“This family of 130 crore Indians is all I have, you people are everything in my life and this life too is for you”
“I repeat the resolve that I will do whatever I can, for the welfare of everyone, for the honour of every Indian, for the security of every Indian and for the prosperity of every Indian and a life of happiness and peace for everyone”
“Seva, Sushasan aur Gareeb Kalyan have changed the meaning of government for the people”
“Government is trying to give a permanent solution to the problems which were earlier assumed to be permanent”
“Our government started empowering the poor from day one”
“we are working to build a new India not a vote bank”
“100% empowerment means ending discrimination and appeasement. 100% empowerment means that every poor gets full benefits of government schemes”
“No goal is impossible for capability of New India”

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ହିମାଚଳ ପ୍ରଦେଶ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଜୀ, ଏଠିକାର ଲୋକପ୍ରିୟ ତଥା କର୍ମଠ ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀ ଜୟରାମ ଠାକୁର ଜୀ, ରାଜ୍ୟ ସଭାପତି, ଆମର ପୁରୁଣା ସହକର୍ମୀ ଶ୍ରୀ ସୁରେଶ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସହକର୍ମୀ, ସାଂସଦ ଗଣ, ବିଧାୟକ ଗଣ, ହିମାଚଳର ସମସ୍ତ ଲୋକ ପ୍ରତିନିଧି ଗଣ । ଆଜି ମୋ ଜୀବନରେ ଏକ ବିଶେଷ ଦିନ ଏବଂ ଏହି ବିଶେଷ ଦିନରେ ମୁଁ ଏହି ଦେବଭୂମିକୁ ପ୍ରଣାମ କରିବାର ସୁଯୋଗ ପାଇଛି । ଜୀବନରେ ଏହା ଠାରୁ ବଡ଼ ସୌଭାଗ୍ୟ କ’ଣ ହୋଇପାରେ । ଆପଣ ଆଜି ଏତେ ସଂଖ୍ୟାରେ ଏଠାକୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ବର୍ତ୍ତମାନ ଦେଶର କୋଟି କୋଟି କୃଷକ ସେମାନଙ୍କ ବ୍ୟାଙ୍କ ଖାତାରେ ପିଏମ କିଷାନ ସମ୍ମାନ ନିଧିର ଟଙ୍କା ଟ୍ରାନ୍ସଫର କରାଯାଇଛି, ପଇସା ମଧ୍ୟ ସେମାନଙ୍କୁ ମିଳିଗଲା ଏବଂ ଆଜି ମୋତେ ସିମଲା ଭୂମିରୁ ଦେଶର ୧ଠ କୋଟିରୁ ଅଧିକ ଚାଷୀଙ୍କ ଏକାଉଣ୍ଟକୁ ମୋତେ ଟଙ୍କା ସ୍ଥାନାନ୍ତର କରିବାର ସୌଭାଗ୍ୟ ମିଳିଛି । ସେହି କୃଷକମାନେ ମଧ୍ୟ ସିମଲାକୁ ସ୍ମରଣ କରିବେ, ହିମାଚଳକୁ ମନେ ରଖିବେ, ଏହି ଦେବଭୂମିକୁ ମନେ ପକାଇବେ । ମୁଁ ଏହି ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି, ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଏହି କାର୍ଯ୍ୟକ୍ରମ ସିମଲାରେ ଅଛି, କିନ୍ତୁ ଗୋଟିଏ ପ୍ରକାରରେ ଏହି କାର୍ଯ୍ୟକ୍ରମ ଆଜି ସମଗ୍ର ଭାରତବର୍ଷର ଅଟେ । ଆମର ଏଠାରେ ଆଲୋଚନା ଚାଲିଥିଲା ଯେ ସରକାରଙ୍କ ଆଠ ବର୍ଷ ପୂରଣ ହେବାରେ କେଉଁ କାର୍ଯ୍ୟକ୍ରମ କରିବା ଉଚିତ, ପୁଣି କେଉଁ କାର୍ଯ୍ୟକ୍ରମ କରିବା ଉଚିତ । ତେବେ ଆମର ନଡ୍ଡା ଜୀ ଯିଏ ହିମାଚଳରୁ ଆସିଛନ୍ତି, ଆମର ଜୟରାମ ଜୀ ତାଙ୍କ ପାଖରୁ ଏକ ପରାମର୍ଶ ଆସିଲା ଏବଂ ଉଭୟ ପରାମର୍ଶ ମୋତେ ବହୁତ ଭଲ ଲାଗିଲା । ଏହି ୮ ବର୍ଷ ପାଇଁ ଗତକାଲି ମୋତେ କରୋନା ଅବଧିରେ ଯେଉଁ ପିଲାମାନେ ସେମାନଙ୍କର ମା’ ଏବଂ ବାପା ହରାଇଥିଲେ ଏମିତି ପିଲାଙ୍କର ଯତ୍ନ ନେବାକୁ କାଲି ମୋତେ ସୁଯୋଗ ମିଳିଲା । ଦେଶର ସେହି ହଜାର ହଜାର ପିଲାଙ୍କ ଯତ୍ନ ନେବାକୁ ସରକାର ନିଷ୍ପତ୍ତି ନେଲେ ଏବଂ ଗତକାଲି ମୁଁ ସେମାନଙ୍କୁ ମଧ୍ୟ ଡିଜିଟାଲ ମାଧ୍ୟମରେ ଟଙ୍କା ପଠାଇ ଥିଲି । ୮ ବର୍ଷ ପୂରଣରୁ ଏହିପରି କାର୍ଯ୍ୟକ୍ରମ କରିବା ମନକୁ ବହୁତ ଶାନ୍ତି ଦେଇଥାଏ, ଆନନ୍ଦ ଦେଇଥାଏ । ଏବଂ ତା’ପରେ ମୋତେ ଏକ ପରାମର୍ଶ ଆସିଲା ଯେ ଆମେ ହିମାଚଳରେ ଏକ କାର୍ଯ୍ୟକ୍ରମ କରିବା । ସେତେବେଳେ ମୁଁ ଆଖି ବନ୍ଦ କରି ହଁ କହିଲି, କାରଣ ମୋ ଜୀବନରେ ହିମାଚଳର ସ୍ଥାନ ଏତେ ବଡ଼ ଏହା ମୋତେ ବଡ଼ ଏବଂ ଯଦି ଖୁସିର ମୁହୂର୍ତ୍ତ ସେହି ହିମାଚଳରେ ଆସି ବିତାଇବାକୁ ସୁଯୋଗ ମିଳିବ ତେବେ କଥା ପୁଣି କ’ ହେବ ଜୀ? ସେଥିପାଇଁ ମୁଁ ଆଜି କହିଲି ଆଠ ବର୍ଷ ପାଇଁ ଦେଶର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଜି ସିମଲା ଭୂମିରେ ଅନୁଷ୍ଠିତ ହେଉଛି । ଯାହା କେବେ ମୋର କର୍ମଭୂମି ଥିଲା ତାହା ମୋ ପାଇଁ ଦେବଭୂମି ଅଟେ, ଯାହା ମୋ ପାଇଁ ପବିତ୍ର ଭୂମି ଅଟେ । ସେଠାରେ ଆଜି ମୋତେ ଏହି ଦେବଭୂମିରୁ ଦେଶବାସୀଙ୍କ ସହ କଥାବାର୍ତ୍ତା କରିବାର ଏକ ସୁଯୋଗ ମିଳିଲା । ଏହା ନିଜକୁ ନିଜେ ମୋ ପାଇଁ ଖୁସିକୁ ଅନେକ ଗୁଣ ବଢ଼ାଇ ଦେବାର କାମ ଅଟେ ।

ସାଥୀମାନେ,

ଆପଣ ସମସ୍ତେ ମୋତେ ୧୩ଠ କୋଟି ଭାରତୀୟଙ୍କ ପାଇଁ ସେବକ ଭାବରେ କାର୍ଯ୍ୟ କରିବାକୁ ଆପଣମାନେ ମୋତେ ଯେଉଁ ସୁଯୋଗ ଦେଇଥିଲେ ଏବଂ ମୋତେ ଯେଉଁ ସୌଭାଗ୍ୟ ମିଳିଛି, ସବୁ ଭାରତୀୟମାନଙ୍କ ଠାରୁ ଯେଉଁ ବିଶ୍ୱାସ ମୋତେ ମିଳିଛି, ଯଦି ଆଜି ମୁଁ କିଛି କରିବାକୁ ସକ୍ଷମ ହୋଇଛି, ଦିନ ରାତି ଚାଲି ପାରୁଛି ତେବେ ଏହା ଆପଣ ଭାବନ୍ତୁ ନାହିଁ ଯେ ମୋଦି କରିଛନ୍ତି । ଏହା ଭାବନ୍ତୁ ନାହିଁ ଯେ ମୋଦି ଦଉଡୁଛନ୍ତି, ଏହା ସବୁ ୧୩ଠ କୋଟି ଦେଶବାସୀଙ୍କ କୃପାରେ ହୋଇପାରିଛି, ଏହା ଆଶୀର୍ବାଦ ଦ୍ୱାରା ହୋଇପାରିଛି, ସେମାନଙ୍କ ପାଇଁ ଏହା ହୋଇପାରୁଛି, ସେମାନଙ୍କ ଶକ୍ତି ପାଇଁ ଏହା ହୋଇପାରିଛି । ପରିବାରର ଜଣେ ସଦସ୍ୟ ଭାବରେ ମୁଁ ନିଜକୁ ସେହି ସ୍ଥିତିରେ କେବେ ବି ଦେଖିନାହିଁ, କଳ୍ପନା କରିନାହିଁ ଏବଂ ଆଜି ମଧ୍ୟ ମୁଁ କରୁନାହିଁ ଯେ ମୁଁ କୌଣସି ପ୍ରଧାନମନ୍ତ୍ରୀ । ଯେତେବେଳେ ମୁଁ ଫାଇଲରେ ଦସ୍ତଖତ କରେ ସେଠାରେ ଏକ ଦାୟିତ୍ୱ ହୋଇଯାଇଥାଏ ସେଥିପାଇଁ ମୋତେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ପଡ଼ିଥାଏ କିନ୍ତୁ ଏହାପରେ ଯେତେବେଳେ ଫାଇଲ ଚାଲି ଯାଇଥାଏ ମୁଁ ଆଉ ପ୍ରଧାନମନ୍ତ୍ରୀ ରହି ନ ଥାଏ । ମୁଁ କେବଳ ୧୩ଠ କୋଟି ଦେଶବାସୀଙ୍କ ପରିବାରର ସଦସ୍ୟ ହୋଇ ଯାଇଥାଏ । ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ମୁଁ ଯେଉଁଠାରେ ବି ରହେ ପ୍ରଧାନ ସେବକ ଭାବରେ ମୁଁ କାର୍ଯ୍ୟ କରିଥାଏ ଏବଂ ଭବିଷ୍ୟତରେ ଜଣେ ପରିବାରର ସଦସ୍ୟ ଭାବରେ ୧୩ଠ କୋଟି ଦେଶବାସୀଙ୍କ ଆଶା ଏବଂ ଆକାଂକ୍ଷା ସହିତ ଯୋଡ଼ି ହୋଇ ରହିବି । କାରଣ ଏହା ହେଉଛି ମୋ ଜୀବନରେ ସବୁକିଛି । ଆପଣମାନେ ହିଁ ମୋ ଜୀବନର ସବୁକିଛି ଏବଂ ଏହି ଜୀବନ ମଧ୍ୟ ଆପଣଙ୍କ ପାଇଁ । ଏବଂ ଯେତେବେଳେ ଆମ ସରକାର ଆଠ ବର୍ଷ ପୂରଣ କରୁଛନ୍ତି ଆଜି ପୁଣି ମୁଁ ଏହି ଦେବଭୂମିରୁ ମୋର ସଂକଳ୍ପକୁ ପୁନରାବୃତ୍ତି କରିବି । କାରଣ ସଂକଳ୍ପକୁ ବାରମ୍ବାର ସ୍ମରଣ କରିବା ଉଚିତ, ସଂକଳ୍ପକୁ କେବେ ଭୁଲିଯିବା ଉଚିତ ନୁହେଁ, ଏବଂ ମୋର ସଂକଳ୍ପ ଥିଲା, ଆଜି ଅଛି, ଭବିଷ୍ୟତରେ ମଧ୍ୟ ରହିବ । ଯେଉଁ ସଂକଳ୍ପ ପାଇଁ ମୁଁ ବଞ୍ଚôବି, ଯେଉଁ ସଂକଳ୍ପ ପାଇଁ ମୁଁ ଆପଣମାନଙ୍କ ସହ ଚାଲିବି ଏବଂ ସେଥିପାଇଁ ମୋର ଏହି ସଂକଳ୍ପ ଯେ ଭାରତବାସୀଙ୍କ ସମ୍ମାନ ପାଇଁ ପ୍ରତ୍ୟେକ ଭାରତବାସୀଙ୍କ ସୁରକ୍ଷା, ପ୍ରତ୍ୟେକ ଭାରତବାସୀଙ୍କ ସମୃଦ୍ଧି କିପରି ବଢୁ, ପ୍ରତ୍ୟେକ ଭାରତବାସୀ ସୁଖ ଓ ଶାନ୍ତିରେ ଜୀବନଯାପନ କିପରି କରିପାରିବେ ସେହି ଗୋଟିଏ ଭାବନା ନେଇ ଗରିବରୁ ଅତି ଗରିବ ଲୋକ ହୁଅନ୍ତୁ, ଦଳିତ ହୁଅନ୍ତୁ, ପୀଡ଼ିତ ହୁଅନ୍ତୁ, ଶୋଷିତ ହୁଅନ୍ତୁ, ବଞ୍ଚôତ ହୁଅନ୍ତୁ, ଦୂରଦୂରାନ୍ତର ଜଙ୍ଗଲରେ ବସବାସ କରୁଥିବା ଲୋକ ହୁଅନ୍ତୁ, ପାହାଡ଼ ଶିଖରରେ ରହୁଥିବା କିଛି ଲୋକ ଏକାଧିକ ଦୁଇଟି ପରିବାର ହେଉ, ସମସ୍ତଙ୍କର କଲ୍ୟାଣ କରିବା ପାଇଁ ଯେତେ ସମ୍ଭବ କାମ କରିପାରିବି, ତାହାକୁ କରୁଥିବି- ଏହି ଭାବନାକୁ ନେଇ ଆଜି ମୁଁ ପୁଣିଥରେ ଏହି ଦେବଭୂମିରୁ ନିଜକୁ ସଂକଳ୍ପିତ କରୁଛି ।

ସାଥୀମାନେ,

ଆମେ ସମସ୍ତେ ମିଶି ଭାରତକୁ ସେହି ଶିଖରକୁ ନେଇଯିବା ଯେଉଁଠାରେ ପହଂଚିବାର ସ୍ୱପ୍ନ ସ୍ୱାଧୀନତା ପାଇଁ ମୃତୁ୍ୟବରଣ କରିଥିବା ଲୋକମାନେ ଦେଖିଥିଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଭାରତର ଏକ ଉଜ୍ଜ୍ୱଳ ଭବିଷ୍ୟତର ବିଶ୍ୱାସ ସହିତ, ଭାରତର ଯୁବଶକ୍ତି, ଭାରତର ନାରୀଶକ୍ତି, ତା’ ଉପରେ ସମ୍ପୂର୍ଣ୍ଣ ଭରସା ରଖି ମୁଁ ଆଜି ଆପଣମାନଙ୍କ ମଧ୍ୟକୁ ଆସିଛି ।

ସାଥୀମାନେ,

ଯେତେବେଳେ ଆମେ ଜୀବନରେ ଏକ ବଡ଼ ଲକ୍ଷ୍ୟ ଆଡ଼କୁ ଆଗକୁ ବଢୁଛୁ ସେତେବେଳେ ଅନେକ ଥର ଏହା ମଧ୍ୟ ଦେଖିବା ଆବଶ୍ୟକ ଯେ ଆମେ କେଉଁଠାରୁ ଚାଲିବା ଆରମ୍ଭ କରିଥିଲୁ, କେଉଁଠାରୁ ଆରମ୍ଭ କରିଥିଲୁ । ଏବଂ ଯେତେବେଳେ ଆମେ ତାଙ୍କୁ ମନେ ପକଉଛୁ ସେତେବେଳେ ଆମେ ହିସାବ କରିଥାଉ ଯେ ଆମେ କେଉଁଠାରୁ ବାହାରିଥିଲୁ ଏବଂ କେଉଁଠାରେ ପହଂଚିଲୁ, ଆମର ଗତି କିପରି ଥିଲା, ଆମର ପ୍ରଗତି କିପରି ଥିଲା, ଆମର ଉପଲବ୍ଧି କ’ଣ ଥିଲା । ଯଦି ଆମେ ୨ଠ୧୪ ପୂର୍ବରୁ ଦିନଗୁଡ଼ିକୁ ମନେ ପକାଇବା ସେହି ଦିନଗୁଡ଼ିକୁ ଭୁଲିଯାଅ ନାହିଁ, ସାଥୀମାନେ, ତେବେ ଯାଇ ଆମେ ଆଜିର ଦିନର ମୂଲ୍ୟକୁ ବୁଝିପାରିବା । ଆଜିର ପରିସ୍ଥିତିକୁ ଦେଖିବା, ଜାଣିପାରିବା ସାଥୀମାନେ ଦେଶ ବହୁତ ଦୀର୍ଘ ରାସ୍ତା ଅତିକ୍ରମ କରିଛି ।

୨ଠ୧୪ ପୂର୍ବରୁ ଖବରକାଗଜର ହେଡଲାଇନ୍ସରେ ଭରି ହୋଇ ରହୁଥିଲା, ହେଡଲାଇନ ତିଆରି କରାଯାଉଥିଲା, ଟିଭିରେ ଆଲୋଚନା ହେଉଥିଲା କଥା କ’ଣ ହୋଇଥାଏ, କଥା କ’ଣ ହୋଇଥାଏ । କଥା ହୋଇଥାଏ କେବଳ ଲୁଟ ଏବଂ ଦୁର୍ନୀତିର, କଥା ହେଉଥିଲା ଭ୍ରଷ୍ଟାଚାରର, କଥା ହେଉଥିଲା ଘୋଟାଲାର, କଥା ହେଉଥିଲା ଆତ୍ମୀୟତାର, ପରିବାରବାଦର କଥା, ଅମଲାତନ୍ତ୍ରର କଥା, କଥା ହେଉଥିଲା ଅଟକି ରହିଥିବା ପଥଭ୍ରଷ୍ଟ ଯୋଜନାର । କିନ୍ତୁ ସମୟ ବଦଳି ଯାଇଛି । ଆଜି ସରକାରୀ ଯୋଜନାର ଲାଭ ବିଷୟରେ ଆଲୋଚନା ହେଉଛି । ସିରମୁରରେ ଆମର କେହି ସାଥୀ କୁହନ୍ତି ଯେ ମୁଁ ଏହି ସୁବିଧା ପାଇଛି, ଶେଷରେ ଘରେ ପହଂଚିବାକୁ ଚେଷ୍ଟା କରୁଛି । ଗରିବ ଲୋକଙ୍କ ଟଙ୍କାକୁ ସିଥାସଳଖ ସେମାନଙ୍କ ଏକାଉଣ୍ଟକୁ ଆଣିବା ବିଷୟରେ ଆଲେଚନା ହେଉଥିଲା । ଆଜି ବିଶ୍ୱରେ ଭାରତର ଷ୍ଟାର୍ଟଅପ ବିଷୟରେ ଆଲୋଚନା ହେଉଛି, ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ସହଜ ବ୍ୟବସାୟ ବ୍ୟବସ୍ଥା ବିଷୟରେ ଆଲୋଚନା କରୁଛି । ଆଜି ଭାରତର ନିରୀହ ନାଗରିକ ଆଲୋଚନା କରୁଛନ୍ତି ଅପରାଧୀଙ୍କୁ ଦମନ କରିବା ଆମ ଶକ୍ତିର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ସହିତ ଆଗକୁ ବଢ଼ିବା ପାଇଁ ।

୨ଠ୧୪ର ପୂର୍ବ ସରକାର ଦୁର୍ନୀତିକୁ ବ୍ୟବସ୍ଥାର ଏକ ଅତ୍ୟାବଶ୍ୟକ ଅଂଶ ଭାବେ ବିବେଚନା କରିଥିଲେ, ସେତେବେଳର ସରକାର ଦୁର୍ନୀତି ବିରୋଧରେ ଲଢ଼ିବା ପରିବର୍ତ୍ତେ ତାଙ୍କ ସମ୍ମୁଖରେ ସରକାର ନତମସ୍ତକ କରି ନେଇଥିଲେ । ଯେତେବେଳେ ଦେଶ ଦେଖୁଥିଲା ଯେ ଅଭାବୀ ଲୋକଙ୍କ ନିକଟରେ ପହଂଚିବା ପୂର୍ବରୁ ଏହି ଯୋଜନାର ଟଙ୍କା ଲୁଟ ହେଉଛି । କିନ୍ତୁ ଜନଧନ ଏକାଉଣ୍ଟ ଗୁଡ଼ିକର ଲାଭ ହେଉଛି ଜନଧନ ଆଧାର ଏବଂ ମୋବାଇଲରୁ ପ୍ରସ୍ତୁତ ତି୍ରଶକ୍ତି ବିଷୟରେ ଆଜି ଆଲୋଚନା ହେଉଛି । ପୂର୍ବରୁ ରୋଷେଇ ଘରେ ଧୂଅାଁ ସହିବା ଏକ ବାଧ୍ୟତାମୂଳକ ଥିଲା । ଆଜି ଉଜ୍ୱଳା ଯୋଜନାରୁ ସିଲିଣ୍ଡର ପାଇବା ପାଇଁ ଏକ ସୁବିଧା ହୋଇଛି । ପୂର୍ବରୁ ଖୋଲାରେ ଶୌଚ କରିବା ଅସହାୟତା ଥିଲା, ଆଜି ଘରେ ଘରେ ଶୌଚାଳୟ ନିର୍ମାଣ କରି ସମ୍ମାନର ସହ ବଞ୍ଚôବାର ସ୍ୱାଧୀନତା ଅଛି । ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିବାରେ ପୂର୍ବରୁ ଅସହାୟତା ଥିଲା, ଆଜି ପ୍ରତ୍ୟେକ ଗରିବଙ୍କୁ ଆୟୁଷ୍ମାନ ଭାରତର ସମର୍ଥନ ରହିଛି । ପୂର୍ବରୁ ତିନ ତଲାକର ଭୟ ଥିଲା । ବର୍ତ୍ତମାନ ମୋର ଅଧିକାର ପାଇଁ ଲଢ଼ିବାକୁ ମୋର ସାହସ ଅଛି ।

ସାଥୀମାନେ,

୨ଠ୧୪ ପୂର୍ବରୁ ଦେଶର ସୁରକ୍ଷା ନେଇ ଚିନ୍ତା ଥିଲା । ଆଜି ଆମେ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ପାଇଁ ଗର୍ବିତ । ଆମର ସୀମା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ । ଏହା ପୂର୍ବରୁ ଦେଶର ଉତ୍ତର - ପୂର୍ବ ଏହାର ଅସନ୍ତୁଳିତ ବିକାଶ ଦ୍ୱାରା ଭେଦଭାବ ଦୂର ହେଉଥିଲା, ଲୋକ ଆଘାତ ପାଇଥିଲେ, ଅସନ୍ତୁଷ୍ଟ ଏବଂ ଦୁଃଖୀ ହୋଇଥିଲେ । ଆଜି ଆମର ଉତ୍ତର - ପୂର୍ବ ମଧ୍ୟ ହୃଦୟ ସହିତ ଯୋଡ଼ି ହୋଇଯାଇଛି ଏବଂ ଆଧୁନିକ ଭିତ୍ତିଭୂମି ସହିତ ମଧ୍ୟ ସଂଯୁକ୍ତ । ସେବା, ଉତ୍ତମ ଶାସନ ଏବଂ ଗରିବଙ୍କ କଲ୍ୟାଣ ପାଇଁ ଆମର ଯୋଜନା ଲୋକମାନଙ୍କ ପାଇଁ ସରକାରଙ୍କ ଅର୍ଥକୁ ବଦଳାଇ ଦେଇଛି । ବର୍ତ୍ତମାନ ସରକାର ବାପା ନୁହନ୍ତି, ସେହି ସମୟ ଚାଲିଯାଇଛି । ବର୍ତ୍ତମାନ ସରକାର ହେଉଛନ୍ତି ସେବକ, ଲୋକଙ୍କର ସେବକ । ବର୍ତ୍ତମାନ ସରକାର ଜୀବନରେ ହସ୍ତକ୍ଷେପ କରିବାକୁ ନୁହେଁ, ବରଂ ଜୀବନକୁ ସହଜ କରିବାକୁ କାର୍ଯ୍ୟ କରୁଛନ୍ତି । ବର୍ଷ ବର୍ଷ ଧରି, ଆମେ ବିକାଶର ରାଜନୀତିକୁ ଦେଶର ମୁଖ୍ୟସ୍ରୋତରେ ଆଣିଛୁ । ବିକାଶର ଏହି ଆକାଂକ୍ଷାରେ ଲୋକମାନେ ଏକ ସ୍ଥିର ସରକାର ବାଛିଛନ୍ତି, ଏକ ଡବଲ ଇଞ୍ଜିନ ସରକାର ବାଛିଛନ୍ତି ।

ସାଥୀମାନେ,

ଆମେ ପ୍ରାୟତଃ ଶୁଣିଥାଉ ଯେ ସରକାର ଆସନ୍ତି ଏବ ଯାଆନ୍ତି, କିନ୍ତୁ ବ୍ୟବସ୍ଥା ସମାନ ରହିଥାଏ । ଆମ ସରକାର ଗରିବଙ୍କ ପାଇଁ ଏହି ବ୍ୟବସ୍ଥାକୁ ଅଧିକ ସମ୍ବେଦନଶୀଳ କରାଇଲେ, ଏଥିରେ ନିରନ୍ତର ଭାବରେ ଉନ୍ନତି କଲେ । ପିଏମ୍ ଆବାସ ଯୋଜନା ହେଉ, ଛାତ୍ରବୃତ୍ତି ଦେବାରେ ହେଉ ବା ପୁଣି ପେନସନ ଯୋଜନା । ଏହା ସବୁ ଟେକ୍ନୋଲୋଜୀ ସାହାଯ୍ୟରେ ଆମର ଦୁର୍ନୀତିର ପରିସରକୁ କମ କରିଛି । ଯେଉଁ ସମସ୍ୟାକୁ ପୂର୍ବେ ସ୍ଥାୟୀ ନାମ ଦିଆଯାଉଥିଲା ଆମେ ତାହାର ସ୍ଥାୟୀ ସମଧାନ ଦେବାକୁ ଚେଷ୍ଟା କରୁଛୁ । ଯେତେବେଳେ ସେବା, ଉତ୍ତମ ଶାସନ ଏବଂ ଗରିବ କଲ୍ୟାଣ ଲକ୍ଷ୍ୟ ହେଉ ତାହା ହେଲେ ଏହା କିପରି କାର୍ଯ୍ୟ କରିବ ତାହାର ଏକ ଉଦାହରଣ ହେଉଛି ସିଧାସଳଖ ଲାଭ ହସ୍ତାନ୍ତର ଯୋଜନା । ଏହି ଯୋଜନା ମାଧ୍ୟମରେ ୧ଠ କୋଟିରୁ ଅଧିକ ଚାଷୀ ୨୧ ହଜାର କୋଟି ଟଙ୍କା ପାଇଛନ୍ତି । ସିଧାସଳଖ ପରିବାରର ବ୍ୟାଙ୍କ ଏକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି । ଏଗୁଡ଼ିକ ଆମର କ୍ଷୁଦ୍ର ଚାଷୀଙ୍କ ସେବା ପାଇଁ, ସେମାନଙ୍କର ସମ୍ମାନର ଏକ ପାଣ୍ଠି ଅଟେ । ଗତ ୮ ବର୍ଷ ମଧ୍ୟରେ ଏପରି ଡିବିଟି ମାଧ୍ୟମରେ ଆମେ ୨୨ ଲକ୍ଷ କୋଟିରୁ ଅଧିକ ଟଙ୍କା ସିଧାସଳଖ ଦେଶବାସୀଙ୍କ ଏକାଉଣ୍ଟକୁ ସ୍ଥାନାନ୍ତର କରିଛୁ ଏବଂ ଘଟିଲା ନାହିଁ, ଯଦି ପୂର୍ବରୁ ୧ଠଠ ପଇସା ପଠାଯାଇ ଥାଆନ୍ତା ତେବେ ଭଲ ହୋଇଥାଆନ୍ତା । ମାତ୍ର ପୂର୍ବରୁ ୮୫ ପଇସା ନିଖୋଜ ହୋଇ ଯାଉଥିଲା । ଯେତେ ପଇସା ପଠାଯାଇଥିଲା ତାହା ସଠିକ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ପଠାଯାଇଛି ।

ସାଥୀମାନେ,

ଆଜି ଏହି ଯୋଜନା ଯୋଗୁ ୨.୨୫ ଲକ୍ଷ କୋଟି ଟଙ୍କାର ଲିକ ବନ୍ଦ ହୋଇଯାଇଛି । ଏହା ପୂର୍ବରୁ ୨.୫ ଲକ୍ଷ କୋଟି ଟଙ୍କା ମଧ୍ୟସ୍ଥିଙ୍କ ହାତକୁ ଯାଉଥିଲା । ଦଲାଲଙ୍କ ହାତକୁ ଚାଲି ଯାଉଥିଲା । ଏହି ଡିବିଟି ହେତୁ ଦେଶରେ ସରକାରୀ ଯୋଜନାର ଭୁଲ ଫାଇଦା ଉଠାଇଥିବା ତାଲିକାରୁ ୯ କୋଟିରୁ ଅଧିକ ନକଲି ନାମ ଅପସାରଣ କରିଛୁ । ଆପଣ ଭାବୁଥିବେ ଗ୍ୟାସ ସବସିଡି, ପିଲାମାନଙ୍କ ଶିକ୍ଷା ପାଇଁ ପଠାଯାଇଥିବା ଫିସ, ପୁଷ୍ଟିହୀନତାରୁ ମୁକ୍ତି ପାଇଁ ପଠାଯାଇଥିବା ଟଙ୍କା, କାଗଜରେ ନକଲି ନାମ ଦେଇ ଦେଶରେ ସବୁକିଛି ଲୁଟ ହେଉଥିଲା । ଦେଶର ଗରିବଙ୍କ ପ୍ରତି ଅନ୍ୟାୟ ନୁହେଁ କି, ଯେଉଁମାନେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶା କରନ୍ତି, ସେହି ପିଲାମାନଙ୍କ ପ୍ରତି କୌଣସି ଅନ୍ୟାୟ ନ ଥିଲା । କୌଣସି ନ୍ୟାୟ ନ ଥିଲା । ଏହା ପାପ ନୁହେଁ କି? ଯଦି କରୋନା ସମୟରେ ଏହି ୯ କୋଟି ନକଲି ନାମ କାଗଜରେ ରହିଥାଆନ୍ତା ତେବେ ଗରିବମାନେ ସରକାରଙ୍କ ଏହି ପ୍ରୟାସର ଲାଭ ପାଇପାରି ଥାଆନ୍ତେ କି ।

ସାଥୀମାନେ,

ଯେତେବେଳେ ଗରିବ ଲୋକମାନଙ୍କର ଦୈନନ୍ଦୀନ ଜୀବନରେ ସଂଘର୍ଷ କମ ହୋଇଥାଏ ସେତେବେଳେ ତାଙ୍କୁ ସଶକ୍ତ କରାଯାଇଥାଏ । ସେତେବେଳେ ସେ ନିଜର ଦାରିଦ୍ର୍ୟ ଦୂର କରିବା ପାଇଁ ନୂତନ ଶକ୍ତି ସହିତ ଯୋଡ଼ି ହୋଇ ଯାଇଥାନ୍ତି । ଏହି ଚିନ୍ତା ସହିତ ଆମ ସରକାର ପ୍ରଥମ ଦିନରୁ ଗରିବ ଲୋକଙ୍କୁ ସଶକ୍ତ କରିବାରେ ବ୍ୟସ୍ତ ଅଛନ୍ତି । ଆମେ ତାଙ୍କ ଜୀବନର ପ୍ରତ୍ୟେକ ଚିନ୍ତା ଦୂର କରିବାକୁ ଚେଷ୍ଟା କରିଛୁ । ଆଜି ଦେଶର କୋଟି କୋଟି ଗରିବ ଲୋକଙ୍କର ପକ୍କା ଏବଂ ନୂତନ ଘର ଅଛି ଯେଉଁଠାରେ ସେମାନେ ଆଜି ବସବାସ କରିବା ଆରମ୍ଭ କରିଛନ୍ତି । ଆଜି ଦେଶର ୫ଠ କୋଟିରୁ ଅଧିକ ଗରିବ ଲୋକଙ୍କର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ରହିଛି । ଆଜି ଦେଶର ୨୫ କୋଟିରୁ ଅଧିକ ଗରିବ ଲୋକଙ୍କର ଦୁର୍ଘଟଣା ବୀମା ଏବଂ ଫାର୍ମ ଇନସୁରାନ୍ସ ପ୍ରତ୍ୟେକରେ ୨ ଲକ୍ଷ ଟଙ୍କା ରହିଛି । ଆଜି ଦେଶର ପ୍ରାୟ ୪୫ କୋଟି ଗରିବ ଲୋକଙ୍କର ଜନଧନ ବ୍ୟାଙ୍କ ଏକାଉଣ୍ଟ ଅଛି । ଆଜି ମୁଁ ଅଧିକ ଗର୍ବର ସହିତ କହିପାରିବି ଯେ ଦେଶରେ ଏମିତି କୌଣସି ପରିବାର ରହିବେ ନାହିଁ ଯେ ଯିଏ ସରକାରଙ୍କର କିଛି ଯୋଜନା ସହିତ ଜଡ଼ିତ ହୋଇ ନାହାନ୍ତି କି ଲାଭ ନେଇନାହାନ୍ତି । ଏହି ଯୋଜନାରୁ ଆମ ଦୂରଦୂରାନ୍ତରେ ପଂହଚି ଲୋକଙ୍କୁ ଟିକାକରଣ କରିଛୁ । ଦେଶ ପ୍ରାୟ ୨ଠଠ କୋଟି ଟିକା ଡୋଜର ରେକର୍ଡ ସ୍ତରରେ ପହଂଚିଛି ଏବଂ ମୁଁ ଜୟରାମ ଜୀଙ୍କୁ ଅଭିନନ୍ଦନ ଜଣାଉଛି ଯେ କରୋନୋ ସମୟରେ ତାଙ୍କ ସରକାର କିପରି କାର୍ଯ୍ୟ କରିଛନ୍ତି ଏବଂ ଏହି ପର୍ଯ୍ୟଟନ ପାଇଁ ଯେପରି ଏକ ସମସ୍ୟା ନ ହେଉ ସେଥିପାଇଁ ଟିକାକରଣକୁ ଶୀଘ୍ର ଚଳାଇଲେ । ଜୟରାଜ ଜୀ ସରକାର ଭାରତରେ ଟିକାକରଣ କାର୍ଯ୍ୟ ଶେଷ କରିବାରେ ପ୍ରଥମ ଧାଡ଼ିରେ ଥିଲେ । ସାଥୀମାନେ, ଆମେ ଗାଁରେ ରହୁଥିବା ୬ କୋଟି ପରିବାରକୁ ବିଶୁଦ୍ଧ ଜଳ, ସ୍ୱଚ୍ଛ ପାଣିର ସଂଯୋଗ ସହିତ ଯୋଡ଼ିଛୁ, ନଳରୁ ଜଳ ।

ସାଥୀମାନେ,

ଆମେ ୩୫ କୋଟି ମୁଦ୍ରା ଋଣ ଦେଇ ଗ୍ରାମରେ ଏବଂ ଛୋଟ ସହରରେ କୋଟି କୋଟି ଯୁବକଙ୍କୁ ଆତ୍ମ ନିର୍ଭରଶୀଳ କରାଇବାର ସୁଯୋଗ ଦେଇଛୁ । କେହି କେହି ମୁଦ୍ରା ଋଣ ନେଇ ଫ୍ୟାକ୍ଟ୍ରି ଚଳାଉଛନ୍ତି, କେହି ଜଣେ ଟେଲରିଂ ଦୋକାନ ଖୋଲୁଛନ୍ତି, କିଛି ଝିଅ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି । ରାସ୍ତାଘାଟ ବିକ୍ରେତାମାନଙ୍କରେ କାର୍ଯ୍ୟ କରୁଥିବା ପ୍ରାୟ ୩୫ ଲକ୍ଷ ସାଥୀ ମଧ୍ୟ ପ୍ରଥମଥର ପାଇଁ ବ୍ୟାଙ୍କରୁ ଋଣ ପାଇଛନ୍ତି । ସେମାନଙ୍କ କାର୍ଯ୍ୟ ବୃଦ୍ଧି ପାଇଁ ଏକ ଉପାୟ ଖୋଜିଛନ୍ତି ଏବଂ ଯାହା ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା, ଏହା ମୋ ପାଇଁ ସନ୍ତୋଷଜନକ ବିଷୟ ଅଟେ । ସେହି ୭ଠ ପ୍ରତିଶତରେ ଯେଉଁମାନେ ବ୍ୟାଙ୍କରୁ ଟଙ୍କା ପାଆନ୍ତି ସେମାନଙ୍କ ମଧ୍ୟରୁ ୭ଠ ପ୍ରତିଶତ ହେଉଛନ୍ତି ଆମର ମା’ ଏବଂ ଭଉଣୀ, ଯେଉଁମାନେ ଉଦ୍ୟୋଗୀ ହୋଇ ଆଜି ଲୋକଙ୍କୁ ଚାକିରି ଦେଉଛନ୍ତି ।

ସାଥୀମାନେ,

ଏଠାରେ ହିମାଚଳ ପ୍ରଦେଶରେ ପ୍ରତ୍ୟେକ ପରିବାରରୁ ପ୍ରାୟ କୌଣସି ପରିବାର ଏପରି ଥିବେ, ଯେଉଁ ପରିବାର ଯେଉଁଠାରୁ କୌଣସି ସୈନିକ ବାହାରିବେ ନାହିଁ । ଏହା ହେଉଛି ବୀରମାନଙ୍କର ଭୂମି ଜୀ, ସାହସୀ ମାତାଙ୍କର ଭୂମି ଜୀ, ଯେଉଁମାନେ ନିଜ କୋଳରୁ ବୀରମାନଙ୍କୁ ଜନ୍ମ ଦେଇଛନ୍ତି, ଯେଉଁ ବୀରମାନେ ମାତୃଭୂମିରୁ ସୁରକ୍ଷା ପାଇଁ ଦିନ ରାତି ୨୪ ଘଣ୍ଟା ନିଜକୁ ଖଟାଉଛନ୍ତି ।

ସାଥୀମାନେ,

ଏହା ସୈନିକମାନଙ୍କର ଭୂମି ଅଟେ । ଏହା ହେଉଛି ସୈନ୍ୟ ପରିବାରର ଭୂମି । ପୂର୍ବ ସରକାର ସେମାନଙ୍କ ପ୍ରତି କିପରି ବ୍ୟବହାର କରିଥିଲେ, ୱାନ ର୍ୟାଙ୍କ ୱାନ ପେନସନ ନାମରେ କିପରି ପ୍ରତାରଣା କରିଥିଲେ ଏଠାକାର ଲୋକମାନେ କଦାପି ଭୁଲିପାରିବେ ନାହିଁ । ବର୍ତ୍ତମାନ ଆମେ ଲଦାଖର ଜଣେ ପୂର୍ବତନ ସୈନିକଙ୍କ ସହିତ କଥା ହେଉଥିଲୁ । ସେ ନିଜ ଜୀବନକୁ ସେନାରେ ଅତିବାହିତ କରିଥିଲେ । ଆମର ଆଗମନ ପରେ ସେ ଏକ ସ୍ଥାୟୀ ପକ୍କା ଘର ପାଇଛନ୍ତି, ସାଥୀମାନେ ସେ ଅବସର ନେବା ପରେ ମଧ୍ୟ ୩ଠ/୪ଠ ବର୍ଷ ବିତିଗଲାଣି ।

ସାଥୀମାନେ,

ସୈନ୍ୟ ପରିବାର ଆମର ସମ୍ବେଦନଶୀଳତାକୁ ବହୁତ ଭଲ ଭାବରେ ବୁଝିଛନ୍ତି । ଏହା ଆମର ସରକାର ଯିଏ ଚାରି ଦଶନ୍ଧି ଅପେକ୍ଷା କରିବା ପରେ ଏକ ର୍ୟାଙ୍କ ଏକ ପେନସନ କାର୍ଯ୍ୟକାରୀ କରିଥିଲେ । ଆମର ପୂର୍ବତନ ସୈନିକମାନଙ୍କର ବକେୟା ଅର୍ଥ ପ୍ରଦାନ କରିଥିଲେ । ହିମାଚଳର ପ୍ରତ୍ୟେକ ପରିବାର ଏଥିରୁ ବହୁତ ଉପକୃତ ହୋଇଛନ୍ତି ।

ସାଥୀମାନେ,

ଦଶନ୍ଧି ଧରି ଆମ ଦେଶରେ ଭୋଟ ବ୍ୟାଙ୍କ ରାଜନୀତି ଚାଲିଛି । ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରିବାର ରାଜନୀତି ଦେଶ ପାଇଁ ଅନେକ କ୍ଷତି କରିଛି । ଆମେ ଭୋଟ ବ୍ୟାଙ୍କ ଗଠନ ପାଇଁ କାର୍ଯ୍ୟ କରୁନାହୁଁ ଏକ ନୂତନ ଭାରତ ଭାରତ ଗଠନ ପାଇଁ କାର୍ଯ୍ୟ କରୁଛୁ । ଯେତେବେଳେ ଲକ୍ଷ୍ୟ ହୋଇଥାଏ ରାଷ୍ଟ୍ରକୁ ନବନିର୍ମାଣ କରବା, ଯେତେବେଳେ ଲକ୍ଷ୍ୟ ଆତ୍ମନିର୍ଭରଶୀଳ ଭାରତର ହୋଇଥିବ, ଯେତେବେଳେ ୧୩ଠ କୋଟି ଦେଶବାସୀଙ୍କ ସେବା ତଥା କଲ୍ୟାଣ ପାଇଁ ଉଦେଶ୍ୟର କଥା ଥିବ ସେବା ଏବଂ କଲ୍ୟାଣ କରିବାର ହେଉ ସେତେବେଳେ ଭୋଟ ବ୍ୟାଙ୍କ ସୃଷ୍ଟି ହୁଏନାହିଁ, ସମସ୍ତ ଦେଶବାସୀଙ୍କ ବିଶ୍ୱାସ ଜିତିବାକୁ ହୋଇଥାଏ । ସେଥିପାଇଁ ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଭାବନା ସହିତ ଆଗକୁ ବଢୁଛୁ । ସମସ୍ତେ ସରକାରୀ ଯୋଜନାର ଲାଭ ପାଇବା ଉଚିତ, ପ୍ରତ୍ୟେକ ଗରିବ ଏହାକୁ ପାଇବା ଉଚିତ, କୌଣସି ଗରିବଙ୍କୁ ଯେପରି ଛାଡ଼ି ଦିଆଯିବା ଉଚିତ ନୁହେଁ । ବର୍ତ୍ତମାନ ଏହା ଆମ ସରକାରଙ୍କ ଚିନ୍ତାଧାରା ଏବଂ ଏହିଭଳି ମାନସିକତା ସହିତ ଆମେ କାର୍ଯ୍ୟ କରୁଛୁ । ଆମେ ଶତ ପ୍ରତିଶତ ଲାଭ ପାଇବା ପାଇଁ ପଦକ୍ଷେପ ନେଇଛୁ । ହିତାଧିକାରୀମାନଙ୍କ ପାଇଁ ଶତପ୍ରତିଶତ ଦାୟିତ୍ୱ ଏବଂ ପ୍ରତିଶ୍ରୁତି ନେଇଛୁ, ଶତ ପ୍ରତିଶତ ସଶକ୍ତିକରଣର ଅର୍ଥ ହେଉଛି ଭେଦଭାବ ସମାପ୍ତ କରିବା, ସୁପାରିସକୁ ହଟାଇବା, ତୁଷ୍ଟୀକରଣକୁ ସମାପ୍ତ କରିବା । ଶତ ପ୍ରତିଶତ ସଶକ୍ତିକରଣର ଅର୍ଥ ହେଉଛି ପ୍ରତ୍ୟେକ ଗରିବ ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଆନ୍ତୁ । ମୁଁ ଜାଣି ଖୁସି ଯେ ଜୟରାମ ଜୀଙ୍କ ନେତୃତ୍ୱରେ ହିମାଚଳ ପ୍ରଦେଶ ଏହି ଦିଗରେ ବହୁତ ଭଲ କାମ କରୁଛି । ହିମାଚଳ ପୂର୍ବରୁ ହର୍ ଘର୍ ଜଲ୍ ଯୋଜନା ଅନ୍ତର୍ଗତ ୯ଠ ପ୍ରତିଶତ ପରିବାରକୁ ସଂଯୋଗ କରିସାରିଛି। କିନୌର, ଲାହୋଲ- ସ୍ପିତୀ, ଚମ୍ବା, ହମିରପୁର ଜିଲ୍ଲାରେ ମଧ୍ୟ ଶତ ପ୍ରତିଶତ କଭରେଜ ହାସଲ କରାଯାଇଛି ।

ସାଥୀମାନେ,

ମୋର ମନେ ଅଛି, ୨ଠ୧୪ ପୂର୍ବରୁ ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସୁଥିଲି ମୁଁ କହୁଥିଲି ଯେ ଭାରତ ବିଶ୍ୱ ସହିତ ଆଖି ଉଠାଇ କଥା ହୋଇପାରିବ ଆଖି ବୁଜିଦେବ ନାହିଁ । ଆଜି ବାଧ୍ୟତାମୂଳକ ଭାବରେ ବନ୍ଧୁତ୍ୱର ହାତ ବଢ଼ାଏ ନାହିଁ ଏବଂ ଯେତେବେଳେ ବନ୍ଧୁତ୍ୱର ହାତ ବଢ଼ାଇଥାଏ ଏପରି ବଢ଼ାଇ ନ ଥାଏ ବରଂ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇ ଥାଏ ଏବଂ ହାତ ଏମିତି କରି ନେଇ ଯାଇଥାଏ । କରୋନା କାଳରେ ମଧ୍ୟ ଆମେ ୧୫ଠରୁ ଅଧିକ ଦେଶକୁ ଔଷଧ ପଠାଇଛୁ, ଭାକସିନ ଦେଇଛୁ ଏବଂ ହିମାଚଳ ପ୍ରଦେଶର ଫାର୍ମା ହବ୍ ବଦ୍ଦି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭାରତ ପ୍ରମାଣ କରିଛି ଯେ ଆମର ସାମର୍ଥ୍ୟ ଅଛି ଏବଂ ଆମେ ମଧ୍ୟ କରିପାରିବୁ । ଆନ୍ତର୍ଜାତୀୟ ସଂଗଠନଗୁଡିକ ମଧ୍ୟ ଗ୍ରହଣ କରିଛନ୍ତି ଯେ ଭାରତରେ ଦାରିଦ୍ର୍ୟ ହ୍ରାସ ପାଉଛି, ଲୋକଙ୍କ ସହ ସୁବିଧା ବଢୁଛି । ତେଣୁ ବର୍ତ୍ତମାନ ଭାରତକୁ କେବଳ ନିଜ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ ନାହିଁ, ବରଂ ଆମକୁ ଜାଗ୍ରତ ରହି ଆକାଂକ୍ଷାଗୁଡ଼ିକୁ ମଧ୍ୟ ପୂରଣ କରିବାକୁ ପଡ଼ିବ । ଏକବିଂଶ ଶତାବ୍ଦୀର ଉଜ୍ଜ୍ୱଳ ଭାରତ ପାଇଁ ଆଗାମୀ ପିଢ଼ିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମକୁ ଖର୍ଚ୍ଚ କରିବାକୁ ପଡ଼ିବ । ଏବଂ ଏକ ଏପରି ଭାରତ ଯାହାର ପରିଚୟ ଅଭାବ ନୁହେଁ, ବରଂ ଆଧୁନିକତା ହେବ, ଏକ ଏପରି ଭାରତ ଯେଉଁଥିରେ ସ୍ଥାନୀୟ ଉତ୍ପାଦକ ସ୍ଥାନୀୟ ଚାହିଦା ପୂରଣ କରିବ ଏବଂ ବିଶ୍ୱ ବଜାରରେ ଏହାର ସାମଗ୍ରୀ ବିକ୍ରୟ କରିବ । ଏକ ଏପରି ଭାରତ ଯାହା ଆତ୍ମନିର୍ଭରଶୀଳ ଥିବ, ଯାହାକି ନିଜର ଲୋକାଲ ପାଇଁ ଭୋକାଲ ହେବ, ଯାହାକୁ ନିଜର ସ୍ଥାନୀୟ ଉତ୍ପାଦ ପାଇଁ ଗର୍ବ ଅନୁଭବ କରିବ ।

ଆମ ହିମାଚଳର ହସ୍ତଶିଳ୍ପ ଏହାର ସ୍ଥାପତ୍ୟ ମଧ୍ୟ ଏପରି ଭାବରେ ପ୍ରସିଦ୍ଧ ଅଟେ । ଚମ୍ବାଙ୍କର ଧାତୁ କାର୍ଯ୍ୟ, ସୋଲାନର ପାଇନ ଆର୍ଟ କାଙ୍ଗଡ଼ାର ମିନିଏଚର ଚିତ୍ରର ଲୋକ ଏବଂ ଏହାକୁ ଦେଖିବା ପାଇଁ ଆସି ଲୋକମାନେ ଆସିଲେ ଖୁସିରେ ପାଗଳ ହୋଇଯାଆନ୍ତି । ଏହିପରି ଉତ୍ପାଦଗୁଡ଼ିକ ଦେଶର ପ୍ରତ୍ୟେକ କୋଣରେ ପହଂଚିବା ଅନ୍ତର୍ଜାତୀୟ ବଜାରରେ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆମେ କାର୍ଯ୍ୟ କରୁଛୁ ।

ଏମିତି ଭାବରେ ଭାଇ ଏବଂ ଭଉଣୀମାନେ, ହିମାଚଳର ସ୍ଥାନୀୟ ଉତ୍ପାଦନର ଚମକ ବର୍ତ୍ତମାନ କାଶୀରେ ବାବା ବିଶ୍ୱନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ପହଂଚିଯାଇଛି । କୁଲ୍ଲୁରେ ହୋଇଥିବା ଆମର ମା’ ଭଉଣୀମାନେ ଏହାକୁ ତିଆରି କରିଛନ୍ତି । କୁଲ୍ଲୁରେ ତିଆରି ହୋଇଥିବା ପୁହଲେଁ ଥଣ୍ଡା ସମୟରେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାରୀମାନଙ୍କର ଏବଂ କର୍ମୀମାନଙ୍କର ଉପକାରୀ ହୋଇଯାଇଛି । ବନାରସର ସାଂସଦ ହୋଇଥିବା ଯୋଗୁ ମୁଁ ଏହି ଉପହାର ପାଇଁ ହିମାଚଳ ପ୍ରଦେଶର ଲୋକମାନଙ୍କ ନିକଟରେ ବିଶେଷ କୃତଜ୍ଞତା ବ୍ୟକ୍ତ କରୁଛି ।

ସାଥୀମାନେ,

ଗତ ୮ ବର୍ଷର ପ୍ରୟାସର ଫଳାଫଳ ଯାହା ମିଳିଛି ମୁଁ ଅତ୍ୟଧିକ ଆତ୍ମବିଶ୍ୱାସୀ, ଆତ୍ମ ବିଶ୍ୱାସରେ ପରିପୂର୍ଣ୍ଣ ହୋଇଯାଇଛି । ଆମ ଭାରତୀୟଙ୍କ ସାମର୍ଥ୍ୟ ଆଗରେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ । ଆଜି ଭାରତରେ ରେକର୍ଡ ମାତ୍ରାରେ ବିଦେଶୀ ପୁଞ୍ଜି ବିନିଯୋଗ ହେଉଛି । ଆଜି ଭାରତ ରେକର୍ଡ ସ୍ତରରେ ରପ୍ତାନୀ କରୁଛି । ୮ ବର୍ଷ ପୂର୍ବେ ଷ୍ଟାର୍ଟଅପ ଦୃଷ୍ଟିରୁ ଆମେ କୌଣସି ସ୍ଥାନରେ ନ ଥିଲୁ । ଆଜି ଆମେ ଦୁନିଆର ତୃତୀୟ ବୃହତମ ଷ୍ଟାର୍ଟଅପ ଇକୋ ସିଷ୍ଟମ, ତୃତୀୟ ବୃହତମ । ପ୍ରାୟ ପ୍ରତି ସପ୍ତାହରେ ଆମର ଯୁବକମାନେ ହଜାର ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନି ପ୍ରସ୍ତୁତ କରୁଛନ୍ତି । ଆଗାମୀ ୨୫ ବର୍ଷର ବୃହତ ସଂକଳ୍ପ ପୂରଣ ପାଇଁ ନୂତନ ଅର୍ଥନୀତି ପାଇଁ ଦେଶ ମଧ୍ୟ ଦ୍ରୁତ ଗତିରେ ନୂତନ ଭିତ୍ତିଭୂମି ନିର୍ମାଣ କରୁଛି । ଆମେ ପରସ୍ପରକୁ ସମର୍ଥନ କରୁଥିବା ମଲ୍ଟିମୋଡାଲ ସଂଯୋଗୀକରଣ ଉପରେ ଧ୍ୟାନ ଦେଉଛୁ । ପର୍ବତମାଳା ଯୋଜନା ଯାହା ଆମେ ଏହି ବଜେଟରେ ଘୋଷଣା କରିଛୁ। ହିମାଚଳ ପରି ପାହାଡ଼ିଆ ରାଜ୍ୟରେ ସଂଯୋଗୀକରଣକୁ ଆହୁରି ମଜବୁତ କରିବ । କେବଳ ଏତିକି ନୁହେଁ, ୱାଇବ୍ରାଣ୍ଟ ବର୍ଡର ଗ୍ରାମ, ଯାହା ପାଇଁ ଆମେ ବଜେଟରେ ଯୋଜନା କରିଛୁ, ଯେଉଁ କାରଣରୁ ସୀମାନ୍ତରେ ଅବସ୍ଥିତ ଗ୍ରାମଗୁଡ଼ିକ, ଏହି ଗ୍ରାମଗୁଡ଼ିକ ୱାଇବ୍ରାଣ୍ଟ ହେଉ, ଟୁରିଷ୍ଟ ଷ୍ଟେସନ ହେଉ, ଆକ୍ଟିଭିଟୀର କେନ୍ଦ୍ର ହେଉ, ସୀମାରେ ଥିବା ଗାଁ ଗୁଡ଼ିକ ସେମାନଙ୍କର ବିକାଶ ପାଇଁ ଭାରତ ସରକାର ଏକ ବିଶେଷ ଯୋଜନା କରିଛନ୍ତି । ସେ ୱାଇବ୍ରାଣ୍ଟ ବର୍ଡର ଗ୍ରାମ ଯୋଜନାର ଲାଭ ମୋର ହିମାଚଳର ସୀମାବର୍ତ୍ତୀ ଗାଁରେ ସ୍ୱାଭାବିକ ଭାବରେ ପାଇପାରିବେ ।

ସାଥୀମାନେ,

ଆଜି ଯେତେବେଳେ ଆମେ ଦୁନିଆର ସର୍ବଶ୍ରେଷ୍ଠ ଡିଜିଟାଲ ଭିତ୍ତିଭୂମି ତିଆରି କରିବା ଉପରେ ଧ୍ୟାନ ଦେଉଛୁ, ଆମେ ଦେଶରେ ସ୍ୱାସ୍ଥ୍ୟସେବାରେ ଆଧୁନିକୀକରଣ ଉପରେ କାର୍ଯ୍ୟ କରୁଛୁ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ପହଂଚ ଜିଲ୍ଲା ଏବଂ ବ୍ଲକ ସ୍ତରର କ୍ରିଟିକାଲ ସ୍ୱାସ୍ଥ୍ୟସେବାର ସୁବିଧାଗୁଡ଼ିକ ଆଣି ଆମେ ପ୍ରସ୍ତୁତ କରୁଛୁ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡିକାଲ ହେଉ ଏହି ଦିଗରେ ମୁଁ କାମ କରୁଛି । କେବଳ ଏତିକି ନୁହେଁ ଗରିବ ମା’ମାନଙ୍କର ପୁଅଝିଅ ମଧ୍ୟ ଏବେ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିପାରିବେ । ପୂର୍ବେ ଏମିତି ଅବସ୍ଥା ଥିଲା ଯେ ଯଦି ପିଲାଙ୍କୁ ସ୍କୁଲ ଶିକ୍ଷା ଇଂରାଜୀରେ ହୋଇ ନ ଥିବ ତେବେ ଡାକ୍ତର ହେବାର ସ୍ୱପ୍ନ ଅଧାରେ ରହି ଯାଉଥିଲା । ଏବେ ଆମେ ନିଶ୍ଚିତ କରିଛୁ ଯେ ମେଡିକାଲ ଏବଂ ଟେକ୍ନିକାଲ ଶିକ୍ଷା ଆମେ ମାତୃଭାଷାରେ କରିବାକୁ ପ୍ରମୋଟ କରିବୁ, ଯାହାଫଳରେ ଗରିବରୁ ଅତି ଗରିବ ପିଲା ଡାକ୍ତର ହୋଇପାରିବେ ଏବଂ ଏଥିପାଇଁ ତାକୁ ଇଂରାଜୀ ଭାଷାର ଗୋଲାମ ହେବାକୁ ପଡ଼ିବ ନାହିଁ ।

ସାଥୀମାନେ,

ଦେଶରେ ଏମ୍ସ ଭଳି ସର୍ବୋତ୍ତମ ସଂସ୍ଥାର କଥା ଦେଶର ଦୂରଦୂରାନ୍ତରର ରାଜ୍ୟ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ବିଳାସପୁରରେ ନିର୍ମିତ ହେଉଥିବା ଏମ୍ସ ଏହାର ପ୍ରତ୍ୟକ୍ଷ ଉଦାହରଣ ଅଟେ । ବର୍ତ୍ତମାନ ହିମାଚଳବାସୀଙ୍କୁ ଆଉ ଚଣ୍ଡିଗଡ଼ କିମ୍ବା ଦିଲ୍ଲୀ ଯିବାକୁ ବାଧ୍ୟ ହେବେ ନାହିଁ ।

ସାଥୀମାନେ,

ଏହିସବୁ ପ୍ରୟାସ ହିମାଚଳ ପ୍ରଦେଶର ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରୁଛି । ଯେତେବେଳେ ଅର୍ଥନୀତି ଦୃଢ଼ ହୋଇଥାଏ, ସଡ଼କ ଯୋଗାଯୋଗ, ଇଣ୍ଟରନେଟ ସଂଯୋଗ ବୃଦ୍ଧି ହୁଏ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ହୁଏ, ଏହା ମଧ୍ୟ ପର୍ଯ୍ୟଟନକୁ ବଢ଼ାଇଥାଏ । ଭାରତ ଯେଉଁଭଳି ଭାବରେ ଡ୍ରୋନ ଉତ୍ପାଦନକୁ ବୃଦ୍ଧି କରୁଛି, ଡ୍ରୋନ ବ୍ୟବହାରକୁ ବଢାଉଛି, ଯାହାଦ୍ୱାରା ଆମର ଦୁର୍ଗମ ଅଞ୍ଚଳ, ଭାରତର ଯେଉଁ ଦୁର୍ଗମ ଅଞ୍ଚଳ ଯାହା ଅଛି ସେ ପାହାଡ଼ ହେଉ, ଜଙ୍ଗଲ ହେଉ, ଯେପରିକି ହିମାଚଳର ଦୂରବର୍ତ୍ତୀ ଅଞ୍ଚଳ ଅଛି । ସେଠାରେ ଏହି ଡ୍ରୋନ ସେବାଗୁଡ଼ିକ ବହୁତ ଲାଭଦାୟକ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଗତ ଆଠ ବର୍ଷରେ ସ୍ୱାଧୀନତାର ୧ଠଠ ବର୍ଷ ଅର୍ଥାତ ୨ଠ୪୭ ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରସ୍ତୁତ କରାଯାଇଛି । ଏହି ଅମୃତ କାଳରେ ସିଦ୍ଧି ପ୍ରାପ୍ତି ପାଇଁ କେବଳ ଗୋଟିଏ ମନ୍ତ୍ର ଅଛି- ସମସ୍ତଙ୍କର ପ୍ରୟାସ । ସମସ୍ତେ ଯୋଡ଼ି ହୁଅନ୍ତୁ, ସମସ୍ତେ ଏକଜୁଟ ହୁଅନ୍ତୁ, ସମସ୍ତେ ବଢ଼ନ୍ତୁ- ଏହି ଭାବନା ସହିତ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ । କେତେ ଶତାବ୍ଦୀ ପରେ ଏବଂ କେତେ ପିଢ଼ି ପରେ ଆମେ ଏହି ଭାଗ୍ୟ ପାଇଲୁ । ଆମ ପିଢ଼ିଙ୍କୁ ଏହି ସୌଭାଗ୍ୟ ମିଳିଲା, ଆମର ଆପଣଙ୍କର ପିଢ଼ିଙ୍କୁ ମିଳିଲା । ଆମେ ସଂକଳ୍ପ ନେବା ଆମେ ସମସ୍ତେ ଆମ ସମସ୍ତଙ୍କର ପ୍ରୟାସର ଏହି ଆହ୍ୱାନରେ ଆମର ସକ୍ରିୟ ଭୂମିକା ଗ୍ରହଣ କରିବା । ଆମର ପ୍ରତ୍ୟେକ କର୍ତ୍ତବ୍ୟ ନିର୍ବାହ କରିବା । 

ଏହି ବିଶ୍ୱାସ ସହିତ ଆଜି ହିମାଚଳ ଯେଉଁ ଆଶୀର୍ବାଦ ଦେଇଛନ୍ତି ଏବଂ ଦେଶର ପ୍ରତ୍ୟେକ ବ୍ଲକରେ ଆଜି ଯେଉଁ କାର୍ଯ୍ୟକ୍ରମ ସହିତ ଜଡ଼ିତ ହୋଇଛନ୍ତି । ଆଜି ସମଗ୍ର ଭାରତବର୍ଷ ସିମଲା ସହିତ ଯେପରି ସଂଯୁକ୍ତ ହୋଇଛି । ଆଜି ଲକ୍ଷ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି ଏବଂ ଆଜି ମୁଁ ସିମଲା ଭୂମିରୁ ଯେଉଁ କୋଟି କୋଟି ଦେଶବାସୀଙ୍କ ସହ କଥାବାର୍ତ୍ତା କରୁଛି, ମୁଁ ସେହି କୋଟି କୋଟି କୋଟି ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଏବଂ ଆପଣଙ୍କ ଆଶୀର୍ବାଦ ସର୍ବଦା ବଜାୟ ରହୁ । ଆମେ ଆହୁରି ଅଧିକ ପରିଶ୍ରମ କରୁଛୁ, ଦିନ ରାତି କାର୍ଯ୍ୟ ଜାରି ରଖିଛୁ, କଠିନ ପରିଶ୍ରମ ଜାରି ରଖିଛୁ- ଏହି ଭାବନା ସହିତ ଆଗକୁ ଯାଇ ସମସ୍ତଙ୍କର ଆଶୀର୍ବାଦ ସହିତ ମୁଁ ପୁଣିଥରେ ଆପଣଙ୍କୁ ହୃଦୟରୁ, ଅନ୍ତରରୁ ଧନ୍ୟବାଦ ଦେଉଛି । ମୋ ସହିତ କୁହନ୍ତୁ-

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.