ପାଖାପାଖି ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି
ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ ରୋଲ୍ ଆଉଟ୍ ଅଫ୍ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମ୍ ର ଶୁଭାରମ୍ଭ
ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ ଟ୍ରାନ୍ସପଣ୍ଡର ସେଟ୍ ଏବଂ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ
ମହାରାଷ୍ଟ୍ର ଆସିବା ପରେ ମୁଁ ପ୍ରଥମେ ମୋର ଭଗବାନ ଛତ୍ରପତି ଶିବାଜୀ ମହାରାଜଙ୍କ ପାଦରେ ମୁଣ୍ଡ ନୁଆଁଇ କିଛି ଦିନ ତଳେ ସିନ୍ଧୁଦୁର୍ଗରେ ଘଟିଥିବା ଘଟଣା ପାଇଁ କ୍ଷମା ମାଗିଥିଲି
ଛତ୍ରପତି ଶିବାଜୀ ମହାରାଜଙ୍କ ଠାରୁ ପ୍ରେରଣା ନେଇ ଆମେ ବିକଶିତ ମହାରାଷ୍ଟ୍ର- ବିକଶିତ ଭାରତର ସଂକଳ୍ପ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛୁ
"ବିକଶିତ ମହାରାଷ୍ଟ୍ର ହେଉଛି ବିକଶିତ ଭାରତର ସଂକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ"
ମହାରାଷ୍ଟ୍ରରେ ବିକାଶ ପାଇଁ ଉଭୟ ସାମର୍ଥ୍ୟ ଓ ସମ୍ବଳର ଆବଶ୍ୟକ ରହିଛି
"ସମଗ୍ର ବିଶ୍ୱ ଆଜି ବାଧବାନ ବନ୍ଦର ଉପରେ ନଜର ରଖିଛି"
ଦିଘୀ ବନ୍ଦର ମହାରାଷ୍ଟ୍ରର ପରିଚୟ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ୱପ୍ନର ପ୍ରତୀକ ହେବ
ଏହା ହେଉଛି ନୂଆ ଭାରତ। ଏହା ଇତିହାସରୁ ଶିଖିଥାଏ ଏବଂ ଏହାର ସାମର୍ଥ୍ୟ ଓ ଗୌରବକୁ ଚିହ୍ନିଥାଏ
ମହାରାଷ୍ଟ୍ରରେ ମହିଳାଙ୍କ ସଫଳତା ପ୍ରମାଣ କରୁଛି ଯେ ଏକବିଂଶ ଶତାବ୍ଦୀର ନାରୀ ଶକ୍ତି ସମାଜକୁ ଏକ ନୂଆ ଦିଗ ଦେବାକ

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକୃଷ୍ଣନଜୀ , ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ଶିନ୍ଦେଜୀ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ରାଜୀବ ରଞ୍ଜନ ସିଂହଜୀ, ସର୍ବାନନ୍ଦ ସେନୋୱାଲଜୀ, ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶଜୀ, ଅଜିତ୍ ଦାଦା ପାୱାରଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସହଯୋଗୀଗଣ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀବୃନ୍ଦ, ଅନ୍ୟ ମହାନୁଭବଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ଆଜି ସନ୍ଥ ସେନାଜୀ ମହାରାଜ ଯାଚୀଙ୍କ ପୁଣ୍ୟତିଥି । ମି ତ୍ୟାଂନା ନମନ କରତୋ । ମାଝା ସର୍ବ ଲାଡକ୍ୟା ବହିଣୀ, ଆଣି ଆଲକ୍ୟା ଭାବାଂନା ତୁମଚ୍ୟା ୟା ସେବକାଚା ନମସ୍କାର ।

 

ସାଥୀଗଣ,

ଆଜି ଏହି କାର୍ଯ୍ୟକ୍ରମର ଆଲୋଚନା କରାଯିବା ପୂର୍ବରୁ ମୁଁ ନିଜର ହୃଦୟର ଭାବକୁ ବ୍ୟକ୍ତ କରିବାକୁ ଚାହେଁ । ଯେତେବେଳେ ୨୦୧୩ ମସିହାରେ ଭାରତୀୟ ଜନତା ପାର୍ଟି ମୋତେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ରୂପରେ ନିର୍ଣ୍ଣୟ କରିଥିଲା, ସେତେବେଳେ ମୋର ସର୍ବପ୍ରଥମ କାର୍ଯ୍ୟ କରିଥିଲି ଯେ - ରାୟଗଡ଼ର ଦୁର୍ଗ ଉପରୁ ଯିବା ପାଇଁ ଛତ୍ରପତି ଶିବାଜୀ ମହାରାଜଙ୍କ ସମାଧି ସମ୍ମୁଖରେ ବସିକରି ପ୍ରାଥନା କରିଥିଲି । ଜଣେ ଭକ୍ତ ନିଜର ଆରାଧ୍ୟ ଦେବକୁ ଯେଉଁ ପ୍ରକାର ପ୍ରାର୍ଥନା କରିଥାଏ ସେହିଭଳି ଭକ୍ତି ଭାବର ସହିତ ଆଶୀର୍ବାଦ ନେଇକରି ମୁଁ ରାଷ୍ଟ୍ରୀୟ ସେବାର ଏକ ନୂତନ ଯାତ୍ରାର ଶୁଭାରମ୍ଭ କରିଥିଲି ବିଗତ ଦିନରେ ସିନ୍ଧୁଦୁର୍ଗରେ ଯାହା ହେଲା, ମୋ ପାଇଁ, ମୋର ସମସ୍ତ ସାଥୀମାନଙ୍କ ନିମନ୍ତେ ଛତ୍ରପତି ଶିବାଜୀ ମହାରାଜ, ସେ କେବଳ ଗୋଟିଏ ନାମକୁ ସୂଚାଏ ନାହିଁ ।  ଆମମାନଙ୍କ ସମସ୍ତଙ୍କ ପାଇଁ ଛତ୍ରପତି ଶିବାଜୀ ମହାରାଜ କେବଳ ଜଣେ ରାଜା, ମହାରାଜା, ରାଜପୁରୁଷ ମାତ୍ର ନୁହନ୍ତି, ଆମ ପାଇଁ ଛତ୍ରପତି ଶିବାଜୀ ମହାରାଜ ଆରାଧ୍ୟ ଦେବତା ଅଟନ୍ତି । ଏବଂ ମୁଁ ଆଜି ମୁଣ୍ଡ ନୁଆଁଇ ମୋର ଆରାଧ୍ୟ ଦେବ ଛତ୍ରପତି ଶିବାଜୀ ମହାରାଜଙ୍କୁ, ତାଙ୍କ ଚରଣରେ ମସ୍ତକ ରଖିକରି କ୍ଷମା ପ୍ରାର୍ଥନା କରୁଛି । ଆମମାନଙ୍କ ସଂସ୍କାର ଭିନ୍ନ, ଆମେ ସେଭଳି ଲୋକ ନୋହୁ, ଯେଉଁମାନେ ଆଗାମୀ ଦିନରେ ଭାରତ ମାତାର ମହାନ୍ ସୁପୁତ୍ର ଏହି ଧରିତ୍ରୀର ସନ୍ତାନ ବୀର ସାବରକରଙ୍କୁ ନିଜର ମନଇଚ୍ଛା ଗାଳି ଦେଇଚାଲିଥିଲେ, ଅପମାନିତ କରି ଚାଲିଥିଲେ । ଦେଶଭକ୍ତମାନଙ୍କ ଭାବନାକୁ ଦଳିକୁଦି ପକାଉଛନ୍ତି । ଏହା ସତ୍ତ୍ୱେ, ବୀର ସାବରକରଙ୍କ ଗାଳି ଦେବା ସତ୍ତ୍ୱେ ସୁଦ୍ଧା କ୍ଷମା ପ୍ରାର୍ଥନା କରିବାକୁ ଯେଉଁମାନେ ପ୍ରସ୍ତୁତ ନୁହନ୍ତି, ଅଦାଲତରେ ଯାଇ ମୋକଦ୍ଦମା ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ଏତେ ବଡ଼ ମହାନ ସୁପୁତ୍ରଙ୍କୁ ଅପମାନ କରିବା ପରେ ସୁଦ୍ଧା ଯାହା ମନରେ ପଶ୍ଚାତ୍ତାପ ସୁଦ୍ଧା ଆସେ ନାହିଁ, ମହାରାଷ୍ଟ୍ରର ଜନତା ଏବେ ସେମାନଙ୍କର ସଂସ୍କାରକୁ ଭଲ ଭାବରେ ଜାଣି ରଖିରନ୍ତି । ଏବଂ ଏହା ଆମର ସଂସ୍କାର ଯେ ଏହି ଧରଣୀକୁ ଆସିବା ମାତ୍ରେ ମୁଁ ପ୍ରଥମ କାମ କରିଥିଲି ଯେ ମୋର ଆରାଧ୍ୟ ଦେବ ଛତ୍ରପତି ଶିବାଜୀ ମହାରାଜ, ତାଙ୍କର ଚରଣରେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନ କରୁଛି । ଏବଂ କେବଳ ସେତିକି ନୁହେଁ – ଯେଉଁ ଯେଉଁ ଲୋକମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ନିଜର ଆରାଧ୍ୟ ମାନନ୍ତି, ସେମାନଙ୍କ ହୃଦୟରେ ଯେଉଁ ଗଭୀର କ୍ଷତ ପହଂଚିଛି, ମୁଁ ଏଭଳି ଆରାଧ୍ୟ ଦେବଙ୍କ ପୂଜା କରୁଥିବା ଲୋକଙ୍କ ଆଗରେ ସୁଦ୍ଧା ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି । ମୋର ସଂସ୍କାର ଭିନ୍ନ । ଆମମାନଙ୍କ ପାଇଁ ଆମର ଆରାଧ୍ୟ ଦେବଙ୍କ ଠାରୁ ବଳି ଆଉ ବଡ଼ କିଛି ନାହିଁ ।

 

ସାଥୀଗଣ,

ଆଜିର ଦିନ ମହାରାଷ୍ଟ୍ରର ବିକାଶ ଯାତ୍ରାରେ ଏକ ଐତିହାସିକ ଦିନ ଅଟେ । ଏହା ଭାରତର ବିକାଶ ଯାତ୍ରା ନିମନ୍ତେ ମଧ୍ୟ ବହୁତ ବଡ଼ ଦିନ ବୋଲି କୁହାଯାଇପାରେ । ବିକଶିତ ମହାରାଷ୍ଟ୍ର, ବିକଶିତ ଭାରତର ସଂକଳ୍ପ ପ୍ରତି ସବୁଠାରୁ ବଡ଼ ଯୋଗଦାନ ଦେଇଛି ଏହି ରାଜ୍ୟ । ସେଥିପାଇଁ ବିଗତ ଦଶ ବର୍ଷ ହୋଇଥାଉ, କିମ୍ବା ଏବେ ମୋର ସରକାରର ତୃତୀୟ କାର୍ଯ୍ୟକାଳ ଅବଧିରେ ମହାରାଷ୍ଟ୍ର ନିମନ୍ତେ ଲଗାତାର ବଡ଼ ବଡ଼ ନିଷ୍ପତ୍ତିମାନ ନିଆଯାଇଛି । ମହାରାଷ୍ଟ୍ର ନିକଟରେ ବିକାଶ ନିମନ୍ତେ ସକଳ ପ୍ରକାର ଜରୁରି ସାମର୍ଥ୍ୟ ରହିଛି, ସଂସାଧନ ରହିଛି । ଏଠାରେ ସମୁଦ୍ର ତଟ ମଧ୍ୟ ରହିଛି,ଏହି ତଟରୁ ଅନ୍ତରାଷ୍ଟ୍ରୀୟ ବ୍ୟାପାର ଶହ ଶହ ବର୍ଷ  ଧରି ଚାଲି ଆସିଥିବାର ପୁରୁଣା ଇତିହାସ ରହିଛି । ଏବଂ ଏଠାରେ ଭବିଷ୍ୟତର ଅପାର ସମ୍ଭାବନା ମଧ୍ୟ ରହିଛି । ଏହି ସୁଯୋଗର ସମଗ୍ର ଲାଭ ମହାରାଷ୍ଟ୍ରକୁ ଏବଂ ଦେଶକୁ ମିଳୁ, ସେଥି ପାଇଁ ଆଜି ବାଢ଼ବଣ ବନ୍ଦରର ଆଧାରଶିଳା ସ୍ଥାପନ କରାଯାଇଛି । ଏହି ବନ୍ଦରରେ ୭୬ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯିବ । ଏହା ଦେଶର ସବୁଠାରୁ ବଡ଼ କଣ୍ଟେନର ବହନକାରୀ ବନ୍ଦର ହେବ । ଏହା କେବଳ ଦେଶର ନୁହେଁ, ବିଶ୍ୱର ସବୁଠାରୁ ଗଭୀର ବନ୍ଦରମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବନ୍ଦର ଭାବରେ ବିବେଚନା କରାଯିବ । ଆଜି ଦେଶର ସମସ୍ତ କଣ୍ଟେନର ବନ୍ଦରରୁ ଯେତିକି କଣ୍ଟେନର ଆତଯାତ ହେଉଛି, ସମଗ୍ର ଦେଶର, ସମସ୍ତ ସଂଖ୍ୟା କଥା ମୁଁ କହୁଛି । ଆଜି ମୋଟ ଯେତିକି କଣ୍ଟେନର ବୋଝେଇ ଖଲାସ ହେଉଛି, ସେଥିରୁ ଅଧିକତର କଣ୍ଟେନର କାମ କେବଳ ବାଢ଼ବଣ ବନ୍ଦରରେ ହେବାକୁ ଯାଉଛି । ଆପଣମାନେ ଅନୁମାନ କରିପାରୁଥିବେ, ଏହି ବନ୍ଦର ମହାରାଷ୍ଟ୍ର ଏବଂ ଦେଶର ବ୍ୟାପାରକୁ, ଔଦ୍ୟୋଗିକ ପ୍ରଗତିର କେତେ ବଡ଼ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ଏହି କ୍ଷେତ୍ରର ପରିଚୟ ଏପର୍ଯ୍ୟନ୍ତ ପ୍ରାଚୀନ ଦୁର୍ଗ, ଅର୍ଥାତ୍, ଫୋର୍ଟ ଲାଗି ଥିଲା । ଏବେ ଏହି କ୍ଷେତ୍ରର ପରିଚୟ ଆଧୁନିକ ବନ୍ଦର ନିମନ୍ତେ ହେବ । ମୁଁ ପାଲଘରର ଲୋକମାନଙ୍କୁ, ମହାରାଷ୍ଟ୍ରର ଲୋକମାନଙ୍କୁ ଦେଶର ଜନସାଧାରଣଙ୍କୁ ଏଥିପାଇଁ ବହୁତ ବହୁତ ବଧେଇ ଜଣାଉଛି ।

ସାଥୀଗଣ,

ଆମ ସରକାର ୨–୩ ଦିନ ପୂର୍ବରୁ ହିଁ ଦିଘୀ ବନ୍ଦର ଔଦ୍ୟୋଗିକ କ୍ଷେତ୍ରର ବିକାଶକୁ ମଂଜୁରି ଦେଇଛି । ଅର୍ଥାତ୍, ଏହା ମହାରାଷ୍ଟ୍ରର ଲୋକମାନଙ୍କ ନିମନ୍ତେ ଦୋହରା ଖୁସି ଖବର । ଏହା ଔଦ୍ୟୋଗିକ କ୍ଷେତ୍ର ଛତ୍ରପତି ଶିବାଜୀ ମହାରାଜଙ୍କ ରାଜଧାନୀ ରାୟଗଡ଼ରେ ବିକଶିତ ହେବାକୁ ଯାଉଛି । ସେଥିପାଇଁ ଏହା ମହାରାଷ୍ଟ୍ରର ପରିଚୟକୁ, ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ୱପ୍ନର ପ୍ରତୀକରେ ସୁଦ୍ଧା ପରିଣତ ହେବ । ଦୀଘୀ ବନ୍ଦର ଔଦ୍ୟୋଗିକ କ୍ଷେତ୍ରଠାରୁ ପର୍ଯ୍ୟଟନ ଏବଂ ଇକୋ-ରିସୋର୍ଟକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ ।

 

ସାଥୀଗଣ,

ଆଜି ଏଠାକାର ମତ୍ସ୍ୟଜୀବୀ ଭାଇ- ଭଉଣୀମାନଙ୍କ ନିମନ୍ତେ ୭୦୦ କୋଟି ଟଙ୍କାରୁ ଅଧିକ ରାଶି ବିନିଯୋଗ ନିମନ୍ତେ ବିକାଶ ପରିଯୋଜନାର ଶିଳାନ୍ୟାସ କରାଯାଇଛି । ଦେଶର ଭିନ୍ନ ଭିନ୍ନ ଭାଗରେ ୪୦୦ କୋଟି ଟଙ୍କାରୁ ଅଧିକ ପରିଯୋଜନାର ଉଦଘାଟନ ମଧ୍ୟ ଏହିଠାରୁ ହେଉଛି । ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ମଧ୍ୟ ଆମର ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କୁ ଆପଣମାନଙ୍କୁ ସମସ୍ତ ସାଥୀଙ୍କୁ ମୁଁ ବଧେଇ ଜଣାଉଛି । ବାଢ଼ବଣ ବନ୍ଦର ହୋଇଥାଏ ଦୀଘୀ ପୋର୍ଟ ଇଣ୍ଡଷ୍ଟ୍ରିଆଲ୍ କ୍ଷେତ୍ରର ବିକାଶ କାମ ହୋଇଥାଏ ଫିସେରିଜର ଯୋଜନାମାନ ହୋଇଥାଉ, ଏତେ ବଡ଼ ବଡ଼ଖାମ ମାତା ମହାଲକ୍ଷ୍ମୀ ଦେବୀ, ମାତା ଜୀବଦାନୀ ଏବଂ ଭଗବାନ ତୁଙ୍ଗାରେଶ୍ୱରଙ୍କ ଆଶୀର୍ବାଦରୁ ଏହା ସାକାର ହେବାକୁ ଯାଉଛି । ମାତା ମହାଲକ୍ଷ୍ମୀ ଦେବୀ, ମାତା ଜୀବଦାନୀ ଏବଂ ଭଗବାନ ତୁଙ୍ଗାରେଶ୍ୱରଙ୍କ ଆଶୀର୍ବାଦରୁ ହୋଇପାରିଛି । ମାତା ମହାଲକ୍ଷ୍ମୀ ଦେବୀ, ମାତା ଜୀବଦାନୀ ଆଣି ଭଗବାନ ତୁଙ୍ଗାରେଶ୍ୱର ଅର୍ଥାତ୍ ମାଝେ ଶହ ଶହ ନମନ!

 

ସାଥୀଗଣ,

ଏଭଳି ଏକ ସମୟ ଥିଲା ଯେତେବେଳେ ଭାରତ ବିଶ୍ୱର ସବୁଠାରୁ ସମୃଦ୍ଧ ଏବଂ ସଶକ୍ତ ରାଷ୍ଟ୍ର ଭାବରେ ବିବେଚିତ ହେଉଥିଲା । ଭାରତର ଏହି ସମୃଦ୍ଧିର ଏକ ବଡ଼ ଆଧାର ଥିଲା – ଭାରତର ସାମୁଦ୍ରିକ ସାମର୍ଥ୍ୟ । ଆମର ଏହି ଶକ୍ତିକୁ ମହାରାଷ୍ଟ୍ରଠାରୁ ଅଧିକ ଉତ୍ତମ ଭାବରେ ଆଉ କିଏ ଜାଣିଛି ? ଛତ୍ରପତି ଶିବାଜୀ, ଯିଏକି ସାମୁଦ୍ରିକ ବ୍ୟାପାରକୁ, ସାମୁଦ୍ରିକ ଶକ୍ତିକୁ ଏକ ନୂତନ ଶୀର୍ଷ ପ୍ରଦାନ କରିଥିଲେ । ସେ ନୂଆ ନୂଆ ନୀତିମାନ ପ୍ରଣୟନ କରିଥିଲେ, ଦେଶର ପ୍ରଗତି ନିମନ୍ତେ ସିଦ୍ଧାନ୍ତମାନ ଗ୍ରହଣ କରିଥିଲେ । ସେତେବେଳେ ଆମର ଶକ୍ତି ଏତେ ବିଶାଳ ଥିଲା ଯେ ଦର୍ଯ୍ୟା ସାରଂଗ କାହ୍ନୋଜୀ ଆଙ୍ଗ୍ରେ ସମଗ୍ର ଇଷ୍ଟ ଇଣ୍ଡିଆ କମ୍ପାନୀ ଉପରେ ପ୍ରଭାବ ବିସ୍ତାର କରିଥିଲେ । କିନ୍ତୁ, ସ୍ୱାଧୀନତା ପରେ ସେହି ଐତିହ୍ୟ ଉପରେ ଉପଯୁକ୍ତ ଧ୍ୟାନ ପ୍ରଦାନ କରାଯାଇ ନଥିଲା । ଔଦ୍ୟୋଗିକ ବିକାଶ ଠାରୁ ନେଇ ବ୍ୟାପାର ପର୍ଯ୍ୟନ୍ତ, ଭାରତ ପଛରେ ଛପି ରହିବା ଅବସ୍ଥାକୁ ଚାଲି ଯାଇଥିଲା ।

କିନ୍ତୁ ସାଥୀଗଣ,

ଏବେ ସେହି ଭାରତ, ନୂତନ ଭାରତ ମୁଣ୍ଡ ଟେକିଛି । ନୂତନ ଭାରତ ଇତିହାସଠାରୁ ଶିକ୍ଷା ଲାଭ କରିଛି ଏବଂ ନୂତନ ଭାରତ ନିଜର ସାମର୍ଥ୍ୟକୁ ଚିହ୍ନି ପାରିଛି । ନୂତନ ଭାରତ ନିଜର ଗୌରବକୁ ଚିହ୍ନି ପାରିଛି । ଗୋଲାମୀର ଶୃଙ୍ଖଳର ପ୍ରତ୍ୟେକ ଚିହ୍ନକୁ ପଛରେ ଛାଡ଼ି ନୂତନ ଭାରତ ସାମୁଦ୍ରିକ ସଂସାଧନକୁ ଉପଯୋଗ କରି ନୂତନ କୀର୍ତ୍ତିମାନ ସ୍ଥାପନ କରିବା ଆରମ୍ଭ କରିଛି ।

 

ସାଥୀଗଣ,

ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ସମୁଦ୍ର ତଟ ଉପରେ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ଗତିରେ ପ୍ରଗତି ହାସଲ କରାଯାଇଛି । ଆମର ବନ୍ଦରଗୁଡ଼ିକୁ ଆଧୁନିକ କରାଯାଇଛି । ଆମର ଜଳମାର୍ଗଗୁଡ଼ିକ ବିକଶିତ କରାଯାଇଛି । ଜାହାଜ ନିର୍ମାଣ କାର୍ଯ୍ୟ ଯେଭଳି ଭାରତରେ ହୋଇପାରିବ, ଭାରତର ଲୋକମାନଙ୍କୁ ସେଥିରୁ ରୋଜଗାର ମିଳିପାରିବ, ସରକାର ଏହି ଦିଗରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ଦିଗରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ କରାଯାଇଛି । ଆଜି ଏହାର ପରିଣାମ ମଧ୍ୟ ଆମମାନଙ୍କୁ ଦେଖିବାକୁ ମିଳିଛି । ଦେଶର ଅଧିକତର ବନ୍ଦରର କ୍ଷମତା ପୂର୍ବ ତୁଳନାରେ ଦ୍ୱିଗୁଣିତ ହୋଇସାରିଛି । ସ୍ୱଦେଶୀ ନିବେଶ ବୃଦ୍ଧି ପାଇଛି । ଜାହାଜଗୁଡ଼ିକର ଆତଯାତର ସମୟ ବିଳମ୍ବକୁ ହ୍ରାସ କରାଯାଇଛି । ଏହାର ଲାଭ କାହାକୁ ମିଳିଛି ? ଆମର ଉଦ୍ୟୋଗଗୁଡ଼ିକ, ଆମର ବ୍ୟବସାୟୀମାନେ, ଯେଉଁମାନଙ୍କ ଲାଭ କ୍ଷତି କମ୍ ହୋଇଛି । ବନ୍ଦରଗୁଡ଼ିକର ଲାଭ ଆମର ଯୁବଗୋଷ୍ଠୀଙ୍କୁ ମିଳୁଛି ଓ ସେମାନଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେଉଛି । ଏହାର ଲାଭ ସେହିସବୁ ନାବିକମାନଙ୍କୁ ମିଳୁଛି ଯେଉଁମାନଙ୍କ ସୁବିଧା ବୃଦ୍ଧି ପାଇଛି ।

 

ସାଥୀଗଣ,

ଆଜି ବାଢ଼ବଣ ବନ୍ଦର ଉପରେ ସାରା ବିଶ୍ୱର ନଜର ନିବଦ୍ଧ । ବିଶ୍ୱରେ ବାଢ଼ବଣ ବନ୍ଦରର ସମକକ୍ଷ ହେବା ସକାଶେ, ୨୦ ମିଟର ଭଳି ଗଭୀରତା ବାଲା ଖୁବ୍ କମ୍ ବନ୍ଦର ରହିଛି । ଏହି ବନ୍ଦରକୁ ହଜାର ହଜାର ଜାହାଜ ଆସିବେ, କଣ୍ଟେନର ଆସିବ । ଏହି ସମଗ୍ର କ୍ଷେତ୍ରର ଆର୍ଥିକ ସ୍ୱରୂପ ବଦଳିଯିବ । ସରକାର ବାଢ଼ବଣ ବନ୍ଦରକୁ ରେଳ ଏବଂ ହାଇୱେ ସଂଯୋଗୀକରଣ ଦ୍ୱାରା ସଂଯୋଗ କରିବେ । କେତେ କେତେ ନୂଆ ନୂଆ ବ୍ୟାପାର ଏହି ବନ୍ଦର କାରଣରୁ ଏଠାରେ ଆରମ୍ଭ ହେବ । ଏଠାରେ ୱେରହାଉସିଂର ମଧ୍ୟ ପର୍ଯ୍ୟାପ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଏହାର ଲୋକେସନ୍, ଏହା ତ ଦୋହରା ଲାଭ ଆଣିବ । ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡୋର, ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସୱେ, ସବୁ କିଛି ବହୁତ ପାଖରେ ରହିଛି । ପୂରା ବର୍ଷ ଏଠାରେ କାର୍ଗୋ ଆତ- ଯାତ ହେବ ଏବ ଏହାର ସବୁଠାରୁ ଅଧିକ ସୁଫଳ ଆପଣମାନଙ୍କୁ ମିଳିବ । ମୋର ମହାରାଷ୍ଟ୍ରର ଭାଇ ଭଉଣୀମାନଙ୍କୁ ମିଳିବ, ମୋର ନୂତନ ପିଢ଼ିକୁ ମିଳିବ ।

 

ସାଥୀଗଣ,

ମହାରାଷ୍ଟ୍ରର ବିକାଶ, ଏହା ମୋର ବହୁତ ବଡ଼ ପ୍ରାଥମିକତା । ଆଜି ‘ମେକ୍ ଇନ୍ ଇଣ୍ଡିଆ’ର ଲାଭ ମହାରାଷ୍ଟ୍ରକୁ ପ୍ରାପ୍ତ ହେଉଛି । ଆଜି ଆତ୍ମନିର୍ଭର ଭାରତ ଅଭିଯାନର ଲାଭ ମହାରାଷ୍ଟ୍ରକୁ ମିଳୁଛି । ଆଜି ଭାରତର ପ୍ରଗତିରେ ଆମର ମହାରାଷ୍ଟ୍ର ବହୁତ ବଡ଼ ଭୂମିକା ନିର୍ବାହ କରୁଛି । କିନ୍ତୁ ଏହା ଦୁର୍ଭାଗ୍ୟର କଥା ଯେ ମହାରାଷ୍ଟ୍ର ବିରୋଧୀ ଦଳମାନେ ଆପଣମାନଙ୍କ ବିକାଶ, ଆପଣମାନଙ୍କ ପ୍ରଗତି ଉପରେ ସଦାସର୍ବଦା ବ୍ରେକ୍ ଲଗାଇବାର ପ୍ରୟାସ କରୁଛନ୍ତି । ମୁଁ ଆଜି ଆପଣମାନଙ୍କୁ ଏହାର ଆଉ ଏକ ଉଦାହରଣ ଦେବି ।

 

ଭାଇ ଓ ଭଉଣୀମାନେ,

ଆମ ଦେଶ ପାଇଁ ବର୍ଷ ବର୍ଷ ଧରି ବିଶ୍ୱ ସହିତ ବ୍ୟବସାୟ ବାଣିଜ୍ୟ  ନିମନ୍ତେ ଏକ ବଡ଼ ଏବଂ ଆଧୁନିକ ବନ୍ଦରର ଆବଶ୍ୟକତା ଥିଲା । ମହାରାଷ୍ଟ୍ରର ପାଲଘର ହିଁ ଏଥି ନିମନ୍ତେ ସବୁଠାରୁ ଉପଯୁକ୍ତ ସ୍ଥାନ ଭାବେ ନିର୍ଣ୍ଣିତ ହୋଇଥିଲ । ଏହି ବନ୍ଦର ପ୍ରତି ଋତୁରେ କାମ କରିପାରିବ । କିନ୍ତୁ ଏହି ପ୍ରକଳ୍ପକୁ ୬୦ ବର୍ଷ ପର୍ଯ୍ୟନ୍ତ ଲଟକାଇ ରଖା ଯାଇଥିଲା । ମହାରାଷ୍ଟ୍ର ଏବଂ ଦେଶ ନିମନ୍ତେ ଏପରି ଏକ ଜରୁରି କାମକୁ କିଛି ଲୋକ ପ୍ରଥମରୁ ହିଁ କରାଇ ଦେଉ ନଥିଲେ । ୨୦୧୪ ମସିହାରେ ଆପଣମାନେ ସମସ୍ତେ ଆମକୁ ଦିଲ୍ଲୀରେ ସେବା କରିବାର ସୁଯୋଗ ପ୍ରଦାନ କଲେ । ୨୦୧୬ ମସିହାରେ ଯେତେବେଳେ ଆମର ସାଥୀ ଦେବେନ୍ଦ୍ରଜୀଙ୍କ ସରକାର ଆସିଲା, ସେତେବେଳେ ଏହା ଉପରେ ସେ ଗମ୍ଭୀରତାର ସହିତ କାମ କରିବା ଆରମ୍ଭ କଲେ । ୨୦୨୦ ମସିହାରେ ଏହି ବନ୍ଦର ନିର୍ମାଣ କରାଯିବାର ସିଦ୍ଧାନ୍ତ ମଧ୍ୟ କରି ନିଆଯାଇଥିଲା । କିନ୍ତୁ ଏହା ସତ୍ତ୍ୱେ ସରକାର ବଦଳିଗଲା ଏବଂ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ପୁଣି ଏଠାରେ କୌଣସି କାମ ହୋଇପାରି ନଥିଲା । ଆପଣମାନେ ମୋତେ କହନ୍ତୁ, ଏକା ଏକା ଏହି ପ୍ରକଳ୍ପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ କଥା ଆପଣମାନେ ଅନୁମାନ କରିପାରୁଥିଲେ । ଏଠାରେ ପାଖାପାଖି ୧୨ ଲକ୍ଷ ରୋଜଗାର ମିଳିବାର ସମ୍ଭାବନା ସୃଷ୍ଟି ହେବ । ମହାରାଷ୍ଟ୍ରର ଏହି ବିକାଶରେ କାହିଁକି ଭଲା ଆପତ୍ତି ରହିବ ? କିଏ ସେହି ଲୋକ, ଯେଉଁମାନେ ମହାରାଷ୍ଟ୍ରର ବିକାଶରେ ବ୍ରେକ୍ ଲଗାଇ ଆସୁଥିଲେ ? ସେମାନେ କେଉଁ ଲୋକ ଯିଏ ମହାରାଷ୍ଟ୍ରର ଯୁବପିଢ଼ିଙ୍କୁ ରୋଜଗାର ମିଳିବାର ଏହି ଅବସରରେ ନାରାଜ ଥିଲେ ? ପୂର୍ବର ସରକାର କାହିଁକି ଏହି କାମକୁ ଆଗକୁ ବଢ଼ିବାକୁ ଦେଉ ନଥିଲେ ? ଏକଥା ମହାରାଷ୍ଟ୍ରର ଜନତାଙ୍କୁ କେବେ ଭୁଲିବା ଉଚିତ ନୁହେଁ । ସତ କଥା ହେଲା ଏହା ଯେ କିଛି ଲୋକ ମହାରାଷ୍ଟ୍ରକୁ ପଛରେ ରଖିବା ପାଇଁ ଚାହାନ୍ତି, ଯେତେବେଳେ କି ଆମର ଏନଡିଏ ସରକାର, ଏଠାରେ ଗଠିତ ଆମର ମହାମେଣ୍ଟ ସରକାର, ମହାରାଷ୍ଟ୍ରକୁ ଦେଶର ସବୁଠାରୁ ଆଗୁଆ ରାଜ୍ୟ ଭାବେ ଆଗକୁ ନେଇ ଯିବାକୁ ଚାହେଁ ।

 

ସାଥୀଗଣ,

ଯେତେବେଳେ ସମୁଦ୍ର ସହିତ ସଂଯୁକ୍ତ ଅବସର କଥା ଆସେ, ସେତେବେଳେ ଏଥିରେ ସବୁଠାରୁ ପ୍ରମୁଖ ଭାଗୀଦାରୀ ଆମର ମତ୍ସ୍ୟଜୀବୀ ଭାଇ ଭଉଣୀମାନେ ଆସିଥାନ୍ତି । ମଛୁଆର ବନ୍ଧୁ ଭାଇ ଭଉଣୀମାନେ! ଆପଲ୍ୟା ପାଞ୍ଚ ଶେ ସବିସ , ମଛିମାରାଂଚି ଗାବେ କେଲୀବାଡ଼େ, ଆଣି ୧୫ ଲାଖ ମଚ୍ଛିମାରାଂଚ୍ୟା ଲୋକ-ସଂଖ୍ୟେସହ, ମହାରାଷ୍ଟ୍ରାଚେ ମତ୍ସ୍ୟପାଳନ କ୍ଷେତ୍ରାତିଲ, ଖୁପ ମୋଠେ ଆହେ । ଏବେ ମୁଁ ପିଏମ ମତ୍ସ୍ୟ ସଂପଦାର ଲାଭାର୍ଥୀ ସାଥୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲି । ସେମାନଙ୍କ ପରିଶ୍ରମରୁ ୧୦ ବର୍ଷ ମଧ୍ୟରେ କିଭଳି ଏହି କ୍ଷେତ୍ରର ସ୍ୱରୂପରେ ପରିବର୍ତ୍ତନ ଆସିଛି, କିପରି ଦେଶର ଯୋନାଗୁଡ଼ିକରୁ, ସରକାରଙ୍କ ସେବାଭାବରୁ କୋଟି କୋଟି ମତ୍ସ୍ୟଜୀବୀମାନଙ୍କ ଜୀବନରେ ପରିବର୍ତ୍ତନ ଘଟିଛି । ସେକଥା ଆଜି ଦେଖିବାକୁ ମିଳୁଛି । ଆପଣମାନଙ୍କ ଶ୍ରମ କେତେ ଆଶ୍ଚର୍ଯ୍ୟ କାମ କରି ଦେଖାଇଛି, ଏକଥା ଜାଣି ଆପଣମାନଙ୍କୁ ମଧ୍ୟ ଖୁସି ଲାଗିବ । ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମାଛ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ୨୦୧୪ ମସିହାରେ ଦେଶରେ ୮୦ ଲକ୍ଷ ଟନ୍ ମାଛ ଉତ୍ପାଦିତ ହେଉଥିଲା । ଆଜି ପାଖାପାଖି ୧୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ କରିବାକୁ ଭାରତ ସକ୍ଷମ ହୋଇପାରିଛି । ଅର୍ଥାତ୍, ମାତ୍ର ୧୦ ବର୍ଷ ମଧ୍ୟରେ ମତ୍ସ୍ୟ ଉତ୍ପାଦନରେ ଦୁଇ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି ଭାରତରୁ ଖାଦ୍ୟ ରପ୍ତାନୀ ମଧ୍ୟ କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ୧୦ ବର୍ଷ ପୂର୍ବରୁ ଦେଶରୁ ୨୦ ହଜାର କୋଟି ଟଙ୍କାରୁ ସୁଦ୍ଧା କମ୍ ମୂଲ୍ୟର ଖାଦ୍ୟ ରପ୍ତାନୀ ହେଉଥିଲା । ଆଜି ତାହା ୪୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର କେବଳ ଚିଙ୍ଗୁଡ଼ି ରପ୍ତାନୀ ହେଉଛି ।  ଅନ୍ୟ ଭାଷାରେ କହିଲେ, ଚିଙ୍ଗୁଡ଼ି ରପ୍ତାନୀ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । ଆମେ ଯେଉଁ ନୀଳ ବିପ୍ଳବ ଯୋଜନା ଆରମ୍ଭ କରିଥିଲୁ, ତାହାର ସଫଳତା ଚତୁଃପାଶ୍ୱର୍ରେ ପରିଲକ୍ଷିତ ହେଉଛି । ଏହି ଯୋଜନାରୁ ରୋଜଗାରର ଲକ୍ଷ ଲକ୍ଷ ନୂତନ ଅବସର ପ୍ରସ୍ତୁତ ହୋଇଛି । ଆମଚ୍ୟା ସରକାରଚ୍ୟା ନିରଂତର ପ୍ରୟତ୍ନମୁଲେ, କୋଟ୍ୟାବଧି ମଛିମାରାଂଚେ ଉତ୍ପନ୍ନ ବାଢ଼ଲେ ଆହେ, ତ୍ୟାଂଚା ଜୀବନ ସ୍ତର ସୁଧରଲା ଆହେ ।

 

ସାଥୀଗଣ,

ଆମ ସରକାର ମାଛ ଉତ୍ପାଦନରେ ମହିଳାମାନଙ୍କ ଭାଗୀଦାରୀକୁ ବୃଦ୍ଧି କରିବା ନିମନ୍ତେ ମଧ୍ୟ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦା ଯୋଜନା ଅଧୀନରେ ହଜାର ହଜାର ମହିଳାମାନଙ୍କୁ ଅନେକ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି । ଆପଣମାନେ ସମସ୍ତେ ଏ ସମ୍ପର୍କରେ ଉତ୍ତମ ରୂପେ ଅବଗତ ଅଛନ୍ତି ଯେ ମାଛ ଧରିବା ସକାଶେ ସମୁଦ୍ରକୁ ଯାଉଥିବା ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦେବାଭଳି ପଦକ୍ଷେପ ଗ୍ରହଣ କରିଥାନ୍ତି । ଘରର ମହିଳାମାନେ, ସମ୍ପୂର୍ଣ୍ଣ ପରିବାର ଚିନ୍ତାରେ ଜୀବନ ବଂଚିଥାଆନ୍ତି । ଆମେ ଆଧୁନିକ ପ୍ରଯୁକ୍ତି ଏବଂ ସାଟେଲାଇଟ୍ ସହାୟତାରେ ଏହି ବିପଦକୁ ମଧ୍ୟ କମ୍ କରିବା ଦିଗରେ କାର୍ଯ୍ୟ କରୁଛୁ । ଆଜି ଏହି ଯେଉଁ ଭେସେଲ୍ ଯୋଗାଯୋଗ ବ୍ୟବସ୍ଥା ଆରମ୍ଭ ହୋଇଛି, ତାହା ତ ଆମର ମତ୍ସ୍ୟଜୀବୀ ଭାଇ- ଭଉଣୀମାନଙ୍କ ନିମନ୍ତେ ବହୁତ ବଡ଼ ବରଦାନ ସଦୃଶ । ସରକାର ମାଛଧର ଜାହାଜଗୁଡ଼ିକ ପାଇଁ ଏକ ଲକ୍ଷ ଟ୍ରାନ୍ସପୋଣ୍ଡର ଲଗାଇବାକୁ ଯାଉଛନ୍ତି । ଏହାର ସହାୟତାରେ ଆମର ମତ୍ସ୍ୟଜୀବୀ ସାଥୀମାନେ, ନିଜର ପରିବାରଙ୍କ ସହିତ, ବୋଟ୍ ମାଲିକମାନଙ୍କ ସହିତ, ମତ୍ସ୍ୟ ବିଭାଗ ସହିତ, ସମୁଦ୍ରର ସୁରକ୍ଷା କରିବା ଦାୟିତ୍ୱରେ ଥିବା ଲୋକମାନଙ୍କ ସହିତ ସଦାସର୍ବଦା ସମ୍ପର୍କରେ ରହିପାରିବେ । ସାମୁଦ୍ରିକ ଝଡ଼ବାତ୍ୟା ସମୟରେ, ସମୁଦ୍ରରେ ଯେକୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିଲେ, ଆମର ମତ୍ସଜୀବୀ ସାଥୀମାନେ ଯେତେବେଳେ ଚାହିଁବେ ନିଜର ବାର୍ତ୍ତା ସାଟେଲାଇଟ୍ ସହାୟତାରେ ତଟରେ ଥିବା ସମ୍ବନ୍ଧିତ ଲୋକମାନଙ୍କ ନିକଟକୁ ପଠାଇ ପାରିବେ । ସଂକଟ ସମୟରେ, ନିଜର ଜୀବନ ବଞ୍ଚାଇବାକୁ, ଆପଣମାନଙ୍କ ନିକଟରେ ସର୍ବପ୍ରଥମେ ପହଂଚିବା ସରକାରଙ୍କର ବହୁତ ବଡ଼ ପ୍ରାଥମିକତା ।

 

 

ସାଥୀଗଣ,

ମତ୍ସ୍ୟଜୀବୀ ଭାଇ- ଭଉଣୀମାନଙ୍କ ଜାହାଜ କିପରି ସୁରକ୍ଷିତ ଭାବରେ କୂଳକୁ ଫେରିଆସିବ, ସେଥିପାଇଁ ୧୧୦ରୁ ଅଧିକ ମାଛଧରା ବନ୍ଦର ଏବଂ ଲ୍ୟାଣ୍ଡିଂ ସେଣ୍ଟର ମଧ୍ୟ ନିର୍ମାଣ କରାଯାଇଛି । କୋଲ୍ଡ ଚେନ ପ୍ରସଙ୍ଗ ହୋଇଥାଉ, ପ୍ରୋସେସିଂର ବ୍ୟବସ୍ଥା ପ୍ରସଙ୍ଗ ହୋଇଥାଉ, ଡଙ୍ଗା ନିମନ୍ତେ ଲୋନ୍ ଯୋଜନା ପ୍ରସଙ୍ଗ ହୋଇଥାଉ, କିମ୍ବା ପିଏମ ମତ୍ସ୍ୟ ସଂପଦା ଯୋଜନା ପ୍ରସଙ୍ଗ ହୋଇଥାଏ, ଏ ସମସ୍ତ ଯୋଜନା ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ହିତ ସାଧନ ନିମନ୍ତେ ପ୍ରସ୍ତୁତ କରାଯାଇଛି । ଆମେ ତଟୀୟ ଗ୍ରାମମାନଙ୍କର ବିକାଶ ଉପରେ ଆହୁରି ଅଧିକ ଧ୍ୟାନ ଦେଉଛୁ । ଆପଣମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବା ନିମନ୍ତେ ମତ୍ସ୍ୟଜୀବୀମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସଂସ୍ଥାମାନଙ୍କୁ, ସହକାରୀ ସଂସ୍ଥାମାନଙ୍କୁ ମଧ୍ୟ ମଜଭୁତ କରିବାକୁ ଯାଉଛୁ ।

 

ସାଥୀଗଣ,

ପଛୁଆ ବର୍ଗର ଲୋକମାନଙ୍କ ପାଇଁ କାମ କରିବା କଥା ହୋଇଥାଉ, ବଂଚିତ ଲୋକମାନଙ୍କୁ ଉପଯୁକ୍ତ ଅବସର ପ୍ରଦାନ କଥା ହୋଇଥାଉ, ବିଜେପି ଏବଂ ଏନ.ଡି.ଏ. ସରକାର ପୂର୍ଣ୍ଣ ସମର୍ପଣ ଭାବ ଏବଂ ସାଧୁତାର ସହିତ କାର୍ଯ୍ୟ କରୁଛି । ଆପଣମାନେ ଲକ୍ଷ୍ୟ କରନ୍ତୁ, ଦେଶରେ ଏତେ ଦଶନ୍ଧି ଧରି ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କର ଏବଂ ଆଦିବାସୀ ବର୍ଗର ଲୋକମାନଙ୍କର ସ୍ଥିତି କିପରି ଥିଲା ? ପୂର୍ବତନ ସରକାରମାନଙ୍କର ନୀତିରେ ସଦାବେଳେ ଏହି ସମାଜକୁ ପଛରେ ରଖାଗଲା । ଦେଶରେ ଏତେ ବଡ଼ ବଡ଼ ଆଦିବାସୀ ବହୁଳ କ୍ଷେତ୍ର ରହିଛି । ତଥାପି ଆଦିବାସୀ ବର୍ଗର କଲ୍ୟାଣ ନିମନ୍ତେ କେବେ ସୁଦ୍ଧା ଗୋଟିଏ ବିଭାଗ ପର୍ଯ୍ୟନ୍ତ ଖୋଲାଯାଇ ନଥିଲା । ପୃଥକ୍ ଜନଜାତୀୟ ମନ୍ତ୍ରଣାଳୟର ସ୍ଥାପନା ଭାଜପା ଏନ.ଡି.ଏ. ସରକାର ହିଁ କରିଥିଲା । ଆମ ସରକାର ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ନିମନ୍ତେ ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଗଠନ କରିଛି । ସଦାସର୍ବଦା ଉପେକ୍ଷିତ ରହି ଆସିଥିବା ଆଦିବାସୀ କ୍ଷେତ୍ରକୁ ଏବେ ପିଏମ ଜନମନ ଯୋଜନାର ସୁଫଳ ମିଳିପାରୁଛି । ଆମର ଆଦିବାସୀ ସମାଜ, ଆମର ମତ୍ସ୍ୟଜୀବୀ ବର୍ଗ ଆଜି ଭାରତର ପ୍ରଗତିରେ ବଡ଼ ଯୋଗଦାନ ଦେଉଛନ୍ତି ।

 

ସାଥୀଗଣ,

ଆଜି ମୁଁ ମହାଗଠବନ୍ଧନ ସରକାରଙ୍କୁ ଆଉ ଗୋଟିଏ କଥା ନିମନ୍ତେ ବିଶେଷ ଭାବରେ ପ୍ରଶଂସା କରିବି । ମହିଳା ନେତୃତ୍ୱ କୈନ୍ଦ୍ରିକ ବିକାଶରେ ନାରୀ ସଶକ୍ତିକରଣ କ୍ଷେତ୍ରରେ ମହାରାଷ୍ଟ୍ର ଦେଶକୁ ଏବେ ଦିଶା ପ୍ରଦର୍ଶନ କରୁଛି । ଆଜି ମହାରାଷ୍ଟ୍ରରେ ଅନେକ ବଡ଼ ବଡ଼ ପଦ ପଦବୀରେ ମହିଳାମାନେ ଅବସ୍ଥାପିତ ରହି ଖୁବ୍ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ରାଜ୍ୟର ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟ ସଚିବ ଭାବରେ ସୁଜାତା ସୌନିକଜୀ ରାଜ୍ୟ ପ୍ରଶାସନକୁ ମାର୍ଗଦର୍ଶନ କରୁଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟର ପୁଲିସ୍ ବଳର ପ୍ରମୁଖ ଡିଜିପି ରଶ୍ମି ଶୁକ୍ଳାଜୀ ନେତୃତ୍ୱ ନେଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟର ଜଙ୍ଗଲ ବଳର ପ୍ରମୁଖ ଭାବରେ ଶୋମିତା ବିଶ୍ୱାସଜୀ ନେତୃତ୍ୱ ନେଉଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟର ଆଇନ ବିଭାଗର ପ୍ରମୁଖ ଭାବରେ ଶ୍ରୀମତୀ ସୁବର୍ଣ୍ଣା କେବଲଜୀ ଦାୟିତ୍ୱବାନ୍ ଭାବରେ ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ଏହିଭଳି ରାଜ୍ୟର ପ୍ରମୁଖ ମହାଲେଖପାଳ ଭାବରେ ଜୟା ଭଗତଜୀ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏବଂ ମୁମ୍ବାଇରେ ବହିଃଶୁଳ୍କ ବିଭାଗର ନେତୃତ୍ୱ ପ୍ରାଚୀ ସ୍ୱରୂପଜୀଙ୍କ ହାତରେ ନ୍ୟସ୍ତ ରହିଛି । ମୁମ୍ବାଇର ବିଶାଳ ଏବଂ ଜଟିଳତାପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ- ୩ର ମୁମ୍ବାଇ ମେଟ୍ରୋର ଏମ.ଡି. ଅଶ୍ୱିନୀ ଭିଡ଼େଜୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ମହାରାଷ୍ଟ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳଗୁରୁ ଭାବରେ ଲେଫ୍ଟନାଣ୍ଟ୍ ଜେନେରାଲ ଡକ୍ଟର ମାଧୁରୀ କାନିଟକରଜୀ ନେତୃତ୍ୱ ନେଉଛନ୍ତି । ମହାରାଷ୍ଟ୍ର କୌଶଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳଗୁରୁ ଭାବରେ ଡକ୍ଟର ଅପୂର୍ବା ପାଲକାଜୀ ନୂତନ ଦିଶା ପ୍ରଦର୍ଶନ କରୁଛନ୍ତି । ଏହିଭଳି ଅନେକ ବଡ଼ ବଡ଼ ଏବଂ ଦାୟିତ୍ୱପୂର୍ଣ୍ଣ ପଦପଦବୀରେ ମହିଳାମାନେ ଅବସ୍ଥାପିତ ଅଛନ୍ତି । ତେଣୁ ମହାରାଷ୍ଟ୍ରରେ ନାରୀଶକ୍ତି, ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରୁଛନ୍ତି ଏବଂ ସେମାନଙ୍କର ଏହି ସଫଳତା ଏହି କଥାକୁ ପ୍ରମାଣିତ କରୁଛି ଯେ ଏକବିଂଶ ଶତାବ୍ଦୀର ନାରୀଶକ୍ତି ସମାଜକୁ ନୂତନ ଦିଶା ପ୍ରଦର୍ଶନ କରିବା ସକାଶେ ପ୍ରସ୍ତୁତ ହେଉଛି । ଏହି ନାରୀଶକ୍ତି, ବିକଶିତ ଭାରତ ପାଇଁ ବହୁତ ବଡ଼ ଆଧାର ସାବ୍ୟସ୍ତ ହେବ ।

 

ସାଥୀଗଣ,

‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ଏହା ହେଉଛି ଏନ.ଡି.ଏ. ସରକାରର ମନ୍ତ୍ର । ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଆମେ ମହାରାଷ୍ଟ୍ରକୁ ବିକାଶର ନୂତନ ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇପାରିବୁ । ଆପଣମାନେ ମହାମେଣ୍ଟ ସରକାର ଉପରେ ନିଜର ଆଶୀର୍ବାଦ ପ୍ରଦାନ ଜାରି ରଖନ୍ତୁ । ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଦେଶର ସବୁଠାରୁ ବଡ଼ ବନ୍ଦର ନିମନ୍ତେ, ଅନେକ ଅନେକ ମତ୍ସ୍ୟଜୀବୀ ଭାଇ ଭଉଣୀଙ୍କ ନିମନ୍ତେ ଯୋଜନାଗୁଡ଼ିକ ସକାଶେ ବହୁତ ବହୁତ ଶୁଭକାମନା ଦେଉଛି, ବଧେଇ ଜଣାଉଛି ।

ମୋ ସହିତ ଏକତ୍ର ଉଚ୍ଚାରଣ କରନ୍ତୁ –

ଭାରତ ମାତା କୀ – ଜୟ

ଦୁଇ ହାତ ଉପରକୁ କରି ସମସ୍ତ ଶକ୍ତିର ସହିତ କହନ୍ତୁ –

ଭାରତ ମାତା କୀ – ଜୟ

ଆଜି ଆପଣମାନଙ୍କ ସହିତ ସମୁଦ୍ରର ନୀଳ ଲହରୀ ମଧ୍ୟ ନିଜର ସ୍ୱର ଯୋଡ଼ୁଛି –

ଭାରତ ମାତା କୀ – ଜୟ,

ଭାରତ ମାତା କୀ – ଜୟ,

ଭାରତ ମାତା କୀ – ଜୟ,

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
India-New Zealand friendship has gained new momentum and a new direction: PM Modi during the Gala Lunch
July 11, 2026

Your Excellency, Prime Minister क्रिस्टोफर लक्सन,

दोनों देशों के delegates,

नमस्कार!

किया ओरा!

मेरे और मेरे delegation के ऊष्मा भरे स्वागत और आतिथ्य के लिए मैं मेरे मित्र प्रधानमंत्री लक्सन का हार्दिक आभार व्यक्त करता हूँ। उन्होंने स्वागत में इतनी गर्मजोशी दिखाई है, कि ऑकलैंड की सर्दी भी आज कुछ कम लग रही है। इस यात्रा के दौरान न्यूजीलैंड के लोगों से जो स्नेह और अपनापन मिला है, वह हमारे हृदय में हमेशा रहेगा।

पिछले वर्ष प्रधानमंत्री लक्सन की भारत यात्रा से हमारे संबंधों के हर क्षेत्र में नई ऊर्जा आई है। उनके नेतृत्व, स्पष्ट विजन, और मजबूत प्रतिबद्धता से, भारत और New Zealand की मित्रता को नयी गति और नयी दिशा मिली है। आज चालीस वर्षों के बाद भारतीय प्रधानमंत्री की यात्रा हो रही है। और मैं हमेशा कहता हूँ, कि बहुत सारे अच्छे काम है, जो मेरे पहले वाले लोग मेरे लिए छोड़ के गए हैं, जो मैं पूरा कर रहा हूँ। साथियों, यह हमारे संबंधों के एक नए अध्याय का शुभारंभ है।

Friends,

भारत और न्यूजीलैंड का लोकतान्त्रिक मूल्यों में दृढ़ विश्वास हमें मिलकर आगे बढ़ने के लिए natural comfort प्रदान करता है। पिछले कुछ वर्षों में हमने हमारे सबंधों को अभूतपूर्व गति प्रदान की है।

आज आज की बैठक में हमने हमारे सहयोग को नई गहराई और व्यापकता देने पर विस्तार से चर्चा की। हमने भारत-न्यूजीलैंड संबंधों को Strategic Partnership के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे।

इस वर्ष हमने रिकॉर्ड समय में Free Trade Agreement किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हम trade के साथ साथ trust, technology और talent का blue print तैयार कर रहे हैं।

पिछले तीन वर्षों में हमारे व्यापार में 50 पर्सेन्ट से अधिक की बढ़ोतरी हुई है। हमें विश्वास है कि FTA अगले पाँच वर्षों में हमारे व्यापार को दोगुना करने का मजबूत आधार बनेगा।

न्यूजीलैंड द्वारा भारत में बीस बिलियन डॉलर के investment commitment का भी हम विशेष स्वागत करते हैं। यह न्यूज़ीलैंड की companies को भारत की growth story में long-term partner बनने का अवसर देगा।

Friends,

हमारी Strategic Partnership को सार्थक बनाने के लिए हम दोनों देशों की strengths को practical cooperation में बदल रहे हैं। Fin Tech के क्षेत्र में हम भारत के UPI और न्यूजीलैंड के payment systems को जोड़ने पर आगे बढ़ रहे हैं।

Agriculture, dairy और food processing में हमने सहयोग का एक मजबूत खाका बनाया है। इसका लाभ हमारे किसानों और पशु-पालकों को मिलेगा।

Traditional medicine में न्यूज़ीलैंड और भारत दोनों की समृद्ध और जीवंत परंपराएं हैं। आज हमने हमारे स्वास्थ्य सहयोग में traditional medicines की भूमिका बढ़ाने पर सहमति व्यक्त की।

रक्षा और सुरक्षा में हमारा बढ़ता सहयोग हमारे गहरे strategic trust का प्रतीक है। पिछले वर्ष किए गए Defence Cooperation Agreement से हमारे सहयोग का मजबूत ढांचा तैयार हुआ है। आज हमने इंडो-पैसिफिक में maritime cooperation के लिए एक फ्रैम्वर्क पर सहमति बनाई है। Bilateral naval exercises, Logistics support और hydrography में सहयोग से हमारा आपसी तालमेल बढ़ेगा।

Friends,

हमारे संबंधों की सबसे मजबूत ताकत हमारे people-to-people ties हैं। भारतीय समुदाय के लोगों ने अपने परिश्रम और talent से न्यूजीलैंड में विशेष स्थान बनाया है। उनकी देखरेख के लिए मैं प्रधानमंत्री लक्सन और न्यूजीलैंड सरकार और न्यूजीलैंड के लोगों का आभार व्यक्त करता हूँ।

आज हुआ Cultural Cooperation MOU दोनों देशों के art, culture, heritage तथा creative industries में exchanges को गति देगा। न्यूजीलैंड भारतीय students के लिए एक महत्वपूर्ण destination रहा है। हम न्यूजीलैंड की universities को भारत में campus खोलने के लिए आमंत्रित करते हैं।

इस वर्ष हम दोनों देशों के बीच खेल संबंधों की सौवीं वर्षगांठ मना रहे हैं। सौ साल पहले मेजर ध्यानचंद के नेतृत्व में हॉकी टीम ने यहाँ आकर जो इतिहास रचा था, वह हमारी खेल साझेदारी को आज भी प्रेरित कर रहा है। इस उपलक्ष्य पर हम दोनों देशों में कई स्पोर्ट्स इवेंट्स आयोजित कर रहे हैं। क्रिकेट के साथ-साथ अन्य खेलों में भी सहयोग बढ़ाने के लिए हम Sports Joint Action Plan बनाया है। हाल ही में भुवनेश्वर में न्यूजीलैंड रग्बी और रग्बी इंडिया के कोचिंग प्रोग्राम से अच्छी शुरुवात हुवी है।

Friends,

वैश्विक मंच पर भी भारत और न्यूज़ीलैंड भरोसेमंद साझेदार और करीबी मित्र हैं। हमारा मानना है कि वर्तमान समय की चुनौतियों का सामना करने के लिए UN सहित अन्य वैश्विक संस्थानों में reform आवश्यक है।

आतंकवाद के विषय पर कंधे से कंधा मिलाकर आगे बढ़ाने के लिए आज हमने Joint Working Group का गठन किया है। भारत और न्यूजीलैंड के बीच सहयोग इंडो-पेसिफिक में शांति, स्थिरता और सुरक्षा के लिए अत्यंत महत्वपूर्ण है।

Friends, मैं आप सभी को माओरी नव वर्ष “मातरिकी” की हार्दिक शुभकामनाएँ देता हूँ। जिस तारा-समूह को यहाँ “मातरिकी” नाम दिया गया है, जैसे आपने भी बताया, उसे भारत में प्राचीन काल से “कृत्तिका नक्षत्र” के रूप में जाना जाता है। मुझे विश्वास है कि “मातरिकी” का यह पर्व, हमारे संबंधों को इन्हीं सितारों की तरह जगमगाने की प्रेरणा देगा।

Prime Minister लक्सन,

आपकी मित्रता, आपकी प्रतिबद्धता और मेरी न्यूज़ीलैंड यात्रा को यादगार बनाने के लिए मैं आपका आभार व्यक्त करता हूँ। जैसे रग्बी में टीमवर्क और भरोसा ज़रूरी होता है, वैसे ही हम भी आपसी विश्वास के साथ आगे बढ़ेंगे। हम एक ही टीम में है, इसलिए टैकल केवल चुनौतियों को करेंगे।

बहुत-बहुत धन्यवाद।