Today, India is moving forward with a new confidence; Now India faces challenges head-on: PM
From the Gulf to the Global West and from the Global South to neighbouring countries, India is a trusted partner for all: PM
What gets measured gets improved and ultimately gets transformed: PM
This is the new India, It is leaving no stone unturned for development: PM

ନମସ୍କାର!

ଗତ କିଛି ସମୟ ମଧ୍ୟରେ ମୋତେ ଥରେ - ଦୁଇଥର ଟିଭି୯ ଭାରତବର୍ଷ ଦେଖିବାର ସୁଯୋଗ ମିଳିଛି ।  ସାଧାରଣତଃ, ଆପଣଙ୍କର ଧ୍ୟାନ ଯୁଦ୍ଧ ଏବଂ କ୍ଷେପଣାସ୍ତ୍ର  ଉପରେ  ବହୁତ  ରହିଥାଏ ଏବଂ ଆଜିକାଲି ଆପଣ  ବିଷୟବସ୍ତୁକୁ ନେଇ ଅତିଭରଣ ହେଉଛନ୍ତି ।  ବଡ଼-ବଡ଼ ଦେଶଗୁଡ଼ିକ ଟିଭି୯କୁ ଅନେକ ତଥ୍ୟ ଯୋଗାଇବାକୁ ସ୍ଥିର ମନେ କରୁଛନ୍ତି ।  କିନ୍ତୁ ଏକ ଗମ୍ଭୀର କଥା ହେଉଛି, ଆଜି ବିଶ୍ୱ ଯେଉଁ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି , ତାହା ଅଭୂତପୂର୍ବ ଏବଂ ଅତ୍ୟନ୍ତ ଗମ୍ଭୀର। ଏହି ପରିସ୍ଥିତି ମଧ୍ୟରେ, ଆଜି ଟିଭି୯ ନେଟୱାର୍କ  ବିଚାରଧାରା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଞ୍ଚ  ତିଆରି କରିଛି।  ଆଜି ଏହି ଶିଖର ସମ୍ମିଳନୀରେ, ଆପଣ ସମସ୍ତେ "ଭାରତ ଏବଂ ବିଶ୍ୱ" ବିଷୟ ଉପରେ ଆଲୋଚନା କରୁଛନ୍ତି। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହି ଶିଖର ସମ୍ମିଳନୀ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି, ଏବଂ ସମସ୍ତ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଉଛି  ।

ବନ୍ଧୁଗଣ,

ଆଜି ଯେତେବେଳେ ବିଶ୍ୱ , ସଂଘର୍ଷ କାରଣରୁ ଦ୍ୱନ୍ଦ୍ୱରେ ପଡ଼ିଛି , ଯେତେବେଳେ ଏହି ଦ୍ୱନ୍ଦ୍ୱର ପ୍ରତିକୂଳ ପ୍ରଭାବ ସମଗ୍ର  ବିଶ୍ୱରେ ଦୃଶ୍ୟମାନ ହେଉଛି , ସେତେବେଳେ  "ଭାରତ ଏବଂ ବିଶ୍ୱ" ବିଷୟରେ କହିବା ଅତ୍ୟନ୍ତ ପ୍ରାସଙ୍ଗିକ।  ଆଜି ଭାରତ ଏପରି ଏକ ଦେଶ ଯାହାର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।  ୨୦୧୪ ପୂର୍ବ ପରିସ୍ଥିତିକୁ ପଛରେ ପକାଇ ଭାରତ ଆଜି ନୂତନ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି। ଏବେ ଭାରତ ଆହ୍ବାନଗୁଡ଼ିକୁ ଏଡ଼ାଇ ଯାଉ ନାହିଁ ବରଂ ସେଗୁଡ଼ିକୁ ସାମ୍ନା କରୁଛି ।  ଆପଣ  ବିଗତ ୫-୬ ବର୍ଷକୁ ଦେଖନ୍ତୁ , କରୋନା  ମହାମାରୀ ପରେ ଅହ୍ବାନଗୁଡ଼ିକ ବର୍ଷ ପରେ ବର୍ଷ  ବଢି ଚାଲିଛି । ଏପରି କୌଣସି ଗୋଟିଏ  ବି  ବର୍ଷ ନାହିଁ , ଯିଏ ଭାରତର ,  ଭାରତୀୟମାନଙ୍କର ପରୀକ୍ଷା ନେଇନାହିଁ ।  ତଥାପି, ୧୪୦କୋଟି  ଦେଶବାସୀଙ୍କ ମିଳିତ ପ୍ରୟାସ ମାଧ୍ୟମରେ, ଭାରତ ପ୍ରତ୍ୟେକ ସଙ୍କଟର ସମ୍ମୁଖୀନ ହୋଇଛି ଏବଂ ଆଗକୁ ବଢ଼ିଛି। ଏହି ସମୟରେ ଯୁଦ୍ଧର ପରିସ୍ଥିତି ମଧ୍ୟରେ ମଧ୍ୟ ବିଶ୍ୱ ,  ଭାରତର ନୀତି, ରଣନୀତି ଏବଂ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଛି।  ଆମର ଏକ ପ୍ରବାଦ ଅଛି: "ସତ୍ୟ କହୁଥିବା ବ୍ୟକ୍ତିକୁ କୌଣସି ପ୍ରକାରର ଡ଼ର ବା କ୍ଷତି ହୋଇନଥାଏ”। ଫେବୃଆରୀ ୨୮ ଠାରୁ, ଯେତେବେଳେ ବିଶ୍ୱବ୍ୟାପୀ ଅଶାନ୍ତି ଦେଖା ଦେଇଛି , ଏଭଳି କଠୋର ବିପରୀତ ପରିସ୍ଥିତିରେ ମଧ୍ୟ ଭାରତ ପ୍ରଗତି, ବିକାଶ ଏବଂ ବିଶ୍ୱାସ ପାଇଁ ଦୃଢ଼ ସଂକଳ୍ପର  ସହିତ ଆଗକୁ ବଢ଼ି ଚାଲିଛି। ଏହି ୨୩ ଦିନରେ, ଭାରତ ନିଜର ସମ୍ପର୍କ ଗଠନ କ୍ଷମତା ଦେଖାଇଛି , ନିଷ୍ପତ୍ତି ଗ୍ରହଣ  କ୍ଷମତା ଏବଂ ସଙ୍କଟ ପରିଚାଳନା ପାଇଁ ଏହାର କ୍ଷମତା ମଧ୍ୟ   ପ୍ରଦର୍ଶନ କରିଛି।

 

ବନ୍ଧୁଗଣ,

ଆଜି ଯେତେବେଳେ ବିଶ୍ୱ ଏତେ ଗୁଡ଼ିଏ ଶିବିରରେ ବିଭକ୍ତ ହୋଇଛି , ଭାରତ ଅଭୂତପୂର୍ବ ଏବଂ ଅକଳ୍ପନୀୟ ସେତୁ ନିର୍ମାଣ କରିଛି। ଉପସାଗରରୁ ବିଶ୍ୱ ପଶ୍ଚିମ ପର୍ଯ୍ୟନ୍ତ, ବିଶ୍ୱ ଦକ୍ଷିଣଠାରୁ ପଡ଼ୋଶୀ ଦେଶ ପର୍ଯ୍ୟନ୍ତ, ଭାରତ ସମସ୍ତଙ୍କର ବିଶ୍ୱସ୍ତ ସହଯୋଗୀ ହୋଇପାରିଛି ।  କିଛି ଲୋକ ପଚାରନ୍ତି, "ଆମେ  କାହା ପକ୍ଷରେ ଅଛୁ ?" ତେବେ ସେମାନଙ୍କୁ ମୋର ଉତ୍ତର ଏହା ଯେ , ଆମେ  ଭାରତ ସହିତ ଅଛୁ, ଆମେ ଭାରତର ହିତରେ ଅଛୁ , ଶାନ୍ତି ସହିତ ଅଛୁ, ସଂବାଦ ସହିତ  ଅଛୁ।

ବନ୍ଧୁଗଣ,

ଏହି ସଙ୍କଟର ସମୟରେ, ଯେତେବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳ ଭୁଶୁଡ଼ି ପଡ଼ୁଛି, ଭାରତ ବିବିଧତା ଏବଂ ସ୍ଥିରତାର ଏକ ମଡେଲ ଉପସ୍ଥାପନ କରିଛି ।  ଏହା ଶକ୍ତି ହେଉ, ସାର କିମ୍ବା ଅତ୍ୟାବଶ୍ୟକୀୟ ସାମଗ୍ରୀ ହେଉ, ଭାରତ ଏହାର ନାଗରିକମାନଙ୍କ ପାଇଁ ସର୍ବନିମ୍ନ କଷ୍ଟ ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରିଛି ଏବଂ ଆଜି ମଧ୍ୟ କରୁଛି।

ବନ୍ଧୁଗଣ,

ଯେତେବେଳେ ଜାତୀୟ ନୀତି ନିଜେ ରାଜନୀତିର ମୂଳଦୁଆ ହୋଇଯାଏ, ସେତେବେଳେ ଦେଶର ଭବିଷ୍ୟତ ସର୍ବୋପରି ।  କିନ୍ତୁ ଯେତେବେଳେ ବ୍ୟକ୍ତିଗତ ସ୍ୱାର୍ଥ ରାଜନୀତି ଉପରେ ପ୍ରାଧାନ୍ୟ ବିସ୍ତାର କରେ, ଲୋକମାନେ ଦେଶର ଭବିଷ୍ୟତ ବଦଳରେ, ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତି ।  ୨୦୦୪ ରୁ ୨୦୧୦ ମଧ୍ୟରେ କ’ଣ ଘଟିଥିଲା ଆପଣମାନେ ​​ମନେ ପକାନ୍ତୁ। କଂଗ୍ରେସ ସରକାର ସମୟରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟର ସଙ୍କଟ ଦେଖାଦେଇଥିଲା। ସେହି ସମୟରେ କଂଗ୍ରେସ ଦେଶ ବିଷୟରେ ନୁହେଁ ବରଂ ନିଜ ଶକ୍ତି ବିଷୟରେ ଚିନ୍ତିତ ଥିଲା। ସେମାନେ ଏକ ଲକ୍ଷ  ୪୮ହଜାର  କୋଟି ଟଙ୍କାର ତୈଳ ବଣ୍ଡ ଜାରି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜେ ସ୍ୱୀକାର କରିଥିଲେ ଯେ ସେ ଭବିଷ୍ୟତ ପିଢ଼ି ଉପରେ ଋଣ ବୋଝ ଲଦି ଦେଉଛନ୍ତି। ତୈଳ ବଣ୍ଡ ନିଷ୍ପତ୍ତି ଭୁଲ ଥିଲା ଜାଣି ମଧ୍ୟ, ଯେଉଁମାନେ ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ସରକାର ଚଲାଉଥିଲେ ସେମାନେ ନିଜର କ୍ଷମତା ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନେଇଥିଲେ, କାରଣ ଦାୟିତ୍ୱ ସେତେବେଳେ ନଥଲା , ସେହି ବଣ୍ଡ ଉପରେ  ପୁଣିଥରେ  - ପରିଶୋଧ  ୨୦୨୦ ପରେ ହିଁ କରିବାକୁ ପଡିବ।

 

ବନ୍ଧୁଗଣ,

ଗତ ୫-୬ ବର୍ଷ ମଧ୍ୟରେ, ଆମ ସରକାର କଂଗ୍ରେସ ସରକାରଙ୍କ ସେହି ପାପକୁ ଧୋଇବାର କାମ କରିଛି, ଏବଂ ଏହି ସଫା କରିବାର ଖର୍ଚ୍ଚ କମ୍  ହେଇନାହିଁ । ଆପଣ ପୂର୍ବରୁ ଏପରି ଧୋବି ଦେଖି ନଥିବେ। ୧ ଲକ୍ଷ ୪୮ ହଜାର କୋଟି ଟଙ୍କା ବଦଳରେ, ଦେଶକୁ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ପରିଶୋଧ ଦେବାକୁ ପଡିଥିଲା ​​କାରଣ ସେଥିରେ ସୁଧ ଯୋଡା ଯାଇଥିଲା ।  ଅନ୍ୟ ଅର୍ଥରେ, ଆମକୁ ପ୍ରାୟ ଦୁଇଗୁଣ ରାଶି ଦେବାକୁ ବାଧ୍ୟ କରାଯାଇଥିଲା। ଆଜିକାଲି କଂଗ୍ରେସର ନେତାମାନେ ବିବୃତ୍ତିର କ୍ଷେପଣାସ୍ତ୍ର ଫୁଟାଉଛନ୍ତି - କ୍ଷେପଣାସ୍ତ୍ର ଆସିଲେ ଟଭି୯କୁ ଖୁସି ଲାଗିଥାଏ , କିନ୍ତୁ ଯେତେବେଳେ ଏହି ବିଷୟ ଆସେ , ସେତେବେଳେ ସେମାନଙ୍କର ପାଟି ଚୁପ୍  ହୋଇଯାଇଥାଏ । 

ବନ୍ଧୁଗଣ,

ପଶ୍ଚିମ ଏସିଆର ସୃଷ୍ଟି ହୋଇଥିବା ପରିସ୍ଥିତି ବିଷୟରେ  ମୁଁ ଆଜି ଲୋକସଭାରେ ମୋର ବିବୃତ୍ତି ଦେଇଥିଲି।  ବିଶ୍ୱରେ ଯେଉଁଠାରେ ଆଜି ଯୁଦ୍ଧ ହେଉଛି, ସେଗୁଡ଼ିକ ଭାରତର ସୀମାଠାରୁ ବହୁତ ଦୂରରେ ଅଛି।  କିନ୍ତୁ ଆଜି ପରସ୍ପର ସଂଯୁକ୍ତ ବ୍ୟବସ୍ଥାରେ, କୌଣସି ଦେଶ ଯୁଦ୍ଧର ପ୍ରତିକୂଳ ପ୍ରଭାବରୁ ଅସ୍ପୃଶ୍ୟ ରହିପାରିବ ନାହିଁ।  ଅନେକ ଦେଶରେ, ପରିସ୍ଥିତି ବହୁତ ଗମ୍ଭୀର ହୋଇସାରିଛି। ଏବଂ ଏହି ପରିସ୍ଥିତିରେ  ଆମେ ଦେଖୁଛୁ ଯେ ରାଜନୈତିକ ସ୍ୱାର୍ଥ ଦ୍ୱାରା ପରିଚାଳିତ କିଛି ଲୋକ, କିଛି ଦଳ, ସଙ୍କଟ ସମୟରେ ମଧ୍ୟ ରାଜନୈତିକ ସୁଯୋଗ ଖୋଜୁଛନ୍ତି।  ତେଣୁ, ମୁଁ ଟଭି୯ର ମଞ୍ଚରୁ ପୁଣି ଥରେ କହୁଛି: ଏହା ସଂଯମତାର, ସମ୍ବେଦନଶୀଳତାର ସମୟ।  ମହାମାରୀ ଭଳି ମହାସଂକଟ ସମୟରେ ଆମେ ଦେଖିଲୁ ଯେ ଯେତେବେଳେ ନାଗରିକମାନେ ଏକ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଏକତ୍ରିତ ହୁଅନ୍ତି, ଫଳାଫଳ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ହୋଇଥାଏ। ସମାନ ମନୋଭାବ ସହିତ, ଆମକୁ ଏହି ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ।

ବନ୍ଧୁଗଣ,

ବିଶ୍ୱର ସମସ୍ତ ଅସ୍ଥିରତା ମଧ୍ୟରେ, ଭାରତ ତାର ପ୍ରଗତିର ଗତିକୁ ମଧ୍ୟ  ବଜାୟ ରଖିଛି ।  ଯଦି ମୁଁ ଆପଣଙ୍କୁ ଫେବୃଆରୀ ୨୮ ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ,  ଗତ ୨୩ ଦିନର ହିସାବ ଦେବି , ତେବେ ସାରା ଦେଶରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କାର ବିକାଶ ମୂଳକ ପ୍ରକଳ୍ପ କରାଯାଇଛି।  ଦିଲ୍ଲୀ ମେଟ୍ରୋ ରେଳର ଗୁରୁତ୍ୱପୂର୍ଣ୍ଣ କରିଡରର ଉଦଘାଟନ, ସିଲଚର ହାଇ-ସ୍ପିଡ୍ କରିଡରର ଶିଳାନ୍ୟାସ, କୋଟାରେ ଏକ ନୂତନ ବିମାନବନ୍ଦରର ଶିଳାନ୍ୟାସ, ମଦୁରାଇ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ । ଏହିପରି ଅନେକ କାମ କେବଳ ଏହି ୨୩ ଦିନରେ ସମାପ୍ତ ହୋଇଛି। ଗତ ମାସରେ, ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମହାନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି, ଯାହା ଅଧୀନରେ ସାରା ଦେଶରେ ୧୦୦ଟି ପ୍ଲଗ୍-ଏଣ୍ଡ-ପ୍ଲେ ଶିଳ୍ପ ପାର୍କ ବିକଶିତ କରାଯିବ।  କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନାକୁ ମଧ୍ୟ ସବୁଜ ସଙ୍କେତ ଦିଆଯାଇଛି, ଯାହା ଆଗାମୀ ବର୍ଷଗୁଡ଼ିକରେ ଏକ ହଜାର ପାଞ୍ଚଶହ  ମେଗାୱାଟ୍ ନୂତନ ଜଳ ବିଦ୍ୟୁତ୍ କ୍ଷମତା ଯୋଡିବ। ଏହି ସମୟ ମଧ୍ୟରେ, ଜଳ ଜୀବନ ମିଶନକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୃଷକମାନଙ୍କ ସ୍ୱାର୍ଥ ପାଇଁ ଅନେକ ପ୍ରମୁଖ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଗତ ମାସରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ  ଅଠର ହଜାର କୋଟି ଟଙ୍କାରୁ ଅଧିକ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ଆମର ଏମ୍ ସ୍ ଏମ୍ ଇ ଏବଂ ରପ୍ତାନିକାରୀଙ୍କ ପାଇଁ, ପ୍ରାୟ ପାଞ୍ଚଶହ କୋଟି ଟଙ୍କାର ଏକ ରିଲିଫ୍ ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି। ଏହି ସମସ୍ତ ପଦକ୍ଷେପ ପ୍ରମାଣ କରୁଛି ଯେ , ଏକ ବିକଶିତ ଭାରତ ଗଠନ କରିବା ପାଇଁ  ଦେଶ କେତେ ଦ୍ରୁତ ଗତିରେ କାମ କରୁଛି।

ବନ୍ଧୁଗଣ,

ପରିଚାଳନା ଜଗତରେ, ଏକ ସିଦ୍ଧାନ୍ତରେ କୁହାଯାଇଛି - "ଯାହା ମାପ କରାଯାଏ, ତାହା ପରିଚାଳିତ ହୁଏ।" କିନ୍ତୁ ମୁଁ ଆଉ ଏକ ଚିନ୍ତାଧାରା ଯୋଡିବାକୁ ଚାହିଁବି ,"ଯାହା ମାପ କରାଯାଏ, ତାହା ଉନ୍ନତ ହୁଏ ଏବଂ ଶେଷରେ ରୂପାନ୍ତରିତ ହୁଏ।" କାରଣ ମୂଲ୍ୟାଙ୍କନ ସଚେତନତା ସୃଷ୍ଟି କରେ।  ମୂଲ୍ୟାଙ୍କନ ଦାୟିତ୍ୱ ସ୍ଥାପନ କରେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୂଲ୍ୟାଙ୍କନ ସମ୍ଭାବନାକୁ ଜନ୍ମ ଦେଇଥାଏ।

ବନ୍ଧୁଗଣ,

ଯଦି ଆପଣ ୨୦୧୪  ପୂର୍ବର  ୧୦-୧୧ ବର୍ଷ  ଏବଂ ୨୦୧୪  ପରର ୧୦-୧୧ ବର୍ଷ ମୂଲ୍ୟାଙ୍କନ କରିବେ, ତେବେ ଆପଣ ଦେଖିବେ ଯେ ଭାରତ ଏହି ନୀତି ଅନୁସରଣ କରି ପ୍ରତ୍ୟେକ କ୍ଷେତ୍ରକୁ କିପରି ପରିବର୍ତ୍ତନ କରିଛି। ପୂର୍ବରୁ, ପ୍ରତିଦିନ ପ୍ରାୟ ୧୧-୧୨ କିଲୋମିଟର ବେଗରେ ରାଜପଥ ନିର୍ମାଣ କରାଯାଉଥିଲା , ଆଜି ଭାରତ ପ୍ରତିଦିନ ପ୍ରାୟ ୩୦ କିଲୋମିଟର ବେଗରେ ରାଜପଥ ନିର୍ମାଣ କରୁଛି।  ପୂର୍ବରୁ, ବନ୍ଦରଗୁଡ଼ିକରେ ଜାହାଜଗୁଡ଼ିକର ପରିବର୍ତ୍ତନ ସମୟ ୫-୬ ଦିନ ହେଉ ଥିଲା। ଆଜି ସମାନ କାମ ପାଖା-ପାଖି ଦୁଇ ଦିନରୁ କମ୍ ସମୟରେ ଶେଷ ହେଉଛି। ପୂର୍ବରୁ, ଷ୍ଟାର୍ଟଅପ୍ ସଂସ୍କୃତି ବିଷୟରେ  କ୍ୱଚିତ୍  ଆଲୋଚନା ହେଉଥିଲା ।  ୨୦୧୪ ପୂର୍ବରୁ, ଭାରତରେ କେବଳ ୪୦୦-୫୦୦  ଷ୍ଟାର୍ଟଅପ୍ ଥିଲା। ଆଜି, ଭାରତରେ ଦୁଇ ଲକ୍ଷ ରୁ ଅଧିକ ପଞ୍ଜିକୃତ ଷ୍ଟାର୍ଟଅପ୍ ଅଛି।  ପୂର୍ବରୁ ଡାକ୍ତରୀ ଶିକ୍ଷା ଆସନ ସୀମିତ ଥିଲା , ପ୍ରାୟ ୫୦-୫୫ ହଜାର ଏମ୍ ବି ବି ଏସ୍  ଆସନଥିଲା , ଆଜି ଏହି ସଂଖ୍ୟା ବୃଦ୍ଧିପାଇ ଏକ ଲକ୍ଷ ପଚିଶ ହଜାରରୁ ଅଧିକ ହୋଇଛି। ପୂର୍ବରୁ, ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥାରୁ ବାଦ ଦିଆଯାଇଥିଲା। ଦେଶରେ କେବଳ ୨୫ କୋଟି ପାଖାପାଖି ବ୍ୟାଙ୍କ ଆକାଉଣ୍ଟ ଥିଲା। ତାହା ଜନ ଧନ ଯୋଜନା ମାଧ୍ୟମରେ ୫୫ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି।  ପୂର୍ବରୁ ଦେଶରେ ବିମାନବନ୍ଦର ସଂଖ୍ୟା ମଧ୍ୟ ୭୦ ରୁ କମ୍ ଥିଲା।  ଆଜି ବିମାନବନ୍ଦର ସଂଖ୍ୟାରେ ମଧ୍ୟ ବୃଦ୍ଧିପାଇ  ୧୬୦ ରୁ ଅଧିକ ହୋଇଯାଇଛି।

 

ବନ୍ଧୁଗଣ,

ପୂର୍ବରୁ ଯୋଜନାମାନ ତିଆରି ହେଉଥିଲା, କିନ୍ତୁ ଆଜି ପାର୍ଥକ୍ୟ ହେଉଛି ଯେ ଫଳାଫଳ ଦୃଶ୍ୟମାନ ହେଉଛି।  ପୂର୍ବରୁ ଗତି ମନ୍ଥର ଥିଲା, ଆଜି ଭାରତ ଦ୍ରୁତ ଗତିରେ ଅଛି। ପୂର୍ବରୁ ସମ୍ଭାବନା ଅନ୍ଧାରରେ ଥିଲା, ଆଜି ସଂକଳ୍ପ ସଫଳତାରେ ପରିଣତ ହେଉଛି। ସେଥିପାଇଁ ବିଶ୍ୱକୁ ଏହି ବାର୍ତ୍ତା ମିଳୁଛି ଯେ ଏହା ଏକ ନୂତନ ଭାରତ। ଏହା ଏହାର ବିକାଶରେ କୌଣସି କସରତ ଛାଡୁନାହିଁ।

ବନ୍ଧୁଗଣ,

ଆଜି ଆମର ପ୍ରୟାସ ହେଉଛି ଅତୀତରେ ସୃଷ୍ଟି ହୋଇଥିବା ବିକାଶରେ ଅସନ୍ତୁଳନକୁ ସୁଯୋଗରେ ପରିଣତ କରିବା। ଉଦାହରଣ ସ୍ୱରୂପ, ପୂର୍ବ ଭାରତକୁ ନିଅନ୍ତୁ।  ଆମର ପୂର୍ବଭାରତ ସମ୍ବଳରେ ସମୃଦ୍ଧ, କିନ୍ତୁ ସେଠାରେ ଶାସନ କରୁଥିବା ଲୋକଙ୍କ ଦ୍ୱାରା ଦଶନ୍ଧି ଧରି ଅବହେଳା ଏହାର ବିକାଶରେ ବାଧା ସୃଷ୍ଟି କରିଛି। ଏବେ ପରିସ୍ଥିତି ବଦଳିବାରେ ଲାଗିଛି। ଆସାମରେ ଯେଉଁଠାରେ କେବେ ଗୁଳିର ଶବ୍ଦ ଶୁଣାଯାଉଥିଲା, ଆଜି ଏକ ସେମିକଣ୍ଡକ୍ଟର ୟୁନିଟ୍ ନିର୍ମାଣ ହେଉଛି। ଓଡ଼ିଶାରେ  ସେମିକଣ୍ଡକ୍ଟରରୁ ନେଇ ପେଟ୍ରୋକେମିକାଲ୍ସ ପର୍ଯ୍ୟନ୍ତ ନୂତନ କ୍ଷେତ୍ର ବିକାଶ ହେଉଛି। ବିହାରରେ, ଯେଉଁଠାରେ ୬-୭ ଦଶନ୍ଧିରେ ଗଙ୍ଗା ଉପରେ କେବଳ ଗୋଟିଏ ବଡ଼ ସେତୁ ନିର୍ମାଣ କରାଯାଇଥିଲା, ଗତ ଦଶନ୍ଧିରେ ପାଞ୍ଚରୁ ଅଧିକ ନୂତନ ସେତୁ ନିର୍ମାଣ କରାଯାଇଛି। ଏକଦା ଦେଶୀ ନିର୍ମିତ ପିସ୍ତଲର କାହାଣୀ ପାଇଁ ଜଣାଶୁଣା ଉତ୍ତର ପ୍ରଦେଶରେ, ଆଜି ଏହା ମୋବାଇଲ୍ ଫୋନ୍ ନିର୍ମାଣରେ ବିଶ୍ୱ ସ୍ତରରେ ନିଜର ଛାପ ସୃଷ୍ଟି କରୁଛି।

ବନ୍ଧୁଗଣ,

ପୂର୍ବ ଭାରତର ଆଉ ଏକ ପ୍ରମୁଖ ରାଜ୍ୟ ହେଉଛି ପଶ୍ଚିମବଙ୍ଗ।  ପଶ୍ଚିମବଙ୍ଗ, ଏକ ସମୟ ଥିଲା  ଭାରତର ସଂସ୍କୃତି, ଶିକ୍ଷା, ଶିଳ୍ପ ଏବଂ ବାଣିଜ୍ୟର କେନ୍ଦ୍ର ଥିଲା । ଗତ ୧୧ ବର୍ଷ ମଧ୍ୟରେ, କେନ୍ଦ୍ର ସରକାର ପଶ୍ଚିମବଙ୍ଗର ବିକାଶରେ ପ୍ରଚୁର ପରିମାଣରେ ନିବେଶ କରିଛନ୍ତି।  କିନ୍ତୁ ଦୁର୍ଭାଗ୍ୟବଶତଃ, ଆଜି ସେଠାରେ ଏକ ନିଷ୍ଠୁର ସରକାର ଅଛି , ଯାହା ବିକାଶରେ ରୋକ ​​ଲଗାଇଛି। ଟିଭି ୯ ବାଙ୍ଗଲାର ଦର୍ଶକ ଜାଣନ୍ତି ଯେ ବଙ୍ଗଳାରେ, ଏହି ନିଷ୍ଠୁର ସରକାର ଦ୍ୱାରା ଆୟୁଷ୍ମାନ ଯୋଜନାକୁ ଅବରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନାକୁ ଅବରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅବରୋଧ କରାଯାଇଛି। ଚା ବଗିଚା ଶ୍ରମିକଙ୍କ ପାଇଁ ଯୋଜନାକୁ ଅବରୋଧ କରାଯାଇଛି। ଅର୍ଥାତ୍  ବିକାଶ ଏବଂ ଜନ କଲ୍ୟାଣକୁ ପ୍ରାଥମିକତା ଦେବା ପରିବର୍ତ୍ତେ, ଏହି ନିଷ୍ଠୁର ସରକାର ନିଜର ରାଜନୈତିକ ସ୍ୱାର୍ଥକୁ ପ୍ରାଥମିକତା ଦେଉଛି।

 

ବନ୍ଧୁଗଣ,

ଦେଶରେ ଏହି ପ୍ରକାରର ରାଜନୀତି ଆରମ୍ଭ କରିଥିବା ଦଳ ନିଜର ପାପରୁ ରକ୍ଷା ପାଇପାରିବ ନାହିଁ, ଏବଂ ସେହି ଦଳ ହେଉଛି କଂଗ୍ରେସ।  କଂଗ୍ରେସ ଦଳର ରାଜନୀତିର ଏକମାତ୍ର ଲକ୍ଷ୍ୟ ହେଉଛି , କୌଣସି ପ୍ରକାରର ବିକାଶର ବିରେଧ ଏବଂ ଏହିସବୁ ସେହିଦିନଠାରୁ କରି ଆସୁଛି , ଯେତେବେଳେ ମୁଁ ଗୁଜୁରାଟରେ ଥିଲି।  ମୁଁ ଗୁଜରାଟରେ ଥିବା ସମୟରୁ କଂଗ୍ରେସ ଏହା କରିଆସୁଛି।  ଯେତେବେଳେ ଗୁଜରାଟର ଲୋକମାନେ ଆମକୁ ବର୍ଷ - ବର୍ଷ ଧରି ଆଶୀର୍ବାଦ ଦେଇଥିଲେ, କଂଗ୍ରେସ ସେହି ଜନାଦେଶକୁ ଗ୍ରହଣ କରିନଥିଲା। ସେମାନେ ଗୁଜରାଟର ପ୍ରତିଛବି ଉପରେ ପ୍ରଶ୍ନ ଉଠାଇଲେ, ଏହାର ପ୍ରଗତିକୁ କାଠଗଡ଼ାରେ ଥୋଇଲେ ଏବଂ ଯେତେବେଳେ ସାରା ଦେଶରେ ସମାନ ବିଶ୍ୱାସ ଦେଖାଗଲା, କଂଗ୍ରେସର ବିରୋଧ ଆଞ୍ଚଳିକରୁ ଜାତୀୟ ସ୍ତରରେ ବୃଦ୍ଧି ପାଇଲା।

ବନ୍ଧୁଗଣ,

ଯେତେବେଳେ ରାଜନୀତିରେ ବିରୋଧ, ବିକାଶର ବିରୋଧରେ ପରିଣତ ହୁଏ, ଯେତେବେଳେ ସମାଲୋଚନା ଦେଶର ସଫଳତା ଉପରେ ପ୍ରଶ୍ନ ଉଠାଇବା  ଆରମ୍ଭ କରେ, ସେତେବେଳେ ଏହା ଆଉ କେବଳ ସରକାରଙ୍କ ବିରୋଧୀ ହୋଇ ରହିନଥାଏ,ଏହା ଦେଶର ପ୍ରଗତି ସହିତ ଅସହଜ ମାନସିକତାରେ ପରିଣତ ହୁଏ। ଆଜି କଂଗ୍ରେସ ଏହି ମାନସିକତାର ଦାସ ହୋଇଗଲାଣି।  ଆଜି ପରିସ୍ଥିତି ଏପରି ଯେ ଦେଶର ପ୍ରତ୍ୟେକ ସଫଳତା ଉପରେ ପ୍ରଶ୍ନ ଉଠାଇଥାଏ, ପ୍ରତ୍ୟେକ ସଫଳତାର ତ୍ରୁଟି ଯାଞ୍ଚ କରାଯାଇଥାଏ  ଏବଂ ପ୍ରତ୍ୟେକ ପ୍ରୟାସ ବିଫଳ ହେବାକୁ କାମନା କରିଥାଏ ।  କୋଭିଡ୍ ସମୟରେ, ଯେତେବେଳେ ଦେଶ ନିଜର ଟୀକା ବିକଶିତ କରିଥିଲା, କଂଗ୍ରେସ ଏହାକୁ ସନ୍ଦେହ କରିଥିଲା। ଯେତେବେଳେ ମେକ୍ ଇନ୍ ଇଣ୍ଡିଆ ବିଷୟରେ ଆଲୋଚନା ହୋଇଥିଲା, ସେମାନେ କହିଥିଲେ ଯେ ଏହା କେବେ ସଫଳ ହେବ ନାହିଁ, ଏହାକୁ କାଗଜ ବାଘ କହି ପରିହାସ କରିଥିଲା।  ଯେତେବେଳେ ଡିଜିଟାଲ ଇଣ୍ଡିଆ ଆରମ୍ଭ ହୋଇଥିଲା, ସେମାନେ ଏହାକୁ ଉପହାସ କରିଥିଲେ। କିନ୍ତୁ ପ୍ରତ୍ୟେକ ଥର, ଏହା କଂଗ୍ରେସର ଦୁର୍ଭାଗ୍ୟ ଏବଂ ଭାରତର ସୌଭାଗ୍ୟ ଯେ ଭାରତ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସଫଳତାରେ ପରିଣତ କରିଛି। ଆଜି ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଏକ ଉଦାହରଣ ହୋଇପାରିଛି ।  ଭାରତ ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଏକ ଅଗ୍ରଣୀ ଦେଶ ହୋଇପାରିଛି ।  ଭାରତ ଉତ୍ପାଦନ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂତନ ଶିଖରକୁ ପହଞ୍ଚି ପାରିଛି।

ବନ୍ଧୁଗଣ,

ଗଣତନ୍ତ୍ରରେ ବିରୋଧୀ ହେବା ଜରୁରୀ।  କିନ୍ତୁ ବିରୋଧୀ ଏବଂ ବିଦ୍ରୋହ ମଧ୍ୟରେ ଏକ ସୀମାରେଖା ଅଛି। ସରକାରଙ୍କୁ ବିରୋଧ କରିବା ଏକ ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଦେଶକୁ ବଦନାମ କରିବା, ଏହା  କଂଗ୍ରେସର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇବାକୁ ହେବ।  ଯେତେବେଳେ ବିରୋଧୀ ଏପରି ସ୍ତରରେ ପହଞ୍ଚିଯାଏ , ସେଠାରେ ଦେଶର ସଫଳତା ମଧ୍ୟ ଅସହଜ ହୋଇଯାଏ, ଏହା ରାଜନୀତି ନୁହେଁ, ଏହା ଦୃଷ୍ଟିକୋଣର ସମସ୍ୟା।  ଆମେ ନିକଟରେ ଗ୍ଲୋବାଲ୍ ଏଆଇ ଶିଖର ସମ୍ମିଳନୀରେ ମଧ୍ୟ  ଦେଖିଲୁ।  ଯେତେବେଳେ ସମଗ୍ର ବିଶ୍ୱ ଭାରତରେ ଏକତ୍ରିତ ହୋଇଥିଲା, ସେତେବେଳେ କଂଗ୍ରେସ ନେତାମାନେ ପ୍ରତିବାଦରେ ନିଜର ପୋଷାକ ଚିରି ସେଠାରେ ପହଞ୍ଚି ଯାଇଥିଲେ। ସେମାନଙ୍କର ଏପରି ମନୋଭାବ ଦର୍ଶାଉଛି ଯେ ସେମାନେ ଦେଶର ସମ୍ମାନ ପ୍ରତି କେତେ ଚିନ୍ତା କରନ୍ତି।  ସେଥିପାଇଁ ଆଜି ଆବଶ୍ୟକତା ହେଉଛି ଯେ  ଦେଶହିତକୁ , ଦଳ ହିତରୁ ଉର୍ଦ୍ଧରେ ରଖାଯାଉ କାରଣ ଶେଷରେ ରାଜନୀତିରୁ ଉର୍ଦ୍ଧରେ  ,  ରାଷ୍ଟ୍ର  ହୋଇଥାଏ , ଦେଶର ବିକାଶ ହୋଇଥାଏ ।

ବନ୍ଧୁଗଣ,

ଆଜିର ଦିନ ଆମକୁ ଏହି ଦିଗରେ ମଧ୍ୟ ପ୍ରେରଣା ଦେଉଛି ।  ଆଜିର ଦିନରେ, ସହିଦ ଭଗତ ସିଂହ, ସହିଦ ରାଜଗୁରୁ ଏବଂ ସହିଦ ସୁଖଦେବ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଆଜି , ସମାଜବାଦୀ ଆନ୍ଦୋଳନର ପ୍ରଖ୍ୟାତ ଆଦର୍ଶବାଦୀ ଡକ୍ଟର ରାମ ମନୋହର ଲୋହିଆଙ୍କର ମଧ୍ୟ  ଜନ୍ମବାର୍ଷିକୀ । ଏମାନେ  ସେହି ପ୍ରେରଣା ଅଟନ୍ତି , ଯେଉଁମାନେ ସର୍ବଦା ଦେଶକୁ ନିଜଠାରୁ ଉର୍ଦ୍ଧରେ ରଖିଥିଲେ ।  ଜାତୀୟ ସ୍ୱାର୍ଥକୁ ସର୍ବୋପରି ସ୍ଥାନ ଦେବାର ଏହି ପ୍ରେରଣା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବ।  ଏହି ପ୍ରେରଣା ଭାରତକୁ ଆତ୍ମନିର୍ଭରଶୀଳ କରିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି  ଟିଭି ୯ର ଏହି ସମ୍ମିଳନୀ ଭାରତର ଆତ୍ମବିଶ୍ୱାସ ଏବଂ ବିଶ୍ବରେ ଭାରତୀୟଙ୍କ ଉପରେ ଥିବା ବିଶ୍ୱାସକୁ ଆହୁରି ମଜବୁତ କରିବ। ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭକାମନା ଏବଂ ଆପଣଙ୍କ ମଧ୍ୟରେ ଆସିବା ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଏଠାରେ ଭେଟିବାର ସୁଯୋଗ ପାଇଥିବା ଯୋଗୁଁ  ମୁଁ  ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ  ଜଣାଉଛି।

ନମସ୍କାର !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
List of outcomes: Visit of the Prime Minister to France
June 14, 2026

S.No.

MoUs/ Agreements/ Announcements

Area

1

Adoption of India-France Innovation Roadmap 2030

Technology and Innovation, Research and Education

2.

Creation of a Joint India-France AI Working Group focused on AI governance

3.

Memorandum of Understanding on the establishment of a National Centre of Excellence for Skilling in Aeronautics and Allied Sectors at NSTI, Kanpur

4.

Expanded possibilities for using India’s real-time payment system – Unified Payments Interface (UPI) – in France

5.

Incubation of an additional 10 Indian startups at Station F.

6.

Establishment of a Centre of Digital Sciences between Department of Science and Technology (DST) and Institut National de Recherche en Sciences et Technologies du Numérique (INRIA)

7.

Establishment of an ICCR India Chair on “AI, Innovation and Culture” at Universite Paris-Saclay

8.

Letter of Intent between Indian Council of Medical Research (ICMR) and Health Data Hub of France

9.

Setting up of a High-level Mechanism for realizing the goal of doubling bilateral trade in the next five years,  building on the existing Economic and Financial Dialogue

 

Trade, Investment and Supply chains

10.

Institution of an Economic Security Dialogue

11.

Declaration of Intent on Cooperation on Railway and High-speed Railway Development in India

12.

General Security Agreement on the Exchange and Protection of Classified Information

Strategic and Space

13.

Letter of Intent between ISRO and CNES concerning cooperation in the field of microgravity research and human space exploration