“ଭଗବାନ କୃଷ୍ଣଙ୍କ ପାଦ ପଙ୍କଜରେ ନତମସ୍ତକ ହୋଇ ମୁଁ ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି”
“ମୁଁ ସଦ୍‌ଗୁରୁ ସଦାଫଲଜୀଙ୍କ ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରଣିପାତ କରୁଛି”
“ଯେତେବେଳେ ବି ଖରାପ ସମୟ ଆସେ କେହି ନା କେହି ମହାତ୍ମା ଆବିର୍ଭାବ ହୋଇ ଆମର ଦେଶର ସମୟ ସ୍ରୋତକୁ ବଦଳାଇ ଦିଅନ୍ତି । ଭାରତରେ ସ୍ୱାଧୀନତାର ସର୍ବୋଚ୍ଚ ନାୟକ ମହାତ୍ମା ବିଶ୍ୱବିଦିତ”
“ଯେତେବେଳେ ଆମେ ବନାରସର ବିକାଶ କଥା କହୁ, ସେତେବେଳେ ଆମ ଆଗରେ ସମଗ୍ର ଭାରତର ବିକାଶର ମାନଚିତ୍ର ଉଭା ହୋଇଥାଏ”
“ପ୍ରାଚୀନତାକୁ ପରିତ୍ୟାଗ ନ କରି ନୂତନତ୍ୱକୁ ଗ୍ରହଣ କରି ବନାରସ ଦେଶକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଛି”
“ଆଜି ସ୍ଥାନୀୟ ବ୍ୟବସାୟ, କର୍ମନିଯୁକ୍ତି ଏବଂ ଦେଶୀୟ ସାମଗ୍ରୀ ନୂତନ ଶକ୍ତି ପାଉଛି, ସ୍ଥାନୀୟ ବୈଶ୍ୱିକ ହେଉଛି”

ହର ହର ମହାଦେବ !
ଶ୍ରୀ ସଦ୍‌ଗୁରୁ ଚରଣ କମଳେଭ୍ୟୋ ନମଃ ।
ମଂଚ ଉପରେ ଉପସ୍ଥିତ ଉତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନ୍ଦି ବେନ୍ ପଟେଲ୍ ଜୀ, ଉତରପ୍ରଦେଶର ତେଜସ୍ୱୀ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ସଦ୍‌ଗୁରୁ ଆଚାର୍ଯ୍ୟ ଶ୍ରୀ ସ୍ୱତନ୍ତ୍ରଦେବ ଜୀ ମହାରାଜ, ସନ୍ଥ ପ୍ରବର ଶ୍ରୀ ବିଜ୍ଞାନଦେବ ଜୀ ମହାରାଜ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଏବଂ ଏହି ଅଂଚଳର ସାଂସଦ ଶ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଜୀ, ଏହି ସ୍ଥାନର ଆପଣ ମାନଙ୍କର ଲୋକପ୍ରତିନିଧି ଏବଂ ଯୋଗୀ ଜୀଙ୍କ ସରକାରର ମନ୍ତ୍ରୀ ଶ୍ରୀମାନ ଅନିଲ ରାଜଭର ଜୀ, ଦେଶ ବିଦେଶରୁ ଆସିଥିବା ସମସ୍ତ ସାଧକ ଏବଂ ଶ୍ରଦ୍ଧାଳୁଗଣ, ଭାଇ ଓ ଭଉଣୀମାନେ, ସମସ୍ତ ଉପସ୍ଥିତ ବନ୍ଧୁଗଣ!
କାଶୀର ତେଜ  ଅକ୍ଷୁର୍ଣ୍ଣ ଅଟେ, ଏବଂ ଏହା ନିତିଦିନ ନୂତନ ବ୍ୟାପକତା ମଧ୍ୟ ଲାଭ କରୁଛି । ଗତକାଲି କାଶୀରେ ଭବ୍ୟ ‘ବିଶ୍ୱନାଥ ଧାମ’କୁ ମହାଦେବଙ୍କ ଚରଣରେ ଅର୍ପଣ କରାଗଲା ଏବଂ ଆଜି ‘ବିହଙ୍ଗମ ଯୋଗ ସଂସ୍ଥାନ’ର ଅଦ୍ଭୁତପୂର୍ବ ଆୟୋଜନ ହେଉଛି । ଏହି ଦେବ ଭୂମି ଉପରେ ଇଶ୍ୱର ନିଜର ଅନେକ ଇଚ୍ଛାକୁ ପୂରଣ କରିବା ନିମନ୍ତେ ସନ୍ଥମାନଙ୍କୁ ତାଙ୍କ ମାଧ୍ୟମ କରିଥାନ୍ତି ଏବଂ ଯେତେବେଳେ ସନ୍ଥ ମାନଙ୍କର ସାଧନା ପୁଣ୍ୟଫଳ ପ୍ରାପ୍ତ କରିଥାଏ, ସେତେବେଳେ ସୁଖଦ ସଂଯୋଗ ତିଆରି ହୋଇ ଚାଲିଥାଏ ।  
ଆଜି ମୁଁ ଦେଖୁଛି, ସର୍ବ ଭାରତୀୟ ବିହଙ୍ଗମ ଯୋଗ ସଂସ୍ଥାନର ୯୮ତମ ବାର୍ଷିକୋତ୍ସବ, ସ୍ୱାଧୀନତା ଆନ୍ଦୋଳନରେ ସଦ୍‌ଗୁରୁ ସଦାଫଳ ଦେବ ଜୀଙ୍କର କାରାଗାରକୁ ଯାତ୍ରାର ୧୦୦ ବର୍ଷପୂର୍ତି, ଏବଂ ଦେଶର ସ୍ୱାଧୀନତାର ଅମୃତ ମହୋତ୍ସବ, ଆମେମାନେ ସମସ୍ତେ, ଏକା ସାଥିରେ ଏସବୁର ସାକ୍ଷୀ ହେଉଛେ । ଏହି ସମସ୍ତ ସଂଯୋଗ ସହିତ ଆଜି ଗୀତା ଜୟନ୍ତୀର ପବିତ୍ର ଅବସର ମଧ୍ୟ ଅଟେ । ଆଜି ଦିନରେ କୁରୁକ୍ଷେତ୍ରର ଯୁଦ୍ଧ ଭୂମିରେ ଯେତେବେଳେ ଦୁଇ ପକ୍ଷର ସେନାମାନେ ପରସ୍ପରକୁ ଭେଟିଥିଲେ, ସେତେବେଳେ ମାନବତାକୁ ଯୋଗ, ଆଧ୍ୟାତ୍ମ ଏବଂ ପରମାର୍ଥର ପରମ ଜ୍ଞାନ ମିଳିଥିଲା । ମୁଁ ଏହି ଅବସରରେ ଭଗବାନ କୃଷ୍ଣଙ୍କ ଚରଣରେ ପ୍ରଣାମ କରି ଆପଣ ସମସ୍ତଙ୍କୁ ଏବଂ ସବୁ ଦେଶବାସୀଙ୍କୁ ଗୀତା ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।
ଭାଇ ଏବଂ ଭଉଣୀମାନେ,
ସଦ୍‌ଗୁରୁ ସଦାଫଳ ଦେବ ଜୀ ସମାଜରେ ସଚେତନତା ନିମନ୍ତେ, ‘ବିହଙ୍ଗମ ଯୋଗ’କୁ ଲୋକମାନଙ୍କ ନିକଟରେ ପହଂଚାଇବା ପାଇଁ, ଯଜ୍ଞ କରିଥିଲେ, ଆଜି ସେହି ସଙ୍କଳ୍ପର ବୀଜ ଆମ ଆଗରେ ଏତେ ବଡ ବଟ ବୃକ୍ଷ ରୂପରେ ଦଣ୍ଡାୟମାନ ହୋଇଛି । ଆଜି ଏକାବନ ଶହ ଯଜ୍ଞକୁଣ୍ଡରେ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ରୂପରେ, ଏତେ ବଡ ସହ - ଯୋଗାସନ ପ୍ରଶିକ୍ଷଣ ଶିବିର ରୂପରେ, ଏତେ ସେବା ପ୍ରକଳ୍ପ ରୂପରେ, ଏବଂ ଲକ୍ଷ ଲକ୍ଷ ସାଧକ ମାନଙ୍କର ଏହି ବୃହତ୍ ପରିବାର ରୂପରେ, ଆମେ ସେହି ସନ୍ଥ ସଙ୍କଳ୍ପର ସିଦ୍ଧିକୁ ଅନୁଭବ କରୁଛେ । 
ମୁଁ ସଦ୍‌ଗୁରୁ ସଦାଫଳ ଦେବ ଜୀଙ୍କୁ ନମସ୍କାର କରୁଛି, ତାଙ୍କର ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରଣାମ କରୁଛି । ମୁଁ ଶ୍ରୀ ସ୍ୱତନ୍ତ୍ରଦେବ ମହାରାଜ ଏବଂ ଶ୍ରୀ ବିଜ୍ଞାନଦେବ ମହାରାଜଙ୍କ ପ୍ରତି ମୋର କୃତଜ୍ଞତା ଜ୍ଞାପନ କରୁଛି, ଯେଉଁମାନେ ଏହି ପରମ୍ପରାକୁ ଜୀବନ୍ତ କରି ରଖିଛନ୍ତି, ନୂତନ ଭାବେ ବ୍ୟାପକତା ଦେଉଛନ୍ତି ଏବଂ ଏକ ଭବ୍ୟ ଆଧ୍ୟାତ୍ମିକ ଭୂମିର ନିର୍ମାଣ ହେଉଛି । ମୋତେ ଏହାର ଦର୍ଶନ କରିବା ନିମନ୍ତେ ସୁଯୋଗ ମିଳିଛି । ଯେତେବେଳେ ଏହା ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ଏହା କାଶୀ ସମେତ ହିନ୍ଦୁସ୍ତାନ ନିମନ୍ତେ ଏକ ବହୁତ ବଡ ଉପହାର ହୋଇ ଯିବ । 
ବନ୍ଧୁଗଣ,
ଆମ ଦେଶ ଏତେ ଅଦ୍ଭୁତ ଯେ, ଏଠାରେ ଯେତେବେଳେ ବି ସମୟ ବିପରୀତ ହୋଇଥାଏ, କୌଣସି ନା କୌଶସି ସନ୍ଥ- ବିଭୂତି, ସମୟର ଧାରାକୁ ବଦଳାଇବା ନିମନ୍ତେ ଅବତାର ଗ୍ରହଣ କରନ୍ତି । ଏହା ସେହି ଭାରତ ଦେଶ, ଯାହାର ସ୍ୱାଧୀନତାର ସର୍ବୋଚ୍ଚ ନାୟକଙ୍କୁ ସାରା ବିଶ୍ୱ ମହାତ୍ମା କହିଥାନ୍ତି, ଏହା ସେହି ଭାରତ ବର୍ଷ, ଯେଉଁଠାରେ ସ୍ୱାଧୀନତାର ରାଜନୈତିକ ଆନ୍ଦୋଳନ ଚାଲିଥିବା ସମୟରେ ମଧ୍ୟ ଆଧ୍ୟାତ୍ମିକ ଚେତନା ନିରନ୍ତର ଭାବେ ପ୍ରବାହିତ ହୋଇଥିଲା, ଏବଂ ଏହା ସେହି ଭାରତ ଦେଶ, ଯେଉଁଠାରେ ସାଧକ ମାନଙ୍କର ସଂସ୍ଥା ନିଜର ବାର୍ଷିକୋତ୍ସବକୁ ଆଜାଦୀର ଅମୃତ ମହୋତ୍ସବ ରୂପରେ ପାଳନ କରୁଛି ।
ବନ୍ଧୁଗଣ,
ଏଠାରେ ପ୍ରତ୍ୟେକ ସାଧକ ଗୌରବାନ୍ୱିତ ଅଟନ୍ତି, ସେମାନଙ୍କର ପରମାର୍ଥିକ ଗୁରୁଦେବ ସ୍ୱାଧୀନତା ସଂଗ୍ରାମକୁ ଦିଗ୍‌ଦର୍ଶନ ଦେଇଥିଲେ ଏବଂ ଅସହଯୋଗ ଆନ୍ଦୋଳନରେ ଜେଲ୍ ଯାଇଥିବା ପ୍ରଥମ ବ୍ୟକ୍ତିମାନଙ୍କ ମଧ୍ୟରେ ସଦାଫଳ ଦେବ ଜୀ ଥିଲେ । ଜେଲ୍‌ରେ ହିଁ ସେ ‘ସ୍ୱର୍ବେଦ’ର ବିଚାର ଉପରେ ମାନସମନ୍ଥନ କରିଥିଲେ, ଜେଲ୍‌ରୁ ମୁକ୍ତି ପାଇବା ପରେ ତାହାକୁ ବାସ୍ତବିକ ସ୍ୱରୂପ ପ୍ରଦାନ କରିଥିଲେ । 
ବନ୍ଧୁଗଣ,
ଶହେ ବର୍ଷର ଇତିହାସରେ ଆମର ସ୍ୱାଧୀନତା ସଂଗ୍ରାମର ଏମିତି ଅନେକ ଦିଗ ରହିଛି ଯାହା ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଏଭଳି ଅନେକ ସନ୍ଥ ଥିଲେ ଯେଉଁମାନେ ଆଧ୍ୟାମିôକ ତପ ଛାଡି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ଆମ ସ୍ୱାଧୀନତା ସଂଗ୍ରାମର ଏହି ଆଧ୍ୟାତ୍ମିକ ଧାରା ଇତିହାସରେ ସେହିଭଳି ଉଲ୍ଲେଖ କରା ଯାଇନାହିଁ, ଯେପରି କରାଯିବା ଉଚିତ୍ ଥିଲା । ଆଜି ଯେତେବେଳେ ଆମେ ଅମୃତ ମହୋତ୍ସବ ପାଳନ କରୁଛେ, ଏହି ଧାରାକୁ ଆଗକୁ ଆଣିବା ହେଉଛି ଆମର ଦାୟିତ୍ୱ । ଏଥିପାଇଁ, ଆଜି ଦେଶ ସ୍ୱାଧୀନତା ଲଢ଼େଇରେ ନିଜର ଗୁରମାନଙ୍କୁ, ସନ୍ଥମାନଙ୍କୁ ଏବଂ ତପସ୍ୱୀମାନଙ୍କ ଯୋଗଦାନକୁ ସ୍ମରଣ କରୁଛି, ନୂତନ ପିଢ଼ିକୁ ସେମାନଙ୍କ ଯୋଗଦାନ ସହିତ ପରିଚିତ କରାଉଛି । ମୁଁ ବହୁତ ଖୁସି ଯେ, ବିହଙ୍ଗମ ଯୋଗ ସଂସ୍ଥାନ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରୁଛି । 
ବନ୍ଧୁଗଣ,
ଭବିଷ୍ୟତର ଭାରତକୁ ସୁଦୃଢ଼ କରିବା ନିମନ୍ତେ ନିଜ ପରମ୍ପରା ସମୂହ, ନିଜ ଜ୍ଞାନ ଦର୍ଶନର ବିସ୍ତାର ହେଉଛି ଆଜିର ସମୟର ଆବଶ୍ୟକତା । ଏହି ସଫଳତା ନିମନ୍ତେ କାଶୀ ଭଳି ଆମର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ର ଏକ ପ୍ରଭାବଶାଳୀ ମାଧ୍ୟମ ହୋଇ ପାରିବ । ଆମର ସଭ୍ୟତାର ଏହି ପ୍ରାଚୀନ ସହର ସମଗ୍ର ବିଶ୍ୱକୁ ଦିଗ ଦେଖାଇ ପାରିବ । ବନାରସ ଭଳି ସହର କଠିନରୁ କଠିନ ସମୟରେ ମଧ୍ୟ ଭାରତୀୟ ପରିଚୟର, କଳାର, ଉଦ୍ୟମତାର ବୀଜକୁ ସାଇତି ରଖିଛନ୍ତି । ଯେଉଁଠାରେ ମଞ୍ଜି ରହିଥାଏ, ସେହି ସ୍ଥାନରୁ ବୃକ୍ଷ ବିସ୍ତାରିତ ହେବା ଆରମ୍ଭ କରିଥାଏ । ଏବଂ ଏଥିପାଇଁ, ଆଜି ଯେତେବେଳେ ଆମେ ବନାରସର ବିକାଶର କଥା କହୁଛେ, ତାହା ଦ୍ୱାରା ସମ୍ପୂର୍ଣ୍ଣ ଭାରତର ବିକାଶର ରୋଡମ୍ୟାପ୍ ମଧ୍ୟ ତିଆରି ହୋଇ ଯାଉଛି । 
ଭାଇ ଏବଂ ଭଉଣୀମାନେ,
ଆଜି ଆପଣ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଉପସ୍ଥିତ ଅଛନ୍ତି । ଆପଣମାନେ ଭିନ୍ନ ଭିନ୍ନ ରାଜ୍ୟରୁ, ଭିନ୍ନ ଭିନ୍ନ ସ୍ଥାନରୁ ଏଠାକୁ ଆସିଛନ୍ତି । ଆପଣ କାଶୀକୁ ନିଜର ଶ୍ରଦ୍ଧା, ନିଜର ବିଶ୍ୱାସ, ନିଜର ଶକ୍ତି, ଏବଂ ନିଜ ସହିତ ଅସୀମ ସମ୍ଭାବନା ସମେତ, ଅନେକ କିଛି ନିଜ ସହିତ ସାଙ୍ଗରେ ନେଇ ଆସିଛନ୍ତି । ଆପଣ ଯେତେବେଳେ କାଶୀରୁ ଫେରିଯିବେ, ସେତେବେଳେ ନୂତନ ବିଚାର, ନୂତନ ସଙ୍କଳ୍ପ, ଏହି ସ୍ଥାନର ଆଶୀର୍ବାଦ, ଏହି ସ୍ଥାନର ଅନୁଭବ, ଅନେକ କିଛି ନିଜ ସହିତ ନେଇ ଯିବେ । କିନ୍ତୁ ସେହି ଦିନକୁ ମଧ୍ୟ ମନେ ପକାନ୍ତୁ, ଯେତେବେଳେ ଆପଣମାନେ ଏହି ସ୍ଥାନକୁ ଆସୁଥିଲେ, ଏଠାର ସ୍ଥିତି କିପରି ଥିଲା । ଯେଉଁ ସ୍ଥାନ ଏତେ ପବିତ୍ର ହୋଇଥାଏ, ସେହି ସ୍ଥାନର ଦୂରାବସ୍ଥା ଲୋକମାନଙ୍କୁ ନିରାଶ କରିଥାଏ । କିନ୍ତୁ ଆଜି ଏହି ପରିସ୍ଥିତିରେ ପରିବର୍ତନ ହୋଇଛି । 
ଆଜି ଯେତେବେଳେ ଦେଶ – ବିଦେଶରୁ ଲୋକମାନେ ଏଠାକୁ ଆସୁଛନ୍ତି, ଯେତେବେଳେ ବିମାନ ବନ୍ଦରରୁ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ସବୁ ବଦଳିଯିବା ଭଳି ଅନୁଭୂତ ହେଉଛି । ବିମାନ ବନ୍ଦରରୁ ସିଧା ସହର ପର୍ଯ୍ୟନ୍ତ ଆସିବାରେ ଏତେ ବିଳମ୍ବ ମଧ୍ୟ ହେଉ ନାହିଁ । କାଶୀରେ ରିଙ୍ଗରୋଡ୍‌ର କାମ ମଧ୍ୟ ରେକର୍ଡ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି । ବଡ ବଡ ଯାନବାହାନ ଏବଂ ବାହାରର ଗାଡି ଏବେ ବାହାରୁ ବାହାରୁ ଚାଲି ଯାଉଛନ୍ତି । ବନାରସ ଆସୁଥିବା ଅନେକ ସଡକ ମଧ୍ୟ ଏବେ ଚଊଡା ହୋଇଗଲାଣି । ଯେଉଁ ଲୋକମାନେ ସଡକ ରାସ୍ତାରେ ବନାରସ ଆସୁଛନ୍ତି, ସେମାନେ ଏବେ ପୂର୍ବ ତୁଳନାରେ ସୁବିଧା ସୁଯୋଗ କ୍ଷେତ୍ରରେ କେତେ ଅନ୍ତର ଆସୁଛି, ତାହା ବହୁତ ଭଲ ଭାବରେ ବୁଝି ପାରୁଛନ୍ତି ।   
ଏଠାକୁ ଆସିବା ପରେ ଆପଣ ବାବା ବିଶ୍ୱନାଥଙ୍କ ଦର୍ଶନ କରିବା ନିମନ୍ତେ ଯାଆନ୍ତୁ, କିମ୍ବା ମାତା ଗଙ୍ଗାଙ୍କର ଘାଟକୁ ଯାଆନ୍ତୁ, ସମସ୍ତ ସ୍ଥାନରେ କାଶୀର ନିଜସ୍ୱ ମହିମା ଅନୁରୂପ ଉଜ୍ଜ୍ୱଳତା ମଧ୍ୟ ବୃଦ୍ଧି ପାଉଛି । କାଶୀରେ ବିଦ୍ୟୁତ୍ ତାର ଗୁଡିକର ନେଟୱର୍କକୁ ମାଟି ତଳେ ବିଛେଇବାର କାମ ଜାରି ରହିଛି, ଲକ୍ଷ ଲକ୍ଷ ଲିଟର ଜଳର ନିସ୍କାସନ କାମ ଚାଲୁ ରହିଛି । ଏହି ସମସ୍ତ ପ୍ରକାର ବିକାଶର ଲାଭ ଏଠାକାର ଆସ୍ଥା ଏବଂ ପର୍ଯ୍ୟଟନ ସହିତ, ଏହି ସ୍ଥାନର କଳା ସଂସ୍କୃତିକୁ ମଧ୍ୟ ମଳୁଛି ।  
ବାଣିଜ୍ୟ ସୁବିଧା କେନ୍ଦ୍ର ହେଉ, ରୁଦ୍ରାକ୍ଷ କନଭେସନ୍ କେନ୍ଦ୍ର, କିମ୍ବା ବୁଣାକାର – କାରିଗର ମାନଙ୍କ ନିମନ୍ତେ କାର୍ଯ୍ୟକାରୀ କରା ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ତାହା ମାଧ୍ୟମରେ ଆଜି କାଶୀର ଦକ୍ଷତାକୁ ନୂତନ ଶକ୍ତି ମିଳିବାରେ ଲାଗଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଧୁନିକ ସୁବିଧା ସୁଯୋଗ ଏବଂ ଭିତିଭୂମିର ବିକାଶ କାରଣରୁ ବନାରସ ଏକ ବୃହତ୍ ମେଡିକାଲ୍ ହବ୍ ଭାବେ ଗଢ଼ି ଉଠୁଛି । 
ବନ୍ଧୁଗଣ,
ମୁଁ ଯେତେବେଳେ କାଶୀ ଆସୁଛି, କିମ୍ବା ଦିଲ୍ଲୀରେ ମଧ୍ୟ ରହୁଛି, ସେତେବେଳେ ବାରଣାସୀରେ ହେଉଥିବା ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ମୋର ପ୍ରୟାସ ରହୁଛି । କାଲି ରାତି ୧୨- ୧୨.୩୦ ବାଜିବା ପରେ, ଯେମିତି ମୋତେ ସୁଯୋଗ ମିଳିଲା, ମୁଁ ମୋ କାଶୀରେ ଯେଉଁ କାମ ଜାରି ରହିଛି ତଥା ଯେଉଁ କାମ କରାଯାଇଛି, ତାହାକୁ ଦେଖିବା ନିମନ୍ତେ ବାହାରି ପଡିଲି । ଗୌଦୋଲିଆରେ ଯେଉଁ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ହୋଇଛି, ତାହା ପ୍ରକୃତରେ ଦେଖିବା ନିମନ୍ତେ ଯୋଗ୍ୟ ହୋଇଛି କି ନାହିଁ ତାହା ଦେଖିବା ନିମନ୍ତେ ମୁଁ ସେଠାକୁ ଯାଇଥିଲି । ସେଠାରେ ଅନେକ ଲୋକମାନଙ୍କ ସହିତ ମୋର କଥାବାର୍ତା ହେଲା । ମୁଁ ମଡୁଆଡିହରେ ବନାରସ ରେଳ ଷ୍ଟେସନ୍‌କୁ ମଧ୍ୟ ଦେଖିଲି । ଏବେ ଏହି ଷ୍ଟେସନ୍‌ର କାୟାରେ ମଧ୍ୟ ପରିବର୍ତନ ହୋଇ ସାରିଛି । ପୁରୁଣାକୁ ଏକାଠି କରି, ନୂତନତାକୁ ଧାରଣ କରିବା ସହିତ ବନାରସ ଦେଶକୁ ନୂତନ ଦିଗ୍‌ଦର୍ଶନ ଦେଉଛି ।  
ବନ୍ଧୁଗଣ,
ଏହି ବିକାଶର ସକାରାତ୍ମକ ପ୍ରଭାବ ବନାରସ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ମଧ୍ୟ ପଡିବାରେ ଲାଗିଛି । ଯଦି ଆମେ ୨୦୧୯ -୨୦ ବର୍ଷ ସମ୍ପର୍କରେ ଆଲୋଚନା କରିବା, ତେବେ ୨୦୧୪- ୧୫ ବର୍ଷ ତୁଳନାରେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି । ୨୦୧୯ – ୨୦ ବର୍ଷରେ, କରୋନା ସମୟରେ କେବଳ ବାବତପୁର ବିମାନ ବନ୍ଦରରେ ୩୦ ଲକ୍ଷରୁ ଅଧିକ ଯାତ୍ରୀଙ୍କର ଯାତାୟତ ହୋଇଛି । ଏହି ପରିବର୍ତନ ଫଳରେ କାଶୀ ଏହା କରି ଦେଖାଇଛି ଯେ, ଯଦି ଇଚ୍ଛାଶକ୍ତି ରହିଛି ତେବେ ପରିବର୍ତନ ହୋଇ ପାରିବ । ଏହି ପରିବର୍ତନ ଆଜି ଆମର ଅନ୍ୟ ସବୁ ତୀର୍ଥସ୍ଥାନରେ ମଧ୍ୟ ଦେଖିବାକୁ ମିଳୁଛି । କେଦାରନାଥ, ଯେଉଁଠାରେ ଅନେକ ସମସ୍ୟା ରହି ଥିଲା, ୨୦୧୩ର ଧ୍ୱଂସ ପରେ ସେହି ସ୍ଥାନକୁ ଲୋକ ମାନଙ୍କର ଯିବାଆସିବା କମ୍ ହୋଇ ଯାଇଥିଲା, ସେଠାକୁ ମଧ୍ୟ ଏବେ ରେକର୍ଡ ପରିମାଣରେ ଶ୍ରଦ୍ଧାଳୁଙ୍କ  ଆଗମନ ହେଉଛି । ଏହାର ବିକାଶ କ୍ଷେତ୍ରରେ ଏବଂ ରୋଜଗାର କ୍ଷେତ୍ରରେ ଅନେକ ଅସୀମ ସୁଯୋଗ ସୃଷ୍ଟି ହେଉଛି, ଯୁବକ ମାନଙ୍କର ସ୍ୱପ୍ନକୁ ମଧ୍ୟ ଶକ୍ତି ମିଳୁଛି । 
ବନ୍ଧୁଗଣ,   
ସଦ୍‌ଗୁରୁ ସଦାଫଳ ଜୀ ସ୍ୱର୍ବେଦରେ କହିଛନ୍ତି ଯେ, - 
ଦୟା କରେ ସବ୍ ଜୀବ ପର, ନୀଚ ଉଂଚ ନହିଁ ଜାନ ।
ଦେଖେ ଅନ୍ତର ଆତ୍ମା, ତ୍ୟାଗ ଦେହ ଅଭିମାନ ।
ଅର୍ଥାତ୍ ସମସ୍ତଙ୍କ ପ୍ରତି ପ୍ରେମ ଭାବ, ସମସ୍ତଙ୍କ ପ୍ରତି କରୁଣା, ଉଚ୍ଚ -ନୀଚ୍ଚରୁ, ଭେଦ - ଭାବରୁ ମୁକ୍ତି! ଏହା ହିଁ ଆଜି ଦେଶର ପ୍ରେରଣା ଅଟେ! ଆଜି ଦେଶର ମନ୍ତ୍ର ହେଉଛି – ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ । ମୁଁ – ମୋର ସ୍ୱାର୍ଥରୁ ଉପରକୁ ଉଠି ଆଜି ଦେଶର ‘ସବ୍‌କା ପ୍ରୟାସ’ର ସଙ୍କଳ୍ପକୁ ଆଗକୁ ବଢ଼ାଉଛି । 
ବନ୍ଧୁଗଣ,
ସ୍ୱାଧୀନତା ସଂଗ୍ରାମ ସମୟରେ ସଦ୍‌ଗୁରୁ ଆମକୁ ଯେଉଁ ମନ୍ତ୍ର ଦେଇଥିଲେ – ତାହା ଥିଲା ସ୍ୱଦେଶୀର ମନ୍ତ୍ର । ଆଜି ସେହି ଅନୁରୂପ ଆମ ଦେଶ ଭାରତ ଏବେ ‘ଆତ୍ମନିର୍ଭର ଭାରତ ମିଶନ’ ଆରମ୍ଭ କରିଛି । ଆଜି ଦେଶର ସ୍ଥାନୀୟ ବ୍ୟାପାର – ରୋଜଗାରକୁ, ଉତ୍ପାଦ ସମୂହକୁ ଶକ୍ତି ପ୍ରଦାନ କରାଯାଉଛି, ସ୍ଥାନୀୟକୁ ବିଶ୍ୱସ୍ତରୀୟ (ଲୋକାଲ୍ କୁ ଗ୍ଲୋବାଲ୍‌) କରାଯାଉଛି । ଗୁରୁଦେବ ସ୍ୱର୍ବେଦରେ ଆମକୁ ଯୋଗର, ବିହଙ୍ଗମ ଯୋଗର ମାର୍ଗ ମଧ୍ୟ ଦେଇଥିଲେ । ତାଙ୍କର ସ୍ୱପ୍ନ ଥିଲା ଯେ, ଯୋଗ ପ୍ରତ୍ୟେକ ଲୋକ ପାଖରେ ପହଂଚୁ ଏବଂ ଭାରତର ଯୋଗ ଶକ୍ତି ସମଗ୍ର ବିଶ୍ୱରେ ସ୍ଥାପିତ ହେଉ । ଆଜି ଯେତେବେଳେ ଆମେ ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରୁଛେ, ଯୋଗର ଅନୁସରଣ କରି ଦେଖୁଛେ, ସେତେବେଳେ ଆମକୁ ଲାଗୁଛି ଯେ ସଦ୍‌ଗୁରୁଙ୍କର ଆଶୀର୍ବାଦ ଫଳପ୍ରଦ ହେବାରେ ଲାଗିଛି । 
ବନ୍ଧୁଗଣ,
ଆଜି ଆଜାଦୀର ଅମୃତ ମହୋତ୍ସବରେ ଭାରତ ନିମନ୍ତେ ସ୍ୱରାଜ ଯେତିକି ମହତ୍ୱପୂର୍ଣ୍ଣ ଅଟେ, ସେତିକି ମହତ୍ୱପୂର୍ଣ୍ଣ ସୁରାଜ (ସୁଶାସନ) ମଧ୍ୟ ଅଟେ । ଏହି ଦୁଇଟିର ରାସ୍ତା ଭାରତୀୟ ଜ୍ଞାନ- ବିଜ୍ଞାନ, ଜୀବନଶୈଳୀ ଏବଂ ପଦ୍ଧତି ଗୁଡିକରୁ ହିଁ ବାହାରି ପାରିବ । ମୁଁ ଜାଣିଛି ଯେ, ବିହଙ୍ଗମ ଯୋଗ ସଂସ୍ଥାନ, ବର୍ଷ ବର୍ଷ ଧରି ଏହି ବିଚାରକୁ ଆଗକୁ ବଢ଼େଇବାରେ ଲାଗିଛି । ଆପଣଙ୍କ ଆଦର୍ଶ ବାକ୍ୟ ହେଉଛି – “ଗାବୋ ବିଶ୍ୱସ୍ୟ ମାତରଃ” । ଗୋମାତାଙ୍କ ସହିତ ଏହି ସମ୍ବନ୍ଧକୁ ସୁଦୃଢ଼ କରିବା ନିମନ୍ତେ, ଗୋ - ଧନକୁ ଆମର ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ଏକ ସ୍ତମ୍ଭ କରିବା ପାଇଁ ଦେଶରେ ଅନେକ ପ୍ରୟାସ ଜାରି ରହିଛି । 
ବନ୍ଧୁଗଣ, 
ଆମର ଗୋ- ଧନ ଆମର କୃଷକମାନଙ୍କ ପାଇଁ କେବଳ କ୍ଷୀରର ଉତ୍ସ ନ ହୋଇ, ଅଧିକ କିଛି ହେଉ । ଆହୁରି ମଧ୍ୟ ଆମର ପ୍ରୟାସ ଏହା ରହିଛି ଯେ, ଗୋ – ବଂଶ, ପ୍ରଗତିର ଅନ୍ୟ ଦିଗ ଗୁଡିକରେ ମଧ୍ୟ ସାହାଯ୍ୟ କରୁ । ଆଜି ସମଗ୍ର ବିଶ୍ୱ ସ୍ୱାସ୍ଥ୍ର‌୍ୟକୁ ନେଇ ସଜାଗ ହେବାରେ ଲାଗିଛି, ରସାୟନ ଭିତିକ କୃଷିକୁ ଛାଡି ଜୈବିକ କୃଷି ଆଡକୁ ବିଶ୍ୱ ପୁଣି ଫେରିଯାଉଛି, ଆମର ଏଠାରେ ଗୋବର ଆଗରୁ ଜୈବିକ ଚାଷ ନିମନ୍ତେ ବଡ ଆଧାର ରୂପେ ବ୍ୟବହୃତ ହେଉଥିଲା, ଆମର ଶକ୍ତିର ଆବଶ୍ୟକତାକୁ ମଧ୍ୟ ପୂରଣ କରୁଥିଲା । ଆଜି   ଦେଶ ଗୋବର - ଧନ ଯୋଜନା ମାଧ୍ୟମରେ ଜୈବଇନ୍ଧନକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ଲାଗିଛି, ଜୈବ ଚାଷକୁ ପ୍ରୋତ୍ସାହିତ କରୁଛି । ଏବଂ ଏହି ସବୁ କାରଣରୁ ଗୋଟିଏ ପକ୍ଷରୁ ଦେଖିବାକୁ ଗଲେ ପର୍ଯ୍ୟାବରଣର ରକ୍ଷା ହେଉଛି । 
ଆଜି ଠାରୁ ଦୁଇ ଦିନ ପରେ ୧୬ ତାରିଖକୁ ‘ଜିରୋ ବଜେଟ୍ - ନ୍ୟାଚୁରାଲ ଫାର୍ମିଂ’/ ଶୂନ୍ୟ ବଜେଟ୍‌ରେ ପ୍ରାକୃତିକ ଚାଷ ଉପରେ ଏକ ବଡ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ମଧ୍ୟ ହେବାକୁ ଯାଉଛି । ଏଥିରେ ସମଗ୍ର ଦେଶର କୃଷକ ଯୋଡି ହେବେ । ମୁଁ ଚାହିଁବି ଯେ ଆପଣ ସମସ୍ତେ ୧୬ ଡିସେମ୍ବରକୁ ପ୍ରାକୃତିକ ଚାଷବାସ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ପ୍ରାପ୍ତ କରନ୍ତୁ ଏବଂ ପରେ କୃଷକମାନଙ୍କୁ ସେମାନଙ୍କ ଘରକୁ ଘର ବୁଲି ଏ ସମ୍ପର୍କରେ କୁହନ୍ତୁ ।ଏହା ଏମିତି ଏକ ଲକ୍ଷ୍ୟ ଅଟେ, ଯାହାକୁ ନେଇ ଜନ - ଆନ୍ଦୋଳନ ହେବା ଉଚିତ୍‌, ଏବଂ ଏଥିରେ ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । 
ବନ୍ଧୁଗଣ, 
ଆଜାଦୀର ଅମୃତ ମହୋତ୍ସବରେ ଦେଶ ଅନେକ ସଙ୍କଳ୍ପ ଉପରେ କାର୍ଯ୍ୟ ଜାରି ରଖିଛି । ବିହଙ୍ଗମ ଯୋଗ ସଂସ୍ଥାନ, ସଦ୍‌ଗୁରୁ ସଦାଫଳ ଦେବ ଜୀଙ୍କର ନିର୍ଦ୍ଦେଶକୁ ପାଳନ କରି ଦୀର୍ଘ ଦିନ ଧରି ସମାଜ କଲ୍ୟାଣର ଅନେକ ଅଭିଯାନ ଜାରି ରଖିଛି । ଦୁଇ ବର୍ଷ ପରେ ଆପଣ ସମସ୍ତ ସାଧକ ଏଠାରେ ୧୦୦ତମ ଅଧିବେଶନ ନିମନ୍ତେ ଏକତ୍ରିତ ହେବେ । ଦୁଇ ବର୍ଷର ଏହା ଅତି ଉତମ ସମୟ ଅଟେ ।
ଏହାକୁ ଧ୍ୟାନରେ ରଖି ମୁଁ ଆଜି ଆପଣ ସମସ୍ତଙ୍କ ଠାରୁ କିଛି ସଙ୍କଳ୍ପ ନେବା ନିମନ୍ତେ ଆଗ୍ରହ କରିବାକୁ ଚାହୁଁଛି । ଏହି ସଙ୍କଳ୍ପ ଏଭଳି ହେବା ଉଚିତ୍‌, ଯେଉଁଥିରେ ସଦ୍‌ଗୁରୁଙ୍କର ସଙ୍କଳ୍ପ ଗୁଡିକ ସଫଳ ହେଉ, ଏବଂ ଯେଉଁଥିରେ ଦେଶର ମନୋରଥ ମଧ୍ୟ ସାମିଲ୍ ହେଉ । ଏହା ଏଭଳି ସଙ୍କଳ୍ପ ହୋଇପାରିବ, ଯାହାକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ତ୍ୱରାନ୍ୱିତ କରାଯାଇପାରିବ, ଏହାକୁ ଏକାଠି ମିଶି ସମ୍ପୂର୍ଣ୍ଣ କରା ଯାଇପାରିବ ।
ଯେମିତିକି ଏକ ସଙ୍କଳ୍ପ ହୋଇପାରିବ - ଆମକୁ ଝିଅମାନଙ୍କୁ ପଢ଼ାଇବାର ଅଛି, ଆମକୁ ଝିଅମାନଙ୍କୁ ଦକ୍ଷତାର ବିକାଶ ନିମନ୍ତେ ପ୍ରସ୍ତୁତ ମଧ୍ୟ କରାଇବାର ଅଛି । ନିଜ ପରିବାର ସହିତ ଯେଉଁ ଲୋକମାନେ ସମାଜର ଦାୟିତ୍ୱ ନେଇ ପାରନ୍ତି, ସେମାନେ ଜଣେ ଦୁଇ ଜଣ ଗରିବ ଝିଅଙ୍କର ଦକ୍ଷତାର ବିକାଶର ଦାୟିତ୍ୱ ମଧ୍ୟ ଉଠାନ୍ତୁ ।     

ଆଉ ଏକ ସଙ୍କଳ୍ପ ମଧ୍ୟ ଜଳର ସଂରକ୍ଷଣକୁ ନେଇ ହୋଇପାରିବ । ଆମକୁ ଆମର ନଦୀକୁ, ଗଙ୍ଗା ନଦୀକୁ, ସମସ୍ତ ଜଳସ୍ରୋତକୁ ପରିଷ୍କାର ରଖିବାର ଅଛି । ଏଥିପାଇଁ ନିଜ ସଂସ୍ଥା ଦ୍ୱାରା ନୂତନ ଅଭିଯାନ ଆରମ୍ଭ କରାଯାଇପାରିବ । ଯେଉଁଭଳି ମୁଁ ଆଗରୁ କହିଥିଲି ଯେ, ଦେଶ ଆଜି ପ୍ରାକୃତିକ ଚାଷବାସ ଉପରେ ଗୁରୁତ୍ୱ ଦେବାରେ ଲାଗିଛି । ଏଥିପାଇଁ ଲକ୍ଷ ଲକ୍ଷ କୃଷକ ଭାଇ ଭଉଣୀମାନଙ୍କୁ ପ୍ରେରଣା ଦେବା ପାଇଁ ମଧ୍ୟ ଆପଣ ସମସ୍ତେ ବହୁତ ସାହାଯ୍ୟ କରି ପାରିବେ । 
ଆମକୁ ଆମ ଆଖପାଖରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାର ଅଛି । କୌଣସି ବି ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନା ଯେପରି ନରୁହେ, ଆମକୁ ତାହା ଉପରେ ଧ୍ୟାନ ରଖିବାକୁ ପଡିବ । ପରମାତ୍ମାଙ୍କ ନାମ ନେଇ ଆପଣଙ୍କୁ କୌଣସି ନା କୌଣସି ସେବାର ଏଭଳି କାର୍ଯ୍ୟ ନିଶ୍ଚିତ ରୂପେ କରିବା ଉଚିତ୍‌, ଯାହାର ଲାଭ ସମ୍ପୂର୍ଣ୍ଣ ସମାଜକୁ ହେବ । 
ମୋର ବିଶ୍ୱାସ ଅଛି ଯେ, ଏହି ପବିତ୍ର ଅବସରରେ ସନ୍ଥ ମାନଙ୍କର ଆଶୀର୍ବାଦର ଫଳସ୍ୱରୂପ ଏହି ସଙ୍କଳ୍ପ ନିଶ୍ଚିତ ରୂପେ ସମ୍ପୂର୍ଣ୍ଣ ହେବ, ଏବଂ ନୂତନ ଭାରତର ସ୍ୱପ୍ନକୁ ସମ୍ପୂର୍ଣ୍ଣ କରିବାରେ ସହାୟତା ପ୍ରଦାନ କରିବ । 
ଏହି ବିଶ୍ୱାସର ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ପୂଜ୍ୟ ସ୍ୱାମୀଜୀଙ୍କ ନିକଟରେ ମୁଁ କୃତଜ୍ଞ ଯେ, ଏହି ମହତ୍ୱପୂର୍ଣ୍ଣ ପବିତ୍ର ଅବସରରେ ମୋତେ ମଧ୍ୟ ଆପଣ ସମସ୍ତଙ୍କ ନିକଟକୁ ଆସିବା ନିମନ୍ତେ ସୁଯୋଗ ମିଳିଲା । ମୁଁ ପୁଣି ଆଉ ଥରେ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।
ହର ହର ମହାଦେବ !
ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pharma exports to UK may rise up to 10% in FY27 as CETA takes effect

Media Coverage

Pharma exports to UK may rise up to 10% in FY27 as CETA takes effect
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.