Centre has worked extensively in developing all energy related projects in Bihar: PM Modi
New India and new Bihar believes in fast-paced development, says PM Modi
Bihar's contribution to India in every sector is clearly visible. Bihar has assisted India in its growth: PM Modi

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଁ ଆପଣମାନଙ୍କ ସହିତ ଏକ ଦୁଃଖଦ ଖବର ବାଣ୍ଟିବାକୁ ଚାହୁଁଛି । ବିହାରର ଜଣେ ବରିଷ୍ଠ ନେତା ଶ୍ରୀମାନ ରଘୁବଂଶ ପ୍ରସାଦ ସିଂହ ଆଉ ଆମମାନଙ୍କ ଗହଣରେ ନାହାନ୍ତି । ମୁଁ ତାଙ୍କ ଅମର ଆତ୍ମା ପ୍ରତି ନମସ୍କାର କରୁଛି । ରଘୁବଂଶ ବାବୁଙ୍କ ବିଦାୟ ସହିତ ବିହାର ଏବଂ ଦେଶର ଚଳନ୍ତି ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି । ସେ ମାଟି ସହିତ ଯୋଡ଼ି ହୋଇ ରହିଥିବା ଜଣେ ବ୍ୟକ୍ତି ଥିଲେ, ରାଜନେତା ଥିଲେ । ଗରିବ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ବୁଝି ପାରୁଥିବା ଜଣେ ବ୍ୟକ୍ତିତ୍ୱ ଥିଲେ । ସମଗ୍ର ଜୀବନ ବିହାର ପାଇଁ ସଂଘର୍ଷ କରି ସେ ବିତାଇଛନ୍ତି । ସେ ଯେଉଁ ବିଚାରଧାରାରେ ଜନ୍ମଲାଭ କରିଥିଲେ ଏବଂ ବଢ଼ିଥିଲେ, ଜୀବନବ୍ୟାପୀ ସେହି ଭଳି ଜୀବନ ବଞ୍ଚିବାକୁ ପ୍ରୟାସ କରିଥିଲେ ।

ମୁଁ ଯେତେବେଳେ ଭାରତୀୟ ଜନତା ପାର୍ଟିର ସଂଗଠନ ଭିତରେ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟ କରୁଥିଲି, ସେତେବେଳେ ମୁଁ ତାଙ୍କର ନିକଟତର ଓ ପରିଚିତ ହେବାର ସୁଯୋଗ ମୋତେ ମିଳିଥିଲା । ତାଙ୍କର ଟେଲିଭିଜନ ଡିବେଟରେ ଯଥେଷ୍ଟ ବାଦ- ବିବାଦ, ସଂଘର୍ଷ ଆମେମାନେ ପରସ୍ପର ମଧ୍ୟରେ କରୁଥିଲୁ । ପରେ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିଲେ । ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମୋର ତାଙ୍କ ସହିତ ନିୟମିତ ସଂପର୍କ ଥିଲା ଏବଂ ବିକାଶ କାର୍ଯ୍ୟରେ ମୁଁ ତାଙ୍କ ସହ ବାରମ୍ବାର ବାର୍ତ୍ତାଳାପ କରୁଥିଲି । ଏବେ ଗତ ତିନି ଚାରି ଦିନ ତଳେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସକାଶେ ମୁଁ ମଧ୍ୟ ବେଶ୍ ଚିନ୍ତିତ ଥିଲି । ଲଗାତାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ମୁଁ ଖବର ନେଉଥିଲି ଏବଂ ମୋତେ ଲାଗୁଥିଲା ଯେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବ ଏବଂ ପୁଣି ଥରେ ଡାକ୍ତରଖାନାରୁ ଫେରି ବିହାର ସେବାରେ ଲାଗିଯିବେ । କିନ୍ତୁ ତାଙ୍କ ଭିତରେ ଗୋଟିଏ ମନ୍ଥନ ବି ଚାଲିଥିଲା ।

ଯେଉଁ ଆଦର୍ଶକୁ ନେଇ ସେ ଚାଲିଥିଲେ, ଯେଉଁ ଲୋକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସେ ଚାଲୁଥିଲେ, ସେମାନଙ୍କ ସହିତ ଅଧିକ ବାଟ ଚାଲିବା ତାଙ୍କ ପାଇଁ ସମ୍ଭବ ନଥିଲା ଏବଂ ସେଥିପାଇଁ ମନ ଭିତରେ ତାଙ୍କର ଚିନ୍ତା ବଢ଼ି ଯାଇଥିଲା । ତିନି ଚାରି ଦିନ ର୍ପୂର୍ବେ ସେ ତାଙ୍କର ଭାବନାକୁ ଖଣ୍ଡିଏ ଚିଠିରେ ବ୍ୟକ୍ତ କରି ପ୍ରକଟ ମଧ୍ୟ କରିଥିଲେ । କିନ୍ତୁ ତା’ରି ଭିତରେ ନିଜ କ୍ଷେତ୍ରର ବିକାଶ ସକାଶେ ସୁଦ୍ଧା ସେତିକି ଚିନ୍ତିତ ଥିଲେ । ସେଥିପାଇଁ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିଜର ଏକ ବିକାଶ କାର୍ଯ୍ୟର ସୂଚୀ ପଠାଇଥିଲେ । ବିହାରର ଲୋକମାନଙ୍କ ସକାଶେ ଚିନ୍ତା, ବିହାରର ବିକାଶ ଚିନ୍ତା ସେହି ଚିଠିରୁ ବେଶ୍ ପ୍ରକଟ ହେଉଥିଲା ।

ମୁଁ ନୀତୀଶଜୀଙ୍କୁ ନିଶ୍ଚିତ ଅନୁରୋଧ କରିବି ଯେ ରଘୁବଂଶ ପ୍ରସାଦଜୀ ତାଙ୍କର ଅନ୍ତିମ ଚିଠିରେ ଯେଉଁ ଭାବନା ପ୍ରକଟ କରିଛନ୍ତି, ତାହାକୁ ପୂରଣ କରିବା ସକାଶେ ଆପଣ ଏବଂ ଆମେ ସଭିଏଁ ମିଳିତ ଭାବେ ପ୍ରୟାସ କରିବା । କାରଣ ସେହି ଚିଠିରେ ସେ ସଂପୂର୍ଣ୍ଣ ବିକାଶ କଥା ହିଁ ଲେଖିଥିଲେ, ତେଣୁ ତାହାକୁ ନିଶ୍ଚିତ ରୂପେ ପୂରଣ କରାଯିବା ଆବଶ୍ୟକ । ମୁଁ ପୁଣି ଥରେ ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀମାନ ରଘୁବଂଶ ପ୍ରସାଦଜୀଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି, ତାଙ୍କୁ ନମସ୍କାର କରୁଛି ।

ବିହାରର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନଜୀ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାରଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ, ରବିଶଙ୍କର ପ୍ରସାଦଜୀ, ଗିରିରାଜ ସିଂହଜୀ, ଆର କେ ସିଂହଜୀ, ଅଶ୍ୱିନୀ କୁମାରଜୀ, ନିତ୍ୟାନନ୍ଦ ରାୟଜୀ, ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଜୀ, ଅନ୍ୟାନ୍ୟ ସାଂସଦଗଣ ଏବଂ ବିଧାୟକବୃନ୍ଦ ତଥା ଟେକନିକ୍ ମାଧ୍ୟମ ସହିତ ସଂଯୁକ୍ତ ମୋର ପ୍ରିୟ ଭାଇ ଓ ଭଉଣୀଗଣ!

ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ପ୍ରଣାମ କରୁଛି । ଆଜିର ଏହି ଆୟୋଜନ ସହୀଦ ଅରୁ ଶୁରବୀରର ଧରିତ୍ରୀ ବାଙ୍କାରେ ଅନୁଷ୍ଠିତ ହେଉଛି । ଆଜି ଯେଉଁ ଯେଉଁ ଯୋଜନାମାନ ଲୋକାର୍ପଣ କରାଯାଉଛି, ସେଗୁଡ଼ିକର ଲାଭ ବିହାର ସହିତ ପୂର୍ବ ଭାରତର ଅନେକ ଭାଗକୁ ମଧ୍ୟ ମିଳିପାରିବ । ଆଜି 900 କୋଟି ଟଙ୍କା ବିନିଯୋଗରେ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି, ସେଥିରେ ଏଲପିଜି ପାଇପ ଲାଇନ ରହିଛି । ଦୁଇଟି ବଡ଼ ବଡ଼ ବଟଲିଂ ପ୍ଲାଣ୍ଟ ମଧ୍ୟ ରହିଛି । ଏହିସବୁ ପ୍ରକଳ୍ପର ସମସ୍ତ ସୁବିଧା ଆପଣମାନେ ନିଅନ୍ତୁ । ବିକାଶର ଏହି ସମସ୍ତ ପ୍ରକଳ୍ପ ବିହାରବାସୀ ପାଇବାକୁ ଯାଉଛନ୍ତି । ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ସାଥୀଗଣ,

କିଛି ବର୍ଷ ର୍ପୂବେ ଯେତେବେଳେ ବିହାର ପାଇଁ କୌଣସି ବିଶେଷ ପ୍ୟାକେଜ୍ ଘୋଷଣା କରାଯାଇଥିଲା, ସେଥିରେ ଅଧିକ ଫୋକସ୍ ରାଜ୍ୟର ଭିତ୍ତିଭୂମି ଉପରେ ଦିଆଯାଇଥିଲା । ମୋତେ ଆଜି ଖୁସି ଲାଗୁଛି ଯେ ଏହି ଭିତ୍ତିଭୂମି କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଏକ ପାଇପଲାଇନ ପ୍ରକଳ୍ପର ଦୁର୍ଗାପୁର- ବାଙ୍କା ସେକ୍ସନର ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି । ଆଜକୁ ଦେଢ଼ ବର୍ଷ ପୂର୍ବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର ଅବସର ମଧ୍ୟ ମୋତେ ମିଳିଥିଲା । ଏହି ସେକ୍ସନର ଦୈର୍ଘ୍ୟ ପ୍ରାୟ 200 କିଲୋମିଟର ପର୍ଯ୍ୟନ୍ତ ହେବ । ମୋତେ ସୂଚୀତ କରାଯାଇଛି ଯେ ଏହି ମାର୍ଗରେ ପାଇପ ଲାଇନ୍ ବିଛାଇ କାର୍ଯ୍ୟ ସଂପୂର୍ଣ୍ଣ କରିବା ଏକ ସଂଘର୍ଷପୂର୍ଣ୍ଣ କାର୍ଯ୍ୟ । ସେଥିରେ ଅନେକ ଚାଲେଞ୍ଜ ରହିଛି । ଏହି ରାସ୍ତାରେ ପ୍ରାୟ 10ଟି ବଡ଼ ବଡ଼ ନଦୀ ରହିଛି, କେତେ କିଲୋମିଟର ଘନ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ରାସ୍ତାରେ ଅନେକ ସ୍ଥାନ ପଥୁରିଆ । ଏଭଳି ସ୍ଥାନରେ କାର୍ଯ୍ୟ କରିବା ଏତେଟା ସହଜସାଧ୍ୟ ନୁହେଁ । କିନ୍ତୁ ନୂତନ ଇଞ୍ଜିନିୟରିଂ ପ୍ରଯୁକ୍ତି, ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ, ହାମର ଇଞ୍ଜନିୟରିଂ ଶ୍ରମିକ ସାଥୀଗଣଙ୍କ କଠିନ ଶ୍ରମ ଯୋଗୁ ଆଜି ଏହି ପ୍ରକଳ୍ପ ଠିକ୍ ସମୟରେ ସଂପୂର୍ଣ୍ଣ ହୋଇପାରିଛି । ସେଥିପାଇଁ ମୁଁ ଏହି ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ସମସ୍ତ ସାଥୀଙ୍କୁ ଅନେକ ଅନେକ ବଧାଇ ଜଣାଉଛି ।

ସାଥୀଗଣ,

ବିହାର ପାଇଁ ଯେଉଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା କରାଯାଇଥିଲା, ସେଥିରେ ପେଟ୍ରୋଲିୟମ୍ ଏବଂ ବାଷ୍ପ ସହିତ ସଂଶ୍ଳିଷ୍ଟ 10ଟି ବଡ଼ ବଡ଼ ପ୍ରକଳ୍ପ ଥିଲା । ସେହି ପ୍ରକଳ୍ପମାନଙ୍କର ପାଖାପାଖି 21 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ଥିଲା । ଆଜି ଏହା ହେଲା ସେହି ତାଲିକାର ସପ୍ତମ ପ୍ରକଳ୍ପ ଯାହାର କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ଏବଂ ସେସବୁକୁ ବିହାରବାସୀଙ୍କୁ ସମର୍ପିତ କରାଯାଇ ସାରିଛି ।

ଏହା ପୂର୍ବରୁ ପାଟନା ଏଲପିଜି ପ୍ଲାଣ୍ଟର ବିସ୍ତାର ଏବଂ ଷ୍ଟୋରେଜ୍ କ୍ଷମତା ବୃଦ୍ଧିର କାର୍ଯ୍ୟ କରାଯାଇସାରିଛି, ପୂର୍ଣ୍ଣିଆର ଏଲପିଜି ପ୍ଲାଣ୍ଟର ବିସ୍ତାରଣ ଘଟିସାରିଛି, ମୁଜାଫରପୁର ଠାରେ ନୂତନ ଏଲପିଜି ପ୍ଲାଣ୍ଟ୍ ହୋଇସାରିଛି । ଏହିସବୁ ପ୍ରକଳ୍ପ ପୂର୍ବରୁ ସଂପୂର୍ଣ୍ଣ ହୋଇ ଲୋକମାନଙ୍କ ସେବାରେ ସମର୍ପିତ ହୋଇସାରିଛି ।

ଜଗଦୀଶପୁର- ହଳଦିଆ ପାଇପ୍ ଲାଇନ ପ୍ରକଳ୍ପର ଯେଉଁ ଅଂଶ ବିହାର ଦେଇ ଯାଇଛି, ତାହା ଉପରେ ମଧ୍ୟ କାମ ଗତ ବର୍ଷ ମାର୍ଚ୍ଚ ମାସରେ ହିଁ ସମାପ୍ତ ହୋଇ ସାରିଛି । ମୋତିହାରୀ ଅମଲେଖଗଞ୍ଜ ପାଇପ ଲାଇନ୍ ଉପରେ ନେଇ ପାଇପ ଲାଇନ୍ ସହିତ ସଂପର୍କୀତ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ସାରିଛି ।

ଏବେ ଦେଶ ଓ ବିହାର, ଏଭଳି ଅବସ୍ଥାରୁ ବାହାରକୁ ବାହାରିଛି ଯେଉଁଥିରେ ଗୋଟିଏ ପିଢ଼ି କାମ ଆରମ୍ଭ ହେବା ଦେଖୁଥିଲା ଏବଂ ପରବର୍ତ୍ତୀ ପିଢ଼ି ଏହାକୁ ସଂପୂର୍ଣ୍ଣ ହେବାର ପ୍ରତ୍ୟକ୍ଷ କରୁଥିଲା । ନୂତନ ଭାରତ, ନୂତନ ବିହାର ଏହି ପରିଚୟ, ଏହି କାର୍ଯ୍ୟ ସଂସ୍କୃତିକୁ ଆମେ ଆହୁରି ମଜଭୁତ କରିବାକୁ ପଡ଼ିବ ଏବଂ ନିଶ୍ଚିତ ଭାବେ ସେଥିରେ ନୀତୀଶ କୁମାରଜୀଙ୍କର ଏକ ବଡ଼ ଭୂମିକା ରହିଛି ବୋଲି ସ୍ୱୀକାର କରିବାକୁ ପଡ଼ିବ ।

ମୋର ବିଶ୍ୱାସ ଯେ ଏହିଭଳି ଭାବେ ନିରନ୍ତର କାର୍ଯ୍ୟ କରିଚାଲିଲେ ଆମେ ବିହାର ଏବଂ ସମଗ୍ର ପୂର୍ବାଞ୍ଚଳ ଭାରତକୁ ବିକାଶ ପଥରେ ଆଗକୁ ନେଇଯିବାକୁ ସକ୍ଷମ ହୋଇପାରିବା ।

ସାଥୀଗଣ,

ଆମର ଶାସ୍ତ୍ରରେ ଗୋଟିଏ କଥା କୁହାଯାଇଛି । ତାହା ହେଲା: “ସାମର୍ଥ୍ୟ ମୂଳଂ ସ୍ୱାତନ୍ତ୍ର୍ୟମ୍, ଶ୍ରମ ମୂଳଂ ବୈଭବମ୍ ।”

ଅର୍ଥାତ୍, ସାମର୍ଥ୍ୟ ସ୍ୱତନ୍ତ୍ରତାର ସ୍ରୋତ ଭଳି କାର୍ଯ୍ୟ କରିଥାଏ ଏବଂ ଶ୍ରମ ଶକ୍ତି କୌଣସି ରାଷ୍ଟ୍ରର ପ୍ରଗତିର ଆଧାର ରୂପେ ପରିଚିତ ହୋଇଥାଏ । ବିହାର ସହିତ ପୂର୍ବାଞ୍ଚଳ ଭାରତରେ ନା ସାମର୍ଥ୍ୟର ଅଭାବ ରହିଛି କିମ୍ବା ପ୍ରକୃତି ମାତା ଏଠାରେ ପ୍ରାକୃତିକ ସମ୍ବଳର କୌଣସି ସଂସାଧନର ଅଭାବ ରଖିଛି । ଏହା ସତ୍ତ୍ୱେ, ବିହାର ଏବଂ ପୂର୍ବାଞ୍ଚଳ ଭାରତ ବିକାଶ ପ୍ରସଙ୍ଗରେ ଦଶନ୍ଧି ଦଶନ୍ଧି ଧରି ପଛରେ ପଡ଼ି ରହିଛି । ଏହାର ଅନେକ କାରଣ ରହିଛି । ସେଥିରେ ରାଜନୈତିକ କାରଣ ରହିଛି, ଆର୍ଥିକ କାରଣ ବି ଅଛି, ପ୍ରାଥମିକତା ପ୍ରଦାନର କାରଣ ମଧ୍ୟ ରହିଛି ।

ଏଭଳି ସ୍ଥିତିଗୁଡ଼ିକ ସତ୍ତ୍ୱେ ପୂର୍ବାଞ୍ଚଳ ଭାରତ କିମ୍ବା ବିହାରର ଭିତ୍ତିଭୂମି ପ୍ରକଳ୍ପ ସଦାବେଳେ ଅନ୍ତହୀନ ଭାବେ ବିଳମ୍ବିତ ହେବାର ଶିକାର ହିଁ ହୋଇ ଆସିଛି । ଏଭଳି ଏକ ସମୟଥିଲା ଯେତେବେଳେ ସଡ଼କ ସଂଯୋଗ, ରେଳ ସଂଯୋଗ, ବିମାନ ସଂଯୋଗ, ଇଣ୍ଟରନେଟ ସଂଯୋଗ, ଏ ସବୁ ପ୍ରାଥମିକତା ଭିତରେ ଆଦୌ ନଥିଲା । କେବଳ ସେତିକି ନୁହେଁ, ଯଦି ସଡ଼କ ନିର୍ମାଣ କଥା ଆଲୋଚନା କରିବା, ତ ସେତେବେଳେ ପଚରା ଯାଉଥିଲା, ଏହାତ ଗାଡ଼ିବାଲାଙ୍କ ପାଇଁ ନିର୍ମାଣ କରାଯାଉଛି, ପାଦରେ ଚାଲୁଥିବା ଲୋକଙ୍କ ପାଇଁ କ’ଣ କରାଯାଉଛି? ଅର୍ଥାତ୍, ଆମର ଚିନ୍ତାଧାରାରେ ହିଁ କିଛି ଖୁଣ ଥିଲା ।

ଏଭଳି ସ୍ଥିତିରେ ଗ୍ୟାସ ଆଧାରିତ ଶିଳ୍ପ ଏବଂ ପେଟ୍ରୋ- କନେକ୍ଟିଭିଟି କଥା ତ ବିହାରରେ ପୁରୁଣା ଜମାନାରେ କଳ୍ପନା ସୁଦ୍ଧା କରାଯାଇ ପାରୁନଥିଲା । ଯେହେତୁ ଏହା ଏକ ଲ୍ୟାଣ୍ଡଲକଡ଼୍ ରାଜ୍ୟ, ପେଟ୍ରୋଲିୟମ୍  ଏବଂ ଗ୍ୟାସ୍ ସହିତ ସଂଶ୍ଳିଷ୍ଟ ସାଧନ କିମ୍ବା ସଂସାଧନ ଏଠାରେ ଲପଲବ୍ଧ ହୋଇପାରୁ ନଥିଲା । ଯେମିତି ଚାରିକଡ଼ୁ ସମୁଦ୍ର ଘେରି ରହିଥିବା ରାଷ୍ଟ୍ରମାନଙ୍କ କ୍ଷେତ୍ରରେ ଘଟିଥାଏ । ସେଥିପାଇଁ ବିହାରରେ ବାଷ୍ପଭିତ୍ତିକ ଉଦ୍ୟୋଗମାନଙ୍କର ବିକାଶ ଘଟାଯିବା ଏକ ଚାଲେଞ୍ଜ ଥିଲା ।

ସାଥୀଗଣ,

ବାଷ୍ପଭିତ୍ତିକ ଶିଳ୍ପ ଏବଂ ପେଟ୍ରୋ- କନେକ୍ଟିଭିଟି, ଏଭଳି ଶବ୍ଦ ଶୁଣିବାକୁ ଭାରତ ଟେକ୍ନିକାଲ ଟର୍ମ ଭଳି ଲାଗୁଥିବ । କିନ୍ତୁ ଏହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଥାଏ । ଜୀବନ ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ । ବାଷ୍ପ ଭିତ୍ତିକ ଶିଳ୍ପ ସଂସ୍ଥା ଏବଂ ପେଟ୍ରୋ- କନେକ୍ଟିଭିଟି ଦ୍ୱାରା ଲକ୍ଷ ଲକ୍ଷ ଲୋକ ସେମାନଙ୍କର ରୋଜଗାରର ନୂଆ ନୂଆ ଅବସର ପାଇପାରିଥାନ୍ତି ।

ଆଜି ଯେତେବେଳେ ଦେଶର ଅନେକ ସହରରେ ସିଏନଜି ପହଞ୍ଚି ପାରିଛି, ପିଏନଜି ପହଞ୍ଚାଯାଉଛି, ସେତେବେଳେ ବିହାରର ଲୋକମାନଙ୍କୁ, ପୂର୍ବାଞ୍ଚଳ ଭାରତରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ସେଭଳି ସୁବିଧା ସୁଯୋଗ  ସହଜରେ ପ୍ରାପ୍ତ ହେବା ଦରକାର । ଏହି ସଂକଳ୍ପର ସହିତ ଆମେ ଆଗକୁ ବଢ଼ିବାରେ ଲାଗିଛୁ ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପୂର୍ବୋତ୍ତର ଭାରତର ପୂର୍ବ ସମୁଦ୍ର ତଟରେ ପାରାଦୀପ ଏବଂ ପଶ୍ଚିମ ଦିଗରେ ସମୁଦ୍ର ତଟରେ ଥିବା କାଣ୍ଡଲାକୁ ଯୋଡ଼ିବାର ପ୍ରୟାସ ଆରମ୍ଭ ହୋଇଛି । ପାଖାପାଖି 3 ହଜାର କିଲୋମିଟର ଦୈର୍ଘ୍ୟ ଏହି ପାଇପ ଲାଇନ ଦ୍ୱାରା ସାତଟି ରାଜ୍ୟଙ୍କୁ ଯୋଡ଼ାଯାଉଛି ଯେଉଁଥିରେ ବିହାରର ମଧ୍ୟ ପ୍ରମୁଖ ସ୍ଥାନ ରହିଛି । ପାରାଦୀପ- ହଳଦିଆରୁ ଆସୁଥିବା ପାଇପ ଲାଇନ ଏବେ ବାଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି । କାଣ୍ଡଲା ଠାରୁ ଆସିବାକୁ ଥିବା ପାଇପ ଲାଇନ ଯାହା ଗୋରଖପୁର ପର୍ଯ୍ୟନ୍ତ ପହଞ୍ଚି ସାରିଛି, ଏହାକୁ ମଧ୍ୟ ତାହା ସହ ଯୋଡ଼ାଯାଉଛି । ଯେତେବେଳେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ ସେତେବେଳେ ବିଶ୍ୱର ସବୁଠାରୁ ଦୀର୍ଘ ପାଇପଲାଇନ ପରିଯୋଜନାମାନଙ୍କ ମଧ୍ୟରୁ ଏହା ଗୋଟିଏ ଭାବେ ପରିଗଣିତ ହେବ ।

 

ସାଥୀଗଣ,

ଏହି ଗ୍ୟାସ୍ ପାଇପ ଲାଇନ୍ ଯୋଗୁ ଏବେ ବିହାରରେ ସିଲିଣ୍ଡର ଭରିବା ସକାଶେ ଦୁଇଟି ବଡ଼ ବଡ଼ ବଟଲିଂ ପ୍ଲାଣ୍ଟ ସ୍ଥାପନ କରାଯାଇ ପାରିଛି । ବାଙ୍କା ଏବଂ ଚମ୍ପାରଣରେ ଏମିତିରେ ଦୁଇଟି ବଟଲିଂ ପ୍ଲାଣ୍ଟର ତ ଆଜି ଲୋକାର୍ପଣ କରାଯାଇଛି । ଏହି ଦୁଇଟିଯାକ ପ୍ଲାଣ୍ଟ୍ର ପ୍ରତିଦିନ 75 ହଜାରରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଭରାଯାଇ ପାରିବ । ଏହି ପ୍ଲାଣ୍ଟରୁ ଆପଣଙ୍କ ବିହାରର ବାଙ୍କା, ଭାଗଲପୁର, ଜମୁଇ, ଆରାରିଆ, କିଶନଗଞ୍ଜ, କଟିହାର, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିୱାନ, ଗୋପାଲଗଞ୍ଜ ଏବଂ ସୀତାମଢ଼ୀ ଭଳି ଜିଲ୍ଲାର ଲୋକମାନଙ୍କୁ ସୁବିଧା ମିଳିପାରିବ ।

ସେହିଭଳି ଝାଡ଼ଖଣ୍ଡର ଗୋଡ୍ଡା, ଦେଓଘର, ଡୁମକା, ସାହିବଗଞ୍ଜ, ପାକୁଡ଼ ଜିଲ୍ଲା ତଥା ଉତ୍ତର ପ୍ରଦେଶର କିଛି କ୍ଷେତ୍ରକୁ ମଧ୍ୟ ଏହି ଏଲପିଜି ସହିତ ସଂଶ୍ଳିଷ୍ଟ ଆବଶ୍ୟକତା ପୂରଣ କରିବାକୁ  ଏହି ପ୍ଲାଣ୍ଟ୍ ସକ୍ଷମ ହୋଇପାରିବ । ଏହି ଗ୍ୟାସ ପାଇପ ଲାଇନ ବିଛାଯିବା ଦ୍ୱାରା ଏଥିରୁ ଯେଉଁ ନୂତନ ଉଦ୍ୟୋଗମାନଙ୍କୁ ଶକ୍ତି ମିଳିପାରୁଛି, ସେଥିରେ ବିହାରର ହଜାର ହଜାର ଲୋକ ନୂତନ ଭାବେ ରୋଜଗାରକ୍ଷମ ହୋଇପାରୁଛନ୍ତି ଏବଂ ଆଗକୁ ମଧ୍ୟ ଅଧିକ ରୋଜଗାରର ସମ୍ଭାବନା ସୃଷ୍ଟି ହୋଇଚାଲିଛି ।

ସାଥୀଗଣ,

ବାରାଉଣୀ ଠାରେ ଯେଉଁ ସାର କାରଖାନା ବନ୍ଦ୍ ହୋଇ ଯାଇଥିଲା, ତାହା ମଧ୍ୟ ଏହି ଗ୍ୟାସ ପାଇପ ଲାଇନ୍ ବିଛାଯିବା ଦ୍ୱାର ଏବେ ଖୁବ୍ ଶୀଘ୍ର ପୁଣି ଥରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଗ୍ୟାସ କନେକ୍ଟିଭିଟି ଏଠାରେ ଗୋଟିଏ ପଟେ ସାର, ଶକ୍ତି ଏବଂ ଷ୍ଟୀଲ ଇଣ୍ଡଷ୍ଟ୍ରୀର ଶକ୍ତି ବୃଦ୍ଧି ପାଇବ । ଅପର ପକ୍ଷରେ ସିଏନଜି ଆଧାରିତ ସ୍ୱଚ୍ଛ ଯାତାୟାତ ଏବଂ ପାଇପ ଯୋଗେ ଶସ୍ତା ଦରରେ ବାଷ୍ପ ଏବଂ ସହଜରେ ରୋଷେଇଶାଳ ପର୍ଯ୍ୟନ୍ତ ରନ୍ଧନ ବାଷ୍ପ ପହଞ୍ଚି ପାରିବ ।

ଏହି ପର୍ଯ୍ୟାୟରେ ଆଜି ବିହାର ଏବଂ ଝାଡ଼ଖଣ୍ଡର ଅନେକ ଜିଲ୍ଲାକୁ ପାଇପ ଯୋଗେ ଶସ୍ତା ଦରରେ ବାଷ୍ପ ଯୋଗାଣ ଆରମ୍ଭ କରାଯାଇଛି । ଏହା ଦେଶର ପ୍ରତ୍ୟେକ ପରିବାର ଯେଭଳି ସ୍ୱଚ୍ଛ ଇନ୍ଧନ, ଧୂମମୁକ୍ତ ରୋଷେଇଶାଳ ସହିତ ଯୋଡ଼ି ହେବେ ସେ ଦିଗରେ ହେଉଥିବା ଆନ୍ଦୋଳନକୁ ଏହା ଗତି ପ୍ରଦାନ କରିବ ।

ସାଥୀଗଣ,

ଉଜ୍ଜ୍ୱଳା ଯୋଜନା ଅଧୀନରେ ଆଜି ଦେଶର ଆଠ କୋଟି ଗରିବା ପରିବାରଙ୍କ ନିକଟରେ ଗ୍ୟାସ୍ ସଂଯୋଗ ଉପଲବ୍ଧ କରାଯାଇପାରିଛି । ଏହି ଯୋଜନା ଦ୍ୱାରା ଗରିବ ଲୋକମାନଙ୍କ ଜୀବନରେ କି କି ପ୍ରକାର ପରିବର୍ତ୍ତନ ଆସିଛି, ବର୍ତ୍ତମାନର କରୋନା ମହାମାରୀ ଭଳି ଭୟଙ୍କର ପରିସ୍ଥିତିରେ ଆମେ ସମସ୍ତେ ପୁଣି ଥରେ ସେକଥା ଉପଲବ୍ଧି କରିପାରୁଛୁ । ଆପଣମାନେ କଳ୍ପନା କରି ଦେଖନ୍ତୁ, ଯେତେବେଳେ ଘର ଭିତରେ ଆବଦ୍ଧ ହୋଇ ରହିବା ଜରୁରି, ସେତେବେଳେ ଯଦି ଏହି ଆଠ କୋଟି ପରିବାର ସାଥୀଙ୍କ ନିକଟରେ, ଭଉଣୀମାନଙ୍କ ନିକଟରେ, କନ୍ୟାମାନଙ୍କ ପାଖରେ କିମ୍ବା ଅନ୍ୟ କୌଣସି  ଲୋକଙ୍କୁ ଜାଳେଣି ଯୋଗାଡ଼ କରିବାକୁ ଯିବା ପାଇଁ ବାହାରକୁ ପଡ଼ିଥାନ୍ତା, ତେବେ ସେମାନଙ୍କର ସ୍ଥିତି କ’ଣ ହୋଇଥାନ୍ତା?

ସାଥୀଗଣ,

କରୋନାର ଏଭଳି ଦୁର୍ଦ୍ଦିନରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀ ଭଉଣୀମାନଙ୍କୁ କୋଟି କୋଟି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯାଇଛି । ଏହାର ଲାଭ ବିହାରର ଲକ୍ଷ ଲକ୍ଷ ହିତାଧିକାରୀ ଭଉଣୀମାନେ ମଧ୍ୟ ପାଇ ପାରିଛନ୍ତି । ଲକ୍ଷ ଲକ୍ଷ ଗରିବ ପରିବାର ଏହା ଦ୍ୱାରା ଉପକୃତ ହୋଇ ପାରିଛନ୍ତି । ମୁଁ ସେଥିପାଇଁ ପେଟ୍ରୋଲିୟମ ଏବଂ ବାଷ୍ପ ସହିତ ସଂଶ୍ଳିଷ୍ଟ ବିଭାଗ ଏବଂ କମ୍ପାନୀମାନଙ୍କ ସହିତ ଡେଲିଭରୀ ସହିତ ସଂଶ୍ଳିଷ୍ଟ ସେହି ଲକ୍ଷ ଲକ୍ଷ ସାଥୀମାନଙ୍କ, ସେମାନଙ୍କୁ କରୋନା ଯୋଦ୍ଧା ଭାବେ ପ୍ରଶଂସା କରୁଛି । ସେମାନେ ସେହିଭଳି ସାଥୀ ଯେଉଁମାନେ ଏଭଳି ସଂକଟର ଘଡ଼ିରେ ସୁଦ୍ଧା ଲୋକମାନଙ୍କ ଘରେ କେବେ ହେଲେ ଗ୍ୟାସର କମି ଉପଲବ୍ଧ ହେବାକୁ ଦେଇନାହାନ୍ତି । ଏବଂ ଆଜି ଯେତେବେଳେ କରୋନା ସଂକ୍ରମଣର ଭୟ ରହିଛି ତାହାକୁ ଖାତିର ନକରି ସେମାନେ ସିଲିଣ୍ଡର ଯୋଗାଣ ଅବ୍ୟାହତ ରଖିଛନ୍ତି

ସାଥୀଗଣ,

ଏଭଳି ଏକ ସମୟ ଥିଲା ଯେତେବେଳେ ପୁରା ଦେଶରେ ଏବଂ ବିହାରରେ ଏଲପିଜି ଗ୍ୟାସ ସଂଯୋଗ ହେବା ଧନୀ ତଥା ସମ୍ପନ୍ନ ଲୋକ ହେବା ଭଳି ବିବେଚନା କରାଯାଉଥିଲା । ଗୋଟିଏ ଗୋଟିଏ ଗ୍ୟାସ ସଂଯୋଗ ପାଇଁ ଲୋକମାନଙ୍କୁ ସୁପାରିଶ ଆଣିବାକୁ ପଡ଼ୁଥିଲା । ଏମପି ସାହେବଙ୍କ ଘର ବାହାରେ ସେମାନେ କତରା ବିଛାଇ ବସିବାକୁ ପଡ଼ୁଥିଲା । ଯାହା ଘରେ ଗ୍ୟାସ ସଂଯୋଗ ଅଛି, ଲୋକମାନେ ସେମାନଙ୍କୁ ଅତି ସମ୍ଭ୍ରାନ୍ତ ଏବଂ ବଡ଼ଲୋକ ବୋଲି ବିବେଚନା କରୁଥିଲେ । ଯେଉଁମାନେ ସମାଜର ତଳ ସ୍ତରରେ ବସବାସ କରୁଥିଲେ, ପୀଡ଼ିତ ବର୍ଗର ଥିଲେ, ବଂଚିତ ବର୍ଗର ଥିଲେ, ପଛୁଆ ବର୍ଗର ଥିଲେ, ଅତି ପଛୁଆ ବର୍ଗର ଥିଲେ ସେମାନଙ୍କୁ କେହି ପଚାରୁ ସୁଦ୍ଧା ନଥିଲେ । ସେମାନଙ୍କୁ ଦୁଃଖ, ସେମାନଙ୍କର ସମସ୍ୟାକୁ ଦେଖି ସୁଦ୍ଧା ଅଣଦେଖା କରି ଦିଆଯାଉଥିଲା ।

କିନ୍ତୁ, ବିହାରରେ ଏବେ ଏହି ଅବଧାରଣା ବଦଳି ସାରିଛି । ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ହିଁ ବିହାରର ପାଖାପାଖି 1.25 କୋଟି ଗରିବ ପରିବାରଙ୍କୁ ଗ୍ୟାସ୍ ସଂଯୋଗ ମାଗଣାରେ ଯୋଗାଇ ଦିଆଯାଇଛି । ଘରେ ଗ୍ୟାସ ସଂଯୋଗ କରାଯିବା ଘଟଣାରେ ବିହାରର କୋଟି କୋଟି ଗରିବ ଲୋକଙ୍କ ଜୀବନରେ ଢ଼େର୍ ପରିବର୍ତ୍ତନ ଆସିଛି । ଏବେ ଆଉ ରାନ୍ଧିବା ସକାଶେ ସେମାନଙ୍କୁ ଜାଳେଣି କାଠ ପାଇଁ ଅପେକ୍ଷା କରିବାକୁ ପଡ଼ୁନାହିଁ । ବରଂ ସେମାନେ ନିଜେ ଆଗକୁ ବଢ଼ିବାକୁ ଅଗ୍ରସର ହେଉଛନ୍ତି ।

ସାଥୀଗଣ,

ଯେତେବେଳେ ମୁଁ କହୁଛି ଯେ ବିହାର ଦେଶର ପ୍ରତିଭାର ପାୱାର ହାଉସ୍ ବୋଲି, ଶକ୍ତି କେନ୍ଦ୍ର ହେବା ଆବଶ୍ୟକ ବୋଲି, ସେତେବେଳେ ଏହା କୌଣସି ଅତିରଞ୍ଜିତ ଉକ୍ତି ନୁହେଁ । ବିହାରର ଯୁବକଯୁବତୀମାନଙ୍କ, ଏଠାକାର ପ୍ରତିଭାର ପ୍ରଭାବ ସର୍ବତ୍ର ଅନୁଭୂତ । ଭାରତ ସରକାରରେ ସୁଦ୍ଧା ଏଭଳି ଅନେକ ପୁତ୍ର କନ୍ୟା ଅଛନ୍ତି ଯେଉଁମାନେ ଦେଶର ସେବା କରିଚାଲିଛନ୍ତି, ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣି ଚାଲିଛନ୍ତି ।

ଆପଣମାନେ ଯେକୌଣସି ଆଇଆଇଟିକୁ ଯାଆନ୍ତୁ, ସେଠାରେ ବିହାରର ଚମକ ନିଶ୍ଚୟ ଦେଖିବାକୁ ପାଇବେ । କୌଣସି ଗୋଟିଏ ସଂସ୍ଥାନକୁ ଯାଆନ୍ତୁ, ଆଖିରେ ବଡ଼ ବଡ଼ ସ୍ୱପ୍ନକୁ ଧରି, ଦେଶ ପାଇଁ କିଛି କରି ଦେଖାଇବା ସକାଶେ ସ୍ୱପ୍ନକୁ ଧରି ବିହାରର ସନ୍ତାନମାନେ ସର୍ବତ୍ର ଆପଣମାନଙ୍କୁ ଦୃଶ୍ୟ ହେବେ । ସେମାନେ ଅନ୍ୟମାନଙ୍କ ଠାରୁ କିଛି ନା କିଛି ଭିନ୍ନ କାମ ନିଶ୍ଚୟ କରୁଥିବେ ।

ବିହାରର କଳା, ଏଠାକାର ସଙ୍ଗୀତ, ଏଠାକାର ସ୍ୱାଦିଷ୍ଟ ଖାଦ୍ୟ, ଏହାର ପ୍ରଶଂସା ତ ସମଗ୍ର ଦେଶରେ କରାଯାଇଥାଏ । ଆପଣମାନେ କୌଣସି ଅନ୍ୟ ଏକ ରାଜ୍ୟକୁ ଚାଲି ଯାଆନ୍ତ, ବିହାରର ଶକ୍ତି, ବିହାରର ଶ୍ରମର ଛାପ ଆପଣମାନଙ୍କୁ ପ୍ରତ୍ୟେକ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଶ୍ଚୟ ଦୃଶ୍ୟ ହେବ । ବିହାରର ସହଯୋଗ ସମସ୍ତଙ୍କ ପାଇଁ ଏକାନ୍ତ କାମ୍ୟ ।

ଏଇ ତ ହେଲା ବିହାର, ଏହି ତ ହେଲା ବିହାରର ଅଦ୍ଭୁତ କ୍ଷମତା । ସେଇଥିପାଇଁ, ଏହା ମଧ୍ୟ ଆମର କର୍ତ୍ତବ୍ୟ ଏବଂ ମୁଁ କହିବି ଯେ କେଉଁଠି ନା କେଉଁଠି ଆମ ଉପରେ ବିହାରର କରଜ ରହିଛି ଯେ ଆମେ ବିହାରର ସେବା କରି ତାହା ଶୁଝିବା ଦରକାର । ଆମେ ବିହାରରେ ଏଭଳି ସୁଶାସନ ରଖିବା, ଯାହା ବିହାରର ଅଧିକାର ବୋଲି ମଧ୍ୟ ସାବ୍ୟସ୍ତ ହେବ ।

ସାଥୀଗଣ,

ଗତ 15 ବର୍ଷ ମଧ୍ୟରେ ବିହାର ଏକଥା ସମସ୍ତଙ୍କୁ କରି ଦେଖାଇଛି ଯେ ଯଦି ଉଚିତ ସରକାର ରହିବ, ଉଚିତ ନିଷ୍ପତ୍ତି ଗ୍ରହଣ କରାଯିବ, ନୀତି ସ୍ପଷ୍ଟ ହେବ, ତା’ହେଲେ ବିକାଶ ତ ଘଟିବ ଏବଂ ସେଥି ସହ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ତାହା ମଧ୍ୟ ପହଞ୍ଚôପାରିବ । ଆମେ ବିହାରର ପ୍ରତ୍ୟେକ ସେକ୍ଟରର ବିକାଶକୁ ଆଗକୁ ଆଗେଇ ନେବାକୁ ଚାହୁଁ । ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ପ୍ରୟାସୀ । ତଦ୍ୱାରା ବିହାରର ବିକାଶ ଏକ ନୂତନ ଉଡ଼ାଣ ଭାବେ ଆକାଶକୁ ଉଡ଼ି ପାରିବାକୁ ସକ୍ଷମ ହୋଇପାରିବ । ତାହା ଏତେ ଦୂର ପର୍ଯ୍ୟନ୍ତ ଉଡ଼ିବ ଯେ ବିହାରର ସାମର୍ଥ୍ୟ ସେତିକି ହୋଇଥିବ ।

ସାଥୀଗଣ,

ବିହାରରେ କିଛି ଲୋକ କେବେ କେମିତି କହିଥାନ୍ତି ଯେ ବିହାରର ଯୁବବର୍ଗ ପଢ଼ି ଲେଖି କ’ଣ କରିବେ? ସେମାନଙ୍କୁ ତ କ୍ଷେତବାଡ଼ିରେ କାମ କରିବାକୁ ପଡ଼ିବ । ଏଭଳି ଚିନ୍ତା ବିହାରର ପ୍ରତିଭାଶାଳୀ ଯୁବଗର୍ବଙ୍କ ପ୍ରତି ଅନ୍ୟାୟ ହେବ ବୋଲି ମୁଁ କହିବି । ଏହା ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ଏଭଳି ଚିନ୍ତାଧାରା କାରଣରୁ ହିଁ ବିହାରରେ ବଡ଼ ବଡ଼ ଶିକ୍ଷଣ ସଂସ୍ଥାନ ଖୋଲିବା ଦିଗରେ ସେପରି ବିଶେଷ କାର୍ଯ୍ୟ କରାଯାଇନାହିଁ । ଏହାର ପରିଣାମ ଏଇଆ ହେଲା ଯେ ବିହାରର ଯୁବକଯୁବତୀମାନେ ବାହାରକୁ ଯାଇ ପଢ଼ିବା ସକାଶେ, ଚାକିରୀ କରିବା ସକାଶେ ମଜବୁର ହେଲେ ।

ସାଥୀଗଣ,

କ୍ଷେତବାଡ଼ିରେ କାମ କରିବା, କ୍ଷେତରେ କୃଷକମାନଙ୍କୁ ଢ଼େର ପରିଶ୍ରମ କରିବା ଏବଂ ଗୌରବର କାମ କରିବାକୁ ପଡ଼ିଥାଏ । କିନ୍ତୁ ଯୁବକମାନଙ୍କୁ ଅନ୍ୟ କିଛି କରିବାର ସୁଯୋଗ ନଦେବା, ଏକଥା ବ୍ୟବସ୍ଥା ସୃଷ୍ଟି ନକରିବା ମଧ୍ୟ ଉଚିତ ପଦକ୍ଷେପ ନୁହେଁ । 

ଆଜି ବିହାରରେ ବଡ଼ ବଡ଼ ଉଚ୍ଚ ଶିକ୍ଷାନୁଷ୍ଠାନମାନ ଖୋଲୁଛି । ଏବେ ଏଠାରେ କୃଷି କଲେଜ, ମେଡ଼ିକାଲ କଲେଜ, ଇଂଜିନିୟରିଂ କଲେଜମାନଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଏବେ ରାଜ୍ୟରେ ଆଇଆଇଟି, ଆଇଆଇଏମ, ଆଇଆଇଆଇଟି, ବିହାରର ଯୁବକଯୁବତୀମାନଙ୍କ ସ୍ୱପ୍ନକୁ ଉଚ୍ଚ ଆକାଶରେ ଉଡ଼ିବା ସକାଶେ ସହାୟକ ହୋଇପାରୁଛି ।

ନୀତୀଶଜୀଙ୍କ ଶାସନ କାଳରେ ହିଁ ବିହାରରେ ଦୁଇ ଦୁଇଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଗୋଟିଏ ଆଇଆଇଟି, ଗୋଟିଏ ଆଇଆଇଏମ, ଗୋଟିଏ ନିଫ୍ଟ, ଗୋଟିଏ ନ୍ୟାସନାଲ ଲ’ ଇନଷ୍ଟିଚୁଟ୍ ଭଳି ଅନେକ ବଡ଼ ବଡ଼ ସଂସ୍ଥାନ ଖୋଲିଛି । ନୀତିଶଜୀଙ୍କ ପ୍ରୟାସରେ ଚାଲିଥିବାରୁ ଆଜି ବିହାରରେ ପଲିଟେକ୍ନିକ୍ ସଂସ୍ଥାନଙ୍କ ସଂଖ୍ୟା ପୂର୍ବାବେକ୍ଷା ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଷ୍ଟାର୍ଟ ଅପ୍ ଇଣ୍ଡିଆ, ମୁଦ୍ରା ଯୋଜନା, ଏହିଭଳି ଅନେକ ଯୋଜନା ବିହାରର ନୂତନ ପିଢ଼ିର ଯୁବକଯୁବତୀମାନଙ୍କୁ ସ୍ୱରୋଜଗାର ପାଇଁ ଆବଶ୍ୟକ ରାଶି ଯୋଗାଇ ଦେଉଛି । ସରକାରଙ୍କର ଏହା ପ୍ରୟାସ ରହିଛି ଯେ ଜିଲ୍ଲା ସ୍ତରରେ କୌଶଳ କେନ୍ଦ୍ରମାନଙ୍କ ମାଧ୍ୟମରେ ବିହାରର ଯୁବକଯୁବତୀମାନଙ୍କର କୌଶଳ ବୃଦ୍ଧି ପାଇବ ଏବଂ ସେଥିପାଇଁ ଟ୍ରେନିଂ ପ୍ରଦାନ କରାଯିବ ।

ସାଥୀଗଣ,

ବିହାରରେ ବିଜୁଳି ଶକ୍ତିର ସ୍ଥିତି କ’ର ଥିଲା, ଏକଥା ସମସ୍ତଙ୍କୁ ଉତ୍ତମ ରୂପେ ଜଣା । ଗାଁରେ ଦିନକୁ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଆସୁଥିଲା ତ ସ୍ଥିତି ବହୁତ ବଢ଼ିଆ ବୋଲି ବିବେଚନା କରାଯାଉଥିଲା । ସହରରେ ରହୁଥିବା ଲୋକଙ୍କୁ ମଧ୍ୟ 8-10 ଘଣ୍ଟାରୁ ଅଧିକ ବିଜୁଳି ମିଳିପାରୁନଥିଲା । ଆଜି ବିହାରର ପ୍ରତ୍ୟେକ ଗାଁରେ, ସହରମାନଙ୍କରେ ବିଜୁଳି ଉପଲବ୍ଧତା ପୂର୍ବାପେକ୍ଷା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ।

ସାଥୀଗଣ,

ଶକ୍ତି, ପେଟ୍ରୋଲିଅମ୍ ଏବଂ ବାଷ୍ପ ସହିତ ସଂଶ୍ଳିଷ୍ଟ ସେକ୍ଟରରେ ଯେଉଁ ଆଧୁନିକ ସଂସାଧନର ନିର୍ମାଣ କରାଯାଉଛି, ଯେଉଁ ସଂସ୍କାର ଅଣାଯାଉଛି, ତାହା ଲୋକମାନଙ୍କ ଜୀବନକୁ ସରଳ କରିବା ସହିତ ଉଦ୍ୟୋଗମାନଙ୍କୁ ତଥା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଗତି ପ୍ରଦାନ କରୁଛି । କରୋନାର ଏହି କାଳଖଣ୍ଡ ବେଳେ ଏବେ ପୁଣିଥରେ ପେଟ୍ରୋଲିୟମ୍ ସହିତ ସଂଶ୍ଳିଷ୍ଟ ସଂସାଧନ ପାଇଁ କାର୍ଯ୍ୟ ଗତିଶୀଳ ହୋଇଛି ।

ରିଫାଇନେରୀ ପ୍ରକଳ୍ପ ହୋଇଥାଉ, ଅନୁସନ୍ଧାନ କିମ୍ବା ଉତ୍ପାଦନ ସହିତ ସଂଶ୍ଳିଷ୍ଟ ପ୍ରକଳ୍ପ ହୋଇଥାଉ, ପାଇପ ଲାଇନ ହେଉ, ସହର ଆଧାରିତ ବାଷ୍ୱ ବିତରଣ ପ୍ରକଳ୍ପ ହୋଇଥାଉ, ଏଭଳି ଅନେକ ପ୍ରକଳ୍ପ ପୁଣି ଥରେ ଚାଲୁ କରାଯାଇଛି କିମ୍ବା ନୂତନ ଭାବେ ସେହି ସବୁ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ସଂଖ୍ୟା କିଛି କମ୍ ନୁହେଁ । ସେସବୁ ମିଶି ପ୍ରାୟ 8 ହଜାର ପ୍ରକଳ୍ପରୁ ବେଶୀ ହେବ ଯାହା ଉପରେ ଆଗାମୀ ଦିନରେ ପ୍ରାୟ 6 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆପଣମାନେ ଅନୁମାନ କରିପାରିବେ ଯେ ଦେଶରେ, ବିହାରରେ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ପାଇଁ କେତେ ବିରାଟ ଆକାରରେ କାର୍ଯ୍ୟ କରାଯାଉଛି ।

କେବଳ ସେତିକି ନୁହେଁ, ଏହିସବୁ ପ୍ରକଳ୍ପରେ ଯେତେ ଲୋକ ପୂର୍ବରୁ କାମ କରୁଥିଲେ, ସେମାନେ ତ ପୁଣି ଥରେ କାମକୁ ଫେରିବେ, ଏହି କାରଣରୁ ରୋଜଗାରର ନୂଆ ନୂଆ ଅବସରମାନ, ସମ୍ଭାବନାମାନ ମଧ୍ୟ ସୃଷ୍ଟି ହେବ । ସାଥୀଗଣ, ଏତେ ବଡ଼ ବୈଶ୍ୱିକ ମହାମାରୀ ଦେଶର ପ୍ରତ୍ୟେକ ବ୍ୟକ୍ତି ପାଇଁ ସମସ୍ୟା ନେଇ ଆସିଛି । କିନ୍ତୁ ଏଭଳି ସମସ୍ୟା ସତ୍ତ୍ୱେ ବି ଦେଶ ଅଟକି ଯାଇନାହିଁ । ବିହାର ଅଟକି ଯାଇନାହିଁ, ଥମି ଯାଇନାହିଁ ।

100 ଲକ୍ଷ କୋଟିରୁ ଅଧିକ ଟଙ୍କାର ନ୍ୟାସନାଲ ଇନଫ୍ରାଷ୍ଟ୍ରକଚର ପାଇପ ଲାଇନ୍ ପ୍ରକଳ୍ପ ଦ୍ୱାର ମଧ୍ୟ ଆର୍ଥିକ ଗତିବିଧି ବୃଦ୍ଧି ପାଇପାରିବ । ସେଥିରୁ ବେଶ୍ ସୁଫଳ ମିଳିପାରିବ । ବିହାରକୁ, ପୂର୍ବାଞ୍ଚଳ ଭାରତକୁ ବିକାଶର ଆତ୍ମ ବିଶ୍ୱାସର ପ୍ରାଣକେନ୍ଦ୍ରରେ ପରିଣତ କରିବା ସକାଶେ ଆମେ ସମସ୍ତେ ଦ୍ରୁତ ବେଗରେ କାର୍ଯ୍ୟ କରିବାକୁ ହେବ । ଏହି ବିଶ୍ୱାସର ସହିତ ଶହ ଶହ କୋଟି ଟଙ୍କାର ସୁବିଧା ସୁଯୋଗ ପାଇଥିବାରୁ ପୁଣି ଥରେ ବିହାରବାସୀଙ୍କୁ ବହୁତ ବହୁତ ବଧେଇ ଜଣାଉଛି । ବିଶେଶ କରି ସେହିସବୁ ମାତା ଓ ଭଉଣୀମାନଙ୍କୁ ଯେଉଁମାନଙ୍କ ଜୀବନ ଏହା ଦ୍ୱାରା ଅଧିକ ସହଜ ସରଳ ଓ ସୁଗମ ହୋଇପାରିବ । ସେଥିପାଇଁ ସେମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ସ୍ମରଣ ରଖନ୍ତୁ, କରୋନା ସଂକ୍ରମଣ ଏବେ ସୁଦ୍ଧା ଆମମାନଙ୍କ ଭିତରେ ଉପସ୍ଥିତ ରହିଛି । ଏବଂ ସେଥିପାଇଁ ମୁଁ ବାରମ୍ବାର କହୁଛି- ଯେପର୍ଯ୍ୟନ୍ତ ଏହାର କୌଣସି ପ୍ରତିଷେଧକ ଔଷଧ ନବାହାରିଛି, ସେପର୍ଯ୍ୟନ୍ତ ସତର୍କତା ଅବଲମ୍ବନରେ କୌଣସି ଢ଼ିଲା ଦେବାନାହିଁ । ପୁଣି ଥରେ ଶୁଣି ନିଅନ୍ତୁ, ଯେ ଯେପର୍ଯ୍ୟନ୍ତ ଏହାର କୌଣସି ପ୍ରତିଷେଧକ ଔଷଧ ନବାହାରିଛି, ସେପର୍ଯ୍ୟନ୍ତ ସତର୍କତା ଅବଲମ୍ବନରେ କୌଣସି ଢ଼ିଲା ଦେବାନାହିଁ ।

ସେଥିପାଇଁ, ଦୁଇ ଗଜର ଦୂରତା ରକ୍ଷା, ସାବୁନରେ ହାତକୁ ନିୟମିତ ଭାବେ ସଫା କରିବା, ଏଠି ସେଠି ଛେପ ଖଙ୍କାର ନପକାଇବା ଏବଂ ମୁହଁରେ ମାସ୍କ ବାନ୍ଧିବା, ଏହିସବୁ ଜରୁରି କଥାକୁ ଆମେ ନିଜେ ପାଳନ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଇଦେବା ।

ଆପଣମାନେ ସତର୍କ ରହିବେ ତ ବିହାର ସୁସ୍ଥ ରହିବ । ଦେଶ ସୁସ୍ଥ ରହିବ । ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଏହି ଭେଟ ସାକ୍ଷାତ ସହିତ ବିହାରର ବିକାଶ ଯାତ୍ରାରେ ନୂତନ ଶକ୍ତି ଯୋଗାଣରୁ ଶୁଭ ଅବସରରେ ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India emerges as world’s 2nd-largest solar market, green energy momentum accelerates: Experts

Media Coverage

India emerges as world’s 2nd-largest solar market, green energy momentum accelerates: Experts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.