Country is not formed by governments alone. What is also important is fulfilling our duties as citizens: PM
Our conduct as citizens will determine the future of India, it will decide the direction of new India: PM

ମୁଁ କାଶୀର ଜନ ପ୍ରତିନିଧି ଅଟେ, କାଶୀ ମାଟିରେ ଏତେ ସଂଖ୍ୟକ ପୂଜ୍ୟ ସନ୍ଥଙ୍କ ଆଶୀର୍ବାଦ ପାଇବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ଏବଂ କାଶୀର ପ୍ରତିନିଧି ଭାବେ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ସ୍ୱାଗତ କରୁଛି । ସଂସ୍କୃତ ଓ ସଂସ୍କୃତିର ସଂଗମସ୍ଥଳୀରେ ଆପଣମାନଙ୍କ ଗହଣକୁ ଆସିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ । ବାବା ବିଶ୍ୱନାଥଙ୍କ ସାନ୍ନିଧ୍ୟରେ, ମା ଗଙ୍ଗାର ପଣତରେ, ସନ୍ଥବାଣୀର ସାକ୍ଷୀ ହେବାର ଅବସର ବାରମ୍ବାର ଆସି ନଥାଏ ।

ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ ମୋତେ ପୂଜ୍ୟ ଜଗତଗୁରୁ ଜୀ ଆମନ୍ତ୍ରଣ ପତ୍ର ଲେଖିଥିଲେ । କିନ୍ତୁ ଏହି ପତ୍ରରେ ଅପେକ୍ଷା ଓ ଆଗ୍ରହଠାରୁ ମୋର ରାଷ୍ଟ୍ର ଚିନ୍ତା ବିଷୟରେ ଅଧିକ ଲେଖାଯାଇଥିଲା । କିନ୍ତୁ ସନ୍ଥମାନଙ୍କର ଆଦେଶ ହେବ, ଋଷିମାନଙ୍କର ସନ୍ଦେଶର ମହୋତ୍ସବ ହେବ, ଯୁବ ଭାରତ ପାଇଁ ପୂରାତନ ଭାରତର ଗୌରବ ଗାନର ଅବସର ହେବ, ତାହାହେଲେ ସମୟ ଓ ଦୂରତା ପ୍ରତିବନ୍ଧକ ହୋଇ ନପାରେ ।
ଶେଷରେ ସନ୍ଥମାନଙ୍କର ସତସଙ୍ଗ, ଜ୍ଞାନ ପ୍ରାପ୍ତିର ସୁଯୋଗ ମିଳିଛି ମାନେ ଏହାକୁ ଛାଡ଼ିବା ଉଚିତ ନୁହେଁ । ଆପଣମାନେ ମଧ୍ୟ ପୂରା ଦେଶରୁ କୋଣ ଅନୁକୋଣରୁ ଏତେ ସଂଖ୍ୟାରେ ଏଠାକୁ ଆସିଛନ୍ତି । ଅନେକ ଲୋକ କର୍ଣ୍ଣାଟକରୁ ଆସିଛନ୍ତି, ଅନେକ ମହାରାଷ୍ଟ୍ରରୁ ଆସିଛନ୍ତି, ବାବା ଭୋଳାର ନଗରୀର ପ୍ରତିନିଧି ତ’ ଏଠାରେ ହିଁ ଅଛନ୍ତି ।

ମୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଓ ଅଭିନନ୍ଦନ ମଧ୍ୟ କରୁଛି ।

ବନ୍ଧୁଗଣ, ତୁଳସୀଦାସ ଜୀ କହୁଥିଲେ – ସନ୍ଥ ସମାଗମ ହରି କଥା ତୁଳସୀ ଦୁର୍ଲଭ ଦୋଓ । ଏହି ମାଟିର ଏହା ହିଁ ବିଶେଷତ୍ୱ । ଏମିତିରେ ବୀରଶୈବ ଭଳି ସନ୍ଥ ପରମ୍ପରାକୁ ଯୁବପିଢ଼ିଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିବା ଜଗଦଗୁରୁ ବିଶ୍ୱାରାଧ୍ୟ ଗୁରୁକୁଳର ଶତାବ୍ଦୀ ବର୍ଷର ସମାପନ ଏକ ଗୌରବଶାଳୀ ମୁହୂର୍ତ୍ତ ଅଟେ । ଏହି ମୁହୂର୍ତ୍ତର ସାକ୍ଷୀ, ବୀରଶୈବ ପରମ୍ପରା ସହ ଯୋଡ଼ି ହୋଇଥିବା ଆପଣ ସମସ୍ତଙ୍କ ସହ ମିଶିବା ମୋ ପାଇଁ ବଡ଼ ଖୁସିର ବିଷୟ । ଏମିତିରେ ବୀର ଶବ୍ଦକୁ ଅଧିକ ଲୋକ ବୀରତ୍ୱ ସହ ଯୋଡ଼ିଥାନ୍ତି କିନ୍ତୁ ବୀରଶୈବ ପରମ୍ପରା ଏଭଳି ଏକ ପରମ୍ପରା ଯେଉଁଥିରେ ବୀର ଶବ୍ଦକୁ ଆଧ୍ୟାତ୍ମିକ ଅର୍ଥରେ ପରିଭାଷ କରାଯାଇଥାଏ ।

ବିରୋଧ ରହିତମ୍ ଶୈବମ୍ ବୀରଶୈବମ୍ ବିଦୁର୍ବୁଧାଃ ।

ଏହା ଅର୍ଥ ହେଉଛି, ଯିଏ ବୀର ଭାବନାଠାରୁ ଉପରକୁ ଉଠିଯାଏ, ସେ ବୀରଶୈବ ଅଟେ । ମାନବତାର ଏଭଳି ମହାନ ବାର୍ତ୍ତା ଏହାର ନାମ ସହ ଯୋଡ଼ି ହୋଇରହିଛି । ଏହି କାରଣରୁ ସମାଜରୁ ଶତ୍ରୁ, ବିକାରଗ୍ରସ୍ତଙ୍କୁ ବାହାର କରିବା ପାଇଁ ବୀରଶୈବ ପରମ୍ପରାର ସବୁବେଳେ ଆଗ୍ରହ ଓ ପ୍ରଖର ନେତୃତ୍ୱ ରହିଛି ।

ବନ୍ଧୁଗଣ, କିଏ କେଉଁଠି ବିଜୟ ହାସଲ କଲା, କେଉଁଠି କାହାର ପରାଜୟ ହେଲା, ତାହା ଭାରତରେ ରାଷ୍ଟ୍ରର କୌଣସି ମତଲବ ନାହିଁ । ଆମର ଏଠାରେ ରାଷ୍ଟ୍ରସତ୍ତା ଉପରେ ନୁହେଁ ସଂସ୍କୃତି ଓ ସଂସ୍କାରରେ ଭରପୂର ଓ ଏଠାକାର ବାସ କରୁଥିବା ଲୋକଙ୍କ ସାମର୍ଥ୍ୟରେ ତିଆରି ହୋଇଛି । ଏମିତିରେ ଭାରତର ବାସ୍ତବ ପରିଚୟକୁ ଭବିଷ୍ୟତ ପିଢ଼ି ନିକଟରେ ପହଞ୍ଚାଇବାର ଦାୟିତ୍ୱ ଆମ ସମସ୍ତଙ୍କର ଗୁରୁ, ସନ୍ଥ ଓ ବିଦ୍ୱାନଙ୍କ ଉପରେ ନ୍ୟସ୍ତ ।

ଆମ ଦେଶରେ ବାବା ବିଶ୍ୱନାଥଙ୍କ ସହିତ 12 ଜ୍ୟୋତିର୍ଲିଙ୍ଗ ଅଛନ୍ତି, 4 ଧାମ ରହିଛି କିମ୍ବା ବୀରଶୈବ ସମ୍ପ୍ରଦାୟର 5 ମହାପୀଠ, ଶକ୍ତିପୀଠ ଭଳି ଦିବ୍ୟ ବ୍ୟବସ୍ଥା ରହିଛି । ଏ ସମସ୍ତ ଧାମ କେବଳ ଆସ୍ଥା ଓ ଆଧ୍ୟାତ୍ମିକତାର କେନ୍ଦ୍ର ନୁହେଁ ବରଂ ଏକ ଭାରତ, ଶ୍ରେଷ୍ଠ ଭାରତର ମାର୍ଗଦର୍ଶକ ମଧ୍ୟ । ଏହା ଆମ ସମସ୍ତଙ୍କୁ, ଦେଶର ଜନ-ଜନକୁ ଦେଶର ବିବିଧତାକୁ ଯୋଡ଼ିଥାଏ ।

ବନ୍ଧୁଗଣ, ଏହ ସଂଯୋଗ ଯେ ଗୁରୁକୁଳର ଶତାବ୍ଦୀ ସମାରୋହ ନୂଆ ଦଶକର ଆରମ୍ଭରେ ହେଉଛି । ଏହି ଦଶକ ଏକବିଂଶ ଶତାବ୍ଦୀର ଜ୍ଞାନ ବିଜ୍ଞାନରେ ଭାରତର ଭୂମିକାକୁ ବିଶ୍ୱରେ ପୁନଶ୍ଚ ପ୍ରତିଷ୍ଠା କରିବାକୁ ଯାଉଛି । ଏମିତିରେ ଭାରତର ପୂରାତନ ଜ୍ଞାନ ଓ ଦର୍ଶନର ସାଗର ଶ୍ରୀସିଦ୍ଧାନ୍ତ ଶିଖାମଣିକୁ ଏକବିଂଶ ଶତାବ୍ଦୀର ରୂପ ଦେଇଥିବାରୁ ମୁଁ ଆପଣମାନଙ୍କର ଅଭିନନ୍ଦନ କରୁଛି ।

ଭକ୍ତିରେ ମୁକ୍ତିର ମାର୍ଗ ଦେଖାଉଥିବା ଏହି ଦର୍ଶନକୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଯିବା ଦରକାର । ଏକ ଆପ୍ ମାଧ୍ୟମରେ ଏହି ପବିତ୍ର ଜ୍ଞାନଗ୍ରନ୍ଥର ଡିଜିଟାଲୀକରଣ ଯୁବ ପିଢ଼ିଙ୍କୁ ଯୋଡ଼ିବ ଓ ବଳ ଦେବ, ସେମାନଙ୍କ ଜୀବନର ପ୍ରେରଣା ହେବ । ମୁଁ ଚାହୁଁଛି ଆଗାମୀ ଦିନରେ ଏହି ଆପ୍ ଦ୍ୱାରା ଏହି ଗ୍ରନ୍ଥର ବିଷୟ ଉପରେ ପ୍ରତିବର୍ଷ କ୍ୱିଜ୍ ପ୍ରତିଯୋଗିତା ହେବା ଉଚିତ ଓ ପ୍ରତି ରାଜ୍ୟର ପ୍ରଥମ 3 ବିଜେତାଙ୍କୁ ପୁରସ୍କୃତ କରାଯିବା ଉଚିତ । ସବୁକିଛି ଅନଲାଇନରେ କରାଯାଇପାରିବ ।

ଦେଶ ଓ ଦୁନିଆର କୋଣ କୋଣରେ ଶ୍ରୀ ଜଗଦଗୁରୁ ରେଣୁକାଚାର୍ଯ୍ୟ ଜୀଙ୍କ ପବିତ୍ର ଉପଦେଶକୁ ପହଞ୍ଚାଇବା ପାଇଁ ଶ୍ରୀସିଦ୍ଧାନ୍ତ ଶିଖମଣୀ ଗ୍ରନ୍ଥକୁ 19 ଭାଷାରେ ଅନୁବାଦ କରାଯାଇଛି । ଆଜି ଏହାର ଉନ୍ମୋଚନ ଏଠାରେ କରାଯାଇଛି । ସନ୍ଥମାନଙ୍କର ଏହି ଜ୍ଞାନକୁ ଜନ-ଜନ ପର୍ଯ୍ୟନ୍ତ ପହଞ୍ଚାଇବା ମାନବତାର ବହୁତ ବଡ଼ ସେବା ହେବ । ଏଥିପାଇଁ ଆମ ସମସ୍ତଙ୍କୁ ଯାହା କିଛି ବି କରିବାକୁ ପଡ଼ିବ, କରିବା ଉଚିତ ।

ବନ୍ଧୁଗଣ, ବୀରଶୈବ ସହ ଯୋଡ଼ି ହୋଇଥିବା, ଲିଙ୍ଗାୟତ ସମୁଦାୟ ସହ ଯୋଡ଼ି ହୋଇଥିବା ସନ୍ଥ ବା ଅନ୍ୟ ବନ୍ଧୁମାନେ ଶିକ୍ଷା ଓ ସଂସ୍କୃତିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ବଡ଼ ଭୂମିକା ତୁଲାଇଛନ୍ତି । କର୍ଣ୍ଣାଟକ ସହ ଦେଶର ଅନେକ ଅଞ୍ଚଳରେ ମଠ ମାଧ୍ୟମରେ ଜ୍ଞାନର ଅନ୍ଧକାରକୁ ଦୂର କରାଯାଉଛି, ମାନବ ଗୌରବର ନୂଆ ବାସ୍ତବତାକୁ ଦର୍ଶାଯାଉଛି, ଯାହାକି ପ୍ରଶଂସନୀୟ । ଜଙ୍ଗମବାଡ଼ି ମଠ ଭାବନାତ୍ମକ ଓ ମନୋବୈଜ୍ଞାନିକ ରୂପରୁ ବଞ୍ଚିତ ବନ୍ଧୁମାନଙ୍କ ପାଇଁ ପ୍ରେରଣା ଓ ଜୀବିକାର ମାଧ୍ୟମ ଅଟେ । ଆପଣମାନଙ୍କର ଏହି ପ୍ରଚେଷ୍ଟା ବେଶ ପ୍ରଶଂସନୀୟ । କେବଳ ସେତିକି ନୁହେଁ ସଂସ୍କୃତ ଭାଷା ଓ ଅନ୍ୟ ଭାରତୀୟ ଭାଷାକୁ ଜ୍ଞାନର ମାଧ୍ୟମ ବନାଇ ଟେକ୍ନୋଲୋଜିର ସମାବେଶ ଆପଣମାନେ କରୁଛନ୍ତି ତାହା ଅଦ୍ଭୁତ । ସରକାରଙ୍କର ଏହି ପ୍ରଚେଷ୍ଟା ରହୁଛି କି ସଂସ୍କୃତ ସହ ସବୁ ଭାରତୀୟ ଭାଷାର ବିସ୍ତାର ହେବା ଉଚିତ, ଫଳରେ ଯୁବପିଢ଼ି ଏହାର ଲାଭ ପାଇପାରିବେ ।

ଏଠାରେ ମୁଁ କାଶୀ ଜଗଦଗୁରୁ ଶ୍ରୀ ଚନ୍ଦ୍ରଶେଖର ଶିବାଚାର୍ଯ୍ୟ ମହାସ୍ୱାମୀ ଜୀଙ୍କୁ ବିଶେଷ ପ୍ରଶଂସା କରୁଛି, ଯାହାଙ୍କର କି ଭାରତୀୟ ଦର୍ଶନ କୋଷର ରଚନାରେ ବଡ଼ ଭୂମିକା ରହିଛି । ଶ୍ରୀସିଦ୍ଧାନ୍ତ ଶିଖାମଣି ଉପରେ ସେ ପିଏଚଡି କରିଛନ୍ତି । ତାଙ୍କ ଦ୍ୱାରା ଲେଖାଯାଇଥିବା ଶହଶହ ପୁସ୍ତକ, ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଦେଉଛି, ରାଷ୍ଟ୍ର ନିର୍ମାଣର ସଂସ୍କାର ଦେଉଛି ।

ବନ୍ଧୁଗଣ, ଦେଶ କେବଳ ସରକାର ଦ୍ୱାରା ତିଆରି ହୋଇ ନ ଥାଏ ବରଂ ଏକ-ଏକ ନାଗରିକର ସଂସ୍କାରରେ ତିଆରି ହୁଏ । ନାଗରିକର ସଂସ୍କାରକୁ ତାହାର କର୍ତ୍ତବ୍ୟ ଭାବନା ଶ୍ରେଷ୍ଠ ବନାଇଥାଏ । ଜଣେ ନାଗରିକ ଭାବେ ଆମର ଆଚରଣ ମଧ୍ୟ ଭାରତର ଭବିଷ୍ୟତକୁ ନିର୍ଦ୍ଧାରଣ କରିବ, ନୂଆ ଭାରତର ବାଟ ତିଆରି କରିବ । ଆମର ସନାତନ ପରମ୍ପରାରେ ‘ଧର୍ମ’ ଶବ୍ଦ ହି: କର୍ତ୍ତବ୍ୟର ପର୍ଯ୍ୟାୟ ରହିଆସିଛି । ବୀରଶୈବ ସନ୍ଥମାନେ ଶହଶହ ବର୍ଷ ହେଲା କର୍ତ୍ତବ୍ୟ ସହ ଧର୍ମର ଶିକ୍ଷା ଦେଉଛନ୍ତି । ଜଙ୍ଗମବାଡ଼ି ମଠ ସବୁବେଳେ ଏହି ମୂଲ୍ୟର ଗଠନରେ ଲାଗିରହିଛି । କେତେ ଶିକ୍ଷାସଂସ୍ଥା ପାଇଁ ମଠ ଜମି ଦାନ କରିଛି, ବିଭିନ୍ନ ସଂସାଧାନ ଦେଇଛି । ମଠ ଦ୍ୱାରା ଦେଖାଯାଇଥିବା ରାସ୍ତାରେ ଚାଲି, ସନ୍ଥମାନଙ୍କ ଦ୍ୱାରା ଦେଖାଯାଇଥିବା ରାସ୍ତାରେ ଚାଲି ଆମେ ଆମ ଜୀବନର ସଂକଳ୍ପକୁ ପୂରା କରିବା ଓ ରାଷ୍ଟ୍ର ନିର୍ମାଣରେ ନିଜର ପୂରା ସହଯୋଗ କରିବା । ଭଗବାନ ବିଶ୍ୱେଶ୍ୱର ଯେଉଁ କରୁଣାଭାବରେ ଅନ୍ୟମାନଙ୍କ ସେବା କରିବାକୁ କହିଥାନ୍ତି, ଆମକୁ ସେଇ କରୁଣା ଭାବ ସହ ଆଗକୁ ବଢ଼ିବାକୁ ପଡ଼ିବ । ଆମକୁ ଦେଶର ସଂକଳ୍ପ ସହ ସହିତ ନିଜକୁ ଯୋଡ଼ିବାକୁ ହେବ ।

ଯେମିତିକି ପୂର୍ବ 5 ବର୍ଷରେ ଭାରତରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟିରେ ସନ୍ଥ, ଗୁରୁକୁଳ, ସ୍କୁଲ ଓ କଲେଜର ଏକ ବ୍ୟାପକ ଭୂମିକା ରହିଛି । ଯେଉଁ ପ୍ରକାର କାଶୀ ଓ ଦେଶର ଯୁବଗୋଷ୍ଠୀ ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶର କୋଣ-ଅନୁକୋଣରେ ପହଞ୍ଚାଇଛନ୍ତି, ଏହିଭଳି ଅନ୍ୟ ସଂକଳ୍ପକୁ ମଧ୍ୟ ଆଗକୁ ନେଇ ଯିବାକୁ ହେବ । ଏଭଳି ଏକ ବଡ଼ ସଂକଳ୍ପ ହେଉଛି ଭାରତରେ ତିଆରି ଜିନିଷ, ଆମର ବୁଣାକାର, ଆମର ହସ୍ତଶିଳ୍ପୀଙ୍କ ଦ୍ୱାରା ତିଆରି ସାମଗ୍ରୀକୁ ସମ୍ମାନ ଦେବା । ମୁଁ ଲାଲକିଲ୍ଲାରୁ କହିଥିଲି ଆମେ ସମସ୍ତେ ଆଗ୍ରହର ସହ ଦେଶୀୟ ସାମଗ୍ରୀକୁ କିଣିବା ଉଚିତ । ଆମେ ନିଜେ ଓ ଆମ ଆଖପାଖରେ ଥିବା ଲୋକମାନଙ୍କୁ ଭାରତରେ ତିଆରି ସାମଗ୍ରୀର ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା ଉଚିତ । ଏବେ ଭାରତରେ ବିଶ୍ୱ ସ୍ତରର ଉତ୍ପାଦ ତିଆରି ହେଉଛି । ଆମଦାନି ଉତ୍ପାଦକୁ ଶ୍ରେଷ୍ଠ ବିଚାର କରୁଥିବା ନେଇ ଆମର ଯେଉଁ ମାନସିକତା ରହିଛି, ତାହାକୁ ବଦଳାଇବାକୁ ପଡିବ ।

ଏହିଭଳି ଦେଶରେ ଜଳ ଜୀବନ ମିଶନକୁ ନେଇ ଆପଣ ସମସ୍ତଙ୍କର ଭୂମିକା, ଦେଶର ଭୂମିକା ସବୁବେଳେ ରହିବ । ଘର ହେଉ ବା କ୍ଷେତ ଅଥବା ଅନ୍ୟ କେଉଁ ସ୍ଥାନ, ଆମକୁ ପାଣି ସଞ୍ଚୟ କରିବାକୁ ହେବ, ତାହାର ନବୀକରଣକୁ ଧ୍ୟାନ ଦେବାକୁ ହେବ । ଭାରତକୁ ମରୁଡ଼ିମୁକ୍ତ ଓ ଜଳଯୁକ୍ତ କରିବା ପାଇଁ ପ୍ରତି ଭାରତୀୟଙ୍କ ଯୋଗଦାନ କାମରେ ଆସିବ ।

ବନ୍ଧୁମାନେ, ଦେଶର ଏତେବଡ଼ ଅଭିଯାନକୁ କେବଳ ସରକାରଙ୍କ ମାଧ୍ୟମରେ ଚଲାଯାଇପାରିବ ନାହିଁ । ସଫଳତା ପାଇଁ ଜନଭାଗିଦାରୀର ବହୁତ ଆବଶ୍ୟକତା ରହିଛି । ଗତ 5-6 ବର୍ଷରେ ଗଙ୍ଗାଜଳରେ ଅଦ୍ଭୁତପୂର୍ବ ସୁଧାର ଦେଖିବାକୁ ମିଳିଛି, ଏହା ପଛରେ ଜନଭାଗିଦାରୀର ବଡ଼ ଭୂମିକା ରହିଛି । ମା ଗଙ୍ଗାଙ୍କ ପ୍ରତି ଆସ୍ଥା ଓ ଦାୟିତ୍ୱର ଭାବ ଆଜି ଅଭୁତପୂର୍ବ ସ୍ତରରେ ରହିଛି । ଆଜି ଗଙ୍ଗାର ଆଖପାଖରେ ଥିବା ଗାଁ, ବଜାର ଓ ସହରରେ ମା ଗଙ୍ଗା ପ୍ରତି ଦାୟିତ୍ୱର ସ୍ତର ଅଭୂତପୂର୍ବ ରହିଛି । ଏହି ଦାୟତ୍ୱବୋଧ, କର୍ତ୍ତବ୍ୟବୋଧ, ମା ଗଙ୍ଗାର ସ୍ୱଚ୍ଛତାରେ ନମାମି ଗଙ୍ଗା ମିଶନର ବହୁତ ଯୋଗଦାନ ରହିଛି । ନମାମି ଗଙ୍ଗା ଅଭିଯାନ ଅଧୀନରେ 7 ହଜାର କୋଟି ଟଙ୍କାର ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହୋଇସାରିଛି । 21 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ କାମ ଚାଲୁ ରହିଛି । ଯେଉଁ ପ୍ରକଳ୍ପ କାମ ଚାଲୁ ରହିଛି, ସେଗୁଡ଼ିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପଦକ୍ଷେପ ନିଆଯାଉଛି ।

ଅଧିକରୁ ଅଧିକ ଜନଭାଗିଦାରୀ ଓ ଆପଣମାନଙ୍କ ସହଯୋଗ ଦ୍ୱାରା ଏହି ପ୍ରଚେଷ୍ଟାକୁ ଅଧିକ ସାହାଯ୍ୟ ମିଳିପାରିବ । ଆପଣମାନେ ନିଜେ ଦେଖିଛନ୍ତି ଯେ ଗତବର୍ଷ କୁମ୍ଭ ମେଳା ଅବସରରେ ଗଙ୍ଗା ଜଳର ସ୍ୱଚ୍ଛତା ପାଇଁ ପ୍ରତି ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଦେଶ-ବିଦେଶରେ ଯଦି ଏହାକୁ ନେଇ ପ୍ରଶଂସା ମିଳୁଛି, ତାହାହେଲେ ଏହା ପଛରେ ଜନଭାଗିଦାରୀର ଭାବନା ରହିଛି ।

ସାଥୀମାନେ,

ବୀରଶୈବ ସନ୍ଥମାନେ ମାନବତାର ଯେଉଁ ମୂଲ୍ୟ ପାଇଁ ଉପଦେଶ ଦେଇଛନ୍ତି, ତାହା ଆମ ସରକାରକୁ ମଧ୍ୟ ନିରନ୍ତର ପ୍ରେରଣା ଦେଉଛି । ଏହି ପ୍ରେରଣା କାରଣରୁ ଆଜି ଦେଶରେ ଏଭଳି ଫଇସଲା ହେଉଛି, ଏଭଳି ପୁରୁଣା ସମସ୍ୟାର ସମାଧାନ କରାଯାଉଛି, ଯାହାର କି କେହି କଳ୍ପନା କରି ନ ଥିଲେ । ରାମ ମନ୍ଦିରର ନିର୍ମାଣର ବିଷୟ ଦଶନ୍ଧି ଦଶନ୍ଧି ଧରି ଅଦାଲତରେ ପଡ଼ି ରହିଥିଲା । ଏବେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣର ମାର୍ଗ ସମ୍ପୂର୍ଣ୍ଣ ପରିଷ୍କାର ହୋଇଛି । କିଛି ଦିନ ପୂର୍ବରୁ ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱାୟତ ଟ୍ରଷ୍ଟ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ର ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଉପରେ ଭବ୍ୟ ଓ ଦିବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣର କାମ ଦେଖିବ ଓ ସବୁ ନିଷ୍ପତ୍ତି ନେବ । କର୍ଣ୍ଣାଟକ ସମେତ ଅନେକ ସ୍ଥାନର ସନ୍ଥ ଏହି ଟ୍ରଷ୍ଟରେ ରହିଛନ୍ତି । ଏହି କାମ ପୂଜ୍ୟ ସନ୍ଥମାନଙ୍କ ଆଶୀର୍ବାଦରୁ ଆରମ୍ଭ ହୋଇଛି ଓ ଆଶୀର୍ବାଦରେ ହିଁ ଶେଷ ହେବ ।

ବନ୍ଧୁଗଣ, ଅଯୋଧ୍ୟାରେ ରାମ ମନ୍ଦିର ସହ ଯୋଡ଼ି ହୋଇଥିବା ଆଉ ଏକ ବଡ଼ ଫଇସଲା ସରକାର କରିଛନ୍ତି । ଅଯୋଧ୍ୟା ଆଇନ ଅନୁସାରେ ଯେଉଁ 67 ଏକର ଜମି ଅଧିଗୃହୀତ ହୋଇଥିଲା, ଏହାକୁ ସମ୍ପୂର୍ଣ୍ଣ ଭାବେ ନବଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ହସ୍ତାନ୍ତର କରିଦିଆଯିବ । ଯେତେବେଳେ ଏତେବଡ଼ ଜମି ରହିବ, ମନ୍ଦିରର ଭବ୍ୟତା ଓ ଦିବ୍ୟତା ଆହୁରି ବଢ଼ିବ ।

ଚିନ୍ତା କରନ୍ତୁ, ଗୋଟିଏ ପଟେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ଓ ଅନ୍ୟପଟେ ଏଠାରେ ବାରାଣସୀରେ କାଶୀ ବିଶ୍ୱନାଥ ଧାମ, ଭାରତର ଇତିହାସରେ ଏହା ଏକ କାଳଖଣ୍ଡ ଐତିହାସିକ ସମୟ ।

ବନ୍ଧୁଗଣ, ଆପଣ ସମସ୍ତ ଲୋକମାନଙ୍କ, ସମସ୍ତ ସନ୍ଥମାନଙ୍କ ଆଶିର୍ବାଦରୁ ଆଜି ଦେଶରେ ଓ କାଶୀରେ ଅନେକ ନୂଆ କାର୍ଯ୍ୟ ହେଉଛି । ଏବେ ଏଠାରେ ଏହି କାର୍ଯ୍ୟକ୍ରମ ପରେ ବାରାଣସୀରେ ମୋର ଆଉ 2ଟି କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ କି ହଜାର ହଜାର କୋଟି ଟଙ୍କାର ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ କାଶୀକୁ ଅଧିକ ମଜବୁତ କରିବ, ନୂଆ ଭାରତକୁ ମଜବୁତ କରିବ ।

ଆସନ୍ତୁ ଗୁରୁକୁଳର ଶତାବ୍ଦୀ ବର୍ଷର ଏହି ଅନ୍ତିମ ଦିନରେ ଆମେ ସଂକଳ୍ପ ନେବା କି ନୂଆ ଭାରତର ନିର୍ମାଣରେ ନିଜର ଯଥାସମ୍ଭବ ଯୋଗଦାନ ଦେବା । ରାଷ୍ଟ୍ରହିତରେ ଜଣେ ଉତ୍ତମ ତଥା କର୍ତ୍ତବ୍ୟ ପ୍ରେରିତ ନାଗରିକ ହୋଇ ପୂରା ସମାଜକୁ ଆଗକୁ ବଢ଼ାଇବା । ମୋତେ ଏହି କାର୍ଯ୍ୟକ୍ରମର ଅଂଶ ବନାଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s jewellery exports rise 2.4% to $9.17 billion; studded gold emerges as bright spot

Media Coverage

India’s jewellery exports rise 2.4% to $9.17 billion; studded gold emerges as bright spot
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.