“This year’s budget has set the ‘Gatishakti’ of India’s development in 21st century”
“This direction of ‘Infrastructure-based development’ will lead to extraordinary increase in the strength of our economy”
“In the year 2013-14, the direct capital expenditure of the Government of India was about two and a half lakh crore rupees, which has increased to seven and a half lakh crore rupees in the year 2022-23”
“Infrastructure Planning, Implementation and Monitoring will get a new direction from PM Gati-Shakti. This will also bring down the time and cost overrun of the projects”
“In PM Gati-Shakti National Master Plan, more than 400 data layers are available now”
“24 Digital Systems of 6 Ministries are being integrated through ULIP. This will create a National Single Window Logistics Portal which will help in reducing the logistics cost”
“Our Exports will also be greatly helped by PM Gati-Shakti, our MSMEs will be able to be Globally Competitive”
“PM Gati-Shakti will ensure true public-private partnership in infrastructure creation from infrastructure planning to development and utilization stage”

ନମସ୍କାର,

ଚଳିତ ବର୍ଷର ବଜେଟ ଏକବିଂଶ ଶତାବ୍ଦୀର ଭାରତର ବିକାଶର ଗତିଶକ୍ତି ନିର୍ଦ୍ଧାରିତ କରି ଦେଇଛି। ‘ଭିତ୍ତିଭୂମି ଉପରେ ଆଧାରିତ ବିକାଶ’ର ଏହି ଦିଗ, ଆମର ଅର୍ଥବ୍ୟବସ୍ଥାର ସାମର୍ଥ୍ୟରେ ଅସାଧାରଣ ବୃଦ୍ଧି କରିବ। ଏହାଦ୍ୱାରା ଦେଶରେ ରୋଜଗାରର ମଧ୍ୟ ଅନେକ ନୂତନ ସମ୍ଭାବନାମାନ ସୃଷ୍ଟି ହେବ।

ବନ୍ଧୁଗଣ,

ସାଧାରଣ ଭାବେ ଆମର ଏଠାରେ ଯେଉଁ ପୁରୁଣା ଅନୁଭବ ରହିଛି ଆଉ ଅଧିକାଂଶ ଗୋଟିଏ ପ୍ରକାରର ପରମ୍ପରା ହୋଇ ଯାଇଛି ଯେ, ଯେତେବେଳେ ଯେଭଳି ଆବଶ୍ୟକତା ଥିବ, ସେଭଳି ଭାବରେ ହିଁ ଭିତ୍ତିଭୂମିର ନିର୍ମାଣ କରି ନିଆଯିବ । ଅର୍ଥାତ ଖଣ୍ଡ ଖଣ୍ଡ ଭାବେ ଆଂଶିକ ଭାବେ ଆବଶ୍ୟକତା ଅନୁସାରେ କାର୍ଯ୍ୟ ହେଉଥିଲା। ଆଉ ସେଥିରେ ମଧ୍ୟ କେନ୍ଦ୍ର ସରକାର, ସ୍ଥାନୀୟ ସଂସ୍ଥା ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ବୟ ଅଭାବରୁ ଦେଶ ବହୁତ କ୍ଷତି ସହିଛି । ଯେପରି ରେଳବାଇର କାର୍ଯ୍ୟ ହେଉ କିମ୍ବା ସଡ଼କର କାର୍ଯ୍ୟ ହେଉ । ଏହି ଦୁଇଟି ମଧ୍ୟରେ ସାମଞ୍ଜସ୍ୟର ଅଭାବ ଏବଂ ପାର୍ଥକ୍ୟ ଆମେ କେତେକ ସ୍ଥାନରେ ଦେଖୁଛୁ । ଆମର ମଧ୍ୟ ଏଠାରେ ଏପରି ହୋଇଥାଏ, ଯେ କୌଣସି ସ୍ଥାନରେ ଗୋଟିଏ ସଡ଼କ ନିର୍ମାଣ ହେଲା ପୁଣି ତା’ ପରଦିନ ପାଣି ପାଇପ ବିଛାଇବା ଲାଗି ତାହାକୁ ଖୋଳିଦିଆ ଗଲା । ଦ୍ୱିତୀୟ ଥର ପାଇଁ ସଡ଼କ ନିର୍ମାଣ କରାଗଲା, ପରେ ସ୍ବରେଜ ଲାଇନ ବିଛାଇବା ବାଲା ଆସି ତାହାକୁ ଖୋଳି ଦେଲେ । ଏମିତି ଓ ଏଭଳି ଏଥିପାଇଁ ହୋଇଥାଏ କାରଣ ବିଭିନ୍ନ ବିଭାଗ ପାଖରେ ସ୍ପଷ୍ଟ ସୂଚନା ନଥାଏ । ପିଏମ୍ ଗତିଶକ୍ତି କାରଣରୁ ଏବେ ସମସ୍ତେ ସମ୍ପୂର୍ଣ୍ଣ ସୂଚନା ସହିତ ନିଜର ଯୋଜନା ପ୍ରସ୍ତୁତ କରି ପାରିବେ। ଏହାଦ୍ୱାରା ଦେଶର ସମ୍ବଳର ମଧ୍ୟ ସର୍ବୋତ୍ତମ ଉପଯୋଗ ହୋଇ ପାରିବ।

ସାଥୀଗଣ,

ଆଜି ଯେଉଁ ବ୍ୟାପକ ମାତ୍ରାରେ ଆମ ସରକାର, ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରୁଛନ୍ତି, ସେଥରେ ପିଏମ୍ ଗତିଶକ୍ତି, ହେଉଛି ଆମର ବହୁତ ବଡ଼ ଆବଶ୍ୟକତା । ବର୍ଷ 2013-14ରେ ଭାରତ ସରକାରଙ୍କର ପ୍ରତ୍ୟକ୍ଷ ପୁଞ୍ଜି ବ୍ୟୟ ପ୍ରାୟ ଏକ କୋଟି ପଞ୍ଚସ୍ତରୀ ଲକ୍ଷ ଥିଲା ଯାହାକି ବର୍ଷ 2022-23ରେ ବୃଦ୍ଧି ପାଇ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ହୋଇ ଯାଇଛି । ଏଥିରେ ପ୍ରାୟତଃ ଚାରି ଗୁଣା ବୃଦ୍ଧି ହୋଇଛି । ଜାତୀୟ ରାଜପଥ ହେଉ, ରେଳପଥ ହେଉ, ଆକାଶପଥ- ଜଳପଥ ହେଉ, ଅପ୍ଟିକାଲ ଫାଇବର ସଂଯୋଗ ହେଉ, ଗ୍ୟାସ ଗ୍ରୀଡ଼ ହେଉ, ନବୀକରଣୀୟ ଶକ୍ତି ହେଉ, ପ୍ରତ୍ୟେକ କ୍ଷେତ୍ରରେ ସରକାର ନିବେଶ ବୃଦ୍ଧି କରିଛନ୍ତି । ଏହିସବୁ କ୍ଷେତ୍ରରେ ଆମ ସରକାର ବହୁତ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରି ଆଗକୁ ବଢ଼ୁଛନ୍ତି। ପିଏମ୍ ଗତିଶକ୍ତି ଦ୍ୱାରା ଭିତ୍ତିଭୂମି ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ତଦାରଖକୁ ଏକ ବହୁତ ବଡ଼ ସମନ୍ବୟ ସହିତ ଆମେ ଆଗକୁ ବଢ଼ାଇ ପାରିବା, ଏକ ନୂତନ ଦିଗରେ କାର୍ଯ୍ୟ କରି ପାରିବା । ଏହା ଦ୍ବାରା ପ୍ରକଳ୍ପର ନିର୍ମାଣ ସମୟ ଏବଂ ବିନିଯୋଗ ଅର୍ଥ ମଧ୍ୟ ହ୍ରାସ କରାଯାଇ ପାରିବ।

ସାଥୀଗଣ,

ଆଣମାନେ ସମସ୍ତେ ଜାଣନ୍ତି ଯେ ଭିତ୍ତିଭୂମି ନିବେଶର ବହୁତ ବଡ଼ ବହୁମୁଖୀ ପ୍ରଭାବ ରହିଥାଏ। ଏହା ସହାବସ୍ଥାନ ସୁଗମତା ସହିତ ହିଁ ବ୍ୟବସାୟ ସୁଗମତାରେ ମଧ୍ୟ ପରିବର୍ତନ ଆଣିଥାଏ। ଏହାଦ୍ୱାରା ସମସ୍ତ କ୍ଷେତ୍ରର ଅର୍ଥନୈତିକ ଉତ୍ପାଦକତାକୁ ମଧ୍ୟ ଶକ୍ତି ମିଳିଥାଏ । ଆଜି ଯେତେବେଳେ ଦେଶ ଭିତ୍ତିଭୂମି ବିକାଶକୁ ଅଦ୍ଭୂତପୂର୍ବ ଗତି ପ୍ରଦାନ କରୁଛି, ସେତେବେଳେ ତାହାଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ହେବ ଆଉ ନିଯୁକ୍ତ ସୁଯୋଗ ମଧ୍ୟ ସେହି ମାତ୍ରାରେ ବୃଦ୍ଧି ପାଇବ।

ସାଥୀଗଣ,

ଆମ ସରକାର ସହଯୋଗୀ ସଂଘୀୟ ବ୍ୟବସ୍ଥାର ସିଦ୍ଧାନ୍ତକୁ ସୁଦୃଢ଼ କରିବା ସହିତ ଚଳିତ ବର୍ଷର ବଜେଟରେ ରାଜ୍ୟଗୁଡ଼ିକର ସହାୟତା ପାଇଁ ଏକ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରମାନେ ଏହି ରାଶିର ଉପଯୋଗ ବହୁମଖୀ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗଠନ ମୂଳକ ସମ୍ପତ୍ତି ଉପରେ ବିନିଯୋଗ କରିପାରିବେ । ଦେଶର ଦୁର୍ଗମ ଓ ପାହାଡିଆ ଅଞ୍ଚଳମାନଙ୍କରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି । ଆମ ସରକାର ଉତର-ପୂର୍ବାଞ୍ଚଳର ସନ୍ତୁଳିତ ବିକାଶ ପାଇଁ ମଧ୍ୟ ହେଉଛନ୍ତି ବଦ୍ଧପରିକର । ଏହି ରାଜ୍ୟଗୁଡ଼ିକର ଆବଶ୍ୟକତାକୁ ଦେଖି 1500 କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀଙ୍କ ବିକାଶ ଯୋଜନା (ପିଏମ୍ ଡିଭାଇନ ଯୋଜନା) ମଧ୍ୟ ଘୋଷଣା କରଯାଇଛି। ଭିତ୍ତିଭୂମି କ୍ଷେତ୍ରରେ ସରକାରଙ୍କ ଦ୍ୱାରା କରଯାଉଥିବା ନିବେଶ, ତା’ସହିତ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା, ଆଗାମୀ ବର୍ଷମାନଙ୍କରେ ଦେଶର ବିକାଶକୁ ନୂତନ ଶୀଖର ପର୍ପ୍ୟନ୍ତ ନେଇଯିବ । ଏହି ସମସ୍ତ ପ୍ରୟାସ, ଭିତ୍ତିଭୂମି ନିର୍ମାଣର ଏଇ ଯୁଗରେ, ଆପଣଙ୍କ ପାଇଁ ନୂତନ ଅର୍ଥନୈତିକ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବ । ମୁଁ କର୍ପୋରେଟ ଜଗତକୁ, ଦେଶର ଘରୋଇ କ୍ଷେତ୍ରକୁ କହିବି ଯେ, ସରକାରଙ୍କ ସହିତ ପାଦରେ ପାଦ ମିଶାଇ ନିବେଶ କରନ୍ତୁ ଆଉ ଦେଶର ବିକାଶରେ ନିଜର ଗୌରବଶାଳୀ ଯୋଗଦାନ ପ୍ରଦାନ ଦିଅନ୍ତୁ।

ବନ୍ଧୁଗଣ,

ଆଣମାନଙ୍କୁ ଏହା ମଧ୍ୟ ଜଣାଅଛି ଯେ, ପିଏମ୍ ଗତି-ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ ଏବେ 400ରୁ ଅଧିକ ଡାଟା-ଲେୟାର ଉପଲବ୍ଧ ହେଉଛି। ଏହାଦ୍ୱାରା ନା କେବଳ ବର୍ତ୍ତମାନର ଯୋଜନା କରଯାଇଥିବା ଭିତ୍ତିଭୂମି ସମ୍ପର୍କରେ ସୂଚନା ମିଳିଥାଏ, ବରଂ ଏଥିରେ ଥିବା ଜଙ୍ଗଲ ଜମି, ଉପଲବ୍ଧ ଶିଳ୍ପାଞ୍ଚଳ ଭଳି ସୂଚନା ମଧ୍ୟ ରହିଛି । ଏହା ହେଉଛି ମୋର ପରାମର୍ଶ ଯେ ଏହାର ଉପଯୋଗ ଘରୋଇ କ୍ଷେତ୍ର ନିଜର ଯୋଜନାରେ କାର୍ଯ୍ୟକାରୀ କରିବା ପାଇଁ ଅଧିକରୁ ଅଧିକ କରନ୍ତୁ । ଜାତୀୟ ମାଷ୍ଟର ପ୍ଲାନରେ ମଧ୍ୟ ସମସ୍ତ ଜରୁରୀ ସୂଚନା ସବୁ ଗୋଟିଏ ଏକକ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି । ଯାହାଦ୍ୱାରା ପ୍ରକଳ୍ପ ଗୁଡିକର ଏକୀକରଣ ଏବଂ ବିଭିନ୍ନ ପ୍ରକାରର ମଞ୍ଜୁରି, ଡିପିଆର ସ୍ତରରେ ହିଁ ପ୍ରାପ୍ତ କରିବା ସମ୍ଭବପର ହୋଇ ପାରିବ। ଏହା ଆପଣଙ୍କର ଅଭିଯୋଗ ଜନିତ ଚାପକୁ ମଧ୍ୟ କମ୍ କରିବାରେ ଉପଯୋଗୀ ସାବ୍ୟସ୍ତ ହେବ। ମୁଁ ରାଜ୍ୟ ସରକାରମାନଙ୍କୁ ମଧ୍ୟ କହୁଛି ଯେ ସେମାନେ ନିଜର ପ୍ରକଳ୍ପ ଏବଂ ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରି ପିଏମ୍- ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ ମଧ୍ୟ ଆଧାର ଭାବେ ଗ୍ରହଣ କରନ୍ତୁ।

ସାଥୀଗଣ,

ଆଜି ଭାରତରେ ମଧ୍ୟ ଲଜିଷ୍ଟିକ ବ୍ୟୟ , ଜିଡିପିର 13 ରୁ 14 ଶତକଡା ପର୍ଯ୍ୟନ୍ତ ବୋଲି ଭାବି ନିଆଯାଇଥାଏ। ଏହା ହେଉଛି ଅନ୍ୟ ଦେଶମାନଙ୍କ ତୁଳନାରେ ଅଧିକ । ଭିତ୍ତିଭୂମି ଆଧାରିତ ଦକ୍ଷତାରେ ପରିବର୍ତନ ଆଣିବା ପାଇଁ ପିଏମ୍ ଗତି-ଶକ୍ତିର ଭୂମିକା ହେଉଛି ବହୁତ ବଡ଼। ଦେଶରେ ଲଜିଷ୍ଟିକ ବ୍ୟୟକୁ କମ୍ କରିବା ପାଇଁ ଚଳିତ ବଜେଟରେ ୟୁନିଫାଏଡ଼୍ ଲଜିଷ୍ଟିକ୍ ଇନଟରଫେସ୍ ପ୍ଲାଟଫର୍ମ- ୟୁଲିପ୍ ନିର୍ମାଣ କରିବାର ବ୍ୟବସ୍ଥା କରାଯାଇଛି । ଆପଣମାନେ ଜାଣିଛନ୍ତି ଯେ ବର୍ତ୍ତମାନ ବିଭିନ୍ନ ମନ୍ତ୍ରଣାଳୟ ଗୁଡ଼ିକର ଡିଜିଟାଲ ବ୍ୟବସ୍ଥା ନିଜ- ନିଜର ଆବଶ୍ୟକତା ଅନୁରୂପ କାର୍ଯ୍ୟ କରୁଛି। ୟୁଲିପ୍ ମାଧ୍ୟମରେ ୬ଟି ମନ୍ତ୍ରଣାଳୟର ୨୪ଟି ଡିଜିଟାଲ ବ୍ୟବସ୍ଥାକୁ ସମନ୍ୱିତ କରାଯାଉଛି। ଏହାଦ୍ୱାରା ଏକ ରାଷ୍ଟ୍ରୀୟ ଏକକ ବାତାୟନ ଲଜିଷ୍ଟିକ ପୋର୍ଟାଲ ପ୍ରସ୍ତୁତ ହେବ। ଯାହାକି ଲଜିଷ୍ଟିକ ବ୍ୟୟକୁ କମ୍ କରିବା କ୍ଷେତ୍ରରେ ସାହାଯ୍ୟ କରିବ । ପିଏମ୍ ଗତି-ଶକ୍ତି ଦ୍ୱାରା ଆମର ରପ୍ତାନୀକୁ ମଧ୍ୟ ଖୁବ୍ ସାହାଯ୍ୟ ମିଳି ପାରିବ, ଆମର ଏମଏସଏମଇ ବିଶ୍ୱ ସ୍ତରରେ ପ୍ରତିଯୋଗୀ ହୋଇ ପାରିବ। ଆମ ସରକାର ଲଜିଷ୍ଟିକ୍ ଦକ୍ଷତାରେ ପରିବର୍ତନ ଆଣିବା ଲାଗି ଲଜିଷ୍ଟିକ ବିଭାଜନ ଆଉ ସରକାରଙ୍କର ସମସ୍ତ ବିଭାଗମାନଙ୍କ ମଧ୍ୟରେ ଉନ୍ନତ ସହଯୋଗ ପାଇଁ କ୍ଷମତାପନ୍ନ ସଚିବଙ୍କର ଗୋଷ୍ଠୀର ବ୍ୟବସ୍ଥା ମଧ୍ୟ କରିଛନ୍ତି । ପିଏମ୍ ଗତି-ଶକ୍ତିରେ ଆପଣମାନେ ଟେକ୍ନୋଲୋଜିର ମଧ୍ୟ ବହୁତ ବଡ଼ ଭୂମିକା ଦେଖୁଛନ୍ତି । ଆଉ ମୋର ଆପଣ ସମସ୍ତଙ୍କୁ ଏହି ଅନୁରୋଧ ରହିବ ଯେ ସରକାର ମଧ୍ୟ ନିଜର ସ୍ୱଭାବରେ ଏହି କଥାକୁ ଆଣନ୍ତୁ, ଘରୋଇ କ୍ଷେତ୍ର ମଧ୍ୟ ଆଣନ୍ତୁ, ଆମେ ଆଧୁନିକରୁ ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଆମର ଭିତ୍ତିଭୂମି ପ୍ରକଳ୍ପ ପାଇଁ କିଭଳି ଆଣି ପାରିବା । ଗୁଣାତ୍ମକ ମଧ୍ୟ ଆଉ ସୁଲଭ ମଧ୍ୟ ଏବଂ ସମୟ ଦୃଷ୍ଟିକୋଣରୁ ଏହା ବହୁତ ଉପେଯୋଗୀ ସାବ୍ୟସ୍ତ ହେବ । ଆଉ ଆମେ ତ, ଏବେ ଏହା ମଧ୍ୟ ଚିନ୍ତା କରୁଛୁ ଯେ, ଭାରତ ଯେଉଁ ଏକ ନେତୃତ୍ବ ନେଇଛି ଯେ ବିଶ୍ବରେ ଯେଉଁସବୁ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ, ପ୍ରାକୃତିକ ବିପର୍ଯ୍ୟୟ, ସେଥିରେ ଜୀବନ ହାନୀ ଠାରୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିବା ଭଳି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଯାଇଥାଏ । ସେତୁ ରୁ ବ୍ରିଜ ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହୋଇଯାଏ, 20- 20 ବର୍ଷ ପୁଣି ଲାଗିଯାଏ ସେଗୁଡ଼ିକୁ ନିର୍ମାଣ କରିବାରେ। ଆଉ ଏଥିପାଇଁ ଆଜି ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମିର ଆବଶ୍ୟକତା ବହୁତ ଅଧିକ ହୋଇଯାଇଛି। ତେବେ ଯେର୍ପ୍ୟନ୍ତ ଟେକ୍ନୋଲୋଜି ନ ଥିବ, ଆମେ ସେହି ଦିଗରେ କାର୍ଯ୍ୟ କରିପାରିବା ନାହିଁ । ଆଉ ଏଥିପାଇଁ ଆମେ ତାହାକୁ ମଧ୍ୟ ଆଗକୁ ଆଣିବା । ଲଜିଷ୍ଟିକ କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀମାନଙ୍କ ପାଖରେ ବିଶ୍ୱସ୍ତରୀୟ ଜ୍ଞାନ ଏବଂ ସାଧନ ରହିଛି । ସେଗୁଡ଼ିକର ପ୍ରୟୋଗ କରି ଦେଶରେ ଉପଲବ୍ଧ ଡାଟାର ଉନ୍ନତ ବ୍ୟବହାର ଆମକୁ ସୁନିଶ୍ଚିତ କରିବାକୁ ହେବ।

ସାଥୀଗଣ,

ଗତି-ଶକ୍ତି, ଭିତ୍ତିଭୂମି ନିର୍ମାଣରେ ପ୍ରକୃତ ଅର୍ଥରେ ଘରୋଇ-ସରକାରୀ ଭାଗିଦାରୀ ସୁନିଶ୍ଚିତ କରିବ। ଯାହା ଭିତ୍ତିଭୂମି ଯୋଜନା ଠାରୁ ନେଇ ବିକାଶ ତଥା ଉପଯୋଗ ସ୍ତର ପର୍ଯ୍ୟନ୍ତ ହେବ। ଏହି ୱେବିନାରରେ ଏହି କଥା ଉପରେ ମଧ୍ୟ ମନ୍ଥନ ହେବା ଦରକାର ଯେ କେଉଁଭଳି ଭାବେ ଘରୋଇ କ୍ଷେତ୍ର, ସରକାରୀ ବ୍ୟବସ୍ଥା ସହିତ ମିଶି ଉନ୍ନତ ଫଳାଫଳ ହାସଲ କରି ପାରିବେ। ଆଣମାନେ ସମସ୍ତେ ୱେବିନାର ସମୟରେ ସମସ୍ତ ଦିଗ ଉପରେ ଗୁରୁତ୍ବର ସହ ଚର୍ଚ୍ଚା କରିବେ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଭିତ୍ତିଭୂମି ବ୍ୟତିରେକ କେଉଁସବୁ ନିୟମ ଏବଂ ନୀତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହାକୁ ନେଇ ଆପଣମାନଙ୍କର ପରାମର୍ଶ ମଧ୍ୟ ହେଉଛି ଖୁବ ଗୁରୁତ୍ବପୂର୍ଣ୍ଣ। ଦେଶରେ ଆଧୁନିକ ଭିତିଭୂମିର ନିର୍ମାଣ, ଭାରତର ମୂଳଦୁଆକୁ ସୁଦୃଢ଼ କରିବ ଆଉ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ହେଉଛି ଏହାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ । ମୁଁ ଏହି ୱେବିନାରର ସଫଳତାର କାମନା କରୁଛି ଆଉ ଆଶା କରୁଛି ଯେ ଆମ୍ଭମାନଙ୍କୁ ଆପଣ ସମସ୍ତଙ୍କର ଅନୁଭବର ଲାଭ ମିଳିବ।

ମୁଁ ମଧ୍ୟ ଆଣଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହିଁବି, ଯେ ଆଜିକାର ଆମର ଏହି ୱେବିନାର ଆମ ସରକାରଙ୍କ ତରଫରୁ ଭାଷଣବାଜିର ନୁହେଁ । ଆମେ ଆପଣମାନଙ୍କୁ ଶୁଣିବାକୁ ଚାହୁଁଛି । ଏବେ ଆପଣମାନେ ମଧ୍ୟ ବଜେଟରେ ଯେଉଁ କଥାର ବ୍ୟବସ୍ଥା ହୋଇଛି, ସେହି ପ୍ରସଙ୍ଗ ଉପରେ ଆଲୋକପାତ କରିବେ ତେବେ ଭଲ ହେବ । କିଛି ପରାମର୍ଶ ଆପଣଙ୍କର ରହିବ ତେବେ ଆମେ ଯେତେବେଳେ ଆଗାମୀ ବଜେଟ କରିବା ସେତେବେଳେ ଚିନ୍ତା କରିବା । ସେହି ସମୟରେ ଆପଣ ନିଶ୍ଚିତ ଭାବେ ମୋତେ ଲେଖି କରି ଦେବେ । ଏବେ ସଂସଦ ଆମକୁ ଯେଉଁ ବଜେଟ ପାଇଁ ଅନୁମତି ଦେଇଛନ୍ତି, ଆମ୍ଭଙ୍କୁ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ତାହାକୁ ଆମେ ଉତ୍ତମ ଢ଼ଙ୍ଗରେ କିପରି କରିବା । ଏବେ ଆମ ପାଖରେ ଏହି ମାର୍ଚ୍ଚର ମାସଟି ବଳକା ରହିଛି। ଅପ୍ରେଲ 1 ଠାରୁ ନୂତନ ବଜେଟ ଲାଗୁ ହେବ। ଆମେ ଏହି ମାର୍ଚ୍ଚ ମାସର ଅଧିକରୁ ଅଧିକ ଉପଯୋଗ କରି ଅପ୍ରେଲ ପ୍ରଥମ ତାରିଖରୁ ହିଁ ସବୁ ଜିନିଷ ଗୁଡ଼ିକୁ ବାସ୍ତବତାର ରୂପ ଦେବା ପାଇଁ ଲାଗି ପଡ଼ିବା । ଏହା ଆମେ କରି ପାରିବା କି?

 

ଦ୍ୱିତୀୟ, ଭିତ୍ତିଭୂମି ନିର୍ମାଣ ହୋଇଥାଏ ତେବେ, ଏହା ହେଉଛି ସ୍ୱାଭାବିକ ଯେ ସେତେବେଳେ ପୁରାତନ ଯୁଗରେ ସମଗ୍ର ବିଶ୍ବ ବସତି ସ୍ଥାପନ କରୁଥିଲା ନଦୀ କୂଳରେ । ଯେଉଁଠାରେ ନଦୀ ଥିଲା ତାହା ନିକଟରେ କିମ୍ବା ସମୁଦ୍ର ନିକଟରେ ବଡ଼-ବଡ଼ ସହର ବିକଶିତ ହେଉଥିଲା । ବ୍ୟବସ୍ଥାମାନ ବିକଶିତ ହେଉଥିଲା । ଧୀରେ- ଧୀରେ ସେଠାରୁ ସ୍ଥାନାନ୍ତର ହୋଇ ଯେଉଁଠାରେ ବଡ଼- ବଡ଼ ସଡ଼କପଥ ରହିଛି ସେଠାରେ ଦୁନିଆ ବିକଶିତ ହେବାକୁ ଲାଗିଲା । ଆଉ ଏବେ ଲାଗୁଛି ଯେଉଁଠି- ଯେଉଁଠାରେ ଅପ୍ଟିକାଲ ଫାଇବର ଥିବ ସେହିଠାରେ ହିଁ ଦୁନିଆ ବିକଶିତ ହୋଇ ଚାଲିବ। ସମୟ ପରିବର୍ତ୍ତିତ ହୋଇ ଚାଲିଛି । ଏହାର ଅର୍ଥ ଏହା ଯେ ଭିତ୍ତିଭୂମି କେବଳ ଭିତ୍ତିଭୂମି ପୃଥକ- ପୃଥକ ହୋଇ ନଥାଏ । ଭିତ୍ତିଭୂମି ରହିଥିବା ହେତୁ ତାହାର ଆଖପାଖରେ ସମ୍ପୂର୍ଣ୍ଣ ନୂତନ ଇକୋ-ସିଷ୍ଟମ ବିକଶିତ ହୋଇଯାଇଥାଏ । ଏହାକୁ ଧ୍ୟାନରେ ରଖି ଏହି ଗତିଶକ୍ତି ମାଷ୍ଟର ପ୍ଲାନ ଆମକୁ ବହୁତ ଲାଭ  ପ୍ରଦାନ କରିବ। ଆଉ ଏଥିପାଇଁ ମୁଁ ଚାହିଁବି ଯେ, ଯାହା କିଛି ମଧ୍ୟ ବଜେଟରେ ରହିଛି ଆପଣ ତାହାକୁ ଉତ୍ତମ ଭାବେ କିପରି ଲାଗୁ କରାଇପାରିବେ ? ସରକାରରେ ମଧ୍ୟ ପୂର୍ଣ୍ଣଛେଦ, କମା ଭଳି ଏପଟ-ସେପଟ ଭୁଲ ରହିଥାଏ। ତେବେ ଛଅ- ଛଅ ମାସ ଧରି ଫାଇଲ ଚାଲିଥାଏ। ସେତିକି ସମୟ ମଧ୍ୟରେ ପୁଣି ନୂଆ ବଜେଟ ଆସିଯାଏ। ଆପଣମାନଙ୍କ ସହିତ ପୂର୍ବରୁ କଥା ହେବାର ଲାଭ ଏହା ରହିବ ଯେ ଆପଣମାନଙ୍କୁ ଜଣାଅଛି, ଏହି କାରଣରୁ ଏଇ ଅସୁବିଧା ଆସିବ ଆଉ ଆପଣ ଧ୍ୟାନ ଆକର୍ଷଣ କରିବେ ତେବେ ବ୍ୟବସ୍ଥା ଏବେ ଠାରୁ ତାହାକୁ ସକରାତ୍ମକ ପ୍ରତିକ୍ରିୟା ପ୍ରଦାନ କରିବ। ଆଉ ଏଥିପାଇଁ ଆପଣମାନେ ବଡ଼ ଗମ୍ଭୀରତାର ସହିତ ଏଥିରେ ଯୋଗଦାନ କରନ୍ତୁ । ଏହା ହେଉଛି ଆମର ଆଶା। ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା!

ବହୁତବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”