ବିହାର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନ ମହୋଦୟ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳାରେ ମୋର ସହଯୋଗୀ ଶ୍ରୀ ପୀୟୁଷ ଗୋୟଲ ମହାଶୟ, ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଶ୍ରୀ ଗିରିରାଜ ସିଂହ ମହାଶୟ, ଶ୍ରୀ ନିତ୍ୟାନନ୍ଦ ରାୟ ମହାଶୟ, ସୁଶ୍ରୀ ଦେବଶ୍ରୀ ଚୌଧୁରୀ ମହାଶୟା, ବିହାରର ଉପ– ମୁଖ୍ୟମନ୍ତ୍ରୀ ଶ୍ରୀ ସୁଶୀଲ କୁମାର ମୋଦୀ ମହାଶୟ, ଅନ୍ୟ ମନ୍ତ୍ରୀ ଗଣ, ସାଂସଦ ଏବଂ ବିଧାୟକଗଣ ଓ ଟେକ୍ନୋଲୋଜି ମାଧ୍ୟମରେ ସାମିଲ ହୋଇଥିବା ବିହାରର ମୋର ଭାଇ ଓ ଭଉଣୀମାନେ !

ସାଥୀଗଣ, ଆଜି ବିହାରରେ ରେଳ ସଂଯୋଗ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। କୋଶୀ ମହାସେତୁ ଏବଂ କିଓଲ୍ ସେତୁ ସହିତ ବିହାର​‌ରେ ରେଳ ଚଳାଚଳ, ରେଳ ବିଦ୍ୟୁତକରଣ ଏବଂ ରେଳବାଇରେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଲାଗି, ନୂତନ ନିଯୁକ୍ତି ସୃଷ୍ଟି କରିବା ଭଳି ଏକ ଡଜନ ପ୍ରକଳ୍ପର ଆଜି ଲୋକର୍ପଣ ଏବଂ ଶୁଭାରମ୍ଭ କରାଯାଇଛି। ପ୍ରାୟ 3 ହଜାର କୋଟି ଟଙ୍କାର ଏହି ନୂତନ ପ୍ରକଳ୍ପଗୁଡିକ ଦ୍ବାରା ନା କେବଳ ବିହାରର ରେଳ ନେଟୱାର୍କ ସୁଦୃଢ ହେବ, ବରଂ ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ରେଳ ସଂଯୋଗକୁ ମଧ୍ୟ ସୁଦୃଢ କରିବ। ବିହାର ସମେତ ପୂର୍ବ ଭାରତର କୋଟି କୋଟି ରେଳ ଯାତ୍ରୀଙ୍କୁ ମିଳିବାକୁ ଯାଉଥିବା ଏହି ନୂତନ ତଥା ଆଧୁନିକ ସୁବିଧାଗୁଡିକ ପାଇଁ ମୁଁ ଆଜି ସମସ୍ତଙ୍କୁ ବହୁତ– ବହୁତ  ଅଭିନନ୍ଦନ ଜଣାଉଛି।

ସାଥୀଗଣ, ବିହାରରେ ଗଙ୍ଗା ମାତା ହୁଅନ୍ତୁ, କୋଶୀ ହେଉ, ସୋନ୍ ହେଉ, ଏହି ନଦୀଗୁଡିକର ବ୍ୟାପକତା ଯୋଗୁ ବିହାରର ଅନେକ ଅଂଶ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ବିହାରର ପ୍ରାୟ ପ୍ରତ୍ୟେକ ଅଞ୍ଚଳର ଲୋକମାନଙ୍କର ଏକ ବଡ଼ ସମସ୍ୟା ରହି ଆସିଛି, ତାହା ହେଉଛି ନଦୀଗୁଡିକ ଅତିକ୍ରମ କରିବାକୁ ପଡୁଥିବା ଦୀର୍ଘ ଯାତ୍ରା। ଯେତେବେଳେ ନୀତିଶ ମହାଶୟ ରେଳ ମନ୍ତ୍ରୀ ଥିଲେ, ଯେତେବେଳେ ପାଶୱାନ୍ ମହାଶୟ ରେଳ ମନ୍ତ୍ରୀ ଥିଲେ, ସେମାନେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ବହୁତ ପ୍ରୟାସ କରିଥିଲେ। କିନ୍ତୁ ତା’ପରେ ପୁଣି ଏକ ଦୀର୍ଘ ସମୟ ଆସିଲା, ଯେତେବେଳେ ଏହି ଦିଗରେ ଅଧିକ କାର୍ଯ୍ୟ କରାଯାଇ ନଥିଲା। ଏଭଳି ପରିସ୍ଥିତିରେ ବିହାରର, ବିହାରର କୋଟି କୋଟି ଲୋକଙ୍କର,  ଏହି ବଡ ସମସ୍ୟାର ସମାଧାନର ସଂକଳ୍ପ ସହିତ ଆମେ ଆଗକୁ ବଢୁଛୁ । ବିଗତ 5-6 ବର୍ଷରେ ଏହି ସମସ୍ୟାର ସମାଧାନ ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଦ୍ରୁତ ଗତିରେ ଆଗେକୁ ନିଆଯାଉଛି |

ସାଥୀଗଣ, 4 ବର୍ଷ ପୂର୍ବେ ଉତ୍ତର ଏବଂ ଦକ୍ଷିଣ ବିହାରକୁ ସଂଯୋଗ କରୁଥିବା ଦୁଇଟି ମହାସେତୁ, ଗୋଟିଏ ପାଟନାରେ ଏବଂ ଅନ୍ୟଟି ମୁଙ୍ଗେରରେ ଆରମ୍ଭ କରାଯାଇଥିଲା। ଏହି ଦୁଇଟି ରେଳ ସେତୁ କାର୍ଯ୍ୟକ୍ଷମ ହେବାପରେ ଉତ୍ତର ବିହାର ଏବଂ ଦକ୍ଷିଣ ବିହାର ମଧ୍ୟରେ, ଲୋକମାନଙ୍କ ଯାତାୟତ ଅଧିକ ସହଜ ହୋଇଛି । ବିଶେଷକରି ଉତ୍ତର ବିହାରର ଅଞ୍ଚଳ, ଯାହାକି ଦଶକ ଦଶକ ଧରି ବିକାଶରୁ ବଞ୍ଚିତ ହୋଇଥିଲା, ତାହାକୁ ବିକାଶ ପାଇଁ ନୂତନ ଗତି ମିଳିଛି । ଆଜି ମିଥିଳା ଏବଂ କୋଶୀ ଅଞ୍ଚଳକୁ ସଂଯୋଗ କରୁଥିବା ମହାସେତୁ ଏବଂ ସୁପୌଲ–ଆସନପୁର କୁପହା ରେଳ ମାର୍ଗ ମଧ୍ୟ ବିହାରବାସୀଙ୍କ  ସେବାରେ ସମର୍ପିତ ହୋଇଛି ।

ସାଥୀଗଣ, ପ୍ରାୟ ସାଢେ 8 ଦଶକ ପୂର୍ବରୁ ଏକ ଭୟଙ୍କର ଭୂକମ୍ପ  ଭଳି ବିପର୍ଯ୍ୟୟ ମିଥିଳା ଏବଂ କୋଶୀ ଅଞ୍ଚଳକୁ ପୃଥକ ତଥା ବିଚ୍ଛିନ୍ନ କରି ଦେଇଥିଲା। ଆଜି ଏହା ଏକ ସଂଯୋଗ ଯେ, କରୋନା ଭଳି ବୈଶ୍ୱିକ ମହାମାରୀ ମଧ୍ୟରେ ଏହି ଦୁଇଟି ଅଞ୍ଚଳକୁ ପରସ୍ପର ସହିତ ଯୋଡି ଦିଆ ଯାଉଛି । ମୋତେ ଅବଗତ କରାଯାଇଛି ଯେ ଏହି କାର୍ଯ୍ୟର ଶେଷ ପର୍ଯ୍ୟାୟରେ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବନ୍ଧୁମାନେ ମଧ୍ୟ ବହୁତ ସହଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମହାସେତୁ ଏବଂ ଏହି ପ୍ରକଳ୍ପ ହେଉଛି ଶ୍ରଦ୍ଧେୟ ଅଟଳ ମହାଶୟ ଏବଂ ନୀତିଶ ବାବୁଙ୍କ ସ୍ୱପ୍ନର ପ୍ରକଳ୍ପ । 2003ରେ ଯେତେବେଳେ ନୀତିଶ ମହାଶୟ ରେଳ ମନ୍ତ୍ରୀ ଥିଲେ ଏବଂ ଶ୍ରଦ୍ଧେୟ ଅଟଳ ମହାଶୟ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ନୂତନ କୋଶୀ ରେଳ ଲାଇନ ପ୍ରକଳ୍ପ ପାଇଁ ପରିକଳ୍ପନା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମିଥିଳା ​​ଏବଂ କୋଶୀ ଅଞ୍ଚଳର ଲୋକଙ୍କ ସମସ୍ୟା ଦୂର କରିବା। ଏହି ଚିନ୍ତାଧାରା ସହିତ 2003ରେ ଅଟଳ ମହାଶୟଙ୍କ ଦ୍ଵାରା ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ତା’ ପର ବର୍ଷ ଅଟଳ ମହାଶୟଙ୍କ ସରକାର ଚାଲିଗଲା ଏବଂ ଏହା ପରେ କୋଶୀ ରେଳ ଲାଇନ ପ୍ରକଳ୍ପର ଗତି ମଧ୍ୟ ସେତିକି ମନ୍ଥର ହୋଇଗଲା।

ଯଦି ମିଥିଳାଞ୍ଚଳର ଚିନ୍ତା ହୋଇଥାନ୍ତା, ବିହାରର ଲୋକମାନଙ୍କ ସମସ୍ୟାକୁ ନେଇ ଚିନ୍ତା ହୋଇଥାନ୍ତା, ତେବେ କୋଶୀ ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ହୋଇଥାନ୍ତା। ଏହି ସମୟରେ ରେଳ ମନ୍ତ୍ରଣାଳୟ କାହା ପାଖରେ ଥିଲା, କାହାର ସରକାର ଥିଲା, ଏହାର ସଂପ୍ରସାରଣରେ, ମୁଁ ସେ ଦିଗକୁ ଯିବାକୁ ଚାହୁଁ ନାହିଁ । କିନ୍ତୁ ପ୍ରକୃତ କଥା ହେଉଛି ଯେଉଁ ଗତିରେ ପ୍ରଥମରୁ କାର୍ଯ୍ୟ କରାଯାଉଥିଲା, ଯଦି 2004 ପରେ ମଧ୍ୟ ସେହି ଗତିରେ କାର୍ଯ୍ୟ ହୋଇଥାନ୍ତା, ତେବେ ଜଣା ନାହିଁ ଆଜିର ଏହି ଦିନ କେବେ ଆସିଥାନ୍ତା, କେତେ ବର୍ଷ ଲାଗି ଯାଇଥାନ୍ତା, କେତେ ଦଶକ ଲାଗି ଯାଇଥାନ୍ତା, ହୁଏତ ଗୋଟିଏ ପିଢୀ ବିତିଯାଇଥାନ୍ତା । କିନ୍ତୁଦୃଢ ନିଶ୍ଚିତ ହୁଅନ୍ତୁ, ଯଦି ଆପଣଙ୍କ ପାଖରେର ନୀତିଶଙ୍କ ପରି ସହଯୋଗୀ ଅଛନ୍ତି, ତେବେ କ’ଣ କିଛି ସମ୍ଭବ ନୁହେଁ। ମୃତ୍ତିକାକ୍ଷୟ ରୋକିବା ପାଇଁ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ସୁପୌଲ–ଆସନପୁର କୁପହା ମାର୍ଗରେ କାର୍ଯ୍ୟ ଶେଷ ହୋଇଛି । 2017 ମସିହାରେ ଯେଉଁ ଭୟଙ୍କର ବନ୍ୟା ଆସିଥିଲା, ସେହି ସମୟରେ ହୋଇଥିବା କ୍ଷୟକ୍ଷତି ପାଇଁ ଏବେ କ୍ଷତିପୂରଣ ଦିଆଯାଇଛି। ଶେଷରେ କୋଶୀ ମହାସେତୁ ଏବଂ ସୁପୌଲ–ଆସନପୁର କୁପହା ମାର୍ଗ ବିହାରର ଲୋକଙ୍କ ସେବା କରିବାକୁ ପ୍ରସ୍ତୁତ ହୋଇଛି।

ସାଥୀଗଣ, ଆଜି କୋଶୀ ମହାସେତୁ ରହିଥିବା ସତ୍ୱେ ସୁପୌଲ–ଆସନପୁର କୁପହା ମଧ୍ୟରେ ରେଳ ସେବା ଆରମ୍ଭ ହେବାରୁ ସୁପୌଲ, ଆରରିୟା ଏବଂ ସହରସା ଜିଲ୍ଲାର ଲୋକମାନଙ୍କର ବହୁତ ଲାଭ ହୋଇଛି। କେବଳ ଏତିକି ନୁହେଁ, ଏହା ଫଳରେ ଉତ୍ତର–ପୂର୍ବଞ୍ଚଳର ସାଥୀମାନଙ୍କ ପାଇଁ ଏକ ବୈକଳ୍ପିକ ରେଳମାର୍ଗ ମଧ୍ୟ ଉପଲବ୍ଧ ହୋଇଯିବ। କୋଶୀ ଏବଂ ମିଥିଳା ଅଞ୍ଚଳ ପାଇଁ ଏହି ମହାସେତୁ ସୁବିଧାର ଏକ ସାଧନ ହିଁ ହେବ, ତା’ବ୍ୟତୀତ ଏହା ଏହି ସଂପୂର୍ଣ୍ଣ ଅଞ୍ଚଳରେ ବ୍ୟବସାୟ–କାରବାର, ଉଦ୍ୟୋଗ–ରୋଜଗାରକୁ ମଧ୍ୟ ପ୍ରୋତ୍ସାହନ ଦେବାକୁ ଯାଉଛି।

ସାଥୀଗଣ, ବିହାରର ଲୋକମାନେ ଏହା ଭଲ ଭାବେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ନିର୍ମଳିରୁ ସରାୟଗଡ଼ ପର୍ଯ୍ୟନ୍ତ ରେଳଯାତ୍ରା ପ୍ରାୟତଃ 300 କିଲୋମିଟରର ହୋଇଥାଏ। ଏଥିପାଇଁ ଦରଭଙ୍ଗା–ସମସ୍ତିପୁର–ଖଗଡ଼ିୟା–ମାନସୀ–ସହରସା, ଏ ସମସ୍ତ ରାସ୍ତା ମଧ୍ୟ ଦେଇ ଯିବାକୁ ପଡ଼ିଥାଏ। ଏବେ ସେହି ଦିନ ଆଉ ବେଶୀ ଦୂର ନୁହେଁ, ଯେତେବେଳେ ବିହାରର ଲୋକମାନଙ୍କୁ 300 କିଲୋମିଟରର ଏହି ଯାତ୍ରା ଆଉ କରିବାକୁ ପଡ଼ିବ ନାହିଁ । 300 କିଲୋମିଟରର ଏହି ଦୂରତା କେବଳ 22 କିଲୋମିଟରରେ ସୀମିତ ହୋଇ ରହିଯିବ। 8 ଘଣ୍ଟାର ରେଳଯାତ୍ରା କେବଳ ଅଧ ଘଣ୍ଟାରେ ହିଁ ସଂପୂର୍ଣ୍ଣ ହୋଇଯିବ। ଅର୍ଥାତ ଯାତ୍ରା ମଧ୍ୟ କମ୍‍ କରିବାକୁ ପଡ଼ିବ, ସମୟର ମଧ୍ୟ ସଞ୍ଚୟ ହୋଇ ପାରିବ ଆଉ ବିହାରର ଲୋକମାନଙ୍କର ଅର୍ଥର ମଧ୍ୟ ସଞ୍ଚୟ ହେବ।

ସାଥୀଗଣ, କୋଶୀ ମହାସେତୁ ଭଳି ହିଁ କିଉଲ ନଦୀ ଉପରେ ନୂତନ ରେଳ ଇଲେକ୍ଟ୍ରୋନିକ ଇନ୍ଟର–ଲକିଂ ବ୍ୟବସ୍ଥାର ସୁବିଧା ଆରମ୍ଭ ହେବା ଦ୍ୱାରା ଏ ସମସ୍ତ ମାର୍ଗରେ ସୁବିଧା ଏବଂ ଗତି ଉଭୟ ବଢ଼ିବାକୁ ଯାଉଛି। ଏହି ନୂତନ ରେଳ ସେତୁର ନିର୍ମାଣ ଫଳରେ ଝାଝାରୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ ପର୍ଯ୍ୟନ୍ତ ମୁଖ୍ୟ ଲାଇନରେ, ଶହେ–ଶହେ ପଚିଶ କିଲୋମିଟର ପ୍ରତି ଘଣ୍ଟା ବେଗରେ ରେଳ ଚାଲିପାରିବ । ଇଲେକ୍ଟ୍ରୋନିକ ଇନ୍ଟର–ଲକିଂ ବ୍ୟବସ୍ଥାର ସୁବିଧା ଆରମ୍ଭ ହେବା ଦ୍ୱାରା ହାୱଡ଼ା-ଦିଲ୍ଲୀ ମୁଖ୍ୟ ରେଳପଥରେ ରେଳ ଯାତାୟତରେ ସୁବିଧା ହେବ, ଅନାବଶ୍ୟକ ବିଳମ୍ବରୁ ରକ୍ଷା ମିଳି ପାରିବ ଏବଂ ରେଳଯାତ୍ରା ଅଧିକ ସୁରକ୍ଷିତ ହେବ।

ସାଥୀଗଣ, ବିଗତ 6 ବର୍ଷରେ ଭାରତୀୟ ରେଳକୁ ନୂତନ ଭାରତର ଆଶା–ଆକାଂକ୍ଷା ଗୁଡ଼ିକ ସହିତ ଏବଂ ଆତ୍ମନିର୍ଭର ଭାରତର ଆଶାନୁରୂପ ଗଢିବାର ପ୍ରୟାସ କରାଯାଉଛି। ଆଜି ଭାରତୀୟ ରେଳର ବ୍ରଡ଼ଗେଜ ରେଳ ନେଟୱର୍କକୁ ମାନବବିହୀନ ଫାଟକରୁ ମୁକ୍ତ କରି, ପୂର୍ବାପେକ୍ଷା କେତେ ଅଧିକ ପରିମାଣରେ ସୁରକ୍ଷିତ କରାଯାଇ ସାରିଛି। ଆଜି ଭାରତୀୟ ରେଳର ବେଗ ଦ୍ରୁତ ହୋଇଛି। ଆଜି ଆତ୍ମନିର୍ଭରତା ଏବଂ ଆଧୁନିକତାର ପ୍ରତୀକ, ବନ୍ଦେ ଭାରତ ଭଳି ଭାରତରେ ନିର୍ମିତ ରେଳଗୁଡ଼ିକ ରେଳ ନେଟୱାର୍କର ଗୋଟିଏ ଗୋଟିଏ ଅଂଶ ହେବାରେ ଲାଗିଛି। ଆଜି ଦେଶର ଅପହଞ୍ଚ ଅଞ୍ଚଳଗୁଡ଼ିକୁ ରେଳ ନେଟୱାର୍କ ସହିତ ଯୋଡ଼ିବାର, ରେଳମାର୍ଗର ପ୍ରଶସ୍ତୀକରଣ ଏବଂ ବିଜୁଳୀକରଣ ବ୍ୟବସ୍ଥାର ସଂପ୍ରସାରଣ ଦ୍ରୁତ ଗତିରେ ହେଉଛି।

ସାଥୀଗଣ, ରେଳବାଇର ଆଧୁନିକୀକରଣର ଏହି ବ୍ୟାପକ ପ୍ରୟାସର ଏକ ବହୁତ ବଡ଼ ଲାଭ ବିହାରକୁ ଏବଂ ସଂପୂର୍ଣ୍ଣ ପୂର୍ବ ଭାରତକୁ ମିଳୁଛି। ବିଗତ କିଛି ବର୍ଷ ମଧ୍ୟରେ ମେକ୍‍–ଇନ୍‍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ମଧେପୁରାରେ ଇଲେକ୍ଟ୍ରିକ ଲୋକୋ ଫ୍ୟାକ୍ଟ୍ରି ଏବଂ ମଢ଼ୌରାରେ ଡିଜେଲ ଲୋକୋ ଫ୍ୟାକ୍ଟ୍ରି ସ୍ଥାପିତ କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଯୋଗୁଁ ବିହାରରେ ପ୍ରାୟ 44 ହଜାର କୋଟି ଟଙ୍କାର ନିବେଶ କରାଯାଇଛି। ଏହା ଶୁଣି ପ୍ରତ୍ୟେକ ବିହାରବାସୀଙ୍କୁ ଗର୍ବ ଅନୁଭବ ହେବ କି ଆଜି ବିହାରରେ 12 ହଜାର ଅଶ୍ବଶକ୍ତିର ସବୁଠାରୁ ବଡ଼ ଶକ୍ତିଶାଳୀ ବିଦ୍ୟୁତ ଇଂଜିନ ପ୍ରସ୍ତୁତ ହେଉଛି। ବରୌନୀରେ ବିଜୁଳି ଇଂଜିନର ରକ୍ଷଣାବେକ୍ଷଣ କରିବା ପାଇଁ ବିହାରର ପ୍ରଥମ ଲୋକୋ ସେଡ଼ ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରି ସାରିଛି । ବିହାର ପାଇଁ ଆଉ ଏକ ବଡ଼ କଥା ହେଉଛି ଏହା ଯେ, ଆଜି ବିହାରରେ ରେଳ ନେଟୱର୍କର ପ୍ରାୟତଃ 90 ପ୍ରତିଶତ ଅଂଶର ବିଜୁଳୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି। ବିଗତ 6 ବର୍ଷରେ ହିଁ ବିହାରରେ 3 ହଜାର କିଲୋମିଟରରୁ ଅଧିକ ଦୀର୍ଘର ରେଳମାର୍ଗର ବିଦ୍ୟୁତକରଣ ହୋଇଛି । ଆଜି ଏଥିରେ ଆହୁରି 5ଟି ପ୍ରକଳ୍ପ ଯୋଡ଼ି ହୋଇଯାଇଛି।

ସାଥୀଗଣ, ବିହାରରେ ଯେଉଁଭଳି ପରିସ୍ଥିତି ରହିଆସିଛି, ସେଥିରେ ରେଳବାଇ, ଲୋକମାନଙ୍କର ଆସିବା–ଯିବାର ଏକ ବହୁତ ବଡ଼ ସାଧନ ଭାବେ ରହିଆସିଛି। ଏମିତିରେ ବିହାରର ରେଳବାଇର ସ୍ଥିତିକୁ ସୁଧାରିବା ହେଉଛି କେନ୍ଦ୍ର ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତାଗୁଡ଼ିକ ମଧ୍ୟରୁ ସର୍ବଦା ଗୋଟିଏ ହୋଇ ରହିଆସିଛି। ଆଜି ବିହାରରେ କେଉଁଭଳି ଦ୍ରୁତ ଗତିରେ ରେଳବାଇ ନେଟୱାର୍କ ଉପରେ କାର୍ଯ୍ୟ ଚାଲୁ ରହିଛି, ଏଥିପାଇଁ ମୁଁ ଏକ ତଥ୍ୟ ପ୍ରଦାନ କରିବାକୁ ଚାହୁଁଛି। 2014 ପୂର୍ବର 5 ବର୍ଷ ମଧ୍ୟରେ ପାଖାପାଖି ତିନି ଶହ ପଚିଶ କିଲୋମିଟର ରେଳଲାଇନ ପ୍ରତିଷ୍ଠା ହୋଇଥିଲା। ସହଜ ଶବ୍ଦରେ କହିବା ତେବେ 2014 ପୂର୍ବର 5 ବର୍ଷ ମଧ୍ୟରେ ବିହାରରେ ପାଖାପାଖି 700 କିଲୋମିଟର ରେଳଲାଇନ ପ୍ରତିଷ୍ଠା ହୋଇସାରିଛି। ଅର୍ଥାତ ପାଖାପାଖି ଦୁଇ ଗୁଣାରୁ ମଧ୍ୟ ଅଧିକ ରେଳଲାଇନ ଆରମ୍ଭ ହେଲା। ଏବେ ପାଖାପାଖି 1000 କିଲୋମିଟର ନୂତନ ରେଳଲାଇନର ର୍ନିମାଣ ଦ୍ରୁତ ଗତିରେ ଚାଲୁ ରହିଛି। ଆଜି ହାଜିପୁର–ଘୋସବର–ବୈଶାଳୀ ନୂତନ ରେଳଲାଇନର ଆରମ୍ଭ ହେବାରୁ ବୈଶାଳୀ ନଗର, ଦିଲ୍ଲୀ ଏବଂ ପାଟନାରୁ ମଧ୍ୟ ସିଧା ସଳଖ ରେଳସେବା ଦ୍ୱାରା ଯୋଡ଼ି ହୋଇଯିବ। ଏହି ସେବାଦ୍ୱାରା ବୈଶାଳୀରେ ପର୍ଯ୍ୟଟନକୁ ବହୁତ ଶକ୍ତି ମିଳିବ ଏବଂ ଯୁବ ସାଥୀମାନଙ୍କୁ ନୂତନ ରୋଜଗାର ଉପଲବ୍ଧ ହେବ। ଏହିଭଳି ଭାବେ ଇସଲାମପୁର–ନଟେସର ନୂତନ ରେଳଲାଇନ ଦ୍ୱାରା ମଧ୍ୟ ଲୋକମାନଙ୍କୁ ବହୁତ ଲାଭ ମିଳିବ। ବିଶେଷ ଭାବେ ବୌଦ୍ଧ ମତକୁ ମାନୁଥିବା ଲୋକମାନଙ୍କୁ ଏହି ନୂତନ ସୁବିଧା ମିଳିବାରେ ଖୁବ୍‍ ସହଜ ହେବ।

ସାଥୀଗଣ, ଆଜି ଦେଶରେ ମାଲବାହୀ ଏବଂ ଯାତ୍ରୀବାହୀ, ଦୁଇଟି ଯାକ ପାଇଁ ଅଲଗା–ଅଲଗା ଟ୍ରାକ୍‍ ନିର୍ମାଣ କରିବାର ବ୍ୟାପକ ବ୍ୟବସ୍ଥା ଅର୍ଥାତ ଡେଡିକେଟେଡ୍‍ ଫ୍ରଣ୍ଟ କରିଡର ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି। ଏମିତିରେ ବିହାରରେ ପ୍ରାୟ ଅଢ଼େଇ ଶହ କିଲୋମିଟର ଦୀର୍ଘ ଡେଡିକେଟେଡ୍‍ ଫ୍ରଣ୍ଟ କରିଡର ନିର୍ମାଣ କରାଯାଉଛି, ଯାହାକି ଖୁବ୍‍ ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି। ଏହି ବ୍ୟବସ୍ଥା ଫଳରେ ଟ୍ରେନଗୁଡ଼ିକରେ ହେବାକୁ ଥିବା ବିଳମ୍ବ ଯୋଗୁଁ ହେଉଥିବା ସମସ୍ୟା ମଧ୍ୟ କମ ହେବ ଏବଂ ମାଲଗୁଡ଼ିକ ବୋଝେଇ କରିବାରେ ହେଉଥିବା ବିଳମ୍ବ ମଧ୍ୟ ବହୁତ କମ୍‍ ହୋଇଯିବ।

ସାଥୀଗଣ, ଯେଉଁଭଳି ଭାବେ ଏହି କରୋନାର ସଙ୍କଟ ସମୟରେ ରେଳବାଇ କାର୍ଯ୍ୟ କରିଛି, ରେଳବାଇ କାର୍ଯ୍ୟ କରୁଛି, ସେଥିପାଇଁ ମୁଁ ଭାରତୀୟ ରେଳର ଲକ୍ଷ–ଲକ୍ଷ କର୍ମଚାରୀଙ୍କୁ, ସେମାନଙ୍କର ସାଥୀମାନଙ୍କୁ ବିଶେଷ ଭାବେ ପ୍ରଶଂସା କରୁଛି। ଦେଶର ଲକ୍ଷ–ଲକ୍ଷ ଶ୍ରମିକଙ୍କୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମାଧ୍ୟମରେ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ପାଇଁ ରେଳବାଇ ଦିନ–ରାତି ଏକ କରି ଦେଇଥିଲେ। ସ୍ଥାନୀୟ ସ୍ତରରେ ଶ୍ରମିକମାନଙ୍କୁ ରୋଜଗାର ଦେବାରେ ମଧ୍ୟ ରେଳବାଇ ବଡ଼ ଭୂମିକା ତୁଲାଉଛି । କରୋନା କାଳରେ ଭାରତୀୟ ରେଳର ଯାତ୍ରୀ ସେବା ଯଦିଓ କିଛି ସମୟ ପାଇଁ ବନ୍ଦ ହୋଇ ଯାଇଥିଲା, କିନ୍ତୁ ରେଳକୁ ସୁରକ୍ଷିତ ଏବଂ ଆଧୁନିକ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଲା। ଦେଶର ପ୍ରଥମ କୃଷକ ରେଳ, ଅର୍ଥାତ ରେଳଧାରଣାରେ ଚାଲୁଥିବା କୋଲ୍ଡ ଷ୍ଟୋରେଜ ବା ଶୀତଳଭଣ୍ଡାର ମଧ୍ୟ ବିହାର ଏବଂ ମହାରାଷ୍ଟ୍ର ମଧ୍ୟରେ କରୋନା କାଳ ସମୟରେ ହିଁ ଆରମ୍ଭ କରାଗଲା।

ସାଥୀଗଣ, ଏହି କାର୍ଯ୍ୟକ୍ରମ ହୁଏତ ହେଉଛି ରେଳବାଇର କିନ୍ତୁ ରେଳବାଇ ସହିତ ହିଁ, ଏହା ଲୋକମାନଙ୍କର ଜୀବନକୁ ସହଜ କରିବା, ଏବଂ ଉନ୍ନତ କରିବାର ପ୍ରୟାସର ହେଉଛି ଏକ ଆୟୋଜନ ମଧ୍ୟ। ଏଥିପାଇଁ ମୁଁ ଆଉ ଏକ ବିଷୟର ଚର୍ଚ୍ଚା ସହିତ ଆପଣମାନଙ୍କ ଗହଣରେ କରିବାକୁ ଚାହୁଁଛି, ଯାହାକି ବିହାରର ଲୋକମାନଙ୍କର ସ୍ୱାସ୍ଥ୍ୟ ସହିତ ଜଡ଼ିତ। ନୀତିଶ ମହାଶୟଙ୍କ ସରକାର ଗଠନ ହେବା ପୂର୍ବ ପର୍ଯ୍ୟନ୍ତ ବିହାରରେ ଗୋଟିଏ–ଦୁଇଟି ମେଡିକାଲ କଲେଜ ଥିଲା। ଏହାଦ୍ୱାରା ବିହାରର ରୋଗୀମାନଙ୍କୁ ବହୁତ ଅସୂବିଧା ହେଉଥିଲା ହିଁ ବିହାରର ମେଧାବୀ ଯୁବକମାନଙ୍କୁ ମଧ୍ୟ ଡାକ୍ତରୀ ପାଠ ପଢ଼ିବା ପାଇଁ ଅନ୍ୟ ରାଜ୍ୟ ଆଡ଼କୁ ମୁହାଁଇବାକୁ ପଡ଼ୁଥିଲା। ଆଜି ବିହାରରେ 15ରୁ ଅଧିକ ମେଡିକାଲ କଲେଜ ଅଛି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଗତ କିଛି ବର୍ଷ ମଧ୍ୟରେ ହିଁ ପ୍ରତିଷ୍ଠା କରାଯାଇଛି। କିଛି ଦିନ ତଳେ ହିଁ ବିହାରରେ ଏକ ନୂଆ ଏଆଇଆଇଏମଏସ(ଏମ୍ସ)କୁ ମଧ୍ୟ ମଞ୍ଜୁରି ଦିଆଯାଇଛି । ଏହି ନୂଆ ଏଆଇଆଇଏମଏସ, ଦରଭଙ୍ଗାରେ ନିର୍ମାଣ କରାଯିବ। ଏହି ନୂତନ ଏମ୍ସରେ 750 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ, ଏଥିରେ ଏମବିବିଏସର 100 ଏବଂ ନର୍ସିଂର 60 ସିଟ୍‍ ମଧ୍ୟ ରହିବ। ଦରଭଙ୍ଗାରେ ନିର୍ମାଣ ହେବାକୁ ଥିବା ଏହି ନୂତନ ଏମ୍ସ ଫଳରେ ହଜାର–ହଜାର ନୂତନ ରୋଜଗାର ମଧ୍ୟ ସୃଷ୍ଟି ହେବ।

ସାଥୀଗଣ, ଦେଶର କୃଷକମାନଙ୍କର କଲ୍ୟାଣ ଦିଗରେ, କୃଷି ଜନିତ ସଂସ୍କାର ଦିଗରେ, କାଲି ଦେଶ ପାଇଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। କାଲି ବିଶ୍ୱକର୍ମା ଜୟନ୍ତୀ ଦିନରେ, ଲୋକସଭାରେ ଐତିହାସିକ କୃଷି ସଂସ୍କାର ବିଲ ପାରିତ କରାଯାଇଛି। ଏହି ବିଧେୟକ ଆମର ଅନ୍ନଦାତା କୃଷକମାନଙ୍କୁ ଅନେକ ବନ୍ଧନରୁ ମୁକ୍ତି କରାଇଛନ୍ତି, ସ୍ୱାଧୀନତାର ପରେ କୃଷକମାନଙ୍କୁ କୃଷିରେ ଏକ ନୂତନ ସ୍ୱାଧୀନତା ଦେବାର କାର୍ଯ୍ୟ କରାଯାଇଛି। ସେମାନଙ୍କୁ ସ୍ୱାଧୀନ କରାଯାଇଛି। ଏହିସବୁ ସଂସ୍କାରଗୁଡ଼ିକ ଦ୍ୱାରା କୃଷକମାନଙ୍କୁ ନିଜର ଉତ୍ପାଦନ ବିକ୍ରି କରିବାରେ ଆହୁରି ଅଧିକ ବିକଳ୍ପ ମିଳିବ, ଆହୁରି ଅଧିକ ସୁଯୋଗ ମିଳିବ। ମୁଁ ସାରା ଦେଶର କୃଷକମାନଙ୍କୁ, ଏହି ବିଧେୟକ ପାସ ହୋଇଥିବା ଯୋଗୁଁ ବହୁତ–ବହୁତ ଶୁଭକାମନା ଜଣାଉଛି। କୃଷକ ଏବଂ ଗ୍ରାହକଙ୍କ ମଧ୍ୟରେ ଯେଉଁ ମଧ୍ୟସ୍ଥି ରହିଥାଆନ୍ତି, ଯେଉଁମାନେ କୃଷକମାନଙ୍କ ରୋଜଗାରର ଏକ ବଡ଼ ଅଂଶ ନିଜେ ନେଇଯାଆନ୍ତି, ସେମାନଙ୍କ କବଳରୁ ବଞ୍ଚାଇବା ପାଇଁ ଏହି ଆଇନ ଆଣିବା ବହୁତ ହିଁ ଜରୁରୀ ଥିଲା। ଏହି ଆଇନ କୃଷକମାନଙ୍କ ପାଇଁ ରକ୍ଷାକବଚ ସାଜି ଆସିଛି। କିନ୍ତୁ କିଛି ଲୋକ ଯେଉଁମାନେ ଦଶକ–ଦଶକ ଧରି ଶାସନରେ ରହି ଆସିଥିଲେ, ଦେଶ ଉପରେ ନିଜର ରାଜୁତି ବିସ୍ତାର କରି ଆସିଥିଲେ, ସେହି ଲୋକମାନେ କୃଷକମାନଙ୍କୁ ଏହି ବିଷୟରେ ଭ୍ରମିତ କରିବାର ଅପଚେଷ୍ଟା କରୁଛନ୍ତି, କୃଷକମାନଙ୍କୁ ମିଛ କହୁଛନ୍ତି।

ସାଥୀଗଣ, ନିର୍ବାଚନ ସମୟରେ କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଏମାନେ ବଡ଼–ବଡ଼ କଥା କହୁଥିଲେ, ଉଲ୍ଲେଖ କରୁଥିଲେ, ନିଜର ଘୋଷଣାପତ୍ରରେ ସାମିଲ କରୁଥିଲେ ଆଉ ନିର୍ବାଚନ ପରେ ଭୁଲି ଯାଉଥିଲେ। ଆଉ ଆଜି ଯେତେବେଳେ ସେହିସବୁ ଜିନିଷ, ଯେଉଁମାନେ ଏତେ ଦଶକ ପର୍ଯ୍ୟନ୍ତ ଦେଶରେ ରାଜୁତି କରୁଥିବା ଲୋକ, ସେମାନଙ୍କ ଘୋଷଣାପତ୍ରରେ ରହିଛି, ସେହି ଜିନିଷ ଏନଡ଼ିଏ ସରକାର କରୁଛନ୍ତି, କୃଷକମାନଙ୍କ ପ୍ରତି ସମର୍ପିତ ରହିଥିବା ଆମର ସରକାର କରୁଛନ୍ତି, ତ ଏମାନେ ନାନା ପ୍ରକାରର ଭ୍ରମ ସୃଷ୍ଟି କରୁଛନ୍ତି। ଯେଉଁ ଏପିଏମସି ଆକ୍ଟକୁ ନେଇ ଏବେ ଏହି ଲୋକମାନେ ରାଜନୀତି କରୁଛନ୍ତି, କୃଷି ବଜାର ବ୍ୟବସ୍ଥାରେ ପରିବର୍ତ୍ତନକୁ ବିରୋଧ କରୁଛନ୍ତି, ସେହି ପରିବର୍ତ୍ତନର କଥା ଏହି ଲୋକମାନେ ମଧ୍ୟ ନିଜର ଘୋଷଣା ପତ୍ରରେ ଲେଖିଥିଲେ। କିନ୍ତୁ ଏବେ ଯେତେବେଳେ ଏନଡ଼ିଏ ସରକାର ଏହି ପରିବର୍ତ୍ତନ କରି ଦେଇଛନ୍ତି, ତ ଏହି ଲୋକମାନେ ଏହାର ବିରୋଧ କରିବାରେ, ମିଥ୍ୟା ଅପପ୍ରଚାର କରିବାରେ, ଭ୍ରମ ସୃଷ୍ଟି କରିବା ପାଇଁ ଚାଲି ଆସିଛନ୍ତି। କେବଳ ବିରୋଧ କରିବା ପାଇଁ ବିରୋଧ କରିବାର ଗୋଟିଏ ପରେ ଗୋଟିଏ ଉଦାହରଣ ସାମ୍ନାକୁ ଆସୁଛି। କିନ୍ତୁ ଏହି ଲୋକମାନେ, ଏହା ଭୁଲି ଯାଉଛନ୍ତି କି ଆଜି ଦେଶର କୃଷକ କେତେ ପରିମାଣରେ ଜାଗ୍ରତ। ସେ ଏହା ଦେଖୁଛି କି କିଛି ଲୋକମାନଙ୍କୁ କୃଷକମାନଙ୍କୁ ମିଳୁଥିବା ନୂତନ ସୁଯୋଗ ସେମାନଙ୍କୁ ପସନ୍ଦ ଆସୁନାହିଁ। ଦେଶର କୃଷକ ଏହା ମନେ ରଖୁଛି ଯେ କେଉଁସବୁ ଲୋକ ଅଛନ୍ତି, ଯେଉଁମାନେ ମଧ୍ୟସ୍ଥି ସହିତ ଠିଆ ହୋଇଛନ୍ତି।

ସାଥୀଗଣ, ଏହିସବୁ ଲୋକ ଏମଏସପିକୁ ନେଇ ବଡ଼–ବଡ଼ କଥା କରୁଥିଲେ। କିନ୍ତୁ କେବେ ହେଲେ ମଧ୍ୟ ନିଜର କଥା ପୂରଣ କରି ନଥିଲେ। କୃଷକମାନଙ୍କୁ ଦେଇଥିବା କଥା ଯଦି କିଏ ପୂରଣ କରିଛନ୍ତି ତ ଏନଡ଼ିଏର ବର୍ତ୍ତମାନ ସରକାର କରିଛନ୍ତି। ଏବେ ଏହି ଅପପ୍ରଚାର କରାଯାଉଛି କି ସରକାରଙ୍କ ଦ୍ୱାରା କୃଷକମାନଙ୍କୁ ଏମଏସପିର ଲାଭ ଦିଆଯିବ ନାହିଁ। ଏହା ମଧ୍ୟ ମନଗଢ଼ା କଥା କୁହାଯାଉଛି କି କୃଷକଙ୍କଠାରୁ ଧାନ–ଗହମ ଆଦି କ୍ରୟ କରିବାର କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯିବ ନାହିଁ। ଏହା ହେଉଛି ନିହାତି ମିଛ, ଭୁଲ, କୃଷକମାନଙ୍କ ସହିତ ହେଉଛି ଧୋକା। ଆମ ସରକାର କୃଷକମାନଙ୍କୁ ଏମଏସପି ମାଧ୍ୟମରେ ଉଚିତ ମୂଲ୍ୟ ଦେବା ପାଇଁ ହେଉଛନ୍ତି ପ୍ରତିବଦ୍ଧ। ପୂର୍ବରୁ ମଧ୍ୟ ଥିଲେ, ଆଜି ମଧ୍ୟ ଅଛନ୍ତି, ଆଗକୁ ମଧ୍ୟ ରହିବେ। ସରକାରୀ କ୍ରୟ ମଧ୍ୟ ପୂର୍ବ ଭଳି ଚାଲୁ ରହିବ। କୌଣସି ମଧ୍ୟ ବ୍ୟକ୍ତି ନିଜର ଉତ୍ପାଦ, ଯାହା ମଧ୍ୟ ସିଏ ଉତ୍ପାଦନ କରିଥାଏ, ଦୁନିଆରେ କେଉଁଠାରେ ମଧ୍ୟ ବିକ୍ରି କରି ପାରିବେ, ଯେଉଁଠାରେ ଚାହିଁବେ ସେଠାରେ ବିକ୍ରି କରି ପାରିବେ। ଯଦି ସିଏ କପଡ଼ା ତିଆରି କରୁଛନ୍ତି, ଯେଉଁଠାରେ ଚାହିଁବେ ସେଠାରେ ବିକ୍ରି କରି ପାରିବେ। ସିଏ ବାସନ ତିଆରି କରୁଛନ୍ତି, କେଉଁଠାରେ ମଧ୍ୟ ବିକ୍ରି କରି ପାରିବେ। ସିଏ ଜୋତା ତିଆରି କରୁଛନ୍ତି, କେଉଁଠାରେ ମଧ୍ୟ ବିକ୍ରି କରି ପାରିବେ। କିନ୍ତୁ କେବଳ ମୋର କୃଷକ ଭାଇ ଭଉଣୀମାନଙ୍କୁ ଏହି ଅଧିକାରରୁ ବଞ୍ଚିତ ରଖା ଯାଇଥିଲା, ବାଧ୍ୟ କରାଯାଇଥିଲା। ଏବେ ନୂତନ ବ୍ୟବସ୍ଥା ଲାଗୁ କରାଯିବା କାରଣରୁ, କୃଷକ ନିଜର ଫସଲକୁ ଦେଶର କୌଣସି ମଧ୍ୟ ବଜାରରେ, ନିଜର ମନ ମୁତାବକ ଦାମରେ ବିକ୍ରି କରି ପାରିବ। ଏ ଆମର ସମବାୟ, କୃଷି ଉତ୍ପାଦକ ସଂଘ–ଏଫପିଓସ୍‍ ଏବଂ ବିହାରରେ ପ୍ରଚଳିତ ଥିବା ଜୀବିକା ଯେପରି ମହିଳା ସ୍ୱୟଂ ସହାୟତା ଗୋଷ୍ଠୀଙ୍କ ପାଇଁ ଏକ ସ୍ୱର୍ଣ୍ଣିମ ସୁଯୋଗ ନେଇ ଆସିଛି।

ସାଥୀଗଣ, ନୀତିଶ ମହାଶୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ସେ ଭଲଭାବେ ବୁଝିଛନ୍ତି କି ଏପିଏମସି ଆଇନ ଦ୍ୱାରା କୃଷକମାନଙ୍କର କ’ଣ କ’ଣ କ୍ଷତି ହୋଇ ଚାଲିଛି। ଏହା ହେଉଛି କାରଣ କି ବିହାରର ମୁଖ୍ୟମନ୍ତ୍ରୀ ହେବା ପରେ, ନିଜର ପ୍ରାରମ୍ଭିକ ବର୍ଷରେ ହିଁ ନୀତିଶ ମହାଶୟ ବିହାରରେ ଏହି ଆଇନକୁ ହଟେଇ ଦେଇଥିଲେ। ଯେଉଁ କାର୍ଯ୍ୟ କେବେ ବିହାର କରି ଦେଖାଇଥିଲା, ଆଜି ଦେଶ ସେହି ରାସ୍ତାରେ ଚାଲି ପଡ଼ିଛି।

ସାଥୀଗଣ, କୃଷକମାନଙ୍କ ପାଇଁ ଯେତିକି କାର୍ଯ୍ୟ ଏନଡିଏ ସରକାରଙ୍କ ବିଗତ 6 ବର୍ଷର କାର୍ଯ୍ୟକାଳ ମଧ୍ୟରେ କରାଯାଇଛି, ସେତିକି ପୂର୍ବରୁ କେବେ କରାଯାଇ ନଥିଲା। କୃଷକମାନଙ୍କୁ ହେଉଥିବା ପ୍ରତିଟି ଅସୁବିଧାକୁ ବୁଝି, ଗୋଟିଏ–ଗୋଟିଏ ଅସୁବିଧାକୁ ଦୂର କରିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରିଛନ୍ତି। ଦେଶର କୃଷକମାନଙ୍କର ବିହନ କ୍ରୟରେ, ସାର କ୍ରୟରେ, ନିଜର ଛୋଟ–ଛୋଟ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ କାହାଠାରୁ ଋଣ ନେବାକୁ ନ ପଡ଼ୁ, ଏଥିପାଇଁ ହିଁ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ ଦେଶର 10 କୋଟି କୃଷକଙ୍କ ଖାତାରେ ପ୍ରାୟ–ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯାଇ ସାରିଛି, କୌଣସି ମଧ୍ୟସ୍ଥି ନାହାଁନ୍ତି। କୃଷକମାନଙ୍କୁ ପାଣିର ଅସୁବିଧା ନ ହେଉ, ଦଶକ–ଦଶକ ଧରି ଅଟକି ପଡ଼ି ରହିଥିବା ସିଞ୍ଚନ ପ୍ରକଳ୍ପ ସଂପୂର୍ଣ୍ଣ ହେଉ, ଏଥିପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାରେ ପ୍ରାୟତଃ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସେ ୟୁରିୟା, ଯାହା ପାଇଁ ଲମ୍ବା–ଲମ୍ବା ଲାଇନ ଲାଗୁଥିଲା, ଯାହା କୃଷକମାନଙ୍କ କ୍ଷେତରେ କମ୍‍ ଏବଂ କାରଖାନା ଗୁଡ଼ିକରେ ଅଧିକ ସହଜରେ ପହଞ୍ଚି ପାରୁଥିଲା, ଏବେ ତାହାର 100 ପ୍ରତିଶତ ନିମ ଲେପନ କରାଯାଉଛି। ଆଜି ଦେଶରେ ବଡ଼ ସ୍ତରରେ ଶୀତଳଭଣ୍ଡାରର ନେଟୱର୍କ ପ୍ରସ୍ତୁତ କରାଯାଉଛି, ଖାଦ୍ୟ ପ୍ରକ୍ରିୟାକରଣରେ ଜଡ଼ିତ ଉଦ୍ୟୋଗରେ ଭାରୀ ନିବେଶ କରାଯାଉଛି, ଏକ ଲକ୍ଷ କୋଟି ଟଙ୍କାର ଏଗ୍ରିକଲଚର ଉନ୍‍ଫ୍ରାଷ୍ଟ୍ରକଚର ଫଣ୍ଡ୍‍ ବା କୃଷି ଭିତିଭୂମି ପାଣ୍ଠି ଗଠନ କରାଯାଉଛି। କୃଷକମାନଙ୍କର ପଶୁଧନକୁ ରୋଗରୁ ସୁରକ୍ଷିତ ରଖିବା ପାଇଁ ଦେଶବ୍ୟାପୀ ଅଭିଯାନ ମଧ୍ୟ ଚଲାଯାଉଛି। ମତ୍ସ୍ୟ ଉତ୍ପାଦନ ବଢ଼ାଇବା ପାଇଁ, କୁକୁଡ଼ା ପାଳନକୁ ପ୍ରୋତ୍ସାହିତ କରିବା ପାଇଁ, ମହୁ ଉତ୍ପାଦନ ବଢ଼ାଇବା ପାଇଁ, ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ, କୃଷକମାନଙ୍କର ଆୟ ବୃଦ୍ଧି କରିବାର ଅତିରିକ୍ତ ବିକଳ୍ପ ଦେବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି।

ସାଥୀଗଣ, ମୁଁ ଆଜି ଦେଶର କୃଷକମାନଙ୍କୁ ବଡ଼ ନମ୍ରତାପୂର୍ବକ ନିଜର କଥା ଜଣାଇବାକୁ ଚାହୁଁଛି, ସ୍ପଷ୍ଟ ସନ୍ଦେଶ ଦେବାକୁ ଚାହୁଁଛି। ଆପଣମାନେ କୌଣସି ପ୍ରକାରର ଭ୍ରମରେ ପଡ଼ନ୍ତୁ ନାହିଁ। ଏ ଲୋକମାନଙ୍କଠାରୁ ଦେଶର କୃଷକମାନଙ୍କୁ ସତର୍କ ରହିବାକୁ ପଡ଼ିବ। ଏପରି ଲୋକମାନଙ୍କଠାରୁ ସାବଧାନ ରୁହନ୍ତୁ ଯେଉଁମାନେ ଦଶକ–ଦଶକ ଧରି ଦେଶରେ ରାଜୁତି କଲେ ଆଉ ଯେଉଁମାନେ ଆଜି ଦେଶର କୃଷକମାନଙ୍କୁ ମିଛ କହୁଛନ୍ତି। ସେହି ଲୋକମାନେ କୃଷକମାନଙ୍କର ରକ୍ଷା କରୁଛନ୍ତି ବୋଲି ନାଗରା ପିଟୁଛନ୍ତି କିନ୍ତୁ ପ୍ରକୃତରେ ସେମାନେ କୃଷକମାନଙ୍କୁ ଅନେକ ବନ୍ଧନରେ ବାନ୍ଧିକରି ରଖିବାକୁ ଚାହୁଁଛନ୍ତି। ସେହି ଲୋକମାନେ ଦଲାଲମାନଙ୍କୁ ସମର୍ଥନ କରୁଛନ୍ତି, ସେହି ଲୋକମାନେ କୃଷକମାନଙ୍କର ରୋଜଗାରକୁ ମଝିରେ ଲୁଣ୍ଠନ କରୁଥିବା ଲୋକମାନଙ୍କୁ ସମର୍ଥନ କରୁଛନ୍ତି। କୃଷକମାନଙ୍କୁ ନିଜର ଉତ୍ପାଦନ ଦେଶରେ ଯେ କୌଣସି ସ୍ଥାନରେ ମଧ୍ୟ, କାହାକୁ ମଧ୍ୟ ବିକ୍ରି କରିବାର ସ୍ୱାଧୀନତା ଦେବା, ହେଉଛି ଐତିହାସିକ ପଦକ୍ଷେପ। ଏକବିଂଶ ଶତାବ୍ଦୀରେ ଭାରତର କୃଷକ, ବନ୍ଧନରେ ନୁହେଁ, ଭାରତର କୃଷକ ସ୍ୱାଧୀନ ଭାବେ କୃଷିକାର୍ଯ୍ୟ କରିବ, ଯେଉଁଠାରେ ମନକୁ ପାଇବ, ସେହିଠାରେ ନିଜର ଉତ୍ପାଦନ ବିକ୍ରି କରି, ଯେଉଁଠାରେ ଅଧିକ ପଇସା ମିଳିବ, ସେହିଠାରେ ବିକ୍ରି କରିବ, କୌଣସି ଦଲାଲର ନିୟନ୍ତ୍ରଣରେ ରହିବ ନାହିଁ ଆଉ ନିଜର ଉତ୍ପାଦନ, ନିଜର ଆୟକୁ ମଧ୍ୟ ବୃଦ୍ଧି କରିବ। ଏହା ହେଉଛି ଦେଶର ଆବଶ୍ୟକତା ଆଉ ମଧ୍ୟ ହେଉଛି ସମୟର ଦାବୀ।

ସାଥୀଗଣ, କୃଷକ ହୁଅନ୍ତୁ, ମହିଳା ହୁଅନ୍ତୁ, ଯୁବକ ହୁଅନ୍ତୁ, ରାଷ୍ଟ୍ର ବିକାଶରେ ସମସ୍ତଙ୍କୁ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଆଜି ଯେତିକି ମଧ୍ୟ ପ୍ରକଳ୍ପଗୁଡ଼ିକୁ ସମର୍ପିତ କରାଯାଇଛି, ତାହା ହେଉଛି ଏହି ଦାୟିତ୍ୱର ଏକ ଅଂଶ। ମୋର ବିଶ୍ୱାସ ରହିଛି ଯେ ଆଜି ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶୁଭାରମ୍ଭ ହୋଇଛି, ଏହା ଦ୍ୱାରା ବିହାରର ଲୋକ, ଏଠାକାର ଯୁବକ, ଏଠାକାର ମହିଳାମାନଙ୍କୁ ବହୁତ ଲାଭ ହେବ।

ସାଥୀଗଣ, କରୋନାର ଏହି ସଙ୍କଟ କାଳରେ, ଆମ ସମସ୍ତଙ୍କୁ ବହୁତ ସତର୍କ ମଧ୍ୟ ରହିବାକୁ ପଡ଼ିବ। ସାମାନ୍ୟତମ ଅବହେଳା, ଆପଣଙ୍କର ଏବଂ ଆପଣଙ୍କ ନିଜର ଲୋକମାନଙ୍କର ବହୁତ ବେଶୀ କ୍ଷତି କରିପାରେ। ଏଥିପାଇଁ ମୁଁ ବିହାରର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ମୋର ଅନୁରୋଧ ପୁଣିଥରେ ଦୋହରାଇବାକୁ ଚାହୁଁଛି। ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ ଏବଂ ଠିକ୍‍ ଭାବରେ ପିନ୍ଧନ୍ତୁ,ଦୁଇ ଗଜର ଦୂରତାର ଧ୍ୟାନ ସଦା ସର୍ବଦା ରଖନ୍ତୁ, ଏହାର ପାଳନ କରନ୍ତୁ, ଭିଡ଼–ଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ କମ୍‍ କରନ୍ତୁ, ଭିଡ଼ କରିବା ବନ୍ଦ କରନ୍ତୁ, ନିଜର ରୋଗପ୍ରତିରୋଧକ କ୍ଷମତା, ନିଜର ଇମ୍ୟୁନିଟି ବଢ଼ାଇବା ପାଇଁ, କାଢ଼ା ପିଇ ଚାଲନ୍ତୁ, ଉଷୁମ ପାଣି ପିଇ ଚାଲନ୍ତୁ, ନିରନ୍ତର ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସ୍ୱସ୍ଥ ରୁହନ୍ତୁ!!

ଆପଣଙ୍କ ପରିବାର ସୁସ୍ଥ ରହୁ, ଏହି କାମନା ସହିତ, ଆପଣ ସମସ୍ତଙ୍କୁ ବହୁତ–ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Engineering goods exports up 10.4% in January,2026, crosses $100 billion mark in April-January Period of FY26

Media Coverage

Engineering goods exports up 10.4% in January,2026, crosses $100 billion mark in April-January Period of FY26
NM on the go

Nm on the go

Always be the first to hear from the PM. Get the App Now!
...
This year’s Union Budget lays the roadmap for Viksit Bharat, driven by technology, reforms and finance: PM Modi
February 27, 2026
This year’s Union Budget lays the roadmap for Viksit Bharat, driven by technology, reforms and finance: PM
We have simplified processes, improved the Ease of Doing Business, expanded technology-led governance, and strengthened institutions; and even today, the country is riding the 'Reform Express': PM
In the past decade, we have had a very strong focus on infrastructure: PM
In the past decade, we have continued to maintain a very strong focus on infrastructure: PM
We have made a conscious decision that India's development will only be achieved by creating solid assets such as Highways, Railways, Ports, Digital Networks, and Power Systems: PM
These assets will continue to generate productivity for many decades to come. For this reason, Public Capital Expenditure is being continuously increased: PM
When Government, Industry, and Knowledge Partners move forward together, then Reforms change into Results, only then do announcements become achievements, on the ground: PM

 

नमस्कार !

इस साल के पहले Budget Webinar में, मैं आप सभी का अभिनंदन करता हूं। बीते कुछ वर्षों में बजट वेबिनार, इसकी एक मजबूत परंपरा बन गई है। अक्सर बजट का आंकलन अलग-अलग पैरामीटर्स पर किया जाता है, कभी Stock Market की चाल पर बात होती है, कभी Income Tax प्रस्तावों पर चर्चा केंद्रित हो जाती है। सच्चाई ये है कि राष्ट्रीय बजट कोई short-term trading document नहीं होता, वह एक policy roadmap होता है। इसलिए बजट की प्रभावशीलता का आंकलन भी ठोस पैरामीटर्स पर किया जाना चाहिए। ऐसी नीतियां जो infrastructure का विस्तार करें, जो credit के प्रवाह को आसान बनाएं, जो Ease of Doing Business बढ़ाएं, जो governance में ट्रांसपेरेंसी बढ़ाएं, जो जनता का जीवन आसान बनाएं, उनके लिए नए-नए अवसर बनाएं। बजट में इससे जुड़े निर्णय ही अर्थव्यवस्था को स्थायी मजबूती देते हैं, और सबसे महत्वपूर्ण बात ये है कि किसी भी Budget को अलग-थलग, stand alone करके नहीं देखा जाना चाहिए। Nation Building, राष्ट्र निर्माण, यही एक निरंतर प्रक्रिया होती है। हर Budget एक बड़े लक्ष्य की ओर बढ़ने का एक चरण होता है, और हमारे सामने वो बड़ा लक्ष्य है साल 2047, 2047 तक विकसित भारत का निर्माण। हर Reform, हर आवंटन, हर बदलाव को इस लंबी यात्रा के हिस्से के रूप में ही देखा जाना चाहिए। और इसलिए, हर साल बजट के बाद होने वाले ये वेबिनार बहुत महत्वपूर्ण होते हैं। मेरी अपेक्षा है कि ये वेबिनार केवल Ideas के आदान-प्रदान तक सीमित न रहें, बल्कि एक प्रभावी brainstorming exercise बनें। आपके अनुभव और व्यावहारिक चुनौतियों पर आधारित सुझाव, आर्थिक रणनीतियों को और बेहतर बनाने और समाधान खोजने में अवश्य मदद करेंगे। जब Industry, Academia, Analysts और Policymakers मिल करके सोचते हैं, तो योजनाओं का implementation और बेहतर होता है, result और सटीक मिलते हैं। इन वेबिनार्स की सीरीज के पीछे यही एक भावना है।

साथियों,

21वीं सदी का एक चौथाई हिस्सा बीत चुका है। अगर आप स्वयं के विषय में सोचे, तो आपके जीवन का बहुत अच्छा, महत्वपूर्ण कालखंड बीत चुका है। अब हम देश की विकास यात्रा के एक महत्वपूर्ण समय में हैं। ये वो समय है, जब हमारी अर्थव्यवस्था तेज गति से आगे बढ़ रही है, और साथ ही भारत पिछले एक दशक में, भारत ने असाधारण Resilience दिखाई है, और ये संयोग से नहीं आई है, हमारी Resilience, Conviction-Driven Reforms की देन है। हमने Processes को सरल किया है, Ease of Doing Business को बेहतर बनाया है, Technology-Led Governance का विस्तार किया है, Institutions को मजबूत किया है, और आज भी ये देश Reform Express पर सवार है। इस Momentum को बनाए रखने के लिए हमें ना केवल पालिसी इंटेंट पर ध्यान देना है, बल्कि डिलीवरी एक्सीलेंस पर भी फोकस करना है। Reforms का मूल्यांकन घोषणा से नहीं, बल्कि जमीनी स्तर पर उनके प्रभाव से होना चाहिए। हमें AI, Blockchain और डेटा Analytics का व्यापक उपयोग कर Transparency, Speed और Accountability बढ़ानी ही होगी, और साथ ही Grievance Redressal Systems से Impact की निरंतर Monitoring भी करनी होगी।

साथियों,

पिछले एक दशक में इंफ्रास्ट्रक्चर पर हमारा बहुत फोकस रहा है। हमने सोच-समझकर ये फैसला किया कि भारत का विकास हाईवेज, Railways, Ports, डिजिटल नेटवर्क, Power Systems, ऐसे अनेक, ऐसे अनेक, अब जैसे ठोस Assets को तैयार करके ही होगा। ये आने वाले कई दशकों तक Productivity पैदा करते रहेंगे। इससे, और इसी वजह से Public Capital Expenditure लगातार बढ़ाया जा रहा है। 11 साल पहले Public Capex के लिए बजट में लगभग 2 लाख करोड़ रुपए का प्रावधान था, मौजूदा बजट में ये बढ़कर लगभग 12 लाख करोड़ रुपए के पार हो गया है। इतने बड़े पैमाने पर सरकारी निवेश होना Private Sector के लिए भी एक स्पष्ट संदेश है।

साथियों,

अब समय है कि Industry और Financial Institutions भी नई ऊर्जा के साथ आगे आएं। हमें Infrastructure में ज्यादा भागीदारी चाहिए, Financing Models में ज्यादा Innovation चाहिए, और Emerging Sectors में ज्यादा मजबूत Collaboration चाहिए। इस दिशा में मेरा एक और सुझाव है, हमें Project Sanction Methodology और Appraisal Quality को और मजबूत करना होगा। हमें Cost-Benefit Analysis और Lifecycle Costing को सर्वोपरि रखते हुए Waste और Delays रोकने ही होंगे।

साथियों,

हम Foreign Investment Framework को और सरल कर रहे हैं। हमारा प्रयास सिस्टम को ज्यादा Predictable और Investor-Friendly बनाने का है। हम Long-Term Finance को बेहतर बनाने के लिए, Bond Markets को और ज्यादा सक्रिय बनाने की दिशा में भी कदम उठा रहे हैं। बॉन्ड की खरीद और बिक्री की प्रक्रिया को आसान बनाया जा रहा है।

साथियों,

हमें Bond Market Reforms को Long-Term Growth के Enablers के रूप में देखना होगा, हमें Predictability सुनिश्चित करनी होगी, Liquidity को गहरा करना होगा, नए Instruments लाने होंगे, और Risks का प्रभावी प्रबंधन करना होगा। तभी हम Sustained Foreign Capital आकर्षित कर पाएंगे। मुझे अपेक्षा है कि आप Global Best Practices से सीख लेकर, Foreign Investment Framework और Bond Markets को मजबूत करने के लिए स्पष्ट और ठोस सुझाव देंगे।

साथियों,

कोई भी Policy Framework तैयार कर सकती है, लेकिन उसकी सफलता आप सब पर निर्भर करती है। उद्योग जगत को Fresh Investment और Innovation के साथ आगे आना होगा। Financial Institutions और Analysts को Practical Solutions, Practical Solutions तैयार करने में मदद करनी होगी, और Market Confidence को मजबूत करना होगा। जब Government, Industry और Knowledge Partners एक साथ आगे बढ़ते हैं, तब Reforms Results में बदलते हैं। तभी Announcements जमीन पर Achievements बन जाते हैं। मेरा सुझाव है कि हम एक स्पष्ट Reform Partnership Charter विकसित करें। यह Government, Industry, Financial Institutions और Academia का साझा संकल्प हो। ये चार्टर, विकसित भारत की यात्रा का बहुत अहम दस्तावेज बनेगा।

साथियों,

मैं सभी Stakeholders, Financial Institutions, Markets, Industry, Professionals और Innovators से कहूंगा, इस बजट ने जो नए अवसर दिए हैं, उनका फायदा उठाएं, बजट द्वारा खोले गए नए अवसरों के साथ गहराई से जुड़ें। आपकी भागीदारी से योजनाओं का Implementation और बेहतर होगा, आपके फीडबैक और सहयोग से बेहतर नतीजे आएंगे। आइए, हम सब मिलकर Reform करें, Grow करें और ऐसा Future बनाएं, जो विकसित भारत का सपना जल्द से जल्द साकार हो।

मुझे पूरा विश्वास है, आज आप सब गहरा मंथन करेंगे, प्रक्रियाओं को सरल करने पर आपका ध्यान केंद्रित होगा और हम ये गलती ना करें, बजट के पहले भी हम आप सबसे कंसल्टेशन करते हैं, उसका मकसद अलग है, उसका मकसद होता है बजट और अच्छा बने। लेकिन अब बजट बन चुका है, अब बजट की चर्चा के लिए कार्यक्रम नहीं है, अब बजट में जो है उसको जमीन पर जल्दी से जल्दी उतारना, सरल से सरल मार्ग से उतारना और सबका, सभी स्टेकहोल्डर का लाभ हो, उनकी भागीदारी हो, इस बात को ध्यान में रख करके आप चर्चा करेंगे, मंथन करेंगे, तो ये वेबिनार सचमुच में वाइब्रेंट इकोनॉमी का दरवाजा खोल देंगे।

बहुत-बहुत धन्यवाद !

नमस्कार !