ରାଜ୍ୟରେ ପାଖାପାଖି 5 କୋଟି ହିତାଧିକାରୀ ପିଏମଜିକେଏଓ୍ବାଇ ଦ୍ବାରା ଲାଭବାନ ହେଉଛନ୍ତି : ପ୍ରଧାନମନ୍ତ୍ରୀ
ବନ୍ୟା ଓ ବର୍ଷା ସମୟରେ ଭାରତ ସରକାର ଏବଂ ସାରା ଦେଶ ମଧ୍ୟପ୍ରଦେଶ ସହିତ ଛିଡ଼ା ହୋଇଥିଲା : ପ୍ରଧାନମନ୍ତ୍ରୀ
କରୋନା ସଙ୍କଟର ମୁକାବିଲା ରଣନୀତିରେ, ଭାରତ ଗରିବଙ୍କ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଛି : ପ୍ରଧାନମନ୍ତ୍ରୀ
କେବଳ 80କୋଟିରୁ ଅଧିକ ନାଗରିକ ମାଗଣା ରାସନ ପାଉନାହାନ୍ତି ବରଂ 8 କୋଟିରୁ ଅଧିକ ଗରିବ ପରିବାରକୁ ମାଗଣାରେ ଗ୍ୟାସ ସିଲିଣ୍ଡର ମିଳିଛି : ପ୍ରଧାନମନ୍ତ୍ରୀ
20 କୋଟିରୁ ଅଧିକ ମହିଳାଙ୍କ ଜନ ଧନ ଆକାଉଣ୍ଟକୁ 30 ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି
ଶ୍ରମିକ ଓ ଚାଷୀଙ୍କ ଆକାଉଣ୍ଟକୁ ହଜାର ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି, ଦିନକ ପରେ ଆଉ ଏକ କିସ୍ତି ଜାରି କରାଯିବ
‘ଡବଲ-ଇଞ୍ଜିନ ସରକାର’ରେ, କେନ୍ଦ୍ର ସରକାରଙ୍କ ଯୋଜନାରେ ସହାୟତା ଯୋଗାଇ ଦେବା ସହିତ ସୁଧାର ଆଣିଥାନ୍ତି ରାଜ୍ୟ ସରକାର : ପ୍ରଧାନମନ୍ତ୍ରୀ
ଶ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ମଧ୍ୟପ୍ରଦେଶ ବହୁଦିନ ପୂର୍ବରୁ ରହିଥିବା ବିମାରୁ ରାଜ୍ୟର ଅପବାଦକୁ ଦୂର କରିପାରିଛି : ପ୍ରଧାନମନ୍ତ୍ରୀ

ନମସ୍କାର ଆଜ୍ଞା!

ମଧ୍ୟପ୍ରଦେଶର ରାଜ୍ୟପାଳ ଏବଂ ମୋର ବହୁତ ପୁରୁଣା ପରିଚିତ ଶ୍ରୀ ମଙ୍ଗୁଭାଇ ପଟେଲ, ଯିଏ ନିଜର ସମ୍ପୂର୍ଣ୍ଣ ଜୀବନ ଆଦିବାସୀମାନଙ୍କର କଲ୍ୟାଣରେ, ଜନଜାତୀୟ ସମାଜର ଉତ୍କର୍ଷ ପାଇଁ ସେ ନିଜର ସାରା ଜୀବନ ବିତାଇଦେଇଛନ୍ତି, ଏଭଳି ଲୋକ ହେଉଛନ୍ତି ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ। ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ, ରାଜ୍ୟ ସରକାରଙ୍କର ସମସ୍ତ ଅନ୍ୟ ମନ୍ତ୍ରିଗଣ, ସାଂସଦଗଣ, ବିଧାୟକ ସାଥୀ ଏବଂ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଭାଗରୁ ଯୋଡି ହୋଇଥିବା ସମସ୍ତ ଭଉଣୀ ଓ ଭାଇମାନେ!

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ହେଉଥିବା ଏହି ଅନ୍ନ ବିତରଣ ପାଇଁ ଆପଣ ସମସ୍ତଙ୍କୁ ବହୁତ ଶୁଭେଚ୍ଛା। ପ୍ରାୟ 5 କୋଟି ହିତାଧିକାରୀଙ୍କୁ ଆଜି ମଧ୍ୟ ପ୍ରଦେଶରେ ଏହି ଯୋଜନା ମାଧ୍ୟମରେ ଏକ ସଙ୍ଗରେ ପହଞ୍ଚାଇବାର ବଡ଼ ଅଭିଯାନ ଚାଲୁ ରହିଛି। ଏହି ଯୋଜନା ଆଦୌ ନୂଆ ନୁହେଁ, ଯେତେବେଳେ କରୋନା ଆରମ୍ଭ ହେଲା ବର୍ଷେ-ଚାରିମାସ ପୂର୍ବରୁ ସେତେବେଳେଠାରୁ ଏହାକୁ ଦେଶର 80 କୋଟିରୁ ଅଧିକ ଗରିବଙ୍କ ଘରେ ମାଗଣାରେ ରାସନ ପହଞ୍ଚାଯାଉଛି। କିନ୍ତୁ ମୋତେ କେବେ ଗରିବଙ୍କ ଘରକୁ ଯାଇ ସେମାନଙ୍କ ଗହଣକୁ ଯାଇ ବସି କଥା ହେବାର ସୁଯୋଗ ମିଳି ନ ଥିଲା। ଆଜି ମଧ୍ୟ ପ୍ରଦେଶ ସରକାର ମୋତେ ଆପଣ ସମସ୍ତଙ୍କର ଦର୍ଶନ କରିବାର ସୁଯୋଗ ଦେଲେ। ଆଜି ମୁଁ ଦୂରରୁ ହେଉ ପଛେ, କିନ୍ତୁ ମୋର ଗରିବ ଭାଇ- ଭଉଣୀମାନଙ୍କ ଦର୍ଶନ କରୁଛି, ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ କରୁଛି ଏବଂ ସେହି କାରଣରୁ ମୋତେ ଗରିବଙ୍କ ପାଇଁ କିଛି ନା କିଛି କରି ଚାଲିବାକୁ ଶକ୍ତି ମିଳୁଛି। ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ ମୋତେ ଉର୍ଜ୍ଜା ମିଳୁଛି, ଆଉ ଏଥିପାଇଁ କାର୍ଯ୍ୟକ୍ରମ ଯଦିଓ ବର୍ଷେ ଚାରିମାସ ହେବ ଚାଲୁ ରହିଛି, କିନ୍ତୁ ଆଜି ଆପଣମାନଙ୍କର ଦର୍ଶନ ପାଇଁ ମୋତେ ଆସିବାର ସୁଯୋଗ ମିଳିଲା। ଏବେ ମୁଁ ଆମର ମଧ୍ୟ ପ୍ରଦେଶର କିଛି ଭାଇ ଓ ଭଉଣୀମାନଙ୍କ ସହିତ କଥା ହେଉଥିଲି। କିଭଳି ଏହି ସଙ୍କଟ କାଳରେ ସରକାରଙ୍କ ଠାରୁ ଯେଉଁ ମାଗଣା ଖାଦ୍ୟଶସ୍ୟ ମିଳିଛି, ତାହା ପ୍ରତ୍ୟେକ ପରିବାର ପାଇଁ ବଡ଼ ଆଶ୍ୱସ୍ତିର କଥା ନେଇ ଆସିଛି। ସେମାନଙ୍କର କଥାରେ ଏକ ଆତ୍ମସନ୍ତୋଷ ଦେଖିବାକୁ ମିଳୁଥିଲା, ବିଶ୍ୱାସ ଦୃଷ୍ଟିଗୋଚର ହେଉଥିଲା। କିନ୍ତୁ, ଏହା ଦୁଃଖଦ ଖବର ଯେ ଆଜି ଏମପିର ଅନେକ ଜିଲ୍ଲାରେ ବର୍ଷା ଏବଂ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସାଥୀମାନଙ୍କ ଜୀବନ ଏବଂ ଜୀବିକା ଉଭୟ ପ୍ରଭାବିତ ହୋଇଛି। ଏଭଳି କଠିନ ସମୟରେ ଭାରତ ସରକାର ଏବଂ ସମ୍ପୂର୍ଣ୍ଣ ଦେଶ, ମଧ୍ୟ ପ୍ରଦେଶ ସହିତ ଠିଆ ହୋଇଛି। ଶିବରାଜ ମହାଶୟ ଏବଂ ତାଙ୍କ ପୂରା ଟିମ୍‍ ନିଜେ ମଧ୍ୟ ଘଟଣା ସ୍ଥଳକୁ ଯାଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ଗତି ଦେଇଛନ୍ତି। ଏନଡିଆରଏଫ୍‍ ହୁଅନ୍ତୁ, କେନ୍ଦ୍ରୀୟ ବଳ ଅବା ପୁଣି ଆମର ବାୟୁସେନାର ଯବାନ, ଯଥାସାଧ୍ୟ ସାହାଯ୍ୟ, ଏହି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଯାହା କିଛି ମଧ୍ୟ ଆବଶ୍ୟକ ଅଛି, ସେ ସମସ୍ତ ସହାୟତା ଉପଲବ୍ଧ କରାଯାଉଛି।

ଭାଇ  ଭଉଣୀମାନେ,

କୌଣସି ପ୍ରକାରର ମଧ୍ୟ ବିପର୍ଯ୍ୟୟ ହେଉ, ତାହାର ପ୍ରଭାବ ବହୁତ ବ୍ୟାପକ ହୋଇଥାଏ, ଦୂରଗାମୀ ହୋଇଥାଏ। କରୋନା ରୂପରେ ତ ସମଗ୍ର ମାନବ ସମାଜ ଉପରେ ଶହେ ବର୍ଷରେ ସବୁଠାରୁ ବଡ଼ ବିପତି ଆସିଛି। ବିଗତ ବର୍ଷର ପ୍ରାରମ୍ଭରେ ଯେତେବେଳେ ବିଶ୍ୱର କୌଣସି ଦେଶ ଏହି ସମସ୍ୟା ଦେଖି ନଥିଲେ। ବିଗତ ବର୍ଷର ଆରମ୍ଭରେ ଯେତେବେଳେ କରୋନା ସଂକ୍ରମଣ ବ୍ୟାପିବା ଆରମ୍ଭ କଲା, ସେତେବେଳେ ସାରା ବିଶ୍ୱର ଧ୍ୟାନ ତୁରନ୍ତ ନିଜର ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ଉପରକୁ ଚାଲିଗଲା। ପ୍ରତ୍ୟେକ ନିଜ- ନିଜର ମେଡିକାଲ ସୁବିଧାକୁ ସଶକ୍ତ କରିବାରେ ଲାଗି ପଡ଼ିଲେ। କିନ୍ତୁ ଏତେ ଅଧିକ ଜନସଂଖ୍ୟା ବିଶିଷ୍ଟ ଆମର ଭାରତ ପାଇଁ ଏହି ଆହ୍ୱାନ ବିଶ୍ୱର ଅନ୍ୟ ଦେଶ ଠାରୁ ବହୁତ ବଡ଼ ବିପଦ ଭାବେ ଗ୍ରହଣ କରାଗଲା, କାରଣ ଆମର ଜନସଂଖ୍ୟା ହେଉଛି ବହୁତ ଅଧିକ। ଆମକୁ କରୋନା ଠାରୁ ରକ୍ଷା କରିବା ଏବଂ ଚିକିତ୍ସା ପାଇଁ ମେଡିକାଲ ଭିତିଭୂମି ପ୍ରସ୍ତୁତ କରିବାର ଥିଲା, ଏହି ସଙ୍କଟ ସହିତ ସୃଷ୍ଟି ହୋଇଥିବା ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ସମାଧାନ କରିବାର ଥିଲା। କରୋନାରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ସମସ୍ତ କାର୍ଯ୍ୟକୁ ଅଟକାଇ ଦିଆଗଲା, ଯାତାୟତ ଉପରେ ପ୍ରତିବନ୍ଧକ ଲାଗିଲା । ଏହି ଉପାୟରେ ଭାରତ ସାମ୍ନାରେ ଆହୁରି ଅନେକ ସଙ୍କଟ ଆସି ଠିଆ ହୋଇଥିଲା। ଏହି ସଙ୍କଟ ଉପରେ ମଧ୍ୟ ଭାରତ, ଆମେ ସମସ୍ତେ ଏକାଠି ମିଳିମିଶି କାର୍ଯ୍ୟ କଲେ। ଆମକୁ କୋଟି- କୋଟି ଲୋକଙ୍କ ପାଖରେ ମାଗଣା ରାସନ ପହଞ୍ଚାଇବାର ଥିଲା, କାରଣ ଖାଦ୍ୟାଭାବ ଜନିତ ସ୍ଥିତି ସୃଷ୍ଟି ନ ହେଉ। ଆମର ବହୁତ ସାଥୀ ଗାଁରୁ କାମଧନ୍ଦା ପାଇଁ ସହରକୁ ଆସିଥାଆନ୍ତି। ଆମକୁ ସେମାନଙ୍କ ଖାଇବା- ପିଇବା, ରହିବା- ଚଳିବାର ବ୍ୟବସ୍ଥା ମଧ୍ୟ କରିବାର ଥିଲା। ଆଉ ପୁଣି ଗାଁକୁ ଫେରିବା ପରେ ସେମାନଙ୍କ ପାଇଁ ଉଚିତ ରୋଜଗାର ମଧ୍ୟ ସୁନିଶ୍ଚିତ କରିବାର ଥିଲା। ଏହି ସମସ୍ତ ସମସ୍ୟାଗୁଡ଼ିକ ଏକସଙ୍ଗେ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ- ଅନୁକୋଣରେ ଆମ ସାମ୍ନାରେ ଥିଲା, ଯାହା ଅବଶିଷ୍ଟ ବିଶ୍ୱ ଅପେକ୍ଷା ଭାରତର ଲଢ଼େଇକୁ ଆଉ ଭାରତ ସାମ୍ନାରେ ସୃଷ୍ଟି ହୋଇଥିବା ଆହ୍ୱାନକୁ ଆହୁରି ଅଧିକ ଅନେକ ଗୁଣ ଆହ୍ୱାନପୂର୍ଣ୍ଣ କରିଦେଲା।

କିନ୍ତୁ ସାଥୀଗଣ,

ଆହ୍ୱାନ କେତେ ମଧ୍ୟ ବଡ଼ ହେଉ ନା କାହିଁକି, ଯେତେବେଳେ ଦେଶ ଏକାଠି ହୋଇ ତାହାର ମୁକାବିଲା କରିଥାଏ, ସେତେବେଳେ ତହାର ମୁକାବିଲାର ପଥ ମଧ୍ୟ ବାହାରି ଆସିଥାଏ, ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ଭାରତ ନିଜର ରଣନୀତିରେ ଗରିବଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ହେଉ, ପ୍ରଥମ ଦିନରୁ ହିଁ ଗରିବ ଏବଂ ଶ୍ରମିକଙ୍କ ପାଇଁ ଭୋଜନ ଏବଂ ରୋଜଗାରର ଚିନ୍ତା କରାଗଲା। ଏହି ସମ୍ପୁର୍ଣ୍ଣ ସମୟରେ 80 କୋଟିରୁ ଅଧିକ ଦେଶବାସୀଙ୍କୁ, ମାଗଣା ରାସନ ପହଞ୍ଚାଯାଇଛି। କେବଳ ଗହମ, ଚାଉଳ ଏବଂ ଡାଲି ହିଁ ନୁହେଁ ବରଂ ଲକ୍‍ ଡାଉନ୍‍ ସମୟରେ ଆମର 8 କୋଟିରୁ ଅଧିକ ଗରିବ ପରିବାରଙ୍କୁ ଗ୍ୟାସ ସିଲିଣ୍ଡର ମଧ୍ୟ ମାଗଣାରେ ଦିଆଗଲା। 80 କୋଟି ଲୋକଙ୍କୁ ଖାଦ୍ୟଶସ୍ୟ, 8 କୋଟି ଲୋକଙ୍କୁ ଗ୍ୟାସ ମଧ୍ୟ। କେବଳ ଏତିକି ହିଁ ନୁହେଁ, ପ୍ରାୟ 20 କୋଟିରୁ ଅଧିକ ଭଉଣୀମାନଙ୍କର ଜନ-ଧନ ବ୍ୟାଙ୍କ ଖାତାରେ ପାଖାପାଖି 30 ହଜାର କୋଟି ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ମଧ୍ୟ କରାଗଲା। ଶ୍ରମିକ ଏବଂ କୃଷକଙ୍କ ବ୍ୟାଙ୍କ ଖାତାରେ ମଧ୍ୟ ହଜାର- ହଜାର କୋଟି ଟଙ୍କା ଜମା କରାଗଲା। ଏବେ ଦୁଇ ଦିନ ପରେ 9 ଅଗଷ୍ଟକୁ ପାଖାପାଖି 10-11 କୋଟି କୃଷକ ପରିବାରଙ୍କ ବ୍ୟାଙ୍କ ଖାତାରେ ପୁଣି ଥରେ ହଜାର-ହଜାର କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର ହେବ ।

ସାଥୀଗଣ,

ଏହି ସମସ୍ତ ବ୍ୟବସ୍ଥା ସହିତ ଭାରତ ମେଡ୍‍ ଇନ୍‍ ଇଣ୍ଡିଆ ଟିକା ଉପରେ ମଧ୍ୟ ସମ୍ପୁର୍ଣ୍ଣ ଗୁରୁତ୍ୱ ଦେଲା। ଏହି କାରଣରୁ ଆଜି ଭାରତ ପାଖରେ ନିଜସ୍ୱ ଟିକା ଅଛି। ଏହି ଟିକା ମଧ୍ୟ ବେଶ୍‍ ପ୍ରଭାବଶାଳୀ, ଏବଂ ସୁରକ୍ଷିତ ମଧ୍ୟ। ଗତକାଲି ହିଁ ଭାରତ 50 କୋଟି ଡୋଜ୍‍ ଟିକାକରଣର ବହୁତ ଗୁରୁତ୍ୱପୂର୍ଣ୍ଣ ସୋପାନ ଅତିକ୍ରମ କରିଛି। ବିଶ୍ୱରେ ଏଭଳି ଅନେକ ଦେଶ ଅଛନ୍ତି, ଯେଉଁମାନଙ୍କର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ ଟିକା ଭାରତ ଗୋଟିଏ ସପ୍ତାହରେ ଦେଇଛି। ଏହା ହେଉଛି ନୂତନ ଭାରତର, ଆତ୍ମନିର୍ଭର ହେଉଥିବା ଭାରତର ନୂଆ ସାମର୍ଥ୍ୟ। କେବେ ଆମେ ଅବଶିଷ୍ଟ ବିଶ୍ୱଠାରୁ ପଛରେ ରହି ଯାଉଥିଲେ। ଆଜି ଆମେ ବିଶ୍ୱଠାରୁ କେଇ ପାଦ ଆଗରେ ଅଛେ। ଆଗାମୀ ଦିନରେ ଟିକାକରଣର ଏହି ଗତିକୁ ଆମକୁ ଆହୁରି ଦ୍ରୁତ କରିବାର ଅଛି।

ସାଥୀଗଣ,

କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଭାରତ ଆଜି ଯେଉଁ- ଯେଉଁ କ୍ଷେତ୍ରରେ ଏକାଠି ମୁକାବିଲା କରୁଛି, ତାହା ଆମ ଦେଶର ସାମର୍ଥ୍ୟକୁ ଦର୍ଶାଉଛି। ଆଜି ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ସୁବିଧା ପାଇଁ ଏକ ରାଷ୍ଟ୍ର, ଏକ ରାସନ କାର୍ଡର ସୁବିଧା ଦିଆଯାଉଛି। ବଡ଼- ବଡ଼ ସହରରେ ଶ୍ରମିକଙ୍କୁ ବସ୍ତିରେ ରହିବାକୁ ନପଡ଼ୁ, ଏଥିପାଇଁ ଉଚିତ ଭଡ଼ା ମୂଲ୍ୟର ଯୋଜନା ଲାଗୁ କରାଯାଇଛି। ଆମର ରାସ୍ତାକଡ଼ର ଠେଲା ଲଗାଉଥିବା, ଉଠା ଦୋକାନ ଖୋଲିଥିବା ଭାଇ ଭଉଣୀ, ଆମର ଏହି ସାଥୀ ପୁଣି ନିଜର କାମଧନ୍ଦା ଆରମ୍ଭ କରି ପାରନ୍ତୁ, ଏଥିପାଇଁ ପିଏମ ସ୍ୱନିଧି ଅଧୀନରେ ସେମାନଙ୍କୁ ବ୍ୟାଙ୍କରୁ ଶସ୍ତା ଏବଂ ସହଜ ଋଣ ଉପଲବ୍ଧ କରାଯାଉଛି। ଆମର ବିନିର୍ମାଣ କ୍ଷେତ୍ର, ଆମର ଭିତିଭୂମି କ୍ଷେତ୍ର, ରୋଜଗାରର ହେଉଛି ଏକ ବଡ଼ ମାଧ୍ୟମ। ଏଥିପାଇଁ ସାରା ଦେଶରେ ଭିତିଭୂମିର ପ୍ରକଳ୍ପ ଉପରେ କ୍ରମାଗତ ଭାବରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି।

ସାଥୀଗଣ,

ଜୀବନ- ଜୀବିକାକୁ ନେଇ ସାରା ବିଶ୍ୱରେ ଆଜି ଏକ ସଙ୍କଟ କାଳରେ ଏହା ନିରନ୍ତର ସୁନିଶ୍ଚିତ କରାଯାଉଛି ଯେ ଭାରତରେ ଅତି କମ୍‍ କ୍ଷୟକ୍ଷତି ହେଉ। ଏଥିପାଇଁ ବିଗତ ବର୍ଷମାନଙ୍କରେ ଅନେକ ପଦକ୍ଷେପ ଉଠାଯାଇଛି ଏବଂ ନିରନ୍ତର ଉଠାଯାଉଛି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ନିଜର କାର୍ଯ୍ୟ ଜାରି ରଖିବା ପାଇଁ ଲକ୍ଷ- ଲକ୍ଷ କୋଟି ଟଙ୍କାର ସହାୟତା ଉପଲବ୍ଧ କରାଯାଇଛି। ସରକାର ଏହି କଥାକୁ ମଧ୍ୟ ଧ୍ୟାନରେ ରଖିଛନ୍ତି ଯେ ଚାଷବାସ ଏବଂ ଏହା ସହିତ ଜଡ଼ିତ ସମସ୍ତ କାମଧନ୍ଦା ସୂଚାରୁ ରୂପେ ଚାଲୁ ରହୁ। ଆମେ କୃଷକମାନଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ନୂଆ- ନୂଆ ସମାଧାନ ବାହାର କରିଛୁ। ମଧ୍ୟ ପ୍ରଦେଶ ଏଥିରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛି। ମଧ୍ୟପ୍ରଦେଶର କୃଷକମାନେ ରେକର୍ଡ ପରିମାଣର ଉତ୍ପାଦନ ମଧ୍ୟ କରିଛନ୍ତି, ସେଥିରେ ସରକାର ମଧ୍ୟ ରେକର୍ଡ ପରିମାଣରେ ଏମଏସପିରେ କ୍ରୟକୁ ମଧ୍ୟ ସୁନିଶ୍ଚିତ କରିଛନ୍ତି। ମୋତେ ଅବଗତ କରାଯାଇଛି ଯେ ଏମଏସପିରେ ଚଳିତ ଥର ଗହମର କ୍ରୟ ପାଇଁ ଦେଶରେ ସବୁଠାରୁ ଅଧିକ କ୍ରୟକେନ୍ଦ୍ର ଖୋଲା ଯାଇଥିଲା। ମଧ୍ୟପ୍ରଦେଶ ନିଜର 17 ଲକ୍ଷରୁ ଅଧିକ କୃଷକମାନଙ୍କ ଠାରୁ ଗହମ କ୍ରୟ କରିଛି ଏବଂ ସେମାନଙ୍କ ପାଖରେ ସିଧାସଳଖ 25 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପହଞ୍ଚାଇଛି।

ଭାଇ  ଭଉଣୀମାନେ,

ଡବଲ ଇଂଜିନ ସରକାରର ସବୁଠାରୁ ବଡ଼ ଲାଭ ଏହା ଯେ କେନ୍ଦ୍ର ସରକାରଙ୍କର ଯୋଜନାଗୁଡ଼ିକୁ ରାଜ୍ୟ ସରକାର ଆହୁରି ଅଧିକ ପ୍ରସ୍ଫୁଟିତ କରି ଦେଇଥାଆନ୍ତି, ତାହାର ଶକ୍ତିକୁ ବଢ଼଼ାଇ ଦେଇ ଥାଆନ୍ତି। ମଧ୍ୟ ପ୍ରଦେଶରେ ଯୁବକମାନଙ୍କ ଦକ୍ଷତା ବିକାଶ ହେଉ, ସ୍ୱାସ୍ଥ୍ୟ ଭିତିଭୂମି ହେଉ, ଡିଜିଟାଲ ଭିତିଭୂମି ହେଉ, ରେଳ- ସଡ଼କ ଯୋଗାଯୋଗ ହେଉ, ସବୁକିଛି ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି। ଶିବରାଜ ମହାଶୟଙ୍କ ନେତୃତ୍ୱରେ ମଧ୍ୟ ପ୍ରଦେଶ ରୋଗଗ୍ରସ୍ତ ରାଜ୍ୟର ପରିଚୟକୁ ଅନେକ ଦିନ ଆଗରୁ ପଛରେ ଛାଡ଼ି ଦେଇଛି। ନଚେତ୍‍ ମୋର ମନେଅଛି, ଏମପିର ସଡ଼କ ଗୁଡ଼ିକର କ’ଣ ସ୍ଥିତି ଥିଲା। ଏଠାରୁ କେତେ ବଡ଼- ବଡ଼ ଘୋଟାଲା ଦୁର୍ନୀତିର ଖବର ଆସୁଥିଲା। ଆଜି ଏମପିର ସହର ସ୍ୱଚ୍ଛତା ଏବଂ ବିକାଶର ନୂତନ କିର୍ତୀମାନ ସୃଷ୍ଟି କରୁଛନ୍ତି।

ଭାଇ  ଭଉଣୀମାନେ,

ଆଜି ଯଦି ସରକାରଙ୍କ ଯୋଜନାମାନ ତୃଣମୂଳ ସ୍ତରରେ ଦ୍ରୁତ ଗତିରେ ପହଞ୍ଚିପାରୁଛି, ଲାଗୁ କରାଯାଉଛି, ତେବେ ଏହା ପଛରେ ସରକାରଙ୍କର କାର୍ଯ୍ୟକଳାପରେ ଆସିଥିବା ପରିବର୍ତନ ହିଁ ରହିଛି। ପୂର୍ବ ସରକାରୀ ବ୍ୟବସ୍ଥାରେ ଏକ ବିକୃତି ଥିଲା। ସେମାନେ ଗରିବଙ୍କ ବିଷୟରେ ନିଜେ ମଧ୍ୟ ପ୍ରଶ୍ନ ପଚାରୁଥିଲେ ଏବଂ ନିଜେ ମଧ୍ୟ ଉତର ଦେଉଥିଲେ। ଯେଉଁମାନଙ୍କ ପାଖରେ ଲାଭ ପହଞ୍ଚାଇବାର ଅଛି, ସେମାନଙ୍କ ବିଷୟରେ ପୂର୍ବରୁ କେବେ ଚିନ୍ତା କରାଯାଉ ନଥିଲା। କିଛି ଲୋକ ଚିନ୍ତା କରୁଥିଲେ, ଗରିବମାନଙ୍କୁ ସଡ଼କଗୁଡ଼ିକର କ’ଣ ଆବଶ୍ୟକତା ଅଛି, ସେମାନଙ୍କୁ ତ, ପ୍ରଥମେ ରୁଟି ଦରକାର। କିଛି ଲୋକ ଏହା ମଧ୍ୟ କହୁଥିଲେ ଯେ ଗରିବଙ୍କୁ ଗ୍ୟାସର କ’ଣ ଆବଶ୍ୟକତା ଅଛି, ଖାଦ୍ୟ ମଧ୍ୟ କାଠଚୂଲିରେ ମଧ୍ୟ ପ୍ରସ୍ତୁତ ହୋଇଯିବ। ଆଉ ଗୋଟିଏ ଚିନ୍ତାଧାରା ଏହା ମଧ୍ୟ ଥିଲା, ଯେଉଁମାନଙ୍କ ପାଖରେ ରଖିବା ପାଇଁ ଅର୍ଥ ହିଁ ନାହିଁ, ସେମାନେ ବ୍ୟାଙ୍କ ଖାତାକୁ ନେଇ କ’ଣ କରିବେ? ବ୍ୟାଙ୍କ ଖାତା ପଛରେ କାହିଁକି ଲାଗିଛନ୍ତି? ଏହା ମଧ୍ୟ ପ୍ରଶ୍ନ କରାଯାଉଥିଲା ଯେ ଗରିବଙ୍କୁ ଯଦି ଋଣ ଦିଆଯାଏ, ତେବେ ସେମାନେ ଏହାକୁ କିପରି ସୁଝିବେ? ଦଶକ- ଦଶକ ଧରି ଏହିଭଳି ପ୍ରଶ୍ନ ଗରିବମାନଙ୍କୁ ସୁବିଧାଗୁଡ଼ିକ ଠାରୁ ଦୂରରେ ରଖାଗଲା। ଏହା ଏକ ପ୍ରକାରରେ କିଛି ନ କରିବାର ଏକ ବଡ଼ ବାହାନା ପାଲଟି ଯାଇଥିଲା। ନା ଗରିବଙ୍କ ପର୍ଯ୍ୟନ୍ତ ସଡ଼କ ପହଞ୍ଚିଲା, ନା ଗରିବଙ୍କୁ ଗ୍ୟାସ ମିଳିଲା, ନା ଗରିବଙ୍କୁ ବିଜୁଳି ମିଳିଲା, ନା ଗରିବଙ୍କୁ ରହିବା ପାଇଁ ପକ୍କା ଘର ମିଳିଲା, ନା ଗରିବଙ୍କ ବ୍ୟାଙ୍କ ଖାତା ଖୋଲିଲା, ନା ଗରିବଙ୍କ ପର୍ଯ୍ୟନ୍ତ ପାଣି ପହଞ୍ଚିଲା। ପରିଣାମ ଏହା ହେଲା ଯେ ଗରିବମାନେ ମୌଳିକ ସୁବିଧା ସୁଯୋଗ ଗୁଡ଼ିକଠାରୁ ଦଶକ- ଦଶକ ପର୍ଯ୍ୟନ୍ତ ବଞ୍ଚିତ ହୋଇ ରହିଲେ। ଆଉ ଛୋଟ- ଛୋଟ ଆବଶ୍ୟକତା ପାଇଁ ଗରିବମାନଙ୍କୁ ସାରା ଦିନ ଛଟପଟ ହେବାକୁ ପଡ଼ୁଥିଲା, ଏବେ ଏହାକୁ ଆମେ କାହିଁକି କରିବା? ମୁହଁରେ ଦିନକୁ 100 ଥର ଗରିବ ଶବ୍ଦ କହୁଥିଲେ, ଗରିବଙ୍କ ସଂଗୀତ ଗାଉଥିଲେ, ଗରିବଙ୍କ ଗୀତ ଗାଉଥିଲେ। କିନ୍ତୁ ବ୍ୟବହାର ଏପରି ଥିଲା, ଏପରି କଥାଗୁଡ଼ିକୁ ଆମର ଏଠାରେ ପାଖଣ୍ଡ କୁହାଯାଇଥାଏ, ପାଖଣ୍ଡ। ଏହି ସୁବିଧାଗୁଡ଼ିକୁ ତ, ଦେଉ ନ ଥିଲେ କିନ୍ତୁ ଗରିବମାନଙ୍କ ଠାରୁ ମିଥ୍ୟା ସହାନୁଭୂତି ନିଶ୍ଚିତ ଭାବେ ପାଉଥିଲେ। କିନ୍ତୁ ତୃଣମୂଳ ସ୍ତରରୁ ଉଠିଥିବା ଆମେମାନେ, ଆମେ ଯେଉଁମାନେ ଆପଣମାନଙ୍କ ମଧ୍ୟରୁ ଆସିଛୁ, ଆପଣଙ୍କ ସୁଖ-ଦୁଃଖକୁ ନିକଟରୁ ଅନୁଭବ କରିଛୁ, ଆମେ ଆପଣମାନଙ୍କ ମଧ୍ୟରୁ ହିଁ ଆସିଛୁ ଆଉ ଏଥିପାଇଁ ଆମେ ଆପଣଙ୍କ ଭଳି ଲୋକଙ୍କ ପାଇଁ କାର୍ଯ୍ୟ କରିବାର ଶୈଳୀ ଭିନ୍ନ ଭାବେ ରଖିଛୁ। ଆମେ ଏଭଳି ବ୍ୟବସ୍ଥାଗୁଡ଼ିକ ସହିତ ଜଡ଼ିତ ହୋଇ ମଣିଷ ହୋଇଛୁ! ଏଥିପାଇଁ ବିଗତ ବର୍ଷମାନଙ୍କରେ ଗରିବଙ୍କୁ ଶକ୍ତି ଦେବାର ଉପଯୁକ୍ତ ମାଧ୍ୟମରେ ସଶକ୍ତୀକରଣର ପ୍ରୟାସ କରାଯାଉଛି। ଆଜି ଯେଉଁ ଦେଶର ଗାଁ- ଗାଁରେ ସଡ଼କମାନ ନିର୍ମାଣ ହେଉଛି, ସେଥିରେ ନୂଆ- ନୂଆ ରୋଜଗାର ସୃଷ୍ଟି ହେଉଛି, ବଜାର ପର୍ଯ୍ୟନ୍ତ କୃଷକର ପହଞ୍ଚିବାକୁ ସୁଲଭ କରାଯାଇଛି, ରୋଗଗ୍ରସ୍ତ ଅବସ୍ଥାରେ ଗରିବ ଠିକ୍‍ ସମୟରେ ଡାକ୍ତରଖାନାରେ ପହଞ୍ଚିପାରୁଛି। ଦେଶରେ ଗରିବମାନଙ୍କର ଯେଉଁ ଜନ-ଧନ ଖାତା ଖୋଲା ଯାଇଥିଲା, ସେହି ଖାତା ଖୋଲିବା ଦ୍ୱାରା ଗରିବମାନଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ାଗଲା । ଆଜି ତାକୁ ମଧ୍ୟସ୍ଥି ତଥା ଦଲାଲମାନଙ୍କ ଠାରୁ ମୁକ୍ତ ହୋଇ ସିଧାସଳଖ ଲାଭ ମିଳୁଛି, ସହଜରେ ଋଣ ମିଳୁଛି। ପକ୍କା ଘର, ବିଜୁଳି, ପାଣି, ଗ୍ୟାସ ଏବଂ ଶୌଚାଳୟର ସୁବିଧା ଗରିବଙ୍କୁ ସମ୍ମାନ ଦେଇଛି, ଆତ୍ମବିଶ୍ୱାସ ଦେଇଛି, ଅପମାନ ଏବଂ କଷ୍ଟରୁ ମୁକ୍ତି ମଧ୍ୟ ଦେଇଛି। ସେହିଭଳି ମୁଦ୍ରା ଲୋନ୍‍ ଦ୍ୱାରା ଆଜି ନା କେବଳ କୋଟି-କେ।ଟି ସ୍ୱରୋଜଗାର ହୋଇ ପାରିଛନ୍ତି, ବରଂ ସେମାନେ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି।

ସାଥୀଗଣ,

ଯେଉଁମାନେ କହୁଥିଲେ ଯେ ଗରିବମାନଙ୍କୁ ଡିଜିଟାଲ ଇଣ୍ଡିଆ ଦ୍ୱାରା, ଶସ୍ତା ଡାଟା ଦ୍ୱାରା, ଇଂଟରନେଟ ଯୋଗୁଁ କୌଣସି ପ୍ରଭାବ ପଡ଼ି ନଥାଏ। ସେମାନେ ଆଜି ଡିଜିଟାଲ ଇଣ୍ଡିଆର ଶକ୍ତିକୁ ଅନୁଭବ କରୁଛନ୍ତି।

ଭାଇ  ଭଉଣୀମାନେ,

ଗାଁ, ଗରିବ, ଆଦିବାସୀମାନଙ୍କୁ ସଶକ୍ତ କରିବା ଭଳି ଆଉ ଏକ ବଡ଼ ଅଭିଯାନ ଦେଶରେ ଚାଲୁ କରାଯାଇଛି। ଏହି ଅଭିଯାନ ଆମର ହସ୍ତଶିଳ୍ପକୁ, ହସ୍ତତନ୍ତକୁ, କପଡ଼ାର କାରିଗରୀକୁ ପ୍ରୋତ୍ସାହିତ କରୁଛି। ଏହି ଅଭିଯାନ ଲୋକାଲ ପ୍ରତି ଭୋକାଲ ହେବାର ଅଛି। ଏହି ଭାବନା ସହିତ ଆଜି ଦେଶ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ- ଜାତୀୟ ହ୍ୟାଣ୍ଡଲୁମ ଦିବସ ପାଳନ କରୁଛି। ଆଉ ଆଜି ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରୁଛୁ, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଏହି 7 ଅଗଷ୍ଟର ମହତ୍ୱ ଆହୁରି ବଢ଼଼ି ଯାଇଥାଏ। ଆଜି ଆମେମାନେ ମନେ ରଖିବା ଯେ, ଆଜି 7 ଅଗଷ୍ଟର ଦିନରେ ହିଁ 1905 ରେ ସ୍ୱଦେଶୀ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ଏହି ଐତିହାସିକ ଦିନରୁ ପ୍ରେରଣା ନେଇ ଅଗଷ୍ଟ 7 ତାରିଖକୁ ହସ୍ତତନ୍ତକୁ ସମର୍ପିତ କରାଯାଇଛି। ଏହା ଗାଁ- ଗାଁରେ, ଆଦିବାସୀ ଅଞ୍ଚଳରେ ଆମର ଅଦ୍ଭୁତ ଶିଳ୍ପୀମାନଙ୍କୁ, ଅଦ୍ଭୁତ କଳାକାରମାନଙ୍କ ପ୍ରତି ସମ୍ମାନ ଜଣାଇବା, ଆଉ ହେଉଛି ଆମ ଉତ୍ପାଦକୁ ବୈଶ୍ୱିକ ମଞ୍ଚ ଦେବାର ଦିନ।

ଭାଇ  ଭଉଣୀମାନେ,

ଆଜି ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହି ହସ୍ତତନ୍ତ ଦିବସ ମଧ୍ୟ ଆହୁରି ମହତ୍ୱ ରଖୁଛି। ଆମର ଚରଖାର, ଆମର ଖଦୀର ଆମ ସ୍ୱାଧୀନତାର ଲଢେଇରେ କେତେ ବଡ଼ ଯୋଗଦାନ ରହିଛି, ଏହା ଆମେ ସମସ୍ତେ ଜାଣିଛେ। ବିଗତ ବର୍ଷମାନଙ୍କରେ ଦେଶ ଖଦୀକୁ ବହୁତ ସମ୍ମାନ ଦେଇଛି। ଯେଉଁ ଖଦୀକୁ କେବେ ଭୁଲି ଯାଇଥିଲେ, ତାହା ଆଜି ନୂଆ ବ୍ରାଣ୍ଡ ପାଲଟି ଯାଇଛି। ଏବେ ଯେତେବେଳେ ଆମେ ସ୍ୱାଧୀନତାର 100 ବର୍ଷ ଆଡ଼କୁ ନୂତନ ଯାତ୍ରାରେ ବାହାରୁଛୁ, ସେତେବେଳେ ସ୍ୱାଧୀନତା ପାଇଁ ଖଦୀର ସେହି ଉତ୍ସାହକୁ ଆମକୁ ଆହୁରି ସୁଦୃଢ଼ କରିବାର ଅଛି। ଆତ୍ମନିର୍ଭର ଭାରତ ପାଇଁ ଆମକୁ, ଲୋକାଲ୍‍ ନିମନ୍ତେ ଭୋକାଲ ହେବାର ଅଛି। ମଧ୍ୟ ପ୍ରଦେଶରେ ତ, ଖଦୀ, ରେଶମ ଠାରୁ ନେଇ ଅନେକ ପ୍ରକାରର ହସ୍ତଶିଳ୍ପର ଏକ ସମୃଦ୍ଧ ପରମ୍ପରା ରହିଛି। ମୋର ଆପଣ ସମସ୍ତଙ୍କୁ ସମଗ୍ର ଦେଶକୁ ଅନୁରୋଧ ଯେ ଆପଣ ଆଗାମୀ ଉତ୍ସବ ବା ପାର୍ବଣ ସମୟରେ ହସ୍ତଶିଳ୍ପର କୌଣସି ନା କୌଣସି ସ୍ଥାନୀୟ ଉତ୍ପାଦ କ୍ରୟ କରନ୍ତୁ, ଆମର ହସ୍ତଶିଳ୍ପକୁ ସହାୟତା କରନ୍ତୁ।

ଆଉ ସାଥୀଗଣ,

ମୁଁ ଏହା ମଧ୍ୟ କହିବି ଯେ ଉତ୍ସବର ଆଗ୍ରହ ମଧ୍ୟରେ ଆମକୁ କରୋନାକୁ ଭୁଲିବାର ନାହିଁ। କରୋନାର ତୃତୀୟ ଲହର ଆସିବାରେ ଆମକୁ ରୋକ୍‍ ଲଗାଇବାକୁ ପଡ଼ିବ, ଆଉ ରୋକିବାକୁ ହିଁ ପଡ଼ିବ। ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ। ମାସ୍କ, ଟିକା ଏବଂ ଦୁଇ ଗଜର ଦୂରତା, ଏହା ହେଉଛି ବହୁତ ଜରୁରୀ। ଆମକୁ ସୁସ୍ଥ ଭାରତର ସଂକଳ୍ପ ନେବାର ଅଛି, ସମୃଦ୍ଧ ଭାରତର ସଂକଳ୍ପ ନେବାର ଅଛି। ପୁଣିଥରେ ଆପଣ ସମସ୍ତଙ୍କୁ ମୋର ବହୁତ- ବହୁତ ଶୁଭକାମନା। ଆଉ ଆଜି ସମଗ୍ର ମଧ୍ୟ ପ୍ରଦେଶରେ 25 ହଜାରରୁ ଅଧିକ ମାଗଣା ରାସନ ଦୋକାନରେ କୋଟି- କୋଟି ନାଗରିକ ଏକାଠି ହୋଇଛନ୍ତି, ମୁଁ ମଧ୍ୟ ସେମାନଙ୍କୁ ପ୍ରଣାମ କରୁଛି ଆଉ ମୁଁ ମଧ୍ୟ ବିଶ୍ୱାସ ଦେଉଛି ଯେ ସମଗ୍ର ମାନବ ଜାତି, ସାରା ବିଶ୍ୱ, ଏହି ସଙ୍କଟରେ ଫସି ଯାଇଛି। କରୋନା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ରଖିଛି। ଆମେ ମିଳିମିଶି ଏହି ବେମାରୀରୁ ବାହାରକୁ ବାହାରିବା। ସମସ୍ତଙ୍କୁ ବଞ୍ଚାଇବା, ଆମେ ମିଳିମିଶି ବଞ୍ଚାଇବା, ସମସ୍ତ ନିୟମର ପାଳନ କରି ଏହି ବିଜୟକୁ ସୁନିଶ୍ଚିତ କରିବା। ମୋର ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India, Australia clinched Uranium deal

Media Coverage

How India, Australia clinched Uranium deal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”