“Science is like that energy in the development of 21st century India, which has the power to accelerate the development of every region and state”
“Role of India's science and people related to this field is very important in the march towards the fourth industrial revolution”
“New India is moving forward with Jai Jawan, Jai Kisan, Jai Vigyan as well as Jai Anusandhan”
“Science is the basis of solutions, evolution and innovation”
“When we celebrate the achievements of our scientists, science becomes part of our society and culture”
“Government is working with the thinking of Science-Based Development”
“Innovation can be encouraged by laying emphasis on the creation of more and more scientific institutions and simplification of processes by the state governments”
“As governments, we have to cooperate and collaborate with our scientists, this will create an atmosphere of a scientific modernity”

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ବିଭିନ୍ନ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଷ୍ଟାର୍ଟ ଅପ ଜଗତ ସହ ଯୋଡି ହୋଇଥିବା ସମସ୍ତ ବନ୍ଧୁଗଣ, ବିଦ୍ୟାର୍ଥୀ ସାଥୀଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭାଇ ଓ ଭଉଣୀମାନେ,

‘କେନ୍ଦ୍ର ରାଜ୍ୟ ବିଜ୍ଞାନ ସମ୍ମିଳନୀ’ର ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଆଜିର ନବ ଭାରତରେ ‘ସବକା ପ୍ରୟାସ’ ର ଯେଉଁ ଭାବନା ସହ ଆମେ ଅଗ୍ରସର ହେଉଛୁ, ଏହି ଆୟୋଜନ ତାହାର ଏକ ଜୀବନ୍ତ ଉଦାହରଣ ଅଟେ ।

ବନ୍ଧୁଗଣ,

ଏକବିଂଶ ଶତାଦ୍ଦୀର ଭାରତର ବିକାଶରେ ବିଜ୍ଞାନ ସେହି ଉର୍ଜା ଭଳି ଅଟେ ଯେଉଁଥିରେ ପ୍ରତି କ୍ଷେତ୍ରର ବିକାଶକୁ, ପ୍ରତି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାର ସାମର୍ଥ୍ୟ ରହିଛି । ଆଜି ଯେତେବେଳେ ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ ନେବା ଆଡକୁ ଅଗ୍ରସର ହେଉଛି, ସେଥିରେ ଭାରତର ବିଜ୍ଞାନ ଏବଂ ଏହି କ୍ଷେତ୍ର ସହ ଜଡିତ ଲୋକମାନଙ୍କର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଏଭଳି ସ୍ଥିତିରେ, ନୀତି ନିର୍ଦ୍ଧାରକମାନଙ୍କର, ଶାସନ - ପ୍ରଶାସନ ସହ ଜଡିତ ଆମମାନଙ୍କର ଦାୟିତ୍ୱ ଆହୁରି ବଢି ଯାଉଛି । ମୁଁ ଆଶା କରୁଛି ଅହମ୍ମଦାବାଦର ସାଇନସ ସିଟିରେ ହେଉଥିବା ଏହି ମନ୍ଥନ, ଆପଣମାନଙ୍କୁ ଏକ ନୂତନ ପ୍ରେରଣା ଦେବ, ବିଜ୍ଞାନକୁ ପ୍ରୋତ୍ସାହିତ କରିବାର ଉତ୍ସାହ ମନରେ ଭରି ଦେବ ।

ବନ୍ଧୁଗଣ,

ଆମର ଶାସ୍ତ୍ରସବୁରେ କୁହାଯାଇଛି – ଜ୍ଞାନମ ବିଜ୍ଞାନ ସହିତମ ୟତ୍ ଜ୍ଞାତ୍ୱା ମୋକ୍ଷସେ ଅଶୁଭାତ୍ । ଅର୍ଥାତ୍‌, ଜ୍ଞାନ ଯେତେବେଳେ ବିଜ୍ଞାନ ସହ ଯୋଡି ହୋଇଥାଏ, ଯେତେବେଳେ ଜ୍ଞାନ ଏବଂ ବିଜ୍ଞାନ ସହ ଆମର ପରିଚୟ ହୋଇଥାଏ, ସେତେବେଳେ ଦୁନିଆର ସମସ୍ତ ସମସ୍ୟା ଏବଂ ସଙ୍କଟରୁ ମୁକ୍ତିର ମାର୍ଗ ଆପେ ଆପେ ଖୋଲି ଯାଇଥାଏ । ସମାଧାନର, ବିବର୍ତନର ଏବଂ ନବସୃଜନର ଆଧାର ବିଜ୍ଞାନ ହିଁ ଅଟେ । ଏହି ପ୍ରେରଣା ସହିତ ଆଜିର ନୂତନ ଭାରତ, ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ସହ ଜୟ ଅନୁସନ୍ଧାନର ଆହ୍ୱାନ ଦେଇ ଆଗକୁ ବଢୁଛି ।

ବନ୍ଧୁଗଣ,

ଅତୀତର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି ଯେଉଁ ବିଷୟ ପ୍ରତି ମୁଁ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଇତିହାସର ସେହି ଶିକ୍ଷା, କେନ୍ଦ୍ର ଏବଂ ରାଜ୍ୟ ଉଭୟ ପାଇଁ, ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବାରେ ବେଶ ସହାୟକ ହେବ । ଯଦି ଆମେ ଗତ ଶତାଦ୍ଦୀର ପ୍ରାରମ୍ଭିକ ଦଶନ୍ଧିକୁ ମନେ ପକାଇବା ତେବେ ଜାଣିବାକୁ ପାଇବା ଯେ ବିଶ୍ୱ କିଭଳି ବିନାଶ ଏବଂ ବିଷାଦ ଆଡକୁ ଗତି କରୁଥିଲା । କିନ୍ତୁ ସେହି ସମୟରେ, ପୂର୍ବ କିମ୍ବା ପଶ୍ଚିମର କଥା ହେଉ, ସବୁ ସ୍ଥାନର ବୈଜ୍ଞାନିକ ନିଜର ମହାନ ଅନୁସନ୍ଧାନରେ ଲାଗି ପଡିଥିଲେ । ପାଶ୍ଚାତ୍ୟରେ ଆଇନଷ୍ଟାଇନ୍‌, ଫର୍ମି, ମାକ୍ସ ପ୍ଲାଙ୍କ, ନିଲ୍ସ ବୋର, ଟେସଲା ଏଭଳି ଅନେକ ବୈଜ୍ଞାନିକ ନିଜର ପରୀକ୍ଷଣ ଦ୍ୱାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଥିଲେ । ସେହି ସମୟରେ ସି. ଭି. ରମଣ, ଜଗଦୀଶ ଚନ୍ଦ୍ର ବୋଷ, ସତ୍ୟେନ୍ଦ୍ର ନାଥ ବୋଷ, ମେଘନାଦ ଶାହା, ଏସ୍‌. ଚନ୍ଦ୍ରଶେଖରଙ୍କ ପରି ଅଗଣିତ ବୈଜ୍ଞାନିକ ନିଜର ନୂଆ ନୂଆ ଆବିଷ୍କାର ଉପସ୍ଥାପନ କରି ଚାଲିଥିଲେ । ଏହିସବୁ ବୈଜ୍ଞାନିକମାନେ ଭବିଷ୍ୟତକୁ ଆହୁରି ସୁନ୍ଦର କରିବା ନିମନ୍ତେ ଅନେକ ମାର୍ଗ ଖୋଲି  ଦେଇଥିଲେ । କିନ୍ତୁ ପୂର୍ବ ଏବଂ ପଶ୍ଚିମ ମଧ୍ୟରେ ଗୋଟିଏ ବିରାଟ ପାର୍ଥକ୍ୟ ଏହା ଥିଲା ଯେ ଆମେ ଆମ ବୈଜ୍ଞାନିକମାନଙ୍କର ସେତିକି ଗୁଣବାନ କଲେ ନାହିଁ ଯେତିକି କରିବାର ଥିଲା । ଯେତିକି କରାଯିବାର ଆବଶ୍ୟକତା ଥିଲା, ସେତିକି କରି ନଥିଲେ । ଏହି କାରଣରୁ  ବିଜ୍ଞାନକୁ ନେଇ ଆମ ସମାଜର ଏକ ବଡ ଭାଗ ମଧ୍ୟରେ ଉଦାସୀନତା ଭାବ ସୃଷ୍ଟି ହୋଇଯାଇଥିଲା । ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ ଯେ ଯେତେବେଳେ ଆମେ କଳାର ଗୁଣଗାନ  କରୁ, ସେତେବେଳେ ଆମେ ଆହୁରି ଅଧିକ କଳାକାରଙ୍କୁ ପ୍ରେରଣା ମଧ୍ୟ ଦେଉଥିଲୁ, ଆହୁରି ଅଧିକ କଳାକାର ସୃଷ୍ଟି ମଧ୍ୟ କରିଥାଉ । ଯେତେବେଳେ ଆମେ କ୍ରୀଡାକୁ ଉତ୍ସବ ଭାବେ ମନେଇଥାଉ, ସେତେବେଳେ ଆମେ ନୂତନ ଖେଳାଳିମାନଙ୍କୁ ଅନୁପ୍ରେରିତ କରିଥାଉ, ନୂତନ ଖେଳାଳି ସୃଷ୍ଟି କରିଥାଉ । ସେହିଭଳି ଆମେ ଯେତେବେଳେ ଆମ ବୈଜ୍ଞାନିକମାନଙ୍କ ସଫଳତାର ଗୁଣାଗାନ କରିଥାଉ, ସେତେବେଳେ ବିଜ୍ଞାନ ଆମ ସମାଜର ସ୍ୱାଭାବିକ ଅଂଶ ହୋଇ ଯାଇଥାଏ, ତାହା ସଂସ୍କୃତିର ଏକ ଅଂଶ ପାଲଟି ଯାଇଥାଏ । ଏଥିପାଇଁ ଆଜି ମୋର ସର୍ବପ୍ରଥମ ଅନୁରୋଧ ଏହା ଯେ, ଆପଣମାନେ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆମେ ନିଜ ଦେଶର ବୈଜ୍ଞାନିକମାନଙ୍କ ସଫଳତାକୁ ଖୁବ ଉତ୍ସାହର ସହ ପାଳନ କରିବା, ସେମାନଙ୍କର ଗୌରବଗାନ କରିବା, ସେମାନଙ୍କ ମହିମା ମଣ୍ଡନ କରିବା ।

ପ୍ରତି ପାଦରେ ଆମ ଦେଶର ବୈଜ୍ଞାନିକମାନେ ଆମକୁ ନିଜର ଆବିଷ୍କାର ଦ୍ୱାରା ଏହି ସୁଯୋଗ ମଧ୍ୟ ଦେଉଛନ୍ତି । ଆପଣମାନେ ଭାବନ୍ତୁ, ଆଜି ଯଦି ଭାରତ କରୋନା ପାଇଁ ଏକ ଟିକା ବିକଶିତ କରିପାରିଛି, ୨୦୦ କୋଟିରୁ ଅଧିକ ପ୍ରତିଷେଧକ ଡୋଜ ଦେଇପାରିଛି, ତେବେ ଏହା ପଛରେ ଆମ ବୈଜ୍ଞାନିକମାନଙ୍କର କେତେ ବଡ ଶକ୍ତି ରହିଛି । ଏହିଭଳି ଆଜି ପ୍ରତି କ୍ଷେତ୍ରରେ ଭାରତର ବୈଜ୍ଞାନିକ ଚମତ୍କାର କାର୍ଯ୍ୟ କରୁଛନ୍ତି । ଭାରତର ବୈଜ୍ଞାନିକମାନଙ୍କର ପ୍ରତ୍ୟେକ ଛୋଟ ବଡ ସଫଳତାର ମହିମା ମଣ୍ଡନ କରିବା ଦ୍ୱାରା ଦେଶରେ ବିଜ୍ଞାନ ପ୍ରତି ଯେଉଁ ଏକ ସମର୍ଥନ ସୃଷ୍ଟି ହେବ, ତାହା ଏହି ଅମୃତ କାଳରେ ଆମକୁ ଅନେକ ସାହାଯ୍ୟ କରିବ ।

ବନ୍ଧୁଗଣ,

ମୁଁ ଖୁସି ଯେ ଆମ ସରକାର ବିଜ୍ଞାନ ଆଧାରିତ ବିକାଶର ଚିନ୍ତାଧାରା ସହ ଆଗକୁ ବଢୁଛି । ୨୦୧୪ ପରଠାରୁ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି । ସରକାରଙ୍କ ପ୍ରୟାସରୁ ଆଜି ଭାରତ ବିଶ୍ୱ ନବସୃଜନ ସୂଚକାଙ୍କରେ ୪୬ତମ ସ୍ଥାନରେ ରହିଛି, ଯେତେବେଳେ କି ୨୦୧୫ରେ ଭାରତ ୮୧ତମ ସ୍ଥାନରେ ରହିଥିଲା । ଏତେ କମ ସମୟ ମଧ୍ୟରେ ଆମେ ୮୧ତମ ସ୍ଥାନରୁ ୪୬ତମ ସ୍ଥାନକୁ ଆସିପାରିଛୁ, କିନ୍ତୁ ଏହା ଅଟକି ଯିବା କଥା ନୁହେଁ, ଏବେ ଆହୁରି ଉପରକୁ ଯିବାକୁ ହେବ । ଆଜି ଭାରତରେ ରେକର୍ଡ ସଂଖ୍ୟାରେ ପେଟେଂଟ କରାଯାଉଛି, ନୂଆ ନୂଆ ନବସୃଜନ କରାଯାଉଛି । ଆପଣମାନେ ମଧ୍ୟ ଦେଖୁଛନ୍ତି ଯେ ଆଜି ଏହି ସମ୍ମିଳନୀରେ ବିଜ୍ଞାନ କ୍ଷେତ୍ରରୁ ଏତେଗୁଡିଏର ଷ୍ଟାର୍ଟ ଅପ ଯୋଗ ଦେବାକୁ ଏଠାକୁ ଆସିଛନ୍ତି । ଦେଶରେ ଷ୍ଟାର୍ଟ ଅପର ଲହରରୀ ଏହା ସୂଚାଉଛି ଯେ କେତେ ଦୃତ  ଗତିରେ ପରିବର୍ତନ ହେଉଛି ।

ବନ୍ଧୁଗଣ,

ଆଜିର ଯୁବପିଢୀର ଡିଏନଏରେ ହିଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ପ୍ରତି ଆଗ୍ରହ ରହିଛି । ସେମାନେ ଖୁବ ଦୃତ ଗତିରେ ପ୍ରଯୁକ୍ତି ବିଦ୍ୟାକୁ ଆପଣାଉଛନ୍ତି । ଆମକୁ ଏହି ଯୁବପିଢୀକୁ ସମ୍ପୁର୍ଣ୍ଣ ଶକ୍ତିର ସହ ସମର୍ଥନ କରିବାର ଅଛି ।ବ । ଆଜିର ନବ ଭାରତରେ ଯୁବ ପିଢୀଙ୍କ ପଇଁ ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ନୂତନ କ୍ଷେତ୍ର ଖୋଲୁଛି । ଅନ୍ତରୀକ୍ଷ ମିଶନ ହେଉ, ଗଭୀର ସମୁଦ୍ର ମିଶନ ହେଉ, ଜାତୀୟ ସୁପର କମ୍ପ୍ୟୁଟିଙ୍ଗ ମିଶନ ହେଉ, ସେମି କଣ୍ଡକ୍ଟର ମିଶନ ହେଉ, ହାଇଡ୍ରୋଜେନ ଡ୍ରୋନ ଟେକ୍ନୋଲୋଜି ହେଉ, ଏଭଳି ଅନେକ ଅଭିଯାନ ଉପରେ ଦୃତ ଗତିରେ କାର୍ଯ୍ୟ କରାଯାଉଛି । ନୂତନ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଏହି ବିଷୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ଯେ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ମାତୃଭାଷାରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ଶିକ୍ଷା ଉପଲବ୍ଧ କରାଯାଇ ପାରିବ ।

ବନ୍ଧୁଗଣ,

ଏହି ଅମୃତ କାଳରେ ଭାରତକୁ ଗବେଷଣା ଏବଂ ନବସୃଜନର ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସମସ୍ତଙ୍କୁ ଏକ ସଙ୍ଗରେ ମିଶି ଅନେକ ଦିଗରେ କାର୍ଯ୍ୟ କରିବାକୁ ହେବ । ଆମର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସହ ଜଡିତ ଗବେଷଣାକୁ ଆମକୁ ସ୍ଥାନୀୟ ସ୍ତରକୁ ନେବାକୁ ପଡିବ । ଆଜି ସମୟର ଆହ୍ୱାନ ହେଉଛି ଯେ ପ୍ରତି ରାଜ୍ୟ ନିଜର ସ୍ଥାନୀୟ ସମସ୍ୟାଗୁଡିକ ଅନୁସାରେ ସ୍ଥାନୀୟ ସମାଧାନ ସୃଷ୍ଟି କରିବାକୁ ନବସୃଜନ ଉପରେ ଧ୍ୟାନ ଦେବା ଉଚିତ୍ । ଏବେ ଯେଭଳି ନିର୍ମାଣ କ୍ଷେତ୍ରର ଉଦାହରଣ ନିଆଯାଉ । ଯେଉଁ ପ୍ରଯୁକ୍ତି ହିମାଳୟ କ୍ଷେତ୍ର ପାଇଁ ଉପଯୁକ୍ତ ଅଟେ, ତାହା ଜରୁରୀ ନୁହେଁ ଯେ ପଶ୍ଚିମ ଘାଟରେ ମଧ୍ୟ ସେତିକି ପ୍ରଭାବଶାଳୀ ହେବ । ମରୂଭୂମି ଅଂଚଳର ନିଜସ୍ୱ ଆହ୍ୱାନ ରହିଛି ତ ତଟବର୍ତୀ ଅଂଚଳର ନିଜସ୍ୱ ସମସ୍ୟା ରହିଛି । ଏଥିପାଇଁ ଆଜି ଆମେ ସୁଲଭ ଗୃହ ପାଇଁ ହାଲୁକା ବାସଗୃହ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛୁ, ଯେଉଁଥିରେ ଅନେକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି, ତାକୁ ଆପଣାଯାଉଛି । ଏହିଭଳି ଜଳବାୟୁ ସହନଶୀଳ ଶସ୍ୟ, ତାକୁ ନେଇ ମଧ୍ୟ ଆମେ ଯେତେ ସ୍ଥାନୀୟ ହେବା, ସେତିକି ହିଁ ଅଧିକ ଭଲ ସମାଧାନ ଦେଇପାରିବା । ଆମ ସହରଗୁଡିକରୁ ବାହାରୁଥିବା ଯେଉଁ ବର୍ଜ୍ୟବସ୍ତୁ ରହିଛି, ସେସବୁର ପୁନଃବ୍ୟବହାରରେ, ସର୍କୁଲାର ଅର୍ଥନୀତିରେ ମଧ୍ୟ ବିଜ୍ଞାନର ପ୍ରମୁଖ ଭୂମିକା ରହିଛି । ଏଭଳି ପ୍ରତି ଆହ୍ୱାନର ମୁକାବିଲା କରିବା ପାଇଁ ଏହା ଆବଶ୍ୟକ ଯେ ପ୍ରତ୍ୟେକ ବିଜ୍ଞାନ - ନବସୃଜନ ଏବଂ ପ୍ରଯୁକ୍ତି ସହ ଜଡିତ ଆଧୁନିକ ନୀତି ନିର୍ଦ୍ଧାରଣ କରୁ, ତାକୁ କାର୍ଯ୍ୟକାରୀ କରନ୍ତୁ ।

ବନ୍ଧୁଗଣ,

ସରକାର ଭାବରେ ଆମକୁ ଆମ ବୈଜ୍ଞାନିକମାନଙ୍କ ସହ ଅଧିକରୁ ଅଧିକ ସହଯୋଗ ଏବଂ ସମନ୍ୱୟ ରଖିବାକୁ ପଡିବ, ଏହା ଦ୍ୱାରା ଦେଶରେ ବିଜ୍ଞାନ ଭିତିକ ଆଧୁନିକତାର ପରିବେଶ ବୃଦ୍ଧି ପାଇବ । ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଅଧିକରୁ ଅଧିକ ବୈଜ୍ଞାନିକ ପ୍ରତିଷ୍ଠାନ ସ୍ଥାପନ ଏବଂ ପ୍ରକ୍ରିୟା ଗୁଡିକର ସରଳୀକରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ରାଜ୍ୟଗୁଡିକରେ ଯେଉଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ରହିଛି, ସେସବୁରେ ନବସୃଜନ ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବା ଆବଶ୍ୟକ । ଆଜି କାଲି ହାଇପର ସ୍ପେଶିଆଲାଇଜେନର ଯୁଗ ଚାଲିଛି । ରାଜ୍ୟଗୁଡିକରେ ଅନ୍ତର୍ଜାତୀୟ ସ୍ତରର ସ୍ପେଶିଆଲିଷ୍ଟ ଲାବୋରୋଟାରୀଗୁଡିକ ସ୍ଥାପନ କରାଯାଉଛି, ସେସବୁର ମଧ୍ୟ ବେଶ ଆବଶ୍ୟକତା ରହିଛି । ଏଥିରେ କେନ୍ଦ୍ର ସ୍ତରରେ, ଜାତୀୟ ଅନୁଷ୍ଠାନଗୁଡିକର ପାରଦର୍ଶୀତା ସ୍ତରରେ ରାଜ୍ୟମାନଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ଆମ ସରକାର ତତ୍ପର ଅଛନ୍ତି । ସ୍କୁଲଗୁଡିକରେ ବିଜ୍ଞାନ ଏବଂ ଆଧୁନିକ ପରୀକ୍ଷାଗାର ସହ ଅଟଳ ଟିଙ୍କରିଙ୍ଗ ଲ୍ୟାବ ନିର୍ମାଣର ଅଭିଯାନକୁ ମଧ୍ୟ ଆମକୁ ତ୍ୱରାନ୍ୱିତ କରିବାକୁ ହେବ ।

ବନ୍ଧୁଗଣ,

ରାଜ୍ୟଗୁଡିକରେ, ଜାତୀୟ ସ୍ତରରେ ଅନେକ ବୈଜ୍ଞାନିକ ପ୍ରତିଷ୍ଠାନ ରହିଛି, ଜାତୀୟ ଲାବୋରୋଟାରୀ ମଧ୍ୟ ରହିଛି । ସେଗୁଡିକର ଦକ୍ଷତାର ଲାଭ, ସେଗୁଡିକର ଅଭିଜ୍ଞତାର ପୂର୍ଣ୍ଣ ଲାଭ ରାଜ୍ୟଗୁଡିକ ଉଠାଇବା ଆବଶ୍ୟକ । ଆମକୁ ଆମର ବିଜ୍ଞାନ ସମ୍ବନ୍ଧିତ ପ୍ରତିଷ୍ଠାନଗୁଡିକୁ ଅତୀତର ଅନ୍ଧକାରମୟ ସ୍ଥିତିରୁ ମଧ୍ୟ ବାହାର କରିବାକୁ ପଡିବ । ରାଜ୍ୟର ସାମର୍ଥ୍ୟ ଏବଂ ସମ୍ବଳର ଉତମ ଉପଯୋଗ ପାଇଁ ସମସ୍ତ ବୈଜ୍ଞାନିକ ପ୍ରତିଷ୍ଠାନଗୁଡିକର ସେତିକି ସର୍ବୋଚ୍ଚ ଉପଯୋଗ ହେବା ଆବଶ୍ୟକ । ଆପଣମାନଙ୍କୁ ନିଜ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମଗୁଡିକ ସଂଖ୍ୟାରେ ମଧ୍ୟ ବୃଦ୍ଧି କରିବାକୁ ପଡିବ, ଯାହା ତୃଣମୂଳ ସ୍ତରରେ ବିଜ୍ଞାନ ଏବଂ ପ୍ରଯୁକ୍ତିକୁ ନେଇ ଆମ ସମସ୍ତଙ୍କୁ ଆଗକୁ ବଢାଇଥାଏ । କିନ୍ତୁ ଏଥିରେ ମଧ୍ୟ ଗୋଟିଏ କଥା ପ୍ରତି ଧ୍ୟାନ ଦେବାକୁ ପଡିବ । ଏବେ ଯେଭଳି କେତେକ ରାଜ୍ୟରେ ବିଜ୍ଞାନ ମହୋତ୍ସବ ଆୟୋଚିତ ହେଉଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସେଥିରେ ବହୁତ ସଂଖ୍ୟାରେ ସ୍କୁଲ ଭାଗ ହିଁ ନିଅନ୍ତି ନାହିଁ । ଆମକୁ ସେସବୁର କାରଣ ଉପରେ କାମ କରିବାକୁ ପଡିବ, ଅଧିକରୁ ଅଧିକ ସ୍କୁଲକୁ ବିଜ୍ଞାନ ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ପଡିବ । ଆପଣ ସବୁ ମନ୍ତ୍ରୀ ବନ୍ଧୁମାନଙ୍କୁ ମୋର ଏହା ମଧ୍ୟ ପରାମର୍ଶ ଯେ ନିଜ ରାଜ୍ୟ ସହ ଅନ୍ୟ ରାଜ୍ୟର ବିଜ୍ଞାନ ପାଠ୍ୟକ୍ରମ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖନ୍ତୁ । ଅନ୍ୟ ରାଜ୍ୟରେ ଯାହା କିଛି ଭଲ ରହିଛି, ଆପଣ ସେସବୁ ନିଜ ରାଜ୍ୟରେ ପୁନଃ କାର୍ଯ୍ୟାନ୍ୱୟନ କରିପାରିବେ । ଦେଶରେ ବିଜ୍ଞାନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତି ରାଜ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସହ ଜଡିତ ଭିତିଭୂମୀ ନିର୍ମାଣ ମଧ୍ୟ ସେତିକି ଆବଶ୍ୟକ ।

ବନ୍ଧୁଗଣ,

ଭାରତର ଗବେଷଣା ଏବଂ ନବସୃଜନ ପରିବେଷ୍ଟନୀ ତନ୍ତ୍ର, ବିଶ୍ୱରେ ସର୍ବଶ୍ରେଷ୍ଠ ହେଉ, ଅମୃତ କାଳରେ ଆମକୁ ଏଥି ପାଇଁ ପୂର୍ଣ୍ଣ ସଚ୍ଚୋଟ୍ଟ ମନୋଭାବ ସହ ଯୋଡି ହେବାକୁ ପଡିବ । ଏହି ଦିଗରେ ଏହି ସମ୍ମିଳନୀ, ସାର୍ଥକ ଏବଂ ସମୟାନୁବର୍ତୀ ସମାଧାନଗୁଡିକ ସହ ଆଗକୁ ଆସିବ, ଏହି ଶୁଭେଚ୍ଛା ସହ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ମୋର ବିଶ୍ୱାସ ଯେ ଆପଣମାନଙ୍କ ଏହି ମନ୍ଥନରୁ ବିଜ୍ଞାନର ଗତି ପ୍ରଗତୀରେ ନୂତନ ଦିଗ ଯୋଡିହେବ, ନୂତନ ସଙ୍କଳ୍ପ ଯୋଡି ହେବ ଏବଂ ଆମେ ସମସ୍ତେ ମିଶି ଆଗାମୀ ଦିନରେ ଆମ ସମ୍ମୁଖରେ ଯେଉଁ ସୁଯୋଗ ରହିଛି, ସେହି ସୁଯୋଗକୁ ହରାଇବାକୁ ଦେବା ନାହିଁ, କୌଣସି ପରିସ୍ଥିତିରେ ମଧ୍ୟ ସେହି ସୁଯୋଗ ହାତଛଡା ହେବା ଉଚିତ ନୁହେଁ । ଆମ ନିକଟରେ ଖୁବ ମୂଲ୍ୟବାନ ୨୫ ବର୍ଷ ରହିଛି, ଏହା ସେହି ୨୫ ବର୍ଷ ଯାହା ବିଶ୍ୱରେ ଭାରତର ଏକ ନୂତନ ପରିଚୟ, ନୂତନ ଶକ୍ତି, ନୂତନ ସାମର୍ଥ୍ୟ ସହିତ ଭାରତକୁ ଛିଡା କରାଇବ । ଏବଂ ଏଥିପାଇଁ ବନ୍ଧୁଗଣ, ଆପଣମାନଙ୍କ ଏହି ସମୟ ବାସ୍ତବ ଅର୍ଥରେ ଆପଣମାନଙ୍କ ରାଜ୍ୟର ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଗୁରୁତ୍ୱ ଦେବାର ସମୟ ହେବା ଉଚିତ୍ । ମୋର ବିଶ୍ୱାସ ଯେ ଆପଣ ଏହି ମନ୍ଥନରୁ ସେହି ଅମୃତ ବାହାର କରି ଆସିବେ ଯେଉଁ ଅମୃତ ଆପଣମାନଙ୍କୁ  ନିଜ ନିଜ ରାଜ୍ୟରେ ଅନେକ ଗବେଷଣା ସହ ଦେଶର ପ୍ରଗତିରେ ମଧ୍ୟ ଯୋଡି ହେବ । ଅନେକ ଅନେକ ଶୁଭକାମନା! ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”