“ପ୍ରତ୍ୟେକ ପିଢ଼ିରେ ଅବିରତ ଚରିତ୍ର ଗଠନ ପ୍ରତ୍ୟେକ ସମାଜର ମୂଳପିଣ୍ଡ”
“ଯେଉଁଠି ଆହ୍ୱାନ ଅଛି ଭାରତ ସେଠାରେ ଆଶାର ସହିତ ଉପସ୍ଥିତ, ଯେଉଁଠି ସମସ୍ୟା ଅଛି ଭାରତ ସେଠାରେ ସମାଧାନ ସୂତ୍ର ଧରି ଉପସ୍ଥିତ”
“ଆଜି ବିଶ୍ୱପାଇଁ ଭାରତ ଏକ ନୂତନ ଆଶାର କିରଣ”
“ସଫ୍ଟୱେରଠାରୁ ମହାକାଶ ପର୍ଯ୍ୟନ୍ତ ନୂତନ ଭବିଷ୍ୟତ ପାଇଁ ଦେଶ ପ୍ରସ୍ତୁତି ସହ ଅଗୋଉଛି”
“ଚାଲନ୍ତୁ ଆମେ ନିଜକୁ ଉନ୍ନତ କରିବା, ତେବେ ଆମର ଉନ୍ନତିକରଣ ଅନ୍ୟମାନଙ୍କ କଲ୍ୟାଣର ମାଧ୍ୟମ ହେବା ଉଚିତ”
“ଏକ ନାଗାଲାଣ୍ଡ ବାଳିକା ଦ୍ୱାରା କାଶୀ ଘାଟ ସଫେଇ ଅଭିଯାନର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ”

ଜୟ ସ୍ୱାମୀ ନାରାୟଣାୟ!

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପରମ ପୂଜ୍ୟ ଗୁରୁଜୀ ଶ୍ରୀ ଜ୍ଞାନଜୀବନ ଦାଶ ଜୀ ସ୍ୱାମୀ, ଭାରତୀୟ ଜନତା ପାର୍ଟିର ଗୁଜରାଟ ପ୍ରଦେଶର ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହକର୍ମୀ ଶ୍ରୀମାନ ସି.ଆର ପାଟିଲ, ଗୁଜରାଟ ସରକାରର ମନ୍ତ୍ରୀ ମନୀଷା ବେନ, ବିନୁ ଭାଇ, ସାଂସଦ ରଞ୍ଜନ ବେନ, ବଦୋଦରାରର ମେୟର କେୟୁର ଭାଇ, ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଅତିଥିଗଣ, ପୂଜ୍ୟ ସନ୍ଥ ଗଣ, ଉପସ୍ଥିତ ସମସ୍ତ ହରି ଭକ୍ତ, ମହିଳାମାନେ ଏବଂ ଭଦ୍ର ଲୋକମାନେ ଏବଂ ବହୁ ସଂଖ୍ୟାରେ ମୋ ସମ୍ମୁଖରେ ବସିଥିବା ଯୁବପିଢ଼ି, ଏହି ଯୁବକ ଝୋମ, ଯୁବ ପ୍ରେରଣା ଆପଣ ସମସ୍ତଙ୍କୁ ମୋର ପ୍ରଣାମ। ସ୍ୱାମୀ ନାରାୟଣ!

ମୁଁ ଖୁସି ଯେ ସଂସ୍କାର ଅଭୁ୍ୟଦୟ ଏହି ଶିବିରର ଆୟୋଜନରେ ଆଜି ମୋତେ ଯୋଡ଼ି ହେବାର ସୁଯୋଗ ପାଇଲି, ଏହା ଏକ ସନ୍ତୁଷ୍ଟିର କଥା, ଖୁସିର ଅବସର ଅଟେ । ଏହି ଶିବିରର ଯେଉଁ ରୂପରେଖ ଅଛି, ଯେଉଁ ଉଦେ୍ଦଶ୍ୟ ଅଛି ଏବଂ ପ୍ରଭାବ ଅଛି ତାହା ଆପଣ ସମସ୍ତ ସନ୍ଥମାନଙ୍କ ଉପସ୍ଥିତିରେ ଆହୁରି ସୁନ୍ଦର ହୋଇଯିବ । ଆମର ସନ୍ଥମାନେ ଆମର ଶାସ୍ତ୍ର, ଆମକୁ ଶିକ୍ଷା ଦେଇଛି ଯେ କୌଣସି ସମାଜର ନିର୍ମାଣ ସମାଜର ପ୍ରତ୍ୟେକ ପିଢ଼ିରେ ନିରନ୍ତର ଚରିତ୍ର ନିର୍ମାଣ ଦ୍ୱାରା ହୋଇଥାଏ । ତାହାର ସଭ୍ୟତା, ଏହାର ପରମ୍ପରା, ଏହାର ଆଚାର ବିଚାର, ଏହାର ବ୍ୟବହାର ଏକ ପ୍ରକାରରେ ଆମର ସାଂସ୍କୃତିକ ଐତିହ୍ୟର ସମୃଦ୍ଧିରୁ ହୋଇଥାଏ । ଏବଂ ଆମର ସଂସ୍କୃତିର ସୃଷ୍ଟି ଯଦି ଏହାର କୌଣସି ବିଦ୍ୟାଳୟ ଅଛି, ଯଦି ଏହାର କୌଣସି ମୂଳ ବୀଜ ଥାଏ ତେବେ ଏହା ଆମର ସଂସ୍କୃତି ହୋଇଥାଏ । ଏବଂ ସେଥିପାଇଁ ଏହି ସଂସ୍କାର ଅଭୁଦ୍ୟୟ ଶିବିର ଆମ ଯୁବପିଢ଼ିଙ୍କ ଅଭୁ୍ୟଦୟର ପ୍ରୟାସ ସହିତ ଆମ ସମାଜର ଅଭୁ୍ୟଦୟର ମଧ୍ୟ ଏକ ସ୍ୱାଭାବିକ ପବିତ୍ର ଅଭିଯାନ ।

ଏହି ପ୍ରୟାସ ହେଉଛି ଆମର ପରିଚୟର ଏବଂ ଗର୍ବର ଅଭୁ୍ୟଦୟର । ଏହି ପ୍ରୟାସ ହେଉଛି ରାଷ୍ଟ୍ରର ଅଭୁ୍ୟଦୟର । ମୋତେ ବିଶ୍ୱାସ ଅଛି ଯେ ମୋର ଯୁବ ସାଥୀମାନେ ଯେତେବେଳେ ଏହି ଶିବିରରୁ ଯିବେ ସେତେବେଳେ ସେମାନେ ନିଜ ଭିତରେ ଏକ ନୂତନ ଶକ୍ତି ଅନୁଭବ କରିବେ । ଏକ ନୂତନ ସ୍ୱଚ୍ଛତା ଏବଂ ନୂତନ ଚେତନାର ସଂଚାର ଅନୁଭବ କରିବେ । ମୁଁ ଆପଣ ସମସ୍ତଙ୍କୁ ଏହି ନୂତନ ଆରମ୍ଭ ପାଇଁ, ନବ ପ୍ରସ୍ଥାନ ପାଇଁ, ନୂତନ ସଂକଳ୍ପ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ।

ସାଥୀମାନେ,

ଚଳିତ ବର୍ଷ ‘ସଂସ୍କାର ଅଭୁ୍ୟଦୟ ଶିବିର’ର ଏହି ଆୟୋଜନ ଏକ ଏମିତି ସମୟରେ ଆୟୋଜିତ ହେଉଛି, ଯେତେବେଳେ ଦେଶ ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆଜି ଆମେ ନୂତନ ଭାରତ ଗଠନ ପାଇଁ ସାମୁହିକ ସଂକଳ୍ପ ନେଉଛୁ, ସାମୁହିକ ପ୍ରୟାସ କରୁଛୁ । ଏକ ନୂତନ ଭାରତ ଯାହାର ପରିଚୟ ନୂତନ ହୋଇଥିବ, ଆଧୁନିକ ହୋଇଥିବ, ଆଗକୁ ଫରୱାର୍ଡ ଲୁକିଂ ଏବଂ ପରମ୍ପରା ପ୍ରାଚୀନ କାଳର ମୂଳଦୁଆ ସହିତ ଦୃଢ଼ ଭାବରେ ଯୋଡ଼ି ହୋଇଥିବ । ଏପରି ନୂତନ ଭାରତ ଯାହା ଉଭୟ ନୂତନ ଚିନ୍ତାଧାରା ଏବଂ ପୁରୁଣା ସଂସ୍କୃତିକୁ ଏକତ୍ର କରି ସାଥୀରେ ନେଇ ଆଗକୁ ବଢ଼ିବ ଏବଂ ସମଗ୍ର ମାନବ ଜାତିକୁ ଦିଗଦର୍ଶନ ଦେବ ।

ଆପଣ ଯେକୌଣସି କ୍ଷେତ୍ରକୁ ଦେଖନ୍ତୁ, ଯେଉଁଠାରେ ଚାଲେଞ୍ଜ ଥାଏ ଭାରତ ସେଠାରେ ବିଶ୍ୱାସପୂର୍ଣ୍ଣ ସମ୍ଭାବନାକୁ ନେଇ ପ୍ରସ୍ତୁତ ହୋଇଥାଏ । ଯେଉଁଠାରେ ସମସ୍ୟା ଅଛି ଭାରତ ସେଠାରେ ସମାଧାନ ପ୍ରଦାନ କରୁଛି । କରୋନା ସଂକଟ କାଳରେ ମଧ୍ୟ ବିଶ୍ୱକୁ ଟିକା ଏବଂ ଔଷଧ ବିତରଣ ଠାରୁ ଆରମ୍ଭ କରି ବିସ୍ତୃତ ଯୋଗାଣ ଶୃଙ୍ଖଳ ମଧ୍ୟରେ ଆତ୍ମନିର୍ଭର ଭାରତର ଆଶା ପର୍ଯ୍ୟନ୍ତ ବିଶ୍ୱର ଅଶାନ୍ତି ଏବଂ ସଂଘର୍ଷ ମଧ୍ୟରେ ଶାନ୍ତି ପାଇଁ ଏକ ସାମର୍ଥ୍ୟବାନ ରାଷ୍ଟ୍ରର ଭୁମିକା ପର୍ଯ୍ୟନ୍ତ ଭାରତ ଆଜି ବିଶ୍ୱରେ ନୂଆ ଭରସା ହୋଇପାରିଛି । ବିଶ୍ୱ ସମ୍ମୁଖରେ ଜଳବାୟୁ ପରିବର୍ତ୍ତନ ଏପରି ବିପଦ ସୃଷ୍ଟି କରିଛି । ତେଣୁ ଭାରତ ଏହାର ନିରନ୍ତର ଜୀବନର ନିଜର ବହୁ ପୁରୁଣା ଅନୁଭୂତିରୁ ଭବିଷ୍ୟତ ପାଇଁ ସମଗ୍ର ମାନବିକତାକୁ ଯେଉଁ ଯୋଗର ମାର୍ଗ ନେତୃତ୍ୱ ନେଉଛି । ଆମେ ଆପଣଙ୍କୁ ଆୟୁର୍ବେଦର ଶକ୍ତି ସହିତ ପରିଚିତ କରୁଛୁ। ଆମେ ସଫ୍ଟୱେର ଠାରୁ ସ୍ପେଶ ପର୍ଯ୍ୟନ୍ତ ଏକ ନୂତନ ଭବିଷ୍ୟତ ପାଇଁ ତତ୍ପର ରାଷ୍ଟ୍ର ଭାବରେ ଆମେ ଉଦୀୟମାନ ହେଉଛୁ ।

ସାଥୀମାନେ,

ଆଜି ଭାରତର ସଫଳତା ଆମର ଯୁବକମାନଙ୍କ ଶକ୍ତିର ସବୁଠାରୁ ବଡ଼ ପ୍ରମାଣ । ଆଜି ଦେଶରେ ସରକାରଙ୍କ କାର୍ଯ୍ୟ କରିବାର ପଦ୍ଧତି ବଦଳିଛି, ସମାଜର ଚିନ୍ତାଧାରା ବଦଳିଛି, ଏବଂ ସବୁଠାରୁ ବଡ଼ ଖୁସିର କଥା ହେଉଛି ଯେ ଜନଭାଗିଦାରୀ ବୃଦ୍ଧି ପାଇଛି । ଯେଉଁ ଲକ୍ଷ୍ୟଗୁଡ଼ିକ ଭାରତ ପାଇଁ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା ବର୍ତ୍ତମାନ ବିଶ୍ୱ ମଧ୍ୟ ଦେଖୁଛି ଯେ ଏଭଳି କ୍ଷେତ୍ରରେ ଭାରତ କେତେ ଭଲ କରୁଛି । ଷ୍ଟାର୍ଟଅପ ଦୁନିଆରେ ଭାରତରେ ବଢୁଥିବା ସ୍ଥିତି ମଧ୍ୟ ଏହାର ଏକ ଉଦାହରଣ ଅଟେ । ଆଜି ଭାରତ ହେଉଛି ବିଶ୍ୱର ତୃତୀୟ ବୃହତମ ଷ୍ଟାର୍ଟ ଅପ ଇକୋ ସିଷ୍ଟମ । ଏହାର ନେତୃତ୍ୱରେ ଆମର ଯୁବକମାନେ ହିଁ ନେଇଛନ୍ତି ।

ସାଥୀମାନେ,

ଆମର ଏଠାରେ କୁହାଯାଇଛି ଯେ ଶୁଦ୍ଧ ବୁଦ୍ଧି ଏବଂ ମାନବୀୟ ସଂସ୍କାର ନିଜ ସହିତ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିଥାଏ । ଯଦି ବୁଦ୍ଧି ଶୁଦ୍ଧ ଥିବ ତେବେ କିଛି ଅସମ୍ଭବ ନୁହେଁ, କିଛି ମଧ୍ୟ ଅପ୍ରାପ୍ୟ ନୁହେଁ । ସେଥିପାଇଁ ସ୍ୱାମୀ ନାରାୟଣ ସମ୍ପ୍ରଦାୟର ସାଧୁମାନେ ସଂସ୍କାର ଅଭୁ୍ୟଦୟ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱ-ନିର୍ମାଣ, ଚରିତ୍ର ନିର୍ମାଣର ଏକ ବଡ଼ ଅନୁଷ୍ଠାନ ଚଳାଉଛନ୍ତି । ଆମ ପାଇଁ ସଂସ୍କାର ଅର୍ଥ ହେଉଛି ଶିକ୍ଷା, ସେବା ଏବଂ ସମ୍ବେଦନଶୀଳତା । ଆମ ପାଇଁ ସଂସ୍କାରର ଅର୍ଥ ହେଉଛି ସମର୍ପଣ, ସଂକଳ୍ପ ଏବଂ ସାମର୍ଥ୍ୟ । ଆମେ ନିଜକୁ ଉନ୍ନତ କରୁ କିନ୍ତୁ ଆମର ଉନ୍ନତି ଅନ୍ୟମାନଙ୍କ ପାଇଁ କଲ୍ୟାଣର ମାଧ୍ୟମ ହେବା ଉଚିତ । ଆମେ ସଫଳତାର ଶିଖର ଛୁଇଁପାରିବା । କିନ୍ତୁ ଆମର ସଫଳତା ମଧ୍ୟ ସମସ୍ତଙ୍କ ପାଇଁ ସେବା କରିବାର ମାଧ୍ୟମ ହେବା ଉଚିତ । ଏହା ହେଉଛି ଭଗବାନ ସ୍ୱାମୀ ନାରାୟଣଙ୍କର ଶିକ୍ଷାର ସାର, ଏବଂ ଏହା ଭାରତର ସହଜ ସ୍ୱଭାବ ମଧ୍ୟ ଅଟେ । 

ଆଜି ଯେତେବେଳେ ଆପଣ ଗୁଜରାଟର କୋଣ ଅନୁକୋଣରୁ ଏଠାକୁ ଆସିଛନ୍ତି, ଯେତେବେଳେ ଏତେ ସଂଖ୍ୟକ ଯୁବକ ଯୁବତୀ ମୋ ଦୃଷ୍ଟିରେ ଆସୁଛନ୍ତି, ତେବେ ମୁଁ ମଧ୍ୟ ଭାବୁଛି ଯେ ଯଦି ମୁଁ ବଡ଼ୋଦରା ଠାରୁ ସାମ୍ନାରେ ଥାଆନ୍ତି ତେବେ ଭଲ ହୋଇଥାଆନ୍ତା । ଆପଣ ସମସ୍ତଙ୍କୁ ଭେଟିଥାଆନ୍ତି ଏବଂ ମଜା କରିଥାଆନ୍ତି । କିନ୍ତୁ ଅନେକଗୁଡ଼ିଏ ଅସୁବିଧା ଅଛି । ସମୟର ପ୍ରତିବନ୍ଧକ ଅଛି । ଏହି କାରଣରୁ ଏହା ସମ୍ଭବ ହୋଇପାରୁ ନାହିଁ । ଆମର ଜିତୁ ଭାଇ ହସୁଛନ୍ତି । ସ୍ୱାଭାବିକ ଅଟେ, କାରଣ ବଡ଼ୋଦରାରେ ମୁଁ ଅତୀତରେ ବହୁ ସମୟ ଅତିବାହିତ କରିବାର ସୁଯୋଗ ପାଇଛି ଏବଂ ଏହା ମୋ ପାଇଁ ଗର୍ବର ବିଷୟ ଯେ ଉଭୟ ବଡ଼ୋଦରା ଏବଂ କାଶୀ ଉଭୟ ମୋତେ ଏକା ସାଥୀରେ ସାଂସଦ କରିଥିଲେ, ଭାରତୀୟ ଜନତା ପାର୍ଟି ମୋତେ ସାଂସଦ ହେବାକୁ ଟିକେଟ ଦେଇଥିଲେ, କିନ୍ତୁ ବଡ଼ୋଦରା ଏବଂ କାଶୀ ମୋତେ ପ୍ରଧାନମନ୍ତ୍ରୀ ହେବାକୁ ଟିକେଟ ଦେଇଥିଲେ । ଆପଣ କଳ୍ପନା କରିପାରିବେ ଯେ ବଡ଼ୋଦରା ସହିତ ମୋର ସମ୍ପର୍କ କିପରି ରହିଥିଲା ଏବଂ ବଡ଼ ବଡ଼ ଯେତେବେଳେ ବଡ଼ୋଦରା କଥା ଆସେ ସେତେବେଳେ ମୋ ମନକୁ ବହୁତ ବଡ଼ ବଡ଼ କଥା ଆସିଥାଏ । ମୋର କେଶୁଭାଇ ଡକ୍କର, ଜମନା ଦାସ, କୃଷ୍ଣକାନ୍ତ ଭାଇ ଶାହା, ମୋର ସାଥୀ ନଳିନ ଭାଇ ଭଟ୍ଟ, ବାବୁ ଭାଇ ଓଝା, ରମେଶ ଭାଇ ଗୁପ୍ତା ଏପରି ଅନେକ ମୁହଁ ମୋ ଆଖି ଆଗରେ ଦେଖିବାକୁ ମିଳୁଛି। ଏବଂ ଏହା ସହିତ ଯୁବଗୋଷ୍ଠୀ, ଯାହା ସହିତ ମୋତେ ବର୍ଷ ବର୍ଷ ଧରି କାମ କରିବାର ସୁଯୋଗ ପାଇଲି । ସେମାନେ ମଧ୍ୟ ଆଜି ବହୁତ ଉଚ୍ଚ ପଦ ପଦବୀରେ ଅଛନ୍ତି । ଗୁଜରାଟର ସେବା କରୁଛନ୍ତି ଏବଂ ସବୁବେଳେ ବଡ଼ୋଦରାର ସଂସ୍କାରୀ ନଗରୀ ଭାବରେ ଏହା ଜଣାପଡ଼ିଥାଏ । ବଡ଼ୋଦରାର ପରିଚୟ ହେଉଛି ସଂସ୍କାର ଏବଂ ଏହି ସଂସ୍କାର ସହରରେ ଏକ ସଂସ୍କାର ଉତ୍ସବ ହେଉଥିବ । ତେବେ ଏହା ସ୍ୱାଭାବିକ ଅଟେ ଏବଂ ଆପଣ ସମସ୍ତଙ୍କର ମନେ ଥିବ ଯେ ବହୁବର୍ଷ ପୂର୍ବେ ମୁଁ ବଡ଼ୋଦରାରେ ଏକ ଭାଷଣ ଦେଇଥିଲି । ସେଠାରେ ଏକ ସାଧାରଣ ସଭା ହୋଇଥିଲା ଏବଂ ଯେଉଁଥିରେ ଆମେ ଷ୍ଟାଚୁ ଅଫ ୟୁନିଟି ବିଷୟରେ ବର୍ଣ୍ଣନା କରିଥିଲୁ । ତା’ପରେ ଷ୍ଟାଚୁ ଅଫ ୟୁନିଟିର କଳ୍ପନା ଜଗତରେ କାର୍ଯ୍ୟ ଚାଲିଥିଲା ଏବଂ ସେହି ସମୟରେ ମୁଁ କହିଥିଲି ଯେ ଯେତେବେଳେ ଏହି ଷ୍ଟାଚୁ ଅଫ ୟୁନିଟି ତିଆରି ହେବ ଏବଂ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ର ହୋଇଯିବ, ସେତେବେଳେ ବଡ଼ୋଦରା ଏହାର ଜନ୍ମଭୂମି ହୋଇଯିବ । ବଡ଼ୋଦରା ଷ୍ଟାଚୁ ଅଫ ୟୁନିଟର ମୂଳ ଆଧାର ହୋଇଯିବ ଏବଂ ଏହା ମୁଁ ବହୁବର୍ଷ ପୂର୍ବେ କହିଥିଲି । ଆଜି ସମଗ୍ର ମଧ୍ୟ ଗୁଜରାଟ, ପର୍ଯ୍ୟଟନର ସମଗ୍ର ଇକୋ ସିଷ୍ଟମ ତାହାର କେନ୍ଦ୍ରବିନ୍ଦୁ ପାଲଟିଛି । ଯେଉଁଭଳି ଭାବରେ ପାୱାଗଡ଼ର ନିର୍ମାଣ ପ୍ରକ୍ରିୟା ଚାଲିଛି ଏବଂ ଆମେ ମହାକାଳୀଙ୍କର ଆଶୀର୍ବାଦ ପ୍ରାପ୍ତ କରୁଛୁ, ମୋର ମଧ୍ୟ ଇଛା ଅଛି ଯେ ଆଗାମୀ ଦିନରେ ମୁଁ ନିଶ୍ଚିତ ଭାବରେ ମହାକାଳୀଙ୍କ ପାଦ ତଳୁ ପ୍ରଣାମ କରିବା ପାଇଁ ନିଶ୍ଚିତ ଆସିବି । କିନ୍ତୁ ପାୱାଗଡ଼ ହେଉ କିମ୍ବା ଷ୍ଟାଚୁ ଅଫ ୟୁନିଟି ହେଉ ଏହି ସବୁ ଜିନିଷ ଏହି ବଡ଼ୋଦରାରର ସଂସ୍କାର ସହରର ଏକ ନୂତନ ବିସ୍ତାରରେ ପରିଣତ ହେଉଛି। ଔଦ୍ୟୋଗିକ ଭାବରେ ଏବଂ ବଡ଼ୋଦରାର ପ୍ରତିଷ୍ଠାକୁ ମଧ୍ୟ ଦେଖନ୍ତୁ, ବଡ଼ୋଦରାରେ ନିର୍ମିତ ମେଟ୍ରୋ କୋଚ୍ ସମଗ୍ର ବିଶ୍ୱରେ ଚାଲୁଛି । ଏହା ବଡ଼ୋଦରାର ଶକ୍ତି ଅଟେ, ଭାରତର ଶକ୍ତି ଅଟେ । ଏସବୁ ଏହି ଦଶନ୍ଧି ମଧ୍ୟରେ ହୋଇଛି । ଆମେ ଦ୍ରୁତ ଗତିରେ ନୂତନ କ୍ଷେତ୍ରରେ ଆଗକୁ ବଢୁଛୁ । କିନ୍ତୁ ଆଜି ଯେତେବେଳେ ମୁଁ ଯୁବକମାନଙ୍କ ନିକଟକୁ ଆସିଛି ତେବେ ଆଜି ମୁଁ ମୋର ପୂଜନୀୟ ସ୍ୱାମୀ ଜୀ ଯେଉଁ କଥା କହିଛନ୍ତି, ସେ କହିଛନ୍ତି ଯେ ବେଳେବେଳେ ଯଦି ସାକ୍ଷାତ କରିବା ସମ୍ଭବ ନ ହୁଏ ତେବେ ତାହା କର ନାହିଁ । କିନ୍ତୁ ଦେଶର କାର୍ଯ୍ୟକୁ କେବେ ବି ଦୂରେଇ ରଖ ନାହିଁ। ଜଣେ ସାଧୁଙ୍କ ମୁଖରୁ ଏହି କଥା ଶୁଣିବା ଛୋଟ ନୁହେଁ, ବନ୍ଧୁମାନେ ଭୁଲନ୍ତୁ ନାହିଁ । ଏହାର ଅର୍ଥ ଯେ ସେ ସାକ୍ଷାତ ବନ୍ଦ କରିବାକୁ କହିନାହାନ୍ତି । କିନ୍ତୁ ମହାତ୍ମା କହିଛନ୍ତି ଯେ ଦେଶ ପାଇଁ କାମ କରିବା ଉଚିତ । ଅନେକ ଥର ଏମିତି ହୋଇଥାଏ ଯେ ଯେତେବେଳେ ଏହି ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲୁଥାଏ ସେତେବେଳେ ଆମେ ଜାଣୁ ଯେ ଆମ ଭାଗ୍ୟରେ ଦେଶ ପାଇଁ ମରିବାର ସୌଭାଗ୍ୟ ମିଳିଲା ନାହିଁ । କିନ୍ତୁ ଭାଇମାନେ ଦେଶ ପାଇଁ ବଂଚିବାର ସୌଭାଗ୍ୟ ପାଇଛୁ । ତେଣୁ ଦେଶ ପାଇଁ ବଂଚିବା ଉଚିତ । ଦେଶ ପାଇଁ କିଛି ନା କିଛି କରିବା ଉଚିତ । ଦେଶ ପାଇଁ କିଛି କରିବା ଅର୍ଥ ଛୋଟ କାମ ସହିତ ଏହି କାମ କରିପାରିବା । ମନେ କରନ୍ତୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଏବଂ ସମସ୍ତ ସାଧୁ ସନ୍ଥମାନେ ମୋତେ ଏହି ବିଷୟରେ ପ୍ରତି ସପ୍ତାହରେ ପଚାରିବେ ଏବଂ ଆପଣଙ୍କୁ ମନେ ପକେଇଦେବେ । ଏବଂ ଆମର ଏଠାରେ ଯେତେ ସମସ୍ତେ ହରିଭକ୍ତ ଅଛନ୍ତି, ଗୁଜରାଟରେ ହେଉ, ଦେଶରେ, ସେମାନେ ଅତି କମରେ ଗୁଜରାଟରେ ଏବଂ ଦେଶରେ ଗୋଟିଏ କାମ କରିପାରିବେ କି? ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଅବସରରେ ୨୦୨୩ ଅଗଷ୍ଟ ୧୫ ଅଧିକ ନୁହେଁ, ଅଗଷ୍ଟ ୧୫, ୨ଠ୨୩ ପର୍ଯ୍ୟନ୍ତ ଏବଂ ଯେଉଁମାନେ ଏହି ସଂସ୍କାର ଅଭୁଦ୍ୟୟକୁ ଆସିଛନ୍ତ ସେମାନେ ଏବଂ ସେମାନଙ୍କର ବନ୍ଧୁ ଏବଂ ପରିବାର ନିଷ୍ପତ୍ତି ନେବେ ଯେ ଏହି ବର୍ଷରେ ନଗଦ କାରବାରରେ କୌଣସି କାର୍ଯ୍ୟ କରିବେ ନାହିଁ । ଡିଜିଟାଲ ପେମେଣ୍ଟ କରିବେ । କେବଳ ଡିଜିଟାଲ ମୁଦ୍ରା ବ୍ୟବହାର କରିବେ । ମୋବାଇଲ ଫୋନରୁ ହିଁ ଦେୟ କରିବେ ଏବଂ ଟଙ୍କା ନେବେ । ଆପଣ ଚିନ୍ତା କରନ୍ତୁ ଯେ ଆପଣ କେତେ ବଡ଼ ବିପ୍ଳବ ଆଣିପାରିବେ । ଯେତେବେଳେ ଆପଣ ପନିପରିବା ବିକ୍ରେତାଙ୍କ ନିକଟକୁ ଯାଇ କହିବେ ଯେ ମୁଁ କେବଳ ଡିଜିଟାଲ ପେମେଣ୍ଟ କରିବି, ସେତେବେଳେ ପରିବାବାଲା ଡିଜିଟାଲ ପେମେଣ୍ଟ କିପରି କରାଯାଏ ଶିଖିପାରିବେ । ସେ ବ୍ୟାଙ୍କରେ ଏକ ଏକାଉଣ୍ଟ ଖୋଲିବେ । ତାଙ୍କ ପଇସା ମଧ୍ୟ ଭଲ କାମ ପାଇଁ ଖର୍ଚ୍ଚ ହେବା ଆରମ୍ଭ କରିବ । ଏକ ଛୋଟ ପ୍ରୟାସ ଏମିତି କେତେ ଲୋକଙ୍କ ଜୀବନରେ ମୌଳିକ ପରିବର୍ତ୍ତନ ଆଣିପାରିବ । କରିପାରିବେ ବନ୍ଧୁମାନେ? ଯଦି ତୁମେ ଟିକେ ହାତ ଉପରକୁ କରିବ ତେବେ ମୁଁ ଏହାକୁ ଏଠାରୁ ଦେଖିପାରିବି । ଏମିତି ନୁହେଁ, ଟିକିଏ ଶକ୍ତି ସହିତ । ଏହା ଜୟ ସ୍ୱାମୀ ନାରାୟଣ କହିବା ପରେ ଏମିତି କରନ୍ତୁ । ସେମିତି ଚଳିବ ନାହିଁ । ହଁ ।

ବର୍ତ୍ତମାନ ଆଉ ଗୋଟିଏ କାମ । ସ୍ୱାଧୀନତାର ଅମୃତ ମହୋତ୍ସବରେ ଅତି କମରେ ୭୫ ଘଣ୍ଟା ଏକ ବର୍ଷରେ, ମୁଁ ଅଧିକ କିଛି କହୁନାହିଁ, ମାତ୍ର ୭୫ ଘଣ୍ଟା, ମାତୃଭୂମିର ସେବା ପାଇଁ ଯେକୌଣସି କାମ, ସେ ସ୍ୱଚ୍ଛତାର କାର୍ଯ୍ୟ ନିଅନ୍ତୁ, ପିଲାମାନଙ୍କୁ ପୁଷ୍ଟିହୀନତାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରନ୍ତୁ, ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି, ଲୋକମାନେ ପ୍ଲାଷ୍ଟିକ ବ୍ୟବହାର କିପରି ନ କରନ୍ତୁ, ଲୋକମାନେ ପ୍ଲାଷ୍ଟିକର ଏକକ ବ୍ୟବହାର କରନ୍ତୁ ନାହିଁ, ଏପରି ଅଭିଯାନ ଚଳାଇବା ଉଚିତ । କୌଣସି ଏପରି କାମ କରନ୍ତୁ ଏବଂ ଏହି ବର୍ଷ ୭୫ ଘଣ୍ଟା ଏହା ପାଇଁ ଦେଇପାରିବେ କି? ଏବଂ ଯେତେବେଳେ ମୁଁ ସ୍ୱଚ୍ଛତା ବିଷୟରେ କହୁଛି, ମୁଁ ବଡ଼ୋଦରା ବିଷୟରେ କହୁଛି ଏବଂ ବଡ଼ୋଦାରା ଏବଂ କାଶୀ ସହିତ ମୋର ସମ୍ପର୍କ ଏକା ସହିତ ରହିଛି । ସ୍ୱାଭାବିକ ଭାବରେ ବର୍ତ୍ତମାନ କାଶୀ ବିଷୟରେ ମନ ମଧ୍ୟକୁ ଆସିବ, ମୁଁ ଦେଖିଛି ଯେତେବେଳେ ମୁଁ ସ୍ୱଚ୍ଛତା ଅଭିଯାନ ଚଳାଉଥିଲି, ସେତେବେଳେ କାଶୀରେ ନାଗାଲାଣ୍ଡର ତିମସୁତୁଲା ଇମସୋଙ୍ଗ ନାମକ ଜଣେ ଛୋଟ ଝିଅ ସେ ଆମର ଏଠିକାର ଚିତ୍ରଲେଖାଙ୍କ ଉପରେ ଏକ ସୁନ୍ଦର ଲେଖା ଲେଖିଥିଲା । ଏହି ଝିଅଟି କିଛି ସମୟ ପୂର୍ବରୁ କାଶୀରେ ପଢ଼ିବାକୁ ଆସିଥିଲା ଏବଂ ତାକୁ କାଶୀରେ ରହିବାକୁ ଭଲ ଲାଗିଲା । ସେ ଦୀର୍ଘ ସମୟ ଧରି କାଶୀରେ ରହିଲା । ସେ ନାଗାଲାଣ୍ଡର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଉପାସନାରେ ବିଶ୍ୱାସ କରୁଥିବା ଏହି ଝିଅଟି ଥିଲା। କିନ୍ତୁ ଯେତେବେଳେ ସ୍ୱଚ୍ଛତା ଅଭିଯାନ ଆସିଲା ସେ ଏକାକୀ କାଶୀ ଘାଟ ସଫା କରିବା ଆରମ୍ଭ କଲା । ଧୀରେ ଧୀରେ ଅନେକ ନୂତନ ଯୁବକ ତାଙ୍କ ସହ ଯୋଗ ଦେବା ଆରମ୍ଭ କଲେ । ଏବଂ ଲୋକମାନେ ଦେଖିବାକୁ ଆସୁଥିଲେ ଯେ ଜିନ୍ସ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଏହି ଶିକ୍ଷିତ ପୁଅ ଝିଅମାନେ କିପରି ସ୍ୱଚ୍ଛତା ଉପରେ ବହୁତ ଗୁଡ଼ିଏ ପରିଶ୍ରମ କରୁଛନ୍ତି ଏବଂ ତା’ପରେ ପୁରା କାଶୀ ସେମାନଙ୍କ ସହ ଯୋଗ ଦେବା ଆରମ୍ଭ କଲା । ଆପଣ ଭାବନ୍ତୁ ଯେ ଯେତେବେଳେ ନାଗାଲାଣ୍ଡର ଜଣେ ଝିଅ ଆମ କାଶୀ ଘାଟକୁ ସଫା କରିପାରୁଛି, ସେତେବେଳେ କଳ୍ପନା କରନ୍ତୁ ଯେ ଅନ୍ତର ଭିତରେ ତା’ର କେତେ ବଡ଼ ପ୍ରଭାବ ପକାଇଛି । ପୁ. ଜ୍ଞାନଜୀବନ ସ୍ୱାମୀ ଏବେ କହିଲେ ଯେ ଆମକୁ ସ୍ୱଚ୍ଛତା ପାଇଁ ନେତୃତ୍ୱ ନେବା ଉଚିତ, ଆମକୁ ହିଁ ଏହି ଦାୟିତ୍ୱ ହାତକୁ ନେବାକୁ ହେବ । ଦେଶ ପାଇଁ ଏହିସବୁ କାର୍ଯ୍ୟ ଅଟେ, ମୁଁ ଜଳ ସଂଚୟ କରୁଛି । ତେବେ ସେଥିରେ ମଧ୍ୟ ଦେଶଭକ୍ତି ଅଛି, ମୁଁ ବିଦୁତ ସଂଚୟ କରୁଛି ତେବେ ସେଥିରେ ମଧ୍ୟ ଦେଶଭକ୍ତି ଅଛି । ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମର ହରିଭକ୍ତଙ୍କର ଏମିତି କୌଣସି ଘର ନାହିଁ ଯେଉଁଠାରେ ଏଲଇଡି ବଲବର ବ୍ୟବହାର କରାଯାଉ ନାହିଁ । ଯଦି ଆପଣ ଏଲଇଡି ବଲବ ବ୍ୟବହାର କରନ୍ତି ତେବେ ଆଲୋକ ଭଲ ମିଳିବ, ଖର୍ଚ୍ଚ ମଧ୍ୟ କମ ହେବ ଏବଂ ବିଦୁତ ମଧ୍ୟ ସଂଚୟ ହେବ । ଜନଔଷଧି କେନ୍ଦ୍ର ଆପଣ ନିଶ୍ଚୟ ଦେଖିଥିବେ ଯେ ଆମର ଗୁଜରାଟରେ ଅନେକ ସ୍ଥାନରେ ଆମର ଜନଔଷଧି କେନ୍ଦ୍ର ଅଛି । ଯେକୌଣସି ପରିବାରରେ ନିଶ୍ଚିତ ଭାବରେ ମଧୁମେହ ରୋଗୀ ଥିବେ । ଏବଂ ସେହି ରୋଗୀଙ୍କ ପାଇଁ ଔଷଧର ମୂଲ୍ୟ ପ୍ରତି ମାସରେ ୧୦୦୦, ୧୨୦୦, ୧୫୦୦ ପରିବାରକୁ ଆସିଥାଏ । ଏପରି ପରିସ୍ଥିତିରେ କିପରି ପ୍ରତି ମାସରେ ଏହି ପରିମାଣ ଖର୍ଚ୍ଚ କରାଯାଇପାରିବ । ଜନଔଷଧି କେନ୍ଦ୍ରରେ ୧୦୦-୧୫୦ ଟଙ୍କାରେ ସମାନ ଔଷଧ ଉପଲବ୍ଧ ହୋଇପାରୁଛି । ତେବେ ମୋର ଯୁବ ବନ୍ଧୁ, ମୋଦି ଏହି କାର୍ଯ୍ୟ କରିଦେଲେ, ସରକାର ମଧ୍ୟ ଏହି କାର୍ଯ୍ୟ କରୁଛନ୍ତି, କିନ୍ତୁ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଅନେକ ଲୋକମାନେ ଜାଣନ୍ତି ନାହିଁ ଯେ ଏହି ଜନଔଷଧି କେନ୍ଦ୍ର ଖୋଲାଯାଇଛି, ସେମାନଙ୍କୁ ନେଇ ଯାଆନ୍ତୁ, ଶସ୍ତା ଔଷଧ ଦିଅନ୍ତୁ, ସେମାନେ ଆପଣଙ୍କୁ ଆଶୀର୍ବାଦ ଦେବେ । ଏବଂ ଏହା ଠାରୁ ବଡ଼ ସଂସ୍କାର କ’ଣ ହୋଇପାରେ? ଏହା ଏପରି କାର୍ଯ୍ୟ ଅଟେ ଯାହାକୁ ଆମେ ସହଜରେ କରିପାରିବା । ଦେଶଭକ୍ତି ସେଥିରେ ପରିପୂର୍ଣ୍ଣ ଅଛି ଭାଇମାନେ । ଯଦି ଆପଣ ଦେଶଭକ୍ତି ପାଇଁ କିଛି ଅଲଗା କରନ୍ତି ତାହା ଦେଶଭକ୍ତି ହେବ ସେମିତି କିଛି ନୁହେଁ । ଆମର ସହଜ ସରଳ ଜୀବନରେ ସମାଜର କିପରି ଭଲ ହେଉ, ଦେଶର ଭଲ ହେଉ, ପାଡ଼ୋଶୀଙ୍କର ଭଲ ହେଉ, ପଡ଼ୋଶୀ ଦେଶ ପାଇଁ ଭଲ ହେଉ, ବର୍ତ୍ତମାନ ଆପଣ ଭାବୁଥିବେ ଆମର ଏଠାରେ ଗରିବ ପିଲାମାନେ କୁପୋଷଣରୁ ମୁକ୍ତ ହୁଅନ୍ତୁ, ଆମର ପିଲାମାନେ ସୁସ୍ଥ ହୁଅନ୍ତୁ । ତେବେ ଆମ ରାଜ୍ୟ ଆମ ଦେଶ ସୁସ୍ଥ ହେବ । ଏଭଳି ଆମକୁ ଚିନ୍ତା କରିବାକୁ ପଡ଼ିବ । ମୋ ପାଇଁ ଖୁସିର କଥା ଏହା ଯେ ବର୍ତ୍ତମାନ ଗୁଜରାଟରେ ଅଭିଯାନ ଚାଲିଛି ପ୍ରାକୃତିକ ଚାଷର । ଧରିତ୍ରୀ ମାତା ଭାରତ ମାତାଙ୍କ ଜୟ ଆମେ କହିଥାଉ, କହିଥାଉ ନା, ଏହି ଭାରତ ମାତା ଆମର ଧରିତ୍ରୀ ମାତା ଅଟନ୍ତି । ତାହାର ଚିନ୍ତା କରିଥାଉ । ତାହାର ଚିନ୍ତା କରିଥାଉ କି? ରାସାୟନିକ, ଫର୍ଟିଲାଇଜର, ୟୁରିଆ ଏହାକୁ ସବୁ ଧରିତ୍ରୀ ଭୂମିରେ ପକାଇ କ୍ଷତି କରିଥାଉ । ଏହି ଧରିତ୍ରୀ ମାତାଙ୍କୁ କେତେ ଔଷଧ ଖାଇବାକୁ ଦେଉଛୁ ଏବଂ ଏହାର ଉପାୟ ହେଉଛି ପ୍ରାକୃତିକ ଚାଷ । ଗୁଜରାଟରେ ପ୍ରାକୃତିକ ଚାଷର ଅଭିଯାନ ଚାଲିଛି । ଆପଣ ସମସ୍ତ ଯୁବକ ଯାହାର ଜୀବନ କୃଷି ସହିତ ଜଡ଼ିତ, ଗାଁ ସହିତ ଜଡ଼ିତ, ଯଦି ଆମେ ସଂକଳ୍ପ ନେବୁ ଯେ ଆମେ ହରିଭକ୍ତ ଅଟୁ, ସ୍ୱାମୀ ନାରାୟଣ ଭଗବାନଙ୍କ ସେବାରେ ଆମେ ଅଛୁ ତେବେ ଅନ୍ତତଃପକ୍ଷେ ଆମ ପରିବାର, ଆମ କୃଷିରେ କୌଣସି ରାସାୟନିକ ସାରର ଉପଯୋଗ କରିବା ନାହିଁ, ପ୍ରାକୃତିକ ଚାଷ କରିବା । ଏହା ମଧ୍ୟ ଧରିତ୍ରୀ ମାତାଙ୍କର ସେବା ଅଟେ । ଏହା ହିଁ ହେଉଛି ଭାରତ ମାତାଙ୍କର ସେବା ।

ସାଥୀମାନେ,

ମୋର ଅପେକ୍ଷା ଏହା ରହିଛି ଯେ ସଂସ୍କାର ଆମର ଜନଜୀବନ ସହିତ ଏପରି ଭାବେ ଜଡ଼ିତ ହେବା ଉଚିତ ଯାହା କେବଳ ଭାଷଣ ଏବଂ କଥାରେ ସଂସ୍କାର ପର୍ଯ୍ୟାପ୍ତ ନୁହେଁ । ସଂସ୍କାର ସଂକଳ୍ପ ହେବା ଉଚିତ । ସଂସ୍କାରର ସଫଳତା ପାଇଁ ମାଧ୍ୟମ ହେବା ଉଚିତ । ମୋତେ ବିଶ୍ୱାସ ଅଛି ଯେ ଆଜି ଏହି ଶିବିରରେ ଅନେକ ଏମିତି ଉତ୍ତମ ବିଚାରପୂର୍ଣ୍ଣ ବ୍ୟକ୍ତି ଏଠାରେ ଉପସ୍ଥିତ ଅଛନ୍ତି ଯେଉଁମାନେ ଆଜି ଏଠାରୁ ଯାଇ ଆଜାଦୀର ଅମୃତ ମହୋତ୍ସବରେ ଏହି ଭାରତ ମାତାଙ୍କର, କୋଟି କୋଟି ଦେଶବାସୀଙ୍କର ଶୁଭକାମନା ନେଇ ଯିବେ ।

ଆପଣ ସମସ୍ତଙ୍କ ସହିତ କଥା ହେବାର ସୁଯୋଗ ମିଳିଲା

ଆପଣ ସମସ୍ତଙ୍କୁ ଶୁଭକାମନା । ପୂଜ୍ୟ ସନ୍ଥମାନଙ୍କୁ ମୋର ପ୍ରଣାମ, ଜୟ ସ୍ୱାମୀ ନାରାୟଣାୟ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics exports up 11.62% to $5.09 billion in May

Media Coverage

India’s electronics exports up 11.62% to $5.09 billion in May
NM on the go

Nm on the go

Always be the first to hear from the PM. Get the App Now!
...
PM to disburse incentives worth around ₹2,400 crore under PM-VBRY on 19 June
June 17, 2026
First-Time Employees to Receive Incentive of up to ₹15,000
To encourage sustained job creation, Employers eligible for Incentive of up to ₹3,000 per Month per Additional Employee
PM-VBRY is designed to facilitate Job Creation, Formalisation of Employment and Expansion of Social Security Coverage
Scheme has already Facilitated Employment for 15 Lakh Beneficiaries Across the Country

Prime Minister Shri Narendra Modi will disburse incentives worth around ₹2,400 crore under the Pradhan Mantri Viksit Bharat Rozgar Yojana (PM-VBRY) at a special programme to be held on 19 June 2026 at 5 PM at Vigyan Bhawan, New Delhi.

The disbursal marks a significant milestone in the implementation of PM-VBRY, the Government of India’s flagship employment-linked incentive scheme aimed at accelerating job creation, promoting formalisation of employment, enhancing employability, and expanding social security coverage across sectors. The scheme has already supported the creation of 15 lakh employment opportunities across the country.

PM-VBRY is designed to encourage both workers and employers to participate in the formal economy. Under the scheme, first-time employees are eligible for an incentive of up to ₹15,000, providing crucial support as they enter the workforce. Employers generating additional employment are eligible for incentives of up to ₹3,000 per month per additional employee, thereby encouraging sustained job creation. Recognising the strategic importance of manufacturing in driving economic growth, employers in the manufacturing sector are eligible to receive incentives for a period of four years, while employers in all other sectors can avail incentives for two years.

The scheme reflects the Government’s commitment to fostering an enabling ecosystem for employment-led growth and ensuring that the benefits of India’s economic progress translate into quality formal employment opportunities for its youth.

PM-VBRY came into effect on 1 August 2025. With a total outlay of ₹99,446 crore, the scheme aims to incentivise the creation of more than 3.5 crore jobs over a two-year period. Of these, approximately 1.92 crore beneficiaries are expected to be first-time entrants into the workforce. By supporting both employees and employers, the scheme is playing a transformative role in expanding formal employment, strengthening social security coverage, and advancing the vision of a Viksit Bharat.