PM Modi inaugurates and lays foundation stone of various development projects in Varanasi
Today Kashi is becoming a hub of health facilities for the entire Purvanchal: PM Modi
PM Modi requests people to promote 'Local for Diwali' in addition to 'vocal for local', says buying local products will strengthen local economy

ଏବେ ଆପଣମାନଙ୍କ ସହିତ ସମସ୍ତ ସାଥୀମାନଙ୍କ ସହିତ କଥା ହେବାର ସୁଯୋଗ ମୋତେ ମିଳିଲା, ମୋତେ ଟିକେ ଭଲ ଲାଗିଲା ଏବଂ ସହରର ବିକାଶର ଯେଉଁ କାର୍ଯ୍ୟ ହେଉଛି, ଯେଉଁ ନିଷ୍ପତ୍ତି ସରକାର ନେଇଛନ୍ତି, ତାହାର ଲାଭ ବନାରସର ଲୋକମାନଙ୍କୁ ମଧ୍ୟ ହେଉଛି । ଆଉ ଏହି ସବୁକିଛି ହେଉଛି, କାହିଁକି ନା ଏହାର ପଛରେ ବାବା ବିଶ୍ୱନାଥଙ୍କର ହିଁ ଆଶୀର୍ବାଦ ରହିଛି ଆଉ ତେଣୁକରି ଯେତେବେଳେ ଆଜି ମୁଁ ହୁଏତ ଭର୍ଚୁଆଲ ଭାବରେ ଆସିଛି, କିନ୍ତୁ ଆମର କାଶୀର ଯେଉଁ ପରମ୍ପରା ଅଛି ସେହି ପରମ୍ପରାକୁ ପାଳନ ନ କରି ଆମେ ଆଗକୁ ଯାଇ ପାରିବା ନାହିଁ । ତେଣୁକରି ଏବେ ଯେଉଁମାନେ ମୋ ସହିତ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି, ଆମେ ସମସ୍ତେ ଏକା ସହିତ କହିବା – ହର ହର ମହାଦେବ!

ଧନତେରସ, ଦୀପାବଳି, ଅନ୍ନକୁଟ, ଗୋବର୍ଦ୍ଧନ ପୂଜା ଏବଂ ଡାଲା ଛଠ୍ ପାଇଁ ଆପଣ ସମସ୍ତ ଲୋକଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ମାତା ଅନ୍ନପୂର୍ଣ୍ଣା ଆପଣ ସମସ୍ତଙ୍କୁ ଧନଧାନ୍ୟରେ ସମୃଦ୍ଧ କରନ୍ତୁ! ଆମର ଏହା ହେଉଛି କାମନା ଯେ ବଜାରରେ ଚମକ ଆହୁରି ବୃଦ୍ଧି ହେଉ । ମୋର କାଶୀର ଗଳି କନ୍ଦିଗୁଡ଼ିକ ହେଉ ଆଉ ବନାରସୀ ଶାଢ଼ୀର କାରବାର ମଧ୍ୟ ଚମକି ଉଠୁ । କରୋନା ସହିତ ଲଢ଼େଇ ଜାରି ରଖି ଆମର କୃଷକ ଭାଇମାନେ ଚାଷବାସ ଉପରେ ବହୁତ ଧ୍ୟାନ ଦେଇଥିଲେ । କେବଳ ବନାରସ ହିଁ ନୁହେଁ, ସଂପୂର୍ଣ୍ଣ ଉତ୍ତରାଂଚଳରେ ଏଥର ଅଫୁରନ୍ତ ଫସଲ ହୋଇଛି, ଏହି ଖବର ମିଳିଛି । କୃଷକର ପରିଶ୍ରମର ଝାଳ ପାଇଁ ନୁହେଁ, ବରଂ ସଂପୂର୍ଣ୍ଣ ଦେଶର କାର୍ଯ୍ୟରେ ଆସିବ । ଆପଣ ଅନ୍ନଦେବତା ଲୋକମାନଙ୍କୁ ବହୁତ-ବହୁତ ଅଭିନନ୍ଦନ । କାର୍ଯ୍ୟକ୍ରମରେ ମୋ ସହିତ ଯୋଡ଼ି ହୋଇଥିବା ଉତ୍ତରପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, ୟୁପି ସରକାରଙ୍କ ମନ୍ତ୍ରୀଗଣ, ବିଧାୟକଗଣ, ବନାରସର ସମସ୍ତ ନିର୍ବାଚିତ ଜନପ୍ରତିନିଧିଗଣ, ବନାରସର ମୋର ଶ୍ରଦ୍ଧାର ପ୍ରିୟ ଭାଇ ଓ ଭଉଣୀମାନେ!

ମହାଦେବଙ୍କ ଆଶୀର୍ବାଦରୁ କାଶୀ କେବେ ଥମି ଯାଏନାହିଁ । ମାଆ ଗଙ୍ଗାଙ୍କ ଭଳି ନିରନ୍ତର ଆଗକୁ ବଢ଼ି ଚାଲିଥାଏ । କରୋନାର କଠିନ ସମୟରେ ମଧ୍ୟ କାଶୀ ନିଜର ଏହି ସ୍ୱରୂପରେ ଆଗକୁ ବଢ଼ି ଚାଲିଛି । କରୋନା ବିରୁଦ୍ଧରେ ବନାରସ ଯେଉଁ ଜୀବନ୍ତ ଭାବରେ ଲଢ଼େଇ ଲଢ଼ିଛି, ଏହି କଠିନ ସମୟରେ ଯେଉଁ ସାମାଜିକ ଐକବଦ୍ଧତାର ପରିଚୟ ଦେଇଛି, ତାହା ପ୍ରକୃତରେ ବହୁତ ହିଁ ପ୍ରଶଂସନୀୟ । ଏବେ ଆଜି ଏହି ଶୃଙ୍ଖଳରେ ବନାରସର ବିକାଶ ସହିତ ଜଡ଼ିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ ହେଉଛି । ଏମିତିରେ ଏହା ମଧ୍ୟ ହେଉଛି ମହାଦେବଙ୍କର ହିଁ ଆଶୀର୍ବାଦ ଯେତେବେଳେ ମଧ୍ୟ କାଶୀ ପାଇଁ କିଛି ନୂତନ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ, କେତେକ ପୁରୁଣା ସଂକଳ୍ପ ସିଦ୍ଧ ହୋଇ ସାରିଥାଏ । ଅର୍ଥାତ, ଗୋଟିଏ ପଟେ ଶିଳାନ୍ୟାସ, ତ ଅନ୍ୟ ପଟେ ଲୋକାର୍ପଣ । ଆଜି ମଧ୍ୟ ପ୍ରାୟ 220 କୋଟି ଟଙ୍କାର 16ଟି ଯୋଜନାଗୁଡ଼ିକର ଲୋକାର୍ପଣ ସହିତ ପ୍ରାୟ 400 କୋଟି ଟଙ୍କାର ୧୪ଟି ଯୋଜନାଗୁଡିକ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ମୁଁ ସମସ୍ତ ବିକାଶ କାର୍ଯ୍ୟ ପାଇଁ ବନାରସର ଲୋକଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି । କାଶୀରେ, ଉତ୍ତର ପ୍ରଦେଶରେ, ବିନା ପ୍ରତିବନ୍ଧକରେ, ନଅଟକି ଚାଲୁ ରହିଥିବା ଏହି ବିକାଶ କାର୍ଯ୍ୟଗୁଡିକର ଶ୍ରେୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ- ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ, ନିର୍ବାଚିତ ପ୍ରତିନିଧିମାନଙ୍କୁ, ସରକାରୀ କଳ ସହିତ ଜଡିତ ସମସ୍ତ କର୍ମଚାରୀମାନଙ୍କୁ ସମସ୍ତଙ୍କୁ ଏହି ସଫଳତା ପାଇଁ ସଂପୂର୍ଣ୍ଣ ଶ୍ରେୟ ଯାଉଛି । ଯୋଗୀ ମହାଶୟ ଆଉ ତାଙ୍କ ଟିମକୁ ଜନସେବାର ଏକନିଷ୍ଠ ପ୍ରୟାସ ପାଇଁ ବହୁତ-ବହୁତ ଶୁଭେଚ୍ଛା ଓ ଶୁଭକାମନା ।

ସାଥୀଗଣ,

ବନାରସର ସହର ଏବଂ ଏହି ଅଂଚଳର ବିକାଶ ଯୋଜନାରେ ପର୍ଯ୍ୟଟନ ହେଉ, ସଂସ୍କୃତି ମଧ୍ୟ ଏବଂ ସଡ଼କ, ବିଜୁଳି ଏବଂ ପାଣି ମଧ୍ୟ । କ୍ରମାଗତ ପ୍ରୟାସ ଏହା ରହିଲା ଯେ ନିଜର କାଶୀର ପ୍ରତ୍ୟେକ ଲୋକର ଭାବନାର ଅନୁରୂପ ହିଁ ବିକାଶର ଚକ ଆଗକୁ ବଢ଼ୁ । ଏଥିପାଇଁ, ଏହି ବିକାଶ ନିଜକୁ ନିଜ ମଧ୍ୟରେ ଏହି କଥାର ଉଦାହରଣ ହେଉଛି ଯେ ବନାରସ କିପରି ଏକ ସଙ୍ଗେ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ମାଆ ଗଙ୍ଗାଙ୍କ ସ୍ୱଚ୍ଛତା ଠାରୁ ନେଇ ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ, ସଡ଼କ ଏବଂ ଭିତ୍ତିଭୂମିଠାରୁ ନେଇ ପର୍ଯ୍ୟଟନ ପର୍ଯ୍ୟନ୍ତ, ବିଜୁଳିଠାରୁ ନେଇ ଯୁବକମାନଙ୍କ ପାଇଁ ଖେଳକୂଦ ପର୍ଯ୍ୟନ୍ତ ଏବଂ କୃଷକଙ୍କଠାରୁ ନେଇ ଗାଁ-ଗରିବଙ୍କ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ବନାରସ ବିକାଶର ନୂତନ ଗତି ପ୍ରାପ୍ତ କରିଛି । ଆଜି ଗଙ୍ଗା କାର୍ଯ୍ୟାନ୍ୱୟନ ଯୋଜନା(ଆକ୍ସନ୍ ପ୍ଲାନ୍) ପ୍ରକଳ୍ପ ଅଧୀନରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି । ଏହା ସହିତ, ବଡ଼-ବଡ଼ ନାଳରୁ ଅତିରିକ୍ତ ସ୍ୱରେଜ ଗଙ୍ଗାରେ ପ୍ରବେଶକୁ ରୋକିବା ପାଇଁ ଡାଇଭର୍ସନ ଲାଇନର ଶିଳାନ୍ୟାସ ମଧ୍ୟ କରି ଦିଆଯାଇଛି । 35 କୋଟିରୁ ଅଧିକ ବ୍ୟୟରେ ଖିଡ଼କୀୟା ଘାଟକୁ ମଧ୍ୟ ସଜା ଯାଉଛି, ସୌନ୍ଦର୍ଯ୍ୟକରଣ କରାଯାଉଛି । ଏଠାରେ ସିଏନଜିରେ ଡଙ୍ଗା ମଧ୍ୟ ଚାଲିବ, ଯାହାଦ୍ୱାରା ଗଙ୍ଗାରେ ପ୍ରଦୂଷଣ ମଧ୍ୟ କମ୍ ହେବ । ସେହିପରି ଦଶାଶ୍ୱମେଧ ଘାଟରେ ଟୁରିଷ୍ଟ ପ୍ଲାଜା ମଧ୍ୟ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ସୁବିଧା ଏବଂ ଆକର୍ଷଣର କେନ୍ଦ୍ର ପାଲଟିବ । ଏହାଦ୍ୱାରା ଘାଟର ସୁନ୍ଦରତା ମଧ୍ୟ ବଢ଼ିବ, ବ୍ୟବସ୍ଥା ମଧ୍ୟ ବଢ଼ିବ । ଯେଉଁ ସ୍ଥାନୀୟ ଛୋଟ-ଛୋଟ ବ୍ୟବସାୟ ରହିଛି, ଏହି ପ୍ଲାଜା ନିର୍ମାଣ ହେବାଦ୍ୱାରା ସେମାନଙ୍କୁ ମଧ୍ୟ ସୁବିଧା ମିଳିବ ଏବଂ ଗ୍ରାହକ ମଧ୍ୟ ବୃଦ୍ଧି ପାଇବେ ।

ସାଥୀଗଣ,

ମାଆ ଗଙ୍ଗାଙ୍କୁ ନେଇ ଏହି ପ୍ରୟାସ, ଏହି ପ୍ରତିବଦ୍ଧତା ହେଉଛି ମଧ୍ୟ କାଶୀର ସଂକଳ୍ପ, ଆଉ କାଶୀ ପାଇଁ ନୂତନ ସମ୍ଭାବନାଗୁଡ଼ିକର ରାସ୍ତା ମଧ୍ୟ ଏହିଠାରେ ଅଛି । ଧୀରେ-ଧୀରେ ଏଠାକାର ଘାଟଗୁଡ଼ିକର ଛବି ବଦଳୁଛି । କରୋନାର ପ୍ରଭାବ କମିଯିବା ପରେ ଯେତେବେଳେ ପର୍ଯ୍ୟଟକମାନଙ୍କର ସଂଖ୍ୟା ଆହୁରି ବଢ଼ିବ, ସେତେବେଳେ ସେମାନେ ବନାରସର ଆହୁରି ସୁନ୍ଦର ଛବି ନେଇକରି ଏଠାରୁ ଯିବେ । ଗଙ୍ଗା ଘାଟଗୁଡ଼ିକର ସ୍ୱଚ୍ଛତା ଏବଂ ସୌନ୍ଦର୍ଯ୍ୟକରଣ ସହିତ ସାରନାଥ ମଧ୍ୟ ନୂତନ ରଙ୍ଗ ରୂପ ନେଇ ପ୍ରସ୍ଫୁଟିତ ହେଉଛି । ଆଜି ଯେଉଁ ଆଲୋକ ଏବଂ ଧ୍ୱନୀ କାର୍ଯ୍ୟକ୍ରମର ଲୋକାର୍ପଣ କରାଗଲା, ତାହାଦ୍ୱାରା ସାରନାଥର ଭବ୍ୟତା ଆହୁରି ଅଧିକ ବଢ଼ିଯିବ ।

ଭାଇ ଓ ଭଉଣୀମାନେ,

କାଶୀର ଏକ ବଡ଼ ସମସ୍ୟ ଏଠାରେ ଲଟକି ଥିବା ବିଜୁଳିର ତାର ଜାଲ ଭଳି ରହିଛି । ଆଜି କାଶୀର ବଡ଼ ଅଂଚଳ ବିଜୁଳିର ତାରକୁ ନେଇଥିବା ଜାଲରୁ ମଧ୍ୟ ମୁକ୍ତ ହେଉଛି । ତାରଗୁଡ଼ିକୁ ଭୂତଳ ବ୍ୟବସ୍ଥା କରିବାର ଆଉ ଏକ ପର୍ଯ୍ୟାୟ ଆଜି ସଂପୂର୍ଣ୍ଣ ହୋଇ ସାରିଛି । କ୍ୟାଂଟ ଷ୍ଟେସନରୁ ଲହୁରାବୀର, ଭୋଗୁବୀରରୁ ମହାବୀର ମନ୍ଦିର, କଚେରୀ ଛକରୁ ଭୋଜୁବୀର ତନି ଛକ, ଏଭଳି 7ଟି ରୁଟରେ ମଧ୍ୟ ବିଜୁଳି ତାରରୁ ଏବେ ମୁକ୍ତି ମିଳି ଯାଇଛି । ଏତିକି ହିଁ ନୁହେଁ, ସ୍ମାର୍ଟ ଏଲଇଡ଼ି ଲାଇଟରେ ଗଳିଗୁଡ଼ିକର ଆଲୋକ ଏବଂ ସୁନ୍ଦରତା ମଧ୍ୟ ଆହୁରି ବିକଶିତ ହେବ ।

ସାଥୀଗଣ,

ବନାରସର ଯୋଗାଯୋଗ ବ୍ୟବସ୍ଥା ସବୁବେଳ ପାଇଁ ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ରହି ଆସିଛି । କାଶୀବାସୀଙ୍କର ଏବଂ କାଶୀକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ, ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ସମୟ ରାସ୍ତା ଜାମରେ ବ୍ୟର୍ଥ ନ ହେଉ, ଏଥିପାଇଁ ନୂତନ ଭିତ୍ତିଭୂମିର ନିର୍ମାଣ କରାଯାଉଛି । ବନାରସରେ ଆଜି ବିମାନ ବନ୍ଦରର ସୁବିଧା ବୃଦ୍ଧି ପାଉଛି, ବାବଦପୁରରୁ ସହରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଏବେ ବନାରସ ପାଇଁ ନୂତନ ପରିଚୟ ପାଲଟିଛି । ଆଜି ବିମାନ ବନ୍ଦରରେ ଦୁଇଟି ଯାତ୍ରୀ ବୋଡିଂ ବ୍ରିଜର ଲୋକାର୍ପଣ ହେବାପରେ ଏହି ସୁବିଧାଗୁଡ଼ିକର ଆହୁରି ସମ୍ପ୍ରସାରଣ ହେବ । ଏହି ସମ୍ପ୍ରସାରଣ ଏଥିପାଇଁ ମଧ୍ୟ ଆବଶ୍ୟକ ଥିଲା, କାରଣ 6 ବର୍ଷ ପୂର୍ବେ ଅର୍ଥାତ ଆପଣମାନେ ମୋତେ ଆପଣଙ୍କ ସେବା କରିବାର ସୁଯୋଗ ଦେଲେ ତାହା ପୂର୍ବରୁ ବନାରସରେ ପ୍ରତ୍ୟେକ ଦିନ 12ଟି ବିମାନ ଚାଲୁଥିଲା, ଆଜି ଏଥିରେ 4 ଗୁଣା ଅର୍ଥାତ 48ଟି ବିମାନ ଚାଲୁଛି । ଅର୍ଥାତ ବନାରସରେ ସୁବିଧା ବୃଦ୍ଧି ପାଉଥିବା ଦେଖି, ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ଭାଇ ଓ ଭଉଣୀମାନେ,

ବନାରସରେ ନିର୍ମାଣ ହେଉଥିବା ଆଧୁନିକ ଭିତ୍ତିଭୂମି ଏଠାରେ ରହୁଥିବା ଏବଂ ଏଠାକୁ ଆସୁଥିବା ଉଭୟ ପକ୍ଷର ଲୋକଙ୍କ ଜୀବନକୁ ସହଜ ଓ ସରଳ କରୁଛି । ବିମାନ ବନ୍ଦର ସହିତ ଜଡ଼ିତ ଯୋଗାଯୋଗ ସଙ୍ଗେ-ସଙ୍ଗେ ରିଙ୍ଗ୍ ରୋଡ଼୍ ହେଉ, ମହମୁରଗଞ୍ଜ-ମଣ୍ଡୱାହିଡ଼୍ ଫ୍ଲାଇ ଓଭର୍ ହେଉ, ଏନଏଚ୍-56ର ପ୍ରଶସ୍ତିକରଣ ହେଉ, ବନାରସ ଆଜି ସଡ଼କ ଭିତ୍ତିଭୂମିର ମଧ୍ୟ କାୟାକଳ୍ପ ହେବା ଦେଖୁଛି । ସହର ଭିତରେ ଏବଂ ଆଖପାଖ ଅଂଚଳରେ ମଧ୍ୟ ସଡ଼କଗୁଡ଼ିକର ଛବି ବଦଳିଛି । ଆଜି ମଧ୍ୟ ବାରାଣସୀର ଭିନ୍ନ-ଭିନ୍ନ କ୍ଷେତ୍ରପାଇଁ ସଡ଼କ ନିର୍ମାଣ କାର୍ଯ୍ୟର କାମ ଆରମ୍ଭ ହୋଇଛି । ଜାତୀୟ ରାଜପଥ, ଫୁଲୱରିୟା-ଲହରତାରା ମାର୍ଗ, ବରୁଣା ନଦୀ ଏବଂ ତିନୋଟି ପୋଲ ଏବଂ ଅନ୍ୟ କେତେକ ସଡ଼କର ନିର୍ମାଣ, ଏଭଳି କେତେଗୁଡ଼ିଏ କାମ ଯାହା ଆଗାମୀ ଦିନରେ ବହୁତ ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି । ସଡ଼କ ପଥର ଏହି ନେଟୱାର୍କ ସହିତ ବନାରସ ଏବେ ଜଳପଥରେ, ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଏକ ମଡେଲ ପାଲଟିବାକୁ ଯାଉଛି । ଆମର ବନାରସରେ ଆଜି ଦେଶର ପ୍ରଥମ ଅନ୍ତର୍ଦ୍ଦେଶୀୟ ୱାଟର ପୋର୍ଟ ନିର୍ମାଣ ହୋଇସାରିଛି ।

ଭାଇ ଓ ଭଉଣୀମାନେ,

ବିଗତ 6 ବର୍ଷରେ ବନାରସରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ଅଦ୍ଭୁତପୂର୍ବ କାର୍ଯ୍ୟ ହୋଇଛି । ଆଜି କେବଳ କାଶୀ, ୟୁପି ହିଁ ନୁହେଁ, ବରଂ ଏକ ପ୍ରକାରରେ ସଂପୂର୍ଣ୍ଣ ପୂର୍ବାଂଚଳ ପାଇଁ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ହବ୍ ପାଲଟିବାକୁ ଯାଉଛି । ଆଜି ରାମନଗରରେ ଲାଲ ବାହାଦୂର ଶାସ୍ତ୍ରୀ ହାସ୍ପାତାଳର ଆଧୁନିକୀକରଣ ସହିତ ଜଡ଼ିତ କାର୍ଯ୍ୟ ଲୋକାର୍ପଣ ଦ୍ୱାରା କାଶୀର ଏହି ଭୂମିକାର ସମ୍ପ୍ରସାରଣ ହୋଇଛି । ରାମନଗରର ହସ୍ପାତାଳରେ ଯେତେବେଳେ ଯନ୍ତ୍ରଚାଳିତ ଲଣ୍ଡ୍ରି, ବ୍ୟବସ୍ଥିତ ପଞ୍ଜିକରଣ କାଉଂଟର ଏବଂ କର୍ମଚାରୀଙ୍କ ପାଇଁ ଆବାସସ୍ଥାନ ପରିସର ଭଳି ସୁବିଧା ଉପଲବ୍ଧ ହେବ । ହୋମି ଭାଭା କ୍ୟାନସର ହସ୍ପିଟାଲ ଏବଂ ପଣ୍ଡିତ ମହାମନା ମାଲବ୍ୟ କ୍ୟାନସର ହସ୍ପିଟାଲ ଭଳି ବଡ଼ କର୍କଟ ପ୍ରତିଷ୍ଠାନ ଏଠାରେ ପୂର୍ବରୁ ହିଁ ସେବା ପ୍ରଦାନ କରୁଥିଲେ । ସେହିଭଳି ଇଏସଆଇସି ହସ୍ପାତାଳ ଏବଂ ବିଏଚୟୁ ସୁପର ସ୍ପେସିଆଲିଟି ହସ୍ପିଟାଲ ମଧ୍ୟ ଏଠାରେ ଗରିବରୁ ଗରିବ ସାଥୀମାନଙ୍କୁ, ଗର୍ଭବତୀ ମହିଳାମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଦେଉଛି ।

ସାଥୀଗଣ,

ବନାରସରେ ଆଜି ଯେଉଁ ଏହି ଚତୁର୍ଦ୍ଦିଗରେ ବିକାଶ ହେଉଛି, ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହେଉଛି, ତାହା ଦ୍ୱାରା ପୂର୍ବାଂଚଳ ସହିତ ସଂପୂର୍ଣ୍ଣ ପୂର୍ବ ଭାରତକୁ ଲାଭ ମିଳୁଛି । ଏବେ ପୂର୍ବାଂଚଳର ଲୋକମାନଙ୍କର ଛୋଟ-ଛୋଟ ଆବଶ୍ୟକତା ପାଇଁ ଦିଲ୍ଲୀ ଏବଂ ମୁମ୍ବାଇରେ ଘୂରି ବୁଲିବାକୁ ପଡ଼ିବ ନାହିଁ । ବନାରସ ଏବଂ ପୂର୍ବାଂଚଳର କୃଷକମାନଙ୍କ ପାଇଁ ଭଣ୍ଡାରଣଠାରୁ ନେଇ ପରିବହନ ପର୍ଯ୍ୟନ୍ତ ଅନେକ ସୁବିଧାଗୁଡ଼ିକ ବିଗତ ବର୍ଷମାନଙ୍କରେ ଏଠାରେ ପ୍ରସ୍ତୁତ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଧାନ ପ୍ରତିଷ୍ଠାନର କେନ୍ଦ୍ର ହେଉ, ଦୁଗ୍ଧ ପ୍ରକ୍ରିୟାକରଣ ପ୍ଳାଣ୍ଟ ହେଉ, ନଷ୍ଟ ହୋଇ ଯାଉଥିବା ସାମଗ୍ରୀର ପଣ୍ୟକେନ୍ଦ୍ରର ନିର୍ମାଣ ହେଉ, ଏଭଳି ଅନେକ ସୁବିଧାଗୁଡ଼ିକ ଦ୍ୱାରା ଏଠାକାର କୃଷକମାନଙ୍କୁ ବହୁତ ଲାଭ ମିଳୁଛି । ଏହା ମଧ୍ୟ ଆମ ପାଇଁ ହେଉଛି ଗର୍ବର କଥା ଯେ ଚଳିତ ବର୍ଷ ପ୍ରଥମ ଥର ବାରାଣସୀ ଅଂଚଳର ଫଳ, ପନିପରିବା ଏବଂ ଧାନକୁ ବିଦେଶକୁ ରପ୍ତାନୀ କରାଯାଇଛି । କୃଷକଙ୍କ ପାଇଁ ନିର୍ମାଣ ହୋଇଥିବା ଭଣ୍ଡାରଣ ସୁବିଧାଗୁଡ଼ିକୁ ସମ୍ପ୍ରସାରିତ କରି ଆଜି କପସେଠୀରେ 100 ମେଟ୍ରିକ ଟନ ଭଣ୍ଡାରଣ କ୍ଷମତା ଭଳି ଗୋଦାମର ଲୋକାର୍ପଣ ମଧ୍ୟ କରାଯାଇଛି । ଏହା ବ୍ୟତୀତ ଜଂସାରେ ମଧ୍ୟ ବହୁମୁଖୀ ବିହନ ଗୋଦାମ ଏବଂ ବିତରଣ କେନ୍ଦ୍ର ନିର୍ମାଣ କରାଯାଇଛି ।

ଭାଇ ଓ ଭଉଣୀମାନେ,

ଗାଁ-ଗରିବ ଏବଂ କୃଷକ ଆତ୍ମନିର୍ଭର ଭାରତ ଅଭିଯାନର ହେଉଛନ୍ତି ସବୁଠାରୁ ବଡ଼ ସ୍ତମ୍ଭ ମଧ୍ୟ ଏବଂ ହେଉଛନ୍ତି ସବୁଠାରୁ ବଡ଼ ଲାଭାର୍ଥୀ ମଧ୍ୟ । ନିକଟରେ ଯେଉଁ କୃଷି ସଂସ୍କାର ହୋଇଛି, ତାହାଦ୍ୱାରା କୃଷକମାନଙ୍କୁ ସିଧାସଳଖ ଲାଭ ମିଳିବାକୁ ଯାଉଛି, ବଜାର ସହିତ ସେମାନଙ୍କର ସିଧାସଳଖ ଯୋଗାଯୋଗ ସୁନିଶ୍ଚିତ ହେବାକୁ ଯାଉଛି । କୃଷକମାନଙ୍କ ନାମରେ, କୃଷକମାନଙ୍କ ପରିଶ୍ରମକୁ ଛଡ଼ାଇ ନେଉଥିବା ମଧ୍ୟସ୍ଥି ଏବଂ ଦଲାଲମାନଙ୍କୁ ଏବେ ବ୍ୟବସ୍ଥାରୁ ବାହାର କରାଯାଉଛି । ଏହାର ସିଧାସଳଖ ଲାଭ ଉତ୍ତରପ୍ରଦେଶକୁ, ପୂର୍ବାଂଚଳକୁ, ବନାରସର ପ୍ରତ୍ୟେକ କୃଷକମାନଙ୍କୁ ମିଳିବାକୁ ଯାଉଛି ।

ସାଥୀଗଣ,

କୃଷକମାନଙ୍କ ଭଳି ରାସ୍ତାକଡ଼ ଉଠା ଦୋକାନୀ, ଠେଲା ଲଗାଉଥିବା ବନ୍ଧୁମାନଙ୍କ ପାଇଁ ମଧ୍ୟ ଏକ ବହୁତ ମହତ୍ୱାକାଂକ୍ଷୀ ଯୋଜନା ଆରମ୍ଭ ହୋଇ ଯାଇଛି । ଆଜି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ରାସ୍ତାକଡ଼ ଉଠା ଦୋକାନୀ ଭାଇ ଭଉଣୀମାନଙ୍କୁ ସହଜରେ ଋଣ ମିଳୁଛି । କରୋନା କାରଣରୁ ସେମାନଙ୍କୁ ଯେଉଁ ଅସୁବିଧା ହେଲା, ତାହା ଦୂର ହୋଇପାରୁ, ସେମାନଙ୍କ କାମ ପୁଣି ଥରେ ଆରମ୍ଭ ହୋଇପାରୁ, ଏଥିପାଇଁ ସେମାନଙ୍କୁ 10 ହଜାର ଟଙ୍କାର ଋଣ ସହାୟତା ଦିଆଯାଉଛି । ସେହିଭଳି ଗାଁରେ ରହୁଥିବା ଲୋକମାନଙ୍କୁ, ଗାଁର ଭୂମି, ଗାଁର ଘରର ଆଇନଗତ ଅଧିକାର ଦେବାପାଇଁ ‘ସ୍ୱାମିତ୍ୱ ଯୋଜନା’ ଆରମ୍ଭ କରାଯାଇଛି । ଗାଁରେ ଘରବାରୀକୁ ନେଇ ଯେଉଁ ବିବାଦ ହେଉଥିଲା, କେବେ-କେବେ ହଣା-କଟା ହୋଇ ଯାଉଥିଲା । କେବେ ଯଦି ଗାଁରେ ବିବାହ ବ୍ରତରେ ଯାଇ ଫେରି ଆସିଲେ, ତେବେ କେହି ଅନ୍ୟ ଜଣେ କବଜା କରି ନେଉଥିଲା । ଏହି ସମସ୍ତ ସମସ୍ୟା ଗୁଡ଼ିକରୁ ମୁକ୍ତି ପାଇଁ ଏହି ‘ସ୍ୱାମିତ୍ୱ ଯୋଜନା’ରେ ମିଳିଥିବା ସମ୍ପତ୍ତି କାର୍ଡ ପରେ, ଏକ ପ୍ରକାରରେ ସମସ୍ୟାର ଅବକାଶ ରହିବ ନାହିଁ । ଏବେ ଗାଁର ଘର ଅବା ଜମିରେ ଏହି ସମ୍ପତ୍ତି କାର୍ଡ ଆପଣଙ୍କ ପାଖରେ ରହିବା କରଣରୁ ବ୍ୟାଙ୍କ ଋଣ ମିଳିବା ମଧ୍ୟ ସହଜ ହେବ । ଏହା ସହିତ ଜମି ଉପରେ ଅବୈଧ ଜବରଦଖଲର ଖେଳ ମଧ୍ୟ ଶେଷ ହୋଇଯିବ । ପୂର୍ବାଂଚଳକୁ, ବନାରସକୁ ଏହି ଯୋଜନାଗୁଡ଼ିକର ବହୁତ ବଡ଼ ଲାଭ ମିଳିବାକୁ ଯାଉଛି ।

ସାଥୀଗଣ,

ଆମ ଶାସ୍ତ୍ରରେ କୁହାଯାଇଛି- ‘କାଶ୍ୟାମ୍ ହି କାଶତେ କାଶୀ, କାଶୀ ସର୍ବ ପ୍ରକାଶିକା’ । ଅର୍ଥାତ, କାଶୀକୁ କାଶୀ ହିଁ ପ୍ରକାଶିତ କରିଥାଏ ଏବଂ କାଶୀ ସମସ୍ତଙ୍କୁ ପ୍ରକାଶିତ କରିଥାଏ । ଏଥିପାଇଁ ବିକାଶର ଯେଉଁ ଆଲୋକ ଆଜି ପ୍ରକାଶିତ ହେଉଛି, ଯେଉଁ ପରିବର୍ତନ ହେଉଛି, ଏସବୁ କାଶୀ ଏବଂ କାଶୀବାସୀଙ୍କର ଆଶୀର୍ବାଦର ହିଁ ହେଉଛି ପରିଣାମ । କାଶୀର ଆଶୀର୍ବାଦ ହିଁ ହେଉଛି ସାକ୍ଷାତ ମହାଦେବଙ୍କ ଆଶୀର୍ବାଦ । ଆଉ ଯେତେବେଳେ ମହାଦେବଙ୍କ ଆଶୀର୍ବାଦ ଅଛି, ସେତେବେଳେ ବଡ଼ରୁ ବଡ଼ କାମ ମଧ୍ୟ ସହଜ ହୋଇ ଯାଇଥାଏ । ମୋର ବିଶ୍ୱାସ ଅଛି ଯେ, କାଶୀର ଆଶୀର୍ବାଦରେ ବିକାଶର ଏହି ଗଙ୍ଗା ଏହିଭଳି ହିଁ କଳକଳ ନାଦ କରି ଚାଲିଥିବ, ଅବିରତ ବହି ଚାଲିଥିବ । ଏହି ଶୁଭକାମନାଗୁଡ଼ିକ ସହିତ ଆପଣ ସମସ୍ତଙ୍କୁ ପୁଣିଥରେ ଦୀପାବଳି, ଗୋବର୍ଦ୍ଧନ ପୂଜା ଏବଂ ଭୈୟାଦୂଜର ହାର୍ଦ୍ଦିକ ଶୁଭକାମନା । ମୋର ଆପଣମାନଙ୍କୁ ଆଉ ଏକ ଅନୁରୋଧ ମଧ୍ୟ ରହିଛି । ଆଜିକାଲି ଆପଣ ଦେଖୁଛନ୍ତି, ‘ଲୋକାଲ୍ ପାଇଁ ଭୋକାଲ୍, ଭୋକାଲ ପାଇଁ ଲୋକାଲ୍’ ଏହା ସହିତ ହିଁ, ‘ଲୋକାଲ୍ ପାଇଁ ଦିୱାଲୀ’ ଏହି ମନ୍ତ୍ରର ଗୁଞ୍ଜରଣ ଚାରିଆଡେ ଶୁଣିବାକୁ ମିଳିବ । ମୋର ବନାରସର ଲୋକମାନଙ୍କୁ ମଧ୍ୟ ଏବଂ ଦେଶବାସୀଙ୍କୁ ମଧ୍ୟ ମୋର କହିବା କଥା ହେଲା, ଲୋକାଲ ପାଇଁ ଦିୱାଲୀକୁ ଖୁବ୍ ପ୍ରୋତ୍ସାହିତ କରନ୍ତୁ, ଖୁବ୍ ପ୍ରଚାର କରନ୍ତୁ । କେତେ ଉଚ୍ଚକୋଟୀର ହେଉ, କିଭଳି ଆମର ପରିଚୟ ହେଉ, ତେବେ ଏହି କଥା ଦୂର-ଦୂର ପର୍ଯ୍ୟନ୍ତ ଯିବ । ଏହାଦ୍ୱାରା ସ୍ଥାନୀୟ ପରିଚୟ ସୁଦୃଢ଼ ହେବ, କିନ୍ତୁ ଯେଉଁ ଲୋକ ଏହି ସାମଗ୍ରୀକୁ ନିର୍ମାଣ କରୁଛନ୍ତି, ସେମାନଙ୍କ ଦୀପାବଳି ମଧ୍ୟ ଆହୁରି ଆଲୋକିତ ହୋଇଯିବ । ଏଥିପାଇଁ ମୁଁ ଦେଶବାସୀଙ୍କୁ ଦୀପାବଳି ପୂର୍ବରୁ ମୁଁ ବାରମ୍ବାର ଅନୁରୋଧ କରୁଛି ଯେ ଆମେ ସ୍ଥାନୀୟ ଅଂଚଳ ପାଇଁ ଆଗ୍ରହୀ ହେବା, ପ୍ରତ୍ୟେକ ଭୋକାଲ ପାଲଟନ୍ତୁ, ଲୋକାଲ୍ ପାଇଁ, ଲୋକାଲ ସହିତ ଦୀପାବଳି ପାଳନ କରନ୍ତୁ । ଆପଣମାନେ ଦେଖନ୍ତୁ, ସଂପୂର୍ଣ୍ଣ ଅର୍ଥବ୍ୟବସ୍ଥାରେ ଏକ ନୂତନ ଚେତନା ଆସିଯିବ, ନୂତନ ଜୀବନ ଆସିଯିବ । ସେହିକଥା ଯାହାଦ୍ୱାରା ମୋର ଦେଶବାସୀଙ୍କ ସ୍ୱେଦର ମହକ ହେଉ, ଯେଉଁ ଜିନିଷ ମୋର ଦେଶର ଯୁବକମାନଙ୍କର ବୁଦ୍ଧିଶକ୍ତିର ପରିଚାୟକ ହେଉ, ସେହି ଜିନିଷ ଯାହା ମୋର ଦେଶର ଅନେକ ପରିବାରଙ୍କୁ ନୂତନ ଉନ୍ମାଦ ଏବଂ ଉତ୍ସାହର ସହିତ ନୂତନ ସଂକଳ୍ପ ନେଇ ନିଜ କାର୍ଯ୍ୟର ସମ୍ପ୍ରସାରଣ କରିବାର ଶକ୍ତି ଦେଇଥାଏ । ସେହି ସମସ୍ତଙ୍କ ପାଇଁ ଏକ ହିନ୍ଦୁସ୍ତାନୀ ଭାବେ ମୋର ଦେଶବାସୀଙ୍କ ପ୍ରତି କର୍ତ୍ତବ୍ୟ ହେଉଛି । ମୋ ଦେଶର ପ୍ରତ୍ୟେକଟି ଜିନିଷ ପାଇଁ ମୋର ପ୍ରତିଶୃତିବଦ୍ଧତା ରହିଛି । ଆସନ୍ତୁ, ଏହି ଭାବନା ସହିତ ଲୋକାଲ ପାଇଁ ଭୋକାଲ ପାଲଟିବା । ଦୀପାବଳି ଲୋକାଲ ଦ୍ୱାରା ପାଳନ କରିବା ଆଉ କେବଳ ଦୀପ ନୁହେଁ, ନଚେତ କିଛି ଲୋକଙ୍କୁ ଏମିତି ଲାଗୁଛି ଯେ ଲୋକାଲ ଅର୍ଥ ହେଉଛି ଦୀପ ନେଇ ନିଅ, ଏହା ନୁହେଁ ଭାଇ, ପ୍ରତ୍ୟେକଟି ଜିନିଷ ପ୍ରତ୍ୟେକଟି ଜିନିଷ । କୌଣସି ଏଭଳି ଜିନିଷ ହେଉ, ଯାହା ସଂପୂର୍ଣ୍ଣ ଆମ ଦେଶରେ ନିର୍ମାଣ ସମ୍ଭବ ହିଁ ନାହିଁ, ତେବେ ନିଶ୍ଚିତ ବାହାରୁ ନେବାକୁ ପଡ଼ିବ । ମୁଁ ଏହା ମଧ୍ୟ କହିବି ଯେ ଆପଣଙ୍କ ଘରକୁ ବାହାରରୁ ଅନେକ ଜିନିଷ ପୂର୍ବରୁ ଆସିଛି । ତାକୁ ଫୋପାଡି ଦିଅନ୍ତୁ । ଗଙ୍ଗା ନଦୀରେ ଭସେଇଦିଅ, ନାହିଁ ଆଜ୍ଞା, ମୁଁ ଏଭଳି କୁହେ ନାହିଁ । ମୁଁ ଏତିକି ହିଁ କହିବାକୁ ଚାହୁଁଛି ମୋ ଦେଶର ଲୋକମାନେ ଯେଉଁ ଝାଳ ବୁହାଉଛନ୍ତି, ମୋ ଦେଶର ଯୁବକମାନେ ଯେଉଁମାନେ ନିଜର ବୁଦ୍ଧି, ଶକ୍ତି, ସାମର୍ଥ୍ୟ ଦ୍ୱାରା କିଛି ନା କିଛି ନୂଆ କରିବାର ପ୍ରୟାସ କରୁଛନ୍ତି, ସେମାନଙ୍କ ଆଙ୍ଗୁଳି ଧରିବା ହେଉଛି ଆମ ସମମସ୍ତଙ୍କର ଦାୟିତ୍ୱ, ସେମାନଙ୍କର ହାତ ଧରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ । ସେମାନଙ୍କର ଜିନିଷ ନେବାଦ୍ୱାରା ହିଁ ସେମାନଙ୍କ ସାହସ ସୁଦୃଢ଼ ହୋଇଯାଏ । ଆପଣ ଦେଖନ୍ତୁ, ଦେଖୁ-ଦେଖୁ ବିଶ୍ୱାସରେ ଭରପୂର ଏକ ନୂଆ ସଂପୂର୍ଣ୍ଣ ବର୍ଗ ପ୍ରସ୍ତୁତ ହୋଇଯିବ ଯାହା ହିନ୍ଦୁସ୍ତାନକୁ ନୂତନ ଶୀଖରକୁ ନେଇ ଯିବାରେ ଏକ ନୂତନ ଶକ୍ତି ଭାବେ ଯୋଡ଼ି ହୋଇଯିବ ଏବଂ ଏଥିପାଇଁ ମୁଁ ଆଜି ପୁଣିଥରେ ମୋର କାଶୀବାସୀଙ୍କ ସହିତ ଯେତେବେଳେ କଥା ହେଉଛି, ସେତେବେଳେ ଦୀପାବଳିର ଶୁଭକାମନା ଗୁଡ଼ିକ ସହିତ କାଶୀରେ ଯେତେବେଳେ ମୁଁ ଗଙ୍ଗା, ଯେଉଁ ଗଙ୍ଗା କାଶୀ ମନ ଭରିକରି ମୋତେ ଦେଇଛନ୍ତି, ଖୋଲା ମନରେ ପ୍ରଦାନ କରିଛନ୍ତି, କିନ୍ତୁ ମୁଁ ମୋ ପାଇଁ ନା କେବେ ମାଗିଛି ନା ମୋର କିଛି ଆବଶ୍ୟକତା ଅଛି । ଏଭଳି ଆପଣ କିଛି ବାକି ରଖି ନାହାଁନ୍ତି । କିନ୍ତୁ ମୁଁ କାଶୀର ପ୍ରତ୍ୟେକ ଆବଶ୍ୟକତା ପାଇଁ କାଶୀରେ ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ କାର୍ଯ୍ୟ ପାଇଁ ଗୀତ ଗାଉଛି, ଗୌରବ ଅନୁଭବ କରୁଛି, ଘର-ଘର ପର୍ଯ୍ୟନ୍ତ କଥା ପହଂଚାଇବା ପାଇଁ ପ୍ରୟାସ କରୁଛି । ମୋ ଦେଶର ପ୍ରତ୍ୟେକଟି କଥାକୁ ଏଭଳି ସୁଯୋଗ ମିଳୁ, ଏହା ହେଉଛି ମୋର ଅନୁରୋଧ । ପୁଣିଥରେ ମୁଁ କାଶୀବାସୀଙ୍କୁ ପ୍ରଣାମ କରି, କାଶୀ ବିଶ୍ୱନାଥ ଜୀଙ୍କ ଚରଣରେ ମୁଣ୍ଡ ନୁଆଁଇ, କାଳଭୈରବଙ୍କୁ ପ୍ରଣାମ କରି, ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରଣାମ କରି ଆପଣ ସମସ୍ତଙ୍କୁ ଆଗାମୀ ସମସ୍ତ ପର୍ବର ବହୁତ-ବହୁତ ଶୁଭକାମନା ଦେଉଛି ।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA