ଦିଲ୍ଲୀ – ଭଦୋଦରା ଏକ୍ସପ୍ରେସୱେକୁ ଲୋକାର୍ପିତ କରିଛନ୍ତି
ପିଏମଏୱାଇ - ଗ୍ରାମୀଣ ଅଧୀନରେ ନିର୍ମିତ ୨.୨ ଲକ୍ଷରୁ ଅଧିକ ଘରର ଗୃହ ପ୍ରବେଶ ଆରମ୍ଭ କରାଇଛନ୍ତି ଏବଂ ପିଏମଏୱାଇ - ସହର ଅଧୀନରେ ନିର୍ମିତ ଗୃହକୁ ଲୋକାର୍ପିତ କରିଛନ୍ତି
ଜଳ ଜୀବନ ମିଶନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି
ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ୯ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି
ଆଇଆଇଟି ଇନ୍ଦୋରର ଏକାଡେମିକ ବିଲ୍ଡିଂକୁ ଲୋକାର୍ପଣ କରିବା ସହ କ୍ୟାମ୍ପସରେ ହଷ୍ଟେଲ ଏବଂ ଅନ୍ୟାନ୍ୟ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି
ଇନ୍ଦୋରରେ ବହୁମୁଖୀ ଲଜିଷ୍ଟିକ୍ ପାର୍କ ପାଇଁ ଶିଳାନ୍ୟାସ
"ଗ୍ୱାଲିୟରର ମାଟି ନିଜେ ଏକ ପ୍ରେରଣା"
ଡବଲ - ଇଞ୍ଜିନ ଅର୍ଥ ମଧ୍ୟପ୍ରଦେଶର ଦ୍ୱିଗୁଣିତ ବିକାଶ
ମଧ୍ୟପ୍ରଦେଶକୁ ଭାରତର ଶ୍ରେଷ୍ଠ ୩ ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି
"ମହିଳା ସଶକ୍ତିକରଣ ଭୋଟ୍ ବ୍ୟାଙ୍କ ପ୍ରସଙ୍ଗ ପରିବର୍ତ୍ତେ ଜାତୀୟ ପୁନର୍ଗଠନ ଏବଂ ଜାତୀୟ କଲ୍ୟାଣର ଏକ ମିଶନ\"
"ମୋଦି ଗ୍ୟାରେଣ୍ଟି ଅର୍ଥ ସବୁ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି"
"ଆଧୁନିକ ଭିତ୍ତିଭୂମି ଏବଂ ସୁଦୃଢ଼ ଆଇନ ଶୃଙ୍ଖଳା ଉଭୟ କୃଷକ ମାନଙ୍କ ପାଇଁ ଏବଂ ଶିଳ୍ପ ନିମନ୍ତେ ଲାଭଦାୟକ"
ଆମ ସରକାର ପ୍ରତ୍ୟେକ ବର୍ଗ
"ଗ୍ୱାଲିୟର ଭୂମି ନିଜେ ଏକ ପ୍ରେରଣା", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଏହି ମାଟିର ପୁଅମାନେ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ।

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ-ଗଣ ଶ୍ରୀମାନ ନରେନ୍ଦ୍ର ସିଂହ ଜୀ ତୋମର, ବୀରେନ୍ଦ୍ର କୁମାର ମହାଶୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଏବଂ ଏଠାକୁ ଏତେ ବିପୁଳ ସଂଖ୍ୟାରେ ଆସିଥିବା ମୋର ସମସ୍ତ ପରିବାରଜନ, ଗ୍ୱାଲିୟରର ଏହି ଐତିହାସିକ ମାଟିକୁ ମୋର ଶତ- ଶତ ପ୍ରଣାମ ।

ଏହି ମାଟି ହେଉଛି ସାହସ, ସ୍ୱାଭିମାନ, ସୈନ୍ୟ ଗୌରବ, ସଙ୍ଗୀତ, ସ୍ୱାଦ ଏବଂ ସୋରିଷର ପ୍ରତୀକ। ଗ୍ୱାଲିୟର ଦେଶ ପାଇଁ ଏକରୁ ବଳି ଅନେକ କ୍ରାନ୍ତିବୀର ଦେଇଛି । ଗ୍ୱାଲିୟର- ଚମ୍ବଲ ରାଷ୍ଟ୍ର ରକ୍ଷା ପାଇଁ, ଆମର ସେନା ପାଇଁ ନିଜର ବୀର ସନ୍ତାନମାନଙ୍କୁ ଦେଇଛି । ଗ୍ୱାଲିୟର ଭାଜପାର ନୀତି ଏବଂ ନେତୃତ୍ୱକୁ ମଧ୍ୟ ଆକାର ଦେଇଛି ।

ରାଜମାତା ବିଜୟରାଜେ ସିନ୍ଧିଆ ମହୋଦୟା, କୁଶାଭାଉ ଠାକରେ ମହାଶୟ ଏବଂ ଅଟଳ ବିହାରୀ ବାଜପେୟୀ ମହୋଦୟଙ୍କୁ ଗ୍ୱାଲିୟରର ମାଟି ଗଢିଛି । ଏହି ମାଟି ନିଜକୁ ନିଜ ମଧ୍ୟରେ ହେଉଛି ଏକ ପ୍ରେରଣା । ଏହି ମାଟିରୁ ଯେଉଁ ମଧ୍ୟ ଦେଶ ଭକ୍ତ ବାହାରିଛନ୍ତି, ସେମାନେ ନିଜକୁ ରାଷ୍ଟ୍ର ପାଇଁ ନିୟୋଜିତ କରିଛନ୍ତି, ସେମାନେ ନିଜର ଜୀବନ ରାଷ୍ଟ୍ରର ନାମରେ କରି ଦେଇଛନ୍ତି ।

 

ମୋର ପରିବାରଜନ,

ଆମ ଭଳି କୋଟି- କୋଟି ଭାରତୀୟମାନଙ୍କୁ ଦେଶର ସ୍ୱାଧୀନତା ପାଇଁ ଲଢିବାକୁ ସୌଭାଗ୍ୟ ମିଳି ନାହିଁ । କିନ୍ତୁ ଭାରତକୁ ବିକଶିତ କରିବାରେ, ଭାରତକୁ ସମୃଦ୍ଧ କରିବାର ଦାୟିତ୍ୱ ଆମ ସମସ୍ତଙ୍କ କାନ୍ଧରେ ଅଛି । ଆଜି ମଧ୍ୟ ଏହି ମିଶନକୁ ଆଗକୁ ବଢାଇବା ପାଇଁ ପୁଣି ଥରେ ମୁଁ ଆପଣମାନଙ୍କ ଗହଣକୁ ଗ୍ୱାଲିୟର ଆସିଛି । ଏବେ ଏଠାରେ ପାଖାପାଖି 19 ହଜାର କୋଟି ଟଙ୍କାର ବିକାଶ କାର୍ଯ୍ୟଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି ।

ଆଉ ମୁଁ ଦେଖୁଥିଲି ଯେ, ଗୋଟିଏ ପରେ ଗୋଟିଏ ଲୋକାର୍ପଣ ଅବା ଶିଳାନ୍ୟାସର ପରଦା ଖୋଲୁଥିଲା । ଏତେ ଥର ପରଦା ଖୋଲିଲା ଯେ, ଆପଣମାନେ ତାଳି ବଜାଇ ବଜାଇ ଥକି ଗଲେ। ଆପଣମାନେ କଳ୍ପନା କରି ପାରିବେ ଯେ, ଏକ ବର୍ଷରେ କୌଣସି ସରକାର ଯେତେ ଲୋକାର୍ପଣ ଏବଂ ଶିଳାନ୍ୟାସର କାର୍ଯ୍ୟ କରିପାରନ୍ତି ନାହିଁ, କିନ୍ତୁ ଆଜି ଗୋଟିଏ ଦିନରେ ଆମ ସରକାର କରି ପାରନ୍ତି ଏବଂ ଲୋକ ତାଳି ବଜାଇ ବଜାଇ ଥକି ଯାଆନ୍ତି, ଏତେ କାର୍ଯ୍ୟ କରିବାର ସାମର୍ଥ୍ୟ ରଖିଛୁ ।

ମୋର ପରିବାରଜନ,

ଦଶହରା, ଧନତେରସ ଏବଂ ଦୀପାବଳୀ ପୂର୍ବରୁ ମଧ୍ୟ ପ୍ରଦେଶର ପ୍ରାୟ 2 ଲକ୍ଷ 25 ହଜାର ପରିବାର ଆଜି ନିଜ ଘରେ ଗୃହ ପ୍ରବେଶ କରୁଛନ୍ତି । ଆଜି ଯୋଗାଯୋଗର ମଧ୍ୟ ଅନେକ ପ୍ରକଳ୍ପର ଏଠାରେ ଶୁଭାରମ୍ଭ ହୋଇଛି । ଉଜ୍ଜୈନରେ ବିକ୍ରମ ଉଦ୍ୟୋଗପୁରୀ ଏବଂ ଇନ୍ଦୋରରେ ମଲ୍ଟି ମଡେଲ ଲଜିଷ୍ଟିକ ପାର୍କ, ମଧ୍ୟ ପ୍ରଦେଶର ଉଦ୍ୟୋଗୀକରଣକୁ ସଂପ୍ରସାରିତ କରିବ। ଏଠାକାର ଯୁବକମାନଙ୍କ ପାଇଁ ହଜାର- ହଜାର ନୂତନ ରୋଜଗାର ସେମାନଙ୍କ ପାଇଁ ସୃଷ୍ଟି ହେବାକୁ ଯାଉଛି, ନୂତନ ସୁଯୋଗ ସୃଷ୍ଟି ହେବ । ଆଜି ଆଇଆଇଟି ଇନ୍ଦୋରରେ ମଧ୍ୟ ବହୁତ କାର୍ଯ୍ୟ ନୂତନ ଭାବେ ଆରମ୍ଭ ହୋଇଛି ।

ଆଜି ଗ୍ୱାଲିୟର ସହିତ ବିଦିଶା, ବୈତୁଲ, କଟନୀ, ବୁରହାନପୁର, ନରସିଂହପୁର, ଦମୋହ ଏବଂ ଶାଜାପୁରକୁ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ମିଳିଛି । ଏହି କେନ୍ଦ୍ର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତିଭୂମି ମିଶନ ଅଧୀନରେ ନିର୍ମାଣ ହୋଇଛି । ଏଥିରେ ଗୁରୁତର ରୋଗର ଚିକିତ୍ସା ସୁବିଧା ମଧ୍ୟ ଅଛି । ମୁଁ ଏହି ସମସ୍ତ ପାଇଁ ଆପଣ ସମସ୍ତଙ୍କୁ ମଧ୍ୟ ପ୍ରଦେଶର ମୋର ପରିବାରଜନ ମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଏ ଯେଉଁ ଏତେ ସବୁ କାର୍ଯ୍ୟ ହେଉଛି, ଏହା ଡବଲ ଇଞ୍ଜିନ ସରକାରଙ୍କ ମିଳିତ ପ୍ରୟାସର ହେଉଛି ପରିଣାମ । ଯେତେବେଳେ ଦିଲ୍ଲୀ ଏବଂ ଭୋପାଳ, ଦୁଇଟି ଯାକ ସ୍ଥାନରେ ସମାନ ଚିନ୍ତାଧାରାଯୁକ୍ତ, ଜନତା-ଜନାର୍ଦ୍ଦନଙ୍କୁ ସମର୍ପିତ ସରକାର ରୁହନ୍ତି, ସେତେବେଳେ ଏଭଳି କାର୍ଯ୍ୟ ଆହୁରି ଦ୍ରୁତ ଗତିରେ ହୋଇଥାଏ । ଏଥିପାଇଁ ଆଜି ମଧ୍ୟପ୍ରଦେଶର ବିଶ୍ୱାସ, ଡବଲ ଇଞ୍ଜିନ ସରକାରଙ୍କ ଉପରେ ରହିଛି । ଡବଲ ଇଞ୍ଜିନ ଅର୍ଥାତ ଏମପିର ଦୁଇଗୁଣ ବିକାଶ !

 

ମୋର ପରିବାରଜନ,

ବିଗତ ଦିନମାନଙ୍କରେ ଆମ ସରକାର ମଧ୍ୟ ପ୍ରଦେଶକୁ ରୋଗୀଣା ବା ଜରାଗ୍ରସ୍ତ ରାଜ୍ୟରୁ ଦେଶର ଶୀର୍ଷ 10 ରାଜ୍ୟମାନଙ୍କ ମଧ୍ୟକୁ ଆଣି ଆସିଛନ୍ତି । ଏହିଠାରୁ ଆମର ଲକ୍ଷ୍ୟ ମଧ୍ୟ ପ୍ରଦେଶକୁ ଦେଶର ଶ୍ରେଷ୍ଠ-3 ରାଜ୍ୟମାନଙ୍କ ମଧ୍ୟକୁ ଆଣିବା ପାଇଁ ରହିଛି । ଏମପି, ଶୀର୍ଷ-3 କୁ ଯିବା ଦରକାର କି ଦରକାର ନୁହେଁ  ?  ଏମପିର ସ୍ଥାନ ଶ୍ରେଷ୍ଠ-3 ମଧ୍ୟରେ ରହିବା ଦରକାର କି ଦରକାର ନୁହେଁ ? ଖୁବ ଗର୍ବର ସହିତ ତିନି ପର୍ଯ୍ୟନ୍ତ ପହଂଚିବାର ଅଛି ନା ପହଂଚିବାର ନାହିଁ ? ଏହି କାର୍ଯ୍ୟଟିକୁ କିଏ କରି ପାରିବ ? ଏହି ଗ୍ୟାରେଂଟି କିଏ ଦେଇ ପାରିବ  ? ଆପଣଙ୍କର ଉତର ହେଉଛି ଭୁଲ, ଏହି ଗ୍ୟାରେଂଟି ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଆପଣଙ୍କର ଗୋଟିଏ ଗୋଟିଏ ଭୋଟ ମଧ୍ୟ ପ୍ରଦେଶକୁ ତିନି ନମ୍ବରକୁ ନେଇ ଆସି ପାରିବ ଆଜ୍ଞା । ଡବଲ ଇଞ୍ଜିନକୁ ଦେଇଥିବା ଆପଣଙ୍କର ପ୍ରତ୍ୟେକ ଭୋଟ, ଏମପିକୁ ଶ୍ରେଷ୍ଠ-3ରେ ନେଇ ପହଂଚାଇପାରିବ ।

ମୋର ପରିବାରଜନ,

ଏମପିର ବିକାଶ ସେହି ଲୋକମାନେ କରି ପାରିବେ ନାହିଁ ଯାହାଙ୍କ ପାଖରେ ନା’ ତ’ କୌଣସି ନୂତନ ଚିନ୍ତାଧାରା ରହିଛି, ଆଉ ନା ହିଁ ବିକାଶର ରୋଡ଼ମ୍ୟାପ ରହିଛି । ଏହି ଲୋକମାନଙ୍କର କେବଳ ଗୋଟିଏ ହିଁ କାର୍ଯ୍ୟ ରହିଛି- ଦେଶର ପ୍ରଗତି ଉପରେ ଘୃଣା, ଭାରତର ଯୋଜନାଗୁଡ଼ିକ ଉପରେ ଘୃଣା । ନିଜର ଘୃଣା ଫଳରେ ସେମାନେ ଦେଶର ଉପଲବ୍ôଧଗୁଡ଼ିକୁ ମଧ୍ୟ ଭୁଲି ଯାଉଛନ୍ତି । ଆଜି ଆପଣମାନେ ଦେଖନ୍ତୁ, ସାରା ବିଶ୍ୱ ଭାରତର ଗୌରବ ଗାନ କରୁଛି । ବିଶ୍ୱରେ ଭାରତର ଜୟ ଜୟକାର ହେଉଛି କି ହେଉ ନାହିଁ ? ଆଜି ବିଶ୍ୱକୁ ଭାରତ ମଧ୍ୟରେ ନିଜର ଭବିଷ୍ୟତ ଦୃଷ୍ଟିଗୋଚର ହେଉଛି । କିନ୍ତୁ ଯେଉଁମାନେ ରାଜନୀତିରେ ଦ୍ୱନ୍ଦ ଭିତରେ ରହିଛନ୍ତି, ଯାହାଙ୍କୁ ଚଉକି ବ୍ୟତୀତ ଆଉ କିଛି ଦେଖା ଯାଏ ନାହିଁ, ସେମାନଙ୍କୁ ଆଜି ବିଶ୍ୱରେ ଭାରତର ଜୟ ଜୟକାର ହେଉଥିବା କଥା ମଧ୍ୟ ଭଲ ଲାଗୁ ନାହିଁ ।

ଭାରତ, ଚିନ୍ତା କରନ୍ତୁ ବନ୍ଧୁଗଣ, 9 ବର୍ଷ ମଧ୍ୟରେ 10ମ ସ୍ଥାନରୁ 5ମ ସ୍ଥାନର ଆର୍ଥିକ ଶକ୍ତି ହୋଇ ଯାଇଛି । କିନ୍ତୁ ଏହି ବିକାଶ ବିରୋଧି ଲୋକମାନେ ଏହା ପ୍ରମାଣିତ କରିବାରେ ଲାଗି ପଡ଼ିଛନ୍ତି ଯେ ଏଭଳି କିଛି ହିଁ ହୋଇ ନାହିଁ । ମୋଦୀ ଗ୍ୟାରେଂଟି ଦେଇଛନ୍ତି ଯେ ଆଗାମୀ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶୀର୍ଷ ତିନି ଅର୍ଥନୀତିରେ ଗୋଟିଏ ନାମ ଆମ ହିନ୍ଦୁସ୍ତାନର ହେବ । ଏହାଦ୍ୱାରା ମଧ୍ୟ ଶାସନ ଲୋଭୀ କିଛି ଲୋକମାନଙ୍କର ପେଟରେ କଷ୍ଟ ହେଉଛି ।

 

ମୋର ପରିବାରଜନ,

ବିକାଶ ବିରୋଧି ଏହି ଲୋକମାନଙ୍କୁ ଦେଶ 6 ଦଶକ ଦେଇଥିଲା । 60 ବର୍ଷ କୌଣସି କମ୍ ସମୟ ନୁହେଁ । ଯଦି 9 ବର୍ଷରେ ଏତେ କାର୍ଯ୍ୟ ହୋଇ ପାରେ ତେବେ 60 ବର୍ଷରେ କେତେ କ’ଣ ହୋଇ ପାରି ଥାଆନ୍ତା । ସେମାନଙ୍କ ପାଖରେ ସୁଯୋଗ ମଧ୍ୟ ଥିଲା । ସେମାନେ କରି ପାରିଲେ ନାହିଁ, ଏହା ହେଉଛି ସେମାନଙ୍କର ଅପାରଗତା । ସେମାନେ ସେତେବେଳେ ମଧ୍ୟ ଗରିବଙ୍କ ଭାବନାକୁ ନେଇ ଖେଳୁଥିଲେ, ଆଜି ମଧ୍ୟ ସେହି ଖେଳ ଖେଳୁଛନ୍ତି । ସେମାନେ ସେତେବେଳେ ମଧ୍ୟ ଜାତି-ପାତି ନାମକୁ ନେଇ ସମାଜକୁ ଭାଗ- ଭାଗ କରୁଥିଲେ, ଆଜି ମଧ୍ୟ ସେହି ପାପ କରୁଛନ୍ତି । ସେମାନେ ସେତେବେଳେ ମଧ୍ୟ ଆତଙ୍କ ଓ ଭ୍ରଷ୍ଟାଚାରରେ ବୁଡ଼ି ରହୁଥିଲେ, ଆଉ ଆଜି ତ’ ସେମାନେ ଗୋଟିଏରୁ ବଳି ଆହୁରି ଘୋର ଭ୍ରଷ୍ଟାଚାରୀ ହୋଇ ଯାଇଛନ୍ତି । ସେମାନେ ସେତେବେଳେ ମଧ୍ୟ କେବଳ ଆଉ କେବଳ ଗୋଟିଏ ପରିବାରର ଗୌରବ ଗାନ କରୁଥିଲେ, ଆଜି ମଧ୍ୟ ତାହାକୁ କରିବାରେ ହିଁ ସେମାନେ ନିଜର ଭବିଷ୍ୟତକୁ ଦେଖୁଛନ୍ତି । ଏଥିପାଇଁ ସେମାନଙ୍କୁ ଦେଶର ଗୌରବ ଗାନ ପସନ୍ଦ ଆସୁ ନାହିଁ ।

ମୋର ପରିବାରଜନ,

ମୋଦୀ ଗରିବ, ଦଳିତ, ପଛୁଆ, ଆଦିବାସୀ ପରିବାରଙ୍କ ପାଇଁ ପକ୍କା ଘରର ଗ୍ୟାରେଂଟି ଦେଇଛନ୍ତି। ଏପର୍ଯ୍ୟନ୍ତ ଏହା ମାଧ୍ୟମରେ ଦେଶରେ 4 କୋଟି ପରିବାରଙ୍କୁ ନିଜର ପକ୍କା ଘର ମିଳି ସାରିଛି । ଏଠାରେ ଏମପିରେ ମଧ୍ୟ ଏପର୍ଯ୍ୟନ୍ତ ଲକ୍ଷ- ଲକ୍ଷ ଘର ଗରିବ ପରିବାରମାନଙ୍କୁ ଦିଆ ଯାଇସାରିଛି ଆଉ ଆଜି ମଧ୍ୟ ଏତେ ବଡ଼ ମାତ୍ରାରେ ଘରଗୁଡ଼ିକର ଲୋକାର୍ପଣ କରାଯାଇଛି । ଯେତେବେଳେ ଏହି ଲୋକଙ୍କର ସରକାର ଦିଲ୍ଲୀରେ ଥିଲା, ସେତେବେଳେ ଗରିବଙ୍କ ଘର ନାମରେ ମଧ୍ୟ କେବଳ ଲୁଟ କରାଯାଉଥିଲା । ଏହି ଲୋକମାନେ ଯେଉଁ ଘର ନିର୍ମାଣ କରାଉଥିଲେ, ସେଗୁଡ଼ିକ ରହିବା ଉପଯୋଗୀ ମଧ୍ୟ ହେଉ ନ ଥିଲା । ସାରା ଦେଶରେ ଏଭଳି ଲକ୍ଷ- ଲକ୍ଷ ହିତାଧିକାରୀ ଥିଲେ, ଯେଉଁମାନେ କେବେ ହେଲେ ସେହି ଘରେ ନିଜର ପାଦ ରଖି ନାହାଁନ୍ତି । କିନ୍ତୁ ଆଜି ଯେଉଁ ଘର ନିର୍ମାଣ କରାଯାଉଛି, ସେଗୁଡ଼ିକରେ ଖୁସି- ଖୁସିରେ ଗୃହ ପ୍ରବେଶ କରୁଛନ୍ତି । ଏହା ଏଥିପାଇଁ କାହିଁକି ନା ଏହି ଘର ପ୍ରତ୍ୟେକ ହିତାଧିକାରୀ ଭଉଣୀ- ଭାଇ ନିଜେ ନିଜ ହିସାବରେ ନିର୍ମାଣ କରୁଛନ୍ତି । ନିଜ ସ୍ୱପ୍ନ ଅନୁରୂପ, ନିଜର ଆବଶ୍ୟକତା ହିସାବରେ ନିଜର ଗୃହ ନିର୍ମାଣ କରୁଛନ୍ତି ।

ଆମ ସରକାର ଯେଭଳି- ଯେମିତି କାମ ହୋଇଯାଉଛି, ବୈଷୟିକ ଜ୍ଞାନ ମାଧ୍ୟମରେ ନିରୀକ୍ଷଣ ହେଉଛି, ଆଉ ସିଧାସଳଖ ତାଙ୍କ ଖାତାକୁ ଅର୍ଥ ପଠାଇ ଦିଆ ଯାଉଛି, କୌଣସି ଚୋରୀ ହେଉ ନାହିଁ, କୌଣସି କଟକୀ କମ୍ପାନୀ ନାହିଁ, କୌଣସି ଭ୍ରଷ୍ଟାଚାର ନାହିଁ । ଆଉ ତାଙ୍କର ଘର ନିର୍ମାଣ ଆଗକୁ ବଢ଼ି ଯାଉଛି । ପୂର୍ବରୁ ଘର ନାମରେ କେବଳ ଚାରି କାନ୍ଥ ଠିଆ ହେଉଥିଲା । ଆଜି ଯେଉଁ ଘର ମିଳୁଛି, ଏଗୁଡ଼ିକରେ ଶୌଚାଳୟ, ବିଜୁଳି, ପାଇପ ମାଧ୍ୟମରେ ପାଣି, ଉଜ୍ଜ୍ୱଳାର ଗ୍ୟାସ, ସବୁକିଛି ଏକା ସଙ୍ଗେ ମିଳୁଛି । ଆଜି ଏଠାରେ ଗ୍ୱାଲିୟର ଏବଂ ଶୟୋପୁର ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଜଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏହା ମଧ୍ୟ ଏହି ଘରଗୁଡ଼ିକୁ ଜଳ ଯୋଗାଣ କରିବାରେ ସାହାଯ୍ୟ କରିବ ।

 

ସାଥୀଗଣ,

ଏହି ଘର ଗୁଡ଼ିକର ଲକ୍ଷ୍ମୀ ଅର୍ଥାତ ମୋର ମାଆମାନେ- ଭଉଣୀମାନେ, ଘରର ମାଲିକାଣୀ ହୁଅନ୍ତୁ, ଏହାକୁ ମଧ୍ୟ ମୋଦୀ ସୁନିଶ୍ଚିତ କରିଛନ୍ତି । ଆପଣମାନଙ୍କୁ ଜଣାଅଛି ନା’ ଯେ ପିଏମ୍ ଆବାସ ଯୋଜନାର ଘରଗୁଡ଼ିକର ପଞ୍ଜିକରଣ ମହିଳାମାନଙ୍କ ନାମରେ ମଧ୍ୟ ହେଉଛି ? ପିଏମ୍ ଆବାସ ଯୋଜନାର ଘରଗୁଡ଼ିକ ଯୋଗୁଁ କୋଟି- କୋଟି ଭଉଣୀ ଲକ୍ଷପତି ହୋଇଛନ୍ତି । ଯାହାଙ୍କ ନାମରେ କୌଣସି ସମ୍ପତି ନ ଥିଲା, ସେମାନଙ୍କ ନାମରେ ଲକ୍ଷ- ଲକ୍ଷ ଟଙ୍କାର ଘର ପଞ୍ଜିକୃତ ହୋଇଛି । ଆଜି ମଧ୍ୟ ଯେଉଁ ଘର ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଘରଗୁଡ଼ିକର ପଞ୍ଜିକରଣ ଭଉଣୀମାନଙ୍କ ନାମରେ ରହିଛି ।

ଆଉ ଭାଇ ଓ ଭଉଣୀମାନେ,

ମୋଦୀ ନିଜର ଗ୍ୟାରେଂଟି ପୂରଣ କରିଛନ୍ତି । ମୁଁ ଗୋଟିଏ ଗ୍ୟାରେଂଟି ଭଉଣୀମାନେ ଆପଣମାନଙ୍କ ଠାରୁ ମଧ୍ୟ ଚାହୁଁଛି । ମୁଁ ଟିକେ ଭଉଣୀମାନଙ୍କୁ ପଚାରିବାକୁ ଚାହୁଁଛି, ମୁଁ ତ’ ମୋ ନିଜର ଗ୍ୟାରେଂଟି ପୂରଣ କରିଛି, ଆପଣମାନେ ଗୋଟିଏ ଗ୍ୟାରେଂଟି ଦେବେ ? ଆପଣମାନେ ମୋତେ ଗ୍ୟାରେଂଟି ଦେବେ, ନିଶ୍ଚିତ ଦେବେ ? ତେବେ ମୋତେ ଯେଉଁ ଗ୍ୟାରେଂଟି ଦରକାର, ଘର ମିଳିବା ପରେ ନିଜର ପିଲାମାନଙ୍କୁ ଭଲରେ ପାଠ ପଢ଼ାଇବାକୁ ହେବ, କୌଣସି ନା କୌଣସି କୌଶଳ ଶିଖାଇବାକୁ ହେବ, କରିବେ ? ଆପଣମାନଙ୍କର ଏହି ଗ୍ୟାରେଂଟି ମୋତେ କାର୍ଯ୍ୟ କରିବା ପାଇଁ ଶକ୍ତି ଦେଉଛି ।

ମୋର ପରିବାରଜନ,

ନାରୀ ସଶକ୍ତୀକରଣ, ଭାରତ ପାଇଁ ଭୋଟ ବ୍ୟାଙ୍କର ନୁହେଁ, ବରଂ ହେଉଛି ରାଷ୍ଟ୍ରକଲ୍ୟାଣର, ରାଷ୍ଟ୍ର ନିର୍ମାଣର ସମର୍ପିତ ମିଶନ । ଆମେ ଦେଖିଛୁ ଯେ ପୂର୍ବରୁ ଅନେକ ସରକାର ଆସିଛନ୍ତି- ଯାଇଛନ୍ତି। ଆମ ଭଉଣୀମାନଙ୍କୁ ଲୋକସଭା ଏବଂ ସଂସଦରେ 33 ପ୍ରତିଶତ ସଂରକ୍ଷଣର ମିଛ ପ୍ରତିଶୃତି ଦେଇ ଭୋଟ ମଗା ଯାଇଥିଲା । କିନ୍ତୁ ସଂସଦରେ ଷଡ଼ଯନ୍ତ୍ର କରି ଆଇନ ହେବାରୁ ରୋକାଗଲା, ବାରମ୍ବାର ରୋକାଗଲା । କିନ୍ତୁ ମୋଦୀ ଭଉଣୀମାନଙ୍କୁ ଗ୍ୟାରେଂଟି ଦେଇଥିଲେ । ଆଉ ମୋଦୀଙ୍କର ଗ୍ୟାରେଂଟି ଅର୍ଥାତ ପ୍ରତ୍ୟେକ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।

ଆଜି ନାରୀ ଶକ୍ତି ବନ୍ଦନ ଅଧିନିୟମ, ଏକ ସତ୍ୟ ହୋଇ ଯାଇଛି । ମୁଁ ଏହି ସଭାରେ ଆଉ ଆଗାମୀ ସମୟ ପାଇଁ ମଧ୍ୟ ମୁଁ କହିବି, ଏହି ବିକାଶର ଗାଥାରେ ଆମର ମାତୃଶକ୍ତିଙ୍କର ଭାଗିଦାରୀ ଆହୁରି ଅଧିକ ବଢ଼ିବ ଆଉ ପ୍ରଗତିର ପଥ ଉନ୍ମୁକ୍ତ ହେବ ସେହି ଦିଗରେ ଆମକୁ ଆଗକୁ ଯିବାକୁ ହେବ ।

ଭାଇମାନେ- ଭଉଣୀମାନେ,

ଆଜି ବିକାଶର ଯେତେ ସବୁ ପ୍ରକଳ୍ପ ଆମେ ଲାଗୁ କରିଛୁ, ସେହି ସମସ୍ତ ଏହି ଆଇନ ପାଖରେ ରହିଥିବା ଯୋଗୁଁ ଶକ୍ତି ମିଳି ପାରିବ ।

 

ମୋର ପରିବାରଜନ,

ଗ୍ୱାଲିୟର- ଚମ୍ବଲ ଆଜି ସୁଯୋଗ ଗୁଡ଼ିକର ଭୂମି ହୋଇ ପାରୁଛି । କିନ୍ତୁ ସବୁବେଳେ ସ୍ଥିତି ଏଭଳି ନ ଥିଲା । ଯେଉଁମାନେ କେତେ- କେତେ ଦଶକ ପର୍ଯ୍ୟନ୍ତ ସରକାରରେ ରହିଲେ, ସେମାନଙ୍କର ନେତା ଆଜି ଏଠାରେ ବଡ଼- ବଡ଼ କଥା କହୁଛନ୍ତି, ସେମାନଙ୍କର ଟ୍ରାକ ରେକର୍ଡ କ’ଣ ଅଛି? ଯେଉଁମାନେ ଆମର ଯୁବ ସାଥୀ ଅଛନ୍ତି, ଯେଉଁମାନେ ପ୍ରଥମ ଥରର ଭୋଟର୍ସ ଅଛନ୍ତି, ସେମାନେ ତ’ ନିଜର ସମ୍ପୂର୍ଣ୍ଣ ଜୀବନ ମଧ୍ୟରେ କେବଳ ଭାଜପା ସରକାର ଦେଖିଛନ୍ତି । ସେମାନେ ତ’ ଗୋଟିଏ ପ୍ରଗତିଶୀଳ ମଧ୍ୟ ପ୍ରଦେଶ ଦେଖିଛନ୍ତି । ବିରୋଧୀ ଦଳର ଏ ଯେଉଁ ବଡ଼ବଡ଼ିଆ କୁହାଳିଆ ନେତା ଅଛନ୍ତି, ଏମାନଙ୍କୁ କେତେ ଦଶକ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶରେ ଶାସନ କରିବାର ସୁଯୋଗ ମିଳିଥିଲା ।

ସେମାନଙ୍କର ଶାସନକାଳ ମଧ୍ୟରେ ଗ୍ୱାଲିୟର- ଚମ୍ବଲରେ ଅନ୍ୟାୟ ଏବଂ ଅତ୍ୟାଚାର ହିଁ ବିକଶିତ ହୋଇ ପାରିଥିଲା । ସେମାନଙ୍କ ଶାସନରେ ସାମାଜିକ ନ୍ୟାୟ ହାସ୍ୟାସ୍ପଦ ହୋଇ ରହିଥିଲା । ସେତେବେଳେ ଦୁର୍ବଳଙ୍କର, ଦଳିତ ଏବଂ ପଛୁଆମାନଙ୍କ କଥା ଶୁଣାଯାଉ ନ ଥିଲା । ଲୋକମାନେ ଆଇନ ନିଜ ହାତକୁ ନେଉଥିଲେ । ସାଧାରଣ ଜନତାଙ୍କର ସଡ଼କରେ ଆସିବା-ଯିବା କଷ୍ଟକର ହୋଇ ଯାଇଥିଲା । ବହୁତ ପରିଶ୍ରମ କରି ଆମ ସରକାର ଏହି କ୍ଷେତ୍ରକୁ ଆଜିକାର ସ୍ଥିତିରେ ଆଣି ପହଂଚାଇ ପାରିଛନ୍ତି । ଏବେ ଏଠାରୁ ଆଉ ପଛକୁ ଦେଖିବା ନାହିଁ ।

ମଧ୍ୟ ପ୍ରଦେଶ ପାଇଁ ଆଗାମୀ 5 ବର୍ଷ ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । ଆଜି ଦେଖନ୍ତୁ, ଗ୍ୱାଲିୟରରେ ନୂତନ ବିମାନବନ୍ଦର ଟର୍ମିନାଲ ନିର୍ମାଣ କରାଯାଉଛି, ଏଲିଭେଟର ରେଡ ନିର୍ମାଣ କରାଯାଉଛି । ଏଠାରେ ହଜାରେ ଶଯ୍ୟା ବିଶିଷ୍ଟ ନୂତନ ହାସ୍ପାତାଳ ନିର୍ମାଣ କରାଯାଉଛି । ନୂତନ ବସ୍ ଷ୍ଟାଣ୍ଡ, ଆଧୁନିକ ରେଲୱେ ଷ୍ଟେସନ, ନୂତନ ସ୍କୁଲ- କଲେଜ, ଗୋଟିଏ ପରେ ଗୋଟିଏ ଗ୍ୱାଲିୟରର ଛବି ବଦଳୁଛି । ଏହିଭଳି ହିଁ ଆମକୁ ସମଗ୍ର ମଧ୍ୟ ପ୍ରଦେଶର ଛବିକୁ ବଦଳାଇବାକୁ ହେବ ଆଉ ଏଥିପାଇଁ ଏଠାରେ ଡବଲ ଇଞ୍ଜିନର ସରକାର ନିହାତି ଆବଶ୍ୟକ ।

ସାଥୀଗଣ,

ଆଧୁନିକ ଭିତିଭୂମି ଦ୍ୱାରା ଜୀବନ ତ’ ସୁଗମ ହିଁ ହୋଇଥାଏ, ଏହା ମଧ୍ୟ ହେଉଛି ସମୃଦ୍ଧିର ପଥ । ଆଜି ହିଁ ଝାବୁଆ, ମନ୍ଦସୌର ଏବଂ ରତଲାମକୁ ଯୋଡ଼ୁଥିବା 8 ଲେନ ବିଶିଷ୍ଟ ଏକ୍ସପ୍ରେସ-ୱେର ମଧ୍ୟ ଲୋକାର୍ପଣ ହୋଇଛି । ବିଗତ ଶତାବ୍ଦୀର ମଧ୍ୟ ପ୍ରଦେଶ 2 ଲେନର ଉତମ ସଡ଼କ ପାଇଁ ମଧ୍ୟ ବ୍ୟାକୁଳ ହେଉଥିଲା, ଏବେ ଆଜି ଏମପିରେ 8 ଲେନ ବିଶିଷ୍ଟ ଏକ୍ସପ୍ରେସ-ୱେର ନିର୍ମାଣ ହେଉଛି । ଇନ୍ଦୋର, ଦେବାସ ଏବଂ ହରଦାକୁ ଯୋଡ଼ୁଥିବା 4 ଲେନ ବିଶିଷ୍ଟ ସଡ଼କ ଉପରେ ମଧ୍ୟ ଆଜି କାର୍ଯ୍ୟ ଶୁଭାରମ୍ଭ ହୋଇଛି । ରେଳବାଇର ଗ୍ୱାଲିୟରରୁ ସୁମାବଲୀ ସେକ୍ସନକୁ ବ୍ରଡ-ଗେଜରେ ବଦଳାଇବାର କାର୍ଯ୍ୟ ମଧ୍ୟ ଶେଷ କରି ଦିଆ ଯାଇଛି । ଏବେ ଏହା ଉପରେ ପ୍ରଥମ ଟ୍ରେନକୁ ସବୁଜ ପତାକା ମଧ୍ୟ ଦେଖାଯାଇଛି । ଯୋଗାଯୋଗର ଏହି ସବୁ କାର୍ଯ୍ୟଗୁଡ଼ିକ ଦ୍ୱାରା ଏହି ଅଂଚଳକୁ ବହୁ ପରିମାଣରେ ଲାଭ ହେବାକୁ ଯାଉଛି ।

 

ସାଥୀଗଣ,

ଆଧୁନିକ ଭିତିଭୂମି ଏବଂ ଉତମ ଆଇନ ବ୍ୟବସ୍ଥା ଦ୍ୱାରା କୃଷକ ହୁଅନ୍ତୁ କିମ୍ବା ଉଦ୍ୟୋଗ- ବ୍ୟବସାୟ- କାରବାର, ସମସ୍ତେ ଫୁଲନ୍ତି- ଫଳନ୍ତି ଓ ପ୍ରଷ୍ଫୁଟିତ ହୁଅନ୍ତି । ଯେଉଁଠାରେ ବିକାଶ ବିରୋଧୀମାନଙ୍କର ସରକାର ଆସିଥାଏ, ସେହିଠାରେ ଏହି ଦୁଇଟି ବ୍ୟବସ୍ଥା ରୁଗ୍‌ଣ ହୋଇ ଯାଏ । ଆପଣ ରାଜସ୍ଥାନରେ ଦେଖନ୍ତୁ, ବିଚ୍ ବଜାରରେ ସର୍ବ ସମ୍ମୁଖରେ ଗଳା କାଟି ଦିଆ ଯାଉଛି ଆଉ ସେଠାକାର ସରକାର ଦେଖି ଚାହିଁ ରହୁଛନ୍ତି । ଏହି ବିକାଶ ବିରୋଧୀ ଲୋକ ଯେଉଁଠିକୁ ଯାଆନ୍ତି, ସେଠାରେ ତୁଷ୍ଟିକରଣ ମଧ୍ୟ ଆସି ଯାଇଥାଏ । ଏହା ଫଳରେ ଗୁଣ୍ଡା, ଅପରାଧୀ, ଦଙ୍ଗାକାରୀ ଏବଂ ଭ୍ରଷ୍ଟାଚାରୀ ଲଗାମ ଛଡ଼ା ହୋଇ ଯାଆନ୍ତି । ମହିଳାମାନଙ୍କ ଉପରେ, ଦଳିତ- ପଛୁଆ- ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଯାଇଥାଏ । ବିଗତ ବର୍ଷମାନଙ୍କରେ ଏହି ବିକାଶ ବିରୋଧୀ ମାନଙ୍କର ରାଜ୍ୟରେ ଅପରାଧ ଏବଂ ଦୁର୍ନୀତି ସବୁଠାରୁ ଅଧିକ ବଢ଼ିଛି । ମଧ୍ୟ ପ୍ରଦେଶକୁ ଏଥିପାଇଁ ଏହି ଲୋକମାନଙ୍କ ଠାରୁ ସାବଧାନ ରହିବାକୁ ହେବ ।

ମୋର ପରିବାରଜନ,

ଆମ ସରକାର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ କ୍ଷେତ୍ରରେ ବିକାଶକୁ ପହଂଚାଇବା ପାଇଁ ହେଉଛନ୍ତି ସମର୍ପିତ । ଯାହାଙ୍କୁ କେହି ପଚାରିଲେ ନାହିଁ, ସେମାନଙ୍କୁ ମୋଦୀ ପଚାରୁଛନ୍ତି, ମୋଦୀ ପୂଜା କରୁଛନ୍ତି । ମୁଁ ଆପଣମାନଙ୍କ ଠାରୁ ଜାଣିବାକୁ ଚାହୁଁଛି.. କ’ଣ 2014 ପୂର୍ବରୁ କେହି ଦିବ୍ୟାଙ୍ଗ ଶବ୍ଦ ଶୁଣିଥିଲେ ? ଯେଉଁମାନେ ଶାରୀରିକ ଭାବେ କୌଣସି ଆହ୍ୱାନ ମଧ୍ୟରେ ଘେରି ହୋଇ ରହୁଥିଲେ, ସେମାନଙ୍କୁ ପୂର୍ବର ସରକାରମାନଙ୍କ ଦ୍ୱାରା ଏମିତି ହିଁ ଅବହେଳିତ କରି ଛାଡ଼ି ଦିଆ ଯାଇଥିଲା ।

ଏ ହେଉଛି ଆମ ସରକାର ଯିଏ ଦିବ୍ୟାଙ୍ଗ ଜନମାନଙ୍କର ଚିନ୍ତା କଲେ, ସେମାନଙ୍କ ପାଇଁ ଆଧୁନିକ ଉପକରଣ ଯୋଗାଇ ଦେଲେ, ସେମାନଙ୍କ ପାଇଁ ସାଧାରଣ ସାଙ୍କେତିକ ଭାଷା ବିକଶିତ କରାଇଲେ । ଆଜି ହିଁ ଏହିଠାରେ ଗ୍ୱାଲିୟରରେ ଦିବ୍ୟାଙ୍ଗ ସାଥୀମାନଙ୍କ ପାଇଁ ନୂତନ କ୍ରୀଡ଼ା କେନ୍ଦ୍ରର ଉଦଘାଟନ ହୋଇଛି । ଏହାଦ୍ୱାରା ଦେଶରେ ଏକ ବଡ଼ ସ୍ପୋର୍ଟ୍ସ ହବ୍ ରୂପରେ, କ୍ରୀଡ଼ା କେନ୍ଦ୍ର ଭାବେ ଗ୍ୱାଲିୟରର ପରିଚୟ ଆହୁରି ସଶକ୍ତ ହେବ । ଆଉ ସାଥୀଗଣ, ମୋ କଥା ଉପରେ ବିଶ୍ୱାସ କରିବେ, ବିଶ୍ୱ ମଧ୍ୟରେ କ୍ରୀଡ଼ାର ଚର୍ଚ୍ଚା ହେବ, ଦିବ୍ୟାଙ୍ଗ ଜନମାନଙ୍କର କ୍ରୀଡ଼ାର ଚର୍ଚ୍ଚା ହେବ, ଗ୍ୱାଲିୟରର ନାମ ଗୌରବାନ୍ୱିତ ହେବାକୁ ଯାଉଛି; ଲେଖି ନିଅନ୍ତୁ ।

ଆଉ ଏଥିପାଇଁ ମୁଁ କହୁଛି, ଯାହାଙ୍କୁ କେହି ପଚାରିଲେ ନାହିଁ, ସେମାନଙ୍କୁ ମୋଦୀ ପଚାରୁଛନ୍ତି, ସେମାନଙ୍କୁ ମୋଦୀ ପୂଜା କରୁଛନ୍ତି । ଏତେ ବର୍ଷ ଧରି ଦେଶର କ୍ଷୁଦ୍ର ଚାଷୀମାନଙ୍କୁ କେହି ପଚାରିଲେ ନାହିଁ । ଏହି କ୍ଷୁଦ୍ର ଚାଷୀମାନଙ୍କୁ ମୋଦୀ ପଚାରିଲେ, ସେମାନଙ୍କ କଥା ଚିନ୍ତା କଲେ । ପିଏମ କିଷାନ ସମ୍ମାନ ନିଧି ମାଧ୍ୟମରେ ଦେଶର ପ୍ରତ୍ୟେକ କ୍ଷୁଦ୍ର ଚାଷୀଙ୍କ ଖାତାକୁ ଏପର୍ଯ୍ୟନ୍ତ 28 ହଜାର ଟଙ୍କା ଆମ ସରକାର ପଠାଇଛନ୍ତି । ଆମ ଦେଶରେ ଏଭଳି ଅଢ଼େଇ କୋଟି କ୍ଷୁଦ୍ର ଚାଷୀ ଅଛନ୍ତି, ଯେଉଁମାନେ ମୋଟା ଶସ୍ୟ ଉତ୍ପାଦନ କରୁଛନ୍ତି । ମୋଟା ଶସ୍ୟ ଉତ୍ପାଦନ କରୁଥିବା କ୍ଷୁଦ୍ର ଚାଷୀମାନଙ୍କର ଚିନ୍ତା ମଧ୍ୟ ପୂର୍ବରୁ କେହି କରୁ ନ ଥିଲେ । ଏହା ହେଉଛି ଆମ ସରକାର ଯିଏ ମୋଟା ଶସ୍ୟକୁ ଶ୍ରୀ-ଅନ୍ନର ପରିଚୟ ହେଉଛନ୍ତି, ତାହାକୁ ସାରା ବିଶ୍ୱର ବଜାରକୁ ନେଇ ଯାଉଛନ୍ତି।

ସାଥୀଗଣ,

ଆମ ସରକାରଙ୍କର ଏହି ଭାବନାର ଆଉ ଏକ ବଡ଼ ପ୍ରମାଣ ହେଉଛି, ପିଏମ ବିଶ୍ୱକର୍ମା ଯୋଜନା। ଆମର କୁମ୍ଭକାର ଭାଇ- ଭଉଣୀ, ଲୋହାର (କମାର) ଭାଇ- ଭଉଣୀ, ସୁତାର (ଲୁଗା ବୁଣାବୁଣି କରୁଥିବା) ଭାଇ- ଭଉଣୀ, ସୁନାର (ସ୍ୱର୍ଣ୍ଣକାର) ଭାଇ- ଭଉଣୀ, ମାଲାକାର ଭାଇ- ଭଉଣୀ, ଦର୍ଜୀ ଭାଇ- ଭଉଣୀ, ଧୋବୀ ଭାଇ- ଭଉଣୀ, ଜୋତା ତିଆରି କରୁଥିବା ଭାଇ- ଭଉଣୀ, ବାଳ କାଟୁଥିବା ଭାଇ- ଭଉଣୀ, ଏଭଳି କାମ କରୁଥିବା ଲୋକମାନେ ହେଉଛନ୍ତି ଆମ ଜୀବନର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଏମାନଙ୍କ ବିନା ଜୀବନର କଳ୍ପନା ମଧ୍ୟ ଅସମ୍ଭବ । ଏମାନଙ୍କୁ ସୁଧ ମୁକ୍ତ ପାଇଁ ଏତେ ଦଶକ ପରେ ଆମ ସରକାର ପଦକ୍ଷେପ ଉଠାଇଛନ୍ତି ।

ଏହି ସାଥୀମାନେ ସମାଜରେ ପଛରେ ରହି ଯାଇଥିଲେ, ଏବେ ସେମାନଙ୍କୁ ଆଗକୁ ଆଣିବା ପାଇଁ ବହୁତ ବଡ଼ ଅଭିଯାନ ମୋଦୀ ଚଲାଇଛନ୍ତି । ଏହି ସାଥୀମାନଙ୍କୁ ତାଲିମ ଦେବା ପାଇଁ ହଜାର- ହଜାର ଟଙ୍କା ଆଧୁନିକ ଉପକରଣ ପାଇଁ 15 ହଜାର ଟଙ୍କା ଭାଜପା ସରକାର ପ୍ରଦାନ କରିବେ । ଲକ୍ଷ- ଏକ୍ଷ ଟଙ୍କାର ଶସ୍ତା ଋଣ ମଧ୍ୟ ଏହି ସାଥୀମାନଙ୍କୁ ଦିଆଯାଉଛି । ବିଶ୍ୱକର୍ମା ସାଥୀମାନଙ୍କର ଋଣର ଗ୍ୟାରେଂଟି ମୋଦୀ ନେଉଛନ୍ତି, କେନ୍ଦ୍ର ସରକାର ନେଉଛନ୍ତି ।

ମୋର ପରିବାରଜନ,

ଦେଶର ବିକାଶ ବିରୋଧୀ ରାଜନୈତିକ ଦଳ, ମଧ୍ୟ ପ୍ରଦେଶକୁ ପଛକୁ ନେଇଯିବା ପାଇଁ ଇଚ୍ଛା ରଖିଛନ୍ତି । ଯେତେବେଳେ କି ଆମର ଡବଲ ଇଞ୍ଜିନର ସରକାର, ଭବିଷ୍ୟତର ଚିନ୍ତା କରି ଥାଆନ୍ତି। ଏଥିପାଇଁ ବିକାଶର ଭରସା କେବଳ ଆଉ କେବଳ ଡବଲ ଇଞ୍ଜିନ ସରକାର କରି ପାରନ୍ତି । ମଧ୍ୟ ପ୍ରଦେଶକୁ ବିକାଶର ମାନଦଣ୍ଡରେ ଦେଶର ଶ୍ରେଷ୍ଠ ରାଜ୍ୟଗୁଡ଼ିକ ମଧ୍ୟକୁ ଆଣିବାର ଗ୍ୟାରେଂଟି କେବଳ ଆମ ସରକାର ହିଁ ଦେଇ ପାରିବେ ।

ମୋତେ ଏବେ ଶିବରାଜ ମହାଶୟ କହୁଥିଲେ ଯେ ସ୍ୱଚ୍ଛତାରେ ମଧ୍ୟ ପ୍ରଦେଶ ହେଉଛି ଦେଶରେ ଏକ ନମ୍ବର । ଆଜି ହେଉଛି ଗାନ୍ଧି ଜୟନ୍ତୀ, ଗାନ୍ଧିଜୀ ସ୍ୱଚ୍ଛତାର କଥା କହୁଥିଲେ । ଗତକାଲି ସାରା ଦେଶରେ ସ୍ୱଚ୍ଛତାର କାର୍ଯ୍ୟକ୍ରମ ହେଲା । ଜଣେ ମଧ୍ୟ କଂଗ୍ରେସ ନେତାଙ୍କୁ ଆପଣମାନେ ସ୍ୱଚ୍ଛତା କାର୍ଯ୍ୟ କରୁଥିବା ଦେଖିଛନ୍ତି କି  ? ସ୍ୱଚ୍ଛତା ଭଳି କାର୍ଯ୍ୟ ପାଇଁ ନିବେଦନ କରୁଥିବା ଦେଖିଛନ୍ତି କି ? କ’ଣ ମଧ୍ୟ ପ୍ରଦେଶର ନାମ ସ୍ୱଚ୍ଛତାରେ ଏକ ନମ୍ବର ହୋଇଛି ଏହା ମଧ୍ୟ କଂଗ୍ରେସ ବାଲାଙ୍କୁ ପସନ୍ଦ ନୁହେଁ, ସେ ମଧ୍ୟ ପ୍ରଦେଶର କ’ଣ ଉନ୍ନତି କରିବେ ଭାଇମାନେ  ? ଏଭଳି ଲୋକମାନଙ୍କ ଉପରେ ଭରସା କରି ପାରିବେ କି  ?

ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଭାଇ- ଭଉଣୀମାନେ, ବିକାଶର ଏହି ଗତିକୁ ଆଗକୁ ବଢ଼ାଇବାର ଅଛି, ବହୁତ ଦ୍ରୁତ ଗତିରେ ବଢ଼ାଇବାକୁ ହେବ । ଆଉ ଆଜି ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆଶୀର୍ବାଦ ଦେବାକୁ ଆସିଲେ, ଗ୍ୱାଲିୟର- ଚମ୍ବଲର ସାଥୀମାନେ ଏଠାକୁ ଆଶୀର୍ବାଦ ଦେବା ପାଇଁ ଆସିଲେ, ଏଥିପାଇଁ ମୁଁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି ।

ମୋ ସହିତ କୁହନ୍ତୁ-

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ବହୁତ- ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Be alert against digital arrest scams, keep KYC updated: PM's advice to citizens in 'Mann ki Baat'

Media Coverage

Be alert against digital arrest scams, keep KYC updated: PM's advice to citizens in 'Mann ki Baat'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting India’s growing leadership in technology and innovation
February 23, 2026

The Prime Minister, Shri Narendra Modi said that the historic AI Summit held in Delhi witnessed widespread global appreciation for India’s capabilities. He noted that it reflects how the forward-looking mindset of India’s youth in the field of technology can greatly benefit humanity.

The Prime Minister shared a Sanskrit Subhashitam on the occasion-

“अविज्ञातस्य विज्ञानं विज्ञातस्य च निश्चयः। आरम्भः कर्मणां शश्वदारब्धस्यान्तदर्शनम्॥”

The Subhashitam conveys that Experimentation and research are essential to discovering unknown knowledge. Judgment and analysis of known facts are the beginning of research, and that knowledge is verified through experience and observation.

The Prime Minister wrote on X;

“दिल्ली में हुए ऐतिहासिक AI समिट में पूरी दुनिया ने भारत के सामर्थ्य की जमकर सराहना की है। इससे पता चलता है कि टेक्नोलॉजी को लेकर हमारे युवा साथियों की सोच पूरी मानवता के बहुत काम आने वाली है।

अविज्ञातस्य विज्ञानं विज्ञातस्य च निश्चयः।

आरम्भः कर्मणां शश्वदारब्धस्यान्तदर्शनम् ।।”