ଶିଲଂର ନିଗ୍ରିହିମ୍ସରେ ଦେଶର ୭୫୦୦ତମ କେନ୍ଦ୍ର ଜାତି ଉଦ୍ଦେଶ୍ୟରେ ଅର୍ପିତ
ଜନଔଷଧୀ ଯୋଜନା ଗରିବଙ୍କୁ ଉଚ୍ଚ ଚିକିତ୍ସା ଖର୍ଚ୍ଚରୁ ସୁରକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ
ଜନଔଷଧୀ କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଜନସାଧାରଣଙ୍କୁ ଆହ୍ୱାନ
ଆପଣ ମୋ ପରିବାର, ଆପଣଙ୍କ ଅସୁସ୍ଥତା ମୋ ପରିବାରସଦସ୍ୟଙ୍କ ଅସୁସ୍ଥତା ସହିତସମାନ, ସେଥିପାଇଁ ମୋରସବୁ ଦେଶବାସୀ ସୁସ୍ଥ ରହନ୍ତୁ ବୋଲି ମୁଁ ଚାହେଁ: ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ମୋ ସହିତ ସାମିଲ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଡି.ବି ସଦାନନ୍ଦ ଗୌଡା ମହାଶୟ, ଶ୍ରୀ ମନସୁଖ ଲାଲ ମାଣ୍ଡଭ୍ୟା ମହାଶୟ, ଶ୍ରୀ ଅନୁରାଗ ଠାକୁର ମହାଶୟ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ମହାଶୟ, ମେଘାଳୟର ମୁଖ୍ୟମନ୍ତ୍ରୀ ଶ୍ରୀ କୋର୍ନାଡ କେ.ସାଙ୍ଗମା ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେଷ୍ଟୋନ ତେନସାଙ୍ଗ ମହାଶୟ, ଗୁଜରାଟ ଉପ-ମୁମ୍ୟମନ୍ତ୍ରୀ ଭାଇ ନିତିନ ପଟେଲ ମହାଶୟ, ସାରା ଦେଶରୁ ସାମିଲ ହୋଇଥିବା ଜନଔଷଧି କେନ୍ଦ୍ର ସଞ୍ଚାଳକ, ହିତାଧିକାରୀ ମହୋଦୟ, ଚିକିତ୍ସକ ଏବଂ ମୋର ଭାଇ ଓ ଭଉଣୀମାନେ!

ଜନଔଷଧି ଚିକିତ୍ସକ, ଜନଔଷଧି ଜ୍ୟୋତି ଏବଂ ଜନଔଷଧ ସାରଥୀ, ଏହି ତିନି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ସମ୍ମାନ ପ୍ରାପ୍ତ କରିଥିବା, କରିବାକୁ ଯାଉଥିବା ସମସ୍ତ ସାଥୀମାନଙ୍କୁ ମୁଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି !

ସାଥୀଗଣ,

ଜନଔଷଧି ଯୋଜନାକୁ ଦେଶର କୋଣ ଅନୁକୋଣରେ ଚଲାଉଥିବା ଏବଂ ଏହାର କିଛି ହିତାଧିକାରୀଙ୍କ ସହିତ ମୋତେ ଆଜି କଥା ହେବାର ସୁଯୋଗ ମିଳିଲା । ଆଉ ଯେଉଁ ଚର୍ଚ୍ଚା ହୋଇଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ଯୋଜନା ଗରିବ ଏବଂ ବିଶେଷ କରି ମଧ୍ୟମ ଶ୍ରେଣୀ ବର୍ଗର ପରିବାରଗୁଡିକର ବହୁତ ବଡ଼ ସାଥୀ ପାଲଟିଛି । ଏହି ଯୋଜନା ସେବା ଏବଂ ରୋଜଗା ଉଭୟର ମାଧ୍ୟମ ହୋଇଛି । ଜନଔଷଧି କେନ୍ଦ୍ରଗୁଡିକରେ ଶସ୍ତା ମୂଲ୍ୟରେ ଔଷଧ ସହିତ-ଯୁବକମାନଙ୍କୁ ଆୟର ସାଧନ ମଧ୍ୟ ମିଳୁଛି।

ବିଶେଷ ଭାବେ ଆମର ଭଉଣୀମାନଙ୍କୁ, ଆମର ଝିଅମାନଙ୍କୁ ଯେତେବେଳେ କେବଳ ଅଢ଼େଇ ଟଙ୍କାରେ ସାନିଟାରୀ ପ୍ୟାଡ୍ସ ଉପଲବ୍ଧ କରାଯାଇଛି, ତେବେ ଏହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏକ ସକରାତ୍ମକ ପ୍ରଭାବ ପଡ଼ୁଛି । ବର୍ତମାନ ପର୍ଯ୍ୟନ୍ତ 11 କୋଟିରୁ ଅଧିକ ସାନିଟାରୀ ନ୍ୟାପକିନ୍ସ ଏହି କେନ୍ଦ୍ରମାନଙ୍କରେ ବିକ୍ରି ହୋଇ ସାରିଛି । ଏହିଭଳି ଭାବେ ‘ଜନଔଷଧି ଜନନୀ’ ଏହି ଅଭିଯାନ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଜରୁରୀ ପୋଷଣ ଏବଂ ସପ୍ଲିମେଣ୍ଟସ୍ ମଧ୍ୟ ଏବେ ଜନଔଷଧି କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯାଉଛି। କେବଳ ଏତିକି ହିଁ ନୁହେଁ, ଏକ ହଜାରରୁ ଅଧିକ ଜନଔଷଧି କେନ୍ଦ୍ର ଏଭଳି ରହିଛି ଯେଉଁଗୁଡ଼ିକୁ ମହିଳାମାନେ ହିଁ ଚଳାଉଛନ୍ତି । ଅର୍ଥାତ ଜନଔଷଧି ଯୋଜନା ଝିଅମାନଙ୍କର ଆତ୍ମନିର୍ଭରତାକୁ ଶକ୍ତି ପ୍ରଦାନ କରୁଛି।

ଭାଇ ଓ ଭଉଣୀମାନେ,

ଏହି ଯୋଜନା ଦ୍ୱାରା ପାହାଡିଆ ଅଞ୍ଚଳମାନଙ୍କରେ, ଉତର-ପୂର୍ବାଞ୍ଚଳରେ, ଜନଜାତୀୟ ଅଞ୍ଚଳମାନଙ୍କରେ ରହୁଥିବା ଦେଶବାସୀଙ୍କ ପାଖରେ ଶସ୍ତା ଔଷଧ ଦେବାରେ ମଧ୍ୟ ସାହାଯ୍ୟ ମିଳୁଛି । ଆଜି ମଧ୍ୟ ଯେତେବେଳେ 7500ତମ କେନ୍ଦ୍ରର ଲୋକାର୍ପଣ କରାଯାଇଛି ତେବେ ତାହା ଶିଲଂରେ ହୋଇଛି । ଏହାଦ୍ୱାରା ଏହା ସ୍ପଷ୍ଟ ହେଉଛି ଯେ ଉତର-ପୂର୍ବାଞ୍ଚଳରେ ଜନଔଷଧି କେନ୍ଦ୍ରଗୁଡ଼ିକର କେତେ ପରିମାଣରେ ସଂପ୍ରସାରଣ ହେଉଛି।

ସାଥୀଗଣ,

7500ତମ ସ୍ଥାନରେ ପହଞ୍ଚିବା ଏଥିପାଇଁ ମଧ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ କାରଣ 6ବର୍ଷ ପୂର୍ବ ପର୍ଯ୍ୟନ୍ତ ଦେଶରେ ଏଭଳି 100ଟି କେନ୍ଦ୍ର ମଧ୍ୟ ନ ଥିଲା । ଆଉ ଆମେ ଚାହୁଁଛୁ ଯେତେ ଶୀଘ୍ର ହୋଇପାରିବ, ଦ୍ରୁତ ଗତିରେ 10 ହଜାରର ଲକ୍ଷ୍ୟକୁ ଅତିକ୍ରମ କରିବାକୁ ଚାହୁଁଛୁ । ମୁଁ ଆଜି ରାଜ୍ୟ ସରକାରମାନଙ୍କୁ, ବିଭାଗର ଲୋକମାନଙ୍କୁ ଗୋଟିଏ ଅନୁରୋଧ କରିବି । ସ୍ୱାଧୀନତାର 75 ବର୍ଷ, ଆମ ସମ୍ମୁଖରେ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି । ଆମେ କ’ଣ ସ୍ଥିର କରି ପାରିବା କି ଦେଶର ଅତି କମରେ 75 ଟି ଜିଲା ଏଭଳି ରହିବ ଯେଉଁଠାରେ 75 ରୁ ଅଧିକ ଜନଔଷଧି କେନ୍ଦ୍ର ଥିବ ଆଉ ସେଗୁଡ଼ିକ ଆସନ୍ତା କିଛି ସମୟ ମଧ୍ୟରେ ଆମେ କରି ଦେବା । ଆପଣମାନେ ଦେଖନ୍ତୁ କେତେ ବଡ଼ ବ୍ୟାପକତା ବଢ଼ିଯିବ।

ସେହିଭଳି ଭାବେ ତାହାର ଲାଭ ନେବାଭଳି ଲୋକମାନଙ୍କର ସଂଖ୍ୟାର ଲକ୍ଷ୍ୟକୁ ମଧ୍ୟ ସ୍ଥିରୀକୃତ କରିବା ଆବଶ୍ୟକ। ଏବେ ଏମିତି ଗୋଟିଏ ମଧ୍ୟ ଜନଔଷଧି କେନ୍ଦ୍ର ଏଭଳି ନ ଥିବ, ଯେଉଁଠିକୁ ଆଜି ଯେତିକି ଲୋକ ଆସୁଛନ୍ତି, ସେମାନଙ୍କର ସଂଖ୍ୟା ଦୁଇ ଗୁଣା-ତିନି ଗୁଣା ହେଉ ନଥିବ। ଏହି ଦୁଇଟି ଜିନିଷକୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଏହି କାର୍ଯ୍ୟ ଯେତେ ଶୀଘ୍ର ହେବ, ଦେଶର ଗରିବଙ୍କୁ ସେତିକି ହିଁ ଲାଭ ହେବ। ଏହି ଜନଔଷଧି କେନ୍ଦ୍ର ପ୍ରତି ବର୍ଷ ଗରିବ ଏବଂ ମଧ୍ୟମବର୍ଗର ପରିବାରର ପ୍ରାୟ 36 ଶହ କୋଟି ଟଙ୍କା ସଞ୍ଚୟ କରୁଛି, ଆଉ ଏହି ପରିମାଣ କିଛି ଅଳ୍ପ ନୁହେଁ ଯାହାକି ପୂର୍ବେ ଦାମୀ ଔଷଧ କିଣିବାରେ ଖର୍ଚ୍ଚ ହୋଇ ଯାଉଥିଲା। ଅର୍ଥାତ ଏବେ ଏହି ପରିବାରଙ୍କର 35 ଶହ କୋଟି ଟଙ୍କା ପରିବାରର ଭଲ କାର୍ଯ୍ୟ ପାଇଁ ଆହୁରି ଅଧିକ ଉପଯୋଗୀ ହେବାରେ ଲାଗିଛି।

ସାଥୀଗଣ,

ଜନଔଷଧି ଯୋଜନାର ଦ୍ରୁତ ଗତିରେ ପ୍ରସାର ହେଉ ଏଥିପାଇଁ ଏହି କେନ୍ଦ୍ରଗୁଡ଼ିକର ପ୍ରୋତ୍ସାହନ ମଧ୍ୟ ଅଢ଼େଇ ଲକ୍ଷରୁ ବଢ଼େଇ ଦେଇ 5 ଲକ୍ଷ କରି ଦିଆଯାଇଛି । ଏହା ବ୍ୟତୀତ ଦଳିତ, ଆଦିବାସୀ, ମହିଳା ଏବଂ ପୂର୍ବୋତ୍ତର ଲୋକମାନଙ୍କ ପାଇଁ 5 ଲକ୍ଷ ଟଙ୍କାର ପ୍ରୋତ୍ସାହନ ଅଲଗା ଭାବେ ଦିଆଯାଉଛି । ଏହି ଅର୍ଥ ସେମାନଙ୍କୁ ସେମାନଙ୍କର ଷ୍ଟୋର ଖୋଲିବା, ସେମାନଙ୍କ ପାଇଁ ଆବଶ୍ୟକୀୟ ଆସବାବପତ୍ର ଇତ୍ୟାଦି ଆଣିବାରେ ସାହାଯ୍ୟ କରିଥାଏ । ଏହି ଅବସରଗୁଡ଼ିକ ସହିତ ହିଁ ଏହି ଯୋଜନା ଦ୍ୱାରା ଫାର୍ମା କ୍ଷେତ୍ରରେ ସମ୍ଭାବନାର ନୂତନ ଦିଗ ମଧ୍ୟ ଖୋଲିଛି।

ଭାଇ ଓ ଭଉଣୀମାନେ,

ଆଜି ଭାରତ ନିର୍ମିତ ଔଷଧ ଏବଂ ସର୍ଜିକାଲର ଚାହିଦା ବଢ଼ିଛି । ଚାହିଦା ବଢ଼ିବା ଦ୍ୱାରା ଉତ୍ପାଦନ ମଧ୍ୟ ବଢୁଛି । ଏହାଦ୍ୱାରା ମଧ୍ୟ ବୃହତ ମାତ୍ରାରେ ରୋଜଗାରର ଅବସର ସୃଷ୍ଟି ହେଉଛି। ମୁଁ ଖୁସି ଯେ ଏବେ 75 ଆୟୁଷ ଔଷଧ ଯେଉଁଥିରେ ହୋମିଓପାଥି ହୋଇଥାଏ, ଆୟୁର୍ବେଦ ଥାଏ, ତାହାକୁ ମଧ୍ୟ ଜନଔଷଧି କେନ୍ଦ୍ରଗୁଡ଼ିକରେ ଉପଲବ୍ଧ କରାଯିବାର ନିଷ୍ପତ୍ତି ନିଆଯାଇଛି । ଆୟୁଷ ଔଷଧଗୁଡ଼ିକ ଶସ୍ତାରେ ମିଳିବା ଦ୍ୱାରା ରୋଗୀମାନଙ୍କୁ ଲାଭ ହିଁ ହେବ, ଏହା ସହିତ ଏହାଦ୍ୱାରା ଆୟୁର୍ବେଦ ଏବଂ ଆୟୁଷ ମେଡିସିନ କ୍ଷେତ୍ରରେ ମଧ୍ୟ ବହୁତ ବଡ଼ ଲାଭ ହେବ।

ସାଥୀଗଣ,

ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ସରକାରୀ ଚିନ୍ତାଧାରାରେ ସ୍ୱାସ୍ଥ୍ୟକୁ କେବଳ ରୋଗ ଏବଂ ଚିକିତ୍ସାର ବିଷୟ ଭାବେ ଧରି ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟର ବିଷୟ କେବଳ ରୋଗରୁ ମୁକ୍ତି, ଏତିକି ହିଁ ନୁହେଁ ଏବଂ ଚିକିତ୍ସା ଯାଏଁ ସୀମିତ ନୁହେଁ, ବରଂ ଏହା ଦେଶର ସମ୍ପୂର୍ଣ୍ଣ ଆର୍ଥିକ ଏବଂ ସାମାଜିକ ବିଧି-ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ଯେଉଁ ଦେଶର ଜନସଂଖ୍ୟା, ଯେଉଁ ଦେଶର ଲୋକ- ପୁରୁଷ ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ସହରର ହୁଅନ୍ତୁ, ଗାଁର ହୁଅନ୍ତୁ, ବୟସ୍କ ହୁଅନ୍ତୁ, ଛୋଟ ପିଲା ହୁଅନ୍ତୁ, ଯୁବକ ହୁଅନ୍ତୁ, ପିଲା ହୁଅନ୍ତୁ – ସେମାନେ ଯେତେ ଅଧିକ ସୁସ୍ଥ ରହିବେ, ରାଷ୍ଟ୍ର ମଧ୍ୟ ସେତିକି ହିଁ ସମର୍ଥ ହେବ । ତାଙ୍କର ଶକ୍ତି ବହୁତ ଉପଯୋଗୀ ହୋଇଥାଏ । ଦେଶକୁ ଆଗକୁ ବଢ଼ାଇବାରେ, ଉର୍ଜ୍ଜା ବଢ଼ାଇବା କାର୍ଯ୍ୟରେ ଆସିଥାଏ।

ଏଥିପାଇଁ ଆମେ ଚିକିତ୍ସାର ସୁବିଧା ବଢ଼ାଇବା ସହିତ ହିଁ ସେହି କଥାଗୁଡ଼ିକ ଉପରେ ଗୁରୁତ୍ୱ ଦେଲୁ, ଯେଉଁଗୁଡ଼ିକ ରୋଗର କାରଣ ହୋଇଥାଏ। ଯେତେବେଳେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଏ, ଯେତେବେଳେ ଦେଶରେ କୋଟି-କୋଟି ଶୌଚାଳୟ ନିର୍ମାଣ କରାଯାଏ, ଯେତେବେଳେ ଦେଶରେ ମାଗଣାରେ ଗ୍ୟାସ ସଂଯୋଗ ଦିଆଯିବାର ଅଭିଯାନ କରାଯାଏ, ଯେତେବେଳେ ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଘରେ-ଘରେ ପହଞ୍ଚୁଛି, ମିଶନ ଇନ୍ଦ୍ରଧନୁଷ ହେଉ, ପୋଷଣ ଅଭିଯାନ ଚାଲିଲା, ତେବେ ଏହା ପଛରେ ଏହି ଚିନ୍ତାଧାରା ଥିଲା। ଆମେ ସ୍ୱାସ୍ଥ୍ୟକୁ ନେଇ ଖଣ୍ଡ-ଖଣ୍ଡ ଭାବରେ ନୁହେଁ, ନୁହେଁ ବରଂ ଏକ ସଂପୂର୍ଣ୍ଣତାର ଚିନ୍ତାଧାରା ସହିତ, ଏକ ସାମଗ୍ରିକ ଉପାୟରେ କାର୍ଯ୍ୟ କଲୁ।

ଆମେ ଯୋଗର ଦୁନିଆରେ ନୂତନ ପରିଚୟ ଦେବା ପାଇଁ ପ୍ରୟାସ କଲୁ । ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସମଗ୍ର ଦୁନିଆରେ ପାଳନ କରାଯାଉଛି ଆଉ ବଡ଼ ଉତ୍ସାହର ସହିତ ପାଳନ କରାଯାଉଛି, ମନ-ଧ୍ୟାନ ସହକାରେ ପାଳନ କରାଯାଉଛି । ଆପଣ ଦେଖନ୍ତୁ କେତେ ବଡ଼ ଗର୍ବର କଥା ହୋଇଥାଏ ଯେତେବେଳେ ଆମର କାଢ଼ା, ଆମର ମସଲା, ଆମର ଆୟୁଷର ସମାଧାନର କଥାକୁ ଚର୍ଚ୍ଚା କରିବାକୁ ଯେଉଁମାନେ କେବେ କୁଣ୍ଠାବୋଧ କରୁଥିଲେ ସେମାନେ ଆଜି ଗର୍ବର ସହିତ ଜଣେ ଅନ୍ୟ ଜଣଙ୍କୁ କହୁଛନ୍ତି ଏହାକୁ ନିଅନ୍ତୁ । ଆଜିକାଲି ଆମର ହଳଦୀର ରପ୍ତାନୀ ଏତେ ମାତ୍ରାରେ ବଢ଼ିଯାଇଛି ଯେ କରୋନା ପରେ ଦୁନିଆକୁ ଲାଗୁଛି ଯେ ଭାରତ ପାଖରେ ବହୁତ କିଛି ରହିଛି।

ଆଜି ଦୁନିଆ ଭାରତର ପଦ୍ଧତିକୁ ମାନୁଛି। ଆମର ପରମ୍ପରାଗତ ପାରମ୍ପରିକ ଔଷଧର ପଦ୍ଧତିକୁ ମାନିବାରେ ଲାଗିଛି । ଆମର ଏଠାରେ ଖାଦ୍ୟରେ ଯେଉଁ ଜିନିଷଗୁଡ଼ିକ ବହୁ ପୂର୍ବରୁ ଉପଯୋଗୀ ବୋଲି ମାନି ନିଆଯାଇଥିଲା, ଯେଭଳି ମାଣ୍ଡିଆ, କୋଦା, ଯଅ, ବାଜରା, ଏଭଳି ଡଜନ-ଡଜନ ମୋଟା ଶସ୍ୟର ସମୃଦ୍ଧ ପରମ୍ପରା ଆମ ଦେଶରେ ରହି ଆସିଛି । ଯେତେବେଳେ ପୂର୍ବଥର କର୍ଣ୍ଣାଟକରେ ମୋର ପ୍ରବାସ ଥିଲା, ତେବେ ଆମର ସେଠାକାର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ମହାଶୟ ମୋଟା ଶସ୍ୟର ଏକ ବହୁତ ବଡ଼ ପ୍ରଦର୍ଶନୀ ରଖିଥିଲେ । ଆଉ ଏତେ ପ୍ରକାରର ମୋଟା ଶସ୍ୟ ଯାହାକୁ ଛୋଟ-ଛୋଟ ଚାଷୀମାନେ ଉତ୍ପାଦନ କରନ୍ତି, ସେଗୁଡ଼ିକର ଏତେ ପରିମାଣରେ ପୁଷ୍ଟିସାର ରହିଛି, ଖୁବ ଭଲ ଭାବେ ସେଗୁଡ଼ିକୁ ସେ ପ୍ରଦର୍ଶିତ କରିଥିଲେ। କିନ୍ତୁ ଆମେ ଜାଣିଛୁ ଯେ ଏହି ପୁଷ୍ଟିକର ଶସ୍ୟଗୁଡ଼ିକୁ ଦେଶରେ ସେତେ ପରିମାଣରେ ପ୍ରୋତ୍ସାହିତ କରାଯାଇ ନାହିଁ । ଏକପ୍ରକାରରେ ଏହା ତ ହେଉଛି ଗରିବଙ୍କର, ଏହା ଯାହାଙ୍କ ପାଖରେ ପଇସା ନାହିଁ, ସେମାନେ ଖାଆନ୍ତି, ଏହି ପ୍ରକାରର ମାନସିକତା ସୃଷ୍ଟି କରାଯାଇଥିଲା।

କିନ୍ତୁ ଆଜି ହଠାତ ସ୍ଥିତି ପରିବର୍ତନ ହୋଇଯାଇଛି । ଆଉ ସ୍ଥିତି ବଦଳିବା ପାଇଁ ଆମେ କ୍ରମାଗତ ଭାବେ ପ୍ରୟାସ କରିଛୁ । ଆଜି ମୋଟା ଶସ୍ୟଗୁଡ଼ିକୁ ନା କେବଳ ପ୍ରୋତ୍ସାହିତ କରାଯାଉଛି, ବରଂ ଏବେ ଭାରତର ପ୍ରୋତ୍ସାହନରେ ମିଳିତ ଜାତିସଂଘ ବର୍ଷ ୨୦୨୩କୁ ବାଜରାର ଅନ୍ତରାଷ୍ଟ୍ରୀୟ ବର୍ଷ ଭାବେ ଘୋଷିତ କରିଛି । ଏହି ମୋଟା ଶସ୍ୟ ବାଜରା ଉପରେ କେନ୍ଦ୍ରୀଭୂତ ହେବା ଫଳରେ ଦେଶକୁ ପୌଷ୍ଟିକ ଅନ୍ନ ମଧ୍ୟ ମିଳିବ ଆଉ ଆମର କୃଷକମାନଙ୍କର ଆୟ ମଧ୍ୟ ବଢ଼ିବ। ଆଉ ଏବେ ତ ପଞ୍ଚତାରକା ହୋଟେଲରେ ମଧ୍ୟ ଲୋକମାନେ ବରାଦ କରିବା ସମୟରେ କହୁଛନ୍ତି ଯେ ଆମେ ମୋଟା ଶସ୍ୟର ଅମୁକ ଜିନିଷଟି ଚାଖିବୁ। କାହିଁକି ନା ଧୀରେ-ଧୀରେ ସମସ୍ତଙ୍କୁ ଏହା ଅନୁଭବ ହେଲାଣି ଯେ ମୋଟା ଶସ୍ୟ ହେଉଛି ଶରୀର ପାଇଁ ବହୁତ ଉପଯୋଗୀ ।

ଆଉ ଏବେ ୟୁଏନ (ମିଳିତ ଜାତିସଂଘ) ଏହା ମାନିଛି, ଦୁନିଆ ମାନିଛି, ୨୦୨୩ରେ ସମଗ୍ର ଦୁନିଆ ଏକ ବର୍ଷ ଭାବେ ତାହାକୁ ମାନିବାକୁ ପଡ଼ିବ। ଆଉ ଏହାର ସବୁଠାରୁ ବଡ଼ ଲାଭ ଆମର ଛୋଟ-ଛୋଟ କୃଷକମାନଙ୍କୁ ହେବାକୁ ଯାଉଛି କାରଣ ମୋଟା ଶସ୍ୟ ସେଠାରେ ଉତ୍ପାଦିତ ହୋଇଥାଏ। ସେହି ଲୋକମାନେ ପରିଶ୍ରମ କରି ଉତ୍ପାଦନ କରନ୍ତି।

ସାଥୀଗଣ,

ଗତ ବର୍ଷମାନଙ୍କରେ ଚିକିତ୍ସା ​କ୍ଷେତ୍ର​‌ରେ ଆସୁଥିବା ସମସ୍ତ ପ୍ରକାରର ଭେଦଭାବକୁ ସମାପ୍ତ କରିବାର ପ୍ରୟାସ କରାଯାଇଛି, ଚିକିତ୍ସାକୁ ପ୍ରତ୍ୟେକ ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚାଯାଇଛି । ଅତ୍ୟାବଶ୍ୟକ ଔଷଧକୁ, ତାହା ହୁଏତ ହୃଦରୋଗ ପାଇଁ ଷ୍ଟେଂଟ୍ସର କଥା ହେଉ, ଆଣ୍ଠୁ ଅସ୍ତ୍ରୋପଚାର ସହିତ ଜଡ଼ିତ ଉପକରଣର କଥା ହେଉ, ତାହାର ମୂଲ୍ୟଗୁଡ଼ିକୁ ବହୁଗୁଣା କମ୍‍ କରି ଦିଆଯାଇଛି। ଏହାଦ୍ୱାରା ଲୋକମାନଙ୍କୁ ବାର୍ଷିକ ପ୍ରାୟ ସାଢ଼େ 12 ହଜାର କୋଟି ଟଙ୍କାର ସଞ୍ଚୟ ହେଉଛି।

ଆୟୁଷ୍ମାନ ଯୋଜନା ଦେଶର 50 କୋଟିରୁ ଗରିବ ପରିବାରଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି। ଏହାର ଲାଭ ଏ ପର୍ଯ୍ୟନ୍ତ ଦେଢ଼ କୋଟିରୁ ଅଧିକ ଲୋକ ନେଇ ସାରିଛନ୍ତି । ଅନୁମାନ ରହିଛି ଯେ ଏହାଦ୍ୱାରା ମଧ୍ୟ ଲୋକମାନଙ୍କୁ ପ୍ରାୟ 30 ହଜାର କୋଟି ଟଙ୍କାର ସଞ୍ଚୟ ହୋଇଛି । ଅର୍ଥାତ ଜନଔଷଧି, ଆୟୁଷ୍ମାନ, ଷ୍ଟେଂଟ ଏବଂ ଅନ୍ୟ ଉପକରଣଗୁଡ଼ିକର ମୂଲ୍ୟ ହ୍ରାସ କରିବା ଦ୍ୱାରା ହେଉଥିବା ସଞ୍ଚୟକୁ ଯଦି ଆମେ ଯୋଡିବା, କେବଳ ବ୍ୟବସ୍ଥା ସହିତ ଜଡ଼ିତ କଥାଗୁଡ଼ିକୁ ମୁଁ କହୁଛି... ତେବେ ଆଜି ମଧ୍ୟମ ବର୍ଗର ସାଧାରଣ ପରିବାରର ପ୍ରାୟ-ପ୍ରାୟ 50 ହଜାର କୋଟି ଟଙ୍କା ପ୍ରତି ବର୍ଷ ସଞ୍ଚୟ ହେଉଛି।

ସାଥୀଗଣ,

ଭାରତ ହେଉଛି ଦୁନିଆର ଫାର୍ମାସୀ, ଏହା ସିଦ୍ଧ ହୋଇ ସାରିଛି । ଦୁନିଆ ଆମର ଜେନେରିକ ଔଷଧ ନେଉଛି, କିନ୍ତୁ ଆମର ଏହିଠାରେ ହିଁ ସେଗୁଡ଼ିକ ପ୍ରତି ଏକପ୍ରକାରର ଉଦାସୀନତା ରହିଲା, ପ୍ରୋତ୍ସାହିତ କରାଗଲା ନାହିଁ । ଏବେ ଆମେ ତାହା ଉପରେ ଗୁରୁତ୍ୱ ଦେଇଛୁ । ଆମେ ଜେନେରିକ ଔଷଧ ଉପରେ ଯେତିକି ବଳ ପ୍ରୟୋଗ କରିପାରିବା କଥା ପ୍ରୟୋଗ କଲୁ ଫଳରେ ସାଧାରଣ ଲୋକମାନଙ୍କର ପଇସା ସଞ୍ଚୟ ହେବା ଦରକାର ଏବଂ ରୋଗ ମଧ୍ୟ ଦୂର ହେବା ଦରକାର।

କରୋନା ସମୟରେ ଦୁନିଆ ମଧ୍ୟ ଭାରତୀୟ ଔଷଧଗୁଡ଼ିକର ଶକ୍ତିକୁ ଅନୁଭବ କରିଛି । ଏହି ସ୍ଥିତି ଆମର ଟିକା ଶିଳ୍ପର ଥିଲା । ଭାରତ ପାଖରେ ଅନେକ ରୋଗର ଟିକା ନିର୍ମାଣ କରିବାର କ୍ଷମତା ଥିଲା କିନ୍ତୁ ଜରୁରୀ ପ୍ରୋତ୍ସାହନର ଅଭାବ ରହିଥିଲା। ଆମେ ଶିଳ୍ପକୁ ପ୍ରୋତ୍ସାହିତ କଲୁ ଆଉ ଆଜି ଭାରତରେ ନିର୍ମାଣ କରାଯାଇଥିବା ଟିକା ଆମ ପିଲାମାନଙ୍କୁ ବଞ୍ଚାଇବାର କାର୍ଯ୍ୟ କରୁଛି।

ସାଥୀଗଣ,

ଆଜି ଦେଶକୁ ନିଜର ବୈଜ୍ଞାନିକମାନଙ୍କ ଉପରେ ଗର୍ବ ଅନୁଭବ ହେଉଛି ଯେ ଆମ ପାଖରେ ଭାରତ ନିର୍ମିତ ଟିକା ନିଜ ପାଇଁ ମଧ୍ୟ ରହିଛି ଆଉ ଦୁନିଆକୁ ସାହାଯ୍ୟ କରିବା ପାଇଁ ମଧ୍ୟ ରହିଛି । ଆମ ସରକାର ଏଠାରେ ମଧ୍ୟ ଦେଶର ଗରିବଙ୍କର, ମଧ୍ୟମବର୍ଗର ଲୋକମାନଙ୍କର ବିଶେଷ ଧ୍ୟାନ ରଖିଛନ୍ତି। ଆଜି ସରକାରୀ ହସ୍ପାତାଳରେ କରୋନାର ମାଗଣା ଟିକା ଦିଆ ଯାଉଛି । ଘରୋଇ ହସ୍ପାତାଳରେ ଦୁନିଆର ସବୁଠାରୁ ଶସ୍ତା ଅର୍ଥାତ 250 ଟଙ୍କାରେ ଟିକା ଦିଆଯାଉଛି । ପ୍ରତ୍ୟେକ ଦିନ ଲକ୍ଷ-ଲକ୍ଷ ସାଥୀଙ୍କୁ ଭାରତର ନିଜସ୍ୱ ଟିକା ଦିଆଯାଉଛି । ନମ୍ବର ବା ପାଳି ଆସିବା ପରେ ମୁଁ ମଧ୍ୟ ମୋର ପ୍ରଥମ ଡୋଜ୍ ନେଇ ସାରିଛି।

ସାଥୀଗଣ,

ଦେଶରେ ଶସ୍ତା ଏବଂ ପ୍ରଭାବୀ ଚିକିତ୍ସା ହେବା ସହିତ ପର୍ଯ୍ୟାପ୍ତ ମେଡିକାଲ କର୍ମଚାରୀଙ୍କ ଉପଲବ୍ଧତା ମଧ୍ୟ ସେତିକି ହିଁ ଆବଶ୍ୟକ । ତେଣୁ ଆମେ ଗାଁର ହସ୍ପାତାଳରୁ ନେଇ ମେଡିକାଲ କଲେଜ ଏବଂ ଏଆଇଆଇଏମ୍ସ ଭଳି ସଂସ୍ଥାନ ପର୍ଯ୍ୟନ୍ତ, ଏକ ସମନ୍ୱିତ ଅଭିବ୍ୟକ୍ତି ସହିତ କାର୍ଯ୍ୟ ଆରମ୍ଭ କରିଛୁ । ଗାଁରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି, ଯେଉଁଥିରୁ 50 ହଜାରରୁ ଅଧିକ କେନ୍ଦ୍ର ସେବା ପ୍ରଦାନ କରିବା ଆରମ୍ଭ କରି ସାରିଲେଣି। ଏହା କେବଳ କାଶ-ଜ୍ୱରର କେନ୍ଦ୍ର ନୁହେଁ, ବରଂ ଏଠାରେ ଗୁରୁତର ରୋଗର ପରୀକ୍ଷଣର ସୁବିଧା ଦେବାର ମଧ୍ୟ ପ୍ରୟାସ ହୋଇଛି । ପୂର୍ବରୁ ଯେଉଁ ଛୋଟ-ଛୋଟ ପରୀକ୍ଷା କରାଇବା ପାଇଁ ସହରକୁ ଯିବା ଦରକାର ପଡ଼ୁଥିଲା, ଏବେ ସେହି ପରୀକ୍ଷାଗୁଡ଼ିକ ଏହି ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଉପଲବ୍ଧ ହୋଇ ପାରୁଛି।

ସାଥୀଗଣ,

ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ ପାଇଁ ଅଦ୍ଭୁତପୂର୍ବ ବୃଦ୍ଧି କରାଯାଇଛି ଆଉ ସ୍ୱାସ୍ଥ୍ୟର ସଂପୂର୍ଣ୍ଣ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନାର ଘୋଷଣା କରାଯାଇଛି। ପ୍ରତ୍ୟେକ ଜିଲାରେ ଯାଞ୍ଚକେନ୍ଦ୍ର, 600 ରୁ ଅଧିକ ଜିଲାରେ ଗୁରୁତର ଯତ୍ନ ହସ୍ପାତାଳ ଭଳି ଅନେକ ବ୍ୟବସ୍ଥା କରାଯାଇଛି । ଆଗାମୀ ସମୟରେ କରୋନା ଭଳି ମହାମାରୀ ଆମକୁ ଏତେ ମାତ୍ରାରେ ବିବ୍ରତ ନକରୁ, ଏଥିପାଇଁ ଦେଶର ସ୍ୱାସ୍ଥ୍ୟ ସୁରକ୍ଷାର ଭିତିଭୂମିରେ ସୁଧାରର ଅଭିଯାନକୁ ଗତି ପ୍ରଦାନ କରାଯାଉଛି।

ପ୍ରତି ତିନୋଟି ଲୋକସଭା କେନ୍ଦ୍ର ମଧ୍ୟରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ କରିବା ପ୍ରସଙ୍ଗ ଉପରେ କାର୍ଯ୍ୟ ଚାଲୁ ରହିଛି। ବିଗତ 6 ବର୍ଷ ମଧ୍ୟରେ ପ୍ରାୟ 180 ନୂତନ ମେଡିକାଲ କଲେଜ ସ୍ଥାପିତ କରାଯାଇଛି। 2014 ପୂର୍ବରୁ ଯେଉଁଠି ଦେଶରେ ପ୍ରାୟ 55 ହଜାର ଏମବିବିଏସ ସିଟ୍‍ ଥିଲା, ସେଠାରେ 6 ବର୍ଷ ମଧ୍ୟରେ ସେଥିରେ 30 ହଜାରରୁ ଅଧିକ ବୃଦ୍ଧି କରାଯାଇ ସାରିଛି । ଏହିଭଳି ଭାବେ ପିଜି ସିଟ୍‍ ମଧ୍ୟ ଯାହାକି 30 ହଜାର ରହିଥିଲା, ସେଥିରେ 24 ହଜାରରୁ ଅଧିକ ନୂତନ ସିଟ୍‍ ଯୋଡି ହୋଇ ସାରିଛି।

ସାଥୀଗଣ,

ଆମର ଶାସ୍ତ୍ର କୁହାଯାଇଛି-

'ନାତ୍ୟାର୍ଥମ୍ ନାପି କାମାର୍ଥମ୍, ଅତଭୂତ ଦୟାମ୍ ପ୍ରତି'

ଅର୍ଥାତ, ଔଷଧ ଗୁଡିକର, ଚିକତ୍ସାର, ଏହି ବିଜ୍ଞାନ ଜୀବ ପ୍ରତି ଦୟା ପାଇଁ ହେଉଛି କରୁଣା । ଏହି ଭାବନା ସହିତ, ଆଜି ସରକାରଙ୍କ ପ୍ରୟାସ ହେଉଛି ଯେ ଡାକ୍ତରୀ ବିଜ୍ଞାନର ଲାଭରୁ କେହି ବଞ୍ଚିତ ହୋଇ ରୁହନ୍ତୁ ନାହିଁ । ଚିକିତ୍ସା ଶସ୍ତା ହେଉ, ଚିକିତ୍ସା ସୁଲଭ ହେଉ, ଚିକିତ୍ସା ସର୍ବସାଧାରଣଙ୍କ ପାଇଁ ହେଉ, ଏହି ଚିନ୍ତାଧାରା ସହିତ ଆଜି ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି।

ପ୍ରଧାନମନ୍ତ୍ରୀ ଜନଔଷଧି ପ୍ରକଳ୍ପର ନେଟୱାର୍କ ଦ୍ରୁତ ଗତିରେ ସଂପ୍ରସାରିତ ହେଉ, ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁ, ଏହି କାମନା ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ-ବହୁତ କୃତଜ୍ଞତା ଜଣାଉଛି ଏବଂ ଯେଉଁ ପରିବାରରେ ରୋଗ ଅଛି, ଯେଉଁମାନଙ୍କୁ ଜନଔଷଧିର ଲାଭ ମିଳିଛି, ସୋମାନଙ୍କୁ ମୁଁ କହିବି ଆପଣ ଏବେ ଅଧିକରୁ ଅଧିକ ଲୋକଙ୍କୁ ଜନଔଷଧିର ଲାଭ ନେବାକୁ ପ୍ରେରିତ କରନ୍ତୁ । ପ୍ରତିଦିନ ଲୋକଙ୍କୁ ବୁଝାନ୍ତୁ । ଆପଣ ମଧ୍ୟ ଏହି କଥାକୁ ବିସ୍ତାର କରି ସେମାନଙ୍କୁ ସାହାଯ୍ୟ କରନ୍ତୁ, ସେମାନଙ୍କର ସେବା କରନ୍ତୁ । ଆଉ ଆପଣ ସୁସ୍ଥ ରୁହନ୍ତୁ, ଔଷଧ ସହିତ ଜୀବନରେ କିଛି ଅନୁଶାସନ ପାଳନ ମଧ୍ୟ ରୋଗ ସମୟରେ ଅତ୍ୟନ୍ତ ଜରୁରୀ ହୋଇଥାଏ, ତାହା ଉପରେ ସଂପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।

ମୁଁ ସବୁବେଳେ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଏହି କାମନା ରହିବ, ମୁଁ ଚାହେଁ ମୋ ଦେଶର ପ୍ରତ୍ୟେକ ନାଗରିକ, କାରଣ ଆପଣ ହେଉଛନ୍ତି ମୋ ପରିବାରର ସଦସ୍ୟ, ଆପଣମାନେ ହେଉଛନ୍ତି ମୋର ପରିବାର। ଆପଣଙ୍କର ବେମାରୀ ହେଉଛି ମୋ ପରିବାରର ଅସୁସ୍ଥତା। ଆଉ ଏଥିପାଇଁ ମୁଁ ଚାହୁଁଛି ମୋ ଦେଶର ସମସ୍ତ ନାଗରିକ ସୁସ୍ଥ ରୁହନ୍ତୁ । ଏଥିପାଇଁ ପରିଷ୍କାର ପରିଚ୍ଛନ୍ନତା ଆବଶ୍ୟକ ରହିଛି, ସେଠାରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ, ଭୋଜନରେ ନିୟମ ପାଳନ କରିବାର ଅଛି – ଖାଦ୍ୟ ଖାଇବାବେଳେ ନିୟମ ପାଳନ କରନ୍ତୁ । ଯେଉଁଠାରେ ଯୋଗର ଆବଶ୍ୟକତା ଅଛି, ଯୋଗ କରନ୍ତୁ । ଅଳ୍ପ –କିଛି ବ୍ୟାୟାମ କରନ୍ତୁ, କେହି କେହି ଫିଟ୍ ଇଣ୍ଡିଆ ଅଭିଯାନରେ ଯୋଗ ଦିଅନ୍ତୁ । କିଛି ନା କିଛି ଆମେ ଶରୀର ପାଇଁ କରିବା ଜାରି ରଖିବା, ତେବେ ଆମେ ନିଶ୍ଚିତ ଭାବରେ ଏହି ରୋଗରୁ ଦୂରେଇ ରହିବା ଏବଂ ଯଦି ଏହି ରୋଗ ଆସେ, ତେବେ ଜନଔଷଧି ଆମକୁ ଏହି ରୋଗର ମୁକାବିଲା ପାଇଁ ଶକ୍ତି ଦେବ।

ଏହି ଗୋଟିଏ ଆଶା ସହିତ ମୁଁ ପୁଣି ଥରେ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି ଏବଂ ଆପଣଙ୍କୁ ସମସ୍ତଙ୍କୁ ବହୁତ ଶୁଭକାମନା ଜଣାଉଛି।

ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.