“ଭୂକମ୍ପ ସମୟରେ ଭାରତର ତ୍ୱରିତ ପଦକ୍ଷେପ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି; ଏହା ଆମର ଉଦ୍ଧାର ଏବଂ ରିଲିଫ ଦଳଗୁଡ଼ିକର ପ୍ରସ୍ତୁତିର ପ୍ରତିଫଳନ”
“ଭାରତ ନିଜର ଆତ୍ମର୍ନିଭରଶୀଳତା ସହିତ ନିଜର ନିଃସ୍ୱାର୍ଥପରତାର ପ୍ରତିପାଳନ କରିଛି”
“ବିଶ୍ୱର ଯେଉଁଠାରେ ବିପର୍ଯ୍ୟୟ ଘଟେ, ଭାରତ ପ୍ରଥମେ ସହାୟତାର ହାତ ବଢ଼ାଇଥାଏ”
“ଆମେ ଯେଉଁଠି "ତିରଙ୍ଗା” ସହିତ ପହଞ୍ଚୁ, ସେଠାରେ ଏକ ନିଶ୍ଚିତତା ଅଛି ଯେ ବର୍ତ୍ତମାନ ଭାରତୀୟ ଦଳ ପହଞ୍ଚିଲେ ପରିସ୍ଥିତି ଭଲ ହେବା ଆରମ୍ଭ କରିବ”
“ଏନଡିଆରଏଫ୍‍ ଦେଶର ଲୋକଙ୍କ ମଧ୍ୟରେ ବହୁତ ଭଲ ପ୍ରତିଷ୍ଠା ସୃଷ୍ଟି କରିଛି । ଦେଶର ଲୋକମାନେ ଆପଣଙ୍କ ଉପରେ ବିଶ୍ୱାସ କରନ୍ତି”
“ଦୁନିଆର ସର୍ବୋତ୍ତମ ରିଲିଫ ଏବଂ ଉଦ୍ଧାରକାରୀ ଦଳ ଭାବରେ ଆମର ପରିଚୟକୁ ମଜବୁତ କରିବାକୁ ପଡିବ । ଆମର ନିଜସ୍ୱ ପ୍ରସ୍ତୁତି ଯେତେ ଭଲ ହେବ, ଆମେ ବିଶ୍ୱକୁ ସେବା କରିବାରେ ସେତେ ସକ୍ଷମ ହେବୁ”

ଆପଣ ସମସ୍ତଙ୍କୁ ବହୁତବହୁତ ଅଭିନନ୍ଦନ!

ଆପଣମାନେ ମାନବତା ମାଇଁ ଏକ ବହୁତ ବଡ଼ କାର୍ଯ୍ୟ କରି ଫେରି ଆସିଛନ୍ତି । ଅପରେସନ୍ ଦୋସ୍ତ ସହିତ ଜଡ଼ିତ ସମଗ୍ର ଟିମ୍‌, ଏନଡିଆରଏଫ ହୁଅନ୍ତୁ, ସେନା ହୁଅନ୍ତୁ, ବାୟୁସେନା ହୁଅନ୍ତୁ କିମ୍ବା ଆମର ଅନ୍ୟାନ୍ୟ ସେବାଗୁଡ଼ିକରେ ରହିଥିବା ସାଥୀ ହୁଅନ୍ତୁ, ସମସ୍ତେ ବହୁତ ହିଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଆଉ ଏପରିକି ଆମର କଥା କହି ପାରୁ ନଥିବା ମୁକ ବନ୍ଧୁ ମାନଙ୍କୁ, ଡଗ୍ ସ୍କ୍ୱାଡ଼ର ସଦସ୍ୟମାନେ ମଧ୍ୟ ଅଦ୍ଭୁତ କ୍ଷମତାର ପ୍ରଦର୍ଶନ କରିଛନ୍ତି । ଆପଣ ସମସ୍ତଙ୍କୁ ନେଇ ଦେଶକୁ ବହୁତ ଗର୍ବ ଅନୁଭବ କରୁଛି ।

ସାଥୀଗଣ,

ଆମ ସଂସ୍କୃତି ଆମକୁ ବସୁଧୈବ କୁଟୁମ୍ବକମର ଶିକ୍ଷା ଦେଇଛି ଆଉ ଏହି ମନ୍ତ୍ର ଯେଉଁ ଶ୍ଳୋକରୁ ବାହାରିଛି, ତାହା ହେଉଛି ବହୁତ ହିଁ ପ୍ରେରଣାପ୍ରଦାୟକ । ଅୟଂ ନିଜଃ ପରୋ ବେତି ଗଣନା ଲଘୁ ଚେତସାମ୍ । ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ । ଅର୍ଥାତ ବିଶାଳ ହୃଦୟ ଥିବା ଲୋକମାନେ ନିଜର ପରର ବୋଲି କିଛି ଗଣନା କରି ନ ଥାଆନ୍ତି । ଉଦାର ଚରିତ୍ର ରହିଥିବା ଲୋକମାନଙ୍କ ପାଇଁ ସମଗ୍ର ପୃଥିବୀ ହିଁ ନିଜର ପରିବାର ହୋଇଥାଏ । ଅର୍ଥାତ, ସେମାନେ ଜୀବ ମାତ୍ରକୁ ନିଜର ମଣି ସେମାନଙ୍କର ସେବାକାର୍ଯ୍ୟ କରି ଥାଆନ୍ତି ।

ସାଥୀଗଣ,

ତୁର୍କୀ ହେଉ କିମ୍ବା ସିରିଆ ହେଉ, ସମଗ୍ର ଟିମ୍ ଏହିସବୁ ଭାରତୀୟ ସଂସ୍କାରଗୁଡ଼ିକୁ ଏକ ପ୍ରକାରରେ ପ୍ରକଟୀକରଣ କରିଛନ୍ତି । ଆମେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ପରିଗଣନା କରିଥାଉ । ଏଭଳି ପରିସ୍ଥିତିରେ ଯଦି ପରିବାରର କୌଣସି ମଧ୍ୟ ସଦସ୍ୟଙ୍କ ଉପରେ କୌଣସି ସଙ୍କଟ ଆସିଥାଏ, ତେବେ ଭାରତର ଧର୍ମ ହେଉଛି, ଭାରତର କର୍ତବ୍ୟ ହେଉଛି ତାଙ୍କୁ ସାହାଯ୍ୟ କରିବା ପାଇଁ ଦ୍ରୁତ ଗତିରେ ଆଗକୁ ବଢ଼ିବା । କୌଣସି ମଧ୍ୟ ଦେଶ ହେଉ, ଯଦି କଥା ମାନବତାର ଆସିଥାଏ, ମାନବୀୟ ସମ୍ବେଦନାର ଆସିଥାଏ, ତେବେ ଭାରତ ମାନବ ହିତକୁ ସର୍ବୋପରି ରଖିଥାଏ ।

ସାଥୀଗଣ,

ପ୍ରାକୃତିକ ବିପଦ ସମୟରେ, ଏହି କଥାର ବହୁତ ବଡ଼ ଗୁରୁତ୍ୱ ରହିଥାଏ ଯେ ସହାୟତା କେତେ ଦ୍ରୁତ ଗତିରେ ପହଂଚା ଯାଇ ପାରିଲା, ଯେପରି ଦୁର୍ଘଟଣା ସମୟରେ ସ୍ୱର୍ଣ୍ଣିମ ସମୟ (ଗୋଲଡେନ ଆୱାର) କୁହନ୍ତି, ଏହାର ମଧ୍ୟ ଏକ ସ୍ୱର୍ଣ୍ଣିମ ସମୟ ରହିଥାଏ । ସହାୟତା କରୁଥିବା ଟିମ୍ କେତେ ଦ୍ରୁତ ଗତିରେ ଯାଇ ପହଂଚି ପାରିଲା । ତୁର୍କୀରେ ଭୁମିକମ୍ପ ପରେ ଆପଣମାନେ ଯାଇ ଯେତେ ଶୀଘ୍ର ସେଠାରେ ପହଂଚିଲେ, ଏହିକଥା ସାରା ବିଶ୍ୱର ଧ୍ୟାନକୁ ଆପଣମାନଙ୍କ ଆଡ଼କୁ ଆକର୍ଷିତ କରିଛି । ଏହା ଆପଣମାନଙ୍କର ପ୍ରସ୍ତୁତିକୁ ଦର୍ଶାଉଛି, ଆପଣମାନଙ୍କର ପ୍ରଶିକ୍ଷଣର କୁଶଳତାକୁ ଦେଖାଉଛି । ସମ୍ପୁର୍ଣ୍ଣ 10 ଦିନ ପର୍ଯ୍ୟନ୍ତ ଯେଉଁଭଳି ଭାବେ ଆପଣମାନେ ସମ୍ପୁର୍ଣ୍ଣ ନିଷ୍ଠାର ସହିତ, ସେଠାରେ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରି କାର୍ଯ୍ୟ କଲେ, ତାହା ପ୍ରକୃତରେ ହେଉଛି ପ୍ରେରଣାଦାୟକ । ଆମେ ସମସ୍ତେ ସେହି ଚିତ୍ରକୁ ଦେଖିଛୁ, ଯେତେବେଳେ ଗୋଟିଏ ମାଆ ଆପଣମାନଙ୍କର ମଥାରେ ଚୁମ୍ବନ ପ୍ରଦାନ କରି ନିଜର ଆଶୀର୍ବାଦ ଦେଉଛନ୍ତି । ଯେତେବେଳେ ଭଗ୍ନାବଶେଷ ତଳେ ଦବି ଯାଇଥିବା ନିରୀହ ଜୀବନ, ଆପଣମାନଙ୍କର ପ୍ରୟାସ କାରଣରୁ ପୁଣିଥରେ ହସି ଉଠିଲା । ଭଗ୍ନାବଶେଷ ମଧ୍ୟରେ, ଏକ ପ୍ରକାରରେ ଆପଣମାନେ ମଧ୍ୟ ସେଠାରେ ମୃତ୍ୟୁ ସହିତ ମୁକାବିଲା କରୁଥିଲେ । କିନ୍ତୁ ମୁଁ ଏହା ମଧ୍ୟ କହିବି ଯେ ସେଠାରୁ ଆସୁଥିବା ପ୍ରତ୍ୟେକ ଚିତ୍ର ସହିତ ସମଗ୍ର ଦେଶ ସମ୍ପୁର୍ଣ୍ଣ ଗର୍ବର ସହିତ ଭରି ଯାଉଥିଲା । ସେଠାକୁ ଯାଇଥିବା ଭାରତୀୟ ଦଳ ବୃତିଗତ କର୍ତବ୍ୟ ସହିତ ମାନବୀୟ ସମ୍ବେଦନାଗୁଡ଼ିକର ମଧ୍ୟ ଯେଉଁ ସମାବେଶ କରିଛନ୍ତି, ତାହା ହେଉଛି ଅତୁଳନୀୟ । ଏହା ସେତେବେଳେ ଆହୁରି ମଧ୍ୟ କାର୍ଯ୍ୟରେ ଆସିଥାଏ, ଯେତେବେଳେ ବ୍ୟକ୍ତି ଆଘାତ ମଧ୍ୟ ଦେଇ ଗତି କରୁଥାଏ, ଯେତେବେଳେ କେହି ଜଣେ ନିଜର ସବୁକିଛି ହରାଇ ଦେଇ ସଚେତନ ଅବସ୍ଥାକୁ ଆସିବାକୁ ଚେଷ୍ଟା କରୁଥାଏ । ଏଭଳି ପରିସ୍ଥିତିରେ ସେନାର ହସ୍ପାତାଳ ଏବଂ ତାହାର କର୍ମୀମାନେ ଯେଉଁ ସମ୍ବେଦନାର ସହିତ କାର୍ଯ୍ୟ କଲେ, ତାହା ମଧ୍ୟ ହେଉଛି ଖୁବ୍ ପ୍ରଶଂସନୀୟ ।

ସାଥୀଗଣ,

2001ରେ ଯେତେବେଳେ ଗୁଜରାଟରେ ଭୂମିକମ୍ପ ଆସିଥିଲା ଆଉ ତାହାକୁ ପୂର୍ବ ଶତାବ୍ଦୀର ବହୁତ ବଡ଼ ଭୂମିକମ୍ପ ବୋଲି ଧରି ନିଆ ଯାଇଥିଲା, ଏହା ତ ହେଉଛି ତା’ଠାରୁ ମଧ୍ୟ ଆହୁରି କେତେ ଗୁଣ ବଡ଼ ଆକାରର । ଯେତେବେଳେ ଗୁଜରାଟରେ ଭୂମିକମ୍ପ ଆସିଥିଲା ସେତେବେଳେ ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଜଣେ ସ୍ୱେଚ୍ଛାସେବୀ ଭାବେ ଉଦ୍ଧାର କାର୍ଯ୍ୟରେ ଯୋଡ଼ି ହୋଇଥିଲି । ଭଗ୍ନାବଶେଷ ହଟାଇବାରେ ଯେଉଁ ଅସୁବିଧାମାନ ଆସିଥାଏ, ଭଗ୍ନାବଶେଷ ମଧ୍ୟରୁ ଲୋକମାନଙ୍କୁ ଖୋଜିବା କେତେ କଷ୍ଟକର ହୋଇଥାଏ, କେତେ ପରିମାଣରେ ଖାଇବା ପିଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଔଷଧଠାରୁ ନେଇ ହସ୍ପାତାଳ ପର୍ଯ୍ୟନ୍ତର ଯେଉଁ ଆବଶ୍ୟକତା ରହିଥାଏ, ଆଉ ମୁଁ ତ ଦେଖିଥିଲି ଭୁଜର ହସ୍ପାତାଳ ତ’ ସମ୍ପୁର୍ଣ୍ଣ ଭାବେ ଧ୍ୱଂସ ହୋଇ ଯାଇଥିଲା । ଅର୍ଥାତ ସମ୍ପୁର୍ଣ୍ଣ ବ୍ୟବସ୍ଥା ହିଁ ଧ୍ୱଂସ ହୋଇ ଯାଇଥିଲା ଆଉ ତାହାର ପ୍ରଥମ ଅଭିଜ୍ଞତା ମୋର ରହିଛି । ଏମିତିରେ ଯେତେବେଳେ 1979ରେ ଗୁଜରାଟରେ ହିଁ ମୋରବୀ ମଚ୍ଛୁ ଡ୍ୟାମର ଯେଉଁ ବନ୍ଧ ଭାଙ୍ଗି ଯାଇଥିଲା ଆଉ ସମଗ୍ର ଗାଁ ପାଣିରେ ଧ୍ୱଂସ ହୋଇ ଯାଇଥିଲା, ସମଗ୍ର ସହର ମୋରବୀ, ହାହାକାର ଖେଳି ଯାଇଥିଲା, ଶହ- ଶହ ଲୋକ ମରି ଯାଇଥିଲେ ।  ଜଣେ ସ୍ୱେଚ୍ଛାସେବୀ ଭାବେ ସେତେବେଳେ ମୁଁ ସେଠାରେ  ମାସ ମାସ ଧରି ରହି ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିଲି । ମୁଁ ଆଜି ନିଜର ସେହି ଅନୁଭବକୁ ମନେ ପକାଇ କଳ୍ପନା କରୁଛି ଯେ ଆପଣମାନଙ୍କର ପରିଶ୍ରମ କେତେ ଅଦ୍ଭୁତ ଥିବ, ଆପଣମାନଙ୍କର ସାହସ, ଆପଣମାନଙ୍କର ଭାବନା, ମୁଁ ଭଲଭାବେ ଅନୁଭବ କରିପାରୁଛି । ଆପଣମାନେ ସେଠାରେ କାର୍ଯ୍ୟ କରୁଥିଲେ, ମୁଁ ଏଠାରେ ଅନୁଭବ କରୁଥିଲି କିଭଳି କରୁଥିବେ? ଆଉ ଏଥିପାଇଁ ଆଜି ତ’ ସୁଯୋଗ ଅଛି ଯେ ମୁଁ ଆପଣମାନଙ୍କୁ ସାଲ୍ୟୁଟ କରେ ଏବଂ ମୁଁ ଆପଣମାନଙ୍କୁ ସାଲ୍ୟୁଟ କରୁଛି ।

ସାଥୀଗଣ,

ଯେତେବେଳେ କେହି ନିଜର ଆପଣଙ୍କୁ ସହାୟତା କରିଥାଏ ସେତେବେଳେ ଆପଣ ତାକୁ ସମ୍ପୂର୍ଣ୍ଣ ସକ୍ଷମ ବା ଆତ୍ମନିର୍ଭର କହି ପାରିବେ । କିନ୍ତୁ ଯେତେବେଳେ କେହି ଅନ୍ୟ ଜଣଙ୍କର ସହାୟତା କରିବାରେ ସକ୍ଷମ ହୋଇଥାଏ ସେତେବେଳେ ସେ ନିସ୍ୱାର୍ଥପର ହୋଇଥାଏ । ଏହି କଥା ବ୍ୟକ୍ତିତ୍ୱ ଉପରେ ନୁହେଁ ବରଂ ରାଷ୍ଟ୍ର ଉପରେ ମଧ୍ୟ ଲାଗୁ ହୋଇଥାଏ । ଏଥିପାଇଁ ଭାରତ ବିଗତ ବର୍ଷମାନଙ୍କରେ ଆତ୍ମନିର୍ଭର ହେବା ସହିତ ନିସ୍ୱାର୍ଥପରତାର ପରିଚୟକୁ ମଧ୍ୟ ସଶକ୍ତ କରିଛି । ତିରଙ୍ଗା ନେଇ ଆମେ ଯେଉଁଠାରେ ମଧ୍ୟ ପହଂଚିଥାଉ, ସେଠାରେ ଏକ ଆତ୍ମବିଶ୍ୱାସ ମିଳି ଯାଇଥାଏ ଯେ, ଏବେ ଭାରତର ଟିମ୍ ଆସି ପହଂଚିଯାଇଛି, ତେଣୁ ପରିସ୍ଥିତି ଠିକ ହେବା ଆରମ୍ଭ ହୋଇଯିବ । ଆଉ ଯେଉଁ ସିରିଆର ଉଦାହରଣ କହିଲା ଯେ, ବାକ୍ସରେ ଯେଉଁ ଧ୍ୱଜ ଲାଗିଥିଲା, ବାକ୍ସ ଓଲଟା ଥିଲା ସେତେବେଳେ କମଳା ରଙ୍ଗ ତଳେ ଥିଲା, କେଶରୀୟା ରଙ୍ଗ ତଳେ ଥିଲା ତେଣୁ ସେଠାକାର ନାଗରିକ ତାହାକୁ ଠିକ କରି ଗର୍ବର ସହିତ କହିଲେ ଯେ ମୁଁ ହିନ୍ଦୁସ୍ତାନ ପ୍ରତି ଆଦରର ସହିତ ଧନ୍ୟବାଦ ଜଣାଉଛି । ତ୍ରିରଙ୍ଗାର ଏହି ଭୂମିକାକୁ ଆମେ କିଛି ଦିନ ପୂର୍ବରୁ ୟୁକ୍ରେନରେ ମଧ୍ୟ ଦେଖିଥିଲେ । ଯେତେେବେଳ ଭାରତୀୟ ନାଗରିକମାନଙ୍କ ସହିତ ସଙ୍କଟରେ ଫସି ରହିଥିବା ଅନେକ ଦେଶର ସାଥୀମାନଙ୍କ ପାଇଁ ଭାରତର ତ୍ରିରଙ୍ଗା ଢ଼ାଲ ହୋଇ ରହିଲା, ଅପରେସନ୍ ଗଙ୍ଗା ସମସ୍ତଙ୍କ ପାଇଁ ଆଶା ପାଲଟି ଏକ ବହୁତ ବଡ଼ ଉଦାହରଣ ସୃଷ୍ଟି କଲା । ଆଫଗାନିସ୍ତାନରେ ମଧ୍ୟ ବହୁତ ବିପରୀତ ପରିସ୍ଥିତିରେ ଆମେ ନିଜର ଲୋକମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିଲେ, ଆମେ ଅପରେସନ୍ ଦେବୀଶକ୍ତି ଚଲାଇଲୁ । ଆମେ ଏହି ପ୍ରତିବଦ୍ଧତାକୁ କରୋନା ବୈଶ୍ୱିକ ମହାମାରୀରେ ଦେଖିଲୁ । ଅନିଶ୍ଚିତତାରେ ଭରି ରହିଥିବା ବାତାବରଣ ମଧ୍ୟରେ ଭାରତ ନିଜର ପ୍ରତିଟି ନାଗରିକଙ୍କୁ ସ୍ୱଦେଶ ଆଣିବାର କଷ୍ଟ ଉଠାଇଲା । ଆମେ ଅନ୍ୟ ଦେଶର ବହୁତ ଲୋକଙ୍କୁ ମଧ୍ୟ ସହାୟତା କଲୁ । ଇଏ ହେଉଛି ଭାରତ ଯିଏ ବିଶ୍ୱର ଶହ- ଶହ ଆବଶ୍ୟକ କରୁଥିବା ଦେଶଙ୍କୁ ଜରୁରୀକାଳିନ ଔଷଧ ଏବଂ ଟିକା ପହଂଚାଇଲା । ଏଥିପାଇଁ ଆଜି ସାରା ବିଶ୍ୱରେ ଭାରତ ପ୍ରତି ଏକ ସଦ୍ଭାବନା ରହିଛି ।

ସାଥୀଗଣ,

ଅପରେସନ୍ ଦୋସ୍ତ, ହେଉଛି ମାନବତା ପ୍ରତି ଭାରତର ସମର୍ପଣ ଏବଂ ସଙ୍କଟରେ ଫସି ରହିଥିବା ଦେଶ ପ୍ରତି ସହାୟତା ପାଇଁ ତତ୍କାଳ ଠିଆ ହେବାରେ ଆମର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । ବିଶ୍ୱରେ ଯେଉଁଠାରେ ମଧ୍ୟ ବିପର୍ଯ୍ୟୟ ଆସୁ, ଭାରତ ଆଗୁଆ ଭାବେ ପ୍ରତିକ୍ରିୟାଶୀଳ ହୋଇ ପ୍ରସ୍ତୁତ ହୋଇ ରହିଥିବା ଦେଖିବାକୁ ମିଳିଛି । ନେପାଳର ଭୂମିକମ୍ପ ହେଉ, ମାଳଦ୍ୱୀପରେ, ଶ୍ରୀଲଙ୍କାର ସଙ୍କଟ ହେଉ, ଭାରତ ସର୍ବ ପ୍ରଥମେ ସହାୟତା ପାଇଁ ଆଗକୁ ଆସିଥିଲା । ଏବେ ତ’ଭାରତର ସେନାବାହିନୀ ସହିତ ଏନଡିଆରଏଫ ଉପରେ ମଧ୍ୟ ଦେଶ ବ୍ୟତୀତ ଅନ୍ୟ ଦେଶର ଭରସା ବଢ଼ି ଚାଲିଛି । ମୁଁ ଖୁସି ଯେ ବିଗତ ବର୍ଷମାନଙ୍କରେ ଏନଡିଆରଏଫ ଦେଶର ଲୋକମାନଙ୍କ ମଧ୍ୟରେ ଯୋଡି ହୋଇ ଏକ ବହୁତ ଭଲ ଛବି ସୃଷ୍ଟି କରିଛି । ଦେଶର ଲୋକମାନେ ଆପଣଙ୍କୁ ଦେଖିକରି ହିଁ, ଯେଉଁଠାରେ ମଧ୍ୟ ସଙ୍କଟର ସମ୍ଭାବନା ଥାଉ, ବାତ୍ୟା ହେଉ, ଯେପରି ଆପଣମାନଙ୍କୁ ଦେଖୁଛନ୍ତି ସେତେବେଳେ ଆପଣମାନଙ୍କ ଉପରେ ବିଶ୍ୱାସ କରିବା ଆରମ୍ଭ କରି ଦେଇ ଥାଆନ୍ତି । ଆପଣଙ୍କ କଥା ମାନିବା ଆରମ୍ଭ କରି ଦେଇ ଥାଆନ୍ତି । ସଙ୍କଟର ଯେକୌଣସି ସମୟ ହେଉ, ସେ ବାତ୍ୟା ହେଉ, ବନ୍ୟା ହେଉ ଅବା ପୁଣି ଭୂକମ୍ପ ପରି ବିପର୍ଯ୍ୟୟ ହେଉ, ଯେତେବେଳେ ଏନଡିଆରଏଫର ପୋଷାକରେ ଆପଣମାନେ, ଆପଣମାନଙ୍କ ସାଥୀଙ୍କ ସହିତ ଘଟଣାସ୍ଥଳରେ ପହଂଚନ୍ତି, ଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଥାଏ, ବିଶ୍ୱାସ ଫେରି ଆସିଥାଏ । ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ଉପଲବ୍ଧି । ଯେତେବେଳେ କୌଣସି ବାହିନୀରେ କୁଶଳତା ସହିତ ସମ୍ବେଦନଶୀଳତା ଯୋଡ଼ି ହୋଇ ଯାଇଥାଏ, ସେମାନଙ୍କର ଏକ ମାନବୀୟ ଚେହେରା ପାଲଟି ଯାଇଥାଏ, ସେତେବେଳେ ସେହି ବାହିନୀର ଶକ୍ତି ଅନେକ ଗୁଣ ବଢ଼ି ଯାଇଥାଏ । ଏନଡିଆରଏଫକୁ ମୁଁ ଏଥିପାଇଁ ବିଶେଷ ଭାବେ ପ୍ରଶଂସା କରିବି ।

ସାଥୀଗଣ,

ଆପଣମାନଙ୍କର ପ୍ରସ୍ତୁତିକୁ ନେଇ ଦେଶ ଆଶ୍ୱସ୍ତ ଅଛି । କିନ୍ତୁ ଆମକୁ ଏହିଠାରେ ଅଟକି ଯିବାର ନାହିଁ । ଆମକୁ ବିପର୍ଯ୍ୟୟ ସମୟରେ ରିଲିଫ ଏବଂ ଉଦ୍ଧାର ସମୟରେ ଆମ ସାମର୍ଥ୍ୟକୁ ଆହୁରି ଅଧିକ ବୃଦ୍ଧି କରିବାର ଅଛି । ଆମକୁ ବିଶ୍ୱର ସର୍ବଶ୍ରେଷ୍ଠ ରିଲିଫ ଏବଂ ଉଦ୍ଧାରକାରୀ ଦଳ ଭାବେ ନିଜର ପରିଚୟକୁ ସଶକ୍ତ କରିବାକୁ ହେବ ଏବଂ ଏଥିପାଇଁ ମୁଁ ଯେତେବେଳେ ଆପଣମାନଙ୍କ ସହିତ କଥା ହେଉଛି ସେତେବେଳେ କ୍ରମାଗତ ଭାବେ ପଚାରୁଥିଲି ଯେ ଅନ୍ୟ ଦେଶରୁ ଯେଉଁ ଲୋକମାନେ ଆସିଥିଲେ, ସେମାନଙ୍କର ଯେଉଁ କାର୍ଯ୍ୟ ସଂସ୍କୃତି, ସେମାନଙ୍କର ଯେଉଁ କାର୍ଯ୍ୟ କରିବାର ଶୈଳୀ, ସେମାନଙ୍କର ସାଜ ସରଞ୍ଜାମ, କାରଣ ପ୍ରଶିକ୍ଷଣକୁ ଯେତେବେଳେ କାର୍ଯ୍ୟ କ୍ଷେତ୍ରରେ ଲଗାଇବାକୁ ପଡ଼ିଥାଏ, ସେତେବେଳେ ତୀକ୍ଷ୍ଣତା ବା ଦକ୍ଷତା ଆହୁରି ବଢ଼ି ଯାଇଥାଏ । ଏତେ ବଡ଼ ବିପର୍ଯ୍ୟୟରେ ଆପଣମାନେ ପହଂଚିବା ପରେ ଏକ ପ୍ରକାରରେ ସମ୍ବେଦନା ଭାବେ, ଦାୟିତ୍ୱ ଭାବେ, ମାନବତା ଭାବେ, ଆମେ କାମ ତ କରିଲେ, କିନ୍ତୁ ଆମେ ବହୁତ କିଛି ଶିଖିକରି ମଧ୍ୟ ଆସିଛେ, ବହୁତ କିଛି ଜାଣିକରି ମଧ୍ୟ ଅସିଛେ । ଏତେ ବଡ଼ ଭୟାନକ ବିପର୍ଯ୍ୟୟ ମଧ୍ୟରେ ଯେତେବେଳେ 10ଟି କଥାକୁ ଆମେ ନୀରିକ୍ଷଣ କରିଥାଉ । ଚିନ୍ତା କରିଥାଉ ଏଭଳି ନ ହୋଇ ଥାଆନ୍ତା ତେବେ ଭଲ ହୋଇ ଥାଆନ୍ତା, ଏମିତି କରି ଥାଆନ୍ତେ, ତେବେ ଭଲ ହୋଇ ଥାଆନ୍ତା । ସେମାନେ ଏମିତି କରୁଛନ୍ତି ଚାଲ ଆମେମାନେ ମଧ୍ୟ ଏଭଳି କରିବା । ଆଉ ସେଠାରେ ଆମର କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ । ତେଶୁ 10 ଦିନ ତୁର୍କୀର ଲୋକଙ୍କ ପାଇଁ ଆମର ଦାୟିତ୍ୱ ଆମେ ତୁଲାଉଛୁ କିନ୍ତୁ ସେଠାରୁ ଯାହା ଆମେ ଶିଖି ପାରିଛେ, ତାହାକୁ ଆମେ ଲିପିବଦ୍ଧ କରିବା ଉଚିତ । ଅତି ସୂକ୍ଷ୍ମତାର ସହିତ ଲିପିବଦ୍ଧ କରି ରଖିବା ଉଚିତ ଆଉ ସେଥିରୁ ଆମେ କ’ଣ ନୂଆ କଥା ଶିଖି ପାରିବା? ଏବେ ମଧ୍ୟ ଏଭଳି କ’ଣ ଆହ୍ୱାନ ଆସୁଛି ଯେଉଁଥିପାଇଁ ଆମ ଶକ୍ତିକୁ ଆହୁରି ବୃଦ୍ଧି କରିବାକୁ ପଡ଼ିବ । ଆମର କ୍ଷମତାକୁ ବୃଦ୍ଧି କରିବାକୁ ପଡ଼ିବ । ଏବେ ଯେପରି ଚଳିତ ଥର ଆମର ଝିଅମାନେ ଯାଇଥିଲେ, ପ୍ରଥମ ଥର ପାଇଁ ଯାଇଥିଲେ ଆଉ ମୋ ପାଖରେ ଯେତେ ଖବର ଅଛି ।

ସେହି ଝିଅମାନଙ୍କର ଉପସ୍ଥିତି ମଧ୍ୟ ସେଠାକାର ନାରୀ ଜଗତ ମଧ୍ୟରେ ଆଉ ଏକ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ସେମାନେ ମନ ଖୋଲି ନିଜର ଅଭିଯୋଗ ତଥା କଥା କହି ପାରିଲେ। ନିଜର ଦୁଃଖ କଷ୍ଟ କହି ପାରିଲେ । ଏହା ପୂର୍ବରୁ କେହି କେବେ ଚିନ୍ତା କରି ପାରି ନ ଥିଲେ କି ଭାଇ ଏହା ହେଉଛି ଏତେ ବଡ଼ କଠିନ କାର୍ଯ୍ୟ ଏଥିପାଇଁ ଝିଅମାନଙ୍କୁ କାହିଁକି କଷ୍ଟ ଦେବା? କିନ୍ତୁ ଚଳିତ ଥର ନିଷ୍ପତି କରାଗଲା ଆଉ ଆମର ଝିଅମାନେ ପୁଣି... ସୀମିତ ସଂଖ୍ୟାରେ ନେଇକରି ଯାଇଥିଲେ କିନ୍ତୁ ସେଠାରେ ସମ୍ପର୍କ ଯୋଡ଼ିବାରେ ଆମର ଏହି ପଦକ୍ଷେପ ବହୁତ ହିଁ କାର୍ଯ୍ୟରେ ଆସିଲା ଆଜ୍ଞା । ମୁଁ ସ୍ୱୀକାର କରୁଛି ଯେ ଆମର ନିଜର ପ୍ରସ୍ତୁତି ଯେତେ ଉନ୍ନତ ହେବ, ଆମେ ବିଶ୍ୱରେ କୌଣସି ମଧ୍ୟ ଉନ୍ନତ ଉପାୟରେ ସେବା କରି ପାରିବା । ମୋର ବିଶ୍ୱାସ ରହିଛି ଯେ ସାଥୀଗଣ, ଆପଣମାନେ ବହୁତ କିଛି କରି ଆସିଛନ୍ତି ଆଉ ବହୁତ କିଛି ମଧ୍ୟ ଶିକ୍ଷା ଲାଭ କରି ଆସିଛନ୍ତି । ଆପଣମାନେ ଯାହା କରିଛନ୍ତି, ସେଥିରେ ଦେଶର ମାନ ସମ୍ମାନ ବୃଦ୍ଧି ପାଇଛି । ଆପଣମାନେ ଯାହା ଶିଖିଛନ୍ତି, ତାହାକୁ ଯଦି ଆମେ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଲଗାଇ ପାରିବା, ତେବେ ଆଗାମୀ ଭବିଷ୍ୟତ ପାଇଁ ଆମେ ଏକ ନୂତନ ବିଶ୍ୱାସ ସୃଷ୍ଟି କରି ପାରିବା । ଆଉ ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆପଣମାନଙ୍କ ମଧ୍ୟରୁ  ପ୍ରତ୍ୟେକଙ୍କ ପାଖରେ ଗୋଟିଏ ଗୋଟିଏ କଥା ରହିଛି, ଏକ ଅନୁଭବ ରହିଛି । କିଛି ନା କିଛି କହିବାକୁ ଅଛି ଆଉ ମୁଁ ଏହା ପଚାରି ଚାଲିଥିଲି, ମୁଁ ଖୁସି ହେଉଥିଲି ଯେ ଆମର ଟିମର ଲୋକ ସମସ୍ତେ ସୁରକ୍ଷିତ ରୁହନ୍ତୁ, ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁ, କାରଣ ଏହା ମଧ୍ୟ ଚିନ୍ତା ରହୁଥିଲା ଯେ ପାଣିପାଗ, ତାପମାତ୍ରାର ସମସ୍ୟା ବହୁତ ଚିନ୍ତାଜନକ ଥିଲା, ସେଠାରେ ମଧ୍ୟ କୌଣସି ବ୍ୟବସ୍ଥା ରହୁ ନ ଥିଲା । ଯେଉଁଠାରେ ଏହି ପ୍ରକାରର ଦୁର୍ଘଟଣା ହୋଇଥାଏ, ସେଠାରେ ଏସବୁ ସମ୍ଭବ ହୋଇ ନ ଥାଏ । କାହା ପାଇଁ ମଧ୍ୟ ସମ୍ଭବ ହୋଇ ନ ଥାଏ । କିନ୍ତୁ ଏଭଳି ସ୍ଥିତିରେ ମଧ୍ୟ କଠିନ ପରିସ୍ଥିତି ମଧ୍ୟରେ କାମ କରିବା ଆଉ ଆପଣ ଦେଶର ନାମକୁ ଗୌରବାନ୍ୱିତ କରି ଆସିଛନ୍ତି, ଆଉ ବହୁତ କିଛି ଶିକ୍ଷା ଲାଭ କରି ଆସିଛନ୍ତି ଯାହା ଆଗାମୀ ଦିନରେ କାର୍ଯ୍ୟରେ ଆସିବ । ମୁଁ ପୁଣିଥରେ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଜାଣିଛି ଆପଣମାନେ ଆଜି ହିଁ ଆସିଛନ୍ତି । ଆସିବା ପରେ ଥକି ଯାଇଥିବେ କିନ୍ତୁ ମୁଁ କ୍ରମାଗତ ଭାବେ ଗତ 10 ଦିନ ଧରି ଆପଣମାନଙ୍କ ସମ୍ପର୍କରେ ଥିଲି, ସୂଚନା ସଂଗ୍ରହ କରୁଥିଲି। ତେଣୁ ମୁଁ ଆପଣମାନଙ୍କ ସହିତ ମନର ଭାବରେ ଯୋଡ଼ି ହୋଇ ରହିଥିଲି । ତେଣୁ ମୋର ମନ ହେଲା ଯେ ଆପଣମାନଙ୍କୁ ଘରକୁ ଡାକିବି, ଆପଣମାନଙ୍କୁ ଅଭିନନ୍ଦନ ଜଣାଇବି । ଆପଣମାନେ ଏତେ ଭଲ କାର୍ଯ୍ୟ କରି ଆସିଛନ୍ତି । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ସାଲ୍ୟୁଟ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'There could be no Netflix globally without India': Ted Sarandos on growth, cricket and AI

Media Coverage

'There could be no Netflix globally without India': Ted Sarandos on growth, cricket and AI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥