Our aim is to generate 175 GW of renewable energy by 2022, of which 100 GW will be from solar power: PM Modi
PM Modi calls for harnessing solar energy, points towards developing latest technology and innovation in the domain
PM Modi lays out ten action points to promote solar power
PM Modi calls for developing low cost solar energy and increasing scope of solar in energy mix
PM Modi lays stress on promoting solar energy based innovations



ମହାମହିମ ରାଷ୍ଟ୍ରପତି ମାକରୋଁ,

ମହାମହିମ ରାଷ୍ଟ୍ରପତିଗଣ ଏବଂ ପ୍ରଧାନମନ୍ତ୍ରୀଗଣ,

ସମ୍ମାନିତ ଅତିଥିଗଣ,

ଭାଇ ଓ ଭଉଣୀମାନେ,

ନମସ୍କାର ।

 

ମୁଁ ଦିଲ୍ଲୀରେ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ।

ଆଜି ଏହି ଐତିହାସିକ ଦିବସର ମଞ୍ଜି ନଭେମ୍ବର 2015ରେ ପ୍ୟାରିସରେ 21ତମ କନଫରେନ୍ସ ଅଫ ପାର୍ଟିଜ ସମୟରେ ବୁଣାଯାଇଥିଲା । ଆଜି ସେହି ମଞ୍ଜିରୁ ସବୁଜ-ସୁନ୍ଦର ଚାରା ବାହାରି ଆସିଛି ।

ଏହି ଛୋଟ ଚାରାର ନୂଆ ସମ୍ଭାବନାରେ ଫ୍ରାନ୍ସ ବହୁମୂଲ୍ୟ ଭୂମିକା ତୁଲାଇଛି । ଅନ୍ତର୍ଜାତୀୟ ସୌର ମେଣ୍ଟର ଏହି ଛୋଟ ଚାରା ଆପଣମାନଙ୍କ ସମସ୍ତଙ୍କ ସମ୍ମିଳିତ ପ୍ରୟାସ ଏବଂ ପ୍ରତିବଦ୍ଧତା ବିନା ରୋପଣ କରାଯାଇପାରିନଥା’ନ୍ତା । ଏବଂ ସେଥିପାଇଁ ମୁଁ ଫ୍ରାନ୍ସକୁ ଏବଂ ଆପଣମାନଙ୍କ ସମସ୍ତଙ୍କ ନିକଟରେ ଅନେକ ଅନେକ କୃତଜ୍ଞ । 121ଟି ସମ୍ଭାବ୍ୟ ଦେଶ ମଧ୍ୟରୁ 61ଟି ଦେଶ ମେଣ୍ଟରେ ଯୋଗ ଦେଇସାରିଛନ୍ତି । 32ଟି ଦେଶ ଫ୍ରେମୱାର୍କ ଚୁକ୍ତିକୁ ଅନୁମୋଦନ ମଧ୍ୟ କରିଛନ୍ତି କିନ୍ତୁ ଏହି ମେଣ୍ଟରେ ଆମେ ସମସ୍ତେ ସହଯୋଗୀ ଦେଶ ବ୍ୟତୀତ ଆମର ସବୁଠୁ ବଡ଼ ସାଥୀ ସୂର୍ଯ୍ୟଦେବତା ଅଟନ୍ତି ଯିଏକି ବାହାରର ବାତାବରଣକୁ ଆଲୋକ ଏବଂ ଆମର ସଂକଳ୍ପକୁ ଶକ୍ତି ପ୍ରଦାନ କରୁଛନ୍ତି ।

ବନ୍ଧୁଗଣ,

ପୃଥିବୀପୃଷ୍ଠରେ ଯେତେବେଳେ ଜୀବନ ନିଜର ଆଖି ଖୋଲିଲା ତା’ର ମଧ୍ୟ କୋଟି କୋଟି ବର୍ଷ ପୂର୍ବରୁ ସୂର୍ଯ୍ୟ ଏହି ଲୋକକୁ ଆଲୋକିତ ଏବଂ ଅନୁପ୍ରାଣିତ କରିଆସୁଛି । ଜାପାନ ଠାରୁ ଆରମ୍ଭ କରି ପେରୁ ପର୍ଯ୍ୟନ୍ତ, ଗ୍ରୀସ ହେଉ କିମ୍ବା ରୋମ, ଇଜିପ୍ଟ, ଇନକା ଏବଂ ପ୍ରାଚୀନ ମାୟା ପରମ୍ପରା-ପ୍ରତ୍ୟେକ ସଭ୍ୟତା ସୂର୍ଯ୍ୟଙ୍କୁ ପ୍ରତିଷ୍ଠା ଏବଂ ମହତ୍ୱ ଦେଇଛି ।

କିନ୍ତୁ ଭାରତୀୟ ଦର୍ଶନରେ ହଜାର ହଜାର ବର୍ଷ ପୂର୍ବରୁ ସୂର୍ଯ୍ୟଙ୍କୁ ଯେଉଁ କେନ୍ଦ୍ରୀୟ ସ୍ଥାନ ଦିଆଯାଇଛି, ତାହା ଅଦ୍ୱିତୀୟ । ଭାରତରେ ହଜାର ହଜାର ବର୍ଷ ପୂର୍ବେ ବେଦରେ ସୂର୍ଯ୍ୟଙ୍କୁ ବିଶ୍ୱ ଆତ୍ମା ବୋଲି ଗ୍ରହଣ କରାଯାଇଛି । ଭାରତରେ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଜୀବନର ପୋଷକ ବୋଲି ଗ୍ରହଣ କରାଯାଇଛି । ଆଜି ଆମେ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନର ମୁକାବିଲା କରିବାର ମାର୍ଗ ଖୋଜୁଛୁ ତ’ ଆମକୁ ପ୍ରାଚୀନ ଦର୍ଶନର ସନ୍ତୁଳନ ଏବଂ ସାମଗ୍ରୀକ ଦୃଷ୍ଟିକୋଣ ଆଡ଼କୁ ଦେଖିବାକୁ ହେବ ।

ବନ୍ଧୁଗଣ,

ଆମର ସବୁଜ ଭବିଷ୍ୟତ ଏହା ଉପରେ ନିର୍ଭର କରିଥାଏ ଯେ ଆମେ ସାଥୀ ହୋଇ କ’ଣ କରିପାରିବା  । ମୋର ମହାତ୍ମା ଗାନ୍ଧୀଙ୍କ ଉକ୍ତି ମନେ ପଡ଼ୁଛି :  “ଆମେ କ’ଣ କରୁଛୁ ଏବଂ ଆମେ କ’ଣ କରିପାରିବୁ ସେଥିରେ ରହିଥିବା ତଫାତରେ ବିଶ୍ୱର ଅଧିକାଂଶ ସମସ୍ୟାର ସମାଧାନ ନିହିତ ଅଛି ।”

ସାରା ବିଶ୍ୱରୁ ନେତାମାନଙ୍କର ଆଜି ଏଠାରେ ଉପସ୍ଥିତି ଏକ କଥାର ଅଭିବ୍ୟକ୍ତି ଅଟେ ଯେ ସୌର ଶକ୍ତି ମାନବ ଜାତିର ଶକ୍ତି ଆବଶ୍ୟକତାକୁ ସ୍ଥାୟୀ ଭାବେ ପୂରଣ କରିବାର ଏକ ପ୍ରଭାବଶାଳୀ ଏବଂ ସୁଲଭ ସମାଧାନ ଉପଲବ୍ଧ କରାଇଥାଏ ।

ବନ୍ଧୁଗଣ,

ଭାରତରେ ଆମେ ବିଶ୍ୱର ସବୁଠୁ ବଡ଼ ନବୀକରଣଯୋଗ୍ୟ ଶକ୍ତି ସମ୍ପ୍ରସାରଣ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଆମେ 2022 ସୁଦ୍ଧା ନବୀକରଣ ଉତ୍ସରୁ 175 ଗୀଗାୱାଟ ବିଦ୍ୟୁତଶକ୍ତି ଉତ୍ପନ୍ନ କରିବୁ ଏଥିମଧ୍ୟରୁ 100 ଗୀଗାୱାଟ ବିଦ୍ୟୁତ ସୌର ଶକ୍ତିରୁ ଉତ୍ପନ୍ନ ହେବ ।

ଆମେ ଏଥିମଧ୍ୟରୁ 20 ଗୀଗାୱାଟ ସଂଯୁକ୍ତ ସୌର ଶକ୍ତିର ଲକ୍ଷ୍ୟ ବର୍ତ୍ତମାନସୁଦ୍ଧା ହାସଲ କରିସାରିଲୁଣି । ଭାରତରେ ଶକ୍ତିର ବୃଦ୍ଧି ଏବେ ପାରମ୍ପରିକ ଶକ୍ତି ସ୍ରୋତ ବ୍ୟତୀତ ନବୀକରଣଯୋଗ୍ୟ ଉତ୍ସରୁ ଅଧିକ ହେଉଛି ।

ଭାରତରେ, ଅଟଳ ଜ୍ୟୋତି ଯୋଜନାର ଉଦ୍ଦେଶ୍ୟ ଅପର୍ଯ୍ୟାପ୍ତ ବିଦ୍ୟୁତ ଥିବା କ୍ଷେତ୍ରରେ ସୌର ଶକ୍ତି ଆଧାରିତ ଷ୍ଟ୍ରିଟ ଲାଇଟ ସଂଯୋଗ କରିବା ଅଟେ । ସ୍କୁଲ ଯାଉଥିବା ପିଲାଙ୍କ ଲାଗି ସୌର ଷ୍ଟଡି ଲ୍ୟାମ୍ପ ଯୋଜନା ଦ୍ୱାରା 7 ନିୟୁତ ଶିଶୁଙ୍କୁ ଆଲୋକ ମିଳୁଛି ।

ଯଦି ଆମେ ସୌର ଶକ୍ତିରୁ ଅନ୍ୟ ପ୍ରଯୁକ୍ତିକୁ ଯୋଡ଼ିଦେବା, ତା’ହେଲେ ପରିଣାମ ଆହୁରି ଭଲ ହୋଇଯିବ । ଉଦାହରଣ ସ୍ୱରୂପ ସରକାରଙ୍କ ଦ୍ୱାରା 28 କୋଟି ଏଲଇଡି ବଲ୍ବର ବିତରଣ ଦ୍ୱାରା ଗତ ୩ ବର୍ଷରେ କେବଳ 2 ବିଲିୟନ ଡଲାରରୁ ଅଧିକ ପରିମାଣର ଅର୍ଥ ସଂଚୟ ହୋଇନାହିଁ ବରଂ 4 ଗୀଗାୱାଟ ବିଦ୍ୟୁତ ମଧ୍ୟ ସଂଚୟ ହୋଇଛି । କେବଳ ସେତିକି ନୁହେଁ, 30 ମିଲିୟନ ଟନ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ମଧ୍ୟ ହ୍ରାସ ପାଇଛି ।

ବନ୍ଧୁଗଣ,

ଆମେ କେବଳ ଭାରତରେ ହିଁ ନୁହେଁ ସାରା ବିଶ୍ୱରେ ସୌରକ୍ରାନ୍ତି ଚାହୁଁଛୁ । ଆପଣମାନେ ଭାରତରେ ତାଲିମପ୍ରାପ୍ତ ସୌର ମାମା, ଯାହାଙ୍କର ଗୀତ ଏବେ ଆପଣମାନେ ଶୁଣିଲେ, ତାଙ୍କ ଭାଷଣ ମଧ୍ୟ ଶୁଣିଲେ, ତାଙ୍କର ଭିଡିଓ ମଧ୍ୟ ଦେଖିଲେ । ଏବେ ଆପଣ ଭଲଭାବେ ଏହି ସୌର ମାମାଙ୍କ ସହି ପରିଚିତ ହୋଇସାରିଥିବେ । ଏହାଙ୍କ କାହାଣ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଅଟେ ।

ଆମେ ଖୁସି ଯେ ଆଇଏସଏ କର୍ପସ ପାଣ୍ଠିରେ ଯୋଗଦାନ ବ୍ୟତୀତ ଆଇଏସଏ ସଚିବାଳୟର ପ୍ରତିଷ୍ଠା ଲାଗି 62 ମିଲିୟନ ଆମେରିକୀୟ ଡଲାରର ଯୋଗଦାନ ଦେଇଛୁ । ମୁଁ ଏହି ଘୋଷଣା କରି ଆନନ୍ଦିତ ଯେ ଆମେ ଆଇଏସଏ ସଦସ୍ୟଙ୍କୁ ପ୍ରତ୍ୟେକ ବର୍ଷ ସୌର ଶକ୍ତରେ 500 ଟ୍ରେନିଂ ସ୍ଲଟ ପ୍ରଦାନ କରିବୁ ।

ଆମେ ସାରା ବିଶ୍ୱରେ 143 ମିଲିୟନ ଆମେରିକୀୟ ଡଲାରର 13ଟି ସୌର ପ୍ରକଳ୍ପ ସମ୍ପୂର୍ଣ୍ଣ କରିସାରିଛୁ କିମ୍ବା ସେଗୁଡ଼ିକ କାର୍ଯ୍ୟକାରୀ ହେବା ପ୍ରକ୍ରିୟାରେ ରହିଛି । ଭାରତ 15ଟି ଅନ୍ୟ ବିକାଶଶୀଳ ଦେଶରେ 27ଟି ଅଧିକ ପ୍ରକଳ୍ପ ଲାଗି 1.4 ବିଲିୟନ ଆମେରିକୀୟ ଡଲାର ସହାୟତା ଯୋଗାଇ ଦେବ ।

ଆମେ ପ୍ରକଳ୍ପ ପ୍ରସ୍ତୁତି ସୁବିଧାର ପ୍ରତିଷ୍ଠା କରିଛୁ ଯାହା ବିଶ୍ୱସନୀୟ ପ୍ରକଳ୍ପ ଡିଜାଇନ କରିବା ଲାଗି ସହଯୋଗୀ ଦେଶଗୁଡ଼ିକୁ ପରାମର୍ଶ ସହାୟତା ଦେବ ।

ମୁଁ ଆଜି ଏହି ଘୋଷଣା କରି ମଧ୍ୟ ଆନନ୍ଦିତ ଯେ  ଭାରତ ସୌର ପ୍ରଯୁକ୍ତିର ଶୂନ୍ୟସ୍ଥାନ ପୂରଣ କରିବା ଲାଗି ସୌର ପ୍ରଯୁକ୍ତି ମିଶନ ମଧ୍ୟ ଆରମ୍ଭ କରିବ । ଏହି ମିଶନର ଅନ୍ତର୍ଜାତୀୟ ଲକ୍ଷ୍ୟ ରହିବ ଏବଂ ଏହା ଆମର ସମସ୍ତ ସରକାରୀ, ବୈଷୟିକ ଏବଂ ଶିକ୍ଷଣୀୟ ସଂସ୍ଥାଗୁଡ଼ିକ ସହିତ ମିଶି ସୌରଶକ୍ତି କ୍ଷେତ୍ରରେ ଗବେଷଣା ଏବଂ ବିକାଶ ପ୍ରୟାସର ନେତୃତ୍ୱ ନେବ ।

ବନ୍ଧୁଗଣ,

ପ୍ରଚୁର ମାତ୍ରାରେ ବାୟୁ ଭଳି ଉପଲବ୍ଧ ସୌରଶକ୍ତିର ବିକାଶ ଏବଂ ଉପଯୋଗ ଆମ ସମୃଦ୍ଧି ବ୍ୟତୀତ ପୃଥିବୀର କାର୍ବନ ବୋଝ ଅବଶ୍ୟ ହ୍ରାସ କରିବ ।

ବନ୍ଧୁଗଣ,

ଆମକୁ କେତେଗୁଡ଼ିଏ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏବଂ ସେଗୁଡ଼ିକ ହେଉଛି- ଗୋଟିଏ ପଟେ ଅନେକ ଦେଶ ଅଛନ୍ତି ଯେଉଁଠି ସୂର୍ଯ୍ୟ ବର୍ଷସାରା ଚମକୁଛନ୍ତି କିନ୍ତୁ ସମ୍ବଳ ଏବଂ ପ୍ରଯୁକ୍ତିର ଅଭାବ ସୌର ଶକ୍ତିର ବ୍ୟବହାରରେ ବାଧକ ସାଜୁଛି, ବିଘ୍ନ ଉତ୍ପନ୍ନ କରୁଛି ।

ଅନ୍ୟପଟେ ଏପରି ଦ୍ୱୀପସମୂହ ଏବଂ ଦେଶ ରହିଛନ୍ତି ଯେଉଁମାନଙ୍କ ଅସ୍ତିତ୍ୱ ପ୍ରତି ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ବିପଦ ରହିଛି । ତୃତୀୟ କଥା ଏହା ଯେ ସୌର ଶକ୍ତି ଆଲୋକ ଲାଗି କେବଳ ନୁହେଁ, ବରଂ ଅନ୍ୟ ଅନେକ ପ୍ରୟୋଗ-ଯାତାୟାତ, ସ୍ୱଚ୍ଛ ରନ୍ଧନ, କୃଷିରେ ସୌର ପମ୍ପ ଏବଂ ସ୍ୱାସ୍ଥ୍ୟସେବାରେ ମଧ୍ୟ ସେତିକି ଉପଯୋଗୀ ହୋଇପାରିବ ।

ସୌରଶକ୍ତିର ପ୍ରୟୋଗକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଯୁକ୍ତିର ଉପଲବ୍ଧତା ଏବଂ ବିକାଶ, ଆର୍ଥିକ ସମ୍ବଳ, ମୂଲ୍ୟ ହ୍ରାସ, ସଂରକ୍ଷଣ ପ୍ରଯୁକ୍ତିର ବିକାଶ, ଅଧିକ ଉତ୍ପାଦନ ଏବଂ ନବୋନ୍ମେଷ ଲାଗି ସମ୍ପୂର୍ଣ୍ଣ ଇକୋ ସିଷ୍ଟମ ଅତ୍ୟନ୍ତ ଆବଶ୍ୟକ ।

ବନ୍ଧୁଗଣ,

ଆଗକୁ ରାସ୍ତା କ’ଣ ଅଟେ, ଏହା ଆମ ସମସ୍ତଙ୍କୁ ଭାବିବାକୁ ହେବ । ମୋ ମନରେ ଦଶଟି କାର୍ଯ୍ୟ ଯୋଜନା ରହିଛି ଯାହା ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ପ୍ରସ୍ତାବିତ କରିବାକୁ ଚାହୁଁଛି । ସର୍ବପ୍ରଥମେ, ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଉତ୍ତମ ଏବଂ ଶସ୍ତା ସୌର ପ୍ରଯୁକ୍ତି ସମସ୍ତଙ୍କ ପାଇଁ ସୁଗମ ଏବଂ ସୁଲଭ ହେଉ ।

ଆମକୁ ଆମର ଶକ୍ତି ସମ୍ମିଶ୍ରଣରେ ସୌରଶକ୍ତିର ଅନୁପାତ ବଢ଼ାଇବାକୁ ହେବ । ନବୋନ୍ମେଷକୁ ପ୍ରୋତ୍ସାହନ ଦେବାକୁ ହେବ ଯଦ୍ୱାରା ବିଭିନ୍ନ ଆବଶ୍ୟକତା ଲାଗି ସୌର ସମାଧାନ ମିଳିପାରିବ ।

ଆମକୁ ସୌର ପ୍ରକଳ୍ପ ଲାଗି ରିହାତିଯୁକ୍ତ ପାଣ୍ଠିଯୋଗାଣ ଏବଂ କମ ବିପଦର ଅର୍ଥ ଉପଲବ୍ଧ କରାଇବାକୁ ହେବ । ନିୟାମକ ଦିଗ ଏବଂ ମାନକର ବିକାଶ କରିବାକୁ ହେବ ଯାହା ସୌର ସମାଧାନ ଆପଣାଇବାକୁ ଏବଂ ସେଗୁଡ଼ିକର ବିକାଶକୁ ଏକ ନୂଆ ଗତି ଦେବ । ବିକାଶଶୀଳ ଦେଶରେ ବିଶ୍ୱସନୀୟ ସୌର ପ୍ରକଳ୍ପ ଲାଗି ପରାମର୍ଶ ସହାୟତାର ବିକାଶ ଆବଶ୍ୟକ ହେବ ।

ଆମର ପ୍ରୟାସ ଅଧିକ ସମବେତ ହେବା ଆବଶ୍ୟକ ଏବଂ ଭାଗୀଦାରୀ ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ଆମକୁ ଉତ୍କର୍ଷତା କେନ୍ଦ୍ରର ଏକ ବ୍ୟାପକ ନେଟୱାର୍କ ନିର୍ମାଣ କରିବା ଆବଶ୍ୟକ ଯାହା ସ୍ଥାନୀୟ ପରିସ୍ଥିତି ଏବଂ କାରକଗୁଡ଼ିକୁ ଧ୍ୟାନରେ ରଖିପାରିବ । ଆମେ ସୌରଶକ୍ତି ନୀତିର ବିକାଶକୁ ସାମଗ୍ରୀକ ରୂପେ ଦେଖିବା, ଯାହାଦ୍ୱାରା ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ଏଥିରୁ ଅଧିକରୁ ଅଧିକ ଯୋଗଦାନ ମିଳିପାରିବ । ଆମକୁ ଆଇଏସଏ ସଚିବାଳୟକୁ ସୁଦୃଢ଼ ଏବଂ ପେସାଦାର କରିବାକୁ ହେବ ।

ବନ୍ଧୁଗଣ,

ମୋର ବିଶ୍ୱାସ ଅଛି ଯେ ଆମେ ଆଇଏସଏ ଜରିଆରେ ଏ ସମସ୍ତ ଆକ୍ସନ ପଏଣ୍ଟ ଉପରେ ଗୀତିଶୀଳ ବିକାଶ କରି ଆଗକୁ ବଢ଼ିପାରିବା ।

ବନ୍ଧୁଗଣ,

ଆଜିର ଏହି କ୍ଷଣ ଆମର ଯାତ୍ରାର ଆରମ୍ଭ ମାତ୍ର । ଆମର ଏହି ମେଣ୍ଟ ଆମ ଜୀବନକୁ ସୂର୍ଯ୍ୟଙ୍କ ଆଲୋକରେ ଆହୁରି ଭରିପାରିବ । ଏହା ‘ସୂର୍ଯ୍ୟଙ୍କୁ ଆହୁରି ଉଜ୍ଜ୍ୱଳ କରିବା’କୁ ମଧ୍ୟ ସାର୍ଥକ କରିପାରିବ । ସବୁବେଳେ ଭାରତୀୟ ଦର୍ଶନର ଆତ୍ମା “ବସୁଧୈବ କୁଟୁମ୍ବକମ-ଅର୍ଥାତ ସମଗ୍ର ବିଶ୍ୱ ଏକ ପରିବାର” ହୋଇ ରହିଆସିଛି ।

ଯଦି ଆମେ ସମଗ୍ର ପୃଥିବୀ, ସମଗ୍ର ମାନବ ସମାଜର କଲ୍ୟାଣ ଚାହୁଁଛୁ ତା’ହେଲେ ମୋର ବିଶ୍ୱାସ ଯେ ବ୍ୟକ୍ତିଗତ ସୀମାରୁ ବାହାରକୁ ବାହାରି ଗୋଟିଏ ପରିବାର ଭଳି ଆମେ ଉଦ୍ଦେଶ୍ୟ ଏବଂ ପ୍ରୟାସରେ ଏକତା ଓ ଏକଜୁଟତା ଆଣିପାରିବା ।

ବନ୍ଧୁଗଣ,

ଏହା ସେହି ରାସ୍ତା ଯାହାଦ୍ୱାରା ଆମେ ପ୍ରାଚୀନ ମୁନିମାନଙ୍କ ପ୍ରାର୍ଥନା- “ତମସୋ ମା ଜ୍ୟୋତିର୍ଗମୟ” ଅର୍ଥାତ ‘ଆମକୁ ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଯାଅ,’କୁ ଚରିତାର୍ଥ କରିପାରିବ ।

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”