ମଧ୍ୟପ୍ରଦେଶରେ ‘ରାସନ ଆପଣଙ୍କ ଗ୍ରାମ’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିକଲ ସେଲ୍‍ ମିଶନର ଶୁଭାରମ୍ଭ
ଦେଶବ୍ୟାପୀ ୫୦ଟିଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟର ଏକସଙ୍ଗେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
“ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏତେ ବଡ଼ ମାତ୍ରାରେ, ସମଗ୍ର ଦେଶରେ ଜନଜାତୀୟ ସମାଜ ନିମନ୍ତେ କଳା- ସଂସ୍କୃତି, ସ୍ୱାଧୀନତା ଆନ୍ଦୋଳନ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନକୁ ଗୌରବର ସହ ସ୍ମରଣ କରାଯାଉଛି, ସେମାନଙ୍କୁ ସମ୍ମାନ ପ୍ରଦାନ କରାଯାଉଛି ।”
“ ସ୍ୱାଧୀନତା ସଂଗ୍ରାମରେ ଜନଜାତୀୟ ନେତା- ନେତ୍ରୀମାନଙ୍କ ବୀର ଗାଥାକୁ ଦେଶ ସମ୍ମୁଖରେ ଉପସ୍ଥାପନ କରିବା, ସେମାନଙ୍କୁ ନୂତନ ପିଢ଼ିଙ୍କ ନିକଟରେ ପରିଚିତ କରାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।”
“ ଛତ୍ରପତି ଶିବାଜୀ ମହାରାଜ ଯେଉଁ ଆଦର୍ଶକୁ ବାବାସାହେବ ପୁରନ୍ଦରେ ଜୀ ଦେଶ ସମ୍ମୁଖରେ ଉପସ୍ଥାପନ କରିଥିଲେ, ସେହି ଆଦର୍ଶ ଆମକୁ ନିରନ୍ତର ପ୍ରେରଣା ଦେଇ ଚାଲିଥିବ ।”
“ଆଜି ଗରିବ ଲୋକଙ୍କ ଘରେ ହେଉ, ଶୌଚାଳୟରେ ହେଉ, ମାଗଣାରେ ବିଜୁଳି ଏବଂ ଗ୍ୟାସ ସଂଯୋଗ ହୋଇଥାଉ, ସ୍କୁଲ ହେଉ, ସଡ଼କ ହେଉ, ମାଗଣାରେ ଚିକିତ୍ସା ସୁବିଧା ହେଉ, ଏ ସବୁକିଛି ଯେଉଁ ଗତିରେ ଦେଶର ଅବଶିଷ୍ଟ କ୍ଷେତ୍ରରେ ଉପଲବ୍ଧ କରାଯାଉଛି, ଏଭଳି ଗତିରେ ତାହା ଆଦିବାସୀ ଅଧ୍ୟୁସିତ କ୍ଷେତ୍ରରେ ମଧ୍ୟ ଯୋଗାଇ ଦିଆଯାଉଛି ।”
ଦେଶବ୍ୟାପୀ ୫୦ଟିଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟର ଏକସଙ୍ଗେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମଧ୍ୟପ୍ରଦେଶକୁ ପ୍ରଣାମ ! ସମସ୍ତଙ୍କୁ ରାମ ରାମ ପ୍ରଣାମ ! ମୋର ସମସ୍ତ ଜନଜାତୀୟ ଭଉଣୀ- ଭାଇମାନଙ୍କୁ ସ୍ୱାଗତ, ପ୍ରଣାମ ଜଣାଉଛି । ଆପଣମାନଙ୍କୁ ସ୍ବାଗତ କରୁଛି । ଆପଣମାନେ କିପରି ଅଛନ୍ତି । ମୁଁ ଅପଣମାନଙ୍କ ଗହଣକୁ ଆସିଛି, ଆପଣମାନଙ୍କ ସହିତ ମିଶି ବହୁତ ଖୁସି ଲାଗୁଛି । ଆପଣମାନଙ୍କୁ ପୁଣି ଥରେ ରାମ ରାମ।   

ମଧ୍ୟପ୍ରଦେଶର ରାଜ୍ୟାଳ ଶ୍ରୀ ମଙ୍ଗୁଭାଇ ପଟେଲ ମହୋଦୟ, ଯିଏ ନିଜର ସମ୍ପୂର୍ଣ୍ଣ ଜୀବନ ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ବିନିଯୋଗ କରିଛନ୍ତି । ସେ ଆଜୀବନ ଆଦିବାସୀଙ୍କ କଲ୍ୟାଣ ପାଇଁ ସାମାଜିକ ସଂଗଠନ ରୂପେ, ସରକାରରେ ମନ୍ତ୍ରୀ ଭାବେ ଏକ ସମର୍ପିତ ଆଦିବାସୀଙ୍କ ସେବକ ରୂପେ ରହିଥିଲେ । ଆଉ ମୁଁ ଗର୍ବ ଅନୁଭବ କରୁଛି ଯେ ମଧ୍ୟପ୍ରଦେଶର ପ୍ରଥମ ଆଦିବାସୀ ରାଜ୍ୟପାଳ, ଏହାର ସମ୍ମାନ ଶ୍ରୀ ମଙ୍ଗୁଭାଇ ପଟେଲଙ୍କ ଖାତାକୁ ଯାଉଛି।

ମଞ୍ଚ ଉପରେ ବିରାଜମାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଚୌହାନ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନରେନ୍ଦ୍ର ସିଂହ ତୋମର ମହାଶୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ବୀରେନ୍ଦ୍ର କୁମାର ମହାଶୟ, ପ୍ରହ୍ଲାଦ ପଟେଲ ମହାଶୟ, ଫଗ୍ଗନ ସିଂହ କୁଲସ୍ତେ ମହାଶୟ, ଏଲ. ମୁରୁଗନ ମହାଶୟ, ଏମପି ସରକାରଙ୍କ ମନ୍ତ୍ରୀଗଣ, ସଂସଦରେ ଥିବା ମୋର ସହଯୋଗୀ ସାଂସଦ, ବିଧାୟକଗଣ ଏବଂ ମଧ୍ୟପ୍ରଦେଶର କୋଣ- ଅନୁକୋଣରୁ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବା ଜନଜାତୀୟ ସମାଜର ମୋର ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସ ଉପଲକ୍ଷେ ବହୁତ- ବହୁତ ଶୁଭକାମନା !

ଆଜିକାର ଦିନ ସମଗ୍ର ଦେଶପାଇଁ, ସମଗ୍ର ଜନଜାତୀୟ ସମାଜ ପାଇଁ ହେଉଛି ବହୁତ ବଡ଼ ଦିନ । ଆଜି ଭାରତ, ନିଜର ପ୍ରଥମ ଜନଜାତୀୟ ଗୌରବ ଦିବସ ପାଳନ କରୁଛି। ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଏତେ ବଡ଼ ସଂଖ୍ୟାରେ, ସମଗ୍ର ଦେଶର ଜନଜାତୀୟ ସମାଜର କଳା- ସଂସ୍କୃତି, ସ୍ୱାଧୀନତା ଆନ୍ଦୋଳନ ଏବଂ ରାଷ୍ଟ୍ରନିର୍ମାଣରେ ତାଙ୍କର ଯୋଗଦାନକୁ ଗୌରବର ସହିତ ସ୍ମରଣ କରାଯାଉଛି, ତାଙ୍କୁ ସମ୍ମାନ ପ୍ରଦାନ କରାଯାଉଛି । ସ୍ୱାଧୀନତାର ଅମୃତ ମହୋତ୍ସବରେ ଏହି ନୂତନ ସଂକଳ୍ପ ପାଇଁ, ମୁଁ ସମଗ୍ର ଦେଶକୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ମୁଁ ଆଜି ଏଠାରେ ମଧ୍ୟପ୍ରଦେଶର ଜନଜାତୀୟ ସମାଜଙ୍କ ପ୍ରତି ମଧ୍ୟ ମୋର କୃତଜ୍ଞତା ଜ୍ଞାପନ କରୁଛି । ବିଗତ ଅନେକ ବର୍ଷ ଧରି ନିରନ୍ତର ଭାବେ ଆମକୁ ଆପଣଙ୍କର ସ୍ନେହ, ଆପଣଙ୍କର ବିଶ୍ୱାସ ମିଳିଛି । ଏହି ସ୍ନେହ ପ୍ରତିକ୍ଷଣ ଆହୁରି ସୁଦୃଢ଼ ହୋଇ ଚାଲୁଛି । ଆପଣମାନଙ୍କର ଏହି ଭଲ ପାଇବା ଆମମାନଙ୍କୁ ଆପଣଙ୍କର ସେବା କରିବା ପାଇଁ ଦିନ-ରାତି ଏକ କରିବାର ଉର୍ଜ୍ଜା ପ୍ରଦାନ କରୁଛି।

ସାଥୀଗଣ,

ଏହି ସେବା ଭାବ ସହିତ ହିଁ ଆଜି ଆଦିବାସୀ ସମାଜପାଇଁ ଶିବରାଜ ମହାଶୟଙ୍କ ସରକାର କେତେକ ବଡ଼- ବଡ଼ ଯୋଜନା ଗୁଡ଼ିକର ଶୁଭାରମ୍ଭ କରିଛନ୍ତି । ଆଉ ଆଜି ଯେତେବେଳେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୋର ଆଦିବାସୀ ଜନଜାତୀୟ ସମୂହର ସମସ୍ତ ଲୋକ ଭିନ୍ନ- ଭିନ୍ନ ମଞ୍ଚ ଉପରେ ଗୀତ ସହିତ, ଧୂମ୍ ସହିତ ନିଜର ଭାବନା ପ୍ରକଟ କରୁଥିଲେ । ମୁଁ ପ୍ରୟାସ କଲି ସେହି ଗୀତଗୁଡ଼ିକୁ ବୁଝିବା ପାଇଁ । କାରଣ ମୋର ଏହି ଅନୁଭବ ରହିଛି ଯେ ମୁଁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଆଦିବାସୀ ମାନଙ୍କ ଗହଣରେ କାଟିଛି ଆଉ ମୁଁ ଦେଖିଛି ଯେ ସେମାନଙ୍କର ପ୍ରତ୍ୟେକ କଥାରେ କୌଣସି ନା କୌଣସି ତତ୍ୱଜ୍ଞାନ ରହିଥାଏ । ଜୀବନର ଉଦ୍ଦେଶ୍ୟ ଆଦିବାସୀ ନିଜର ନାଚ- ଗୀତରେ, ନିଜର ସଂଗୀତରେ, ନିଜର ପରମ୍ପରା ସବୁକୁ ନିଖୁଣ ଭାବେ ପ୍ରସ୍ତୁତ କରି ଥାଆନ୍ତି । ଆଉ ଏଥିପାଇଁ ଆଜିକାର ଏହି ଗୀତ ପ୍ରତି ମୋର ଧ୍ୟାନ ଯିବା ବହୁତ ସ୍ୱାଭାବିକ କଥା ଥିଲା। ଆଉ ମୁଁ ଯେତେବେଳେ ଗୀତର ଶବ୍ଦଗୁଡ଼ିକୁ ଧ୍ୟାନର ସହିତ ଦେଖିଲି ସେତେବେଳେ ମୁଁ ଗୀତଗୁଡ଼ିକୁ ଦୋହରାଉ ନାହିଁ, କିନ୍ତୁ ଆପଣଯାହା କହିଲେ- ବୋଧହୁଏ ସମଗ୍ର ଦେଶର ଲୋକମାନଙ୍କୁ ଆପଣଙ୍କର ଗୋଟିଏ- ଗୋଟିଏ ଶବ୍ଦ ଜୀବନ ଜୀଇଁବାର କାରଣ, ଜୀବନ ବଂଚିବାର ଲକ୍ଷ୍ୟ, ଜୀବନ ବଞ୍ଚିବା ପାଇଁ ଖୁବ ଭଲ ଭାବେ ପ୍ରସ୍ତୁତ କରିଥାଏ। ନିଜ- ନିଜ ନୃତ୍ୟ ଦ୍ୱାରା, ନିଜର ଗୀତ ମାଧ୍ୟମରେ ଆଜି ପ୍ରସ୍ତୁତ କଲେ- ଶରୀର ହେଉଛି ଚାରି ଦିନର, ଶେଷରେ ମାଟିରେ ମିଶିଯିବ । ଖାଇବା- ପିଇବା ଖୁବ ଭଲ ଭାବେ କଲେ, ଭଗବାନଙ୍କ ନାମ ସ୍ମରଣ କରିବାକୁ ଭୁଲିଗଲେ। ଦେଖନ୍ତୁ ଏହି ଆଦିବାସୀମାନେ ଆମକୁ କ’ଣ କହୁଛନ୍ତି ଆଜ୍ଞା। ପ୍ରକୃତରେ ସେମାନେ ହେଉଛନ୍ତି ଶିକ୍ଷିତ କିମ୍ବା ଆମକୁ ଏବେ ଆହୁରି ଶିଖିବାକୁ ବାକି ରହିଛି ! ପୁଣି କହୁଛନ୍ତି- ମଉଜ ମଜଲିସରେ ଜୀବନ ବିତାଇ ଦେଲେ, ଜୀବନ ସଫଳ କଲେ ନାହିଁ । ନିଜ ଜୀବନରେ ଲଢ଼େଇ- ଝଗଡ଼ା ଖୁବ କଲେ, ଘରେ ମଧ୍ୟ ଖୁବ୍ ଉତ୍ପାତ କଲେ। ଯେତେବେଳେ ଶେଷ ସମୟ ଆସିଲା ତେବେ ମନରେ ପଶ୍ଚାତାପ କରିବା ହେଉଛି ବ୍ୟର୍ଥ । ମାଟି, କ୍ଷେତ- ଖଳା କାହାର ନୁହେଁ- ଦେଖନ୍ତୁ, ଆଦିବାସୀ ମୋତେ କ’ଣ ବୁଝାଉଛନ୍ତି ! ମାଟି, କ୍ଷେତ- ଖଳା କାହାର ନୁହେଁ, ନିଜ ମନରେ ଗର୍ବ କରିବା ହେଉଛି ବ୍ୟର୍ଥ । ଏହି ଧନ- ଦୌଲତ କୌଣସି କାମର ନୁହେଁ, ଏହାକୁ ଏହିଠାରେ ଛାଡ଼ି ଯିବାକୁ ହେବ। ଆପଣ ଦେଖନ୍ତୁ- ଏହି ସଂଗୀତରେ, ଏହି ନୃତ୍ୟରେ ଯେଉଁ ସବୁ ଶବ୍ଦ କୁହାଯାଇଛି ତାହା ଜୀବନର ଉତ୍ତମ ତତ୍ୱଜ୍ଞାନ। ଜଙ୍ଗଲରେ ଜୀବନ ଅତିବାହିତ କରୁଥିବା ମୋର ଆଦିବାସୀ ଭାଇ- ଭଉଣୀମାନେ ଅଭ୍ୟାସ କରିଛନ୍ତି । ଏହାଠାରୁ ବଡ଼ ଶକ୍ତି କୌଣସି ଦେଶର ଆଉ କ’ଣ ହୋଇପାରେ! ଏହାଠାରୁ ବଡ଼ ପରମ୍ପରା କୌଣସି ଦେଶ ପାଇଁ ଆଉ କ’ଣ ହୋଇପାରେ ! ଏହାଠାରୁ ବଡ଼ ପୁଞ୍ଜି କୌଣସି ଦେଶର ଆଉ କ’ଣ ହୋଇପାରେ!

ସାଥୀଗଣ,

ଏହି ସେବାଭାବ ସହିତ ହିଁ ଆଜି ଆଦିବାସୀ ସମାଜ ପ।ଇଁ ଶିବରାଜ ମହାଶୟଙ୍କ ସରକାର କେତେକ ବଡ଼-ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାସନ ଆପଣଙ୍କ ଗ୍ରାମ ଯୋଜନା ହେଉ କିମ୍ବା ମଧ୍ୟପ୍ରଦେଶର ସିକଲ ସେଲ ମିଶନ ହେଉ, ଏହି ଦୁଇଟି କାର୍ଯ୍ୟକ୍ରମ ଆଦିବାସୀ ସମାଜରେ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ଉନ୍ନତ କରିବାରେ ଗୁରୁତ୍ୱୂର୍ଣ୍ଣ ଭୂମିକା ତୁଲାଇବ । ମୋତେ ଏହି କଥାର ମଧ୍ୟ ଆତ୍ମସନ୍ତୋଷ ମିଳିଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ମାଗଣା ରାସନ ମିଳିବା ଦ୍ୱାରା କରୋନା ସମୟରେ ଗରିବ ଆଦିବାସୀ ପରିବାରଙ୍କୁ ଏତେ ବଡ଼ ମାତ୍ରାରେ ସାହାଯ୍ୟ ମିଳିବ । ଏବେ ଯେତେବେଳେ ଗାଁରେ ଆପଣଙ୍କ ଘର ପାଖରେ ଶସ୍ତା ରାସନ ପହଞ୍ଚିବ ସେତେବେଳେ, ଆପଣଙ୍କର ସମୟ ମଧ୍ୟ ବଞ୍ଚିବ ଆଉ ଅତିରିକ୍ତ ଖର୍ଚ୍ଚରୁ ମୁକ୍ତି ମଧ୍ୟ ମିଳିବ।

ଆୟୂଷ୍ମାନ ଭାରତ ଯୋଜନା ଦ୍ବାରା ପୂର୍ବରୁ ହିଁ ଅନେକ ରୋଗର ମାଗଣା ଚିକିତ୍ସା ଆଦିବାସୀ ସମାଜକୁ ମିଳୁଛି, ଦେଶର ଗରିବମାନଙ୍କୁ ମିଳୁଛି । ମୁଁ ଖୁସି ଯେ ମଧ୍ୟପ୍ରଦେଶରେ ଜନଜାତୀୟ ପରିବାରମାନଙ୍କରେ ଦ୍ରୁତ ଗତିରେ ମାଗଣା ଟିକାକରଣ ମଧ୍ୟ ହେଉଛି । ଦୁନିଆର ଶିକ୍ଷିତ ଦେଶମାନଙ୍କରେ ମଧ୍ୟ ଟିକାକରଣକୁ ନେଇ ବିଭିନ୍ନ ପ୍ରଶ୍ନ ଚିହ୍ନ ଲାଗୁଥିବାର ଖବର ଆସୁଛି । କିନ୍ତୁ ମୋର ଆଦିବାସୀ ଭାଇ- ଭଉଣୀ ଟିକାକରଣର ଗୁରୁତ୍ୱକୁ ମଧ୍ୟ ବୁଝିଛନ୍ତି, ସ୍ୱୀକାର ମଧ୍ୟ କରିଛନ୍ତି ଆଉ ଦେଶକୁ ସୁରକ୍ଷା ପ୍ରଦାନ କରିବାରେ ନିଜର ଭୂମିକା ତୁଲାଉଛନ୍ତି, ଏହାଠାରୁ ବଡ଼ ବୁଦ୍ଧିମାନର କାର୍ଯ୍ୟ ଆଉ କ’ଣ ହୋଇପାରେ। 100 ବର୍ଷର ଏହି ସବୁଠାରୁ ବଡ଼ ମହାମାରୀ ସହିତ ସାରା ବିଶ୍ବ ଲଢ଼ୁଛି, ସବୁଠାରୁ ବଡ଼ ମହାମାରୀ ସହିତ ମୁକାବିଲା କରିବା ପାଇଁ ଜନଜାତୀୟ ସମାଜର ସମସ୍ତ ସାଥୀମାନଙ୍କର ଟିକାକରଣ ପାଇଁ ଆଗକୁ ବଢ଼ି ଆସିବା, ପ୍ରକୃତରେ ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ଗୌରବପୂର୍ଣ୍ଣ ଘଟଣା । ପଢ଼ା- ଲେଖା ସହରରେ ରହୁଥିବା ଲୋକମାନେ ମୋର ଏହି ଆଦିବାସୀ ଭାଇମାନଙ୍କ ଠାରୁ ବହୁତ କିଛି ଶିଖିବା ଭଳି ରହିଛି।

ସାଥୀଗଣ,

ଆଜି ଏଠାକୁ ଭୋପାଳ ଆସିବା ପୂର୍ବରୁ ମୋତେ ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡା ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଛି । ସ୍ୱାଧୀନତାର ସଂଗ୍ରାମରେ ଜନଜାତୀୟ ନାୟକ- ନାୟିକାମାନଙ୍କର ବୀର ଗାଥାସବୁକୁ ଦେଶ ସମ୍ମୁଖକୁ ଆଣିବା, ସେଗୁଡ଼ିକୁ ନୂତନ ପିଢ଼ୀଙ୍କ ସହିତ ପରିଚିତ କରାଇବା, ହେଉଛି ଆମର କର୍ତ୍ତବ୍ୟ । ପରାଧୀନତାର ସମୟରେ ବିଦେଶୀ ଶାସନ ବିରୁଦ୍ଧରେ ଖାସୀ- ଗାରୋ ଆନ୍ଦୋଳନ, ମିଜୋ ଆନ୍ଦୋଳନ, କୋଲ ଆନ୍ଦୋଳନ ସମେତ ଅନେକ ସଂଗ୍ରାମ ହୋଇଛି। ଗୋଣ୍ଡ ମହାରାଣୀ ବୀର ଦୁର୍ଗାବତୀଙ୍କ ଶୌର୍ଯ୍ୟ ହେଉ କିମ୍ବା ରାଣୀ କମଳାପତିଙ୍କ ବଳିଦାନ, ଦେଶ ଏମାନଙ୍କୁ ଭୁଲି ପାରିବ ନାହିଁ । ବୀର ମହାରାଣା ପ୍ରତାପଙ୍କ ସଂଘର୍ଷର କଳ୍ପନା ସେହି ବାହାଦୂର ଭୀଲୋମାନଙ୍କ ବିନା କରାଯାଇ ପାରିବ ନାହିଁ ଯେଉଁମାନେ କାନ୍ଧରେ କାନ୍ଧ ମିଶାଇ ରାଣା ପ୍ରତାପଙ୍କ ସହିତ ଯୁଦ୍ଧ ଭୂମିରେ ନଜକୁ- ନିଜେ ବଳି ଚଢ଼ାଇ ଦେଇଥିଲେ । ଆମେ ସମସ୍ତେ ସେମାନଙ୍କ ନିକଟରେ ଋଣୀ । ଆମେ ଏହି ଋଣକୁ କେବେହେଲେ ସୁଝି ପାରିବା ନାହିଁ, କିନ୍ତୁ ନିଜର ଏହି ପରମ୍ପରାକୁ ସଜାଇ ଯୋଡ଼ି, ତାହାକୁ ଉଚିତ ସ୍ଥାନ ଦେଇ, ନିଜର ଦାୟିତ୍ୱ ନିଶ୍ଚିତ ଭାବେ ସମ୍ପାଦନ କରି ପାରିବା ।

ଭାଇ ଓ ଭଉଣୀମାନେ,

ଆଜି ମୁଁ ଯେତେବେଳେ ଆପଣମାନଙ୍କ ପାଖରେ, ନିଜର ପରମ୍ପରାକୁ ଯେଡ଼ିବା କଥା କହୁଛି, ତେବେ ଦେଶର ପ୍ରଖ୍ୟାତ ଇତିହାସକାର, ଶିବ ଶାହିର ବାବା ସାହେବ ପୁରନ୍ଦର ମହାଶୟଙ୍କୁ ମଧ୍ୟ ସ୍ମରଣ କରିବି । ଆଜି ସକାଳେ ହିଁ ଜଣା ପଡ଼ିଲା ସେ ଆମକୁ ଛାଡ଼ି ଚାଲିଗଲେ, ତାଙ୍କର ଦେହାବସାନ ହୋଇଛି । ‘ପଦ୍ମ ବିଭୂଷଣ’ ବାବାସାହେବ ପୁରନ୍ଦର ମହାଶୟ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନକୁ, ତାଙ୍କର ଇତିହାସକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାରେ ଯେଉଁ ଯୋଗଦାନ ଦେଇଛନ୍ତି, ତାହା ହେଉଛି ଅମୂଲ୍ୟ । ଏଠାକାର ସରକାର ତାଙ୍କୁ କାଳିଦାସ ପୁରସ୍କାର ମଧ୍ୟ ଦେଇଥିଲେ। ଛତ୍ରପତି ଶିବାଜୀ ମହାରାଜଙ୍କର ଯେଉଁସବୁ ଆଦର୍ଶ ଗୁଡ଼ିକୁ ବାବାସାହେବ ପୁରନ୍ଦର ମହାଶୟ ଦେଶ ସମ୍ମୁଖରେ ରଖିଲେ, ସେହି ସବୁ ଆଦର୍ଶ ଆମ୍ଭମାନଙ୍କୁ ନିରନ୍ତର ଭାବେ ପ୍ରେରଣା ପ୍ରଦାନ କରି ଚାଲିବ । ମୁଁ ବାବାସାହେବ ପୁରନ୍ଦର ମହାଶୟଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ସାଥୀଗଣ,

ଆଜି ଆମେ ଯେତେବେଳେ ରାଷ୍ଟ୍ରୀୟ ମଞ୍ଚରୁ, ରାଷ୍ଟ୍ର ନିର୍ମାଣରେ ଜନଜାତୀୟ ସମାଜର ଯୋଗଦାନର ଚର୍ଚ୍ଚା କରୁଛୁ, ତେବେ କିଛି ଲୋକଙ୍କୁ ଟିକେ ଆର୍ଶ୍ଚ୍ୟ ଲାଗୁଛି । ଏଭଳି ଲୋକମାନଙ୍କୁ ବିଶ୍ୱାସ ହିଁ ହେଉ ନାହିଁ ଯେ ଭାରତୀୟ ସଂସ୍କୃତିକୁ ସୁଦୃଢ଼ କରିବାରେ ଜନଜାତୀୟ ସମାଜର କେତେ ବଡ଼ ଯୋଗଦାନ ରହିଛି । ଏହାର କାରଣ ହେଉଛି ଏହା ଯେ ଜନଜାତୀୟ ସମାଜର ଯୋଗଦାନ ବିଷୟରେ ହୁଏତ ଦେଶକୁ ଜଣାଇ ଦିଆଯାଇ ନାହିଁ, ଅନ୍ଧାରରେ ରଖିବାର ଭରପୂର ପ୍ରୟାସ କରାଯାଇଛି, ଆଉ ଯଦି ମଧ୍ୟ ଜଣାଇ ଦିଆଯାଇଛି ତେବେ ବହୁତ ହିଁ ସୀମିତ ପରିସର ମଧ୍ୟରେ ସୂଚନା ଦିଆଯାଇଛି । ଏହା ଏଥିପାଇଁ ହେଲା କାରଣ ସ୍ୱାଧୀନତା ପରେ ଦଶକ- ଦଶକ ପର୍ଯ୍ୟନ୍ତ ଯିଏ ଦେଶରେ ସରକାର ଚଲାଇଲେ, ସେ ନିଜର ସ୍ୱାର୍ଥପୂର୍ଣ୍ଣ ରାଜନୀତିକୁ ହିଁ ପ୍ରାଥମିକତା ଦେଲେ । ଦେଶର ଜନସଂଖ୍ୟାର ପ୍ରାୟ 10 ପ୍ରତିଶତ ହୋଇଥିବା ପରେ ମଧ୍ୟ, ଦଶକ-ଦଶକ ଧରି ଜନଜାତୀୟ ସମାଜକୁ, ତାଙ୍କର ସଂସ୍କୃତି, ସେମାନଙ୍କର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଅବହେଳା ଅଣଦେଖା କରି ଦିଆଗଲା । ଆଦିବାସୀଙ୍କ ଦୁଃଖ, ତାଙ୍କର କଷ୍ଟ, ପିଲାମାନଙ୍କର ଶିକ୍ଷାଆଦିବାସୀଙ୍କ ସ୍ୱାସ୍ଥ୍ୟ, ସେହି ଲୋକମାନଙ୍କ ପାଇଁ କୌଣସି ଗୁରୁତ୍ବ ରଖୁ ନଥିଲା।

ସାଥୀଗଣ,

ଭାରତର ସାଂସ୍କୃତିକ ଯାତ୍ରାରେ ଜନଜାତୀୟ ସମାଜର ଯେଗଦାନ ଅତୁଟ ରହି ଆସିଛି। ଆପଣ ହିଁ କୁହନ୍ତୁ, ଜନଜାତୀୟ ସମାଜର ଯୋଗଦାନ ବିନା କ’ଣ ପ୍ରଭୁ ରାମଙ୍କ ଜୀବନରେ ସଫଳତାର କଳ୍ପନା କରାଯାଇ ପାରେ? ଆଦୌ ନୁହେଁ । ବନବାସୀମାନଙ୍କ ସହିତ ଅତିବାହିତ କରିଥିବା ସମୟ, ଜଣେ ରାଜକୁମାରଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କରିବାରେ ପ୍ରମୁଖ ଯୋଗଦାନ ଥିଲା । ବନବାସର ସେହି କାଳଖଣ୍ଡରେ ପ୍ରଭୁ ରାମ ବନବାସୀ ସମାଜର ପରମ୍ପରା, ରୀତି- ନୀତି, ଚାଲି- ଚଳଣୀର ପଦ୍ଧତି, ଜୀବନର ପ୍ରତ୍ୟେକ ଦିଗରୁ ପ୍ରେରଣା ପାଇଥିଲେ।

ସାଥୀଗଣ,

ଆଦିବାସୀ ସମାଜକୁ ଉଚିତ ମହତ୍ୱ ନ ଦେଇ, ପ୍ରାଥମିକତା ନ ଦେଇ, ପୂର୍ବର ସରକାରମାନେ, ଯେଉଁ ଅପରାଧ କରିଛନ୍ତି, ତାହା ଉରେ କ୍ରମାଗତ ଭାବେ କୁହାଯିବା ଆବଶ୍ୟକ। ପ୍ରତ୍ୟେକ ମଞ୍ଚରେ ଚର୍ଚ୍ଚା ହେବା ଜରୁରୀ । ଯେତେବେଳେ ଦଶକ ପୂର୍ବେ ମୁଁ ଗୁଜରାଟରେ ମୋର ସାର୍ବଜନିକ ଜୀବନ ଆରମ୍ଭ କରିଥିଲି, ସେତେବେଳ ଠାରୁ ମୁଁ ଦେଖି ଆସୁଛି ଯେ କିପରି ଦେଶରେ କିଛି ରାଜନୈତିକ ଦଳଗୁଡ଼ିକ ସୁଖ- ସୁବିଧା ଏବଂ ବିକାଶର ପ୍ରତ୍ୟେକ ସଂସାଧନ ଦ୍ୱାରା ଆଦିବାସୀ ସମାଜକୁ ବଞ୍ଚିତ ରଖିଲେ । ଅଭାବ ସୁରକ୍ଷିତ ରଖି, ନିର୍ବାଚନ ସମୟରେ ସେମାନଙ୍କୁ ଅଭାବ ପୂରଣ ନାମରେ ବାରମ୍ବାର ଭୋଟ ମଗାଗଲା, ଶାସନ କ୍ଷମତା ମିଳିଗଲା କିନ୍ତୁ ଜନଜାତୀୟ ସମୁଦାୟ ପାଇଁ ଯାହା କରିବା ଆବଶ୍ୟକ ଥିଲା, ଯେତିକି କରିବାର ଆବଶ୍ୟକତା ଥିଲା, ଆଉ ଯେତେବେଳେ କରିବାର ଆବଶ୍ୟକତା ରହିଥିଲା, ଏହା କମ୍ ପଡ଼ିଗଲା, କରି ପାରିଲେ ନାହିଁ । ସମାଜକୁ ଅସହାୟ କରି ଛାଡ଼ିଦେଲେ । ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ସେଠାରେ ଜନଜାତୀୟ ସମାଜରେ ସ୍ଥିତି ସବୁକୁ ବଦଳାଇବା ପାଇଁ ବହୁତ ସବୁ ଅଭିଯାନ ଆରମ୍ଭ କରିଥିଲି। ଯେତେବେଳେ ମୋତେ ଦେଶ 2014ରେ ନିଜର ସେବା କରିବାର ସୁଯୋଗ ଦେଲା, ସେତେବେଳେ ମୁଁ ଜନଜାତୀୟ ସମାଜର ହିତକୁ ନିଜର ସର୍ବୋଚ୍ଚ ପ୍ରାଥମିକତାରେ ରଖିଲି।

ଭାଇ ଓ ଭଉଣୀମାନେ,

ଆଜି ପ୍ରକୃତ ଅର୍ଥରେ ଆଦିବାସୀ ସମାଜର ପ୍ରତ୍ୟେକ ସାଥୀଙ୍କୁ, ଦେଶର ବିକାଶରେ ଉଚିତ ଅଂଶୀଦାରୀ ଏବଂ ଭାଗିଦାରୀ ଦିଆଯାଉଛି । ଆଜି ଗରିବଙ୍କ ଘର ହେଉ, ଶୌଚାଳୟ ହେଉ, ମାଗଣା ବିଜୁଳି ଏବଂ ଗ୍ୟାସ ସଂଯୋଗ ହେଉ, ସ୍କୁଲ ହେଉ, ସଡ଼କ ହେଉ, ମାଗଣା ଚିକିତ୍ସା ହେଉ, ଏ ସବୁକିଛି ଯେଉଁ ଗତିରେ ଦେଶର ଅନ୍ୟ ସବୁ ଅଞ୍ଚଳରେ ହେଉଛି, ସେହି ଗତିରେ ଆଦିବାସୀ ଅଞ୍ଚଳରେ ମଧ୍ୟ ହେଉଛି । ଦେଶର ଅନ୍ୟ ଅଞ୍ଚଳର କୃଷକମାନଙ୍କ ବ୍ୟାଙ୍କ ଖାତାରେ ଯଦି ହଜାର-ହଜାର କୋଟି କୋଟି ଟଙ୍କା ସିଧାସଳଖ ପହଞ୍ଚୁଛି, ସେତେବେଳେ ଆଦିବାସୀ ଅଞ୍ଚଳର କୃଷକମାନଙ୍କୁ ମଧ୍ୟ ସେହି ସମୟରେ ମିଳୁଛି । ଆଜି ଯଦି ଦେଶର କୋଟି-କୋଟି ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ପାଇପ ମାଧ୍ୟମରେ ଘର- ଘରକୁ ପହଞ୍ଚା ଯାଉଛି, ତେବେ ସେହି ଇଚ୍ଛାଶକ୍ତିର ସହିତ ସେତିକି ହିଁ ବେଗରେ ଆଦିବାସୀ ପରିବାରଙ୍କ ପର୍ପ୍ୟନ୍ତ ମଧ୍ୟ ପହଞ୍ଚାଇବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଅଛି । ନଚେତ ଏତେ ବର୍ଷ ପର୍ପ୍ୟନ୍ତ ଜନଜାତୀୟ ଅଂଚଳର ଭଉଣୀ- ଝିଅମାନଙ୍କୁ ପାଣି ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ଏହିକଥା ମୋ ଠାରୁ ଅଧିକ ଭଲ ଭାବେ ଆପଣ ମାନେ ଜାଣିଛନ୍ତି । ମୁଁ ଖୁସି ଯେ ଜଳ ଜୀବନ ମିଶନ ମାଧ୍ୟମରେ ମଧ୍ୟ ପ୍ରଦେଶର ଗ୍ରାମୀଣ ଅଂଚଳମାନଙ୍କରେ 30 ଲକ୍ଷ ପରିବାରଙ୍କୁ ଏବେ ପାଇପ୍ ମାଧ୍ୟମରେ ଜଳ ମିଳିବାକୁ ଆରମ୍ଭ ହୋଇ ଯାଇଛି । ଆଉ ଏଥିରୁ ମଧ୍ୟ ଅଧିକାଂଶ ହେଉଛି ଆମର ଆଦିବାସୀ ଅଞ୍ଚଳ।

ସାଥୀଗଣ,

ଜନଜାତୀୟ ବିକାଶ ବିଷୟରେ କହିବା ସମୟରେ ଆଉ ଏକ କଥା କୁହାଯାଉଥିଲା। କୁହାଯାଉଥିଲା, ଜନଜାତୀୟ ଅଂଚଳ ଭୌଗୋଳିକ ରୂପରେ ହେଉଛି ବହୁତ କଷ୍ଟସାଧ୍ୟ। କୁହାଯାଉଥିଲା ଯେ ସେଠାରେ ସୁବିଧା ଗୁଡ଼ିକୁ ପହଞ୍ଚାଇବା କଷ୍ଟସାଧ୍ୟ ହୋଇଥାଏ । ଏହି ବାହାନା, କାମ ନ କରିବାର ବାହାନା ଥିଲା। ଏହି ବାହାନା କରି  ଜନଜାତୀୟ ସମାଜରେ ସୁବିଧା ସବୁକୁ କେବେ ହେଲେ ମଧ୍ୟ ପ୍ରାଥମିକତା ଦିଆଯାଇ ନାହିଁ । ସେମାନଙ୍କୁ ନିଜର ଭାଗ୍ୟ ଉପରେ ହିଁ ଛାଡ଼ି ଦିଆ ଯାଇଥିଲା।

ସାଥୀଗଣ,

ଏଭଳି ରାଜନୀତି, ଏଭଳି ଚିନ୍ତାଧାରା କାରଣରୁ ଆଦିବାସୀ ବହୁଳ ଜିଲ୍ଲା ବିକାଶର ମୌଳିକ ସୁବିଧାରୁ ବଞ୍ଚିତ ରହିଗଲା । ଏବେ କହିଲେ ସେତେବେଳେ ଏମାନଙ୍କର ବିକାଶ ପାଇଁ ଚେଷ୍ଟା କରାଯିବାର ଆବ୍ୟାକତା ଥିଲା, ମାତ୍ର ଏହି ଜିଲ୍ଲାଗୁଡ଼ିକରେ ପଛୁଆ ହେବାର ଟ୍ୟାଗ ଲଗାଇ ଦିଆଗଲା।

ଭାଇ ଓ ଭଉଣୀମାନେ,

କୌଣସି ରାଜ୍ୟ, କୌଣସି ଜିଲ୍ଲା, କୌଣସି ବ୍ୟକ୍ତି, କୌଣସି ସମାଜ ବିକାଶର ଦୌଡ଼ରେ ପଛରେ ରହିବାକୁ ଚାହେଁ ନାହିଁ । ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସମାଜ ଆକାଂକ୍ଷୀ ହୋଇଥାଏ, ତାହାର କିଛି ସ୍ବପ୍ନ ରହିଥାଏ । ବର୍ଷ-ବର୍ଷ ଧରି ବଞ୍ଚିତ କରି ରଖାଯାଇଥିବା ଏହି ସ୍ୱପ୍ନଗୁଡ଼ିକୁ, ଏହି ଆକାଂକ୍ଷା ଗୁଡ଼ିକୁ ଉଡ଼ାଣ ପ୍ରଦାନ କରିବାର ଚେଷ୍ଟା ଆଜି ଆମର ସରକାରଙ୍କର ହେଉଛି ପ୍ରାଥମିକତା। ଆପଣଙ୍କ ଆଶୀର୍ବାଦରୁ ଆଜି ସେହି 100ରୁ ଅଧିକ ଜିଲ୍ଲାରେ ବିକାଶର ଆକାଂକ୍ଷାକୁ ପୂରଣ କରାଯାଉଛି । ଆଜି ଯେତେସବୁ କଲ୍ୟାଣକାରୀ ଯୋଜନା କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି, ସେଗୁଡ଼ିକରେ ଆଦିବାସୀ ସମାଜ ବହୁଳ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି । ଆକାଂକ୍ଷୀ ଜିଲ୍ଲା କିମ୍ବା ଏଭଳି ଜିଲ୍ଲା ଯେଉଁଠାରେ ହସ୍ପାତାଳର ଅଭାବ ରହିଥିବ, ସେଠାରେ ଦେଢ଼ ଶହରୁ ଅଧିକ ମେଡିକାଲ କଲେଜ ମଞ୍ଜୁର କରାଯାଇ ସାରିଛି ।

ସାଥୀଗଣ,

ଦେଶର ଜନଜାତୀୟ ଅଂଚଳ, ସଂସାଧନ ରୂପରେ, ସମ୍ପଦ କ୍ଷେତ୍ରରେ ସଦା ସର୍ବଦା ସମୃଦ୍ଧ ରହି ଆସିଛି । କିନ୍ତୁ ଯେଉଁମାନେ ଆଗରୁ ସରକାରରେ ରହିଥିଲେ, ସେମାନେ ଏହି ଅଂଚଳଗୁଡ଼ିକୁ ଶୋଷଣ କରିବା ନୀତି ଉପରେ ଚାଲିଲେ । ଆମେ ଏହି ଅଞ୍ଚଳଗୁଡ଼ିକର ସାମର୍ଥ୍ୟର ସଠିକ ବ୍ୟବହାରର ନୀତି ଉପରେ ଚାଲୁଛୁ । ଆଜି ଯେଉଁ ଜିଲ୍ଲାରୁ ଯାହା କିଛି ମଧ୍ୟ ପ୍ରାକୃତିକ ସମ୍ପଦ ରାଷ୍ଟ୍ରର ବିକାଶ ପାଇଁ ବାହାରୁଛି, ତାହାର ଗୋଟିଏ ଅଂଶ ସେହି ଜିଲ୍ଲାର ବିକାଶ ନିମନ୍ତେ ଉଯୋଗ କରାଯାଉଛି। ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ରାଜ୍ୟଗୁଡ଼ିକୁ ପ୍ରାୟ 50 ହଜାର କୋଟି ଟଙ୍କା ମିଳିଛି। ଆଜି ଆପଣଙ୍କର ସମ୍ପଦ ଆପଣଙ୍କର ହିଁ କାର୍ଯ୍ୟରେ ଆସୁଛି, ଆପଣଙ୍କର ପିଲାମାନଙ୍କର କାର୍ଯ୍ୟରେ ଆସୁଛି । ଏବେ ତ, ଖନନ ସହିତ ଜଡ଼ିତ ନୀତିରେ ମଧ୍ୟ ଆମେ ଏଭଳି ପରିବର୍ତ୍ତନ କରିଛୁ, ଯାହାଦ୍ୱାରା ଜନଜାତୀୟ ଅଞ୍ଚଳରେ ହିଁ ରୋଜଗାରର ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇ ପାରିବ।

ଭାଇ ଓ ଭଉଣୀମାନେ,

ସ୍ୱାଧୀନତାର ଏହି ଅମୃତକାଳ, ହେଉଛି ଆତ୍ମନିର୍ଭର ଭାରତ ନିର୍ମାଣ କରିବାର ସମୟ । ଭାରତର ଆତ୍ମନିର୍ଭରଶୀଳତା ଜନଜାତି ଲୋକଙ୍କ ଅଂଶଗ୍ରହଣ ବିନା ସମ୍ଭବ ନୁହେଁ । ଆପଣମାନେ ଦେଖିଥିବେ ଏଇ ନିକଟରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଜନଜାତୀୟ ସମାଜରୁ ଆସିଥିବା ସାଥୀମାନେ ଯେତେବେଳେ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ, ପାଦରେ ଜୋତା ନଥିଲା, ଏହା ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଗଲା, ଆଶ୍ଚର୍ଯ୍ୟ ଚକିତ ହୋଇଗଲା। ଆଦିବାସୀ ଏବଂ ଗ୍ରାମୀଣ ସମାଜରେ କାର୍ଯ୍ୟ କରୁଥିବା ଏହି ଲୋକମାନେ ହେଉଛନ୍ତି ଦେଶର ପ୍ରକୃତ ନାୟକ (ହିରୋ) । ଏମାନେ ତ ହେଉଛନ୍ତି ଆମର ହୀରା, ଏମାନେ ତ ହେଉଛନ୍ତି ଆମର ହୀରା।

ଭାଇ ଓ ଭଉଣୀମାନେ,

ଜନଜାତୀୟ ସମାଜରେ କେବେ କୌଣସି ପ୍ରତିଭାର ଅଭାବ ରହିନାହିଁ । କିନ୍ତୁ ଦୁର୍ଭାଗ୍ୟବଶତଃ, ପୂର୍ବ ସରକାରଗୁଡିକରେ ଆଦିବାସୀ ସମାଜକୁ ସୁଯୋଗ ଦେବା ପାଇଁ ଯେଉଁ ରାଜନୈତିକ ଇଚ୍ଛା ଶକ୍ତି ଆବଶ୍ୟକ ଥିଲା ନୁହେଁ, ତାହା କିଛି ନ ଥିଲା, ବହୁତ କମ୍ ଥିଲା। ସୃଜନଶୀଳତା ହେଉଛି ଆଦିବାସୀ ପରମ୍ପରାର ଏକ ଅଂଶ, ଏବେ ମୁଁ ଏଠାକୁ ଆସିବା ପୂର୍ବରୁ, ସମସ୍ତ ଆଦିବାସୀ ସମାଜର ଭଉଣୀମାନଙ୍କ ଦ୍ୱାରା ଯେଉଁ ନିର୍ମାଣ କାର୍ଯ୍ୟ କରାଯାଇଛି, ତା’କୁ ଦେଖି ବାସ୍ତବରେ ମୋର ହୃଦୟ ଆନନ୍ଦିତ ହୋଇଯାଇଛି । ଏହି ହାତର ଆଙ୍ଗୁଠିରେ, ସେମାନଙ୍କ ପାଖରେ କେଉଁ ଶକ୍ତି ଅଛି ? ସୃଜନଶୀଳତା ହେଉଛି ଆଦିବାସୀ ପରମ୍ପରାର ଏକ ଅଂଶ, କିନ୍ତୁ ଆଦିବାସୀମାନଙ୍କର ସୃଜନଶୀଳତାକୁ ବଜାର ସହିତ ଯୋଡା ଯାଇ ନଥିଲା । ଆପଣ କଳ୍ପନା କରିପାରିବେ, ବାଉଁଶ ଚାଷ ଭଳି ଛୋଟ ଏବଂ ସାମାନ୍ୟ ଜିନିଷ ଯାହାକୁ ଆଇନର ବୁଢିଆଣୀ ଜାଳରେ ଫସାଇ ରଖାଯାଇଥିଲା। କ’ଣ ଆମ ଜନଜାତୀୟ ଭାଇ ଓ ଭଉଣୀମାନଙ୍କର କ’ଣ ଏହା ଅଧିକାର ନ ଥିଲା ସେମାନେ ବାଉଁଶ ଚାଷ କରି ତାହାକୁ ବିକ୍ରି କରି କିଛି ଅର୍ଥ ରୋଜଗାର କରି ପାରନ୍ତୁ? ଆମେ ଜଙ୍ଗଲ ଆଇନରେ ପରିବର୍ତ୍ତନ କରି ଏହି ଚିନ୍ତାଧାରାକୁ ବଦଳାଇ ଦେଲୁ।

ସାଥୀଗଣ,

ଦଶକ ଦଶକ ଧରି ଯେଉଁ ସମାଜକୁ, ତାଙ୍କର ଛୋଟ- ଛୋଟ ଆବଶ୍ୟକତା ପୂରଣ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଲା, ସେମାନଙ୍କ ଉପେକ୍ଷା କରାଗଲା, ଏବେ  ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । କାଠ ଓ ପଥରର କଳାକାରୀ ଆଦିବାସୀ ସମାଜ ଶତାବ୍ଦୀ ଶତାବ୍ଦୀ ଧରି  କରିଆସୁଛନ୍ତି, କିନ୍ତୁ ବର୍ତ୍ତମାନ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ପାଇଁ ଏକ ନୂତନ ବଜାର ଉପଲବ୍ଧ କରାଯାଉଛି । ଟ୍ରାଇଫେଡ ପୋର୍ଟାଲ ମାଧ୍ୟମରେ ଜନଜାତୀୟ କଳାକାରଙ୍କ ଉତ୍ପାଦ ଦେଶ ତଥା ବିଶ୍ବ ବଜାରରେ ଅନଲାଇନରେ ବିକ୍ରି ହେଉଛି। ଯେଉଁ ମୋଟା ଚାଉଳକୁ କେବେ ଆଡ଼ ଆଖିରେ ଦେଖାଯାଉଥିଲା, ତାହା ଆଜି ଭାରତର ବ୍ରାଣ୍ଡରେ ପରିଣତ ହେଉଛି ।

ସାଥୀଗଣ,

ବନ ଧନ ଯୋଜନା ହେଉ, ଜଙ୍ଗଲଜାତ ଉତ୍ପାଦକୁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଅଧୀନକୁ ଅଣାଯିବା ହେଉ, କିମ୍ବା ଭଉଣୀମାନଙ୍କର ସଂଗଠନ ଶକ୍ତିକୁ ନୂତନ ଶକ୍ତି ଦେବା ହେଉ, ଏହା ଜନଜାତୀୟ ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି ।  ପୂର୍ବର ସରକାର କେବଳ 8-10 ଜଙ୍ଗଲଜାତ ଉତ୍ପାଦ ଉପରେ ଏମଏସପି ଦେଉଥିଲେ। ଆଜି ଆମ ସରକାର ପ୍ରାୟ- ପ୍ରାୟ 90ଟି ଜଙ୍ଗଲଜାତ ଉତ୍ପାଦ ଉପରେ ଏମଏସପି ଦେଉଛନ୍ତି । କେଉଁଠାରେ 9-10 ଏବଂ କେଉଁଠାରେ 90? ଆମେ 2500 ରୁ ଅଧିକ ବନ ଧନ ବିକାଶ କେନ୍ଦ୍ରକୁ 37 ହଜାରରୁ ଅଧିକ ବନ ଧନ ସ୍ବୟଂ ସହାୟକ ଗୋଷ୍ଠି ସହିତ ଯୋଡିଛୁ।ଆଜି ଏତି ସହିତ ପ୍ରାୟ ସାଢେ 7 ଲକ୍ଷ ସାଥୀ ସାମିଲ ହୋଇଛନ୍ତି, ସେମାନଙ୍କୁ ରୋଜଗାର ଏବଂ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ମିଳିଛି । ଆମ ସରକାର ଜଙ୍ଗଲ ଜମିକୁ ନେଇ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ ମଧ୍ୟ ପଦକ୍ଷେପ ନେଇଛନ୍ତି। ରାଜ୍ୟଗୁଡିକରେ ପ୍ରାୟ 20 ଲକ୍ଷ ଜମି ପଟ୍ଟା ଦେଇ ଆମେ ଲକ୍ଷ ଲକ୍ଷ ଜନଜାତି ସାଥୀଙ୍କର ବହୁତ ବଡ଼ ଚିନ୍ତା ଦୂର କରିଛୁ।

ଭାଇ ଓ ଭଉଣୀମାନେ,

ଆମ ସରକାର ଆଦିବାସୀ ଯୁବକମାନଙ୍କର ଶିକ୍ଷା ଏବଂ ଦକ୍ଷତା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଆଜି ଜନଜାତୀୟ ଅଞ୍ଚଳରେ ଶିକ୍ଷାର ଏକ ନୂତନ ଆଲୋକ ଜାଳାଉଛି। ଆଜି ମୋତେ ଏଠାରେ 50 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବାର ସୁଯୋଗ ମିଳିଛି । ଆମର ଲକ୍ଷ୍ୟ ହେଉଛି, ସମଗ୍ର ଦେଶରେ ଏଭଳି ପ୍ରାୟ ସାଢେ 7 ଶହଟି ବିଦ୍ୟାଳୟ ଖୋଲିବା । ଏଥି ମଧ୍ୟରୁ ଅନେକ ଏକଲବ୍ୟ ବିଦ୍ୟାଳୟଗୁଡ଼ିକ ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି। 7 ବର୍ଷ ପୂର୍ବେ ସରକାର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ପ୍ରାୟ 40 ହଜାର ଟଙ୍କା ଖର୍ଚ୍ଚ କରୁଥିଲେ, ତାହା ଆଜି  1 ଲକ୍ଷରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି । ଏହି କାରଣରୁ ଜନଜାତୀୟ ଛାତ୍ର- ଛାତ୍ରୀମାନଙ୍କୁ ଅଧିକ ସୁବିଧା ମିଳୁଛି । କେନ୍ଦ୍ର ସରକାର ପ୍ରତିବର୍ଷ ପ୍ରାୟ 30 ଲକ୍ଷ ଜନଜାତୀୟ ଯୁବକମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ଜନଜାତୀୟ ଯୁବକମାନଙ୍କୁ ଉଚ୍ଚଶିକ୍ଷା ଏବଂ ଗବେଷଣା ସହିତ ଯୋଡ଼ିବା ପାଇଁ ଅଦ୍ଭୁତପୂର୍ବ କାର୍ଯ୍ୟ ମଧ୍ୟ କରାଯାଉଛି । ସ୍ବାଧୀନତା ପରେ, ଯେଉଁଠାରେ କେବଳ 18 ଟି ଆଦିବାସୀ ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରାଯାଇଥିଲା, ମାତ୍ର 7 ବର୍ଷ ମଧ୍ୟରେ 9 ଟି ନୂତନ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇ ସାରିଛି।

 ସାଥୀଗଣ,

ଜନଜାତୀୟ ସମାଜର ପିଲାମାନଙ୍କ ପାଇଁ ଏକ ବଡ ସମସ୍ୟା ଥିଲା, ଅଧ୍ୟୟନ ସମୟରେ ଭାଷାର ସମସ୍ୟା ମଧ୍ୟ ଥିଲା। ଏବେ ନୂତନ ଜାତୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆମ ଜନଜାତୀୟ ସମାଜର ପିଲାମାନେ ମଧ୍ୟ ଏହାଦ୍ବାରା ନିଶ୍ଚିତ ଲାଭ ପାଇବେ ତାହା ଥୟ।

ଭାଇ ଓ ଭଉଣୀମାନେ,

ଜନଜାତୀୟ ସମାଜର ପ୍ରୟାସ, ସମସ୍ତଙ୍କର ପ୍ରୟାସ, ହିଁ ହେଉଛି ସ୍ୱାଧୀନତାର ଅମୃତକାଳରେ ଏକ ଶିଖର ଛୁଉଁଥିବା​‌ ଭାରତ ଗଠନ ପାଇଁ ଶକ୍ତି ଅଛି । ଜନଜାତୀୟ ସମାଜର ଆତ୍ମ ସମ୍ମାନ ପାଇଁ, ଆତ୍ମବିଶ୍ୱାସ ପାଇଁ, ଅଧିକାର ପାଇଁ, ଆମେ ଦିନରାତି କାର୍ଯ୍ୟ କରିବୁ, ଆଜି ଜନଜାତୀୟ ଗୌରବ ଦିବସରେ, ଆମେ ଏହି ସଂକଳ୍ପକୁ ପୁଣି ଦୋହରାଉଛୁ । ଆଉ ଏହି ଜନଜାତୀୟ ଗୌରବ ଦିବସ, ଯେପରି ଆମେ ଗାନ୍ଧୀ ଜୟନ୍ତୀ ପାଳନ କରୁଛୁ, ଯେପରି ଆମେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳନ କରୁଛୁ, ଯେପରି ଆମେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରୁଛୁ, ସେହିପରି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ 15 ନଭେମ୍ବରରେ ପ୍ରତିବର୍ଷ ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ ।

ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ! ମୋ ସହିତ ଦୁଇ ହାତ ଉପରକୁ କରି ସମ୍ପୂର୍ଣ୍ଣ ଶକ୍ତିର  ସହିତ କୁହନ୍ତୁ-

 ଭାରତ ମାତା କି ଜୟ!

ଭାରତ ମାତା କି ଜୟ !

ଭାରତ ମାତା କି ଜୟ !

ବହୁତବହୁତ ଧନ୍ୟବାଦ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”