଲଟିଛି । ଏହା ଏକ ଅତ୍ୟନ୍ତ ଚମତ୍କାର ଆରମ୍ଭ, ଗର୍ବର ମୁହୂର୍ତ୍ତ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଆଗାମୀ ଦିନରେ, ଅନେକ ଭାରତୀୟ କମ୍ପାନୀ, ବିଶ୍ୱ ସହଯୋଗ ମାଧ୍ୟମରେ, ବିଶ୍ୱକୁ ଏକ ସ୍ଥିର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଦେବାକୁ ଯାଉଛନ୍ତି ।

 

ବନ୍ଧୁଗଣ,

ଆଜିର ଦିନ, ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦିନ ୱାର୍ଲ୍ଡ ମନ୍ତ୍ରକୁ ପ୍ରକୃତ ଅର୍ଥରେ  ସାକାର କରୁଛି । ଏହି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହେବା ସହିତ, ଭାରତ ବିଶ୍ୱ ବଜାରରେ ଏକ ନିର୍ଭରଯୋଗ୍ୟ ସେମିକଣ୍ଡକ୍ଟର ଯୋଗାଣକାରୀ ଭାବରେ ନିଜର ସ୍ଥିତି ଆହୁରି ମଜବୁତ କରୁଛି । ଆଜି ଏକ ପ୍ରକାରରେ ସାନନ୍ଦ ଏବଂ ସିଲିକନ୍ ଭ୍ୟାଲି ମଧ୍ୟରେ ଏକ ନୂତନ ସେତୁ ଗଠନ ହୋଇଛି । କାଲିଫର୍ଣ୍ଣିଆର ଏକ କମ୍ପାନୀ ପାଇଁ ସାନନ୍ଦର ଏହି ପ୍ଲାଣ୍ଟ ଇଣ୍ଟେଲିଜେଣ୍ଟ ପାୱାର ମଡ୍ୟୁଲ ପ୍ରଦାନ କରୁଛି । ମୋତେ କୁହାଯାଇଛି ଯେ ଏଠାରେ ତିଆରି ହେଉଥିବା ଉତ୍ପାଦର ଏକ ବଡ଼ ଅଂଶ ରପ୍ତାନି ପାଇଁ ବୁକ୍ ହୋଇସାରିଛି । ସାନନ୍ଦରେ ତିଆରି ମଡ୍ୟୁଲ ଆମେରିକୀୟ କମ୍ପାନୀମାନଙ୍କ ପାଖରେ ପହଞ୍ଚିବ ଏବଂ ସେଠାରୁ ସମଗ୍ର ବିଶ୍ୱକୁ ଶକ୍ତି ପ୍ରଦାନ କରିବ । ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ମନ୍ତ୍ରର ସଫଳତାର ପ୍ରତିଧ୍ୱନି ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚିବ ।

ବନ୍ଧୁଗଣ,

ଏଠାରେ ନିର୍ମିତ ଇଣ୍ଟେଲିଜେଣ୍ଟ ପାୱାର ମଡ୍ୟୁଲ୍ସରୁ, ଭାରତ ଏବଂ ବିଶ୍ୱର ବୈଦ୍ୟୁତିକ ଯାନ ଇକୋସିଷ୍ଟମ୍ ଏବଂ ଭାରୀ ଶିଳ୍ପକୁ ବହୁତ ଶକ୍ତି ମିଳିବ । ଏହି ବିଶ୍ୱ ସହଭାଗୀତା ହିଁ ବିଶ୍ୱର ଉତ୍ତର ଭବିଷ୍ୟତର ଦୃଢ଼ ମୂଳଦୂଆ ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଏହି ଦଶନ୍ଧି ଆରମ୍ଭରୁ ବିଶ୍ୱ ପାଇଁ ଅନେକ ଚ୍ୟାଲେଞ୍ଜ ଆଣିଛି । ମହାମାରୀ ଏବଂ ସଂଘର୍ଷର ସଂକଟ ରହିଛି । ଏଥିରେ ମଧ୍ୟ ସବୁଠାରୁ ବଡ଼ ଶିକାର ହୋଇଛି ବିଶ୍ୱ ଯୋଗାଣ ଶୃଙ୍ଖଳ । ଚିପ୍ପ ହେଉ, ବିରଳ ପୃଥିବୀ ଖଣିଜ ପଦାର୍ଥ ହେଉ, କିମ୍ବା ଶକ୍ତି, ସଂଘର୍ଷ ଯୋଗୁଁ ଏଗୁଡିକ ବହୁତ ପ୍ରଭାବିତ ହୋଇଛି । ଏଗୁଡିକ ମାନବତାର ଦ୍ରୁତ ବିକାଶ ସହିତ ଜଡିତ ଜିନିଷ; ସେମାନଙ୍କର ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ହେବା ଦ୍ୱାରା, ସେମାନଙ୍କର ପ୍ରବାହରେ, ସମଗ୍ର ମାନବତାର ବିକାଶ ପ୍ରଭାବିତ ହୁଏ । ତେଣୁ, ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶର ଏହି ଦିଗରେ ଆଗକୁ ବଢ଼ିବା ସମଗ୍ର ବିଶ୍ୱର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ବନ୍ଧୁଗଣ,

ଆମେ କରୋନା ବିପର୍ଯ୍ୟୟ ସମୟରେ ନିଷ୍ପତ୍ତି ନେଇଥିଲୁ ଯେ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ଗ୍ଲୋବାଲ ହବ୍ ହେବ, ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ।  ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କେବଳ ଏକ ଚିପ୍ ପର୍ଯ୍ୟନ୍ତ ସୀମିତ ନୁହେଁ । ଏହାର ଅର୍ଥ ହେଉଛି ଏଆଇ, ବୈଦ୍ୟୁତିକ ଯାନବାହନ, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ ଏପରି ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଶକ୍ତିଶାଳୀ କରିବା ତେଣୁ ଭାରତ ୨୦୨୧ ମସିହାରେ ଇଣ୍ଡିଆ-ସେମିକଣ୍ଡକ୍ଟର ମିଶନ ଆରମ୍ଭ କରିଥିଲା । ଏହି ମିଶନ କେବଳ ଏକ ଶିଳ୍ପ ନୀତି ନୁହେଁ; ଏହା ଭାରତର ଆତ୍ମବିଶ୍ୱାସର ଘୋଷଣା । ଏବଂ ଏହାର ପ୍ରଭାବ ସମସ୍ତଙ୍କ ସମ୍ମୁଖରେ ଅଛି । ଏହି ମିଶନ ଅଧୀନରେ, ଦେଶର ୬ଟି ରାଜ୍ୟରେ ଏକ ଲକ୍ଷ ଷାଠିଏ ହଜାର କୋଟି ଟଙ୍କାର ୧୦ଟି ପ୍ରକଳ୍ପ ଉପରେ କାମ ଚାଲିଛି । କେନ୍ସ ଏବଂ ମାଇକ୍ରୋନର ପ୍ରକଳ୍ପ ମଧ୍ୟ ଏହାର ଏକ ଅଂଶ । ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ ଏବଂ ନିର୍ମାଣରେ ଆତ୍ମନିର୍ଭରଶୀଳତା ପାଇଁ, ଭାରତ ଧ୍ରୁବ ସିକ୍ସଟି ଫୋର ଭଳି ଏକ ଆଧୁନିକ ମାଇକ୍ରୋପ୍ରୋସେସର ବିକଶିତ କରିଛି । ଏହା ଫଳରେ ୫ଜି ଭିତ୍ତିଭୂମି, ଅଟୋମୋଟିଭ୍ ଇଲେକ୍ଟ୍ରୋନିକ୍ସ, ଇଣ୍ଡଷ୍ଟ୍ରିଆଲ ଅଟୋମେଶନ ଏପରି ଅନେକ କ୍ଷେତ୍ର ପାଇଁ ଆମେ ଆମର ଏକ ସୁରକ୍ଷିତ ପ୍ଲାଟଫର୍ମ ପାଇଛୁ ।

ବନ୍ଧୁଗଣ,

ବର୍ତ୍ତମାନା ସୁଦ୍ଧା ସେମିକଣ୍ଡକ୍ଟର ମିଶନର ସଫଳତା ପରେ, ଭାରତ ଏହାର ପରବର୍ତ୍ତୀ ପର୍ଯ୍ୟାୟ ଆଡକୁ ଏକ ପାଦ ଆଗକୁ ବଢ଼ିଛି । ଏହି ଚିନ୍ତାଧାରା ସହିତ ଚଳିତ ବର୍ଷର ବଜେଟରେ ଇଣ୍ଡିଆ-ସେମିକଣ୍ଡକ୍ଟର ମିଶନ ୨.୦ ଘୋଷଣା କରାଯାଇଛି । ଏହି ପର୍ଯ୍ୟାୟର ଧ୍ୟାନ ଭାରତରେ ସେମିକଣ୍ଡକ୍ଟର ଉପକରଣ ଏବଂ ସାମଗ୍ରୀ ଉତ୍ପାଦନ ଉପରେ ରହିଛି । ବର୍ତ୍ତମାନ ଆମର ପ୍ରୟାସ ହେଉଛି ଏକ ପୂର୍ଣ୍ଣ-ଷ୍ଟାକ ଭାରତୀୟ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ପ୍ରସ୍ତୁତ କରିବା । ଯାହାଦ୍ୱାରା ଆମେ ଘରୋଇ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳରେ ବଡ଼ ସହଭାଗୀତା କରିପାରିବା ।

ବନ୍ଧୁଗଣ,

ଭାରତ ଆଜି ଶିଳ୍ପ-ନେତୃତ୍ୱାଧୀନ ଗବେଷଣା ଏବଂ ତାଲିମ କେନ୍ଦ୍ରଗୁଡିକୁ ଉତ୍ସାହିତ କରୁଛି, ଯାହା ଦ୍ୱାରା ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷ କ୍ରମଶକ୍ତି ମଧ୍ୟ ପ୍ରସ୍ତୁତ ହୋଇପାରିବ। ବହୁତ ଶୀଘ୍ର, ଦେଶରେ ୮୫ ହଜାରରୁ ଅଧିକ ଡିଜାଇନ୍ ବୃତ୍ତିଗତଙ୍କୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ହାସଲ କରାଯିବ । ଏହା ସହିତ, ସମଗ୍ର ଇକୋସିଷ୍ଟମ୍‌ର ଆବଶ୍ୟକତାକୁ ଦେଖି, ବୃତ୍ତିଗତଙ୍କ ତାଲିମ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ସେମିକଣ୍ଡକ୍ଟର ଡିଜାଇନ୍‌କୁ ପ୍ରୋତ୍ସାହିତ କରିବା ପାଇଁ, ଚିପ୍ସ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ମଧ୍ୟ ଚାଲୁଛି । ଆଜି ଦେଶର ପ୍ରାୟ ୪୦୦ ବିଶ୍ୱବିଦ୍ୟାଳୟ ଏବଂ ଷ୍ଟାର୍ଟଅପ୍‌ଗୁଡିକୁ ଆଧୁନିକ ଡିଜାଇନ୍ ଉପକରଣ ମଧ୍ୟ ଉପଲବ୍ଧ କରାଯାଇଛି । ଏଥିରୁ ୫୫ରୁ ଅଧିକ ଚିପ୍ସ ଡିଜାଇନ୍ ଏବଂ ଉତ୍ପାଦନ କରାଯାଇସାରିଛି ।

ବନ୍ଧୁଗଣ,

ଶିଳ୍ପ ଆକଳନ ଅନୁଯାୟୀ, ଆଜି ଭାରତର ସେମିକଣ୍ଡକ୍ଟର ବଜାର ପ୍ରାୟ ୫୦ ବିଲିୟନ ଡଲାର ଅର୍ଥାତ ପ୍ରାୟ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏହା ୧୦୦ ବିଲିୟନ୍ ଡଲାର, ଅର୍ଥାତ ନଅ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ । ଏହା ଦର୍ଶାଉଛି ଯେ, ଭାରତରେ ଏହି କ୍ଷେତ୍ରରେ କେତେ ସମ୍ଭାବନା ରହିଛି । ଆମର ଲକ୍ଷ୍ୟ ହେଉଛି ଭାରତରେ ଆମର ଆବଶ୍ୟକତା ପାଇଁ ଅଧିକରୁ ଅଧିକ ଚିପ୍ସ ତିଆରି କରିବା । ଭାରତର ଏହି ସଂକଳ୍ପକୁ ନେଇ ବିଶ୍ୱବ୍ୟାପୀ ନିବେଶକଙ୍କ ମଧ୍ୟରେ ଯେଉଁ ଉତ୍ସାହ ରହିଛି ତାହା ଆମ ପାଇଁ ଏକ ବହୁତ ବଡ଼ ପୁଞ୍ଜି ।

 

ବନ୍ଧୁଗଣ,

ଭାରତ କେବଳ ଏକ ସଶକ୍ତ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ତିଆରି କରୁନାହିଁ, ବରଂ ସେହି ସମୟରେ କଞ୍ଚାମାଲର ଏକ ସ୍ଥିର ଯୋଗାଣ ଶୃଙ୍ଖଳ ପାଇଁ ମଧ୍ୟ ପ୍ରୟାସ କରୁଛି । ପ୍ୟାକ୍ସ ସିଲିକାରେ ଭାରତର ଅନ୍ତର୍ଭୁକ୍ତି ଏହି ପ୍ରୟାସର ଏକ ଅଂଶ । ବିଶ୍ୱବ୍ୟାପୀ ଆମର ଅଂଶୀଦାରମାନଙ୍କ ସହିତ ଆମେ ଭାରତରେ ଏକ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବାକୁ ଚାହୁଁଛୁ ।

ବନ୍ଧୁଗର,

କ୍ରିଟିକାଲ ଖଣିଜ ପଦାର୍ଥରେ ଆତ୍ମନିର୍ଭରଶୀଳତା ପାଇଁ, ଭାରତ ମଧ୍ୟ ନ୍ୟାଶନାଲ କ୍ରିଟିକାଲ ମିନେରାଲ୍ସ ମିଶନ ମଧ୍ୟ ଆରମ୍ଭ କରିଛି । ଏହା ଅଧୀନରେ, କ୍ରିଟିକାଲ ମିନେରାଲର ମାଇନିଂ ଏବଂ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି । ଖଣିଜ ପଦାର୍ଥର ପୁନଃଚକ୍ରଣ ପାଇଁ ମଧ୍ୟ ୧୫୦୦ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ ହୋଇଛି । ଚଳିତ ବର୍ଷର ବଜେଟ୍‌ରେ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳମ୍ ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡିକୁ ମିଶାଇ ଏକ ରେୟର ଆର୍ଥ କରିଡର ନିର୍ମାଣ କରିବାକୁ ଘୋଷଣା କରାଯାଇଛି । ଏହି କରିଡର ଏପରି ଏକ ସମନ୍ୱିତ ନେଟୱାର୍କ ହେବ, ଯାହା ଖଣି, ବିଶୋଧନ ଏବଂ ଉତ୍ପାଦନର ଏକ ସୁଦୃଢ଼ ଶୃଙ୍ଖଳ ପ୍ରସ୍ତୁତ କରିବ । ଆମର ପ୍ରୟାସ ହେଉଛି ଯେ, ଦେଶରେ କ୍ରିଟିକାଲ ମିନେରାଲ୍ସର ଏକ ଜାତୀୟ ଭଣ୍ଡାର ରହିବା ଉଚିତ । ଯଦି ଏହି କାମ ୩୦-୪୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥାନ୍ତା, ତେବେ ଭଲ ହୋଇଥାନ୍ତା । କିନ୍ତୁ ଏବେ ଭାରତ ଏଥିପାଇଁ ମିଶନ ମୋଡରେ କାମ କରୁଛି ।

ବନ୍ଧୁଗଣ,

ଭାରତ ବିଶ୍ୱାସ କରେ ଯେ, ୨୧ ଶତାବ୍ଦୀର ଏହି ସମୟ କେବଳ ଆର୍ଥିକ ପ୍ରତିଯୋଗିତାର ସମୟ ନୁହେଁ । ଏହା ଭବିଷ୍ୟତର ଟେକ୍ନୋଲୋଜି ଭୂଦୃଶ୍ୟ ଗଠନ କରିବାର ସମୟ । ତେଣୁ, ମୁଁ ଏହି ଦଶନ୍ଧିକୁ ଭାରତର ଟେକେଡ୍ କହୁଛି । ଏହି ଦଶନ୍ଧିରେ ଭାରତ ପ୍ରଯୁକ୍ତିବିଦ୍ୟା ସହିତ ଜଡିତ ଯେଉଁ ପଦକ୍ଷେପ ନେଉଛି ତାହା ଆଗାମୀ ଦଶନ୍ଧିରେ ଭାରତର ନେତୃତ୍ୱକୁ ସଶକ୍ତ କରିବ । ଆପଣମାନେ ସମସ୍ତେ ସମ୍ପ୍ରତି ଅନୁଷ୍ଠିତ ଏଆଇ ଇମ୍ପ୍ୟାକ୍ଟ ସମ୍ମିଟ୍‌ର ସଫଳତା ସହିତ ପରିଚିିତ ଥିବେ । ଯଦି ଆମେ ଏଆଇ ଗ୍ରହଣ କ୍ଷେତ୍ରରେ ଦେଖିବା, ତେବେ ଭାରତ ବିଶ୍ୱରେ ସମସ୍ତଙ୍କଠାରୁ ଆଗରେ ରହିଛି । ଆମେ ଭାରତୀୟମାନେ ଟେକ୍ନୋଲୋଜି ଅନୁସନ୍ଧାନ କରୁ । ଏହା ଦର୍ଶାଉଛି, ଡିଜିଟାଲ ଇଣ୍ଡିଆର ସଫଳତା, ଫିନ୍‌ଟେକ୍‌ରେ ହେଉଥିବା ଚମତ୍କାର କାର୍ଯ୍ୟ, ଏଥିରେ ଆମେ ପ୍ରଯୁକ୍ତିବିଦ୍ୟା ଉପରେ ଭାରତୀୟମାନଙ୍କ ବିଶ୍ୱାସ ଦେଖିପାରୁଛୁ । ଭାରତର ଯେଉଁ ଏଆଇ ଇକୋସିଷ୍ଟମ୍ ଅଛି, ତାହାକୁ ଆମର ସେମିକଣ୍ଡକ୍ଟର କ୍ଷେତ୍ରର ବିକାଶରୁ ବହୁତ ସାହାଯ୍ୟ ମିଳିବ ।

 

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଭାରତ କେବଳ ପରିବର୍ତ୍ତନର ସାକ୍ଷୀ ନୁହେଁ, ବରଂ ପରିବର୍ତ୍ତନର ନେତୃତ୍ୱ ନେବାର ସଂକଳ୍ପ ସହିତ ଆଗକୁ ବଢ଼ୁଛି । ଆମର ନୀତି ଏବଂ ଆମର ନିଷ୍ପତ୍ତି ଆଗାମୀ ଦଶନ୍ଧିର ପ୍ରଯୁକ୍ତିିବିଦ୍ୟା ଏବଂ ଶକ୍ତି ସୁରକ୍ଷା ପାଇଁ ଏକ ଦୃଢ଼ ମୂଳଦୂଆ ସ୍ଥାପନ କରୁଛି । ତେଣୁ, ଆଜି ଭାରତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ଅଭୂତପୂର୍ବ ନିବେଶ କରିବା ସହ ସଂସ୍କାର କରୁଛି । ଆମେ ଘରୋଇ କମ୍ପାନୀଙ୍କ ପାଇଁ ମହାକାଶ କ୍ଷେତ୍ର ଖୋଲିଛୁ, ଇନ୍‌-ସ୍ପେସ୍ ଭଳି ପ୍ରତିଷ୍ଠାନ ଗଠନ କରାଯାଇଛି । ଏହାର ଫଳାଫଳ ଆଜି ଦୃଶ୍ୟମାନ ହେଉଛି । ମହାକାଶ ସହିତ ଜଡିତ ଆମର ଷ୍ଟାର୍ଟଅପ୍ ବହୁତ ଚମତ୍କାର କାମ କରୁଛନ୍ତି । ସେହିପରି, ସମ୍ପ୍ରତି ଆମେ ପରମାଣୁ କ୍ଷେତ୍ରରେ ଶାନ୍ତି ବିଲ ଭଳି ଐତିହାସିକ ନିଷ୍ପତ୍ତି ନେଇଛୁ । ଏହା ନବୀକରଣୀୟ ଶକ୍ତି ମିଶ୍ରଣରେ ପରମାଣୁ ଶକ୍ତିର ଅଂଶକୁ ବହୁ ପରିମାଣରେ ବୃଦ୍ଧି କରିବ । ଏହା ଆମର ଏଆଇ ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଆବଶ୍ୟକ ।

ବନ୍ଧୁଗଣ,

ଭାରତ, କ୍ୱାଣ୍ଟମ୍ କମ୍ପ୍ୟୁଟିଂକୁ ଏକ ରଣନୈତିକ ସମ୍ପତ୍ତି ଭାବରେ ବିଚାର କରି, ମିଶନ ମୋଡ୍ ଉପରେ କାର୍ଯ୍ୟ କରୁଛି । ଏହା ଭାରତର ଡିଜିଟାଲ ଭବିଷ୍ୟତକୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଅର୍ଥାତ, ଭାରତର ଆଜି ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉଭୟ କ୍ଷେତ୍ରରେ, ବହୁତ ଦ୍ରୁତ ଗତିରେ କାମ କରୁଛି । ଏହା ସମଗ୍ର ବିଶ୍ୱର ନିବେଶକମାନଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ । ଆମେ ବ୍ୟବସାୟ କରିବାର ସହଜତା, ଉତ୍ପାଦନ କରିବାର ସହଜତା, ଲଜିଷ୍ଟିକ୍ସରେ ସହଜତା ଉପରେ ମଧ୍ୟ ନିରନ୍ତର କାର୍ଯ୍ୟ କରୁଛୁ ।

ବନ୍ଧୁଗଣ,

ମୁଁ ନିଶ୍ଚିତ ଯେ, କେନ୍ସର ଏହି ପ୍ଲାଣ୍ଟରୁ ବାହାରୁଥିବା ଉତ୍ପାଦଗୁଡିକ ବିଶ୍ୱର ଫ୍ୟାକ୍ଟ୍ରି ଅଫ୍ ଦି ୱାର୍ଲ୍ଡ ଭାବରେ ଭାରତର ଯାତ୍ରାକୁ ଅଧିକ ଶକ୍ତି ପ୍ରଦାନ କରିବ । ପୁଣିଥରେ, ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Slovakia
June 15, 2026

PM Modi arrived in Bratislava, Slovakia, marking an important milestone in India-Slovakia relations. He was warmly welcomed upon arrival..

The visit provides an opportunity to further deepen bilateral ties between India and Slovakia and explore new avenues of cooperation across key sectors. It also reflects the growing engagement between the two countries and their shared commitment to strengthening the partnership for mutual growth and development.

During the visit, PM Modi will hold meetings with President Peter Pellegrini and PM Robert Fico to review and discuss ways to further expand collaborations.