ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ – କପଡା ଏବଂ ଶିଳ୍ପର ଏକ ଭଣ୍ଡାର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି
“ଦେଶରେ ଏକ ନୂତନ ସ୍ବଦେଶୀ ବସ୍ତ୍ର ବିପ୍ଳବ ଆରମ୍ଭ ହୋଇଛି”
“ଭୋକାଲ ଫର୍‍ ଲୋକାଲର ଉତ୍ସାହ ସହିତ ସ୍ଥାନୀୟ ନାଗରିକମାନେ ସହୃଦୟତାର ସହ ସ୍ୱଦେଶୀ ଦ୍ରବ୍ୟ କିଣୁଛନ୍ତି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି”
“ମାଗଣା ରାସନ, ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା - ଏହା ମୋଦୀଙ୍କ ଗ୍ୟାରେଣ୍ଟି”
“ବୁଣାକାରଙ୍କ କାର୍ଯ୍ୟକୁ ସହଜ କରିବା, ସେମାନଙ୍କର ଉତ୍ପାଦନ ବୃଦ୍ଧି ଏବଂ ଗୁଣବତ୍ତା ଓ ଡିଜାଇନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି”
“ସରକାରଙ୍କ ଦ୍ୱାରା ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ଏକତା ମଲ୍ ବିକଶିତ ହେଉଛି ଯାହା ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲାର ହସ୍ତତନ୍ତ ଉତ୍ପାଦର ଗୋଟିଏ ସ୍ଥାନରେ ବିକ୍ରିକୁ ପ୍ରୋତ୍ସାହିତ କରିବ"
“ବୁଣାକାରମାନଙ୍କୁ ବିଶ୍ୱର ସବୁଠାରୁ ବଡ ବଜାର ଯୋଗାଇବା ପାଇଁ ସରକାର ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛନ୍ତି”
“ଯେଉଁମାନେ ଆତ୍ମନିର୍ଭର ଭାରତର ସ୍ୱପ୍ନ ବୁଣନ୍ତି ଏବଂ "ମେକ୍ ଇନ୍ ଇଣ୍ଡିଆ” କୁ ଶକ୍ତି ପ୍ରଦାନ କରନ୍ତି, ସେମାନେ ଖଦିକୁ କେବଳ ପୋଷାକ ନୁହେଁ ବରଂ ଅସ୍ତ୍ର ବୋଲି ଭାବନ୍ତି”
“ଯେତେବେଳେ ତ୍ରିରଙ୍ଗାକୁ ଛାତ ଉପରେ ଉଡାଯାଏ, ଏହା ଆମ ହୃଦୟରେ ମଧ୍ୟ ଉଡିଥାଏ”
ଆଜିର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବୁଣାକାରଙ୍କ ସହ ହୋଇଥିବା ବାର୍ତ୍ତାଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜିର ମହାନ ଉତ୍ସବରେ ଦେଶର ବିଭିନ୍ନ ହସ୍ତତନ୍ତ କ୍ଲଷ୍ଟରର ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରିଥିଲେ ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ପୀୟୁଷ ଗୋୟଲ ମହାଶୟ, ନାରାୟଣ ରାଣେ ମହାଶୟ, ଭଉଣୀ ଦର୍ଶନା ଜରଦୋଶ ମହାଶୟା, ଉଦ୍ୟୋଗ ଏବଂ ଫ୍ୟାସନ ଜଗତର ସମସ୍ତ ସାଥୀ, ହସ୍ତତନ୍ତ, ଚରଖା ଏବଂ ଖଦୀର ବିଶାଳ ପରମ୍ପରା ସହିତ ଜଡ଼ିତ ସମସ୍ତ ଉଦ୍ୟମୀ ଆଉ ମୋର ବୁଣାକାର ଭାଇ ଓ ଭଉଣୀମାନେ, ଏଠାରେ ଉପସ୍ଥିତ ସମସ୍ତ ବିଶେଷ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ,

କିଛି ଦିନ ପୂର୍ବେ ହିଁ ଭାରତ ମଣ୍ଡପମ୍ ର ଭବ୍ୟ ଲୋକାର୍ପଣ କରାଯାଇଛି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ ମଧ୍ୟ ଏଠାକୁ ଆସୁଥିଲେ ଆଉ ତମ୍ବୁ ଟାଣି ନିଜର ଦୁନିଆ ଠିଆ କରୁଥିଲେ । ତେବେ ଆଜି ଆପଣ ପରିବର୍ତିତ ହୋଇଥିବା ଦେଶ ଏହିଠାରେ ଦେଖିଥିବେ । ଆଉ ଆଜି ଆମେ ଏହି ଭାରତ ମଣ୍ଡପମ୍‌ରେ ଜାତୀୟ ହସ୍ତତନ୍ତ ଦିବସ- ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ କରୁଛେ । ଭାରତ ମଣ୍ଡପମ୍ ର ଏହି ଭବ୍ୟତାରେ ମଧ୍ୟ, ଭାରତର ହସ୍ତତନ୍ତ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରାତନର ନୂତନ ସହିତ ଏହି ସଙ୍ଗମ ଆଜିକାର ଭାରତକୁ ପରିଭାଷିତ କରୁଛି । ଆଜିକାର ଭାରତ, ଲୋକାଲ ପ୍ରତି କେବଳ ଭୋକାଲ ହିଁ ନୁହେଁ, ବରଂ ତାହାକୁ ଗ୍ଲୋବାଲ କରିବା ପାଇଁ ବିଶ୍ୱସ୍ତରୀୟ ମଂଚ ମଧ୍ୟ ପ୍ରଦାନ କରୁଛି । କିଛି ସମୟ ପୂର୍ବରୁ ହିଁ ମୋତେ କିଛି ବୁଣାକାର ସାଥୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଛି । ସାରା ଦେଶରେ ଅନେକଗୁଡ଼ିଏ ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକରେ ମଧ୍ୟ ଆମର ବୁଣାକାର ଭାଇ- ଭଉଣୀ ଦୂର- ଦୂରାନ୍ତରରୁ ଆସିଛନ୍ତି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି ବିଶାଳ ସମାରୋହକୁ ହୃଦୟର ସହିତ ସ୍ୱାଗତ କରୁଛି, ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।

 

ସାଥୀଗଣ,

ଅଗଷ୍ଟର ଏହି ମାସ ହେଉଛି କ୍ରାନ୍ତିର ମାସ । ଏହି ସମୟ ହେଉଛି ସ୍ୱାଧୀନତା ପାଇଁ ଦିଆ ଯାଇଥିବା ପ୍ରତ୍ୟେକ ବଳିଦାନକୁ ମନେ ପକାଇବାର ସମୟ । ଆଜିକାର ଏହି ଦିନ ସ୍ୱଦେଶୀ ଆନ୍ଦୋଳନ ପାଇଁ ଶୁଭାରମ୍ଭ ହୋଇଥିଲା । ସ୍ୱଦେଶୀର ଏହି ଭାବନା କେବଳ ବିଦେଶୀ ପୋଷାକ ବହିଷ୍କାର କରିବା ପର‌୍ୟ୍ୟନ୍ତ ସୀମିତ ନ ଥିଲା । ବରଂ ଏହା ଆମର ଆର୍ଥିକ ସ୍ୱାଧୀନତାର ବହୁତ ବଡ଼ ପ୍ରେରକ ଥିଲା । ଏହା ଥିଲା ଭାରତର ଲୋକମାନଙ୍କୁ ଆମର ବୁଣାକାରମାନଙ୍କ ସହିତ ଯୋଡ଼ିବା ପାଇଁ ଅଭିଯାନ । ଏହା ଏକ ବଡ଼ କାରଣ ଥିଲା ଯେ ଆମ ସରକାର ଆଜିକାର ଦିନକୁ ଜାତୀୟ ହସ୍ତତନ୍ତ ଦିବସ ରୂପରେ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ । ବିଗତ ବର୍ଷରେ ଭାରତର ବୁଣାକାରମାନଙ୍କ ପାଇଁ, ଭାରତର ହସ୍ତତନ୍ତ କ୍ଷେତ୍ରର ବିସ୍ତାର ପାଇଁ ଅଦ୍ଭୂତପୂର୍ବ କାର‌୍ୟ୍ୟ କରାଯାଇଛି । ସ୍ୱଦେଶୀକୁ ନେଇ ଦେଶରେ ନୂତନ ବିପ୍ଳବ ଆସିଛି । ଏହା ହେଉଛି ସ୍ୱାଭାବିକ ଯେ ଏହି ବିପ୍ଳବ ସମ୍ପର୍କରେ ଲାଲକିଲ୍ଲାରୁ ଚର୍ଚ୍ଚା କରିବାର ଇଚ୍ଛା ହେଉଛି ଆଉ ଯେତେବେଳେ 15 ଅଗଷ୍ଟ ବହୁତ ହିଁ ନିକଟରେ ଅଛି ସେତେବେଳେ ସ୍ୱାଭାବିକ ଭାବେ ମନ କରିଥାଏ ଯେ ଏଭଳି ବିଷୟଗୁଡ଼ିକର ଚର୍ଚ୍ଚା ସେହିଠାରେ କରିବି । କିନ୍ତୁ ଆଜି ସାରା ଦେଶରୁ ଏତେ ବୁଣାକାର ସାଥୀମାନେ ଆସି ଯୋଡ଼ି ହୋଇଛନ୍ତି ସେତେବେଳେ ସେମାନଙ୍କ ନକଟରେ, ସେମାନଙ୍କ ପରିଶ୍ରମରୁ, ଭାରତକୁ ମିଳିଥିବା ଏହି ସଫଳତାକୁ ବଖାଣି କରି ଆଉ ସମସ୍ତ କଥାକୁ ଏହିଠାରେ କହି ମୋତେ ଅଧିକ ପରିମାଣରେ ଗର୍ବ ଅନୁଭବ ହେଉଛି ।

ସାଥୀଗଣ,

ଆମର ପରିଧାନ, ଆମର ପିନ୍ଧିବା ଶୈଳୀ ଆମର ପରିଚୟ ସହିତ ଯୋଡ଼ି ହୋଇ ରହି ଆସିଛି । ଏହିଠାରେ ମଧ୍ୟ ଦେଖନ୍ତୁ ଭିନ୍ନ- ଭିନ୍ନ ପ୍ରକାରର ପିନ୍ଧିବା ଶୈଳୀ ଆଉ ଦେଖିବା ମାତ୍ରେ ହିଁ ଜଣା ପଡ଼ିଯାଉଛି ଯେ ଏମାନେ ସେହି ସ୍ଥାନର ହୋଇଥିବେ, ସେ ଏହି ଅଂଚଳରୁ ଆସିଥିବେ । ଅର୍ଥାତ ଆମର ଗୋଟିଏ ବିବିଧତା ହେଉଛି ଆମର ପରିଚୟ, ଆଉ ଏକ ପ୍ରକାରରେ ଏହା ହେଉଛି ଆମର ବିବିଧତାକୁ ପାଳନ କରିବାର ମଧ୍ୟ ଏକ ସୁଯୋଗ, ଆଉ ଏହି ବିବିଧତା ସର୍ବପ୍ରଥମେ ଆମ ପୋଷାକରେ ଦୃଷ୍ଟିଗୋଚର ହୋଇଥାଏ । ଦେଖିବା ମାତ୍ରେ ହିଁ ଜଣା ପଡ଼ି ଯାଇଥାଏ ହେଉଛି କିଛି ନୂଆ, ହେଉଛି କିଛିଟା ଭିନ୍ନ । ଦେଶର ଦୂର- ଦୂରାନ୍ତର ଅଂଚଳରେ ରହୁଥିବା ଆମର ଆଦିବାସୀ ଭାଇ- ଭଉଣୀଙ୍କ ଠାରୁ ନେଇ ବରଫରେ ଢ଼ାଙ୍କି ହୋଇ ରହିଥିବା ପାହାଡ଼- ପର୍ବତ ପର‌୍ୟ୍ୟନ୍ତ ବିସ୍ତାରିତ ହୋଇଛନ୍ତି ସେହି ଲୋକମାନେ ତ ଅନ୍ୟ ପକ୍ଷରେ ହେଉଛନ୍ତି ସାମୁଦ୍ର ଉପକୂଳରେ ଜୀବନ ଅତିବାହିତ କରୁଥିବା ଲୋକ, ସେଠାରୁ ନେଇ ମରୁଭୂମି ପର‌୍ୟ୍ୟନ୍ତ ଆଉ ଭାରତର ସମତଳ ଅଂଚଳ ପର‌୍ୟ୍ୟନ୍ତ, ପୋଷାକର ଏକ ବହୁତ ସୁନ୍ଦର ଇନ୍ଦ୍ରଧନୁଷ ଆମ ପାଖରେ ରହିଛି । ଆଉ ମୁଁ ଥରେ ଅନୁରୋଧ କରିଥିଲି ଯେ ପୋଷାକରେ ଆମର ଯେଉଁ ବିବିଧତା ବା ଭିନ୍ନତା ରହିଛି, ତାହାକୁ ସୂଚୀବଦ୍ଧ କରାଯାଉ, ଏହାର ସଙ୍କଳନ କରାଯାଉ । ଆଜି, ଭାରତୀୟ ବସ୍ତ୍ର ଶିଳ୍ପ କୋଷ ରୂପରେ ଏହା ଆଜି ମୋର ସେହି ଅନୁରୋଧ ଏହିଠାରେ ଫଳପ୍ରଦ ହେଉଥିବାର ଦେଖି ମୋତେ ବିଶେଷ ଭାବେ ଆନନ୍ଦ ଅନୁଭବ ହେଉଛି ।

 

ସାଥୀଗଣ,

ଏହା ମଧ୍ୟ ଆମର ଦୁର୍ଭାଗ୍ୟ ହୋଇ ରହିଛି ଯେ, ଯେଉଁ ବସ୍ତ୍ର ଉଦ୍ୟୋଗ ବିଗତ ଶତାବ୍ଦୀମାନଙ୍କରେ ଏତେ ମାତ୍ରରେ ଶକ୍ତିଶାଳୀ ଥିଲା, ତାହାକୁ ସ୍ୱାଧୀନତା ପରେ ପୁଣିଥରେ ସଶକ୍ତ କରିବା ଉପରେ ସେତିକି ମାତ୍ରାରେ ଗୁରୁତ୍ୱ ଦିଆଗଲା ନାହିଁ । ପରିସ୍ଥିତି ତ’ ଏଭଳି ରହିଥିଲା ଯେ ଖଦୀକୁ ମଧ୍ୟ ମରଣାସନ୍ନ ସ୍ଥିତିରେ ଛାଡ଼ି ଦିଆ ଯାଇଥିଲା । ଲୋକମାନେ ଖଦୀ ପିନ୍ଧୁଥିବା ଲୋକମାନଙ୍କୁ ହୀନଭାବନାର ସହିତ ଦେଖିବାକୁ ଲାଗିଥିଲେ । 2014 ପରଠାରୁ ଆମ ସରକାର, ଏହି ପରିସ୍ଥିତି ଏବଂ ଏବଂ ଏହି ଚିନ୍ତାଧାରାକୁ ବଦଳାଇବାକୁ ଲାଗି ପଡ଼ିଛନ୍ତି । ମୋର ସ୍ମରଣ ରହିଛି, ମନ କୀ ବାତ୍ କାର‌୍ୟ୍ୟକ୍ରମର ପ୍ରାରମ୍ଭିକ ଦିନମାନଙ୍କରେ ମୁଁ ଦେଶକୁ ଖଦୀର ନୂଆ- ନୂଆ ଜିନିଷ କିଣିବା ପାଇଁ ଅନୁରୋଧ କରିଥିଲି । ତାହାର ପରିଣାମ କ’ଣ ବାହାରିଲା, ଆଜି ତାହାର ସାକ୍ଷୀ ହେଉଛେ ଆମେ ସମସ୍ତେ । ବିଗତ 9 ବର୍ଷରେ ଖଦୀର ଉତ୍ପାଦନରେ 3 ଗୁଣାରୁ ମଧ୍ୟ ଅଧିକ ପରିମାଣର ବୃଦ୍ଧି ହୋଇଛି । ଖଦୀ ବସ୍ତ୍ରର ବିକ୍ରି ମଧ୍ୟ 5 ଗୁଣରୁ ଅଧିକ ବଢ଼ି ଯାଇଛି । ଦେଶ- ବିଦେଶରେ ଖଦୀ ବସ୍ତ୍ରର ଚାହିଦା ମଧ୍ୟ ବଢ଼ୁଛି । ମୁଁ କିଛି ଦିନ ପୂର୍ବରୁ ହିଁ ପ୍ୟାରିସରେ, ସେଠାରେ ଏକ ବହୁତ ବଡ଼ ଫେସନ ବ୍ରାଣ୍ଡର ସିଇଓଙ୍କ ସହିତ ସାକ୍ଷାତ କରିଥିଲି । ସେ ମଧ୍ୟ ମୋତେ ଅବଗତ କରାଇଥିଲେ ଯେ କେଉଁଭଳି ଭାବେ ବିଦେଶରେ ଖଦୀ ଏବଂ ଭାରତୀୟ ହସ୍ତତନ୍ତର ଆକର୍ଷଣ ବଢ଼ୁଛି ।

ସାଥୀଗଣ,

ନଅ ବର୍ଷ ପୂର୍ବେ ଖଦୀ ଏବଂ ଗ୍ରାମଦ୍ୟୋଗର ବ୍ୟବସାୟ ପ୍ରାୟ 25 ହଜାର, 30 ହଜାର କୋଟି ଟଙ୍କାର ଆଖପାଖରେ ହିଁ ଥିଲା । ଆଜି ଏହା ଏକ ଲକ୍ଷ ତିରିଶ ହଜାର କୋଟି ଟଙ୍କାରୁ ଅଧିକ ପର‌୍ୟ୍ୟନ୍ତ ପହଂଚି ସାରିଛି । ବିଗତ 9 ବର୍ଷରେ ଏ ଯେଉଁ ଅତିରିକ୍ତ 1 ଲକ୍ଷ କୋଟି ଟଙ୍କା ଏହି କ୍ଷେତ୍ରରୁ ଆସିଛି, ଏହି ଅର୍ଥ କେଉଁଠାରେ ପହଂଚିଛି? ଏହି ଅର୍ଥ ମୋର ହସ୍ତତନ୍ତ କ୍ଷେତ୍ର ସହିତ ଜଡ଼ିତ ଗରିବ ଭାଇ ଭଉଣୀଙ୍କ ପାଖକୁ ଯାଇଛି, ଏହି ଅର୍ଥ ଗାଁକୁ ଯାଇଛି, ଏହି ଅର୍ଥ ଆଦିବାସୀମାନଙ୍କ ପାଖକୁ ଯାଇଛି । ଆଉ ଆଜି ଯେତେବେଳେ ନୀତି ଆୟୋଗ କହୁଛନ୍ତି ଯେ ବିଗତ 5 ବର୍ଷ ମଧ୍ୟରେ ସାଢ଼େ ତେର କୋଟି ଲୋକ ଭାରତରେ ଦାରିଦ୍ର‌୍ୟତାରୁ ବାହାରକୁ ବାହାରିଛନ୍ତି । ସେହିମାନେ ବାହାରକୁ ବାହାରିବାର କାର୍ଯ୍ୟରେ ଏହା ମଧ୍ୟ ନିଜର ଭୂମିକା ତୁଲାଇଛି। ଆଜି ଭୋକାଲ ଫର ଲୋକାଲର ଭାବନା ସହିତ ଦେଶବାସୀ ସ୍ୱଦେଶୀ ଉତ୍ପାଦନ ଗୁଡ଼ିକୁ ହାତା-ହାତି କିଣୁଛନ୍ତି, ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆଉ ମୁଁ ପୁଣିଥରେ ସମସ୍ତ ଦେଶବାସୀଙ୍କୁ କହିବି । ଆଗାମୀ ଦିନମାନଙ୍କରେ ରକ୍ଷାବନ୍ଧନର ପର୍ବ ଆସିବାକୁ ଯାଉଛି, ଗଣେଶ ଉତ୍ସବ ଆସୁଛି, ଦଶହରା, ଦିପାବଳୀ, ଦୁର୍ଗାପୂଜା । ଏହି ପର୍ବମାନଙ୍କରେ ଆମକୁ ଆମର ସ୍ୱଦେଶୀର ସଂକଳ୍ପକୁ ଦୋହରାଇବାକୁ ହେବ । ଆଉ ଏମିତି କରି ଆମେ ଆମର ଯେଉଁ ହସ୍ତଶିଳ୍ପୀମାନେ ରହିଛନ୍ତି, ଆମର ବୁଣାକାର ଭାଇ- ଭଉଣୀମାନେ ଅଛନ୍ତି, ହସ୍ତତନ୍ତର ଦୁନିଆ ସହିତ ଜଡ଼ିତ ଲୋକ ଅଛନ୍ତି ସେମାନଙ୍କୁ ଏକ ବହୁତ ବଡ଼ ସାହାଯ୍ୟ କରୁଛୁ, ଆଉ ଯେତେବେଳେ ରାକ୍ଷୀର ପର୍ବରେ ରକ୍ଷୀର ସେହି ପର୍ବରେ ମୋ ଭଉଣୀ ଯିଏ ମୋତେ ରାକ୍ଷୀ ବାନ୍ଧୁଛନ୍ତି ସେତେବେଳେ ତ ମୁଁ ରକ୍ଷା କରିବାର କଥା କହୁଛି କିନ୍ତୁ ମୁଁ ଯଦି ତାକୁ ଉପହାରରେ କୌଣସି ଗରିବ ମାଆଙ୍କ ହାତରେ ତିଆରି କରା ଯାଇଥିବା ଜିନିଷ ଦେଉଛି ସେତେବେଳେ ସେହି ମାଆର ରକ୍ଷା ମଧ୍ୟ ମୁଁ କରୁଛି ।

 

ସାଥୀଗଣ,

ଏହି କଥା ନିମନ୍ତେ ମୁଁ ସନ୍ତୋଷ ଲାଭ କରୁଛି ଯେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଆମ୍ଭେମାନେ ଯେଉଁ ଯୋଜନା ଚଲାଇଛୁ, ତାହା ମଧ୍ୟ ସାମାଜିକ ନ୍ୟାୟର ଏକ ବହୁତ ବଡ଼ ମାଧ୍ୟମ ହୋଇ ପାରିଛି । ଆଜି ସାରା ଦେଶର ଗାଁ ଏବଂ ବସ୍ତିରେ ଲକ୍ଷ- ଲକ୍ଷ ଲୋକ ହସ୍ତତନ୍ତର କାର‌୍ୟ୍ୟରେ ଯୋଡ଼ି ହୋଇଛନ୍ତି । ଏଥିମଧ୍ୟରୁ ଅଧିକାଂଶ ଲୋକ ଦଳିତ, ପଛୁଆ- ଅବହେଳିତ ଏବଂ ଆଦିବାସୀ ସମାଜରୁ ଆସିଛନ୍ତି । ବିଗତ 9 ବର୍ଷରେ ସରକାରଙ୍କ ପ୍ରୟାସ ଗୁଡ଼ିକ ମାଧ୍ୟମରେ ନା’ କେବଳ ଏମାନଙ୍କୁ ବଡ଼ ମାତ୍ରାରେ ରୋଜଗାର ଦେଇଛି ବରଂ ଏମାନଙ୍କର ଆୟ ମଧ୍ୟ ବୃଦ୍ଧି ହୋଇଛି । ବିଜୁଳି, ପାଣି, ଗ୍ୟାସ ସଂଯୋଗ, ସ୍ୱଚ୍ଛ ଭାରତ ଭଳି ଅଭିଯାନଗୁଡ଼ିକର ଲାଭ ମଧ୍ୟ ସବୁଠାରୁ ଅଧିକ ସେହିଠାରେ ପହଂଚିଛି । ଆଉ ମୋଦୀ ସେମାନଙ୍କୁ ଗ୍ୟାରେଂଟି ପ୍ରଦାନ କରିଛି- ମାଗଣା ରାସନ ପାଇଁ । ଆଉ ମୋଦୀ ଯେତେବେଳେ ଗ୍ୟାରେଂଟି ଦେଇଥାଏ, ତାହାର ଚୂଲି 365 ଦିନ ଚାଲିବ ମାନେ ନିଶ୍ଚିତ ଭାବେ ଚାଲିବ । ମୋଦୀ ସେମାନଙ୍କୁ ଗ୍ୟାରେଂଟି ପ୍ରଦାନ କରିଛି- ପକ୍କା ଘର ପାଇଁ। ମୋଦୀ ସେମାନଙ୍କୁ ଗ୍ୟାରେଂଟି ପ୍ରଦାନ କରିଛି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ । ଆମେ ମୌଳିକ ସୁବିଧାଗୁଡ଼ିକ ପାଇଁ ଆମର ବୁଣାକାର ଭାଇମାନଙ୍କର ଓ ଭଉଣୀମାନଙ୍କର ଦଶକ- ଦଶକ ଧରି ରହିଥିବା ଆଶାକୁ ଶେଷ କରିଛୁ ।

ସାଥୀଗଣ,

ସରକାରଙ୍କର ପ୍ରୟାସ ରହିଛି ଯେ ବୟନଶିଳ୍ପ ସହିତ ଜଡ଼ିତ ଯେଉଁ ପରମ୍ପରାମାନ ରହିଛି, ସେଗୁଡ଼ିକ ନା କେବଳ ବଂଚି ରହୁ, ବରଂ ନୂତନ ସୁଯୋଗ ଦ୍ୱାରା ବିଶ୍ୱକୁ ଆକର୍ଷିତ କରୁ । ତେଣୁ ଆମେ ଏହି କାର୍ଯ୍ୟ ସହିତ ଜଡ଼ିତ ସାଥୀମାନଙ୍କୁ ଆଉ ତାଙ୍କର ପାଠପଢ଼ା, ପ୍ରଶିକ୍ଷଣ ଏବଂ ରୋଜଗାର ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ । ଆମେ ବୁଣାକାର ଏବଂ ହସ୍ତଶିଳ୍ପୀମାନଙ୍କର ପିଲାମାନଙ୍କର ଆକାଂକ୍ଷାକୁ ଉଡ଼ାଣ ପ୍ରଦାନ କରିବାକୁ ଚାହୁଁଛୁ । ବୁଣାକାରଙ୍କର ପିଲାମାନଙ୍କୁ କୌଶଳ ପ୍ରଶିକ୍ଷଣ ପାଇଁ ସେମାନଙ୍କୁ ବୟନଶିଳ୍ପ ପ୍ରତିଷ୍ଠାନରେ 2 ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ବୃତି ମଧ୍ୟ ପ୍ରଦାନ କରାଯାଉଛି । ବିଗତ 9 ବର୍ଷ ମଧ୍ୟରେ 600ରୁ ଅଧିକ ହସ୍ତତନ୍ତ କ୍ଲଷ୍ଟର ବିକଶିତ କରାଯାଇଛି । ଏୁଡ଼ିକରେ ମଧ୍ୟ ହଜାର- ହଜାର ବୁଣାକାରଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି । ଆମମାନଙ୍କର କ୍ରମାଗତ ଭାବେ ଏହି ପ୍ରଚେଷ୍ଟା ରହି ଆସିଛି ଯେ ବୁଣାକାରମାନଙ୍କର କାର୍ଯ୍ୟ  ସହଜ ହେଉ, ଉତ୍ପାଦକତା ଅଧିକ ହେଉ, ଗୁଣାତ୍ମକ ମାନ ବୃଦ୍ଧି ହେଉ, ଡିଜାଇନ ନିତ୍ୟ ନୂତନ ହେଉ । ଏଥିପାଇଁ ସେମାନଙ୍କୁ କମ୍ପ୍ୟୁଟର ଦ୍ୱାରା ଚାଲୁଥିବା ପଂଚିଙ୍ଗ ମେସିନ ମଧ୍ୟ ଉପଲବ୍ଧ କରାଇ ଦିଆ ଯାଉଛି । ଏହା ମାଧ୍ୟମରେ ନୂଆ- ନୂଆ ଡିଜାଇନ ମଧ୍ୟ ଦ୍ରୁତ ଗତିରେ ତିଆରି କରାଯାଇ ପାରିବ । ମୋଟର ଦ୍ୱାରା ଚାଲୁଥିବା ମେସିନଗୁଡ଼ିକ ଦ୍ୱାରା ବାନ୍ଧ ନିର୍ମାଣ କରିବା ମଧ୍ୟ ସହଜ ହେଉଛି । ଏଭଳି ଅନେକ ଉପକରଣ, ଏଭଳି ଅନେକ ମେସିନ ସବୁକୁ ବୁଣାକାରମାନଙ୍କ ପାଇଁ ଉପଲବ୍ଧ କରାଇ ଦିଆଯାଉଛି । ସରକାର, ହସ୍ତତନ୍ତ ବୁଣାକାରମାନଙ୍କୁ ଶସ୍ତା ଦରରେ କଂଚାମାଲ ଅର୍ଥାତ ସୂତା ମଧ୍ୟ ଦେଉଛନ୍ତି । କଂଚାମାଲ ଜନିତ ଋଣର ଖର୍ଚ୍ଚକୁ ମଧ୍ୟ ସରକାର ବହନ କରୁଛନ୍ତି । ମୁଦ୍ରା ଯୋଜନା ମାଧ୍ୟମରେ ମଧ୍ୟ ବୁଣାକାରମାନଙ୍କୁ ବିନା ଗ୍ୟାରେଂଟିରେ ଋଣ ମିଳିବା ସମ୍ଭବ ହୋଇ ପାରିଛି ।

ସାଥୀଗଣ,

ମୁଁ ଗୁଜରାଟରେ ରହି ବର୍ଷ ବର୍ଷ, ମୋର ବୁଣାକାର ସାଥୀମାନଙ୍କ ଗହଣରେ ସମୟ ଅତିବାହିତ କରିଛି । ଆଜି ମୁଁ ଯେଉଁଠାରୁ ସାଂସଦ ଅଛି, କାଶୀ, ସେହି ସମଗ୍ର ଅଂଚଳର ଅର୍ଥବ୍ୟବସ୍ଥାରେ ମଧ୍ୟ ହସ୍ତତନ୍ତର ବହୁତ ବଡ଼ ଯୋଗଦାନ ରହିଛି । ଅଧିକାଂଶ ସମୟରେ ସେମାନଙ୍କ ସହିତ ମଧ୍ୟ ମୋର ସାକ୍ଷାତ ହୁଏ, କଥାବାର୍ତା ହୁଏ । ଏଥିପାଇଁ ମୋତେ ସେଠାକର ମାଟି ବିଷୟରେ ସୂଚନା ମଧ୍ୟ ଜଣାଥାଏ । ଆମର ବୁଣାକାର ସମାଜ ପାଇଁ ଏହା ଏକ ବହୁତ ବଡ଼ ଆହ୍ୱାନ ରହିଥିଲା ଯେ ସେମାନେ ଉତ୍ପାଦନ ତ ତିଆରି କରି ଦେଉଛନ୍ତି, କିନ୍ତୁ ସେଗୁଡ଼ିକୁ ବିକ୍ରି କରିବା ପାଇଁ ସେମାନଙ୍କୁ ଯୋଗାଣ ଶୃଙ୍ଖଳର ଅସୁବିଧା ହୋଇଥାଏ, ମାର୍କେଟିଙ୍ଗ ପାଇଁ ମଧ୍ୟ ଅସୁବିଧା ହୋଇଥାଏ । ଆମ ସରକାର ସେମାନଙ୍କୁ ଏହି ସମସ୍ୟାରୁ ବାହାରକୁ ବାହାର କରୁଛନ୍ତି । ସରକାର, ହାତ ତିଆରି ଉତ୍ପାଦଗୁଡ଼ିକର ମାର୍କେଟିଙ୍ଗ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଦେଶର କୌଣସି ନା କୌଣସି କୋଣରେ ପ୍ରତ୍ୟେକ ଦିନ ଏକ ମାର୍କେଟିଙ୍ଗ ପ୍ରଦର୍ଶନୀର ଆୟୋଜନ କରୁଛନ୍ତି । ଭାରତ ମଣ୍ଡପମ୍ ଭଳି ହିଁ, ଦେଶର ଅନେକ ସହରମାନଙ୍କରେ ଆଜି ପ୍ରଦର୍ଶନୀ ସ୍ଥଳମାନ ନିର୍ମାଣ କରାଯାଉଛି । ଏଥିରେ ଦୈନିକ ଭତା ସହିତ ହିଁ ନିଶୁଳ୍କ ଷ୍ଟଲ ମଧ୍ୟ ଯୋଗାଇ ଦିଆ ଯାଉଛି । ଆଉ ଆଜି ଖୁସିର କଥା ହେଉଛି ଯେ ଆମର ଯେଉଁ ନୂତନ ପିଢ଼ୀର ଯୁବକ ରହିଛନ୍ତି, ଯେଉଁମାନେ ନୂଆ- ନୂଆ ଷ୍ଟାର୍ଟ ଅପ୍ସ ଆଣୁଛନ୍ତି । ଷ୍ଟାର୍ଟ ଅପ୍ସ ଦୁନିଆର ଲୋକ ମଧ୍ୟ ମୋର ଦକ୍ଷ ଭାରତର ଯୁବ ହସ୍ତତନ୍ତରେ ନିର୍ମାଣ କରାଯାଇଥିବା ଜିନିଷ, ହସ୍ତଶିଳ୍ପରେ ନିର୍ମାଣ କରାଯାଇଥିବା ଜିନିଷ, ଆମର କୁଟୀର ଶିଳ୍ପ ଦ୍ୱାରା ତିଆରି କରାଯାଇଥିବା ଜିନିଷ ସେଥିପାଇଁ ନୂଆ- ନୂଆ ଟେକ୍ନିକ, ନୂଆ- ନୂଆ ପ୍ୟାଟର୍ଣ୍ଣସ୍‌, ତାହାର ମାର୍କେଟିଙ୍ଗ ପାଇଁ ନୂଆ- ନୂଆ ବ୍ୟବସ୍ଥା, ଅନେକ ଷ୍ଟାର୍ଟ ଅପ୍ସ ଆଜିକାଲି ବିଶ୍ୱକୁ ଆସୁଅଛି । ଆଉ ଏଥିପାଇଁ ମୁଁ ତାହାର ଭବିଷ୍ୟତକୁ ଏକ ନୂଆପଣ ମିଳୁଥିବା କଥା ଦେଖିପାରୁଛି ।

 

ଆଜି ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ‘ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ’ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାରେ ସେଠାକାର ସ୍ୱତନ୍ତ୍ର ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି । ଦେଶର ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ଏଭଳି ଉତ୍ପାଦଗୁଡ଼ିକର ବିକ୍ରି ପାଇଁ ସ୍ୱତନ୍ତ୍ର ଷ୍ଟଲ ନିର୍ମାଣ କରାଯାଉଛି । ପ୍ରତ୍ୟେକ ଜିଲ୍ଲାର, ପ୍ରତ୍ୟେକ ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତରେ ନିର୍ମାଣ କରାଯାଇଥିବା ଜିନିଷଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକତା ମଲ୍ ମଧ୍ୟ ନିର୍ମାଣ କରୁଛନ୍ତି । ଏକତା ମଲ୍ ରେ ସେହି ରାଜ୍ୟର ହସ୍ତକଳା ଉତ୍ପାଦ ଗୋଟିଏ ଛାତ ତଳେ ରହିବ । ଏହାର ମଧ୍ୟ ବହୁତ ବଡ଼ ଲାଭ ଆମର ବୟନଶିଳ୍ପ ସହିତ ଜଡ଼ିତ ଭାଇ- ଭଉଣୀମାନଙ୍କୁ ହେବ । ଆପଣମାନଙ୍କ ମଧ୍ୟରୁ କାହାକୁ ଯଦି ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାର ସୁଯୋଗ ମିଳିଥିବ ତେବେ ସେଠାରେ ଗୋଟିଏ ଏକତା ମଲ୍ ନିର୍ମାଣ କରାଯାଇଛି । ହିନ୍ଦୁସ୍ତାନର ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ଦେଶର ପ୍ରତ୍ୟେକ କୋଣ- ଅନୁକୋଣର ଜିନିଷ ସେହିଠାରେ ଉପଲବ୍ଧ ହୋଇଥାଏ । ତେବେ ପର‌୍ୟ୍ୟଟକ ଯେତେବେଳେ ସେଠାକୁ ଆସନ୍ତି ତେବେ ଏକତାର ଅନୁଭବ ମଧ୍ୟ କରନ୍ତି ଆଉ ତାଙ୍କୁ ହିନ୍ଦୁସ୍ତାନର ଯେଉଁ କୋଣ ଅନୁକୋଣର ଜିନିଷ ଦରକାର ସେହିଠାରୁ ମିଳି ଯାଇଥାଏ । ଏଭଳି ଏକତା ମଲ୍ ଦେଶର ସମସ୍ତ ରାଜଧାନୀଗୁଡ଼ିକରେ ନିର୍ମାଣ ହେଉ ଏହି ଦିଗରେ ଏକ ପ୍ରୟାସ ଚାଲୁ ରହିଛି । ଆମର ଏହିସବୁ ଜିନିଷଗୁଡ଼ିକର କେତେ ମାତ୍ରାରେ ଗୁରୁତ୍ୱ ରହିଛି । ମୁଁ ପ୍ରଧାନମନ୍ତ୍ରୀ କାର‌୍ୟ୍ୟକାଳ ମଧ୍ୟରେ ବିଦେଶକୁ ଯାଉଛି ତେବେ ବିଶ୍ୱର ମହାନୁଭବମାନଙ୍କ ପାଇଁ କିଛି ନା କିଛି ଭେଟି ଉପହାର ନେଇ ଯିବାକୁ ହୋଇଥାଏ । ମୋର ବଡ଼ ଅନୁରୋଧ ରହିଥାଏ ଯେ ଆପଣମାନେ, ସାଥୀମାନେ ଯେଉଁ ସବୁ ଜିନିଷ ତିଆରି କରୁଛନ୍ତି ସେହି ସବୁ ଜିନିଷଗୁଡ଼ିକୁ ମୁଁ ବିଶ୍ୱର ଲୋକମାନଙ୍କୁ ଦେଇଥାଏ । ସେଗୁଡ଼ିକ ସେମାନଙ୍କୁ ପ୍ରସନ୍ନ ତ କରିଥାଏ ହିଁ । ଯେତେବେଳେ ସେମାନଙ୍କୁ ମୁଁ କହିଥାଏ ଯେ ଏହା ମୋର ଅମୁକ ଅଂଚଳର ଅମୁକ ଗାଁର ଲୋକମାନେ ପ୍ରସ୍ତୁତ କରିଛନ୍ତି ସେତେବେଳେ ସେମାନେ ବହୁତ ପ୍ରଭାବିତ ମଧ୍ୟ ହୋଇ ଯାଆନ୍ତି ।

ସାଥୀଗଣ,

ଆମର ହସ୍ତତନ୍ତ କ୍ଷେତ୍ରର ଭାଇ- ଭଉଣୀଙ୍କୁ ଡିଜିଟାଲ ଇଣ୍ଡିଆର ମଧ୍ୟ ଲାଭ ମିଳୁ, ଏହାର ମଧ୍ୟ ସମ୍ପୂର୍ଣ୍ଣ ପ୍ରୟାସ ରହିଛି । ଆପଣମାନେ ଜାଣନ୍ତି ସରକାର କିଣା-ବିକା କରିବା ପାଇଁ ଗୋଟିଏ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି- ଗଭର୍ଣ୍ଣମେଂଟ ଇ-ମାର୍କେଟ ପ୍ଲେସ୍ ଅର୍ଥାତ ଜିଇଏମ । ଜିଇଏମରେ କ୍ଷୁଦ୍ରରୁ ଅତି କ୍ଷୁଦ୍ର କାରିଗର, ଶିଳ୍ପୀ, ବୁଣାକାର ନିଜର ଜିନିଷ ସିଧାସଳଖ ଭାବେ ସରକାରଙ୍କୁ ବିକ୍ରି କରି ପାରିବେ । ବହୁତ ବଡ଼ ସଂଖ୍ୟାରେ ବୁଣାକାର ଏହାର ଲାଭ ଉଠାଇଛନ୍ତି । ଆଜି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସହିତ ଏକ ଲକ୍ଷ ପଂଚସ୍ତରୀ ହଜାର ସଂସ୍ଥା ଜିଇଏମ ପୋର୍ଟାଲ ସହିତ ଯୋଡ଼ି ହୋଇଛନ୍ତି ।

ସାଥୀଗଣ,

ଆମ ସରକାର, ଆମର ବୁଣାକାରମାନଙ୍କୁ ବିଶ୍ୱର ବଡ଼ ବଜାର ଉପଲବ୍ଧ କରାଇବା ଉପରେ ମଧ୍ୟ ସ୍ପଷ୍ଟ ରଣନୀତିର ସହିତ କାର୍ଯ୍ୟ କରୁଛନ୍ତି । ଆଜି ବିଶ୍ୱର ବଡ଼- ବଡ଼ କମ୍ପାନୀ ଭାରତର ଏମଏସଏମଇଗୁଡ଼ିକୁ, ଆମର ବୁଣାକାର, କାରିଗରମାନଙ୍କୁ, କୃଷକମାନଙ୍କର ଉତ୍ପାଦଗୁଡ଼ିକୁ ସାରା ବିଶ୍ୱର ବଜାରଗୁଡ଼ିକ ପର୍ଯ୍ୟନ୍ତ ନେଇଯିବା ପାଇଁ ଆଗକୁ ଆସୁଛନ୍ତି । ମୋର ଏଭଳି ଅନେକ କମ୍ପାନୀଗୁଡ଼ିକର ନେତୃତ୍ୱମାନଙ୍କ ସହିତ ସିଧାସଳଖ ଚର୍ଚ୍ଚା ହୋଇଛି । ସମଗ୍ର ବିଶ୍ୱରେ ଏମାନଙ୍କର ବଡ଼- ବଡ଼ ଷ୍ଟୋର ଅଛି, ଖୁଚୁରା ଯୋଗାଣ ଶୃଙ୍ଖଳ ଅଛି, ବଡ ମଲ୍ ଅଛି, ଦୋକାନ ଅଛି । ଅନଲାଇନ୍ ଦୁନିଆରେ ମଧ୍ୟ ଏମାନଙ୍କର ବହୁତ ବଡ ସାମର୍ଥ୍ୟ ଅଛି । ଏଭଳି କମ୍ପାନୀଗୁଡିକ ବର୍ତ୍ତମାନ ଭାରତର ସ୍ଥାନୀୟ ଉତ୍ପାଦକୁ ବିଦେଶର ପ୍ରତ୍ୟେକ କୋଣ-ଅନୁକୋଣକୁ ନେବାକୁ ସଂକଳ୍ପ କରିଛନ୍ତି । ଆମର ମିଲେଟସ୍ ଯାହାକୁ ଆମେ ବର୍ତ୍ତମାନ ଶ୍ରୀଅନ୍ନ ଭାବରେ ଚିହ୍ନୁଛୁ । ଏହି ଶ୍ରୀଅନ୍ନ ହେଉ, ଆମର ହସ୍ତତନ୍ତ ଉତ୍ପାଦ ହେଉ, ବର୍ତ୍ତମାନ ଏହି ବଡ଼ ବଡ଼ ଆନ୍ତର୍ଜାତୀୟ କମ୍ପାନୀଗୁଡିକ ଏମାନଙ୍କୁ ବିଶ୍ବ ବଜାରକୁ ନେଇଯିବେ । ଅର୍ଥାତ ଉତ୍ପାଦଟି ଭାରତର ହେବ, ଏହା ଭାରତରେ ତିଆରି ହେବ, ଏଥିରେ ଭାରତର ଲୋକଙ୍କ ସ୍ବେଦର ମହକ ଥିବ ଆଉ ବହୁରାଷ୍ଟ୍ରୀୟ କମ୍ପାନୀର ଯୋଗାଣ ଶୃଙ୍ଖଳ ବ୍ୟବହାର କରାଯିବ । ଆଉ ଏହାର ଏକ ବଡ଼ ଲାଭ ଆମ ଦେଶର ଏହି କ୍ଷେତ୍ର ସହିତ ଜଡିତ ପ୍ରତ୍ୟେକ ଛୋଟ ବ୍ୟକ୍ତିଙ୍କୁ ମିଳିବାକୁ ଯାଉଛି।

 

ସାଥୀଗଣ,

ସରକାରଙ୍କ ଏହି ପ୍ରୟାସ ମଧ୍ୟରେ ଆଜି ମୁଁ ବୟନ ଶିଳ୍ପ ଏବଂ ଫ୍ୟାଶନ ଜଗତର ବନ୍ଧୁମାନଙ୍କୁ ଗୋଟିଏ କଥା କହିବାକୁ ଚାହେଁ । ଆଜି, ଯେତେବେଳେ ଆମେ ବିଶ୍ବର ଶ୍ରେଷ୍ଠ -3 ଅର୍ଥନୀତି ହେବାକୁ ପାଦ ବଢାଇ ସାରିଛୁ, ସେତେବେଳେ ଆମକୁ ଆମର ଚିନ୍ତାଧାରା ଏବଂ କାର୍ଯ୍ୟର ପରିସରକୁ ମଧ୍ୟ ବୃଦ୍ଧି କରିବାକୁ ହେବ । ଆମକୁ ଆମର ହସ୍ତତନ୍ତ, ଆମର ଖଦି ଏବଂ ଆମର ବୟନ ଶିଳ୍ପ କ୍ଷେତ୍ରକୁ ବିଶ୍ୱ ଚାମ୍ପିଅନ୍ କରିବାକୁ ହେବ । କିନ୍ତୁ ଏଥିପାଇଁ ସମସ୍ତଙ୍କ ପ୍ରୟାସ ଆବଶ୍ୟକ । ସେ ଶ୍ରମିକ ହୁଅନ୍ତୁ, ବୁଣାକାର ହୁଅନ୍ତୁ, ଡିଜାଇନର୍ କିମ୍ବା ଇଣ୍ଡଷ୍ଟ୍ରି ହୁଅନ୍ତୁ, ସମସ୍ତଙ୍କୁ ଉତ୍ସର୍ଗୀକୃତ ଉଦ୍ୟମ କରିବାକୁ ପଡିବ। ଆପଣ ଭାରତର ବୁଣାକାରଙ୍କ ଦକ୍ଷତାକୁ ଦକ୍ଷତାର ମାପକାଠି ସହିତ ଯୋଡନ୍ତୁ । ଆପଣ ଭାରତର ବୁଣାକାରଙ୍କ ଦକ୍ଷତାକୁ ଟେକ୍ନୋଲୋଜି ସହିତ ସଂଯୋଗ କରନ୍ତୁ । ଆଜି ଆମେ ଭାରତରେ ଏକ ନବ ମଧ୍ୟବିତ୍ତଙ୍କ ଉତ୍ଥାନ ଦେଖୁଛୁ । ପ୍ରତ୍ୟେକ ଉତ୍ପାଦ ପାଇଁ ଭାରତରେ ଏକ ବିରାଟ ଯୁବ ଗ୍ରାହକ ଶ୍ରେଣୀ ସୃଷ୍ଟି ହେଉଛନ୍ତି । ଏହା ନିଶ୍ଚିତ ଭାବେ ଭାରତରେ ବୟନ ଶିଳ୍ପ କମ୍ପାନୀଗୁଡିକ ପାଇଁ ହେଉଛି ଏକ ବଡ଼ ସୁଯୋଗ । ଏଥିପାଇଁ ଏହି କମ୍ପାନୀ ଗୁଡିକର ମଧ୍ୟ ଦାୟିତ୍ବ ଯେ ସେମାନେ  ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ସଶକ୍ତ କରନ୍ତୁ ଏବଂ ଏଥିରେ ନିବେଶ କରନ୍ତୁ । ବାହାରେ ତିଆରି ହୋଇଥିବା, ପ୍ରସ୍ତୁତ ହୋଇଥିବା ସାମଗ୍ରୀ ଉପଲବ୍ଧ, ତେବେ ତାହାକୁ ଆମଦାନୀ କରନ୍ତୁ, ଏହି ଅଭିବ୍ୟକ୍ତି ଆଜି, ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କ କାର୍ଯ୍ୟକୁ ମନେ ପକାଇ ବସିଥାଉ, ତା’ହେଲେ ପୁଣି ଥରେ ମନକୁ ଦୋହଲାଇ ଦେବାକୁ ପଡ଼ିବ, ମନକୁ ସଂକଳ୍ପିତ କରିବାକୁ ପଡିବ ଯେ ବାହାରୁ ଆଣି, ଆଣିକରି ଗୁଜୁରାଣ ମେଣ୍ଟାଇବା ଏବଂ ରୋଜଗାର କରିବା ଠିକ୍ ନୁହେଁ । ଏହି କ୍ଷେତ୍ରରେ ପ୍ରସିଦ୍ଧି ହାସଲ କରିଥିବା ଲୋକମାନେ ବାହାନା କରି ପାରିବେ ନାହିଁ ଏତେ ଶୀଘ୍ର କିପରି ଘଟିବ, ଏତେ ଶୀଘ୍ର କିପରି ସ୍ଥାନୀୟ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ ହେବ । ଯଦି ଆମେ ଭବିଷ୍ୟତରେ ଏହାର ଲାଭ ଉଠାଇବାକୁ ଚାହୁଁ, ତେବେ ଆଜି ଆମକୁ ସ୍ଥାନୀୟ ଯୋଗାଣ ଶୃଙ୍ଖଳରେ ନିବେଶ କରିବାକୁ ପଡିବ । ଏକ ବିକଶିତ ଭାରତ ଗଠନ କରିବାର ଏହା ହେଉଛି ଏକ ମାର୍ଗ, ଏବଂ ଏକ ବିକଶିତ ଭାରତର ଆମର ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ହେଉଛି ଏକ ମାର୍ଗ । 5 ଟ୍ରିଲିୟନ୍ ଅର୍ଥନୀତିର ସ୍ୱପ୍ନକୁ ପୂରଣ କରିବା, ବିଶ୍ୱର ପ୍ରଥମ ତିନୋଟିରେ ଭାରତକୁ ସ୍ଥାନ ଦେବାର ସ୍ୱପ୍ନ ପୂରଣ ହୋଇ ରହିବ । ଆଉ ଯଦି ଆମେ ଭାବନାତ୍ମକ ଦିଗକୁ ଦେଖିବା, ତେବେ ଏହି ପଥ ଅନୁସରଣ କରି ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ସମର୍ଥ ହେବା, ଆମେ ସ୍ବଦେଶୀଙ୍କ ସ୍ୱପ୍ନକୁ ସାକାର କରି ପାରିବା ।

ସାଥୀଗଣ,

ଆଉ ମୁଁ ସ୍ପଷ୍ଟ ଭାବରେ ବିଶ୍ବାସ କରେ ଯେ ଯିଏ ସ୍ବାଭିମାନୀ ଥିବେ,  ଯାହାର ନିଜ ଉପରେ  ଅଭିମାନ ଥିବ, ସ୍ବଦେଶ ଉପରେ ଅଭିମାନ ଥିବ, ସେମାନଙ୍କ ପାଇଁ ଅଛି କଦି ବସ୍ତ୍ର । କିନ୍ତୁ ଏଥି ସହିତ, ଯିଏ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ବୁଣେ, ଯିଏ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦେଇଥାଏ, ତାଙ୍କ ପାଇଁ ଏହି ଖଦି କେବଳ ପୋଷାକ ନୁହେଁ, ଏହା ଏକ ଅସ୍ତ୍ର ଭଳି ଶସ୍ତ୍ର ଭଳି ମଧ୍ୟ।  ସାଥୀଗଣ,

 

ଆଜିଠାରୁ ମାତ୍ର ଗୋଟିଏ ଦିନ ପରେ ହେଉଛି  9 ଅଗଷ୍ଟ । ଯଦି ଆଜିର ଦିନ ସ୍ବଦେଶୀ ଆନ୍ଦୋଳନ ସହିତ ଜଡିତ, ତେବେ ଅଗଷ୍ଟ  9 ତାରିଖ ଭାରତର ସବୁଠୁ ବଡ ଆନ୍ଦୋଳନର ସାକ୍ଷୀ ହୋଇ ରହିଛି । ଅଗଷ୍ଟ 9ରେ ହିଁ ପୂଜ୍ୟ ବାପୁଙ୍କ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନ ଅର୍ଥାତ୍ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ପୂଜ୍ୟ ବାପୁଜୀ ଇଂରେଜମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲେ- ଇଂରେଜ ଭାରତ ଛାଡ । ଏହାର କିଛି ସମୟ ପରେ ଦେଶରେ ଏପରି ଜନଜାଗରଣର ବାତାବରଣ ସୃଷ୍ଟି ହୋଇଗଲା, ଏକ ଚେତନା ଜାଗ୍ରତ ହେଲା, ଶେଷରେ ଇଂରେଜମାନଙ୍କୁ ଭାରତ ଛାଡିବାକୁ ପଡିଲା । ଆଜି ଆମେ ପୂଜ୍ୟ ବାପୁଙ୍କ ଆଶୀର୍ବାଦ ସହିତ ସେହି ଇଚ୍ଛାଶକ୍ତି ହେଉଛି ଆଜି ସମୟର ଆବଶ୍ୟକତା, ଆମକୁ ତାହାକୁ ନେଇ ଆଗକୁ ବଢିବାକୁ ପଡିବ । ଯେଉଁ ମନ୍ତ୍ର ବ୍ରିଟିଶମାନଙ୍କୁ ଦେଶରୁ ତଡ଼ି ଦେଇ ପାରିଥିଲା । ସେହି ମନ୍ତ୍ର ଆମର ଏଠାରେ ମଧ୍ୟ ଏଭଳି ତତ୍ବଙ୍କୁ ତଡ଼ିଦେବା ପାଇଁ ଏକ କାରଣ ହୋଇପାରେ । ଆଜି ଆମ ସାମ୍ନାରେ ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ଅଛି, ସଂକଳ୍ପ ଅଛି । ଏହି ସଂକଳ୍ପ ସାମ୍ନାରେ କିଛି ଖରାପ କଥା ବା କୁ- ପ୍ରଥା ଏକ ପ୍ରତିବନ୍ଧକ ହୋଇ ରହିଆସିଛି । ସେଥିପାଇଁ ଆଜି ଭାରତ ଗୋଟିଏ ସ୍ୱରରେ କହୁଛି ସେହି ଖରାପ କଥାକୁ କହୁଛି- ଭାରତ ଛାଡ । ଆଜି ଭାରତ କହୁଛି- ଦୁର୍ନୀତି, ଭାରତ ଛାଡ ଅର୍ଥାତ ଭ୍ରଷ୍ଟାଚାର ଭାରତ ଛାଡ । ଆଜି ଭାରତ କହୁଛି, ରାଜବଂଶ, ଭାରତ ଛାଡ ଅର୍ଥାତ ପରିବାରବାଦ ଭାରତ ଛାଡ। ଆଜି ଭାରତ କହୂଛି ରାଜନୀତି ତୁଷ୍ଟିକରଣ, ଭାରତ ଛାଡ ଅର୍ଥାତ ତୁଷ୍ଟିକରଣ, ଭାରତ ଛାଡ। ଭାରତରେ ରହିଥିବା ଏହି ଖରାପ କଥା ବା କୁ-ପ୍ରଥା ଆଜି ଆମ  ଦେଶ ପାଇଁ ଏକ ବଡ଼ ବିପଦ । ହେଉଛି ଦେଶ ପାଇଁ ମଧ୍ୟ ଏକ ବଡ଼ ଆହ୍ବାନ ମଧ୍ୟ ।  ମୁଁ ବିଶ୍ୱାସ ଯେ, ଆମେ ସମସ୍ତେ ଆମର ଉଦ୍ୟମ ସହିତ ଏହି ଖରାପ କଥା ବା କୁ-ପ୍ରଥାକୁ  ସମାପ୍ତ କରି ପାରିବା, ପରାସ୍ତ କରି ପାରିବା । ଆଉ ପୁଣି ଭାରତର ବିଜୟ ହେବ, ଦେଶର ବିଜୟ ହେବ, ପ୍ରତ୍ୟେକ ଦେଶବାସୀଙ୍କର ବିଜୟ ହେବ ।

ସାଥୀଗଣ,

15 ଅଗଷ୍ଟ, ହର ଘର ତିରଙ୍ଗା ଏବଂ ଆଜି ଏଠାରେ ତ’ ମେ‌ତେ ସେହି ଭଉଣୀମାନଙ୍କୁ ଭେଟିବାର ସୁଯୋଗ ମିଳିଲା, ଯେଉଁମାନେ ବର୍ଷ ବର୍ଷ ଧରି ତିରଙ୍ଗା ପତାକା ତିଆରି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୋତେ ମଧ୍ୟ ସେମାନଙ୍କୁ ନମସ୍କାର କରିବାରର, ସେମାନଙ୍କ ସହ କଥାବାର୍ତ୍ତା କରିବାର ମଧ୍ୟ ଏକ ସୁଯୋଗ ମିଳିଲା,  ଆମକୁ ଚଳିତ 15 ଅଗଷ୍ଟରେ ମଧ୍ୟ ଗତଥର ଭଳି ଏବଂ ଆଗକୁ ପ୍ରତ୍ୟେକ ବର୍ଷ, ହର ଘର ତିରଙ୍ଗା ଏହି ବିଷୟକୁ ଆଗକୁ ନେବାକୁ ପଡିବ, ଏବଂ ଯେତେବେଳେ ଛାତ ଉପରେ  ତିରଙ୍ଗା ଉଡିଥାଏ,  ତେବେ ତାହା କେବଳ ଛାତ ଉପରେ ଉଡେ ନାହିଁ, ମନରେ ମଧ୍ୟ ଉଡିଥାଏ ତରଙ୍ଗ ସୃଷ୍ଟି କରିଥାଏ । ପୁଣି ଥରେ  ଆପଣ ସମସ୍ତଙ୍କୁ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଁ ବହୁତ- ବହୁତ ଶୁଭ କାମନା ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.