‘‘୮୫୦୦ ଜନ ଔଷଧି କେନ୍ଦ୍ର କେବଳ ସରକାରୀ କେନ୍ଦ୍ର ନୁହେଁ, ବରଂ ଦ୍ରୁତ ଗତିରେ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ସ୍ଥାନରେ ପରିଣତ ହେଉଛନ୍ତି’’
‘‘କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି’’
‘‘ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍‌ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ’’

ନମସ୍କାର!

ମୋତେ ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଅନେକ ଲୋକଙ୍କ ସହ କଥା ହେବାର ସୁଯୋଗ ମିଳିଲା, ବହୁତ ସନ୍ତୋଷ ଅନୁଭବ କଲି । ସରକାରଙ୍କ ପ୍ରୟାସର ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଯେଉଁ ଲୋକମାନେ ଏହି ଅଭିଯାନରେ ନିୟୋଜିତ ରହିଛନ୍ତି, ମୁଁ ସେମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଆପଣମାନଙ୍କ ମଧ୍ୟରୁ କେତେ ଜଣ ବନ୍ଧୁମାନଙ୍କୁ ସମ୍ମାନିତ କରିବା ଲାଗି ଆଜି ସରକାରଙ୍କୁ ସୌଭାଗ୍ୟ ମିଳିଛି । ଆପଣମାନଙ୍କୁ ମୁଁ ଜନ ଔଷଧି ଦିବସର ଅନେକ ଅନେକ ଶୁଭକାମନା ଜଣାଉଛି ।

ଜନ ଔଷଧି କେନ୍ଦ୍ର ଶରୀରକୁ ଔଷଧ ଯୋଗାଇ ଦେଉଛି, ମନର ଚିନ୍ତା ଦୂର କରିବାର ଔଷଧ ମଧ୍ୟ ଏଠାରେ ରହିଛି । ଅର୍ଥ ସଞ୍ଚୟ କରି ସାଧାରଣ ଲୋକମାନଙ୍କୁ ଆଶ୍ୱସ୍ତି ଦେବାର କାମ ମଧ୍ୟ ଏଠାରେ ହେଉଛି । ଔଷଧ ଚିଠା ହାତକୁ ଆସିଲେ ଲୋକମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥାଏ, ଜଣା ନାହିଁ କେତେ ଟଙ୍କା ଔଷଧ କିଣିବାରେ ଖର୍ଚ୍ଚ ହୋଇଯିବ, ସେ ଚିନ୍ତା ଏବେ ଦୂର ହୋଇଛି । ଯଦି ଆମେ ଚଳିତ ବର୍ଷର ତଥ୍ୟ ଦେଖିବା, ଜନ ଔଷଧି କେନ୍ଦ୍ରଗୁଡ଼ିକ ଜରିଆରେ ୮୦୦ କୋଟି ଟଙ୍କାରୁ ଅଧିକ ଔଷଧ ବିକ୍ରି ହୋଇଛି ।

ଏହାର ଅର୍ଥ ହେଉଛି, କେବଳ ଚଳିତ ବର୍ଷ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କର ପ୍ରାୟ ୫ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ଯାହା ଆମେ ଏବେ ଭିଡିଓରେ ଦେଖିପାରିଲୁ ଏବେ ସୁଦ୍ଧା ସବୁ ମିଶାଇ ୧୩ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ପୂର୍ବରୁ ହୋଇଥିବା ସଞ୍ଚୟ ଠାରୁ ଆହୁରି ଅଧିକ ଅର୍ଥ ସଞ୍ଚିତ ହୋଇପାରିଛି । ଏହାର ଅର୍ଥ ହେଉଛି, ଏ କରୋନା ମହାମାରୀ ସମୟରେ ଗରିବ ଓ ମଧ୍ୟବିତ୍ତ ବର୍ଗର ଜନସାଧାରଣଙ୍କ ୧୩ ହଜାର କୋଟି ଟଙ୍କା ଜନ ଔଷଧି କେନ୍ଦ୍ର ଜରିଆରେ ସଞ୍ଚିତ ହେବା ଏକ ବହୁତ ବଡ଼ କଥା। ଆହୁରି ସନ୍ତୋଷର ବିଷୟ ହେଉଛି, ଏହି ଲାଭ ଦେଶର ଅଧିକାଂଶ ରାଜ୍ୟରେ ବହୁସଂଖ୍ୟକ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି ।

ଆଜି ଦେଶରେ ସାଢ଼େ ଆଠ ହଜାରୁ ଅଧିକ ଜନ-ଔଷଧି କେନ୍ଦ୍ର ଖୋଲି ସାରିଲାଣି। ଏସବୁ କେନ୍ଦ୍ର ଏବେ କେବଳ ସରକାରୀ ଷ୍ଟୋର ନୁହେଁ, ବରଂ ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ଓ ସୁବିଧା କେନ୍ଦ୍ର ପାଲଟିଛନ୍ତି । ମହିଳାମାନଙ୍କ ପାଇଁ ୧ ଟଙ୍କାରେ ସାନିଟାରୀ ନାପକିନ ମଧ୍ୟ ଏହି ସବୁ କେନ୍ଦ୍ରରେ ମିଳି ପାରୁଛି । ୨୧ କୋଟିରୁ ଅଧିକ ସାନିଟାରୀ ନାପକିନ୍‌ ବିକ୍ରି ହେବା ଏହା ଦର୍ଶାଉଛି ଯେ ଜନ ଔଷଧି କେନ୍ଦ୍ର କେତେ ଅଧିକ ସଂଖ୍ୟକ ମହିଳା ମାନଙ୍କର ଜୀବନକୁ ସହଜ କରିଛି ।

ବନ୍ଧୁଗଣ,

ଇଂରାଜୀରେ ଏକ ଆପ୍ତ ବାକ୍ୟ ରହିଛି - Money Saved is Money Earned ! ଅର୍ଥାତ୍‌ ଯେଉଁ ଅର୍ଥ ସଞ୍ଚୟ ହୋଇଥାଏ, ତାହା ଏକ ପ୍ରକାରରେ ଆପଣଙ୍କ ଆୟରେ ଯୋଡ଼ି ହୋଇ ରହିଥାଏ। ଚିକିତ୍ସାରେ ହେଉଥିବା ଖର୍ଚ୍ଚ, ସଞ୍ଚିତ ହେଲେ, ଗରିବ ହୁଅନ୍ତୁ ଅବା ମଧ୍ୟବିତ୍ତ ବର୍ଗ, ସେହି ଟଙ୍କା ଅନ୍ୟ କାମରେ ଖର୍ଚ୍ଚ କରିପାରିଥାନ୍ତି ।

ଆୟୁଷ୍ମାନ ଭାରତ ଯୋଜନା ପରିଧିରେ ଆଜି ୫୦ କୋଟିରୁ ଅଧିକ ଲୋକ ସାମିଲ ହୋଇପାରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ଦିନ ଠାରୁ ୩ କୋଟିରୁ ଅଧିକ ଲୋକ ଏହାର ଲାଭ ଉଠାଇ ପାରିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ମାଗଣା ଚିକିତ୍ସା ମିଳିପାରିଛି । ଏହି ଯୋଜନା ନଥିଲେ, ଆମର ଏ ଗରିବ ଭାଇ ଭଉଣୀମାନଙ୍କୁ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା ।

ଗରିବଙ୍କ ସରକାର ଥିଲେ, ମଧ୍ୟବିତ୍ତ ବର୍ଗର ପରିବାରଙ୍କ ସରକାର ଚାଲୁଥିଲେ, ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଚିନ୍ତା କରୁଥିବା ସରକାର ଥିଲେ, ସମାଜ କଲ୍ୟାଣ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥାଏ। ଆମ ସରକାର ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆଜିକାଲି ବେଶୀ କିଡନୀ ରୋଗ ସମସ୍ୟା ଦେଖା ଦେଉଛି, ଡାଏଲିସିସ ସୁବିଧାର ଆବଶ୍ୟକତା ଦେଖାଦେଇଛି। ଏହି କାରଣରୁ ଆମେ ଏ ଅଭିଯାନ ଆରମ୍ଭ କରିଛୁ। ଆଜି ଗରିବ ଲୋକମାନେ ଏକ କୋଟିରୁ ଅଧିକ ଡାଏଲିସିସ ସେବା ସେସନ୍‌ ମାଗଣାରେ ପାଇପାରିଛନ୍ତି । ଫଳରେ ଗରିବ ପରିବାରମାନଙ୍କର ଡାଏଲିସିସ ବାବଦରେ ୫୫୦ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି । ଗରିବ ଲୋକଙ୍କ ପାଇଁ ଚିନ୍ତା କରୁଥିବା ସରକାର ଥିଲେ, ଏମିତି ଭାବେ ସେମାନଙ୍କର ଅର୍ଥ ସଞ୍ଚୟ କରିବା ଲାଗି ପଦକ୍ଷେପ ଗ୍ରହଣ କରିଥାଏ। ଆମ ସରକାର କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଜରୁରି ଔଷଧ ମୂଲ୍ୟକୁ ନିୟନ୍ତ୍ରିତ କରିଛନ୍ତି।

ସରକାର ଏହା ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ ଷ୍ଟଣ୍ଟ ଲଗାଇବା ଏବଂ ଆଣ୍ଠ ପ୍ରତିରୋପଣ କରିବାର ମୂଲ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ। ଏ ନିଷ୍ପତ୍ତି ଫଳରେ ଗରିବଙ୍କର ପାଖାପାଖି ୧୩ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ହିତ ସମ୍ପର୍କରେ ଚିନ୍ତା କରୁଥିବା ସରକାର ଥିଲେ, ସରକାରଙ୍କ ସବୁ ନିଷ୍ପତ୍ତି ଜନସାଧାରଣଙ୍କୁ ଲାଭାନ୍ୱିତ କରିଥାଏ । ସାଧାରଣ ଜନତା ମଧ୍ୟ ଏକ ପ୍ରକାରରେ ଏସବୁ ଯୋଜନାର ସଦଭାବନା ଦୂତ ପାଲଟି ଯାଆନ୍ତି ।

ବନ୍ଧୁଗଣ,

କରୋନା ମହାମାରୀ ସମୟରେ ବିଶ୍ୱର ବଡ଼ ବଡ଼ ଦେଶରେ ସେଠାକାର ନାଗରିକମାନଙ୍କୁ ଗୋଟିଏ ଗୋଟିଏ ଟିକା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। କିନ୍ତୁ ଭାରତରେ ଆମେ ପ୍ରଥମ ଦିନରୁ ଚେଷ୍ଟା କରିଥିଲୁ ଯେ ଗରିବଙ୍କୁ କିପରି ଭାବେ ଟିକା ମିଳିପାରିବ, ହିନ୍ଦୁସ୍ତାନର ଜଣେ ହେଲେ ନାଗରିକଙ୍କୁ ଯେପରି ଟିକା ପାଇଁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆଜି ଦେଶରେ ଏହି ମାଗଣା ଟିକାକରଣ ଅଭିଯାନ ସଫଳତାପୂର୍ବକ ଜାରି ରହିଛି। ଆମ ଦେଶର ନାଗରିକମାନଙ୍କୁ ସୁସ୍ଥ ରଖିବା ଲାଗି ଆମ ସରକାର ଏଥିରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଲେଣି ।

ଆପଣମାନେ ଦେଖିଥିବେ, ଏବେ କିଛି ଦିନ ପୂର୍ବରୁ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହାର ପ୍ରତ୍ୟକ୍ଷ ଲାଭ ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନେ ପାଇପାରିବେ। ଆମେ ନିଷ୍ପତ୍ତି ନେଇଛୁ ଯେ ଘରୋଇ ମେଡ଼ିକାଲ କଲେଜଗୁଡ଼ିକର ଅଧା ସିଟ୍‌ରେ ସରକାରୀ ମେଡ଼ିକାଲ କଲେଜ ଭଳି ଫିସ୍‌ ନିଆଯିବ, ସେମାନେ ଏହାଠାରୁ ଅଧିକ ଫିସ୍‌ ଆଦାୟ କରିପାରିବେ ନାହିଁ । ଏହା ଦ୍ୱାରା ଗରିବ ଓ ମଧ୍ୟବିତ୍ତ ବର୍ଗର ପିଲାମାନଙ୍କର ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ । କେବଳ ସେତିକି ନୁହେଁ, ସେମାନେ ନିଜ ମାତୃଭାଷାରେ ମେଡ଼ିକାଲ ଶିକ୍ଷା ପାଇପାରିବେ, ବୈଷୟିକ ଶିକ୍ଷା ପାଇପାରିବେ । ଏହା ଫଳରେ ଗରିବ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ବିଦ୍ୟାଳୟରେ ଇଂରାଜୀ ପଢ଼ି ପାରିନଥିବା ପିଲାମାନେ ମଧ୍ୟ ଡାକ୍ତରୀ ଇଞ୍ଜିନିୟରିଂ ପଢ଼ିପାରିବେ ।

ଭାଇ ଓ ଭଉଣୀମାନେ,

ଭବିଷ୍ୟତର ଆହ୍ୱାନକୁ ଧ୍ୟାନରେ ରଖି ଆମ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ନିରନ୍ତର ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱାଧୀନତା ଏତେ ଦଶନ୍ଧି ପରେ ଦେଶରେ ମାତ୍ର ଗୋଟିଏ ଏମ୍ସ ଥିଲା, କିନ୍ତୁ ଆଜି ଦେଶରେ ୨୨ଟି ଏମ୍ସ ରହିଛି । ଦେଶର ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଦେଶର ମେଡ଼ିକାଲ ଶିକ୍ଷାନୁଷ୍ଠାନରୁ ଏବେ ପ୍ରତିବର୍ଷ ଦେଢ଼ ଲକ୍ଷ୍ୟ ନୂଆ ଡାକ୍ତର ପାସ୍‌ ହୋଇ ବାହାରୁ ଛନ୍ତି । ସେମାନେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ସୁଲଭତା ବଢ଼ାଇବାର ଶକ୍ତି ପାଲଟିବେ ।

ସାରା ଦେଶର ଗ୍ରାମାଞ୍ଚଳରେ ହଜାର ହଜାର ୱେଲନେସ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ଏସବୁ ପ୍ରୟାସ ସହିତ ଆମେ ଚେଷ୍ଟା କରୁଛୁ ଯେମିତ ଆମର ନାଗରିକମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିବ ନାହିଁ । ଯୋଗର ପ୍ରସାର ହେବ, ଜୀବନଶୈଳୀରେ ଆୟୁଷର ସମାବେଶ ହେବ । ଫିଟ୍‌ ଇଣ୍ଡିଆ ହେଉ, ଖେଲୋ ଇଣ୍ଡିଆ ଅଭିଯାନ, ଆଜି ଆମ ସୁସ୍ଥ ଭାରତ ଅଭିଯାନରେ ଏସବୁ ପ୍ରମୁଖ ଅଂଶବିଶେଷ ପାଲଟିଛନ୍ତି ।

ଭାଇ ଓ ଭଉଣୀମାନେ,

‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ମନ୍ତ୍ରକୁ ନେଇ ଆଗକୁ ବଢ଼ୁଥିବା ଭାରତରେ ସମସ୍ତଙ୍କ ଜୀବନକୁ ସମାନ ସମ୍ମାନ ମିଳୁ । ମୋର ବିଶ୍ୱାସ ରହିଛି ଯେ, ଆମ ଜନ-ଔଷଧି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସଂକଳ୍ପ ନେଇ ଭବିଷ୍ୟତରେ ସମାଜକୁ ସଶକ୍ତ କରିଚାଲିବେ । ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ପୁଣିଥରେ ଅନେକ ଅନେକ ଶୁଭକାମନା ଜଣାଉଛି ।

ଅନେକ ଅନେକ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Merchandise Exports Defy Global Headwinds, Rise 15 Per Cent In April–14 June Period

Media Coverage

India's Merchandise Exports Defy Global Headwinds, Rise 15 Per Cent In April–14 June Period
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”