ସାଥୀଗଣ,

ଆପଣମାନେ ସମସ୍ତେ କରୋନାର ଦ୍ୱିତୀୟ ଲହର ସହିତ ମୁକାବିଲା କରିବାରେ ବହୁତ ପରିଶ୍ରମର ସହିତ କାର୍ଯ୍ୟ କରୁଛନ୍ତି ଏବଂ କ୍ରମାଗତ ଭାବେ କରୁଛନ୍ତି। ଆପଣମାନଙ୍କ ମଧ୍ୟରୁ ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ ନିଜେ କରୋନା ପଜିଟିଭ ହୋଇଥିବା ସତ୍ୱେ ନିଜ ନିଜ ଜିଲ୍ଲାରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା ଜିଲ୍ଲାରେ ଅନ୍ୟ ଲୋକମାନଙ୍କର ସାହସ ମଧ୍ୟ ବୃଦ୍ଧି ହେଲା ଆଉ ଆପଣଙ୍କ ଠାରୁ ପ୍ରେରଣା ମଧ୍ୟ ମିଳିଲା। ଏମିତି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁମାନେ ଦିନ-ଦିନ ଧରି ଘରକୁ ଯାଇ ପାରିଲେ ନାହିଁ, ନିଜ ଘରର ଲୋକମାନଙ୍କୁ ସାକ୍ଷାତ କରି ପାରିଲେ ନାହିଁ। କେତେକ ନିଜ ପରିବାରର ପ୍ରମୁଖ ସଦସ୍ୟମାନଙ୍କୁ, ନିଜ ସଂପର୍କୀୟମାନଙ୍କୁ ମଧ୍ୟ ହରାଇଛନ୍ତି। ଏହି ଅସୁବିଧା ମଧ୍ୟରେ, ନିଜ-ନିଜ କର୍ତବ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ଏବେ ଆପଣମାନଙ୍କ ମଧ୍ୟରୁ କେତେକ ସାଥୀଙ୍କ ଠାରୁ ନିଜ-ନିଜର ଅନୁଭବ ଶୁଣିବାର ମୋତେ ଅବସର ମିଳିଲା। ଏମିତି ମୋ ସମ୍ମୁଖରେ ବହୁତ ଲୋକ ଅଛନ୍ତି। ତେବେ ସମସ୍ତଙ୍କ କଥାକୁ ଶୁଣିବା ସମ୍ଭବ ହୋଇ ପାରିଲା ନାହିଁ। କିନ୍ତୁ ପ୍ରତ୍ୟେକଙ୍କ ପାଖରେ କିଛି ନା କିଛି ନୂଆ କଥା ଥିଲା। କିଛି ନା କିଛି ନବସୃଜନ ଥିଲା। ଆଉ ନିଜ ଶୈଳୀରେ ରାସ୍ତା ଖୋଜିଥିଲେ। ଆଉ ସଫଳତା ପାଇଁ ଏହା ହିଁ ସବୁଠାରୁ ବଡ଼ କାର୍ଯ୍ୟ ହୋଇଥାଏ। ଆପଣ ମୌଳିକ ବିଚାରକୁ କେତେ ସ୍ଥାନୀୟ ସ୍ତରର କରି ସେଟ୍‍ କରି ତାହାର ଉପଯୋଗ କରୁଛନ୍ତି। କେତେଗୁଡ଼ିଏ ଭଲ ନବସୃଜନ ରହିଛି । ଯେଉଁ ଲୋକମାନେ ଅଜି କହିବାର ସୁଯୋଗ ପାଇ ପାରିଲେ ନାହିଁ, ସେମାନଙ୍କ ପାଖରେ ମଧ୍ୟ ବହୁତ କିଛି ରହିଥିବ। ମୋର ଆପଣ ସମସ୍ତଙ୍କୁ ଅନୁରୋଧ ରହିବ ଯେ ଯେଉଁ ଜିନିଷଟି ଆପଣମାନେ ଭଲ କରିଛନ୍ତି ବୋଲି ଆପଣଙ୍କୁ ଲାଗୁଛି, ଭଲ ଢ଼ଂଗରେ କରିଛନ୍ତି, ତାହା ବିନା ଦ୍ୱିଧାରେ ମୋତେ ଲେଖି ପଠାନ୍ତୁ । ମୋ ପର୍ଯ୍ୟନ୍ତ ପହଞ୍ଚାନ୍ତୁ। ଆଉ ମୁଁ ତାହା ଅନ୍ୟ ଜିଲ୍ଲାମାନଙ୍କରେ କିପରି ପ୍ରୟୋଗ କରାଯିବ ନିଶ୍ଚିତ ଭାବେ ଏହି ବିଷୟରେ ଚିନ୍ତା କରିବି । କାରଣ ଆପଣଙ୍କ ପରିଶ୍ରମ ଆପଣଙ୍କ ନବସୃଜନ ଏହା ଦେଶର ମଧ୍ୟ କାର୍ଯ୍ୟରେ ଆସିବା ଦରକାର। ଆଉ ମୋର ବିଶ୍ୱାସ ରହିଛି ଆଜି ଯେତିକି କଥା ମୋ ସମ୍ମୁଖକୁ ଆସିଛି। ଏଭଳି ବହୁତ ସବୁ କଥା ରହିଛି। ଯାହା ଆମର କାର୍ଯ୍ୟରେ ଆସି ପାରିବ। ଆଉ ଏଥିପାଇଁ ମୁଁ ଆପଣଙ୍କ ଠାରୁ ଅପେକ୍ଷାରେ ରହିବି। ଆପଣମାନେ ନିଶ୍ଚିତ ଭାବେ ନିଜର କିଛି କଥା ମୋ ସହିତ ସନ୍ଦେଶ ଆକାରରେ ସେୟାର କରନ୍ତୁ। ମୁଁ ଆପଣମାନଙ୍କର ପ୍ରତ୍ୟେକ ପ୍ରୟାସକୁ ଭୁୟସୀ ପ୍ରଶଂସା କରୁଛି ଉଚ୍ଚ ପ୍ରଶଂସା କରୁଛି।

ସାଥୀଗଣ,

ଆମ ଦେଶରେ ଯେତିକି ଜିଲା ଅଛି, ସେତିକି ଭିନ୍ନ-ଭିନ୍ନ ଆହ୍ୱାନ ମଧ୍ୟ ରହିଛି। ଏକ ପ୍ରକାରରେ ପ୍ରତ୍ୟେକ ଜିଲାର ଭିନ୍ନ ଭିନ୍ନ ଆହ୍ୱାନ ମାନ ରହିଛି। ଆପଣ ନିଜ ଜିଲାର ଆହ୍ୱାନକୁ ବହୁତ ଭଲ ଭାବେ ବୁଝନ୍ତି। ତେଣୁ, ଯେତେବେଳେ ଯଦି ଆପଣଙ୍କ ଜିଲା ଜିତି ଯାଉଛି, ତେବେ ଏହାର ଅର୍ଥ ହେଉଛି ଦେଶ ଜିତି ଯାଉଛି। ଯେତେବେଳେ ଆପଣଙ୍କ ଜିଲା କରୋନାକୁ ହରାଇ ଦେଉଛି, ତେବେ ଦେଶ କରୋନାକୁ ହରାଇ ଦେଉଛି। ତେଣୁ ଜିଲାର ମନୋଭାବ ଗାଁ-ଗାଁରେ ସନ୍ଦେଶ ହେଉ ଯେ ମୋ ଗାଁକୁ କରୋନା ମୁକ୍ତ ରଖିବି। ମୋ ଗାଁରେ କରୋନାକୁ ପ୍ରବେଶ ହେବାକୁ ଦେବି ନାହିଁ। ଏହା ଯଦି ଗାଁର ଲୋକମାନେ ସଂକଳ୍ପ ନେବେ ଆଉ ଗାଁର ଲୋକମାନେ ଯେଉଁଭଳି ଭାବେ ବ୍ୟବସ୍ଥା କରୁଛନ୍ତି। ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ଗତଥର ଯେତେବେଳେ ଏହି ସମୟ ଚାଲିଥିଲା। ଆଉ ଜଣା ନଥିଲା ଯେ ଏଭଳି ପରିସ୍ଥିତିରେ କ’ଣ କରାଯିବ, ପୁଣି ମଧ୍ୟ ଆମେ ଗାଁରେ କୃଷି କ୍ଷେତ୍ର ପାଇଁ କୌଣସି ଲକ୍‍ଡାଉନ୍‍ ଲଗାଇ ନଥିଲୁ। ଆଉ ଏହା ହେଉଛି ମଜାର ବିଷୟ ଯେ କ୍ଷେତରେ ଗାଁର ଲୋକମାନେ କାମ କରୁଥିଲେ, ସେତେବେଳେ କ୍ଷେତରେ ସାମାଜିକ ଦୂରତ୍ୱ ରକ୍ଷାକରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଗତଥର ଆପଣମାନଙ୍କର ମନେ ଥିବ ଅର୍ଥାତ ଆମର ଗାଁଗୁଡ଼ିକ କେତେ ଦ୍ରୁତ ଗତିରେ ସନ୍ଦେଶକୁ ମଧ୍ୟ ଗ୍ରହଣ କରି ପକାନ୍ତି ଏବଂ ନିଜର ଆବଶ୍ୟକତା ଅନୁସାରେ ତାହାକୁ ପରିବର୍ତିତ କରି ଦୃଢ଼ କରି ନିଅନ୍ତି। ଏହା ହେଉଛି ଗାଁର ଶକ୍ତି, ମୁଁ ଦେଖିଛି ଆଜି ମଧ୍ୟ କେତେକ ଗାଁଗୁଡ଼ିକ ନିଜ ଗାଁକୁ ଯାତାୟତ ସବୁକିଛି ବହୁତ ହିଁ ଭଲ ଢ଼ଂଗରେ ପରିଚାଳିତ କରିଛନ୍ତି। ଗାଁର ଆବଶ୍ୟକତା ଗୁଡ଼ିକର ପୂରଣ ପାଇଁ ଜଣେ କିମ୍ବା ଦୁଇଜଣ ଲୋକ ବାହାରକୁ ଯାଉଛନ୍ତି। ଜିନିଷ ସବୁ ନେଇକରି ଆସୁଛନ୍ତି। ଗାଁରେ ବାଣ୍ଟି ଦେଉଛନ୍ତି। ଆଉ ଗାଁକୁ କୌଣସି ଅତିଥି ମଧ୍ୟ ଆସୁଛନ୍ତି ତେବେ ତାଙ୍କୁ ପ୍ରଥମେ ବାହାରେ ରଖୁଛନ୍ତି। ଗାଁର ନିଜସ୍ୱ ଏକ ଶକ୍ତି ରହିଥାଏ। ସେହି ଶକ୍ତିର ଏକ ଉପଯୋଗ ହୋଇଥାଏ। ଆଉ ସାଥୀଗଣ ମୁଁ କହିବାକୁ ଚାହିଁବି ଯେ କରୋନା ବିରୁଦ୍ଧରେ ଏହି ଯୁଦ୍ଧରେ ଆପଣ ସମସ୍ତେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି। ଆପଣମାନେ ଏକ ପ୍ରକାରରେ ହେଉଛନ୍ତି ଏହି ଯୁଦ୍ଧରେ ଫିଲ୍ଡ କମାଣ୍ଡର। ଯେମିତିକି କୌଣସି ମଧ୍ୟ ଯୁଦ୍ଧରେ ହୋଇଥାଏ ଫିଲ୍ଡ କମାଣ୍ଡର ବଡ଼ ଯୋଜନାକୁ ସଂପୂର୍ଣ୍ଣ ରୂପ ଦେଇଥାଏ, ମାଟି ଉପରେ ସେହି ଲଢ଼େଇକୁ ଲଢ଼ିଥାଏ, ପରିସ୍ଥିତି ଅନୁସାରେ ନିର୍ଣ୍ଣୟ ନେଇଥାଏ। ଆପଣମାନେ ସମସ୍ତେ ଭାରତର ଏହି ଲଢ଼େଇର ଗୁରୁତ୍ୱପୂର୍ଣ୍ଣ ଫିଲ୍ଡ କମାଣ୍ଡର ରୂପେ ଆଜି ନେତୃତ୍ୱ ସମ୍ଭାଳୁଛନ୍ତି ଆଉ ଏହି ଭୂତାଣୁ ବିରୁଦ୍ଧରେ ଆମର କ’ଣ ସବୁ ଅସ୍ତ୍ର ରହିଛି? ଆମର ଅସ୍ତ୍ର ହେଉଛି- ଲୋକାଲ କଂଟେନମେଣ୍ଟ ଜୋନ, ଆଗ୍ରେସିଭ ଟେଷ୍ଟିଂ ଆଉ ଲୋକମାନଙ୍କ ପର୍ଯ୍ୟନ୍ତ ସଠିକ ଏବଂ ସମ୍ପୂର୍ଣ୍ଣ ସୂଚନା। ହସ୍ପିଟାଲରେ କେତେ ଶଯ୍ୟା ଉପଲବ୍ଧ ରହିଛି, କେଉଁଠାରେ ଉପଲବ୍ଧ ରହିଛି, ଏହି ସୂଚନା ସହଜରେ ଉପଲବ୍ଧ ହେବା କାରଣରୁ ଲୋକମାନଙ୍କର ଭରସା ଓ ଆତ୍ମବିଶ୍ୱାସ ବଢ଼଼ିଥାଏ। ଏହିଭଳି ଭାବେ, କଳାବଜାରୀ ଉପରେ ଅଙ୍କୁଶ ରହୁ, ଏଭଳି ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ, କିମ୍ବା ଆଗଧାଡିର କର୍ମକର୍ତା (ଫ୍ରଂଟ ଲାଇନ ୱାର୍କର୍ସ)ଙ୍କର ମନୋବଳ ଉଚ୍ଚ ରଖି ପ୍ରୋତ୍ସାହିତ କରିବା ହେଉ, ଜଣେ ଫିଲ୍ଡ କମାଣ୍ଡର ରୂପେ ଆପଣଙ୍କର ପ୍ରୟାସ ସମଗ୍ର ଜିଲାକୁ ଦୃଢ଼ତା ପ୍ରଦାନ କରୁଛି। ଆଗଧାଡିର କର୍ମକର୍ତା (ଫ୍ରଂଟ ଲାଇନ ୱାର୍କର୍ସ)ମାନଙ୍କୁ ଆପଣମାନଙ୍କର ବ୍ୟବହାର ଏବଂ କାର୍ଯ୍ୟକଳାପ ଦ୍ୱାରା ସର୍ବଦା ପ୍ରେରଣା ମିଳିଥାଏ। ସେମାନଙ୍କର ଭରସା ଆହୁରି ବଢ଼଼ିଥାଏ। ମୁଁ ଆପଣମାନଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହିଁବି। ତେଣୁ, ଯଦି ଆପଣମାନଙ୍କୁ କୌଣସି ଜାଗାରେ ଲାଗୁଥାଏ ଯେ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନୀତିରେ ଜିଲା ସ୍ତରରେ କୌଣସି ନବସୃଜନର ଆବଶ୍ୟକତା ରହିଛି, ସେହି ନବସୃଜନ ଦ୍ୱାରା ନୀତିକୁ ଶକ୍ତି ମିଳିବ, ତେବେ ମୋ ତରଫରୁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି। ତାହା ନିଶ୍ଚିତ କରନ୍ତୁ। ଯଦି ଏହି ଅଭିନବତା ଆପଣଙ୍କ ଜିଲାର ସ୍ଥାନୀୟ ଆବଶ୍ୟକତା ଅନୁସାରେ ରହିଥିବ, ତାହା ସମ୍ପୂର୍ଣ୍ଣ ପ୍ରଦେଶ ପାଇଁ, କିମ୍ବା ସମ୍ପୂର୍ଣ୍ଣ ଦେଶ ପାଇଁ ଲାଭଜନକ, ତେବେ ତାହାକୁ ସରକାରଙ୍କ ନିକଟରେ ମଧ୍ୟ ପହଞ୍ଚାନ୍ତୁ। ଯଦି ଆପଣଙ୍କୁ ଆପଣଙ୍କ ଅନୁଭବ ଦ୍ୱାରା, ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତି ହିସାବରେ ନୀତିଗୁଡ଼ିକରେ କୌଣସି ପରିବର୍ତନର ଆବଶ୍ୟକତା ରହିଛି, ତେବେ ତାହାର ମଧ୍ୟ ମତାମତ ନିଶ୍ଚିତ ଭାବେ ପହଞ୍ଚାନ୍ତୁ। କୌଣସି ସଙ୍କୋଚ ନ କରି ପହଞ୍ଚାନ୍ତୁ। କାରଣ ଏହି ଲଢ଼େଇ ହେଉଛି ଏଭଳି ଯେ ଆମେ ସମସ୍ତେ ମିଳିମିଶି ଚିନ୍ତା କରିବା, ସମସ୍ତେ ମିଳିମିଶି ନୂଆ-ନୂଆ କଥା ଆଣିବା। ସେତେବେଳେ ଯାଇ ଆମେ କରି ପାରିବା।

ସାଥୀଗଣ,

ଆପଣଙ୍କ ଜିଲ୍ଲାର ସଫଳତା ଅନ୍ୟ ଜିଲାଗୁଡ଼ିକ ପାଇଁ ଏକ ଉଦାହରଣ ହୋଇ ପାରିବ, ସେମାନଙ୍କୁ ମଧ୍ୟ ସାହାଯ୍ୟ କରି ପାରିବ। କରୋନା ସହିତ ମୁକାବିଲା କରିବା ପାଇଁ ଯାହା କିଛି ମଧ୍ୟ ସର୍ବୋତମ କାର୍ଯ୍ୟ କୌଶଳ ରହିଛି ସେଗୁଡ଼ିକୁ ମଧ୍ୟ ଆମକୁ ଗ୍ରହଣ କରି ଚାଲିବା ଦରକାର। ଆପଣଙ୍କର ବହୁତ ଜଣ ସାଥୀ ଏଭଳି ଜିଲାରେ ରହିଥିବେ ଯେଉଁଠାରେ କରୋନା ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଏବେ କମ୍‍ ହେଉଛି। ଆପଣଙ୍କର ବହୁତ ଜଣ ସାଥୀ, ଏଭଳି ଜିଲାରେ ରହିଥିବେ ଯେଉଁଠାରେ କରୋନା ସଂକ୍ରମଣ, ସେମାନଙ୍କର ଅନୁଭବରୁ ଶିକ୍ଷାଲାଭ କରି ଆପଣ ଆପଣଙ୍କ ଜିଲାରେ ନିଜର ରଣନୀତିକୁ ଆହୁରି ସୁଦୃଢ଼ କରି ଚାଲିବେ ତେବେ କରୋନା ବିରୁଦ୍ଧରେ ଲଢ଼େଇ ଆହୁରି ସହଜ ହୋଇ ପାରିବ।

ସାଥୀଗଣ,

ଏହି ସମୟରେ ବହୁ ରାଜ୍ୟରେ କରୋନା ସଂକ୍ରମଣର ପରିସଂଖ୍ୟାନ କମ୍‍ ହେଉଛି। କେତେକ ରାଜ୍ୟରେ ବଢ଼଼ୁଛି ମଧ୍ୟ। ସାଥୀଗଣ, କମ୍‍ ହେଉଥିବା ରାଜ୍ୟଗୁଡ଼ିକରେ ଆମକୁ ଆହୁରି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ବିଗତ ଏକ ବର୍ଷ ମଧ୍ୟରେ ପ୍ରାୟତଃ ପ୍ରତି ବୈଠକରେ ମୋର ଏହି ଅନୁରୋଧ ରହିଛି ଯେ ଆମର ଏହି ଲଢ଼େଇ ହେଉଛି ଗୋଟିଏ-ଗୋଟିଏ ଜୀବନ ବଞ୍ଚାଇବା ପାଇଁ। ଗୋଟିଏ-ଗୋଟିଏ ଜୀବନ ବଞ୍ଚାଇବା ପାଇଁ। ଆମର ଦାୟିତ୍ୱ ସଂକ୍ରମଣକୁ ବ୍ୟାପିବାରେ ରୋକ୍‍ ଲଗାଇବା ପାଇଁ ଆଉ ଏହା ସେତେବେଳେ ସମ୍ଭବ ଯେତେବେଳେ ଆମେ ସଂକ୍ରମଣର ମାତ୍ରାର ସଠିକ୍‍ ସୂଚନା ଦେବା। ଟେଷ୍ଟିଂ, ଟ୍ରାକିଂ, ଆଇସୋଲେସନ, ଚିକିତ୍ସା ଏବଂ କୋଭିଡ଼ ଜନିତ ଉପଯୁକ୍ତ ବ୍ୟବହାର, ଏହା ଉପରେ କ୍ରମାଗତ ଭାବେ ଗୁରୁତ୍ୱ ଦେବା ଜରୁରୀ। କରୋନାର ଏହି ଦ୍ୱିତୀୟ ଲହରରେ, ଏବେ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ଆମ୍ଭମାନଙ୍କୁ ବହୁତ ଧ୍ୟାନ ଦେବାକୁ ପଡ଼ିବ। ଏଥିରେ ଆପଣମାନେ ସ୍ଥଳବିଶେଷରେ ବିତାଇଥିବା ଆପଣମାନଙ୍କର ଅନୁଭବ ଆଉ ଆପଣମାନଙ୍କ କୁଶଳତା ଏହା ବହୁତ କାର୍ଯ୍ୟରେ ଆସିବ।

ଆମକୁ ପ୍ରତିଟି ଗାଁରେ ମଧ୍ୟ ସଚେତନତା ବୃଦ୍ଧି କରିବାକୁ ପଡ଼ିବ ଆଉ ସେମାନଙ୍କୁ କୋଭିଡ଼ର ଚିକିତ୍ସା ସୁବିଧା ସହିତ ମଧ୍ୟ ଯୋଡିବାକୁ ପଡ଼ିବ। ବୃଦ୍ଧି ପାଉଥିବା ସଂକ୍ରମଣ ଏବଂ ସଂସାଧନର ସୀମା ମଧ୍ୟରେ, ଏବଂ ସଂସାଧନର ସୀମା ମଧ୍ୟରେ, ଲୋକମାନଙ୍କର ଆଶା ଆକାଂକ୍ଷାର ଉଚିତ ସମାଧାନ ଦେବା ହେଉଛି ଆମର ସବୁଠାରୁ ବଡ଼ ପ୍ରାଥମିକତା। ସମସ୍ତ ଆହ୍ୱାନ ମଧ୍ୟରେ ସମାଜର ସର୍ବନିମ୍ନ ସ୍ତରରେ ଠିଆ ହୋଇଥିବା ବ୍ୟକ୍ତିର ଚେହେରାକୁ ଧ୍ୟାନରେ ରଖି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ତାଙ୍କର କଷ୍ଟ ଦୂର ହେଉ, ତାଙ୍କୁ ସାହାଯ୍ୟ ମିଳୁ ଆମକୁ ଏଭଳି ବ୍ୟବସ୍ଥା ଗୁଡ଼ିକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ। ଏହି ବହୁତ ବଡ଼ ବର୍ଗ ପର୍ଯ୍ୟନ୍ତ ଯେତେବେଳେ ପ୍ରଶାସନର ଜଣେ ମଧ୍ୟ ବ୍ୟକ୍ତି ପହଞ୍ଚିଥାଆନ୍ତି କିମ୍ବା ତାଙ୍କ ସହିତ ଯୋଗାଯୋଗ କରି ଥାଆନ୍ତି, ତାଙ୍କର କଥା ଶୁଣନ୍ତି ତେବେ ତାହାଦ୍ୱାରା ବହୁତ ବଡ଼ ବିଶ୍ୱାସ ଜାଗ୍ରତ ହୋଇଥାଏ। ରୋଗ ସହିତ ଲଢ଼ିବାର ତାଙ୍କର ଶକ୍ତି ବହୁ ଗୁଣ ବଢ଼଼ି ଯାଇଥାଏ। ଯେମିତିକି ଆମେ ଦେଖୁଛୁ ଯେତେବେଳେ ଗୃହ ସଙ୍ଗରୋଧ (ହୋମ ଆଇସୋଲେସନ)ରେ ରହୁଥିବା ପରିବାରଙ୍କ ପାଖରେ ପ୍ରଶାସନର ଲୋକମାନେ ଅକ୍ସିମିଟର ନେଇକରି ଯାଇ ଥାଆନ୍ତି, ଔଷଧ ନେଇ ଯାଇ ଥାଆନ୍ତି ତେବେ ତାଙ୍କର ଖବର ଅନ୍ତର ବୁଝନ୍ତି ତେବେ ସେହି ପରିବାରକୁ ସାହସ ମିଳିଥାଏ ଯେ ଆମେ ଏକୁଟିଆ ନାହୁଁ।

ସାଥୀଗଣ,

କୋଭିଡ଼ ବ୍ୟତୀତ ଆପଣଙ୍କୁ ଆପଣଙ୍କ ଜିଲାର ପ୍ରତ୍ୟେକ ନାଗରିକଙ୍କ ‘ଇଜ ଅଫ୍‍ ଲିଭିଂ’ ଭଲରେ ବସବାସ କରିବା ବିଷୟରେ ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ। ଆମକୁ ସଂକ୍ରମଣକୁ ମଧ୍ୟ ରୋକିବାକୁ ପଡ଼ିବ ଆଉ ଦୈନିକ ଜୀବନ ସହିତ ଜଡ଼ିତ ଆବଶ୍ୟକୀୟ ଯୋଗାଣକୁ ମଧ୍ୟ ଅବାଧ ରୂପେ ଚଲାଇବାକୁ ପଡ଼ିବ। ଏଥିପାଇଁ ସ୍ଥାନୀୟ ସ୍ତରରେ କଂଟେନମେଣ୍ଟ ପାଇଁ ଯେଉଁ ଗାଇଡ଼ଲାଇନ ଜାରି କରାଯାଇଛି, ସେଗୁଡ଼ିକୁ ପାଳନ କରିବା ସମୟରେ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ ଯେ ଗରିବଙ୍କୁ କମ୍‍ ରୁ ଅତି କମ୍‍ ଅସୁବିଧା ହେଉ। କୌଣସି ମଧ୍ୟ ନାଗରିକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼ୁ।

ସାଥୀଗଣ,

ପିଏମ କେୟାର୍ସ ମାଧ୍ୟମରେ ଦେଶର ପ୍ରତ୍ୟେକ ଜିଲାର ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି। କେତେକ ହସ୍ପିଟାଲରେ ଏହି ପ୍ଲାଂଟ କାର୍ଯ୍ୟ କରିବା ଆରମ୍ଭ କରି ସାରିଛି। ଯେମିତିକି ଏବେ ଚଣ୍ଡିଗଡ଼ରେ ହୋଇଥିବା କଥା ଆମେ ଶୁଣିଲେ। କେତେ ଉପକାର ହେଲା ସେମାନଙ୍କୁ। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ଯେଉଁ ଜିଲାକୁ ମଧ୍ୟ ଏହି ପ୍ଲାଂଟ ମଞ୍ଜୁର ହେବାକୁ ଅଛି ସେଠାରେ ପ୍ରତ୍ୟେକ ଜରୁରୀ ପ୍ରସ୍ତୁତି ପୂର୍ବରୁ ସଂପୂର୍ଣ୍ଣ ହୋଇଥିଲେ ଅକ୍ସିଜେନ ପ୍ଲାଂଟ ଆହୁରି ଦ୍ରୁତ ଗତିରେ ସ୍ଥାପିତ ହୋଇ ପାରିବ। ହସ୍ପିଟାଲମାନଙ୍କରେ ଅକ୍ସିଜେନ ନିରୀକ୍ଷଣ କମିଟି ଯେତିକି ଭଲ କାର୍ଯ୍ୟ କରିବ ସେତିକି ହିଁ ଭଲ ଭାବେ ଅକ୍ସିଜେନର ସଠିକ ଉପଯୋଗ ହୋଇ ପାରିବ।

ସାଥୀଗଣ,

ଟିକାକରଣ ହେଉଛି କୋଭିଡ଼ ସହିତ ଲଢ଼େଇ କରିବାର ଏକ ସଶକ୍ତ ମାଧ୍ୟମ। ତେଣୁ ଏହା ସହିତ ଜଡ଼ିତ ପ୍ରତ୍ୟେକ ଭ୍ରମକୁ ଆମକୁ ମିଳିମିଶି ତାହାକୁ ନିରସ୍ତ୍ର କରିବାକୁ ପଡ଼ିବ। କରୋନା ଟିକାର ଯୋଗାଣ ବହୁତ ବ୍ୟାପକ ସ୍ତରରେ ବୃଦ୍ଧି କରିବାର ନିରନ୍ତର ପ୍ରୟାସ କରାଯାଉଛି। ଟିକାକରଣକୁ ନେଇ ବ୍ୟବସ୍ଥା ଏବଂ ପ୍ରକ୍ରିୟାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ରମାଗତ ଭାବେ ଅନୁଧ୍ୟାନ କରୁଛି। ଏହା ଚେଷ୍ଟା କରାଯାଉଛି ଯେ ଆଗାମୀ 15 ଦିନର କାର୍ଯ୍ୟସୂଚୀ ରାଜ୍ୟଗୁଡ଼ିକୁ ଆଗୁଆ ମିଳିଯାଉ। ଏହାଦ୍ୱାରା ଆପଣମାନଙ୍କୁ ମଧ୍ୟ ଏହା ଜଣା ପଡ଼ିଯିବ ଯେ ଜିଲାରେ କେତେ ଲୋକମାନଙ୍କ ପାଇଁ ଟିକା ଉପଲବ୍ଧ ହେବାକୁ ଯାଉଛି ଆଉ ଆପଣମାନଙ୍କୁ କିଭଳି ଭାବେ ସେଥିପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ। ଟିକା ନଷ୍ଟ ହେବାକୁ ରୋକିବା ପାଇଁ ଜିଲା ସ୍ତରରେ ସଠିକ ବ୍ୟବସ୍ଥାର ଭୂମିକା ବିଷୟରେ ମଧ୍ୟ ଆପଣ ଭଲ ଭାବେ ଜାଣିଛନ୍ତି। ଆପଣଙ୍କ ସହଯୋଗ ଦ୍ୱାରା ଟିକା ନଷ୍ଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପାରିବ। କେବଳ ଏତିକି ନୁହେଁ ସର୍ବାଧିକ ପ୍ରୟୋଗ ଦିଗରେ ଆମେ ସଫଳତାପୂର୍ବକ ଆଗକୁ ବଢ଼଼ି ପାରିବା।

ସାଥୀଗଣ,

ଏହି ସମୟ ଜଣେ ପ୍ରାଶସକ ସହିତ ଜଣେ ମାନବ ସମ୍ବଳ ଏବଂ ଲଜିଷ୍ଟିକ୍ସ ପରିଚାଳକ ଭାବେ ମଧ୍ୟ ଆପଣଙ୍କ ଭୂମିକାର ପରୀକ୍ଷା କରାଯାଉଛି। ମେଡିକାଲ ସହିତ ଜଡିତ ଯୋଗାଣ ହିଁ ନୁହେଁ ବରଂ ଆପଣଙ୍କ ଜିଲ୍ଲାରେ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଯୋଗାଣ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ହେଉ। ଏହା ମଧ୍ୟ ହେଉଛି ବହୁତ ଜରୁରୀ। ବର୍ଷାଋତୁ ବିଷୟରେ ଆମେ ସମସ୍ତେ ଜାଣିଛେ। ଆପଣ ସମସ୍ତେ ନିଜର ନିତିଦିନିଆ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି, କିନ୍ତୁ ଯେତେବେଳେ ଆଗକୁ ଜୁନ ମାସ ଆରମ୍ଭ ହୋଇଯାଇଥାଏ। ଆପଣଙ୍କ ଧ୍ୟାନ ପାଣିପାଗ, ବର୍ଷା କ’ଣ ହୋଇ ପାରିବ, କ’ଣ କରିବେ ସେଥିରେ ଲାଗିଯାଆନ୍ତି। ଅଧିକ ସମୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିଥାଏ। ଆଉ ଚଳିତ ଥର ମଧ୍ୟ ଏବେ ବର୍ଷା ଆରମ୍ଭ ହେବାକୁ ଯାଉଛି। ଏହା ସ୍ୱଭାବିକ ଯେ ବର୍ଷା ଋତୁରେ ଆପଣଙ୍କ ପାଇଁ ଯେଉଁ ଆହ୍ୱାନ ସବୁ ଅଛି। ଯେଉଁ ଅଧିକ ବୋଝ ଆପଣଙ୍କ ଉପରେ ଅଛି। ଦାୟିତ୍ୱ ମଧ୍ୟ ଥାଏ। ଆଉ ଏଥିପାଇଁ ଆପଣଙ୍କୁ ବହୁତ ଦ୍ରୁତ ଗତିରେ ନିଜର ଆବଶ୍ୟକତାକୁ ରେଖାଙ୍କିତ କରିବାର ଅଛି ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରିବାର ଅଛି। ଅନେକ ସମୟରେ ଜୋର ବର୍ଷା ଯୋଗୁଁ ବିଜୁଳି ଚାଲି ଯାଇଥାଏ। ଆଉ ବର୍ତମାନର ସମୟରେ କେଉଁ ହାସ୍ପିଟାଲରୁ ବିଜୁଳି ଚାଲିଗଲା ତେବେ ବହୁତ ବଡ ସଂକଟ ଆସିଯିବ। ତେବେ ଏହି ସବୁ ଦିଗ ଉପରେ ଆମକୁ ଏବେଠାରୁ ଚିନ୍ତା କରିବାକୁ ପଡ଼ିବ। ଆହ୍ୱାନ ବହୁତ ବଡ଼ କିନ୍ତୁ ଆମର ସାହସ ହେଉଛି ତାଠରୁ ବଡ଼, ଆମର ଦାୟିତ୍ୱ ନ ଭୁତୋ ନ ଭବିଷ୍ୟତି... ଏପରି ହେବା ଆବଶ୍ୟକ। ଏହି ସାହସ ଏବଂ ସଂକଳ୍ପ ସହିତ, ଏହି ଦୃଢ ବିଶ୍ୱାସ ସହିତ ଆମେ ଦେଶକୁ ଏହି ସଂକଟରୁ ବାହାର କରିବା। ଏବେ କରୋନା ବିରୋଧରେ ଆପଣଙ୍କୁ ଯେଉଁ ଅନୁଭବ ମିଳିବ, ତାହା ଭବିଷ୍ୟତରେ ମଧ୍ୟ ଆପଣଙ୍କର ଏବଂ ଦେଶର ବହୁତ କାର୍ଯ୍ୟରେ ଆସିବ। ଏହି ଅନୁଭବ ସବୁର ଉପଯୁକ୍ତ ବ୍ୟବହାର କରି ଆପଣ ଆଗାମୀ ଦିନରେ ମଧ୍ୟ ଦେଶର ବହୁତ ବଡ଼ ସେବା କରି ପାରିବେ। ମୋର ବିଶ୍ୱାସ ରହିଛି। ଆପଣମାନଙ୍କ ସହଯୋଗ ଦ୍ୱାରା, ଆପଣମାନଙ୍କର କୁଶଳ ନେତୃତ୍ୱ ଦ୍ୱାରା, ଆପଣମାନଙ୍କର କୁଶଳ ପରିଚାଳନା ଦ୍ୱାରା ଭାରତ କରୋନା ବିରୁଦ୍ଧରେ ଏହି ଲଢ଼େଇରେ ଦୃଢ଼ତାର ସହିତ ଆଗକୁ ବଢ଼଼ିବ। ମୁଁ ଖୁସି ଯେ ଆଜି ଯେଉଁ-ଯେଉଁ ରାଜ୍ୟ ଏହି ବୈଠକରେ ଅଛନ୍ତି ସେମାନଙ୍କର ସମସ୍ତ ମାନନୀୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସମୟ ବାହାର କଲେ। ଯେତେବେଳେ କାର୍ଯ୍ୟକ୍ରମର ଯୋଜନା କରୁଥିଲେ, ସେତେବେଳେ ଲାଗୁଥିଲା ଯେ ମୁଖ୍ୟମନ୍ତ୍ରୀମାନଙ୍କର ସମୟ ଏଥିରେ ବ୍ୟସ୍ତ ରଖିବାର ଆବଶ୍ୟକତା ନାହିଁ। କାରଣ ଜିଲାର ଲୋକମାନଙ୍କ ସହିତ କଥା ହେବା ସେମାନେ ହିଁ ଜାଣିଥିଲେ। କିନ୍ତୁ ପୁଣି ମଧ୍ୟ ଏହି ବିଷୟ ପ୍ରତି ଗମ୍ଭୀରତାକୁ ନେଇ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହା ସହିତ ଯୋଡ଼ି ହୋଇଛନ୍ତି । ଏହା ହେଉଛି ବହୁତ ହିଁ ସ୍ୱାଗତଯୋଗ୍ୟ। ମୁଁ ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି। ଆଉ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ମାର୍ଗଦର୍ଶନରେ ଆପଣଙ୍କ ଜିଲାର ସମସ୍ତ ଟିମ୍‍ ଗୁଡ଼ିକୁ ଏକ ବିଶ୍ୱାସର ସହିତ, ସଂକଳ୍ପର ସହିତ ପ୍ରତିଟି ଗାଁକୁ କରୋନା କବଳରୁ ବଞ୍ଚାଇବାକୁ ହେବ। ଏହି ମନ୍ତ୍ରକୁ ନେଇ ଆପଣମାନେ ଆଗକୁ ବଢ଼଼ନ୍ତୁ ଏବଂ ଦ୍ରୁତ ଗତିରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼଼ୁ, ଦ୍ରୁତ ଗତିରେ କିପରି ନେଗେଟିଭ ସଂଖ୍ୟା ବଢ଼଼ିବ, ଦ୍ରୁତ ଗତିରେ ଅଧିକ ପରୀକ୍ଷା ହେଉ। ଏହି ସମସ୍ତ କଥା ଉପରେ ଗୁରୁତ୍ୱ ଦେଇ ଆମେ ସଫଳତା ଦିଗରେ କୌଣସି ପ୍ରୟାସକୁ ହାତଛଡ଼ା କରିବା ନାହିଁ, ଗୋଟିଏ ମଧ୍ୟ ପ୍ରୟୋଗ ଛାଡ଼ିବା ନାହିଁ। ମୋର ବିଶ୍ୱାସ ଯେ ଯାହା ଆପଣମାନେ ଶୁଣିଛନ୍ତି ସେଥିରେ ଏକ ଆତ୍ମବିଶ୍ୱାସ ମଧ୍ୟ ରହିଛି, ଅନୁଭବ ମଧ୍ୟ ରହିଛି। ନୂଆ-ନୂଆ କୌଶଳ ଏବଂ ପଦ୍ଧତି ମଧ୍ୟ ରହିଛି। ଏ ସମସ୍ତ କଥା ନିଜକୁ-ନିଜ ମଧ୍ୟରେ ବହୁତ ବଡ଼ ବିଶ୍ୱାସ ସୃଷ୍ଟି କରିଛି। ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି। ଆଉ ବହୁତ ବଡ଼ କାର୍ଯ୍ୟ ହେଉଛି, କ୍ଷେତ୍ରରେ ରହିବାର ଅଛି, ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଆଉ ଆପଣମାନେ ଯେଉଁ କ୍ଷେତ୍ରକୁ ସମ୍ଭାଳୁଛନ୍ତି ସେଠାକାର ଜଣେ-ଜଣେ ନାଗରିକଙ୍କର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଆପଣଙ୍କ ନେତୃତ୍ୱ କାର୍ଯ୍ୟରେ ଆସୁ। ଏହି ଆଶା ସହିତ ମୋର ବିଶ୍ୱାସ ଯେ ଆପଣଙ୍କ ସହଯୋଗରେ ଏହା ସମ୍ଭବ ହେବ। ବହୁତ-ବହୁତ ଧନ୍ୟବାଦ। ବହୁତ-ବହୁତ ଶୁଭକାମନା!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”