G-20 Summit is an opportunity to present India's potential to the world: PM Modi
Must encourage new MPs by giving them opportunity: PM Modi
Urge all the parties and parliamentarians to make collective effort towards making this session more productive: PM Modi

ନମସ୍କାର ବନ୍ଧୁଗଣ,

ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ । ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ୧୫ ଅଗଷ୍ଟ ପୂର୍ବରୁ ଆମେ ଏକାଠି ହୋଇଥିଲେ । ୧୫ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଥିଲା ଏବଂ ଏବେ ଆମେ ଅମୃତକାଳ ଯାତ୍ରାରେ ଆଗକୁ ଅଗ୍ରସର ହେଉଛେ । ଆଜି ଏଭଳି ଏକ ସମୟରେ ଆମେ ଏକତ୍ରିତ ହୋଇଛେ, ଯେତେବେଳେ ଭାରତକୁ ଜି-୨୦ ର ପରିଚାଳନା ସୁଯୋଗ ମିଳିଛି । ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼ ସୁଯୋଗ ।

ଏହି ଜି-୨୦ ସମ୍ମିଳନୀ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ । ବରଂ ଏହି ଜି-୨୦ ସମ୍ମିଳନୀ ଭାରତର ସାମର୍ଥ୍ୟକୁ ବିଶ୍ୱ ସାମ୍ନାରେ ପ୍ରସ୍ତୁତ କରିବାର ସୁଯୋଗ । ଏତେ ବଡ଼ ଦେଶ, ଗଣତନ୍ତ୍ରର ଜନନୀ, ଏତେ ବିବିଧତା, ଏତେ ସାମର୍ଥ୍ୟ; ପୁରା ବିଶ୍ୱ ଭାରତକୁ ଜାଣିବା ଏବଂ ଭାରତ ବିଶ୍ୱ ସମ୍ମୁଖରେ ନିଜ ସାମର୍ଥ୍ୟ ପ୍ରଦର୍ଶନ ନିମନ୍ତେ ଏହା ଏକ ବହୁତ ବଡ଼ ସୁଯୋଗ ।

ବିଗତ ଦିନଗୁଡ଼ିକରେ ମୋର ସମସ୍ତ ଦଳର ଅଧ୍ୟକ୍ଷଙ୍କ ସହ ସକାରାତ୍ମକ ବାତାବରଣରେ ଚର୍ଚ୍ଚା ହୋଇଛି । ଗୃହରେ ମଧ୍ୟ ଏହାର ପ୍ରତିଫଳନ ନିଶ୍ଚିତ ଦୃଶ୍ୟମାନ ହେବ । ଗୃହରେ ବି ସେହି ସ୍ୱର ଉଠିବ, ଯାହା ଭାରତର ସାମର୍ଥ୍ୟକୁ ବିଶ୍ୱରେ ପ୍ରସ୍ତୁତ କରିବା ଲାଗି କାମରେ ଆସିବ । ଏହି ଅଧିବେଶନରେ ଦେଶକୁ ବିକାଶର ନୂଆ ଉଚ୍ଚତାକୁ ନେଇଯିବା ଲାଗି ବର୍ତ୍ତମାନ ବୈଶ୍ୱିକ ପରିସ୍ଥିତିରେ ଭାରତକୁ ଆଗକୁ ବଢ଼ାଇବା ପାଇଁ ନୂଆ ସୁଯୋଗ ଆଦିକୁ ଧ୍ୟାନରେ ରଖି ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଏହି ଅଧିବେଶନରେ ନେବା ପାଇଁ ଉଦ୍ୟମ ହେବ । ମୋର ବିଶ୍ୱାସ ଯେ ସମସ୍ତ ରାଜନୈତିକ ଦଳ ଆଲୋଚନାକୁ ଆହୁରି ସୁଦୃଢ଼ କରିବେ । ସଂସଦର ଏହି କାର୍ଯ୍ୟକାଳର ଯେଉଁ ସମୟ ଏବେ ବାକି ରହିଛି, ମୁଁ ସମସ୍ତ ଦଳର ନେତାମାନଙ୍କୁ ଏବଂ ସମସ୍ତ ଫ୍ଲୋର ଲିଡରଙ୍କୁ କହିବାକୁ ଚାହିଁବି ଯେ ପ୍ରଥମ ଥର ପାଇଁ ଯେଉଁମାନେ ସଂସଦ ଆସିଛନ୍ତି, ଯେଉଁ ନୂଆ ସାଂସଦ ଅଛନ୍ତି, ଯେଉଁ ଯୁବ ସାଂସଦ ଅଛନ୍ତି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଏବଂ ଗଣତନ୍ତ୍ରର ଭାବୀ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ଆମେ ଅଧିକରୁ ଅଧିକ ସୁଯୋଗ ସେହିମାନଙ୍କୁ ଦେବା ଏବଂ ଆଲୋଚନାରେ ସେମାନଙ୍କର ଭାଗୀଦାରି ବଢ଼ାଇବା ।

ବିଗତ ଦିନଗୁଡ଼ିକରେ ପାଖାପାଖି ସମସ୍ତ ଦଳର କୌଣସି ନା କୌଣସି ସାଂସଦଙ୍କ ସହିତ ମୋର ଔପଚାରିକ ସାକ୍ଷାତ ଯେବେ ବି ହୋଇଛି, ଗୋଟିଏ କଥା ନିଶ୍ଚିତ ସମସ୍ତ ସାଂସଦ କୁହନ୍ତି ଯେ ଗୃହରେ ହୋହଲ୍ଲା ଏବଂ ତା’ପରେ ଗୃହ ସ୍ଥଗିତ ହୋଇଯାଏ । ଏହାଦ୍ୱାରା ଆମ ସାଂସଦମାନଙ୍କର କ୍ଷତି ହୋଇଥାଏ । ଯୁବ ସାଂସଦମାନଙ୍କ କହିବା କଥା ହେଉଛି ଯେ ଅଧିବେଶନ ନ ଚାଲିବା କାରଣରୁ ଆଲୋଚନା ହୋଇ ନ ପାରିବା କାରଣରୁ ଆମେ ଯାହା ଏଠାରୁ ଶିଖିବାକୁ ଚାହୁଁ, ଆମେ ଯାହା ବୁଝିବାକୁ ଚାହୁଁ କାରଣ ଏହା ଗଣତନ୍ତ୍ରର ବହୁତ ବଡ଼ ବିଶ୍ୱବିଦ୍ୟାଳୟ । ଆମେ ତାହାଦ୍ୱାରା ପଛୁଆ ରହିଯାଉଥାଉ । ଆମକୁ ସେହି ସୌଭାଗ୍ୟ ମିଳୁନାହିଁ ଏବଂ ଏଥିପାଇଁ ଗୃହ ଚାଲିବା ବହୁତ ଜରୁରି । ଏହି ସମସ୍ତ ଦଳର ଯୁବ ସାଂସଦମାନଙ୍କର ବିଶେଷ ସ୍ୱର ବାହାରିଥାଏ ।

ମୁଁ ବୁଝୁଛି ଯେ ଏବଂ ବିରୋଧୀ ଦଳର ଯେଉଁ ସାଂସଦ ଅଛନ୍ତି ସେମାନଙ୍କର ବି କହିବା କଥା ହେଉଛି ବିତର୍କରେ ଆମକୁ କହିବାକୁ ସୁଯୋଗ ମିଳୁନାହିଁ । ସେହି କାରଣରୁ ଗୃହ ସ୍ଥଗିତ ହୋଇଯାଏ । ସେହି କାରଣରୁ ହୋହଲ୍ଲା ହୋଇଥାଏ । ସେଥିଯୋଗୁ ଆମର ବହୁତ କ୍ଷତି ହୋଇଥାଏ । ମୁଁ ବୁଝୁଛି ଯେ ସମସ୍ତ ଫ୍ଲୋର ଲିଡର, ସମସ୍ତ ଦଳୀୟ ନେତା ଆମର ଏହି ସାଂସଦମାନଙ୍କ ଯନ୍ତ୍ରଣାକୁ ବୁଝିବେ । ସେମାନଙ୍କ ବିକାଶ ନିମନ୍ତେ, ଦେଶର ବିକାଶରେ ସେମାନଙ୍କ ସାମର୍ଥ୍ୟକୁ ଯୋଡ଼ିବା ଲାଗି ସେମାନଙ୍କର ଯେଉଁ ଉତ୍ସାହ ରହିଛି, ଉମଙ୍ଗ ରହିଛି, ସେମାନଙ୍କର ପ୍ରତିଭା ରହିଛି, ତାହାର ଲାଭ ଦେଶକୁ ମିଳୁ, ନିଷ୍ପତ୍ତିଗୁଡ଼ିକରେ ମିଳୁ, ନିଷ୍ପତ୍ତି ପ୍ରକ୍ରିୟାରେ ମିଳୁ, ଏହା ଗଣତନ୍ତ୍ରରେ ବହୁତ ଆବଶ୍ୟକ । ମୁଁ ଆହୁରି ସମସ୍ତ ଦଳଙ୍କୁ କହିବାକୁ ଚାହେଁ ଯେ ସମସ୍ତ ସାଂସଦ ଏହି ଅଧିବେଶନକୁ ଆହୁରି ଅଧିକ ସଫଳ ବନାଇବା ଦିଗରେ ସାମୂହିକ ଉଦ୍ୟମ କରିବେ ।

ଏହି ଅଧିବେଶନରେ ଆଉ ଏକ ସୌଭାଗ୍ୟ ଯେ ଆଜି ପ୍ରଥମ ଥର ପାଇଁ ଆମ ଉପରାଷ୍ଟ୍ରପତି ଜୀ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ, ତାଙ୍କର ଏହା ପ୍ରଥମ ଅଧିବେଶନ ହେବ ଏବଂ ପ୍ରଥମ ଦିନ ହେବ । ଯେଉଁ ପ୍ରକାରେ ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଭାରତର ମହାନ ସଂସ୍କୃତି ଓ ଆମ ଆଦିବାସୀ ପରମ୍ପରା ସହ ଦେଶର ଗୌରବ ବଢ଼ାଇବାରେ ବଡ଼ ଭୂମିକା ନିଭାଇଛନ୍ତି, ସେହିଭଳି ଭାବେ ଜଣେ ଚାଷୀ ପୁତ୍ର ଉପରାଷ୍ଟ୍ରପତି ପଦରେ ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଦେଶର ଗୌରବ ବଢ଼ାଇବେ, ସାଂସଦମାନଙ୍କୁ ପ୍ରେରଣା ଦେବେ, ପ୍ରୋତ୍ସାହିତ କରିବେ । ତାଙ୍କୁ ବି ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ ।

ନମସ୍କାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy