“Gujarat is leading the country’s resolution of achieving the goals of the Amrit Kaal”
“The Surat Model of natural farming can become a model for the entire country”
“‘Sabka Prayas’ is leading the development journey of New India”
“Our villages have shown that villages can not only bring change but can also lead the change”
“India has been an agriculture based country by nature and culture”
“Now is the time when we move forward on the path of natural farming and take full advantage of the global opportunities”
“Certified natural farming products are fetching good prices when farmers export them”

ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଗୁଜରାଟର ଲୋକପ୍ରିୟ ସ୍ମିତ ହାସ୍ୟ ଏବଂ ଦକ୍ଷ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ ମହାଶୟ, ଗୁଜରାଟ ସରକାରରେ ଥିବା ମନ୍ତ୍ରୀଗଣ, ଉପସ୍ଥିତ ସାଂସଦ ଏବଂ ବିଧାୟକଗଣ, ସୁରଟର ମେୟର ଏବଂ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ସମସ୍ତ ସରପଂଚଗଣ, କୃଷି କ୍ଷେତ୍ରର ସମସ୍ତ ବିଶେଷଜ୍ଞ ସାଥୀ, ଆଉ ଭାରତୀୟ ଜନତା ପାର୍ଟି ଗୁଜରାଟ ପ୍ରଦେଶର ଅଧ୍ୟକ୍ଷ ଶ୍ରୀମାନ ସି.ଆର ପାଟିଲ ଆଉ ମୋର ସମସ୍ତ ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!

କିଛି ମାସ ପୂର୍ବରୁ ହିଁ ଗୁଜରାଟରେ ପ୍ରାକୃତିକ କୃଷି ବିଷୟରେ ଜାତୀୟ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ଯୋଜନାରେ ସମଗ୍ର ଦେଶର କୃଷକ ଯୋଡ଼ି ହୋଇଥିଲେ। ପ୍ରାକୃତିକ ଚାଷକୁ ନେଇ ଦେଶରେ କେତେ ବଡ଼ ଅଭିଯାନ ଚାଲୁ ରହିଛି, ଏହାର ଝଲକ ସେଥିରେ ଦେଖିଥିଲେ। ଆଜି ଆଉ ଥରେ ପୁଣି ସୁରଟରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଏହି କଥାର ହେଉଛି ପ୍ରତୀକ ଯେ ଗୁଜରାଟ କେଉଁଭଳି ଭାବେ ଦେଶର ଅମୃତ ସଂକଳ୍ପଗୁଡ଼ିକୁ ଗତି ଦେଉଛି। ପ୍ରତ୍ୟେକ ଗ୍ରାମପଂଚାୟତରେ 75 କୃଷକଙ୍କୁ ପ୍ରକୃତିକ କୃଷି ସହିତ ଜଡ଼ିତ ମିଶନରେ ସୁରଟର ସଫଳତା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହେବାକୁ ଯାଉଛି ଆଉ ଏଥିପାଇଁ ସୁରଟର ଲୋକମାନଙ୍କୁ ଅଭିନନ୍ଦନ, ସୁରଟର କୃଷକମାନଙ୍କୁ ଏଥିପାଇଁ ଅଭିନନ୍ଦନ, ସରକାରଙ୍କ ସମସ୍ତ ସାଥୀମାନଙ୍କୁ ଅଭିନନ୍ଦନ।

ମୁଁ ‘ପ୍ରାକୃତିକ କୃଷି ସମ୍ମିଳନୀ’ର ଏହି ଅବସରରେ ଏହି ଅଭିଯାନ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ, ନିଜର ସମସ୍ତ କୃଷକ ସାଥୀଙ୍କୁ ଅନେକ- ଅନେକ ଶୁଭକାମନା ଜଣାଉଛି। ଯେଉଁ କୃଷକ ସାଥୀଙ୍କୁ, ସରପଂଚ ସାଥୀଙ୍କୁ ଆଜି ସମ୍ମାନିତ କରାଗଲା, ମୁଁ ସେମାନଙ୍କୁ ମଧ୍ୟ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଆଉ ବିଶେଷ କରି କୃଷକଙ୍କ ସହିତ ସରପଂଚଙ୍କ ଭୂମିକା ହେଉଛି ବହୁତ ପ୍ରଶଂସନୀୟ। ସେମାନେ ମଧ୍ୟ ଏହି ଗୁରୁଦାୟିତ୍ୱ ତୁଲାଇଛନ୍ତି ଆଉ ଏଥିପାଇଁ ଆମର ଏହି ସମସ୍ତ ସରପଂଚ ଭାଇ- ଭଉଣୀ ମଧ୍ୟ ସେତିକି ହିଁ ପ୍ରଶଂସାର ପାତ୍ର। କୃଷକମାନେ ହିଁ ତ ପ୍ରଶଂସାର ଯୋଗ୍ୟ। 

ସାଥୀଗଣ,

ସ୍ୱାଧୀନତାର 75 ବର୍ଷର ନିମନ୍ତେ, ଦେଶ ଏଭଳି ଅନେକ ଲକ୍ଷ୍ୟଗୁଡ଼ିକ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଛି, ଯାହା ଆଗାମୀ ସମୟରେ ବଡ଼ ପରିବର୍ତନର ଆଧାର ହେବାକୁ ଯାଉଛି। ଅମୃତକାଳରେ ଦେଶର ଗତି- ପ୍ରଗତିର ଆଧାର ସମସ୍ତଙ୍କର ପ୍ରୟାସର ହେଉଛି ସେହି ଭାବନା, ଯାହା ଆମର ଏହି ବିକାଶ ଯାତ୍ରାର ନେତୃତ୍ୱ କରୁଛି। ବିଶେଷ ରୂପେ ଗାଁ- ଗରିବ ଆଉ କୃଷକଙ୍କ ପାଇଁ ଯେଉଁ ମଧ୍ୟ କାର୍ଯ୍ୟ ହେଉଛି, ସେଗୁଡ଼ିକର ନେତୃତ୍ୱ ମଧ୍ୟ ଦେଶବାସୀ ଏବଂ ଗ୍ରାମପଂଚାୟତ ଗୁଡ଼ିକୁ ଦିଆ ଯାଇଛି। ମୁଁ ଗୁଜରାଟରେ ପ୍ରାକୃତିକ କୃଷିର ଏହି ମିଶନକୁ କ୍ରମାଗତ ଭାବେ ନିକଟରୁ ଦେଖୁଛି। ଆଉ ଏହାର ପ୍ରଗତିକୁ ଦେଖି ମୋତେ ପ୍ରକୃତରେ ଆନନ୍ଦ ମିଳୁଛି ଆଉ ବିଶେଷ କରି କୃଷକ ଭାଇ ଓ ଭଉଣୀମାନେ ଏହି କଥାକୁ ନିଜ ମନରେ ଭାବି ନେଇଛନ୍ତି ଆଉ ହୃଦୟର ସହିତ ଆପଣାଇଛନ୍ତି, ଏହାଠାରୁ ବଳି ଭଲ ପ୍ରସଙ୍ଗ ଆଉ କିଛି ହୋଇ ନ ପାରେ। ସୁରଟରେ ପ୍ରତ୍ୟେକ ଗ୍ରାମ ପଂଚାୟତରୁ 75 କୃଷକଙ୍କୁ ଚିହ୍ନଟ କରିବା ପାଇଁ ଗ୍ରାମ ସମିତି, ତାଲୁକ ସମିତି ଏବଂ ଜିଲ୍ଲା ସମିତି ଗଠନ କରାଗଲା। ଗାଁ ସ୍ତରରେ ଟିମ୍ ଗଠନ କରାଗଲା, ଟିମ୍ ଲିଡର କରାଗଲା, ତାଲୁକରେ ନୋଡାଲ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ମୋତେ ଅବଗତ କରାଯାଇଛି ଯେ ଏହି ସମୟ ମଧ୍ୟରେ କ୍ରମାଗତ ଭାବେ ତାଲିମ କାର୍ଯ୍ୟକ୍ରମ ଏବଂ କର୍ମଶାଳାର ଆୟୋଜନ ମଧ୍ୟ କରାଗଲା। ଆଉ ଆଜି, ଏତେ କମ୍ ସମୟ ମଧ୍ୟରେ ସାଢ଼େ ପାଂଚ ଶହରୁ ଅଧିକ ପଂଚାୟତରୁ 40 ହଜାରରୁ ଅଧିକ କୃଷକ ପ୍ରାକୃତିକ କୃଷି ସହିତ ଜଡ଼ିତ ହୋଇ ସାରିଛନ୍ତି। ଅର୍ଥାତ ଏକ ଛୋଟିଆ ଅଂଚଳରେ ଏତେ ବଡ଼ କାର୍ଯ୍ୟ, ଏହା ହେଉଛି ଏକ ଉତମ ଶୁଭାରମ୍ଭ। ଏହା ହେଉଛି ଉତ୍ସାହ ଜାଗ୍ରତ କରିବା ଭଳି ଶୁଭାରମ୍ଭ ଆଉ ଏହାଦ୍ୱାରା ପ୍ରତ୍ୟେକ କୃଷକଙ୍କ ହୃଦୟରେ ଏକ ବିଶ୍ୱାସ ଜାଗ୍ରତ ହୋଇଛି। ଆଗାମୀ ସମୟରେ ଆପଣ ସମସ୍ତଙ୍କର ଚେଷ୍ଟା, ଆପଣ ସମସ୍ତଙ୍କର ଅନୁଭବ ଦ୍ୱାରା ସମଗ୍ର ଦେଶର କୃଷକ ବହୁତ କିଛି ଜାଣି ପାରିବେ, ବୁଝିପାରିବେ, ଶିଖିପାରିବେ। ସୁରଟରୁ ବିକଶିତ ହୋଇକଥିବା ପ୍ରାକୃତିକ କୃଷିର ମଡେଲ, ସମଗ୍ର ହିନ୍ଦୁସ୍ତାନର ମଡେଲ ମଧ୍ୟ ହୋଇ ପାରିବ।

ଭାଇ ଓ ଭଉଣୀମାନେ,

ଯେତେବେଳେ କୌଣସି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଦେଶବାସୀ ନିଜେ ସଂକଳ୍ପବଦ୍ଧ ହୋଇ ଯାଆନ୍ତି, ତେବେ ସେହି ଲକ୍ଷ୍ୟକୁ ହାସଲ କରିବାରେ ଆମକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନଥାଏ, ଆଉ ନା ହିଁ ଆମକୁ କୌଣସି ଥକାପଣ ଅନୁଭବ ହୋଇଥାଏ। ଯେତେବେଳେ ବଡ଼ରୁ ଅତି ବଡ଼ କାର୍ଯ୍ୟ ଜନ ଭାଗିଦାରୀର ଶକ୍ତି ଦ୍ୱାରା ହୋଇଥାଏ, ତେବେ ତାହାର ସଫଳତା ନିଜେ ଦେଶର ଲୋକମାନେ ସୁନିଶ୍ଚିତ କରିଥାଆନ୍ତି। ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାଣି ପହଂଚାଇବା ପାଇଁ ଏତେ ବଡ଼ ମିଶନର ଦାୟିତ୍ୱ ଦେଶର ଗାଁ ଏବଂ ଗାଁର ଲୋକମାନଙ୍କର, ଗାଁରେ ଗଠନ କରାଯାଇଥିବା ପାଣି ସମିତିମାନ ଏହିମାନେ ତ’ ସବୁକିଛି ଦାୟିତ୍ୱ ତୁଲାଉଛନ୍ତି। ସ୍ୱଚ୍ଛ ଭାରତ ଭଳି ଏତେ ବଡ଼ ଅଭିଯାନ, ଯାହାର ପ୍ରଶଂସା ଆଜି ସମସ୍ତ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକ ମଧ୍ୟ କରୁଛନ୍ତି, ତାହାର ସଫଳତାର ମଧ୍ୟ ବଡ଼ ଶ୍ରେୟ ହେଉଛି ଆମର ଗାଁଗୁଡ଼ିକୁ। ଏହିଭଳି ଭାବେ, ଡିଜିଟାଲ ଇଣ୍ଡିଆ ମିଶନର ଅସାଧାରଣ ସଫଳତା ମଧ୍ୟ ହେଉଛି ସେହି ଲୋକମାନଙ୍କୁ ଦେଶର ଉତର ଯେଉଁମାନେ କହୁଥିଲେ ଗାଁରେ ପରିବର୍ତନ ଆଣିବା ସହଜ ନୁହେଁ। ଏକ ପ୍ରକାରର ମନ କରି ନେଇଥିଲେ ଲୋକମାନେ, ଭାଇ ଗାଁରେ ତ ଏହିପରି ଜୀଇଁବାକୁ ପଡ଼ିବ, ଏହିଭଳି ଭାବେ ଜୀବନ ଅତିବାହିତ କରିବାକୁ ପଡ଼ିବ। ଗାଁରେ କୌଣସି ପରିବର୍ତନ ହୋଇ ପାରିବ ନାହିଁ, ଏହିଭଳି ଧରି ନେଇ ବସିଥିଲେ। ଆମ ଗାଁଗୁଡ଼ିକ ଦେଖାଇ ଦେଇଛନ୍ତି ଯେ ଗାଁରେ ନା କେବଳ ପରିବର୍ତନ ଆଣି ପାରିବା ବରଂ ପରିବର୍ତନର ନେତୃତ୍ୱ ମଧ୍ୟ ନେଇ ପାରିବେ। ପ୍ରାକୃତିକ କୃଷିକୁ ନେଇ ଦେଶର ଏହି ଜନ- ଆନ୍ଦୋଳନ ମଧ୍ୟ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ରୂପରେ ସଫଳ ହେବ। ଯେଉଁ କୃଷକ ଏହି ପରିବର୍ତନ ସହିତ ଯେତେ ଶୀଘ୍ର ଯୋଡ଼ିହେବେ, ସେ ସଫଳତାର ସେତିକି ହିଁ ଶିଖରକୁ ଛୁଇଁ ପାରିବେ।

ସାଥୀଗଣ,

ଆମର ଜୀବନ, ଆମର ସ୍ୱାସ୍ଥ୍ୟ, ଆମର ସମାଜ, ସବୁର ଆଧାରରେ ଆମର କୃଷି ବ୍ୟବସ୍ଥା ହିଁ ରହିଛି। ଆମର ଏଠାରେ କୁହାଯାଏ ନା ଯେପରି ଅନ୍ନ ସେପରି ମନ। ଭାରତ ସ୍ୱଭାବ ଏବଂ ସଂସ୍କୃତିରେ ହେଉଛି କୃଷି ଆଧାରିତ ଦେଶ। ତେଣୁ, ଯେପରି ଆମର କୃଷକ ଆଗକୁ ବଢ଼ିବେ, ସେପରି ଆମର କୃଷି ଉନ୍ନତ ଏବଂ ସମୃଦ୍ଧ ହେବ, ସେମିତି ହିଁ ଆମର ଦେଶ ଆଗକୁ ବଢ଼ିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ମୁଁ ଦେଶର କୃଷକମାନଙ୍କୁ ପୁଣି ଆଉ ଗୋଟିଏ କଥା ମନେ ପକାଇ ଦେବାକୁ ଚାହୁଁଛି। ପ୍ରାକୃତିକ କୃଷି ଆର୍ଥିକ ସଫଳତାର ମଧ୍ୟ ହଉଛି ଏକ ମାଧ୍ୟମ, ଆଉ ତାହାଠାରୁ ମଧ୍ୟ ବଡ଼ କଥା ହେଉଛି ଏହା ହେଉଛି ଆମର ମାଆ, ଆମର ଧରଣୀ ମାଆ ଆମ ପାଇଁ, ଆମର ଏହି ଧରଣୀ ମାଆ, ଆମେ ପ୍ରତିଦିନ ଯାହାର ପୂଜା କରୁ, ସକାଳେ ବିଛଣାରୁ ଉଠି ପ୍ରଥମେ ଧରଣୀ ମାଆକୁ କ୍ଷମା ପ୍ରାର୍ଥନା କରୁ, ଏହା ହେଉଛି ଆମର ସଂସ୍କାର। ଏହି ଧରଣୀ ମାଆର ସେବା ଆଉ ମାଟି ମାଆର ସେବାର ମଧ୍ୟ ଏହା ହେଉଛି ଏକ ବହୁତ ବଡ଼ ମାଧ୍ୟମ। ଆଜି ଯେତେବେଳେ ପ୍ରାକୃତିକ କୃଷି କରୁଛେ ସେତେବେଳେ କୃଷି ପାଇଁ ଜରୁରୀ ସଂସାଧନ ଆପଣମାନେ ଚାଷ ଏବଂ ଚାଷ ସହିତ ଜଡ଼ିତ ଉତ୍ପାଦରୁ ଯୋଗାଡ଼ କରୁଛନ୍ତି। ଗାଈ ଏବଂ ପଶୁଧନ ମାଧ୍ୟମରେ ଆପଣ ‘ଜୀବାମୃତ’ ଏବଂ ‘ଘନ ଜୀବାମୃତ’ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା କୃଷି ପାଇଁ ଆବଶ୍ୟକୀୟ ବ୍ୟୟ ହ୍ରାସ ପାଇଥାଏ। ଖର୍ଚ୍ଚ କମ୍ ହୋଇଥାଏ। ଏହା ସହିତ, ପଶୁଧନ ଆୟର ଅତିରିକ୍ତ ସ୍ରୋତ ମଧ୍ୟ ଖୋଲିଥାଏ। ଏହି ପଶୁଧନରେ ପୂର୍ବରୁ ଯେଉଁ ଆୟ ହେଉଥିଲା, ସେଥିରେ ଆୟ ବଢ଼ିଥାଏ। ଏହିଭଳି ଭାବେ, ଯେତେବେଳେ ଆପଣ ପ୍ରାକୃତିକ କୃଷି କରୁଛନ୍ତି ସେତେବେଳେ ଆପଣ ଧରଣୀ ମାଆର ସେବା କରୁଛନ୍ତି, ମାଟିର ଗୁଣାତ୍ମକ ମାନ, ମାଟିର ଅବସ୍ଥା ତାହାର ଉତ୍ପାଦକତା ରକ୍ଷା କରୁଛନ୍ତି। ଯେତେବେଳେ ଆପଣ ପ୍ରାକୃତିକ କୃଷି କରୁଛନ୍ତି ସେତେବେଳେ ଆପଣ ପ୍ରକୃତି ଏବଂ ପର୍ଯ୍ୟାବରଣର ସେବା ମଧ୍ୟ କରୁଛନ୍ତି। ଯେତେବେଳେ ଆପଣ ପ୍ରାକୃତିକ କୃଷି ସହିତ ଜଡ଼ିତ ହେଉଛନ୍ତି ସେତେବେଳେ ଆପଣମାନଙ୍କୁ ସହଜ ଭାବେ ଗୋମାତାଙ୍କର ସେବା କରିବାର ସୌଭାଗ୍ୟ ମଧ୍ୟ ମିଳି ଯାଉଛି, ଜୀବ ସେବାର ଆଶୀର୍ବାଦ ମଧ୍ୟ ମିଳୁଛି। ଏବେ ମୋତେ ଅବଗତ କରାଯାଇଛି ଯେ, ସୁରଟରେ 40- 50 ଗୋଶାଳାଗୁଡ଼ିକ ସହିତ ଅନୁବନ୍ଧନ କରାଯାଇ ସେମାନଙ୍କୁ ଗୋ ଜୀବାମୃତ ଉତ୍ପାଦନର ଦାୟିତ୍ୱ ପ୍ରଦାନ କରାଯିବ। ଆପଣ ଚିନ୍ତା କରନ୍ତୁ, ଏହାଦ୍ୱାରା କେତେ ଗୋମାତାଙ୍କର ସେବା ହେବ। ଏହି ସବୁ ସହିତ ହିଁ, ପ୍ରାକୃତିକ କୃଷିରୁ ଉତ୍ପନ୍ନ ଅନ୍ନ ଯେଉଁ କୋଟି-କୋଟି ଲୋକଙ୍କର ପେଟ ଭରୁଛି, ସେମାନଙ୍କୁ କୀଟନାଶକ ଏବଂ ରାସାୟନିକରୁ ହେବାକୁ ଥିବା ଘାତକ ରୋଗରୁ ମଧ୍ୟ ରକ୍ଷା ମିଳି ପାରିବ। କୋଟି- କୋଟି ଲୋକଙ୍କୁ ମିଳିବାକୁ ଥିବା ଆରୋଗ୍ୟର ଏହି ଲାଭ, ଆଉ ଆମର ଏଠାରେ ସ୍ୱାସ୍ଥ୍ୟର ଆହାର ସହିତ ପ୍ରତ୍ୟକ୍ଷ ସମ୍ବନ୍ଧକୁ ସ୍ୱୀକାର କରାଯାଇଛି। ଆପଣ କେଉଁ ପ୍ରକାରର ଆହାର ଗ୍ରହଣ କରୁଛନ୍ତି, ତାହା ଉପରେ ଆପଣଙ୍କ ଶରୀରର ସ୍ୱାସ୍ଥ୍ୟର ଆଧାର ଗଢ଼ି ଉଠିଥାଏ।

ସାଥୀଗଣ,

ଜୀବନର ଏହି ରକ୍ଷା ମଧ୍ୟ ଆମକୁ ସେବା ଆଉ ପୁଣ୍ୟର ଅଗଣିତ ସୁଯୋଗ ପ୍ରଦାନ କରୁଛି। ତେଣୁ, ପ୍ରାକୃତିକ କୃଷି ବ୍ୟକ୍ତିଗତ ଖୁସ ସମୃଦ୍ଧିର ରାସ୍ତା ହିଁ ଖୋଲିଥାଏ, ଏହା ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟଃ’ ଏହି ଭାବନାକୁ ମଧ୍ୟ ସାକାର କରିଥାଏ।

ସାଥୀଗଣ,

ଆଜି ସମଗ୍ର ବିଶ୍ୱ ‘ନିରନ୍ତର ଜୀବନ ଶୈଳୀ’ର କଥା କହୁଛନ୍ତି, ବିଶୁଦ୍ଧ ଖାଦ୍ୟ-ପେୟର କଥା କହୁଛନ୍ତି। ଏହା ହେଉଛି ଏପରି ଏକ କ୍ଷେତ୍ର, ଯେଉଁଥିରେ ଭାରତ ପାଖରେ ହଜାର- ହଜାର ବର୍ଷର ଜ୍ଞାନ ଏବଂ ଅନୁଭବ ରହିଛି। ଆମେ ଶତାବ୍ଦୀ ଶତାବ୍ଦୀ ଧରି ଏହି ଦିଗରେ ବିଶ୍ୱର ନେତୃତ୍ୱ ନେଇଛୁ। ଏଥିପାଇଁ, ଆଜି ଆମ ପାଖରେ ସୁଯୋଗ ରହିଛି ଯେ ଆମେ ପ୍ରାକୃତିକ କୃଷି ଭଳି ଅଭିଯାନ ଗୁଡ଼ିକରେ ଆଗକୁ ଆସି କୃଷି ସହିତ ଜଡ଼ିତ ବୈଶ୍ୱିକ ସମ୍ଭାବନା ଗୁଡ଼ିକର କାର୍ଯ୍ୟ ସମସ୍ତଙ୍କ ପର୍ଯ୍ୟନ୍ତ ଏହାର ଲାଭକୁ ପହଂଚାଇବା। ଦେଶ ଏହି ଦିଗରେ ବିଗତ 8 ବର୍ଷ ଧରି ଗମ୍ଭୀରତାର ସହିତ କାର୍ଯ୍ୟ କରୁଛି। ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଏବଂ ‘ଭାରତୀୟ କୃଷି ପଦ୍ଧତି’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି କୃଷକଙ୍କୁ ସଂସାଧନ, ସୁବିଧା ଆଉ ସହଯୋଗ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ ଦେଶରେ 30 ହଜାର କ୍ଲଷ୍ଟର୍ସ ନିର୍ମାଣ କରାଯାଇଛି, ଲକ୍ଷ- ଲକ୍ଷ କୃଷକଙ୍କୁ ଏହାର ଲାଭ ମିଳୁଛି। ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ମାଧ୍ୟମରେ ଦେଶର ପ୍ରାୟ 10 ଲକ୍ଷ ହେକ୍ଟର ଜମିରେ ବ୍ୟାପକ ଭାବେ ଚାଷ କରାଯିବ। ଆମେ ପ୍ରାକୃତିକ କୃଷିର ସାଂସ୍କୃତିକ, ସାମାଜିକ ଏବଂ ଜୈବ ବିବିଧତା ସହିତ ଜଡ଼ିତ ପ୍ରଭାବଗୁଡ଼ିକୁ ଦେଖି ଏହାକୁ ନମାମୀ ଗଙ୍ଗେ ପରିଯୋଜନା ସହିତ ମଧ୍ୟ ଯୋଡ଼ିଛୁ। ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଆଜି ଦେଶରେ ଗଙ୍ଗା କୂଳରେ ଭିନ୍ନ ଭିନ୍ନ ଭାବେ ଅଭିଯାନ ଚଳାଯାଉଛି, କରିଡର ପ୍ରସ୍ତୁତ କରାଯାଉଛି। ପ୍ରାକୃତିକ କୃଷିର ଉତ୍ପାଦନର ବଜାରରେ ଭିନ୍ନ ପ୍ରକାରର ଚାହିଦା ରହିଥାଏ, ତାହାର ମୂଲ୍ୟ ମଧ୍ୟ ଅଧିକ ମିଳିଥାଏ। ଏବେ ମୁଁ ଦାହୋଦ ଆସିଥିଲି, ତେବେ ଦାହୋଦରେ ମୋତେ ଆମର ଆଦିବାସୀ ଭଉଣୀମାନେ ସାକ୍ଷାତ କରିଥିଲେ ଆଉ ସେହି ଲୋକମାନେ ପ୍ରାକୃତିକ କୃଷି କାର୍ଯ୍ୟ କରୁଥିଲେ ଆଉ ସେମାନେ ଏହା କହିଲେ ଯେ ଆମର ତ ଗୋଟିଏ ମାସ ପୂର୍ବରୁ ଅଗ୍ରୀମ ବରାଦ ହୋଇ ଯାଇଥାଏ। ଆଉ ପ୍ରତିଦିନର ଆମର ଯେଉଁ ପନିପରିବା ରହିଛି, ତାହା ପ୍ରତ୍ୟେକ ଦିନ ବିକ୍ରି ହୋଇ ଯାଇଥାଏ, ତାହା ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ଯେପରି ଗଙ୍ଗାର ଆଖପାଖରେ ପାଂଚ- ପାଂଚ କିଲୋମିଟର ପ୍ରାକୃତିକ କୃଷିର ଅଭିଯାନ ଚଲାଯାଉଛି। ଯାହା ଫଳରେ ନଦୀ ଭିତରକୁ କୌଣସି ରସାୟନିକ ପଦାର୍ଥ ଯାଇ ନପାରୁ, ପିଇବାରେ ମଧ୍ୟ ରାସାୟନିକ ପଦାର୍ଥଯୁକ୍ତ ପାଣି ପେଟକୁ ନ ଯାଉ। ଭବିଷ୍ୟତରେ ଆମେ ତାପୀର ଦୁଇ କୂଳରେ, ମାଆ ନର୍ମଦାଙ୍କ ଦୁଇ କୂଳରେ ମଧ୍ୟ ଆମେ ଏହିସବୁ ପ୍ରୟୋଗ କରିପାରିବୁ। ଆଉ ଏଥିପାଇଁ, ଆମେ ପ୍ରାକୃତିକ କୃଷିର ଉତ୍ପାଦନକୁ ପ୍ରମାଣନ କରିବା ପାଇଁ, କାରଣ ଏଥିରୁ ଯେଉଁ ଉତ୍ପାଦନ ହେବ, ତାହାର ବିଶେଷତା ରହିଥିବା ଆବଶ୍ୟକ, ତାହାର ପରିଚୟ ହେବା ଆବଶ୍ୟକ ଆଉ ଏଥିପାଇଁ କୃଷକମାନଙ୍କୁ ଅଧିକ ପଇସା ମିଳିବା ଦରକାର, ଏଥିପାଇଁ ଆମେ ଏହାକୁ ପ୍ରମାଣନ କରିବା ପାଇଁ ବ୍ୟବସ୍ଥା କରିଛୁ। ତାହାକୁ ପ୍ରମାଣିତ କରିବା ପାଇଁ ଗୁଣାତ୍ମକ ମାନର ବ୍ୟବସ୍ଥା ମଧ୍ୟ କରିଛୁ। ଏହି ପ୍ରକାରର ପ୍ରମାଣିତ ଫସଲ ଆମର କୃଷକ ଭଲ ମୂଲ୍ୟରେ ରପ୍ତାନୀ କରୁଛନ୍ତି। ଆଜି ବିଶ୍ୱ ବଜାରରେ ରାସାୟନିକ ମୁକ୍ତ ଉତ୍ପାଦନ ଏହା ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ପାଲଟିଛି। ଆମକୁ ଏହାର ଲାଭ ଦେଶର ଅଧିକରୁ ଅଧିକ କୃଷକଙ୍କ ନିକଟରେ ପହଂଚାଇବାକୁ ହେବ ।

ସାଥୀଗଣ,

ସରକାରଙ୍କ ଉଦ୍ୟମ ସହିତ ଆମକୁ ଏହି ଦିଗରେ ଆମର ପ୍ରାଚୀନ ଜ୍ଞାନ ଆଡ଼କୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ । ଆମର ଏଠାରେ ବେଦଠାରୁ ଆରମ୍ଭ କରି କୃଷି ଗ୍ରନ୍ଥ ଏବଂ କୌଟିଲ୍ୟ, ବରାହମିହିରଙ୍କ ଭଳି ବିଦ୍ବାନମାନଙ୍କ ପର୍ଯ୍ୟନ୍ତ, ଆମର ପ୍ରାକୃତିକ କୃଷି ସମ୍ବନ୍ଧୀୟ ଜ୍ଞାନର ଏକ ବିଶାଳ ଭଣ୍ଡାର ଅଛି। ଆଚାର୍ଯ୍ୟ ଦେବବ୍ରତ ମହାଶୟ ଆମ ମଧ୍ୟରେ ଅଛନ୍ତି, ସେ ମଧ୍ୟ ଏହି ବିଷୟରେ ବହୁତ ଜ୍ଞାନ ହାସଲ କରିଛନ୍ତ ଏବଂ ସେ ତାହାକୁ ନିଜ ଜୀବନର ମନ୍ତ୍ର କରିଛନ୍ତି, ଅନେକ ପରୀକ୍ଷା କରି ନିଜେ ସଫଳତା ପାଇଛନ୍ତି ଏବଂ ବର୍ତ୍ତମାନ ଗୁଜରାଟର କୃଷକମାନଙ୍କୁ ସେହି ସଫଳତାର ଲାଭ ମିଳୁ ଏଥିପାଇଁ ସେ ମନପ୍ରାଣ ଦେଇ ଲାଗିଛନ୍ତି । କିନ୍ତୁ, ସାଥୀଗଣ, ମୁଁ ଯେତିକି ଜାଣେ, ମୁଁ ଦେଖିଛି ଯେ ଆମର ଶାସ୍ତ୍ରରୁ ନେଇ ଲୋକ-ଜ୍ଞାନ ପର୍ଯ୍ୟନ୍ତ, ଲୋକ କଥାରେ ଯାହା କୁହାଯାଇଛି ସେଥିରେ କେତେ ଗଭୀର ସୂତ୍ର ଲୁଚି ରହିଛି। ନିଜେ ଜାଣିଥିବା ତଥ୍ୟକୁ ଆମର ଏଠାରେ ଘାଘ ଏବଂ ଭଡ୍ଡରୀଙ୍କ ଭଳି ବିଦ୍ବାନମାନେ ସରଳ ଭାଷାରେ କୃଷି ମନ୍ତ୍ରକୁ ସାଧାରଣ ଜନତାଙ୍କ ନିକଟରେ ଉପଲବ୍ଧ କରାଇଛନ୍ତି । ଯେପରି ଏକ ପ୍ରବାଦ ଅଛି, ଏବେ ପ୍ରତ୍ୟେକ କୃଷକ ଏହି ପ୍ରବାଦ ଜାଣନ୍ତି - 'ଗୋବର, କାଦୁଅ, ନିମର ପିଡିଆ, ଏଥିରେ ଖେତରେ ଦୁଇଗୁଣ ଫଳେ’। ଅର୍ଥାତ୍ ଯଦି ଗାଈ ଗୋବର ଏବଂ ନିମ ପିଡିଆ କ୍ଷେତରେ ପଡ଼େ, ତେବେ ଫସଲ ଦ୍ୱିଗୁଣିତ ହୁଏ । ସେହିଭଳି, ଆଉ ଏକ ପ୍ରଚଳିତ କଥା ଅଛି, ବାକ୍ୟଟି ହେଉଛି- 'ଖତ ପକାଇ ଗଭୀରତା ପର୍ଯ୍ୟନ୍ତ ଚାଷ କରନ୍ତୁ, ତା’ପରେ ଚାଷର ମଜା ଦେଖାନ୍ତୁ'। ଅର୍ଥାତ କ୍ଷେତରେ ଖତ ପକାଇ ତା’ପରେ ହଳ କରି ଚାଷର ମଜା ଦେଖିବାକୁ ମିଳିଥାଏ, ତାହାର ଶକ୍ତି ଜଣା ପଡିଥାଏ । ମୁଁ ଚାହିଁବି ଯେ ଏଠାରେ ଯେଉଁ ସଂସ୍ଥା ଅଛି, ଏନଜିଓ ଏବଂ ବିଶେଷଜ୍ଞମାନେ ବସିଛନ୍ତି ସେମାନେ ଏହା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ଖୋଲା ମନରେ ନିଜର ବିଶ୍ୱାସକୁ ଅନୁଧ୍ୟାନ କରନ୍ତୁ । ସେହି ପୁରୁଣା ଅନୁଭୂତିରୁ କ’ଣ ବାହାରକୁ ଆସିପାରେ, ସାହସର ସହିତ ଆଗକୁ ଆସିବାକୁ ମୋର ବୈଜ୍ଞାନିକମାନଙ୍କୁ ଏକ ବିଶେଷ ଅନୁରୋଧ। ଆମେ ନୂଆ ନୂଆ ଗବେଷଣା କରିବା, ଆମର ଉପଲବ୍ଧ ସମ୍ବଳ ଆଧାରରେ ଆମର କୃଷକଙ୍କୁ କିପରି ଶକ୍ତିଶାଳୀ କରିବା, ଆମର କୃଷିକୁ କିପରି ସୁଦୃଢ କରିବା, ଆମ ଧରଣୀ ମାତାକୁ କିପରି ସୁରକ୍ଷିତ ରଖିବା, ତାହା ଉପରେ ଆମର ବୈଜ୍ଞାନିକମାନେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଦାୟିତ୍ବର ସହିତ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ। ସମୟ ଅନୁସାରେ କିପରି କୃଷକମାନଙ୍କ ପାଖରେ ଏହି ସବୁ କଥା ପହଞ୍ଚି ପାରିବ, ବିଜ୍ଞାନାଗାରରେ ପ୍ରମାଣିତ ବୈଜ୍ଞାନିକ ତଥ୍ୟ କିପରି କୃଷକଙ୍କ ଭାଷାରେ କୃଷକଙ୍କ ନିକଟରେ ପହଞ୍ଚିବ । ମୁଁ ନିଶ୍ଚିତ ଯେ ପ୍ରାକୃତିକ କୃଷି ମାଧ୍ୟମରେ ଦେଶ ଯେଉଁ ଶୁଭାରମ୍ଭ କରିଛି, ତାହାଦ୍ବାରା ନା କେବଳ ଅନ୍ନାଦାତାଙ୍କ ଜୀବନ ସୁଖମୟ ହେବ, ବରଂ ଏକ ନୂତନ ଭାରତ ପାଇଁ ମଧ୍ୟ ପଥ ପ୍ରଶସ୍ତ ହେବ। ମୁଁ କାଶୀ କ୍ଷେତ୍ରରୁ ଲୋକସଭାର ଜଣେ ସଦସ୍ୟ, ତେଣୁ ଯେତେବେଳେ ମଧ୍ୟ ମୁଁ କାଶୀ ଚାଷୀଙ୍କୁ ଭେଟିବାର ସୁଯୋଗ ପାଏ, କଥାବାର୍ତ୍ତା ହୁଏ, ମୁଁ ଖୁସି ଯେ ମୋ କାଶୀ ଅଞ୍ଚଳର କୃଷକମାନେ ପ୍ରାକୃତିକ କୃଷି ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି, ସେମାନେ ନିଜେ ପ୍ରୟୋଗ କରନ୍ତି, ଦିନରାତି କଠିନ ପରିଶ୍ରମ କରନ୍ତି ଏବଂ ଏବେ ସେମାନେ ଅନୁଭବ କରିବାକୁ ଲାଗିଲେଣି ଯେ ବର୍ତ୍ତମାନ ସେମାନଙ୍କ ଦ୍ବାରା ଯାହା ଉତ୍ପାଦିତ ହୋଇଛି, ତାହା ବିଶ୍ବ ବଜାରରେ ବିକ୍ରି ହେବାକୁ ପ୍ରସ୍ତୁତ ହୋଇଯାଇଛି ଆଉ ସେଥିପାଇଁ ମୁଁ ଚାହିଁବି ଯେ ସୁରଟର ବୋଧହୁଏ, ଏପରି କୌଣସି ଏକ ଗାଁ ନଥିବ ଯେଉଁଠାର ଲୋକମାନେ ବିଦେଶରେ ନ ଥିବେ, ସୁରଟର ଏକ ବିଶେଷ ପରିଚୟ ଅଛି, ଆଉ ଏଥିପାଇଁ ସୁରଟର ପଦକ୍ଷେପ, ଏହା ନିଜକୁ ନିଜେ ଉଜ୍ଜ୍ୱଳ ହୋଇ ଉଠିବ।

ସାଥୀଗଣ,

ଆପଣମାନେ ଯେଉଁ ଅଭିଯାନ ଚଳାଇଛନ୍ତି ପ୍ରତ୍ୟେକ ଗାଁର 75 କୃଷକ, ଆଉ ମୋର ଦୃଢ ବିଶ୍ବାସ ଯେ ଆଜି ଆପଣ ଯଦିଓ 75 କୃଷକଙ୍କ ଲକ୍ଷ୍ୟ ରଖିଛନ୍ତି, ଦେଖିବେ ଦିନେ ଗାଁରେ 750 କୃଷକ ପ୍ରସ୍ତୁତ ହୋଇଯାଇଥିବେ, ଆଉ ପୁଣି ସମୟ ଆସିବ ଏହି କାର୍ଯ୍ୟ ପାଇଁ ସମଗ୍ର ଜିଲ୍ଲା ପ୍ରସ୍ତୁତ ହୋଇଯାଇଥିବ । ସେତେବେଳେ ବିଶ୍ବର କ୍ରେତାମାନେ, ସେମାନେ ଠିକଣା ଖୋଜି ଖୋଜି ଆପଣମାନଙ୍କ ପାଖକୁ ଆସିବେ କହିବେ ଭାଇ, ଏଠାରେ ରାସାୟନିକ ପଦାର୍ଥ ନାହିଁ, ଔଷଧ ନାହିଁ, ସାଧା ସିଧା ପ୍ରାକୃତିକ ଉତ୍ପାଦ ଅଛି, ତେଣୁ ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଦୁଇ ପଇସା ଅଧିକ ଦେଇ ଏହି ସାମଗ୍ରୀ କିଣି ନେଇଯିବେ । ସୁରଟ ସହରକୁ ସମସ୍ତ ପନିପରିବା ଆପଣଙ୍କ ଏଠାରୁ ଯାଇଥାଏ, ଯଦି ସୁରଟ ସହରକୁ ଜଣାପଡିବ ଯେ, ଆପଣଙ୍କର ପନିପରିବା ହେଉଛି ପ୍ରାକୃତିକ ଚାଷର, ମୋର ଦୃଢ ବିଶ୍ବାସ ଯେ ଆମର ସୁରତି ଲୋକମାନେ ଏହି ସମୟର ଶିଳ୍ପ ଏବଂ ଏହା ଆପଣଙ୍କର ପ୍ରାକୃତିକ ଚାଷକୁ ନେଇ କରିବେ, ଆପଣଙ୍କ ପ୍ରାକୃତିକ ପନିପରିବା ଫସଲକୁ ନେଇ ପ୍ରସ୍ତୁତ କରିବେ। ଆଉ ତା’ପରେ ସୁରଟ ଲୋକମାନେ ବୋର୍ଡ ଲାଗାଇବେ ପ୍ରାକୃତିକ ଚାଷ ପନିପରିବାର ଭଣ୍ଡାର । ଆପଣ ଦେଖିବେ ଏହି କ୍ଷେତ୍ରରେ ଏକ ବଜାର ସୃଷ୍ଟି ହେଉଛି । ସୁରଟର ନିଜସ୍ୱ ଶକ୍ତି ଅଛି, ସୁରଟର ଲୋକମାନେ ଯେପରି ହୀରାକୁ ତେଲ ଲଗାଉଛନ୍ତି, ସେହିପରି ଏହାକୁ ମଧ୍ୟ ତେଲ ଲଗାଇଦେବେ, ତେଣୁ ସୁରଟରେ ଏ ଯେଉଁ ଅଭିଯାନ ଚାଲିଛି, ତାହାର ଲାଭ ଉଠାଇବାକୁ ସମସ୍ତ ଲୋକ ଆଗେଇ ଆସିବେ । ଆପଣ ସମସ୍ତଙ୍କ ସହିତ କଥା ହେବାର ସୁଯୋଗ ମିଳିଲା, ଏପରି ଏକ ଭଲ ଅଭିଯାନ ଆରମ୍ଭ କରିଛନ୍ତି, ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଉଛି । ଆଉ ଏହା ସହିତ, ଆପଣ ସମସ୍ତଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ।

ଅନେକ ଅନେକ ଶୁଭକାମନା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
18% tariffs, boosts to exports, agriculture protected: How India benefits from trade deal with US? Explained

Media Coverage

18% tariffs, boosts to exports, agriculture protected: How India benefits from trade deal with US? Explained
NM on the go

Nm on the go

Always be the first to hear from the PM. Get the App Now!
...
PM Modi congratulates Sanae Takaichi on her landmark victory in Japan’s House of Representatives elections
February 08, 2026

The Prime Minister, Shri Narendra Modi has congratulated H.E. Sanae Takaichi on her landmark victory in the elections to the House of Representatives of Japan.

The Prime Minister said that the Special Strategic and Global Partnership between India and Japan plays a vital role in enhancing global peace, stability and prosperity.

The Prime Minister expressed confidence that under H.E. Takaichi’s able leadership, the India-Japan friendship will continue to reach greater heights.

The Prime Minister wrote on X;

“Congratulations Sanae Takaichi on your landmark victory in the elections to the House of Representatives!

Our Special Strategic and Global Partnership plays a vital role in enhancing global peace, stability and prosperity.

I am confident that under your able leadership, we will continue to take the India-Japan friendship to greater heights.

@takaichi_sanae”