“ମେଘାଳୟ ଦୁନିଆକୁ ପ୍ରକୃତି, ପ୍ରଗତି, ସଂରକ୍ଷଣ ଏବଂ ପର୍ଯ୍ୟାବରଣ- ସ୍ଥିରତାର ବାର୍ତା ଦେଇଛି ।”
“ମେଘାଳୟ ପ୍ରତିଭାଶାଳୀ କଳାକାରମାନଙ୍କୁ ନେଇ ପରିପୂର୍ଣ୍ଣ ଏବଂ ଶିଲଂ ଚ୍ୟାମ୍ବର ଗୀତ ବଜାଇବାବାଲା ଏହାକୁ ନୂତନ ଶିଖରରେ ପହଂଚାଇଛନ୍ତି ।”
“ମେଘାଳୟର ସମୃଦ୍ଧ ଖେଳ ସଂସ୍କୃତିରୁ ଦେଶ ଅନେକ ଆଶା ରଖିଛି ।”
“ମେଘାଳୟର ଭଉଣୀମାନେ ବାଉଁଶ ବୁଣା କଳାକୁ ପୁନର୍ଜୀବିତ କରିଛନ୍ତି ଏବଂ ଏହାର ପରିଶ୍ରମୀ କୃଷକମାନେ ମେଘାଳୟକୁ ଏକ ଜୈବିକ ରାଜ୍ୟ ଭାବରେ ମଜଭୁତ ପରିଚିତି ପ୍ରଦାନ କରୁଛନ୍ତି ।”

ନମସ୍କାର !

 

ସମସ୍ତ ମେଘାଳୟବାସୀଙ୍କୁ ରାଜ୍ୟ ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ଅନେକ ଅନେକ ଶୁଭେଚ୍ଛା! ମେଘାଳୟର ନିର୍ମାଣ ଓ ବିକାଶରେ ଯୋଗଦାନ ଦେଇଥିବା ସମସ୍ତ ମହାପୁରୁଷ ମାନଙ୍କୁ ମୁଁ ଆଜି ଅଭିନନ୍ଦନ ଜଣାଉଛି । ୫୦ ବର୍ଷ ପୂର୍ବେ ଯେଉଁମାନେ ମେଘାଳୟକୁ ରାଜ୍ୟ ମାନ୍ୟତା ଦେବା ପାଇଁ ସ୍ୱର ଉତ୍ତୋଳନ କରିଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ମହାପୁରୁଷ ଏହି ସମାରୋହରେ ଉପସ୍ଥିତ ଅଛନ୍ତି। ସେମାନଙ୍କୁ ମଧ୍ୟ ମୁଁ ପ୍ରଣାମ ଜଣାଉଛି।

ବନ୍ଧୁଗଣ,

ମୁଁ ଅନେକ ଥର ମେଘାଳୟ ଆସିବାର ସୌଭାଗ୍ୟ ପାଇଛି। ଆପଣମାନେ ଯେତେବେଳେ ମୋତେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଇଥିଲେ ସେତେବେଳେ ମୁଁ ଶିଲଂରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ପାଇଁ ରାଜ୍ୟକୁ ଆସିଥିଲି । ତିନି-ଚାରି ଦଶନ୍ଧି ବ୍ୟବଧାନ ପରେ ଜଣେ ପ୍ରଧାନମନ୍ତ୍ରୀ ସେହି ଆୟୋଜନରେ ଅଂଶଗ୍ରହଣ କରିବା, ଶିଲଂରେ ପହଞ୍ଚିବା, ମୋ ପାଇଁ ଅବିସ୍ମରଣୀୟ ଅନୁଭବ ଥିଲା। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଗତ ୫୦ ବର୍ଷ ଧରି ମେଘାଳୟର ଲୋକମାନେ ପ୍ରକୃତି ସହ ଯୋଡ଼ି ହୋଇ ରହିବାର ନିଜ ପରିଚୟକୁ ମଜବୁତ କରିଛନ୍ତି । ସ୍ୱରମୟୀ ଝରଣାକୁ ଦେଖିବା ଲାଗି, ସ୍ୱଚ୍ଛ ଓ ଶାନ୍ତ ପରିବେଶକୁ ଅତି ନିକଟରୁ ଅନୁଭବ କରିବା ଲାଗି, ଆପଣମାନଙ୍କ ଅଭିନବ ପରମ୍ପରା ସହ ଯୋଡ଼ି ହେବା ଲାଗି ଦେଶ-ଦୁନିଆର ଲୋକମାନଙ୍କ ପାଇଁ ମେଘାଳୟ ଏକ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହେଉଛି।

ମେଘାଳୟ ପ୍ରକୃତି ଓ ପ୍ରଗତିର ବାର୍ତ୍ତା, ସଂରକ୍ଷଣ ଏବଂ ପରିବେଶ ସ୍ଥାୟିତ୍ୱର ସନ୍ଦେଶ ସାରା ବିଶ୍ୱକୁ ଦେଇଛି । ଖାସୀ, ଗାରୋ ଓ ଜୟନ୍ତିୟା ସମୁଦାୟର ଆମ ଭାଇ-ଭଉଣୀମାନେ ଏଥିପାଇଁ ବିଶେଷ ପ୍ରଶଂସାର ପାତ୍ର । ଏହି ସମୁଦାୟର ଲୋକମାନେ ପ୍ରକୃତି ସହ ଜୀବନ ନିର୍ବାହକୁ ପ୍ରୋତ୍ସାହିତ କରିଛନ୍ତି ଏବଂ କଳା, ସଙ୍ଗୀତକୁ ସମୃଦ୍ଧ କରିବା ଦିଗରେ ପ୍ରଶଂସନୀୟ ଯୋଗଦାନ ଦେଇଛନ୍ତି। ହ୍ୱିସିଲିଂ ଭିଲେଜ୍‌ ଅର୍ଥାତ୍‌ କୋଙ୍ଗଥୋଙ୍ଗ୍‌ ଗ୍ରାମର ପରମ୍ପରା ମୂଳଦୁଆ ସହ ଯୋଡ଼ି ହେବା ଲାଗି ଆମର ଶାଶ୍ୱତ ଭାବନାକୁ ପ୍ରୋତ୍ସାହିତ କରିଥାଏ। ମେଘାଳୟର ବିଭିନ୍ନ ଗ୍ରାମରେ କଏର୍‌ ସଙ୍ଗୀତର ଏକ ସମୃଦ୍ଧ ପରମ୍ପରା ରହିଛି ।

ଏ ଭୂମିରେ କଳାକାର ଭର୍ତ୍ତି ହୋଇ ରହିଛନ୍ତି। ‘ଶିଲଂ ଚାମ୍ବର କଏର୍‌’ ଏହି ପରମ୍ପରାକୁ ନୂତନ ଉଚ୍ଚତା ପ୍ରଦାନ କରିଛି । କଳା ସହିତ ଖେଳ ପଡ଼ିଆରେ ମଧ୍ୟ ମେଘାଳୟର ଯୁବକ ଯୁବତୀମାନଙ୍କ ପ୍ରତିଭା ଦେଶର ଗୌରବ ବୃଦ୍ଧି କରୁଛି। ଏଭଳି ସ୍ଥିତିରେ ଆଜି କ୍ରୀଡ଼ା କ୍ଷେତ୍ରରେ ଭାରତ ଯେତେବେଳେ ଏକ ବୃହତ ଶକ୍ତି ହେବା ଦିଗରେ ଅଗ୍ରସର ହେଉଛି, ମେଘାଳୟର ସମୃଦ୍ଧ କ୍ରୀଡ଼ା ସଂସ୍କୃତି ଠାରୁ ଦେଶ ଅନେକ କିଛି ଆଶା କରୁଛନ୍ତି। ମେଘାଳୟର ଭଉଣୀମାନେ ବାଉଁଶ ଓ ବେତ ବୁଣିବାର କଳାକୁ ପୁଣିଥରେ ଉଜ୍ଜୀବିତ କରିପାରିଛନ୍ତି । ଏଠାକାର ପରିଶ୍ରମୀ କୃଷକମାନେ ଜୈବିକ ରାଜ୍ୟ ଭାବେ ମେଘାଳୟର ପରିଚୟ ସୁଦୃଢ଼ କରୁଛନ୍ତି । ସ୍ୱର୍ଣ୍ଣିମ ମସଲା ଭାବେ ପରିଚିତ ଲଖାଡୋଙ୍ଗର ହଳଦୀ ଚାଷ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି ।

ବନ୍ଧୁଗଣ,

ଗତ ୭ ବର୍ଷ ଧରି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ମେଘାଳୟର ବିକାଶ ଯାତ୍ରାକୁ ଗତିଶୀଳ କରିବାର ପ୍ରୟାସ କରିଛନ୍ତି। ବିଶେଷ କରି ଉନ୍ନତ ସଡ଼କ, ରେଳ ଏବଂ ବିମାନ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ହୋଇ କାମ କରୁଛନ୍ତି। ଯୁବ ମୁଖ୍ୟମନ୍ତ୍ରୀ କୋନରାଡ଼ ସଙ୍ଗମାଙ୍କ ନେତୃତ୍ୱରେ ଦ୍ରୁତ ଗତିରେ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା, ଜାତୀୟ ଜୀବିକା ମିଶନ ଭଳି କାର୍ଯ୍ୟକ୍ରମରୁ ମେଘାଳୟକୁ ଅନେକ ଲାଭ ମିଳୁଛି। ଜଳ ଜୀବନ ମିଶନ କାରଣରୁ ମେଘାଳୟରେ ଟ୍ୟାପ ପାଣି ପାଉଥିବା ଘରଗୁଡ଼ିକର ସଂଖ୍ୟା ୩୩ ପ୍ରତିଶତ ହୋଇଯାଇଛି। ଅନ୍ୟପକ୍ଷରେ ୨୦୧୯ରେ ଅର୍ଥାତ୍ ଆଜକୁ ୨-୩ ବର୍ଷ ତଳର କଥା କହୁଛି, ଏପରି ପରିବାର ମାତ୍ର ୧ ପ୍ରତିଶତ ଥିଲେ। ଆଜି ଦେଶ ଯେତେବେଳେ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ହସ୍ତାନ୍ତର କରିବା ଡ୍ରୋନ ପ୍ରଯୁକ୍ତିକୁ ବ୍ୟାପକ ସ୍ତରରେ ଉପଯୋଗ କରିବା ଦିଗରେ ଅଗ୍ରସର ହେଉଛି, ମେଘାଳୟ ଦେଶର ସେସବୁ ପ୍ରାରମ୍ଭିକ ରାଜ୍ୟମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଡ୍ରୋନ ମଧ୍ୟମରେ କରୋନା ଟିକା ବିତରଣ କରାଯାଉଛି। ଏହା ହେଉଛି ବଦଳୁଥିବା ମେଘାଳୟର ଚିତ୍ର।

ଭାଇ ଓ ଭଉଣୀମାନେ,

ମେଘାଳୟ ଅନେକ ସଫଳତା ହାସଲ କରିଛି । ତଥାପି ମେଘାଳୟ ଆହୁରି ଅନେକ ସଫଳତା ପାଇବା ବାକି ରହିଯାଇଛି । ପର୍ଯ୍ୟଟନ ଓ ଜୈବିକ କୃଷି ବ୍ୟତୀତ ମେଘାଳୟରେ ନୂଆ ନୂଆ କ୍ଷେତ୍ରର ବିକାଶ ପାଇଁ ପ୍ରୟାସ ହେବା ଜରୁରି। ମୁଁ ଆପଣମାନଙ୍କ ପ୍ରତ୍ୟେକ ପ୍ରୟାସ ସହ ରହିଛି। ଏ ଦଶନ୍ଧି ପାଇଁ ଆପଣମାନେ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି, ତାହା ହାସଲ କରିବା ଲାଗି ଆମେ ସମସ୍ତେ ମିଳିମିଶି କାମ କରିବା। ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା!

ଧନ୍ୟବାଦ, ଖୁବଲେଇ ଶିବୁନ, ମିଥଲା

ଜୟ ହିନ୍ଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Textile Exports May Gain Nearly $1 Bn From UK FTA: Ind-Ra

Media Coverage

India's Textile Exports May Gain Nearly $1 Bn From UK FTA: Ind-Ra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥