“This museum is a living reflection of the shared heritage of each government”
“This museum has come as a grand inspiration in the time of Azadi ka Amrit Mahotsav”
“Every government formed in independent India has contributed in taking the country to the height it is at today. I have repeated this thing many times from Red Fort also”
“It gives confidence to the youth of the country that even a person born in ordinary family can reach the highest position in the democratic system of India”
“Barring a couple of exceptions, India has a proud tradition of strengthening democracy in a democratic way”
“Today, when a new world order is emerging, the world is looking at India with a hope and confidence, then India will also have to increase its efforts to rise up to the occasion”

 କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ, ସଂସଦରେ ମୋର ଅନ୍ୟ ସହଯୋଗୀ ଗଣ, ବିଭିନ୍ନ ରାଜନୈତିକ ଦଳର ସମ୍ମାନିତ ଅତିଥି, ଅନ୍ୟ ମହାନୁଭବ, ମହିଳା ଏବଂ ଅତିଥିମାନେ,

ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପର୍ବ-ପର୍ବାଣି ଏବଂ ଉତ୍ସବ ପାଳନ କରାଯାଉଛି । ଆଜି ବୈଶାଖୀ, ବୋହାଗ, ବିହୁ, ଆଜି ଠାରୁ ଓଡ଼ିଆ ନବବର୍ଷ ମଧ୍ୟ ଆରମ୍ଭ ହେଉଛି, ଆମର ତାମିଲନାଡୁର ଭାଇ-ଭଉଣୀମାନେ ମଧ୍ୟ ନୂଆବର୍ଷର ସ୍ୱାଗତ କରୁଛନ୍ତି । ମୁଁ ସେମାନଙ୍କୁ ‘ପୁତାଣ୍ଡ’ଅବସରରେ ଶୁଭେଚ୍ଛା ଜଣାଉଛି । ଏହାବ୍ୟତୀତ ମଧ୍ୟ କେତେକ ସ୍ଥାନରେ ନବବର୍ଷ ଆରମ୍ଭ ହେଉଛି, ଅନେକ ପର୍ବ ମଧ୍ୟ ପାଳନ କରାଯାଉଛି । ମୁଁ ସମସ୍ତ ଦେଶବାସୀମାନଙ୍କୁ ସମସ୍ତ ପର୍ବ ଉପଲକ୍ଷେ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ଭଗବାନ ମହାବୀର ଜୟନ୍ତୀର ମଧ୍ୟ ବହୁତ ବହୁତ ଶୁଭକାମନା!

ସାଥୀମାନେ,

ଆମର ଏହି ଅସବର ଅନ୍ୟ କାରଣ ଯୋଗୁ ବିଶେଷ ହୋଇଗଲା । ଆଜି ପୁରା ଦେଶ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଦର ପୂର୍ବକ, ଶ୍ରଦ୍ଧା ପୂର୍ବକ ସ୍ମରଣ କରୁଛି । ବାବା ସାହେବ ଯେଉଁ ସମ୍ବିଧାନର ମୁଖ୍ୟ ବିନ୍ଧାଣି ଥିଲେ, ସେହି ସମ୍ବିଧାନ ଆମକୁ ସଂସଦୀୟ ପ୍ରଣାଳୀର ଆଧାର ଦେଇଛନ୍ତି । ଏହି ସଂସଦୀୟ ପ୍ରଣାଳୀର ପ୍ରମୁଖ ଦାୟିତ୍ୱ ଦେଶର ପ୍ରଧାନମନ୍ତ୍ରୀଙ୍କ ପଦ ରହିଛି । ଏହା ମୋର ସୌଭାଗ୍ୟ ଅଟେ ଯେ ଆଜି ମୋତେ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ଦେଶ ପ୍ରତି ସମର୍ପଣ କରିବାର ଅବସର ମିଳିଛି । ଏପରି ସମୟରେ, ଯେତେବେଳେ ଦେଶ ନିଜର ସ୍ୱାଧୀନତାର ୭୫ ବର୍ଷର ପର୍ବ, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହି ମିଉଜିୟମ, ଏକ ଭବ୍ୟ ପ୍ରେରଣା ହୋଇଆସିଛି । ଏହି ୭୫ ବର୍ଷରେ ଦେଶ ଅନେକ ଗୌରବମୟ ମୁହୂର୍ତ୍ତ ଦେଖିଛି, ଇତିହାସର ଆଇନାରେ ଏହି ମୁହୂର୍ତ୍ତର ଯେଉଁ ମହତ୍ତ୍ୱ ଅଛି ତାହା ଅତୁଳନୀୟ ଅଟେ । ଏହିଭଳି ଅନେକ ମୁହୂର୍ତ୍ତର ଝଲକ ଏହି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ମଧ୍ୟ ଦେଖିବାକୁ ମିଳିବ । ମୁଁ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । କିଛି ସମୟ ପୂର୍ବରୁ ଏହି ପ୍ରୋଜେକ୍ଟ ସହିତ ଜଡ଼ିତ ସମସ୍ତ ସାଥୀମାନଙ୍କୁ ଭେଟିବାର ମଧ୍ୟ ମୋତେ ଅବସର ମିଳିଲା । ସମସ୍ତ ଲୋକମାନେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏଥିପାଇଁ ପୁରା ଟିମ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ମୁଁ ଆଜି ଏଠାରେ ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କର ପରିବାରମାନଙ୍କୁ ମଧ୍ୟ ଦେଖୁଛି । ଆପଣ ସମସ୍ତଙ୍କୁ ଅଭିନନ୍ଦନ, ସ୍ୱାଗତ । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଲୋକାର୍ପଣର ଏହି ଅବସର ଆପଣ ସମସ୍ତଙ୍କ ଉପସ୍ଥିତିରେ ଆହୁରି ଅଧିକ ଭବ୍ୟ ହୋଇପାରିଛି । ଆପଣଙ୍କ ଉପସ୍ଥିତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ସାର୍ଥକତାକୁ, ଏହାର ପ୍ରାସଙ୍ଗିକତାକୁ ଆହୁରି ବଢ଼ାଇ ଦେଇଛି ।

ସାଥୀମାନେ,

ଦେଶ ଆଜି ଯେଉଁ ଶିଖରରେ ପହଂଚିଛି, ସେ ପର୍ଯ୍ୟନ୍ତ କାହାକୁ ପହଞ୍ଚାଇବାରେ ସ୍ୱତନ୍ତ୍ର ଭାରତ ପରେ ହୋଇଥିବା ପ୍ରତ୍ୟେକ ସରକାରଙ୍କ ଅବଦାନ ରହିଛି । ମୁଁ ଲାଲକିଲ୍ଲାରୁ ଏହି କଥା ବହୁତ ଥର କହିଛି । ଆଜି ଏହି ସଂଗ୍ରହାଳୟ ମଧ୍ୟ ପ୍ରତ୍ୟେକ ସରକାରଙ୍କ ସହଭାଗିତା ଇତିହାସରେ ଜୀବନ୍ତ ପ୍ରତିବିମ୍ବ ହୋଇଯାଇଛି । ଦେଶର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ନିଜ ସମୟର ଅଲଗା ଅଲଗା ଆହ୍ୱାନଗୁଡ଼ିକୁ ପାର୍ କରି ଦେଶକୁ ଆଗକୁ ନେବାରେ ବହୁତ ଚେଷ୍ଟା କରିଛନ୍ତି । ସମସ୍ତଙ୍କ ବ୍ୟକ୍ତିତ୍ୱ, କୃତିତ୍ୱ, ନେତୃତ୍ୱର ଅଲଗା ଅଲଗା ସ୍ଥାନ ରହିଛି । ଏହା ସବୁ ଲୋକଙ୍କ ସ୍ମୃତିର ଜିନିଷ ଅଟେ । ଦେଶର ଜନତା ବିଶେଷ କରି ଯୁବବର୍ଗ, ଆଗାମୀ ପିଢ଼ି ସବୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଜାଣିପାରିବେ, ସେତେବେଳେ ତାଙ୍କୁ ପ୍ରେରଣା ମିଳିବ । ଇତିହାସ ଏବଂ ବର୍ତ୍ତମାନରୁ ଭବିଷ୍ୟତର ନିର୍ମାଣ ପଥରେ ରାଷ୍ଟ୍ର କବି ରାମଧାରୀ ସିଂହ ଦିନକର ଜୀ ଦିନେ ଲେଖିଥିଲେ-

ପ୍ରିୟଦର୍ଶନ ଇତିହାସ କଣ୍ଠ ମେଁଆଜ୍ ଧ୍ୱନିତ ହେଉ କାବ୍ୟ ବନେ 

ବର୍ତ୍ତମାନ କି ଚିତ୍ରପଟ୍ଟୀ ପର୍ଭୂତକାଲ ସୌଭାଗ୍ୟ ବନେ 

ଏହାର ଅର୍ଥ ହେଉଛି, ଆମର ସାଂସ୍କୃତିକ ଚେତନାରେ ଯେଉଁ ଗୌରବଶାଳୀ ଅତୀତ ସମାହିତ ହୋଇଛି ସେହି କାବ୍ୟରେ ପରିବର୍ତ୍ତନ ହୋଇ ଗୁଞ୍ଜରି ଉଠୁ, ଏହି ଦେଶର ସମ୍ପୂର୍ଣ୍ଣ ଇତିହାସ ଆମେ ବର୍ତ୍ତମାନ ଆଖିରେ ଦେଖି ସମ୍ଭବ କରିବା । ଆଗାମୀ ୨୫ ବର୍ଷ, ସ୍ୱାଧୀନତାର ଏହି ଅମୃତ କାଳ, ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ମୋତେ ବିଶ୍ୱାସ ଅଛି ଯେ ଏହି ନବନିର୍ମିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ଭବିଷ୍ୟତ ନିର୍ମାଣରେ ମଧ୍ୟ ଏକ ଶକ୍ତି କେନ୍ଦ୍ର ହେବ । ଭିନ୍ନ ଭିନ୍ନ ସମୟରେ ନେତୃତ୍ୱର କ’ଣ ଆହ୍ୱାନ ଥିଲା, କିପରି ଏହାକୁ ମୁକାବିଲା କରାଗଲା, ଏହାକୁ ନେଇ ମଧ୍ୟ ଆଗାମୀ ପିଢ଼ି ପାଇଁ ଏହା ଏକ ବଡ଼ ପ୍ରେରଣାର ମାଧ୍ୟମ ହେବ । ଏଠାରେ ପ୍ରଧାନମନ୍ତ୍ରୀମାନଙ୍କ ସମ୍ପର୍କରେ ଯେଉଁ ଦୁର୍ଲ୍ଲଭ ଫଟୋଚିତ୍ର, ଭାଷଣ, ସାକ୍ଷାତକାର, ମୂଳ ଲେଖନୀ ଭଳି ରମଣୀୟ ବସ୍ତୁମାନ ରଖାଯାଇଛି ତାହା ଅତ୍ୟନ୍ତ ସ୍ୱତନ୍ତ୍ର ।

ସାଥୀମାନେ,

ସାଧାରଣ ଜୀବନରେ ଯେଉଁ ଲୋକ ଉଚ୍ଚ ପଦବୀରେ ରହିଥାନ୍ତି, ଯେତେବେଳେ ଆମେ ତାଙ୍କ ଜୀବନାଦର୍ଶ ଉପରେ ଦୃଷ୍ଟି ଆକର୍ଷଣ କରିଥାଉ, ସେତେବେଳେ ଏହା ମଧ୍ୟ ଇତିହାସର ଅବଲୋକନ କରିବା ସହ ସମାନ ହୋଇଥାଏ । ସେମାନଙ୍କ ଜୀବନର ଘଟଣାବଳୀ, ସେମାନଙ୍କ ସମ୍ମୁଖକୁ ଆସିଥିବା ଆହ୍ୱାନ, ସେମାନଙ୍କ ନିଷ୍ପତ୍ତି, ବହୁତ କିଛି ଶିଖାଇ ଦେଇଥାଏ । ଅର୍ଥାତ୍ ଗୋଟିଏ ଭାବେ ଦେଖିବାକୁ ଗଲେ ତାଙ୍କ ଜୀବନ ଚାଲିଥାଏ ଏବଂ ତା’ସହିତ ଇତିହାସର ନିର୍ମାଣ ମଧ୍ୟ ହୋଇ ଚାଲିଥାଏ । ଏହି ଜୀବନକୁ ପଢ଼ିବା, ଇତିହାସର ଅଧ୍ୟୟନ କରିବା ଭଳି ହୋଇଥାଏ । ଏହି ମିଉଜିୟମରେ ସ୍ୱତନ୍ତ୍ର ଭାରତର ଇତିହାସ ସମ୍ପର୍କରେ ଜାଣିବାକୁ ମିଳିବ । ଆମେ କିଛି ବର୍ଷ ପୂର୍ବରୁ ସମ୍ବିଧାନ ଦିବସ ପାଳନ କରିବା ଆରମ୍ଭ କରି ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲୁ । ଏହା ଦେଶରେ ଏକ ଏବଂ ମହତ୍ତ୍ୱପୂର୍ଣ୍ଣ ସମୟ ଅଟେ ।

ସାଥୀମାନେ,

ଦେଶର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ସମ୍ବିଧାନ ସମ୍ମତ ଲୋକତନ୍ତ୍ରର ଲକ୍ଷ୍ୟରେ ତାହାର ପୂର୍ତ୍ତିରେ ବହୁମାତ୍ରାରେ ଯୋଗଦାନ ଦେଇଛନ୍ତି । ତାଙ୍କୁ ସ୍ମରଣ କରିବା ଓ ପବିତ୍ର ଭାରତର ଯାତ୍ରାକୁ ଜାଣିବା ଅଟେ । ଏଠାକୁ ଆସୁଥିବା ଲୋକ ଦେଶର ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କର ଯୋଗଦାନ ସମ୍ପର୍କରେ ସୂଚନା ପାଇପାରିବେ । ତାଙ୍କର ପୃଷ୍ଠଭୂମିକ, ତାଙ୍କର ସଂଘର୍ଷ ସମ୍ପର୍କରେ ଜାଣିବେ । ଆଗାମୀ ପିଢ଼ିକୁ ଏହା ମଧ୍ୟ ଦେଖିବାକୁ ମିଳିବ ଯେ ଆମର ଗଣତାନ୍ତ୍ରିକ ଦେଶରେ କେଉଁଭଳି ପୃଷ୍ଠଭୂମିରୁ ଆସି ଭିନ୍ନ ଭିନ୍ନ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ଆମ ଭାରତବାସୀଙ୍କ ପାଇଁ ବହୁତ ଗୌରବର ବିଷୟ ଅଟେ ଯେ ଆମର ଅଧିକ ପ୍ରଧାନମନ୍ତ୍ରୀ ସାଧାରଣ ପରିବାରରୁ ହୋଇଛନ୍ତି । ସୁଦୂର ଅଞ୍ଚଳରୁ ଆସି, ଗରିବ ପରିବାରରରୁ ଆସି, କିଷାନ ପରିବାରରୁ ମଧ୍ୟ ଆସି ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚôବା ଭାରତୀୟ ଲୋକତନ୍ତ୍ରର ମହାନ ପରମ୍ପରା ପ୍ରତି ବିଶ୍ୱାସକୁ ଦୃଢ଼ୀଭୂତ କରିଥାଏ । ଏହା ଦେଶର ଯୁବକମାନଙ୍କୁ ମଧ୍ୟ ବିଶ୍ୱାସ ଦେଇଥାଏ ଯେ ଭାରତର ଗଣତନ୍ତ୍ର ବ୍ୟବସ୍ଥାରେ ସାମାନ୍ୟ ପରିବାରରେ ଜନ୍ମ ନେଇଥିବା ବ୍ୟକ୍ତି ମଧ୍ୟ ଶୀର୍ଷତମ ପଦରେ ପଂହଚିପାରିବ।

ସାଥୀମାନେ,

ଏହି ସଂଗ୍ରହାଳୟରେ ଯେତିକି ଅତୀତ ଅଛି ସେତିକି ମଧ୍ୟ ଭବିଷ୍ୟତ ଅଛି । ଏହି ସଂଗ୍ରହାଳୟ, ଦେଶର ଲୋକମାନଙ୍କର ବିତି ଯାଇଥିବା ସମୟର ଯାତ୍ରା କରାଇବାରେ ନୂଆ ଦିଗ, ନୂଆ ରୂପରେ ଭାରତର ବିକାଶ ଯାତ୍ରାକୁ ଆଗକୁ ନେଇଯିବ । ଏକ ଏଭଳି ଯାତ୍ରା ଯେଉଁଠି ଆପଣ ଏକ ନୂତନ ଭାରତର ସ୍ୱପ୍ନକୁ ପ୍ରଗତି ପଥରେ ଆଗକୁ ବଢ଼ିବା ନିକଟରେ ଦେଖିପାରିବେ । ଏହି ଭବନରେ ୪ଠରୁ ଅଧିକ ଗ୍ୟାଲେରୀମାନ ରହିଛି ଏବଂ ପ୍ରାୟ ୪ ହଜାର ଲୋକେ ଏକା ସାଙ୍ଗରେ ଭ୍ରମଣ କରିବାର ବ୍ୟବସ୍ଥା ଅଛି । ଭର୍ଚୁଆଲ ରିଅଲିଟି, ରୋବର୍ଟ୍ସ ଏବଂ ଅନ୍ୟ ଟେକ୍ନୋଲୋଜୀ ମାଧ୍ୟମରେ ଶୀଘ୍ର ବଦଳୁଥିବା ଭାରତର ଚିତ୍ର ଏହି ସଂଗ୍ରହାଳୟ ଦୁନିଆକୁ ଦେଖାଇବ । ଏହା ଟେକ୍ନୋଲୋଜୀ ମାଧ୍ୟମରେ ଏପରି ଅନୁଭବ ହେବ, ଯେପରି ଆମେ ପ୍ରକୃତରେ ସେହି ସମୟରେ ବଞ୍ଚୁଛୁ, ସେହି ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ନେଉଛୁ, ତାଙ୍କ ସହ କଥାବାର୍ତ୍ତା ହେଉଛୁ ।

ସାଥୀମାନେ,

ଆମେ ଆମର ଯୁବ ସାଥୀମାନଙ୍କୁ ଏହି ମିଉଜିୟମକୁ ଆସିବା ପାଇଁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହି ମିଉଜିୟମ ତାଙ୍କର ଅନୁଭବକୁ ଆହୁରି ବିସ୍ତୃତ କରିବ । ଆମର ଯୁବଗୋଷ୍ଠୀ ସକ୍ଷମ ଅଟନ୍ତି ଏବଂ ତାଙ୍କ ମଧ୍ୟରେ ଦେଶକୁ ନୂତନ ଶିଖରକୁ ନେବାରେ କ୍ଷମତା ଅଛି । ସେ ନିଜ ଦେଶ ବିଷୟରେ, ସ୍ୱତନ୍ତ୍ର ଭାରତର ମହତ୍ତ୍ୱପୂର୍ଣ୍ଣ ଅବସର ବିଷୟରେ ଯେତେ ଅଧିକ ଜାଣିବେ, ବୁଝିବେ, ସେତିକି ମଧ୍ୟ ସଠିକ୍ ନିର୍ଣ୍ଣୟ ନେବାରେ ସକ୍ଷମ ହେବେ । ଏହି ସଂଗ୍ରହାଳୟ, ଆଗାମୀ ପିଢ଼ି ପାଇଁ ଜ୍ଞାନର, ବିଚାରର, ଅନୁଭବର ଏକ ଦ୍ୱାର ଖୋଲିବାରେ କାର୍ଯ୍ୟ କରିବ । ଏଠାକୁ ଆସି ସେମାନଙ୍କୁ ଯେଉଁ ସୂଚନା ମିଳିବ, ଯେଉଁ ତଥ୍ୟ ସହିତ ସେମାନେ ପରିଚିତ ହେବେ, ତାହା ସେମାନଙ୍କୁ ଭବିଷ୍ୟତର ନିର୍ଣ୍ଣୟ ନେବାରେ ସାହାଯ୍ୟ ମିଳିବ । ଇତିହାସରେ ଯେଉଁ ବିଦ୍ୟାର୍ଥୀ ରିସର୍ଚ୍ଚ କରିବାକୁ ଚାହିଁବେ, ତାଙ୍କୁ ମଧ୍ୟ ଏଠାକୁ ଆସି ବହୁତ ଲାଭ ମିଳିବ ।

ସାଥୀମାନେ,

ଭାରତ, ଲୋକତନ୍ତ୍ରର ଜନନୀ ଅଟେ । ମଦର ଅଫ୍ ଡେମୋକ୍ରେସୀ । ଭାରତର ଲୋକତନ୍ତ୍ରର ବଡ଼ ବିଶେଷତା ଏହା ମଧ୍ୟ ହେଉଛି ଯେ ସମୟ ସହିତ ଏଥିରେ ପରିବର୍ତ୍ତନ ଆସିଛି । ପ୍ରତ୍ୟେକ ଯୁଗରେ ପ୍ରତ୍ୟେକ ପିଢ଼ିରେ ଲୋକତନ୍ତ୍ରକୁ ଆହୁରି ଆଧୁନିକ କରିବା ପାଇଁ ଆହୁରି ଅଧିକ ସଶକ୍ତ କରିବାର ନିରନ୍ତର ପ୍ରୟାସ ଚାଲିଛି । ସମୟ ସହିତ ଯେଭଳି ଭାବରେ ବହୁ ଥର ସମାଜରେ କିଛି ଅଭାବ କମ ହେବା ସତ୍ତ୍ୱେ ଘର କରି ନେଇଥାଏ, ସେହିପରି ଲୋକତନ୍ତ୍ର ଆଗରେ ମଧ୍ୟ ସମୟ ସମୟରେ ଆହ୍ୱାନ ମଧ୍ୟ ଆସିବାରେ ଲାଗିଥାଏ । ଏହି ଅଭାବକୁ ଦୂର କରିବା, ନିଜକୁ ପରିଷ୍କୃତ କରିବା, ଭାରତୀୟ ଲୋକତନ୍ତ୍ରର ସ୍ୱତନ୍ତ୍ରତା ଏବଂ ଏଥିରେ କେହି ନା କେହି ନିଜର ଯୋଗଦାନ ଦେଇଛନ୍ତି । ପ୍ରଥମରେ ଅପବାଦ ଛାଡ଼ି ଦିଅନ୍ତୁ, ତେବେ ଯାଇ ଆମର ଏଠାରେ ଲୋକତନ୍ତ୍ରକୁ ଲୋକତାନ୍ତ୍ରିକ ପ୍ରକାରରେ ମଜବୁତ କରିବାର ଗୌରବଶାଳୀ ପରମ୍ପରା ରହିଆସିଛି । ଏଥିପାଇଁ ଆମର ମଧ୍ୟ ଦାୟିତ୍ୱ ଅଛି ଯେ ଆମର ପ୍ରୟାସ ଯୋଗୁ ଆମେ ଆମର ଲୋକତନ୍ତ୍ରକୁ ଆହୁରି ଅଧିକ ମଜବୁତ କରିବା । ଆଜି ଯାହା ବି କିଛି ଆହ୍ୱାନ ଆମର ଲୋକତନ୍ତ୍ର ଆଗରେ ଅଛି, ସମୟ ସହିତ ଯାହା କିଛି ଅଭାବ ଆଜି ଘର କରିନେଇଛି ତାହାକୁ ଦୂର କରିବାରେ ଆମେ ଆଗକୁ ବଢ଼ିବା, ଏହି ଲୋକତନ୍ତ୍ରକୁ ମଧ୍ୟ ଆମକୁ ଅପେକ୍ଷା ଅଛି ଏବଂ ଦେଶକୁ ମଧ୍ୟ ଆମ ସମସ୍ତଙ୍କୁ ଅପେକ୍ଷା ଅଛି । ଆଜିର ଏହି ଐତିହାସିକ ଅବସର, ଲୋକତନ୍ତ୍ରକୁ ସଶକ୍ତ ଏବଂ ସମୃଦ୍ଧ କରିବାର ସଂକଳ୍ପକୁ ଦୋହରାଇବାର ମଧ୍ୟ ଏକ ବହୁତ ଭଲ ଅବସର ଅଟେ । ଆମ ଭାରତରେ ବିଭିନ୍ନ ବିଚାରଗୁଡ଼ିକର ବିଭିନ୍ନ ପରମ୍ପରାଗୁଡ଼ିକର ସମାବେଶ ରହିଆସିଛି । ଏବଂ ଆମର ଲୋକତନ୍ତ୍ର ଆମକୁ ଏହି କଥା ଶିଖାଇଥାଏ ଯେ କୌଣସି ଏକ ବିଚାର ହିଁ ଉତ୍ତମ ହେବ ଏହା ଜରୁରୀ ନୁହେଁ । ଆମେ ଏହି ସଭ୍ୟତା ସହିତ ବଢ଼ିଛୁ, ଯେଉଁଥିରେ କୁହାଯାଇଛି ଯେ-

 ନୋ ଭଦ୍ରାଃକର୍ତ୍ତବ୍ୟୋ ୟନ୍ତୁ ବିଶ୍ୱତଃ

ଅର୍ଥାତ୍ ସବୁ ଦିଗରୁ ଭଲ ବିଚାର ଆମ ପାଖକୁ ଆସୁ! ଆମର ଲୋକତନ୍ତ୍ର ଆମକୁ ପ୍ରେରଣା ଦେଉଛି, ନବୀନତାକୁ ଆପଣାଇବାକୁ, ନୂଆ ବିଚାରକୁ ସ୍ୱୀକାର କରିବାକୁ । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଆଗାମୀ ପିଢ଼ିକୁ ଲୋକତନ୍ତ୍ରର ଏହି ଶକ୍ତିର ମଧ୍ୟ ଦର୍ଶନ ମିଳିବ । ବିଚାରକୁ ନେଇ ସହମତି - ଅସହମତି ହୋଇପାରେ, ଅଲଗା ଅଲଗା ରାଜନୈତିକ ଚିନ୍ତାଧାରା ହୋଇପାରେ କିନ୍ତୁ ଲୋକତନ୍ତ୍ରରେ ସମସ୍ତଙ୍କର ଧ୍ୟେୟ ଗୋଟିଏ ହିଁ ହୋଇଥାଏ, ଦେଶର ବିକାଶ । ଏଥିପାଇଁ ଏହି ମୁ୍ୟଜିୟମ କେବଳ ପ୍ରଧାନମନ୍ତ୍ରୀମାନଙ୍କ ଉପଲବ୍ଧିଗୁଡ଼ିକ, ସେମାନଙ୍କର ଯୋଗଦାନ ପର୍ଯ୍ୟନ୍ତ ସୀମିତ ନୁହେଁ । ଏହା ପ୍ରତ୍ୟେକ ବିଷମ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଦେଶରେ ସଶକ୍ତ ହେଉଥିବା ଲୋକତନ୍ତ୍ର, ଆମର ସଂସ୍କୃତିରେ ହଜାର ହଜାର ବର୍ଷରୁ ବଳିଷ୍ଠ ଲୋକତାନ୍ତ୍ରିକ ସରକାରମାନଙ୍କର ମଜବୁତ କାର୍ଯ୍ୟ ଏବଂ ସମ୍ବିଧାନ ପ୍ରତି ସଶକ୍ତ ହେବା ଆସ୍ଥାର ମଧ୍ୟ ପ୍ରତୀକ ଅଟେ ।

 

ସାଥୀମାନେ,

ଆମର ଇତିହାସକୁ ସଜାଡ଼ିବା, ତାହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାରେ ପ୍ରତ୍ୟେକ ରାଷ୍ଟ୍ରର ଦାୟିତ୍ୱ ହୋଇଥାଏ। ଆମର ସ୍ୱତନ୍ତ୍ରତା ଆଂଦୋଳନ, ଆମର ସାଂସ୍କୃତିକ ବୈଭବର ସମସ୍ତ ପ୍ରସଙ୍ଗଗୁଡ଼ିକ ଏବଂ ପ୍ରେରକ ବ୍ୟକ୍ତିତ୍ୱମାନଙ୍କ ଆଗରେ, ଜନତା ଜନାର୍ଦ୍ଦନଙ୍କ ସମ୍ମୁଖକୁ ଆଣିବା ପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛି । ଦେଶରୁ ଚୋରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଏବଂ କଳାକୃତିଗୁଡ଼ିକୁ ଫେରାଇ ଆଣିବାକୁ ହେବ । ପୁରାତନ ମିଉଜିୟମର ପୁନଃ ନିର୍ମାଣ ହେଉ, ନୂଆ ସଂଗ୍ରହାଳୟ ତିଆରି ହେବ, ଏକ ବହୁତ ବଡ଼ ଅଭିଯାନ ଗତ ୭/୮ ବର୍ଷରୁ ଲଗାତାର ଜାରି ରହିଛି । ଏବଂ ଏହି ପ୍ରୟାସ ମଧ୍ୟରେ ଆଉ ଏକ ବଡ଼ ଉଦେଶ୍ୟ ଅଛି, ଯେତେବେଳେ ଆମର ଯୁବଗୋଷ୍ଠୀ ଏହି ଜୀବନ୍ତ ପ୍ରତୀକ ଦେଖିଥାଏ ସେତେବେଳେ ସେହି ତଥ୍ୟ ମଧ୍ୟ ହୃଦୟଙ୍ଗମ ହୋଇଥାଏ ଏବଂ ସେହି ସତ୍ୟର ମଧ୍ୟ ହୃଦୟଙ୍ଗମ ହୋଇଥାଏ । ଯେବେ କୌଣସି ବ୍ୟକ୍ତି ଜାଲିଆୱାଲାବାଗ୍ ସ୍ମାରକୀକୁ ଦେଖିଥାଏ ସେତେବେଳେ ସେହି ସ୍ୱାଧୀନତାର ମହତ୍ତ୍ୱର ସୂଚନା ମିଳିଥାଏ, ଯାହାର ଆନନ୍ଦ ସେ ନେଇଥାଏ । ଯେତେବେଳେ କେହି ଆଦିବାସୀ ସ୍ୱତନ୍ତ୍ରତା ସେନାନୀ ସଂଗ୍ରହାଳୟ ଦେଖିଥାଏ ସେତେବେଳେ ତାଙ୍କୁ ଜଣା ପଡ଼ିଥାଏ ଯେ ସ୍ୱାଧୀନତାର ଲଢ଼େଇରେ ଦୂର ଦୂରାନ୍ତରରେ ଜଙ୍ଗଲରେ ରହୁଥିବା ଆମର ଆଦିବାସୀ ଭାଇ ଭଉଣୀମାନେ କିପରି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଯୋଗଦାନ ରହିଥିଲା । ପ୍ରତ୍ୟେକ କ୍ଷେତ୍ରରେ ସେମାନେ କିପରି ନିଜର ସର୍ବସ୍ୱ ବଳିଦାନ ଦେଇଥିଲେ । ଯେତେବେଳେ ଏହି କ୍ରାନ୍ତିକାରୀମାନଙ୍କ ଉପରେ ତିଆରି ହୋଇଥିବା ସଂଗ୍ରହାଳୟକୁ ଦେଖିଥାଏ ତେବେ ତାଙ୍କୁ ଅନୁଭବ ହୋଇଥାଏ ଯେ ଦେଶ ପାଇଁ ବଳିଦାନ ଦେବାର ମାନେ କ’ଣ ହୋଇଥାଏ । ଏହା ଆମର ସରକାରଙ୍କ ସୌଭାଗ୍ୟ ଯେ ଏଠାରେ ଦିଲ୍ଲୀରେ ଆମେ ବାବା ସାହେବଙ୍କର ମହାପରିନିର୍ବାଣ ସ୍ଥଳି, ଅଲିପୁର ରୋଡ ଉପରେ ବାବା ସାହେବ ମେମୋରିଆଲର ନିର୍ମାଣ କରାଇଛୁ । ବାବା ସାହେବ ଆମ୍ବେଦକର ଯେଉଁ ପଞ୍ଚତୀର୍ଥ ବିକଶିତ କରିଛନ୍ତି ତାହା ସାମାଜିକ ନ୍ୟାୟ ଏବଂ ଅତୁଟ ରାଷ୍ଟ୍ରନିଷ୍ଠା ପାଇଁ ପ୍ରେରଣାର କେନ୍ଦ୍ର ଅଟେ ।

ସାଥୀମାନେ,

ଏହି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମଧ୍ୟ ଲୋକମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ପ୍ରଧାନମନ୍ତ୍ରୀମାନଙ୍କର ଇତିହାସକୁ ପ୍ରଦର୍ଶିତ କରିଥାଏ । ସମସ୍ତଙ୍କର ପ୍ରୟାସ ଯେ ଭାବନାର ଉତ୍ସବ ପାଳନ କରାଯାଇଥାଏ । ଏହାର ଯେଉଁ ଲୋଗୋ ଅଛି ତା’ ଉପରେ ମଧ୍ୟ ଆପଣ ସମସ୍ତଙ୍କର ନିଶ୍ଚିତ ରୂପେ ଧ୍ୟାନ ଆସିବ । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଲୋଗୋ କିଛି ଏପରି ଭାବରେ ହୋଇଛି, ସେଥିରେ କୋଟି କୋଟି ଭାରତୀୟଙ୍କର ହାତର ଚକ୍ର ସମ୍ମିଳିତ ହୋଇଛି । ଏହି ଚକ୍ର ୨୪ ଘଣ୍ଟା ନିରନ୍ତରତାର ପ୍ରତୀକ ଅଟେ । ସମୃଦ୍ଧିର ସଂକଳ୍ପ ପାଇଁ ପ୍ରତୀକ ଅଟେ । ଏହା ସେହି ପ୍ରାଣ ଅଟେ, ଏହା ସେହି ଚେତନା ଅଟେ, ଏହା ସେହି ଶକ୍ତି ଅଟେ ଯାହା ଆଗାମୀ ୨୫ ବର୍ଷର ଭାରତର ବିକାଶକୁ ବ୍ୟାଖ୍ୟା କରିବ ।

ସାଥୀମାନେ,

ଭାରତର ଇତିହାସର ମହାନତାରେ ଭାରତର ସମୃଦ୍ଧି କାଳ ସହିତ ଆମେ ସମସ୍ତେ ପରିଚିତ ଅଛୁ । ଆମେ ସମସ୍ତେ ଏଥିପାଇଁ ଗର୍ବିତ । ଭାରତର ଇତିହାସରୁ ଏବଂ ଭାରତର ବର୍ତ୍ତମାନରୁ ବିଶ୍ୱ ସଠିକ୍ ଭାବରେ ପରିଚିତ । ଏହା ମଧ୍ୟ ସେତିକି ଠିକ୍ ଅଟେ । ଆମେ ଯେତେବେଳେ ନୂତନ ବିଶ୍ୱ ଶୃଙ୍ଖଳା ସୃଷ୍ଟି ହେବାର ଦେଖୁଛୁ, ବିଶ୍ୱ ଭାରତର ଏକମାତ୍ର ଆଶା ଏବଂ ବିଶ୍ୱାସଭରା ଦୃଷ୍ଟିରେ ଦେଖୁଛି ତେବେ ଭାରତକୁ ମଧ୍ୟ ପ୍ରତି ମୁହୂର୍ତ୍ତରେ ନୂତନ ଶିଖରକୁ ପହଂଚିବାରେ ନିଜର ପ୍ରୟାସକୁ ବଢ଼ାଇବାକୁ ହେବ । ଏବଂ ଏହି ସମୟରେ ସ୍ୱାଧୀନତା ପରେ ଏହି ୨୫ ବର୍ଷ ଭାରତର ପ୍ରଧାନମନ୍ତ୍ରୀମାନଙ୍କର କାର୍ଯ୍ୟକାଳ ଏହି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଆମକୁ ନିରନ୍ତର ପ୍ରେରଣା ଦେବ । ଏହି ସଂଗ୍ରହାଳୟ ଆମ ଭିତରେ ଭାରତ ପାଇଁ ବଡ଼ ସଂକଳ୍ପର ବୀଜ ବୁଣିବାରେ ସାମର୍ଥ୍ୟ ରଖିଛି । ଏହି ସଂଗ୍ରହାଳୟ ଭାରତର ଭବିଷ୍ୟତକୁ ତିଆରି କରିବାରେ ଯୁବଗୋଷ୍ଠୀମାନଙ୍କ ମଧ୍ୟରେ କିଛି କରିବାର ଭାବନା ସୃଷ୍ଟି କରିବ । ଆଗାମୀ ସମୟରେ ଏଠାରେ ଯାହାଙ୍କ ନାମ ଯୋଡ଼ି ହେବ, ତାଙ୍କର ଯେଉଁ କାମ ଏଥିରେ ଯୋଡ଼ି ହେବ ସେଥିରେ ଆମେ ସମସ୍ତେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଆନନ୍ଦ ଖୋଜି ପାଇବୁ । ଏଥିପାଇଁ ଆଜି କଷ୍ଟ କରିବାର ସମୟ ଆସିଛି । ସ୍ୱାଧୀନତାର ଏହି ଅମୃତ କାଳ, ମିଳିତ, ଏକନିଷ୍ଠ ପ୍ରୟାସର ଅଟେ । ଦେଶବାସୀଙ୍କ ଠାରେ ମୋର ଆଗ୍ରହ ଅଛି ଯେ ଆପଣ ନିଜେ ବି ଆପଣମାନଙ୍କର ପିଲାମାନଙ୍କୁ ମଧ୍ୟ ଏହି ସଂଗ୍ରହାଳୟକୁ ଆଣି ନିଶ୍ଚିତ ଭାବେ ଦର୍ଶନ କରାନ୍ତୁ । ଏହି ଆମନ୍ତ୍ରଣ ସହିତ ଏହି ଆଗ୍ରହ ସହିତ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଶୁଭକାମନା ଦେଉଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government launches common landing portal for unclaimed financial assets

Media Coverage

Government launches common landing portal for unclaimed financial assets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”