ମହାମହିମ,

ମୋତେ ଓ ମୋ ପ୍ରତିନିଧିମଣ୍ଡଳୀଙ୍କୁ ଦିଆଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି । ପ୍ରାୟ ଏକ ଦଶନ୍ଧି ପରେ ନେଦରଲାଣ୍ଡ ଗସ୍ତ କରି ମୁଁ ଆନନ୍ଦିତ । ଗତ ଦଶବର୍ଷ ମଧ୍ୟରେ, ଭାରତ-ନେଦରଲାଣ୍ଡ ସହଭାଗୀତା ଉଲ୍ଲେଖନୀୟ ପ୍ରଗତି କରିଛି ।

ମହାମହିମ,

ଆମେ ନେଦରଲାଣ୍ଡକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ମଧ୍ୟରେ ବିବେଚନା କରୁ । ନେଦରଲାଣ୍ଡ ଭାରତର ଶ୍ରେଷ୍ଠ ପାଞ୍ଚ ନିବେଶକଙ୍କ ମଧ୍ୟରୁ ଗୋଟିଏ । ଆମର ଐତିହାସିକ ସାଂସ୍ମୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ମଧ୍ୟ ବହୁତ ଗଭୀର । ଗଣତାନ୍ତ୍ରିକ ମୂଲ୍ୟବୋଧ, ବଜାର ଅର୍ଥନୀତି ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ଆମର ସମାନ ଦୃଷ୍ଟିକୋଣର ଅଂଶ । ଜଳ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଆମର ସହଯୋଗ ଆମ ଲୋକଙ୍କ ଜୀବନକୁ ଉନ୍ନତ କରୁଛି । ଏହି ବର୍ଦ୍ଧିତ ସହଯୋଗକୁ ଦୃଷ୍ଟିରେ ରଖି ୨୦୨୩ରେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ନେଦରଲାଣ୍ଡକୁ ଏକ ଅତିଥି ଦେଶ ଭାବେ ଆମନ୍ତ୍ରିତ କରିଥିଲୁ । ଆମେ ଏଥିପାଇଁ ମଧ୍ୟ ବହୁତ ଖୁସି ଯେ, ଫେବ୍ରୁଆରୀ ମାସରେ ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ।

ମହାମହିମ,

ଭାରତ ବିଶ୍ୱର ସବୁଠାରୁ ଯୁବଦେଶ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିି । ଆପଣ ନେଦରଲାଣ୍ଡ ଏବଂ ୟୁରୋପରେ ନୂତନ ପିଢ଼ିର ନେତୃତ୍ୱର ପ୍ରତିନିଧିତ୍ୱ କରୁଛନ୍ତି । ଆମକୁ ନେଦରଲାଣ୍ଡର ବିଶେଷଜ୍ଞତାକୁ ସମସ୍ତ କ୍ଷେତ୍ରରେ ଭାରତର ଗତି ଏବଂ ପରିମାଣ ସହିତ ମିଶ୍ରଣ କରିବାକୁ ପଡ଼ିବ । ନବସୃଜନ, ନିବେଶ, ସ୍ଥିରତା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ନୂତନ ଉଚ୍ଚତାକୁ ନିଆଯିବା ଆବଶ୍ୟକ । ଏହି ସମାନ ଦୃଷ୍ଟିକୋଣ ସହିତ, ଆଜି ଭାରତ-ନେଦରଲାଣ୍ଡ ସମ୍ପର୍କକୁ ଏକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରୁଛୁ । ପୁଣିଥରେ ଆପଣଙ୍କ ସଦୟ ସ୍ୱାଗତ ପାଇଁ ମୁଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise