କୁଶୀନଗରଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ
“ଯେତେବେଳେ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ସେତେବେଳେ ସ୍ୱପ୍ନ ପାଇଁ ସାହସ ଆସିବା ସହ ତାକୁ ସାକାର କରିବାକୁ ସ୍ୱପ୍ନ ମଧ୍ୟ ଜନ୍ମନିଏ”
“ଉତ୍ତରପ୍ରଦେଶ ଛଅ-ସାତ ଦଶନ୍ଧି ଧରି ସୀମାବଦ୍ଧ ରହିପାରିବ ନାହିଁ । ଏ ମାଟିର ଇତିହାସ ସମୟ ବିହୀନ ଓ ଅବଦାନ ମଧ୍ୟ ସମୟହୀନ”
“ଡବଲ ଇଞ୍ଜିନ ସରକାର ପରିସ୍ଥିତିରେ ଦ୍ୱିଗୁଣ ଶକ୍ତି ସହ ଉନ୍ନତି ଆଣିଛି”
“ଉତ୍ତରପ୍ରଦେଶର ଗ୍ରାମଞ୍ଚଳରେ ସ୍ୱାମିତ୍ୱ ଯୋଜନା ସମୃଦ୍ଧିର ନୂତନ ଦ୍ୱାର ଉନ୍ମକ୍ତ କରିବାକୁ ଯାଉଛି”
“ପିଏମ୍ କିଶାନ ସମ୍ମାନନିଧିରୁ ୩୭ହଜାର କୋଟି ଟଙ୍କା ଉତ୍ତରପ୍ରଦେଶର କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି”

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭଗବାନ ବୁଦ୍ଧଙ୍କର ପରିନିର୍ବାଣ ସ୍ଥଳୀ କୁଶୀନଗର ପରଉତ୍ତରା ସଭନ କେ ପରନାମ କା ରାହଲ ବାନୀ । ଆଜି ଆମର ବିମାନବନ୍ଦରର ଉଦଘାଟନ ଏବଂ ମେଡିକାଲ କଲେଜର ଶିଳାନ୍ୟାସ ହେଲା, ଯେଉଁ ରଉରାରେ ବହୁତ ଦିନ ହେଲା ଦାବି ରହି ଆସିଥିଲା । ଏବେ ଏହିଠାରୁ ଉଡ଼ାଜାହାଜ ମଧ୍ୟ ଉଡ଼ିବ ଏବଂ ଗୁରୁତର ରୋଗର ଚିକିତ୍ସା ମଧ୍ୟ ହେବ। ଏହା ସହିତ ରଉରା ସଭନର ବହୁତ ବଡ଼ ସ୍ବପ୍ନ ମଧ୍ୟ ପୂରଣ ହୋଇ ଯାଇଛି । ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା !

ଉତରପ୍ରଦେଶର ରାଜ୍ୟାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, ୟୁପିର ଲୋକପ୍ରିୟ ଏବଂ ଯଶସ୍ୱୀ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ୟୁପି ଭାଜପାର ଉର୍ଜ୍ଜାବାନ ଅଧ୍ୟକ୍ଷ ଶ୍ରୀ ସ୍ୱତନ୍ତ୍ର ଦେବ ମହାଶୟ, ୟୁପି ସରକାରରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟପ୍ରତାପ ସାହି ମହାଶୟ, ଶ୍ରୀ ସୁରେଶ କୁମାର ଖାନ୍ନା ମହାଶୟ, ଶ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟା ମହାଶୟ, ଡକ୍ଟର ନୀଳକଣ୍ଠ ତିୱାରୀ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀ ବିଜୟ କୁମାର ଦୁବେ ମହାଶୟ, ଡକ୍ଟର ରମାପତି ରାମ ତ୍ରପାଠୀ ମହାଶୟ, ଅନ୍ୟ ଜନପ୍ରତିନିଧିଗଣ, ଆଉ ବିପୁଳ ସଂଖ୍ୟାରେ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ !! ଦୀପାବଳୀ ଏବଂ ଛଠ ପୂଜା ବହୁତ ଦୂରରେ ନାହିଁ । ଏହା ହେଉଛି ଉତ୍ସବ ଏବଂ ଉତ୍ସାହର ସମୟ । ଆଜି ମଧ୍ୟ ହେଉଛି ମହର୍ଷି ବାଲ୍ମିକୀଙ୍କର ଜୟନ୍ତୀ । ଏହି ପବିତ୍ର ଅବସରରେ ଯୋଗାଯୋଗର, ସ୍ୱାସ୍ଥ୍ୟର ଏବଂ ରୋଜଗାରର ଶହ-ଶହ କୋଟିର ନୂତନ ପ୍ରକଳ୍ପ କୁଶୀନଗରକୁ ସମର୍ପଣ କରି ମୋତେ ବହୁତ ଖୁସି ଅନୁଭବ ହେଉଛି ।

ଭାଇ ଓ ଭଉଣୀମାନେ,

ମହର୍ଷି ବାଲ୍ମିକୀ ଆମକୁ ରାମାୟଣ ମାଧ୍ୟମରେ ପ୍ରଭୁ ଶ୍ରୀରାମ ଏବଂ ମାତା ଜାନକୀଙ୍କର କେବଳ ମାତ୍ର ଦର୍ଶନ କରାଇ ନାହାଁନ୍ତି ବରଂ ସମାଜର ସାମୁହିକ ଶକ୍ତି, ସାମୁହିକ ପ୍ରୟାସ ଦ୍ୱାରା କିଭଳି ଭାବେ ଲକ୍ଷ୍ୟ ପ୍ରାପ୍ତି କରାଯାଇ ପାରିବ, ତାହାର ଜ୍ଞାନବୋଧ ମଧ୍ୟ କରାଇଛନ୍ତି । କୁଶୀନଗର ହେଉଛି ଏହି ଦର୍ଶନର ଏକ ବହୁତ ବଡ଼ ସମୃଦ୍ଧ ଏବଂ ପବିତ୍ର ସ୍ଥାନ।

ଭାଇ ଓ ଭଉଣୀମାନେ,

ନୂତନ ଅନ୍ତର୍ଜାତୀୟ ବିମାନବନ୍ଦର ଦ୍ୱାରା ଏଠାରେ ଗରିବଙ୍କ ଠାରୁ ନେଇ ମଧ୍ୟବିତଙ୍କ ପର୍ଯ୍ୟନ୍ତ, ଗାଁରୁ ନେଇ ସହର ପର୍ଯ୍ୟନ୍ତ, ସମଗ୍ର ଅଂଚଳର ଛବିକୁ ହିଁ ବଦଳାଇବାକୁ ଯ।ଉଛି । ମହାରାଜଗଞ୍ଜ ଏବଂ କୁଶୀନଗରକୁ ଯୋଡ଼ୁଥିବା ମାର୍ଗର ପ୍ରଶସ୍ତୀକରଣ ସହିତ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଉନ୍ନତ ଯୋଗାଯୋଗ ହିଁ ମିଳିବ, ରାମକୋଲା ଏବଂ ସିସୱା ଚିନି କଳ ପର୍ପ୍ୟନ୍ତ ପହଞ୍ଚିଚିବାରେ ଆଖୁ ଚାଷୀଙ୍କୁ ହେଉଥିବା ଅସୁବିଧା ମଧ୍ୟ ଦୂର ହୋଇ ପାରିବ । କୁଶୀନଗର ଏବଂ ରାଜକୀୟ ମେଡିକାଲ କଲେଜ ନିର୍ମାଣ ହେବା ଦ୍ୱାରା ଆପଣମାନଙ୍କୁ ଏବେ ଚିକିତ୍ସା ପାଇଁ ନୂତନ ସୁବିଧାମାନ ମିଳି ଯାଇଛି। ବିହାର ସୀମାବର୍ତ୍ତୀ ଅଞ୍ଚଳଗୁଡିକୁ ମଧ୍ୟ ଏହାର ଲାଭ ମିଳି ପାରିବ । ଏହିଠାରୁ ଅନେକ ଯୁବକ ଡାକ୍ତର ହେବାର ନିଜର ସ୍ୱପ୍ନକୁ ପୂରଣ କରି ପାରିବେ, ଆଉ ଆପଣମାନେ ଜାଣନ୍ତି ଆମେ ଯେଉଁ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଣିଛୁ ନା, ସେଥିରେ ନିଷ୍ପତି ନିଆଯାଇଛି ଯେ ସ୍ୱାଧୀନତାର 75 ବର୍ଷ ପରେ ଏହି ନିଷ୍ପତି ନିଆଯ।ଇଛି ଯେ ଏବେ ନିଜର ମାତୃଭାଷାରେ ପଢ଼ୁଥିବା ପିଲା ମଧ୍ୟ, ଗରିବ ମାଆର ପୁଅ ମଧ୍ୟ ଡାକ୍ତର ହୋଇ ପାରିବ, ଇଂଜିନିୟର ହୋଇ ପାରିବ, ଭାଷା ଯୋଗୁ ଏବେ ତାହାର ବିକାଶଯ।ତ୍ରାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ । ଏହିଭଳି ହିଁ ପ୍ରୟାସ ଗୁଡ଼ିକ କାରଣରୁ ପୂର୍ବାଞ୍ଚଳରେ ମସ୍ତିଷ୍କ ଜ୍ୱର ଏନସେଫାଲାଇଟିସ ଭଳି ପ୍ରାଣଘାତୀ ରୋଗରୁ ହଜାର- ହଜାର ଶିଶୁଙ୍କୁ ରକ୍ଷା କରାଯାଇ ପାରିଛି।

ସାଥୀଗଣ,

ଗଣ୍ଡକ ନଦୀର ଆଖପାଖରେ ଶହ– ଶହ ଗାଁକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଅନେକ ଗୁଡ଼ିଏ ସ୍ଥାନରେ ବନ୍ଧର ନିର୍ମାଣ ହେଉ, କୁଶୀନଗର ରାଜକୀୟ ମହାବିଦ୍ୟାଳୟର ନିର୍ମାଣ ହେଉ, ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ମହାବିଦ୍ୟାଳୟର ନିର୍ମାଣ ହେଉ, ଏହି ଅଞ୍ଚଳକୁ ଅଭାବରୁ ବାହାର କରି ଆକାଂକ୍ଷା ଆଡ଼କୁ ନେଇଯିବା । ବିଗତ 6-7 ବର୍ଷରେ ଗାଁ, ଗରିବ, ଦଳିତ, ବଂଚିତ, ପଛୁଆ, ଆଦିବାସୀ, ଏଭଳି ପ୍ରତ୍ୟେକ ବର୍ଗଙ୍କୁ ମୌଳିକ ସୁବିଧା ସହିତ ଯୋଡ଼ିବାର ଅଭିଯାନ ଦେଶରେ ଚାଲୁ ରହିଛି, ଏହା ହେଉଛି ତାହାର ଗୋଟିଏ ପ୍ରମୁଖ ଶୃଙ୍ଖଳ।

ସାଥୀଗଣ,

ଯେତେବେଳେ ମୌଳିକ ସୁବିଧା ସବୁ ମିଳିଥାଏ, ସେତେବେଳେ ବଡ଼ ସ୍ବପ୍ନ ଦେଖିବାର ସାହାସ ଏବଂ ସ୍ବପ୍ନ କୁ ପୂରଣ କରିବାର ଉତ୍ସାହ ସୃଷ୍ଟି ହୋଇଥାଏ । ଯେଉଁ ମାନେ ଗୃହହୀନ ଅଛନ୍ତି, ଝୋପଡ଼ିରେ ରହୁଛନ୍ତି, ଯେତେବେଳେ ତାଙ୍କୁ ପକ୍କା ଘର ମିଳିବ, ଯେତେବେଳେ ଘରେ ଶୌଚାଳୟ ଥିବ, ବିଜୁଳିର ସଂଯୋଗ ଥିବ, ଗ୍ୟାସର ସଂଯୋଗ ଥିବ, ପାଇପ୍ ମାଧ୍ୟମରେ ଜଳ ଆସୁଥିବ, ସେତେବେଳେ ଗରିବର ଆତ୍ମବିଶ୍ୱାସ ଅନେକ ଗୁଣ ବଢ଼ି ଯାଇଥାଏ । ଏବେ ଏହି ସୁବିଧା ଦ୍ରୁତ ଗତିରେ ଗରିବରୁ ଅତି ଗରିବଙ୍କ ପାଖରେ ପହଞ୍ଚୁଛି, ସେତେବେଳେ ଗରିବଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଅନୁଭବ ହେଉଛି ଯେ ଆଜି ଯେଉଁ ସରକାର ଅଛନ୍ତି, ସେ ତାଙ୍କର କଷ୍ଟ ବୁଝୁଛନ୍ତି, ତାଙ୍କର ବ୍ୟସ୍ତତାକୁ ମଧ୍ୟ ବୁଝୁଛନ୍ତି । ଆଜି ବହୁତ ସଚ୍ଚୋଟତାର ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାର, ୟୁପିର ବିକାଶରେ, ଏହି କ୍ଷେତ୍ରର ବିକାଶରେ ଲାଗି ପଡ଼ିଛନ୍ତି । ଡବଲ ଇଂଜିନର ସରକାର, ଡବଲ ଶକ୍ତିର ସହିତ ପରିସ୍ଥିତିକୁ ସୁଧାରିବାରେ ଲାଗିଛନ୍ତି । ନଚେତ 2017 ପୂର୍ବରୁ, ଯେତେବେଳେ ତାଙ୍କୁ ପକ୍କା ଘର ମିଳିବ, ଯେତେବେଳେ ଘରେ ଶୌଚାଳୟ ଥିବ, ବିଜୁଳିର ସଂଯୋଗ ଥିବ, ଗ୍ୟାସର ସଂଯୋଗ ଥିବ, ନଳ ମାଧ୍ୟମରେ ଜଳ ଆସୁଥିବ, ତେବେ ଗରିବର ଆତ୍ମବିଶ୍ୱାସ ଅନେକ ଗୁଣ ବଢ଼ି ଯାଇଥାଏ। ଏବେ ଏହି ସୁବିଧା ଦ୍ରୁତ ଗତିରେ ଗରିବରୁ ଅତି ଗରିବଙ୍କ ପାଖରେ ପହଂଚୁଛି, ତେବେ ଗରିବଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଅନୁଭବ ହେଉଛି ଯେ ଆଜି ଯେଉଁ ସରକାର ଅଛନ୍ତି, ସେ ତାଙ୍କର କଷ୍ଟ ବୁଝୁଛନ୍ତି, ତାଙ୍କର ବ୍ୟସ୍ତତାକୁ ମଧ୍ୟ ବୁଝୁଛନ୍ତି। ଆଜି ବହୁତ ସଚ୍ଚୋଟତାର ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାର, ୟୁପିର ବିକାଶରେ, ଏହି କ୍ଷେତ୍ରର ବିକାଶରେ ଲାଗି ପଡ଼ିଛନ୍ତି। ଡବଲ ଇଂଜିନର ସରକାର, ଡବଲ ଶକ୍ତିର ସହିତ ପରିସ୍ଥିତିକୁ ସୁଧାରିବାରେ ଲାଗିଛନ୍ତି। ନଚେତ 2017ପୂର୍ବରୁ, ଯୋଗୀ ମହାଶୟଙ୍କ ଆଗମନ ପୂର୍ବରୁ ଯେଉଁ ସରକାର ଥିଲେ, ତାଙ୍କୁ ଆପଣଙ୍କର ଅସୁବିଧା ସହିତ, ଗରିବଙ୍କ କଷ୍ଟ ପ୍ରତି କୌଣସି ଚିନ୍ତା ନଥିଲା। ସେ ଚାହୁଁ ନଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର ଲାଭ ଉତ୍ତର ପ୍ରଦେଶର ଗରିବଙ୍କ ଘର ପର୍ପ୍ୟନ୍ତ ପହଞ୍ଚୁ। ଏଥିପାଇଁ ପୂର୍ବ ସରକାରଙ୍କ ସମୟରେ, ଗରିବଙ୍କ ସହିତ ଜଡ଼ିତ, ଭିତ୍ତିଭୂମି ସହିତ ଜଡ଼ିତ ପ୍ରତ୍ୟେକ ପ୍ରକଳ୍ପରେ ୟୁପିରେ ବିଳମ୍ବ ହୋଇ ଚାଲିଲା, ସମୟ ଗଡ଼ି ଚାଲିଲା, ଆହୁରି ବିଳମ୍ବ ହୋଇ ଚାଲିଲା । ରାମ ମନୋହର ଲୋହିୟା ମହାଶୟ କହୁଥିଲେ ଯେ

-କର୍ମକୁ କରୁଣା ସହିତ ଯୋଡନ୍ତୁ, ଭରପୂର କରୁଣା ସହିତ ଯୋଡ଼ନ୍ତୁ।

କିନ୍ତୁ ଯେଉଁମାନେ ପୂର୍ବରୁ ସରକାର ଚଳାଉଥିଲେ, ସେ ଗରିବଙ୍କ କଷ୍ଟ କଥାକୁ ତିଳେ ମାତ୍ର ଚିନ୍ତା କଲେ ନାହିଁ, ପୂର୍ବର ସରକାର ନିଜର କର୍ମକୁ, ଘୋଟାଲା ବା ଭ୍ରଷ୍ଟାଚାର ସହିତ ଯୋଡ଼ିଲେ, ଅପରାଧ ସହିତ ଯେଡ଼ିଲେ । ୟୁପିର ଲୋକମାନେ ଭଲ ଭାବେ ଜାଣନ୍ତି, ଯେ ଏହି ଲୋକମାନଙ୍କର ପରିଚୟ ସମାଜବାଦୀଙ୍କ ନୁହେଁ, ପରିବାରବାଦୀଙ୍କର ହୋଇ ଯାଇଛି । ଏହି ଲୋକମାନେ କେବଳ ମାତ୍ର ନିଜ ପରିବାରର ମଙ୍ଗଳ କଥା ଚିନ୍ତା କଲେ, ସମାଜର ଏବଂ ଉତ୍ତର ପ୍ରଦେଶ କଥା ଭୁଲିଗଲେ।

ସାଥୀଗଣ,

ଦେଶର ଏତେ ବଡ଼ ରାଜ୍ୟ, ଏତେ ବଡ଼ ଜନସଂଖ୍ୟା ସମ୍ପନ୍ନ ରାଜ୍ୟ ହୋଇଥିବା କାରଣରୁ, ଗୋଟିଏ ସମୟରେ ଉତ୍ତରପ୍ର, ଦେଶର ପ୍ରତ୍ୟେକ ବଡ଼ ଅଭିଯାନ ପାଇଁ ଆହ୍ୱାନ ଭାବେ ମାନି ନେଉଥିଲେ ।  କିନ୍ତୁ ଆଜି ଉତ୍ତର ପ୍ରଦେଶର ପ୍ରତ୍ୟେକ ବଡ଼ ମିଶନର ସଫଳତାରେ ଅଗ୍ରଣୀ ଭୂମିକା ତୁଲାଉଛି । ବିଗତ ବର୍ଷମାନଙ୍କରେ ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ନେଇ କରୋନା ବିରୁଦ୍ଧରେ ହୋଇଥିବା ଅଭିଯାନରେ ଏହାକୁ ଦେଶ କ୍ରମାଗତ ଭାବେ ଅନୁଭବ କରିଛି । ଦେଶରେ ପ୍ରତିଦିନ ହାରାହାରି ସବୁଠାରୁ ଅଧିକ ଟିକା ଦେବା ଭଳି ଯଦି କୌଣସି ରାଜ୍ୟ ରହିଛି ତେବେ ସେହି ରାଜ୍ୟର ନାମ ହେଉଛି ଉତ୍ତର ପ୍ରଦେଶ । ଟିବି ବିରୁଦ୍ଧରେ ଦେଶର ଲଢ଼େଇରେ ମଧ୍ୟ ୟୁପି ଉନ୍ନତ କାର୍ଯ୍ୟ କରିବାର ପ୍ରୟାସ କରୁଛି । ଆଜି ଆମେ ଯେତେବେଳେ କୁପୋଷଣ ବିରୁଦ୍ଧରେ ନିଜର ଲଢ଼େଇକୁ ମଧ୍ୟ ଆଗାମୀ ପର୍ଯ୍ୟାୟକୁ ନେଇ ଯାଉଛୁ, ତେବେ ଏଥିରେ ମଧ୍ୟ ଉତ୍ତର ପ୍ରଦେଶର ଭୂମିକା ହେଉଛି ଖୁବ ଗୁରୁତ୍ୱୂର୍ଣ୍ଣ।

ସାଥୀଗଣ,

ୟୁପିରେ କର୍ମଯୋଗୀଙ୍କ ସରକାର ହେବା ଦ୍ୱାରା ସବୁଠାରୁ ବଡ଼ ଲାଭ ଏଠାକାର ମାଆ-ଭଉଣୀ ମାନଙ୍କୁ ହୋଇଛି । ଯେଉଁ ନୂତନ ଘର ହେଲା, ସେଥିମଧ୍ୟରୁ ଅଧିକାଂଶ ଖରର ପଞ୍ଜୀକରଣ ଭଉଣୀମାନଙ୍କ ନାମରେ ହୋଇଛି, ଶୌଚାଳୟ ନିର୍ମାଣ କରାଗଲା, ଇଜ୍ଜତ ଘର ନିର୍ମାଣ ହେଲା, ସୁବିଧା ସହିତ ସେମାନଙ୍କର ଗାରିମାର ମଧ୍ୟ ସୁରକ୍ଷା ହେଲା, ଉଜ୍ଜ୍ୱଳାରେ ଗ୍ୟାସ ସଂଯୋଗୀକରଣ ମିଳିବା ଯୋଗୁଁ ସେମାନଙ୍କୁ ଧୂଆଁରୁ ମୁକ୍ତି ମିଳିଲା, ଆଉ ଏବେ ଭଉଣୀମାନଙ୍କୁ ପାଣି ପାଇଁ ବୁଲିବାକୁ ନ ପଡ଼ୁ, ବ୍ୟସ୍ତ ହେବାକୁ ନପଡ଼ୁ ଏଥିପାଇଁ ଘର ଲାଗି ଘର ପର୍ଯ୍ୟନ୍ତ ପାଇପ ଦ୍ୱାରା ଜଳ ପହଞ୍ଚାଇବାର ଅଭିଯାନ ଚାଲୁ ରହିଛି । କେବଳ 2 ବର୍ଷ ଭିତରେ ହିଁ ଉତ୍ତର ପ୍ରଦେଶର 27 ଲକ୍ଷ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ସାରିଛି ।

ସାଥୀଗଣ,

କେନ୍ଦ୍ର ସରକାର ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି ଯାହା ଭବିଷ୍ୟତରେ ଉତ୍ତର ପ୍ରଦେଶର ଗ୍ରାମୀଣ ଅଂଚଳରେ ସମୃଦ୍ଧିର ନୂତନ ପଥ ଉନ୍ମୁକ୍ତ କରିବାକୁ ଯାଉଛି । ଏହି ଯୋଜନାର ନାମ ହେଉଛି -ପିଏମ ସ୍ୱାମୀତ୍ୱ ଯୋଜନା । ଏହା ମାଧ୍ୟମରେ ଗାଁର ଘରଗୁଡ଼ିକର ଘରୌନୀ ଅର୍ଥାତ ଘରର ମାଲିକାନା ସମ୍ପର୍କିତ ଦସ୍ତାବେଜ, ଏହା ଦେବାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗାଁ-ଗାଁରେ ଜମିର, ସମ୍ପତିର, ମାପ ଡ୍ରୋନ ସାହାଯ୍ୟରେ କରାଯାଉଛି । ନିଜ ସମ୍ପତିର ଆଇନଗତ ଦସ୍ତାବେଜ ମିଳିବା ଦ୍ୱାରା ଅବୈଧ କବଜା ହେବାର ଭୟ ସମାପ୍ତ ହୋଇଯାଇଛି, ବ୍ୟାଙ୍କରୁ ସାହାଯ୍ୟ ମିଳିବାରେ ମଧ୍ୟ ବହୁତ ସହଜ ହୋଇଯିବ । ୟୁପିର ଯେଉଁ ଯୁବକ, ଗାଁର ନିଜର ଘରଗୁଡ଼ିକୁ, ନିଜ ଜମିକୁ ଆଧାର କରି ନିଜର କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ଏବେ ସେମାନଙ୍କୁ ସ୍ୱାମୀତ୍ୱ ଯୋଜନା ଦ୍ୱାରା ବହୁତ ବଡ଼ ସାହ୍ୟା ମିଳିବାକୁ ଯାଉଛି।

ଭାଇ ଓ ଭଉଣୀମାନେ,

ବିଗତ ସାଢ଼େ 4ବର୍ଷ ମଧ୍ୟରେ ୟୁପିରେ ଆଇନର ରାଜୁତିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। 2017 ପୂର୍ବରୁ ଯେଉଁ ସରକାର ଏଠାରେ ଥିଲେ, ତାଙ୍କର ନୀତି ଥିଲା- ମାଫିଆଙ୍କୁ ଖୋଲାଖୋଲି ସ୍ୱାଧୀନତା, ଖୋଲା ଖୋଲି ଲୁଟ, ଆଜି ଯୋଗୀ ମହାଶୟଙ୍କ ନେତୃତ୍ୱରେ ଏଠାକାର ମାଫିଆ ଭୁଲ ମାଗି ବୁଲୁଛି ଆଉ ସବୁଠାରୁ ଅଧିକ ଭୟ ମଧ୍ୟ, ଏହାର କଷ୍ଟ କାହାକୁ ସବୁଠାରୁ ଅଧିକ ହେଉଛି.. ଯୋଗୀ ମହାଶୟଙ୍କ ପାଦ ଥାପିବାରୁ ସବୁଠାରୁ ଅଧିକ ପରିମାଣରେ ଦୁଃଖ ମଧ୍ୟ ମାଫିଆବାଦୀମାନଙ୍କୁ ହେଉଛି । ଯୋଗୀ ମହାଶୟ ଏବଂ ତାଙ୍କର ଟିମ ସେହି ଭୂ-ମାଫିଆଙ୍କୁ ତ ଧ୍ୱସ୍ତ କରୁଛନ୍ତି ଯିଏ ଗରିବ, ଦଳିତ, ବଞ୍ଚିତ, ପଛୁଆ ଲୋକଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ରଖୁଥିଲା, ଅବୈଧ କବଜା କରୁଥିଲା।

ସାଥୀଗଣ,

ଯେତେବେଳେ ଆଇନର ରାଜୁତି ହୋଇଥାଏ, ଅପରାଧିମାନଙ୍କ ମଧ୍ୟରେ ଭୟ ରହିଥାଏ, ସେତେବେଳେ ବିକାଶର ଯୋଜନା ଗୁଡ଼ିକର ଲାଭ ମଧ୍ୟ ଦ୍ରୁତ ଗତିରେ ଗରିବ- ଦଳିତ- ଶୋଷିତ- ବଂଚିତମାନଙ୍କ ପାଖରେ ପହଂଚିଥାଏ। ନୂତନ ସଡ଼କ, ନୂତନ ରେଳପଥ, ନୂତନ ମେଡିକାଲ କଲେଜ, ବିଜୁଳି ଏବଂ।ଣି ସହିତ ଜଡ଼ିତ ଭିତିଭୂମି ସବୁର ମଧ୍ୟ ଦ୍ରୁତ ଗତିରେ ବିକାଶ ହୋଇଥାଏ। ଏଠାରେ ଆଜି ଯୋଗୀ ମହାଶୟଙ୍କ ନେତୃତ୍ୱରେ ତାଙ୍କର ସମଗ୍ର ଟିମ ଉତର ପ୍ରଦେଶରେ ଏହି ଭୂମି ଉରେ ସାକାର କରି ଦେଖାଉଛନ୍ତି। ଏବେ ୟୁପିରେ ଔଦୌଗିକ ବିକାଶ କେବଳ ଗୋଟିଏ ଦୁଇଟି ସହର ମଧ୍ୟରେ ସୀମିତ ହୋଇ ରହି ନାହିଁ, ବରଂ ପୂର୍ବାଞ୍ଚଳର ଜିଲ୍ଲା ପର୍ଯ୍ୟନ୍ତ ପହଂଚୁଛି।

ସାଥୀଗଣ,

ଉତ୍ତର ପ୍ରଦେଶ ବିଷୟରେ ଗୋଟିଏ କଥା ସବୁବେଳେ କୁହ।ଯ।ଇଥାଏ ଯେ, ଏହା ହେଉଛି ଏଭଳି ଏକ ପ୍ରଦେଶ ଯିଏ ଦେଶକୁ ସବୁଠାରୁ ଅଧିକ ପ୍ରଧାନମନ୍ତ୍ରୀ ଦେଇଛି । ଏହା ହେଉଛି ୟୁପିର ବିଶେଷତ୍ୱ, କିନ୍ତୁ ୟୁପିର ପରିଚୟ, ଏହି ପରିଚୟକୁ ନେଇ କେବଳ ଏହି ପରିସର ମଧ୍ୟରେ ହିଁ ଦେଖା ଯାଇ ନ ପାରେ। ୟୁପିକୁ 6-7 ଦଶକ ମଧ୍ୟରେ ସୀମିତ ରଖାଯାଇ ପାରିବ ନାହିଁ ! ଏହା ହେଉଛି ଏଭଳି ଧରଣୀ ଯାହାର ଇତିହାସ ହେଉଛି କାଳାତୀତ, ଯାହାର ଯୋଗଦାନ ହେଉଛି କାଳାତୀତ। ଏହି ଭୂମିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ଅବତାର ଗ୍ରହଣ କରିଥିଲେ, ଭଗବାନ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ। ଜୈନ ଧର୍ମର 24 ରୁ 18 ତୀର୍ଥଙ୍କର, ଉତ୍ତର ପ୍ରଦେଶରେ ହିଁ ଅବତରିତ ହୋଇଥିଲେ । ଆପଣ ମଧ୍ୟକାଳରେ ଦେଖିବେ ତେବେ ତୁଳସୀ ଦାସ ଏବଂ କବୀର ଦାସଙ୍କ ଭଳି ଯୁଗନାୟକମାନେ ମଧ୍ୟ ଏହି ମାଟିରେ ଜନ୍ମ ନେଇଥିଲେ । ସନ୍ଥ ରବି ଦାସଙ୍କ ଭଳି ସମାଜ- ସଂସ୍କାରକଙ୍କୁ ଜନ୍ମ ଦେବାର ସୌଭାଗ୍ୟ ମଧ୍ୟ ଏହି ପ୍ରଦେଶର ମାଟିକୁ ମିଳିଛି। ଆପଣ ଯେଉଁ କ୍ଷେତ୍ରକୁ ମଧ୍ୟ ଯିବେ, ଉତ୍ତର ପ୍ରଦେଶର ଯୋଗଦାନ ବିନା ତାହାର ଅତୀତ, ବର୍ତମାନ ଏବଂ ଭବିଷ୍ୟତ ଅଧୁରା ହିଁ ଦେଖାଯିବ। ଉତ୍ତର ପ୍ରଦେଶ ହେଉଛି ଏକ ଏଭଳି ପ୍ରଦେଶ ଯେଉଁଠାରେ ପ୍ରତିଟି ପାଦରେ ତୀର୍ଥ ସ୍ଥଳ ରହିଛି, ଆଉ ପ୍ରତିଟି କଣରେ ଉର୍ଜ୍ଜା ରହିଛି । ବେଦ ଏବଂ ପୁରାଣଗୁଡ଼ିକୁ ଲିପିବଦ୍ଧ କରିବାର କାର୍ଯ୍ୟ ଏଠାକାର ନୈମିଷାରଣ୍ୟରେ ହୋଇଥିଲା । ଅବଧ କ୍ଷେତ୍ରରେ ହିଁ, ଏଠାରେ ଅଯୋଧ୍ୟା ଭଳି ତୀର୍ଥସ୍ଥଳ ରହିଛି । ପୂର୍ବାଞ୍ଚଳରେ ଶିବଭକ୍ତଙ୍କ କାଶୀ ରହିଛି, ବାବା ଗୋରଖନାଥଙ୍କ ତପୋଭୂମି ଗୋରଖପୁର ରହିଛି, ମହର୍ଷି ଭୃଗୁଙ୍କର ସ୍ଥଳୀ ବଲିୟାରେ ରହିଛି। ବୁନ୍ଦେଲଖଣ୍ଡରେ ଚିତ୍ରକୁଟ ଭଳି ଅନନ୍ତ ମହିମାର ତୀର୍ଥ ରହିଛି । ଆଉ ତୀର୍ଥରାଜ ପ୍ରୟାଗ ମଧ୍ୟ ଆମ ୟୁପିରେ ରହିଛି । ଏହି କ୍ରମ ଏହିଠାରେ ହିଁ ଅଟକି ଯାଏ ନାହିଁ । ଆପଣ କାଶୀ ଆସିବେ ତେବେ ଆପଣଙ୍କ ଯାତ୍ରା ସାରନାଥ ବିନା ସମ୍ପୂର୍ଣ୍ଣ ହେବ ନାହିଁ ଯେଉଁଠାରେ ଭଗବାନ ବୁଦ୍ଧ ନିଜର ପ୍ରଥମ ଉପଦେଶ ଦେଇଥିଲେ । କୁଶୀନଗରରେ ତ ଆମେ ଏବେ ଉପସ୍ଥିତ ଅଛେ । ସମଗ୍ର ଦୁନିଆରୁ ବୌଦ୍ଧ ଶ୍ରଦ୍ଧାଳୁ ଏହିଠାକୁ ଆସନ୍ତି । ଆଜି ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ବିମାନ ଦ୍ୱାରା ଲୋକମାନେ ଏଠାରେ ମଧ୍ୟ ପହଞ୍ଚିଛନ୍ତି । ଭିନ୍ନ- ଭିନ୍ନ ଦେଶରୁ ଲୋକମାନେ ଯେତେବେଳେ କୁଶୀନଗର ଆସିବେ, ତେବେ ଶ୍ରାବସ୍ତୀ, କୌଶାମ୍ବୀ ଏବଂ ସଂକିସା ଭଳି ତୀର୍ଥକୁ ମଧ୍ୟ ଯିବେ। ଏହାର ଶ୍ରେୟ ମଧ୍ୟ ୟୁପିର ଖାତାକୁ ଆସେ । ଶ୍ରାବସ୍ତୀରେ ହିଁ ଜୈନ ତୀର୍ଥଙ୍କର ସମ୍ଭବନାଥ ଜୀଙ୍କର ମଧ୍ୟ ଜନ୍ମସ୍ଥାନ । ଏହିଭଳି ଭାବେ, ଅଯୋଧ୍ୟାରେ ଭଗବାନ ଋଷଭଦେବ ଏବଂ କାଶୀରେ ତୀର୍ଥଙ୍କର ପା।ଶ୍ୱର୍ନାଥ ଏବଂ ସୁାଶ୍ୱର୍ନାଥ ଜୀଙ୍କର ମଧ୍ୟ ହେଉଛି ଜନ୍ମସ୍ଥଳୀ। ଅର୍ଥାତ, ଏଠାକାର ଗୋଟିଏ-ଗୋଟିଏ ସ୍ଥାନର ଏପରି ମହାତ୍ମ୍ୟ ରହିଛି ଯେ କେତେ- କେତେ ଅବତାର ଗୋଟିଏ ସ୍ଥାନରେ ହୋଇଛନ୍ତି । କେବଳ ଏତିକି ନୁହେଁ, ଆମର ଗୌରବଶାଳୀ ମହାନ ଶିଖ ଗୁରୁ ପରମ୍ପରାର ମଧ୍ୟ ଉତ୍ତର ପ୍ରଦେଶ ସହିତ ଗଭୀର ସମ୍ପର୍କ ରହିଛି । ଆଗ୍ରାରେ ‘ଗୁରୁ କା ତାଲ’ ଗୁରୁଦ୍ୱାରା ଆଜି ମଧ୍ୟ ଗୁରୁ ତେଗବାହାଦୂର ଜୀଙ୍କ ମହିମାର, ତାଙ୍କର ଶୌର୍ଯ୍ୟର ସାକ୍ଷୀ ରହିଛି ଯେଉଁଠାରେ ସେ ଔରଙ୍ଗଜେବଙ୍କୁ ଆହ୍ୱାନ ଦେଇଥିଲେ। ଆଗ୍ରାର ହିଁ ଗୁରୁଦ୍ୱାରା ଗୁରୁ ନାନକ ଦେବ ଏବଂ ପିଲୀଭିତ ଛଠୱି ପାଦଶାହୀ ଗୁରୁଦ୍ୱାରା ମଧ୍ୟ ଗୁରୁ ନାନକ ଦେବଙ୍କ ଜ୍ଞାନ ଏବଂ ଉଦେଶର ପରମ୍ପରାକୁ ସଂଯୋଜନା କରି ରଖିଛି । ଏତେ ସବୁକିଛି ଦେଶ ଏବଂ ଦୁନିଆକୁ ଦେଇଥିବା ୟୁପିର ମହିମା ହେଉଛି ବହୁତ ବଡ଼, ୟୁପିର ଲୋକମାନଙ୍କର ସାମର୍ଥ୍ୟ ହେଉଛି ବହୁତ ବଡ଼। ଏହି ସାମର୍ଥ୍ୟ ହିସାବରେ ହିଁ ୟୁପିକୁ ପରିଚୟ ମିଳୁ, ତାହାକୁ ନିଜର ଏହି ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ସୁଯୋଗ ମିଳୁ, ଏହି ଦିଗରେ ଆମେ କାର୍ଯ୍ୟ କରୁଛୁ।

ସାଥୀଗଣ,

ମୁଁ ଜାଣେ, ମୁଁ ଯେତେବେଳେ ଉତ୍ତରପ୍ରଦେଶର ସାମର୍ଥ୍ୟର, ଉତ୍ତରପ୍ରଦେଶର ଦେଶ ତଥା ବିଶ୍ୱରେ ସୃଷ୍ଟି କରୁଥିବା ନୂତନ ପରିଚୟର ପ୍ରଶଂସା କରିଥାଏ, ସେତେବେଳେ କିଛି ଲୋକଙ୍କୁ ଏହା ବହୁତ କଷ୍ଟ ହେଇଥାଏ । କିନ୍ତୁ ଯଦି ସତ କହିବା​‌ରେ ଯଦି​‌ କିଛି ଅସୁବିଧା ହୋଇଥାଏ, ତେବେ ସେମାନଙ୍କ ପାଇଁ ଗୋସ୍ୱାମୀ ତୁଲସିଦାସ ଜୀ କହି ଯାଇଛନ୍ତି- ଗୋସ୍ୱାମୀ ଜୀ କହିଛନ୍ତି

ଯହାଁ ସୁମତି ତହଁ ସଂପତି ନାନା ।

ଯହାଁ କୁମତି ତହଁ ବିପତି ନିଦାନା ।।

ଯେଉଁଠାରେ ସଦ୍ ବୁଦ୍ଧି ଅଛି, ତେବେ ସେଠାରେ ସର୍ବଦା ସୁଖର ସ୍ଥିତି ଥାଏ, ଏବଂ ଯେଉଁଠାରେ କୁବୁଦ୍ଧି ଥାଏ, ସେଠାରେ ସର୍ବଦା ସଂକଟର ଛାୟା ଥାଏ । ଆମେ ଗରିବଙ୍କ ସେବା କରିବାର ସଂକଳ୍ପ ଦେଇ ଆଗକୁ ବଢୁଛୁ । କରୋନା କାଳରେ, ଦେଶ ବିଶ୍ୱର ସର୍ବବୃହତ ମାଗଣା ରାସନ କାର୍ଯ୍ୟକ୍ରମ ଚଳାଇଛି। ଉତ୍ତରପ୍ରଦେଶର ପ୍ରାୟ 15 କୋଟି ହିତାଧିକାରୀଙ୍କୁ ମଧ୍ୟ ଏହାର ଲାଭ ମିଳିଛି । ଆଜି ବିଶ୍ବର ସର୍ବବୃହତ, ସବୁଠାରୁ ଦ୍ରୁତତମ ଟିକାରଣ ଅଭିଯାନ- ସମସ୍ତଙ୍କ ପାଇଁ ଟିକା, ମାଗଣା ଟିକା- 100 କୋଟି ଟିକାକରଣ ଶୀଘ୍ର ଶେଷ କରିବାକୁ​‌ ପ୍ରସ୍ତୁତ ହେଉଛି। ଉତ୍ତର ପ୍ରଦେଶରେ ମଧ୍ୟ ଏପର୍ଯ୍ୟନ୍ତ 12 କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି।

ଭାଇ ଓ ଭଉଣୀମାନେ,

ଡବଲ୍ ଇଞ୍ଜିନ୍ ସରକାର ଏଠାରେ କୃଷକମାନଙ୍କଠାରୁ କ୍ରୟ କରିବାର ନୂତନ ରେକର୍ଡ ସ୍ଥାପନ କରୁଛନ୍ତି । ଫସଲ କ୍ରୟ ବାବଦରେ ଏପର୍ଯ୍ୟନ୍ତ ପ୍ରାୟ 80 ହଜାର କୋଟି ଟଙ୍କା ୟୁପି ଚାଷୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚିଛି । 80 ହଜାର କୋଟି କୃଷକଙ୍କ ଜମାଖାତା​‌ରେ ପହଞ୍ଚିଛି, କେବଳ ଏତିକି ହିଁ ନୁହେଁ, ପିଏମ କିଷାନ ସମ୍ମାନ ନିଧି ଯୋଜନାରେ 37 ହଜାର କୋଟିରୁ ଅଧିକ ଟଙ୍କା ୟୁପି ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି । ଆଉ ଏହା କ୍ଷୁଦ୍ର ଚାଷୀଙ୍କ ଉନ୍ନତି ପାଇଁ ହେଉଛି । କ୍ଷୁଦ୍ର ଚାଷୀଙ୍କୁ ଶକ୍ତି ଦେବା ପାଇଁ ଏହା କରାଯାଉଛି।

ଭାରତ ଆଜି ଇଥାନଲ ସମ୍ବନ୍ଧରେ ଯେଉଁ ନୀତି ଅନୁସରଣ କରି ଚାଲୁଛି, ତାହାର ଲାଭ ମଧ୍ୟ ୟୁପିର ଚାଷୀଙ୍କୁ ଲାଭାନ୍ବିତ କରିବାକୁ ଯାଉଛି । ଆଖୁ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟରୁ ଉତ୍ପାଦିତ ଜୈବ ଇନ୍ଧନ, ବିଦେଶରୁ ଆମଦାନୀ ହେଉଥିବା ଅଶୋଧିତ ତୈଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ପାଲଟିଛି। ଆଖୁ ଚାଷୀଙ୍କ ପାଇଁ ବିଗତ ବର୍ଷରେ ଯୋଗୀ ମହାଶୟ ଏବଂ ତାଙ୍କ ସରକାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜି ଯେଉଁ ରାଜ୍ୟ ଏହାର ଆଖୁ ଚାଷୀକୁ ଉତ୍ପାଦନର ସର୍ବୋଚ୍ଚ ମୂଲ୍ୟ ଦେଉଥାଏ- ସେହି ପ୍ରଦେଶର ନାମ ହେଉଛି ଉତ୍ତରପ୍ରଦେଶ । ପୂର୍ବରୁ ଯେଉଁ ସରକାର ଏଠାରେ ଥିଲେ, ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ, ଯୋଗୀ ମହାଶୟ ଆସିବାର ପାଞ୍ଚ ବର୍ଷ ପୂର୍ବରୁ  ସେମାନଙ୍କ କାର୍ଯ୍ୟକାଳରେ ଏକ ଲକ୍ଷ କୋଟି ଟଙ୍କାରୁ ମଧ୍ୟ କମ୍ ଆଖୁ ଚାଷୀଙ୍କୁ ଦିଆଯାଇଥିଲା, 1 ଲକ୍ଷ କୋଟି ଟଙ୍କାରୁ କମ୍ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଯୋଗୀ ମହାଶୟ ସରକାରଙ୍କୁ ପାଞ୍ଚ ବର୍ଷ ବି ହୋଇ ନାହିଁ ଏବଂ ତାଙ୍କ ସରକାର ଅଧୀନରେ ଆଖୁ ଚାଷୀଙ୍କୁ ପ୍ରାୟ 1.5 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ତ୍ତମାନ ଜୈବ ଇନ୍ଧନ ପ୍ରସ୍ତୁତ ଲାଗି ଇଥାନଲ ପାଇଁ ଉତ୍ତର ପ୍ରଦେଶରେ କାରଖାନାମାନ ପ୍ରତିଷ୍ଠା କରାଯାଉଛି, ତାହା ଆଖୁ ଚାଷୀଙ୍କୁ ଆହୁରି ଅଧିକ ସାହାଯ୍ୟ କରିବ।

ଭାଇ ଓ ଭଉଣୀମାନେ,

ଆଗାମୀ ସମୟ ହେଉଛି ୟୁପିର ଆକାଂକ୍ଷା ପୂରଣ କରିବାର ସମୟ । ସ୍ୱାଧୀନତାର ଏହି ଅମୃତକାଳରେ, ଆମ ସମସ୍ତଙ୍କୁ ଏକଜୁଟ ହେବାର ସମୟ ଆସିଛି। ଏବେଠାରୁ ୟୁପି ପାଇଁ 5 ମାସର ଯୋଜନା ପ୍ରସ୍ତୁତ ହେବ ନାହିଁ, ବରଂ ଆସନ୍ତା 25 ବର୍ଷ ପାଇଁ ମୂଳଦୁଆ ସ୍ଥାପନ କରି ୟୁପିକୁ ଆଗକୁ ନେବାକୁ ପଡିବ । କୁଶୀନଗରର ଆଶୀର୍ବାଦ ସହିତ, ପୂର୍ବାଞ୍ଚଳର ଆଶୀର୍ବାଦ ସହିତ, ଉତ୍ତରପ୍ରଦେଶର ଆଶୀର୍ବାଦ ସହିତ ଏବଂ ଆପଣ ସମସ୍ତଙ୍କର ଉଦ୍ୟମରେ, ଏସବୁ ସମ୍ଭବ ହେବ, ଉତ୍ତରପ୍ରଦେଶର ଆଶୀର୍ବାଦ ସହିତ ଏହା ନିଶ୍ଚିତ ଭାବରେ ସମ୍ଭବ ହେବାକୁ ଯାଉଛି । ପୁଣିଥରେ ଅନେକ ଅନେକ ନୂତନ ସୁବିଧା ପାଇଁ ମୁଁ ଆପଣଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ମୁଁ ଦୀପାବଳି ଏବଂ ଛଟ୍ ପୂଜା ପାଇଁ ମୋର ଶୁଭେଚ୍ଛା ଜଣାଉଛି। ହଁ, ମୁଁ ପୁଣି ଆପଣମାନଙ୍କୁ ଏକ ଅନୁରୋଧ କରିବି । ଲୋକାଲ ପାଇଁ ଭୋକାଲ କରିବାକୁ ଭୁଲନ୍ତୁ ନାହିଁ। ସ୍ଥାନୀୟ ସାମଗ୍ରୀ କିଣିବାରେ ଉତ୍ସାହ ରଖିବାର ଅଛି, ଦୀପାବଳିରେ ଯଦି ଆମେ ଆମ ପାଖ ପଡ଼ୋଶୀଙ୍କ ଭାଇ ଓ ଭଉଣୀମାନଙ୍କ  ଦ୍ୱାରା ନିର୍ମିତ ଜିନିଷ ସହିତ ଦୀପାବଳି ପାଳନ କରୁ, ତେବେ ଦିୱାଲୀ ଅନେକ ରଙ୍ଗରେ ପରିପୂର୍ଣ୍ଣ ହେବ, ଏକ ନୂତନ ଆଲୋକ ପ୍ରଜ୍ବଳିତ ହେବ, ଏକ ନୂତନ ଶକ୍ତି ପ୍ରକଯ ହେବ। ଅର୍ଥାତ ପର୍ବପର୍ବାଣୀରେ ଆମକୁ ଅଧିକରୁ ଅଧିକ ସ୍ଥାନୀୟ ଉତ୍ପାଦ କିଣିବାକୁ ପଡିବ। ଏହି ଅନୁରୋଧ ସହିତ, ଆପଣ ସମସ୍ତଙ୍କୁ ଅନେକ ଅନେକ କୃତଜ୍ଞତା।

ଧନ୍ୟବାଦ !

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post goes digital

Media Coverage

India Post goes digital
NM on the go

Nm on the go

Always be the first to hear from the PM. Get the App Now!
...
Prime Minister invites citizens to share their UPI experiences as UPI completes a decade
August 25, 2026

The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.

Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.

The Prime Minister posted on X:

A decade ago, UPI was rolled out, marking a major turning point in India’s digital payments journey.

The sheer scale and reach of UPI are something every Indian must be proud of.

Tell me about your UPI experience and how it impacted your life...

#10YearsOfUPI