India has shown remarkable resilience in this pandemic, be it fighting the virus or ensuring economic stability: PM
India offers Democracy, Demography, Demand as well as Diversity: PM Modi
If you want returns with reliability, India is the place to be: PM Modi

ନମସ୍ତେ, ଏହି ଉତ୍ସବ ଋତୁରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ।

ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଁ ବେଶ୍‌ ଉତଫୁଲ୍ଲିତ ଅନୁଭବ କରୁଛି । ଆମ ସହ ଆପଣମାନେ ସାମିଲ ହେବାକୁ ଆପଣମାନଙ୍କ ମନରେ ଥିବା ଆଗ୍ରହକୁ ଦେଖି ମୁଁ ବିଶେଷ ଆନନ୍ଦିତ । ମୋର ଆଶା ଯେ ପରସ୍ପରର ଆଭିମୁଖ୍ୟ ଦୃଷ୍ଟିକୋଣରୁ ଆମର ଉତ୍ତମ ବୁଝାମଣା  ଆପଣମାନଙ୍କ ଯୋଜନା ଏବଂ ଆମର ପରିକଳ୍ପନା ମଧ୍ୟରେ ଏକ ଉତ୍ତର ସମନ୍ୱୟର ବାତାବରଣ ସୃଷ୍ଟି କରିବ ଏବଂ ସେଥିରୁ ଇପସିତ ସୁଫଳ ଅବଶ୍ୟ ମିଳିବ ।

ବନ୍ଧୁଗଣ,

ଚଳିତ ବର୍ଷ ସାରା, ଭାରତ ଯେତେବେଳେ ସାହସର ସହ ବୈଶ୍ୱିକ ମହାମାରୀ କରୋନା ବିରୋଧରେ ତା’ର ସଂଗ୍ରାମ ଜାରି ରଖିଛି, ସମଗ୍ର ବିଶ୍ୱ ଭାରତର ରାଷ୍ଟ୍ରୀୟ ଚରିତ୍ରକୁ ନିରୀକ୍ଷଣ କରୁଛି । ବିଶ୍ୱ ମଧ୍ୟ  ଭାରତର ବାସ୍ତବ କ୍ଷମତାକୁ ଲକ୍ଷ୍ୟ କରିଛି । ଏହା ସଫଳତାର ସହ ଆମର ମାନସିକତାକୁ ପ୍ରଦର୍ଶିତ କରିଛି ଯେ ଭାରତୀୟମାନେ ଏଇଥି ପାଇଁ ସମସ୍ତଙ୍କ ନିକଟରେ ଜଣାଶୁଣା: ସେମାନଙ୍କର ଏକ ଦାୟିତ୍ୱବୋଧ ରହିଛି । ସେମାନଙ୍କ ମନରେ ଅନୁକମ୍ପାର ମାନସିକତା ରହିଛି । ଜାତୀୟ ଐକ୍ୟ ଭରପୂର ରହିଛି । ଅଭିନବତାର ଝଲକ ମଧ୍ୟ ରହିଛି । ଏଭଳି ବୈଶ୍ୱିକ ମହାମାରୀ ବେଳେ ଭାରତ ଉଲ୍ଲେଖନୀୟ ସହନଶୀଳତାର ପରାକାଷ୍ଠା ପ୍ରଦର୍ଶନ କରିଛି । ଏହା କରୋନା ଭୂତାଣୁ ବିରୋଧରେ ଲଢ଼େଇ କରିବାରେ ହେଉ, କିମ୍ବା ଆର୍ଥିକ ସ୍ଥିରତା ରକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ହୋଇଥାଉ । ଏଭଳି ସହନଶୀଳତା ଆମର ବ୍ୟବସ୍ଥା ଦ୍ୱାରା ପରିଚାଳିତ ଏବଂ ଏହାକୁ ଆମର ଦେଶବାସୀ ସଂପୂର୍ଣ୍ଣ ରୂପେ ସମର୍ଥନ ଜଣାଇଛନ୍ତି ଏବଂ ଆମର ନୀତିରେ ଥିବା ସ୍ଥିରତା ଏହାକୁ ଅଧିକ ସୁବ୍ୟବସ୍ଥିତ କରିପାରିଛି । ଆମ ବ୍ୟବସ୍ଥାରେ ମହଜୁଦ ଥିବା ସାମର୍ଥ୍ୟ କାରଣରୁ ଆମେମାନେ ଏତେ କମ୍‌ ସମୟ ଭିତରେ ଦେଶର 80 କୋଟି ଲୋକଙ୍କ ନିକଟରେ ଖାଦ୍ୟାନ୍ନ ପହଞ୍ଚାଇପାରିଛୁ । 420 ନିୟୁତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ପାରିଛୁ ଏବଂ ମାଗଣାରେ ରନ୍ଧନ ଗ୍ୟାସ ମଧ୍ୟ 8 କୋଟି ପରିବାରଙ୍କ ନିକଟରେ ପହଞ୍ଚାଇଛୁ । ଏହାର ଏକମାତ୍ର କାରଣ ହେଉଛି ଯେ ଲୋକମାନେ ଏଭଳି କାର୍ଯ୍ୟରେ ସାମାଜିକ ଦୂରତାର ରକ୍ଷା ଏବଂ ମୁହଁରେ ମାସ୍କ ପିନ୍ଧି ସୁଦ୍ଧା ଆମକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ତେଣୁ ସାରା ଭାରତ କରୋନା ଭୂତାଣୁକୁ ସୁଦୃଢ଼ ଭାବେ ମୁକାବିଲା କରିପାରିଛି । ଏହାର ଏକମାତ୍ର କାରଣ ହେଲା ଏହାରେ ଆମର ନୀତି ବେଶ୍‌ ସୁଦୃଢ଼ ଏବଂ ଭାରତ ଏବେ ବିଶ୍ୱର ନିବେଶ ପାଇଁ ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି ।

ବନ୍ଧୁଗଣ,

ଆମେ ଏବେ ଏକ ନୂତନ ଭାରତ ନିର୍ମାଣ କରୁଛୁ ଯେଉଁଥିରେ ପୁରୁଣା କାର୍ଯ୍ୟ ବ୍ୟବସ୍ଥାର କୌଣସି ସ୍ଥାନ ନାହିଁ । ଆଜି , ଭାରତରେ ପରିବର୍ତ୍ତନ ଘଟିଛି ଏବଂ ଏହା ସମସ୍ତଙ୍କର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଆର୍ଥିକ ଦାୟିତ୍ୱହୀନତାରୁ ପରିବର୍ତ୍ତିତ ହୋଇ ଆମେ ଏବେ ଆର୍ଥିକ ଦାୟିତ୍ୱବୋଧ ସୃଷ୍ଟି କରିଛୁ, ଉଚ୍ଚ ହାରର ମୁଦ୍ରାସ୍ଫୀତିକୁ ସ୍ୱଳ୍ପ ହାରର ମୁଦ୍ରାସ୍ପୀତିକୁ ଆଣି ପାରିଛୁ, ଚିନ୍ତାହୀନ ଭାବେ ଋଣ ଯୋଗାଣ ଯୋଗୁ ପୂର୍ବରୁ ଏନପିଏ (ନନ୍‌ ପରଫର୍ମିଂ ଆସେଟ) ସୃଷ୍ଟି ହୋଇଥିଲା ଏବଂ ତାହାକୁ ଆମେ ଆବଶ୍ୟକ ଆଧାରରେ ଋଣ ଯୋଗାଣ ପର୍ଯ୍ୟାୟକୁ ଆଣି ପାରିଛୁ । ଭିତ୍ତିଭୂମିର ଅଭାବ ସ୍ଥିତିରୁ ଭିତ୍ତିଭୂମିର ଉଦବୃତ୍ତ ପର୍ଯ୍ୟାୟରେ ପହଞ୍ଚାଇଛୁ । ଗଣ ପରିଚାଳିତ ସହରାଞ୍ଚଳ ବିକାଶକୁ ସାମଗ୍ରିକ ଓ ସନ୍ତୁଳିତ ବିକାଶକୁ ଆଣିଛୁ ଏବଂ ଫିଜିକାଲ ପରିବର୍ତ୍ତେ ଡିଜିଟାଲ ସଂସାଧନ ସୃଷ୍ଟି କରିପାରିଛୁ ।

ବନ୍ଧୁଗଣ,

ଆତ୍ମ ନିର୍ଭର ହେବା ପାଇଁ ଭାରତର ଅଭିଯାନ କେବଳ ପରିକଳ୍ପନାରେ ସୀମିତ ନାହିଁ ଅପରନ୍ତୁ ଏହା ଅତି ମାତ୍ରାରେ ଯୋଜନାବଦ୍ଧ ଭାବେ ଆର୍ଥିକ ରଣନୀତି ଆଧାରରେ କାର୍ଯ୍ୟକାରୀ ହୋଇପାରିଛି । ଯେଉଁ ରଣନୀତି ଆମର ବ୍ୟବସାୟର କ୍ଷମତା ଓ ଆମ ଶ୍ରମିକମାନଙ୍କ କୌଶଳର ବ୍ୟବହାର ପାଇଁ ଅଭିପ୍ରେତ ତାହା ଭାରତକୁ ଏକ ବୈଶ୍ୱିକ ଉତ୍ପାଦନ ଶକ୍ତିକେନ୍ଦ୍ରରେ ପରିଣତ କରିବାରେ କୌଣସି ବାଧା ଉପୁଜିବନାହିଁ ।  ଯେଉଁ ରଣନୀତି ପ୍ରଯୁକ୍ତିର ସାମର୍ଥ୍ୟକୁ ବ୍ୟବହାର ପାଇଁ ଉଦ୍ଦିଷ୍ଟ ତାହା ଅଭିନବତା ପାଇଁ ଭାରତକୁ ଏକ ବୈଶ୍ୱିକ ପ୍ରାଣକେନ୍ଦ୍ରରେ ଅବଶ୍ୟ ପରିଣତ କରିପାରିବ । ଯେଉଁ ରଣନୀତି ଆମର ପର୍ଯ୍ୟାପ୍ତ  ମାନବ ସମ୍ବଳ ଏବଂ ସେମାନଙ୍କର ବୁଦ୍ଧିମତ୍ତାର ଉପଯୋଗ କରିବାକୁ ଇଚ୍ଛୁକ ତାହା ଅବଶ୍ୟ ବିଶ୍ୱ ବିକାଶ ପାଇଁ ନିଜର ଅବଦାନ ଓ ଯୋଗଦାନ କରିପାରିବ ।

ବନ୍ଧୁଗଣ,

ଆଜି ନିବେଶକମାନେ କମ୍ପାନୀମାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି ଯେଉଁମାନଙ୍କ ନିକଟରେ ଉଚ୍ଚ ପର୍ଯ୍ୟାବରଣଯୁକ୍ତ, ସାମାଜିକ ତଥା ଗଭର୍ଣ୍ଣାନ୍ସ ସ୍କୋର ରହିଛି । ଭାରତରେ ସେଭଳି ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି ଏବଂ କମ୍ପାନୀମାନେ ଏହିଭଳି ଧାରାକୁ ଅନୁପାଳନ କରି ଆଗକୁ ଅଗ୍ରସର ହେଉଛନ୍ତି । ଭାରତ ବିକାଶର ମାର୍ଗରେ ବିଶ୍ୱାସୀ ଯେଉଁଥିରେ ଇଏସଜି ଉପରେ ସମାନ ଧ୍ୟାନ ଦିଆଯାଉଛି ।

ବନ୍ଧୁଗଣ,

ଭାରତ ଆପଣମାନଙ୍କୁ ଗଣତନ୍ତ୍ର, ଜନସଂଖ୍ୟା, ଚାହିଦା ତଥା ବିବିଧତା ପ୍ରଦାନ କରେ । ଆମର ବିବିଧତା ଏତେ ବ୍ୟାପ୍ତ ଯେ ଆପଣମାନେ ଏଠାରେ ଗୋଟିଏ ବିପଣନ କେନ୍ଦ୍ରରେ ବିବିଧ ବଜାର ସୁବିଧା ପାଇପାରିବେ । ଏହା ବିବିଧ ପକେଟ ସାଇଜର ଏବଂ ବିବିଧ ଚାହିଦାର । ପୁଣି ସେସବୁ ବିବିଧ ଋତୁର ତଥା ବିକାଶ ପ୍ରକ୍ରିୟାର ବିବିଧ ପର୍ଯ୍ୟାୟର । ଏଭଳି ବିବିଧତା ପୁଣି ଖୋଲା ମନରେ ଏବଂ ମୁକ୍ତ ବଜାରରେ, ଏକ ଗଣତାନ୍ତ୍ରିକ, ସମାବେଶୀ ଓ ସ୍ୱଳ୍ପ ନିୟନ୍ତ୍ରଣଯୁକ୍ତ ବ୍ୟବସ୍ଥା ମଧ୍ୟରେ ଉପଲବ୍ଧ ।

ବନ୍ଧୁଗଣ,

ମୁଁ ଜାଣିଛି ଯେ ମୁଁ ଏଠାରେ ସବୁଠାରୁ ଶ୍ରେଷ୍ଠ ଆର୍ଥିକ ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରୁଛି । ଆପଣମାନେ ଅଭିନବତ୍ୱ ଓ ବିକାଶର ନୂତନ ଚିନ୍ତନକୁ ପୋଷଣ ବ୍ୟବସାୟିକ ପ୍ରସ୍ତାବରେ ପରିବର୍ତ୍ତିତ କରିବାର କ୍ଷମତାର ଅଧିକାରୀ । ସେହି ସମୟରେ, ମୁଁ ଏକଥା ପ୍ରତି ମଧ୍ୟ ମୁଁ ସଚେତନ ଯେ ଆପଣମାନଙ୍କର ମଧ୍ୟ ଅନେକ ଆବଶ୍ୟକତା ରହିଛି ଯଦ୍ୱାରା ଆପଣମାନେ ଆବଶ୍ୟକ ପାଣ୍ଠି ପାଇପାରିବେ ଓ ତାହା ଆପଣମାନଙ୍କର ଆସ୍ଥାର ପାଣ୍ଠି ହୋଇଥିବ, ଏବଂ ସେଥିରୁ ସବୁଠାରୁ ଅଧିକ ଏବଂ ନିରାପଦ ତଥା ଦୀର୍ଘକାଳୀନ ସୁଫଳ ମଧ୍ୟ ମିଳୁଥିବ ।

ତେଣୁ ବନ୍ଧୁଗଣ,

ତେଣୁ ମୁଁ ଆମର ଆଭିମୁଖ୍ୟ ଉପରେ ଗୁରୁତ୍ୱ ଆରୋପ କରି କହିବି ଯେ ସମସ୍ତ ପ୍ରସଙ୍ଗ ପାଇଁ ଦୀର୍ଘକାଳୀନ ଓ ପୋଷଣୀୟ ସମାଧାନ ପନ୍ଥା ମଧ୍ୟ ମିଳିବା ଆବଶ୍ୟକ । ଏଭଳି ଆଭିମୁଖ୍ୟରେ ଆପଣମାନଙ୍କ ଆବଶ୍ୟକତା ଓତଃପ୍ରୋତ ଭାବେ ଜଡ଼ିତ ରହିଛି । ଏଥିପାଇଁ କେତେଗୋଟି ଉଦାହରଣ ଦେଇ ସେସବୁର ଆଲୋଚନା କରାଯାଉ ।

ବନ୍ଧୁଗଣ,

ଆମେ ଆମର ଉତ୍ପାଦନ ସାମର୍ଥ୍ୟର ଉନ୍ନତି ସାଧନ ନିମନ୍ତେ ବିବିଧ କାର୍ଯ୍ୟପନ୍ଥା ଅବଲମ୍ବନ କରିଛୁ । ଆମେ ଅଧୁନା ଏକ ରାଷ୍ଟ୍ର, ଏକ ଟିକସ ବ୍ୟବସ୍ଥା ପ୍ରଣୟନ କରିଛୁ ଏବଂ ତାହା ଜିଏସଟି ଆକାରରେ ପ୍ରବର୍ତ୍ତିତ ହୋଇଛି । ତଦ୍ୱାରା ସର୍ବନିମ୍ନ କର୍ପୋରେଟ ଟିକସ ହାରରେ କର ଦେବାକୁ ପଡ଼ୁଛି ଏବଂ ଏହାର ଆଉ ଏକ ସୁବିଧା ହେଲା ଏହାଯେ ନୂତନ ଉତ୍ପାଦନକାରୀ ସଂସ୍ଥା ମାନଙ୍କୁ ଅଧିକ ସୁବିଧା ପ୍ରଦାନର ବ୍ୟବସ୍ଥା ରହିଛି । ସେହିଭଳି ଆୟକର ଆସେସମେଣ୍ଟ ତଥା ଅପିଲ ନିମନ୍ତେ ଏବେ ଫେସଲେସ୍‌ ବ୍ୟବସ୍ଥାର ପ୍ରବର୍ତ୍ତନ କରାଯାଇଛି । ନୂତନ ଶ୍ରମ ଆଇନ ଲାଗୁ ହେବା ଦ୍ୱାରା ଶ୍ରମିକମାନଙ୍କ କଲ୍ୟାଣ ଏବଂ କର୍ମନିଯୋକ୍ତାମାନଙ୍କ ନିମନ୍ତେ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ସହଜସାଧ୍ୟ ହୋଇପାରିଛି । ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଯାହାକି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରବର୍ତ୍ତିତ ହୋଇଛି । ନିବେଶକମାନଙ୍କୁ ସକଳ ପ୍ରକାର ସାହାଯ୍ୟ ସହଯୋଗ ନିମନ୍ତେ ଏକ କ୍ଷମତାପ୍ରାପ୍ତ ଆନୁଷ୍ଠାନିକ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ।

ବନ୍ଧୁଗଣ,

ଜାତୀୟ ଭିତ୍ତିଭୂମି ପାଇପଲାଇନ କାର୍ଯ୍ୟକ୍ରମ ଅଧୀନରେ ଆମେ 1.5 ଟ୍ରିଲିଅନ ଡଲାର ନିବେଶ କରିବାର ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛୁ । ସେଥିପାଇଁ ଏକ ଯୁଗାନ୍ତକାରୀ ନୂତନ ବିବିଧ ମଡ଼େଲଯୁକ୍ତ ସଂଯୋଗକାରୀ ଭିତ୍ତିଭୂମି ମାଷ୍ଟର ପ୍ଲାନକୁ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି । ଭାରତ ଏବେ ବ୍ୟାପକ ଓ ବିଶାଳ ଭିତ୍ତିଭୂମି ନିର୍ମାଣ ଆଭିମୁଖ୍ୟ ଆପଣାଇଛି ଏବଂ ତାହା ସମଗ୍ର ଦେଶରେ ହାଇୱେ, ରେଳବାଇ, ମେଟ୍ରୋ, ଜଳପଥ, ବିମାନ ବନ୍ଦର ଆଦି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି । ନବ୍ୟ ମଧ୍ୟମ ବର୍ଗଙ୍କ ସକାଶେ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ ସକାଶେ ଆମେ ଲକ୍ଷ ଲକ୍ଷ ବାସଗୃହ ନିର୍ମାଣ କରୁଛୁ । ଆମେ ଚାହୁଁ ଯେ କେବଳ ଦେଶର ବଡ଼ ବଡ଼ ସହରମାନଙ୍କରେ ଏଭଳି ନିବେଶ ସୀମିତ ରହୁ, ବରଂ ତାହା ଛୋଟ ଛୋଟ ସହର ଓ ଟାଉନ ପର୍ଯ୍ୟନ୍ତ ବ୍ୟାପ୍ତ ହେଉ । ଗୁଜରାଟର ଗିଫ୍ଟ ସିଟି ଏହାର ଉକ ଉତ୍ତମ ଉଦାହରଣ । ଆମେ ମିଶନ ମୋଡ଼ରେ ଏଭଳି ବିକାଶ ଯୋଜନା ସେହିସବୁ ସହରମାନଙ୍କରେ କାର୍ଯ୍ୟକାରୀ କରୁଛୁ ।

ବନ୍ଧୁଗଣ,

ଯେଭଳି ଆମର ଉତ୍ପାଦନ ଆଧାରକୁ ସୁଦୃଢ଼ କରିବା ଏବଂ ବିଶ୍ୱ ଶ୍ରେଣୀୟ ଭିତ୍ତିଭୂମି ନିର୍ମାଣ କରିବା ନିମନ୍ତେ ଆମର ରଣନୀତି ପ୍ରସ୍ତୁତ କରିଛୁ, ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମର ରଣନୀତି ସେହିଭଳି ସାମଗ୍ରିକ । ଆମ ପକ୍ଷରୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା କେତେଗୋଟି ପ୍ରମୁଖ ପଦକ୍ଷେପ ମଧ୍ୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅନ୍ତର୍ଭୁକ୍ତ । ସେହିଭଳି ଆର୍ଥିକ ବଜାରର ସୁଦୃଢ଼ୀକରଣ ଦିଗରେ ଆମେ ବିହିତ ପଦକ୍ଷେପ ଗ୍ରହଣ କରିଛୁ । ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ର କ୍ଷେତ୍ରରେ ସମନ୍ୱିତ ପ୍ରାଧିକରଣ ବ୍ୟବସ୍ଥା କରାଯାଇଛି । ଆମ ଦେଶରେ ଏବେ ସବୁଠାରୁ ଉଦାରପନ୍ଥା ଏଫଡ଼ିଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ବିଦେଶୀ ପୁଞ୍ଜି ନିମନ୍ତେ ଏକ ସରଳ ଓ ଉଦାର ଟିକସ ବ୍ୟବସ୍ଥାର ପ୍ରାବଧାନ କରାଯାଇଛି ।  ନିବେଶ ପାଇଁ ଆବଶ୍ୟକ ଉପଯୁକ୍ତ ନୀତି ବ୍ୟବସ୍ଥା ଯଥା ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଏବଂ ରିଅଲ ଇଷ୍ଟେଟ୍‌ ନିବେଶ ଟ୍ରଷ୍ଟ ଆଦି ଗଠନ କରାଯାଇଛି । ସେହିଭଳି ଇନସଲଭେନ୍ସି ଓ ଦେବାଳିଆ ଆଇନ ପ୍ରବର୍ତ୍ତନ ଦ୍ୱାରା ସାମଗ୍ରିକ  ବ୍ୟବସ୍ଥା ଆହୁରି ସୁସଂଗତ ହୋଇପାରିଛି । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ମାଧ୍ୟମରେ ଆର୍ଥିକ ସଶକ୍ତିକରଣ ଏବଂ ଫିନ୍‌ ଟେକ୍‌ ଆଧାରିତ ପେମେଣ୍ଟ ବ୍ୟବସ୍ଥା ଯଥା, ରୁ-ପେ କାର୍ଡ ଓ ଭୀମ- ୟୁପିଆଇ ଲାଗୁ କରାଯାଇଛି ।

ବନ୍ଧୁଗଣ,

ଅଭିନବତ୍ୱ ଏବଂ ଡିଜିଟାଲ କାର୍ଯ୍ୟକ୍ରମକୁ ନେଇ ଅନେକ ପ୍ରକାର ପଦକ୍ଷେପ ଆମ ସରକାରଙ୍କ ନୀତି ଏବଂ ସଂସ୍କାର ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ଭାବେ ରହିଆସିଛି । ଆମ ଦେଶରେ ଏବେ ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଷ୍ଟାର୍ଟ ଅପ୍‌ ଏବଂ ୟୁନିକର୍ଣ୍ଣ ଅଛନ୍ତି । ଆମେ ଏହି ଦିଗରେ ଆହୁରି ଅଧିକ ବେଗରେ ଆଗକୁ ବଢ଼ୁଛୁ । 2019 ମସିହାରେ ହାସଲ କରାଯାଇଥିବା ବିକାଶର ଦୈନିକ ହାରାହାରି ହାର 2 ରୁ 3 ଷ୍ଟାର୍ଟ ଅପ୍‌ ରହିଥିଲା ।

ବନ୍ଧୁଗଣ,

ଆମ ସରକାର ଘରୋଇ ଉଦ୍ୟୋଗମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ରଣନୀତିକ ପୁଞ୍ଜି ବିନିବେଶ ଏବଂ ସମ୍ପତ୍ତିର ଆଧୁନିକୀକରଣ ଏବେ ଯେଉଁଭଳି ଭାବେ କରାଯାଉଛି ଅତୀତରେ କୌଣସି ସମୟରେ ତାହା ହୋଇନଥିଲା । ସରକାରୀ ଉଦେ୍ଦ୍ୟାଗମାନଙ୍କରେ ସରକାରୀ ଅଂଶଧନକୁ ହ୍ରାସ କରିବା ନିମନ୍ତେ ଐତିହାସିକ ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି ଯାହାକି ଏବେ 51 ପ୍ରତିଶତ ତଳକୁ ହ୍ରାସ ପାଇଛି । ସେହିଭଳି କୋଇଲା, ମହାକାଶ, ଆଣବିକ ଶକ୍ତି, ରେଳବାଇ, ବେସାମରିକ ବିମାନ ଚଳାଚଳ ଏବଂ ପ୍ରତିରକ୍ଷା ଭଳି ନୂତନ କ୍ଷେତ୍ରରେ ଘରୋଇ ସଂସ୍ଥାଙ୍କ ଅଂଶଗ୍ରହଣ ନିମନ୍ତେ ନୂତନ ନୀତି ବ୍ୟବସ୍ଥା କରାଯାଉଛି । ନୂତନ ସରକାରୀ ସେକ୍ଟର ଅଣ୍ଡରଟେକିଂ ନୀତି ଗ୍ରହଣ ଦ୍ୱାରା ସରକାରୀ କ୍ଷେତ୍ରରେ ଏକ ନୂତନ ପଦପାତ ଘଟିଛି ।

ବନ୍ଧୁଗଣ,

ଆଜି, ଭାରତର ପ୍ରତ୍ୟେକ କ୍ଷେତ୍ର ଉତ୍ପାଦନ, ଭିତ୍ତିଭୂମି, ପ୍ରଯୁକ୍ତି, କୃଷି, ଆର୍ଥିକ ଏବଂ ଏପରିକି ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସାମାଜିକ କ୍ଷେତ୍ର ନିବେଶ ପାଇଁ ସମ୍ପ୍ରସାରଣ ପାଇଁ ଅପେକ୍ଷାରତ । କୃଷି କ୍ଷେତ୍ରରେ ନିକଟରେ ଆମେ ଆଣିଥିବା ସଂସ୍କାର ସହଭାଗୀମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି ଏବଂ ଭାରତର କୃଷକମାନଙ୍କ ପାଇଁ ନୂତନ ସହଯୋଗୀର ସନ୍ଧାନ କରୁଛି । ପ୍ରଯୁକ୍ତି ଓ ଆଧୁନିକ ପ୍ରକ୍ରିୟାକରଣ ସମାଧାନ ସହାୟତାରେ ଭାରତ ଖୁବ୍‌ ଶୀଘ୍ର ଏକ କୃଷି ସାମଗ୍ରୀ ରପ୍ତାନୀର ପ୍ରାଣକେନ୍ଦ୍ରରେ ପରିଣତ ହେବ । ରାଷ୍ଟ୍ରୀୟ ଶିକ୍ଷା ନୀତି ଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ପାଇଁ ସୁଯୋଗ ପ୍ରଦାନ କରିଛି । ଜାତୀୟ ଡିଜିଟାଲ ସ୍ୱାସ୍ଥ୍ର୍ୟ ମିଶନ ଫିନ ଟେକ୍‌ ପାଇଁ ଅଧିକ ସୁଯୋଗ ଯୋଗାଇଛି ।

ବନ୍ଧୁଗଣ,

ମୁଁ ଅତ୍ୟନ୍ତ ଖୁସି ଯେ ବୈଶ୍ୱିକ ନିବେଶକ ଗୋଷ୍ଠୀ ଆମର ଭବିଷ୍ୟତ ଉପରେ ଆସ୍ଥା ସ୍ଥାପନ କରୁଛନ୍ତି । ଗତ 5 ମାସ ମଧ୍ୟରେ ଆମେ ଏଫଡ଼ିଆଇରେ ଗତ ବର୍ଷ ତୁଳନାରେ 13 ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରିଛୁ । ଏହି ରାଉଣ୍ଡଟେବୁଲରେ ଆପଣମାନଙ୍କ ଅଂଶଗ୍ରହଣ ଏହି ଆତ୍ମବିଶ୍ୱାସକୁ ଆହୁରି ବଢ଼ାଇ ଦେଇଛି ।

ବନ୍ଧୁଗଣ,

ଆପଣମାନେ ଯଦି ନିର୍ଭରଯୋଗ୍ୟ ଭାବେ ଆପଣଙ୍କ ଅର୍ଥର ଲାଭ ପାଇବାକୁ ଇଚ୍ଛୁକ, ଭାରତ ହେଉଛି ସେଭଳି ନିବେଶର ପ୍ରକୃତ ସ୍ଥଳୀ । ଆପଣମାନେ ଯଦି ଗଣତନ୍ତ୍ର ଖୋଜୁଥାନ୍ତି, ଭାରତ ହେଉଛି ସେହି ସ୍ଥାନ । ଯଦି ଆପଣମାନଙ୍କ ପାଇଁ ସ୍ଥିରତା ଓ ପୋଷଣୀୟତା ଆବଶ୍ୟକ, ଭାରତ ହେଉଛି ତାହା ଯୋଗାଇବାର କ୍ଷେତ୍ର ।

ବନ୍ଧୁଗଣ,

ଭାରତର ବିକାଶ ସାମର୍ଥ୍ୟ ବୈଶ୍ୱିକ ଆର୍ଥିକ ପୁନରୁତ୍ଥାନକୁ ଅଧିକ ପ୍ରଖରିତ କରିବ । ଭାରତ ଯେକୌଣସି ସଫଳତା ବିଶ୍ୱର ବିକାଶ ଉପରେ ବହୁଗୁଣରେ ପ୍ରଭାବ ପକାଇବ ଏବଂ ସମଗ୍ର ବିଶ୍ୱର କଲ୍ୟାଣ ସମ୍ଭବପର ହେବ । ଏକ ସୁଦୃଢ଼ ଏବଂ ସ୍ପନ୍ଦିତ ଭାରତ ବିଶ୍ୱ ଆର୍ଥିକ ଶୃଙ୍ଖଳାକୁ ସ୍ଥିର କରିବା ଦିଗରେ ନିଜର ଅବଦାନ ଦେଇପାରିବ । ଭାରତ ବିଶ୍ୱ ବିକାଶ ପୁନରୁତ୍ଥାନର ଇଂଜିନ ଭାବେ କାର୍ଯ୍ୟ କରିବା ସକାଶେ ଯାହା କିଛି ଆବଶ୍ୟକ ତାହା ଦେବାକୁ ଆମେ ପ୍ରସ୍ତୁତ ଅଛୁ । ଆଗକୁ  ପ୍ରଗତିର ଏକ ଆକର୍ଷଣୀୟ ଅବଧି ଅପେକ୍ଷାରତ । ତେଣୁ ମୁଁ ଆପଣମାନଙ୍କୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରଣ ଜଣାଉଛି ।

ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.