“ହସ୍ପିଟାଲ ଦୁଇ ଦେଶ ମଧ୍ୟରେ ସମ୍ପର୍କର ପ୍ରତୀକ, ଭାରତ-ଫିଜିର ମିଳିତ ଜୟଯାତ୍ରାରେ ଆଉ ଏକ ଅଧ୍ୟାୟ”
“ଶିଶୁମାନଙ୍କ ହୃତପିଣ୍ଡ ଚିକତ୍ସାଳୟ କେବଳ ଫିଜି ନୁହଁ, ସମଗ୍ର ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନନ୍ୟ”
“ସତ୍ୟସାଇ ବାବା ଆଧ୍ୟାତ୍ମିକତାକୁ ପୂଜା ପାଠ କର୍ମଠାରୁ ମୁକ୍ତ ରଖି ଏହାକୁ ଜନସାଧାରଣଙ୍କ କଲ୍ୟାଣ ସହ ଯୋଡି ଥିଲେ”
“ମୁଁ ସଦାସର୍ବଦା ସତ୍ୟସାଇ ବାବାଙ୍କ ଆଶୀର୍ବାଦ ପାଉଥିବାରୁ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି ଓ ଏହା ଆଜି ମଧ୍ୟ ପାଉଛି”
“ଭାରତ-ଫିଜି ସମ୍ପର୍କ ପାରସ୍ପରିକ ସମ୍ମାନ ଓ ମଜଭୁତ ଜନ ସମ୍ପର୍କ ଉପରେ ପର୍ଯ୍ୟବସିତ”

ଫିଜିର ମହାମାନ୍ୟ ପ୍ରଧାନମନ୍ତ୍ରୀ, ବେନିମାରାମା ଜୀ, ସଦଗୁରୁ ମଧୁସୂଦନ ସାଇ, ସାଇ ପ୍ରେମ ଫାଉଣ୍ଡେସନର ସମସ୍ତ ଟ୍ରଷ୍ଟି, ଡାକ୍ତରଖାନାର ଷ୍ଟାଫ୍ ସଦସ୍ୟ ମାନେ, ମାନନୀୟ ଅତିଥିଗଣ ଏବଂ ମୋର ଫିଜିର ଭାଇଭଉଣୀ ମାନେ !

ନି - ସାମା ବୁଲା ବିନାକା, ନମସ୍କାର !

ଶୁଭା ଠାରେ ଶ୍ରୀ ସତ୍ୟସାଇ ସଞ୍ଜିବନୀ ଚିଲଡ୍ରେନ୍ ହାର୍ଟ ହସ୍ପିଟାଲର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋତେ ବହୁତ ଖୁସି ଅନୁଭଵ ହେଉଛି। ମୁଁ ଏଥିପାଇଁ ଫିଜିର ମହାମାନ୍ୟ ପ୍ରଧାନମନ୍ତ୍ରୀ ଏବଂ ଫିଜିର ଜନତାମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଏହା ଆମ ଭିତରେ ରହିଥିବା ପାରସ୍ପରିକ ସମ୍ପର୍କ ଏବଂ ପ୍ରେମର ପ୍ରତୀକ ଅଟେ। ଏହା ଭାରତ ଏବଂ ଫିଜିର ମିଳିତ ଯାତ୍ରାର ଆଉ ଏକ ଅଧ୍ୟାୟ ଅଟେ। ମୋତେ ଏହା ସୂଚିତ କରା ଯାଇଛି ଯେ ଏହା କେବଳ ଫିଜିର ନୁହେଁ, ସମଗ୍ର ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଥମ ଶିଶୁ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଡାକ୍ତରଖାନା ଅଟେ। ଏମିତି ଏକ କ୍ଷେତ୍ର ଯେଉଁ ଠାରେ ହୃଦୟ ସମ୍ବନ୍ଧୀୟ ରୋଗ ଏକ ବଡ଼ ଆହ୍ୱାନ ଅଟେ, ଏହି ଡାକ୍ତରଖାନା ହଜାର ହଜାର ଶିଶୁ ମାନଙ୍କ ନିମନ୍ତେ ନୂତନ ଜୀବନ ଦେବାର ଏକ ମାଧ୍ୟମ ହେବ। ମୁଁ ବହୁତ ଖୁସି ଯେ, ଏଠାରେ ଶିଶୁ ମାନଙ୍କୁ ସମସ୍ତ ପ୍ରକାରର ବିଶ୍ଵସ୍ତରୀୟ ଚିକିତ୍ସା ମିଳିବା ସହିତ ସବୁ ପ୍ରକାରର ସର୍ଜରୀ ମାଗଣାରେ ଉପଲବ୍ଧ ହେବ। ଏଥିପାଇଁ ମୁଁ ଫିଜି ସରକାର, ଫିଜିର ସାଇ ପ୍ରେମ ଫାଉଣ୍ଡେସନ ଏବଂ ଭାରତର ଶ୍ରୀ ସତ୍ୟସାଇ ସଞ୍ଜିବନୀ ଚିଲଡ୍ରେନ୍ସ ହାର୍ଟ ହସ୍ପିଟାଲର ବହୁତ ପ୍ରଶଂସା କରୁ ଅଛି।  

ବିଶେଷ ରୂପରେ ଏହି ଅବସରରେ ମୁଁ ବ୍ରହ୍ମରେ ଲୀନ ହୋଇଥିବା ଶ୍ରୀ ସତ୍ୟ ସାଇ ବାବାଙ୍କୁ ପ୍ରଣାମ କରୁଅଛି। ମାନବ ସେବା ନିମନ୍ତେ ତାଙ୍କ ଦ୍ଵାରା ବୁଣା ଯାଇଥିବା ମଞ୍ଜି ଏବେ ବର ଗଛ ରୂପରେ ଲୋକ ମାନଙ୍କର ସେବା କରି ଆସୁଛି। ମୁଁ ପୂର୍ବରୁ ମଧ୍ୟ କହି ଆସିଛି ଯେ, ସତ୍ୟସାଇ ବାବା ଆଧ୍ୟାତ୍ମିକତାକୁ କର୍ମକାଣ୍ଡରୁ ମୁକ୍ତ କରି ଜନକଲ୍ୟାଣ ସହିତ ଯୋଡିବାର ଅଦ୍ଭୁତ କାମ କରିଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ, ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର କାର୍ଯ୍ୟ, ଗରିବ- ପୀଡ଼ିତ- ବଞ୍ଚିତ ମାନଙ୍କ ନିମନ୍ତେ ତାଙ୍କର ସେବା କାର୍ଯ୍ୟ, ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ । ଦୁଇ ଦଶନ୍ଧି ତଳେ ଯେତେବେଳେ ଗୁଜରାଟରେ ଭୂମିକମ୍ପର ଧ୍ୱଂସଲୀଳା ହୋଇଥିଲା, ସେହି ସମୟରେ ବାବାଙ୍କର ଅନୁଗାମୀ ମାନଙ୍କ ଦ୍ୱାରା ଯେଉଁ ପ୍ରକାର ଭାବେ ପୀଡିତ ମାନଙ୍କର ସେବା କରା ଯାଇଥିଲା, ତାହା ଗୁଜରାଟର ଲୋକ ମାନେ କେବେ ବି ଭୁଲି ପାରିବେ ନାହିଁ । ମୁଁ ଏହାକୁ ବହୁତ ବଡ ସୌଭାଗ୍ୟ ବୋଲି ମନେ କରେ ଯେ, ମୋତେ ସତ୍ୟ ସାଇ ବାବାଙ୍କର ନିରନ୍ତର ଭାବେ ଆଶୀର୍ବାଦ ପ୍ରାପ୍ତ ହୋଇଛି, ଅନେକ ଦଶନ୍ଧି ଧରି ତାଙ୍କ ସହିତ ଯୋଡି ହୋଇ ରହିଛି ଏବଂ ଆଜି ମଧ୍ୟ ମିଳୁଛି ।

ବନ୍ଧୁଗଣ, 

ଆମର ଏଠାରେ କୁହାଯାଏ ଯେ, “ପରୋପକାରାୟ ସତାଂ ବିଭୁତମ୍‌” । ଅର୍ଥାତ୍‌, ପରୋପକାର ହେଉଛି ସଜ୍ଜନ ମାନଙ୍କର ସମ୍ପତି । ମାନବ ଜାତିର ସେବା, ଜୀବ ମାନଙ୍କର କଲ୍ୟାଣ, ଏହା ଆମର ସମ୍ବଳ ଗୁଡିକର ଏକ ମାତ୍ର ଉଦ୍ଦେଶ୍ୟ ଅଟେ । ଏହି ମୂଲ୍ୟବୋଧ ଉପରେ ଭାରତ ଏବଂ ଫିଜିର ମିଳିତ ସମ୍ପର୍କ ତିଷ୍ଠି ହୋଇଛି । ଏହି ଆଦର୍ଶ ଗୁଡିକ ଉପରେ ଗୁରୁତ୍ୱ ଦେଇ କରୋନା ମହାମାରୀ ଭଳି କଠିନ ସମୟରେ ଭାରତ ତାର କର୍ତବ୍ୟକୁ ପାଳନ କରିଛି । ‘ବସୁଧୈବ କୁଟୁମ୍ବକମ୍‌’, ଅର୍ଥାତ୍‌, ସମଗ୍ର ବିଶ୍ୱକୁ ନିଜର ପରିବାର ବୋଲି ବିଚାର କରି ଭାରତ ସାରା ବିଶ୍ୱର ୧୫୦ ଦେଶ ଗୁଡିକୁ ଔଷଧ ପଠାଇଛି, ଜରୁରୀ ସାମଗ୍ରୀ ମଧ୍ୟ ପଠାଇଛି । ନିଜର କୋଟି କୋଟି ନାଗରିକ ମାନଙ୍କ ସମ୍ପର୍କରେ ଚିନ୍ତା କରିବା ସହିତ ଭାରତ ବିଶ୍ୱର ଅନ୍ୟ ଦେଶର ଲୋକ ମାନଙ୍କ ସମ୍ପର୍କରେ ମଧ୍ୟ ଚିନ୍ତା କରିଛି । ଆମେ ପାଖାପାଖି ୧୦୦ଟି ଦେଶର ୧୦୦ ମିଲିୟନ୍ ଲୋକ ମାନଙ୍କ ନିକଟକୁ ଟୀକା ପଠାଇଛୁ । ଏହି ପ୍ରୟାସରେ ଆମେ ଫିଜିକୁ ମଧ୍ୟ ଆମେ ଆମର ପ୍ରାଥମିକତାରେ ରଖିଥିଲୁ । ମୁଁ ବହୁତ ଖୁସି ଯେ, ଫିଜି ପାଇଁ ସମଗ୍ର ଭାରତରେ ସେହି ସ୍ନେହପୂର୍ଣ୍ଣ ଭାବନାକୁ ସାଇ ପ୍ରେମ ଫାଉଣ୍ଡେସନ୍ ଆଗକୁ ବଢ଼ାଇବାରେ ଲାଗିଛି ।

ବନ୍ଧୁଗଣ, 

ଆମର ଦୁଇ ଦେଶ ମଧ୍ୟରେ ନିଶ୍ଚିତ ରୂପରେ ଏକ ବିଶାଳ ସମୁଦ୍ର ରହିଛି, କିନ୍ତୁ ଆମର ସଂସ୍କୃତି ଆମକୁ ପରସ୍ପର ସହିତ ଯୋଡି ରଖିଛି । ଆମର ସମ୍ପର୍କ ପରସ୍ପର ପ୍ରତି ସମ୍ମାନ, ସହଯୋଗ ଏବଂ ଆମର ଲୋକ ମାନଙ୍କର ଦୃଢ଼ ପାରସ୍ପରିକ ସମ୍ପର୍କ ଉପରେ ତିଷ୍ଠି ରହିଛି । ଭାରତର ଏହା ସୌଭାଗ୍ୟ ଯେ, ଆମକୁ ଫିଜିର ସାମାଜିକ - ବିତୀୟ ବିକାଶ କ୍ଷେତ୍ରରେ ଭୂମିକା ନିର୍ବାହ କରିବା, ଯୋଗଦାନ ରଖିବାର ଅବସର ମିଳିବାରେ ଲାଗିଛି । ବିଗତ ଦଶନ୍ଧି ଗୁଡିକରେ ଭାରତ - ଫିଜି ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ଆଗକୁ ବଢ଼ିବାରେ ଲାଗିଛି, ଦୃଢ଼ ହେବାରେ ଲାଗିଛି । ଫିଜି ଏବଂ ତାର ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଯୋଗୁ ଆମର ସମ୍ପର୍କ ଆଗାମୀ ସମୟରେ ଆହୁରି ମଜଭୁତ ହେବାକୁ ଲାଗିବ । ସଂଯୋଗବଶତଃ, ଏହା ମୋର ମିତ୍ର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ବେନିମରାମାଙ୍କର ଜନ୍ମଦିନର ଅବସର ମଧ୍ୟ ଅଟେ । ମୁଁ ତାଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଜଣାଉଛି । ମୁଁ ଶ୍ରୀ ସତ୍ୟ ସାଇ ସଞ୍ଜିବନୀ ଚିଲ୍‌ଡ୍ରେନ୍ସ ହାର୍ଟ ହସପିଟାଲ୍ ସହିତ ସମ୍ବନ୍ଧିତ ସମସ୍ତ ସଦସ୍ୟ ମାନଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି । ମୋର ଏହା ବିଶ୍ୱାସ ଯେ, ଏହି ଡାକ୍ତରଖାନା ଫିଜି ଏବଂ ଏହି ସମଗ୍ର କ୍ଷେତ୍ରରେ ସେବାର ଏକ ମଜଭୁତ ଅଧିଷ୍ଠାନ ହେବ, ଏବଂ ଭାରତ ଏବଂ ଫିଜିର ସମ୍ପର୍କକୁ ଏକ ନୂତନ ଶିଖରରେ ପହଂଚାଇବ ।

ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing ministry raises EWS housing target under PMAY 2.0 by 350%

Media Coverage

Housing ministry raises EWS housing target under PMAY 2.0 by 350%
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 5, 2026
February 05, 2026

Viksit Bharat in Action: Budget 2026-27 Powers India's Infrastructure, Digital, and Green Revolution Under PM Modi