ବିହାର ସମୃଦ୍ଧ ହେବ ଏବଂ ଦେଶର ସମୃଦ୍ଧିରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧିରେ ରେକର୍ଡ ୨୫ କୋଟି ସଂଖ୍ୟକ ଭାରତୀୟ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି: ପ୍ରଧାନମନ୍ତ୍ରୀ
ବିହାର ମେଡ୍ ଇନ୍ ଇଣ୍ଡିଆର ଏକ ବଡ଼ କେନ୍ଦ୍ର ହେବ, ଏବେ ମାରହୌରା ଲୋକୋମୋଟିଭ୍ କାରଖାନାର ପ୍ରଥମ ଇଞ୍ଜିନ ଆଫ୍ରିକାକୁ ରପ୍ତାନି କରାଯାଉଛି: ପ୍ରଧାନମନ୍ତ୍ରୀ

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ରଉଆର ସମସ୍ତ ଲୋକଙ୍କୁ ମୁଁ ପ୍ରଣାମ କରୁଛି। ବାବା ମହେନ୍ଦ୍ର ନାଥ, ବାବା ହଂସନାଥ, ସୋହାଗରା ଧାମ, ମା ଥାୱେ ଭବାନୀ, ମା ଅମ୍ବିକା ଭବାନୀ, ପ୍ରଥମ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଭୂମିରେ ରଉଆ ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ।

ବିହାରର ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍ ଜୀ, ଏଠାକାର ଜନସେବା ପ୍ରତି ସମର୍ପିତ ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାର ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜିତନ୍ ରାମ ମାଞ୍ଝି ଜୀ, ଗିରିରାଜ ସିଂହ ଜୀ, ଲଲନ ସିଂହ ଜୀ, ଚିରାଗ୍ ପାଶ୍ୱାନ୍ ଜୀ, ରାମନାଥ ଠାକୁର ଜୀ, ନିତ୍ୟାନନ୍ଦ ରାୟ ଜୀ, ସତୀଶ ଚନ୍ଦ୍ର ଦୁବେ ଜୀ, ରାଜଭୂଷଣ ଚୌଧୁରୀ ଜୀ, ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଜୀ, ବିଜୟ କୁମାର ସିହ୍ନା ଜୀ, ସଂସଦରେ ମୋର ସହଯୋଗୀ ଉପେନ୍ଦ୍ର କୁଶୱାହା ଜୀ, ବିହାର ବିଜେପିର ଅଧ୍ୟକ୍ଷ ଦିଲୀପ ଜୟସ୍ୱାଲ ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ ଏବଂ ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ସିୱାନର ଏହି ଭୂମି ଆମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାଦାୟୀ ସ୍ଥାନ। ଏହା ହେଉଛି ସେହି ଭୂମି ଯାହା ଆମ ଗଣତନ୍ତ୍ରକୁ, ଦେଶକୁ, ସମ୍ବିଧାନକୁ ଶକ୍ତି ଦେଇଥାଏ। ସିୱାନ ଦେଶକୁ ରାଜେନ୍ଦ୍ର ବାବୁଙ୍କ ଭଳି ଜଣେ ମହାନ ପୁତ୍ର ପ୍ରଦାନ କରିଥିଲା। ସମ୍ବିଧାନ ଗଠନ ଏବଂ ଦେଶକୁ ଦିଗଦର୍ଶନ ଦେବାରେ ରାଜେନ୍ଦ୍ର ବାବୁ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ସିୱାନ ମଧ୍ୟ ଦେଶକୁ ବ୍ରଜ କିଶୋର ପ୍ରସାଦ ଜୀଙ୍କ ଭଳି ଜଣେ ମହାନ ସମାଜ ସଂସ୍କାରକ ପ୍ରଦାନ କରିଥିଲା। ବ୍ରଜ ବାବୁ ମହିଳା ସଶକ୍ତିକରଣକୁ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ।

 

ସାଥିମାନେ,

ମୁଁ ଖୁସି ଯେ ଏଭଳି ମହାନ ଆତ୍ମାଙ୍କ ଜୀବନ ଅଭିଯାନକୁ ଏନ୍ ଡିଏ ର ଏହି ଡବଲ ଇଞ୍ଜିନ୍ ସରକାର ଦୃଢ଼ ସଂକଳ୍ପ ସହିତ ଆଗକୁ ବଢୁଛନ୍ତି। ଆଜିର କାର୍ଯ୍ୟକ୍ରମ ସେହି ପ୍ରୟାସର ଏକ ଅଂଶବିଶେଷ। ଆଜି ଏହି ମଞ୍ଚରୁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକର୍ପଣ କରାଯାଇଛି। ଏହି ସମସ୍ତ ବିକାଶମୂଳକ ପ୍ରକଳ୍ପ ବିହାରକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇଯିବ ଏବଂ ବିହାରକୁ ଏକ ସମୃଦ୍ଧ ବିହାରରେ ପରିଣତ କରିବ। ଏହି ପ୍ରକଳ୍ପଗୁଡ଼ିକ ବିହାରର ସମସ୍ତ ଅଞ୍ଚଳ ଯଥା ସିୱାନ, ସାସାରାମ, ବକ୍ସର, ମୋତିହାରୀ, ବେତିୟା ଏବଂ ଆରାର ବିକାଶ ସୁନିଶ୍ଚିତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ଏହାଦ୍ୱାରା ଗରିବ, ବଞ୍ଚିତ, ଦଳିତ, ମହାଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ, ପ୍ରତ୍ୟେକ ସମାଜର ଜୀବନ ସହଜ ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ବିହାରର ଜନସାଧାରଣଙ୍କୁ ଏବଂ ଆପଣ ସମସ୍ତଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସୁଥିଲି, ଗତକାଲି ବର୍ଷା ହୋଇଥିଲା, ସକାଳେ ମଧ୍ୟ ଅଳ୍ପ ବର୍ଷାର ଲାଭ ମିଳିଲା, ଏହା ସତ୍ତ୍ୱେ, ମଧ୍ୟ ଏତେ ବଡ଼ ପରିମାଣରେ ଆପଣମାନେ ଆସିଲେ, ମୋତେ ଆଶୀର୍ବାଦ ଦେବେ, ମୁଁ ହୃଦୟରୁ ଆପଣଙ୍କୁ ଯେତେ ଧନ୍ୟବାଦ ଦେବି, ସେତେ କମ୍ ହେବ।

ଭାଇ ଓ ଭଉଣୀମାନେ,

ଆପଣମାନେ ସମସ୍ତେ ଜାଣନ୍ତି, ମୁଁ ଗତକାଲି ବିଦେଶରୁ ଫେରିଛି। ଏହି ଗସ୍ତ ସମୟରେ ମୁଁ ବିଶ୍ୱର ପ୍ରମୁଖ ସମୃଦ୍ଧ ଦେଶର ନେତାମାନଙ୍କ ସହ କଥାବାର୍ତ୍ତା କରିଛି। ଭାରତର ଦ୍ରୁତ ପ୍ରଗତିରେ ସମସ୍ତ ନେତା ବହୁତ ପ୍ରଭାବିତ ହୋଇଛନ୍ତି। ସେମାନେ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୈତିକ ମହାଶକ୍ତି ହେବାକୁ ଯାଉଥିବା ଦେଖୁଛନ୍ତି ଏବଂ ବିହାର ନିଶ୍ଚିତ ଭାବରେ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ବିହାର ସମୃଦ୍ଧ ହେବ ଏବଂ ଦେଶର ସମୃଦ୍ଧିରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ।

 

ସାଥିମାନେ,

ମୋର ଏହି ବିଶ୍ୱାସର କାରଣ ହେଉଛି ବିହାରର ଆପଣମାନଙ୍କର ସମସ୍ତଙ୍କର ଶକ୍ତି। ଆପଣମାନେ ସମସ୍ତେ ମିଶି ବିହାରର ଜଙ୍ଗଲରାଜକୁ ନିଶ୍ଚିହ୍ନ କରିଦେଇଛନ୍ତି। ଆମର ଏଠାକାର ଯୁବକମାନେ 20 ବର୍ଷ ପୂର୍ବେ ବିହାରର ଦୁର୍ଦ୍ଦଶା କେବଳ ଉପାଖ୍ୟାନ ଏବଂ କାହାଣୀରେ ଶୁଣିଛନ୍ତି। ବିହାରର ଜଙ୍ଗଲ ରାଜ କ’ଣ କରିଥିଲା ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଯେଉଁ ବିହାର ଶହ ଶହ ବର୍ଷ ଧରି ଭାରତର ପ୍ରଗତିର ନେତୃତ୍ୱ ନେଉଥିଲା, ସେମାନଙ୍କୁ ରୁଗ୍‌ଣ ମାନସିକତାର ଶିକୁଳି ମଧ୍ୟରୁ ବାହାରିବାକୁ ବାଧ୍ୟ ହେବାକୁ ପଡିଥିଲା।

ସାଥିମାନେ,

ବିହାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ବଡ଼ କଥା ହେଉଛି ତାଙ୍କର ସ୍ଵାଭିମାନ । ମୋର ବିହାରୀ ଭାଇ ଓ ଭଉଣୀମାନେ ସବୁଠାରୁ କଠିନ ପରିସ୍ଥିତିରେ କାମ କରି ଦେଖାଇଥାନ୍ତି । ସେମାନେ କେବେ ନିଜର ସ୍ଵାଭିମାନ ସହିତ ସାଲିସ୍ କରନ୍ତି ନାହିଁ। ସେମାନଙ୍କର କୁଚିତ ଚିନ୍ତାଧାର ବିହାର ସ୍ୱାଭିମାନ ଆଘାତ ଦେଇଛି ।

ଏହି ଲୋକମାନେ ଏତେ ଲୁଟ କରିଥିଲେ ଯେ ଦାରିଦ୍ର୍ୟ ବିହାରର ଦୁର୍ଭାଗ୍ୟ ପାଲଟିଥିଲା। ଅନେକ ଆହ୍ୱାନକୁ ଅତିକ୍ରମ କରି, ନିତୀଶ ଜୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ବିହାରକୁ ବିକାଶର ପଥକୁ ଫେରାଇ ଆଣିଛନ୍ତି-

ମୁଁ ବିହାରର ଜନସାଧାରଣଙ୍କୁ ବିଶ୍ଵାସ ଦେବାକୁ ଆସିଛି, ମୁଁ ହୁଏତ ବହୁତ କିଛି କରିଛି, କରୁଛି, କରୁଥିବି, କିନ୍ତୁ ଏତିକିରେ ଶାନ୍ତ ହୋଇ ରୁପ ରହିବା ଲୋକ ମୋଦୀ ନୁହେଁ, ଏବେ ବହୁତ ହୋଇଗଲା, ବହୁତ କରିଲି ନା, ମୋତେ ବିହାର ପାଇଁ ଆହୁରି ବହୁତ କିଛି କରିବାକୁ ହେବ, ଆପଣଙ୍କ ପାଇଁ କରିବାକୁ ହେବ, ଏଠିକାର ଗାଁ-ଗାଁ ପାଇଁ କରିବାକୁ ହେବ, ଏଠିକାର ଘର-ଘର ପାଇଁ କରିବାକୁ ହେବ, ଏଠିକାର ଯୁବଗୋଷ୍ଠୀଙ୍କ ପାଇଁ କରିବାକୁ ହେବ । ଯଦି ମୁଁ କେବଳ ଗତ ୧୦-୧୧ବର୍ଷର କଥା କହିବି ତେବେ ଏହି ୧୦ ବର୍ଷରେ ବିହାରରେ ପାଖାପାଖି 55 ହଜାର କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ ହୋଇଛି, ଦେଢ଼ କୋଟିରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି, ଦେଢ଼ କୋଟିରୁ ଅଧିକ ଲୋକଙ୍କ ଘରକୁ ଜଳ ସଂଯୋଗ ଦିଆଯାଇଛି, 45 ହଜାରରୁ ଅଧିକ ସାଧାରଣ ସେବା କେନ୍ଦ୍ର ସ୍ଥାପନ କରାଯାଇଛି, ଆଜି ବିହାରର ଛୋଟ-ଛୋଟ ସହରରେ ନୂଆ-ନୂଆ ଷ୍ଟାର୍ଟଅପ୍ ଖୋଲୁଛି।

 

ସାଥିମାନେ,

ବିହାରର ପ୍ରଗତିର ଏହି ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି, ଏହାକୁ ବଢ଼ାଇବାକୁ ପଡ଼ିବ ଏବଂ ଏହି ସମୟରେ ବିହାରରେ ଯେଉଁମାନେ ଜଙ୍ଗଲରାଜ ଆଣିଥିଲେ, ସେମାନେ କୌଣସି ପ୍ରକାରେ ନିଜର ପୁରୁଣା କର୍ତ୍ତୃତ୍ଵର ପୁନରାବୃତ୍ତି କରିବାର ସୁଯୋଗ ଖୋଜୁଛନ୍ତି। ବିହାରର ଆର୍ଥିକ ସମ୍ବଳକୁ ଅକ୍ତିଆର କରିବା ପାଇଁ ସେମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି, ତେଣୁ ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଆପଣଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। ସମୃଦ୍ଧ ବିହାରର ଯାତ୍ରାରେ ଯେଉଁମାନେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତ ହୋଇ ବସିଛନ୍ତି ସେମାନଙ୍କୁ ବହୁ ଦୂରରେ ରଖିବାକୁ ପଡ଼ିବ।

ସାଥିମାନେ,

ଗରିବୀ ହଟାଓ ସ୍ଲୋଗାନ ଆମ ଦେଶ ଦଶନ୍ଧି ଦଶନ୍ଧି ଧରି ଶୁଣୁଛି, ଆପଣଙ୍କ ଦୁଇ-ଦୁଇ, ତିନି-ତିନି ପିଢ଼ି ଗରିବୀ ହଟାଓ ! ଗରିବୀ ହଟାଓ ! ପ୍ରତ୍ୟେକ ନିର୍ବାଚନରେ ସେମାନେ ଆସି ଭାଷଣ ଦେଉଥିଲେ। କିନ୍ତୁ ଯେତେବେଳେ ଆପଣ ଆମକୁ ସୁଯୋଗ ଦେଲେ, ଏନ୍ ଡିଏ କୁ ସୁଯୋଗ ଦେଲେ, ଏନଡିଏ. ସରକାର ଦେଖାଇଦେଇଛନ୍ତି ଯେ ଦାରିଦ୍ର୍ୟକୁ ମଧ୍ୟ ହ୍ରାସ କରାଯାଇପାରିବ। ଗତ ଦଶନ୍ଧି ମଧ୍ୟରେ, ରେକର୍ଡ ସଂଖ୍ୟକ 25 କୋଟି ଭାରତୀୟ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି। ବିଶ୍ୱ ବ୍ୟାଙ୍କ ଭଳି ବିଶ୍ୱର ପ୍ରସିଦ୍ଧ ଅନୁଷ୍ଠାନଗୁଡ଼ିକ ଭାରତର ଏହି ମହାନ ସଫଳତାକୁ ପ୍ରଶଂସା କରୁଛନ୍ତି। ଏବଂ ଭାରତ ଯେଉଁ ଚମତ୍କାର କରିଛି, ସେଥିରେ ବିହାରର ଆମର ନିତୀଶ ଜୀଙ୍କ ସରକାରଙ୍କର ବହୁତ ବଡ଼ ଯୋଗଦାନ ରହିଛି। ପୂର୍ବରୁ ବିହାରର ଅଧାରୁ ଅଧିକ ଜନସଂଖ୍ୟା, ବହୁତ ଅଧିକ ଗରିବ ଶ୍ରେଣୀରେ ଆସୁଥିଲେ। କିନ୍ତୁ ଗତ ଦଶନ୍ଧିରେ ବିହାରର ପାଖାପାଖି ସାଢ଼େ ଚାରି କୋଟି ବନ୍ଧୁ ନିଜକୁ ଦାରିଦ୍ର୍ୟରୁ ମୁକ୍ତ କରିଛନ୍ତି।

ସାଥିମାନେ,

ସ୍ୱାଧୀନତାର ଏତେ ଦଶନ୍ଧି ପରେ ମଧ୍ୟ କେତେ ଲୋକ ଗରିବ ଥିଲେ, ସ୍ଲୋଗାନ ଗୁଞ୍ଜରିତ ହେଉଥିଲା, ଦାରିଦ୍ର୍ୟ ବଢୁଥିଲା ଏବଂ ବିହାରର ଲୋକମାନଙ୍କ ପରିଶ୍ରମରେ କୌଣସି ଅଭାବ ନଥିଲା, ଦେଶବାସୀଙ୍କ ପରିଶ୍ରମରେ କୌଣସି ଅଭାବ ନ ଥିଲା। କାରଣ ସେମାନଙ୍କ ପାଇଁ ଆଗକୁ ବଢ଼ିବାର କୌଣସି ଉପାୟ ନ ଥିଲା। ଦୀର୍ଘ ସମୟ ଧରି କଂଗ୍ରେସ ଲାଇସେନ୍ସ ରାଜ ଦେଶକୁ ଗରିବ ରଖିଥିଲା ଏବଂ ଗରିବମାନଙ୍କୁ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଥିଲା। ଯେତେବେଳେ ସବୁକିଛି ପାଇଁ କୋଟା-ଅନୁମତି ସ୍ଥିର ହୋଇଥିଲା। କ୍ଷୁଦ୍ର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ଅନୁମତି ଆବଶ୍ୟକ ଥିଲା | କଂଗ୍ରେସ-ଆରଜେଡି ଶାସନ କାଳରେ ଗରିବଙ୍କୁ ଘର ମିଳୁନଥିଲା, ରାସନ ମିଳୁ ନ ଥିଲା, ମଧ୍ୟସ୍ଥିମାନେ ଖାଇ ଯାଉଥିଲେ, ଚିକିତ୍ସା ଗରିବଙ୍କ ହାତରୁ ବାହାରି ଯାଉଥିଲା, ଶିକ୍ଷା ଓ ଆୟ ପାଇଁ ସଂଘର୍ଷ ହେଉଥିଲା, କେବଳ ବିଜୁଳି ଓ ପାଣିର ସଂଯୋଗ ପାଇବା ପାଇଁ ଅଗଣିତ ଥର ସରକାରୀ କାର୍ଯ୍ୟାଳୟ ବୁଲିବାକୁ ପଡ଼ୁଥିଲା। ଗ୍ୟାସ ସଂଯୋଗ ପାଇଁ ସାଂସଦମାନଙ୍କ ସୁପାରିଶକୁ ଆବେଦନ କରିବାକୁ ପଡ଼ିଥିଲା। ଲାଞ୍ଚ ବିନା, ସୁପାରିଶ ବିନା ଚାକିରି ଉପଲବ୍ଧ ହେଉ ନ ଥିଲା। ଏବଂ ଏହାର ସବୁଠାରୁ ବଡ଼ ଶିକାର କିଏ ଥିଲେ, ଏହି ସାଥୀମାନଙ୍କ ମଧ୍ୟରୁ ଅଧିକାଂଶ, ଦଳିତ ସମାଜ, ମହାଦଳିତ ସମାଜ, ପଛୁଆ ସମାଜ, ଅତ୍ୟନ୍ତ ପଛୁଆ ସମାଜର ମୋର ଭାଇ ଓ ଭଉଣୀମାନେ ଏହାର ଶିକାର ହୋଇଥିଲେ। ସେମାନଙ୍କୁ ଦାରିଦ୍ର୍ୟ ଦୂରୀକରଣର ସ୍ୱପ୍ନ ଦେଖାଇ କେତେକ ପରିବାର ନିଜେ କୋଟିପତି - ଅରବପତି ହୋଇଥିଲେ।

 

ସାଥିମାନେ,

ଗତ 11 ବର୍ଷ ଧରି ଆମ ସରକାର, ଗରିବଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ ଅସୁବିଧାକୁ ଦୂର କରିବାରେ ଲାଗିଛନ୍ତି ଏବଂ ଆଗକୁ ମଧ୍ୟ ଏପରି ଜାରି ରଖିବେ, ଏତେ ପରିଶ୍ରମ କରୁଛନ୍ତି, ତେବେ ଆଜି ଏଭଳି ଭଲ ଫଳାଫଳ ଦେଖିବାକୁ ମିଳୁଛି। ଏବେ ଯେମିତି ଗରିବଙ୍କ ପାଇଁ ଘର ଅଛି, ଯେଉଁ ପରିବାରଗୁଡ଼ିକୁ ମୋତେ ଘରର ଚାବି ଦେବାର ସୁଯୋଗ ମିଳିଥିଲା, ସେମାନେ ଏତେ ଆଶୀର୍ବାଦ ଦେଉଥିଲେ, ସେମାନଙ୍କ ମୁହଁରେ ଏତେ ସନ୍ତୋଷ ଥିଲା, ସେମାନେ ଉଲ୍ଲସିତ ଥିଲେ।

ସାଥିମାନେ,

ବିଗତ ଦଶନ୍ଧିରେ ସାରା ଦେଶରେ ଚାରି କୋଟିରୁ ଅଧିକ ଗରିବ ଲୋକଙ୍କୁ ପକ୍କା ଘର ମିଳିଛି। ମୁଁ ଆପଣଙ୍କୁ ପଚାରିବି, ଆପଣ ଉତ୍ତର ଦେବେ କି? ଯଦି ମୁଁ ଏବେ କହୁଛି, , ଆପଣ ଉତ୍ତର ଦେବେ କି? ମୁଁ କେବଳ କହିଲି, ଚାରି କୋଟି ଲୋକଙ୍କୁ, ଅର୍ଥାତ ଚାରି କୋଟି ପରିବାରକୁ, ପକ୍କା ଘର, କେତେ ଲୋକଙ୍କୁ ? ଟିକିଏ ଜୋରରେ କୁହନ୍ତୁ, ଆପଣ କଳ୍ପନା କରନ୍ତୁ, ଚାରି କୋଟି ଲୋକଙ୍କୁ ପକ୍କା ଘର ମିଳିବା, କେବଳ ସେହି ଚାରି କାନ୍ଥ ନୁହେଁ, ସେହି ଘରଗୁଡ଼ିକରେ ଲୋକଙ୍କର କେତେ ସ୍ୱପ୍ନ ପୂରଣ ହେଉଛି, ସେହି ଘରେ ସଂକଳ୍ପ ବଢୁଛି। ଆଗାମୀ ସମୟରେ ଆହୁରି ତିନି କୋଟି ପକ୍କା ଘର ପ୍ରସ୍ତୁତ ହେବାକୁ ଯାଉଛି। ମୁଁ ପ୍ରଥମେ କହିଲି, ନା, ମୁଁ ସେବା କାର୍ଯ୍ୟରେ ଅଟକି ଯିବି ନାହିଁ। ଯେତିକି ହୋଇଛି, ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି, ତଥାପି ମୋଦି ଶାନ୍ତିରେ ଶୋଇବେ ନାହିଁ, ସେ ଦିନ-ରାତି କାମ ଜାରି ରଖିବେ, କାରଣ ଆପଣ ମୋ ପରିବାରର ଜଣେ ସଦସ୍ୟ ଏବଂ ମୋ ପରିବାରର ଜଣେ ବି ସଦସ୍ୟ ପଛରେ ରହିବେ ନାହିଁ, ଦୁଖି ରହିବେ ନାହିଁ, ଏହି ସ୍ଵପ୍ନ ନେଇ ମୁଁ ଚାଲୁଛି । ଏହାର ବହୁତ ଅଧିକ ଲାଭ ବିହାରର ମୋର ଗରିବ ଭାଇ ଓ ଭଉଣୀମାନେ ଏହି ସମସ୍ତ ଦଳିତ ଭାଇ ଓ ଭଉଣୀମାନେ, ମହାଦଳିତ୍ ଭାଇ ଓ ଭଉଣୀମାନେ, ପଛୁଆ ଭାଇ ଓ ଭଉଣୀମାନେ, ଅତ୍ୟନ୍ତ ପଛୁଆ ଭାଇ ଓ ଭଉଣୀମାନେ, ଏହି ସମସ୍ତ ଯେଉଁସବୁ ଯୋଜନା ମୁଁ ଚଳାଉଛି, ସେଥିରୁ ସର୍ବପ୍ରଥମେ ସେମାନଙ୍କୁ ଲାଭ ମିଳୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ବିହାରରେ 57 ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି। ଏଠାରେ ସିୱାନ ଜିଲ୍ଲାରେ ମଧ୍ୟ ଗରିବଙ୍କ ପାଇଁ ଏକ ଲକ୍ଷ ଦଶ ହଜାରରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି, ମୁଁ ଗୋଟିଏ ଜିଲ୍ଲା କଥା କହୁଛି ଏବଂ ଏହି କାର୍ଯ୍ୟ ନିରନ୍ତର ଜାରି ରହିଛି। ଆଜି ମଧ୍ୟ ବିହାରର 50 ହଜାରରୁ ଅଧିକ ପରିବାର ପାଇଁ ଘରଗୁଡ଼ିକର କିସ୍ତି ଜାରି କରାଯାଇଛି। ଏବଂ ଜାଣିଛନ୍ତି, ମୋ ପାଇଁ ଦ୍ୱିଗୁଣିତ ସୁଖର ଅର୍ଥ କ’ଣ? ଏହି ଘରଗୁଡ଼ିକ ଅଧିକାଂଶତଃ ମାଆ-ଭଉଣୀଙ୍କ ନାମରେ ରହିଛି, ମୋର ଯେଉଁ ଭଉଣୀ-ଝିଅମାନଙ୍କ ନାମରେ କେବେ କୌଣସି ସମ୍ପତ୍ତି ନ ଥିଲା, ସେମାନେ ଏବେ ନିଜ ଘରର ମାଲିକାଣୀ ହେଉଛନ୍ତି।

 

ସାଥିମାନେ,

ଆମ ସରକାର ବାସଗୃହ ସହିତ ମାଗଣା ରାସନ, ବିଜୁଳି, ପାଣିର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ବିଗତ ବର୍ଷଗୁଡ଼ିକରେ ସାରା ଦେଶରେ 12 କୋଟିରୁ ଅଧିକ ନୂତନ ପରିବାରକୁ ନଳ ଯୋଗେ ଜଳ ଯୋଗାଣ କରାଯାଇଛି। ଏଥିରେ ସିୱାନର ସାଢେ ଚାରି ଲକ୍ଷରୁ ଅଧିକ ପରିବାରକୁ ମଧ୍ୟ ପ୍ରଥମ ଥର ପାଇଁ ନଳ ଯୋଗେ ପାଣି ମିଳୁଛି। ଆମେ ଏହି ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛୁ ଯେ ଗାଁର ପ୍ରତ୍ୟେକ ଘରେ ଟ୍ୟାପ୍ ଥିବ, ସହରରେ ପିଇବା ପାଇଁ ପର୍ଯ୍ୟାପ୍ତ ପାଣି ଥିବ। ବର୍ଷ ବର୍ଷ ଧରି, ବିହାରର ଅନେକ ସହର ପାଇଁ ପାଣି ପାଇପଲାଇନ୍ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଆହୁରି ଡର୍ଜନ ଡର୍ଜନ ସହର ପାଇଁ ପାଇପଲାଇନ୍ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଜୀବନକୁ ଆହୁରି ଉନ୍ନତ କରିବ।

ଭାଇ ଓ ଭଉଣୀମାନେ,

ଆରଜେଡି-କଂଗ୍ରେସର କାର୍ଯ୍ୟ ସେମାନଙ୍କର କାର୍ଯ୍ୟଶୈଳୀ ବିହାର ବିରୋଧୀ, ନିବେଶ ବିରୋଧୀ। ଯେତେବେଳେ ବି ଏହି ଲୋକମାନେ ନିଜ ମୁହଁରୁ ବିକାଶ ବିଷୟରେ କଥା ହୁଅନ୍ତି, ସେତେବେଳେ ଲୋକମାନେ ଦୋକାନ-ବ୍ୟବସାୟ, ଉଦ୍ୟୋଗ-କାର୍ଯ୍ୟ, ସବୁକିଛିରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁ ଥିଲା| ତେଣୁ ସେ କେବେ ବି ବିହାରର ଯୁବପିଢ଼ିଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରି ନ ଥିଲେ। ଏହି ଲୋକମାନେ ଦୁର୍ବଳ ଭିତ୍ତିଭୂମି, ମାଫିଆ ରାଜ, ଗୁଣ୍ଡା ରାଜ ଏବଂ ଦୁର୍ନୀତିର ପୃଷ୍ଠପୋଷକ ରହିଛନ୍ତି।

 

ସାଥିମାନେ,

ଆଜି ବିହାରର ପ୍ରତିଭାବାନ ଯୁବକମାନେ ବାସ୍ତବ କ୍ଷେତ୍ରରେ ହେଉଥିବା କାର୍ଯ୍ୟକୁ ଦେଖୁଛନ୍ତି, ତାହାକୁ ପରଖୁଛନ୍ତି । ଏନଡ଼ିଏ କେମିତି ବିହାରକୁ ତିଆରି କରୁଛି, ତାହାର ଉଦାହରଣ ହେଉଛି ମଢୋରାର ରେଳ କାରଖାନାରୁ ପ୍ରଥମ ଇଂଞ୍ଜିନ, ଆଫ୍ରିକାକୁ ରପ୍ତାନୀ କରାଯାଉଛି। ଏହା ଆପଣଙ୍କ ପାଖକୁ ଯିବ, ସେଠିକାର ଗାଡିକୁ ଟାଣିବ । ଆପଣ କଳ୍ପନା କରନ୍ତୁ, ଆଫ୍ରିକାରେ ମଧ୍ୟ ବିହାରର ଜୟ-ଜୟକାର ହେବାକୁ ଯାଉଛି। ଏହି କାରଖାନା ସେହି ସାରଣ ଜିଲ୍ଲାରେ ନିର୍ମିତ ହୋଇଛି, ଯାହାକୁ ଶିକୁଳୀ ମଧ୍ୟରେ ଏବଂ ଆରଜେଡ଼ି ଲୋକମାନେ ପଛୁଆ ବୋଲି କହି ନିଜ ଅବସ୍ଥାରେ ଛାଡ଼ି ଦେଇଥିଲେ। ଆଜି ବିଶ୍ୱର ଉତ୍ପାଦନ ଏବଂ ରପ୍ତାନୀ ମାନଚିତ୍ରରେ ଏହି ଜିଲ୍ଲା ନିଜର ସ୍ଥାନ ସୃଷ୍ଟି କରିଛି। ବିହାରର ବିକାଶ ଇଞ୍ଜିନ୍ ଜଙ୍ଗଲ ରାଜ ଦ୍ୱାରା ବନ୍ଦ ହୋଇଯାଇଥିଲା, ଏବେ ବିହାରରେ ନିର୍ମିତ ଇଞ୍ଜିନ୍ ଆଫ୍ରିକାର ଟ୍ରେନ୍ ଚଳାଇବ। ଏହା ଅତ୍ୟନ୍ତ ଗର୍ବର ବିଷୟ, ମୁଁ ନିଶ୍ଚିତ ଯେ ବିହାର 'ମେଡ୍ ଇନ୍ ଇଣ୍ଡିଆ "ର ଏକ ବଡ଼ କେନ୍ଦ୍ର ହେବ। ଏଠାକାର ମଖାନା, ଏଠାକାର ଫଳ ଏବଂ ପନିପରିବା କେବଳ ବାହାରକୁ ଯିବ ନାହିଁ, ବରଂ ବିହାରର କାରଖାନାରେ ତିଆରି ସାମଗ୍ରୀ ମଧ୍ୟ ବିଶ୍ୱ ବଜାରରେ ପହଞ୍ଚିବ। ବିହାରର ଯୁବକମାନେ ଯେଉଁ ସାମଗ୍ରୀ ତିଆରି କରିବେ, ତାହା ଆତ୍ମନିର୍ଭରଶୀଳ ଭାରତକୁ ଶକ୍ତି ପ୍ରଦାନ କରିବ।

ସାଥିମାନେ,

ବିହାରରେ ଯେଉଁ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି, ତାହା ଏଥିପାଇଁ ବହୁତ ଉପଯୋଗୀ ହେବ। ଆଜି ବିହାରରେ ସଡ଼କ, ରେଳ, ବିମାନ ଯାତ୍ରା ଏବଂ ଜଳପଥ ଭଳି ପ୍ରତ୍ୟେକ ପ୍ରକାରର ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ ନିବେଶ କରାଯାଉଛି। ବିହାରକୁ କ୍ରମାଗତ ଭାବେ ନୂଆ ନୂଆ ଟ୍ରେନ୍ ମିଳୁଛି। ଏଠାରେ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଚଳାଚଳ କରୁଛି। ଆଜି ଆମେ ଆଉ ଏକ ବଡ଼ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛୁ। ଶ୍ରାବଣ ଆରମ୍ଭ ହେବା ପୂର୍ବରୁ ଆଜି ବାବା ହରିହରନାଥଙ୍କ ଭୂମିକୁ ବାବା ଗୋରଖନାଥଙ୍କ ଭୂମି ସହିତ ବନ୍ଦେ ଭାରତ ଟ୍ରେନ୍ ଦ୍ୱାରା ଯୋଡ଼ାଯାଇଛି। ପାଟନାରୁ ଗୋରଖପୁର ପର୍ଯ୍ୟନ୍ତ ନୂଆ ବନ୍ଦେ ଭାରତ ଟ୍ରେନ୍ ପୂର୍ବାଞ୍ଚଳର ଶିବ ଭକ୍ତମାନଙ୍କ ପାଇଁ ଏକ ନୂଆ ଯାତ୍ରା। ଏହି ଟ୍ରେନ୍ ଭଗବାନ ବୁଦ୍ଧଙ୍କ ତପୋଭୂମିକୁ ତାଙ୍କ ମହାପରିନିର୍ବାଣ ଭୂମି କୁଶୀନଗର ସହିତ ସଂଯୋଗ କରିବାର ମଧ୍ୟ ଏକ ମାଧ୍ୟମ ଅଟେ।

 

ସାଥିମାନେ,

ଏଭଳି ପ୍ରୟାସ ଦ୍ୱାରା ବିହାରର ଉଦ୍ୟୋଗ-ଜଗତକୁ କେବଳ ପ୍ରୋତ୍ସାହନ ମିଳିବ ନାହିଁ, ବରଂ ପର୍ଯ୍ୟଟନକୁ ମଧ୍ୟ ସର୍ବାଧିକ ଲାଭ ମିଳିବ। ଏହାଦ୍ୱାରା ବିହାର ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ଦୃଶ୍ୟମାନ ହେବ। ଅର୍ଥାତ୍ ବିହାରର ଯୁବକମାନଙ୍କ ପାଇଁ ଅସଂଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି।

ସାଥିମାନେ,

ଆମ ସମ୍ବିଧାନର ଭାବନା ଯେ ସମସ୍ତଙ୍କୁ ଦେଶରେ ଆଗକୁ ବଢ଼ିବାର ସୁଯୋଗ ମିଳିବା ଉଚିତ ଏବଂ କାହା ପ୍ରତି ଭେଦଭାବ ରହିବା ଉଚିତ ନୁହେଁ। ଆମେ ମଧ୍ୟ ସେହି ଭାବନାରେ କହୁଛୁ-'ସବକା ସାଥ, ସବକା ବିକାଶ।' କିନ୍ତୁ ଏହି ରୁଗଣ ମାନସିକତାରେ ପରିପୂର୍ଣ୍ଣ ଥିବା ଲୋକ କୁହନ୍ତି- ସବକା କା ସାଥ୍, ସବକା ବିକାଶ। ସେ କୁହନ୍ତି- ପରିବାରକା ସାଥ, ପରିବାରକା ବିକାଶ। ଏହା ହେଉଛି ସେମାନଙ୍କର ରାଜନୀତିର ସମଷ୍ଟି। ନିଜ ନିଜ ପରିବାରର ଲାଭ ପାଇଁ, ସେମାନେ ଦେଶ ତଥା ବିହାରର କୋଟି କୋଟି ପରିବାରକୁ କ୍ଷତି ପହଞ୍ଚାଇବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ବାବା ସାହେବ ଆମ୍ବେଦକର ନିଜେ ଏଭଳି ରାଜନୀତିକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଥିଲେ। ସେଥିପାଇଁ ଏହି ଲୋକମାନେ ବାବାସାହେବଙ୍କୁ ପର୍ଯ୍ୟାୟକ୍ରମେ ଅପମାନ କରୁଥିଲେ । ଏବେ ସାରା ଦେଶ ଦେଖୁଛି, ଆରଜେଡ଼ିର ଲୋକମାନେ ବାବା ସାହେବଙ୍କ ଛବିକୁ କିଭଳି ବ୍ୟବହାର କରୁଛନ୍ତି। ମୁଁ ଦେଖୁଥିଲି, ବିହାରରେ ବାବା ସାହେବଙ୍କୁ ଅପମାନିତ କରିଥିବାରୁ କ୍ଷମା ମାଗୁଥିବା ପୋଷ୍ଟର ଅଛି, କିନ୍ତୁ ମୁଁ ଜାଣେ, ଏହି ଲୋକମାନେ କେବେ କ୍ଷମା ମାଗିବେ ନାହିଁ, କାରଣ ଏହି ଲୋକମାନେ ଦଳିତ, ମହାଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ ପ୍ରତି କୌଣସି ସମ୍ମାନ ରଖନ୍ତି ନାହିଁ। ଆରଜେଡ଼ି ଏବଂ କଂଗ୍ରେସ ବାବା ସାହେବ ଆମ୍ବେଦକରଙ୍କ ପ୍ରତିକୃତି ନିଜ ପାଦରେ ତଳେ ରଖନ୍ତି, ଯେତେବେଳେ ମୋଦୀ ବାବା ସାହେବ ଆମ୍ବେଦକରଙ୍କୁ ନିଜ ହୃଦୟରେ ଧାରଣ କରିଥାନ୍ତି। ବାବା ସାହେବଙ୍କୁ ଅପମାନିତ କରି ଏହି ଲୋକମାନେ ନିଜକୁ ବାବାସାହେବଙ୍କ ଠାରୁ ବଡ଼ ଦେଖାଇବା ପାଇଁ ଚାହୁଁଛନ୍ତି। ବିହାରର ଲୋକମାନେ ବାବାସାହେବଙ୍କ ପ୍ରତି ଏହି ଅପମାନକୁ କେବେବି ଭୁଲିବେ ନାହିଁ।

ସାଥିମାନେ,

ବିହାରର ଦ୍ରୁତ ପ୍ରଗତି ପାଇଁ ଯେଉଁ ଲଞ୍ଚିଙ୍ଗ ପ୍ୟାଡର ଆବଶ୍ୟକତା ରହିଛି, ତାହା ନିତିଶ ଜୀଙ୍କ ପ୍ରୟାସ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏବେ ଏନଡ଼ିଏ ସହିତ ମିଶି ବିହାରକୁ ପ୍ରଗତିର ନୂତନ ଶିଖର ଛୁଇଁବାକୁ ପଡ଼ିବ। ବିହାରର ଯୁବକମାନଙ୍କ ଉପରେ ମୋର ବିଶ୍ୱାସ ରହିଛି। ଏହି ବିଶ୍ୱାସ ସହିତ ଯେ ଆମେ ଏକାଠି ହୋଇ ବିହାରର ପ୍ରାଚୀନ ଗୌରବକୁ ପୁନରୁଦ୍ଧାର କରିବୁ, ବିହାରକୁ ବିକଶିତ ଭାରତର ଏକ ଶକ୍ତିଶାଳୀ ଇଞ୍ଜିନରେ ପରିଣତ କରିବୁ, ଆପଣ ସମସ୍ତଙ୍କୁ ବିକାଶ କାର୍ଯ୍ୟ ପାଇଁ ପୁଣି ଥରେ ଅନେକ-ଅନେକ ଶୁଭେଚ୍ଛା। ମୋ ସହିତ ଆପଣଙ୍କର ଉଭୟ ମୁଠି ବନ୍ଦ କରନ୍ତୁ ଏବଂ ହାତ ଉପରକୁ ଉଠାଇ କୁହନ୍ତୁ, ଭାରତ ମାତା କି ଜୟ! ଯେଉଁମାନଙ୍କ ନିକଟରେ ତ୍ରିରଙ୍ଗା ଥିବ, ସେମାନେ ତ୍ରିରଙ୍ଗା ଉଡାଇବେ।

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ବହୁତ-ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India completes 2,843-km Dedicated Freight Corridor; how shifting goods trains to separate tracks could change rail travel

Media Coverage

India completes 2,843-km Dedicated Freight Corridor; how shifting goods trains to separate tracks could change rail travel
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Samvatsari
September 15, 2026

The Prime Minister, Shri Narendra Modi, has extended his greetings to the people on the sacred occasion of Samvatsari. Shri Modi said that Samvatsari reminds us that forgiveness and compassion strengthen every bond. He called upon everyone to embrace humility and let kindness and goodwill guide their actions.

The Prime Minister posted on X:

Samvatsari reminds us that forgiveness and compassion strengthen every bond.

On this sacred occasion, may humility guide us and may kindness and goodwill shape our every action.

Michhami Dukkadam!