Quoteବିହାର ସମୃଦ୍ଧ ହେବ ଏବଂ ଦେଶର ସମୃଦ୍ଧିରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ
Quoteଗତ ଦଶନ୍ଧିରେ ରେକର୍ଡ ୨୫ କୋଟି ସଂଖ୍ୟକ ଭାରତୀୟ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି: ପ୍ରଧାନମନ୍ତ୍ରୀ
Quoteବିହାର ମେଡ୍ ଇନ୍ ଇଣ୍ଡିଆର ଏକ ବଡ଼ କେନ୍ଦ୍ର ହେବ, ଏବେ ମାରହୌରା ଲୋକୋମୋଟିଭ୍ କାରଖାନାର ପ୍ରଥମ ଇଞ୍ଜିନ ଆଫ୍ରିକାକୁ ରପ୍ତାନି କରାଯାଉଛି: ପ୍ରଧାନମନ୍ତ୍ରୀ

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ରଉଆର ସମସ୍ତ ଲୋକଙ୍କୁ ମୁଁ ପ୍ରଣାମ କରୁଛି। ବାବା ମହେନ୍ଦ୍ର ନାଥ, ବାବା ହଂସନାଥ, ସୋହାଗରା ଧାମ, ମା ଥାୱେ ଭବାନୀ, ମା ଅମ୍ବିକା ଭବାନୀ, ପ୍ରଥମ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଭୂମିରେ ରଉଆ ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ।

ବିହାରର ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍ ଜୀ, ଏଠାକାର ଜନସେବା ପ୍ରତି ସମର୍ପିତ ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାର ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜିତନ୍ ରାମ ମାଞ୍ଝି ଜୀ, ଗିରିରାଜ ସିଂହ ଜୀ, ଲଲନ ସିଂହ ଜୀ, ଚିରାଗ୍ ପାଶ୍ୱାନ୍ ଜୀ, ରାମନାଥ ଠାକୁର ଜୀ, ନିତ୍ୟାନନ୍ଦ ରାୟ ଜୀ, ସତୀଶ ଚନ୍ଦ୍ର ଦୁବେ ଜୀ, ରାଜଭୂଷଣ ଚୌଧୁରୀ ଜୀ, ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଜୀ, ବିଜୟ କୁମାର ସିହ୍ନା ଜୀ, ସଂସଦରେ ମୋର ସହଯୋଗୀ ଉପେନ୍ଦ୍ର କୁଶୱାହା ଜୀ, ବିହାର ବିଜେପିର ଅଧ୍ୟକ୍ଷ ଦିଲୀପ ଜୟସ୍ୱାଲ ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ ଏବଂ ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ସିୱାନର ଏହି ଭୂମି ଆମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାଦାୟୀ ସ୍ଥାନ। ଏହା ହେଉଛି ସେହି ଭୂମି ଯାହା ଆମ ଗଣତନ୍ତ୍ରକୁ, ଦେଶକୁ, ସମ୍ବିଧାନକୁ ଶକ୍ତି ଦେଇଥାଏ। ସିୱାନ ଦେଶକୁ ରାଜେନ୍ଦ୍ର ବାବୁଙ୍କ ଭଳି ଜଣେ ମହାନ ପୁତ୍ର ପ୍ରଦାନ କରିଥିଲା। ସମ୍ବିଧାନ ଗଠନ ଏବଂ ଦେଶକୁ ଦିଗଦର୍ଶନ ଦେବାରେ ରାଜେନ୍ଦ୍ର ବାବୁ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ସିୱାନ ମଧ୍ୟ ଦେଶକୁ ବ୍ରଜ କିଶୋର ପ୍ରସାଦ ଜୀଙ୍କ ଭଳି ଜଣେ ମହାନ ସମାଜ ସଂସ୍କାରକ ପ୍ରଦାନ କରିଥିଲା। ବ୍ରଜ ବାବୁ ମହିଳା ସଶକ୍ତିକରଣକୁ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ।

 

|

ସାଥିମାନେ,

ମୁଁ ଖୁସି ଯେ ଏଭଳି ମହାନ ଆତ୍ମାଙ୍କ ଜୀବନ ଅଭିଯାନକୁ ଏନ୍ ଡିଏ ର ଏହି ଡବଲ ଇଞ୍ଜିନ୍ ସରକାର ଦୃଢ଼ ସଂକଳ୍ପ ସହିତ ଆଗକୁ ବଢୁଛନ୍ତି। ଆଜିର କାର୍ଯ୍ୟକ୍ରମ ସେହି ପ୍ରୟାସର ଏକ ଅଂଶବିଶେଷ। ଆଜି ଏହି ମଞ୍ଚରୁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକର୍ପଣ କରାଯାଇଛି। ଏହି ସମସ୍ତ ବିକାଶମୂଳକ ପ୍ରକଳ୍ପ ବିହାରକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇଯିବ ଏବଂ ବିହାରକୁ ଏକ ସମୃଦ୍ଧ ବିହାରରେ ପରିଣତ କରିବ। ଏହି ପ୍ରକଳ୍ପଗୁଡ଼ିକ ବିହାରର ସମସ୍ତ ଅଞ୍ଚଳ ଯଥା ସିୱାନ, ସାସାରାମ, ବକ୍ସର, ମୋତିହାରୀ, ବେତିୟା ଏବଂ ଆରାର ବିକାଶ ସୁନିଶ୍ଚିତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ଏହାଦ୍ୱାରା ଗରିବ, ବଞ୍ଚିତ, ଦଳିତ, ମହାଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ, ପ୍ରତ୍ୟେକ ସମାଜର ଜୀବନ ସହଜ ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ବିହାରର ଜନସାଧାରଣଙ୍କୁ ଏବଂ ଆପଣ ସମସ୍ତଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସୁଥିଲି, ଗତକାଲି ବର୍ଷା ହୋଇଥିଲା, ସକାଳେ ମଧ୍ୟ ଅଳ୍ପ ବର୍ଷାର ଲାଭ ମିଳିଲା, ଏହା ସତ୍ତ୍ୱେ, ମଧ୍ୟ ଏତେ ବଡ଼ ପରିମାଣରେ ଆପଣମାନେ ଆସିଲେ, ମୋତେ ଆଶୀର୍ବାଦ ଦେବେ, ମୁଁ ହୃଦୟରୁ ଆପଣଙ୍କୁ ଯେତେ ଧନ୍ୟବାଦ ଦେବି, ସେତେ କମ୍ ହେବ।

ଭାଇ ଓ ଭଉଣୀମାନେ,

ଆପଣମାନେ ସମସ୍ତେ ଜାଣନ୍ତି, ମୁଁ ଗତକାଲି ବିଦେଶରୁ ଫେରିଛି। ଏହି ଗସ୍ତ ସମୟରେ ମୁଁ ବିଶ୍ୱର ପ୍ରମୁଖ ସମୃଦ୍ଧ ଦେଶର ନେତାମାନଙ୍କ ସହ କଥାବାର୍ତ୍ତା କରିଛି। ଭାରତର ଦ୍ରୁତ ପ୍ରଗତିରେ ସମସ୍ତ ନେତା ବହୁତ ପ୍ରଭାବିତ ହୋଇଛନ୍ତି। ସେମାନେ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୈତିକ ମହାଶକ୍ତି ହେବାକୁ ଯାଉଥିବା ଦେଖୁଛନ୍ତି ଏବଂ ବିହାର ନିଶ୍ଚିତ ଭାବରେ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ବିହାର ସମୃଦ୍ଧ ହେବ ଏବଂ ଦେଶର ସମୃଦ୍ଧିରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ।

 

|

ସାଥିମାନେ,

ମୋର ଏହି ବିଶ୍ୱାସର କାରଣ ହେଉଛି ବିହାରର ଆପଣମାନଙ୍କର ସମସ୍ତଙ୍କର ଶକ୍ତି। ଆପଣମାନେ ସମସ୍ତେ ମିଶି ବିହାରର ଜଙ୍ଗଲରାଜକୁ ନିଶ୍ଚିହ୍ନ କରିଦେଇଛନ୍ତି। ଆମର ଏଠାକାର ଯୁବକମାନେ 20 ବର୍ଷ ପୂର୍ବେ ବିହାରର ଦୁର୍ଦ୍ଦଶା କେବଳ ଉପାଖ୍ୟାନ ଏବଂ କାହାଣୀରେ ଶୁଣିଛନ୍ତି। ବିହାରର ଜଙ୍ଗଲ ରାଜ କ’ଣ କରିଥିଲା ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଯେଉଁ ବିହାର ଶହ ଶହ ବର୍ଷ ଧରି ଭାରତର ପ୍ରଗତିର ନେତୃତ୍ୱ ନେଉଥିଲା, ସେମାନଙ୍କୁ ରୁଗ୍‌ଣ ମାନସିକତାର ଶିକୁଳି ମଧ୍ୟରୁ ବାହାରିବାକୁ ବାଧ୍ୟ ହେବାକୁ ପଡିଥିଲା।

ସାଥିମାନେ,

ବିହାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ବଡ଼ କଥା ହେଉଛି ତାଙ୍କର ସ୍ଵାଭିମାନ । ମୋର ବିହାରୀ ଭାଇ ଓ ଭଉଣୀମାନେ ସବୁଠାରୁ କଠିନ ପରିସ୍ଥିତିରେ କାମ କରି ଦେଖାଇଥାନ୍ତି । ସେମାନେ କେବେ ନିଜର ସ୍ଵାଭିମାନ ସହିତ ସାଲିସ୍ କରନ୍ତି ନାହିଁ। ସେମାନଙ୍କର କୁଚିତ ଚିନ୍ତାଧାର ବିହାର ସ୍ୱାଭିମାନ ଆଘାତ ଦେଇଛି ।

ଏହି ଲୋକମାନେ ଏତେ ଲୁଟ କରିଥିଲେ ଯେ ଦାରିଦ୍ର୍ୟ ବିହାରର ଦୁର୍ଭାଗ୍ୟ ପାଲଟିଥିଲା। ଅନେକ ଆହ୍ୱାନକୁ ଅତିକ୍ରମ କରି, ନିତୀଶ ଜୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ବିହାରକୁ ବିକାଶର ପଥକୁ ଫେରାଇ ଆଣିଛନ୍ତି-

ମୁଁ ବିହାରର ଜନସାଧାରଣଙ୍କୁ ବିଶ୍ଵାସ ଦେବାକୁ ଆସିଛି, ମୁଁ ହୁଏତ ବହୁତ କିଛି କରିଛି, କରୁଛି, କରୁଥିବି, କିନ୍ତୁ ଏତିକିରେ ଶାନ୍ତ ହୋଇ ରୁପ ରହିବା ଲୋକ ମୋଦୀ ନୁହେଁ, ଏବେ ବହୁତ ହୋଇଗଲା, ବହୁତ କରିଲି ନା, ମୋତେ ବିହାର ପାଇଁ ଆହୁରି ବହୁତ କିଛି କରିବାକୁ ହେବ, ଆପଣଙ୍କ ପାଇଁ କରିବାକୁ ହେବ, ଏଠିକାର ଗାଁ-ଗାଁ ପାଇଁ କରିବାକୁ ହେବ, ଏଠିକାର ଘର-ଘର ପାଇଁ କରିବାକୁ ହେବ, ଏଠିକାର ଯୁବଗୋଷ୍ଠୀଙ୍କ ପାଇଁ କରିବାକୁ ହେବ । ଯଦି ମୁଁ କେବଳ ଗତ ୧୦-୧୧ବର୍ଷର କଥା କହିବି ତେବେ ଏହି ୧୦ ବର୍ଷରେ ବିହାରରେ ପାଖାପାଖି 55 ହଜାର କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ ହୋଇଛି, ଦେଢ଼ କୋଟିରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି, ଦେଢ଼ କୋଟିରୁ ଅଧିକ ଲୋକଙ୍କ ଘରକୁ ଜଳ ସଂଯୋଗ ଦିଆଯାଇଛି, 45 ହଜାରରୁ ଅଧିକ ସାଧାରଣ ସେବା କେନ୍ଦ୍ର ସ୍ଥାପନ କରାଯାଇଛି, ଆଜି ବିହାରର ଛୋଟ-ଛୋଟ ସହରରେ ନୂଆ-ନୂଆ ଷ୍ଟାର୍ଟଅପ୍ ଖୋଲୁଛି।

 

|

ସାଥିମାନେ,

ବିହାରର ପ୍ରଗତିର ଏହି ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି, ଏହାକୁ ବଢ଼ାଇବାକୁ ପଡ଼ିବ ଏବଂ ଏହି ସମୟରେ ବିହାରରେ ଯେଉଁମାନେ ଜଙ୍ଗଲରାଜ ଆଣିଥିଲେ, ସେମାନେ କୌଣସି ପ୍ରକାରେ ନିଜର ପୁରୁଣା କର୍ତ୍ତୃତ୍ଵର ପୁନରାବୃତ୍ତି କରିବାର ସୁଯୋଗ ଖୋଜୁଛନ୍ତି। ବିହାରର ଆର୍ଥିକ ସମ୍ବଳକୁ ଅକ୍ତିଆର କରିବା ପାଇଁ ସେମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି, ତେଣୁ ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଆପଣଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। ସମୃଦ୍ଧ ବିହାରର ଯାତ୍ରାରେ ଯେଉଁମାନେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତ ହୋଇ ବସିଛନ୍ତି ସେମାନଙ୍କୁ ବହୁ ଦୂରରେ ରଖିବାକୁ ପଡ଼ିବ।

ସାଥିମାନେ,

ଗରିବୀ ହଟାଓ ସ୍ଲୋଗାନ ଆମ ଦେଶ ଦଶନ୍ଧି ଦଶନ୍ଧି ଧରି ଶୁଣୁଛି, ଆପଣଙ୍କ ଦୁଇ-ଦୁଇ, ତିନି-ତିନି ପିଢ଼ି ଗରିବୀ ହଟାଓ ! ଗରିବୀ ହଟାଓ ! ପ୍ରତ୍ୟେକ ନିର୍ବାଚନରେ ସେମାନେ ଆସି ଭାଷଣ ଦେଉଥିଲେ। କିନ୍ତୁ ଯେତେବେଳେ ଆପଣ ଆମକୁ ସୁଯୋଗ ଦେଲେ, ଏନ୍ ଡିଏ କୁ ସୁଯୋଗ ଦେଲେ, ଏନଡିଏ. ସରକାର ଦେଖାଇଦେଇଛନ୍ତି ଯେ ଦାରିଦ୍ର୍ୟକୁ ମଧ୍ୟ ହ୍ରାସ କରାଯାଇପାରିବ। ଗତ ଦଶନ୍ଧି ମଧ୍ୟରେ, ରେକର୍ଡ ସଂଖ୍ୟକ 25 କୋଟି ଭାରତୀୟ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି। ବିଶ୍ୱ ବ୍ୟାଙ୍କ ଭଳି ବିଶ୍ୱର ପ୍ରସିଦ୍ଧ ଅନୁଷ୍ଠାନଗୁଡ଼ିକ ଭାରତର ଏହି ମହାନ ସଫଳତାକୁ ପ୍ରଶଂସା କରୁଛନ୍ତି। ଏବଂ ଭାରତ ଯେଉଁ ଚମତ୍କାର କରିଛି, ସେଥିରେ ବିହାରର ଆମର ନିତୀଶ ଜୀଙ୍କ ସରକାରଙ୍କର ବହୁତ ବଡ଼ ଯୋଗଦାନ ରହିଛି। ପୂର୍ବରୁ ବିହାରର ଅଧାରୁ ଅଧିକ ଜନସଂଖ୍ୟା, ବହୁତ ଅଧିକ ଗରିବ ଶ୍ରେଣୀରେ ଆସୁଥିଲେ। କିନ୍ତୁ ଗତ ଦଶନ୍ଧିରେ ବିହାରର ପାଖାପାଖି ସାଢ଼େ ଚାରି କୋଟି ବନ୍ଧୁ ନିଜକୁ ଦାରିଦ୍ର୍ୟରୁ ମୁକ୍ତ କରିଛନ୍ତି।

ସାଥିମାନେ,

ସ୍ୱାଧୀନତାର ଏତେ ଦଶନ୍ଧି ପରେ ମଧ୍ୟ କେତେ ଲୋକ ଗରିବ ଥିଲେ, ସ୍ଲୋଗାନ ଗୁଞ୍ଜରିତ ହେଉଥିଲା, ଦାରିଦ୍ର୍ୟ ବଢୁଥିଲା ଏବଂ ବିହାରର ଲୋକମାନଙ୍କ ପରିଶ୍ରମରେ କୌଣସି ଅଭାବ ନଥିଲା, ଦେଶବାସୀଙ୍କ ପରିଶ୍ରମରେ କୌଣସି ଅଭାବ ନ ଥିଲା। କାରଣ ସେମାନଙ୍କ ପାଇଁ ଆଗକୁ ବଢ଼ିବାର କୌଣସି ଉପାୟ ନ ଥିଲା। ଦୀର୍ଘ ସମୟ ଧରି କଂଗ୍ରେସ ଲାଇସେନ୍ସ ରାଜ ଦେଶକୁ ଗରିବ ରଖିଥିଲା ଏବଂ ଗରିବମାନଙ୍କୁ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଥିଲା। ଯେତେବେଳେ ସବୁକିଛି ପାଇଁ କୋଟା-ଅନୁମତି ସ୍ଥିର ହୋଇଥିଲା। କ୍ଷୁଦ୍ର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ଅନୁମତି ଆବଶ୍ୟକ ଥିଲା | କଂଗ୍ରେସ-ଆରଜେଡି ଶାସନ କାଳରେ ଗରିବଙ୍କୁ ଘର ମିଳୁନଥିଲା, ରାସନ ମିଳୁ ନ ଥିଲା, ମଧ୍ୟସ୍ଥିମାନେ ଖାଇ ଯାଉଥିଲେ, ଚିକିତ୍ସା ଗରିବଙ୍କ ହାତରୁ ବାହାରି ଯାଉଥିଲା, ଶିକ୍ଷା ଓ ଆୟ ପାଇଁ ସଂଘର୍ଷ ହେଉଥିଲା, କେବଳ ବିଜୁଳି ଓ ପାଣିର ସଂଯୋଗ ପାଇବା ପାଇଁ ଅଗଣିତ ଥର ସରକାରୀ କାର୍ଯ୍ୟାଳୟ ବୁଲିବାକୁ ପଡ଼ୁଥିଲା। ଗ୍ୟାସ ସଂଯୋଗ ପାଇଁ ସାଂସଦମାନଙ୍କ ସୁପାରିଶକୁ ଆବେଦନ କରିବାକୁ ପଡ଼ିଥିଲା। ଲାଞ୍ଚ ବିନା, ସୁପାରିଶ ବିନା ଚାକିରି ଉପଲବ୍ଧ ହେଉ ନ ଥିଲା। ଏବଂ ଏହାର ସବୁଠାରୁ ବଡ଼ ଶିକାର କିଏ ଥିଲେ, ଏହି ସାଥୀମାନଙ୍କ ମଧ୍ୟରୁ ଅଧିକାଂଶ, ଦଳିତ ସମାଜ, ମହାଦଳିତ ସମାଜ, ପଛୁଆ ସମାଜ, ଅତ୍ୟନ୍ତ ପଛୁଆ ସମାଜର ମୋର ଭାଇ ଓ ଭଉଣୀମାନେ ଏହାର ଶିକାର ହୋଇଥିଲେ। ସେମାନଙ୍କୁ ଦାରିଦ୍ର୍ୟ ଦୂରୀକରଣର ସ୍ୱପ୍ନ ଦେଖାଇ କେତେକ ପରିବାର ନିଜେ କୋଟିପତି - ଅରବପତି ହୋଇଥିଲେ।

 

|

ସାଥିମାନେ,

ଗତ 11 ବର୍ଷ ଧରି ଆମ ସରକାର, ଗରିବଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ ଅସୁବିଧାକୁ ଦୂର କରିବାରେ ଲାଗିଛନ୍ତି ଏବଂ ଆଗକୁ ମଧ୍ୟ ଏପରି ଜାରି ରଖିବେ, ଏତେ ପରିଶ୍ରମ କରୁଛନ୍ତି, ତେବେ ଆଜି ଏଭଳି ଭଲ ଫଳାଫଳ ଦେଖିବାକୁ ମିଳୁଛି। ଏବେ ଯେମିତି ଗରିବଙ୍କ ପାଇଁ ଘର ଅଛି, ଯେଉଁ ପରିବାରଗୁଡ଼ିକୁ ମୋତେ ଘରର ଚାବି ଦେବାର ସୁଯୋଗ ମିଳିଥିଲା, ସେମାନେ ଏତେ ଆଶୀର୍ବାଦ ଦେଉଥିଲେ, ସେମାନଙ୍କ ମୁହଁରେ ଏତେ ସନ୍ତୋଷ ଥିଲା, ସେମାନେ ଉଲ୍ଲସିତ ଥିଲେ।

ସାଥିମାନେ,

ବିଗତ ଦଶନ୍ଧିରେ ସାରା ଦେଶରେ ଚାରି କୋଟିରୁ ଅଧିକ ଗରିବ ଲୋକଙ୍କୁ ପକ୍କା ଘର ମିଳିଛି। ମୁଁ ଆପଣଙ୍କୁ ପଚାରିବି, ଆପଣ ଉତ୍ତର ଦେବେ କି? ଯଦି ମୁଁ ଏବେ କହୁଛି, , ଆପଣ ଉତ୍ତର ଦେବେ କି? ମୁଁ କେବଳ କହିଲି, ଚାରି କୋଟି ଲୋକଙ୍କୁ, ଅର୍ଥାତ ଚାରି କୋଟି ପରିବାରକୁ, ପକ୍କା ଘର, କେତେ ଲୋକଙ୍କୁ ? ଟିକିଏ ଜୋରରେ କୁହନ୍ତୁ, ଆପଣ କଳ୍ପନା କରନ୍ତୁ, ଚାରି କୋଟି ଲୋକଙ୍କୁ ପକ୍କା ଘର ମିଳିବା, କେବଳ ସେହି ଚାରି କାନ୍ଥ ନୁହେଁ, ସେହି ଘରଗୁଡ଼ିକରେ ଲୋକଙ୍କର କେତେ ସ୍ୱପ୍ନ ପୂରଣ ହେଉଛି, ସେହି ଘରେ ସଂକଳ୍ପ ବଢୁଛି। ଆଗାମୀ ସମୟରେ ଆହୁରି ତିନି କୋଟି ପକ୍କା ଘର ପ୍ରସ୍ତୁତ ହେବାକୁ ଯାଉଛି। ମୁଁ ପ୍ରଥମେ କହିଲି, ନା, ମୁଁ ସେବା କାର୍ଯ୍ୟରେ ଅଟକି ଯିବି ନାହିଁ। ଯେତିକି ହୋଇଛି, ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି, ତଥାପି ମୋଦି ଶାନ୍ତିରେ ଶୋଇବେ ନାହିଁ, ସେ ଦିନ-ରାତି କାମ ଜାରି ରଖିବେ, କାରଣ ଆପଣ ମୋ ପରିବାରର ଜଣେ ସଦସ୍ୟ ଏବଂ ମୋ ପରିବାରର ଜଣେ ବି ସଦସ୍ୟ ପଛରେ ରହିବେ ନାହିଁ, ଦୁଖି ରହିବେ ନାହିଁ, ଏହି ସ୍ଵପ୍ନ ନେଇ ମୁଁ ଚାଲୁଛି । ଏହାର ବହୁତ ଅଧିକ ଲାଭ ବିହାରର ମୋର ଗରିବ ଭାଇ ଓ ଭଉଣୀମାନେ ଏହି ସମସ୍ତ ଦଳିତ ଭାଇ ଓ ଭଉଣୀମାନେ, ମହାଦଳିତ୍ ଭାଇ ଓ ଭଉଣୀମାନେ, ପଛୁଆ ଭାଇ ଓ ଭଉଣୀମାନେ, ଅତ୍ୟନ୍ତ ପଛୁଆ ଭାଇ ଓ ଭଉଣୀମାନେ, ଏହି ସମସ୍ତ ଯେଉଁସବୁ ଯୋଜନା ମୁଁ ଚଳାଉଛି, ସେଥିରୁ ସର୍ବପ୍ରଥମେ ସେମାନଙ୍କୁ ଲାଭ ମିଳୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ବିହାରରେ 57 ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି। ଏଠାରେ ସିୱାନ ଜିଲ୍ଲାରେ ମଧ୍ୟ ଗରିବଙ୍କ ପାଇଁ ଏକ ଲକ୍ଷ ଦଶ ହଜାରରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି, ମୁଁ ଗୋଟିଏ ଜିଲ୍ଲା କଥା କହୁଛି ଏବଂ ଏହି କାର୍ଯ୍ୟ ନିରନ୍ତର ଜାରି ରହିଛି। ଆଜି ମଧ୍ୟ ବିହାରର 50 ହଜାରରୁ ଅଧିକ ପରିବାର ପାଇଁ ଘରଗୁଡ଼ିକର କିସ୍ତି ଜାରି କରାଯାଇଛି। ଏବଂ ଜାଣିଛନ୍ତି, ମୋ ପାଇଁ ଦ୍ୱିଗୁଣିତ ସୁଖର ଅର୍ଥ କ’ଣ? ଏହି ଘରଗୁଡ଼ିକ ଅଧିକାଂଶତଃ ମାଆ-ଭଉଣୀଙ୍କ ନାମରେ ରହିଛି, ମୋର ଯେଉଁ ଭଉଣୀ-ଝିଅମାନଙ୍କ ନାମରେ କେବେ କୌଣସି ସମ୍ପତ୍ତି ନ ଥିଲା, ସେମାନେ ଏବେ ନିଜ ଘରର ମାଲିକାଣୀ ହେଉଛନ୍ତି।

 

|

ସାଥିମାନେ,

ଆମ ସରକାର ବାସଗୃହ ସହିତ ମାଗଣା ରାସନ, ବିଜୁଳି, ପାଣିର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ବିଗତ ବର୍ଷଗୁଡ଼ିକରେ ସାରା ଦେଶରେ 12 କୋଟିରୁ ଅଧିକ ନୂତନ ପରିବାରକୁ ନଳ ଯୋଗେ ଜଳ ଯୋଗାଣ କରାଯାଇଛି। ଏଥିରେ ସିୱାନର ସାଢେ ଚାରି ଲକ୍ଷରୁ ଅଧିକ ପରିବାରକୁ ମଧ୍ୟ ପ୍ରଥମ ଥର ପାଇଁ ନଳ ଯୋଗେ ପାଣି ମିଳୁଛି। ଆମେ ଏହି ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛୁ ଯେ ଗାଁର ପ୍ରତ୍ୟେକ ଘରେ ଟ୍ୟାପ୍ ଥିବ, ସହରରେ ପିଇବା ପାଇଁ ପର୍ଯ୍ୟାପ୍ତ ପାଣି ଥିବ। ବର୍ଷ ବର୍ଷ ଧରି, ବିହାରର ଅନେକ ସହର ପାଇଁ ପାଣି ପାଇପଲାଇନ୍ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଆହୁରି ଡର୍ଜନ ଡର୍ଜନ ସହର ପାଇଁ ପାଇପଲାଇନ୍ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଜୀବନକୁ ଆହୁରି ଉନ୍ନତ କରିବ।

ଭାଇ ଓ ଭଉଣୀମାନେ,

ଆରଜେଡି-କଂଗ୍ରେସର କାର୍ଯ୍ୟ ସେମାନଙ୍କର କାର୍ଯ୍ୟଶୈଳୀ ବିହାର ବିରୋଧୀ, ନିବେଶ ବିରୋଧୀ। ଯେତେବେଳେ ବି ଏହି ଲୋକମାନେ ନିଜ ମୁହଁରୁ ବିକାଶ ବିଷୟରେ କଥା ହୁଅନ୍ତି, ସେତେବେଳେ ଲୋକମାନେ ଦୋକାନ-ବ୍ୟବସାୟ, ଉଦ୍ୟୋଗ-କାର୍ଯ୍ୟ, ସବୁକିଛିରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁ ଥିଲା| ତେଣୁ ସେ କେବେ ବି ବିହାରର ଯୁବପିଢ଼ିଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରି ନ ଥିଲେ। ଏହି ଲୋକମାନେ ଦୁର୍ବଳ ଭିତ୍ତିଭୂମି, ମାଫିଆ ରାଜ, ଗୁଣ୍ଡା ରାଜ ଏବଂ ଦୁର୍ନୀତିର ପୃଷ୍ଠପୋଷକ ରହିଛନ୍ତି।

 

|

ସାଥିମାନେ,

ଆଜି ବିହାରର ପ୍ରତିଭାବାନ ଯୁବକମାନେ ବାସ୍ତବ କ୍ଷେତ୍ରରେ ହେଉଥିବା କାର୍ଯ୍ୟକୁ ଦେଖୁଛନ୍ତି, ତାହାକୁ ପରଖୁଛନ୍ତି । ଏନଡ଼ିଏ କେମିତି ବିହାରକୁ ତିଆରି କରୁଛି, ତାହାର ଉଦାହରଣ ହେଉଛି ମଢୋରାର ରେଳ କାରଖାନାରୁ ପ୍ରଥମ ଇଂଞ୍ଜିନ, ଆଫ୍ରିକାକୁ ରପ୍ତାନୀ କରାଯାଉଛି। ଏହା ଆପଣଙ୍କ ପାଖକୁ ଯିବ, ସେଠିକାର ଗାଡିକୁ ଟାଣିବ । ଆପଣ କଳ୍ପନା କରନ୍ତୁ, ଆଫ୍ରିକାରେ ମଧ୍ୟ ବିହାରର ଜୟ-ଜୟକାର ହେବାକୁ ଯାଉଛି। ଏହି କାରଖାନା ସେହି ସାରଣ ଜିଲ୍ଲାରେ ନିର୍ମିତ ହୋଇଛି, ଯାହାକୁ ଶିକୁଳୀ ମଧ୍ୟରେ ଏବଂ ଆରଜେଡ଼ି ଲୋକମାନେ ପଛୁଆ ବୋଲି କହି ନିଜ ଅବସ୍ଥାରେ ଛାଡ଼ି ଦେଇଥିଲେ। ଆଜି ବିଶ୍ୱର ଉତ୍ପାଦନ ଏବଂ ରପ୍ତାନୀ ମାନଚିତ୍ରରେ ଏହି ଜିଲ୍ଲା ନିଜର ସ୍ଥାନ ସୃଷ୍ଟି କରିଛି। ବିହାରର ବିକାଶ ଇଞ୍ଜିନ୍ ଜଙ୍ଗଲ ରାଜ ଦ୍ୱାରା ବନ୍ଦ ହୋଇଯାଇଥିଲା, ଏବେ ବିହାରରେ ନିର୍ମିତ ଇଞ୍ଜିନ୍ ଆଫ୍ରିକାର ଟ୍ରେନ୍ ଚଳାଇବ। ଏହା ଅତ୍ୟନ୍ତ ଗର୍ବର ବିଷୟ, ମୁଁ ନିଶ୍ଚିତ ଯେ ବିହାର 'ମେଡ୍ ଇନ୍ ଇଣ୍ଡିଆ "ର ଏକ ବଡ଼ କେନ୍ଦ୍ର ହେବ। ଏଠାକାର ମଖାନା, ଏଠାକାର ଫଳ ଏବଂ ପନିପରିବା କେବଳ ବାହାରକୁ ଯିବ ନାହିଁ, ବରଂ ବିହାରର କାରଖାନାରେ ତିଆରି ସାମଗ୍ରୀ ମଧ୍ୟ ବିଶ୍ୱ ବଜାରରେ ପହଞ୍ଚିବ। ବିହାରର ଯୁବକମାନେ ଯେଉଁ ସାମଗ୍ରୀ ତିଆରି କରିବେ, ତାହା ଆତ୍ମନିର୍ଭରଶୀଳ ଭାରତକୁ ଶକ୍ତି ପ୍ରଦାନ କରିବ।

ସାଥିମାନେ,

ବିହାରରେ ଯେଉଁ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି, ତାହା ଏଥିପାଇଁ ବହୁତ ଉପଯୋଗୀ ହେବ। ଆଜି ବିହାରରେ ସଡ଼କ, ରେଳ, ବିମାନ ଯାତ୍ରା ଏବଂ ଜଳପଥ ଭଳି ପ୍ରତ୍ୟେକ ପ୍ରକାରର ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ ନିବେଶ କରାଯାଉଛି। ବିହାରକୁ କ୍ରମାଗତ ଭାବେ ନୂଆ ନୂଆ ଟ୍ରେନ୍ ମିଳୁଛି। ଏଠାରେ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଚଳାଚଳ କରୁଛି। ଆଜି ଆମେ ଆଉ ଏକ ବଡ଼ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛୁ। ଶ୍ରାବଣ ଆରମ୍ଭ ହେବା ପୂର୍ବରୁ ଆଜି ବାବା ହରିହରନାଥଙ୍କ ଭୂମିକୁ ବାବା ଗୋରଖନାଥଙ୍କ ଭୂମି ସହିତ ବନ୍ଦେ ଭାରତ ଟ୍ରେନ୍ ଦ୍ୱାରା ଯୋଡ଼ାଯାଇଛି। ପାଟନାରୁ ଗୋରଖପୁର ପର୍ଯ୍ୟନ୍ତ ନୂଆ ବନ୍ଦେ ଭାରତ ଟ୍ରେନ୍ ପୂର୍ବାଞ୍ଚଳର ଶିବ ଭକ୍ତମାନଙ୍କ ପାଇଁ ଏକ ନୂଆ ଯାତ୍ରା। ଏହି ଟ୍ରେନ୍ ଭଗବାନ ବୁଦ୍ଧଙ୍କ ତପୋଭୂମିକୁ ତାଙ୍କ ମହାପରିନିର୍ବାଣ ଭୂମି କୁଶୀନଗର ସହିତ ସଂଯୋଗ କରିବାର ମଧ୍ୟ ଏକ ମାଧ୍ୟମ ଅଟେ।

 

|

ସାଥିମାନେ,

ଏଭଳି ପ୍ରୟାସ ଦ୍ୱାରା ବିହାରର ଉଦ୍ୟୋଗ-ଜଗତକୁ କେବଳ ପ୍ରୋତ୍ସାହନ ମିଳିବ ନାହିଁ, ବରଂ ପର୍ଯ୍ୟଟନକୁ ମଧ୍ୟ ସର୍ବାଧିକ ଲାଭ ମିଳିବ। ଏହାଦ୍ୱାରା ବିହାର ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ଦୃଶ୍ୟମାନ ହେବ। ଅର୍ଥାତ୍ ବିହାରର ଯୁବକମାନଙ୍କ ପାଇଁ ଅସଂଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି।

ସାଥିମାନେ,

ଆମ ସମ୍ବିଧାନର ଭାବନା ଯେ ସମସ୍ତଙ୍କୁ ଦେଶରେ ଆଗକୁ ବଢ଼ିବାର ସୁଯୋଗ ମିଳିବା ଉଚିତ ଏବଂ କାହା ପ୍ରତି ଭେଦଭାବ ରହିବା ଉଚିତ ନୁହେଁ। ଆମେ ମଧ୍ୟ ସେହି ଭାବନାରେ କହୁଛୁ-'ସବକା ସାଥ, ସବକା ବିକାଶ।' କିନ୍ତୁ ଏହି ରୁଗଣ ମାନସିକତାରେ ପରିପୂର୍ଣ୍ଣ ଥିବା ଲୋକ କୁହନ୍ତି- ସବକା କା ସାଥ୍, ସବକା ବିକାଶ। ସେ କୁହନ୍ତି- ପରିବାରକା ସାଥ, ପରିବାରକା ବିକାଶ। ଏହା ହେଉଛି ସେମାନଙ୍କର ରାଜନୀତିର ସମଷ୍ଟି। ନିଜ ନିଜ ପରିବାରର ଲାଭ ପାଇଁ, ସେମାନେ ଦେଶ ତଥା ବିହାରର କୋଟି କୋଟି ପରିବାରକୁ କ୍ଷତି ପହଞ୍ଚାଇବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ବାବା ସାହେବ ଆମ୍ବେଦକର ନିଜେ ଏଭଳି ରାଜନୀତିକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଥିଲେ। ସେଥିପାଇଁ ଏହି ଲୋକମାନେ ବାବାସାହେବଙ୍କୁ ପର୍ଯ୍ୟାୟକ୍ରମେ ଅପମାନ କରୁଥିଲେ । ଏବେ ସାରା ଦେଶ ଦେଖୁଛି, ଆରଜେଡ଼ିର ଲୋକମାନେ ବାବା ସାହେବଙ୍କ ଛବିକୁ କିଭଳି ବ୍ୟବହାର କରୁଛନ୍ତି। ମୁଁ ଦେଖୁଥିଲି, ବିହାରରେ ବାବା ସାହେବଙ୍କୁ ଅପମାନିତ କରିଥିବାରୁ କ୍ଷମା ମାଗୁଥିବା ପୋଷ୍ଟର ଅଛି, କିନ୍ତୁ ମୁଁ ଜାଣେ, ଏହି ଲୋକମାନେ କେବେ କ୍ଷମା ମାଗିବେ ନାହିଁ, କାରଣ ଏହି ଲୋକମାନେ ଦଳିତ, ମହାଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ ପ୍ରତି କୌଣସି ସମ୍ମାନ ରଖନ୍ତି ନାହିଁ। ଆରଜେଡ଼ି ଏବଂ କଂଗ୍ରେସ ବାବା ସାହେବ ଆମ୍ବେଦକରଙ୍କ ପ୍ରତିକୃତି ନିଜ ପାଦରେ ତଳେ ରଖନ୍ତି, ଯେତେବେଳେ ମୋଦୀ ବାବା ସାହେବ ଆମ୍ବେଦକରଙ୍କୁ ନିଜ ହୃଦୟରେ ଧାରଣ କରିଥାନ୍ତି। ବାବା ସାହେବଙ୍କୁ ଅପମାନିତ କରି ଏହି ଲୋକମାନେ ନିଜକୁ ବାବାସାହେବଙ୍କ ଠାରୁ ବଡ଼ ଦେଖାଇବା ପାଇଁ ଚାହୁଁଛନ୍ତି। ବିହାରର ଲୋକମାନେ ବାବାସାହେବଙ୍କ ପ୍ରତି ଏହି ଅପମାନକୁ କେବେବି ଭୁଲିବେ ନାହିଁ।

ସାଥିମାନେ,

ବିହାରର ଦ୍ରୁତ ପ୍ରଗତି ପାଇଁ ଯେଉଁ ଲଞ୍ଚିଙ୍ଗ ପ୍ୟାଡର ଆବଶ୍ୟକତା ରହିଛି, ତାହା ନିତିଶ ଜୀଙ୍କ ପ୍ରୟାସ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏବେ ଏନଡ଼ିଏ ସହିତ ମିଶି ବିହାରକୁ ପ୍ରଗତିର ନୂତନ ଶିଖର ଛୁଇଁବାକୁ ପଡ଼ିବ। ବିହାରର ଯୁବକମାନଙ୍କ ଉପରେ ମୋର ବିଶ୍ୱାସ ରହିଛି। ଏହି ବିଶ୍ୱାସ ସହିତ ଯେ ଆମେ ଏକାଠି ହୋଇ ବିହାରର ପ୍ରାଚୀନ ଗୌରବକୁ ପୁନରୁଦ୍ଧାର କରିବୁ, ବିହାରକୁ ବିକଶିତ ଭାରତର ଏକ ଶକ୍ତିଶାଳୀ ଇଞ୍ଜିନରେ ପରିଣତ କରିବୁ, ଆପଣ ସମସ୍ତଙ୍କୁ ବିକାଶ କାର୍ଯ୍ୟ ପାଇଁ ପୁଣି ଥରେ ଅନେକ-ଅନେକ ଶୁଭେଚ୍ଛା। ମୋ ସହିତ ଆପଣଙ୍କର ଉଭୟ ମୁଠି ବନ୍ଦ କରନ୍ତୁ ଏବଂ ହାତ ଉପରକୁ ଉଠାଇ କୁହନ୍ତୁ, ଭାରତ ମାତା କି ଜୟ! ଯେଉଁମାନଙ୍କ ନିକଟରେ ତ୍ରିରଙ୍ଗା ଥିବ, ସେମାନେ ତ୍ରିରଙ୍ଗା ଉଡାଇବେ।

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ବହୁତ-ବହୁତ ଧନ୍ୟବାଦ!

 

|
  • ram Sagar pandey August 26, 2025

    🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹जय श्रीकृष्णा राधे राधे 🌹🙏🏻🌹जय माँ विन्ध्यवासिनी👏🌹💐🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹🌹🌹🙏🙏🌹🌹🌹🌹🙏🙏🌹🌹🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹
  • Mayur Deep Phukan August 13, 2025

    🙏
  • Jitendra Kumar August 12, 2025

    356
  • Virudthan August 11, 2025

    🌹🌹🌹🌹மோடி அரசு ஆட்சி🌹🌹🌹💢🌹 🌺💢🌺💢இந்தியா வளர்ச்சி🌺💢🌺💢🌺💢🌺💢மக்கள் மகிழ்ச்சி😊 🌺💢🌺💢🌺💢
  • Chandrabhushan Mishra Sonbhadra August 03, 2025

    🚩🚩
  • Chandrabhushan Mishra Sonbhadra August 03, 2025

    🚩
  • Dr Abhijit Sarkar August 02, 2025

    Modiji jindabad
  • Snehashish Das August 01, 2025

    Bharat Mata ki Jai, Jai Hanuman, BJP jindabad,Narendra Modi jindabad.
  • PRIYANKA JINDAL Panipat Haryana July 25, 2025

    Jai Hind Jai Bharat Jai Modi Ji 🙏
  • Hardik July 14, 2025

    🇮🇳
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India ready for investment turnaround

Media Coverage

India ready for investment turnaround
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s speech during the launch of development works in Banswara, Rajasthan
September 25, 2025
QuoteOur Government is turning the clean energy mission into a people's movement: PM
QuoteWe are working with a spirit of service for the welfare of all sections of society: PM
QuoteIt is our commitment to ensure that tribal communities live with dignity and self-respect: PM

मां त्रिपुर सुंदरी की जय, बेणेश्वर धाम की जय, मानगढ़ धाम की जय, आप सभी को जय गुरु! राम-राम! राज्यपाल श्रीमान हरिभाऊ बागडे जी, यहां के लोकप्रिय मुख्यमंत्री श्री भजनलाल शर्मा जी, पूर्व मुख्यमंत्री बहन वसुंधरा राजे जी, मंत्रिमंडल में मेरे सहयोगी प्रह्लाद जोशी जी, जोधपुर से हमारे साथ जुड़ रहे भाई गजेंद्र सिंह शेखावत जी, अश्विनी वैष्णव जी, बीकानेर से हमारे साथ जुड़ रहे श्रीमान अर्जुन राम मेघवाल जी, यहां उपस्थित उप मुख्यमंत्री प्रेम चंद बैरवा जी, दिया कुमारी जी, भाजपा के प्रदेश अध्यक्ष श्रीमान मदन राठौड़ जी, राजस्थान सरकार के मंत्रिगण, अन्‍य सभी महानुभाव, भाइयों और बहनों,

आज नवरात्रि के चौथे दिन मुझे बांसवाड़ा में मां त्रिपुर सुंदरी की धरती पर आने का सौभाग्य मिला है। मुझे कांठल और वागड़ की गंगा मानी जाने वाली माही मां के भी दर्शन हुए। माही का पानी हमारे आदिवासी भाई-बहनों के संघर्ष और उनकी जीवटता का भी प्रतीक है। महानायक गोविंद गुरु जी के प्रेरणादायी नेतृत्व ने जो अलख जगाई, माही का पवित्र जल, उस महागाथा का साक्षी है। मैं मां त्रिपुर सुंदरी और मां माही को श्रद्धापूर्वक नमन करता हूं।

साथियों,

साधना और शौर्य की इस धरती से मैं महाराणा प्रताप, राजा बांसिया भील उनको श्रद्धापूर्वक, उनका पुण्य स्मरण करता हूँ और उन्हें नमन करता हूं।

|

साथियों,

नवरात्रि में हम शक्ति के नौ स्‍वरूपों की पूजा करते हैं और आज यहां ऊर्जा शक्ति यानी बिजली उत्पादन से जुड़ा इतना बड़ा आयोजन हो रहा है। राजस्थान की धरती से आज बिजली क्षेत्र में भारत के सामर्थ्य का एक नया अध्याय लिखा जा रहा है। आज राजस्‍थान, मध्‍य प्रदेश, आंध्र प्रदेश, कर्नाटक और महाराष्ट्र में 90 हजार करोड़ रुपये से ज्यादा के बिजली प्रोजेक्‍ट्स शुरू हुए हैं। 90 हजार करोड़ रुपये से ज्यादा के प्रोजेक्‍ट्स एक साथ शुरू होना, यह दिखाता है कि देश आज बिजली की रफ्तार से आगे बढ़ रहा है और इस रफ्तार में देश के सभी हिस्से शामिल हैं। हर राज्‍य को प्राथमिकता दी जा रही है। यहां राजस्थान में भी क्‍लीन एनर्जी प्रोजेक्ट और ट्रांसमिशन लाइन की आधारशिला रखी गयी है। बांसवाड़ा में राजस्थान एटोमिक पावर प्रोजेक्ट का शिलान्यास हुआ है। यहां सोलर एनर्जी प्रोजेक्ट का उद्घाटन भी हुआ है यानी सोलर ऊर्जा से लेकर परमाणु ऊर्जा तक देश अपनी बिजली उत्पादन क्षमता को नई ऊँचाई तक लेकर जा रहा है।

साथियों,

आज तकनीक और उद्योगों के जमाने में विकास की गाड़ी बिजली से ही दौड़ती है। बिजली है, तो उजाला है! बिजली है, तो गति है! बिजली है, तो प्रगति है! बिजली है, तो दूरियां मिटती हैं! और बिजली है, तो दुनिया हमारे पास है।

लेकिन मेरे भाइयों और बहनों,

हमारे देश में कांग्रेस की सरकार ने बिजली के महत्व पर ध्यान ही नहीं दिया। जब 2014 में आपने मुझे सेवा का अवसर दिया और जब मैंने दायित्व संभाला, तो देश के ढाई करोड़ घर ऐसे थे, जहां बिजली का कनेक्शन नहीं था। आज़ादी के 70 साल बाद भी देश के 18 हजार गांवों में बिजली का खंभा तक नहीं लगा था। देश के बड़े-बड़े शहरों में घंटों-घंटों की बिजली कटौती होती थी। गांवों में तो 4-5 घंटे बिजली आ जाए तो बड़ी बात होती थी। और उस समय लोग चुटकुला सुनाते थे कि हमारे यहां बिजली जाती है, यह न्‍यूज नहीं है, लोग कहते थे कि बिजली आयी, वो न्‍यूज होता था। लोग एक-दूसरे को बधाई देते थे कि आज एक घंटा बिजली आयी थी, वो हाल थे और बिजली नहीं थी, तो फ़ैक्टरियां भी नहीं चल पाती थीं। नए उद्योग नहीं लग पाते थे। राजस्थान समेत पूरे देश में यही हालत थी।

|

भाइयों-बहनों,

2014 में हमारी सरकार ने इन हालातों को बदलने का संकल्प लिया। हमने देश के हर गाँव तक बिजली पहुंचाई। हमने ढाई करोड़ घरों को मुफ्त बिजली कनेक्शन दिया। और, जहां-जहां बिजली के तार पहुंचें, वहाँ बिजली भी पहुंची, वहाँ लोगों की जिंदगी आसान हुई, वहां नए-नए उद्योग पहुँचें।

साथियों,

21वीं सदी में जिस देश को तेज गति से विकास करना है, उसे अपने यहां बिजली उत्पादन बढ़ाना ही होगा। और इसमें भी सबसे सफल वही देश होंगे जो स्वच्छ ऊर्जा यानी क्लीन एनर्जी में आगे रहेंगे। इसलिए हमारी सरकार स्वच्छ ऊर्जा के अभियान को एक जन-आंदोलन बनाकर काम कर रही है। हमने पीएम सूर्यघर मुफ्त बिजली योजना शुरू की। आज इस योजना के तहत शहरों और गांवों में छतों पर सोलर पैनल लग रहे हैं। हमारे किसानों को सस्ती बिजली मिले, इसके लिए पीएम-कुसुम योजना के तहत खेतों में भी सोलर पंप लगाए जा रहे हैं। आज इस दिशा में कई राज्यों में सोलर प्रोजेक्ट्स का उद्घाटन हुआ है। इन प्रोजेक्ट्स से लाखों किसानों को सीधा लाभ मिलेगा। यानी, घर में मुफ्त बिजली के लिए पीएम-सूर्यघर मुफ्त बिजली योजना और खेतों में मुफ्त बिजली के लिए पीएम-कुसुम योजना, अभी मैं कुछ देर पहले पीएम कुसुम योजना के कई मेरे किसान भाई-बहनों से, जो इनके लाभार्थी हैं, उनसे बात कर रहा था, मैं महाराष्‍ट्र के भी किसान भाई-बहनों से बात कर रहा था और वो अपने जो अनुभव बता रहे थे, वो बहुत ही उत्‍साहवर्धक थे, सौर ऊर्जा से मुफ्त बिजली, उनके लिए बहुत बड़ा वरदान साबित हो रहा है।

साथियों,

आज भारत विकसित होने के लिए तेज गति से काम कर रहा है और इसमें राजस्थान की भी बड़ी भूमिका है। आज यहां राजस्थान के लोगों के लिए 30 हजार करोड़ रुपए की अन्य परियोजनाओं को भी शुरू किया गया है। पानी-बिजली-सेहत, इससे जुड़ी इन परियोजनाओं को उससे आप लोगों की सुविधाएं बढ़ेंगी। मैंने अभी वंदेभारत समेत तीन नई ट्रेनों को हरी झंडी भी दिखाई है। इस समय देश में रोजगार के नए अवसर पैदा करने का भी बड़ा अभियान चल रहा है, उसी कड़ी में आज राजस्थान के 15 हज़ार युवाओं को सरकारी नौकरियों के नियुक्ति पत्र भी मिले हैं। मैं इन सभी युवाओं को जीवन की इस नई यात्रा की शुभकामनाएं देता हूं। मैं राजस्थान के लोगों को विकास की इन परियोजनाओं के लिए भी बधाई देता हूँ।

|

साथियों

मुझे खुशी है कि आज राजस्थान की भाजपा सरकार, राज्य के विकास में पूरी ईमानदारी से जुटी है। कांग्रेस ने राजस्थान को लूटकर जो जख्म दिए, उसे भरने का काम हमारी सरकार कर रही है। कांग्रेस सरकार में राजस्थान पेपर-लीक का सेंटर बन गया था। जल जीवन मिशन को भी कांग्रेस ने भ्रष्टाचार की भेंट चढ़ा दिया था। महिलाओं पर अत्याचार चरम पर था, बलात्कारियों को संरक्षण दिया जा रहा था। काँग्रेस राज में बांसवाड़ा, डूंगरपुर, प्रतापगढ़ जैसे क्षेत्रों में अपराध और अवैध शराब का कारोबार खूब पनपा। लेकिन जब यहां आपने भाजपा को मौका दिया, तो हमने कानून व्यवस्था को मजबूत किया, योजनाओं में तेजी लाए। हम यहाँ बड़े-बड़े प्रोजेक्ट्स लगा रहे हैं। आज राजस्थान में हाइवेज, एक्सप्रेसवेज का नेटवर्क बिछाया जा रहा है। आज भाजपा सरकार राजस्थान को, दक्षिण राजस्थान को तेज विकास की राह पर आगे बढ़ा रही है।

साथियों,

आज पंडित दीनदयाल उपाध्याय जी की जन्म जयंती है। उन्होंने हमें अंत्योदय का सिद्धांत दिया था। अंत्योदय यानी, समाज के आखिरी पायदान पर खड़े व्यक्ति का उत्थान! उनका ये विज़न आज हमारा मिशन बन चुका है। आज हम बहुत सेवा भाव से गरीब, दलित, पिछड़े, आदिवासी, सभी के हित में काम कर रहे हैं। सबका साथ, सबका विकास, इसी मंत्र को लेकर के चल रहे हैं।

|

साथियों,

कांग्रेस ने आदिवासी समाज को हमेशा नजर अंदाज किया, उनकी जरूरतों को कभी समझा ही नहीं। ये भाजपा सरकार है, जिसने आदिवासी कल्याण को प्राथमिकता देते हुए अलग मंत्रालय बनाया। जब अटल जी की सरकार आयी, तब पहली बार आदिवासी मंत्रालय बना। उसके पहले इतनी दशक चले गए, इतने बड़े महान नेता पैदा हो गए, लेकिन आदिवासियों के लिए एक अलग मंत्रालय नहीं बना, यह भाजपा सरकार आई, जब अटल जी आए, तब बना। काँग्रेस के दौर में कोई कल्पना भी नहीं कर सकता था कि आदिवासी अंचल में इतने बड़े प्रोजेक्ट्स आएंगे! आज भाजपा सरकार में वो सब कुछ संभव है। अभी हमने मध्य प्रदेश के धार में एक बहुत बड़ा PM मित्र पार्क शुरू किया है और यह भी आदिवासी क्षेत्र है। इससे आदिवासी किसानों को, कपास उत्‍पादक किसानों को बहुत बड़ा लाभ होने वाला है।

साथियों,

भाजपा के प्रयासों से ही आज गरीब आदिवासी परिवार की बेटी आदरणीय द्रौपदी मुर्मू जी, देश की राष्ट्रपति बनी हैं और राष्ट्रपति जी ने ही आदिवासियों में भी अति पिछड़े आदिवासी समाज का विषय उठाया था। उनकी प्रेरणा से ही हमने पीएम जनमन योजना शुरू की है। इसके तहत आदिवासियों में भी अति पिछड़े समाज को प्राथमिकता दी जा रही है। आज धरती आबा जनजातीय ग्राम उत्कर्ष अभियान के तहत जनजातीय गांवों को आधुनिक बनाया जा रहा है, भगवान बिरसा मुंडा को लोग धरती आबा के रूप में भी जानते हैं। इसका लाभ 5 करोड़ से ज्यादा आदिवासियों तक पहुँचेगा। आज देश में सैकड़ों एकलव्य मॉडल आदिवासी विद्यालय खोले जा रहे हैं। हमने वनवासियों और अनुसूचित जनजातियों के वन अधिकारों को भी मान्यता दी।

|

साथियों,

आप ये भी जानते हैं, हमारे आदिवासी भाई-बहन हजारों वर्षों से जंगल के संसाधनों का इस्तेमाल करते आए हैं। ये वन संसाधन उनकी प्रगति का जरिया बनें, इसके लिए हमने वनधन योजना शुरू की। वन उपज की चीजों पर हमने MSP को बढ़ाया। हमने जनजातीय समाज के उत्पादों को बाजार से जोड़ा। इसका परिणाम है, आज देश में वन उपज में रिकॉर्ड वृद्धि हुई है।

साथियों,

आदिवासी समाज को स्वाभिमान से जीवन जीने का अवसर मिले, ये हमारी प्रतिबद्धता है। उनकी आस्था, उनके आत्मसम्मान और उनकी संस्कृति की रक्षा करना, यह हमारा संकल्प है।

|

साथियों,

जब देश के सामान्य मानवी का जीवन आसान होता है, तो वो खुद आगे बढ़कर देश की प्रगति का नेतृत्व करता है। आप लोगों को याद होगा, आज से 11 साल पहले, कांग्रेस के समय हालात इतने खराब थे, और खराब क्यों थे? क्योंकि, कांग्रेस सरकार देशवासियों के ही शोषण में लगी थी, कांग्रेस सरकार देश के लोगों को ही लूट रही थी। कांग्रेस के समय में टैक्स और महंगाई, दोनों आसमान पर थी, आपने जब मोदी को आशीर्वाद दिया, तो हमारी सरकार ने कांग्रेस की लूट को बंद किया।

साथियों,

ये आजकल बहुत मुझ पर गुस्से में रहते हैं न, इसका कारण भी यही है।

|

साथियों,

2017 में हमने GST लागू करके देश को टैक्स और टोल के जंजाल से मुक्ति दिलाई थी। अभी नवरात्रि के पहले दिन से फिर GST में बहुत बड़ा सुधार किया गया है। इसका नतीजा ये हुआ है कि आज पूरा भारत GST बचत उत्सव मना रहा है। हर रोज इस्तेमाल की जाने वाली ज़्यादातर चीजें सस्ती हो गईं हैं। यहां इतनी बड़ी संख्या में माताएं-बहने आई हैं और जब मैं अभी जीप में आ रहा था, सब माताएं-बहनें आशीर्वाद दे रही थीं, घर में माताओं बहनों के लिए रसोई का खर्च कम हो गया है।

साथियों,

साल 2014 से पहले अगर आप साबुन, शैंपू, टूथपेस्ट, टूथ पाउडर, ऐसे रोजमर्रा के सामान पर अगर आप सौ रुपए की चीज खरीदते थे, तब ये सौ रुपए का सामान आपको 131 रुपए का पड़ता था, सामान सौ का और देना पड़ता था 131 रुपया और 2014 के पहले की बात कर रहा हूं, जो आजकल बयान बहादुर भांति-भांति के झूठ फैला रहे हैं न, यानी कांग्रेस सरकार 100 रुपए की खरीद पर 31 रुपए टैक्स लेती थी। 2017 में जब पहली बार हमने GST लागू किया, तो यही सौ रुपए का सामान सिर्फ 18 रुपए बढ़े और 118 रुपए में आने लगा। यानि कांग्रेस सरकार से भाजपा सरकार आते-आते सौ रुपए पर 13 रुपए की बचत हुई। अब 22 सितंबर को हमने दोबारा GST में रिफॉर्म किया, GST रिफॉर्म के बाद जो 2014 के पहले सौ रुपये का 131 रुपया देना पड़ता था, अब सौ रुपये में सिर्फ 5 रुपया टैक्स लगता है, सिर्फ 105 रुपया देना पड़ता है। कहां 31 रुपया और कहां 5 रुपया। यानी कांग्रेस के जमाने की तुलना में आज आपको सौ रुपये की खरीदारी पर 26 रुपये की बचत हो रही है। माताएं-बहनें तो महीने के बजट का पूरा हिसाब रखती हैं। इस हिसाब से तो हर महीने अब आपको सैकड़ों रुपए की बचत होने वाली है।

|

साथियों,

जूते-चप्पल तो सबकी जरूरत होते हैं। कांग्रेस के राज में अगर आपको पांच सौ रुपए का जूता खरीदना होता था, तो वो 575 रुपए का आता था। यानि 500 का जूता और बिल आता था 575, यानि कांग्रेस 500 रुपये के जूते पर 75 रुपए का टैक्स आपसे वसूलती थी। हमने GST लागू किया, तो टैक्स 15 रुपए कम हो गया। अब नए GST के बाद, आपको इसी जूते पर 50 रुपए कम देना पड़ेगा। पहले 500 से ऊपर के जूतों पर और भी ज्यादा टैक्स लगता था। हमने वो 500 वाला स्‍लैब भी हटा दिया। अब हमने जो 500 तक का स्‍लैब था, उसको हटाकर के 2500 रुपए तक के जूते, उसका टैक्स भी कम कर दिया।

साथियों,

एक सामान्य परिवार का सपना होता है कि उसके पास एक स्कूटर या मोटरसाइकिल हो। कांग्रेस राज में ये भी पहुंच से बाहर था। कांग्रेस, साठ हज़ार की बाइक पर अगर एक बाइक आप खरीदते हैं 60 हजार रुपए में, तो 19 हजार रुपए से अधिक टैक्स लेती थी, बताइए। 60 हजार के रुपए के सामने 19 हजार से ज्‍यादा टैक्‍स, 2017 में हम GST लाए तो ये टैक्स दो ढाई हजार रुपए कम किया और अब 22 सितंबर को जो दरें लागू की, उसके बाद अब साठ हजार की बाइक पर सिर्फ 10 हज़ार रुपए टैक्स हम ले आए नीचे, यानी 2014 की तुलना में करीब 9 हजार रुपए का फायदा हुआ।

|

साथियों,

कांग्रेस के राज में, अपना घर बनाना भी बहुत महंगा था। तीन सौ रुपए के सीमेंट के बैग पर कांग्रेस सरकार नब्बे रुपए से अधिक टैक्स लेती थी। 2017 में GST आने के बाद ये करीब दस रुपए कम हुआ और अब जब दोबारा हम रिफॉर्म करके जीएसटी लाए, तो 22 सितंबर के बाद सीमेंट के उसी बैग पर करीब पच्चास रुपए ही GST लग रही है। यानि सीमेंट के हर बैग पर भी 2014 की तुलना में आज चालीस रुपए की बचत हो रही है। यानि कांग्रेस राज में जहां लूट ही लूट थी, वहीं आज भाजपा की सरकार में बचत ही बचत है। और तभी तो देश जीएसटी बचत उत्सव मना रहा है और जीएसटी बचत उत्‍सव को पूरे देश में मनाया जा रहा है।

लेकिन भाइयों और बहनों,

ये GST बचत उत्सव तो चल रहा है, लेकिन हमारा एक और लक्ष्य है- आत्मनिर्भर भारत का, हम किसी और पर निर्भर न रहे, ये अब बहुत आवश्यक है और उसका रास्ता जाता है स्वदेशी के मंत्र से और इसलिए हमें स्वदेशी के मंत्र को भूलना नहीं है। मैं आप सबसे आग्रह करूंगा और राजस्थान में और देश के कोने-कोने में जो लोग मुझे सुन रहे हैं, उन सबसे भी आग्रह करूंगा, खासकर के मेरे दुकानदार व्यापारियों से आग्रह करूंगा, हम जो बेचेंगे, वो स्वदेशी ही बेचेंगे और मैं देशवासियों से आग्रह करूंगा, हम जो खरीदेंगे, वो भी स्वदेशी ही खरीदेंगे। हम दुकानदार को पूछेंगे, बताओ भाई ये स्वदेशी है कि नहीं है और मेरी तो स्वदेशी की व्याख्या बहुत सिंपल है, कंपनी दुनिया के किसी भी देश की क्यों न हो, ब्रांड दुनिया के किसी भी देश की क्यों न हो, लेकिन वो हिंदुस्तान में बनने वाला होना चाहिए, हिंदुस्तान के मेरे नौजवानों की मेहनत से बना हुआ होना चाहिए, मेरे देश के लोगों के पसीने की उसमें महक हो, उसमें मेरे देश की मिट्टी की महक हो, मेरे लिए वो सब स्वदेशी है। और इसलिए मैं सभी व्यापारियों को कहता हूं, दुकान पर एक बोर्ड लगाइए, गर्व से कहो- ये स्वदेशी है। जब आप स्वदेशी खरीदते हैं, तो वो पैसा देश के ही किसी कारीगर, कामगार और व्यापारी के पास जाता है। वो पैसा देश के बाहर न जाकर, देश के विकास में लगता है। उससे नए हाइवे बनते हैं, नई सड़कें बनती हैं, स्‍कूल बनते हैं, अस्‍पताल बनते हैं, गरीबों के लिए घर बनते हैं। और इसलिए साथियों, हमें स्वदेशी को अपना स्वाभिमान बनाना है। मैं चाहूँगा, त्योहारों के इस मौसम में आप सब स्वदेशी ही खरीदने का संकल्प लें। इसी संकल्प के साथ मैं एक बार फिर विकास और रोजगार से जुड़ी ढेर सारी परियोजनाओं के लिए आप सबको बहुत-बहुत बधाई देता हूं। बहुत-बहुत धन्यवाद! मेरे साथ पूरी ताकत से बोलिए, भारत माता की जय! दोनों हाथ ऊपर करके मां भारती का जय-जयकार करें। भारत माता की जय! भारत माता की जय! भारत माता की जय! बहुत-बहुत धन्यवाद!