“Aparigraha is not only renunciation but also controlling all kinds of attachment”
“‘Statue of Peace’ and ‘Statue of Unity’ are not just tall statues, but they are the greatest symbol of Ek Bharat, Shreshtha Bharat”
“The prosperity of a country is dependent on its economic prosperity, and by adopting indigenous products, one can keep the art, culture and civilization of India alive”
“The message of swadeshi and self-reliance is extremely relevant in the Azadi ka Amritkaal”
“In the Azadi Ka Amritkaal, we are moving towards the making of a developed India”
“Guidance of saints is always important in empowering civic duties”

ମଥେନ ବନ୍ଦାମି।

ସାରା ଦୁନିଆରେ ଜୈନ ମତାବଲମ୍ବି  ଏବଂ ଭାରତର ସନ୍ଥ ପରମ୍ପରାର ବାହକ ସମସ୍ତ ଆସ୍ଥାବାନଙ୍କୁ ମୁଁ ଏହି ଅବସରରେ ପ୍ରଣାମ କରୁଛି। ଏହି କାର୍ଯ୍ୟକ୍ରମରେ ଅନେକ ପୂଜ୍ୟ ସନ୍ଥଗଣ ଉପସ୍ଥିତ ରହିଛନ୍ତି। ଆପଣ ସଭିଙ୍କ ଦର୍ଶନ, ଆଶୀର୍ବାଦ ଏବଂ ସାନିଧ୍ୟର ସୌଭାଗ୍ୟ ମୋତେ ଅନେକ ଥର ମିଳିଛି। ଗୁଜରାଟରେ ଥିବା ବେଳେ ବଡ଼ୋଦରା ଏବଂ ଛୋଟ ଉଦୟପୁରର କଂୱାଟ ଗ୍ରାମରେ ମଧ୍ୟ ମୋତେ ସନ୍ଥବାଣୀ ଶୁଣିବାର ସୁଯୋଗ ମିଳିଥିଲା। ଯେତେବେଳେ ଆଚାର୍ଯ୍ୟ ପୂଜ୍ୟ ଶ୍ରୀ ବଲ୍ଲବ ସୁରୀଶ୍ବର ଜି ଙ୍କ ସାର୍ଦ୍ଧଶତୀ ଅର୍ଥାତ୍ 150ତମ ଜନ୍ମ ଜୟନ୍ତୀର ଆରମ୍ଭ ହୋଇଥିଲା, ସେତେବେଳେ ମୋତେ ଆଚାର୍ଯ୍ୟ ଜି ମହାରାଜଙ୍କ ପ୍ରତିମାର ଅନାବରଣ କରିବାର ସୌଭାଗ୍ୟ ମିଳିଥିଲା। ଆଜି ପୁଣି ଥରେ ମୋତେ ଟେକ୍‌ନୋଲୋଜି ମାଧ୍ୟମରେ ଆପଣ ସବୁ ସନ୍ଥମାନଙ୍କ ମଧ୍ୟରେ ଅଛି। ଆଜି ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ବର ଜି ଙ୍କୁ ସମର୍ପିତ ସ୍ମାରକ ଡାକ ଟିକସ ଓ ମୁଦ୍ରା ଉନ୍ମୋଚନ କରାଯାଇଛି। ଏଥିପାଇଁ ମୋ ପାଇଁ ଏହି ଅବସର ଦୁଇଗୁଣା ଖୁସି ନେଇ କରି ଆସିଛି। ସ୍ମାରକ ଡାକ ଟିକଟ ଏବଂ ମୁଦ୍ରାର ଉନ୍ମୋଚନ ଏକ ବହୁତ ମହତ୍ତ୍ବପୂର୍ଣ୍ଣ ପ୍ରଚେଷ୍ଟା ଅଟେ, ଏହି ଆଧ୍ୟତ୍ମିକ ଚେତନା ଦ୍ବାରା ସାଧାରଣ ଲୋକଙ୍କ ମନକୁ ଯୋଡ଼ିବା, ଯାହା ପୂଜ୍ୟ ଆଚାର୍ଯ୍ୟ ଜି ନିଜର ଜୀବନବ୍ୟାପୀ କର୍ମ ଦ୍ବାରା ବାଣୀ ଦ୍ବାରା ଏବଂ ତାଙ୍କର ଦର୍ଶନରେ ସର୍ବଦା ପ୍ରତିବିମ୍ବିତ କରିଛନ୍ତି।

ଦୁଇ ବର୍ଷ ଧରି ଚାଲିଥିବା ଏହି ସମାରୋହଣ ଏବେ ସମାପ୍ତ ହେଉଛି। ଏହି ଅବସରରେ ଆସ୍ଥା, ଆଧ୍ୟାତ୍ମ, ରାଷ୍ଟ୍ରଭକ୍ତି ଏବଂ ରାଷ୍ଟ୍ରଶକ୍ତିକୁ ବଢ଼ାଇବାର ଯେଉଁ ଅଭିଯାନ ଆପଣ ଚଲାଇଛନ୍ତି ତାହା ବହୁ ମାତ୍ରାରେ ପ୍ରଶଂସନୀୟ। ସନ୍ଥଗଣ, ଆଜି ଦୁନିଆଁ ଯୁଦ୍ଧ, ଆତଙ୍କ ଏବଂ ହିଂସାର ସଙ୍କଟକୁ ଅନୁଭବ କରୁଛି। ଏହି କୁଚକ୍ରରୁ ବାହାରକୁ ବାହାରିବା ପାଇଁ ପ୍ରେରଣା ଓ ପ୍ରୋତ୍ସାହନ ସାରା ଦୁନିଆଁ ଅନୁସନ୍ଧାନ କରୁଛି। ଏପରି କ୍ଷେତ୍ରରେ ଭାରତର ପୁରାତନ ପରମ୍ପରା, ଭାରତର ଦର୍ଶନ ଏବଂ ଆଜିର ଭାରତର ସାମର୍ଥ୍ୟ ଏହି ବିଶ୍ବ ପାଇଁ ଅନେକ ଆଶା ସୃଷ୍ଟି କରିଛି। ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ବର ମହାରାଜଙ୍କ ଦେଖା ଯାଇଥିବା ରାସ୍ତା, ଜୈନ ଗୁରୁଙ୍କ ଉପଦେଶ, ଏହି ବିଶ୍ବ ସଙ୍କଟର ସମାଧାନ ଅଟେ। ଅହିଂସା, ଆଦର୍ଶ ଓ ଅପରିଗ୍ରହକୁ ଯେଉଁଭଳି ଭାବରେ ଆଚାର୍ଯ୍ୟ ପାଳନ କରିଛନ୍ତି ଏବଂ ତାଙ୍କ ପ୍ରତି ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାର ନିରନ୍ତର ପ୍ରଚେଷ୍ଟା କରିଛନ୍ତି ତାହା ଆଜି ମଧ୍ୟ ଆମ ସଭିଙ୍କୁ ପ୍ରେରଣା ଯୋଗାଉଛି।

ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ତାଙ୍କର ଆଗ୍ରହ ବିଭାଜନର ବିଭୀଷିକା ସମୟରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖା ଯାଇଛି। ଭାରତ ବିଭାଜନ କାରଣରୁ ଆଚାର୍ଯ୍ୟ ଶ୍ରୀ ଙ୍କୁ ଚତୁର୍ମାସ ବ୍ରତ ମଧ୍ୟ ଭାଙ୍ଗିବାକୁ ପଡ଼ିଥିଲା।

ଗୋଟିଏ ସ୍ଥାନରେ ରହି ସାଧନାର ଏହି ବ୍ରତ କେତେ ମହତ୍ତ୍ବପୂର୍ଣ୍ଣ, ଏହା ଆପଣଙ୍କ ଠାରୁ ଭଲ କିଏ ଜାଣିଛି। କିନ୍ତୁ ପୂଜ୍ୟ ଆଚାର୍ଯ୍ୟ ନିଜେ ମଧ୍ୟ ଭାରତ ଆସିବାର ନିଷ୍ପତ୍ତି ନେଲେ ଏବଂ ବାକି ଯେଉଁ ଲୋକମାନେ ନିଜର ସବୁ କିଛି ଛାଡ଼ି ଏଠାକୁ ଆସିଥିଲେ, ତାଙ୍କର ସୁଖ ଏବଂ ସେବାର ମଧ୍ୟ ସବୁ ପ୍ରକାର ଯତ୍ନ ନେଇଥିଲେ।

ବନ୍ଧୁଗଣ,

ଆଚାର୍ଯ୍ୟଗଣ ଅପରିଗ୍ରହର ଯେଉଁ ରାସ୍ତା କରିଛନ୍ତି, ସ୍ବାଧୀନତାର ଆନ୍ଦୋଳନରେ ପୂଜ୍ୟ ମହାତ୍ମା ଗାନ୍ଧୀ ମଧ୍ୟ ତାହାକୁ ଗ୍ରହଣ କରିଛନ୍ତି। ଅପରିଗ୍ରହ କେବଳ ତ୍ୟାଗ ନୁହେଁ, ବରଂ ସବୁ ପ୍ରକାର ମୋହ ଉପରେ ନିୟନ୍ତ୍ରଣ ରଖିବା ମଧ୍ୟ ଅପରିଗ୍ରହ ଅଟେ। ଆଚାର୍ଯ୍ୟ ଶ୍ରୀ ଦେଖାଇଛନ୍ତି ଯେ ନିଜର ପରମ୍ପରା, ନିଜର ସଂସ୍କୃତି ପାଇଁ ସଚ୍ଚୋଟତାର ସହିତ କାର୍ଯ୍ୟ କରିବା ସଭିଙ୍କର କଲ୍ୟାଣ ପାଇଁ ଉନ୍ନତ କାର୍ଯ୍ୟ କରାଯାଇପାରିବ।

ବନ୍ଧୁଗଣ,

ଗଚ୍ଛାଧିପତି ଜୈନାଚାର୍ଯ୍ୟ ଶ୍ରୀ ବିଜୟ ନିତ୍ୟାନନ୍ଦ ସୁରୀଶ୍ବର ଜି ବାରମ୍ବାର ଏହାର ଉଲ୍ଲେଖ କରିଛନ୍ତି ଯେ ଗୁଜରାଟ 2-2 ବଲ୍ଲଭ ଦେଶକୁ ଦେଇଛନ୍ତି। ଏହା ମଧ୍ୟ ଏକ ସଂଯୋଗ ଅଟେ ଯେ ଆଜି ଆଚାର୍ଯ୍ୟ ଜି ଙ୍କର 150ତମ ଜନ୍ମ ଜୟନ୍ତୀର ସମାରୋହ ସମାପ୍ତ ହେଉଛି ଏବଂ କିଛି ଦିନ ପରେ ଆମେ ସରଦାର ପଟେଲଙ୍କ ଜନ୍ମ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିବାକୁ ଯାଉଛୁ। ଆଜି ‘ଷ୍ଟାଚ୍ୟୁ ଅଫ୍ ପିସ୍’ ସନ୍ଥଙ୍କର ସବୁଠାରୁ ବଡ଼ ପ୍ରତିମା ମଧ୍ୟରୁ ଗୋଟିଏ ଅଟେ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ବିଶ୍ବର ସବୁଠାରୁ ଉଚ୍ଚ ପ୍ରତିମା ଅଟେ। ଏବଂ ଏହା କେବଳ ଉଚ୍ଚ ପ୍ରତିମା ନୁହେଁ, ବରଂ ଏହା ଏକ ଭାରତ, ଶ୍ରେଷ୍ଠ ଭାରତର ମଧ୍ୟ ସବୁଠାରୁ ବଡ଼ ପ୍ରତୀକ ଅଟେ। ସରଦାର ସାହେବ ଖଣ୍ଡ ଖଣ୍ଡ ହୋଇଥିବା, ଭାରତକୁ ଯୋଡ଼ିଛନ୍ତି। ଆଚାର୍ଯ୍ୟ ଜି ଦେଶର ବିଭିନ୍ନ ପ୍ରାନ୍ତକୁ ବୁଲି ଭାରତର ଏକତା ଏବଂ ଅଖଣ୍ଡତାକୁ, ଭାରତର ସଂସ୍କୃତିକୁ ସଶକ୍ତ କରିଛନ୍ତି। ଦେଶର ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ହୋଇଛି ସେହି ସମୟରେ ସେ କୋଟି କୋଟି ସ୍ବାଧୀନତା ସଂଗ୍ରାମୀଙ୍କ ସହିତ ମିଶି କାମ କରିଛନ୍ତି।

ବନ୍ଧୁଗଣ,

ଆଚାର୍ଯ୍ୟ ଜି କହୁଥିଲେ ଯେ ‘‘ଦେଶର ସମୃଦ୍ଧି ଆର୍ଥିକ ସମୃଦ୍ଧି ଉପରେ ନିର୍ଭର କରେ, ସ୍ବଦେଶୀକୁ ଗ୍ରହଣ କରି ଭାରତର କଳା, ଭାରତର ସଂସ୍କୃତି ଏବଂ ଭାରତର ସଭ୍ୟତାକୁ ଜୀବିତ ରଖି ପାରିବା।’’ ସେ ଶିଖାଇଛନ୍ତି ଯେ ଧାର୍ମିକ ପରମ୍ପରା ଏବଂ ସ୍ବଦେଶୀ କୁ କିପରି ଏକ ସହିତ ପ୍ରୋତ୍ସାହନ ଦିଆଯାଇପାରିବ। ତାଙ୍କର ବସ୍ତ୍ର ଧବଳ ଥିଲା, କିନ୍ତୁ ଏହା ସହିତ ସେ ବସ୍ତ୍ର ଖଦିର ହିଁ ହେଉଥିଲା। ତାହାକୁ ସେ ଆଜୀବନ ଗ୍ରହଣ କରିଥିଲେ। ସ୍ବଦେଶୀ ଏବଂ ସ୍ବାବଲମ୍ବନର ଏପରି ବାର୍ତ୍ତା ଆଜି ମଧ୍ୟ ଆଜାଦିର ଅମୃତକାଳରେ ବହୁତ ପ୍ରାସଙ୍ଗିକ ଅଟେ। ଆତ୍ମନିର୍ଭର ଭାରତ ପାଇଁ ଏହା ପ୍ରଗତିର ମୂଳ ମନ୍ତ୍ର ଅଟେ। ଏଥିପାଇଁ ସ୍ବୟଂ ଆଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀଶ୍ବର ମହାଶୟଙ୍କ ଠାରୁ ନେଇ ବର୍ତ୍ତମାନ ଗଚ୍ଛାଧିପତି ଆଚାର୍ଯ୍ୟ ଶ୍ରୀ ନିତ୍ୟାନନ୍ଦ ସୁରୀଶ୍ବର ମହାଶୟ ପର୍ଯ୍ୟନ୍ତ ଯେଉଁ ରାସ୍ତା ସଶକ୍ତ ହୋଇଛି, ଏହାକୁ ଆମକୁ ଆହୁରି ମଜବୁତ୍ କରିବାକୁ ହେବ। ପୂଜ୍ୟ ସନ୍ଥଗଣ, ଅତୀତରେ ସମାଜ କଲ୍ୟାଣ, ମାନବ ସେବା, ଶିକ୍ଷା ଓ ଚେତନାର ଯେଉଁ ସମୃଦ୍ଧ ପରିପାଟି ଆପଣ ବିକଶିତ କରିଥିଲେ ତାହାର ନିରନ୍ତର ବିସ୍ତାର ହେଉ, ଏହା ଆଜିର ଦେଶର ଆବଶ୍ୟକତା ଅଟେ। ଆଜାଦିର ଅମୃତ କାଳରେ ଆମେ ବିକଶିତ ଭାରତର ନିର୍ମାଣ ଦିଗରେ ଆଗକୁ ବଢ଼ୁଛୁ। ଏଥିପାଇଁ ଦେଶ ପଞ୍ଚ ପ୍ରଣର ସଙ୍କଳ୍ପ ନେଇଛି। ଏହି ପଞ୍ଚ ପ୍ରଣକୁ ସିଦ୍ଧିରେ ଆପଣ ସମସ୍ତ ସନ୍ଥମାନଙ୍କର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ନାଗରିକ କର୍ତ୍ତବ୍ୟକୁ କିପରି ଆମେ ସଶକ୍ତ କରିବା, ଏଥିପାଇଁ ସନ୍ଥମାନଙ୍କର ମାର୍ଗଦର୍ଶନ ସର୍ବଦା ଗୁରୁତ୍ବପୂର୍ଣ୍ଣ। ଏହା ସହିତ ଦେଶ  ଲୋକାଲ୍ ପାଇଁ ଭୋକାଲ୍ ହେଉ, ଭାରତର ଲୋକମାନଙ୍କର ପରିଶ୍ରମରୁ ପ୍ରସ୍ତୁତ ସାମଗ୍ରୀକୁ ମାନ ସମ୍ମାନ ମିଳୁ, ଏଥିପାଇଁ ଆପଣଙ୍କ ପକ୍ଷରୁ ଚେତନା ଅଭିଯାନ ବହୁତ ବଡ଼ ରାଷ୍ଟ୍ର ସେବା ଅଟେ। ଆପଣଙ୍କ ଅଧିକାଂଶ ଅନୁଗାମୀ ବ୍ୟବସାୟ ସହିତ ଜଡ଼ିତ ଅଟନ୍ତି। ତାଙ୍କ ଦ୍ବାରା ନିଆଯାଇଥିବା ଏହି ସଙ୍କଳ୍ପ ଯେ ସେମାନେ ଭାରତରେ ପ୍ରସ୍ତୁତ ସାମଗ୍ରୀର ହିଁ ବ୍ୟବସାୟ କରିବେ, କ୍ରୟ-ବିକ୍ରୟ କରିବେ, ଭାରତରେ ପ୍ରସ୍ତୁତ ସାମଗ୍ରୀ ହିଁ ବ୍ୟବହାର କରିବେ, ମହାରାଜ ସାହିବଙ୍କୁ ଏହା ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ହେବ। ସଭିଙ୍କ ପ୍ରୟାସ, ସଭିଙ୍କ ପାଇଁ, ସମଗ୍ର ଦେଶ ପାଇଁ ପ୍ରଗତିର ଏହି ପଥ ପ୍ରଦର୍ଶନ ଆଚାର୍ଯ୍ୟ ଶ୍ରୀ ମଧ୍ୟ ଆମକୁ ଦେଖାଇଛନ୍ତି। ଏହି ପ୍ରଥକୁ ଆମେ ପ୍ରଶସ୍ତ କରିବା, ଏହି କାମନା ସହିତ ପୁଣି ଥରେ ସନ୍ଥଗଣକୁ ମୋର ପ୍ରଣାମ।

ଆପଣ ସଭିଙ୍କୁ ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
DPIIT Releases BHAVYA Scheme Guidelines To Develop 100 Industrial Parks With Rs 33,660 Crore Investment Push

Media Coverage

DPIIT Releases BHAVYA Scheme Guidelines To Develop 100 Industrial Parks With Rs 33,660 Crore Investment Push
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam praying for the eternal abundance, happiness and prosperity of all
May 25, 2026

Prime Minister Shri Narendra Modi today shared a Sanskrit Subhashitam, observing that the boundless grace of nature, the energy of Surya Deva, and the holy blessings of rain enrich our lives with happiness and good fortune. Shri Modi expressed his heartfelt wish that the earth may forever remain vibrant, green, and prosperous.

The Prime Minister posted on X:

"प्रकृति की असीम कृपा, सूर्यदेव की ऊर्जा और वर्षा का पावन आशीर्वाद हम सभी के जीवन को सुख-सौभाग्य से समृद्ध करता है। मेरी कामना है कि धरती पर सदैव हरियाली और खुशहाली बनी रहे।

शं नो देवः सविता त्रायमाणः शं नो भवन्तूषसो विभातीः।

शं नः पर्जन्यो भवतु प्रजाभ्यः शं नः क्षेत्रस्य पतिरस्तु शम्भुः॥"

May Savita Deva, the radiant protector of the world, be auspicious for us. May the shining dawns bring happiness and well-being into our lives. May Parjanya, the god of rain, bring welfare to our people and may the gracious lord of the fields, crops, and land grant us happiness and prosperity.