We pay homage to a great son of India whose unwavering commitment to national unity continues to inspire generations: PM
When there is a government with the resolution of Nation First, then national heroes also get due respect: PM
Dr. Mookerjee fiercely opposed the talk of two constitutions, two prime ministers, and two flags in the country: PM
He understood very well that the essence of nation-building is in the building of institutions : PM
Dr. Mookerjee laid the foundation for such national institutions which became India's economic strength for decades to come: PM

କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଅମିତ ଶାହ ଭାଇ , ଗଜେନ୍ଦ୍ର ସିଂହ ଶେଖାୱତ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ବରିଷ୍ଠ ବିଜେପି ସଦସ୍ୟ ଏବଂ ଆମ ଭଳି ଲକ୍ଷ-ଲକ୍ଷ କର୍ମୀଙ୍କ ପ୍ରେରଣା, ଶ୍ରୀ ମାଖନଲାଲ ଜୀ, ବିଜେପି ରାଜ୍ୟ ସଭାପତି ଶାଁମୀକ ଭଟ୍ଟାଚାର୍ଯ୍ୟ, ମାନ୍ୟବର ଜନପ୍ରତିନିଧିଗଣ, ସମ୍ମାନିତ ଅତିଥି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର !

ମୋର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ, ମୁଁ ବର୍ତ୍ତମାନ ଯାତ୍ରା କରୁଛି। କିନ୍ତୁ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ମୁଁ ଏହି ଐତିହାସିକ କାର୍ଯ୍ୟକ୍ରମରେ ଆପଣମାନଙ୍କ ସହିତ ଯୋଗ ଦେଇପାରୁଛି।

ବନ୍ଧୁଗଣ,

ଆଜି, ଆମ ଦେଶର ମାଟି, ପଶ୍ଚିମବଙ୍ଗର ମାଟି, ଏହାର ଜଣେ ମହାନ ପୁତ୍ରଙ୍କୁ, , ଜଣେ ମହାନ ଦେଶଭକ୍ତ , ଭାରତର ଅଖଣ୍ଡତା ପାଇଁ ସମର୍ପିତ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କୁ ଶ୍ରଦ୍ଧାର ସହିତ ସ୍ମରଣ କରୁଛି । ଆଜି ଆମେ ତାଙ୍କ ଦ୍ୱାରା କୁହାଯାଇଥିବା ମହତ ଚିନ୍ତାଧାରାର ଗୁଣଗାନ କରୁଛୁ , ଯାହା ବର୍ତ୍ତମାନ ସମୟରେ ସବୁଠି ଦେଖିବାକୁ ମିଳୁଛି , ଆଧୁନିକ ଭାରତକୁ ମାର୍ଗଦର୍ଶନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ବନ୍ଧୁଗଣ,

ଯେତେବେଳେ ଚିନ୍ତାଧାରା ମୂଳ ସ୍ତର ସହିତ ଜଡ଼ିତ ରହିଥାଏ, ସେତେବେଳେ ଉଦ୍ଦେଶ୍ୟ ଦୃଢ଼ ଏବଂ ପବିତ୍ର ହୋଇଥାଏ, ଯେତେବେଳେ ସମ୍ପୂର୍ଣ୍ଣ ସମର୍ପଣ ସହିତ ନୂତନ ସଂକଳ୍ପକୁ ଅନୁସରଣ କରାଯାଏ, ଏବଂ ଯେତେବେଳେ ଏହି ସମସ୍ତ ଶୃଙ୍ଖଳା ଗୁଡ଼ିକର ସଂଯୋଗ ଏକାଠି ହୁଏ, ସେତେବେଳେ ସଫଳତା ଅନିବାର୍ଯ୍ୟ। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏପରି ଜୀବନଯାପନ କରି ଦେଖାଇଥିଲେ। ମୁଁ ଡକ୍ଟର ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ପ୍ରଣାମ କରୁଛି ଏବଂ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ବନ୍ଧୁଗଣ,

ଆଜିର ଏହି କାର୍ଯ୍ୟକ୍ରମ ଏହି କଥାର ମଧ୍ୟ ପ୍ରମାଣ ଯେ, ଯେତେବେଳେ ରାଷ୍ଟ୍ର ପ୍ରଥମ ସଂକଳ୍ପ ସରକାର ନେଇଥାଏ, ସେତେବେଳେ ଜାତୀୟ ନାୟକମାନଙ୍କୁ ସମ୍ମାନିତ ମଧ୍ୟ କରାଯାଏ ଏବଂ ସେମାନଙ୍କ ଦୃଷ୍ଟିକୋଣରେ ଚାଲିବା ପାଇଁ ପ୍ରୟାସ କରାଯାଇଥାଏ। ଆମ ସରକାର ଡକ୍ଟର ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ଦୁଇ ବର୍ଷର ଜାତୀୟ ଉତ୍ସବ ଭାବରେ ପାଳନ କରୁଛି। ଏହା ଗତ ବର୍ଷ ୬ ଜୁଲାଇରୁ ଆରମ୍ଭ ହୋଇଥିଲା ଏବଂ ଆସନ୍ତା ବର୍ଷ ୬ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ। ଏବଂ ବର୍ତ୍ତମାନ, ବଙ୍ଗଳାରେ ବିଜେପି ସରକାର ସହିତ, ଏହି ଜାତୀୟ ସମ୍ମାନ ଆହୁରି ମହନୀୟତା ହାସଲ କରିଛି। କିଛି ଦିନ ପୂର୍ବରୁ, ଜୁନ ୨୦ ରେ ଅତି ସୁନ୍ଦର ଏବଂ ବିଶାଳ ଭାବରେ ପଶ୍ଚିମବଙ୍ଗ ଦିବସ ପାଳନ କରାଯାଇଥିଲା। ଏହା ବଙ୍ଗଳାର ଭୂମି ଏବଂ ଐତିହ୍ୟ ପ୍ରତି ବନ୍ଦନୀୟ । ଆଜିର କାର୍ଯ୍ୟକ୍ରମ ଐତିହ୍ୟ ପ୍ରତି ସେହି ସମ୍ମାନର ଏକ ଅଂଶ। ଏପରି ଏକ ଚମତ୍କାର କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମୁଁ ପଶ୍ଚିମବଙ୍ଗ ସରକାରଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଡକ୍ଟର ମୁଖାର୍ଜୀଙ୍କ ଜୀବନ , ଏକ ଜନ ଆନ୍ଦୋଳନ ପରିଣତିର ପ୍ରେରଣା । ସେ ଭାରତରେ ଏକ ଆଦର୍ଶ ଆନ୍ଦୋଳନକୁ ଜନ୍ମ ଦେଇଥିଲେ। ଆପଣ ଦେଖନ୍ତୁ , ଯେତେବେଳେ ଜନସଂଘ ପ୍ରତିଷ୍ଠା ହୋଇଥିଲା, ସେତେବେଳେ କଂଗ୍ରେସ ସବୁଠି ପ୍ରାଧାନ୍ୟ ବିସ୍ତାର କରିଥିଲା। ଏପରି ଏକ ଯୁଗରେ, ଯେତେବେଳେ ବିକଳ୍ପ ଚିନ୍ତାଧାରାର କୌଣସି ସ୍ଥାନ ନଥିଲା, ଯେତେବେଳେ ପାଦ ରଖିବା ମଧ୍ୟ କଷ୍ଟକର ଥିଲା, ଡକ୍ଟର ମୁଖାର୍ଜୀ ସେହି ପରିସ୍ଥିତିକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ଏକ ନୂତନ ଚିନ୍ତାଧାରା ସୃଷ୍ଟି କରିବାର ସାହସ ରଖିଥିଲେ। ଏହା କେବଳ ଏକ ସଂଗଠନ କିମ୍ବା ରାଜନୈତିକ ଦଳ ଗଠନ କରିବାର ନିଷ୍ପତ୍ତି ନଥିଲା। ଏହା ଥିଲା ଲୋକତନ୍ତ୍ର ବୈଚାରିକ ବିବିଧତା, ଜାତୀୟ ଚିନ୍ତାଧାରା ଏବଂ ଗଣତନ୍ତ୍ରରେ ଜନସାଧାରଣଙ୍କ ଅଂଶଗ୍ରହଣ ପ୍ରତି ତାଙ୍କର ଅଟଳ ବିଶ୍ୱାସର ଅଭିବ୍ୟକ୍ତି । ଏହି ବିଶ୍ୱାସରୁ, ଭାରତୀୟ ଜନସଂଘ ଜନ୍ମ ହୋଇଥିଲା। ଏବଂ ସାଥିମାନେ, କୌଣସି ଧାରଣା ପ୍ରତିଷ୍ଠା ଦ୍ୱାରା ଅମର ହୁଏ ନାହିଁ। ପିଢ଼ି ପରେ ପିଢ଼ି ଏହାକୁ ନିଜ ଜୀବନ ସହିତ ଜୋଡ଼ିଲେ ସେହି ଧାରଣା ଅମର ହୋଇଯାଏ। ଭାରତୀୟ ଜନସଂଘର ସେହି ଛୋଟ ଦୀପକୁ ଜଳାଇ ରଖିବା ପାଇଁ ଲକ୍ଷ ଲକ୍ଷ କର୍ମୀ ପ୍ରତି ମୁହୂର୍ତ୍ତରେ, ବଳିଦାନ ଦେଇ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେମାନେ କେବେ ସେହି ଜ୍ୱାଳାକୁ ମରିବାକୁ ଦେଇନଥିଲେ। ଆଜି, ଯଦିଓ ଜନସଂଘ ତାର ମୂଳ ରୂପରେ ଦୃଶ୍ୟମାନ ହେଉନାହିଁ, ସେହି ଜ୍ୱାଳାର ଆଲୋକ କୋଟି କୋଟି ଭାରତୀୟଙ୍କ ମନରେ ବିଶ୍ୱାସ ପରିପ୍ରକାଶ ହେଉଛି । ସେହି ଆଲୋକ ଆଜି ଲକ୍ଷ -ଲକ୍ଷ ପ୍ରସ୍ଫୁଟିତ ପଦ୍ମ ରୂପରେ ସମଗ୍ର ଦେଶରେ ଝଲସୁଛି। ଯାହା ପୂର୍ବରୁ ଜନସଂଘ ଥିଲା, ତାହା ଆଜି ଭାରତୀୟ ଜନତା ପାର୍ଟି ଭାବରେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଶକ୍ତି ଭାବରେ ଲୋକଙ୍କ ସେବା କରୁଛି।

 

ବନ୍ଧୁଗଣ,

ପ୍ରାୟତଃ ଆମେ ଦେଖୁ ଯେ, ସମୟ ସହିତ କିଛି ଚିନ୍ତାଧାରା ସେମାନଙ୍କର ଆକର୍ଷଣ ମଧ୍ୟ ଫିକା ପଡ଼ି ଯାଇଥାଏ। କିନ୍ତୁ ଆପଣ ଭାବନ୍ତୁ, ଡକ୍ଟର ମୁଖାର୍ଜୀଙ୍କ ଦ୍ୱାରା ରୋପଣ କରାଯାଇଥିବା ଚିନ୍ତାଧାରାର ସଶକ୍ତ ବୀଜ କେତେ ଶକ୍ତିଶାଳୀ ଥିଲା, ଯେ ଏତେ ବର୍ଷ ପରେ ମଧ୍ୟ ଏହା ଦ୍ରୁତ ଗତିରେ ବିସ୍ତାରିତ ହେଉଛି। ମୋତେ ପୁରା ବିଶ୍ବାସ ଅଛି ଯେ ଯେତେବେଳେ ଭବିଷ୍ୟତ ପିଢ଼ି ବିଜେପିର ଯାତ୍ରାର ଇତିହାସ ଲେଖିବେ, ଯେତେବେଳେ ସେମାନେ ଏହାକୁ ଅଧ୍ୟୟନ କରିବେ, ସେମାନେ ନିଶ୍ଚିତ ଭାବରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଚିନ୍ତାଧାରା, ତାଙ୍କର ସାହସ ଏବଂ ତାଙ୍କର ଦୂରଦୃଷ୍ଟି ଉଲ୍ଲେଖ କରିବେ। ଏବଂ ମୁଁ ପୁଣି କହିବି, ବଙ୍ଗଳା ପାଇଁ, ଏହା ଏକ ଦ୍ୱିଗୁଣିତ ଖୁସି । ପ୍ରଥମତଃ, ଡକ୍ଟର ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ। ଏବଂ ଦ୍ୱିତୀୟତଃ, ତାଙ୍କ ଦୃଷ୍ଟିକୋଣରୁ ଜନ୍ମିତ ବିଜେପି ସରକାରଙ୍କ ପକ୍ଷରୁ ବଙ୍ଗଳାରେ ଏହି ଭବ୍ୟ ଉତ୍ସବ ଆୟୋଜିତ ହେଉଛି । ଏହା ପଶ୍ଚିମବଙ୍ଗବାସୀଙ୍କ ପକ୍ଷରୁ ଆମର ସେହି ମହାନ -ସୁପୁତ୍ରଙ୍କୁ ବହୁତ-ବହୁତ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି।

ବନ୍ଧୁଗଣ,

ସଂସଦରେ ତାଙ୍କର ଏକ ଭାଷଣରେ ଡକ୍ଟର ମୁଖାର୍ଜୀ ଏପରି କିଛି କହିଥିଲେ ଯାହା ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି। ସେ କହିଥିଲେ: "କେବଳ ଜାତୀୟ ଏକତାର ମୂଳଦୁଆ ଉପରେ ଏକ ସୁବର୍ଣ୍ଣ ଭବିଷ୍ୟତର କୋଠା ନିର୍ମାଣ କରାଯାଇପାରିବ। ସେତେବେଳେ ପ୍ରକୃତରେ, ଭାରତ ଗର୍ବର ସହିତ କହିପାରିବ ଯେ ଡକ୍ଟର ମୁଖାର୍ଜୀ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ବିଶ୍ୱାସକୁ ପାଳନ କରିଥିଲେ। ୧୯୪୭ ମସିହାରେ, ଯେତେବେଳେ ଦେଶ ବିଭାଜିତ ହୋଇଥିଲା ଏବଂ ଦେଶରେ ଆଉ ଏକ ସଙ୍କଟ ଦେଖା ଦେଇଥିଲା , ତାହା ପୁଣି ସମଗ୍ର ବଙ୍ଗକୁ ଭାରତରୁ ଅଲଗା କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଉଥିଲା। ସେହି ସମୟରେ, ଡକ୍ଟର ମୁଖାର୍ଜୀ ଏହି ଷଡ଼ଯନ୍ତ୍ର ବିରୁଦ୍ଧରେ ପଥର ପରି ସାମ୍ନାରେ ଠିଆ ହୋଇଥିଲେ। ସେ ଜନମତକୁ ସଂଗଠିତ କରିଥିଲେ, ରାଜନୈତିକ ଲଢ଼େଇ ଲଢ଼ିଥିଲେ ଏବଂ ପଶ୍ଚିମବଙ୍ଗକୁ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ରଖିବା ପାଇଁ ନିଶ୍ଚିତ କରିଥିଲେ। ସେତେବେଳେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଗର୍ଜ୍ଜନ କରିଥିଲେ "କଂଗ୍ରେସ ଦେଶ ଭାଗ କୋରେଚ୍ଛେ, ଆମି ପାକିସ୍ତାନ କେ ଭାଗ କୋରେଚ୍ଛି।" ଅର୍ଥାତ୍, କଂଗ୍ରେସ ଦେଶକୁ ବିଭାଜିତ କରିଥିଲା, କିନ୍ତୁ ମୁଁ ପାକିସ୍ତାନକୁ ବିଭାଜିତ କରିଥିଲି।

ବନ୍ଧୁଗଣ,

ସେହି ଗର୍ଜନ, ତାହାର ଶକ୍ତି, ଏଥିରେ ଯେଉଁ ବଡ଼ ରାଜନୈତିକ ଇଚ୍ଛାଶକ୍ତିର ପ୍ରଦର୍ଶନ ଦେଖିବାକୁ ମିଳୁଛି , ଏହାର ଅନୁଭବ ଆମକୁ ସେତେବେଳେ ହେଉଥିଲା , ଯାହା ଆଜି ଆମେ ପରିସ୍ଥତିରେ ଦେଖୁଛୁ। 

ବନ୍ଧୁଗଣ,

ଡକ୍ଟର ମୁଖାର୍ଜୀ ଏକ ଭାରତ, ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲେ। ସେଥିପାଇଁ, ଯେତେବେଳେ ଦୁଇଟି ସମ୍ବିଧାନ, ଦୁଇଟି ପ୍ରଧାନମନ୍ତ୍ରୀ ଏବଂ ଦୁଇଟି ପତାକା ଉତ୍ତୋଳନ କରାଯାଇଥିଲା, ସେ ଏହାର ଦୃଢ଼ ବିରୋଧ କରିଥିଲେ। ସେ ଦେଶକୁ ମନ୍ତ୍ର ଦେଇଥିଲେ: "ଏକ ଦେଶେ ଦୁଇ ବିଧାନ, ଦୁଇ ପ୍ରଧାନ ଏବୋଂ ଦୁଇ ନିଶାନ । ଆମରା କୋଖାନେ ନେବୋ ନା।" ଅନ୍ୟ ଶବ୍ଦରେ: "ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇଟି ପ୍ରଧାନମନ୍ତ୍ରୀ ଏବଂ ଦୁଇଟି ପତାକା - ଗ୍ରହଣ କରାଯିବ ନାହିଁ, ଗ୍ରହଣ କରାଯିବ ନାହିଁ।" ଏହା କେବଳ ଏକ ସ୍ଲୋଗାନ ନଥିଲା। ଏହା ସମାନ ଅଧିକାର, ଗୋଟିଏ ସମ୍ବିଧାନ ଏବଂ ଏକୀକୃତ ଜାତୀୟ ଚେତନା ପାଇଁ ଏକ ଆହ୍ୱାନ ଥିଲା। ସେ ଏହି ନୀତି ପାଇଁ ଲଢ଼ିଥିଲେ, ଜେଲ ଯାଇଥିଲେ ଏବଂ ଶେଷରେ କାଶ୍ମୀର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଆଜି, ଆମର ସରକାର ଗର୍ବିତ ଯେ ଧାରା ୩୭୦ ହଟାଇ ଆମେ ଡକ୍ଟର ମୁଖାର୍ଜୀଙ୍କ ସ୍ୱପ୍ନକୁ ପୂରଣ କରିଛୁ।

ବନ୍ଧୁଗଣ,

ଆଜି ଆମେ ଏକ ଭାରତ, ଶ୍ରେଷ୍ଠ ଭାରତ କଥା କହୁଛୁ, ଏହା ଡକ୍ଟର ମୁଖାର୍ଜୀଙ୍କ ଜୀବନ ଦ୍ୱାରା ପରିଭାଷିତ ସେହି ଜାତୀୟ ଦୃଷ୍ଟିକୋଣର ବିସ୍ତାର। ଏପରି ଏକ ଭାରତର ଦୃଷ୍ଟିକୋଣ ଯେଉଁଠାରେ ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ କୌଣସି ଦୂରତା ରହିବ ନାହିଁ, ଯେଉଁଠାରେ ପୂର୍ବ ଏବଂ ପଶ୍ଚିମ ସମାନ ସୁଯୋଗ ବାଣ୍ଟିବେ, ଯେଉଁଠାରେ ପ୍ରତ୍ୟେକ ରାଜ୍ୟ ଭାରତର ସାମୂହିକ ଶକ୍ତିରେ ନିଜର ଅନନ୍ୟ ପରିଚୟ ସହିତ ଯୋଗ ଦେବେ ଏବଂ ଯେଉଁଠାରେ ପ୍ରତ୍ୟେକ ନାଗରିକ ଗୋଟିଏ ସମ୍ବିଧାନ, ଗୋଟିଏ ଜାତୀୟ ଆତ୍ମା ଏବଂ ଗୋଟିଏ ସହଭାଗୀ ଭବିଷ୍ୟତ ଦ୍ୱାରା ଆବଦ୍ଧ ହେବେ। ମୁଁ ଖୁସି ଯେ ଡକ୍ଟର ମୁଖାର୍ଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଭାରତର ସମ୍ବିଧାନ ଆଜି ସମଗ୍ର ଦେଶରେ ସଂପୂର୍ଣ୍ଣ ମର୍ଯ୍ୟାଦାର ସହିତ ଠିଆହୋଇଛି , ଲକ୍ଷ-ଲକ୍ଷ ଦେଶବାସୀଙ୍କୁ ପ୍ରେରଣା ଦେଉଛି।

 

ବନ୍ଧୁଗଣ,

ଡକ୍ଟର ମୁଖାର୍ଜୀ ଭଲ ଭାବରେ ବୁଝିପାରିଥିଲେ ଯେ, ଅନୁଷ୍ଠାନ ନିର୍ମାଣରେ ରାଷ୍ଟ୍ର ନିର୍ମାଣ ନିହିତ ରହିଛି । ମାତ୍ର ୩୩ ବର୍ଷ ବୟସରେ, ସେ କଲିକତା ବିଶ୍ୱବିଦ୍ୟାଳୟରେ ସବୁଠାରୁ କମ୍ ବୟସର ଉପ-କୂଳପତି ହୋଇଥିଲେ। କିନ୍ତୁ ସେ ଏହି ପଦବୀକୁ କେବଳ ପ୍ରଶାସନିକ ଭାବରେ ଦେଖି ନଥିଲେ। ସେ ବିଶ୍ୱବିଦ୍ୟାଳୟକୁ ଭାରତର ଭବିଷ୍ୟତ ଗଠନ କରୁଥିବା ଏକ ଅନୁଷ୍ଠାନ ଭାବରେ ଦେଖିଥିଲେ। ସେ ଶିକ୍ଷାକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ "ବଙ୍ଗୋ-ଜାତିର ଆତ୍ମୋସମ୍ମାନ ପୁନୋରୁଦ୍ଧାର, ଏବୋଂ ମାତୃ-ଭାଷାର ମଧ୍ୟୋମେ ଶିଖର ପ୍ରୋଶାର ଏହି ଆମଦେର ପ୍ରଧାନ ଲୋକ୍ଷ୍ୟ ହୋୱା ଉଚ୍ଚିତ।" ଅର୍ଥାତ୍, ବଙ୍ଗଳାର ଲୋକଙ୍କ ଆତ୍ମସମ୍ମାନ ଫେରାଇ ଆଣିବା ଏବଂ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରସାର କରିବା ଆମର ପ୍ରମୁଖ ଲକ୍ଷ୍ୟ ହେବା ଉଚିତ। ସେ ବିଶ୍ୱାସ କରୁଥିଲେ ଯେ ଯଦି ଭାରତକୁ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ର ହେବାକୁ ହୁଏ, ତେବେ ଏହାର ଶିକ୍ଷା ଭାରତୀୟ ଆତ୍ମାରେ ମୂଖ୍ୟ ହେବା ଆବଶ୍ୟକ। ଏହି ଦୃଷ୍ଟିକୋଣ ସହିତ, ସେ ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେଇଥିଲେ। ଆଜି, ଆମେ ଗର୍ବିତ ଯେ ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ, ସ୍ଥାନୀୟ ଭାଷାରେ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି । ଯେଉଁ ସ୍ବପ୍ନ ଡକ୍ଟର ମୁଖାର୍ଜୀ ଥରେ ଦେଖିଥିଲେ, ସେହି ସ୍ୱପ୍ନକୁ ଆମ ସରକାର ପୂରଣ କରିଛନ୍ତି ।

ବନ୍ଧୁଗଣ,

ସ୍ୱାଧୀନ ଭାରତର ପ୍ରଥମ ଶିଳ୍ପ ମନ୍ତ୍ରୀ ଭାବରେ, ସେ ଶିଳ୍ପ ବିକାଶ ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ସେ ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ ଯାହା ଦଶନ୍ଧି ଧରି ଭାରତର ଆର୍ଥିକ ଶକ୍ତିର ସ୍ତମ୍ଭ ପାଲଟିଥିଲା। ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କ୍ସ ଭାରତର ରେଳବାଇକୁ ନୂତନ ଗତି ଦେଇଥିଲା। ସିନ୍ଦ୍ରି ସାର କାରଖାନା କୃଷି ଆତ୍ମନିର୍ଭରଶୀଳତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଥିଲା। ଦାମୋଦର ଭ୍ୟାଲି କର୍ପୋରେସନ ଶକ୍ତି ଏବଂ ଜଳସେଚନରେ ଏକ ନୂତନ ଅଧ୍ୟାୟ ଲେଖିଲା। ଭାରତୀୟ ଶିଳ୍ପ ପାଇଁ ଶିଳ୍ପ ଆର୍ଥିକ ନିଗମ (ଆଇ ଏଫ୍ ସି ଆଇ) ଭାରତୀୟ ଶିଳ୍ପ ପାଇଁ ଏକ ଆର୍ଥିକ ଭିତ୍ତିଭୂମି ପ୍ରଦାନ କରିଥିଲା।

ବନ୍ଧୁଗଣ,

ତାଙ୍କ ପାଇଁ, ଶିଳ୍ପ ଏବଂ କାରଖାନା କେବଳ କର୍ମଶାଳା ନଥିଲା। ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ପ୍ରଦାନ କରିବାର ସ୍ଥାନ ନଥିଲା। ଗବେଷଣା ପ୍ରତିଷ୍ଠାନ କେବଳ ପରୀକ୍ଷଣ ପାଇଁ ସ୍ଥାନ ନଥିଲା। ତାଙ୍କ ପାଇଁ, ଏସବୁ ରାଷ୍ଟ୍ର ନିର୍ମାଣର ସାଧନାର କେନ୍ଦ୍ର ଥିଲା। ଡକ୍ଟର ମୁଖାର୍ଜୀ ପ୍ରତିଭା ସୁଯୋଗ ପ୍ରଦାନ କରୁଥିବା ଏକ ପ୍ରତିଷ୍ଠାନ ଥିଲେ। ନବସୃଜନକୁ ପ୍ରୋତ୍ସାହିତ କରୁଥିବା ଶିକ୍ଷା, ସ୍ୱାବଲମ୍ବନର ଆଧାର ପାଲଟିଥିବା ଶିଳ୍ପ । ଏବଂ ଏଭଳି ବ୍ୟବସ୍ଥା , ଭବିଷ୍ୟତ ପିଢ଼ିକୁ ଅଧିକ ଶକ୍ତିଶାଳୀ ଭାରତ କରିବା ପାଇଁ ସଶକ୍ତ ବ୍ୟବସ୍ଥା । ଏବଂ ଏହି ଗତି , ଆଜି ବିକଶିତ ଭାରତର ମଧ୍ୟ ପ୍ରେରଣା।

ବନ୍ଧୁଗଣ,

ଆଜି ଏହି ଅବସରରେ, ମୁଁ ବଙ୍ଗଳା ଏବଂ ସମଗ୍ର ଦେଶର ଯୁବକମାନଙ୍କୁ କହୁଛି, ଡକ୍ଟର ମୁଖାର୍ଜୀ ଏକ ଭାରତ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଆମକୁ ଶ୍ରେଷ୍ଠ ଭାରତ ପାଇଁ ବଞ୍ଚିବାକୁ ପଡିବ। ଏକାଠି, ଆମକୁ ଏକ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବାକୁ ପଡିବ। ଆମକୁ ଦେଶକୁ ସ୍ୱାବଲମ୍ବୀ କରିବାକୁ ପଡିବ। ଏହି ଆହ୍ୱାନ ସହିତ, ମୁଁ ପୁଣି ଥରେ ଡକ୍ଟର ମୁଖାର୍ଜୀଙ୍କୁ ପ୍ରଣାମ କରୁଛି। ଏବଂ ମୁଁ ତାଙ୍କ କହିଥିବା ଶବ୍ଦ, ମୋ କଥା ସହିତ ଶେଷ କରିବି। ଡକ୍ଟର ମୁଖାର୍ଜୀଙ୍କ ଏହି କଥା ରହିଛି , ଏଥିରେ ତାଙ୍କର ଭାବ-ଭଙ୍ଗି ରହିଛି- " ଜୋ କାଜ୍ ଏଇ ହାତେ ନାଓ ନା କୋନୋ ତା ଆତ୍ୟୋନ୍ତ ଗୁରୁତ୍ତୋ ଶୋହୋକରେ କରତେ ହୋବେ, ଅର୍ଥାତ୍ ଆପଣ ଯେକୌଣସି କାମ ଆରମ୍ଭ କରନ୍ତୁ, ତାହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ, ସମର୍ପଣର ସହିତ, ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ କରନ୍ତୁ। କୌଣସି କାମକୁ କେବେବି ଅସଂପୂର୍ଣ୍ଣ ଛାଡ଼ନ୍ତୁ ନାହିଁ - ସର୍ବଦା ଶେଷ ପର୍ଯ୍ୟନ୍ତ ଏହାକୁ ଦେଖନ୍ତୁ। ଡକ୍ଟର ମୁଖାର୍ଜୀଙ୍କ କଥାରୁ ବାହାରିଥିବା ଏହି ଭାବନା ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ମଧ୍ୟ ମୋର ଆନ୍ତରିକ ଶୁଭକାମନା ।

 

ବହୁତ - ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”