‘‘ଚଳିତ ବର୍ଷର ବଜେଟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ବାସ୍ତବବାଦୀ ଏବଂ ଶିଳ୍ପ ଆଧାରିତ କରାଯାଇ ଏହାର ମୂଳଦୁଆକୁ ସୁଦୃଢ଼ କରାଯାଇଛି’’
‘‘ନୂଆ ଶିକ୍ଷା ନୀତିର ଅଂଶବିଶେଷ ସ୍ୱରୂପ ଶିକ୍ଷା ଓ କୌଶଳ ବିକାଶ ଉଭୟକୁ ସମାନ ଗୁରୁତ୍ୱ ଦିଆଯାଉଛି’’
‘‘ଭର୍ଚୁଆଲ ପ୍ରୟୋଗଶାଳା ଓ ଜାତୀୟ ଡିଜିଟାଲ ପାଠାଗାର ଭଳି ଭବିଷ୍ୟବାଦୀ ପଦକ୍ଷେପ ଆମର ଶିକ୍ଷା, କୌଶଳ ବିକାଶ ଓ ଜ୍ଞାନ-ବିଜ୍ଞାନ ଜଗତରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି’’
‘‘ଯୁବକଯୁବତୀମାନଙ୍କୁ ‘ଶ୍ରେଣୀଗୃହ ବାହାରେ ପ୍ରଶିକ୍ଷଣ’ ଦେବା ଲାଗି ଇଣ୍ଟର୍ଣ୍ଣସିପ୍‌ ଓ ଆପ୍ରେଣ୍ଟିସଶିପ୍‌ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି’’
‘‘ଜାତୀୟ ଆପ୍ରେଣ୍ଟିସଶିପ ପ୍ରୋତ୍ସାହନ ଯୋଜନା ଅଧୀନରେ ୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା ଉପଲବ୍ଧ କରାଯାଇଛି’’
‘‘ଏଆଇ, ରୋବୋଟିକ୍ସ, ଆଇଓଟି ଏବଂ ଡ୍ରୋନ୍‌ ଭଳି ଶିଳ୍ପ 4.0 ପାଇଁ କୁଶଳୀ ଶ୍ରମଶକ୍ତି ସୃଷ୍ଟି କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି’’

ବନ୍ଧୁଗଣ,

ଦକ୍ଷତା ଓ ଶିକ୍ଷା, ଏହି ଅମୃତକାଳରେ ଦେଶରେ ଦୁଇଟି ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଉପାଦାନ ଅଟେ। ବିକଶିତ ଭାରତର ଭିଜନକୁ ନେଇ ଦେଶର ଅମୃତ ଯାତ୍ରାର ନେତୃତ୍ବ ଆମର ଯୁବକମାନେ କରୁଛନ୍ତି। ଏଥିପାଇଁ, ଅମୃତକାଳର ପ୍ରଥମ ବଜେଟରେ ଯୁବକମାନଙ୍କୁ ଏବଂ ତାଙ୍କର ଭବିଷ୍ୟତର ସବୁଠାରୁ ଅଧକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ ପ୍ରଦାନ କରାଯାଇଛି। ଆମର ଶିକ୍ଷା ପ୍ରଣାଳୀ ପ୍ରାକ୍ଟିକାଲ୍ ହେଉ, ଉଦ୍ୟୋଗ ସମ୍ବଳିତ ହେଉ, ଏହି ବଜେଟ୍ ଏହାର ମୂଳଦୁଆ ମଜବୁତ କରୁଛି। ବର୍ଷ ବର୍ଷ ଧରି ଆମର ଶିକ୍ଷା କ୍ଷେତ୍ରରେ ଜଟିଳତାର ସମ୍ମୁଖୀନ ହୋଇଛି। ଆମେ ଏହାକୁ ବଦଳାଇବାର ପ୍ରଚେଷ୍ଟା କରୁଛୁ। ଆମେ ଶିକ୍ଷା ଏବଂ ସ୍କିଲିଂର ଯୁବକମାନଙ୍କର ଆପ୍‌ଟିଚ୍ୟୁଡ୍‌ ଏବଂ ଆଗାମୀ ଦିନରେ ସମୟର ଚାହିଦା ହିସାବରେ ରିଓରିଏଣ୍ଟ କରିଛୁ। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଲର୍ଣ୍ଣିଂ ଏବଂ ସ୍କିଲିଂ ଉଭୟରେ ସମାନ ଜୋର ଦିଆଯାଉଛି। ମୁଁ ଖୁସି ଯେ ଏହି ପ୍ରଚେଷ୍ଟାରେ ଆମକୁ ଶିକ୍ଷକମାନଙ୍କର ବହୁତ ସପୋର୍ଟ ମିଳିଛି। ଏହାଦ୍ବାରା ଆମକୁ ଆମର ପିଲାମାନଙ୍କର ଅତୀତର ବୋଝରୁ ମୁକ୍ତ କରିବାରେ ବହୁତ ସାହସ ମିଳିଛି। ଆମେ ସରକାରଙ୍କୁ ଏଡୁକେସନ ଏବଂ ସ୍କିଲିଂ ସେକ୍ଟରରେ ଏବଂ ରିଫର୍ମ କରିବା ପାଇଁ ପ୍ରୋତ୍ସାହିତ କରିଛି।

 

ବନ୍ଧୁଗଣ,

ନୂଆ ଟେକ୍‌ନୋଲୋଜି, ନୂଆ ପ୍ରକାରର କ୍ଲାସରୁମ ନିର୍ମାଣରେ ମଧ୍ୟ ସହାୟତା କରୁଛି। କୋଭିଡ୍ ସମୟରେ ଆମେ ଏହା ଅନୁଭବ ମଧ୍ୟ କରିଛୁ। ଏଥିପାଇଁ ଆଜି ସରକାର ଏପରି ଟୁଲ୍ସ  ଉପରେ ଧ୍ୟାନ ପ୍ରଦାନ କରୁଛି, ଯେଉଁଥିରେ ଯେକୌଣସି ସ୍ଥାନରେ ଜ୍ଞାନର ଆହରଣ ସୁନିଶ୍ଚିତ କରାଯାଇପାରିବ। ଆଜି ଆମର ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ସ୍ବୟମ୍ ରେ 3 କୋଟି ମେମ୍ବର ରହିଛନ୍ତି। ଭର୍ଚୁଆଲ୍ ଲ୍ୟାବ୍‌ସ ଏବଂ ନ୍ୟାସନାଲ୍ ଡିଜିଟାଲ୍ ଲାଇବ୍ରେରୀରେ ମଧ୍ୟ ଜ୍ଞାନର ବହୁତ ମଡ଼ ମାଧ୍ୟମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଡିଟିଏଚ୍ ଚ୍ୟାନେଲ୍ ମାଧ୍ୟମରେ ଛାତ୍ରମାନଙ୍କୁ ମଧ୍ୟ ସ୍ଥାନୀୟ ଭାଷାରେ ପଢ଼ିବାର ସୁଯୋଗ ମିଳୁଛି। ଆଜି ଦେଶରେଏପରି ଅନେକ ଡିଜିଟାଲ୍ ଏବଂ ଟେକ୍‌ନୋଲୋଜି ଆଧାରିତ ପଦେକ୍ଷପ ଚାଲୁ ରହିଛି। ଏହି ସମସ୍ତ ପଦକ୍ଷେପକୁ ନ୍ୟାସନାଲ୍ ଡିଜିଟାଲ୍ ୟୁନିଭର୍ସିଟିରୁ ଆହୁରି ଅଧିକ ବଳ ମିଳିବ। ଏପରି ଭବିଷ୍ୟତ ଉପଯୋଗୀ ପଦକ୍ଷେପ ଆମର ଶିକ୍ଷା, ଆମର ସ୍କିଲ୍ ଏବଂ ଆମର ଜ୍ଞାନ ବିଜ୍ଞାନର ସମ୍ପୂର୍ଣ୍ଣ ସ୍ପେସକୁ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆମର ଶିକ୍ଷକଙ୍କର ଭୂମିକା କେବଳ କ୍ଲାସରୁମରେ ସୀମିତ ହୋଇ ରହି ନାହିଁ। ଏବେ ଆମର ଶିକ୍ଷକଙ୍କ ପାଇଁ ସମଗ୍ର ଦେଶ, ସମଗ୍ର ଦୁନିଆଁ ଏକ କ୍ଲାସରୁମ ପରି ହେବ। ଏହା ଟିଚର୍ସ ମାନଙ୍କ ପାଇଁ ସୁଯୋଗର ନୂତନ ଦ୍ବାର ଖୋଲିବାକୁ ଯାଉଛି। ଆମର ଶିକ୍ଷା ଅନୁଷ୍ଠାନ ପାଇଁ ମଧ୍ୟ ଏବେ ଦେଶ ବ୍ୟାପୀ ଟିଚିଂ ସାମଗ୍ରୀର ଅନେକ ପ୍ରକାର ବିବିଧତା, ଅନେକ ପ୍ରକାର ବିଶେଷତା, ସ୍ଥାନୀୟ ଟଚ୍ ଏପରି ଅନେକ ବିଷୟ ଉପଲବ୍ଧ ହେବାକୁ ଯାଉଛି। ଏବଂ ସବୁଠାରୁ ବଡ଼ ବିଷୟ ହେଉଛି, ଏହାଦ୍ବାରା ଗ୍ରାମ ଓ ସହରର ସ୍କୁଲ ମଧ୍ୟରେ ଯେଉଁ ବ୍ୟବଧାନ ରହିଥିଲା ତାହା ଦୂର ହେବ। ସମସ୍ତଙ୍କୁ ସମାନ ପ୍ରକାର ସୁଯୋଗ ମିଳିବ।

ବନ୍ଧୁଗଣ,

ଆମେ ଦେଖିଛୁ ଅନେକ ଦେଶ ‘ଅନ୍ ଦି ଜବ୍’ ଲର୍ଣ୍ଣିଂ ଉପରେ ବିଶେଷ ଧ୍ୟାନ ପ୍ରଦାନ କରୁଛି। ଗତ ବର୍ଷ କେନ୍ଦ୍ର ସରକାର ନିଜର ଯୁବକଙ୍କୁ ଆଉଟସାଇଡ୍ ଦି କ୍ଲାସରୁମ ଏକ୍ସପୋଜର ଦେବା ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ଆପରେଣ୍ଟିସସିପ୍ ଉପରେ ଧ୍ୟାନ ପ୍ରଦାନ କରିଛି। ଆଜି ନ୍ୟାସନାଲ୍ ଇଣ୍ଟର୍ଣ୍ଣସିପ୍ ପୋର୍ଟାଲରେ ପ୍ରାୟ 75 ହଜାର କର୍ମଚାରୀ ରହିଛନ୍ତି। ଏହି ଇଣ୍ଟରର୍ଣ୍ଣସିପର ପ୍ରାୟ 25 ଲକ୍ଷ ଆବଶ୍ୟକତା ପୋଷ୍ଟ କରି ସାରିଛନ୍ତି। ଏହାଦ୍ବାରା ଆମର ଯୁବକ ଏବଂ ଉଦ୍ୟୋଗ ଉଭୟଙ୍କୁ ବହୁତ ଲାଭ ହେଉଛି। ମୁଁ ଉଦ୍ୟୋଗ ଏବଂ ଶିକ୍ଷାରେ ସାମିଲ୍ ସଂସ୍ଥାଙ୍କୁ ଅନୁରୋଧ କରୁଛି କି ଏହି ପୋର୍ଟାଲର ଅଧିକରୁ ଅଧିକ ବ୍ୟବହାର କରନ୍ତୁ। ଦେଶରେ ଇଣ୍ଟର୍ଣ୍ଣସିପର କଲ୍‌ଚରକୁ ଆମକୁ ଆହୁରି ବ୍ୟାପକ କରିବାକୁ ହେବ।

ବନ୍ଧୁଗଣ,

ମୁଁ ଏହା ଭାବୁଛି ଯେ ଆପ୍ରେଣ୍ଟିସସିପ୍ ଆମର ଯୁବକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାରେ ସହାୟତା କରିବ। ଆମେ ଭାରତରେ ଆପ୍ରେଣ୍ଟିସସିପକୁ ପ୍ରୋତ୍ସାହିତ କରୁଛୁ। ଏହାଦ୍ବାରା ଆମର ଉଦ୍ୟୋଗକୁ ମଧ୍ୟ ଉଚିତ୍ ସ୍କିଲ ସମ୍ବନ୍ଧିତ ୱାର୍କଫୋର୍ସକୁ ଚିହ୍ନଟ କରିବାରେ ମଧ୍ୟ ସହଜ ହେବ। ଏଥିପାଇଁ ଏହି ବଜେଟରେ ପ୍ରାୟ 50 ଲକ୍ଷ ଯୁବକମାନଙ୍କୁ ନ୍ୟାସନାଲ୍ ଆପ୍ରେଣ୍ଟିସସିପ୍ ପ୍ରମୋସନ ସ୍କିମ୍ ଅନ୍ତର୍ଗତ ଷ୍ଟାଇପେଣ୍ଡର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଆମେ ଆପ୍ରେଣ୍ଟିସସିପ୍ ପାଇଁ ପରିବେଷ ମଧ୍ୟ ସୃଷ୍ଟି କରୁଛୁ ଏବଂ ପେମେଣ୍ଟସରେ ମଧ୍ୟ ଉଦ୍ୟୋଗମାନଙ୍କୁ ସହାୟତା ପ୍ରଦାନ କରୁଛୁ। ମୋର ବିଶ୍ବାସ ରହିଛି ଯେ ଉଦ୍ୟୋଗ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବ।

 

ବନ୍ଧୁଗଣ,

ଆଜି ଭାରତକୁ ବିଶ୍ବ ନିର୍ମାଣ ହବ୍ ଭାବରେ ଦେଖୁଛି। ଏଥିପାଇଁ ଆଜି ଭାରତରେ ନିବେଶକୁ ନେଇ ବିଶ୍ବରେ ଉତ୍ସାହ ରହିଛି। ଏପରି ସମୟରେ ଦକ୍ଷ ୱାର୍କଫୋର୍ସର ଆଜି ବହୁତ ଆବଶ୍ୟକତା ରହିଛି। ଏଥିପାଇଁ ଏହି ବଜେଟରେ ସ୍କିଲିଂ ଉପରେ ଗତ ବର୍ଷର ଫୋକସକୁ ଆମେ ଆଗକୁ ବଢ଼ାଇଛୁ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 4.0 ଆଗାମୀ ବର୍ଷରେ ଲକ୍ଷ ଲକ୍ଷ ଯୁବକମାନଙ୍କୁ ସ୍କିଲ୍, ରିସ୍କିଲ୍ ଓ ଅପସ୍କିଲ୍ କରିବ। ଏହି ଯୋଜନାରେ ଆଦିବାସୀ, ଦିବ୍ୟାଙ୍ଗ ଏବଂ ମହିଳାମାନଙ୍କର ଆବଶ୍ୟକତା ଅନୁସାରେ ଟେଲରମେଡ୍ ପ୍ରୋଗ୍ରାମ ପ୍ରସ୍ତୁତ କରାଯାଉଚ। ଏହା ସହିତ ଏଥିରେ ଇଣ୍ଡଷ୍ଟ୍ରି 4.0 ପରି ଏଆଇ, ରୋବୋଟିକ୍‌ସ, ଆଇଓଟି, ଡ୍ରୋନ୍‌ସ ପରି ଅନେକ ସେକ୍ଟର୍ସ ପଇଁ ମ୍ୟାନପାୱାରର ନିର୍ମାଣ କରାଯାଉଛି। ଏହାଦ୍ବାରା ଇଣ୍ଟରନାସନାଲ୍ ଇନଭେଷ୍ଟର୍ସଙ୍କ ପାଇଁ ଭାରତରେ କାମ କରିବା ଆହୁରି ଅଧିକ ସହଜ ହେବ। ଭାରତରେ ଇନଭେଷ୍ଟର୍ସଙ୍କୁ ରିସ୍କିଲିଂ ଉପରେ ଅଧିକ ଶକ୍ତି ଏବଂ ସମ୍ବଳ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହି ବଜେଟରେ ପିଏମ୍ ବିଶ୍ବକର୍ମା କୌଶଳ ସମ୍ମାନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଏହାଦ୍ବାରା ଆମର ପାରମ୍ପରିକ କାରିଗରି, ହସ୍ତଶିଳ୍ପ, କଳାକାରଙ୍କ ସ୍କିଲ୍ ଡେଭଲପମେଣ୍ଟ ଉପରେ ଗୁରୁତ୍ବ ପ୍ରଦାନ କରାଯିବ। ପିଏମ ବିଶ୍ବକର୍ମା ଯୋଜନା, ଏହି କାରିଗରମାନଙ୍କୁ ନୂଆ ମାର୍କେଟ୍ ମଧ୍ୟ ପ୍ରଦାନ କରିବାରେ ସହାୟତା କରିବ ଏବଂ ଏଥିରେ ତାଙ୍କର ଉତ୍ପାଦକୁ ଉନ୍ନତ ମୂଲ୍ୟ ମଧ୍ୟ ମିଳିବ।

 

ବନ୍ଧୁଗଣ,

ଭାରତରେ ଏଡୁକେସନ ସେକ୍ଟରରେ ଦ୍ରୁତ ଗତିରେ ପରିବର୍ତ୍ତନ ଆଣିବା ପାଇଁ ଆକାଡେମିଆ ଏବଂ ଉଦ୍ୟୋଗର ଭୂମିକା ଏବଂ ପାର୍ଟନରସିପ୍ ବହୁତ ବଡ଼ ଅଟେ। ଏହାଦ୍ବାରା ମାର୍କେଟର ଆବଶ୍ୟକତା ହିସାବରେ ରିସର୍ଚ୍ଚ ସମ୍ଭବ ହୋଇପାରିବ ଏବଂ ରିସର୍ଚ୍ଚ ପାଇଁ ଉଦ୍ୟୋଗରୁ ପର୍ଯ୍ୟାପ୍ତ ଫଣ୍ଡିଂ ମଧ୍ୟ ମିଳି ପାରିବ। ଏହି ବଜେଟରେ ଏଆଇ ପାଇଁ ଯେଉଁ 3 ସେଣ୍ଟରର୍ସ ଅଫ୍ ଏକ୍ସିଲେନ୍‌ସର ଆଲୋଚନା କରାଯାଇଛି  ଏଥିରେ ଉଦ୍ୟୋ ଆକାଡେମିଆ ପାର୍ଟନରସିପ୍ ମଜୁବତ୍ ହେବ। ଏହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି ଯେ ଆଇସିଏମଆର ଲ୍ୟାବ୍‌ସକୁ ମେଡିକାଲ୍ କଲେଜ ଏବଂ ପ୍ରାଇଭେଟ୍ ସେକ୍ଟର ଆର ଆଣ୍ଡ ଡି ଟିମ୍‌ସ ପାଇଁ ଉପଲବ୍ଧ କରାଯିବ। ମୋର ପୁରା ବିଶ୍ବାସ ରହିଛି ଯେ ଦେଶରେ ଆର ଆଣ୍ଡ ଡି ଇକୋସିଷ୍ଟମ କୁ ମଜବୁତ କରିବା ପାଇଁ ଗ୍ରହଣ କରାଯାଉଥିବା ଏପର ସମସ୍ତ ପଦକ୍ଷେପକୁ ପ୍ରାଇଭେଟ୍ ସେକ୍ଟର ଅଧିକରୁ ଅଧିକ ଲାଭ ଉଠାଇବେ।

 

ବନ୍ଧୁଗଣ,

ବଜେଟରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି, ତାହା ଦ୍ବାରା ଆମର ସମଗ୍ର ସରକାରଙ୍କର ନୀତି ମଧ୍ୟ ସ୍ପଷ୍ଟ ହୋଇଥାଏ। ଆମ ପାଇଁ ଶିକ୍ଷା ଓ ସ୍କିଲିଂ କେବଳ ଏଥିରେ ସମ୍ପର୍କିତ ମନ୍ତ୍ରଣାଳୟ ବା ବିଭାଗ ପର୍ଯ୍ୟନ୍ତ ସୀମିତ ହୋଇ ରହି ନାହିଁ। ପ୍ରତି ସେକ୍ଟରରେ ତାଙ୍କ ପାଇଁ ସମ୍ଭାବନା ରହିଛି। ଏହି ସେକ୍ଟର ଆମର ଇକୋନୋମିର ବଢ଼ୁଥିବା ସାଇଜ୍ ସହିତ ବୃଦ୍ଧି ପାଉଛି। ମୋର ସ୍କିଲିଂ ଏବଂ ଏଡୁକେସନ ସହିତ ଜଡ଼ିତ ଷ୍ଟେକହୋଲଡରଙ୍କୁ ଅନୁରୋଧ କରୁଛି ଯେ ଅଲଗା ଅଲଗା ସେକ୍ଟର୍ସରେ ଆସୁଥିବା ଏହି ସୁଯୋଗକୁ ଅଧ୍ୟୟନ କରନ୍ତୁ। ଏହାଦ୍ବାରା ଆମକୁ ଏହି ନୂତନ ସେକ୍ଟର୍ସ ପାଇଁ ଆବଶ୍ୟକୀୟ ୱାର୍କଫୋର୍ସ ପ୍ରସ୍ତୁତ କରିବା ସହଜ ହେବ। ଏବେ ଯେପରି ଆପଣ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସିଭିଲ୍ ଆଭିଏସନ ସେକ୍ଟର ସମ୍ବନ୍ଧିତ ଖବରକୁ ଦେଖୁଛନ୍ତି ଓ ଶୁଣୁଛନ୍ତି। ଏହା ଦର୍ଶାଉଛି ଯେ ଭାରତର ଟ୍ରାଭେଲ୍ ଓ ଟୁରିଜିମ୍ ଉଦ୍ୟୋଗର କେତେ ସଂପ୍ରସାରଣ ହେଉଛି। ଏହା ରୋଜଗାରର ବହୁତ ବଡ଼ ମାଧ୍ୟମ। ଏଥିପାଇଁ ଆମର ସ୍କିଲିଂ ସେଣ୍ଟର ଏବଂ ଶିକ୍ଷା ଅନୁଷ୍ଠାନକୁ ଏଥିପାଇଁ ମଧ୍ୟ କ୍ଷମତା ସୃଷ୍ଟି କରିବାକୁ ହେବ। ମୁଁ ଚାହିଁବି, ଯେଉଁ ଯୁବକ ‘ସ୍କିଲ୍ ଇଣ୍ଡିଆ ମିଶନ୍‌’ ଅନ୍ତର୍ଗତ ପ୍ରଶିକ୍ଷିତ ହୋଇଛନ୍ତି ଆମେ ତାଙ୍କର ମଧ୍ୟ ଡାଟାବେସ୍ ପ୍ରସ୍ତୁତ କରିବା। କାରଣ ଏପରି ଅନେକ ଯୁବକ ରହିଛନ୍ତି, ଯାହାଙ୍କର ଦକ୍ଷତାକୁ ଅପଗ୍ରେଡ୍ କରିବାର ଆବଶ୍ୟକତା ରହିଛି। ଡିଜିଟାଲ୍ ଟେକ୍‌ନୋଲୋଜି ଏବଂ ଏଆଇ ଆସିବା ପରେ ଆମର ଏହି ତାଲିମପ୍ରାପ୍ତ ୱାର୍କଫୋର୍ସ ଯେପରି ପଛରେ ରହିନଯିବେ, ଆମକୁ ଏଥିପାଇଁ ବର୍ତ୍ତମାନ ଠାରୁ କାମ କରିବାକୁ ହେବ।

ବନ୍ଧୁଗଣ,

ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ ଏହାରେ ଫଳପ୍ରଦ ଆଲୋଚନା ହେବ, ଉନ୍ନତ ପରାମର୍ଶ ଆସିବ, ଉନ୍ନତ ସମାଧାନ ବାହାରିବ ଏବଂ ଏକ ନୂଆ ସଙ୍କଳ୍ପ ସହିତ ନୂଆ ଶକ୍ତି ସହିତ ଆମର ଯୁବ ପୀଢ଼ିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଏହି ମହତ୍ତ୍ବପୂର୍ଣ୍ଣ କ୍ଷେତ୍ରକୁ ଆପଣଙ୍କୁ ବିଚାର ମାଧ୍ୟମରେ ସମୃଦ୍ଧ କରନ୍ତୁ, ଆପଣଙ୍କ ସଂକଳ୍ପ ମାଧ୍ୟମରେ ଆଗକୁ ବଢ଼ନ୍ତୁ। ସରକାର କାନ୍ଧରେ କାନ୍ଧ  ମିଶାଇ ଆପଣଙ୍କ ସହିତ ଚାଲିବା ପାଇଁ ପ୍ରସ୍ତୁତ ରହିଛନ୍ତି। ମୋର ଆପଣ ସଭିଙ୍କୁ ଏହି ୱେବିନାରର ସଫଳତା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି। ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.