“Well-informed, better-informed society should be the goal for all of us, let us all work together for this”
“Agradoot has always kept the national interest paramount”
“Central and state governments are working together to reduce the difficulties of people of Assam during floods”
“Indian language journalism has played a key role in Indian tradition, culture, freedom struggle and the development journey”
“People's movements protected the cultural heritage and Assamese pride, now Assam is writing a new development story with the help of public participation”
“How can intellectual space remain limited among a few people who know a particular language”

ଆସାମର ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ହିମଂତ ବିଶ୍ୱ ଶର୍ମା ଜୀ, ମନ୍ତ୍ରୀ ଶ୍ରୀ ଅତୁଲ ବୋରା ଜୀ, କେଶମ ମହଂତ ଜୀ, ପିୟୁଷ ହଜାରିକା ଜୀ, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ଅଧ୍ୟକ୍ଷ ଡକ୍ଟର ଦୟାନନ୍ଦ ପାଠକ ଜୀ, ଅଗ୍ରଦୂତର ମୁଖ୍ୟ ସମ୍ପାଦକ ଏବଂ କଲମ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଯିଏ ତପସ୍ୟା କରିଛନ୍ତି, ସାଧନା କରିଛନ୍ତି, ଏଭଳି କନକସେନ ଡେକା ଜୀ, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ଲୋକମାନେ ।

ଆସାମିୟା ଭାଷାରେ ଉତ୍ତର ପୂର୍ବ ସଶକ୍ତ ଧ୍ୱନି, ଦୈନିକ ଅଗ୍ରଦୂତ ସହ ଜଡ଼ିତ ସମସ୍ତ ସାଥୀମାନେ, ପ୍ରତିନିଧିମାନେ, କର୍ମଚାରୀମାନେ ଏବଂ ପାଠକମାନଙ୍କୁ ୫ଠ ବର୍ଷ- ପାଞ୍ଚ ଦଶକର ଏହା ସ୍ୱର୍ଣ୍ଣିମା ଯାତ୍ରା ପାଇଁ ବହୁତ ବହୁତ ଧନ୍ୟବାଦ ଜଣାଉଛି; ବହୁତ ବହୁତ ଶୁଭକାମନା ଜଣାଉଛି । ଆଗାମୀ ଦିନରେ ଅଗ୍ରଦୂତ ନୂତନ ଶିଖରକୁ ଛୁଇଁବ, ଭାଇ ପ୍ରାଂଜଲ ଏବଂ ଯୁବଗୋଷ୍ଠୀଙ୍କୁ ମୁଁ ଏଥିପାଇଁ ଶୁଭକାମନା ଜଣାଉଛି ।

ଏହି ସମାରୋହ ପାଇଁ ଶ୍ରୀମନ୍ତ ଶଙ୍କର ଦେବଙ୍କ କଳା କ୍ଷେତ୍ରର ନିର୍ବାଚନ ମଧ୍ୟ ଗୋଟିଏ ନିଜସ୍ୱ ଅଦ୍ଭୁତ ସଂଯୋଗ ଅଟେ । ଶ୍ରୀମନ୍ତ ଶଙ୍କର ଦେବ ଜୀ ଅସାମିୟା କାବ୍ୟ ଏବଂ ରଚନା ମାଧ୍ୟମରେ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ସଶକ୍ତ କରିଥିଲା । ସେହି ମୂଲ୍ୟକୁ ଦୈନିକ ଅଗ୍ରଦୂତ ମଧ୍ୟ ନିଜର ଖବରକାଗଜ ମାଧ୍ୟମରେ ସମୃଦ୍ଧ କରିଛି। ଦେଶରେ ସଦଭାବର, ଏକତାର, ଆଲେଖ୍ୟକୁ ଉଜ୍ଜୀବୀତ କରି ରଖିବାର ଆପଣ ଖବରକାଗଜର ପତ୍ରକାରତା ମାଧ୍ୟମରେ ବହୁତ ବଡ଼ ଭୂମିକା ନିର୍ବାହ କରିଛନ୍ତି ।

ଡେକା ଜୀଙ୍କ ମାର୍ଗଦର୍ଶନରେ ଦୈନିକ ଅଗ୍ରଦୂତ ସବୁବେଳେ ରାଷ୍ଟ୍ର ହିତକୁ ସର୍ବାଗ୍ରେ ରଖିଥିଲେ । ଜୁରୁରୀକାଳୀନ ସମୟରେ ମଧ୍ୟ ଯେତେବେଳେ ଲୋକତନ୍ତ୍ର ଉପରେ ସବୁଠାରୁ ବଡ଼ ଆକ୍ରମଣ ହେଲା, ସେତେବେଳେ ମଧ୍ୟ ଦୈନିକ ଅଗ୍ରଦୂତ ଏବଂ ଡେକା ଜୀଙ୍କ ସାମ୍ବାଦିକ ଭାବରେ ସେ ବୁଝାମଣା କରି ନ ଥିଲେ । ସେ କେବଳ ଆସାମରେ ଭାରତୀୟତାର ସହ ଓତଃପ୍ରୋତଃ ଭାବେ ସାମ୍ବାଦିକତାକୁ ସଶକ୍ତ କରିଥିଲେ, ବରଂ ମୂଲ୍ୟ ଆଧାରରେ ସାମ୍ବାଦିକତା ପାଇଁ ଏକ ନୂତନ ପିଢ଼ି ମଧ୍ୟ ପ୍ରସ୍ତୁତ କରିଥିଲେ ।

ସ୍ୱାଧୀନତାର ୭୫ତମ ବର୍ଷର୍ରେ ଦୈନିକ ଅଗ୍ରଦୂତର ସ୍ୱର୍ଣ୍ଣ ଜୟନ୍ତି ସମାରୋହ କେବଳ ଏକ ସ୍ଥାନରେ ପହଞ୍ଚô ନାହିଁ, ବରଂ ଏହା ସ୍ୱାଧୀନତାର ଅମୃତ କାଳରେ ସାମ୍ବାଦିକତା ପାଇଁ, ରାଷ୍ଟ୍ରୀୟ କର୍ତ୍ତବ୍ୟ ପାଇଁ ପ୍ରେରଣା ମଧ୍ୟ ଅଟେ ।

ସାଥୀମାନେ,

ଗତ କିଛି ଦିନରୁ ଆସାମ ବନ୍ୟା ଭାବରେ ଏକ ବଡ଼ ଆହ୍ୱାନ ଏବଂ କଷ୍ଟକୁ ମଧ୍ୟ ସାମ୍ନା କରୁଛି । ଆସାମର ଅନେକ ଜିଲ୍ଲାଗୁଡ଼ିକରେ ଜୀବନ ବହୁତ ଅଧିକ ପ୍ରଭାବିତ ହୋଇଛି । ହେମନ୍ତ ଜୀ ଏବଂ ତାଙ୍କ ଦଳ ସୁବିଧା ଏବଂ ସୁରକ୍ଷା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ମୋର ମଧ୍ୟ ସମୟ ସମୟରେ ଏହାକୁ ନେଇ ସେଠାକାର ଅନେକ ଲୋକମାନଙ୍କ ସହିତ କଥାବାର୍ତ୍ତା ହୋଇଥାଏ । ମୁଖ୍ୟମନ୍ତ୍ରୀ ଜୀଙ୍କ କଥାବାର୍ତ୍ତା ହୋଇଥାଏ । ମୁଁ ଆଜି ଆସାମର ଲୋକମାନଙ୍କୁ, ଅଗ୍ରଦୂତର ପାଠକମାନଙ୍କୁ ଏହି ଭରସା ଦେଉଛି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି, ଅନେକ ଅସୁବିଧାଗୁଡ଼ିକୁ କମ କରିବାରେ ଏକଜୁଟ ହୋଇଛନ୍ତି ।

ସାଥୀମାନେ,

ଭାରତର ପରମ୍ପରା, ସଂସ୍କୃତି, ସ୍ୱାଧୀନତାର ଲଢ଼େଇ ଏବଂ ବିଳାସ ଯାତ୍ରାରେ ଭାରତୀୟ ଭାଷାଗୁଡ଼ିକର ସାମ୍ବାଦିକତାର ଭୂମିକା ଅଗ୍ରଣୀ ରହିଛି । ଆସାମ ସାମ୍ବାଦିକତା କ୍ଷେତ୍ରରେ ବହୁତ ଜାଗ୍ରତ କ୍ଷେତ୍ର ରହିଛି । ଆଜିଠାରୁ ପାଖାପାଖି ୧୫ଠ ବର୍ଷ ପୂର୍ବରୁ ହିଁ ଆସାମିୟାରେ ସାମ୍ବାଦିକତା ଆରମ୍ଭ ହୋଇ ଯାଇଥିଲା ଏବଂ ଯାହା ସହିତ ସମୃଦ୍ଧ ହେବାରେ ଲାଗିଲା । ଆସାମରେ ଏପରି ଅନେକ ସାମ୍ବାଦିକ, ଏପରି ଅନେକ ସମ୍ପାଦକ ଦେଶକୁ ଦେଇଛି, ଯେଉଁମାନେ ଭାଷାଗୁଡ଼ିକର ସାମ୍ବାଦିକତାକୁ ନୂଆ ବିସ୍ତୀର୍ଣ୍ଣତା ଦେଇଛନ୍ତି । ଆଜି ମଧ୍ୟ ଏହି ସାମ୍ବାଦିକତା ସହିତ ଯୋଡ଼ିବାରେ ବହୁତ ବଡ଼ ସେବା କରୁଛନ୍ତି ।

ସାଥୀମାନେ,

ଦୈନିକ ଅଗ୍ରଦୂତର ଗତ ୫ଠ ବର୍ଷର ଯାତ୍ରା ଆସାମରେ ହୋଇଥିବା ପରିବର୍ତ୍ତନର କାହାଣୀ ବଖାଣୁଛି । ଜନ ଆନେ୍ଦାଳନ ଏହି ପରିବର୍ତ୍ତନକୁ ସାକାର କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି । ଜନଆଂଦୋଳନ ଆସାମରେ ସାଂସ୍କୃତିକ, ଐତିହ୍ୟ ଏବଂ ଆସାମର ଗୌରବର ରକ୍ଷା କରିଛି ଏବଂ ବର୍ତ୍ତମାନ ଜନ ଭାଗିଦାରୀ ସହଯୋଗ ଯୋଗୁଁ ଆସାମ ବିକାଶର ନୂଆ ଗାଥା ଲେଖୁଛି ।

ସାଥୀମାନେ,

ଭାରତର ଏହି ସମାଜରେ ଗଣତନ୍ତ୍ର ଏଥିପାଇଁ ନିହିତ ଅଟେ କାରଣ ଏଥିରେ ବିମର୍ଶରୁ, ବିଚାରରୁ, ସମସ୍ତ ଭତଭେଦକୁ ଦୂର କରିବାର ରାସ୍ତା ଅଟେ । ଯେତେବେଳେ ଖବର ହୋଇଥାଏ, ସେତେବେଳେ ସମାଧାନ ବାହାରିଥାଏ । ସମ୍ବାଦରୁ ହିଁ ସମ୍ଭାବନା ବିସୃତ ହୋଇଥାଏ । ଏଥିପାଇଁ ଭାରତୀୟ ଲୋକତନ୍ତ୍ରରେ ଜ୍ଞାନର ପ୍ରବାହ ସହିତ ସୂଚନାର ପ୍ରବାହ ମଧ୍ୟ ଅବିରତ ପ୍ରବାହିତ ହେଉଥିଲା ଏବଂ ନିରନ୍ତର ଭାବେ ବୋହି ଚାଲିଥିଲା । ଅଗ୍ରଦୂତ ମଧ୍ୟ ଏହି ପରମ୍ପରାକୁ ଆଗକୁ ବଢ଼ାଇବାର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ ରହିଆସିଛି ।

ସାଥୀମାନେ,

ଆଜିର ଦୁନିଆରେ ଆମେ କେଉଁଠି ମଧ୍ୟ ରହୁ, ଆମର ମାତୃଭାଷାରେ ବାହାରୁଥିବା ସମ୍ବାଦପତ୍ର ଆମକୁ ଘର ସହିତ ଯୋଡ଼ି ହେବାର ଅନୁଭବ କରାଇଥାଏ । ଆପଣ ମଧ୍ୟ ଜାଣିଛନ୍ତି ଯେ ଆସାମିୟା ଛପାଯାଇଥିବା ଦୈନିକ ଅଗ୍ରଦୂତ ସପ୍ତାହରେ ଦୁଇଥର ଛପା ଯାଉଥିଲା । ସେଠାରୁ ଆରମ୍ଭ ହୋଇଥିଲା ଏହାର ଯାତ୍ରା । ପ୍ରଥମେ ଦୈନିକ ସମ୍ବାଦପତ୍ର ହେବା ପର୍ଯ୍ୟନ୍ତ ପହଂଚିଥିଲା ଏବଂ ବର୍ତ୍ତମାନ ଏହା ଇ-ପେପର ରୂପରେ ଅନଲାଇନରେ ମଧ୍ୟ ରହିଛି । ଦୁନିଆରେ କୌଣସି ମଧ୍ୟ କୋଣରେ ରହିକି ଆପଣ ଆସାମର ଖବର ସହିତ ଯୋଡ଼ି ହୋଇପାରିବେ, ଆସାମ ସହିତ ଯୋଡ଼ି ହୋଇ ରହିପାରିବେ ।

ଏହି ସମ୍ବାଦପତ୍ରର ବିକାଶ ଯାତ୍ରାରେ ଆମର ଦେଶର ପରିବର୍ତ୍ତନ ଏବଂ ଡିଜିଟାଲ ବିକାଶର ଝଲକ ଦେଖାଯାଉଛି । ଡିଜିଟାଲ ଇଣ୍ଡିଆ ଆଜି ସ୍ଥାନୀୟ ସଂଯୋଗୀକରଣର ଦୃଢ଼ ମାଧ୍ୟମ ହୋଇଯାଇଛି । ଆଜି ଯେଉଁ ବ୍ୟକ୍ତି ଅନଲାଇନ ସମ୍ବାଦ ପଢୁଛି, ସେ ଅନଲାଇନ ଦେୟ ମଧ୍ୟ କରିବାକୁ ଯାଉଛି । ଦୈନିକ ଅଗ୍ରଦୂତ ଏବଂ ଆମର ଗଣମାଧ୍ୟମ ଆସାମ ଏବଂ ଦେଶର ଏହି ପରିବର୍ତ୍ତନର ସାକ୍ଷୀ ରହିଛି ।

ସାଥୀମାନେ,

ସ୍ୱାଧୀନତାର ୭୫ ବର୍ଷ ଯେତେବେଳେ ଆମେ ପୂରଣ କରୁଛୁ, ସେତେବେଳ ପର୍ଯ୍ୟନ୍ତ ଆମେ ନିଶ୍ଚିତ ଭାବେ ପ୍ରଶ୍ନ କରିବା ଆବଶ୍ୟକ । ବୌଦ୍ଧିକ ସ୍ଥାନ କୌଣସି ବିଶେଷ ଭାଷାକୁ ଜାଣିଥିବା କିଛି ଲୋକମାନଙ୍କ ମଧ୍ୟରେ ହିଁ ସୀମିତ କାହିଁକି ରହିବା ଦରକାର? ଏହି ପ୍ରଶ୍ନ କେବଳ ଭାବପ୍ରବଣତା ହେବା କଥା ନୁହେଁ, ବରଂ ବିଜ୍ଞାନସମ୍ମତ ଯୁକ୍ତି ମଧ୍ୟ ଅଟେ । ଆପଣ ଟିକିଏ ଚିନ୍ତା କରନ୍ତୁ, ଗତ ୩ ଔଦ୍ୟୋଗିକ କ୍ରାନ୍ତିରେ ମୁଁ ଭାରତ ଅନୁସନ୍ଧାନ ଏବଂ ବିକାଶ ପଛରେ କାହିଁକି ରହୁଛି? ଯାହା କି ଭାରତ ନିକଟରେ ଜ୍ଞାନର, ଜାଣିବା- ବୁଝିବାର, କିଛି ନୂତନ କରିବା ପାଇଁ ଚିନ୍ତା କରିବାର ପରମ୍ପରା ପୁରାତନ କାଳରୁ ଚାଲି ଆସୁଛି ।

ଏହାର ଏକ ବଡ଼ କାରଣ ଏହା ହେଉଛି ଯେ ଆମର ଏହି ସମ୍ପଦ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଥିଲା । ଦାସତ୍ୱର ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଭାଷାର ବିସ୍ତୃତତାକୁ ଅଟକାଇ ଦିଆଗଲା ଏବଂ ଆଧୁନିକ ଜ୍ଞାନ ବିଜ୍ଞାନ, ଗବେଷଣାକୁ ଏକୁଟିଆ- ଯୁଗ୍ମ ଭାଷା ମଧ୍ୟରେ ସୀମିତ କରି ଦିଆଗଲା । ଭାରତରେ ବହୁତ ବଡ଼ ଖଣ୍ଡକୁ ସେହି ଭାଷା ପର୍ଯ୍ୟନ୍ତ, ସେହି ଜ୍ଞାନ ପର୍ଯ୍ୟନ୍ତ ସଂଯୋଗ ହିଁ ନ ଥିଲା । ଅର୍ଥାତ ସମୃଦ୍ଧି ବିଶେଷ ଜ୍ଞାନର କାର୍ଯ୍ୟକ୍ଷେତ୍ର ନିରନ୍ତର ଭାବେ ସଂକୁଚିତ ହୋଇଗଲା । ଯେଉଁଥିରେ ଆବିଷ୍କାର ଏବଂ ଆବିଷ୍କାର କ୍ଷେତ୍ର ମଧ୍ୟ ସୀମିତ ହୋଇଗଲା । ଏକବିଂଶ ଶତାବ୍ଦୀରେ ଯେତେବେଳେ ଦୁନିଆ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଆଡ଼କୁ ବଢୁଛି, ସେତେବେଳେ ଭାରତ ନିକଟରେ ଦୁନିଆକୁ ପ୍ରମୁଖ ହେବାକୁ ବହୁତ ବଡ଼ ସୁଯୋଗ ଅଛି । ଏହି ସୁଯୋଗ ଆମର ଡେଟା ଶକ୍ତି ଯୋଗୁ ହୋଇଛି, ଡିଜିଟାଲ ସମାବେଶ କାରଣ ଯୋଗୁ ହୋଇଛି । କୌଣସି ମଧ୍ୟ ଭାରତୀୟ ସବୁଠାରୁ ଭଲ ସୂଚନା, ଭଲ ଜ୍ଞାନ, ଭଲ ଦକ୍ଷତା ଏବଂ ଭଲ ସୁଯୋଗ ଦ୍ୱାରା କେବଳ ଭାଷା ଯୋଗୁ ବଞ୍ଚôତ ନ ହେଉ, ଏହା ଆମର ପ୍ରୟାସ ଅଟେ ।

ସେଥିପାଇଁ ଆମେ ରାଷ୍ଟ୍ରୀୟ ଶିକ୍ଷା ନିମିତ୍ତ ଭାରତୀୟ ଭାଷାରେ ପାଠପଢ଼ାକୁ ପ୍ରୋତ୍ସାହିତ କରିଛୁ । ମାତୃଭାଷାରେ ପାଠ ପଢୁଥିବା ଏହି ଛାତ୍ର କାଲି ସେ ଯେକୌଣସି ପେସାକୁ ଯାଉ, ତାଙ୍କୁ ନିଜ କ୍ଷେତ୍ରର ଆବଶ୍ୟକତା ଏବଂ ନିଜ ଲୋକମାନଙ୍କର ଆକାଂକ୍ଷାଗୁଡ଼ିକର ଜ୍ଞାନ ରହିବା ଆବଶ୍ୟକ । ଏହା ସହିତ ବର୍ତ୍ତମାନ ଆମର ପ୍ରୟାସ ଏହା ରହିଛି ଯେ ଭାରତୀୟ ଭାଷାରେ ଦୁନିଆର ପ୍ରକୃଷ୍ଟ ବିଷୟ ଉପଲବ୍ଧ ହେଉ । ଏଥିପାଇଁ ଜାତୀୟ ଭାଷା ଟ୍ରାନ୍ସଲେସନ ମିଶନ ଉପରେ ଆମେ କାର୍ଯ୍ୟ କରୁଛୁ ।

ପ୍ରୟାସ ଏହା ରହିଛି ଯେ ଇଣ୍ଟରନେଟ, ଯାହାକି ଜ୍ଞାନର, ସୂଚନାର ବହୁତ ବଡ଼ ଭଣ୍ଡାର ଅଟେ, ତାହାକୁ ପ୍ରତ୍ୟେକ ଭାରତୀୟ ନିଜ ଭାଷାରେ ପ୍ରୟୋଗ କରିପାରିବେ । ଦୁଇ ଦିନ ପୂର୍ବରୁ ଏଥିପାଇଁ ଭାଷିନୀ ପ୍ଲାଟଫର୍ମର ଶୁଭାରମ୍ଭ କରାଗଲା । ଏହା ଭାରତୀୟ ଭାଷାମାନଙ୍କର ଏକୀକୃତ ଭାଷା ଅନ୍ତରାଫଳକ ଅଟେ, ପ୍ରତ୍ୟେକ ଭାରତୀୟଙ୍କୁ ଇଣ୍ଟରନେଟରୁ ସୁବିଧାରେ ସଂଯୋଗ କରିବାର ପ୍ରୟାସ ଅଟେ, ଯାହାକି ସେହି ସୂଚନାକୁ, ଜ୍ଞାନର ଏହି ଆଧୁନିକ ସ୍ରୋତ ଦ୍ୱାରା, ସରକାରଙ୍କ ଦ୍ୱାରା, ସରକାରୀ ସୁବିଧା ଦ୍ୱାରା ସୁବିଧାରେ ନିଜର ଭାଷା ସହିତ ଯୋଡ଼ି ହୋଇ ପାରିବ, ସମ୍ବାଦ କରିପାରିବ ।

ଇଣ୍ଟରନେଟକୁ କୋଟି-କୋଟି ଭାରତୀୟଙ୍କୁ ନିଜର ଭାଷାରେ ଉପଲବ୍ଧ କରାଇବା ସାମାଜିକ ଏବଂ ଆର୍ଥିକ, ପ୍ରତ୍ୟେକ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅଟେ । ସବୁଠାରୁ ବଡ଼ କଥା ଏହା ହେଲା ଯେ ଭାରତ, ଶ୍ରେଷ୍ଠ ଭାରତକୁ ମଜବୁତ କରିବାରେ; ଦେଶର ଅଲଗା ଅଲଗା ରାଜ୍ୟ ସହିତ ଯୋଡ଼ି ହେବାରେ । ବୁଲିବା ଏବଂ ସଂସ୍କୃତିକୁ ବୁଝିବାରେ ଏହା ବହୁତ ସାହାଯ୍ୟ କରିବ ।

ସାଥୀମାନେ,

ଆସାମ ସହିତ ପୁରା ଉତ୍ତର ପୂର୍ବ ପର୍ଯ୍ୟଟନ, ସଂସ୍କୃତି ଏବଂ ବାୟୋ ଡାଇଭର୍ସିଟି ପାଇଁ ବହୁତ ସମୃଦ୍ଧ ଅଟେ । ହେଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୁରା କ୍ଷେତ୍ର ଏତେ ଅନ୍ୱେଷଣ କରି ହୋଇନାହିଁ, ଯେତିକି ହେବା ଆବଶ୍ୟକ । ଆସାମ ନିକଟରେ ଭାଷା, ଗୀତ-ସଂଗୀତ ଭାବରେ ଯେଉଁ ସମୃଦ୍ଧ ଐତିହ୍ୟ ଅଛି, ତାହାକୁ ଦେଶ ଏବଂ ଦୁନିଆ ପର୍ଯ୍ୟନ୍ତ ପହଞ୍ଚାଇବା ଆବଶ୍ୟକ । ଗତ ୮ ବର୍ଷରୁ ଆସାମ ଏବଂ ପୁରା ଉତ୍ତର ପୂର୍ବକୁ ଆଧୁନିକ ସଂଯୋଗୀକରଣ ହିସାବରେ ଯୋଡ଼ିବାର ଅଦ୍ଭୁତପୂର୍ବ ପ୍ରୟାସ ଚାଲିଛି । ଏଥିରୁ ଆସାମର, ଉତ୍ତର ପୂର୍ବର, ଭାରତର ସମୃଦ୍ଧିରେ ଭାଗିଦାରୀ ଲଗାତାର ଭାବେ ବୃଦ୍ଧି ଘଟୁଛି । ବର୍ତ୍ତମାନ ଭାଷାମାନଙ୍କ ପାଇଁ ଏହି କ୍ଷେତ୍ର ଡିଜିଟାଲ ସଂଯୋଗ ହେବ ତେବେ ଆସାମର ସଂସ୍କୃତି; ଜନଜାତୀୟ ପରମ୍ପରା ଏବଂ ପର୍ଯ୍ୟଟନକୁ ବହୁତ ଲାଭ ମିଳିବ ।

ସାଥୀମାନେ,

ଏଥିପାଇଁ ମୋର ଅଗ୍ରଦୂତ ଭଳି ଦେଶର ପ୍ରତ୍ୟେକ ଭାଷାର ସାମ୍ବାଦିକତା କରୁଥିବା ସଂସ୍ଥାଗୁଡ଼ିକୁ ବିଶେଷ ନିବେଦନ ରହିବ ଯେ ଡିଜିଟାଲ ଇଣ୍ଡିଆ ଏଭଳି ପ୍ରତ୍ୟେକ ପ୍ରୟାସ ସହିତ ନିଜର ପାଠକମାନଙ୍କୁ ସଚେତନ କରନ୍ତୁ । ଭାରତର ଔଦ୍ୟୋଗିକ ଭବିଷ୍ୟତକୁ ସମୃଦ୍ଧ ଏବଂ ସଶକ୍ତ କରିବା ପାଇଁ ସମସ୍ତଙ୍କର ପ୍ରୟାସ ଆବଶ୍ୟକ । ସ୍ୱଚ୍ଛ ଭାରତ ମିଶନ ଭଳି ଅଭିଯାନରେ ଆମର ଗଣମାଧ୍ୟମ ପାଇଁ ସକାରାତ୍ମକ ଭୂମିକା ନିର୍ବାହ କରିଛି, ତାହାକୁ ପୁରା ଦେଶ ଏବଂ ଦୁନିଆରେ ଆଜି ମଧ୍ୟ ପ୍ରଶଂସା କରାଯାଉଛି । ଏହିଭଳି ଭାବରେ, ଅମୃତ ମହୋତ୍ସବରେ ଦେଶର ସଂକଳ୍ପରେ ମଧ୍ୟ ଆପଣ ଭାଗିଦାର ହୋଇ ଏହାକୁ ଏକ ଦିଗ ଦିଅନ୍ତୁ, ନୂଆ ଶକ୍ତି ଦିଅନ୍ତୁ ।

ଆସାମରେ ଜଳ-ସଂରକ୍ଷଣ ଏବଂ ଏହାର ମହତ୍ୱକୁ ଆପଣ ଭଲ ଭାବରେ ପରିଚିତ ଅଟନ୍ତି । ଏହା ଦିଗରେ ବେଶ ଏହି ସମୟରେ ଅମୃତ ସରୋବର ଅଭିଯାନକୁ ଆଗକୁ ବଢ଼ାଉଛି । ଦେଶ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ପାଇଁ କାର୍ଯ୍ୟ କରୁଛି । ଏଥିରେ ପୁରା ବିଶ୍ୱାସ ଅଛି ଯେ ଅଗ୍ରଦୂତ ମାଧ୍ୟମରେ ଆସାମର କୌଣସି ନାଗରିକ ଏପରି ନ ଥିବେ ଯିଏ ଏହା ସହିତ ଯୋଡ଼ି ହୋଇ ନ ଥିବେ, ସମସ୍ତଙ୍କର ପ୍ରୟାସ ନୂତନ ଗତି ଦେଇପାରିବ।

ଏହିଭଳି ଭାବରେ, ସ୍ୱାଧୀନତାର ଲଢ଼େଇରେ ଆସାମର ସ୍ଥାନୀୟ ଲୋକମାନଙ୍କର, ଆମର ଆଦିବାସୀ ସମାଜର ଏତେ ବଡ଼ ଯୋଗଦାନ ରହିଛି । ଗୋଟିଏ ଗଣମାଧ୍ୟମ ସଂସ୍ଥା ଭାବରେ ଏହି ଗୌରବଶାଳୀ ଅତୀତକୁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆପଣମାନେ ବହୁତ ବଡ଼ ଭୂମିକା ନିର୍ବାହ କରିପାରିବେ । ମୋତେ ବିଶ୍ୱାସ ଅଛି, ଅଗ୍ରଦୂତ ସମାଜର ଏହି ସକାରାତ୍ମକ ପ୍ରୟାସଗୁଡ଼ିକୁ ଶକ୍ତି ଦେବାରେ ନିଜର ଯେଉଁ କର୍ତ୍ତବ୍ୟ ଗତ ୫ଠ ବର୍ଷ ଧରି ନିର୍ବାହ କରିଆସୁଛି, ଆଗାମୀ ଦିନରେ ମଧ୍ୟ ଦଶନ୍ଧି ଧରି କରିବ, ଏହା ମୋତେ ପୁରା ବିଶ୍ୱାସ ଅଛି । ଆସାମର ଲୋକେ ଓ ଆସାମର ସଂସ୍କୃତିର ବିକାଶରେ ଯେଉଁ ପ୍ରମୁଖ ଭାବେ କାମ କରୁଥିବ ।

ଭଲ ସୂଚନା ଦେବା, ଉତ୍ତମ ସୂଚନା ଦେବା ଅନୁଷ୍ଠାନ ହିଁ ଆମ ସମସ୍ତଙ୍କର ଧ୍ୟେୟ ହେଉ, ଆମେ ସମସ୍ତେ ମିଶି ଏଥିପାଇଁ କାମ କରିବା, ଏହି ସଦିଚ୍ଛା ସହିତ ପୁଣିଥରେ ଆପଣଙ୍କୁ ଏହି ସ୍ୱର୍ଣ୍ଣିମ ଯାତ୍ରା ପାଇଁ ଶୁଭେଚ୍ଛା ଏବଂ ଉନ୍ନତ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Drones take the field in Indian agriculture as services expand for farmers

Media Coverage

Drones take the field in Indian agriculture as services expand for farmers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire tragedy in Birbhum, West Bengal
August 17, 2026
Prime Minister announces ex-gratia from PMNRF for the victims of the mishap in Birbhum, West Bengal

Prime Minister Shri Narendra Modi today expressed deep anguish over the loss of lives due to a fire tragedy in Birbhum, West Bengal.

The Prime Minister extended his condolences to those who have lost their loved ones and prayed for the early recovery of the injured. He added that the local administration is actively assisting those affected in the mishap.

In a post on X, the Prime Minister's Office shared:

"Anguished to hear about the loss of lives due to a fire tragedy in Birbhum, West Bengal. I extend my condolences to those who have lost their loved ones. May the injured recover soon. The local administration is assisting those affected in the mishap: PM @narendramodi"

Prime Minister Shri Narendra Modi has announced an ex-gratia from the Prime Minister's National Relief Fund (PMNRF) of Rs. 2 lakh for the next of kin of each deceased, along with Rs. 50,000 for those injured in the mishap in Birbhum, West Bengal.

In a post on X, the Prime Minister's Office shared:

"In the wake of the mishap in Birbhum, West Bengal, PM @narendramodi has announced Rs. 2 lakh from PMNRF for the next of kin of each deceased and Rs. 50,000 for those injured."