“ବିକଶିତ ଭାରତ ପାଇଁ ବଜେଟ୍ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରେ, ସମାଜର ପ୍ରତ୍ୟେକ ବର୍ଗକୁ ଉପକୃତ କରେ ଏବଂ ଏକ ବିକଶିତ ଭାରତର ମାର୍ଗ ପ୍ରଶସ୍ତ କରେ”
“ସରକାର ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା କୋଟି କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ”
“ଏହି ବଜେଟ୍ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଦିଗ ଆଣିଛି”
“ଆମେ ପ୍ରତ୍ୟେକ ସହର, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଘରେ ଉଦ୍ୟୋଗୀ ସୃଷ୍ଟି କରିବୁ”
“ଗତ ୧୦ ବର୍ଷ ମଧ୍ୟରେ ସରକାର ଯେପରି ଗରିବ ଓ ମଧ୍ୟବିତ୍ତଙ୍କୁ ଟିକସ ରିହାତି ମିଳିବ ତାହା ସୁନିଶ୍ଚିତ କରିଛନ୍ତି”
"ବଜେଟ୍ ଷ୍ଟାର୍ଟଅପ ଏବଂ ନବସୃଜନ ପାରିବେଶିକ ବ୍ୟବସ୍ଥା ପାଇଁ ନୂଆ ବାଟ ଖୋଲିଛି"
"ବଜେଟରେ କୃଷକଙ୍କ ଉପରେ ବ୍ୟାପକ ଗୁରୁତ୍ୱ ଦିଆଯାଇଛି"
“ଆଜିର ବଜେଟ୍ ନୂଆ ସୁଯୋଗ, ନୂଆ ଶକ୍ତି, ନୂଆ ରୋଜଗାର ଓ ଆତ୍ମନିଯୁକ୍ତି ସୁଯୋଗ ଆଣିଛି । ଏହା ଉନ୍ନତ ଅଭିବୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ଆଣିଛି”
“ଆଜିର ବଜେଟ୍ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ କରିବାରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଏକ ବିକଶିତ ଭାରତର ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ”

ଦେଶକୁ ବିକାଶର ନୂତନ ଶିଖରକୁ ନେଇ ଯାଉଥିବା ଏହି ମହତ୍ୱପୂର୍ଣ୍ଣ ବଜେଟ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମ୍ ଅନେକ ଅନେକ ଅଭିନନ୍ଦନର ପାତ୍ର ଅଟନ୍ତି ।

ସାଥୀମାନେ

ଏହି ବଜେଟ୍ ସମାଜର ପ୍ରତ୍ୟେକ ବର୍ଗକୁ ଶକ୍ତି ପ୍ରଦାନ କରିବା ଭଳି ବଜେଟ ହୋଇଛି । ଦେଶର ଗାଁ-ଗରିବ ଏବଂ କୃଷକମାନଙ୍କୁ ସମୃଦ୍ଧି ପଥରେ ନେଇଯିବା ଭଳି ବଜେଟ୍ । ଗତ ୧୦ ବର୍ଷ ରେ ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି । ଏହି ବଜେଟ୍ ନବ ମଧ୍ୟବିତ୍ତଙ୍କ ପାଇଁ ସଶକ୍ତୀକରଣର ନିରନ୍ତରତା ବଜେଟ୍ । ଏହି ବଜେଟ୍ ଯୁବପିଢ଼ିଙ୍କୁ ଅଗଣିତ ନୂଆ ସୁଯୋଗ ଦେବ । ଏହି ବଜେଟ୍ ଶିକ୍ଷା ଓ ଦକ୍ଷତାକୁ ଏକ ନୂଆ ମାପକାଠି ଦେବ । ଏହା ଏକ ବଜେଟ୍ ଯାହା ମଧ୍ୟବିତ୍ତଙ୍କୁ ନୂଆ ଶକ୍ତି ପ୍ରଦାନ କରିବ । ଆଦିବାସୀ ସମାଜ, ଦଳିତ ଓ ପଛୁଆବର୍ଗଙ୍କୁ ସଶକ୍ତ କରିବା ପାଇଁ ଦୃଢ଼ ଯୋଜନା ପ୍ରସ୍ତୁତ କରିଛି । ଏହି ବଜେଟ୍ ମହିଳାଙ୍କ ଅର୍ଥନୈତିକ ଭାଗିଦାରୀ ସୁନିଶ୍ଚିତ କରିବାରେ ସହାୟକ ହେବ । ଏହି ବଜେଟ୍ କ୍ଷୁଦ୍ର ବ୍ୟବସାୟୀ ଓ ଏମ୍‌ଏସ୍‌ଏମ୍‌ଇ ଅର୍ଥାତ୍ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ପ୍ରଗତି ପାଇଁ ଏକ ନୂଆ ପଥ ପ୍ରଦାନ କରିବ । ବଜେଟରେ ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଭିତ୍ତିଭୂମି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହା ଅର୍ଥନୈତିକ ବିକାଶକୁ ନୂତନ ପ୍ରୋତ୍ସାହନ ଦେବ ଏବଂ ଗତିକୁ ମଧ୍ୟ ନିରନ୍ତରତା ପ୍ରଦାନ କରିବ ।

ସାଥୀମାନେ

ଅଭୂତପୂର୍ବ ନିଯୁକ୍ତି ଏବଂ ସ୍ୱରୋଜଗାର କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରିବା, ଏହା ଆମ ସରକାରଙ୍କ ପରିଚୟ । ଆଜିର ବଜେଟ୍ ଏହାକୁ ଆହୁରି ସୁଦୃଢ଼ କରିଛି । ପିଏଲଆଇ ଯୋଜନାର ସଫଳତା ଦେଶ ଓ ବିଶ୍ୱ ଦେଖିଛି । ଏବେ ଏହି ବଜେଟରେ ସରକାର ରୋଜଗାର ସଂଯୁକ୍ତ ପ୍ରୋତ୍ସାହନ ଯୋଜନାର ଘୋଷଣା କରିଛନ୍ତି । ଏହା ଦ୍ୱାରା ଦେଶରେ କୋଟି କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଯୋଜନାରେ ଆମ ସରକାର ଜୀବନରେ ପ୍ରଥମ ଚାକିରି ପାଇଥିବା ଯୁବକମାନଙ୍କୁ ପ୍ରଥମ ଦରମା ଦେବେ । ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା ପାଇଁ ସହାୟତା ହେଉ କିମ୍ବା ୧ କୋଟି ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ଯୋଜନା ହେଉ, ଗାଁର ମୋର ଯୁବ ବନ୍ଧୁ, ଗରିବ, ମୋ ପୁଅ-ଝିଅମାନେ ଦେଶର ଶୀର୍ଷ କମ୍ପାନୀରେ କାମ କରିବେ ଏବଂ ସେମାନଙ୍କ ସମ୍ମୁଖରେ ସମ୍ଭାବନାର ନୂତନ ଦ୍ୱାର ଖୋଲିବ । ଆମକୁ ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଘରେ ଉଦ୍ୟୋଗୀ କରିବାକୁ ପଡିବ । ଏଥିପାଇଁ ବିନା ଗ୍ୟାରେଣ୍ଟିରେ ମୁଦ୍ରା ଋଣର ସୀମା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀ, ବିଶେଷ କରି ମହିଳା, ଦଳିତ, ପଛୁଆ ଓ ଆଦିବାସୀ ପରିବାର ମଧ୍ୟରେ ଆତ୍ମନିଯୁକ୍ତି ବୃଦ୍ଧି ପାଇବ ।

ସାଥୀମାନେ,

ଆମେ ସମସ୍ତେ ମିଳିମିଶି ଭାରତକୁ ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା । ଦେଶର ଏମ୍ ଏସ୍ ଏମ୍ ଇ କ୍ଷେତ୍ର, ମଧ୍ୟବିତ୍ତ ଙ୍କ ସହ ଜଡ଼ିତ, ଏକ ପ୍ରକାରରେ ଏମ୍ ଏସ୍ ଏମ୍ ଇ କ୍ଷେତ୍ରର ମାଲିକାନା ମଧ୍ୟମବିତ୍ତ ଅଟେ । ଆଉ ଏହି କ୍ଷେତ୍ରରୁ ଗରିବ ଲୋକମାନେ ମଧ୍ୟ ସର୍ବାଧିକ ରୋଜଗାର ପାଇଥାନ୍ତି । ଛୋଟ ଉଦ୍ୟୋଗଗୁଡିକୁ ବଡ ଶକ୍ତି ଏ ଦିଗରେ ଆମର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରହିଛି । ଚଳିତ ବଜେଟରେ ଏମଏସଏମଇ ପାଇଁ ସହଜ ଋଣ ବୃଦ୍ଧି ପାଇଁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି । ଉତ୍ପାଦନ ଏବଂ ରପ୍ତାନି ଇକୋସିଷ୍ଟମକୁ ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚାଇବା ପାଇଁ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଇ-କମର୍ସ ରପ୍ତାନି ହବ୍ ଏବଂ ଖାଦ୍ୟଗୁଣବତ୍ତା ପରୀକ୍ଷା ପାଇଁ ୧୦୦ ୟୁନିଟ୍‌, ଏଭଳି ପଦକ୍ଷେପ ଦ୍ୱାରା ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଅଭିଯାନକୁ ପ୍ରୋତ୍ସାହନ ମିଳିବ ।

ସାଥୀମାନେ

ଏହି ବଜେଟ୍ ଆମର ଷ୍ଟାର୍ଟଅପ୍ ପାଇଁ ଇନୋଭେସନ ଇକୋସିଷ୍ଟମ୍ ପାଇଁ ଅନେକ ନୂଆ ସୁଯୋଗ ଆଣିଛି । ମହାକାଶ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଏକ ହଜାର କୋଟି ଟଙ୍କାର ପାଣ୍ଠି ହେଉ, ଆଞ୍ଜେଲ ଟ୍ୟାକ୍ସ ଉଚ୍ଛେଦ ନିଷ୍ପତ୍ତି ହେଉ, ଏହି ବଜେଟରେ ଏଭଳି ଅନେକ ପଦକ୍ଷେପ ନିଆଯାଇଛି ।

ସାଥୀମାନେ

ରେକର୍ଡ ହାଇ କ୍ୟାପେକ୍ସ ଅର୍ଥନୀତିର ଏକ ଡ୍ରାଇଭିଂ ଫୋର୍ସରେ ପରିଣତ ହେବ । ୧୨ଟି ନୂତନ ଶିଳ୍ପ କେନ୍ଦ୍ର, ଦେଶରେ ନୂତନ ଉପଗ୍ରହ ସହରର ବିକାଶ ଏବଂ ୧୪ଟି ପ୍ରମୁଖ ସହର ପାଇଁ ପରିବହନ ଯୋଜନା... ଏହା ଦ୍ୱାରା ଦେଶରେ ନୂଆ ଅର୍ଥନୈତିକ ହବ୍ ର ବିକାଶ ହେବା ସହ ବହୁ ସଂଖ୍ୟକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସାଥୀମାନେ

ଆଜି ପ୍ରତିରକ୍ଷା ରପ୍ତାନି ରେକର୍ଡ ସ୍ତରରେ ରହିଛି । ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଆଜି ସମଗ୍ର ବିଶ୍ୱରେ ଭାରତ ପ୍ରତି ଆକର୍ଷଣ ବଢିଯାଇଛି । ଏବଂ ଭାରତରେ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ପର୍ଯ୍ୟଟନ କ୍ଷେତ୍ର ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ସୁଯୋଗ ଆଣିଥାଏ । ଚଳିତ ବଜେଟରେ ପର୍ଯ୍ୟଟନ କ୍ଷେତ୍ର ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସାଥୀମାନେ

ଏନଡିଏ ସରକାର ଗତ ୧୦ ବର୍ଷ ମଧ୍ୟରେ ସୁନିଶ୍ଚିତ କରିଛନ୍ତି ଯେ ଗରିବ ଏବଂ ମଧ୍ୟବିତ୍ତଙ୍କ ଲଗାତାର ଟିକସ ରିହାତି ମିଳିବା ଜାରି ରହିବ । ଚଳିତ ବଜେଟରେ ଆୟକର ହ୍ରାସ କରିବା ସହ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଟିଡିଏସ୍‌ର ନିୟମକୁ ମଧ୍ୟ ସରଳ କରାଯାଇଛି । ଏହି ପଦକ୍ଷେପପ୍ରତ୍ୟେକ ଟିକସଦାତାଙ୍କ ପାଇଁ ଅତିରିକ୍ତ ସଞ୍ଚୟ ହୋଇପାରିବ ।

ସାଥୀମାନେ

ଦେଶର ବିକାଶ ପାଇଁ ଭାରତର ପୂର୍ବାଞ୍ଚଳର ସାମଗ୍ରିକ ବିକାଶ... ପୂର୍ବୋଦୟ ପରିକଳ୍ପନା ମାଧ୍ୟମରେ ଆମ ଅଭିଯାନକୁ ନୂତନ ଗତି ଏବଂ ନୂତନ ଶକ୍ତି ମିଳିବ । ରାଜପଥ, ଜଳ ପ୍ରକଳ୍ପ ଏବଂ ବିଦ୍ୟୁତ ପ୍ରକଳ୍ପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କରି ଆମେ ପୂର୍ବ ଭାରତର ବିକାଶକୁ ଏକ ନୂତନ ପ୍ରୋତ୍ସାହନ ଦେବୁ।

ସାଥୀମାନେ

ଏହି ବଜେଟରେ ଦେଶର କୃଷକମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଖାଦ୍ୟ ସଂରକ୍ଷଣ ପାଇଁ ବିଶ୍ୱର ସର୍ବବୃହତ ଯୋଜନା ପରେ ଏବେ ଆମେ ପନିପରିବା ଉତ୍ପାଦନ କ୍ଲଷ୍ଟର ସୃଷ୍ଟି କରିବାକୁ ଯାଉଛୁ । ଗୋଟିଏ ପଟେ କ୍ଷୁଦ୍ର ଚାଷୀଙ୍କୁ ଫଳ, ପନିପରିବା, ଅନ୍ୟାନ୍ୟ ଉତ୍ପାଦପାଇଁ ନୂଆ ବଜାର ମିଳିବ, ଭଲ ମୂଲ୍ୟ ମିଳିବ । ଅପରପକ୍ଷରେ ଆମ ମଧ୍ୟବିତ୍ତଙ୍କ ପାଇଁ ଫଳ ଓ ପନିପରିବା ଉପଲବ୍ଧତା ବୃଦ୍ଧି ପାଇବା ସହ ପରିବାରର ପୋଷଣ ମଧ୍ୟ ସୁନିଶ୍ଚିତ ହେବ । କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ସମୟର ଆବଶ୍ୟକତା । ତେଣୁ ଡାଲି, ତୈଳବୀଜର ଅମଳ ବୃଦ୍ଧି ପାଇଁ ଚାଷୀଙ୍କୁ ସହାୟତା ଘୋଷଣା କରାଯାଇଛି ।

ସାଥୀମାନେ

 ଦେଶର ଦାରିଦ୍ର‌୍ୟ ଦୂରୀକରଣ ହେଉ ଓ ଗରିବଙ୍କୁ ସଶକ୍ତି କରଣ ହେଉ ଏହି ଦିଗରେ ମଧ୍ୟ ବଡ଼ ଘୋଷଣା କରାଯାଇଛି । ଗରିବଙ୍କ ପାଇଁ ୩ କୋଟି ନୂଆ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଦିବାସୀ ଉନ୍ନତ ଗ୍ରାମ ଅଭିଯାନ ୫ କୋଟି ଆଦିବାସୀ ପରିବାରକୁ ମୌଳିକ ସୁବିଧା ସହ ସଂଯୋଗ ଏହାର ଲାଭ, ଏହାବ୍ୟତୀତ ଗ୍ରାମ ସଡ଼କ ଯୋଜନା୨୫ ହଜାର ନୂଆ ଗ୍ରାମାଞ୍ଚଳକୁ ସର୍ବକାଳୀନ ସଡ଼କ ସହ ସଂଯୋଗ କରିବ । ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟର ଦୁର୍ଗମ ଗାଁ ଗୁଡ଼ିକୁ ମିଳିବ ।

 

ସାଥୀମାନେ

ଆଜିର ବଜେଟ୍ ନୂତନ ସୁଯୋଗ, ନୂଆ ଶକ୍ତି ଆଣିଛି । ଏହା ଦ୍ୱାରା ଅନେକ ନୂଆ ରୋଜଗାର, ସ୍ୱରୋଜଗାର ସୁଯୋଗ ଆସିଛି । ଏହା ଉନ୍ନତ ଅଭିବୃଦ୍ଧି ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଣିଛି । ଆଜିର ବଜେଟ୍ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ରେ ପରିଣତ କରିବା ର ସମଗ୍ର ପ୍ରକ୍ରିୟାରେ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଏକ ବିକଶିତ ଭାରତର ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ ।

ସମସ୍ତ ଦେଶବାସୀଙ୍କୁ ଅନେକ-ଅନେକ ଅଭିନନ୍ଦନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi