ଆଜି ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି, ଭାରତରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ
ଏହା ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଯାହାକି ମା କାଳୀଙ୍କ ଭୂମି ସହ ମା କାମାକ୍ଷାଙ୍କ ଭୂମିକୁ ସଂଯୋଗ କରୁଛି; ଆଗାମୀ ଦିନରେ ଏହି ଅତ୍ୟାଧୁନିକ ଟ୍ରେନ ସାରା ଦେଶରେ ଚାଲୁ କରାଯିବ, ଏହି ଅତ୍ୟାଧୁନିକ ସ୍ଲିପର ଟ୍ରେନ ଲାଗି ମୁଁ ବଙ୍ଗ, ଆସାମ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି: ପ୍ରଧାନମନ୍ତ୍ରୀ
ଆଜି ବଙ୍ଗଳାକୁ ଆଉ ଚାରୋଟି ଆଧୁନିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ମିଳିଛି; ନ୍ୟୁ ଜଳପାଇଗୁଡ଼ି-ନାଗରକୋଇଲ୍ ଅମୃତ ଭାରତ ଏକ୍ସପ୍ରେସ୍, ନ୍ୟୁ ଜଳପାଇଗୁଡ଼ି-ତିରୁଚିରାପାଲି ଅମୃତ ଭାରତ ଏକ୍ସପ୍ରେସ୍, ଆଲିପୁରଦୁଆର-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ୍, ଆଲିପୁରଦୁଆର-ମୁମ୍ବାଇ ଅମୃତ ଭାରତ ଏକ୍ସପ୍ରେସ୍; ଏହା ପଶ୍ଚିମବଙ୍ଗ ଏବଂ ବିଶେଷକରି ଉତ୍ତର ବଙ୍ଗକୁ ଦକ୍ଷିଣ ଏବଂ ପଶ୍ଚିମ ଭାରତ ସହିତ ସଂଯୋଗକୁ ଆହୁରି ମଜବୁତ କରିବ: ପ୍ରଧାନମନ୍ତ୍ରୀ
ଏଠାରେ ପ୍ରତିଷ୍ଠିତ ନୂତନ ରେଳ ରକ୍ଷଣାବେକ୍ଷଣ କାରଖାନା ପଶ୍ଚିମବଙ୍ଗର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ

ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ସି.ଭି.ଆନନ୍ଦ ବୋଷ, କେନ୍ଦ୍ର କ୍ୟାବିନେଟ ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ଶାନ୍ତନୁ ଠାକୁର, ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ, ସଂସଦର ସହକର୍ମୀ ଶମିକ ଭଟ୍ଟାଚାର୍ଯ୍ୟ, ଖଗେନ ମୁର୍ମୁ, କାର୍ତିକ ଚନ୍ଦ୍ର ପଲ, ଅନ୍ୟାନ୍ୟ ଜନପ୍ରତିନିଧି, ମହିଳା ଏବଂ ସଜ୍ଜନବୃନ୍ଦ । 
ମାଲଦାରୁ ପଶ୍ଚିମବଙ୍ଗର ଅଗ୍ରଗତିର ଆଜି ବିଗୁଲ ବାଜିଛି । କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗର ବିକାଶମୂଳକ ଅନେକ ପ୍ରକଳ୍ପର ଲୋକାର୍ପଣ ଘଟିଛି କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ପଶ୍ଚିମବଙ୍ଗକୁ ନୂଆ ରେଳ ସେବା ଯୋଗାଇ ଦିଆଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଏଠାକାର ଲୋକମାନେ ଅନାୟାସରେ ଗତାଗତ କରିପାରିବେ ଓ ବାଣିଜ୍ୟ ଓ ବ୍ୟବସାୟ ସରଳ ହେବ । ରେଳ ମରାମତି ନେଇ ଏଠାରେ ସୃଷ୍ଟ ବ୍ୟବସ୍ଥା ବଙ୍ଗଳାର ଯୁବକମାନଙ୍କ ଲାଗି ନୂଆ ସୁଯୋଗ ଆଣିବ ।
 

ବନ୍ଧୁଗଣ,
ପଶ୍ଚିମବଙ୍ଗର ଏହି ପବିତ୍ର ସ୍ଥାନରୁ ଭାରତୀୟ ରେଳବାଇର ଆଧୁନିକୀକରଣ ଲାଗି ଏକ ପଦକ୍ଷେପ ନିଆଗଲା । ଭାରତରେ ଆଜିଠାରୁ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କରାଗଲା । ଏହି ନୂଆ ବନ୍ଦେ ଭାରତ ସ୍ଲିପର ଟ୍ରେନ ଆମ ଦେଶବାସୀଙ୍କ ଲମ୍ବା ଯାତ୍ରାକୁ ଆହୁରି ସୁଗମ, ବୃହତ ଓ ସ୍ମରଣୀୟ କରିବ । ବିକଶିତ ଭାରତର ଟ୍ରେନଗୁଡିକ କିପରି ଦେଖାଯିବା ଉଚିତ । ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଏହା ସ୍ପଷ୍ଟ ଭାବରେ ପ୍ରତିଭାତ । କିଛି ସମୟ ପୂର୍ବରୁ ମାଲଦା ଷ୍ଟେସନରେ ମୁଁ କିଛି ଯାତ୍ରୀଙ୍କ ସହ କଥା ହେଉଥିଲି । ପ୍ରତିଟି ଲୋକ କହୁଥିଲେ ଯେ, ଏହି ଟ୍ରେନରେ ବସିବା ବାସ୍ତବିକ ଏକ ଆଶ୍ଚର୍ଯ୍ୟଜନକ ଅନୁଭବ । ଆମେ ସାଧାରଣତଃ ବିଦେଶୀ ଟ୍ରେନର ଫଟୋ କିମ୍ବା ଭିଡିଓକୁ ଅତି ଆନନ୍ଦର ସହ ଦେଖିଥାଉ ଓ ଏହା ଭାରତରେ ଥାଆନ୍ତା କି ବୋଲି ଭାବିଥାଉ । ଆଜି ବାସ୍ତବତାରେ ସ୍ୱପ୍ନ ପରିଣତ ହେବାକୁ ଯାଉଛି । ମୁଁ ଲକ୍ଷ୍ୟ କଲି ଯେ, ବିଦେଶରେ ଭାରତୀୟ ରେଳବାଇର ବିକାଶ ସମ୍ପର୍କରେ ବାହାରେ କହିବା ପାଇଁ କିଛି ବିଦେଶୀ ପର୍ଯ୍ୟଟକ ଭାରତୀୟ ମେଟ୍ରୋ ଓ ଟ୍ରେନର ଭିଡିଓ କରୁଥିଲେ । ଏହି ବନ୍ଦେ ଭାରତ ଟ୍ରେନ ଭାରତରେ ନିର୍ମିତ ହୋଇଛି, ପ୍ରତି ଭାରତୀୟଙ୍କ ସ୍ୱେଦରେ ଏହା ନିର୍ମାଣ କରାଯାଇଛି । ଏହି ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ମା କାଳୀଙ୍କ ଭୂମିକୁ ମା କାମାକ୍ଷାଙ୍କ ଭୂମି ସହ ସଂଯୋଗ କରୁଛି । ଆଗାମୀ ଦିନରେ ସାରା ଦେଶରେ ଏହି ଆଧୁନିକ ଟ୍ରେନ ବିସ୍ତାରିତ ହେବାକୁ ଯାଉଛି । ଏହି ଆଧୁନିକ ସ୍ଲିପର ଟ୍ରେନ ପାଇଁ ମୁଁ ପଶ୍ଚିମବଙ୍ଗ, ଆସାମ ଓ ସାରା ଦେଶକୁ ଧନ୍ୟବାଦ ଜ୍ଞାପନ କରୁଛି ।
ବନ୍ଧୁଗଣ,
ବିକାଶର ସନ୍ଧିକ୍ଷଣରେ ଭାରତୀୟ ରେଳବାଇ ଆଜି ଗତି କରୁଛି । ରେଳବାଇର ବିଦ୍ୟୁତିକରଣ କରାଯାଉଛି । ରେଳ ଷ୍ଟେସନଗୁଡିକର ଆଧୁନିକୀକରଣ କରାଯାଉଛି । ପଶ୍ଚିମବଙ୍ଗ ସମେତ ସାରା ଦେଶରେ ଆଜି ଦେଢ ଶହରୁ ଊର୍ଦ୍ଧ୍ୱ ବନ୍ଦେ ଭାରତ ଟ୍ରେନ ଗଡୁଛି । ଏହାଛଡା ଆଧୁନିକ ଓ ହାଇସ୍ପିଡ ଟ୍ରେନର ସମ୍ପୂର୍ଣ୍ଣ ନେଟୱାର୍କ ତିଆରି କରାଯାଉଛି । ପଶ୍ଚିମବଙ୍ଗର ଗରିବ ଓ ମଧ୍ୟବିତ ପରିବାର ଏହାର ପ୍ରମୁଖ ହିତାଧିକାରୀ । 
 

ବିକାଶର ସନ୍ଧିକ୍ଷଣରେ ଭାରତୀୟ ରେଳବାଇ ଆଜି ଗତି କରୁଛି । ରେଳବାଇର ବିଦ୍ୟୁତିକରଣ କରାଯାଉଛି । ରେଳ ଷ୍ଟେସନଗୁଡିକର ଆଧୁନିକୀକରଣ କରାଯାଉଛି । ପଶ୍ଚିମବଙ୍ଗ ସମେତ ସାରା ଦେଶରେ ଆଜି ଦେଢ ଶହରୁ ଊର୍ଦ୍ଧ୍ୱ ବନ୍ଦେ ଭାରତ ଟ୍ରେନ ଗଡୁଛି । ଏହାଛଡା ଆଧୁନିକ ଓ ହାଇସ୍ପିଡ ଟ୍ରେନର ସମ୍ପୂର୍ଣ୍ଣ ନେଟୱାର୍କ ତିଆରି କରାଯାଉଛି । ପଶ୍ଚିମବଙ୍ଗର ଗରିବ ଓ ମଧ୍ୟବିତ ପରିବାର ଏହାର ପ୍ରମୁଖ ହିତାଧିକାରୀ । 
ବନ୍ଧୁଗଣ,
ଚାରିଟି ନୂଆ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରାଯାଇଛି । ନୂଆ ଜଲପାଇଗୁଡି - ନାଗେରକଏଲ ଅମୃତ ଭାରତ ଏକ୍ସପ୍ରେସ, ନୂଆ ଜଲପାଇଗୁଡି – ତିରୁଚିରାପ୍ପାଲ୍ଲି ଅମୃତ ଭାରତ ଏକ୍ସପ୍ରେସ, ଅଲିପୁରଦୁଆର – ବେଙ୍ଗାଳୁରୁ ଅମୃତ ଭାରତ ଏକ୍ସପ୍ରେସ ଏବଂ ଅଲିପୁରଦୁଆର – ମୁମ୍ବାଇ ଅମୃତ ଭାରତ ଏକ୍ସପ୍ରେସ । ସାରା ପଶ୍ଚିମବଙ୍ଗରେ ଏହା ଯୋଗାଯୋଗ ସ୍ଥାପନା କରିବା ସହ ବିଶେଷକରି ଉତର ପଶ୍ଚିମବଙ୍ଗ ସହ ଦକ୍ଷିଣ ଓ ପଶ୍ଚିମ ଭାରତ ସହ ଏହା ଯୋଗାଯୋଗ ବଢାଇବ । ସାରା ଦେଶରୁ ଆସିଥିବା ବିଭିନ୍ନ ପର୍ଯ୍ୟଟକ ଯେଉଁମାନେ ପଶ୍ଚିମବଙ୍ଗ ଓ ପୂର୍ବ ଭାରତ ପରିଦର୍ଶନ କିମ୍ବା ଗଙ୍ଗା ସାଗର, ଦକ୍ଷିଣେଶ୍ୱର, କାଳୀଘାଟ ଦର୍ଶନ କରିବା ପାଇଁ ଚାହୁଁଥିବେ ସେମାନଙ୍କ ଲାଗି ବହୁ କାମ ଦେବ । ଏଠାରୁ ତାମିଲନାଡୁ ଓ ମହାରାଷ୍ଟ୍ର ଯିବା ପାଇଁ ଚାହୁଁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଖୁବ ସହାୟକ ହେବ । 
 

ବନ୍ଧୁଗଣ,  
ଆଜି, ଭାରତୀୟ ରେଳବାଇ କେବଳ ଆଧୁନିକୀକରଣ ନୁହେଁ ବରଂ ଆତ୍ମନିର୍ଭରଶୀଳ ମଧ୍ୟ ହେଉଛି। ଭାରତୀୟ ଲୋକୋମୋଟିଭ୍, ଭାରତୀୟ ଟ୍ରେନ୍ କୋଚ୍ ଏବଂ ଭାରତୀୟ ମେଟ୍ରୋ କୋଚ୍ ଭାରତର ପ୍ରଯୁକ୍ତିର ପ୍ରମୁଖ ପରିଚୟ ପାଲଟିଛନ୍ତି। ଆଜି, ଆମେ ଆମେରିକା ଏବଂ ୟୁରୋପ ତୁଳନାରେ ଅଧିକ ଲୋକୋମୋଟିଭ୍ ନିର୍ମାଣ କରୁ। ଆମେ ବିଶ୍ୱର ଅନେକ ଦେଶକୁ ଯାତ୍ରୀବାହୀ ଟ୍ରେନ୍ ଏବଂ ମେଟ୍ରୋ ଟ୍ରେନ୍ କୋଚ୍ ରପ୍ତାନି କରୁ। ଏସବୁ ଆମର ଅର୍ଥନୀତିକୁ ବହୁତ ଲାଭ ଦିଏ ଏବଂ ଆମର ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରେ।
 

ବନ୍ଧୁଗଣ,
ଭାରତରେ ଯୋଗାଯୋଗ ବଢାଇବା ଆମର ପ୍ରାଥମିକତା । ଦୂରତା କମାଇବା ଆମର ଲକ୍ଷ୍ୟ । ଏହା ଆମର କାର୍ଯ୍ୟକ୍ରମରୁ ସ୍ପଷ୍ଟ ପ୍ରତିଭାତ । ଏସବୁ ପ୍ରକଳ୍ପ ଲାଗି ଆଉଥରେ ଆପଣମାନଙ୍କୁ ମୋର ଶୁଭେଚ୍ଛା । ବହୁତ ଧନ୍ୟବାଦ । ମୋତେ ଆଖପାଖରେ ଏକ ବଡଧରଣର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ରହିଛି ଯେଉଁଠି ବହୁ ଲୋକେ ମୋତେ ଅପେକ୍ଷା କରିଛନ୍ତି । ଯାହା ଏଠାରେ ମୁଁ ପ୍ରକାଶ କରିନି ତାହା ସେଠାରେ ବର୍ଣ୍ଣନା କରିବି । ସେହି ଭାଷଣରେ ମିଡିଆର ଫୋକସ ରହିବ । ବହୁତ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
West Asia conflict: 59 India-bound vessels transited Hormuz since war

Media Coverage

West Asia conflict: 59 India-bound vessels transited Hormuz since war
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2026
July 22, 2026

From Scholarships to Homes to High-Speed Rail: Inclusive Growth Under PM Modi’s Leadership